spot_img
Home Blog Page 5940

ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଦାବି, ‘ବିଜୁଙ୍କୁ ମିଳୁ ଭାରତ ରତ୍ନ’

ଭୁବନେଶ୍ୱର: ପୁଣି ଉଠିଲା ବିଜୁ ପଟ୍ଟନାୟକଙ୍କୁ ଭାରତରତ୍ନ ପ୍ରଦାନ ଦାବି । ବିଜୁବାବୁଙ୍କୁ ଭାରତରତ୍ନ ପ୍ରଦାନ ପାଇଁ ଦଳମତ ନିର୍ବିଶେଷରେ ମତ ପ୍ରକାଶ ପାଇଛି । ଏଥିପାଇଁ ବିଜେଡି, କଂଗ୍ରେସ ଓ ବିଜେପି ଦାବି କରିଛନ୍ତି । ଆସନ୍ତା ୫ ତାରିଖରେ ପ୍ରବାଦ ପୁରୁଷ ବିଜୁବାବୁଙ୍କର ୧୦୫ତମ ଜୟନ୍ତୀ । ଏହି ଅବସରରେ ତାଙ୍କୁ ଭାରତରତ୍ନ ପ୍ରଦାନ ପାଇଁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଓ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ଦାବି କରିଛନ୍ତି ।

ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି, ବିଜୁବାବୁ କେବଳ ଜଣେ ରାଜନେତା ନଥିଲେ, ସେ ଜଣେ ଷ୍ଟେଟ୍‌ସମ୍ୟାନ । ଦେଶର ସ୍ୱାଧୀନତା ପାଇଁ ତାଙ୍କର ଅତୁଳନୀୟ ଅବଦାନ ଅଛି । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବିଜୁବାବୁଙ୍କ କାମ କୌଣସି ପିଢ଼ି ଭୁଲି ପାରିବେ ନାହିଁ । ଭାରତରତ୍ନ ପାଇବା ପାଇଁ ସେ ଯୋଗ୍ୟ । ତେଣୁ ବିଜୁ ପଟ୍ଟନାୟକଙ୍କୁ ଭାରତରତ୍ନ ପ୍ରଦାନ ପାଇଁ ପ୍ରତ୍ୟେକ ଓଡ଼ିଆଙ୍କ ପକ୍ଷରୁ ଦାବି କରୁଛି ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି ।

ଏହାସହ ବିଜେଡି ବିଧାୟକ ଅରବିନ୍ଦ ଢାଲି ମଧ୍ୟ ବିଜୁବାବୁଙ୍କୁ ଭାରତରତ୍ନ ପ୍ରଦାନ ପାଇଁ ଦାବି କରିଛନ୍ତି । ସେହିପରି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, ଓଡ଼ିଶାର ବିକାଶ ପାଇଁ ବିଜୁବାବୁଙ୍କ ଅବଦାନ ଅତୁଳନୀୟ। ସାରା ବିଶ୍ୱ ତାଙ୍କୁ ଜାଣିଛି । ଆମେ ବିଜେପିରେ ବି ତାଙ୍କ କଥା ଆଲୋଚନା କରୁ। ସେ ଭାରତରତ୍ନ ପାଇବା ଉଚିତ। କେନ୍ଦ୍ର ସରକାରଙ୍କ ପାଖରେ ଏନେଇ ଦୃଢ଼ ଦାବି କରାଯାଉ ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି । ସେହିପରି କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଛନ୍ତି, ପ୍ରବାଦ ପୁରୁଷ ବିଜୁବାବୁ ଓଡ଼ିଶା ଓ ଦେଶର ଗର୍ବ। ଦଳମତ ନିର୍ବିଶେଷରେ ତାଙ୍କ ପାଇଁ ଭାରତରତ୍ନ ଦାବି କରିବା ଉଚିତ ସନ୍ତୋଷ ସିଂହ ସାଲୁଜା କହିଛନ୍ତି ।

