spot_img
Home Blog Page 5945

ଏଣିକି ଡଙ୍ଗରେ ଏଲପିଜି ଆଣିବ ଭାରତ, ରନ୍ଧନ ଗ୍ୟାସ ପରିବହନରେ ବ୍ୟବହୃତ ହେବ ନଦୀପଥ

0

ନୂଆଦିଲ୍ଲୀ: ଏଣିକି ଡଙ୍ଗରେ ଆସିବ ଏଲପିଜି। ଦେଶର ବିସ୍ତୃତ ନଦୀପଥକୁ ରନ୍ଧନ ଗ୍ୟାସ ପରିବହନ ପାଇଁ ବ୍ୟବହାର କରିବା ଲାଗି ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି। ଅର୍ଥାତ୍ ଏବେ ଯେଉଁଭଳି ରାସ୍ତା ଉପରେ ଟ୍ରକ୍ ଯୋଗେ ଏଲପିଜି ଟାଙ୍କି ବୁହା ହେଉଛି ତାହା ନ ହୋଇ ଦେଶର ସାମୁଦ୍ରିକ ଓ ବିଭିନ୍ନ ନଦୀପଥକୁ ବିଭିନ୍ନ ବନ୍ଦର ଏବଂ ଜେଟି ସହ ସଂଯୋଗ କରାଯିବ। ସେଠାରୁ ସ୍ବତନ୍ତ୍ର ଭାବେ ନିର୍ମିତ ଡଙ୍ଗାରେ ଏଲପିଜି ଭର୍ତ୍ତି କରାଯାଇ ଅନ୍ୟ ବନ୍ଦର ବା ଜେଟିକୁ ପଠାଯିବ।

ପ୍ରଦୂଷଣ କମାଇବା ତଥା ପରିବହନ ଜନିତ ଖର୍ଚକୁ ଲାଘବ କରିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଏହିପରି ନିଷ୍ପତ୍ତି ନିଆଯାଇଛି। ଏବେ ଦେଶରେ ଏଲପିଜି ପରିବହନ ଏକ ଚିନ୍ତାଜନକ ବ୍ୟାପାର ରହିଛି। ଏଥିରେ ଯେଉଁ ଖର୍ଚ ହେଉଛି ତାହା ସମୁଦାୟ ଜିଡିପିର ୧୩ରୁ ୧୪ ପ୍ରତିଶତ। ଅନ୍ୟ ଦେଶମାନଙ୍କରେ ଏହା ୮ ପ୍ରତିଶତରେ ସୀମିତ ଥିବା ବେଳେ ଆମ ଦେଶରେ ସରକାର ସମସ୍ତଙ୍କ ପାଖରେ ଏଲ୍ପିଜି ପହଞ୍ଚାଇବାର ଯେଉଁ ଯୋଜନା ଆରମ୍ଭ କରିଛନ୍ତି ତାହା ଏହି ପରିବହନ ଖର୍ଚକୁ ଆହୁରି ବଢ଼ାଇବା ନେଇ ଆଶଙ୍କା ସୃଷ୍ଟି କରିଛି।

ଏହିଖର୍ଚକୁ କମାଇବା ପାଇଁ ଜଳପଥକୁ ବ୍ୟବହାର କରିବା ପାଇଁ ଯେଉଁ ବିକଳ୍ପ ଖୋଜାଯାଇଛି ତାହାକୁ ନିଣ୍ଣାୟକ ରୂପ ଦେବା ପାଇଁ ଭାରତର ଆଭ୍ୟନ୍ତରୀଣ ଜଳପଥ ପରିବହନ ପ୍ରାଧୀକରଣ ଏବଂ ବିଶ୍ବର ଏକ ଖ୍ୟାତନାମା ଗ୍ୟାସ ପରିବହନକାରୀ ଏମ୍ଓଏଲ୍ ଗ୍ରୁପ୍ ମଧ୍ୟରେ ଏକ ଚୁକ୍ତିନାମା ସ୍ବାକ୍ଷର ହୋଇଛି। ଏହି ଚୁକ୍ତିନାମା ଅନୁସାରେ ସରକାର ହଲଦିଆ, ସାହିବ ଗଞ୍ଜ ଏବଂ ବାରଣାସୀଠାରେ ଆବଶ୍ୟକ ସୁବିଧା ଉପଲବ୍ଧ କରାଇବେ।

