spot_img
Home Blog Page 6057

ଉତ୍ତର ପ୍ରଦେଶର ‘ରାମ ମନ୍ଦିର’ ପ୍ରଜ୍ଞାପନ ମେଢ଼କୁ ପ୍ରଥମ ପୁରସ୍କାର

ନୂଆଦିଲ୍ଲୀ: ୨୦୨୧ ସାଧାରଣତନ୍ତ୍ର ଦିବସ ପରେଡ୍‌ ଅବସରରେ ରାଜପଥରେ ପ୍ରଦର୍ଶୀତ ପବିତ୍ର ନଗରୀ ଅଯୋଧ୍ୟାର ପ୍ରାଚୀନ ସାଂସ୍କୃତିକ ଐହିତ୍ୟ ଏବଂ ରାମ ମନ୍ଦିରର ପ୍ରତିକୃତି ଥିବା ଉତ୍ତର ପ୍ରଦେଶ ସରକାରଙ୍କର ପ୍ରଜ୍ଞାପନ ମେଢ଼ ପ୍ରଥମ ପୁରସ୍କାର ପାଇଛି।

ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ରାମ ମନ୍ଦିର ଥିବା ଏହି ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ ବେଳେ ଶହ ଶହ ଦର୍ଶକ ଯୋଡ଼ହସ୍ତରେ ତାହାକୁ ସ୍ୱାଗତ କରିଥିଲେ। ଅନେକେ କରତାଳି ଦେବା ସହ କେତେକ ‘ଜୟ ଶ୍ରୀରାମ’ ଧ୍ୱନି ଦେଇଥିଲେ। ଉତ୍ତର ପ୍ରଦେଶର ଏହି ସୁସଜ୍ଜିତ ପ୍ରଜ୍ଞାପନ ମେଢ଼ର ପଶ୍ଚାତ୍‌ ଭାଗରେ ଥିବା ପ୍ରସ୍ତାବିତ ରାମ ମନ୍ଦିର ପ୍ରତିକୃତି ସମ୍ମୁଖରେ ମହର୍ଷି ବାଲ୍ମୀକ ବସି ରାମାୟଣ ରଚନା କରୁଥିବାର ଦୃଶ୍ୟଟି ପରେଡ୍‌ ସମୟରେ ସମଗ୍ର ଦେଶର ଦୃଷ୍ଟି ଆକର୍ଷଣ କରିଥିଲା।

ଏହି ପ୍ରଜ୍ଞାପନ ମେଢ଼ ଲାଗି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗୁରୁବାର ଦିନ ଉତ୍ତର ପ୍ରଦେଶ ସରକାରଙ୍କୁ ପ୍ରଥମ ପୁରସ୍କାର ପ୍ରଦାନ କରିବେ। ଏହି ପ୍ରଜ୍ଞାପନ ମେଢ଼ ପ୍ରଥମ ପୁରସ୍କାର ପାଇବାକୁ ମନୋନୀତ ହୋଇଛି ବୋଲି ଉତ୍ତର ପ୍ରଦେଶର ସୂଚନା ନିର୍ଦେଶକ ଶିଶିର (ଆଇଏଏସ୍‌) ଟୁଇଟ୍‌ କରିବା ସହ ଏହାର ପରିକଳ୍ପନାକାରୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି। ଏଥିସହ ସେ ଗୀତିକାର ବିରେନ୍ଦ୍ର ଓ୍ଵାତ୍‌ସ୍‌ଙ୍କୁ ବିଶେଷ ଧନ୍ୟବାଦ ଜଣାଇଛନ୍ତି।

ମଙ୍ଗଳବାର ଦିନ ରାଜପଥରେ ପ୍ରଦର୍ଶୀତ ଏହି ପ୍ରଜ୍ଞାପନ ମେଢ଼ରେ ପ୍ରଥମ କରି ‘ଦୀପୋତ୍ସବ’ ଏବଂ ରାମାୟଣ କାବ୍ୟର କେତେକ ଆଖ୍ୟାୟିକା ବର୍ଣ୍ଣନା କରାଯାଇଥିଲା। ପ୍ରଭୁ ରାମଚନ୍ଦ୍ର ନିଷାଦରାଜଙ୍କୁ ଆଲିଙ୍ଗନ କରିବା, ଶବରୀଙ୍କ ଠାରୁ କୋଳି ଖାଇବା, ଅହଲ୍ୟାଙ୍କୁ ଶାପମୁକ୍ତ କରିବା, ହନୁମାନ ସଞ୍ଜୀବନୀ ଆଣିବା, ଜଟାୟୁ-ରାମ ସମ୍ବାଦ, ଅଶୋକ ବାଟିକା ଓ ଅନ୍ୟାନ୍ୟ ଦୃଶ୍ୟରାଜି ଏହି ପ୍ରଜ୍ଞାପନ ମେଢ଼ରେ ଚିତ୍ରଦ୍ୱାରା ପ୍ରଦର୍ଶୀତ ହୋଇଥିଲା।

ସୂଚନାଯୋଗ୍ୟ, କୋଭିଡ୍‌-୧୯ ସଂକ୍ରମଣ ଯୋଗୁଁ କାଣ୍ଟଛାଣ୍ଟ କରାଯାଇଥିବା ଏଥରର ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ୧୭ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରଜ୍ଞାପନ ମେଢ଼ ପ୍ରଦର୍ଶୀତ ହୋଇଥିଲା।

ରମାଦେବୀ ଛାତ୍ରୀ ଝରାଫୁଲ ହତ୍ୟା ମାମଲା: ଯାଜପୁର ରୋଡ୍‌ ଏସଡିପିଓଙ୍କ ସୂଚନା,୨ ଅଭିଯୁକ୍ତ ଚିହ୍ନଟ

ଯାଜପୁର: ରମାଦେବୀ ଛାତ୍ରୀ ଝରାଫୁଲ ହତ୍ୟା ଘଟଣା । ଘଟଣାରେ ୨ଜଣଙ୍କୁ ଚିହ୍ନଟ କରିଛି ପୋଲିସ । ତେବେ ସେମାନେ ଫେରାର ଅଛନ୍ତି । ଯାଜପୁର ରୋଡ୍ ଏସଡିପିଓ ଚିନ୍ମୟ ନାୟକ ଏନେଇ ସୂଚନା ଦେଇଛନ୍ତି । ଆଉ କିଏ ଘଟଣାରେ ସଂପୃକ୍ତ ଅଛନ୍ତି ସେନେଇ ପୋଲିସ ତନାଘନା ଚଳାଇଛି । ମୃତ୍ୟୁ ଘଟଣାରେ ସାଙ୍ଗ ଓ ସନ୍ଦିଗ୍ଧ ଯୁବକଙ୍କ ନାଁ ସାମନାକୁ ଆସିଛି ।

