spot_img
Home Blog Page 6056

ଶସ୍ତା ହେଲା ସୁନା-ରୂପା ଦାମ୍, ଜାଣନ୍ତୁ କେତେ ରହିଛି ମୂଲ୍ୟ

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ବଜାରରେ ଡଲାରର ମୂଲ୍ୟ ବୃଦ୍ଧି ହେବା ଫଳରେ ସୁନା ଦାମ୍ ଖସିଛି । ଖାସ୍ କରି ଡଲାର ମହଙ୍ଗା ହେଲେ ସୁନାର ଚାହିଦା ହ୍ରାସ ପାଇଥାଏ । କାରଣ ଏହାର ମୂଲ୍ୟ ଅନ୍ୟ କରେନ୍ସି ହୋଲଡରଙ୍କ ପାଇଁ ବଢିଯାଇଥାଏ । ଆଉ ଏବେ ଘରୋଇ ବଜାରରେ ପ୍ରଭାବ ଦେଖାଯାଉଥିବା ବେଳେ ସୁନା ଓ ରୂପା ମୂଲ୍ୟରେ ହ୍ରାସ ଘଟିଛି। ଗୁରୁବାର ଦିନ ଘରୋଇ ମାର୍କେଟରେ ସୁନା ଓ ରୂପା ଦାମ୍ ଖସିଛି ।

ଗୁରୁବାର ଦିନ ଏମସିଏକ୍ସରେ ସୁନା ୦.୩୬ ପ୍ରତିଶତ ତଥା ୧୭୭ ଟଙ୍କା ହ୍ରାସ ପାଇଥିବା ବେଳେ ୧୦ ଗ୍ରାମ୍ ପ୍ରତି ସୁନା ମୂଲ୍ୟ ୪୮,୬୮୮ ଟଙ୍କାରେ ପହଞ୍ଚିଛି । ସେହିପରି ରୂପା ୧ ପ୍ରତିଶତ ତଥା ୬୬୬ ଟଙ୍କା ହ୍ରାସ ପାଇଥିବା ବେଳେ କିଲୋ ପ୍ରତି ଏହାର ମୂଲ୍ୟ ୬୫,୮୭୦ ଟଙ୍କାରେ ପହଞ୍ଚିଛି ।

Gold Prices Again Crossed The 50 Thousand Mark On Tuesday These Things Had An Impact On Prices

ଦିଲ୍ଲୀ ମାର୍କେଟରେ ବୁଧବାର ଦିନ ସୁନା ୨୩୧ ଟଙ୍କା ଖସି ୧୦ ଗ୍ରାମ୍ ପ୍ରତି ସୁନା ଦାମ୍  ୪୮ ହଜାର ୪୨୧ରେ ପହଞ୍ଚିଛି । ସେହିପରି ରୂପା ୨୫୬ ଟଙ୍କା ଖସି କିଲୋଗ୍ରାମ୍ ପ୍ରତି ଦାମ୍ ୬୫ ହଜାର ୬୧୪ରେ ପହଞ୍ଚିଛି ।

ଆନ୍ତର୍ଜାତୀୟ ବଜାରରେ ସୁନା ଓ ରୂପାର ମୂଲ୍ୟ କ୍ରମଶଃ ୧୮୫୦ ଡଲାର ଓ ୨୫୪୧ ଡଲାର ରହିଛି । ଆମେରିକା ଫେଡେରାଲ ରିଜର୍ଭର ମୁଦ୍ରା ନୀତିର ନିଷ୍ପତ୍ତି ପୂର୍ବରୁ ସୁନା ମୂଲ୍ୟରେ ସ୍ଥିରତା ଦେଖା ଦେଇଥିଲା।

ତେବେ ଗତ କିଛି ସପ୍ତାହ ଧରି ୧୦ ଗ୍ରାମ ପ୍ରତି ସୁନା ମୂଲ୍ୟ କ୍ରମାଗତ ଭାବରେ ୫୦ ହଜାରରୁ କମ୍ ରହିଆସିଛି । ଚଳିତ ବର୍ଷ ଜାନୁଆରୀ ପ୍ରାରମ୍ଭରୁ ସୁନାର ମୂଲ୍ୟ ୫୧ ହଜାର ୬୬୦ରେ ପହଞ୍ଚିଥିଲା । ହେଲେ ଏବେ ୧୦ ଗ୍ରାମ ପ୍ରତି ସୁନାର ଦାମ୍ ପ୍ରାୟ ୪୮,୫୦୦କୁ ଖସିଛି ।

Budget 2021-22: ସୀତାରମଣଙ୍କ ବଜେଟ୍ ଟିମର ସଦସ୍ୟ କିଏ ଜାଣନ୍ତୁ

ନୂଆଦିଲ୍ଲୀ: ଆସନ୍ତା ଫେବୃଆରୀ ୧ ତାରିଖରେ ୨୦୨୧-୨୨ର ଆର୍ଥିକ ବଜେଟ ଉପସ୍ଥାପନ ହେବ। ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହାର ଉପସ୍ଥାପନ କରିବେ। ପାରମ୍ପାରିକ ହାଲୱା ସେରିମନି ସହ ବଜେଟ ପ୍ରସ୍ତୁତିର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ବର୍ତ୍ତମାନ ପୂରା ଦେଶର ନଜର ତାଙ୍କ ଉପରେ ରହିଛି।  ଏହି ବଜେଟ ପ୍ରସ୍ତୁତିରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହ ତାଙ୍କ ପୂରା ଟିମର ବି ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେବେ ଆସନ୍ତୁ ଜାଣିବା ପୂରା ବଜେଟ୍ ଟିମ୍ ବିଷୟରେ।

