spot_img
Home Blog Page 5944

ଗୁଣିଗାରେଡ଼ି ସନ୍ଦେହରେ ହତ୍ୟା

ଗୁଣୁପୁର: ଗୁଣିଗାରେଡ଼ି ସନ୍ଦେହରେ ବର୍ବର କାଣ୍ଡ । ରାୟଗଡ଼ା ପଦ୍ମପୁର ଥାନା ଅନ୍ତର୍ଗତ ପାଜିଲିବନ୍ଧ ଗାଁ ନିକଟରେ ଜଘନ୍ୟ ହତ୍ୟାକାଣ୍ଡ । ଗୁଣିଗାରେଡି କରୁଥିବା ସନ୍ଦେହରେ ଜଣଙ୍କୁ ହତ୍ୟା କରି ପୋଡି ଦେଲେ ଦୁବୁର୍ତ୍ତ । ଅଭିଯୋଗ ଅନୁସାରେ ପାଜିଲିବନ୍ଧ ଗାଁ ନିକଟ ନାଳ ପାଖରେ ରାମ ମୁଳି ଏବଂ ତାଙ୍କ ପତ୍ନି ମାୟା ମୁଳି କୁଡିଆ କରି ବାସ କରୁଥିଲେ । ରାତିରେ କିଛି ଦୁବୁର୍ତ୍ତ ରାମ ମୁଳିଙ୍କୁ ସଂଘବଦ୍ଧଭାବେ ଆକ୍ରମଣ କରିଥିଲେ  । ପରେ ପ୍ରମାଣ ନଷ୍ଟ ପାଇଁ ତାଙ୍କୁ ଜାଳି ଦେଇ ହାଡ ପାଉଁଶକୁ ନାଳରେ ଫୋପାଡି ଦେଇଥିଲେ । ଏନେଇ ମାୟା ମୁଳି ପଦ୍ମପୁର ଥାନାରେ ଅଭିଯୋଗ କରିଛନ୍ତି । ଘଟଣା ସ୍ଥଳରେ ପୋଲିସ୍ ପହଞ୍ଚି ସାଇଣ୍ଟିଫିକ୍ ଟିମ୍ ଓ ଡଗ୍ ସ୍କ୍ବାର୍ଡ ମାଧ୍ୟମରେ ତଦନ୍ତ ଜାରି ରଖିଛି  ।  ଗୁଣିଗାରେଡି ସନ୍ଦେହରେ ହତ୍ୟା କାଣ୍ଡ ହୋଇଥିବା ପୋଲିସ୍ ସନ୍ଦେହ କରୁଛି ।

ଏଥିସହିତ ପଢ଼ନ୍ତୁ: ବିଧାନସଭା ନିର୍ବାଚନ ପାଇଁ ୪ଟି ରାଜ୍ୟ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ହେଲା ତାରିଖ ଘୋଷଣା

ମନ୍ଦିରରୁ ଅଳଙ୍କାର ଲୁଟିଲେ ଦୁର୍ବୃତ୍ତ

ବାଲିଗୁଡ଼ା: କନ୍ଧମାଳ ବାଲିଗୁଡ଼ାରେ ଦୁଇଟି ମନ୍ଦିରରୁ ଲୁଟ୍  । ରାତିରେ ଦୁଇଟି ମନ୍ଦିରରୁ ଚୋରି । ବାଲିଗୁଡ଼ାର ଜଗନ୍ନାଥ ମନ୍ଦିର ଓ ମା’ଦକ୍ଷୀଣ କାଳୀ ମନ୍ଦିରରୁ ଚୋରି ହୋଇଥିବା ଜଣାପଡିଛି  । ଜଗନ୍ନାଥ ମନ୍ଦିରର ହୁଣ୍ଡି ଭାଙ୍ଗି ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ  । ଏହା ସହିତ ମା’ ଦକ୍ଷୀଣ କାଳୀ ମନ୍ଦିରରୁ ମା’ଙ୍କ ଅଳଙ୍କାର ଚୋରୀ ହୋଇଥିବା ଜଣାପଡ଼ିଛି । ଖବର ପାଇ ଘଟଣାସ୍ଥଳରେ ବାଲିଗୁଡ଼ା ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦକ୍ଷୀଣ କାଳୀ ମନ୍ଦିର ପରିସରରେ  ସିସିଟିଭି ଲାଗିନଥିବା ବେଳେ ଜଗନ୍ନାଥ ମନ୍ଦିରରେ ଥିବା ସିସିଟିଭିକୁ ଯାଞ୍ଚ କରୁଛି ପୋଲିସ୍  । ଉଭୟ ମନ୍ଦିରରୁ ରାତି 12ଟା 30ରୁ 2ଟା30 ମଧ୍ୟରେ ଚୋରି ହୋଇଥିବା ଜଣାପଡ଼ିଛି ।