ଗତ ମଙ୍ଗଳବାର ଦିନ ବସ ଯୋଗେ ଭୁବନେଶ୍ୱରରୁ ମଯୁରଭଞ୍ଜ ଯାଉଥିଲେ ଝରାଫୁଲ। ହଠାତ ଦେହ ଖରାପ ହେବାରୁ ବାଣୀବିହାରରୁ ଓହ୍ଲାଇପଡିଲେ । ତାପରେ ଅନେକ ଯୋଗାଯୋଗ କରିଥିଲେ ବି ଝରାଫୁଲ କଲ ରିସିଭ କରିନଥିଲେ । ଫୋନ ରିସିଭ କରିବା ପାଇଁ ସନ୍ଧ୍ୟା ୬ଟା ୫୦ରେ ଝରାଫୁଲଙ୍କ ଭାଇ ଚାଟ କରିଥିଲେ । ତଥାପି ଝରାଫୁଲ କଲ ରିସିଭ କରିନଥିଲେ ।

ରାତି ୧୨ଟା୩୦ ଝରାଫୁଲ ତାଙ୍କ ଭାଇଙ୍କୁ କଲ କରିଥିଲେ କିନ୍ତୁ କିଛି ଶୁଭୁନଥିଲା। ତା ପରେ ଆସିଥିଲା ଝରାଫୁଲଙ୍କ ମେସେଜ ରିପ୍ଲାଇ । ସାଙ୍ଗ ସୋନାଲୀ ପାଖରେ ଅଛି , ବ୍ୟସ୍ତ ନହେବାକୁ ଭାଇକୁ ଚାଟ କରି କହିଥିଲେ ଝରାଫୁଲ। ତେବେ ଝରାଫୁଲ ପରିବାର ସହ ଆଉ କୌଣସି ଯୋଗଯୋଗ ରଖିନଥିବା ବେଳେ ପରିବାର ପାଖରେ ଗତକାଲି ତାଙ୍କର ମୃତ୍ୟୁ ଖବର ପହଞ୍ଚିଥିଲା। ଘଟଣାରେ ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରୁଛି ।

କାଲିମେଳା: ଲାଞ୍ଚ ଅଭିଯୋଗରେ ବରିଷ୍ଠ କିରାଣୀ ନିଲମ୍ବନ କଲେ ଜିଲ୍ଲାପାଳ

କାଲିମେଳା: ଲାଞ୍ଚ କାରବାର ଅଭିଯୋଗରେ ନିଲମ୍ବିତ ହେଲେ କାଲିମେଳା ତହସିଲର ବରିଷ୍ଠ କିରାଣୀ ଶଶୀ ଶେଖର ସେଠୀ। ଲାଞ୍ଚ ନେଉଥିବାର ଭିଡିଓ ଭାଇରାଲ୍ ହେବା ପରେ ତାଙ୍କୁ ନିଲମ୍ବନ କରିଛନ୍ତି ଜିଲ୍ଲାପାଳ ଡ. ୱାଇ ବିଜୟ। କାଲିମେଳା ତହସିଲ ଜମି ଦୁର୍ନୀତି ମାମଲାରେ ତହସିଲର ବରିଷ୍ଠ କିରାଣିଙ୍କ ସମ୍ପୃକ୍ତି ନେଇ ଏକ ଭିଡିଓ ଭାଇରାଲ୍ ହୋଇଥିଲା ।

ଅନ୍‌ଲାଇନରେ ପଟ୍ଟା ଚଢ଼ାଇବା ପାଇଁ ୬ଜଣଙ୍କଠାରୁ ଅର୍ଥ ଆଦାୟ କରିବା ସମ୍ପର୍କରେ ଆଲୋଚନା ବେଳର ଭିଡିଓ ଭାଇରାଲ ହୋଇଥିଲା । ଆଗୁଆ ୫୦ ହଜାର ଟଙ୍କା ସହ ବକେୟା ଅର୍ଥ ୨ଟି କିସ୍ତିରେ ଦେବାକୁ ସମ୍ପୃକ୍ତ ବ୍ୟକ୍ତି ଜଣକ ପ୍ରତିଶ୍ରୁତି ଦେଇଥିଲେ।

ଏହା ସହ ୭ ଦିନ ମଧ୍ୟରେ ଆଉ ୫୦ ହଜାର ଟଙ୍କା ଦେଲେ କାର୍ଯ୍ୟାଳୟ ପାଇଁ ବିଭିନ୍ନ ସାମଗ୍ରୀ ଆଣିବାକୁ ଅର୍ଡର ଦେବେ ବୋଲି କିରାଣି ଜଣକ କହୁଥିବା ଭିଡିଓ ସାମନାକୁ ଆସିଥିଲା । ଏହାପରେ ଜିଲ୍ଲାପାଳ ଶଶୀ ଶେଖର ସେଠୀଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି ।

ଭିଜିଲାନ୍ସ ପଞ୍ଝାରେ ମୟୁରଭଞ୍ଜ ଜିଲ୍ଲା ଝରାଡିହି ଫାଣ୍ଡି ଅଧିକାରୀ

ମୟୁରଭଞ୍ଜ: ଭିଜିଲାନ୍ସ ପଞ୍ଝାରେ ମୟୁରଭଞ୍ଜ ଜିଲ୍ଲା ଝରାଡିହି ଫାଣ୍ଡି ଅଧିକାରୀ । ଦାଦାବଟି ନେବାବେଳେ ଏଏସଆଇ ସତ୍ୟବାନ ଗିରିଙ୍କୁ ଗିରଫ କଲା ଭିଜିଲାନ୍ସ । ଫାଣ୍ଡି ଅଧିକାରୀ ASI ସତ୍ୟବାନ ଗିରି ଅନେକ ସମୟରେ ମଦ ବ୍ୟବସାୟୀଙ୍କ ଧମକ ଦେଇ ଦାଦାବଟି ଆଦାୟ କରୁଥିବାର ଅଭିଯୋଗ ହୋଇଥିଲା । ଏନେଇ ଭିଜିଲାନ୍ସରେ ଅଭିଯୋଗ ହୋଇଥିଲା ।

ଫାଣ୍ଡି ଅଧିକାରୀ ୯ ହଜାର ଟଙ୍କା ଦାଦା ବଟି ନେଉଥିବାବେଳେ ଭିଜିଲାନ୍ସ ଚଢାଉକରି ତାଙ୍କୁ ଗିରଫ କରିଛି । ପରେ ଡିଏସପଙ୍କ ନେତୃତ୍ୱରେ ଏକ ଟିମ ତାଙ୍କ ବାସ ଭବନରେ ଚଢ଼ାଉ କରିଛି ।

