spot_img
Home Blog Page 5950

ଲାଇଭ୍ ଟିଭି ଶୋ’ରେ ବିଜେପି ନେତାଙ୍କୁ ଚପଲ ମାଡ଼

ଲାଇଭ୍ ଟିଭି ଶୋ’ରେ ବିଜେପି ନେତାଙ୍କୁ ଚପଲ ମାଡ଼। କୌଣସି ପ୍ରସଙ୍ଗରେ ଡିବେଟ୍ ଚାଲିଥିବା ବେଳେ ଭାରତୀୟ ଜନତା ପାର୍ଟିର ନେତା ତଥା ଆନ୍ଧ୍ରପ୍ରଦେଶର ମହାସଚିବ ବିଷ୍ଣୁବର୍ଦ୍ଧନ ରେଡ୍ଡୀଙ୍କୁ ହଟହଟା ହେବାକୁ କଡ଼ିଛି। ଏକ ତେଲୁଗୁ ଚ୍ୟାନେଲ ପକ୍ଷରୁ ଡିବେଟ୍‌ ଚାଲିଥିବା ବେଳେ ବିଷ୍ଣୁବର୍ଦ୍ଧନଙ୍କୁ ଚପଲରେ ମାରିଛନ୍ତି ଅନ୍ୟଜଣେ ନେତା।

ଡିବେଟ୍ ପ୍ରୋଗ୍ରାମରେ ବିଜେପି ମହାସଚିବ ବିଷ୍ଣୁବର୍ଦ୍ଧନ ଓ ଅମରାବତୀ ଜଏଣ୍ଟ ଆକ୍ସନ କମିଟି ସଦସ୍ୟ କେ. ଶ୍ରୀନିବାସ ରାୟ ଭାଗ ନେଇଥିଲେ। ଡିବେଟ୍ ଚାଲିଥିବା ବେଳେ ଦୁହିଁଙ୍କ ମଧ୍ୟରେ ଖୁବ୍‌ ଜୋର୍‌ରେ ଯୁକ୍ତିତର୍କ ହୋଇଥିଲା। ଫଳରେ ଶ୍ରୀନିବାସ ବିଜେପି ନେତା ବିଷ୍ଣୁବର୍ଦ୍ଧନଙ୍କୁ ଚପଲରେ ପିଟି ଦେଇଥିଲେ। ବିଜେପି ପ୍ରଦେଶ ଅଧ୍ୟକ୍ଷ ସୋମୁ ବିରରାଜୁଙ୍କ ସମେତ ବହୁ ବଡ଼ ବଡ଼ ନେତା ଏହି ଘଟଣାକୁ ତୀବ୍ର ନିନ୍ଦା କରିବା ସହ ଶ୍ରୀନିବାସ କ୍ଷମା ପ୍ରାର୍ଥନା କରିବାକୁ ଦାବି କରିଛନ୍ତି।