ଏଥିସହିତ ପଢ଼ନ୍ତୁ: ଏଣିକି ଡଙ୍ଗରେ ଏଲପିଜି ଆଣିବ ଭାରତ, ରନ୍ଧନ ଗ୍ୟାସ ପରିବହନରେ ବ୍ୟବହୃତ ହେବ ନଦୀପଥ

ସଡ଼କ ଦୁର୍ଘଟଣାରେ ‘ସକାଳ’ ସାମ୍ୱାଦିକ ବ୍ରଜ କିଶୋର ପରିଡ଼ାଙ୍କ ଦେହାନ୍ତ

ଭୁବନେଶ୍ୱର: ସଡ଼କ ଦୁର୍ଘଟଣାରେ ‘ସକାଳ’ ଖବର କାଗଜର ବରିଷ୍ଠ ସହ-ସମ୍ପାଦକ ବ୍ରଜ କିଶୋର ପରିଡ଼ାଙ୍କ ପରଲୋକ । ଗତକାଲି ବିଳମ୍ବିତ ରାତିରେ ହଂସପାଳ ଛକରେ ଘଟିଥିବା ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି । ଅଫିସରୁ କାର୍ଯ୍ୟ ସାରି କଟକ ସ୍ଥିତ ବାସଭବନକୁ ଫେରୁଥିବା ବେଳେ, ହଂସପାଳ ଛକରେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ମୃତଦେହକୁ କ୍ୟାପିଟାଲ ହସପିଟାଲରେ ରଖାଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୭ ବର୍ଷ ହୋଇଥିଲା । ମୃତ ବ୍ରଜ କିଶୋର ପରିଡ଼ା, ଭୁବନେଶ୍ବର ଡିଡି ନ୍ୟୁଜର ଆସିଷ୍ଟାଣ୍ଟ ନ୍ୟୁଜ୍ ଏଡିଟର, ପ୍ରଜାତନ୍ତ୍ର ପ୍ରଚାର ସମିତି, ପ୍ରଜାତନ୍ତ୍ର ସପ୍ତାହିକି ଓ ସମୟ ଖବର କାଗଜରେ କାମ କରିଥିଲେ । ଜଣେ ଦକ୍ଷ ସାମ୍ବାଦିକ ଭାବେ ସେ ବେଶ ପରିଚିତ ଥିଲେ । ତାଙ୍କ ଅକାଳ ବିୟୋଗରେ ‘ସକାଳ’ ପରିବାର ପକ୍ଷରୁ ଗଭୀର ଶୋକ ପ୍ରକାଶ ପାଇଛି । ସକାଳ ଓ ନନ୍ଦିଘୋଷ ଟିଭିର ମୁଖ୍ୟ ମାନସ ରଞ୍ଜନ ମଙ୍ଗରାଜ, ‘ସକାଳ’ର ସମ୍ପାଦକ ଡକ୍ଟର ଉମାକାନ୍ତ ମିଶ୍ର, ସିଇଓ ସୁବ୍ରତ ଦାସ, ପ୍ରକାଶକ ଅମିତ୍ ମଲ୍ଲିକ, କାର୍ଯ୍ୟନିର୍ବାହୀ ସମ୍ପାଦକ ସମରେନ୍ଦୁ ଦାସ, ଆସିଷ୍ଟାଣ୍ଟ ନ୍ୟୁଜ୍ ଏଡିଟର ମହେଶ୍ବର ସାହୁ ପ୍ରମୁଖ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ଖୁବଶୀଘ୍ର ମର୍ଣ୍ଣିଂ ସ୍କୁଲ, ସକାଳ ୮ଟା ୩୦ ପରିବର୍ତ୍ତେ ୭ଟାରୁ ଆରମ୍ଭ ହେବ ସ୍କୁଲ