 

ବର୍ଷର ପ୍ରଥମ ଉପଗ୍ରହ ପଠାଇଲା ଇସ୍ରୋ । ଆନ୍ଧ୍ରପ୍ରଦେଶର ସତୀଶ୍ ଧାୱନ ମହାକାଶ କେନ୍ଦ୍ରରୁ ୧୯ ଉପଗ୍ରହ ଉତକ୍ଷେପଣ ।

ବର୍ଷର ପ୍ରଥମ ଉପଗ୍ରହ ପଠାଇଲା ଇସ୍ରୋ । ଆନ୍ଧ୍ରପ୍ରଦେଶର ସତୀଶ୍ ଧାୱନ ମହାକାଶ କେନ୍ଦ୍ରରୁ ୧୯ ଉପଗ୍ରହ ଉତ୍‌କ୍ଷେପଣ ।

ଶ୍ରୀହରିକୋଟାସ୍ଥିତ ସତୀଶଧାୱନ ଅନ୍ତରୀକ୍ଷ କେନ୍ଦ୍ରରୁ ୧୯ଟି ଉପଗ୍ରହ ଉତକ୍ଷେପଣ

ଆନ୍ଧ୍ରପ୍ରଦେଶ: ସଫଳ ହେଲା ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂସ୍ଥା (ଇସ୍ରୋ)ର ଏବର୍ଷର ପ୍ରଥମ ମିଶନ । ଉତ୍‌କ୍ଷେପଣ ହେବାର ନିର୍ଦ୍ଧାରିତ ସମୟ ପରେ ମହାକାଶ କକ୍ଷପଥରେ ଅବତରଣ କଲା ବ୍ରାଜିଲ ସାଟେଲାଇଟ୍ ଆମେଜୋନିଆ-1 । ଆଜି  ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶଧାୱନ ଅନ୍ତରୀକ୍ଷ କେନ୍ଦ୍ରରୁ PSLV-C51, ଆମାଜୋନିଆ -1 ମିଶନରେ ୧୯ଟି ଉପଗ୍ରହ ମହାକାଶକୁ ପଠାଇଛି ଇସ୍ରୋ । ଏହି ରକେଟ୍‌ରେ ବ୍ରାଜିଲର ୬୩୭ କିଲୋଗ୍ରାମ୍ ଓଜନ ବିଶିଷ୍ଟ ଆମାଜୋନିଆ-1 ସହ ୧୮ଟି ଅନ୍ୟ ଉପଗ୍ରହ ଉତ୍‌କ୍ଷେପଣ କରାଯାଇଛି ।

ଆମାଜୋନିଆ-1 ହେଉଛି ବ୍ରାଜିଲର ପ୍ରଥମ ସାଟେଲାଇଟ୍‌, ଯାହାକୁ ଭାରତ ଉତ୍‌କ୍ଷେପଣ କରିଛି ।  ଚେନ୍ନାଇଠାରୁ ପ୍ରାୟ  ଶହେ କିଲୋମିଟର ଦୂରରେ ଥିବା ସତୀଶଧାଓ୍ବନ ମହାକାଶ କେନ୍ଦ୍ରରୁ ଏହି ରକେଟ୍ ମହାକାଶକୁ ପଠାଇଛି ଇସ୍ରୋ । ୧୮ଟି ଉପଗ୍ରହ ମଧ୍ୟରେ ସ୍ପେସ୍ କିଡଜ୍ ଇଣ୍ଡିଆର ଏସଡି ସାଟ୍ ସହ କୋଏମ୍ବାଟୁରର ଶ୍ରୀଶକ୍ତି ଇନଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟରିଂ ଆଣ୍ଡ୍ ଟେକ୍ନୋଲୋଜି, ଶ୍ରୀପେରୁମ୍ବୁଦୁରର ଜେପିଆର ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଓ ନାଗପୁରର ଜିଏଚ୍ ରାଇସୋନି କଲେଜ ଅଫ୍ ଇଞ୍ଜିନିୟରିଂ ଆଦି ୩ଟି କଲେଜ ପକ୍ଷରୁ ମିଳିତ ଭାବେ ପ୍ରସ୍ତୁତ ହୋଇଥିବା ୟୁନିସାଟର ମଧ୍ୟ ଉତକ୍ଷେପଣ କରାଯାଇଛି ।

