spot_img
Home Blog Page 5986

ଓମାରଙ୍କ ଦାବି: ଆମ ପରିବାରକୁ ଗୃହବନ୍ଦୀ କରାଯାଇଛି

0

ଶ୍ରୀନଗର: ଗୃହବନ୍ଦୀ ଅଛନ୍ତି ନ୍ୟାସନାଲ କନ୍‌ଫରେନ୍ସର ଉପାଧ୍ୟକ୍ଷ ଓମାର ଅବଦୁଲ୍ଲା । ତାଙ୍କ ସହ ତାଙ୍କ ପିତା ଫାରୁକ୍ ଅବଦୁଲ୍ଲାଙ୍କୁ ମଧ୍ୟ ଗୃହବନ୍ଦୀ କରାଯାଇଥିବା ଦାବି କରିଛନ୍ତି ଓମାର ଅବଦୁଲ୍ଲା । ନିଜ ଟ୍ୱିଟ୍‌ରେ ସେ ଲେଖିଛନ୍ତି ଯେ, ଏହା ହିଁ ହେଉଛି ୨୦୧୯ ଅଗଷ୍ଟ ପରେ ନୂଆ ଜମ୍ମୁ ଓ କଶ୍ମୀର । କୈଫିୟତ୍‌ରେ ଆମକୁ ଘରେ ବନ୍ଦୀ କରାଯାଇଛି। ସମ୍ପ୍ରତି ସାଂସଦ ଥିବା ମୋର ପିତା ଏବଂ ମୋତେ ଆମ ଘରେ ଅଟକ ରଖିବା ଅତି ମନ୍ଦ କଥା। ସେମାନେ ମୋ ଭଉଣୀ ଏବଂ ତା’ର ପିଲାମାନଙ୍କୁ ମଧ୍ୟ ତାଙ୍କ ଘରେ ଅଟକ ରଖିଛନ୍ତି।

ସହରରର ଗୁପକର ଅଞ୍ଚଳରେ ଥିବା ତାଙ୍କ ବାସଭବନ ଫାଟକ ସାମ୍ନାରେ ପୁଲିସ ଗାଡ଼ି ଥିବା ଫଟୋଚିତ୍ର ମଧ୍ୟ ଓମାର୍‌ ପୋଷ୍ଟ୍‍ କରିଛନ୍ତି। ତାଙ୍କ ଘରେ କାମ କରୁଥିବା ଲୋକମାନଙ୍କୁ ମଧ୍ୟ ଭିତରକୁ ଛଡ଼ାଯାଉନାହିଁ ବୋଲି ସେ ଦାବି କରିଛନ୍ତି।

ଅନ୍ୟ ଗୋଟିଏ ଟୁଇଟ୍‌ରେ ସେ ଲେଖିଛନ୍ତି, ହଉ, ଆପଣଙ୍କ ନୂଆ ଢାଞ୍ଚାର ଗଣତନ୍ତ୍ର ଅର୍ଥ ହେଲା ଆମକୁ ଆମ ଘରେ ବିନା କୈଫିୟତ୍‌ରେ ବନ୍ଦୀ କରିବ। ସେଥିରେ ପୁଣି ଆମ ଘରେ କାମ କରୁଥିବା ଲୋକମାନଙ୍କୁ ମଧ୍ୟ ଘର ଭିତରକୁ ଛଡ଼ାଯାଉନାହିଁ। ଏଥିରେ ବି ଆପଣମାନେ ଆଚମ୍ବିତ ହୋଇ କହୁଛନ୍ତି ମୁଁ ଏବେ ମଧ୍ୟ ରାଗିଛି ଓ ବିଦ୍ୱେଷ ଭାବ ରଖିଛି।

ଏଥିସହିତ ପଢ଼ନ୍ତୁ: ଆସାମରୁ ରାହୁଲଙ୍କ ରଣହୁଙ୍କାର: କହିଲେ, କିଛି ବି ହେଇଯାଉ ସିଏଏ ଲାଗୁ ହେବନାହିଁ