ଆଗ୍ରା-ଦିଲ୍ଲୀ ଯମୁନା ଏକ୍ସପ୍ରେସ୍‌ ୱେରେ ମର୍ମନ୍ତୁଦ ଦୁର୍ଘଟଣା, ଦୁର୍ଘଟଣାରେ ୭ ମୃତ

ଉତ୍ତର ପ୍ରଦେଶର ଆଗ୍ରା-ଦିଲ୍ଲୀ ଯମୁନା ଏକ୍ସପ୍ରେସ ୱେରେ ମର୍ମନ୍ତୁଦ ଦୁର୍ଘଟଣା। ଭାରସାମ୍ୟ ହରାଇ ଇନୋଭାକୁ ଧକ୍କା ଦେଲା ଟ୍ୟାଙ୍କର। ଦୁର୍ଘଟଣାରେ ଇନୋଭାରେ ଥିବା ସମସ୍ତ ୭ ଜଣଙ୍କ ମୃତ୍ୟୁ ହୋଇଛି। ବିଳମ୍ବିତ ରାତିରେ ମଥୁରା-ଆଲିଗଡ଼ ସୀମା ମାଇଲ ଷ୍ଟୋନ ୬୮ ନିକଟରେ ଏକ ଦ୍ରୁତଗାମୀ ଟ୍ୟାଙ୍କର ନିୟନ୍ତ୍ରଣ ହରାଇ ଇନୋଭା କାରକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ କାରରେ ଥିବା ସମସ୍ତ ୭ ଜଣଙ୍କ ମୃତ୍ୟୁ ହୋଇଥିଲା। ମୃତକମାନେ ହରିୟାଣାର ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଜଣ ମହିଳା ଅଛନ୍ତି। ସୂଚନା ଅନୁସାରେ, ନୋଏଡା ଅଭିମୁଖେ ଯାଉଥିବା ଟ୍ୟାଙ୍କର ନିୟନ୍ତ୍ରଣ ହରାଇ ପ୍ରଥମେ ଡିଭାଡରକୁ ପିଟିଥିଲା। ପରେ ଇନୋଭାକୁ ଧକ୍କା ଦେବାରୁ ଇନୋଭାଟି ଓଲଟି ପଡ଼ିଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଶ୍ରୀମନ୍ଦିରରେ ଭକ୍ତଙ୍କ ସୁବିଧା ପାଇଁ ପ୍ରତି ସପ୍ତାହରେ ବସିବ ସମୀକ୍ଷା ବୈଠକ

ପୁରୀ: ଏଣିକି ଭକ୍ତଙ୍କ ସୁବିଧା ପାଇଁ ସପ୍ତାହର ପ୍ରତି ମଙ୍ଗଳବାର ବସିବ ସମୀକ୍ଷା ବୈଠକ। ଏନେଇ ନିଷ୍ପତ୍ତି ଦୋଇଥିବା ବେଳେ ଆଜି ବସିବାକୁ ଯାଉଛି ପ୍ରାଥମିକ ବୈଠକ। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବସିବ ସମୀକ୍ଷା ବୈଠକ। କୌଣସି ମଙ୍ଗଳବାର ସରକାରୀ ଛୁଟି ପଡ଼ିଲେ ପରବର୍ତୀ କାର୍ଯ୍ୟ ଦିବସରେ ଏହି ବୈଠକ କରାଯିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୋଟିସ ଜାରି କରାଯାଇଛି।   ଶ୍ରୀମନ୍ଦିର ଭିତର ଓ ବାହାର ଭିତିଭୂମି ସାଙ୍ଗକୁ ବିଭିନ୍ନ ପ୍ରସଙ୍ଗ ଉପରେ ସମୀକ୍ଷା କରାଯିବ। ଶ୍ରୀମନ୍ଦିର ଭିତର ମରାମତି, ପୁନଃରୁଦ୍ଧାର କାର୍ଯ୍ୟ, ମନ୍ଦିର ପରିସରକୁ ସ୍ଵଛ ଓ ପରିଷ୍କାର, ବିଭିନ୍ନ ସ୍ଥାନକୁ ଜଳଯୋଗାଣ, ପାନୀୟ ଜଳ ସୁବିଧା, ବୈଦ୍ୟୁତିକ ସରଞ୍ଜାମ, ଆଲୋକୀକରଣ ମେଘନାଦ ପ୍ରାଚୀର ଚତୁର୍ପାଶ୍ୱ ସଫା, ଜୋତା,ମୋବାଇଲ ଏବଂ ଲଗେଜ ଷ୍ଟାଣ୍ଡର ସୁପରିଚାଳନା, ଶୌଚାଳୟ,ସମସ୍ଥ ସ୍ଥାନକୁ ସାନିଟାଈଜ ଓ ତୀର୍ଥ ପୁଷ୍କରିଣୀର ଉର୍ନତିକରଣ ଭଳି ଅନେକ କାର୍ଯ୍ୟର ସମୀକ୍ଷା କରାଯିବ। ଯଦି କେଉଁଠି ତ୍ରୁଟି କି ମରାମତିର ଆବଶ୍ୟକତା ଥାଏ ତେବେ ତୁରନ୍ତ ଏହାର ସମାଧାନ କରାଯିବ। ଗତକାଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନିର୍ଦେଶରେ ଏହି ନିଷ୍ପତି ନିଆଯାଇଥିଲା। ଚଳିତ ସପ୍ତାହରେ ଆଜି ଏହି ବୈଠକ ବସିବାକୁ ସ୍ଥିର ହୋଇଛି।