କୃଷ୍ଣମୂର୍ତ୍ତି ସୁବ୍ରମଣୀୟମ: କେନ୍ଦ୍ରୀୟ ବଜେଟ୍ ଟିମର ସଦସ୍ୟ କୃଷ୍ଣମନ୍ତ୍ରୀ ସୁବ୍ରମଣୀୟମ ଫାଇନାନସିଆଲ  ଇକୋନୋମିକ୍ସରେ ପି.ଏଚ୍.ଡି। ୟୁନିଭରସିଟି ଏଫ ସିକାଗୋ ବୁଥ୍ ସ୍କୁଲ୍ ଅଫ ବିଜନେସରେ ପ୍ରଫେସର ଲ୍ୟୁଗୀ ଜିଙ୍ଗେଲ୍ସ ଓ ରଘଉରାମ ରାଜନଙ୍କ ମାର୍ଗ ଦର୍ଶନରେ ସେ ଏହି ଡକ୍ଟରେଟ୍ ହାସଲ କରିଛନ୍ତି। ସୁବ୍ରମଣୀୟମଙ୍କୁ ୨୦୧୮ରେ କେନ୍ଦ୍ରସରକାରଙ୍କ ମୁଖ୍ୟ ଆର୍ଥୀକ ପରାମର୍ଶଦାତା ବନାଯାଇଥିଲା । ତାଙ୍କୁ ବ୍ୟାଙ୍କିଂ, କର୍ପୋରେଟ୍ ପ୍ରଶାସନ ଓ ଆର୍ଥିକ ନୀତିର ଏକ୍ସପର୍ଟ ବୋଲି କୁହାଯାଏ।

ଟିଭି ସୋମନାଥନ୍: ବ୍ୟୟ ବିଭାଗର ସଚିବ ଭାବେ କାମ କରନ୍ତି ସୋମନାଥନ୍ । ସୋମନାଥନ୍ ୧୯୮୭ ବ୍ୟାଚ୍ ର ତାମିଲନାଡୁ କ୍ୟାଡରର IAS ଅଧିକାରୀ। ୨୦୧୫ରେ ସୋମନାଥନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଯୁଗ୍ମ ସଚିବ ଭାବେ ସେବା ଯୋଗାଇଥିଲେ। ଏଅହାବ୍ୟତୀତ ସେ ୱାର୍ଲ୍ଡ ବ୍ୟାଙ୍କରେ ମଧ୍ୟ କାମ କରିଛନ୍ତି। କଲିକତା ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ପିଏଚଡି କରିଛନ୍ତି। ରାଜସ୍ୱ ଖର୍ଚ୍ଚକୁ ଅଙ୍କୁଶରେ ରଖିବା ସୋମନାଥନଙ୍କ ଦାୟିତ୍ୱ।

ଅଜୟ ଭୂଷଣ ପାଣ୍ଡେ: ରାଜସ୍ୱ ସଚିବ ଅଜୟ ଭୂଷଣ ପାଣ୍ଡେ ମହାରାଷ୍ଟ୍ର କ୍ୟାଡରର ୧୯୮୪ ବ୍ୟାଚ୍ ଆଇଏଏସ୍ ଅଧିକାରୀ। ସେ ଭାରତର ସ୍ୱତନ୍ତ୍ର ପରିଚୟ ପ୍ରାଧିକରଣ(UIDAI)ର ସିଇଓ ଭାବେକାମ କରିସାରିଛନ୍ତି। UIDAIରେ କାମ କରିବାପରେ ବର୍ତ୍ତମାନ ପାଣ୍ଡେ ଧେଶର ବଜେଟ ନିର୍ମାଣରେ ନିୟୋଜିତ ହୋଇଛନ୍ତି । ପାଣ୍ଡେ ଆଇଆଇଟି କାନପୁରରୁ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ କରିଛନ୍ତି। ଏଥିସହ ମିନେସୋନା ବିଶ୍ୱବିଦ୍ୟାଳୟରୁ କମ୍ପ୍ୟୁଟର ସାଇନ୍ସରେ ପି.ଏଚ୍.ଡି କରିଛନ୍ତି। ସ୍ୱାସ୍ଥ୍ୟ ଏବଂ ପ୍ରତିରକ୍ଷା ଉପରେ ଖର୍ଚ୍ଚ ପାଇଁ ଅର୍ଥ ଯୋଗଡ଼ ଏବଂ ମହାମାରୀରେ ଆୟକରର ସନ୍ତୁଳନ ବଜାୟ ରଖିବାକୁ ପାଣ୍ଡେଙ୍କର ଦାୟିତ୍ୱ ରହିଛି।

