ଭୁବନେଶ୍ୱର: କୋଟିଆ ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ କରିଛି ଆମ ଅଧିକାର ସଂଗଠନ । କୋଟିଆ ପ୍ରସଙ୍ଗରେ ବିଜେପି ପକ୍ଷରୁ ନାନାଦି ନାଟକବାଜି ଚାଲିଛି । ବିଜେପିର ନେତୃବୃନ୍ଦ ରାଜନୈତିକ ଫାଇଦା ଲୁଟିବା ଲକ୍ଷ୍ୟରେ ଦଳବଳ ନେଇ ସେଠାକୁ ପିକ୍ନିକ୍ କରିବାକୁ ଯିବା ହାସ୍ୟାସ୍ପଦ ବୋଲି ମତ ଦେଇଛନ୍ତି ସଂଗଠନର ଆବାହକ ଅମିୟ ପାଣ୍ଡବ । ଓଡ଼ିଶା ବିଜେପିର ଯଦି ସତରେ ଆନ୍ତରିକତା ଅଛି ଓ ଓଡ଼ିଶାର ଅଖଣ୍ଡତା ତଥା ଅସ୍ମିତା ପ୍ରତି ଅଙ୍ଗୀକାରବଦ୍ଧତା ଅଛି, ତେବେ ଦଳ ତାଙ୍କ ନେତାଙ୍କୁ ଏହି ପ୍ରସଙ୍ଗରେ ରାଜ୍ୟପାଳ ପଦବୀରୁ ଓହରାଇ ଆଣିବାକୁ ପ୍ରସ୍ତାବ ଦେବା କିମ୍ବା ଅନୁରୋଧ କରିପାରିବ କି ? ଆମେ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ସିଧାସଳଖ ପ୍ରଶ୍ନ କରିବାକୁ ଚାହୁଁ ଯେ, ସେ ନିଜକୁ ଜଣେ ଓଡ଼ିଶାପ୍ରେମୀ ଓ ପାଇକଯୋଦ୍ଧା ବୋଲି ଦାବି କରନ୍ତି । ଓଡ଼ିଶା ପ୍ରସଙ୍ଗରେ ଆନ୍ଧ୍ରର ଆଚରଣ ଏକ ଆକ୍ରମଣ ନୁହେଁ କି ? ଏଭଳି ଆକ୍ରମଣର ସେ ଅଂଶୀଦାର ହେଲେ ଇତିହାସ ତାଙ୍କୁ କେବେ ବି କ୍ଷମା କରିବ ନାହିଁ । ଓଡ଼ିଶା ଉପରେ ଆନ୍ଧ୍ରର ଏହି ଅବୈଧ ଦାଦାଗିରିକୁ କୌଣସି ପ୍ରକାର ବରଦାସ୍ତ କରାଯିବ ନାହିଁ । ଏଥିପାଇଁ ଆମ ଅଧିକାର ପକ୍ଷରୁ ଏକ ତଥ୍ୟ ଅନୁସନ୍ଧାନକାରୀ ପ୍ରତିନିଧି ମଣ୍ଡଳୀ ଆଗାମୀ ସପ୍ତାହରେ କୋଟିଆ ଅଞ୍ଚଳ ଗସ୍ତ କରି ଏହାକୁ ରାଜ୍ୟ ସରକାରଙ୍କ ପାଖରେ ଉପସ୍ଥାପନ କରିବ । ଏବଂ ଏ ପ୍ରସଙ୍ଗରେ ରାଜ୍ୟ ତମାମ ଜନମତ ସୃଷ୍ଟି କରାଯିବ ବୋଲି ଭୁବନେଶ୍ୱରରେ ଆମ ଅଧିକାର ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଆବାହକ ଅମିୟ ପାଣ୍ଡବ ।
ଜୁନରେ ଆସିବ ବିଗ୍ ବି ଅମିତାଭଙ୍କ ’ଝୁଣ୍ଡ’
ମୁମ୍ବାଇ: ବଲିଉଡର ଶେହନସା୍ ବୋଲାଉ ଥିବା ଅମିତାଭ ବଚ୍ଚନଙ୍କ ଅପକମିଂ ସ୍ପାେର୍ଟ୍ସ ଫିଲ୍ମ ‘ଝୁଣ୍ଡ’ ଜୁନ୍ ୧୮ ତାରିଖରେ ପରଦାକୁ ଆସିବାକୁ ଯାଉଛି । ଯାହାର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ନାଗରାଜ ପୋପାଟ୍ରୋ ମଞ୍ଜୁଲେ ।