ନିଶାସକ୍ତ ଅବସ୍ଥାରେ ସିରିଜ ଦୁର୍ଘଟଣା କଲେ ୨ ଯୁବକ

ଭୁବନେଶ୍ୱର: ରାଜଧାନୀରେ ସିରିଜ୍ ଦୁର୍ଘଟଣା। ସିଆରପି ଓଭରବ୍ରିଜ୍‌ ଉପରେ କାରର ସିରିଜ୍ ଦୁର୍ଘଟଣା ଘଟିଛି। ନିଶାସକ୍ତ ଅବସ୍ଥାରେ ୪ଟି କାରକୁ ପିଟିଲେ ୨ଯୁବକ। ଗୋଟିଏ ପରେ ଗୋଟିଏ ଗାଡ଼ିକୁ ପିଟି ଚାଲିଥିଲେ। ଭୀଷଣ ଭାବେ ୪ଟି ଯାକ କାର କ୍ଷତିଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି।

ସବୁଠାରୁ ବଡ଼ କଥା ହେଉଛି ଏଥିରେ କାହାରି ମୃତ୍ୟୁ ହୋଇନାହିଁ। ରାସ୍ତା ଉପରେ ଆରଟିଆଇ ଗାଡ଼ି ସାଇଜ କରୁଥିବା ସମୟରେ ହୋଇଛି ଦୁର୍ଘଟଣା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଗାଡ଼ି ଗୁଡ଼ିକ ପୁରା ନଷ୍ଟ ହୋଇଯାଇଛି। ତେବେ ଦୁର୍ଘଟଣା କରିଥିବା ୨ ଜଣ ଯୁବକଙ୍କୁ ପୋଲିସ ଅଟକ ରଖିଛି।

୧୮ ମେରୁ ୧୨ ଜୁନ୍ ଯାଏଁ ହେବ ଯ଼ୁକ୍ତ ଦୁଇ ପରୀକ୍ଷା

ଭୁବନେଶ୍ୱର: ୧୮ ମେରୁ ୧୨ ଜୁନ୍ ଯାଏଁ ହେବ ଯ଼ୁକ୍ତ ଦୁଇ ପରୀକ୍ଷା। ୨୮ ମେରୁ ଧନ୍ଦାମୂଳକ ପରୀକ୍ଷା ହେବ। ପ୍ରଥମ ଦିନ ହେବ ଫିଜିକ୍ସ ପରୀକ୍ଷା। ସୂଚନା ଦେଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସୀମର ଦାସ। ତେବେ ରାଜ୍ୟ କରୋନା ପ୍ରଭାବ ଧିରେ ଧିରେ କମିବା ସହ ଏବେ ଗ୍ରୀନ୍‌ ଜୋନରେ ରାଜ୍ୟ ପରିଣତ ହୋଇଛି। ସେଥିପାଇଁ ରାଜ୍ୟରେ ଅଧିକରୁ ଅଧିକ ସ୍କୁଲ କଲେଜ ଖୋଲିଲାଣି। ରାଜ୍ୟ ସରକାରଙ୍କର ବଳିଷ୍ଟ ଉଦ୍ୟମ ପାଇଁ ଏଭଳି ସମ୍ଭବ ହୋଇପାରିଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଥା ଦେଇଥିଲେ କରୋନା ପରିସ୍ଥିତିରେ କୌଣସି ପିଲାର ପାଠ ପଢ଼ାରେ ଅବହେଳା ହେବନାହିଁ। ସେଥିପାଇଁ ପୂର୍ବରୁ ମଧ୍ୟ ଉନ୍ନତରୁ ଉନ୍ନତ ମାନର ପଦକ୍ଷେପ ନେଇଛନ୍ତି। କରୋନା ସମୟରେ ଅର୍ଥବ୍ୟବସ୍ଥା ଏବଂ ଶିକ୍ଷା ବ୍ୟବସ୍ଥା ମାଡ଼ ଖାଇଥିଲେ ମଧ୍ୟ ପିଲାଙ୍କର ଯେମିତି କୌଣସି ପ୍ରକାରର କ୍ଷତି ହେବନାହିଁ ସେଥିପାଇଁ ପଦକ୍ଷେପ ନେଇଥିଲେ ରାଜ୍ୟ ସରକାର ।