ଚାକିରି ନାଁରେ ଠକେଇ: ଅଭିଯୁକ୍ତ ସରୋଜକୁ ରିମାଣ୍ଡରେ ଆଣିବ ପୋଲିସ

ଭୁବନେଶ୍ବର: ଚାକିରି ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ ମାମଲା । ଗିରଫ ଅଭିଯୁକ୍ତ ସରୋଜ ଜେନାଙ୍କୁ ରିମାଣ୍ଡରେ ଆଣିବ ଆଣିବ ଧଉଳି ଥାନା ପୋଲିସ। ଏ ନେଇ ପୋଲିସ୍ କୋର୍ଟରେ ଆବେଦନ କରିଥିବା ଜଣାପଡିଛି । ପୋଲିସ ସରୋଜକୁ ଥାନାରେ ପଚରାଉଚରା କରିବା ପରେ ଏକାଧିକ ଯୁବକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଥିବା‌ ଜାଣିବାକୁ ପାଇଛି । ରିମାଣ୍ଡରେ ଆସିଲା ପରେ ତା’ର କେଉଁ କେଉଁ ବ୍ୟାଙ୍କର କେତୋଟି ଆକାଉଣ୍ଟକୁ କାହା ଆକାଉଣ୍ଟରୁ ଟଙ୍କା ଆସିଛି ସେ ନେଇ ତଦନ୍ତ କରିବ ପୋଲିସ  । ସେପଟେ ସରୋଜର ସାଂଘାତିକ ସତ ପଦାକୁ ଆସିଛି । ଚାକିରି ପାଇଁ ନିଜେ ଠକାମୀର ନିଜେ ଶିକାର ହୋଇଥିଲା। ଶିକାର ହେବା ପରେ ନିଜେ ପାଲଟିଥିଲା ଠକ । ସରୋଜ ଶିକ୍ଷାଗତ ଯୋଗ୍ୟତା ଆର୍କିଟେକ ସ୍ନାତକ ହାସଲ କରିଥିଲା । ଚାକିରି ପାଇଁ ବିହାର ଯାଇଥିଲା । ୨୦୧୮ରେ ଅନଲାଇନରେ ରେଳୱେରେ ଚାକିରି ଦେଖି ଅର୍କିଟେକ୍ ଚାକିରି ଛାଡିଥିଲା । ବିଜ୍ଞାପନ ଦେଖି ଲକ୍ଷ୍ନୌରେ ଚାକିରି କରିବା ପାଇଁ ଜଣକୁ ଦେଢ଼ ଲକ୍ଷ୍ ଟଙ୍କା ଦେଇଥିଲା ସରୋଜ । ପରେ ଚାକିରି ନପାଇ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲା । ୨୦୧୯ରେ ଭୁବନେଶ୍ବର ଆସି ପ୍ରଥମେ ଖଣ୍ଡଗିରି  ଓ ତା’ ପରେ ଧଉଳି ଅଞ୍ଚଳରେ  ଟଙ୍କା ପାଇବା ଲୋଭରେ ଖୋଲିଥିଲା କନସଲଟାନସି ଅଫିସ । ଟଙ୍କା ନେଇ ବାଣ୍ଟିଥିଲେ ମିଛ ଚାକିରି । ସେପଟେ ଘଟଣାରେ ସଂପୃକ୍ତ ସରୋଜଙ୍କ ପ୍ରେମିକ ଫେରାର ଅଛି । ତାଙ୍କୁ ଧରିବା ପାଇଁ ପୋଲିସ ଚଢାଉ ଜାରି ରଖିଛି । ପ୍ରେମିକାକୁ ପତ୍ନୀ ପରିଚୟ ଦେଇ କେ.ନୂଆଗାଁ ଉଭୟ ରହୁଥିଲେ । ଦୁଇ ଜଣଙ୍କ ନାମରେ ୧୨ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ ହୋଇଛି । ଯଦି କେହି ସରୋଜ ଦ୍ବାରା ଠକେଇର ଶିକାର ହୋଇଥିବେ ତେବେ ଥାନାରେ ଅଭିଯୋଗ କରିବାକୁ ଡିସିପି ନିବେଦନ କରିଛନ୍ତି ।

ଏଥିସହିତ ପଢ଼ନ୍ତୁ: ସର୍ଟସର୍କିଟରୁ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ

 

