spot_img
Home Blog Page 5949

ଲୋକସେବା ଭବନ ସହ ଯୋଡ଼ି ହେଲା ୨୪୭ଗୋଟି କାର୍ଯ୍ୟାଳୟ

ଭୁବନେଶ୍ୱର: ରାଜ୍ୟରେ ସଫଳ ହେଉଛି 5T କାର୍ଯ୍ୟକ୍ରମର ରୂପାୟନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗ୍ରାମ୍ୟ ଉନ୍ନୟନ ବିଭାଗର ମଲ୍ଟି ପ୍ରୋଟୋକଲ ଲେବଲ ସ୍ୱିଚିଂ ଭର୍ଚୁଆଲ୍ ପ୍ରାଇଭେଟ୍ ନେଟୱର୍କିଂକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦଘାଟନ କରିଛନ୍ତି । ଉଦଘାଟନ ଉତ୍ସବରେ ମୁଖ୍ୟମନ୍ତ୍ରୀ କହିଛନ୍ତି- ନେଟୱର୍କିଂ ସିଷ୍ଟମ ବିଭାଗ ସହ ସ୍ଥାନୀୟ କାର୍ଯ୍ୟାଳୟର ଆଭ୍ୟନ୍ତରୀଣ ଯୋଗାଯୋଗ କରିବ ।

ଗ୍ରାମ୍ୟ ଉନ୍ନୟନ ପାଇଁ ଦୈନିକ ୨୪ ଘଣ୍ଟା, ସପ୍ତାହକୁ ୭ ଦିନ ବିଭାଗର ନିଜସ୍ୱ ନେଟୱର୍କିଂ ସିଷ୍ଟମ ଆରଡି ଏମପିଏଲ୍ଏସ୍ ନେଟୱର୍କ କାର୍ଯ୍ୟକ୍ଷମ ରହିବ । ଏହି ନେଟୱର୍କ ଜରିଆରେ ଲୋକସେବା ଭବନର ସମସ୍ତ ଅଫିସ୍ ଠାରୁ ନେଇ ଉପଖଣ୍ଡ ଅଫିସ୍ ନିରବଚ୍ଛିନ୍ନ ଭାବେ ସଂଯୋଗ ହୋଇ ରହିବ । 5T କାର୍ଯ୍ୟକ୍ରମର ରୂପାୟନ ଦିନରେ ଗ୍ରାମୀଣ ବିକାଶ ବିଭାଗର ଆନ୍ତରିକତାକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି ।

ଏହି ନେଟୱର୍କ ଜରିଆରେ ଗ୍ରାଉଣ୍ଡରେ ୱେବ୍ ବେସଡ୍ ଆପ୍ଲିକେସନ୍ 5T ଅଧିନରେ କାର୍ଯ୍ୟରେ ସ୍ୱଚ୍ଛତା ଆଣିବା ଲାଗି କାର୍ଯ୍ୟ କରିବ । ଏହା କାର୍ଯ୍ୟର ତଦାରଖ ଓ ସମସ୍ୟା ସମାଧାନ ଦିଗରେ ସହାୟକ ହେବ । ପୂର୍ବରୁ ବିଭାଗ ଆରେ ଅଫ୍ ସର୍ଭିସ୍, ମେଣ୍ଟେନାନ୍ସ ମ୍ୟାନେଜମେଣ୍ଟ, କାର୍ଯ୍ୟ ଓ ଖାତା ପରିଚାଳନା, ଆର୍ଥିକ ପରିଚାଳନା ଆଦି କାର୍ଯ୍ୟ ଅନଲାଇନରେ କରୁଛି । 5T କାର୍ଯ୍ୟକ୍ରମରେ ସମୟକୁ ଅଧିକ ଗୁରୁତ୍ୱ ଦିଆଯାଉଛି ।

ଗ୍ରାମ୍ୟ ଉନ୍ନୟନ ବିଭାଗ ୧ ଲକ୍ଷ କିଲୋମିଟର ଗ୍ରାମ୍ୟ ସଡ଼କ, ୬୦ ଲକ୍ଷ ସ୍କୋୟାର ମିଟର ଅଞ୍ଚଳ, ୧୪୦୦ ବ୍ରିଜ୍ ନିର୍ମାଣ ରିଥିବା ବେଳେ ୬୦୦ ପୋଲ ନିର୍ମାଣ ଜାରି ରହିଛି । ଏହି ବ୍ୟବସ୍ଥା ଏସବୁ ଭିତ୍ତିଭୂମିର ରକ୍ଷଣାବେକ୍ଷଣର ଅନୁଧ୍ୟାନରେ ସହାୟକ ହେବ । ଏହି ଅବସରରେ ବିଭାଗୀୟ ମନ୍ତ୍ରୀ ସୁଶାନ୍ତ ସିଂହ କହିଛନ୍ତି- ମୁଖ୍ୟମନ୍ତ୍ରୀଙ୍କ ଭିଜନକୁ ନେଇ ବିଭାଗ କାମ କରୁଛି ।

ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ (5T) ଭି. କାର୍ତ୍ତିକେୟନ୍ ପାଣ୍ଡିଆନ୍ ପରିଚାଳନା କରିଥିଲେ । ଉନ୍ନୟନ କମିଶନର ପି.କେ. ଜେନା ସ୍ୱାଗତ କରିଥିବା ବେଳେ ଆରଡିର ଇଆଇସି ଧନ୍ୟବାଦ ଦେଇଥିଲେ । ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଏସିଏସ୍ ଫରେଷ୍ଟ, ବିଏସଏନଏଲ ସିଜିଏମ୍ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗର ଜିଲ୍ଲାସ୍ତରର ଅଧିକାରୀ ସାମିଲ୍ ହୋଇଥିଲେ ।

ନରେନ୍ଦ୍ର ମୋଦି ଷ୍ଟାଡିୟମରୁ ଭାରତର ଐତିହାସିକ ଆରମ୍ଭ, ୧୧୨ରେ ଇଂଲଣ୍ଡ ସୀମିତ

ଅହମଦାବାଦ: ନରେନ୍ଦ୍ର ମୋଦି ଷ୍ଟାଡିୟମରୁ ଐତିହାସିକ ଆରମ୍ଭ କରିଛି ଟିମ୍ ଇଣ୍ଡିଆ । ଇଂଲଣ୍ଡ ବିପକ୍ଷ ୪ ଟିକିଆ ପିଙ୍କ ବଲ୍ ଟେଷ୍ଟ ସିରିଜରେ ଭାରତକୁ ମିଳିଛି ବଡ଼ ଉପଲବ୍ଧି । ପୂର୍ବରୁ ୧-୧ରେ ସିରିଜ୍ ବରାବର ଥିବାବେଳେ ତୃତୀୟ ଟେଷ୍ଟର ପ୍ରଥମ ଦିନରେ ଅଲଆଉଟ୍ ହୋଇଛି ଇଂଲଣ୍ଡ । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ପ୍ରଥମ ପାଳିରେ ମାତ୍ର ୧୧୨ ରନ୍ କରିବାରେ ସକ୍ଷମ ହୋଇଛି । ଭ୍ରମଣକାରୀ ଦଳ ୪୮ ଓଭର୍ ୪ ବଲରେ ସମସ୍ତ ୱିକେଟ୍ ହରାଇ ମାତ୍ର ୧୧୨ ରନ୍ କରିଛି ।

Team India Creates History In Narendra Modi Stadium Against England Test

ଇଂଲଣ୍ଡ ପକ୍ଷରୁ ଜାକ କ୍ରଲ୍ଲି ୮୪ ବଲରେ ସର୍ବାଧିକ ୫୩ ରନ୍ କରିଥିବା ବେଳେ ଦଳର ଅଧିନାୟକ ରୁଟ୍ ୩୭ ବଲରେ ୧୭ ରନ୍ କରିଛନ୍ତି । ଡି. ସିବଲେ, ବେୟାରଷ୍ଟୋ ଯଥାକ୍ରମେ ଭାରତୀୟ ବୋଲରଙ୍କ ୭ ଓ ୯ଟି ଲେଖାଏଁ ବଲର ସାମ୍ନା କରିଥିଲେ ହେଁ କୌଣସି ରନ୍ ନକରି ଆଉଟ୍ ହୋଇଛନ୍ତି । ଏହାଛଡ଼ା ଷ୍ଟୋକ୍ସ ୨୪ ବଲରେ ୬ ରନ୍ କରିଥିବା ବେଳେ ୧୨ ବଲରେ ଏକ ରନ୍ କରିଛନ୍ତି ଓଲି ପପ୍ । ସେହିଭଳି ଜାକ ଲିଚ୍ ଓ ବ୍ରଡ୍ ୩ ରନ୍ ଲେଖାଏଁ କରି ଆଉଟ୍ ହୋଇଛନ୍ତି ।

Team India Creates History In Narendra Modi Stadium Against England Test

ଭାରତ ପକ୍ଷରୁ ଘାତକ ବୋଲିଂ କରି ଭ୍ରମଣକାରୀ ଦଳର ନିଦ ହଜାଇ ଦେଇଛନ୍ତି ଅକ୍ସର । ଭାରତ ପାଇଁ ଅନ୍ତର୍ଜାତୀୟ ଟେଷ୍ଟ କ୍ୟାରିଅରରେ ଦ୍ୱିତୀୟ ମ୍ୟାଚ୍ ଖେଳୁଥିବା ଅକ୍ସର ପଟେଲ ୬ଟି ୱିକେଟ୍ ନେଇଥିବା ବେଳେ ରବିଚନ୍ଦ୍ରନ ଅଶ୍ୱୀନ ୩ଟି ୱିକେଟ୍ ନେଇଛନ୍ତି । ଭାରତୀୟ ସ୍ପିନରଙ୍କ ଆଗରେ ହାର୍ ମାନିଥିବା ଇଂଲଣ୍ଡର ୭ ବ୍ୟାଟ୍ସମ୍ୟାନ ୨ ଅଙ୍କ ରନ୍ କରିପାରି ନାହାଁନ୍ତି । ପ୍ରଥମ ଇଂନିସ ବ୍ୟାଟିଂ ଆରମ୍ଭ କରିଥିବା ଭାରତ ଡିନର ବ୍ରେକ୍ ସୁଦ୍ଧା ୫ ରନ୍ କରିଛି ।

ପୁରୁଣା କରୋନା ଓ ନୂଆ କରୋନା ଭିତରେ ଫରକ୍ କ’ଣ ?