FASTag ନାହିଁ କି ? ଫେବ୍ରୁଆରୀ ୧୬ରୁ ଟୋଲ୍ ପ୍ଲାଜାରେ ଦେବେ ଦୁଇଗୁଣା ଟଙ୍କା

ନୂଆଦିଲ୍ଲୀ: ଜାତୀୟ ରାଜପଥରେ ଥିବା ଟୋଲଗେଟ୍ ଦେଇ ଯାଉଛନ୍ତି କି ? ତେବେ, ଆପଣଙ୍କ ଗାଡ଼ିରେ ଫାସଟାଗ ଥିବା ନିହାତି ଆବଶ୍ୟକ । ନଚେତ୍ ଆପଣଙ୍କୁ ଦୁଇଗୁଣା ଟଙ୍କା ଦେବାକୁ ପଡ଼ିବ । ଫେବ୍ରୁଆରୀ ୧୫ ଓ ୧୬ ତାରିଖ ମଧ୍ୟରାତ୍ରୀରୁ ଏହା ଲାଗୁ ହେବ । ଅର୍ଥାତ୍ ୧୬ ତାରିଖରୁ ଫାସଟାଗ ନଥିବା ଗାଡ଼ି ଟୋଲଗେଟ୍ ଦେଇ ଗଲେ ନିର୍ଦ୍ଧାରିତ ଦେୟର ଦୁଇଗୁଣା ଦେବେ । ରବିବାର ସଡ଼କ ଓ ପରିବହନ ମନ୍ତ୍ରଣାଳୟ ଏନେଇ ସୂଚନା ଦେଇଛି ।

Double Toll Charge Without FASTag In NH Toll Plaza From Midnight Of 15-16 February

ଜାତୀୟ ରାଜପଥରେ ଥିବା ସମସ୍ତ ଟୋଲପ୍ଲାଜାର ସମସ୍ତ ଲେନରେ ଫାସଟାଗ ବାଧ୍ୟତାମୂଳକ କରାଯାଇଛି । ଟୋଲପ୍ଲାଜାର ଲେନକୁ ଫାସଟାଗ ଲେନ୍ ଅଫ ଦି ଫି ପ୍ଲାଜା କୁହାଯିବ । ୨୦୨୧ଫେବ୍ରୁଆରୀ ୧୫ ଓ ୧୬ ତାରିଖ ମଧ୍ୟରାତ୍ରୀରୁ ଏହା ଲାଗୁ ହେବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

Double Toll Charge Without FASTag In NH Toll Plaza From Midnight Of 15-16 February

ଚଳିତବର୍ଷ ଜାନୁଆରୀ ୧ ତାରିଖରୁ ସମସ୍ତ ଗାଡ଼ି ଲାଗି ସରକାର ଫାସଟାଗକୁ ବାଧ୍ୟତାମୂଳକ କରିଥିଲେ । ଫାସଟାଗ ନଥିବା ଗାଡ଼ି ଟୋଲ ପ୍ଲାଜାର ଫାସଟାଗ ଗେଟରେ ଯାଉଥିଲେ ଦୁଇଗୁଣା ଅର୍ଥ ଦେବାକୁ ପଡ଼ୁଥିଲା । ସମସ୍ତ ରାଜ୍ୟରେ ଥିବା ଜାତୀୟ ରାଜପଥ ଟୋଲ୍ ଗେଟରେ ଫାସଟାଗ ବାଧ୍ୟତାମୂଳକ କରିବା ଲାଗି ଅନ୍ୟ ଏଜେନ୍ସିଙ୍କୁ ସହାୟତା ମଗାଯାଇଥିଲା ।

Double Toll Charge Without FASTag In NH Toll Plaza From Midnight Of 15-16 February

ଜାତୀୟ ରାଜପଥ ପ୍ରାଧିକରଣ (NHAI) ୪୦ ହଜାର ସେଲ୍ ପଏଣ୍ଟ ଫାସଟାଗ ବିକ୍ରି ପାଇଁ ଟୋଲଗେଟରେ କରିଛି । ଜାନୁଆରୀ ୧ରୁ ନିୟମ ଲାଗୁ ହେବାକୁ ଥିବାବେଳେ କେନ୍ଦ୍ର ସରକାର ଏହାକୁ ଫେବ୍ରୁଆରୀ ୧୪ ଯାଏ ବଢ଼ାଇ ଦେଇଥିଲେ ।