ସର୍ଟସର୍କିଟରୁ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ

0

ଖୋର୍ଦ୍ଧା: ବିଳମ୍ବିତ ରାତ୍ରୀରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଜଳିଗଲା  ଘର ସହ ବିଭିନ୍ନ ଆସବାବପତ୍ର ପୋଡ଼ି ପାଉଁଶ ହୋଇ ଯାଇଛି। ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା  ଜିଲ୍ଲା ବେଗୁନିଆ ବ୍ଲକର ସାରୁଅ ଗାଁରେ ସର୍ଟସର୍କିଟ କାରଣରୁ ମଙ୍ଗୁଳି ସାହୁଙ୍କ  ଘରେ ନିଆଁ ଲାଗିଯାଇଥିଲା । ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତି ଭସ୍ମୀଭୂତ ହୋଇଛି । ଖବର ପାଇ ବେଗୁନିଆ  ଦମକଳ ବାହିନୀ ପହଁଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ ସେତେବେଳକୁ ଘରର ସମସ୍ତ ଆସବାବ ପତ୍ର ଓ ଧନ ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଥିଲା ।

ଏଥିସହିତ ପଢ଼ନ୍ତୁ: ଫେବୃଆରୀରେ ୩୯ଂ ଟପିଲା ତାପମାତ୍ରା: ମାର୍ଚ୍ଚରେ ସଙ୍ଗୀନ ହେବ ସ୍ଥିତି

 

ଫେବୃଆରୀରେ ୩୯ଂ ଟପିଲା ତାପମାତ୍ରା: ମାର୍ଚ୍ଚରେ ସଙ୍ଗୀନ ହେବ ସ୍ଥିତି

0

ଭୁବନେଶ୍ୱର: ମାଘ ମାସରେ ଆରମ୍ଭ ହେଲାଣି ବୈଶାଖର ତାତି । ଉପାନ୍ତରୁ ଉପକୂଳ ସବୁଠି ତାପମାତ୍ରା ଉପରମୁହାଁ ।  । ଆଗାମୀ ୪ ଦିନ ଯାଏଁ ତାତିରୁ ନିସ୍ତାର ନାହିଁ । ଭୁବନେଶ୍ବର ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ସ୍ବାଭାବିକଠାରୁ ୨ରୁ ୪ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇଛି । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଆହୁରି ୩- ୪ ଡିଗ୍ରୀ ବଢ଼ିବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର । ଫେବ୍ରୁଆରୀ ମାସରେ ୩୯.୪ ଡିଗ୍ରୀ ତାପମାତ୍ରା ହେବା ତୃତୀୟ ସର୍ବାଧିକ ରେକର୍ଡ । ମାର୍ଚ୍ଚ ମାସରେ ସ୍ଥିତି ଆହୁରି ସଂଗୀନ ହେବ । କିଛି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବା ସହ ହିଟ୍ଓ୍ୱେଭ୍ ସ୍ଥିତିର ଆଶଙ୍କା ଅଛି । ବାୟୁମଣ୍ଡଳରେ ଜଳୀୟବାଷ୍ପ  କମ୍ ଥିବା ବେଳେ ମେଘମୁକ୍ତ ଆକାଶ ଯୋଗୁ ତାପମାତ୍ରା ବଢୁଛି ।

ଅନ୍ୟପକ୍ଷରେ  ଖରା ପାଇଁ ଖୁବଶୀଘ୍ର ହେବ ମର୍ଣ୍ଣିଂ ସ୍କୁଲ । ଏ ନେଇ ଗାଇଡଲାଇନ ଜାରି କରଛନ୍ତି ଗଣଶିକ୍ଷା ବିଭାଗ । ଦିନକୁ ଦିନ ଖରା ତାତି ବଢୁଥିବାରୁ ସ୍କୁଲ ପାଇଁ ଗାଇଡଲାଇନ ଜାରି ହୋଇଛି । ସକାଳ ୮ଟା ୩୦ ପରିବର୍ତ୍ତେ ୭ଟାରୁ ଆରମ୍ଭ ହେବ ସ୍କୁଲ । ନବମ ଓ ଏକାଦଶ ଶ୍ରେଣୀ ୭ଟାରୁ ୯ଟା ଯାଏଁ ହେବ । ଦଶମ ଓ ଦ୍ବାଦଶ ଶ୍ରେଣୀ ୧୧ଟାରୁ ୪ଟା ପରିବର୍ତ୍ତେ ୯ରୁ ୧ଟା ଯାଏଁ କରାଯିବ ।