୭୮ ବର୍ଷୀୟ ବିଗ୍ ବି ଟ୍ୱିଟର ଆକାଉଣ୍ଟରେ ତାଙ୍କର ଏହି ଫିଲ୍ମର ପୋଷ୍ଟର ସହ ଫିଲ୍ମ ଡେଟ୍ ଶେୟାର କରିଛନ୍ତି ।
T 3818 – Covid gave us setbacks .. but it's comeback time now! WE'RE BACK IN THEATERS .. "JHUND" releasing 18th June !!@Nagrajmanjule @itsBhushanKumar #KrishanKumar @vinodbhanu #RaajHiremath #SavitaRajH #GargeeKulkarni #MeenuAroraa @AjayAtulOnline @tandavfilms @aatpaat @TSeries pic.twitter.com/a9sHZCBTS6
— Amitabh Bachchan (@SrBachchan) February 19, 2021
କୋଭିଡ୍ ପାଇଁ ସମସ୍ତେ ବସି ଯାଇଥିଲେ ହେଲେ ଏବେ କମବ୍ୟାକ୍ କରିବାର ସମୟ । ୧୮ ଜୁନରେ ଝୁଣ୍ଡ ରିଲିଜ ସହ ଆମେ ବଡ ପରଦାକୁ ଫେରୁଛୁ ବୋଲି ସେ ଟ୍ୱିଟ୍ କରିଛନ୍ତି।
ଟି-ସିରିଜର ଏହି ଫିଲ୍ମରେ ଅମିତାଭ ବଚ୍ଚନ ବିଜୟ ବାର୍ସେ ଭୂମିକାରେ ନଜର ଆସୁଛନ୍ତି । ନାଗପୁର ସ୍ଥିତ ଜଣେ ଅବସର ପ୍ରାପ୍ତ କ୍ରୀଡା ଶିକ୍ଷକ ଭାବେ ସେ ନଜର ଆସିବେ । ଫିଲ୍ମଟି ଗତ ବର୍ଷ ସେପ୍ଟେମ୍ବରରେ ରିଲିଜ ହେବାକୁ ଥିବା ବେଳେ କରୋନା ମହାମାରୀ ଯୋଗୁଁ ରିଲିଜ ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା ।
ଅମିତାଭଙ୍କୁ ଶେଷ ଥର ପାଇଁ ‘ଗୁଲାବୋ ସିତାବୋ’ରେ ଦେଖିବାକୁ ମିଳିଥିଲା ।
ସୋସିଆଲ ମିଡିଆରେ ଚାକିରି ଅଫର ପାଉଛନ୍ତି କି ? ସାବଧାନ, ଆକାଉଣ୍ଟ ହୋଇଯିବ ସଫା…
ମୁମ୍ବାଇ: ଆଜିକାଲି ସାଇବର କ୍ରାଇମ୍ ଓ ଅନଲାଇନ୍ ଫ୍ରଡ ସାଧାରଣ କଥା ହୋଇଗଲାଣି । ପ୍ରତ୍ୟେକ ଦିନ ଖବର କାଗଜରେ ସାଇବର ଠକେଇ ବିଷୟରେ ଆପଣମାନେ ପଢୁଥିବେ । ଠିକ୍ ସେହିଭଳି ଏକ ଖବର ଏବେ ସାମ୍ନାକୁ ଆସିଛି । ଯେଉଁଥିରେ ଜଣେ ଛାତ୍ରଙ୍କୁ ଚାକିରି ଦେବା ଆଳରେ ସାଇବର ଠକ ଠକିଛନ୍ତି । ମୁମ୍ବାଇର ଏକ ମହାବିଦ୍ୟାଳୟର ଜଣେ ଛାତ୍ର ସୋସିଆଲ ମିଡିଆରେ କୋକା କୋଲା କମ୍ପାନୀର ବିଜ୍ଞାପନ ଦେଖି ଅନଲାଇନରେ ଚାକିରି ପାଇଁ ଆବେଦନ କରିଥିଲେ । ଆବେଦନ କରିବାର