ସେଠାରୁ ବିଭିନ୍ନ ସ୍ଥାନକୁ ସ୍ବତନ୍ତ୍ର ବ୍ୟବସ୍ଥାରେ ଏଲ୍ପିଜି ଗ୍ୟାସ୍ ଦେଶର ବିଭିନ୍ନ ବନ୍ଦର ଓ ଜେଟିକୁ ସ୍ଥାନାନ୍ତର କରାଯିବ। ଏହି ସ୍ବତନ୍ତ୍ର ଡଙ୍ଗାରେସଂଯୋଗ ହୋଇଥିବା ଟାଙ୍କି ସମ୍ପୂଣ୍ଣ ଭାବେ ନିବୁଜ ରହିବା ସହ ସମସ୍ତ ନିରାପତ୍ତା ବ୍ୟବସ୍ଥାକୁ ପାଳନ କରିବ। ଯେହେତୁ ବନ୍ଦରରେ ଥିବା ଗ୍ୟାସ ଡିପୋରୁ ଏହି ଟାଙ୍କିକୁ ଗ୍ୟାସ ପାଇପ୍ ଯୋଗ୍ୟ ଅତ୍ୟାଧୁନିକ ବ୍ୟବସ୍ଥାରେ କରାଯିବ ସେଥିରେ ପରିବହନ ଜନିତ ସମସ୍ୟା ରହିବ ନାହିଁ। ତା ଛଡ଼ା ବିଭିନ୍ନ ନଈ ରେ ଏହି ଡଙ୍ଗା ଭାସିବା ବ୍ୟବସ୍ଥା ହୋଇଥିବାରୁ ଦୂର୍ଗମ ପାହାଡ଼ିଆ ଅଞ୍ଚଳରେ ମଧ୍ୟ ଅଳ୍ପ ସମୟରେ ଏଲ୍ପିଜି ସହଜରେ ଉପଲବ୍ଧ ହୋଇପାରିବ।

ଏବେ ଦେଶର ୬୦ ପ୍ରତିଶତ ଏଲ୍ପିଜି ପରିବହନ ପାଇଁ ସଡ଼କ ବ୍ୟବସ୍ଥ ବ୍ୟବହାର କରାଯାଉଛି। ଏହି ବ୍ୟବସ୍ଥାରେ ଗୋଟିଏ ମେଟ୍ରିକ୍ ଟନ୍ ରନ୍ଧନ ଗ୍ୟାସକୁ ଗୋଟିଏ କିଲୋମିଟର ନେବା ପାଇଁ ୫ରୁ ୬ଟଙ୍କା ଖର୍ଚ ହେଉଛି। ତା’ଛଡ଼ା ଗୋଟିଏ ଟ୍ରକ୍ ସର୍ବାଧିକ ୧୭ ମେଟ୍ରିକ୍ ଟନ୍ ଗ୍ୟାସ ସ୍ଥାନାନ୍ତର କରିପାରୁଛି। କିନ୍ତୁ ଜଳ ପରିବହନ ଏହି ଅସୁବିଧା ରହିବ ନାହିଁ।

ଗୋଟିଏ ଦିନରେ କ୍ରିକେଟକୁ ଅଲବିଦା କଲେ ୟୁସୁଫ,ବିନୟ

ଭୁବନେଶ୍ବର: ଟିମ ଇଣ୍ଡିଆର ଅଲରାଉଣ୍ଡର ୟୁସୁଫ ପଠାନ ଆଜି ଅବସର ନେଇଛନ୍ତି । କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ୟାସ ଘୋଷଣା କରିଛନ୍ତି ଏହି ଅଲରାଉଣ୍ଡର । ଗୋଟିଏ ଦିନରେ ଦୁଇଜଣ ଭାରତୀୟ କ୍ରିକେଟରଙ୍କ କ୍ରିକେଟରୁ ସନ୍ୟାସ ଘୋଷଣା । ଦ୍ରୁତ ବୋଲର ବିନୟ କୁମାର ଅବସର ନେବା ପରେ ଅଲରାଉଣ୍ଡର ୟୁସୁଫ ଫଠାନ ମଧ୍ୟ ସନ୍ୟାସ ଗ୍ରହଣ କରିଛନ୍ତି ।

ଟ୍ବିଟ ଯୋଗେ ଏବସର ନେଇ ୟୁସୁଫ ସୂଚନା ଦେବା ସହ ଭାବପୂର୍ଣ୍ଣ ବାର୍ତ୍ତା ମଧ୍ୟ ଲେଖିଛନ୍ତି । ଯେଉଁଦିନ ପ୍ରଥମ କରି ଭାରତୀୟ ଜର୍ସି ପିନ୍ଧିଥିଲି ସେଦିନ ଆଜି ବି ମନେ ଅଛି । ସେଦିନ କେବଳ ଜର୍ସି ପିନ୍ଧିନଥିଲି, ସମସ୍ତ ବନ୍ଧୁ ପରିଜନଙ୍କୁ ମଧ୍ୟ ଦେଖାଇଥିଲି । ପିଲାଦିନରୁ କ୍ରିକେଟ ପ୍ରତି ଆଗ୍ରହ ଥିଲା । କ୍ରିକେଟରେ କ୍ୟାରିୟର ଆରମ୍ଭ କରିଥିଲି । ଜାତୀୟ, ଅନ୍ତର୍ଜାତୀୟ ଏବଂ ଘରୋଇ ଆଇପିଏଲ ଖେଳିବାର ସୁଯୋଗ ପାଇଥିବା ନିଜ ଭାବପୂର୍ଣ୍ଣ ବାର୍ତ୍ତାରେ ଲେଖିଛନ୍ତି ୟୁସୁଫ ।