ସେହିପରି ସମସ୍ତ ସ୍କୁଲରେ ପାନୀୟ ଜଳ ବ୍ୟବସ୍ଥା ପାଇଁ DEOଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଓଆରଏସ୍ ବ୍ୟବସ୍ଥା ମଧ୍ୟ କରିବାକୁ ନିର୍ଦ୍ଦେଶ ରହିଛି । ସ୍କୁଲର ଅଚଳ ନଳକୂପ ସଜାଡିବାକୁ ମଧ୍ୟ ପରାମର୍ଶ ଦେଇଛି ଗଣଶିକ୍ଷା ବିଭାଗ । ସ୍କୁଲ ବସ ସେବା କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ସବୁଠି କୋଭିଡ ନିୟମ କଡାକଡ଼ି ପାଳନ ପାଇଁ କଡ଼ା ନିର୍ଦ୍ଦେଶ ରହିଛି । ପିଲାଙ୍କୁ ପାଣି ବୋତଲ ଦେବାକୁ ଅଭିଭାବକଙ୍କୁ ଗାଇଡଲାଇନରେ ପରାମର୍ଶ ଦିଆଯାଇଛି ।

ଏଥିସହିତ ପଢ଼ନ୍ତୁ: ଜିଲ୍ଲାପାଳ ଓ ଏସପିଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ, କୋଭିଡ୍ ସଂକ୍ରମଣ ରୋକିବାକୁ ନିଅ ପଦକ୍ଷେପ

ଖୁବଶୀଘ୍ର ମର୍ଣ୍ଣିଂ ସ୍କୁଲ, ସକାଳ ୮ଟା ୩୦ ପରିବର୍ତ୍ତେ ୭ଟାରୁ ଆରମ୍ଭ ହେବ ସ୍କୁଲ

ଭୁବନେଶ୍ବର: ଖରା ପାଇଁ ଖୁବଶୀଘ୍ର ମର୍ଣ୍ଣିଂ ସ୍କୁଲ । ଏ ନେଇ ଗାଇଡଲାଇନ ଜାରି କରଛନ୍ତି ଗଣଶିକ୍ଷା ବିଭାଗ । ଦିନକୁ ଦିନ ଖରା ତାତି ବଢୁଥିବାରୁ ସ୍କୁଲ ପାଇଁ ଗାଇଡଲାଇନ ଜାରି ହୋଇଛି । ସକାଳ ୮ଟା ୩୦ ପରିବର୍ତ୍ତେ ୭ଟାରୁ ଆରମ୍ଭ ହେବ ସ୍କୁଲ । ନବମ ଓ ଏକାଦଶ ଶ୍ରେଣୀ ୭ଟାରୁ ୯ଟା ଯାଏଁ ହେବ । ଦଶମ ଓ ଦ୍ବାଦଶ ଶ୍ରେଣୀ ୧୧ଟାରୁ ୪ଟା ପରିବର୍ତ୍ତେ ୯ରୁ ୧ଟା ଯାଏଁ କରାଯିବ ।

ସେହିପରି ସମସ୍ତ ସ୍କୁଲରେ ପାନୀୟ ଜଳ ବ୍ୟବସ୍ଥା ପାଇଁ DEOଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଓଆରଏସ୍ ବ୍ୟବସ୍ଥା ମଧ୍ୟ କରିବାକୁ ନିର୍ଦ୍ଦେଶ ରହିଛି । ସ୍କୁଲର ଅଚଳ ନଳକୂପ ସଜାଡିବାକୁ ମଧ୍ୟ ପରାମର୍ଶ ଦେଇଛି ଗଣଶିକ୍ଷା ବିଭାଗ । ସ୍କୁଲ ବସ ସେବା କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ସବୁଠି କୋଭିଡ ନିୟମ କଡାକଡ଼ି ପାଳନ ପାଇଁ କଡ଼ା ନିର୍ଦ୍ଦେଶ ରହିଛି । ପିଲାଙ୍କୁ ପାଣି ବୋତଲ ଦେବାକୁ ଅଭିଭାବକଙ୍କୁ ଗାଇଡଲାଇନରେ ପରାମର୍ଶ ଦିଆଯାଇଛି ।

ଜିଲ୍ଲାପାଳ ଓ ଏସପିଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ, କୋଭିଡ୍ ସଂକ୍ରମଣ ରୋକିବାକୁ ନିଅ ପଦକ୍ଷେପ