କିଛି ସମୟ ମଧ୍ୟରେ ରାକେଶଙ୍କୁ କୋକା କୋଲା କମ୍ପାନୀ ତରଫରୁ ଜଣେ ଅଜ୍ଞାତ ବ୍ୟକ୍ତି ଏକ ଲିଙ୍କ ଏବଂ ଇମେଲ ପଠାଇଥିଲେ । ଆଉ ଲିଙ୍କ ଖୋଲିବା ପରେ ରାକେଶ ସବୁ ନିର୍ଦ୍ଦେଶ ଫଲୋ କରିଥିଲେ। ତେବେ ଲିଙ୍କରେ ରାକେଶଙ୍କୁ ନିଜର କିଛି ପର୍ସନାଲ ଡିଟେଲ୍ସ ମଧ୍ୟ ଦେବାକୁ କୁହାଯାଇଥିଲା । ଏହି ଗୋପନୀୟ ତଥ୍ୟ ସେୟାର କରିବା ପରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୫୦୦୦ ଟଙ୍କା କଟିଥିଲା । ତେବେ ଏଭଳି ଠକେଇ ଶୀକାର କେବଳ ରାକେଶ ହୋଇ ନାହାଁନ୍ତି ଠିକ୍ ଏହିଭଳି ଗରିମା ନାମକ ଆଉ ଜଣେ ଛାତ୍ରୀଙ୍କ ଆକାଉଣ୍ଟରୁ ମଧ୍ୟ ଯାଇଛି ୩୦୦୦ ଟଙ୍କା ।
ଏଭଳି ୬୦ରୁ ଅଧିକ ଅଭିଯୋଗ ମୁମ୍ବାଇ ସାଇବର ସେଲରେ ରୁଜୁ ହୋଇଛି । ଯେଉଁଥିରେ କୋକା କୋଲା କମ୍ପାନୀରେ ଚାକିରି ଦେବାର ପ୍ରତିଶ୍ରୁତି ଦେଇ ଲୋକଙ୍କଠୁ ଅନଲାଇନରେ ଟଙ୍କା ଆଦାୟ କରାଯାଇଥିବା ମଧ୍ୟ ଜଣାପଡ଼ିଛି । ଯଦିଓ ମୁମ୍ବାଇ ସାଇବର କ୍ରାଇମ୍ ବ୍ରାଞ୍ଚ ଡିସିପିଙ୍କ ଅନୁସାରେ କୋକା କୋଲା କମ୍ପାନୀ ପକ୍ଷରୁ ଏଭଳି କୌଣସି ବି ବିଜ୍ଞାପନ ଦିଆଯାଇ ନାହିଁ । କୋକାକୋଲା ଏକ ବ୍ରାଣ୍ଡେଡ୍ କମ୍ପାନୀ । ସେଥିପାଇଁ ଏହି କମ୍ପାନୀ ନାଁରେ ସାଇବର ଅପରାଧୀ ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି । ସେହିପରି ଚାକିରୀ ଆଶାୟୀମାନଙ୍କୁ ନକଲି ଚାକିରି ଲିଙ୍କ, ନକଲି ଅଡିଓ, ଭିଡିଓ କ୍ଲିପ୍ ତଥା ନକଲି ସାଇଟରୁ ଦୂରାଇ ରହିବାକୁ ଅନୁରୋଧ କରାଯାଇଛି।
ମୁମ୍ବାଇ ବ୍ୟତୀତ ନୋଏଡା ସେକ୍ଟର- ୬୧ ରେ ରହୁଥିବା ଜଣେ ଇଞ୍ଜିନିୟର ମଧ୍ୟ ଠକେଇର ଶିକାର ହୋଇଛନ୍ତି । କାନାଡାର ଏକ କମ୍ପାନୀରେ ଚାକିରି ପାଇବା ନାଁରେ ସାଇବର ଅପରାଧୀମାନେ ପ୍ରାୟ ୧୦ ଲକ୍ଷ ଟଙ୍କା ଠକି ନେଇଛନ୍ତି । ଇଞ୍ଜିନିୟରଙ୍କୁ ଦୁଇଟି ବ୍ୟାଙ୍କରେ ଟଙ୍କା ଟ୍ରାନ୍ସଫର କରିବାକୁ କହିଥିଲେ ଅଭିଯୁକ୍ତ । ଟଙ୍କା ଡିପୋଜିଟ୍ ହେବା ପରେ ରୋହିତଙ୍କ ସହ ଅଭିଯୁକ୍ତ କୌଣସି ଯୋଗାଯୋଗ କରିନଥିଲା ।
ତେବେ ଏଭଳି ଠକେଇରୁ ବଂଚିବା ପାଇଁ କ’ଣ କରିବାକୁ ହେବ ?
