spot_img
Home Blog Page 5968

୬ ହାତୀ ମୃତ୍ୟୁ ଘଟଣା: କଳାହାଣ୍ଡିଗସ୍ତରେ ଯିବେ ୪ ଜଣିଆ ଟିମ୍

କଳାହାଣ୍ଡି: କର୍ଲାପାଟ ଅଭୟାରଣ୍ୟରେ ହାତୀ ମୃତ୍ୟୁର କାରଣ ଜାଣିବା ପାଇଁ ଆଜି କଳାହାଣ୍ଡି ଗସ୍ତରେ ଯିବେ କେନ୍ଦ୍ରୀୟ ପ୍ରତିନିଧି ଦଳ । ପ୍ରଥମେ ଭବାନୀପାଟଣାରେ ସମୀକ୍ଷା କରିବେ ୪ ଜଣିଆ ଟିମ୍ । ଆସନ୍ତାକାଲି କର୍ଲାପାଟ ଅଭୟାରଣ୍ୟ ଯାଇ ହାତୀ ମୃତ୍ୟୁର କରିବେ ସମୀକ୍ଷା । ଗତ କିଛି ଦିନ ତଳେ ୬ଟି ହାତୀର ମୃତ୍ୟୁ ହୋଇଥିଲା । କର୍ଲାପାଟ ଅଭୟାଆରଣ୍ୟର ଘୁଷୁରୀଗୁଡି ନାଲାରୁ ଛୁଆ ହାତୀର ମୃତଦେହ ଉଦ୍ଦାର ପରେ ହାତୀ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି ପାଇଥିଲା । ହାତୀ ମୃତ୍ୟୁର କାରଣ ଓୟୁଏଟିର ପ୍ରାଣୀ ବିଶେଷଜ୍ଞ ଟିମ ଓ ପଶୁ ବିଭାଗ ଅତିରିକ୍ତ ନିର୍ଦ୍ଦେଶକ ସାହାଣ ଭୁତାଣୁ ସଂକ୍ରମଣ ବୋଲି ସ୍ପଷ୍ଟ କରିଥିଲେ । ଯାହା ସ୍ଥାନୀୟ ଅଞ୍ଚଳର ଗୃହପାଳିତ ପଶୁର ମୃତ ଦେହରୁ ହାତୀକୁ ବ୍ୟାପିଥିବା ବିଶେଷଜ୍ଞ ପ୍ରକାଶ କରିଥିଲେ । ଓଡ଼ିଶାରେ ଏଭଳି ସଂକ୍ରମଣ ପ୍ରଥମ ଘଟଣା  । ୧୭ ଟିକିଆ ହାତୀପଲ ମଧ୍ୟରୁ ୬ ହାତୀର ମୃତ୍ୟୁ ପରେ ଏବେ ଅନ୍ୟ ହାତୀଙ୍କ ଜୀବନ ପ୍ରତି ମଧ୍ୟ ବିପଦ ରହିଛି ।

ଏଥିସହିତ ପଢ଼ନ୍ତୁ ଫାଶୀ ଅପେକ୍ଷାରେ ଥିବା ମା ପାଇଁ ୧୨ ବର୍ଷୀୟ ପୁଅର କ୍ଷମାପ୍ରାର୍ଥନା

ଯବାନ ଆତଙ୍କବାଦୀ ଗୁଳିବିନିମୟ: ୩ ଆତଙ୍କବାଦୀ ନିପାତ

ଶ୍ରୀନଗର: ଜମ୍ମୁ କଶ୍ମୀର ସୋପିଆନରେ ଯବାନ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର । ଯବାନଙ୍କ ଗୁଳିରେ ନିହତ ଇଛନ୍ତି ୩ ଜଣ ଆତଙ୍କବାଦୀ । ସେହିପରି ଆତଙ୍କୀଙ୍କ ଆକ୍ରମଣରେ ଜଣେ ସେନା କର୍ମଚାରୀ ସହିଦ ହୋଇଥିବା ବେଳେ, ଅନ୍ୟ ଜଣେ ଆହତ ହୋଇଛନ୍ତି । ଏ ନେଇ କଶ୍ମୀର ଜୋନ୍ ପୋଲିସ ଇନ୍ସପେକ୍ଟଟର ଜେନେରାଲ ବିଜୟ କୁମାର ସୂଚିତ କରିଛନ୍ତି । ଏନକାଉଣ୍ଟରେ ନିପାତ ହୋଇଥିବା ଆତଙ୍କବାଦୀ ଏଲ୍‌ଇଟି ସଂଗଠନ ସହ ଜଡ଼ିତ ଥିବା ସୂଚନା ମିଳିଛି ।  ଆତଙ୍କୀଙ୍କ ପାଖରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ଏନକାଉଣ୍ଟର ପରେ ବୁଡ଼ଗାମ ଅଞ୍ଚଳକୁ ନାକାବାନ୍ଦି କରି ସର୍ଚ୍ଚ ଅପରେସନ ଜାରି ରଖିଛି ସେନା।