ସେନାରେ ସାମିଲ ହେଲା ୧୧୮ ଅର୍ଜୁନ ଟ୍ୟାଙ୍କ, ମିସାଇଲ କି ଗ୍ରେନେଡ୍‌ ମାଡ଼ କିଛି ଫରକ ପକାଇବନି

ନୂଆଦିଲ୍ଲୀ: ଗତ କିଛି ମାସ ହେବ ଭାରତ-ପାକିସ୍ତାନ ସୀମା ଓ ଭାରତ-ଚୀନ୍‌ ସୀମାରେ ତିକ୍ତତା ଜାରି ରହିଛି । ତେବେ ଏହାରି ଭିତରେ ଭାରତୀୟ ସେନାରେ ସାମିଲ ହୋଇଛି ଶକ୍ତିଶଳି ଯୋଦ୍ଧା ଟ୍ୟାଙ୍କ ଅର୍ଜୁନ ମାର୍କ 1 (A)। ଚେନ୍ନାଇର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶ ଉଦେଶ୍ୟରେ ଅର୍ଜୁନକୁ ସମର୍ପିତ କରିଛନ୍ତି । ତାମିଲନାଡୁ ଏବଂ କେରଳ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଅର୍ଜୁନ ଟ୍ୟାଙ୍କ (MK-1A)କୁ ଚେନ୍ନାଇରେ ଆର୍ମି ଚିଫ୍ ଜେନେରାଲ୍ ଏମ୍ ନରୱାନେଙ୍କୁ ହସ୍ତାନ୍ତର କରିଛନ୍ତି ।

ନିକଟରେ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ୧୧୮ଟି ଅର୍ଜୁନ ଟ୍ୟାଙ୍କ ସେନାକୁ ଦିଆଯିବ ବୋଲି ନିଷ୍ପତି ହୋଇଥିଲା । ଏଥିପାଇଁ ୮୪୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଟ୍ୟାଙ୍କ ସମ୍ପୂର୍ଣ୍ଣରୂପେ ଭାରତୀୟ ଜ୍ଞାନ କୌଶଳରେ ନିର୍ମିତ ହୋଇଛି । DRDO ଏହି ଟ୍ୟାଙ୍କକୁ ସମ୍ପୂର୍ଣ୍ଣ ରୂପେ ନିର୍ମାଣ ଏବଂ ବିକଶିତ କରିଛି । ଏହା ଭାରତୀୟ ସେନାର ସମସ୍ତ ଆବଶ୍ୟକତା ପୂରଣ କରିବାକୁ ଯାଉଛି । DRDO ଏହାକୁ କମ୍‌ବାକ୍ଟ ଭେଇକିଲ୍‌ସ ରିସର୍ଚ୍ଚ ଆଣ୍ଡ ଏଷ୍ଟାବ୍ଲିସ୍‌ମେଣ୍ଟରେ ଡିଜାଇନ୍‌ କରିଛି ।

ARJUN TAnk

କ’ଣ ରହିଛି ବିଶେଷତ୍ୱ
ଅର୍ଜୁନ ମାର୍କ 1(A) ଟ୍ୟାଙ୍କ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମାଣ କରାଯାଇଛି । ଏହାର ଫାୟାରିଂ କ୍ଷମତା ବୃଦ୍ଧି କରାଯାଇଛି । ଖାଲି ସେତିକି ନୁହେଁ ଟ୍ୟାଙ୍କ ନିଜ ଲକ୍ଷ୍ୟ ସ୍ଥଳ ନିଜେ ସ୍ଥିର କରିବାର କ୍ଷମତା ରଖୁଛି ।

ଏହି ଟ୍ୟାଙ୍କ୍‌ର ବିଶେଷତ୍ୱ ଏହା ମଧ୍ୟ ରହିଛି ଯେ, ଅସ୍ଥିର ଲକ୍ଷ ସ୍ଥଳକୁ ମଧ୍ୟ ତିକ୍ଷ୍ନ ଭାବେ ଭେଦ କରିବାର କ୍ଷମତା ରଖିଛି । ଲ୍ୟାଣ୍ଡ ମାଇନ୍‌କୁ ମଧ୍ୟ ସହଜରେ ସଫା କରିବା ସହ ଏହା ଆଗକୁ ବଢ଼ିପାରେ । ଟ୍ୟାଙ୍କର ଅଗ୍ରଭାଗରେ ଗ୍ରେନେଡ୍‌ ମାଡ଼ କିମ୍ବା ମିସାଇଲ ମାଡ଼ ହେଲେ ମଧ୍ୟ କୌଣସି କ୍ଷତି କରି ପାରିବ ନାହିଁ ।