ପ୍ରଥମତଃ କୌଣସି ନାମି ଦାମୀ କମ୍ପାନୀ ଏମିତି ଇଣ୍ଟରଭ୍ୟୁ କରନ୍ତି ନାହିଁ
ଦ୍ୱିତୀୟରେ ବଡ ହେଉ କି ଛୋଟ କମ୍ପାନୀ ଚାକିରି ଦେବା ଆଗରୁ କେବେ ମଧ୍ୟ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ଡିଟେଲ ମାଗନ୍ତି ନାହିଁ
ଅନଲାଇନରେ ଯଦି ଆପ୍ଲାଏ କରୁଛନ୍ତି ତେବେ କମ୍ପାନୀର ବ୍ୟାକଗ୍ରାଉଣ୍ଡ୍ ଚେକ୍ କରନ୍ତୁ
ନିଜ କେୱାସୀ କେବେ ମଧ୍ୟ ସେୟାର କରନ୍ତୁ ନାହିଁ
ଗୋଟିଏ କଥା ମନେ ରଖନ୍ତୁ କୌଣସି କମ୍ପାନୀ ଯଦି ଆପଣଙ୍କୁ ହାୟାର କରିବାକୁ ଚାହିଁବ ତେବେ ସେହି କମ୍ପାନୀର କର୍ତ୍ତୁପକ୍ଷ ଫିଜିକାଲ ଇଣ୍ଟରଭ୍ୟୁ ନେବେ
ଯଦି ଫିଜିକାଲ ଇଣ୍ଟରଭ୍ୟୁ ସମ୍ଭବ ନୁହେଁ ତେବେ ସେମାନେ ଭିଡିଓ କଲିଂ ମାଧ୍ୟମରେ ସାକ୍ଷାତକାର ନିଅନ୍ତି
କିନ୍ତୁ କେବେ ମଧ୍ୟ ସେମାନେ ଆପଣଙ୍କୁ ଏଭଳି ଲିଙ୍କ୍ ଦେବେ ନାହିଁ ଯେଉଁଥିରେ ଆପଣଙ୍କ ବ୍ୟାଙ୍କ୍ ଡିଟେଲ ଲିକ ହେବାର ଆଶଙ୍କା ରହିଛି
ସବୁଠାରୁ ବଡକଥା ହେଲା ଆପଣ ଚାକିରି ପାଇବା ପରେ ହିଁ କମ୍ପାନୀ ସାଲେରି କ୍ରେଡିଟ୍ ପାଇଁ ଆପଣଙ୍କ ଆକାଉଣ୍ଟ୍ ନମ୍ବର ନେବ କିମ୍ବା ନୂଆ ଆକାଉଣ୍ଟ୍ ଖୋଲିବ। ଚାକିରି ନଦେଇ ଯଦି ଆରମ୍ଭରୁ କେହି ଆପଣଙ୍କୁ ବ୍ୟାଙ୍କ ଡିଟେଲ ମାଗୁଛି ତେବେ ସତର୍କ ହୋଇଯାଆନ୍ତୁ ।
‘୨୦୩୦ ସୁଦ୍ଧା ବାଲ୍ୟ ବିବାହ ମୁକ୍ତ ହେବ ଓଡ଼ିଶା’
ଭୁବନେଶ୍ୱର: ବାଲ୍ୟବିବାହ ରୋକିବାରେ ରାଜ୍ୟ ସରକାରଙ୍କ ଉଦ୍ୟମ ପ୍ରଶଂସନୀୟ । ଜାତୀୟ ହାର ଠାରୁ କମ ରହିଛି ଓଡ଼ିଶାରେ ବାଲ୍ୟ ବିବାହ ହାର । ଜାତୀୟ ହାର ୨୬.୮ପ୍ରତିଶତ ଥିବା ବେଳେ ରାଜ୍ୟର ହାର ୨୧.୩ ପ୍ରତିଶତ । ରାଜ୍ୟ ସାରା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଦିଆଯିବ ଦାୟିତ୍ୱ । Knowledge partner ନାମରେ ତିଆରି ହୋଇଛି ଗ୍ରୁପ । ଆଦିବାସୀ ପ୍ରବଣ ଅଞ୍ଚଳରେ ନାବାଳିକାଙ୍କୁ ମନାସିକତାରେ ପରିବର୍ତ୍ତନ ପାଇଁ ପ୍ରୟାସ ।୨୦୩୦ ସୁଦ୍ଧା ବାଲ୍ୟବିବାହ ମୁକ୍ତ ହେବ ରାଜ୍ୟ । ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ମୁଖ୍ୟ ସଂଧ୍ୟାବତୀ ପ୍ରଧାନଙ୍କ ସୂଚନା ।