ଭୁବନେଶ୍ବର: ଦ୍ବିତୀୟ ପର୍ଯ୍ୟାୟ କୋଭିଡ୍ ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ । ଯଥାଶୀଘ୍ର ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଜିଲ୍ଲାପାଳ ଓ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସଂକ୍ରମିତ ଲୋକଙ୍କୁ ପ୍ରଥମରୁ ଚିହ୍ନଟ କରି ଚିକିତ୍ସା ଓ ଆଇସୋଲେସନ୍‌ରେ ରଖାଗଲେ ସଂକ୍ରମଣ ରୋକା ଯାଇପାରିବ। ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ନିୟମକୁ କଡାକଡ଼ି ପାଳନ ଉପରେ ଗୁରୁତ୍ବ ଦିଆଯାଇଛି।

ପ୍ରତି ଗାଁ ଓ ସହରରେ ମାଇକ୍‌ ଦ୍ବାରା ପ୍ରଚାର ସହ ସଚେତନତା କାର୍ଯ୍ୟକ୍ରମ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଉନ୍ନୟନ କମିଶନର । ନିୟମଉଲ୍ଲଂଘନକାରୀଙ୍କଠାରୁ ଜରିମାନା ଆଦାୟ କରିବାକୁ କୁହାଯାଇଛି । ସେହିପରି ଅନ୍ୟ ରାଜ୍ୟ ଓ ବିଦେଶରୁ ଆସୁଥିବା ଲୋକଙ୍କ ଆରଟିପିସିଆର୍ ଟେଷ୍ଟ ଓ ହୋମ୍ ଆଇସୋଲେସନ୍ ଉପରେ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଗୁରୁତ୍ବ ଦେଇଛନ୍ତି ।

ସେହିପରି ବିମାନବନ୍ଦର ଓ ରେଳ ଷ୍ଟେସନ୍‌ରେ ବାହାର ରାଜ୍ୟକୁ ଆସୁଥିବା ଲୋକଙ୍କ ଥର୍ମାଲ ସ୍କ୍ରିନିଂ ସହ ଆବଶ୍ୟକ ପଡିଲେ ଆରଟିପିସିଆର୍ ଟେଷ୍ଟ କରିବା ପାଇଁ ପୌରାଞ୍ଚଳ କମିଶନର ଓ ପୂର୍ବତଟ ରେଳବାଇ ମହାନିର୍ଦ୍ଦେଶକଙ୍କୁ କୁହାଯାଇଛି ।

ମମତାଙ୍କ ଘରେ ପୁରୀ ସେବାୟତ, ନିର୍ବାଚନ ତାରିଖ ଘୋଷଣା ପର୍ବରୁ ଜଗନ୍ନାଥଙ୍କ ପୂଜା ପାଠ

କୋଲକାତା: ନିର୍ବାଚନ ତାରିଖ ଘୋଷଣା ପରେ ଜଗନ୍ନାଥଙ୍କ ଶରଣାପନ୍ନ ହୋଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଦିଦିଙ୍କୁ ବିଧାନସଭା ନିର୍ବାଚନୀ ବୈତରଣୀ ପାର କରିବେ ଜଗତଠାକୁର । ନିର୍ବାଚନ କମିଶନଙ୍କ ପଶ୍ଚିମବଙ୍ଗ ପାଇଁ ତାରିଖ ଘୋଷଣା ପୂର୍ବରୁ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ଶ୍ରୀଜଗନ୍ନାଥଙ୍କ ଆରାଧନା କରିଛନ୍ତି । ମମତା ବାନାର୍ଜୀଙ୍କ ଘରେ ଅନୁଷ୍ଠିତ ହୋଇଛି ମହାପ୍ରଭୁ ଶ୍ରୀଜଗନ୍ନାଥ ହୋମଯଜ୍ଞ ।

ଶୁକ୍ରବାର ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । ସେପଟେ କୋଲକାତା କାଳୀ ପୂଜା ହରିଶ୍ ମୂଖାର୍ଜୀ ଲେନସ୍ଥିତ ମମତା ବାନାର୍ଜୀଙ୍କ ଘରେ ପ୍ରଭୁ ଜଗନ୍ନାଥଙ୍କ ହୋମ ଯଜ୍ଞ ଅନୁଷ୍ଠିତ ହୋଇଛି । ଶ୍ରୀମନ୍ଦିର ସେବାୟତ ହୋମ ଯଜ୍ଞ କରିଛନ୍ତି । ଓଡ଼ିଶାରୁ 7 ପଣ୍ଡିତ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘରକୁ ଯାଇଥିଲେ।