ଏଥିସହିତ ପଢ଼ନ୍ତୁ: ଆଇପିଏଲରେ ବିକ୍ରି ହେଲେ ସଚିନ,ଶାହରୁଖ ଓ ମହମ୍ମଦ ଆଜାରୁଦ୍ଦିନ୍

ପୁରୀରେ ମହାପ୍ରଭୁଙ୍କୁ ଦର୍ଶନ କଲେ ବଲିଉଡ୍ ଅଭିନେତ୍ରୀ କଙ୍ଗନା

ପୁରୀ:  ବଲିଉଡ ଅଭିନେତ୍ର୍ରୀ କଙ୍ଗନା ରଣାୱତ ଶୁକ୍ରବାର ସକାଳୁ ପୁରୀରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ସକାଳୁ ସକାଳୁ ଭୁବନେଶ୍ୱରରୁ ଶ୍ରୀମନ୍ଦିରରେ ପହଞ୍ଚି  ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରି ଆର୍ଶୀବାଦ ଭିକ୍ଷା କରିଛନ୍ତି କଙ୍ଗନା ।ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପହଞ୍ଚିବା ସମୟରେ ସିଂହାରୀ ସେବାୟତ ତାଙ୍କୁ ପାଛୋଟି ଶ୍ରୀମନ୍ଦିର ଭିତରକୁ ନେଇଥିଲେ । ପତିତପାବନଙ୍କୁ ଦର୍ଶନ କରିବା ପରେ ବାଇଶି ପାହାଚ ଓ ସାତ ପାହାଚ ହୋଇ ମହାପ୍ରଭୁଙ୍କ ମଙ୍ଗଳ ଆଳତି ଦର୍ଶନ କରିଥିଲେ।

ତେବେ ମହାପ୍ରଭୁଙ୍କ ଦର୍ଶନ କରିଥିବା ନେଇ ଟ୍ୱିଟ୍‌ କରି ଜଣାଇଛନ୍ତି କଙ୍ଗନା ରାଣାଓ୍ୱତ । ସେ ତାଙ୍କ ଟ୍ୱିଟରେ ଲେଖିଛନ୍ତି ଆମେ ରାଧା ଏବଂ ଋକ୍ମଣୀଙ୍କୁ (ଲକ୍ଷ୍ମୀ)  ଦର୍ଶନ କରିଆସୁଛେ, କିନ୍ତୁ ପୁରୀ ଜଗନ୍ନାଥରେ ଭଗବାନ କୃଷ୍ଣ ନିଜ ଭାଇ ଭଉଣୀଙ୍କ ସହ ଦର୍ଶନ ଦେଉଛନ୍ତି ।

ଗତବର୍ଷ ଡିସେମ୍ୱର ମାସରେ ହିଁ କଙ୍ଗନା ମହାପ୍ରଭୁଙ୍କ ଦର୍ଶନ ଲାଗି ଆଗ୍ରହ ପ୍ରକାଶ କରିଥିଲେ । ଏଣୁ ସେ ଗତକାଲି ଭୁବନେଶ୍ୱର ଏୟାରପୋର୍ଟରେ ଓ୍ୱାଇ ସିକ୍ୟୁରିଟି ମଧ୍ୟରେ ଆସି ପହଞ୍ଚିଥିଲେ । ସେ ଭୁବନେଶ୍ୱର ପହଞ୍ଚିବା ପରଠୁ ହିଁ ପୁରୀରେ ଜଗା ଦର୍ଶନ କରିବାକୁ ଆସିଥିବା ନେଇ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ହିଣ୍ଟସ୍ ଦେଇଆସିଥିଲେ ।