ତରୁଣ ବଜାଜ: ଅର୍ଥ ମନ୍ତ୍ରାଳୟର ଆର୍ଥିକ ମାମଲା ବିଭାଗରେ ତରୁଣ ବଜାଜ ସଚିବ ଭାବେ କାର୍ଯ୍ୟତର। ଅର୍ଥ ମନ୍ତ୍ରାଳୟରେ ଯୋଗ ଦେବା ପୂର୍ବରୁ ସେ ପ୍ରଧାମନ୍ତ୍ରୀ କାର୍ଯ୍ୟାଳୟରେ ମଧ୍ୟ କାମ କରିସାରିଛନ୍ତି। ସେ ୧୯୮୮ ହରିୟାଣା ବ୍ୟାଚର IAS ଅଧିକାରୀ । ସେ ଅନେକ ରିଲିଫ୍ ପ୍ୟାକେଜ୍ ଉପରେ କାମ କରିଛନ୍ତି। ତିନୋଟି ଆତ୍ମନିର୍ଭର ଭାରତ ପ୍ୟାକେଜ୍ ଗଠନ କରିବାରେ ତରୁଣ ବଜାଜ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।

ତୁହିନ କାନ୍ତ ପାଣ୍ଡେ: ତୁହିନକାନ୍ତ ହେଉଛନ୍ତି ଓଡ଼ିଶା କ୍ୟାଡର୍ ର ୧୯୮୭ ବ୍ୟାଚ୍ ର IAS ଅଧିକାରୀ । ସେ ପୁଞ୍ଜି ନିବେଶ ଏବଂ ସାଧାରଣ ସମ୍ପତ୍ତି ପରିଚାଳନା ବିଭାଗର ସଚିବ ଅଛନ୍ତି। ଅକ୍ଟୋବର ୨୦୧୯ରେ ସେ DIPAM ର ସଚିବ ଭାବରେ ନିଯୁକ୍ତ ହୋଇଥିଲେ।

ଦେବାଶିଷ ପଣ୍ଡା: ଅର୍ଥ ମନ୍ତ୍ରଣାଳୟର ଆର୍ଥିକ ସେବା ବିଭାଗର ସଚିବ ହେଉଛନ୍ତି ଦେବାଶିଷ ପଣ୍ଡା। ବଜେଟରେ ଆର୍ଥିକ କ୍ଷେତ୍ର ସହିତ ଜଡ଼ିତ ସମସ୍ତ ଘୋଷଣା ତାଙ୍କ ଦାୟିତ୍ୱରେ ରହିଛି। ସେ ଉତ୍ତରପ୍ରଦେଶ କ୍ୟାଡର୍ ର ୧୯୮୭ ବ୍ୟାଚ୍ ର IAS ଅଧିକାରୀ। ପଣ୍ଡାଙ୍କ ଉପରେ ଆର୍ଥିକ ବ୍ୟବସ୍ଥାର ସ୍ଥିରତା ନିଶ୍ଚିତ କରିବାକୁ ଆରବିଆଇ ସହିତ ମିଶି କାମ କରିବାର ଦାୟିତ୍ୱ ରହିଛି।

ପିପିଲି ଉପନିର୍ବାଚନ ପାଇଁ ବିଜେଡି ପର୍ଯ୍ୟବେକ୍ଷକ ଘୋଷଣା, ବିଧାୟକ ପ୍ରତାପ କେଶରୀ ଦେବଙ୍କୁ ନିଯୁକ୍ତି

ଭୁବନେଶ୍ୱର: ପିପିଲି ଉପନିର୍ବାଚନ ପାଇଁ ବିଜେଡି ପର୍ଯ୍ୟବେକ୍ଷକ ଘୋଷଣା । ବିଧାୟକ ପ୍ରତାପ କେଶରୀ ଦେବଙ୍କୁ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି । ସାଧାରଣ ସଂପାଦକ (ଗଣମାଧ୍ୟମ) ମାନସ ମଙ୍ଗରାଜ ଏନେଇ ସୂଚନା ଦେଇଛନ୍ତି ।

ଗତ ଅକ୍ଟୋବର ୪ ତାରିଖରେ ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଅକାଳ ବିୟୋଗ ହୋଇଥିଲା । ସେଦିନଠାରୁ ଖାଲି ପଡିଛି ପିପିଲି ଆସନ । ନିୟମ ଅନୁସାରେ ୬ ମାସ ମଧ୍ୟରେ ହେବ ଉପନିର୍ବାଚନ । ଏପ୍ରିଲ ମାସରେ ୬ ମାସ ପୂରୁଥିବାରୁ ପିପିଲି ଉପନିର୍ବାଚନ ପାଇଁ ସଜବାଜ ଆରମ୍ଭ କରିଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ ।