ଅନ୍ୟ ଉପଗ୍ରହ ମଧ୍ୟରେ ଭାରତର ସିନ୍ଧୁନେତ୍ର, ଆମେରିକାର ସାଇ-୧, ନାନୋକନେକ୍ଟ-୨ ଓ ୧୨ଟି ଅନ୍ୟ ଉପଗ୍ରହ ରହିଛି । ଏ ସମ୍ପର୍କରେ ଇସ୍ରୋ ମୁଖ୍ୟ କେ. ଶିବନ୍ କହିଛନ୍ତି, ବ୍ରାଜିଲ ଦ୍ବାରା ଡିଜାଇନ୍ କରାଯାଇଥିବା ଏହି ଉପଗ୍ରହ ଅନ୍ତରୀକ୍ଷକୁ ପଠାଇବା ପରେ ଭାରତ ଓ ଇସ୍ରୋ ଖୁବ୍‌ ଗର୍ବିତ । ଉପଗ୍ରହଗୁଡ଼ିକ ଖୁବ୍‌ ଉନ୍ନତମାନର ରହିଥିବା ବଳେ ଏ ନେଇ ବ୍ରାଜିଲ ଟିମ୍‌କୁ ମଧ୍ୟ ଇସ୍ରୋ ପକ୍ଷରୁ ଶୁଭେଚ୍ଛା ଜଣାଇଛନ୍ତି କେ. ଶିବନ୍ ।

ଥାନା ଆଗରେ ମୃତଦେହ ରଖି କ୍ଷତିପୂରଣ ଦାବି କଲେ ପିରବାର ଲୋକେ

ରାଉରକେଲା: ଥାନା ଆଗରେ ମୃତଦେହ ରଖି କ୍ଷତିପୂରଣ ସହ ଘଟଣାର ଉପଯୁକ୍ତ ତଦନ୍ତ ଦାବି । ରାଉରକେଲା ଝିରପାଣି ଥାନା ସମ୍ମୁଖରେ ଏନେଇ ଉତ୍ତେଜନା ଦେଖାଦେଇଛି । ଗତ ୨୩ ତାରିଖରେ ଗଣ୍ଡଗୋଳରେ ଗୁରୁତର ଭାବେ ଆହତ ହୋଇଥିଲେ ସେକ୍ଟର ୨୦ ବସ୍ତିର ମୁନା ମଲିକ । ତାଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଥିଲା  । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ତେବେ ମୁନାଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ପରିବାର ଲୋକ  ଅଭିଯୋଗ କରିଛନ୍ତି  । ଏହାସହ ଘଟଣାର ସଠିକ ଭାବେ  ତଦନ୍ତ କରିବା ପାଇଁ ଦାବି ହୋଇଛି । ଏହାସହ ମୃତକଙ୍କ ପରିବାରକୁ ଆର୍ଥିକ କ୍ଷତିପୂରଣ ପ୍ରଦାନ କରିଵା ପାଇଁ ଦାବି କରି ଥାନା ଆଗରେ ଆନ୍ଦୋଳନ ଆରମ୍ଭ କରିଛନ୍ତି ପରିବାର ଲୋକ । ଝିରପାଣି ଥାନା ପରିସରରେ ଉତ୍ତେଜନା ପ୍ରକାଶ ପାଇଥିବାରୁ ବରିଷ୍ଠ ପୋଲିସ ଅଫିସରଙ୍କ ସହ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ମୃତଦେହ ରଖି ଆନ୍ଦୋଳନ କରାଯିବ ବୋଲି ଆନ୍ଦୋଳନକାରୀ କହିଛନ୍ତି ।