ବଜେଟ ଅଧିବେଶନ: ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା

ଭୁବନେଶ୍ୱର: ବଜେଟ ଅଧିବେଶନର ଆଜି ଦ୍ୱିତୀୟ ଦିନ । ଦ୍ୱିତୀୟ ଦିନରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ, ଶକ୍ତି, କ୍ରୀଡା ଓ ଯୁବ କଲ୍ୟାଣ, ଶିଳ୍ପ, ସୂଚନା ପ୍ରଯୁକ୍ତି , ସୂକ୍ଷ୍ମ, ଯୁଦ୍ର ଓ ମଧ୍ୟମ ଉଦ୍ୟୋଗ ଆଦି ବିଭାଗର ପ୍ରଶ୍ନ ଉତ୍ତର କାଳ ରହିଛି । ବିଭାଗୀୟ ମନ୍ତ୍ରୀ ଗୃହରେ ପ୍ରଶ୍ନର ଉତ୍ତର ରଖିବେ । ଏହା ସହ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ହେବ  । କୋଟିଆ, ମଣ୍ଡି ସମସ୍ୟା, ଚାଷୀ ପ୍ରସଙ୍ଗ ନେଇ ଗୃହ ସରଗରମ ହେବାର ମଧ୍ୟ ସମ୍ଭାବନା ରହିଛି  ।

ଚଳିତ ଅଧିବେଶନ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ୨୨ ତାରିଖରେ ବଜେଟ ଉପସ୍ଥାପନ ହେବ। ଗତକାଲିର ଅଧିବେଶନରେ କଂଗ୍ରେସ କକ୍ଷତ୍ୟାଗ କରିଛି । କୋଟିଆ ପ୍ରସଙ୍ଗ ସହିତ ପେଟ୍ରୋଲ ଡିଜେଲ ଦର ବୃଦ୍ଧି ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ସ୍ଥିତିକୁ ବିରୋଧ କରି କକ୍ଷତ୍ୟାଗ କଂଗ୍ରେସ କକ୍ଷତ୍ୟାଗ କରିଥିଲା । ରାଜ୍ୟପାଳଙ୍କ ଅଭିଭାଷଣ ସମୟରେ ବିରୋଧୀ ବିଜେପି ସଦସ୍ୟ ମଧ୍ୟ କକ୍ଷତ୍ୟାଗ କରିଛନ୍ତି ।

ତେବେ ନିଜ ଅଭିଭାଷଣରେ ଦିବଙ୍ଗତ ପୂର୍ବତନ ସମସ୍ୟ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଶହୀଦ ଯବାନ ଏବଂ କରୋନା ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ରାଜ୍ୟପାଳ । ନିଜ ଅଭିଭାଷଣରେ ରାଜ୍ୟପାଳରେ ବିଭିନ୍ନ ଗୁରୁତ୍ୱ ପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋକପାତ କରିଛନ୍ତି । ଶିଶୁ ଓ ଗର୍ଭବତୀଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ କରିଛନ୍ତି ସରକାର । ସମାଜର ସବୁ ବର୍ଗ ପାଇଁ କାମ କରୁଛନ୍ତି ସରକାର । ଜନସ୍ୱାସ୍ଥ୍ୟ ଉପରେ ସରକାର ଦେଇଛନ୍ତି ଅଧିକ ଗୁରୁତ୍ୱ । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବଡ଼ ସଫଳତା ପାଇଛି ରାଜ୍ୟ । କରୋନାରେ ଲୋକଙ୍କୁ ଦିଆଯାଇଛି ମାଗଣା ରାସନ ସାମଗ୍ରୀ । ରାଜ୍ୟରେ କୋଭିଡ ପରିଚାଳନାକୁ ମିଳିଛି ପ୍ରଶଂସା । କ୍ରୀଡ଼ା କ୍ଷେତ୍ରରେ ମଧ୍ୟ ଓଡ଼ିଶାକୁ ଖୁବ ସଫଳତା ମିଳିଛି । ସୁନ୍ଦରଗଡରେ ହେବ ଦେଶର ସବୁଠୁ ବଡ ହକି ଷ୍ଟାଡିୟମ । ମହିଳା ସଶକ୍ତିକରଣକୁ ମଧ୍ୟ ରାଜ୍ୟ ସରକାର ସର୍ବଦା ଗୁରୁତ୍ୱ ଦେଇଛନ୍ତି ।  ମୋ ସରକାର ପାରଦର୍ଶିତା ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି । କ୍ଷୁଦ୍ର ଓ ଅତିକ୍ଷୁଦ୍ର ଶିଳ୍ପର ବିକାଶ ଦିଗରେ ସରକାର କାମ କରୁଛନ୍ତି । ଷ୍ଟାର୍ଟଅପ୍ ଓଡ଼ିଶା ପଲିସି ସରକାର ଆଣିଥିବା ରାଜ୍ୟପାଳ ନିଜ ଅଭିଭାଷଣରେ କହିଥିଲେ ।