କୋଭିଡ କଟକଣା ଭିତରେ ଉପନିର୍ବାଚନ କରାଯିବା ସହ ଶୃଙ୍ଖଳିତ ଭୋଟ କରିବା ପାଇଁ ଅଧିକ ବୁଥ୍‌ ଆୟୋଜନ କରାଯାଇଛି । ପିପିଲିରେ ମୋଟ ୨ ଲକ୍ଷ ୨୯ ହଜାର ୯୦୩ ଜଣ ଭୋଟର ଅଛନ୍ତି । ସେଥିମଧ୍ୟରୁ ୧ ଲକ୍ଷ ୧୯ ହଜାର ୨୦ ଜଣ ପୁରୁଷ ଭୋଟର ଥିବାବେଳେ ମହିଳା ଭୋଟର ୧ ଲକ୍ଷ ୧୦ ହଜାର ୫୬୧ ଜଣ ଅଛନ୍ତି । ପୋଷ୍ଟାଲ ବାଲାଟ ଭୋଟରଙ୍କ ସଂଖ୍ୟା ୩୨୦ ।

ସେହିଭଳି ମୋଟ ବୁଥ୍‌ ସଂଖ୍ୟା ୨୭୩ ଥିବାବେଳେ ସେଥିରେ ୭୫ଟି ଅତି ସମ୍ବେଦନଶୀଳ ବୁଥ୍‌ ରହିଛି । ଉପନିର୍ବାଚନ ପାଇଁ ପ୍ରତି ବୁଥ୍‌ରେ ୧୦୦୦ ଜଣ ଭୋଟର ଭୋଟ ଦେବେ । ସେଥିପାଇଁ ଅଧିକ ବୁଥ୍‌ ମଧ୍ୟ କରାଯାଇଛି । ଏନେଇ ନିର୍ବାଚନ କମିଶନ ଅନୁମତି ମଧ୍ୟ ଦେଇ ସାରିଛନ୍ତି ।

ଦିନକୁ ଖାଦ୍ୟରେ କେତେ ପରିମାଣର ଲୁଣ ଏବଂ ଚିନି ନେବା ଉଚିତ୍‌?

ନୂଆଦିଲ୍ଲୀ:    ଖାଦ୍ୟରେ ଲୁଣ ଏବଂ ଚିନିର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଏହା ଠିକ୍, କିନ୍ତୁ ଉତ୍ତମ ସ୍ୱାସ୍ଥ୍ୟ ଗଠନରେ ମଧ୍ୟ ଏହାର ଯଥେଷ୍ଟ ଆବଶ୍ୟକତା ରହିଛି । ଆବଶ୍ୟକତା ଠାରୁ ଅଧିକ ହେଉ ବା କମ୍ ଏହା କ୍ଷତିକାରକ ହୋଇଥାଏ । ତେବେ ଏହାର ଅସନ୍ତୁଳିତ ମାତ୍ରା ଶରୀର ଉପରେ କିଭଳି ପ୍ରଭାବ ପକାଏ ?

ହୃଦଘାତ ହେଉ ବା ରକ୍ତଚାପ , ଯେତେବେଳେ ଏହି ରୋଗ ବିଷୟରେ ଆମେ ଭାବିଥାଉ ସେତେବେଳେ ପ୍ରଥମେ ମନକୁ ଆସେ ଲୁଣ ଓ ଚିନିର କଥା । ଏଥିପାଇଁ କେତେକ ବ୍ୟକ୍ତି ଲୋ ସୋଡିୟମକୁ ପ୍ରାଧାନ୍ୟ ଦେଇଥାନ୍ତି । କିନ୍ତୁ ଖାଦ୍ୟରେ ସୋଡିୟମର ମାତ୍ରା କମ୍ କରିଦେଲେଯେ ହୃଦରୋଗ ଜନିତ ସମସ୍ୟା ଦେଖାଦେବ ନାହିଁ ତାହା କହିବା ଭୁଲ ହେବ ।

ସୋଡିୟମ ନେବାଦ୍ୱାରା କିଛି ଲୋକଙ୍କ ରକ୍ତଚାପ କମ୍ ହୋଇପାରେ । କିନ୍ତୁ କିଛି ବ୍ୟକ୍ତିଙ୍କ ନିକଟରେ ଏହାର ଓଲଟା ପ୍ରଭାବ ପଡ଼ିଥାଏ । ଏହାଦ୍ୱାରା ରକ୍ତଚାପ ବଢିଯାଏ ।
ଆମେରିକାନ୍ ହାର୍ଟ ଆସୋସିଏସନ ଅନୁସାରେ ଜଣେ ବ୍ୟକ୍ତି ଦିନକୁ ୧.୫ ଗ୍ରାମରୁ କମ୍ ଲୁଣ ଖାଇବା ଅନୁଚିତ୍ । ନଚେତ୍ ହାର୍ଟ ଆଟାକ ବା ହୃଦଘାତର ସମସ୍ୟା ବଢିଯାଏ । ଅନ୍ୟପଟେ ୫୦ ବର୍ଷରୁ ଅଧିକ ଏବଂ ମଧୁମେହ ରୋଗୀ ଦିନକୁ ୧.୫ ଗ୍ରାମରୁ ଅଧିକ ଲୁଣ ଖାଇବା ଅନୁଚିତ୍ ।

https://studio.youtube.com/video/5tb0S2bOKMc/edit?c=UCCTrqrHKqdS915K-TpMG6pg

 