ନିଶାସକ୍ତ ୱାଡରଙ୍କ ଆକ୍ରମଣରେ ଜେଲର ଓ ସହକର୍ମୀ ଆହତ

ସମ୍ବଲପୁର: ସମ୍ବଲପୁର ସର୍କଲ ଜେଲରେ ନିଶାସକ୍ତ ୱାଡରଙ୍କ ଆକ୍ରମଣ । ୱାଡରଙ୍କ ଆକ୍ରମଣରେ ସର୍କଲ ଜେଲର ଦୁଇ କର୍ମଚାରୀ ଆହତ ହୋଇଛନ୍ତି । ଗତରାତିରେ ଜେଲ ୱାର୍ଡର ଅଶୋକ ଥାଟି ନିଶାସକ୍ତ ଅବସ୍ଥାରେ ଡ୍ୟୁଟିକୁ ଆସିଥିଲେ । ତାଙ୍କୁ ବାରଣ କରିବାରୁ ଆଲୋକ କର ଓ ଜେଲର ଅନ୍ୟ ଜଣେ କର୍ମଚାରୀଙ୍କୁ ମୁଥ ମାରି ମୁହଁ ଫଟାଇ ଦେଇଥିବା ଅଭିଯୋଗ ହୋଇଛି ।

ନିଶାସକ୍ତ ୱାର୍ଡରଙ୍କୁ କାବୁ କରି ଧନୁପାଲି ପୋଲିସକୁ ଖବର ଦିଆଯାଇଥିଲା । ୱାଡରଙ୍କୁ ଥାନାକୁ ଆଣିବା ପରେ ମାମଲା ରୁଜୁ କରାଯାଇଛି । ତେବେ ନିଶାସକ୍ତ ଅବସ୍ଥାରେ ଯେତେବେଳେ ତାଙ୍କୁ ସହକର୍ମୀ ଜେଲର ଭିତରକୁ ଯିବାକୁ ବାରଣ କରିଥିଲେ ସେ ମଧ୍ୟ ଏହି ଆକ୍ରମଣର ଶିକାର ହୋଇଥିଲେ । ୱାର୍ଡରଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରାଯାଉଥିବା ସୂଚନା ମିଳିଛି । ୱାର୍ଡରଙ୍କ ଏଭଳି କାର୍ଯ୍ୟକଳାପକୁ ସାଧାରଣରେ ନିନ୍ଦା କରାଯାଇଛି ।

ଶ୍ରମିକଙ୍କ ଦୁଃଖ ବୁଝିଲେ, ମୁଣ୍ଡରେ ପଗଡି ବାନ୍ଧି ମାଟି ବୋହିଲେ ପ୍ରକଳ୍ପ ନିର୍ଦ୍ଧେଶକ ମଧୁସୂଦନ

