spot_img
Home Blog Page 5970

IPL 2021 auction: ୟୁବରାଜଙ୍କ ରେକର୍ଡ଼ ଭାଙ୍ଗିଲେ କ୍ରିଶ୍ ମୋରିଶ୍

ଚେନ୍ନାଇ: ଆଜି IPLର ୧୪ତମ ସଂସ୍କରଣ ପାଇଁ ଖେଳାଳି ହେଉଛନ୍ତି ନିଲାମ।  ଚେନ୍ନାଇରେ ଏକ ହୋଟେଲରେ ଆରମ୍ଭ ହୋଇଛି ମିନି ଅକ୍ସନ।  ଅକ୍ସନ ଆରମ୍ଭ ହେଉ ହେଉ ଚଢା ଦରରେ ବିକ୍ରି ହୋଇଥିଲେ ଅଷ୍ଟ୍ରେଲିଆନ ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସଓ୍ୱେଲ। ତାଙ୍କୁ ଆରସିବି ୧୪ କୋଟି ୨୫ ଲକ୍ଷ ଟଙ୍କାରେ କିଣିଛି। ସେହିଭଳି ସବୁଠୁ ଚଢ଼ା ଦରରେ ବିକ୍ରି ହୋଇଛନ୍ତି ସାଉଥ ଆଫ୍ରିକାର ଅଲରାଉଣ୍ଡ କ୍ରିଶ୍ ମୋରିଶ୍ । ମୋରିଶ୍ ଙ୍କୁ ରାଜସ୍ତାନ ରୟାଲ୍ସ ୧୬କୋଟି ୨୫ ଲକ୍ଷରେ କିଣିଛି। ଯାହାପରେ ମୋରିଶ୍ ଆପିଏଲ ଇତିହାସର ସବୁଠୁ ମହଙ୍ଗା ଖେଳାଳୀ ହୋଇସାରିଛନ୍ତି।

ଅକ୍ସନ ଆରମ୍ଭରେ ପ୍ରଥମେ ୨ କୋଟି ବେସ୍ ପ୍ରାଇସ ଖେଳାଳିଙ୍କ ନିଲାମୀ ଆରମ୍ଭ ହୋଇଛି। ପ୍ରଥମେ ଷ୍ଟିଭ୍ ସ୍ମିଥଙ୍କୁ ୨ କୋଟି. ୨୫ ଲକ୍ଷ ଟଙ୍କାରେ ଦିଲ୍ଲୀ କିଣିଥିବା ବେଳେ ସାକିବୁଲ ହସେନକୁ କୋଲକାତା ୩.୨୦ କୋଟିରେ କିଣିଛି।  ସେହିପରି ଶିଭମ ଦୁବେଙ୍କୁ ରାଜସ୍ଥାନ ରୟାଲ୍ସ ୪ କୋଟି ୪୦ ଲକ୍ଷରେ କିଣିଥିବାବେଳେ ମୋଇନ ଅଲିଙ୍କୁ ଚେନ୍ନାଇ ସୁପର କିଙ୍ଗ୍ସ ୭ କୋଟି ଟଙ୍କାରେ କିଣିଛି। ଅନ୍ୟପଟେ  ଡେଭିଡ୍ ମଲନଙ୍କୁ ପଞ୍ଜାବ କିଙ୍ଗ୍ସ  ୧ କୋଟି ୫୦ ଲକ୍ଷରେ କିଣିଛି।

ଏହି ନିଲାମିରେ ୨୯୨ ଜଣ ଖେଳାଳି ଭାଗ ନେଇଛନ୍ତି। ଅକ୍ସନ ପାଇଁ ୧୧ ଶହ ଖେଳାଳି ନାଁ ରେଜିଷ୍ଟ୍ରେଶନ କରିଥିଲେ ବି ୨୯୨ ଜଣଙ୍କୁ ସାମିଲ କରାଯାଇଛି । ନିଲାମ ତାଲିକାରେ ୧୬୪ ଭାରତୀୟ ଖେଳାଳି ରହିଛନ୍ତି। ୮ଟି ଯାକ ଟିମ୍‌ ପାଇଁ ଫ୍ରାଞ୍ଚାଇଜ୍ ମାଲିକ ସର୍ବାଧିକ ୬୧ ଜଣଙ୍କୁ କିଣିପାରିବେ। ସେପଟେ ଇଣ୍ଡିଆନ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ଏମ୍ ଏସ୍‌ ଧୋନି ଓ ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ ଷ୍ଟିଫେନ୍ ଫ୍ଲେମିଙ୍ଗ ଭର୍ଚୁଆଲି ‌ଏହି ଅକ୍ସନରେ ସାମିଲ ହୋଇଛନ୍ତି।

ଜନବସତି ଅଞ୍ଚଳରେ ଥିବା ନାଳରୁ ମିଳୁଛି ଗୋଟିଏ ପରେ ଗୋଟିଏ ଘୁଷୁରୀ ମୃତଦେହ

ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ଘୁଷୁରୀ ମଡ଼କ । ମହାନଗର ନିଗମ ଅଞ୍ଚଳର ବିଭିନ୍ନ ୱାର୍ଡରୁ ଆଜି ୪ଗୋଟି ଘୁଷୁରୀର ମୃତଦେହ ଜବତ କରାଯାଇଛି । ମୃତଦେହ ଗୁଡ଼ିକୁ ସହରର ଶେଷ ପାଖ ଅଞ୍ଚଳରେ ମହାନଗର ନିଗମ ପକ୍ଷରୁ ପୋତି ଦିଆଯାଇଛି । ତେବେ, କେଉଁ କାରଣରୁ ହଠାତ୍ ଏକାଧିକ ଘୁଷୁରୀଙ୍କ ମୃତ୍ୟୁ ହେଉଛି ତାହା ଜଣାପଡ଼ିନାହିଁ ।