ଏଥିସହିତ ପଢ଼ନ୍ତୁ: ରାଜ୍ୟପାଳଙ୍କ ଅଭିଭାଷଣ ସହ ଆରମ୍ଭ ହେଲା ବଜେଟ୍ ଅଧିବେଶନ, କକ୍ଷତ୍ୟାଗ କଲେ ବିରୋଧୀ

ଅଡ଼ୁଆରେ ପୁଡୁଚେରୀ କଂଗ୍ରେସ ସରକାର: ଫ୍ଳୋର ଟେଷ୍ଟ ପାଇଁ ନିର୍ଦ୍ଦେଶ ଦେଲେ ରାଜ୍ୟପାଳ

ଅଡୁଆରେ ପୁଡୁଚେରୀ କଂଗ୍ରେସ ସରକାର । ଆସନ୍ତା ୨୨ ତାରିଖରେ ଫ୍ଲୋର ଟେଷ୍ଟ ଦେବାକୁ ନିର୍ଦ୍ଦେଶ ଦେଲେ ଉପରାଜ୍ୟପାଳ । ଲଗାତର ବିଧାୟକଙ୍କ ଇସ୍ତଫା ପରେ ସରକାର ବହୁମତ ହରାଇଛି । ତେଣୁ ୨୨ ତାରିଖରେ ବହୁମତ ସାବ୍ୟସ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଉପରାଜ୍ୟପାଳ ତମିଲିସାଇ ସୌନ୍ଦର୍ଯ୍ୟରାଜନ୍ । ମଙ୍ଗଳବାର ଦଳର ବିଧାୟକ ଜନ୍ କୁମାର ବିଧାନସବା ସଦସ୍ୟତା ପଦରୁ ଇସ୍ତଫା ଦେଇଥିଲେ । ଗୋଟିଏ ମାସରେ ୪ ଜଣ ବିଧାୟକଙ୍କ ଇସ୍ତଫା ଦଳକୁ ଅଡୁଆରେ ପକାଇଛି । ଏନେଇ ବିରୋଧୀ ଦଳ ଉପରାଜ୍ୟପାଳଙ୍କ ନିକଟରେ ଅଭିଯୋଗ କରିବା ପରେ ଫ୍ଲୋର ଟେଷ୍ଟ ପାଇଁ ନିର୍ଦ୍ଦେଶ ଜାରି ହୋଇଛି । ମୁଖ୍ୟମନ୍ତ୍ରୀ ବି ନାରାୟଣସାମୀ ୨୨ ଫେବ୍ରୁଆରୀ ସଂଧ୍ୟା ୫ଟାରେ ବିଧାନସଭାରେ ନିଜର ବହୁମତ ସାବ୍ୟସ୍ତ କରିବେ । ଏହି ଘଟଣା ପରେ ପୁଣିଥରେ ରାଜ୍ୟରେ ସରକାର ଗଢିବାର ସ୍ବପ୍ନ ଦେଖିଛି ବିରୋଧୀ ବିଜେପି । ସୂଚନାଯୋଗ୍ୟ ଯେ, ସୌନ୍ଦର୍ଯ୍ୟରାଜନ ଆଜି ଉପରାଜ୍ୟପାଳ ପଦରେ ଶପଥ ଗ୍ରହଣ କରିଛନ୍ତି । କିରଣ ବେଦୀଙ୍କୁ ୧୬ ତାରିଖରେ ପଦରୁ ହଟାଇବା ପରେ ଆଜି ସୌନ୍ଦର୍ଯ୍ୟରାଜନ ଶପଥ ନେଇଥିଲେ ।

ଏଥିସହିତ ପଢ଼ନ୍ତୁ: ସାଂସଦ ଅପରାଜିତାଙ୍କ ପିଏଙ୍କ ଗୁଣ୍ଡାଗିରି ଘଟଣା, ଡିସିପିଙ୍କ ଦ୍ୱାରସ୍ଥ ହେଲେ ଶୁଭମ୍ ଓ ତାଙ୍କ ମା’‌

ମ୍ୟାନେଜ୍ ମନ୍ତବ୍ୟ ପାଇଁ ବିଜେପି ମୁଖପାତ୍ର ସମ୍ବିତ ପାତ୍ରଙ୍କ ବିରୋଧରେ ମାନହାନୀ ମକଦ୍ଦମା

ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ବିରୋଧରେ ମାନହାନୀ ମକଦ୍ଦମା ହୋଇଛି । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମାନହାନୀ ମକଦ୍ଦମା କରିଛନ୍ତି । ବହୁଚର୍ଚ୍ଚିତ ନୟାଗଡ଼ ଯଦୁପୁର ପରୀ ମାମଲାରେ କଂଗ୍ରେସ ଟଙ୍କା ନେଇ ମ୍ୟାନେଜ ହୋଇ ଯାଇଥିବା ସମ୍ବିତ ପାତ୍ର କହିଥିଲେ ।