ସେହିପରି ଭେଟେରାନ ଦ୍ରୁତ ବୋଲର ବିନୟ କୁମାର ମଧ୍ୟ ଆଜି ଅବସର ଗ୍ରହଣ କରିଛନ୍ତି । ନିଜ କ୍ରିକେଟ କ୍ୟାରିୟର ମଧ୍ୟରେ ସେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର, ମହେନ୍ଦ୍ର ସିଂହ ଧୋନି ଓ ବିରାଟ କୋହଲି, ଅନିଲ କୁମ୍ବଲେ, ରାହୁଲ ଦ୍ରାବିଡ, ବିରେନ୍ଦ୍ର ସେହ୍ବାଗ, ଗୌତମ ଗମ୍ଭୀର, ସୁରଶ ରାଇନା ଓ ରୋହିତ ଶର୍ମାଙ୍କ ସହ ଖେଳିଥିବାରୁ ଶୌଭାଗ୍ୟଶାଳୀ ବୋଲି କହିଛନ୍ତି ।

ଟିମ ଇଣ୍ଡିଆ ପାଇଁ ବିନୟ କୁମାର ସମସ୍ତ ତିନୋଟି ଫର୍ମାଟରେ ଖେଳିଛନ୍ତି । ଗୋଟିଏ ଟେଷ୍ଟ, 31ଟି ଏକଦିବସୀୟ ଓ 9ଟି ଅନ୍ତର୍ଜାତୀୟ ଟି20 ଖେଳିବା ସହ ସମସ୍ତ ଫର୍ମାଟରୁ ୪୯ ଟି ୱିକେଟ ଅକ୍ତିଆର କରିଛନ୍ତି ।

ବିଧାନସଭା ନିର୍ବାଚନ ପାଇଁ ୪ଟି ରାଜ୍ୟ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ହେଲା ତାରିଖ ଘୋଷଣା

ମୁଖ୍ୟ ନିର୍ବାଚନ ଅଧିକାରୀ ସୁନୀଲ ଆରୋରାଙ୍କ ପ୍ରେସ୍‌ମିଟ୍‌। ୪ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି। ଆସାମରେ ୩ ଟି ପର୍ଯ୍ୟାୟରେ ହେବ ମତଦାନ। ମାର୍ଚ୍ଚ ୨୭ ତାରିଖରେ ଆସାମରେ ହେବ ଭୋଟ। ଆସାମରେ ବିଧାନସଭା ନିର୍ବାଚନ ୩ ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟରେ ୪୭ଟି ଆସନ ପାଇଁ ହେବ ମତଦାନ। ତେବେ ଆସାମରେ ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ତାରିଖ ରହିଛି ମାର୍ଚ୍ଚ ୯। ନାମାଙ୍କନ ପତ୍ର ପ୍ରତ୍ୟାହାର କରିବା ତାରିଖ ରହିଛି ୧୨ ମାର୍ଚ୍ଚ। ନିର୍ବାଚନର ଫଳାଫଳ ମେ ୨ ରେ ଆସିବ।

ସେହିପରି ତାମିଲନାଡୁ ଏବଂ କେରଳରେ ଗୋଟିଏ ପର୍ଯ୍ୟାୟରେ ଭୋଟ୍ ହେବ। ୬ ଏପ୍ରିଲରେ ମତଦାନ ଅନୁଷ୍ଠିତ ହେବ। ମତଦାନ ପରେ ମେ ୨ରେ ଭୋଟ୍ ଗଣନା କରାଯିବ।

ସେପଟେ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀରେ ଗୋଟିଏ ପର୍ଯ୍ୟାୟରେ ହେବ ଭୋଟ୍ ଗ୍ରହଣ। ମାର୍ଚ୍ଚ ୧୯ରେ ନାମାଙ୍କନ ପତ୍ର ଦାଖଲ ଶେଷ ତାରିଖ ରହିଥିବା ବେଳେ ୨୨ ମାର୍ଚ୍ଚରେ ନାମାଙ୍କନ ପତ୍ର ପ୍ରତ୍ୟାହାର କରିପାରିବେ। ତେବେ ଏପ୍ରିଲ ୬ରେ ହେବ ନିର୍ବାଚନ। ମେ ୨ ରେ ନିର୍ବାଚନର ଫଳାଫଳ ବାହାରିବ।