ଭଦ୍ରକ: ମୁଣ୍ଡରେ ପଗଡି ବାନ୍ଧି ଝୁଡ଼ି ସାହାଯ୍ୟରେ ମାଟି ବୋହିଲେ ଭଦ୍ରକ ପିଡି । ଶ୍ରମିକମାନଙ୍କୁ ପ୍ରୋତ୍ସାହନ କରିବା ପାଇଁ ଦିନ ମଜୁରିଆଙ୍କ ସହ କାମ କରିଲେ ପ୍ରକଳ୍ପ ନିର୍ଦ୍ଧେଶକ ମଧୁସୂଦନ ଦାସ । ଦିନକୁ ଦିନ କୁତ୍ରିମ ମେସିନର ଚାହିଦା ବଢୁଥିବାରୁ ଗରିବ ଖଟିଖିଆଙ୍କ ପାଇଁ ଦୁଇ ଓଳି ଦୁଇମୁଠା ଖାଦ୍ୟ ପାଇବା କଷ୍ଟକର ହୋଇପଡ଼ୁଛି । ମଣିଷ ସ୍ଥାନରେ ମେସିନର ବ୍ୟବହାର ଖଟିଖିଆଙ୍କ ପାଟିରୁ ଦାନ ଛଡ଼ାଇ ନେଇଉଛି । ଶ୍ରମିକମାନଙ୍କ ଏଭଳି ଦୁଃଖକୁ ଅଙ୍ଗେ ନିଭେଇଛନ୍ତି ପ୍ରକଳ୍ପ ନିର୍ଦ୍ଧେଶକ ମଧୁସୂଦନ ଦାସ । ଆଉ ମେସିନରେ କାର୍ଯ୍ୟ ହେଉଥିବାରୁ ପିଡ଼ି ଅସନ୍ତେଷ ବ୍ୟକ୍ତ କରିବା ସହ ନିଜେ କୋଦାଳ ଧରି ମାଟି ହାଣିଛନ୍ତି ।  ଭଦ୍ରକ ଧାମରା ପଞ୍ଚାୟତର ଝାଡକଟା ଗ୍ରାମରେ ଏଭଳି ଦୃଶ୍ୟ ସମସ୍ତଙ୍କୁ ଚକିତ କରିଛି ।

ଏମଜିଏନଆରଜିଏସ ପ୍ରକଳ୍ପରେ ଧାମରା ଝାଡ଼କଟା ଅଞ୍ଚଳରେ ଶ୍ରମିକ ମାନେ କାମ କରୁଥିଲେ, କିନ୍ତୁ ଏବେ ମେସିନ ମାଧ୍ୟମରେ ଏମଜିଏନଆରଜିଏସ ପ୍ରକଳ୍ପ କାର୍ଯ୍ୟ ଗୁଡିକ ହେଉଥିବା ପିଡିଙ୍କ ନଜରକୁ ଆସିଥିଲା । ଏହାକୁ ଦେଖି ପିଡି ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ । ଏହି ପ୍ରକଳ୍ପରେ କିପରି ସ୍ୱଚ୍ଛତା ଆଣିହେବ ଶ୍ରମିକ ମାନେ କିପରି ନିଜେ କାର୍ଯ୍ୟ କରି ଦୁଇ ପଇସା ରୋଜଗାର କରିବା ସହ ଏହାକୁ ପ୍ରୋତ୍ସାହନ ଯୋଗାଇବା ପାଇଁ ପିଡି ନିଜେ ଗାଁକୁ ଯାଇ ଶ୍ରମିକ ଭାବେ କାର୍ଯ୍ୟ କରିଛନ୍ତି ।

ପିଡି ନିଜେ କୋଦାଳରେ ମାଟି ହାଣିବା ସହ ଝୁଡ଼ି ସାହାଯ୍ୟରେ ମୁଣ୍ଡ ଉପରେ ମାଟି ବୋହି ରାସ୍ତା ବାନ୍ଧିଛନ୍ତି । ପିଡିଙ୍କ ଏଭଳି କାର୍ଯ୍ୟ ଦେଖି ଚାନ୍ଦବାଲି ବିଡ଼ିଓ ମଧ୍ୟ ମାଟି ହାଣୁଥିବାର ଚିତ୍ର ସାମ୍ନା କୁ ଆସିଛି । ଫଳରେ ଜଣେ ପ୍ରଶାସନିକ ଅଧିକାରୀଙ୍କ ଏଭଳି କାର୍ଯ୍ୟ ଦେଖି ସମସ୍ତେ ଚକିତ ହୋଇଯାଇଛନ୍ତି ।

ରାଉରକେଲା ସେକ୍ଟର ୨୦ ମୁନା ମଲ୍ଲିକ ମୃତ୍ୟୁ ଘଟଣା । ଝିର୍ପାଣି ଥାନା ଆଗରେ ମୃତଦେହ ରଖି ପରିବାର ଲୋକଙ୍କ ଆନ୍ଦୋଳନ ।