Congress MLA Narasingha Mishra Filed A Defamation Case Against BJP SpokesPerson Sambit Patra

ଏହି ମନ୍ତବ୍ୟ ପରେ ସମ୍ବିତ କ୍ଷମା ମାଗନ୍ତୁ ନଚେତ୍ ମାନହାନୀ ମକଦ୍ଦମା କରିବେ ବୋଲି ଚେତାବନୀ ଦେଇଥିଲେ ନରସିଂହ । ସମ୍ବିତ ପାତ୍ର କ୍ଷମା ମାଗି ନଥିବାରୁ ଗୁରୁବାର ନରସିଂହ ମାନହାନୀ ମକଦ୍ଦମା କରିଛନ୍ତି । ୫ କୋଟି ଟଙ୍କାର ମାନହାନୀ ହୋଇଥିବା ଆବେଦନରେ ଦର୍ଶାଯାଇଛି । ତେବେ ମାନହାନୀ ବାବଦରେ ୧ ହଜାର ଟଙ୍କା ଟୋକନ୍ ଜରିମାନା ପାଇଁ ଆବେଦନ କରାଯାଇଛି ।

 

ପ୍ରଥମ ଥର ପାଇଁ ଓଡ଼ିଶାରେ ହୁଇଲ୍ ଚେୟାର୍ ଟେନିସ୍, ଉନ୍ମୋଚନ ହେଲା ଜର୍ସି

0

ଭୁବନେଶ୍ୱର: ପ୍ରଥମ ଥର ପାଇଁ ଓଡ଼ିଶାରେ ହୁଇଲ୍ ଚେୟାର୍ ଟେନିସ୍ । ଭୁବନେଶ୍ୱର ଉପକଣ୍ଠ ମେଣ୍ଢାଶାଳ ଗୁରୁକୂଳ ଟେନିସ୍ ରିସୋର୍ଟରେ ଆସନ୍ତା ୧୯ ତାରିଖ ଠାରୁ ତିନି ଦିନିଆ ହୁଇଲ୍ ଚେୟାର୍ ଟେନିସ୍ କର୍ମଶାଳା ଆୟୋଜିତ ହେବାକୁ ଯାଉଛି । ଯେଉଁଥିରେ ରାଜ୍ୟର ପାଖାପାଖି ୨୦ ଜଣ ପ୍ରତିଯୋଗୀ ଭାଗ ନେବେ । ଇଣ୍ଡିଆନ୍ ହୁଇଲ୍ ଚେୟାର୍ ଟେନିସ୍ ଟୁର୍ (IWTT) ସହଯୋଗରେ ଗୁରୁକୁଳ ଟେନିସ୍ ରିସୋର୍ଟରେ ଚକେଲେଟ୍ ଗ୍ରୁପ ଦ୍ୱାରା ୩ ଦିନିଆ କର୍ମଶାଳା ଅନୁଷ୍ଠିତ ହେବାକୁ ଯାଉଛି ।

Odisha Wheelchair Tennis Commence From 19th February

ଏହି କର୍ମଶାଳା ଫେବ୍ରୁଆରୀ ୧୯ ତାରିଖରୁ ଆରମ୍ଭ ହୋଇ ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ । ୨୧ ତାରିଖରେ ଏହି ହୁଇଲ୍ ଚେୟାର୍ ଟେନିସ୍ କର୍ମଶାଳା ଉଦଯାପିତ୍ ହେବାକୁ ଥିବା ବେଳେ ଆଗମୀ ଏକ ବର୍ଷ ଯାଏ କିନ୍ତୁ ଏହି ଗୁରୁକୁଳ ଟେନିସ୍ ରିସୋର୍ଟରେ ହୁଇଲ୍ ଚେୟାର୍ ଟେନିସ୍ ଟ୍ରେନିଂ କ୍ୟାମ୍ପ ଜାରି ରହିବ । ଏହି ପରିପ୍ରେକ୍ଷୀରେ ଆଜି ଇଣ୍ଡିଆନ୍ ହୁଇଲ୍ ଚେୟାର୍ ଟେନିସ୍ ଟୁର୍ (IWTT) ଓ ଚକଲେଟ୍ ଗ୍ରୁପ ଦ୍ୱାରା ଏକ ‘ଏମଓୟୁ’ ସ୍ୱାକ୍ଷର ମଧ୍ୟ ହୋଇଛି । ଏହାସହ ଏହି ଅବସରରେ ଜର୍ସି ଉନ୍ମୋଚନ ମଧ୍ୟ ହୋଇଛି ।