ପଶ୍ଚିମବଙ୍ଗରେ ୮ ଟି ପର୍ଯ୍ୟାୟରେ ହେବ ମତଦାନ। ପ୍ରଥମ ପର୍ଯ୍ୟାୟରେ ମତଦାନ ମାର୍ଚ୍ଚ ୨୭ ରେ ବଙ୍ଗଳାରେ ଅନୁଷ୍ଠିତ ହେବ। ଦ୍ୱିତୀୟ ପର୍ଯ୍ୟାୟ ୩୦ଟି ଆସନ ପାଇଁ ୧ ଏପ୍ରିଲରେ ଅନୁଷ୍ଠିତ ହେବ। ତୃତୀୟ ପର୍ଯ୍ୟାୟ ୩୧ଟି ଆସନ ପାଇଁ ଏପ୍ରିଲ ୬, ଚତୁର୍ଥ ପର୍ଯ୍ୟାୟ ୪୪ଟି ଆସନ ପାଇଁ ୧୦ ଏପ୍ରିଲରେ, ପଞ୍ଚମ ପର୍ଯ୍ୟାୟ ୪୫ଟି ଆସନ ପାଇଁ ୧୭ ଏପ୍ରିଲରେ, ଷଷ୍ଠ ପର୍ଯ୍ୟାୟ ୪୩ଟି ଆସନ ପାଇଁ ୨୨ ଏପ୍ରିଲରେ, ସପ୍ତମ ପର୍ଯ୍ୟାୟ ୩୬ଟି ଆସନ ପାଇଁ ୨୬ ଏପ୍ରିଲରେ, ଅଷ୍ଠମ ପ୍ରର୍ଯ୍ୟାୟ ୩୫ଟି ଆସନ ପାଇଁ ୨୯ ଏପ୍ରିଲରେ ହେବ ନିର୍ବାଚନ।

ପାକିସ୍ତାନରେ ଦ୍ୱିତୀୟ ଐଶ୍ୱର୍ଯ୍ୟା

ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ନୂଆ ଘଟଣା ଭାଇରାଲ ହୁଏ । ତା ମଧ୍ୟରୁ ବଲିଉଡ ଷ୍ଟାରଙ୍କୁ ନେଇ ଅଧିକ ଚର୍ଚ୍ଚା । ନିକଟରେ ଚର୍ଚ୍ଚା ସାଉଁଟିଛନ୍ତି ଐଶ୍ୱର୍ଯ୍ୟା ରାୟ । ଏଭଳି ଏକ ଯୁବତୀଙ୍କ ଫଟୋ ଭାଇରାଲ ହେଉଛି ଯିଏ ଅବିକଳ ବଲିଉଡ ସୁନ୍ଦରୀ ଐଶ୍ୱର୍ଯ୍ୟାଙ୍କ ଭଳି ଦେଖା ଯାଉଛନ୍ତି ।
ଚଳିତ ଦିନରେ ପାକିସ୍ତାନର ବ୍ଲଗର ଆମନା ଇମ୍ରାନଙ୍କ ଇଂଷ୍ଟାଗ୍ରାମ ଉପରେ ସମସ୍ତଙ୍କ ନଜର । ଏହାକୁ ନେଇ ଖୁବ୍‌ଚର୍ଚ୍ଚା ଜାରି ରହିଛି । ଏହି ଯୁବତୀ ଦେଖିବାକୁ ଠିକ୍‌ଐଶ୍ୱର୍ଯ୍ୟାଙ୍କ ଭଳି । ତେବେ ଏହା ଐଶ୍ୱର୍ଯ୍ୟାଙ୍କ ପାଇଁ କିଛି ନୂଆ ନୁହେଁ । କାରଣ ପୂର୍ବରୁ ସ୍ନେହା ଉଲାଲ ଐଶ୍ୱର୍ଯ୍ୟାଙ୍କ ଭଳି ଦେଖା ଯାଉଥିବା କୁହାଯାଉଥିଲା ଏବଂ ଏହାକୁ ନେଇ ଖୁବ୍‌ ଚର୍ଚ୍ଚା ମଧ୍ୟ ହେଉଥିଲା