ରାଉରକେଲା ସେକ୍ଟର ୨୦ ମୁନା ମଲ୍ଲିକ ମୃତ୍ୟୁ ଘଟଣା । ଝିର୍‌ପାଣି ଥାନା ଆଗରେ ମୃତଦେହ ରଖି ପରିବାର ଲୋକଙ୍କ ଆନ୍ଦୋଳନ ।

ଚଳନ୍ତାଗାଡ଼ିରୁ ମୋବାଇଲ ଝାମ୍ପିଲା ବେଳେ ଖସି ପଡ଼ିଲେ ଦୁଇ ଲୁଟେରା

ଭୁବନେଶ୍ୱର: ରାଜଧାନୀରେ ଫେଲ୍ ମାରିଲା ଲୁଟେରାଙ୍କ ପ୍ଲାନ୍ ।  ଚଳନ୍ତା ବାଇକରୁ ମୋବାଇଲ ଝାମ୍ପି ଖସି ପଡିଲେ ଦୁଇ ଲୁଟେରା । ଫିଲ୍ମ ଷ୍ଟାଇଲରେ ଲୁଟେରାକୁ ଜବାବ୍ ଦେଲେ ଯୁବତୀ । ଶନିବାର ରାତି ପ୍ରାୟ ସାଢ଼େ ୮ଟା ବେଳେ ଯୁବତୀ ଜଣଙ୍କ ବୁଲେଟରେ ନିଜ ଘରକୁ ଫେରୁଥିଲେ । ଡୁମୁଡୁମା ନଗର ଅଟୋଷ୍ଟାଣ୍ଡ ପାଖରେ ଦୁଇ ଜଣ ଲୁଟେରା ତାଙ୍କ ମୋବାଇଲ ଫୋନ୍ ଝାମ୍ପିନେବାକୁ ଚେଷ୍ଟା କରିଥିଲେ। କିନ୍ତୁ ଫୋନକୁ ସହଜରେ ଛାଡ଼ି ନ ଥିଲେ ଯୁବତୀ ।

ଚଳନ୍ତା ବୁଲେଟ୍‌ରେ ସେ ଲୁଟେରାଙ୍କୁ ପ୍ରତିରୋଧ କରି ଚାଲିଥିଲେ। କିଛି ବାଟ ଯିବା ପରେ ସମସ୍ତେ ଗାଡ଼ିରୁ ତଳେ ପଡ଼ି ଯାଇଥିଲେ। ଲୁଟେରା ଓ ଯୁବତୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା।  ଯୁବତୀ ଜଣଙ୍କ ଲୁଟେରାଙ୍କ ହାତରୁ ମୋବାଇଲ ଫୋନ୍ ଛଡ଼ାଇ ଆଣିବା ସହ ଜଣେ ଲୁଟେରାଙ୍କୁ ମଧ୍ୟ ମାଡ଼ି ବସିଥିଲେ । ତେବେ ଘଟଣାକୁ ଦେଖି ସ୍ଥାନୀୟ ଲୋକ ଅନ୍ୟ ଜଣେ ଲୁଟେରାକୁ କାବୁ କରି ନେଇଥିଲେ ।

ଲୁଟେରା ଦ୍ୱୟଙ୍କୁ ପ୍ରବଳ ଛେଚି ଥିଲେ ସ୍ଥାନୀୟ ଲୋକେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପୋଲିସ ଲୁଟେରା ଦ୍ୱୟଙ୍କୁ ହେପାଜତକୁ ନେଇଥିବାବେଳେ ସେମାନଙ୍କୁ ମଧ୍ୟ ଚିକିତ୍ସା ପାଇଁ ହସ୍‌ପିଟାଲ୍‌ରେ ଭର୍ତ୍ତି କରିଛି । ଏବଂ ପ୍ରତ୍ୟକ୍ଷଦର୍ଶୀଙ୍କ ତଥ୍ୟକୁ ଆଧାର କରି ପୋଲିସ ଅଧିକ ଖୋଳତାଡ଼ ଜାରି ରଖିଛି। ସେପଟେ ଯୁବତୀଙ୍କ ସାହସିକତାକୁ ପ୍ରଶଂସା କରିଥିଲେ, ଯୁବତୀ ଜଣକ ଏକ ମଲରେ ଚାକିରି କରୁଥିବା ଜଣାପଡ଼ିଛି ।