ଚାଷୀଙ୍କ ହିଂସାକାଣ୍ଡ ପରେ ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ଲାଗି ବନ୍ଦ ରହିବ ଲାଲ୍ କିଲ୍ଲା

ନୂଆଦିଲ୍ଲୀ: ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ପରିଦର୍ଶକଙ୍କ ଲାଗି ଲାଲ୍‌ କିଲ୍ଲା ବନ୍ଦ ରହିବ ବୋଲି ବୁଧବାର ଦିନ ଭାରତର ପ୍ରତ୍ନତତ୍ତ୍ୱ ସର୍ଭେ ଏକ ଆଦେଶନାମାରେ କହିଛି। ବନ୍ଦ ରହିବା କାରଣ ସଂକ୍ରାନ୍ତରେ ଉକ୍ତ ଆଦେଶନାମାରେ କିଛି ଉଲ୍ଲେଖ ନାହିଁ। ଜାନୁଆରି ୨୬ ତାରିଖ ଦିନ ପ୍ରତିବାଦକାରୀ କୃଷକମାନେ ବଳପୂର୍ବକ ଏହି ଦୁର୍ଗ ମଧ୍ୟକୁ ପ୍ରବେଶ କରିଥିଲେ। ସେଥିଯୋଗୁଁ ଏହାର କୌଣସି କ୍ଷୟକ୍ଷତି ହୋଇଛି କି, ନାହିଁ, ସେ ସଂକ୍ରାନ୍ତରେ ଏହି ସମୟରେ ଅନୁଧ୍ୟାନ କରାଯିବ ବୋଲି ମନେହେଉଛି।

ଆଦେଶନାମାରେ ଭାରତର ପ୍ରତ୍ନତତ୍ତ୍ୱ ସର୍ଭେ ମଧ୍ୟ କହିଛି ଯେ, ଜାତୀୟ ରାଜଧାନୀ ଅଞ୍ଚଳରେ ‘ବାର୍ଡ-ଫ୍ଲୁ’ (ପକ୍ଷୀଜ୍ୱର) ସତର୍କତା ଜାରି ଯୋଗୁଁ ଜାନୁଆରି ୧୯ ରୁ ଜାନୁଆରି ୨୨ ପର୍ଯ୍ୟନ୍ତ ଲାଲ୍‌ କିଲ୍ଲା ସର୍ବସାଧାରଣଙ୍କ ନିମନ୍ତେ ବନ୍ଦ ଥିଲା। ଏହାଛଡ଼ା ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ମଧ୍ୟ ଜାନୁଆରି ୨୨ ରୁ ଜାନୁଆରି ୨୬ ପର୍ଯ୍ୟନ୍ତ ଏହି ଦୁର୍ଗ ବନ୍ଦ ରହିଥିଲା।

ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ପ୍ରହ୍ଲାଦ ସିଂହ ପଟେଲ୍‌ ବୁଧବାର ଦିନ ଲାଲ୍‌ କିଲ୍ଲା ଗସ୍ତରେ ଯାଇ ଅବସ୍ଥାର ସମୀକ୍ଷା କରିଥିଲେ। ଏ ସଂକ୍ରାନ୍ତରେ ରିପୋର୍ଟ ଦାଖଲ କରିବା ଲାଗି ସେ ‘ଭାରତର ପ୍ରତ୍ନତତ୍ତ୍ୱ ସର୍ଭେ’କୁ କହିଛନ୍ତି।

ସାଧାରଣତନ୍ତ୍ର ଦିବସ ହିଂସାକାଣ୍ଡ ପରେ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ଫଟୋଚିତ୍ର ଏବଂ ଭିଡିଓରେ ଦେଖାଯାଉଛି ଯେ, ଲାଲ୍‌ କିଲ୍ଲା ପରିସରସ୍ଥ ‘ମେଟାଲ୍‌ ଡିଟେକ୍ଟର୍‌ ଗେଟ୍‌’ ଏବଂ ଟିକେଟ୍‌ କାଉଣ୍ଟର୍‌ ସମେତ ଅନେକ କିଛି ଭାଙ୍ଗିରୁଜି ଯାଇଛି।

ଉଲ୍ଲେଖଯୋଗ୍ୟ, ଦିଲ୍ଲୀରେ ସମୁଦାୟ ୧୭୩ଟି ସ୍ମାରକୀ ଭାରତର ପ୍ରତ୍ନତତ୍ତ୍ୱ ସର୍ଭେ’ ଦାୟିତ୍ୱରେ ରହିଛି। ସେଥିରୁ ଲାଲ୍‌ କିଲ୍ଲା, ହୁମାୟୁନ୍‌ଙ୍କ ସମାଧି ଏବଂ କୁତବ୍‌ ମୀନାର ‘ୟୁନେସ୍କୋ’ ବିଶ୍ୱ ଐତିହ୍ୟ ମାନ୍ୟତା ପାଇଛନ୍ତି।

ଆଜି ପୌଷ ପୂର୍ଣ୍ଣିମା: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ହେବ ପୁଷ୍ୟଭିଷେକ ନୀତି

ପୁରୀ: ଆଜି ପୌଷ ପୁର୍ଣିମା। ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପୁଷ୍ୟଭିଷେକ ନୀତି ସମ୍ପାଦନ କରାଯିବ । ରତ୍ନ ସିଂହାସନରେ ଶ୍ରୀଜିଉ ମାନେ ରାଜରାଜେଶ୍ୱର ବେଶ ବା ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ଗତକାଲିଠୁ ଅଧିବାସ ଗୃହରେ ଅଧିବାସ ହୋଇ ରହିଥିବା ଘିଅ ମିଶ୍ରିତ ୧୦୮ ଗରା ଜଳରେ ଚନ୍ଦନ ଲାଗି ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅଭିଷେକ କରାଯିବ । ପରେ ପ୍ରଭୁଙ୍କ ଠାରୁ ଆଜ୍ଞା ମାଳ ପାଇ ଶ୍ରୀଦେବୀ ପାଲିଙ୍କିରେ ମା ଲକ୍ଷ୍ମୀଙ୍କ ମନ୍ଦିର ଜଗମୋହନକୁ ବିଜେ କରିବେ ।

ସେଠାରେ ମାଜଣା ଓ ବନକ ଲାଗି ଆଦି ନୀତି ପରେ ଶ୍ରୀଦେବୀଙ୍କୁ ବେଶ କରାଯିବ। ପରେ ରତ୍ନସିଂହାସନରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବ। କିରିଟ, ଶ୍ରୀପୟର, ଶ୍ରୀଭୁଜ, ହରିଡ଼ାମାଳ, ବାହାଡା ମାଳ, ଆଦି ବିବିଧ ପ୍ରକାର ସ୍ଵର୍ଣ ଅଳଙ୍କରରେ ମହାପ୍ରଭୁ ରାଜରାଜେଶ୍ୱର ବେଶରେ ଭକ୍ତ ଗଣଙ୍କୁ ଦର୍ଶନ ଦେବେ ।