ସବୁଠାରୁ ଖାସ୍‌କଥା ହେଉଛି ଆମନାଙ୍କ ଇଂଷ୍ଟାଗ୍ରାମ ଆକାଉଣ୍ଟର ଫଟୋ ଓ ଭିଡ଼ିଓ ଦେଖିଲେ ଜଣାପଡ଼ୁଛି ସେ ଐଶ୍ୱର୍ଯ୍ୟାଙ୍କୁ କପି କରୁଛନ୍ତି । କେହିକେହି ତ ତାଙ୍କ ଫଟୋ ଦେଖିବା ପରେ ଧୋକା ପାଇଛନ୍ତି । ଅନେକ ତାଙ୍କର କିଛି ଫଟୋ ଦେଖି ତାଙ୍କୁ ଐଶ୍ୱର୍ଯ୍ୟା ଭାବି ନେଇଛନ୍ତି ।
ତେବେ ଅଢେଇ ହଜାର ଫ୍ୟାନ ଫଲୋଇଙ୍ଗ୍‌ଥିବା ଆମନାଙ୍କ ଫ୍ୟାନ୍‌ଏବେ ଖୁବ ବଢିବାରେ ଲାଗିଛନ୍ତି ।

’ଯୋଗ୍ୟତା ଭିତ୍ତିରେ ANMଙ୍କୁ ମିଳିବ ନିଯୁକ୍ତି’

0

ଭୁବନେଶ୍ୱର: ANMଙ୍କ ଆନ୍ଦୋଳନ ପ୍ରସଙ୍ଗରେ ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ବିବୃତି ରଖିଛନ୍ତି । ଏଏନ୍‌ଏମମାନଙ୍କୁ ଯୋଗ୍ୟତା ଭିତ୍ତିରେ ନିଯୁକ୍ତି ଦିଆଯିବ। ରାଜ୍ୟରେ 1 ହଜାର 99 ANM ପଦବୀ ଖାଲି ଅଛି। କରୋନା ସମୟରେ ଏଏନ୍‌ଏମ୍‌ମାନଙ୍କୁ ସର୍ତ୍ତାବଳୀ ଅନୁସାରେ ରାଜ୍ୟ ସରକାର ନିଯୁକ୍ତି ଦେଇଥିଲେ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି ।

ଅନ୍ୟପକ୍ଷରେ ଶୁକ୍ରବାର ଗୃହର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ବେଆଇନ ବାଲି ଚାଲାଣ ନେଇ ଉଦ୍‌ବେଗ ପ୍ରକାଶ ପାଇଛି । ରାଜ୍ୟରେ ନୂଆ ବାଲିନୀତି ଆଣିବାକୁ ଦାବି କରାଯାଇଛି । ୨୦୧୮ରେ ଆସିଥିବା ବାଲି ନୀତିକୁ କାହିଁକି ଏଯାଏଁ କାର୍ଯ୍ୟକାରୀ କରାଯାଉନି, ସେନେଇ ବିଜେପି ଓ କଂଗ୍ରେସ ବିଧାୟକମାନେ ରାଜସ୍ବ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ । ଏହି ପ୍ରସଙ୍ଗରେ ବାଚସ୍ପତି ମଧ୍ୟ ଉଦ୍‌ବେଗ ପ୍ରକାଶ କରିଥିଲେ । ବାଚସ୍ପତିଙ୍କ ନିଜ ନିର୍ବାଚନମଣ୍ଡଳୀରୁ ଆନ୍ଧ୍ରକୁ ବାଲି ଚାଲାଣ ହେଉଛି। କାହିଁକି ତିନି ବର୍ଷ ହେଲା ବାଲି ନୀତି କାର୍ଯ୍ୟକାରୀ ହେଉନି ବୋଲି ମନ୍ତ୍ରୀଙ୍କୁ ବାଚସ୍ପତି ପ୍ରଶ୍ନ କରିଥିଲେ । ଏ ପ୍ରସଙ୍ଗରେ ମନ୍ତ୍ରୀ ଉତ୍ତର ରଖିଛନ୍ତି । ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି କହିଛନ୍ତି, ବିଦେଶକୁ ବାଲି ଚାଲାଣ ହେଉନାହିଁ । ବିଭିନ୍ନ ସମୟରେ ଦୁଇ ତିନିଟି ରାଜ୍ୟକୁ ଆମେ ବାଲି ଦେଉଛୁ । 144ଟି ତହସିଲକୁ ସମ୍ବେଦନଶୀଳ ଭାବେ ଘୋଷଣା କରାଯାଇଛି। ସେଠାରେ ଅତିରିକ୍ତ ଆରଆଇ ଓ ଅମିନ ନିଯୁକ୍ତି କରାଯାଇଛି। ସେମାନେ ଆଇନ ଅନୁଯାୟୀ ବେଆଇନ କାମ କରୁଥିବା ବ୍ୟକ୍ତିବିଶେଷଙ୍କୁ ଗିରଫ କରିପାରିବେ । ବାଲି ବାବଦରେ ରାଜ୍ୟ ସରକାର 1500 କୋଟି ଟଙ୍କା ରାଜସ୍ବ ପାଉଛନ୍ତି । ତେବେ ଓଡ଼ିଶା ବାଲି ଚାଲାଣ ବାବଦରେ 5ହାଜର କୋଟି ଟଙ୍କା ରାଜସ୍ବ ହରାଉଛି ବୋଲି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଅଭିଯୋଗ କରିଛନ୍ତି ।  ସେହିପରି ଅନ୍ୟଏକ ପ୍ରଶ୍ନର ଉତ୍ତରରେ ଶକ୍ତିମନ୍ତ୍ରୀ କହିଛନ୍ତି, ବିଦ୍ୟୁତ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ବଳକା ରାଜ୍ୟ । ବିଧାୟକ ଅମର ଶତପଥୀଙ୍କ ପ୍ରଶ୍ନରେ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏହି ଉତ୍ତର ରଖିଛନ୍ତି । ରାଜ୍ୟରେ ୧ ହଜାର ୫୫୯ ମେଗାୱାଟର ବିଦ୍ୟୁତ ବଳକା ରହୁଛି । ଶକ୍ତିମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ଏହି ଉତ୍ତର ଦେଇଛନ୍ତି ।… ସେପଟେ ଗୃହର ମଧ୍ୟଭାଗରେ ଧାରଣାରେ ବସିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ଧାନ ମଣ୍ଡି ପ୍ରସଙ୍ଗରେ ମନ୍ତ୍ରୀଙ୍କ ବିବୃତି ଦାବିରେ ନରସିଂହ ମିଶ୍ର ଧାରଣା ଦେଇଥିଲେ । କଂଗ୍ରେସର ଅନ୍ୟ ବିଧାୟକମାନେ ମଧ୍ୟ ଧାରଣାରେ ବସିଥିଲେ ।