Several Pigs Death Between 8 Days In Berhampur Municipal Corporation

ଜନବସତି ମଧ୍ୟରେ ଥିବା ନାଳ ନର୍ଦ୍ଦମାରୁ ଘୁଷୁରୀର ମୃତଦେହ ମିଳୁଛି । ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେଉଛି । ଏନେଇ ସଫେଇ କର୍ମଚାରୀ ଓ ପୂର୍ବତନ କର୍ପୋରେଟର ବ୍ରହ୍ମପୁର ମହାନଗର ନିଗମକୁ ଜଣାଇଛନ୍ତି । ପଶୁ ଚିକିତ୍ସାକାରୀ ଦଳ ସମ୍ପୃକ୍ତ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ପରଖିଛନ୍ତି ।

Several Pigs Death Between 8 Days In Berhampur Municipal Corporation

ବ୍ରହ୍ମପୁର ମହାନଗର ନିଗମର ବିଶେଷ କରି ୪, ୨୦ ଓ ୨୧ ନମ୍ବର ୱାର୍ଡରେ ଘୁଷୁରୀ ମରି ପଡ଼ୁଥିବାର ଦେଖାଯାଉଛି । ଏଭଳି ଘୁଷୁରୀ ମଡ଼କ ୮ ଦିନ ହେଲା ଜାରି ରହିଛି । ୮ ଦିନ ମଧ୍ୟରେ ଶତାଧିକ ଘୁଷୁରୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସହରରେ ହରିଜନ ସମ୍ପ୍ରଦାୟ ଲୋକେ ଘୁଷୁରୀ ପାଳନ କରିଥାନ୍ତି ।

ମାତ୍ର ୬୯ ଟଙ୍କାରେ ମିଳୁଛି ୭୬୯ ଟଙ୍କାର ସିଲିଣ୍ଡର, ଜାଣନ୍ତୁ କେମିତି ଉଠାଇବେ ଲାଭ

0

ନୂଆଦିଲ୍ଲୀ: ନିକଟରେ କେନ୍ଦ୍ର ସରକାର ରନ୍ଧନ ଗ୍ୟାସ ବା ଏସପିଜି ଗ୍ୟାସର ଦର ୫୦ ଟଙ୍କା ବୃଦ୍ଧି କରିଛନ୍ତି । ଯାହାପରେ ବିନା ସବସିଡି ଯୁକ୍ତ ୧୪ କିଲୋଗ୍ରାମର ଏଲପିଜି  ସିଲିଣ୍ଡରର ମୂଲ୍ୟ ବଢ଼ିଛି ୭୬୯ ଟଙ୍କା ହୋଇଯାଇଛି। ଚଳିତ ମାସରେ ଗ୍ୟାସ ସିଲିଣ୍ଡର ମୂଲ୍ୟରେ ଏହା ଦ୍ୱିତୀୟ ଥର ପାଇଁ ବୃଦ୍ଧି ହୋଇଛି। କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଉପାୟ ବତାଇବୁ ଯାହାଦ୍ୱାରା  ଆପଣ ଏହି ଦାମୀ ସିଲିଣ୍ଡରକୁ ମାତ୍ର ୬୯ ଟଙ୍କାରେ କିଣି ପାରିବେ। ତେବେ ଆସନ୍ତୁ ଜାଣିବା କେମିତି ପାଇବେ ଏହି ଅଫର।

ପେଟିଏମ୍ ରୁ LPG ସିଲିଣ୍ଡର ବୁକ୍ କରି ଆପଣ ୭୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ପାଇପାରିବେ । ଦେଶର ଅଧିକାଂଶ ଭାଗରେ, ଯେଉଁଠି ସବସିଡି ପରେ LPG ସିଲିଣ୍ଡର ମୂଲ୍ୟ ୭୦୦ ରୁ ୭୬୯ ଟଙ୍କା ମଧ୍ୟରେ ଅଛି, ସେଠି ଆପଣ ପେଟିଏମର ସ୍ୱତନ୍ତ୍ର କ୍ୟାସବ୍ୟାକର ଲାଭ ଉଠାଇ ଏହାକୁ ମାତ୍ର ୬୯ ଟଙ୍କାରେ କିଣି ପାରିବେ ।

କେମିତି କରିବେ ବୁକ୍?

ପ୍ରଥମେ ନିଜ ସ୍ମାର୍ଟପୋନରେ Paytm ଆପ୍ ଡାଉନଲୋଡ କରି ଏହାକୁ ଓପନ କରନ୍ତୁ ।

ବର୍ତ୍ତମାନ ‘recharge and pay bills’ରେ କ୍ଲିକ୍ କରନ୍ତୁ ।

ଏବେ ‘book a cylinder’ ଉପରେ କ୍ଲିକ୍ କରନ୍ତୁ

ଏଠାରେ ଭାରତ ଗ୍ୟାସ, ଏଚପି ଗ୍ୟାସ୍ ଓ ଇଣ୍ଡିଆନ୍ ଗ୍ୟାସ ଭିତରୁନିଜ ଗ୍ୟାସ ପ୍ରୋଭାଇଡରର ଚୟନ କରନ୍ତୁ ।