ସୂଚନା ଯୋଗ୍ୟ ଯେ, ବାଲ୍ୟ ବିବାହ ଏକ ଦଣ୍ଡନୀୟ ଅପରାଧ ହୋଇଥିବା ବେଳେ ଏଥିପାଇଁ ଜନ ସଚେତନତା ସୃଷ୍ଟି ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଚାଲିଛି । ସରକାରୀ ନୀତି ନିୟମ ମଧ୍ୟ ପ୍ରଣୟନ ହେଉଛି । ପୋଲିସ ପ୍ରଶାସନ ବି ଏପରି ଅପରାଧ ବନ୍ଦ ପାଇଁ ତତ୍ପର । ହେଲେ ଏବେ ବି ବାଲ୍ୟ ବିବାହ ରାଜ୍ୟର ଏକ ସମସ୍ୟା ହୋଇ ଠିଆ ହୋଇଛି । ଗ୍ରାମାଞ୍ଚଳରେ ଦିନକୁ ଦିନ ଏହି ବିବାହ ବଢ଼ି ଚାଲିଛି । ଯାହା ଲୋକଲୋଚନକୁ ଆସିପାରୁନାହିଁ । ଦାରିଦ୍ର ସୀମାରେଖା ତଳେ ବସବାସ କରୁଥିବା ପ୍ରାୟ ୬୩ ପ୍ରତିଶତ ପରିବାରରେ ବାଲ୍ୟ ବିବାହ ଏକ ସାଧାରଣ କଥାରେ ପରିଣତ ହୋଇଛି ।
ଲକର ସୁରକ୍ଷା ବ୍ୟାଙ୍କର ଦାୟିତ୍ୱ,୬ ମାସରେ ନିୟମ ଆଣୁ RBI : ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଶୁକ୍ରବାର ସୁପ୍ରିମକୋର୍ଟ କହିଛନ୍ତି ଯେ ବ୍ୟାଙ୍କଗୁଡ଼ିକୁ ସେମାନଙ୍କ ଲକର ସୁବିଧା ଦାୟିତ୍ୱରୁ ତ୍ରାହି ମିଳିବ ନାହିଁ। ବ୍ୟାଙ୍କଗୁଡ଼ିକ ଗ୍ରାହକଙ୍କ ପ୍ରତି ନିଜ ଦାୟିତ୍ୱରୁ ଓହରିପାରିବେ ନାହିଁ । ଏହା ସହିତ କୋର୍ଟ ୬ ମାସ ମଧ୍ୟରେ ଏ ବାବଦରେ ନିୟମ ପ୍ରସ୍ତୁତ କରିବାକୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) କୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ଆସନ୍ତୁ ଜାଣିବା ସୁପ୍ରିମକୋର୍ଟଙ୍କ ସମ୍ପୂର୍ଣ୍ଣ ରାୟ ବିଷୟରେ ।
ଗ୍ଲୋବାଲାଇଜେଶନରେ ବ୍ୟାଙ୍କ ଗୁରୁତ୍ୱପୂର୍ଣ୍ଣ: ଜଷ୍ଟିସ୍ ଏମ୍ ଶାନ୍ତନଗୌଦର ଏବଂ ଜଷ୍ଟିସ ଭିନିତ ସରନଙ୍କ ଏକ ବେଞ୍ଚ କହିଛନ୍ତି ଯେ ଗ୍ଲୋବାଲାଇଜେଶନ ଯୁଗରେ ବ୍ୟାଙ୍କିଙ୍ଗ ଅନୁଷ୍ଠାନ ସାଧାରଣ ଲୋକଙ୍କ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଦେଶରେ ଘରୋଇ ଏବଂ ଆନ୍ତର୍ଜାତୀୟ ଅର୍ଥନୈତିକ କାରବାର ମଧ୍ୟ ବହୁଗୁଣା ବୃଦ୍ଧି ହୋଇଛି। ଏଭଳି ପରିସ୍ଥିତିରେ ବ୍ୟାଙ୍କଗୁଡ଼ିକ ଗ୍ରାହକଙ୍କ ଲକରରେ ରଖାଯାଇଥିବା ସମ୍ପତ୍ତିର ଦାୟିତ୍ ନେବାରୁ ବର୍ତ୍ତି ପାରିବେ ନାହିଁ ।