ଚାଳିଶ ବାଟିଆରେ ଚାଲିଛି ପଞ୍ଚାୟତ ଉପନିର୍ବାଚନ ପାଇଁ ମତଦାନ

ପୁରୀ: ପୁରୀ ଜିଲ୍ଲା ସଦରବ୍ଲକର ଚାଳିଶ ବାଟିଆରେ ଚାଲିଛି ପଞ୍ଚାୟତ ଉପନିର୍ବାଚନ ପାଇଁ ମତଦାନ। ସରପଞ୍ଚ ବାଛୁଛନ୍ତି ଚାଳିଶି ବାଟିଆ ପଞ୍ଚାୟତ ବାସିନ୍ଦା। ୩ ପ୍ରମୁଖ ପ୍ରତିଦ୍ୱନ୍ଦୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ୬ହଜାରରୁ ଅଧିକ ଭୋଟର। କୋଭିଡ ନିୟମାନୁଯାୟୀ ମୋଟ ୧୮ ଟି ବୁଥରେ ଚାଲିଛି ମତଦାନ। ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ କରିବା ପାଇଁ ସବୁ ବୁଥରେ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି।

ଚାଳିଶିବାଟିଆର ପୂର୍ବତନ ସରପଞ୍ଚ ବିଦୁଲତା ପଣ୍ଡାଙ୍କ ବିରୋଧରେ ତିନିଟି ସନ୍ତାନ ଥିବା ଅଭିଯୋଗ ପରେ ତାଙ୍କୁ ସରପଞ୍ଚ ପଦ ହରାଇବାକୁ ପଡ଼ିଥିଲା। ଏହାପରେ ଘୋଷଣା ହୋଇଥିଲା ଉପନିର୍ବାଚନ ତାରିଖ। ନିର୍ବାଚନ ରଣକ୍ଷେତ୍ରକୁ ଓହ୍ଲାଇଛନ୍ତି ୩ ମହିଳା ପ୍ରାର୍ଥୀ। ମନ୍ଦାକିନି ଦାସଙ୍କୁ ମାଛ ଚିହ୍ନ ମିଳିଥିବାବେଳେ କଲ୍ୟାଣୀ ମାଛୁଆ ଖୋଲା ବହି ଚିହ୍ନରେ ଲଢୁଛନ୍ତି  ନିର୍ବାଚନ। ସେହିପରି ଅନ୍ୟତମ ପ୍ରମୁଖ ପ୍ରାର୍ଥୀ ରଞ୍ଜୁଲତା ସ୍ବାଇଁ । ରଂଜୁଲତା ସୂର୍ଯ୍ୟ ଚିହ୍ନରେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ଆସନ୍ତା ୨୬ ତାରିଖରେ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ।

ବାଇକ୍‌କୁ ପଛପଟୁ ପିଟିଲା ଡମ୍ଫର, ଘଟଣା ସ୍ଥଳରେ ୨ ଜଣଙ୍କର ମୃତ୍ୟୁ

ରାଉରକେଲା: ରାଉରକେଲା ପାନପୋଷ ନିକଟରେ ଦୁର୍ଘଟଣା। ଡମ୍ପର ଦୁର୍ଘଟଣାରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ପରିଚୟ ଅସ୍ପଷ୍ଟ ଥିବା ବେଳେ, ରାଉରକେଲା ସରକାରୀ ଡାକ୍ତରଖାନାରେ ମୃତଦେହକୁ ରଖାଯାଇଛି। ସୂଚନା ଅନୁସାରେ, ଦୃତ ଗତିରେ ଆସୁଥିବା ଟ୍ୟାଙ୍କର ବାଇକକୁ ଧକ୍କା ଦେବାରୁ ଦୁର୍ଘଟଣାରେ ଦୁଇ ବାଇକ ଆରୋହୀ ମୃତ୍ୟୁ ହୋଇଛି।

ମୃତକଙ୍କ ମଧ୍ୟରେ ଜଣେ ଯୁବକ ଓ ଜଣେ ଯୁବତୀ ଥିବା ବେଳେ, ସେମାନଙ୍କ ପରିଚୟ ଜଣାପଡିନାହିଁ। ମୃତଦେହକୁ ରାଉରକେଲା ସରକାରୀ ଡାକ୍ତରଖାନାର ବ୍ୟବଚ୍ଛେଦ ରୁମରେ ରଖାଯାଇଛି। ସୁଚନା ପାଇ ରଘୁନାଥପାଲି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପୋଲିସ ଦୁର୍ଘଟଣା ଘଟାଇଥିବା ଟ୍ୟାଙ୍କରକୁ ଜବତ କରିବା ସହ ଡ୍ରାଇଭରକୁ ଥାନାରେ ଅଟକ ରଖିଛି।