ବର୍ତ୍ତମାନ ଆପଣଙ୍କ ରେଜିଷ୍ଟର୍ଡ଼ ନମ୍ବର କିମ୍ବା LPG ID ଦାଖଲ କରନ୍ତୁ ।

ଶେଶରେ ପେମେଣ୍ଟ କରିବା ପୂର୍ବରୁ ‘FIRSTLPG’ ପ୍ରମୋ କୋଡ୍  ଆପ୍ଲାଇ କରନ୍ତୁ ।

ସୂଚନାଯୋଗ୍ୟ, ଏହି କ୍ୟାଶବ୍ୟାକ୍ ଅଫର୍ କେବେଳ ସେଇମାନେ ଫାଇବେ ଯେଉଁମାନେ ପ୍ରଥମଥର ପେଟିଏମ୍ ମାଧ୍ୟମରେ ସିଲିଣ୍ଡର ବୁକ୍ କରିଥିବେ । ଏହି ଅଫର୍ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଅଛି। ଏହି ସ୍ପେଶ୍ାଲ କ୍ୟାଶବ୍ୟାକ ଅଫର ପାଇଁ ପେଟିଏମ୍ ବହୁ ଗ୍ୟାସ କମ୍ପାନୀଙ୍କ ସହ ହାତ ମିଶାଇଛି।

କଇଁ ଫୁଲରେ ବିଷ ଦେଇ ବିଦେଶାଗତ ପକ୍ଷୀ ଶିକାର, ଜଣେ ଗିରଫ

ଟାଙ୍ଗି: ବନ୍ୟପ୍ରାଣୀ ବିଭାଗର ତମାମ୍ ପଦକ୍ଷେପ ସତ୍ତ୍ୱେ ଚିଲିକାରେ ଥମୁନି ପକ୍ଷୀ ଶିକାର । କଟକଣା ସତ୍ତ୍ୱେ ମାତିଛନ୍ତି ଶିକାରୀ, ମାରୁଛନ୍ତି ପକ୍ଷୀ । କଇଁ ଫୁଲରେ ବିଷ ଦେଇ ଚିଲିକାରେ ପକ୍ଷୀ ଶିକାର ବେଳେ ବନ୍ୟପ୍ରାଣୀ ବିଭାଗ ଶିକାରୀକୁ ଗିରଫ କରିଛି । ତା’ଠାରୁ ୪ଟି ମୃତ ବିଦେଶାଗତ ପକ୍ଷୀ, ଗୋଟିଏ ସାଇକେଲ, ମୋବାଇଲ୍ ଫୋନ୍, କଇଁ ଫୁଲ ଜବତ କରାଯାଇଛି ।

Forest Department Arrested Bird Hunter From Chilika Lake

ଗିରଫ ଅଭିଯୁକ୍ତ ସର୍ବେଶ୍ୱର ପ୍ରଧାନ, ଘର ଟାଙ୍ଗୀ ଥାନା କାଟିଲା ଗୋଠ କଲୋନୀରେ । ସର୍ବେଶ୍ୱର ଦୀର୍ଘ ଦିନ ଧରି ଚିଲିକାରେ ପକ୍ଷୀ ଶିକାର କରି ଆସୁଥିଲା । ସେ କଇଁ ଫୁଲ ନାଡ଼ରେ ଫୁରାଡନ ବିଷ ପ୍ରୟୋଗ କରି ପକ୍ଷୀ ଶିକାର କରୁଥିବା ଜଣାପଡ଼ିଛି । ଅଭିଯୁକ୍ତକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ସର୍ବେଶ୍ୱରକୁ ଧରିବା ଲାଗି ବନ ବିଭାଗ କର୍ମଚାରୀ ଚିଲିକା କୂଳରେ ପ୍ରାୟ ୨ କିଲୋମିଟର ପିଛା କରିଥିବା ଫରେଷ୍ଟର ରାଧାକାନ୍ତ ହୋତା ସୂଚନା ଦେଇଛନ୍ତି ।

୬ ହାତୀ ମୃତ୍ୟୁ ପରେ ଚେତିଲା ବିଭାଗ, ଆରମ୍ଭ ହେଲା ଟିକାକରଣ

କଳାହାଣ୍ଡି: କର୍ଲାପାଟ ଅଭୟାରଣ୍ୟରେ ୧୨ ଦିନରେ ୬ ହାତୀ ମୃତ୍ୟୁ ଘଟଣା । ସାମ୍ନାକୁ ଆସିଲା ହାତୀ ମୃତ୍ୟୁର କାରଣ । ସାହାଣ ଜୀବାଣୁ ଜନିତ ସଂକ୍ରମଣ ଯୋଗୁଁ ହାତୀଙ୍କ ମୃତ୍ୟୁବରଣ ହେଉଛି । ଲାବ୍ରୋଟରୀ ରିପୋର୍ଟ ଅନୁଯାୟୀ ହାତୀ ମୃତ୍ୟୁର କାରଣ ସାହାଣ ଜୀବାଣୁ ସଂକ୍ରମଣ । ଏନେଇ ପଶୁ ସମ୍ପଦ ଓ ପ୍ରାଣୀ ଚିକିତ୍ସା ବିଭାଗ ଅତିରିକ୍ତ ନିର୍ଦ୍ଦେଶକ ଡା. ପ୍ରତାପ କିଶୋରୀ ଖମାରୀ ସୂଚନା ଦେଇଛନ୍ତି ।

Karlapat Wildlife Sanctuary Elephant Death Row, Vaccination Started By DARVM

ସାହାଣ ରୋଗ ବିଶେଷ କରି ଗାଈ ଓ ମଇଁଷିଙ୍କୁ ହୋଇଥାଏ । ହାତୀମାନେ ସେମାନଙ୍କ ଠାରୁ ସଂକ୍ରମିତ ହୋଇଥାଇ ପାରନ୍ତି । ସାହାଣ ରୋଗର ପ୍ରତିଷେଧକ ଟିକା ଏବେ ଦିଆଯାଉଛି । କର୍ଲାପାଟ ଅଭୟାରଣ୍ୟ ଚାରିପାଖରେ ଥିବା ସମସ୍ତ ଗାଁରେ ମଧ୍ୟ ସାହାଣ ପ୍ରତିଷେଧକ ଟିକା ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି । ବୁଧବାର ସୁଦ୍ଧା ୩ ହଜାର ୭୭୯ଟି ଟିକା ଦିଆଯାଇଛି ।