ସୋଡିୟମ ଏକ ଜରୁରୀ ପୋଷକ । କେତେକ ଗବେଷଣାରେ କୁହାଯାଇଛି, ହୃତପିଣ୍ଡକୁ ସୁସ୍ଥ ରଖିବା ପାଇଁ ଅଧିକାଂଶ ଲୋକ ପ୍ରତିଦିନ ୩ରୁ ୬ ଗ୍ରାମ ମଧ୍ୟରେ ଲୁଣ ଖାଇବା ଉଚିତ୍ । ଅବଶ୍ୟ ଅଧିକାଂଶ ଲୋକ ଏହି ପରିମାଣର ଲୁଣ ଖାଇଥାନ୍ତି ।

ପ୍ୟାକ୍ଡ ଫୁଡରେ ୭୫ ପ୍ରତିଶତ କୃତ୍ରିମ ଚିନି ରହିଛି । ଚିନିର ଅଧିକ ମାତ୍ରା ହରମୋନ୍ସକୁ ପ୍ରଭାବିତ କରିଥାଏ । ଏହାଦ୍ୱାରା ନା କେବଳ ମଧୁମେହ ବରଂ ରକ୍ତଚାପର ଆଶଙ୍କା ବଢିଯାଏ ।

୧୦ ପ୍ରତିଶତରୁ କମ୍ କ୍ୟାଲୋରୀ ନେଉଥିବା ବ୍ୟକ୍ତିଙ୍କ ତୁଳନାରେ ଆଡେଡ ସୁଗାରର ୨୫ ପ୍ରତିଶତ ବା ତା ଠାରୁ ଅଧିକ କ୍ୟାଲୋରୀର ଚିନି ଖାଉଥିବା ବ୍ୟକ୍ତିଙ୍କ ନିକଟରେ ମୃତ୍ୟୁ ଆଶଙ୍କା ତିନିଗୁଣ ବଢିଯାଏ । । ଅଧିକ ମାତ୍ରାରେ ଚିନି ଖାଇବା ଦ୍ୱାରା ଓଜନ ସମସ୍ୟା ଠାରୁ ଆରମ୍ଭ କରି ଦାନ୍ତ ସମସ୍ୟା, ରକ୍ତଚାପ,ହୃଦଘାତ ଜନିତ ସମସ୍ୟା ବଢିଯାଏ । କିନ୍ତୁ ଚିନି ଅପେକ୍ଷା ଲୁଣ ଅଧିକ କ୍ଷତିକାରକ ବୋଲି କହିଛି ଆମେରିକାନ ଗାଇଡଲାଇନ କମିଟି । ଏହା ସହିତ ଫୁଡ୍ ଇଣ୍ଡଷ୍ଟ୍ରିକୁ ସୋଡିୟମ ସ୍ତର କମ୍ କରିବା ପାଇଁ କହିଛନ୍ତି ।

ସୋଡିୟମ ଏବଂ ସୁଗାରର ସନ୍ତୁଳିତ ମାତ୍ରା ପାଇବା ପାଇଁ ପ୍ରୋସେସ୍ଡ ଫୁଡ୍ ଠାରୁ ଦୂରେଇ ରହିବା ଉଚିତ୍ । ।

ଲିଙ୍ଗରାଜ ମନ୍ଦିର ପରିସରରେ ମାଟି ତଳୁ ମିଳିଲା ପୁରାତନ ଆକୃତିର ମନ୍ଦିର ଢାଞ୍ଚା

ଭୁବନେଶ୍ୱର: ଭୁବନେଶ୍ୱରରେ ମାଟି ତଳେ ମନ୍ଦିର ଭଳି ଢାଞ୍ଚା ଥିବା ଦେଖିବାକୁ ମିଳିଛି । ଲିଙ୍ଗରାଜ ମନ୍ଦିର ପରିସରରେ ମାଟି ତଳୁ ଆଉ ଏକ ମନ୍ଦିର ଢାଞ୍ଚା ଦେଖିବାକୁ ମିଳିଛି । ମନ୍ଦିର ପରିସରରେ ଥିବା ଶୁଆଶାରୀ ମନ୍ଦିର ନିକଟରେ ପୁରୁଣା ଆକୃତିର ଏକ ମନ୍ଦିର ଠାବ କରାଯାଇଛି । ମାତ୍ର ଶହେ ମିଟର ଦୂରରେ ବିନ୍ଦୁ ସାଗରକୁ ଲାଗିଥିବା ଜାଗାରେ ଏହି ମନ୍ଦିର ଦେଖିବାକୁ ମିଳିଛି ।

ମାଟି ଖୋଳୁଥିବା ସମୟରେ ଏହି ସନ୍ଦିରର ସନ୍ଧାନ କରାଯାଇଛି । ତେବେ କେଉଁ ଶତାବ୍ଦୀରେ ଏହି ମନ୍ଦିର ନିର୍ମାଣ କରାଯାଇଥିଲା ତା’ର ସ୍ପଷ୍ଟ ସବଚନା ମିଳିପାରିନାହିଁ ।