ନୂଆଦିଲ୍ଲୀ: ଦେଶରେ କରୋନାର ନୂଆ ଷ୍ଟ୍ରେନକୁ ନେଇ ଭୟ ବଢୁଛି । ସଂକ୍ରମଣ ବଢିବା ସହ ବଦଳୁଛି ଲକ୍ଷଣ । ନୂଆ ଷ୍ଟ୍ରେନରେ ନୂଆ ନୂଆ ଲକ୍ଷଣ ଦେଖିବାକୁ ମିଳୁଛି । ୧୧ ମାସ ପରେ ପୁଣି ଥରେ ଡରାଇଛି କରୋନା । ଲଗାତାର ୯ ଦିନ ହେଲା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି । ସେପ୍ଟେମ୍ବର ପରେ ପୁଣିଥରେ ୧୩ ହଜାର ଟପିଛି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ଦେଶରେ ୧୩ ହଜାର ୭୨୪ ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ଗତ ୨୪ ଘଣ୍ଟାରେ ୧୦୪ ଲୋକଙ୍କ ଜୀବନ ନେଇଛି କରୋନା ।

Know The Difference Between Symptoms Of New And Old Covid-19

ବ୍ରିଟେନ ଓ ଭାରତ ଷ୍ଟ୍ରେନ୍ ଅଧିକ ସଂକ୍ରାମକ ବୋଲି ଜଣାପଡ଼ିଛି । ତା’ଛଡ଼ା ମହାରାଷ୍ଟ୍ର ଓ କେରଳରେ କରୋନାର ବଢ଼ୁଥିବା ସକ୍ରିୟ ମାମଲା ଚିନ୍ତା ବଢ଼ାଇଛି । ବଢୁଥିବା ସଂକ୍ରମଣକୁ ନେଇ କେନ୍ଦ୍ର ସରକାର ମଧ୍ୟ ଚିନ୍ତିତ ଅଛନ୍ତି । ତେବେ ଆସନ୍ତୁ ଜାଣିବା କରୋନା ନୂଆ ଷ୍ଟ୍ରେନର ୭ଟି ଲକ୍ଷଣ ।…