Karlapat Wildlife Sanctuary Elephant Death Row, Vaccination Started By DARVM

ଟିକାକରଣ ଲାଗି ୨୦ଟି ଟିମ୍ ଗଠନ କରାଯାଇଛି । ୧୦ ଜଣ ଡାକ୍ତର ଓ ୫୦ ଜଣ କର୍ମଚାରୀ ୨୦ଟି ଟିମରେ ରହିଛି । ଅଭୟାରଣ ନିକଟବର୍ତ୍ତୀ ଗାଁରେ ଥିବା ସମସ୍ତ ଗାଈଗୋରୁ, ମେଣ୍ଢା, ଛେଳି ସମସ୍ତଙ୍କୁ ଟିକା ଦିଆଯିବ । ଟିକାକରଣ ପରେ ଗୃହପାଳିତ ପଶୁଙ୍କ କାନରେ ଏକ ଟୋକନ୍ ପିନ୍ଧା ଯାଉଛି । ପରବର୍ତ୍ତୀ ସମୟରେ ଟ୍ରାକିଂ କରାଯାଇ ପାରିବ । ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରତି ୬ ମାସରେ ସାହାଣ ଟିକା ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି ।

ମହଙ୍ଗାପଡ଼ିଲା ନୂଆ କୃଷିଆଇନ୍: ପଞ୍ଜାବ ମହାନଗର ନିଗମ ନିର୍ବାଚନରେ ଚିତ୍‌ପଟାଙ୍ଗ ବିଜେପି, ବାଜି ମାରିଲା କଂଗ୍ରେସ୍

0

ବିଜେପିକୁ ମହଙ୍ଗା ପଡ଼ିଛି ୩ ନୂଆ କୃଷି ଆଇନ। ପଞ୍ଜାବରୁ ଆରମ୍ଭ ହୋଇଛି ବିଜେପିମୁକ୍ତ ଭାରତ ହାୱା। ପଞ୍ଜାବ ମହାନଗର ନିଗମ ନିର୍ବାଚନରେ ଚିତ୍‌ପଟାଙ୍ଗ ମାରିଛି ବିଜେପି। ପଞ୍ଜାବର ୭ଟି ମହାନଗର ନିଗମରୁ ୬ଟି ଆସନ କଂଗ୍ରେସ କବ୍‌ଜା କରିଥିଲା ବେଳେ ମୂଳପୋଛ ହୋଇଯାଇଛି ବିଜେପି।

ନୂଆ କୃଷି ଆଇନ ପ୍ରତ୍ୟାହର ଜିଦ୍‌ରେ ଆନ୍ଦୋଳନ କରୁଥିବା ଚାଷୀଙ୍କୁ କେନ୍ଦ୍ରର ଅବହେଳା ଯୋଗୁ ବିଜେପିକୁ ପ୍ରତ୍ୟାଖାନ କରିଛନ୍ତି ପଞ୍ଜାବବାସୀ। ସବୁଠି କଂଗ୍ରେସକୁ ବହୁମତ ମିଳିଛି । ଭଟିଣ୍ଠା ମହାନଗରରେ ମୋଟ ୫୩ ଆସନରୁ ସବୁ ଆସନରେ କଂଗ୍ରେସ ପ୍ରାର୍ଥୀ ବିପୁଳ ଭୋଟରେ ଜିତିଛନ୍ତି। ସେହିପରି ହୋସିଆରପୁର, କପୁରଥାଲା, ଆବୋହଲ, ପଠାନକୋଟ ଓ ବଟଲା କଂଗ୍ରେସ ହାତକୁ ଯାଇଛି। ପଠାନକୋଟ ଓ କପୁରଥାଲାର ଅଧିକାଂଶ ସିଟ୍‌ରେ କଂଗ୍ରେସ ଏକତରଫା ବିଜୟୀ ହୋଇଛି। ସନ୍ନି ଦେଓଲଙ୍କ ନିର୍ବାଚନୀ କ୍ଷେତ୍ରର ୧୨ ନମ୍ବର ୱାର୍ଡରେ ବିଜେପି ପ୍ରାର୍ଥୀ କିରଣ କୌରଙ୍କୁ ମାତ୍ର ୯ ଖଣ୍ଡ ଭୋଟ ମିଳିଛି।

ନକାରାତ୍ମକ ରାଜନୀତି କରୁଥିବାରୁ ବିଜେପି ସହ ଅକାଳୀ ଦଳ ଓ ଆମ୍‌ ଆଦ୍‌ମୀ ପାର୍ଟିକୁ ଜନତା ଉଚିତ୍ ଜବାବ ଦେଇଛନ୍ତି ବୋଲି କଂଗ୍ରେସ କହିଛି। ପଞ୍ଜାବରେ ବିଜେପିକୁ ସବୁଠୁ ବଡ଼ ହାର୍‌ର ମୁହଁ ଦେଖିବାକୁ ପଡ଼ିଛି। ଦିଲ୍ଲୀ ସୀମାରେ ଚାଲିଥିବା ଚାଷୀ ଆନ୍ଦୋଳନରେ ସର୍ବାଧିକ ଚାଷୀ ପଞ୍ଜାବର ହୋଇଥିବାରୁ ଏହି ନିର୍ବାଚନ ଫଳାଫଳ କେନ୍ଦ୍ରକୁ ମୁହଁତୋଡ ଜବାବ ବୋଲି କୁହାଯାଉଛି। ଅନ୍ୟପଟେ ଫଳାଫଳ ଆସିବା ପରେ ନିର୍ବାଚନରେ ଅନିୟମିତତା ହୋଇଥିବା ଅଭିଯୋଗ ଆଣିଛି ବିଜେପି।