ସାଂସଦ ଅପରାଜିତାଙ୍କୁ ପ୍ରଶ୍ନବାଣରେ ଘାଇଲା କଲେ ମନ୍ତ୍ରୀ ଅଶୋକ ପଣ୍ଡା

ଭୁବନେଶ୍ୱର: ଅପରାଜିତାଙ୍କୁ ଅଶୋକ ପଣ୍ଡାଙ୍କ ଚାରି ପ୍ରଶ୍ନ। ଭୁବନେଶ୍ବର ବିଜେପି ସାଂସଦ ଅପରାଜିତାଙ୍କୁ ପ୍ରଶ୍ନବାଣରେ ଘାଇଲା କଲେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ମନ୍ତ୍ରୀ ଅଶୋକ ପଣ୍ଡା। ସଂସଦରେ ସବୁ ସାଂସଦ ଉଠାଉଛନ୍ତି ନିଜ ଅଂଚଳର ସମସ୍ୟା। ସଂସଦରେ ସୁଯୋଗ ଥାଇ ବି କାହିଁକି ବାଇ ଲ ପ୍ରସଙ୍ଗ ଉଠାଇବାର ସୁଯୋଗ ହାତଛଡା କଲେ ଅପରାଜିତା  । ବାଇ ଲ ପ୍ରତ୍ୟାହାର ପାଇଁ ବିଜେଡି ବିଜେପି  କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଭେଟିଲେ।

କିନ୍ତୁ ବିଜେପିର ଯେଉଁ ଟିମ୍ ମନ୍ତ୍ରୀଙ୍କୁ ଭେଟିଥିଲା ସେଥିରେ କାହିଁକି ନଥିଲେ ଅପରାଜିତା। ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ମନ୍ତ୍ରୀ ବିଜେଡି ସାଂସଦ ସଂସଦୀୟ ବ୍ୟପାର ମନ୍ତ୍ରୀଙ୍କୁ ଭେଟିଲେ। ସଂସଦୀୟ ବ୍ୟାପାର ମନ୍ତ୍ରୀ ଭୁବନେଶ୍ୱର ସାଂସଦଙ୍କୁ ଡ଼ାକିବା ପାଇଁ କହିଥିଲେ। ସାଂସଦ ଅନୁଭବ ମହାନ୍ତି ଯାଇଥିଲେ ସେଠାରେ ଭୁବନେଶ୍ୱର ସାଂସଦ ତାଙ୍କୁ କହିଥିଲେ ମୁଁ ଯାହା କହିବି ପାର୍ଟିରେ କହିବି ସରକାରଙ୍କ ଆଗରେ କହିବି ନାହିଁ। ଏହା ଯଦି ସତ, ତେବେ ମନ୍ତ୍ରୀ ଡ଼ାକିବା ପରେ ନଯିବା ଗଣତନ୍ତ୍ର ପ୍ରକ୍ରିୟାରେ ବ୍ୟତିକ୍ରମ ନୁହେଁ କି।

ଏନ ଏମ ଏ ପାଇଁ ଭାରପ୍ରାପ୍ତ ଅଧିକାରୀ ରାଜ୍ୟ ସଂସ୍କୃତି ବିଭାଗର ନିର୍ଦେଶକ ନୁହନ୍ତି। ଆର୍ଟିକିଲ ୨୦ C ଅନୁଯାୟୀ ଭାରପ୍ରାପ୍ତ ଅଧିକାରୀ ହେଉଛନ୍ତି ଏଏସଆଇ କଲିକତାର ରିଜିଓନାଲ ଡାଇରେକ୍ଟର। କାହିଁକି ଲୋକପ୍ରତିନିଧି କହି ବୁଲୁଛନ୍ତି ରାଜ୍ୟ ସରକାର ଅବହେଳା କରିଛନ୍ତି। ରାଜ୍ୟ ସରକାରଙ୍କ ଉପରେ ଦୋଷ ଲଦି ଲୋକଙ୍କୁ ବିଭ୍ରାନ୍ତି କରୁଛନ୍ତି ଅପରାଜିତା ଷଡ଼ଙ୍ଗୀ।