କ୍ୟାଶ୍ ଲେଶ୍ ଇକୋନୋମି ମୁହାଁ ଦେଶ: ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ଆମେ ଧୀରେ ଧୀରେ କ୍ୟାଶଲେଶ ଇକୋନୋମି ଆଡ଼କୁ ଯାଉଛୁ । ଏବେର ସମୟରେ ଲୋକମାନେ ସେମାନଙ୍କର ଚଳନ ସମ୍ପତ୍ତିକୁ ଘରେ ରଖିବାକୁ ଚାହୁଁନାହାନ୍ତି । ତେଣୁ ଏଭଳି ପରିସ୍ଥିତିରେ ଲୋକମାନେ ବ୍ୟାଙ୍କର ଲକର ସୁବିଧା ଚାହୁଁଛନ୍ତି। ତେଣୁ ଏହା ବ୍ୟାଙ୍କର ଏକ ଅତ୍ୟାବଶ୍ୟକ ସେବା ହୋଇପାରିଛି । ଭାରତୀୟ ନାଗରିକ ତଥା ବିଦେଶୀ ନାଗରିକ ମଧ୍ୟ ଏହାର ଫାଇଦା ଉଠାଇ ପାରିବେ ।
ବ୍ୟବସ୍ଥାକୁ ବଦଳାଇ ଦେଇଛି ଟେକ୍ନୋଲୋଜି: ଖଣ୍ଡପୀଠ କହିଛି ଯେ ଦ୍ରୁତ ବୈଷୟିକ ବିକାଶ ବା ଟେକ୍ନୋଲୋଜିକାଲ ଡେଭଲପମେଣ୍ଟ ହେତୁ ଆମେ ବର୍ତ୍ତମାନ ଇଲେକ୍ଟ୍ରୋୱନିକ୍ ଲକର ଆଡ଼କୁ ବଢ଼ୁଛୁ। ଗ୍ରାହକମାନେ ପାସୱାର୍ଡ କିମ୍ବା ଏଟିଏମ୍ ପିନ୍ ମାଧ୍ୟମରେ ଏହି ଇଲେକ୍ଟ୍ରୋନିକ୍ ଲକରକୁ ଆଂଶିକ ପ୍ରବେଶ କରିପାରିବେ। କିନ୍ତୁ ଟେକ୍ନୋଲୋଜି ଅନୁଯାୟୀ ଆମେ ଜାଣିନାହୁଁ ଯେ ଏହିପରି ଲକରଗୁଡ଼ିକର ନିୟନ୍ତ୍ରଣ କିହା ପାଖରେ ଅଛି। ତେଣୁ ଏଭଳି ପରିସ୍ଥିତିରେ, ସମ୍ଭାବନା ଅଛି ଯେ ଏହି ଟେକ୍ନୋଲୋଜିକୁ ଟ୍ୟାମ୍ପରିଂ କରାଯାଇପାରିବ ଏବଂ ବିନା ସୂଚନା ଓ ସହମତିରେ ଏହି ଲକରଗୁଡିକ ପ୍ରବେଶ କରାଯାଇପାରିବ।
ଆରବିଆଇ ଆଣୁ ନିୟମ: ସୁପ୍ରିମ କୋର୍ଟ ବ୍ୟାଙ୍କଗୁଡିକର ଲକର ସୁବିଧା ପାଇଁ ୬ ମାସ ଭିତରେ ବ୍ୟାପକ ନିର୍ଦ୍ଦେଶନାମା ତିଆରି କରିବାକୁ RBIକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ କୋର୍ଟ କହିଛନ୍ତି ଯେ ବ୍ୟାଙ୍କ ଗ୍ରାହକଙ୍କ ଉପରେ ଏଭଳି ଏକ ତରଫା ନିୟମ ବନାଇପାରିବେ ନାହିଁ । କୌଣସି ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଲକର ସୁବିଧା ଦାୟିତ୍ୱରୁ ଓହରିପାରିବେ ନାହିଁ।