ଟ୍ରାଫିକ୍ ପୋଲିସକୁ ସାବାସୀ, ଆମ୍ବୁଲାନ୍ସ ଅପେକ୍ଷା ନକରି ବାଇକରେ ନେଲେ ହସ୍ପିଟାଲ

ବଲାଙ୍ଗିର: ଭିଡ଼ ଜଞ୍ଜାଳମୟ ଦୁନିଆରେ କାହା ପାଖେ କାହା ପାଇଁ ସମୟ ନାହିଁ । ଏମିତିରେ ଅନେକ ସ୍ଥାନରେ ଦୁର୍ଘଟଣା ଘଟିଲେ ଲୋକେ ସିନା ଦେଖଣାହାରୀ ସାଜନ୍ତି । ସାହାଯ୍ୟ ପାଇଁ ଆଗେଇ ଆସନ୍ତି ନାହିଁ । କିନ୍ତୁ ବଲାଙ୍ଗିରରେ କାର୍ଯ୍ୟରତ ଥିବା ଟ୍ରାଫିକ୍ ପୋଲିସ ମାନବିକତା ଦେଖାଇଛନ୍ତି । ବଲାଙ୍ଗିରର ପାଟଣା ହୋଟେଲ ଛକରେ ଆଜି ସକାଳେ ଏକ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ଶିଶୁକନ୍ୟା ଗୁରୁତର ଆହତ ହୋଇଥିଲା ।

People Of Bolangir Town Appreciated Traffic Police For Helping Nature Towards Accident Injured

ଭୂତିଆରବାହାଲର ସୂର୍ଯ୍ୟ ମହାକୁଢ଼ ସ୍ତ୍ରୀଙ୍କ ସହ ପୁଅଝିଅଙ୍କୁ ନେଇ ପୁଇଁତଳାରୁ ଗାଁକୁ ଫେରୁଥିବା ବେଳେ ଟ୍ରାଫିକ୍ ଛକରେ ଦୁର୍ଘଟଣା ଘଟିଥିଲା । ସୂର୍ଯ୍ୟଙ୍କ ଗାଡ଼ିକୁ ପଛରୁ ଏକ ବାଇକ୍ ଧକ୍କା ଦେଇଥିଲା । ଏଥିରେ ୩ ବର୍ଷର ଝିଅ ଗୁରୁତର ଆହତ ହୋଇଥିଲା । ସେଠାରେ କାର୍ଯ୍ୟରତ ହାବିଲଦାର ଅସିତ୍ ପଣ୍ଡା ଓ ଜୟନ୍ତୀ ସୁନା ଆମ୍ବୁଲାନ୍ସକୁ ଅପେକ୍ଷା ନକରି ନିଜ ବାଇକରେ ଝିଅଟିକୁ ମେଡିକାଲ୍ ନେଇଥିଲେ । ଟ୍ରାଫିକ୍ ପୋଲିସର ଏଭଳି କାର୍ଯ୍ୟକୁ ସହରବାସୀ ପ୍ରଶଂସା କରିଛନ୍ତି ।

Indo-China Border Conflict : ଅଗଷ୍ଟ ୨୦୨୦ରେ ଭାରତ-ଚୀନ୍ ସେନା ମଧ୍ୟରେ ଯୁଦ୍ଧ ଆଶଙ୍କା ସର୍ବାଧିକ ଥିଲା

0

ନୂଆଦିଲ୍ଲୀ: ଲଦ୍ଦାଖର ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲଏସି)ରେ ପାଖାପାଖି ଏକ ବର୍ଷ ଧରି ଭାରତ ଓ ଚୀନ୍ ସେନା ମୁହାଁମୁହିଁ ରହିବା ପରେ ଏବେ ସ୍ଥିତି ସୁଧୁରିବାକୁ ଲାଗିଛି। ଚୀନ୍ ତା’ ସେନାକୁ ପଛକୁ ହଟାଉଛି। ଚୀନର ପଛକୁ ହଟିବା ଭାରତ ପାଇଁ ଏକ ବଡ଼ ଧରଣ ରଣନୈତିକ ବିଜୟ ବୋଲି କୁହାଯାଉଛି । ଏହା ମଧ୍ୟରେ ଭାରତୀୟ ସେନାର ଉତ୍ତର କମାଣ୍ଡ ମୁଖ୍ୟ କମାଣ୍ଡର ଲେଫ୍ଟନାଣ୍ଟ୍ ଜେନରାଲ ୱାଇ କେ ଜୋଷୀ ଏହି ପ୍ରସଙ୍କକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି ଯେ, ଚୀନ୍ ସହ ଯୁଦ୍ଧ ଆଶଙ୍କାକୁ ଭାରତ ଟାଳିଛି । ଭାରତ ଓ ଚୀନ୍ ଯୁଦ୍ଧ ମୁହାଣରେ ଥିଲେ ବୋଲି ସେ ଦାବି କରିଛନ୍ତି।

ଏକ ଘରୋଇ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ଜୋଷୀ କହିଛନ୍ତି ଯେ, ଗତ ୯ ମାସ ଧରି ଲଦ୍ଦାଖରେ ଚୀନ୍ ସହିତ ଜାରି ରହିଥିବା ଉତ୍ତେଜନା ମଧ୍ୟରେ ଅନେକ ଉତ୍ଥାନ ପତନ ଆସିଥିଲା। ତେବେ ଅଗଷ୍ଟ ୩୧,୨୦୨୦ରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧର ଆଶଙ୍କା ଅଧିକ ଥିଲା । ଦୁଇ ଦେଶ ସେହି ସମୟରେ ଯୁଦ୍ଧର ମୁହାଣକୁ ଚାଲି ଆସିଥିଲେ। ଭାରତ କୈଳାଶ ରେଞ୍ଜ ପାହାଡ ଉପରେ ୨୯ ଓ ୩୦ ଅଗଷ୍ଟରେ କବଜା କରିଥିଲା । ଭାରତ ଅଚାନକ ଏଭଳି ପଦକ୍ଷେପ ନେଇଥିଲା । ଯାହା ଚୀନ୍ ସେନାକୁ ଚକିତ କରିବା ସହ ଚିନ୍ତିତ ମଧ୍ୟ କରିଥିଲା। ଚୀନ୍ ସେନା ଭାରତ ବିରୋଧରେ ଏହାପରେ ଅପରେସନ ଆରମ୍ଭ କରିଥିଲା ।