ବଦଳିଲେ ଝାରପଡ଼ା ଜେଲର ଜେଲର୍

0

ଭୁବନେଶ୍ୱର: ବଦଳିଲେ ଝାରପଡ଼ା ଜେଲର କାରାଗାର ଜେଲର୍। କାର୍ଯ୍ୟରତ ଜେଲର ଅକ୍ଷୟ ମିଶ୍ରଙ୍କ ନିମାପଡ଼ା ଜେଲକୁ ବଦଳି ହୋଇଛି। ଅଚାନକ ବଦଳିକୁ ଆଦେଶକୁ ନେଇ ଚିନ୍ତାରେ ଜେଲର ଅକ୍ଷୟ। ତାଙ୍କ ନାମରେ ଅନେକ ସମୟରେ ଗୁରୁତର ଅଭିଯୋଗ ରହିଥିଲା। ଏପରିକି ଜେଲକୁ ନେତା ଓ ବଡବଡିଆ ଗଲେ ଭଲ ସେବା ଯୋଗାଉ ଥିବା ଅଭିଯୋଗ ହୋଇଥିଲା।

ଗତ ବର୍ଷ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଜେଲରେ ରାଜକୀୟ ସେବା ଯୋଗାଇବା ନେଇ ଚର୍ଚ୍ଚାକୁ ଆସିଥିଲେ ଜେଲର୍ ଅକ୍ଷୟ ମିଶ୍ର। ସେପେଟେ ତାଙ୍କର ଶରୀର ଅସୁସ୍ଥ ଥିବାରୁ ନିଜ ଆଡୁଝାରପଡା ଜେଲରୁ ବଦଳି ନେଇ ସେ ଜେଲ୍ ଡିଜିଙ୍କ ନିକଟରେ ଆବେଦନ କରିଥିଲେ। ଯାହାପରେ ତାଙ୍କର ବଦଳି ହୋଇଛି ବୋଲି ଜେଲ ଅଧୀକ୍ଷକ ଡି.ଏନ.ବାରିକ ସୂଚନା ଦେଇଛନ୍ତି। ଏପ୍ରିଲ୍ ମାସ ସୁଦ୍ଧା ନିମାପଡ଼ା ଜେଲରେ ଡ୍ୟୁଟି କରିବେ ଅକ୍ଷୟ ମିଶ୍ର।

ଉତ୍କଳ ବିଶ୍ଵବିଦ୍ୟାଳୟରେ ଗୋଷ୍ଠୀ ସଂଘର୍ଷ ଘଟଣା, ଜଣେ ଆଇନ ଛାତ୍ର ଗିରଫ

ଭୁବନେଶ୍ୱର: ଉତ୍କଳ ବିଶ୍ଵବିଦ୍ୟାଳୟରେ ଗୋଷ୍ଠୀ ସଂଘର୍ଷ ଘଟଣା । ଅଖିଳେସ ଯାଦବ ନାମକ ଜଣେ ଛାତ୍ରକୁ ଗିରଫ କଲା ସହୀଦ ନଗର ଥାନା ପୋଲିସ । ଅଖିଳେସ ଆଇନ ବିଭାଗର ଛାତ୍ର ବୋଲି ସୂଚନା ମିଳିଛି । ବାଣୀବିହାରରେ ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ ଘଟଣାରେ ପୂର୍ବରୁ ପୋଲିସ କମିସନରଙ୍କୁ ଭେଟିଥିଲେ କୁଳପତି । ପ୍ରଫେସର ସବିତା ଆଚାର୍ଯ୍ୟ ପୋଲିସ କମିସନରଙ୍କୁ ଭେଟି ବାଣୀବିହାରରେ ଅଶାନ୍ତ ପରିସ୍ଥିତି ବିଷୟରେ ଜଣାଇଥିଲେ ।

ବାଣୀବିହାର କ୍ୟାମ୍ପସ୍ ଖୋଲୁ ଖୋଲୁ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ପ୍ରତିବାଦରେ ଗୋପବନ୍ଧୁ ଛାତ୍ରାବାସ ଆଗରେ ଛାତ୍ରମାନେ ଧାରଣା ଦେଇଥିଲେ । ହଷ୍ଟେଲରେ ନିମ୍ନମାନର ଖାଦ୍ୟ ଓ ବିଭିନ୍ନ ଅବ୍ୟବସ୍ଥାକୁ ନେଇ କିଛି ଛାତ୍ର ବିଶ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଭେଟିବାକୁ ଯାଉଥିଲେ । ଅନ୍ୟ ଏକ ଛାତ୍ର ଗୋଷ୍ଠୀ ଏହାର ପ୍ରତିବାଦ କରିଥିଲେ ଏବଂ ଏହାକୁ ନେଇ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷ ବିବାଦ ଉପୁଜିଥିଲା।