ଗ୍ରାହକ ସୁରକ୍ଷା ଆଇନର ଉଲ୍ଲଂଘନ: ସୁପ୍ରିମ କୋର୍ଟ ବ୍ୟାଙ୍କଗୁଡିକର ଲକରର ଦାୟିତ୍ୱରୁ ଓହରିବା ସର୍ତ୍ତାବଳୀକୁ ଗ୍ରାହକ ସୁରକ୍ଷା ଆଇନର ଅନେକ ବିଭାଗର ଉଲ୍ଲଂଘନ ବୋଲି କହିଛନ୍ତି। କୋର୍ଟ ଏହା ମଧ୍ୟ କହିଛି ଯେ ଏକ ଉଦୀୟମାନ ଅର୍ଥନୀତିରେ ଏହିପରି ନିୟମ ନିବେଶକଙ୍କ ଆତ୍ମବିଶ୍ୱାସକୁ ଦୁର୍ବଳ କରିଥାଏ।
ନାଗାଲାଣ୍ଡ ବିଧାନସଭାରେ ୫୮ ବର୍ଷରେ ପ୍ରଥମ ଥର ପାଇଁ ବାଜିଲା ଜାତୀୟ ସଂଗୀତ, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ..
କୋହିମା: ନାଗାଲାଣ୍ଡ ବିଧାନସଭା ରେ ପ୍ରଥମ ଥର ପାଇଁ ଫେବୃଆରୀ ୧୨ ତାରିଖ ଦିନ ଇତିହାସ ସୃଷ୍ଟି ହୋଇଛି । ପ୍ରଥମ ଥର ପାଇଁ ନାଗାଲ୍ୟାଣ୍ଡ୍ ବିଧାନସଭାରେ ଏହି ଦିନ ଜାତୀୟ ସଂଗୀତ ବାଜିଥିଲା । ତ୍ରୟୋଦଶ ବିଧାନସଭାର ସପ୍ତମ ଅଧିବେଶନରେ ନାଗାଲାଣ୍ଡ ରାଜ୍ୟପାଳ ଆରଏନ୍ ରବିଙ୍କ ସମ୍ବୋଧନ କାଳରେ ‘ଜନ-ଗଣ-ମନ’ ବଜାଯାଇଥିଲା । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହା ସହିତ ଟ୍ୱିଟରରେ #NationalAnthem ଟ୍ରେଣ୍ଡ୍ କରୁଛି । ନାଗାଲାଣ୍ଡ ଗଠନର ୫୮ ବର୍ଷ ପରେ ପ୍ରଥମ ଥର ପାଇଁ ଜାତୀୟ ସଂଗୀତ ଗାୟନ କରାଯିବାକୁ ନେଇ ସୋସିଆଲ ମିଡିଆରେ ଖୁସି ସହିତ ଆଶ୍ଚର୍ଯ୍ୟ ପ୍ରକଟ କରୁଛନ୍ତି ୟୁଜର୍ସ ।
Pl see the video below. At first glance, perfectly normal scene, right? But you will be amazed, like I was, to know that this was for the first time that the National Anthem was played in the Nagaland Assembly. Just for the record, Nagaland became a State on 1 December 1963 pic.twitter.com/70s6Q20d1N