ଲେଫ୍ଟନାଣ୍ଟ୍ ଜେନରାଲ ୱାଇ କେ ଜୋଷୀ କହିଛନ୍ତି ଯେ, ଗଲବାନ ଘଟଣା ଘଟିସାରିଥିଲା । ଦୁଇ ସେନା ମଧ୍ୟରେ ଲାଲ ରେଖା ଟଣା ସରିଥିଲା। ଆମେ ନିଜ ହିସାବରେ ଅଭିଯାନ ଆରମ୍ଭ କରିବାକୁ ସ୍ୱତନ୍ତ୍ର ଥିଲୁ। ସେହି ସମୟରେ ଯେତେବେଳେ ଆପଣ ଶତ୍ରୁ ସେନାକୁ ଘାଟି ଉପରକୁ ଚଢୁଥିବାର ଦେଖନ୍ତି, ମୋ ଟ୍ୟାଙ୍କ ମ୍ୟାନ୍, ଗନର, ରକେଟ୍ ଲଂଚର ସମସ୍ତେ ମଧ୍ୟ ଏହା ଦେଖୁଥିଲେ। ଏଭଳି ପରିସ୍ଥିତିରେ ସେମାନଙ୍କ ପାଇଁ ତାହା ସବୁଠୁ ସହଜ ଥିଲା ଯେଉଁଥିପାଇଁ ସେମାନେ ପ୍ରଶିକ୍ଷିତ। ଟ୍ରିଗର ଦବାଇବା । ଟ୍ରିଗର ଦବାଇବା ପାଇଁ କୌଣସି ସାହସର ଆବଶ୍ୟକତା ନଥାଏ । କିନ୍ତୁ ସାହସ ପାଇଁ ସବୁଠୁ ମୁସ୍କିଲ ବିଷୟ ହେଉଛି ଖୋଲାଖୋଲି ଫାୟାରିଂ କରାନଯିବା। ତେଣୁ ଏଭଳି ଗୋଟିଏ ସମୟ ଥିଲା ଯେତେବେଳେ ବାସ୍ତବରେ ଯୁଦ୍ଧ ଟଳିଥିଲା । ଆମେ ଯୁଦ୍ଧର ମୁହାଣରେ ଥିଲୁ।

ଏହାସହ ସେ ଗଲବାନ ଘାଟି ସଂଘର୍ଷରେ ମୃତହାତ ଚୀନ୍ ସୈନିକଙ୍କ ସଂଖ୍ୟାକୁ ନେଇ ସୂଚନା ଦେଇଛନ୍ତି । ଲେଫ୍ଟନାଣ୍ଟ୍ ଜେନରାଲ ୱାଇ କେ ଜୋଷୀଙ୍କ ଅନୁସାରେ ଏହି ସଂଘର୍ଷରେ ଆନୁମାନିକ ଭାବେ ୪୫ ଜଣ ଚୀନ୍ ସୈନିକ ପ୍ରାଣ ହରାଇଥିଲେ । ପ୍ରଥମ ଥର ପାଇଁ ଭାରତୀୟ ସେନା ପକ୍ଷରୁ ଏଭଳି ଆଧିକାରିକ ବୟାନ ଆସିଛି ।

ପୂର୍ବତନ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ବିରୋଧରେ ଯୌନ ଶୋଷଣ ଷଡ଼ଯନ୍ତ୍ର ମାମଲା ବନ୍ଦ

0

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଓ ରାଜ୍ୟସଭା ସାଂସଦ ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ବିରୋଧରେ ଥିବା ଶାରିରିକ ଶୋଷଣ ଷଡ଼ଯନ୍ତ୍ର ମାମଲାକୁ ସୁପ୍ରିମକୋର୍ଟ ବନ୍ଦ କରିଦେଇଛନ୍ତି । ସୁପ୍ରିମକୋର୍ଟର ତିନି ଜଣିଆ ଖଣ୍ଡପିଠ କହିଛନ୍ତି ଯେ, ମାମଲା ବହୁତ ପୁରୁଣା ହୋଇଥିବାରୁ ଏହାକୁ ବନ୍ଦ କରାଯାଉଛି । ପୂର୍ବତନ ବିଚାରପତି ଜଷ୍ଟିସ ଏ କେ ପଟ୍ଟନାୟକ କମିଟିକୁ ସୁପ୍ରିମକୋର୍ଟ ମାମଲାର ତଦନ୍ତ କରିବାକୁ କହିଥିଲେ । ତେବେ ଜଷ୍ଟିସ ଗୋଗୋଇଙ୍କୁ ଆଗରୁ ସର୍ବୋଚ୍ଚ ଅଦାଲତ କ୍ଲିନ୍ ଚିଟ୍ ଦେଇଥିବା କାରଣରୁ ଶାରିରିକ ଶୋଷଣ ମାମଲାର ତଦନ୍ତ କରାଯାଇ ନାହିଁ ବୋଲି କମିଟି ସୁପ୍ରିମକୋର୍ଟଙ୍କୁ ସୂଚିତ କରିଥିଲେ ।
ଅନ୍ୟପକ୍ଷରେ ଅଦାଲତ ମାମଲା ବନ୍ଦ କରିବାକୁ ଆଦେଶ ଦେଇ କହିଛନ୍ତି ଯେ, ଏଥିରେ ଷଡ଼ଯନ୍ତ୍ର ହୋଇଥିବା ଆଶଙ୍କାକୁ ମଧ୍ୟ ନଜର ଅନ୍ଦାଜ କରାଯାଇ ପାରିବ ନାହିଁ । କାରଣ ଜଷ୍ଟିସ ଗୋଗୋଇ ଆସାମରେ ଏନଆରସି ସମେତ ଅନେକ କଠିନ ଓ ବିବାଦୀୟ ମାମାଲାରେ ରାୟ ଦେଇଥିଲେ । ତେଣୁ ବହୁତ ଲୋକ ତାଙ୍କ ଉପରେ ଅସନ୍ତୁଷ୍ଠ ଥିଲେ । ଏହି କାରଣରୁ ତାଙ୍କୁ ବଦନାମ କରିବା ପାଇଁ ଉଦ୍ୟମ ହେବାର ଆଶଙ୍କା ମଧ୍ୟ ରହିଛି । ଏଭଳି ସନ୍ଦେହ ପାଇ ଅଦାଲତ ଆଇବି ରିପୋର୍ଟର ଉଲ୍ଲେଖ କରିଥିଲେ । ତେବେ ସୁପ୍ରିମକୋର୍ଟ ଆଜି ଏହି ମାମଲାକୁ ବନ୍ଦ କରି ଦେଇଛନ୍ତି ।