ଇଣ୍ଡିଆନ ହୁଇଲ୍ ଚ୍ୟାର୍ ଟେନିସ ଟୁର୍ ଓ ଚକଲେଟ୍ ଗ୍ରୁପର ଏହି ଉଦ୍ୟମ ଭିନ୍ନକ୍ଷମ ଟେନିସ୍ ଖେଳାଳିଙ୍କୁ ପ୍ରୋତ୍ସାହିତ କରିବା ଓ ଆଗକୁ ବଢ଼ିବା ସହ ଏଥିରେ କ୍ୟାରିୟର କରିବା ପାଇଁ ପ୍ରେରଣା ଯୋଗାଇବ ବୋଲି ଆଶା କରାଯାଉଛି । ଆଜିର ପ୍ରେସମିଟରେ ଇଣ୍ଡିଆନ୍ ହୁଇଲ୍ ଚେୟାର ଟେନିସ୍ ଟୁରର (IWTT) ଚେୟାର୍ ମ୍ୟାନ୍ ସୁନୀଲ ଜେନ୍, ପ୍ରୋଜେକ୍ଟ ହେଡ୍ ବିଜୟ ସୂର୍ଯ୍ୟ ନାରାୟଣ ଓ ଇନଷ୍ଟ୍ରକ୍ଟର୍ ଏଚ୍ ମଧୁସଦନଙ୍କ ସହ ଚେକଲେଟ୍ ଗ୍ରୁପର ଫାଉଣ୍ଡର ଚିନ୍ମୟ ପ୍ରଧାନ ଉପସ୍ଥିତ ରହିଥିଲେ ।

ଓଡ଼ିଶା ଆଥଲେଟିକ୍ସ ଆସୋସିଏସନର ନୂଆ ସଭାପତି ହେଲେ ଜି.ଏସ୍ ପଟ୍ଟନାୟକ

0

ଭୁବନେଶ୍ୱର: ଓଡ଼ିଶା ଆଥଲେଟିକ୍ସ ଆସୋସିଏସନର ନବ ନିର୍ବାଚିତ ସଭାପତି ଜି.ଏସ୍ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧନା କରାଯାଇଛି। ବାଣୀବିହାରସ୍ଥିତ ହୋଟେଲ ଶୀତଲ ଠାରେ ଏହି ଉପଲକ୍ଷେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ତଥା ପୂର୍ବତନ ସାଂସଦ ପଦ୍ମଶୀ ଦିଲ୍ଲୀପ ତିର୍କୀ ଯୋଦେଇ ଜି.ଏସ୍ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଓଡ଼ିଶା ଆଥଲେଟିକ୍ସ ଆସୋସିଏସନର ଉତରୋତର ଉନ୍ନତି ଓ ସଫଳତା କାମନା କରିଥିଲେ।

ସମ୍ମାନିତ ଅତିଥି ରୂପେ ୧୦୦ ମି. ହର୍ଡଲ୍‌ସରେ ଜାତୀୟ କିର୍ତୀମାନ ସ୍ଥାପନ କରିଥିବା କ୍ରୀଡାବିତ୍ ତଥା ଅଲମ୍ପିଆନ୍ ଅନୁରାଧା ବିଶ୍ୱାଳ ଯୋଗ ଦେଇଥିଲେ। ଜି.ଏସ୍ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ଆଥଲେଟିକ୍ସ ଆସୋସିଏସନ ସଫଳତାର ଶୀର୍ଷରେ ପହଞ୍ଚୁ ବୋଲି ଆଶାବ୍ୟକ୍ତ କରିଥିଲେ। ଏହି ଅବସରରେ ବିଭିନ୍ନ ସଂଗଠନ ପକ୍ଷରୁ ଜି.ଏସ୍ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇବା ସହ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।

ଡ. ପଟ୍ଟନାୟକ ଏହି ସମ୍ବର୍ଦ୍ଧନା ପାଇଁ କୃତଜ୍ଞତା ଜ୍ଞାପନ କରିବା ସହିତ ନିଜର ଅଭିଭାଷଣ ରଖିଥିଲେ। ଆଥଲେଟିକ୍ କ୍ରୀଡାରେ ଓଡ଼ିଶା ହେବ ୧ ନମ୍ବର। ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ମାଧ୍ୟମରେ ତୃଣମୂଳ ସ୍ତରରୁ ପ୍ରତିଭା ଅନ୍ୱେଷଣ କରାଯାଇ ସେମାନଙ୍କୁ ସାମ୍ନାକୁ ଅଣାଯିବ।