ସୂଚନା ଅନୁଯାୟୀ ସକାଳ ୬ଟାରୁ ସଂଧ୍ୟା ୫ ଟା ଯାଏ ପୂଜାର୍ଚ୍ଚନା ଚାଲିଥିଲା । ମୁଖ୍ୟମନ୍ତ୍ର ମମତାଙ୍କ ସହ ୪ ମନ୍ତ୍ରୀ ଓ ବହୁ ସାଂସଦ ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ଥିଲେ । ପୁରୀରୁ ଯାଇଥିବା ସେବାୟତ ମମତାଙ୍କ ବାସଭବନରେ ହୋମଯଜ୍ଞ କରିଥିଲେ । ଅନ୍ୟପଟେ ପୂଜାରେ ମମତା ବାନାର୍ଜୀଙ୍କ ସହିତ ତାଙ୍କ ପୁତୁରା, ଭାଇ ବାବୁନ୍, ପରିବାର ଲୋକେ, ଟିଏମ୍‌ସି ସାଂସଦ ଉପସ୍ଥିତ ଥିଲେ ।

ସିସୋର ଠକେଇ, ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ବାଜ୍ୟାପ୍ତ କଲେ ଓପିଆଇଡି କୋର୍ଟ

ଭୁବନେଶ୍ୱର : ସିସୋରର ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ବାଜ୍ୟାପ୍ତ କରିଛି ଓପିଆଇଡି କୋର୍ଟ । ମୋଟ ଏକ କୋଟି ୮୮ ଲକ୍ଷ ୭୫ ହଜାର ବ୍ୟାଙ୍କ ଜମାକୁ ବାଜ୍ୟାପ୍ତ କରାଯାଇଛି । ଏହାସହ ୨୨୧ ଏକର ଜମି, ୪ ଗାଡି, ୧୩୮୫ ଗ୍ରାମ ସୁନା, ୨ଶହ କେଜି ରୁପାକୁ ମଧ୍ୟ ବାଜ୍ୟାପ୍ତି କରାଯାଇଛି । ମୋଟ ୬୫୦ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ ହୋଇଛି । ସ୍ପେଶାଲ କାଉନସିଲ ବିବେକା ନନ୍ଦ ଭୂୟାଁ ଏହି ସୂଚନା ଦେଇଛନ୍ତି ।

ବାଜ୍ୟାପ୍ତି ସମ୍ପତ୍ତିକୁ ପ୍ରୋପର୍ଟିରେ କନଭର୍ଟ ହୋଇଛି । ପ୍ରପର୍ଟି ଟଙ୍କାକୁ ସ୍ବଳ୍ପ ଜମାକାରୀମାନଙ୍କୁ ବଣ୍ଟା ଯିବ । ପରେ ବଡ଼ ଜମାକାରୀମାନଙ୍କୁ ଟଙ୍କା ବଣ୍ଟାଯିବ । ଏଥିପାଇଁ ସର୍ବସାଧାରଣରେ ନିଲାମ ହେବ । ସିସୋର ଇଣ୍ଡଷ୍ଟ୍ରି କରିବା ପାଇଁ ଟଙ୍କା ଡିପୋଜିଟ କରାଯାଇଥିଲା । ମୁଖ୍ୟତଃ ଅନୁଗୁଳ ଖୋର୍ଧାରେ ଜମି କିଣିବାକୁ ସିସୋର ଆବେଦନ କରିଥିଲା ।

ଆକଳନ ୭୦୦ କୋଟି ଟଙ୍କାରୁ ୬୫୦ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତି ହୋଇଛି । ଅଳ୍ପ କିଛି ସମ୍ପତ୍ତିକୁ ବାଦ ଦିଆଯାଇଛି । ଚିଟଫଣ୍ଡ ସଂକ୍ରାନ୍ତ ଆଇନ ଆସିବାପରେ ଏହା ହେଉଛି ପ୍ରଥମ ମାମଲା। ଯାହାକୁ ସ୍ୱତନ୍ତ୍ର ଅଦାଲତରେ କଟକର ତତ୍କାଳୀନ ଅତିରିକ୍ତ ଜିଲ୍ଲାପାଳ ତଥା ଚିଟଫଣ୍ଡ ସ୍ୱତନ୍ତ୍ର ଅଧିକାରୀ ବିଭୁତି ଭୂଷଣ ଦାସ ରୁଜୁ କରିଥିଲେ।