ସୁପ୍ରିମକୋର୍ଟ କହିଛନ୍ତି ଯେ, ଏ କେ ପଟ୍ଟନାୟକ କମିଟି ଏହି ଷଡ଼ଯନ୍ତ୍ର ମାମଲାର ଖୋଳତାଡ ପାଇଁ ଆବଶ୍ୟକ କରୁଥିବା ହ୍ୱାଟସଆପ୍ ମେସେଜର ଇଲେକ୍ଟ୍ରୋନିକ୍ ରେକର୍ଡ୍ ହାସଲ କରି ପାରି ନାହିଁ । ଏହା ଭିତରେ ଦୁଇ ବର୍ଷ ବିତିଯାଇଥିବାରୁ ଇଲେକ୍ଟ୍ରୋନିକ୍ ରେକର୍ଡ୍ ହାସଲ କରିବା ସମ୍ଭାବନା ନିତ୍ୟାନ୍ତ କମ ବୋଲି ଅଦାଲତ କହିଛନ୍ତି।

ଓଡିଶା ଖଣି ନିଗମର ଦୁଇ ଲୁହାପଥର ଖଣି ଗୁଆଳି ଓ ଜିଲ୍‌ଙ୍ଗ ଲାଙ୍ଗଲୋଟାରୁ ଉତ୍ପାଦନ ଆରମ୍ଭ

0

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ସଂସଦୀୟ ବ୍ୟାପାର, କୋଇଲା ଓ ଖଣି ବିଭାଗ ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ ଆଜି ମିଳିତ ଭାବରେ ଓଡିଶା ଖଣି ନିଗମକୁ ଆବଣ୍ଟିତ ଦୁଇଟି ଖଣି ଗୁଆଳି ଓ ଜିଲ୍‌ଙ୍ଗ ଲାଙ୍ଗଲୋଟା ଲୁହାପଥର ଖଣିର ଉତ୍ପାଦନ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି।  ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଖଣି ଓ ଧାତବ ଶିଳ୍ପ ଉପରେ ଓଡ଼ିଶା ବିଶ୍ୱର ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ହେବାକୁ ଯାଉଛି  ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡିଶା ସବୁବେଳେ ଖଣି ସଂପର୍କିତ କ୍ଷେତ୍ରରେ ଅନେକ ଆଗୁଆ ପଦକ୍ଷେପ ନେଇଛି । ଏହି କ୍ଷେତ୍ରରେ ସ୍ୱଚ୍ଛତା ପାଇଁ ଲୁହାପଥର ପରିବହନର ତଦାରଖ ନିମନ୍ତେ  1  3 MS System ଆରମ୍ଭ କରାଯାଇଛି  ଏବଂ ଗତ କିଛି ବର୍ଷ ମଧ୍ୟରେ ଅନେକ ବଡ଼ ବଡ଼ ଖଣିର ନିଲାମ ପ୍ରକ୍ରିୟା ସଫଳତାର ସହ କରାଯାଇଛି । ଏଥିସହ ଗତ ଦୁଇ ଦଶନ୍ଧି ମଧ୍ୟରେ ଓଡିଶାରେ ଖଣି ଓ ଧାତବ ଶିଳ୍ପ କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ହୋଇଛି ବୋଲି ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଇସ୍ପାତ, ଆଲୁମିନିୟମ ଓ ଅନ୍ୟ ଧାତବ ଶିଳ୍ପ କ୍ଷେତ୍ରରେ ବିଶ୍ବର ଏକ ଗୁରୁତ୍ବପୂର୍ଣ୍ଣ କେନ୍ଦ୍ର ହେବାର ଦକ୍ଷତା ଓଡିଶାର ରହିଛି। ରାଜ୍ୟର ଶିଳ୍ପ ଅନୁକୂଳ ପଦକ୍ଷେପ ପୁଞ୍ଜି ବିନିଯୋଗକୁ ଉତ୍ସାହିତ କରିଛି । ଖଣି ଓ ଧାତବ ଶିଳ୍ପ କ୍ଷେତ୍ରରେ ରାଜ୍ୟର ବିପୁଳ ସମ୍ଭାବନାକୁ ବାସ୍ତବ ରୂପ ଦେବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ମିଳିତ ଭାବେ କାର୍ଯ୍ୟ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି ।