ARJUN TAnk

ଅର୍ଜୁନ ମାର୍କ 1(A) ଟ୍ୟାଙ୍କକୁ ହଣ୍ଟର୍ କିଲର୍ କୁହାଯାଉଛି । ଏହି ଗୋଟିଏ ଟ୍ୟାଙ୍କରେ ୫୪ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହିଭଳି ୧୧୮ଟି ଟ୍ୟାଙ୍କ ସେନାରେ ସାମିଲ ହୋଇଛି । ପୂର୍ବରୁ ୧୨୪ଟି ଅର୍ଜୁନ ଟ୍ୟାଙ୍କ ସେନାରେ ସାମିଲ ଅଛି ।

ରାସାୟନିକ ଆକ୍ରମଣରୁ ବଞ୍ଚିବା ପାଇଁ ଅର୍ଜୁନ ଟ୍ୟାଙ୍କରେ ସ୍ୱତନ୍ତ୍ର ଭାବେ ସେନସର ଲଗାଯାଇଛି । ଏହି ଟ୍ୟାଙ୍କଗୁଡ଼ିକୁ ଭାରତୀୟ ସୀମାର ସବୁଠାରୁ ଶକ୍ତିଶାଳି ଓ ସମ୍ବେଦନଶୀଳ ରେଜିମେଣ୍ଟରେ ମୁତୟନ କରାଯିବ । ତେବେ ପଶ୍ଚିମ ରାଜସ୍ଥାନରେ ଏହାକୁ ମୁତୟନ କରାଯିବାର ନିଷ୍ପତି ହୋଇଛି । ଏଠାରେ ମୁତୟନ ହେବାର ଅର୍ଥ ହେଉଛି ପାକିସ୍ତାନ ଭାରତୀୟ ସେନାର ଲକ୍ଷଠାରୁ ଆଉ ବେଶି ଦୂର ନୁହେଁ ।

କର୍ଲାପାଟ ଅଭୟାରଣ୍ୟରେ ୧୨ ଦିନରେ ୬  ହାତୀ ମୃତ

କଳାହାଣ୍ଡି: ଆଖି ବୁଜୁଛନ୍ତି ହାତୀ । କଳାହାଣ୍ଡି ଜିଲ୍ଲା କର୍ଲାପାଟ ଅଭୟାରଣ୍ୟରେ ହାତୀ ମଡ଼କ । ପୁଣି ଆଉ ଏକ ହାତୀର ମୃତଦେହ ଉଦ୍ଧାର ହୋଇଛି । ଘୁଷୁରୀଗୁଡ଼ା ନାଳରୁ ବନ ବିଭାଗ ଆଉ ଏକ ହାତୀର ମୃତଦେହ ଉଦ୍ଧାର କରିଛି । ଏହାକୁ ମିଶାଇ କର୍ଲାପାଟ ଅଭୟାରଣ୍ୟରେ ୧୨ ଦିନରେ ହାତୀ ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି ପାଇଛି ।

Another Elephant Died In Karlapat Wild Life Sanctuary Kalahandi

ହାତୀ ମୃତ୍ୟୁର କାରଣ ହାମରେଜ ସେଫ୍ଟିସେମିଆ ବୋଲି ଓୟୁଏଟି ବିଶେଷଜ୍ଞ କହିଛନ୍ତି । ଗତ ଶୁକ୍ରବାର ମଧ୍ୟ କର୍ଲାପାଟ ଅଭୟାରଣ୍ୟର ଘୁଷୁରୀଗୁଡ଼ା ନିକଟ ନାଳରେ ଏକ ମାଈହାତୀର ମୃତ୍ୟୁ ହୋଇଥିଲା । ୧୨ ଦିନ ଭିତରେ ୬ ହାତୀଙ୍କ ମୃତ୍ୟୁ ପରିବେଶବିତଙ୍କୁ ଚିନ୍ତାରେ ପକାଇଛି ।