ଏହି ରାଶିର ବ୍ୟକ୍ତି ବିଶେଷ ମାନେ କୌଣସି ତରବରିଆ ନିଷ୍ପତି ନିଅନ୍ତୁ ନାହିଁ ନଚେତ ନିଜର କ୍ଷତି ହେବ

ଗର୍ଗ ଜ୍ୟୋତିଷ – ପଣ୍ଡିତ ଶ୍ରୀପତି ଆଚାର୍ଯ୍ୟ

ଆଜିର ପଞ୍ଚାଙ୍ଗ: ୨୮/୦୧/୨୦୨୧, ଗୁରୁବାର, ମକର ୧୫ଦିନ, ପୌଷ ପୂଣ୍ଣିମା

– କର୍କଟଚନ୍ଦ୍ର ଅହୋରାତ୍ର

– ପୂଷ୍ୟାନକ୍ଷତ୍ର ରାତ୍ର ୦୩:୪୬ ପଯ୍ୟନ୍ତ

– ଘାତ ଚନ୍ଦ୍ର – ନାସ୍ତି

– ଘାତ ବାର – ତୁଳା ଓ କୁମ୍ଭ ରାଶିର

– ଯୋଗିନି – ବାୟବ୍ୟେ ରାତ୍ର ୧୨:୪୫ ଗତେ ପୂର୍ବେ

– ପୁଷ୍କର ଦୋଷ – ନାସ୍ତି

– ନିଷିଦ୍ଧ ଖାଦ୍ୟ – ଆମିଷ ଓ ତୈଳ

– ଶୁଭ ମୂହୁର୍ତ୍ତ –

ପ୍ରାତଃ ୦୬:୨୭ ରୁ ୦୭:୫୫

ଦିବା ୧୦:୫୩ ରୁ ଦିବା ୦୧:୦୬

ରାତ୍ର ୩ଟା ରୁ ରାତ୍ର ୦୩:୫୧

ଅଶୁଭ ମୂହୁର୍ତ୍ତ –

ଦିବା ୦୧:୨୨ ରୁ ସଂଧ୍ୟା ୦୫:୩୨

ରାତ୍ର ୧୨ଟା ରୁ ରାତ୍ର ୦୧:୩୬

ମେଷ- ଅଶ୍ୱିନୀ ନକ୍ଷତ୍ର – ଆଜି ନିଜର ସକ୍ଷମ ମୁତାବକ କିଛି ଖାଦ୍ୟ କୌଣସି ଅସହାୟ ଲୋକକୁ ସାହାଯ୍ୟ କରନ୍ତୁ ମନର ଆଶା ପୁରଣ ହେବ ।

ଦ୍ୱିଜା ନକ୍ଷତ୍ର- ପିତାଙ୍କ ସହିତ ମତଭେଦ ହେବ ଏବଂ ଆଜି ଅଯଥା ଖର୍ଚ୍ଚାନ୍ତ ହେବ  ।

କୃତ୍ତିକା ନକ୍ଷତ୍ର- ଆଜି ରିଷ୍ଟପୂର୍ଣ୍ଣ ଦିବସ ରହିଛି ଘରୁ ବାହାରିଲା ବେଳେ କିଛି ଦହି ଖାଇକି ବାହାରନ୍ତୁ ।

ଶୁଭ ରଙ୍ଗ – ହଳଦିଆ

ଜଳରେ ହଳଦି ମିଶାଇ ସ୍ନାନ କରିବ ଏବଂ ଓଁ ଋଣହତ୍ରେ ନମଃ ୨୭ଥର ଜପ କରିବ ।

ବୃଷ- କୃତ୍ତିକା ନକ୍ଷତ୍ର- ଆଜି କୌଣସି ଆର୍ଥିକ କ୍ଷତି ହେବ ଏବଂ ନିଚ୍ଚଲୋକ ଠାରୁ ଅପମାନିତ ହେବେ ମଥାରେ ଚନ୍ଦନ ଲଗାନ୍ତୁ ।

ରୋହିଣି ନକ୍ଷତ୍ର- ସ୍ୱାମୀ ସ୍ତ୍ରୀ କିମ୍ବା ପ୍ରେମୀଯୁଗଳ ହିଅନ୍ତୁ ମତାନ୍ତର ସହିତ ମନ ବିଚଳିତ ରହିବ, କିଛି ଖାଦ୍ୟ ଦାନ କରନ୍ତୁ ।

ମୃଗଶିରା ନକ୍ଷତ୍ର- ଆଜି ଚାକିରି ହେଉ କିମ୍ବା ବ୍ୟବସାୟରେ ସଂପୂର୍ଣ୍ଣ ସତର୍କ ରହିବେ ନଚେତ ଦଣ୍ଡିତ ହୋଇପାରନ୍ତି ।

ଶୁଭ ରଙ୍ଗ- ଲାଲ ରଙ୍ଗ

ଜଳରେ କ୍ଷିର କିମ୍ବା ଗଙ୍ଗାଜଳ ମିଶାଇ ସ୍ନାନ କରିବ ଏବଂ ଓଁ ଦେତ୍ୟ ଗୁରବେ ନମଃ ୨୭ଥର ଜପ କରିବେ, ମଥାରେ ଚନ୍ଦନ ତିଳକ ଲଗାଇବେ ଏବଂ ଚନ୍ଦନ କାଠି ପାଖରେ ରଖିବେ ।

ମିଥିନ- ମୃଗଶିରା ନକ୍ଷତ୍ର- ଅଶୁଭ ଗ୍ରହଙ୍କର ପ୍ରଭାବରେ ଆଜି ସାଧାରଣ କଥାକୁ ନେଇ ବିଶୃଙ୍ଖଳା ଘଟିବ ଫଳରେ ମନ ଦୁର୍ବଳ ରହିବ କାର୍ଯ୍ୟ ବିଗିଡିଯିବ ।

ଆଦ୍ରା ନକ୍ଷତ୍ର- ଆଜି କୌଣସି ତରବରିଆ ନିଷ୍ପତି ନେବେ ନାହିଁ ନହେଲେ ନିଜର କ୍ଷତି ହେବ, ନିଜର କାମଗୁଡିକ ସହଜରେ ପୁରଣ ହେବନାହିଁ ।

ପୂନର୍ବସୁ ନକ୍ଷତ୍ର- ଶତୃ ଆଜି ମିତ୍ର ପାଲଟିଯିବ, ନହେଉଥିବା କାମ ସହଜରେ ହୋଇଯିବ, ମନ ଉତ୍ସାହିତ ରହିବ ।