ଚର୍ମ ଜନିତ ରୋଗ

ନୂଆ ଷ୍ଟ୍ରେନର ମୁଖ୍ୟ ଲକ୍ଷଣ ହେଉଛି ଚର୍ମ କୁଣ୍ଡାଇ ହେବା

ଦେହହାତର ଚର୍ମରେ ଲାଲ ଦାଗ ପଡ଼ିବା

ନଖର ରଙ୍ଗ ବଦଳିବା

ଅନ୍ୟ ଲକ୍ଷଣ ସହ ନୂଆ ଷ୍ଟ୍ରେନରେ ନଖର ରଙ୍ଗ ବଦଳିଯିବ

ଗୋଇଠି ଆଙ୍ଗୁଳି ଦରଜ ରହିବା ସହ ରଙ୍ଗ ବଦଳିବ

ଆଣ୍ଠୁ ଗଣ୍ଠି ବିନ୍ଧିବା

ନୂଆ ଷ୍ଟ୍ରେନରେ ଆଣ୍ଠୁ ଗଣ୍ଠିରେ ପ୍ରବଳ ଯନ୍ତ୍ରଣା ହେବ

ପୂରା ଶରୀର ବିନ୍ଧିବା ସହ ଚଲାବୁଲାରେ ଅସୁବିଧା

ଆଖି ଲାଲ ପଡ଼ିବା

ନୂଆ ଷ୍ଟ୍ରେନର ଆଉ ଏକ ଲକ୍ଷଣ ହେଉଛି ଆଖି ଲାଲ ପଡ଼ିବା

ଆଖି କୁଣ୍ଡାଇ ହୋଇ ପାଣି ବହିବା

ଗଳାରେ ସଂକ୍ରମଣ

ନୂଆ ଷ୍ଟ୍ରେନରେ ଗଳା କୁଣ୍ଡାଇ ହେବାର ଲକ୍ଷଣ ଦେଖାଦେବ

ଗଳା ଶୁଖିବା ସହ ଖାଇବା ପିଇବାରେ ଅସୁବିଧା

ଡାଇରିଆ

ପୁରୁଣା ଷ୍ଟ୍ରେନର ଲକ୍ଷଣ ଭଳି ନୂଆ ଷ୍ଟ୍ରେନରେ ବି ଡାଇରିଆ ଲକ୍ଷଣ

ଡାଇରିଆ ଯୋଗୁଁ ଶରୀରରୁ ଜଳୀୟ ଅଂଶ କମିଯିବା

ମୁଣ୍ଡବ୍ୟଥା ସହ ଶରୀର ତାମମାତ୍ରାରେ ବୃଦ୍ଧି

ନୂଆ ଷ୍ଟ୍ରେନରେ ଶରୀରର ତାପମାତ୍ରା ସାମାନ୍ୟଠାରୁ ଅଧିକ ରହିବ

ମୁଣ୍ଡବ୍ୟଥା ସହ ଜ୍ୱର ହେବା

ବରିଷ୍ଠ ଓ ସାଂଘାତିକ ରୋଗରେ ଆକ୍ରାନ୍ତଙ୍କୁ କୋଭିଡ୍ ଟିକା ନେଇ ଜିଲ୍ଲାପାଳଙ୍କୁ ଚିଠି

ଭୁବନେଶ୍ୱର: ମାର୍ଚ୍ଚ ମାସରୁ ବୟସ୍କ ଓ ସାଂଘାତିକ ରୋଗରେ ଆକ୍ରାନ୍ତଙ୍କୁ କରୋନା ଟିକା ଦିଆଯିବ । ଏନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ସଂଖ୍ୟାଧିକ ହିତାଧିକାରୀଙ୍କୁ କୋଭିଡ୍ ଟିକା ଦିଆଯିବ । ମେଡିକାଲ୍ କଲେଜ ଓ ହସ୍ପିଟାଲ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଉପଖଣ୍ଡ ଚିକିତ୍ସାଳୟ, ସିଏଚସି, ପିଏଚସି ଏବଂ ସବ୍ ସେଣ୍ଟରରେ ଟିକା ଦିଆଯିବ ।

୧) ରବିବାରକୁ ବାଦ୍ ଦେଇ ସପ୍ତାହକୁ ୫ ଦିନ ଟିକା ଦିଆଯିବ ।

୨) ଟିକାକରଣ ପାଇଁ ନୂତନ ସ୍ୱାସ୍ଥ୍ୟକର୍ମୀଙ୍କୁ ତାଲିମ୍ ଦିଆଯିବ ।

୩) ପ୍ରତି ବ୍ଲକ ଓ ସହରାଞ୍ଚଳରେ ୬ରୁ ୭ଟି ମୋବାଇଲ୍ ଟିକାକରଣ ଟିମ୍ ରହିବ ।

୪) ଟିକାକରଣ ଲାଗି ପିଏଚସିରୁ ନେଇ ମେଡିକାଲ କଲେଜ ହସ୍ପିଟାଲ ଯାଏ ସାଇଟ୍ ଚିହ୍ନଟ କରାଯିବ ।

୫) ନିୟମିତ ସ୍ୱାସ୍ଥ୍ୟସେବାରେ ନିୟୋଜିତ ଏଏନ୍ଏମଙ୍କୁ ଟିକାକରଣରେ ସାମିଲ୍ କରାଯିବ ନାହିଁ ।

୬) ଟିକାକରଣ ଲାଗି ବ୍ଲକ ସ୍ତରରେ କ୍ଷୁଦ୍ର ଯୋଜନା କରାଯିବ ।

୭) ପ୍ରତି ଟିକାକରଣ ସାଇଟରେ ଷ୍ଟାଟସ୍ ଅପଡେଟ୍ ଲାଗି ଲାପଟପ କିମ୍ବ ଡେସ୍କଟପ୍ ଦିଆଯିବ ।

ବିଶେଷକରି କୋଲ୍ଡ ଚେନ୍ ପଏଣ୍ଟ ଚିହ୍ନଟ ଲାଗି ଗୁରୁତ୍ୱ ଦିଆଯାଇଛି । ସମସ୍ତ ପ୍ରସ୍ତୁତି ଫେବ୍ରୁଆରୀ ୨୮ ତାରିଖ ମଧ୍ୟରେ ସାରିବାକୁ ସମସ୍ତ ଜିଲ୍ଲାପାଳଙ୍କ ସହ ସମସ୍ତ ମହାନଗର ନିଗମକୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି ।

Vaccination Of Elderly Population And Persons With Co-Morbidities Odisha Preparation

ଦେଶ ସହ ରାଜ୍ୟରେ ଜାନୁଆରୀ ୧୬ରୁ କୋଭିଡ୍ ଟିକାକରଣ ଆରମ୍ଭ ହୋଇଥିଲା । ଟିକାକରଣର ପ୍ରଥମ ୩୦ ଦିନ ମଧ୍ୟରେ ଓଡ଼ିଶା ୫ ଲକ୍ଷରୁ ଅଧିକ ଡୋଜ୍ କୋଭିଡ୍ ଟିକା ଦେବାରେ ସକ୍ଷମ ହୋଇଛି । ଏବେ ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡ଼ିର କର୍ମଚାରୀଙ୍କୁ ଦିଆଯାଉଛି ଟିକା ।