ଗୋଟିଏ ଛାତ୍ରଗୋଷ୍ଠୀ କୁଳପତିଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପିଜି କାଉନ୍‌ସିଲ ଅଧ୍ୟକ୍ଷ, ପୋଲିସ ଏବଂ ଛାତ୍ରଗୋଷ୍ଠୀଙ୍କ ସହ ଭିସି ଆଲୋଚନା କରିବା ପରେ କ୍ୟାମ୍ପସରେ ଉତ୍ତମ ବାତାବରଣ ଫେରାଇଆଣିବାକୁ ଚେଷ୍ଟା କରାଯାଇଥିଲା । ଗଣ୍ଡଗୋଳ ଘଟଣାରେ ଆଜି ଜଣେ ଛାତ୍ରଙ୍କୁ ଗିରଫ କରାଯାଇଛି ।

ଆନ୍ଦୋଳନସ୍ଥଳରେ ବିଜୁଳି କାଟ: ଚାଷୀଙ୍କ ଅଭିଯୋଗ, ଆନ୍ଦୋଳନକୁ ବନ୍ଦ କରିବାକୁ ଚାହୁଁଛନ୍ତି ସରକାର

0

ନୂଆଦିଲ୍ଲୀ: କେନ୍ଦ୍ର କୃଷି ଆଇନକୁ ବିରୋଧ କରି ଜାରି ରହିଥିବା ଆନ୍ଦୋଳନ ଏବେ ଭିନ୍ନମୋଡ଼ର ନେବାରେ ଲାଗିଛି। ହିଂସା ପରେ ଗାଜିପୁର ସୀମାରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ଦିଲ୍ଲୀ ସୀମାରେ ଆନ୍ଦୋଳନସ୍ଥଳରେ ବିଜୁଳି କାଟି ଦିଆଯିବା ପରେ ଏବେ ଭୟଭୀତ ଅବସ୍ଥାରେ ଅଛନ୍ତି ଆନ୍ଦୋଳନକାରୀ ଚାଷୀ। ବିଜୁଳି କାଟି ଆନ୍ଦୋଳନକୁ ବନ୍ଦ କରିବାକୁ ସରକାର ଚାହୁଁଛନ୍ତି ବୋଲି ଚାଷୀ ନେତା ରାକେଶ ଟିକାୟତ ଅଭିଯୋଗ କରିଛନ୍ତି।

ଆନ୍ଦୋଳନସ୍ଥଳରେ ବିଜୁଳି କାଟିଦେବାରୁ ସାରା ରାତି ଉଜାଗର ରହିଛନ୍ତି ଚାଷୀ। ସେପଟେ ଦିଲ୍ଲୀ ହିଂସା ଘଟଣାରେ ଯାଞ୍ଚ ପାଇଁ ପୋଲିସ ଡାକିଲେ ନିଶ୍ଚୟ ଯିବେ ବୋଲି ଚାଷୀନେତା ରାକେଶ ଟିକାୟତ କହିଛନ୍ତି । ସେହିପରି ଗାଜିପୁର ସୀମାରେ ବିଜୁଳି କଟାଯିବା ପରେ ଅନେକ ଆନ୍ଦୋଳନକାରୀ ଧାରଣାରୁ ଓହରି ଯାଇଛନ୍ତି। ହେଲେ ଆନ୍ଦୋଳନ ଜାରି ରହିବ ବୋଲି ସ୍ପଷ୍ଟ ଭାବେ କହିଛନ୍ତି ରାକେଶ ଟିକାୟତ। ଏହାବ୍ୟତୀତ ଲାଲକିଲ୍ଲାରେ ଯିଏ ପତାକା ଉଡ଼ାଇଛନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର ବୋଲି ଟିକାୟତ କହିଛନ୍ତି।

ଅନ୍ୟପଟେ ଯେଉଁ ରୁଟ୍‌ରେ ଟ୍ରାକ୍ଟର ରାଲି ପାଇଁ ଅନୁମତି ଦିଆଯାଇଥିଲା, ସେହି ରୁଟରେ ରାଲି କରିବାକୁ ପୋଲିସ ଅନୁମତି ଦେଇନଥିଲା ବୋଲି ରାକେଶ ଟିକାୟତ କହିଛନ୍ତି। ଘଟଣାରେ ପୋଲିସ ଅନେକ ଚାଷୀ ନେତାଙ୍କ ନାଁରେ ମାମଲା ରୁଜ୍ଜୁ କରିଥିବା ବେଳେ, ୨୦୦ ଜଣକୁ ଅଟକ ରଖିଛି। ସିସିଟିଭି ଫୁଟେଜ୍ ଆଧାରରେ ପୋଲିସ ଛାନବିନ୍ ଜାରି ରଖିଛି। ସେପଟେ ଚାଷୀଙ୍କ ଆନ୍ଦୋଳନରୁ ମୁହଁ ଫେରାଇଛନ୍ତି ଦୁଇଟି ଚାଷୀ ସଙ୍ଗଠନ। ହିଂସା ଘଟଣାକୁ ନିନ୍ଦା କରି ଆନ୍ଦୋଳନରୁ ଓହରିଥିବା ଚାଷୀନେତା ବିଏମ୍‌ ସିଂହ କହିଛନ୍ତି।  ସେପଟେ  ଫେବ୍ରୁଆରୀ ୧ରେ ହେବାକୁ ଥିବା ସଂସଦ ମାର୍ଚ୍ଚକୁ ବାତିଲ୍ କରିଛନ୍ତି ଆନ୍ଦୋଳନକାରୀ ଚାଷୀ। ଆସନ୍ତା ୩୦ ତାରିଖରେ ଉପବାସ ରଖିବାକୁ ନିଷ୍ପତ୍ତି ନେଇଛନ୍ତି।