ଆଜିଠୁ ରେଳ ଷ୍ଟେସନ୍‌ରେ ସ୍କ୍ରିନିଂ ଡେକ୍ସ: ଲକ୍ଷଣ ଥିଲେ ତତ୍‌କ୍ଷଣାତ ଆଣ୍ଟିଜେନ୍ ଟେଷ୍ଟ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ  ମହାରାଷ୍ଟ୍ର, କେରଳ, ତେଲେଙ୍ଗାନା, ଛତିଶଗଡ଼, ପଶ୍ଚିମବଙ୍ଗ, ପଞ୍ଜାବ, ଦିଲ୍ଲୀ, ଚଣ୍ଡୀଗଡ଼, ମଧ୍ୟପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକ ଓ ଆନ୍ଧ୍ର ପ୍ରଦେଶ ଭଳି ୧୨ଟି ରାଜ୍ୟରୁ ଓଡିଶା ଆସୁଥିବା ଲୋକଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯିବ । ପୂର୍ବରୁ ଆମେ ଏୟାରପୋର୍ଟରେ ସ୍କ୍ରିନିଂ ଡେକ୍ସ କରିଥିଲୁ।  ତେବେ ଆଜି ସଂନ୍ଧ୍ୟା ସୁଦ୍ଧା ଭୁବନେଶ୍ୱର ରେଳ ଷ୍ଟେସନରେ ୩ ରୁ ୪ ଟି ସ୍କ୍ରିନିଂ  ସେଣ୍ଟର କରାଯିବ। ଏହା ସହ ଗୋଟିଏ ଟେଷ୍ଟିଂ ସେଣ୍ଟର ମଧ୍ୟ କରାଯିବ। ଯେଉଁମାନଙ୍କର ଲକ୍ଷଣ ଦେଖାଯିବ ସଙ୍ଗେ ସଙ୍ଗେ ସେମାନଙ୍କର ଆଣ୍ଟିଜେନ୍ ଟେଷ୍ଟ ସେହିଠାରେ ହିଁ କରାଯିବ। ୧୨ଟି ରାଜ୍ୟରୁ ଆସୁଥିବା ସମସ୍ତ ଟ୍ରେନର ଯାତ୍ରୀମାନଙ୍କର ସ୍କ୍ରିନିଂ ବାଧ୍ୟତାମୂଳକ  କରାଯିବ। ରେଲୱେ ଷ୍ଟେସନର ଉଭୟ ଏଣ୍ଟ୍ରିଂ ଏବଂ ଏକଜିଟ୍ ଗେଟରେ କରାଯିବ ଏହି ସ୍କ୍ରିନିଂ ସେଣ୍ଟର। ତେବେ ବସ୍ ଷ୍ଟାଣ୍ଡରେ ସ୍କ୍ରିନିଂ ଡେକ୍ସ କରିବା ନେଇ ଏ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ହୋଇନାହିଁ। ତଥାପି ଆମେ ସେ ଉପରେ ବର୍ତ୍ତମାନ ଆଲୋଚନା ଜାରି ରଖିଛୁ। କାରଣ ପ୍ରତିଦିନ ଅନ୍ୟ ରାଜ୍ୟରୁ ବସ ଓଡିଶା ଆସୁଛି। ତେବେ ଆଲୋଚନା ଜାରି ରହିଛି ସେ ଦିଗରେ।

ଏଥିସହିତ ପଢ଼ନ୍ତୁ: ଆଜି ଅପରାହ୍ଣରେ ପିପିଲି ଉପ-ନିର୍ବାଚନ ତାରିଖ ଘୋଷଣା !