ଏଥିସହ ପଢ଼ନ୍ତୁ- ମାର୍ଚ୍ଚ ୧ ତାରିଖରୁ ସବୁ ସରକାରୀ ହସ୍ପିଟାଲରେ ମାଗଣା କରୋନା ଟିକା, ଘରୋଇ ହସ୍ପିଟାଲରେ ଦେବାକୁ ପଡ଼ିବ ଟଙ୍କା 

ପୁଅକୁ ଶାସନ କରି ପୋଲିସ୍ ନୋଟିସ୍ ପାଇଲା ମାଆ

ଭୁବନେଶ୍ୱର: ନିର୍ଦ୍ଦୟ, ନୃଶଂସ । ରାସ୍ତା ଉପରେ କଚାଡ଼ିଲା, ଗୋଇଠା ବି ମାରିଲା । ଟ୍ୟୁସନ୍ ଯିବାକୁ ଅମଙ୍ଗ ହେବାରୁ ରାସ୍ତା ଉପରେ ଛୁଆକୁ କଚି ଦେଇ ଏମିତି ମାଡ଼ ମାରିଛି ମାଆ । ଗୋଇଠା, ଚାପୁଡ଼ା ସହ ଜନ୍ମକଲା ୪ ବର୍ଷର ପୁଅର ମୁଣ୍ଡକୁ ଧରି ଭୂଇଁରେ ଛେଚିଛି । ରାଜଧାନୀରେ ନାବାଳକଙ୍କୁ ମାଆର ଏମିତି ନନଷ୍ଟପ ମାଡ଼ର ଦୃଶ୍ୟ ଭାଇରାସ୍ ହୋଇଛି ।

Mother Beating 4 Year Old Son In Road, Police Issue Notice

ଘଟଣା ଏୟାରଫିଲ୍ଡ ଥାନା ଅଞ୍ଚଳରେ ଘଟିଛି । ଏନେଇ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ସିଆରପିସି ୪୧ରେ ମାଆକୁ ନୋଟିସ୍ କରି ଛାଡ଼ିଛି । ଟ୍ୟୁସନ୍ ନଯିବାରୁ ୪ ବର୍ଷର ଶିଶୁକୁ ମାଆ ନିର୍ଦ୍ଦୟ ଭାବେ ପିଟିଥିଲା । ପଡ଼ୋଶୀ ଭିଡିଓ ସୁଟ୍ କରି ସୋସିଆଲ ମିଡିଆରେ ଛାଡ଼ିଥିଲେ । ଏହା ପରେ ଅଡୁଆରେ ପଡିଥିଲା ମାଆ । ଚାଇଲ୍ଡଲାଇନ୍ ଦ୍ୱାରା କାଉନସେଲିଂ କରି ପୁଅକୁ ମାଆ ସହ ପୋଲିସ ଛାଡ଼ିଛି ।

ଡ୍ରାଗନକୁ ଶ୍ରୀଲଙ୍କାର ଝଟକା, ଚୀନ କରୋନା ଭ୍ୟାକ୍ସିନ୍ ବଦଳରେ ଭାରତୀୟ ଟିକା ପାଇଁ ଦେଲା ଅର୍ଡର

ନୂଆଦିଲ୍ଲୀ: ଶ୍ରୀଲଙ୍କା ଚୀନକୁ ବଡ଼ ଝଟକା ଦେଇଛି । ଚୀନ କମ୍ପାନୀ ସାଇନୋଫାର୍ମର କରୋନା ଟିକାକୁ ଶ୍ରୀଲଙ୍କା ସରକାର ନିଜ ଦେଶରେ ବ୍ୟବହାର ପାଇଁ ଅନୁମତି ଦେଇନାହାନ୍ତି । ଅନ୍ୟପକ୍ଷରେ କଲମ୍ବୋ ଭାରତରେ ତିଆରି କରୋନା ଟିକା ପାଇଁ ଅର୍ଡର ଦେଇଛି । ଚୀନ ଟିକାକୁ ଅନୁମତି ନଦେବା ଉପରେ କ୍ୟାବିନେଟ୍ ମୁଖପାତ୍ର ରମେଶ ପଥିରାନ୍ କହିଛନ୍ତି ଯେ, ଚୀନ ଟିକାର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ପୂରା ହୋଇନଥିବାରୁ ଅନୁମତି ଦିଆ ଯାଇନାହିଁ ।