ଏଥିସହ ପଢ଼ନ୍ତୁ- କର୍ଲାପାଟ ଅଭୟାରଣ୍ୟରେ ହାତୀ ମଡ଼କ, ୧୨ ଦିନରେ ୪ ହାତୀ ମୃତ

ନନ୍ଦନକାନନ ବଟାନିକାଲ ଗାର୍ଡେନରେ ଭୟାବହ ଅଗ୍ନିକାଣ୍ଡ

ଭୁବନେଶ୍ୱର: ନନ୍ଦନକାନନ ବଟାନିକାଲ ଗାର୍ଡେନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ବଟାନିକାଲ ଗାର୍ଡେନର ଶାଗୁଣା ପ୍ରଜନନ କେନ୍ଦ୍ରର ୫୦ ମିଟର ପାଖ ଭୋଜିସ୍ଥଳର ପଛ ଗେଟ୍ ପାଖରେ ନିଆଁ ଲାଗିଠି । ଭୋଜିରନ୍ଧା କାଠ ନିଆଁ କିମ୍ବା ସିଗାରେଟ୍‌ ନିଆଁରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ନିଆଁ ଲିଭା କାର୍ଯ୍ୟରେ ୨ ଅଗ୍ନିଶମ ବାହିନୀ ନିୟୋଜିତ ହୋଇଛନ୍ତି ।

Fire Broke Out In Nandankanan Botanical Garden Bhubaneswar

ନିଆଁ ଲାଗିବା ପରେ ବଟାନିକାଲ ଗାର୍ଡେନର କେତେକ ମୟୂର ମରି ପଡ଼ିଥିବା ଓ ଅଚେତ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି । ଦିନ ପ୍ରାୟ ୧୨ଟା ସମୟରୁ ଗାର୍ଡେନରେ ନିଆଁ ଲାଗିଥିବା ସ୍ଥାନୀୟ ଗ୍ରାମବାସୀ କହିଛନ୍ତି । ନିଆଁକୁ ଆୟତ୍ତ କରିବାକୁ ଅଗ୍ନିଶମ ବାହିନୀ ଉଦ୍ୟମ ଜାରି ରଖିଛି । ଗଛ ପତ୍ରଝଡ଼ା ଦେଉଥିବାରୁ ନିଆଁ ବ୍ୟାପିବା ଆଶଙ୍କା ରହିଛି ।

ଆସାମରୁ ରାହୁଲଙ୍କ ରଣହୁଙ୍କାର: କହିଲେ, କିଛି ବି ହେଇଯାଉ ସିଏଏ ଲାଗୁ ହେବନାହିଁ

ଆସାମ: ବିଧାନସଭା ନିର୍ବାଚନ ନେଇ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ।   ଶିବସାଗର ଜିଲ୍ଲାରେ ଆୟୋଜିତ ନିର୍ବାଚନ ରାଲିରୁ ପ୍ରଚାର ଅଭିଯାନର ଆରମ୍ଭ କରିଛନ୍ତି । ସେ ନିଜ ଅଭିଭାଷଣରେ ଆସାମର ପୂର୍ବତନ  ମୁଖ୍ୟମନ୍ତ୍ରୀ ଦିବଗଂତ ତରୁଣ ଗୋଗୋଇଙ୍କୁ ପ୍ରଶାଂସା କରିଛନ୍ତି । ଜନସଭାକୁ ସମ୍ୱୋଧିତ କରି ସେ କହିଛନ୍ତି ଯେ, ଅବୈଧ ଇମିଗ୍ରେସନ ପ୍ରସଂଗ କିନ୍ତୁ ଆସାମବାସୀ ଏହାର ସମାଧାନ କରିପାରିବେ । ଯଦି ଆସାମର କୌଣସି କ୍ଷତି ହୁଏ ତେବେ ଦେଶର ମଧ୍ୟ କ୍ଷତି ହେବ । ସେ କେନ୍ଦ୍ରର ମୋଦି ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ସିଏଏ କେବେ ମଧ୍ୟ ଲାଗୁ ହେବ ନାହିଁ । କଂଗ୍ରେସ ଦୁର୍ବଳ ଶ୍ରେଣୀ, କ୍ଷୁଦ୍ର ବ୍ୟବସାୟୀ ଏବଂ ଶ୍ରମିକ ଶ୍ରେଣୀର ଲୋକଙ୍କ ଦଳ । ଆମେ ଯେବେ ସରକାରକୁ ଆସିବୁ ଦେଶରେ ଯେଉଁ ବିଦ୍ୱେଶର ସୃଷ୍ଟି କରାଯାଉଛି ତାକୁ ସମାପ୍ତ କରିବୁ । ଆମେ ସବୁ ଧର୍ମ ଓ ଜାତିକୁ ରକ୍ଷା କରିବୁ । ୨୦୦୪ରୁ ୨୦୧୪ ମଧ୍ୟରେ ଦେଶରେ ଦ୍ରୁତ ଆର୍ଥିକ ବିକାଶ ହୋଇଛି । କୋଟି କୋଟି ଲୋକେ ଗରିବ ସୀମା ରେଖା ଉପରକୁ ଆସିଛନ୍ତି । ଆମେ ଆସାମରେ ବେକାରୀ ସମସ୍ୟାର ମୂଳଉତ୍ପାଟନ କରିବୁ । ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ଆସାମ ବଞ୍ଚାଅ ଅଭିଯାନର ଆରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମ ଅନୁଯାୟୀ କଂଗ୍ରେସ ପାର୍ଟିର ନେତା କର୍ମକର୍ତ୍ତା ରାଜ୍ୟର ସମସ୍ତ ସ୍ୱୟଂସେବକ, ବେସରକାରୀ ସଂଗଠନ, ନାଗରିକ ସମାଜ ନିକଟକୁ ଯାଇ ଆଗାମୀ ନିର୍ବାଚନ ନେଇ ପାର୍ଟିର ଘୋଷଣାପତ୍ର ସମ୍ପର୍କରେ  ସେମାନଙ୍କ ସହିତ ଆଲୋଚନା କରିବେ ।