ଭିଜିଲାନ୍ସ ଜାଲରେ ଥାନା ବାବୁ: ଦଫା କୋହଳ କରିବାକୁ ନେଉଥିଲେ ଲାଞ୍ଚ

ଢ଼େଙ୍କାନାଳ: ଭିଜିଲାନ୍ସ ଜାଲରେ ଥାନା ବାବୁ । ୬ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଛନ୍ତି ନୀହଲ ପ୍ରସାଦ ଥାନା ଅଧିକାରୀ ଚିତରଞ୍ଜନ ବେହେରା । ମାମଲାରେ ଦଫା କୋହଳ ପାଇଁ ସେ ଅଇଁକି ସେଠୀଙ୍କ ଠାରୁ ୬ ହଜାର ଦାବି କରିଥିଲେ । ତେବେ ଅନ୍ୟଜଣଙ୍କ ମାଧ୍ୟମରେ ଲାଞ୍ଚ ନେବା ବେଳେ ତାଙ୍କୁ ଧରିଛି ଭିଜିଲାନ୍ସ ଟିମ  । ଢେଙ୍କାନାଳ ଓ କଟକର ଭିଜିଲାନ୍ସ ଟିମ ମିଳିତ ଭାବେ ଚଢାଉ କରି ତାଙ୍କୁ ଧରିଛନ୍ତି  ।

ଏଥିସହିତ ପଢ଼ନ୍ତୁ: ଆଜି ଅପରାହ୍ଣରେ ପିପିଲି ଉପ-ନିର୍ବାଚନ ତାରିଖ ଘୋଷଣା !

 

 

 

ଆଜି ଅପରାହ୍ଣରେ ପିପିଲି ଉପ-ନିର୍ବାଚନ ତାରିଖ ଘୋଷଣା !

ନୂଆଦିଲ୍ଲୀ: ଆଜି ପିପିଲି ବିଧାନସଭା ଆସନରେ ଉପ- ନିର୍ବାଚନ ନେଇ ତାରିଖ ଘୋଷଣା ହୋଇପାରେ । ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ଏହି ଆସନଟି ଖାଲି ପଡ଼ିଛି । ଶୁକ୍ରବାର ଅପରାହ୍ଣରେ ଭାରତ ନିର୍ବାଚନ ଆୟୋଗ  ୫ ରାଜ୍ୟରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିବେ । ଏଥିସହିତ ଖାଲି ପଡ଼ିଥିବା ବିଧାନସଭା ଆସନରେ ଉପ-ନିର୍ବାଚନ ଆୟୋଜନ ନେଇ ମଧ୍ୟ  ଘୋଷଣା କରାଯାଇପାରେ । । ତେବେ କମିଶନ ଆସାମ, କେରଳ, ତାମିଲନାଡ଼ୁ,  ପଶ୍ଚିମବଙ୍ଗ ଓ ପୁଡୁଚେରୀ ପାଇଁ ନିର୍ବାଚନ ତାରିଖ ଘୋଷଣା କରିବେ । ଏପ୍ରିଲ-ମେ’ ମଧ୍ୟରେ ଏହି ରାଜ୍ୟଗୁଡ଼ିକରେ ନିର୍ବାଚନ ଅନୁଷ୍ଠିତ ହେବା ନେଇ ଆଶା କରାଯାଉଛି । କରୋନା କାଳରେ ବିହାର ପରେ ପ୍ରଥମ ଥର ପାଇଁ ମିଳିତ ଭାବେ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ତେବେ ସମ୍ପ୍ରତି ଦେଶରେ କରୋନା ସଂକ୍ରମଣ ବଢ଼ୁଥିବା ନଜରକୁ ଆସିଥିବା ବେଳେ ଯେଉଁ ଗାଇଡଲାଇନ୍ ଜାରି କରାଯିବ ତାହାର କଡ଼ାକଡ଼ି ପାଳନ କରାଯିବର ଆବଶ୍ୟକତା ରହିଛି ।

ଗୋଟିଏ ଦିନରେ ଭୋଟ ଗଣନା ହେବା ସହ ମେ’ ୧ ପୂର୍ବରୁ ବିଧାନସଭା ଗଠନ ପ୍ରକ୍ରିୟା ଶେଷ ହେବ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି । ବିହାର ପରେ କରୋନା କାଳ ଭିତରେ ଏହି ୫ ରାଜ୍ୟରେ ନିର୍ବାଚନ ହେବାକୁ ଯାଉଛି ।