ଶୁଭ ରଙ୍ଗ- ପାଉଁସିଆ

ଜଳରେ ଗୋଲାପଜଳ ମିଶାଇ ସ୍ନାନ କରିବ ଏବଂ ଓଁ ଲକ୍ଷ୍ମୀନାରାୟଣାୟ ନମଃ ୨୭ଥର ଜପ କରିବେ, ସବୁଜ ବସ୍ତ୍ର ଦାନ କରିବେ ।

ମହାଉପାୟ-  ଶୟନ କକ୍ଷରେ ଯଦି ଦର୍ପଣ କିମ୍ବା ଡ୍ରେସିଙ୍ଗ ଟେବୁଲ ରହିଥାଏ ତେବେ ତାକୁ ସବୁବେଳେ ଘୋଡାଇ ରଖିବା ଜରୂରୀ ନଚେତ ଦାମ୍ପତ୍ୟ ଜୀବନରେ ଅଶାନ୍ତି ଲାଗିରହିବ ।

କର୍କଟ- ପୂନର୍ବସୁ ନକ୍ଷତ୍ର – ପାରିବାରିକ ବୋଝ ସହିତ ଚାକିରି କିମ୍ବା ବ୍ୟବସାୟରେ ଭୁଲବୁଝାବଣାର ଶିକାର ଏବଂ ଅର୍ଥଚିନ୍ତା ବଢିବ ।

ପୂଷ୍ୟା ନକ୍ଷତ୍ର- ଆଜି ମନ ସନ୍ଦେହ ଭିତରେ ରହିବ ତେଣୁ ଚାକିରି ହେଉ କିମ୍ବା ବ୍ୟବସାୟ ବିଭିନ୍ନ ସମସ୍ୟା ଉପୁଜିବ ।

ଅଶ୍ଲେଷା ନକ୍ଷତ୍ର- ପ୍ରତି କାମ ବିଳମ୍ବରେ ହାସଲ ହେବ, ପ୍ରତି ମୂହୁର୍ତ୍ତରେ ମନ ଭିତରେ ଅଜଣା ଡର ରହିବ ।

ଶୁଭ ରଙ୍ଗ – ଧଳା

ଜଳରେ ହଳଦିଆ ସୋରିଷ ମିଶାଇ ସ୍ନାନ କରିବେ ଏବଂ ଓଁ ବକ୍ରତୁଣ୍ଡାୟ ନମଃ ୨୭ଥର ଜପ କରିବେ, ଚଣାଡାଲି ଦାନ କରିବେ ।

 

ସିଂହ- ମଘା ନକ୍ଷତ୍ର- ଗୋଲାପି ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ ଏବଂ କିଛି ଅର୍ଥ ଆଜି କୌଣସି ଅସହାୟକୁ ସାହାର୍ଯ୍ୟ କରନ୍ତୁ ମନମୁତାବକ ଫଳ ମିଳିବ ।

ପୂର୍ବାଫାଲଗୁନି ନକ୍ଷତ୍ର- ନିଜର କୌଣସି ସମ୍ପର୍କିୟଙ୍କର ଦେହ ଖରାପ ରହିବ ଫଳରେ ବ୍ୟସ୍ତ ରହିବେ ଏବଂ ମାନସିକ ଚିନ୍ତା ଓ ଅର୍ଥାଭାବ ବଢିବ ।

ଉତ୍ତରାଫାଲଗୁନୀ ନକ୍ଷତ୍ର- ଖର୍ଚ୍ଚ ବଢିଚାଲିବ କିନ୍ତୁ ରୋଜଗାର ସେହି ଅନୁପାତରେ ହେବନାହିଁ ଫଳରେ ମନ ବିଚଳିତ ରହିବ ।

ଶୁଭରଙ୍ଗ- ଧଳା

ଜଳରେ ହଳଦି ମିଶାଇ ସ୍ନାନ କରିବେ ଏବଂ ଓଁ ନମଃ ଶିବାୟ ୨୭ଥର ଜପ କରିବେ ।

କନ୍ୟା- ଉତ୍ତରାଫାଲଗୁନୀ ନକ୍ଷତ୍ର- ଜାଗାବାଡି କିମ୍ବା ନୂଆ କୌଣସି ଗାଡି କିଣିବାର ସମ୍ଭାବନା ଷୃଷ୍ଥି ହେବ, ପୂର୍ବରୁ ନିବେଷ କରିଥିବା ଅର୍ଥର ଲାଭାଶଂ ମିଳିବ ।

ହସ୍ତା ନକ୍ଷତ୍ର- ଆର୍ଥିକ ଅଭିବୃଦ୍ଧି, ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟ ଲାଭ ହେବ କିନ୍ତୁ ମାନସମ୍ନାନରେ କମି ରହିବ ।

ଚିତ୍ରା ନକ୍ଷତ୍ର- ପ୍ରତି କାଯ୍ୟରେ ମନମୁତାବକ ଫଳ ମିଳିବ, କିନ୍ତୁ ଛାତି କିମ୍ବା ମୁଣ୍ଡ ଜନିତ ବ୍ୟଥା ଭୋଗିବେ ।

ଶୁଭ ରଙ୍ଗ- ସବୁଜ

ଜଳରେ ଗୋମତିଚକ୍ର ପକାଇ ସ୍ନାନ କରିବେ ଏବଂ ଓଁ ଲକ୍ଷ୍ମୀନାରାୟଣାୟ ନମଃ ୨୭ଥର ଜପ କରିବେ, କୋଳଥଡାଲି ଦାନ କରିବେ ।

ମହାଉପାୟ

ଗୃହର ଐଶାନ୍ୟ କୋଣରେ ଯଦି ମଇଳାଟାଙ୍କି ଥାଏ ତେବେ ଗୃହରେ ସଦା ଅଭାବ ଅନାଟନ ଲାଗିରହିବ, ତେବେ ତାକୁ ବାୟୁ କୋଣକୁ ପରିବର୍ତ୍ତନ କରିବା ଜରୁରୀ ।

ତୁଳା- ଚିତ୍ରା ନକ୍ଷତ୍ର- କୌଣସି ପ୍ରକାରେ ଲାଭାନ୍ୱିତ ହେବେ, କିନ୍ତୁ ଅଚାନକ ମୁଣ୍ଡବ୍ୟଥା ଭଳି ଅସୁସ୍ଥତା ମନକୁ ଅଶାନ୍ତ କରିଦେବ ।

ସ୍ୱାତୀ ନକ୍ଷତ୍ର- ପିଲାମାନଙ୍କ ମଧ୍ୟରେ ଆତ୍ମବଳ ବଢିବ, କୌଣସି ଲକ୍ଷ ପୂର୍ଣ୍ଣ ହେବ, କିନ୍ତୁ ଟଙ୍କାପଇସାର ଅଭାବ କିଛି ଅଂଶରେ ରହିବ ।