ଦିବ୍ୟାଙ୍ଗଙ୍କୁ ବିବାହ କଲେ ୫୦ ହଜାର ପରିବର୍ତ୍ତେ ମିଳିବ ୨ ଲକ୍ଷ ୫୦ ହଜାର ଟଙ୍କା

ଭୁବନେଶ୍ୱର: ଏଣିକି ଦିବ୍ୟାଙ୍ଗଙ୍କୁ ବିବାହ କଲେ ୫୦ ହଜାର ପରିବର୍ତ୍ତେ ଦୁଇ ଲକ୍ଷ ପଚାଶ ହଜାର ଟଙ୍କା। ଏହି ପଦକ୍ଷେପ ଦିବ୍ୟାଙ୍ଗ ଭାଇ ମାନଙ୍କୁ ମାନସିକ ସ୍ଥିତିକୁ ଆହୁରି ମଜଭୁତ କରିବ । ପୂର୍ବରୁ ଏଥିପାଇଁ  ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦିଆଯାଇଥିଲା, ଯାହାକୁ ଏବେ ମଞ୍ଜୁର କରିଛନ୍ତି ସରକାର । ଦିବ୍ୟାଙ୍ଗଙ୍କୁ ସାମାଜିକ କ୍ଷେତ୍ରରେ ମଝଭୁତ କରିବାକୁ ବିଭାଗ ଏହି  ପଦକ୍ଷେପ ନେଉଛି । ଭିନ୍ନକ୍ଷମ ଭାଇଙ୍କ ପାଇଁ ଏ ପଦକ୍ଷେପ ଏକ ଯୁଗାନ୍ତକାରୀ ପଦକ୍ଷେପ ।

ଏ ନିୟମ ଦ୍ୱାରା ବିଭିନ୍ନ ଫେଜରେ ତାଙ୍କ ପାଖକୁ ଟଙ୍କା ଆସିବ । ଏଥିପାଇଁ ତାଙ୍କର ଉପଯୁକ୍ତ ସାର୍ଟିଫିକେଟ ଥିବା ଆବଶ୍ୟକ। ଏହି ପ୍ରସଙ୍ଗରେ ପ୍ରତିକ୍ରିଯା ରଖିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା  ପୂର୍ବରୁ ଅନୁସୂଚିତ ଜାତି ଓ ଜନଜାତିଙ୍କ କ୍ଷେତ୍ରରେ ଏହି ବ୍ୟବସ୍ଥା ଥିଲା। ଏଣୁ ଅନୁରୂପ ବ୍ୟବସ୍ଥା ଭିନ୍ନକ୍ଷମଙ୍କ ପାଇଁ ଲାଗୁ କରିବାକୁ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ଉକ୍ତ ପ୍ରସ୍ତାବକୁ ଗ୍ରାହଣ କରି ଗୃହରେ ଘୋଷଣା କରିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସାଧୁବାଦ ଜଣାଇଛନ୍ତି ବିଭାଗୀୟ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା।

ଗୃହରେ ଉଠିଲା ସ୍ବାମିନାଥନ କମିଟି ରିପୋର୍ଟ ଲାଗୁ ପ୍ରସଙ୍ଗ

ଭୁବନେଶ୍ୱର: ଷୋଡ଼ଷ ବିଦାନସଭାର ଆଜି ହେଉଛି ତୃତୀୟ ଅଧିବେଶନ। ଗୃହ ଆରମ୍ଭରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକପ୍ରସ୍ତାବ ଆଗତ କରିଥିଲେ। ପୂର୍ବତନ ବିଧାୟକ ସ୍ବର୍ଗତ ବିମଳ ଲୋଚନା ଦାସ ଓ ୬୦୩ ଇଏମଇ ବାଟାଲିଅନର ପୂର୍ବତନ ଲାନ୍ସ ନାଏକ ସ୍ବର୍ଗତ ଶଶାଙ୍କ ଶେଖର ସାମଲଙ୍କ ପରଲୋକରେ ଗୃହରେ ଶୋକପ୍ରାସ୍ତାବ ଆଗତ ହୋଇଥିଲା। ପ୍ରସ୍ତାବରେ ପ୍ରଦୀପ୍ତ ନାୟକ, ସନ୍ତୋଷ ସିଂ ସାଲୁଜା ବକ୍ତବ୍ୟ ଦେବା ସହ ସହମତି ପ୍ରକାଶ କରି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ। ଏହାପରେ ଏକମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ।