ଇଣ୍ଡିଆନ୍ ଗ୍ରାଣ୍ଡ ପ୍ରିକ୍ସ ୧୦୦ ମିଟର ଦୌଡ଼ରେ ଦୂତୀ ଚାନ୍ଦଙ୍କୁ ସଫଳତା

ପଟିଆଲା: ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ସ୍ପୋର୍ଟ୍ସ, ପଟିଆଲାରେ ଖେଳା ଯାଉଥିବା ଇଣ୍ଡିଆନ୍ ଗ୍ରାଣ୍ଡ ପ୍ରିକ୍ସରେ ସ୍ପ୍ରିଣ୍ଟର ଦୂତୀ ଚାନ୍ଦଙ୍କୁ ସଫଳତା । ପ୍ରତିଯୋଗିତା ଆରମ୍ଭ ଦିନରେ ଦୂତୀ ୧୦୦ ମିଟର ରେସରେ ଜିତିଛନ୍ତି । ମହାମାରୀ କରୋନା ପରର ପ୍ରଥମ ଇଭେଣ୍ଟରେ ଦୌଡ଼ରାଣୀ ଦୂତୀଙ୍କୁ ସଫଳତା । ଦୂତୀଙ୍କ ଏହି ସଫଳତା ଲାଗି ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଇଣ୍ଡିଆନ୍ ଗ୍ରାଣ୍ଡ ପ୍ରିକ୍ସ ଭାରତୀୟ ସ୍ପ୍ରିଣ୍ଟରଙ୍କ ଲାଗି ବେଶ୍ ଗୁରୁତ୍ୱପୂର୍ଣ୍ଣ । ଏଥିରେ ୧୫ଟି ଇଭେଣ୍ଟ ହୋଇଥାଏ । ମହିଳା ଓ ପୁରୁଷ ଉଭୟ ବର୍ଗରେ ୧୦୦ ଓ ୨୦୦ ମିଟର ଦୌଡ଼ ହୋଇଥାଏ । ଏହାଛଡ଼ା ଏଥିରେ ୪୦୦ ମିଟର, ୮୦୦ ମିଟର, ୫୦୦ ମିଟର ଦୌଡ଼ ସହ ୪୦୦ ମିଟର୍ସ ହର୍ଡଲ୍ସ, ଲଙ୍ଗ ଜମ୍ପ, ଟ୍ରିପଲ୍ ଜମ୍ପ ରହିଛି ।

ଏଥିରେ ପାଖାପାଖି ୮୫ ଜଣ ଆଥଲେଟ୍ ଅଂଶଗ୍ରହଣ କରିଛନ୍ତି । ମହିଳା ବର୍ଗରେ ଦୂତୀ ୧୦୦ ମିଟର ଦୌଡ଼ରେ ସଫଳତା ପାଇଥିବା ବେଳେ ପୁରୁଷ ବିଭାଗରେ ଅମୀୟ କୁମାର ମଲ୍ଲିକ ସଫଳତା ହାସଲ କରିଛନ୍ତି । ଅମୀୟଙ୍କୁ ମଧ୍ୟ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଇଣ୍ଡିଆନ୍ ଗ୍ରାଣ୍ଡ ପ୍ରିକ୍ସର ଦ୍ୱିତୀୟ ଇଭେଣ୍ଟ ଫେବ୍ରୁଆରୀ ୨୫ ତାରିଖରେ ଏବଂ ତୃତୀୟ ଇଭେଣ୍ଟ ମାର୍ଚ୍ଚ ୫ରେ ଖେଳାଯିବ ।