ବିଶାଖା ନକ୍ଷତ୍ର- ଆଜି କୌଣସି ପ୍ରକାରେ ବାଧାବିଘ୍ନ ଭୋଗିବେ ତେଣୁ ଘରୁ ବାହାରିଲା ବେଳେ ତୁଳସି ଡାଳିଖଣ୍ଡେ ପାଖରେ ରଖି ବାହାରନ୍ତୁ ।

ଶୁଭ ରଙ୍ଗ- ଧଳା

ଓଁ ବୁଂ ବୁଧାୟ ନମଃ ୨୭ଥର ଜପ କରିବେ, ଅରୁଆଚାଉଳ ଦୁଇମୁଠା କାଉଙ୍କୁ ଖାଇବାକୁ ଦେବେ ।

 

ବିଛା- ବିଶାଖା ନକ୍ଷତ୍ର- ଆର୍ଥିକ ଅଭାବ ସହିତ କର୍ମକ୍ଷେତ୍ରରେ ଅଶୁଭ ସୂଚନା ବଢିବ ଯୋଜନାରେ ଅସଫଳ ହେବେ ।

ଅନୁରାଧା ନକ୍ଷତ୍ର- ପାରିବାରିକ ମାନସିକଚାପ ବଢିବ, ଆର୍ଥିକ ଅନାଟନ ବଢିବ, ବିବାହ ଯୋଗ୍ୟ ପିଲାଙ୍କର ବିବାହର ସମ୍ଭାବନା ଷୃଷ୍ଟି ହେବ॥

ଜ୍ୟେଷ୍ଠା ନକ୍ଷତ୍ର- ନିତିଦିନ ଜିବନରେ ସଂଘର୍ଷ ବଢି ଚାଲିବ, ଜିବନ ଜିବିକାକୁ ନେଇ ଚିନ୍ତା ଦେଖାଦେବ ।

ଶୁଭ ରଙ୍ଗ- ସବୁକ

ଜଳରେ ଲାଲସିନ୍ଦୁର ମିଶାଇ ସ୍ନାନ କରିବେ ଏବଂ ଓଁ ଅଙ୍ଗାରକାୟ ନମଃ ୨୭ଥର ଜପ କରିବେ ।

ଧନୁ ରାଶି- ମୂଳା ନକ୍ଷତ୍ର- ନିଜ ବନ୍ଧୁପରିଜନରେ କିମ୍ବା ସମାଜରେ କଲ୍ୟାଣକାରି କାର୍ଯ୍ୟକରି ଆତ୍ମସମ୍ମାନ ବୃଦ୍ଧି ହେବ ।

ପୂର୍ବଷାଢା ନକ୍ଷତ୍ର- ଆଜି କିଛି ଗୁଡ ଗାଇଙ୍କୁ ନିଜ ହାତରେ ଖୁଆନ୍ତୁ ଅଟକିଥିବା କାମ ପୁରଣ ହେବ ।

ଉତ୍ତରାଷାଢା ନକ୍ଷତ୍ର- କିଛି ନା କିଛି ମନମୁତାବକ ଇଛା ପୁରଣ ହେବ, ଅନ୍ୟର ସୁଖରେ ସୁଖି ହେବେ ଫଳରେ ମାନସମ୍ନାନ ବଢିବ॥

ଶୁଭ ରଙ୍ଗ – ଧଳା

ଦହି ମିଶାଇ ସ୍ନାନ କରିବେ ଏବଂ ୭ଖଣ୍ଡ ହଳଦି ଭଗବାନ ବିଷ୍ନୁଙ୍କୁ ଅର୍ପଣ କରିବେ ।

ମହାଉପାୟ

ଶୟନ କକ୍ଷରେ ୨ ରୁ ୩ ବର୍ଷ ପୁରୁଣା ବ୍ୟବହାର ହେଉ ନଥିବା ବସ୍ତୁ ଗୁଡିକ ଯଦି ରହିଥାଏ ତେବେ ଅଶାନ୍ତି ତଥା ଅଭାବ ଅନାଟନ ଲାଗିରହିବ ।

ମକର ରାଶି- ଉତ୍ତରାଷାଢା ନକ୍ଷତ୍ର- କୌଣସି ଅଟକିଥିବା କାର୍ଯ୍ୟ ହାସଲ ହେବ ଏବଂ ପୁରୁଣା ବକେୟା ମିଳିବ କିମ୍ବା ମିଳିବାର ସମ୍ଭାବନା ସୃଷ୍ଟି ହେବ ।

ଶ୍ରବଣା ନକ୍ଷତ୍ର- ବନ୍ଧୁପରିଜନରେ ସାହାଯ୍ୟ ମିଳିବ, ଯାହା ଉଦ୍ୟମ କରିବେ ପୁରଣ ହେବ, କୌଣସି ସ୍ଥାନକୁ ବୁଲିବାକୁ ଯିବେ ।

ଧନିଷ୍ଠା ନକ୍ଷତ୍ର- ସମୟ ଏତେ ଶୁଭ ରହିବ ନାହିଁ ମନ ଅଶାନ୍ତ ରହିବ ତେଣୁ ଖଣ୍ଡେ ବର ଓହଳ ପାଖରେ ରଖିବେ କଲ୍ୟାଣ ହେବ ।

ଶୁଭ ରଙ୍ଗ- ଧଳା- ମୁଗଡାଲି ପାରାଙ୍କୁ ଖାଇବାକୁ ଦିଅନ୍ତୁ କଲ୍ୟାଣ ହେବ ।

କୁମ୍ଭ ରାଶି- ଧନିଷ୍ଠା ନକ୍ଷତ୍ର-  ଆଜି କିଛି ବିରିଡାଲି କୌଣସି ଦିବ୍ୟାଙ୍ଗଙ୍କୁ ଦାନ କରନ୍ତୁ ରିଷ୍ଠ ଖଣ୍ଡନ ହୋଇ ଶୁଭରେ ଦିନ କଟିବ ।

ଶତଭିଷା ନକ୍ଷତ୍ର- ଆଜି କଳା ରଙ୍ଗର କିଛି ବ୍ୟବହାର କରନ୍ତୁ ଏବଂ କିଛି ଲୁହାର ଦ୍ରବ୍ୟ କୌଣସି କଳା ବ୍ରାହ୍ମଣଙ୍କୁ ଦାନ କରନ୍ତୁ ।

ପୂର୍ବଭାଦ୍ର ନକ୍ଷତ୍ର- ଚେଷ୍ଟା ଅନୁଯାୟୀ ଫଳ ମିଳିବ ନାହିଁ, ରାଜଦଣ୍ଡର ସୁଚନା ରହିଛି ତେଣୁ ପ୍ରତି କ୍ଷେତ୍ରରେ ସତର୍କର ସହିତ ରହିବା ଜରୂରୀ ।