ସେପଟେ ଗୃହରେ ଉଠିଲା ସ୍ବାମିନାଥନ କମିଟି ରିପୋର୍ଟ ଲାଗୁ ପ୍ରସଙ୍ଗ। କୃଷି ମନ୍ତ୍ରୀ ଅରୁଣ ସାହୁ ଗୃହରେ ଏହି ପ୍ରସଙ୍ଗ ଉଠାଇଛନ୍ତି। ଏହା ଲାଗୁ ହେଲେ ଚାଷୀ ଉପକୃତ ହେବେ। ଏମଏସପି ପ୍ରସଙ୍ଗରେ ବିଜେଡି ବିଧାୟକ ଅମର ଶତପଥୀଙ୍କ ପ୍ରଶ୍ନର ଉତ୍ତରରେ ୨୦୧୭ ମାର୍ଚ୍ଚ ୨୫ ତାରିଖରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପ୍ରତି  ୨୯୩୦ ଟଙ୍କା କରିବା ପାଇଁ ଦାବି କରାଯାଇଥିଲା। ୧୩ ଜୁଲାଇ ୨୦୧୮ରେ ମଧ୍ୟ ଏକଥା ଉଠାଯାଇଥିଲା। ଧାନର ଉତ୍ପାଦନ ଖର୍ଚ୍ଚ  ୨୩୪୪ ଟଙ୍କା ଵୋଲି ହିସାବ କରିଥିଲେ ରାଜ୍ୟ ସରକାର। ରାଜ୍ୟ ସରକାର ନିରନ୍ତର ପ୍ରୟାସ କରୁଛନ୍ତି। ଏବେବି ମଧ୍ୟ କ୍ୟାବିନେଟରେ ପ୍ରସ୍ତାବ ପାରିତ ହୋଇ କେନ୍ଦ୍ର ପାଖକୁ ପଠାଯାଇଛି। ପ୍ରସଙ୍ଗରେ ଗୃହରେ ଉତ୍ତର ରଖିଲେ କୃଷି ମନ୍ତ୍ରୀ ଅରୁଣ ସାହୁ । ଏମ ଏସ ପି ନିର୍ଦ୍ଧାରଣ ବେଳେ ସିଏସିପି ରାଜ୍ୟ ମାନଙ୍କର ମତାମତ ନେଇଥାଏ। କିନ୍ତୁ ଜାତୀୟ ହାରକୁ ନେଇ ଏମ ଏସ ପି ନିର୍ଦ୍ଧାରଣ କରାଯାଉଛି। ଯୋଉଥିପାଇଁ ଓଡିଶା କ୍ଷତିଗ୍ରସ୍ତ ହେଉଛି ବୋଲି ଗୃହରେ କହିଲେ ଅରୁଣ ସାହୁ।

ବିଧାନସଭାରେ ବିରୋଧୀ ବିଜେପି ଆଣିଥିବା ମୁଲତବୀ ପ୍ରସ୍ତାବ ଉପରେ ହେବ ଆଲୋଚନା । ଓଡ଼ିଶାର ସୀମା ଦିନକୁ ଦିନ ସଙ୍କୁଚିତ । ମାଡ଼ି ବସିଲେଣି ପୋଡୋଶୀ ରାଜ୍ୟ । ରାଜ୍ୟ ସରକାର ନିରବ ଦ୍ରଷ୍ଟା । ବିଜେପି ଆଣିଥିବା ମୁଲତବି ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ କରିଛନ୍ତି । ସେହିପରି ଆଜି କୃଷି ଓ କୃଷକ ସଶକ୍ତିକରଣ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଦ୍ୟାଳୟ ଓ ଗଣଶିକ୍ଷା, ଉଚ୍ଚ ଶିକ୍ଷା, ସମବାୟ,  ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ନେଇ ପ୍ରଶ୍ନ କାଳ ରହିଛି ।