ଏଥିସହିତ ପଢ଼ନ୍ତୁ: ସପ୍ତାହେ ବିତିଲାଣି ହେଲେ ଏବେ ବି ଚାଲିଛି ଉଦ୍ଧାରକାର୍ଯ୍ୟ, ମୃତ୍ୟୁ ସଂଖ୍ୟା ୪୩ ଛୁଇଁଲାଣି

ଚେନ୍ନାଇ ଟେଷ୍ଟ; ପ୍ରଥମ ପାଳିରେ ୧୩୪ ରନରେ ଅଟକିଲା ଇଂଲଣ୍ଡ, ଅଶ୍ୱିନଙ୍କୁ ୫ଟି ୱିକେଟ୍

ଚେନ୍ନାଇ: ଏମ୍ଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳା ଯାଉଥିବା ଦ୍ୱିତୀୟ ଟେଷ୍ଟରେ ଭାରତ ଭଲ ପ୍ରଦର୍ଶନ କରୁଛି । ପ୍ରଥମ ପାଳିରେ ଭାରତୀୟ ଦଳ ୩୨୯ ରନ୍ କରିଥିଲା । ଇଂଲଣ୍ଡ ପ୍ରଥମ ପାଳିରେ ୧୩୪ ରନରେ ସୀମିତ ରହିଛି । ଭାରତ ପକ୍ଷରୁ ଅଶ୍ୱିନ୪୩ ରନ୍ ଦେଇ ୫ ୱିକେଟ୍ ନେଇଛନ୍ତି । ଭାରତ ପ୍ରଥମ ପାଳିରେ ୧୯୫ରନରେ ଆଗୁଆ ରହିଛି । ଦ୍ୱିତୀୟ ପାଳି ବ୍ୟାଟିଂ ଆରମ୍ଭ କରିଛି ଭାରତ ।

Chennai Test, day 2 England all out at 134, trail by 195 runs.

୪ ମ୍ୟାଚ୍ ବିଶିଷ୍ଟ ଇଂଲଣ୍ଡ ବିଶିଷ୍ଟ ଟେଷ୍ଟ ସିରିଜରେ ଭ୍ରମଣକାରୀ ଦଳ ୦-୧ରେ ଆଗୁଆ ରହିଛି । ଦ୍ୱିତୀୟ ପାଳରେ ଭାରତ ପକ୍ଷରୁ ରୋହିତ ଶର୍ମା ଓ ଶୁଭମନ ଗିଲ୍ ଓପନିଂ କରିଛନ୍ତି । ଦ୍ୱିତୀୟ ଟେଷ୍ଟରେ ଟସ୍ ଜିତି ପ୍ରଥମେ ଭାରତୀୟ ଦଳ ବ୍ୟାଟିଂ କରିଥିଲା । ପ୍ରଥମ ପାଳିରେ ରୋହିତ ଶର୍ମାଙ୍କ ଧୂଆଁଦାର ୧୬୧ ରନ୍ ବଳରେ ଭାରତୀୟ ଦଳ ୩୨୯ ରନ୍ କରିବାରେ ସକ୍ଷମ ହୋଇଥିଲା । ଜବାବରେ ବ୍ୟାଟିଂ କରିଥିବା ଇଂଲଣ୍ଡ ୧୩୪ ରନରେ ଅଲଆଉଟ୍ ହୋଇଯାଇଛି ।