ମାର୍ଚ୍ଚ ୧ରୁ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଟିକାକରଣ । ଘରୋଇ ହସପିଟାଲରେ ୨୫୦ ଟଙ୍କାରେ ମିଳିବ ଭ୍ୟାକ୍ସିନ୍ ।

ମାର୍ଚ୍ଚ ୧ରୁ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଟିକାକରଣ । ଘରୋଇ ହସପିଟାଲରେ ୨୫୦ ଟଙ୍କାରେ ମିଳିବ ଭ୍ୟାକ୍ସିନ୍ ।

୨୯ରୁ ଅଧିକ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ବୁର୍ଲା ଭିସୁଟରେ ସଟଡାଉନ୍

ସମ୍ବଲପୁର: ବୁର୍ଲା ଭିସୁଟ୍ ସଟଡାଉନ । ପୁଣି ଫେରିଲା କଣ୍ଟେଣ୍ଟମେଣ୍ଟ ଓ ବଫର ଜୋନ୍ । ଅନିର୍ଦ୍ଦିଷ୍ଟ କାଳ ପାଇଁ ସଟଡାଉନ ହେଲା ବୀର ସୁରେନ୍ଦ୍ର ସାଏ ୟୁନିର୍ଭସିଟି ଅଫ୍ ଟେକ୍ନୋଲଜୀ । ଗତକାଲି ୨୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହେବାପରେ ସମ୍ପୂର୍ଣ୍ଣ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି । ଏପରିକି ଭିସୁଟର ପୁଲହଃ ହଷ୍ଟେଲ ଓ ତାର ଆଖପାଖ ଅଞ୍ଚଳକୁ ବଫର୍ ଜୋନ୍ ଘୋଷଣା କରାଯାଇଛି ।

ଏହି ଅଞ୍ଚଳ ଦେଇ ସର୍ବସାଧାରଣ ଯାଇପାରିବେ ନାହିଁ ବୋଲି ମଧ୍ୟ ସୂଚନା ଜାରି କରାଯାଇଛି । ଭିସୁଟର ପୁଲତ୍ସ୍ତ୍ୟ, ମରିଚି, ପୁଲହ, ବସିଷ୍ଟ, ଅତ୍ରି, କତ୍ତୃ, ଅନୁରାଧା, ଅରୁନ୍ଧତୀ, ରୋହୀନି ଓ ବିଶାଖା ହଷ୍ଟେଲ ଗୁଡିକୁ କଣ୍ଟେନମେଣ୍ଟ ଜୋନ୍ କରାଯାଇଛି । ସେହିପରି ପୁଲହ ହଷ୍ଟେଲକୁ ବଫର ଯୋନ ଭାବେ ଘୋଷଣା କରିଛି। ଏହି ଅଞ୍ଚଳ 27 ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସମ୍ପୁର୍ଣ୍ଣ ସଟଡାଉନ ରହିବ ବୋଲି ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି । ଆଜିଠୁ କ୍ୟାମ୍ପସରେ ସଟଡାଉନ ଲାଗୁ ହୋଇଛି । ଛାତ୍ରଛାତ୍ରୀ ମାନେ ନିଜ ଘରକୁ ଫେରିବା ପାଇଁ ବ୍ୟବସ୍ଥା ହୋଇଥିବା ବେଳେ ସମସ୍ତ ଛାତ୍ରଛାତ୍ରୀ ଅନଲାଇନରେ ପାଠ ପଢିବେ ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।