ଖଣି କ୍ଷେତ୍ରରେ ସଂସ୍କାରକୁ ରାଜ୍ୟ ସରକାର ସବୁବେଳେ ସମର୍ଥନ ଦେଇଆସିଛନ୍ତି ଏବଂ ଏହାଦ୍ୱାରା ଉଭୟ କେନ୍ଦ୍ର ଓ ରାଜ୍ୟ ଲାଭବାନ ହେବେ ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଛନ୍ତି । କହିଛନ୍ତି ଯେ ଏହି ଦୁଇଟି ଖଣିରୁ ଉତ୍ପାଦନ ଦ୍ୱାରା ଲୁହାପଥର ବଜାରରେ ସ୍ଥିରତା ଆସିବା ସହ ଶିଳ୍ପର ଯୋଗାଣ ଚାହିଦା ମେଣ୍ଟାଇବାରେ ସହାୟକ ହେବ।  ଏହି ଦୁଇଟି ଖଣିକୁ OMCକୁ ଆବଣ୍ଟନ କରିବା ଏବଂ ଅଳ୍ପ ସମୟ ମଧ୍ୟରେ ବିଭିନ୍ନ ମଞ୍ଜୁରୀ ପ୍ରଦାନ କରିଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କେନ୍ଦ୍ରମନ୍ତ୍ରୀ ଶ୍ରୀ ଯୋଶୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହ OMC  ମଧ୍ୟ ଏହି ଖଣି ଦୁଇଟିକୁ କାର୍ଯ୍ୟକ୍ଷମ କରିବା ପାଇଁ ତ୍ୱିରିତ ପଦକ୍ଷେପ ନେଇଥିବାରୁ ସେ OMCକୁ ବି ସାଧୁବାଦ ଜଣାଇଛନ୍ତି।

ସେହିପରି ଏହି ଅବସରରେ ଉଦ୍‌ବୋଧନ ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି ଯେ ଓଡିଣା ଖଣିଜ ସଂପଦରେ ସମୃଦ୍ଧ। ତେଣୁ କେନ୍ଦ୍ର ଓ ରାଜ୍ୟ ପରସ୍ପର ମଧ୍ୟରେ ସହଯୋଗ ରଖି କାମ କଲେ ଉଭୟ ରାଜ୍ୟ ଓ ଦେଶର ଅର୍ଥନୀତି ସମୃଦ୍ଧ ହେବ। ଏହି ଦୁଇଟି ନୂଆ ଖଣିରୁ ରାଜ୍ୟ ସରକାର ବାର୍ଷିକ ୪ ରୁ ୫ ହଜାର କୋଟି ଟଙ୍କା ରାଜସ୍ୱ ଭାବରେ ପାଇବେ ଏବଂ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହାସହିତ ଲୁହାପଥର ବଜାରରେ ଦେଖା ଦେଇଥିବା ଅଭାବ ଦୂର କରିବାରେ ମଧ୍ୟ ସହାୟକ ହେବ। ଏଥିସହ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ମିଳିମିଶି କାମ କରିବାକୁ କେନ୍ଦ୍ର ମନ୍ତ୍ରୀଙ୍କ ଆହ୍ୱାନ ଦେଇଛନ୍ତି ।

ଏହି କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ଶ୍ରୀ ଅଶ୍ବିନୀ ବୈଷ୍ଣବ, ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ମହାପାତ୍ର, ଉନ୍ନୟନ କମିଶନର ଶ୍ରୀ ପି.କେ. ଜେନା, ଅର୍ଥ ବିଭାଗ ପ୍ରମୁଖ ସଚିବ ଶ୍ରୀ ଅଶୋକ କୁମାର ମୀନା ପ୍ରମୁଖ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।  ଖଣି ନିଗମର ଅଧ୍ୟକ୍ଷ ଶ୍ରୀ ସୁରେନ୍ଦ୍ର କୁମାର ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଖଣି ନିଗମର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବଲୱନ୍ତ ସିଂ ଧନ୍ୟବାଦ ଜଣାଇଥିଲେ ।

ସୂଚନାଯୋଗ୍ୟ ଯେ କେନ୍ଦୁଝର ଜିଲ୍ଲାର ଏହି ଖଣି ଦୁଇଟିରୁ ବାର୍ଷିକ ୧୨ ବିଲିଅନ ଟନ୍‌ ଲୁହାପଥର ଉତ୍ପାଦନ ଲକ୍ଷ୍ୟ ରଖାଯାଇଛି। ଜିଲ୍‌ଙ୍ଗ ଲାଙ୍ଗଲୋଟା ୭୯.୧୨ MT  ଲୁହାପଥର ଥିବାବେଳେ ଏଥିରୁ ବାର୍ଷିକ ୬.୨୮ ମିଲିଅନ ଟନ୍‌ ଉତ୍ପାଦନ ପାଇଁ ପରିବେଶ ମଞ୍ଜୁରୀ ମିଳିଛି। ସେହିପରି ୧୯୪.୯୪ MT ଲୁହାପଥର ଥିବା ଗୁଆଳି ଖଣିରୁ ବାର୍ଷିକ ୫.୭ ମିଲିଅନ ଟନ୍‌ ଲୁହାପଥର ଉତ୍ତୋଳନ ପାଇଁ ପରିବେଶ ମଞ୍ଜୁରୀ ମିଳିଛି।  ଏହି ଦୁଇଟି ନୂଆ ଖଣି ପାଇବା ପରେ OMCର ବାର୍ଷିକ ଉତ୍ପାଦନ ୨୦ ବିଲିଅନ ଟନ୍‌ରେ ପହଞ୍ଚିବ ବୋଲି ଆଶା କରାଯାଉଛି ।