 

ଶୁଭ ରଙ୍ଗ- ହଳଦିଆ

ସ୍ନାନସାରି ତମ୍ବାପାତ୍ରରେ ଜଳଭରି ଧଳାରାଶି ମିଶାଇ ସୂର୍ଯ୍ୟଙ୍କୁ ଜଳଅର୍ଘ୍ୟ ଦିଅନ୍ତୁ ।

ମୀନ ରାଶି- ପୂର୍ବଭାଦ୍ର ନକ୍ଷତ୍ର- ପେଟ ଏବଂ ଛାତି ଜନିତ ବ୍ୟଥା ଭୋଗିବେ, ଗୃହରେ କିମ୍ବା ସଙ୍ଗସାଥିରେ ବିଶୃଙ୍ଖଳା ଷୃଷ୍ଟି ହେବ, ତେଣୁ ମନେମନେ ଓଁ ନମଃ ଶିବାୟ ଜପ କରିବେ ।

ଉତ୍ତରଭାଦ୍ର ନକ୍ଷତ୍ର- ମନକୁ ଅଜଣା ଭୟ ମଧ୍ୟରେ ଦିନଭରି ରହିବ, ଅର୍ଥ ବ୍ୟୟ ଏବଂ ମାନସିକ ଅଶାନ୍ତି ବଢିବ, ପାରାଙ୍କୁ ଖାଇବାକୁ ଦେବେ କଲ୍ୟାଣ ହେବ ।

ରେବତୀ ନକ୍ଷତ୍ର- ଆୟ ଠାରୁ ବ୍ୟୟ ଅଧିକ ହେବ, ଚାକିରିରେ ଅନିଶ୍ଚିତତା ପରିସ୍ଥିତି ଷୃଷ୍ଟି ହେବ, ମନ ଅସ୍ଥିର ରହିବ ।

ଶୁଭ ରଙ୍ଗ – ନିଳ

ଜଳରେ ମହୁ ମିଶାଇ ସ୍ନାନକରିବେ ଏବଂ ଓଁ ବିଷ୍ଣବେ ନମଃ ୨୭ଥର ଜପ କରିବେ, ଗହମ ଦାନ କରିବେ ।

ମହାଉପାୟ

  • ଆଜି ରହିଛି ପୌଷ ପୂର୍ଣ୍ଣିମା –
  • ମକର ରାଶିରେ ଘଟୁଛି ତିନୋଟି ଗ୍ରହ ଶନି, ଦେବଗୁରୁ ବୃହଷ୍ପତି ଏବଂ ରାଜକିୟ ଗ୍ରହ ରବିଙ୍କର ମହାମିଳନ,
  • ଏହି ଚାରୋଟି ରାଶି ମେଷ, ବୃଷ, କର୍କଟ ଏବଂ ମକର ରାଶିର ଜୀବନରେ ଆସିବ ଅନେକ ପରିବର୍ତ୍ତନ ।

୧. ବିବାହ ହେଇନଥିବା ପିଲାଙ୍କର ଆସିବ ସୁଯୋଗ ॥

୨. ନୂତନ କର୍ମକ୍ଷେତ୍ର ସହିତ ପଦୋନ୍ନତିର ସୁଯୋଗ ॥

୩. ବିଦେଶ ଯାତ୍ରା ଏବଂ ବିଦେଶରେ କର୍ମକ୍ଷେତ୍ରର ସୁଯୋଗ ଷୃଷ୍ଟି ॥

୪. ବହୁଦିନରୁ ଅଟକି ରହିଥିବା କାର୍ଯ୍ୟ ହେବ ପୁରଣ ॥

୫. ସ୍ୱାସ୍ଥ୍ୟଗତ ବାଧାବିଘ୍ନ କିଛି କିଛି ଲାଗି ରହିବ ॥

ବୌଦ୍ଧ: ହାଇୱାକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ୪ ଗୁରୁତର

ବୌଦ୍ଧ: ବୌଦ୍ଧ ଚାରିଛକ ନିକଟରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗସ୍ତ । ହାଇୱାକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ଦୁର୍ଘଟଣାରେ ୪ଯାତ୍ରୀ ଆହାତ ହୋଇଛନ୍ତି । ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବସରେ ଥିବା ଅନ୍ୟ ୪୦ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି। ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ୫୭ ନମ୍ବର ଜାତୀୟ ରାଜପଥରେ ଆଜି ଭୋରୁ ଦୁର୍ଘଟଣା ଘଟିଛି ।

ମାଲକାନଗିରିରୁ ଭୁବନେଶ୍ୱର ଆସୁଥିବା ଏକ ଘରୋଇବସ୍ ଚାରିଛକ ନିକଟରେ ଏକ ହାଇୱାକୁ ପଛପଟୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି। ଘଟଣାସ୍ଥଳରୁ ହାଇୱା ଫେରାର୍ ହୋଇଯାଇଥିବା ବେଳେ ପୋଲିସ୍ ପହଞ୍ଚି ଘଟଣାର ତଦନ୍ତ କରୁଛି ।

ଆହୁରି ଶକ୍ତିଶାଳୀ ହେଲା ଭାରତୀୟ ବାୟୁସେନା, ପହଞ୍ଚିଲା ଆଉ ୩ ରାଫେଲ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାରେ ଖୁବ୍‌ଶୀଘ୍ର ସାମିଲ ହେବ ଆଉ ୩ ରାଫେଲ । ବୁଧବାର ତୃତୀୟ ପର୍ଯ୍ୟାୟ ରାଫେଲ ଫ୍ରାନ୍ସରୁ ଆସି ଭାରତରେ ପହଞ୍ଚିଛି । ୭୦୦୦ କିଲୋମିଟରର ନନ୍‌ଷ୍ଟପ୍‌ ଯାତ୍ରା କରି ଭାରତରେ ପହଞ୍ଚିଛି ୩ ରାଫେଲ । ଏହା ଭାରତକୁ ଆହୁରି ଶକ୍ତିଶାଳୀ କରିଛି । ଏହି ଯାତ୍ରା ସମୟରେ ଆକାଶରେ ଇନ୍ଧନ ଭରିବା ସହ ଗୁଜରାଟ ଜାମନଗରରେ ଏହି ୩ଟି ବିମାନ ଅବତରଣ କରିଛି ।