ରାଉରକେଲା ଜାତୀୟ ମ୍ୟାଲେରିଆ ଗବେଷଣା ପ୍ରତିଷ୍ଠାନକୁ ମିଶ୍ରଣ ପାଇଁ ଚକ୍ରାନ୍ତ: କେନ୍ଦ୍ର ନିଷ୍ପତ୍ତିକୁ ବିରୋଧ

ରାଉରକେଲା: ରାଉରକେଲା ସେକ୍ଟର-୫ରେ ଥିବା ରାଜ୍ୟର ଏକମାତ୍ର ଜାତୀୟ ମ୍ୟାଲେରିଆ ଗବେଷଣା ପ୍ରତିଷ୍ଠାନକୁ ରାଞ୍ଚିକୁ ଉଠାଇ ନେବା ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ବିରୋଧ । ପ୍ରତିବାଦରେ ବିଭିନ୍ନ ରାଜନୈତିକ ଦଳ, ଶ୍ରମିକ ସଂଗଠନ, ଗଣ ସଂଗଠନ ପକ୍ଷରୁ ଆସନ୍ତା ୩୦ ତାରିଖରେ ଆମ୍ଵାଗାନ ଛକ ନିକଟରେ ଗଣ ଧାରଣା ଦିଆଯିବ।

୧୯୮୮ ମସିହାରୁ ଥିବା ରାଜ୍ୟର ଏକମାତ୍ର ଜାତୀୟ ମ୍ୟାଲେରିଆ ଗବେଷଣା ପ୍ରତିଷ୍ଠାନକୁ ରାଞ୍ଚିରେ ମିଶ୍ରଣ କରିଵା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ପ୍ରତିଷ୍ଠାନରେ କାମ କରୁଥିବା ୨୩ ଜଣ କର୍ମଚାରୀଙ୍କ ମଧ୍ୟରୁ ୧୯ଜଣଙ୍କୁ ଦେଶର ବିଭିନ୍ନ ସ୍ଥାନକୁ ବଦଳି କରାଯାଇ ରାଞ୍ଚି ସହିତ ମିଶ୍ରଣ ନେଇ ନିର୍ଦେଶନାମା ଜାରି କରାଯାଇଛି।

ଏନେଇ ଗତକାଲି ଜାତୀୟ ମ୍ୟାଲେରିଆ ଗବେଷଣା ପ୍ରତିଷ୍ଠାନ କାର୍ଯ୍ୟାଳୟ ସମ୍ମୁଖରେ ବିଜୁ ଜନତା ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

ବିଶ୍ୱ ଅର୍ଥନୈତିକ ମଞ୍ଚ ବୈଠକରେ ଆଜି ଅଭିଭାଷଣ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ବିଶ୍ୱ ଅର୍ଥନୈତିକ ମଞ୍ଚ ବୈଠକରେ ଆଜି ଅଭିଭାଷଣ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସନ୍ତାକାଲି ପର୍ଯ୍ୟନ୍ତ ଏହି ବୈଠକ ବସିବ। ପ୍ରତ୍ୟେକ ବର୍ଷ ସୁଇଜରଲ୍ୟାଣ୍ଡର ଡାଭୋସରେ ଏହି ବୈଠକ ବସୁଥିବା ବେଳେ ପ୍ରଥମ ଥର ପାଇଁ ଏଥର ବୈଠକ ଭିଡିଓ କନଫରେନ୍ସିଂରେ ଅନୁଷ୍ଠିତ ହେଉଛି ।

ଆମେରିକା ରାଷ୍ଟ୍ରପତି ଜୋ ବିଡେନ ଓ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିଶ ଜନସନ ବୈଠକକୁ ବୟକଟ୍ କରିଛନ୍ତି । ବୈଠକରେ ବିଶ୍ବର ଆର୍ଥିକ ଅବସ୍ଥା ନେଇ ଆଲୋଚନା ଚାଲିଛି । ଏଥିସହ କୋଭିଡ ସ୍ଥିତିରେ କିପରି ଆର୍ଥିକ ସ୍ଥିତିର ସୁଧାର କରିହେବ ସେନେଇ ବିଭିନ୍ନ ଦେଶର ନେତା ମତ ରଖୁଛନ୍ତି । ବିଶ୍ୱ ଅର୍ଥନୀତି ମଞ୍ଚର ବୈଠକ ପ୍ରତ୍ୟେକ ବର୍ଷ ଏହି ସମୟରେ ଡାଭୋସରେ ଆୟୋଜିତ ହୋଇଥାଏ ।

ଏଥିପାଇଁ ସେଠାରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥାଏ। ହଜାର ହଜାର ସଂଖ୍ୟାରେ ଲୋକ ସେମାନଙ୍କ ଦାବି ନେଇ ପ୍ରତିବାଦ କରିଥାନ୍ତି।