କଂଗ୍ରେସର ବନ୍ଦ ଡାକରା ପାଇଁ ସୋମବାର ସ୍କୁଲ ବନ୍ଦ

ଭୁବନେଶ୍ୱର: ଆସନ୍ତାକାଲି ଓ ମଙ୍ଗଳବାର ଦୁଇଦିନ ଯାଏ ବନ୍ଦ ରହିବ ସ୍କୁଲ ।  ରାଜ୍ୟର ସବୁ ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି । କଂଗ୍ରେସ ଓଡିଶା ବନ୍ଦ ଡାକରା ଦେଇଛି । ଏବଂ ଏହାକୁ ଦୃଷ୍ଟିରେ ରଖି ପିଲାଙ୍କ ସୁରକ୍ଷା ପାଇଁ ସ୍କୁଲ ବନ୍ଦ ନିଷ୍ପତ୍ତି ନେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ୧୫ ଓ ୧୬ ଦୁଇ ଦିନ ସ୍କୁଲ ବନ୍ଦ ରହିବ ।

 

Schools May Open After Diwali Know What Saying School And Mass Education Minister Sameer Dash

ସେହିପରି ସୋମବାର ଓଡିଶା ବନ୍ଦ ପାଇଁ ସ୍କୁଲ ବନ୍ଦ ରହୁଥିବାରୁ ୧୬ରେ ସରସ୍ୱତୀ ପୂଜା ପାଇଁ ସ୍କୁଲ ବନ୍ଦ ରହିବ ବୋଲି ନିଷ୍ପତ୍ତି  ନିଆଯାଇଛି । ପିଲାଙ୍କ ସୁରକ୍ଷା ପାଇଁ ସ୍କୁଲରେ ସରସ୍ୱତୀ ପୂଜା ପାଳନ କିରବାରେ ରୋକ ଲାଗିଛି । ତେଣୁ ଲଗାତାର ୨ଦିନ ଯାଏଁ ସ୍କୁଲ ବନ୍ଦ ରହିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି ।

ସପ୍ତାହେ ବିତିଲାଣି ହେଲେ ଏବେ ବି ଚାଲିଛି ଉଦ୍ଧାରକାର୍ଯ୍ୟ, ମୃତ୍ୟୁ ସଂଖ୍ୟା ୪୩ ଛୁଇଁଲାଣି

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡ ହିମସ୍ଖଳନ ପରେ ଏବେ ବି ଜାରି ରହିଛି ଉଦ୍ଧାର କାର୍ଯ୍ୟ । ରବିବାର ଆଉ ୫ ଜଣଙ୍କ ମୃତଦେହ ଉଦ୍ଧାର କରିଛନ୍ତି ଉଦ୍ଧାରକାରୀ ଦଳ । ଏହାକୁ ମିଶାଇ ଏବେ ମୃତ୍ୟୁସଂଖ୍ୟା ୪୩ରେ ପହଞ୍ଚିଛି । ଏବେ ବି ଟନେଲ ଭିତରେ ଅନେକ ଫସିଥିବା ଆଶଙ୍କା କରାଯାଉଛି । ଟନେଲରେ ଖୋଳା କାର୍ଯ୍ୟ ୧୩୬ ମିଟର ଯାଏ ହୋଇଥିବା ଚମୋଲି ଜିଲ୍ଲା ଅଧିକାରୀ ସୂଚନା ଦେଇଛନ୍ତି ।

ହିମସ୍ଖଳନରେ ୨୦୪ ଜଣ ନିଖୋଜ ଥିବାବେଳେ ୪୩ ଜଣଙ୍କ ମୃତଦେହ ମିଳିସାରିଲାଣି । ମୃତ୍ୟୁସଂଖ୍ୟା ବଢ଼ୁଥିବା ବେଳେ ସୁଡ଼ଙ୍ଗରୁ ପଙ୍କ ଓ ମାଟି ବାହାର କରାଯାଉଛି । ଆହୁରି କିଛି ଶ୍ରମିକ ଏବେ ମଧ୍ୟ ସୁଡ଼ଙ୍ଗ ଭିତରେ ଫସି ରହିଥିବା ଆଶଙ୍କା କରାଯାଉଛି । ଚମୋଲିରେ ହିମସ୍ଖଳନ ପରେ ଅନେକ ଗାଁକୁ ଯୋଗଯୋଗ ବିଚ୍ଛିନ୍ନ ହୋଇଛି । ଆଇଟିବିପି ଯବାନ କ୍ଷତିଗ୍ରସ୍ତ ଗାଁକୁ ଯାଇ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଉଛନ୍ତି ।