— Nitin A. Gokhale (@nitingokhale) February 19, 2021
ସୋସିଆଲ ମିଡିଆରେ ପ୍ରତିରକ୍ଷା ବିଶେଷଜ୍ଞ ନୀତିନ ଗୋଖଲେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ରାଜ୍ୟପାଳଙ୍କ ଅଭିଭାଷଣ ଆରମ୍ଭ ପୂର୍ବରୁ ଗୃହରେ ଜାତୀୟ ସଂଗୀତ ବଜା ଯାଇଥିଲା । ଏହି ସମୟରେ ଜାତୀୟ ସଂଗୀତ ସମ୍ମାନରେ ବିଧାୟକ ଛିଡା ହୋଇଥିବା ଦେଖିବାକୁ ମିଳିଛି । ୧ଡିସେମ୍ବର ୧୯୬୩ରେ ନାଗାଲ୍ୟାଣ୍ଡର ପ୍ରତିଷ୍ଠା ପରେ କେବେ ମଧ୍ୟ ବିଧାନସଭାରେ ଜାତୀୟ ସଂଗୀତ ଗାୟନ କରାଯାଇନଥିଲା । ଯାହାକୁ ନେଇ ଅନେକ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ।
ଅଜ୍ଞାତ କାରଣରୁ କେବେ ବାଜିନଥିଲା ଜାତୀୟ ସଂଗୀତ:
ଏକ ଇଂରାଜୀ ଖବର କାଗଜ ସହିତ ବିଧାନସଭା ସଚିବ ପି ଜେ ଆଣ୍ଟୋନି କଥା ହୋଇ କହିଛନ୍ତି ଯେ, କୌଣସି ଅଜ୍ଞାତ କାରଣରୁ ଏହି ୫୮ ବର୍ଷ ମଧ୍ୟରେ କେବେ ମଧ୍ୟ ବିଧାନସଭାରେ ଜାତୀୟ ସଂଗୀତ ବାଜିନଥିଲା । ତେବେ ଚଳିତ ବର୍ଷ ରାଜ୍ୟପାଳଙ୍କ ଅଭିଭାଷଣ ପୂର୍ବରୁ ଜାତୀୟ ସଂଗୀତ ବାଜିବାକୁ ସବୁ ସଦସ୍ୟ ସ୍ୱାଗତ କରି ଉପଯୁକ୍ତ ଆଚରଣ ପ୍ରଦର୍ଶନ କରିଛନ୍ତି ।
ତିନି ବର୍ଷ ତଳେ ତ୍ରିପୁରା ବିଧାନସଭାରେ ସୃଷ୍ଟି ହୋଇଥିଲା ଇତିହାସ:
ନାଗାଲ୍ୟାଣ୍ଡର ଅବସରପ୍ରାପ୍ତ କମିଶନର ଓ ପୂର୍ବତନ ରାଜ୍ୟପାଳଙ୍କ କହିବା ହେଉଛି ତାଙ୍କ ସମୟରେ ଏଭଳି କୌଣସି ନିୟମ ନଥିଲା କିମ୍ବା ଏମିତି କିଛି ହୋଇନଥିଲା । ତେବେ ଜାତୀୟ ସଂଗୀତ ନବାଜିବା ପଛରେ କୌଣସି ବଳିଷ୍ଠ କାରଣ ମଧ୍ୟ ନଥିଲା । କିନ୍ତୁ ରାଜ୍ୟପାଳଙ୍କ ଅଭିଭାଷଣରେ ଏହାକୁ ସାମିଲ କରିବା କିଛି ଭୁଲ ନୁହେଁ । ଉଲ୍ଲେଖନୀୟ ଯେ, ତିନିବର୍ଷ ତଳେ ନାଗାଲ୍ୟାଣ୍ଡର ପଡୋଶୀ ରାଜ୍ୟ ତ୍ରିପୁରାର ବିଧାନସଭାରେ ପ୍ରଥମ ଥର ପାଇଁ ଜାତୀୟ ସଂଗୀତ ଗାୟନ ହୋଇଥିଲା । ଏହା ପୂର୍ବରୁ ତ୍ରିପୁରା ବିଧାନସଭାରେ କେବେ ମଧ୍ୟ ଜାତୀୟ ସଂଗୀତ ବାଜି ନଥିଲା ।