ଆଇପିଏଲରେ ବିକ୍ରି ହେଲେ ସଚିନ,ଶାହରୁଖ ଓ ମହମ୍ମଦ ଆଜାରୁଦ୍ଦିନ୍

ଚେନ୍ନାଇ : ଚେନ୍ନାଇରେ ଆଇପିଏଲର ୧୪ତମ ସଂସ୍କରଣ ପାଇଁ ଚାଲିଛି ନିଲାମି । ୬୧ ସ୍ଥାନ ପୁରଣ ପାଇଁ ନିଲାମି ହେଉଛି । ୧୪ କୋଟି,୧୫ କୋଟିରୁ ଆରମ୍ଭ କରି ୧୬ କୋଟିରେ ଖେଳାଳୀଙ୍କୁ ନିଲାମରେ କିଣୁଛନ୍ତି ଫ୍ରାଞ୍ଚାଇଜ୍ । କ୍ରିସ୍ ମୋରିସଙ୍କୁ ୧୬.୨୫ କୋଟିରେ କିଣିଛି ରାଜସ୍ଥାନ ରୟାଲ୍ସ । ଏହା ସହିତ କ୍ରିସ୍ ଆଇପିଏଲ ଇତିହାସର ସବୁଠାରୁ ଦାମୀ ଖେଳାଳୀ ଭାବେ ଇତିହାସ ରଚିଛନ୍ତି । କିନ୍ତୁ ଏହାରି ଭିତରେ ନିଲାମରେ ସଚିନ୍,ଶାହାରୁଖ ଓ ମହମ୍ମଦ ଆଜାରୁଦ୍ଦିନଙ୍କ ନାମ ମଧ୍ୟ ଉଠିଛି ।
ତାମିଲନାଡୁର ଅଲରାଉଣ୍ଡର ଶାହାରୁଖ ଖାନଙ୍କର ମଧ୍ୟ ନିଲାମୀ ହୋଇଥିଲା । ତାଙ୍କର ବେସ୍ ପ୍ରାଇସ୍ ୨୦ ଲକ୍ଷ ଥିଲା । ପଂଜାବ କିଙ୍ଗ୍ସ ତାଙ୍କୁ ୫ କୋଟି ୨୫ ଲକ୍ଷ ଟଙ୍କାରେ କିଣିଛି । ୨୫ ବର୍ଷୀୟ ଶାହାରୁଖ ଚଳିତ ବର୍ଷ ମୁସ୍ତାକ ଅଲ୍ଲି ଟ୍ରଫିରେ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି । ସେ ୪ ଟି ମ୍ୟାଚରେ ୨୨୦ ଷ୍ଟ୍ରାଇକ୍ ରେଟ୍ ସହ ରନ୍ କରିଥିଲେ । ଯାହାର ପୁରସ୍କାର ତାଙ୍କୁ ନିଲାମରେ ମିଳିଛି ।

ସେହିଭଳି କେରଳ ଓପନର ମହମ୍ମଦ ଆଜାରୁଦ୍ଦିନଙ୍କୁ ରାଜସ୍ଥାନ ରୟାଲ୍ସ ୨୦ ଲକ୍ଷ ଟଙ୍କାରେ କିଣିଛି । ଚଳିତ ବର୍ଷ ମୁସ୍ତାକ ଅଲ୍ଲି ଟୁର୍ଣ୍ଣାମେଣ୍ଟରେ ସେ ୩୭ ବଲରେ ଶତକ ମାରି ଚର୍ଚ୍ଚାକୁ ଆସିଥିଲେ । ୧୩୭ ରନର ଇନିଂସରେ ସେ ୯ ଚୌକା ଓ ୧୧ ଛକା ଲଗାଇଥିଲେ । ୧୯୪ ଷ୍ଟ୍ରାଇକ୍ ରେଟ୍ ସହିତ ସେ ପୁରା ଟୁର୍ଣ୍ଣାମେଣ୍ଟରେ ୨୧୪ ରନ୍ କରିଥିଲେ ।
ସେହିଭଳି କେରଳର ସଚିନ ବେବିଙ୍କୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୨୦ ଲକ୍ଷ ଟଙ୍କାରେ କିଣିଛି । ନିଲାମ କାଳରେ ସଚୀନ ତେନ୍ଦୁଲକରଙ୍କ ଫ୍ୟାନ୍ ସଚିନ ବେବି ନାମ ପଢି ଭାବୁଥିଲେ ଯେ, ସେ ସଚିନଙ୍କ ପୁଅ ଅର୍ଜୁନ ବୋଲି । କିନ୍ତୁ ସତ ହେଉଛି ସଚିନ୍ ବେବି କେରଳର କ୍ରିକେଟିୟର ।

ତେବେ ଏପର୍ଯ୍ୟନ୍ତ ଭେଟେରାନ୍ ହରଭଜନ ସିଂହ ଓ ଅଷ୍ଟ୍ରେଲିଆରେ ଯାଦୁ ଦେଖାଇଥିବା ହନୁମା ବିହାରୀଙ୍କୁ କେହି କିଣି ନାହାନ୍ତି । ତେବେ ଆଶା କରାଯାଉଛି ଯେ, ନିଲାମୀ ସରିବା ବେଳକୁ କେହି ସେମାନଙ୍କୁ କିଣି ପାରନ୍ତି ।