Sri Lanka Denies To Import Chinese Covid Vaccine

ଶ୍ରୀଲଙ୍କା ନିଜ ଦେଶର ୧ କୋଟି ୪୦ ଲକ୍ଷ ନାଗରିକଙ୍କୁ ଅକ୍ସଫୋର୍ଡ କରୋନା ଭ୍ୟାକ୍ସିନ ଦେବାକୁ ନିଷ୍ପତ୍ତି ନେଇଛି । ଶ୍ରୀଲଙ୍କ ଅକ୍ସଫୋର୍ଡ ଟିକାର ୧ କୋଟି ୩୫ ଲକ୍ଷ ଡୋଜ୍ ପାଇଁ ଅର୍ଡର ଦେଇଛି । ଏହାପୂର୍ବରୁ ଭାରତ ଶ୍ରୀଲଙ୍କାକୁ ଅକ୍ସଫୋର୍ଡ ଟିକାର ୫ ଲକ୍ଷ ଡୋଜ୍ ଉପହାର ଭାବେ ଦେଇଥିଲା । ଡକ୍ଟର ରମେଶ କହିଛନ୍ତି ଯେ, ଆଗାମୀ ସମୟରେ ଆମେ ଅକ୍ସଫୋର୍ଡ ଟିକା ସହିତ ଆଗକୁ ବଢିବୁ ।

Sri Lanka Denies To Import Chinese Covid Vaccine

ଚୀନ୍ ଟିକାକୁ ନେଇ ସମ୍ପୂର୍ଣ୍ଣ ସୂଚନା ମିଳିବା ପରେ ତାହା ଉପରେ ବିଚାର କରାଯିବ ।  ସୂଚନାଯୋଗ୍ୟ ଯେ, ଚୀନ ଭ୍ୟାକ୍ସିନକୁ ନେଇ ସମଗ୍ର ବିଶ୍ୱରେ ଆଶଙ୍କା ରହିଛି । ଚୀନ୍ ଟିକା କରୋନା ବିରୋଧରେ ୫୦ ପ୍ରତିଶତ ପ୍ରଭାବୀ ବୋଲି କିଛି ଗବେଷଣାରେ ଦାବି କରାଯାଉଛି । ଚୀନର ସବୁ ପାଗର ବନ୍ଧୁ ପାକିସ୍ତାନରେ ମଧ୍ୟ ସେଠାକାର ନାଗରିକ ଏହି ଟିକା ନେବାକୁ ରାଜି ନାହାନ୍ତି ।

ମାର୍ଚ୍ଚ ୧ ତାରିଖରୁ ସବୁ ସରକାରୀ ହସ୍ପିଟାଲରେ ମାଗଣା କରୋନା ଟିକା, ଘରୋଇ ହସ୍ପିଟାଲରେ ଦେବାକୁ ପଡ଼ିବ ଟଙ୍କା

ନୂଆଦିଲ୍ଲୀ: କରୋନା ଭାଇରସ୍ ଟୀକାକରଣକୁ ନେଇ କେନ୍ଦ୍ର କ୍ୟାବିନେଟ୍ ବୁଧବାର ଦିନ ବଡ଼ ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତି ମୁତାବକ ଦେଶର ସବୁ ସରକାରୀ ହସ୍ପିଟାଲରେ ମାର୍ଚ୍ଚ ୧ ତାରିଖରୁ ମାଗଣା କରୋନା ଟିକା ଦିଆଯିବ । ୬୦ ବର୍ଷରୁ ଅଧିକ ବୟସର ଲୋକଙ୍କୁ ମାଗଣାରେ ଟିକା ଦିଆଯିବ । ତେବେ ୪୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଯଦି ଗମ୍ଭୀର ରୋଗର ଶିକାର ହୋଇଥାନ୍ତି ତେବେ ସେମାନଙ୍କୁ ମଧ୍ୟ ମାଗଣା ଟିକା ଦିଆଯିବ । ଦେଶରେ ଏପର୍ଯ୍ୟନ୍ତ ୧ କୋଟି ୭ ଲକ୍ଷ ୬୭ ହଜାର ଲୋକଙ୍କୁ ଟିକା ଦିଆଯାଇଛି । ଅନ୍ୟପକ୍ଷରେ ୧୪ ଲକ୍ଷଙ୍କୁ ଦ୍ୱିତୀୟ ପର୍ଯ୍ୟାୟରେ ଟିକା ଦିଆଯାଇଛି ।

ଘରୋଇ ହସ୍ପିଟାଲରେ ଟିକା ପାଇଁ ଟଙ୍କା
ତେବେ ଘରୋଇ ହସ୍ପିଟାଲରେ ଯେଉଁମାନେ ଟିକା ନେବେ ସେମାନଙ୍କୁ ଏଥିପାଇଁ ଟଙ୍କା ଦେବାକୁ ପଡିବ । କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାବଡେକର ଏନେଇ ସୂଚନା ଦେଇ କହିଛନ୍ତି ଯେ, କରୋନା ଟିକାର ମୂଲ୍ୟ ବାବଦରେ ଦୁଇ ରୁ ତିନି ଦିନ ମଧ୍ୟରେ ଘୋଷଣା କରାଯିବ । ଏନେଇ ଭ୍ୟକ୍କିନ ନିର୍ମାତା ଓ ହସ୍ପିଟାଲ ସହ ସରକାର ଆଲୋଚନା କରୁଛନ୍ତି ।