ପ୍ରଳୟରେ ଜର୍ଜରିତ ଉତ୍ତରାଖଣ୍ଡର ଚାମୋଲିରେ ଏବେ ବି ସ୍ଥିତି ସ୍ୱାଭାବିକ ହୋଇପାରିନି । ଘଟଣାକୁ ଗୋଟିଏ ସପ୍ତାହ ବିତିସାରିଥିଲେ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏନ୍‌ଡିଆର୍‌ଏଫ୍‌, ଏସ୍‌ଡିଆର୍‌ଏଫ୍‌ ଟିମ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ବିଶେଷ କରି ସୁଡ଼ଙ୍ଗ ମଧ୍ୟରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ସମସ୍ୟା ସୃଷ୍ଟି ହେଉଛି । ଅତ୍ୟାଧୁନିକ ପ୍ରଣାଳୀ ମାଧ୍ୟମରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଜଳ ପ୍ରଳୟରେ ବାସହରା ହୋଇଥିବା ଲୋକଙ୍କ ପାଖରେ ପହଞ୍ଚୁଛି ଶୁଖିଲା ଖାଦ୍ୟ ସହ ସମସ୍ତ ସୁବିଧା ।

ଆତଙ୍କବାଦୀଙ୍କ ଯୋଜନା ପଣ୍ଡ: ଜମ୍ମୁରୁ ୭ କେ.ଜି ବିସ୍ଫୋରକ ଜବତ

0

ଜମ୍ମୁ କଶ୍ମୀର: ସୁରକ୍ଷା ବାହିନୀ ଜମ୍ମୁ କଶ୍ମୀର ବସ୍‌ଷ୍ଟାଣ୍ଡରୁ ବହୁ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଛି । ସୂଚନା ମୁତାବକ ପୁଲଓ୍ୱାମା ଆକ୍ରମଣର ଦ୍ୱିତୀୟ ବର୍ଷରେ ଆତଙ୍କବାଦୀ ଏକ ବଡ଼ ଧରଣର ଆକ୍ରମଣ କରିବାକୁ ଯୋଜନା କରୁଥିଲେ । ଏ ନେଇ ସନ୍ଧ୍ୟା ସାଢ଼େ ୪ଟାରେ ଜମ୍ମୁ ଜୋନ ଆଇଜି ମୁକେଶ ସିଂହ ସାମ୍ୱାଦିକ ସମ୍ମିଳନୀରେ ବିସ୍ତୃତ ସୂଚନା ଦେବେ ।

          ସୁରକ୍ଷା ବାହିନୀ ରବିବାର ଜମ୍ମୁ ବସ୍‌ଷ୍ଟାଣ୍ଡ ନିକଟରେ ବହୁ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି । ସୂଚନା ଯୋଗ୍ୟ ଯେ, ୨ ବର୍ଷ ପୂର୍ବେ ଆଜିକାର ଦିନରେ ପୁଲଓ୍ୱାମାରେ ଘଟିଥିବା ବିସ୍ଫୋରଣରେ  ୪୦ ଜଣ ସୁରକ୍ଷାକର୍ମୀ ପ୍ରାଣ ହରାଇଥିଲେ । ତେବେ ଆଜି ଏହି ଘଟଣାକୁ ଦୁଇ ବର୍ଷ ପୂରୁଥିବା ବେଳେ ଆତଙ୍କବାଦୀମାନେ ସମାନ ଘଟଣାର ପୁନରାବୃତ୍ତି କରିବା ସହ ଲୋକଙ୍କ ମନରେ ଭୟ ସୃଷ୍ଟି କରିବାକୁ ଚେଷ୍ଟା କରିଛନ୍ତି ।

ଏଥିସହିତ ପଢ଼ନ୍ତୁ: ବଢିଲା ସେନାର ଶକ୍ତି, ସାମିଲ ହେଲା ୧୧୪ ଶକ୍ତିଶାଳି ଅର୍ଜୁନ