‘ଖୁବଶୀଘ୍ର ସ୍ୱତନ୍ତ୍ର ବାଲି ନୀତି ଆଣାଯିବ’

ଭୁବନେଶ୍ୱର: ଶୁକ୍ରବାର ଗୃହର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ବାଲି ପ୍ରସଂଗରେ ପ୍ରଶ୍ନର ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ ସୁଦାମ ମାରାଣ୍ଡି । ସେ କହିଛନ୍ତି ବିଦେଶକୁ ବାଲି ଚାଲାଣ ହେଉନାହିଁ । ବିଭିନ୍ନ ସମୟରେ ୨ରୁ ୩ଟି ରାଜ୍ୟକୁ ବାଲି ଦିଆଯାଉଛି । ୧୪୪ଟି ତହସିଲକୁ ସମ୍ବେଦନଶୀଳ ଭାବେ ଘୋଷଣା କରାଯାଇଛି। ସେଠାରେ ଅତିରିକ୍ତ RI ଓ ଅମିନ ନିଯୁକ୍ତି କରାଯାଇଛି। ସେମାନେ ଆଇନ ଅନୁଯାୟୀ ବେଆଇନ କାମ କରୁଥିବା ବ୍ୟକ୍ତିବିଶେଷଙ୍କୁ ଗିରଫ କରିପାରିବେ ବୋଲି ଗୃହରେ ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ । ଏଥିସହିତ ଖୁବଶୀଘ୍ର ବାଲିର ସ୍ୱତନ୍ତ୍ର ନୀତି ଅଣାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ତେବେ ଏହି ପ୍ରସଂଗରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ମଧ୍ୟ ଉଦବେଗ୍ ପ୍ରକାଶ କରିଛନ୍ତି । ବାଚସ୍ପତିଙ୍କ ନିଜ ନିର୍ବାଚନ ମଣ୍ଡଳୀରୁ ଆନ୍ଧ୍ରକୁ ବାଲି ଚାଲାଣ ହେଉଛି। କାହିଁକି ତିନି ବର୍ଷ ହେଲା ବାଲି ନୀତି କାର୍ଯ୍ୟକାରୀ କରାଯାଉନି ଏ ନେଇ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ବାଚସ୍ପତି।

ଅପରପକ୍ଷରେ ବାଲି ବାବଦରେ ୧୫୦୦ କୋଟି ରାଜ୍ୟ ସରକାର ରାଜସ୍ବ ପାଉଛନ୍ତି। କିନ୍ତୁ ୫୦୦୦ କୋଟି ରାଜସ୍ବ ହରାଉଥିବା କହିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି।

ବିଧାନସଭାରେ ଆଜି ବିଜେପି ଦେଇଥିବା ମୁଲତବି ପ୍ରସ୍ତାବ ଉପରେ ଆଲୋଚନା ହେବ । ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ନେଇ ବିଜେପି ମୁଲତବି ପ୍ରସ୍ତାବ ଦେଇଛି । ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଆଲୋଚନାର ଉତ୍ତର ରଖିବେ । ଅପରାହ୍ନରେ ୨୦୨୧-୨୨ ବର୍ଷର ବଜେଟ୍ ଉପରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି ।

୬ ମାଓ କ୍ୟାମ୍ପ ଧ୍ୱଂସ କଲେ ଯବାନ୍

0

ମାଲକାନଗିରି: ସୀମାନ୍ତରେ ଲାଲ୍ ବାହିନୀକୁ କଡା ଝଟକା । ୬ ମାଓ କ୍ୟାମ୍ପ ଧ୍ବଂସ କଲେ ଯବାନ୍ । ବିପୁଳ ପରିମାଣର ମାଓ ଅସ୍ତ୍ରଶସ୍ତ୍ର ଜବତ କଲେ ଡିଆରଜି ଯବାନ । ଗତକାଲି ଛତିଶଗଡ଼-ମହାରାଷ୍ଟ୍ର ସୀମାନ୍ତ ନାରାୟଣପୁର ଜିଲ୍ଲାରେ ଯବାନ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏଥିରେ ଜଣେ ଡିଆରଜି ଯବାନ ଆହତ ହୋଇଥିଲେ । ଯବାନଙ୍କ ପାଲଟା ଗୁଳିରେ ନକ୍ସଲମାନେ ଛତ୍ରଭଙ୍ଗ ଦେଇଥିଲେ । ଅବୁଝାମଡ କ୍ଷେତ୍ର ଅନ୍ତର୍ଗତ ଟେକମେଟା ଅଞ୍ଚଳରେ ଏହି ଅପରେସନ କରାଯାଇଥିଲା

ଏଥିସହିତ ପଢ଼ନ୍ତୁ: ସିର୍ଲା ପଞ୍ଚାୟତରେ ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