ଭାରତୀୟ ବାୟୁସେନା ପକ୍ଷରୁ ଏ ସମ୍ପର୍କରେ ଟ୍ବିଟ କରି ସୂଚନା ଦିଆଯାଇଛି । ଏହି ବିମାନଗୁଡ଼ିକରେ ଆକାଶମାର୍ଗରେ ଇନ୍ଧନ ଭର୍ତ୍ତି କରାଯାଇଥିଲା । ୨୦୧୬ରେ ଫ୍ରାନ୍ସ ସହିତ ରାଫେଲ ବିମାନ ନେଇ ୫୯ ହଜାର କୋଟିର ଚୁକ୍ତି ହୋଇଥିଲା । ଜୁଲାଇ ୨୮ରେ ଭାରତକୁ ପ୍ରଥମ ୫ଟି ରଫେଲ ଆସିଥିଲା । ଏହାପରେ ନଭେମ୍ବରରେ ଦ୍ୱିତୀୟ ପର୍ଯ୍ୟୟରେ ରାଫେଲ ଆସିଥିଲା ।

ଅନ୍ୟପଟେ ମାର୍ଚ୍ଚରେ ଆଉ ୩ ରାଫେଲ ଭାରତ ଆସିବ ବୋଲି ସ୍ଥିର ହୋଇଥିବା ବେଳେ ଏପ୍ରିଲରେ ପୁଣି ୭ଟି ରାଫେଲ ଭାରତରେ ପହଞ୍ଚିବ ।

ଭୁବନେଶ୍ୱରରୁ କାର ଭଡ଼ାରେ ନେଇ କୋରାପୁଟରେ ଡ୍ରାଇଭରକୁ ମର୍ଡର

ଜୟପୁର: ଭଡ଼ାରେ କାର ନେଇ ଡ୍ରାଇଭରକୁ ମର୍ଡର । କୋରାପୁଟ ଛାତରଲାରୁ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର ଘଟଣାରେ ମିଳିଲା ବ୍ୟକ୍ତିଙ୍କ ପରିଚୟ । ମୃତକ ଭୁବନେଶ୍ୱର ଅଞ୍ଚଳର ସୁଧୀର କୁମାର ସାହୁ । ସେ ଜଣେ କାର୍ ଡ୍ରାଇଭର ବୋଲି ଜଣାପଡ଼ିଛି । ସୋମବାର ଦିନ ସୁଧୀର ଭୁବନେଶ୍ୱରରୁ ୨ ଜଣ ଯାତ୍ରୀଙ୍କୁ ନେଇ କୋରାପୁଟ ଛାଡ଼ିବାକୁ ଯାଇ ଆଉ ଫେରି ନଥିଲେ । ମଙ୍ଗଳବାର ସ୍ୱିଚ୍ ଅଫ୍ ଆସିଥିଲା ସୁଧୀରଙ୍କ ଫୋନ୍ ।

Miscreants Murdered Car Driver While Taking In Rent Koraput

ସୁଧୀରଙ୍କ ଫୋନ୍ କାହିଁକି ସ୍ୱିଚ୍ ଅଫ୍ ଅଛି ? ଏହାକୁ ନେଇ ସୁଧୀରଙ୍କ ପରିବାର ମନରେ ସନ୍ଦେହ ସୃଷ୍ଟି ହୋଇଥିଲା । ପରିବାର ଲୋକ ଖଣ୍ଡଗିରି ଥାନାରେ ଏତଲା ଦେଇଥିଲେ । ଖଣ୍ଡଗିରି ଥାନା ପୋଲିସ ଜିପିଏସ୍ ଟ୍ରାକ୍ କରିବା ପରେ ସୁଧୀରଙ୍କ ଲୋକେସନ୍ କୋରାପୁଟର ବୋରିଗୁମ୍ମା ବୋଲି ଜଣାପଡ଼ିଥିଲା । ପରେ ରାୟଗଡ଼ାରେ ରହୁଥିବା ସୁଧୀରଙ୍କ ବଡ଼ ଭାଇ କେଦାରନାଥ ସାହୁ ଘଟଣାସ୍ଥଳରେ ପହଞ୍ଚିଥିଲେ ।

Miscreants Murdered Car Driver While Taking In Rent Koraput

କୋରାପୁଟ-ଜୟପୁର ରାସ୍ତାର ଛାତରଲା ଗାଁ ନିକଟ ଜମିରେ ସୁଧୀରଙ୍କ ରକ୍ତାକ୍ତ ମୃତଦେହ ପଡ଼ିଥିଲା । ମୃତଦେହ ଠାରୁ କିଛି ଦୂରରେ ସୁଧୀରଙ୍କ ଜୋତା ପଡ଼ିଥିବା ଦେଖିବାକୁ ପାଇଥିଲେ ବଡ଼ ଭାଇ । ହେଲେ, ସେଠାରେ ନଥିଲା ସୁଧୀରଙ୍କ କାର୍ । ଖବର ପାଇ ଘଟଣାସ୍ଥଳରେ ବୋରିଗୁମ୍ମା ପୋଲିସ, ସାଇଣ୍ଟିଫିକ୍ ଟିମ୍ ସହ ତଦନ୍ତ ଆରମ୍ଭ କରିଛି । ସୁଧୀରଙ୍କ କାର ନଥିବାରୁ ମର୍ଡର ପରେ ଭଡ଼ାରେ ଆସିଥିବା ୨ ଜଣ କାର୍ ନେଇ ଫେରାର ହୋଇ ଯାଇଥିବା ଅନୁମାନ କରାଯାଉଛି ।

Miscreants Murdered Car Driver While Taking In Rent Koraput

ପୂର୍ବରୁ ବୌଦ୍ଧରେ ଏଭଳି ଏକ ଅପହରଣ ଉଦ୍ୟମ ହୋଇଥିଲା । ଭୁବନେଶ୍ୱରରୁ ୨ ଜଣ ବ୍ୟକ୍ତି ଏକ କାର ଭଡ଼ାରେ ବଲାଙ୍ଗିର ଯାଇଥିଲେ । ଅଧାବାଟରୁ ଡ୍ରାଇଭରକୁ ମାରି କାର ଅପହରଣ ନେଇ ଯୋଜନା କରିଥିଲେ । ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ସେ ଅଳ୍ପକେ ଅପହରଣରୁ ବର୍ତ୍ତି ଯାଇଥିଲେ । ରାଜ୍ୟରେ ଏଭଳି କାର ଅପହରଣ ମାମଲା ବୃଦ୍ଧି ପାଉଥିବାରୁ ଭଡ଼ାରେ ଯାଉଥିବା କାର ଚାଳକ ସଚେତନ ହେବା ଜରୁରୀ ହୋଇପଡ଼ିଛି ।

ଏଥିସହ ପଢ଼ନ୍ତୁ- ବାହାଘରରେ ଯୋଗଦେବାକୁ ବୁକ୍ କରିଥିଲେ କାର୍, ଅଧାବାଟରୁ ଉଠାଇ ନେଲେ