୧୦ ହଜାର ହସ୍ପିଟାଲରେ ଦିଆଯିବ ଟିକା
ଦେଶର ୧୦ ହଜାର ସରକାରୀ ହସ୍ପିଟାଲରେ ମାଗଣାରେ ଟିକା ଦିଆଯିବ । ସେହିଭଳି ୨୦ ହଜାର ଘରୋଇ ହସ୍ପିଟାଲରେ ମଧ୍ୟ ଟିକା ଦିଆଯିବ । ତେବେ ଘରୋଇ ହସ୍ପିଟାଲରେ ଟିକା ପାଇଁ ଟଙ୍କା ଦେବାକୁ ପଡିବ ।

ସ୍ଥଳ ସେନାରେ ୧୧୮ଗୋଟି ଅର୍ଜୁନ ଟ୍ୟାଙ୍କ ସାମିଲ୍

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ବସିଥିବା ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଜରୁରୀକାଳୀନ ଆବଶ୍ୟକତା ଭିତ୍ତିରେ ମେନ୍ ବ୍ୟାଟେଲ ଟ୍ୟାଙ୍କ୍ସ (MBT) ଅର୍ଜୁନ୍ Mk 1Akକୁ ଅନୁମୋଦନ କରାଯାଇଛି । ଏଥିପାଇଁ ୧୩, ୭୦୦ କୋଟିର ଅର୍ଥ ମଞ୍ଜୁର କରାଯାଇଛି । ଅର୍ଜୁନ୍ Mk 1Ak ସହ ଭାରତୀୟ ସେନା ପାଇଁ ବିଭିନ୍ନ ଅସ୍ତ୍ରଶସ୍ତ୍ର କିଣାଯିବ ।

ଏନେଇ ସ୍ଥଳ ସେନାର ଏଡିଜି ଟ୍ୱିଟ୍ କରିଛନ୍ତି । ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଭାରତୀୟ ଅସ୍ତ୍ରଶସ୍ତ୍ର କିଣାଯିବ । ସମସ୍ତ ଅଧିଗ୍ରହଣ ପ୍ରସ୍ତାବ ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ । ଏହାକୁ ପ୍ରତିରକ୍ଷା ଗବେଷଣା ଓ ବିକାଶ କେନ୍ଦ୍ର (DRDO) ନିର୍ମାଣ କରିଛି । ୧୧୮ଟି ଅର୍ଜୁନ୍ Mk 1Ak କ୍ରୟ ଲାଗି ଅନୁମୋଦନ କରାଯାଇଛି । ୮୩୫୦ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ଏହାର ସୁରକ୍ଷା ଓ ଅସ୍ତ୍ରଶସ୍ତ୍ର ଯାନ ଲାଗି ଅତିରିକ୍ତ ୫୦୦ କୋଟି ଟଙ୍କା ଦିଆଯାଇଛି ।

Defence Acquisition Council approved 118 MBT Arjun Mark-1A indigenous tanks for Indian Army

୨୦୨୦ରେ ୨ଟି ରେଜିମେଣ୍ଟରେ ଏମବିଟି ଅର୍ଜୁନ୍ ସାମିଲ୍ ହୋଇଥିଲା । ଅର୍ଜୁନ୍ Mk 1Ak ହେଉଛି ତା’ର ବିକଶିତ ରୂପ । ଏଥିରେ ୫୭ଟି କ୍ଷୁଦ୍ର ପରିବର୍ତ୍ତନ ସହ ୧୪ଟି ବଡ଼ ପରିବର୍ତ୍ତନ କରାଯାଇଛି । ଶତ୍ରୁପକ୍ଷଙ୍କୁ ଟାର୍ଗେଟ୍ ପାଇଁ ୪ଟି ଫାୟାର ପାୱାର ଲଗାଯାଇଥିବା ବେଳେ ଦୀର୍ଘ ସମୟ କାର୍ଯ୍ୟକ୍ଷମ ପାଇଁ ୬ଟି ମୋବିଲିଟି ସେକ୍ସନ୍ ଓ ୪ଟି ସର୍ଭିଭାଲିଟି ସେକ୍ସନ୍ ରହିଛି ।

ଏହାର ଅସ୍ତ୍ରଶସ୍ତ୍ର ସ୍ୱୟଂଚାଳିତ ଭାବେ ଲକ୍ଷ୍ୟଭେଦ କରିପାରିବ । ଏହାର ଅସ୍ତ୍ରଶସ୍ତ୍ରକୁ ରିମୋର୍ଟରେ ପରିଚାଳନା କରାଯାଇ ପାରିବ । ଏଥିରେ ଆଡଭାନ୍ସଡ୍ ଲ୍ୟାଣ୍ଡ ନାଭିଗେସନ ସିଷ୍ଟମ, ଡ୍ରାଇଭର ନାଇଟ୍ ସାଇଟ୍, ଆଡଭାନ୍ସ ରନିଂ ଗିଅର ସୁବିଧା ରହିଛି । ଏହି ଟ୍ୟାଙ୍କର ରୂପରେଖ ସହ ବିକଶିତ ଚେନ୍ନାଇ ସ୍ଥିତ ସିଭିଆରଡିଇ ଏବଂ ଡିଆରଡିଓ କରିଛନ୍ତି । ସେନା ଠାରୁ ଅର୍ଡର ମିଳିବା ପରେ ଅଭାଡ଼ିର ହେଭି ଭେଇକିଲ୍ସ ଫ୍ୟାକ୍ଟ୍ରିରେ ନିର୍ମାଣ ଆରମ୍ଭ ହେବ ।

ମାସ୍କ ନ ପିନ୍ଧି ୪୫ ଲକ୍ଷ ଜରିମାନା ଗଣିଲେ ଅମାନିଆ

ମାସ୍କ ନ ପିନ୍ଧି ୪୫ ଲକ୍ଷ ଜରିମାନା ଗଣିଲେ ଅମାନିଆ। ମହାରାଷ୍ଟ୍ରରେ କରୋନା ସ୍ଥିତି ବିଗୁଡୁ ଥିବା ବେଳେ ଅମାନିଆଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ପ୍ରଶାସନ । ରାଜ୍ୟ ସରକାରଙ୍କ କଡ଼ା ନିର୍ଦ୍ଦେଶ ସତ୍ତ୍ବେ କେତେକ ସ୍ଥାନରେ ଲୋକମାନେ ନିୟମ ମାନୁ ନ ଥିବା ଦେଖାଯାଇଛି । ମୁମ୍ବାଇ ମହାନଗର ନିଗମ, ଓ୍ବେଷ୍ଟର୍ନ ରେଲଓ୍ବେ, ଓ ସେଣ୍ଟ୍ରାଲ ରେଲଓ୍ବେ ପକ୍ଷରୁ ମାସ୍କ ନ ପିନ୍ଧିଥିବା ଲୋକଙ୍କ ଠାରୁ ଗୋଟିଏ ଦିନରେ ପାଖାପାଖି ୪୫ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇଛି । ସରକାରୀ କର୍ମଚାରୀଙ୍କୁ ୨ ସିଫ୍ଟରେ କାର୍ଯ୍ୟସ୍ଥଳୀକୁ ଆସିବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ । ସେପଟେ ଦିଲ୍ଲୀରେ ପ୍ରବେଶ କରିବାକୁ ହେଲେ ମହାରାଷ୍ଟ୍ର, କେରଳ, ଛତିଶଗଡ଼, ମଧ୍ୟପ୍ରଦେଶ ଓ ପଞ୍ଜାବରୁ ଆସୁଥିବା ଲୋକମାନଙ୍କ ପାଇଁ କରୋନା ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି । ୨୬ ଫେବୃୟାରୀରୁ ଏହି ନିୟମ ଲାଗୁ କରାଯାଇଥିବା ବେଳେ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ନିୟମ ଜାରି ରହିବ ।

ନରେନ୍ଦ୍ର ମୋଦି ଷ୍ଟାଡିୟମ ନାଁରେ ନାମିତ ହେଲା ମୋଟେରା ଷ୍ଟାଡିୟମ

ଅହମ୍ମଦାବାଦ୍‌ରେ ଆଜି ଦୁନିଆର ସବୁଠୁ ବଡ଼ କ୍ରିକେଟ୍‌ ଷ୍ଟାଡିୟମ ଉଦ୍‌ଘାଟନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଗୃହମନ୍ତ୍ରୀ ଅମିତ ଶାହା ଉପସ୍ଥିତ ରହି ଏହାକୁ ନରେନ୍ଦ୍ର ମୋଦି ଷ୍ଟାଡିୟମ ନାଁରେ ନାମିତ କରିଛନ୍ତି। ଆଜି ଏହି ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ମଧ୍ୟରେ ପିଙ୍କ ବଲ୍ ଟେଷ୍ଟ ଖେଳାଯିବ। ଏହି ଷ୍ଟାଡିୟମରେ ଖେଳାଳିଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ରଖାଯାଇଛି। ଫଳରେ ଆସନ୍ତା ୬ମାସ ମଧ୍ୟରେ ଏଠାରେ ଅଲମ୍ପିକ୍, କମନ୍‌ଓ୍ବେଲ୍‌ଥ ଗେମ୍‌ ଓ ଏସିଆନ୍ ଅଲମ୍ପିଆଡ୍ ଆୟୋଜନ କରାଯାଇପାରିବ ବୋଲି ଶାହା କହିଛନ୍ତି। ଗୁଜୁରାଟ ମୁଖ୍ୟମନ୍ତ୍ରୀ ଥିବା ବେଳେ ନରେନ୍ଦ୍ର ମୋଦି ଏହି ଷ୍ଟାଡିୟମ ନେଇ ସ୍ବପ୍ନ ଦେଇଥିଲେ। ଯାହା ଏବେ ପୁରା ହୋଇଛି। ଏହି ଷ୍ଟାଡିୟମକୁ ଦୁନିଆର ସବୁଠୁ ବଡ଼ ଓ ଅତ୍ୟାଧୁନିକ ଷ୍ଟାଡିୟମ ଭାବେ ବିକଶିତ କରାଯାଇଛି।