spot_img
Home Blog Page 6068

କରୋନା କାଳରେ ଭାରତୀୟ ଧନୀଙ୍କ ସମ୍ପତି ଏତେ ବଢିଛି ଯେ, ପ୍ରତି ଗରିବ ପାଇଥାନ୍ତେ ୯୪,୦୦୦ ଟଙ୍କା

ନୂଆଦିଲ୍ଲୀ: କରୋନା ଭାଇରସ ଭାରତର ଅର୍ଥନୈତିକ ମେରୁଦଣ୍ଡକୁ ଏକ ପ୍ରକାର ଭାଙ୍ଗି ଦେଇଛି । ଭାରତ ଏବେ ମଧ୍ୟ ଭାଇରସ ଯୋଗୁଁ ହୋଇଥିବା କ୍ଷୟକ୍ଷତିରୁ ଉଠିବାକୁ ଚେଷ୍ଟା କରୁଛି । ଇତି ମଧ୍ୟରେ ନନ୍ ପ୍ରଫିଟ୍ ଗ୍ରୁପ୍ Oxfam ସୋମବାର ନିଜର ଏକ ସର୍ଭେ ରିପୋର୍ଟ ପ୍ରକାଶ କରିଛି । ରିପୋର୍ଟ ମୁତାବକ, କରୋନା ମହାମାରୀ ଯୋଗୁଁ ଭାରତର କୋଟିପତି ଏବଂ ଗରିବ ଶ୍ରେଣୀର ଲୋକଙ୍କ ମଧ୍ୟରେ ଆୟକୁ ନେଇ ଅସମାନତାର ଏକ ବଡ଼ ପାଚେରୀ ସୃଷ୍ଟି ହୋଇଛି । The Inequality Virus ନାମକ ଶୀର୍ଷକରେ ପ୍ରକାଶ ପାଇଥିବା ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, କରୋନାଭାଇରସ୍ ଲକଡାଉନ୍ ସମୟରେ ଭାରତର କୋଟିପତିଙ୍କ ସମ୍ପତି ୩୫ ପ୍ରତିଶତ ବୃଦ୍ଧି ପାଇଥିବାବେଳେ ଦେଶର ୮୪ ପ୍ରତିଶତ ପରିବାରକୁ ଆର୍ଥିକ ସମସ୍ୟା ଦେଇ ଗତି କରିବାକୁ ପଡିଛି। ଏଥି ସହିତ, କେବଳ ୨୦୨୦ ମସିହା ଏପ୍ରିଲ୍ ମାସରେ ଘଣ୍ଟା ପ୍ରତି ୧.୭ ଲକ୍ଷ ଲୋକ ନିଜ ଚାକିରି ହରାଇଛନ୍ତି ।

 

ରିପୋର୍ଟରେ କୁହାଯାଇଛି ଯେ, ମାର୍ଚ୍ଚ ୨୦୨୦ ମସିହା ପରେ ଭାରତର ୧୦୦ କୋଟିପତିଙ୍କର ଯେତିକି ଆୟ ହୋଇଛି, ସେଥିରୁ ଦେଶର ପ୍ରତି ୧୩୮ ମିଲିୟନ ଅର୍ଥାତ ୧୩.୮ କୋଟି ଲୋକଙ୍କୁ ୯୪,୦୪୫ ଟଙ୍କାର ଚେକ୍ ଦିଆଯାଇପାରିବ ।

ରିପୋର୍ଟରେ କୁହାଯାଇଛି ଯେ, ‘ କରୋନା ଭାଇରସ ଯୋଗୁଁ ଭାରତରେ ଦେଖାଦେଇଥିବା ଆୟ ଅସମାନତା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ । ମହାମାରୀ ସମୟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିର ମୁଖ୍ୟ ମୁକେଶ ଅମ୍ବାନୀ ଏକ ଘଣ୍ଟାରେ ଯେତିକି ଆୟ କରିଥିଲେ, ଭାରତର ଜଣେ ଅଜ୍ଞ ଶ୍ରମିକଙ୍କ ପାଇଁ ସେତିକି ସମ୍ପତି ଅର୍ଜନ କରିବାକୁ ୧୦,୦୦୦ ବର୍ଷ ଲାଗିବ, ଏବଂ ଗୋଟିଏ ସେକେଣ୍ଡରେ ଯେତିକି ଟଙ୍କା ଆୟ କରିଥିଲେ ସେତିକି ରୋଜଗାର କରିବାକୁ ପ୍ରାୟ ତିନି ବର୍ଷ ଲାଗିବ। ସୂଚନା ଅନୁଯାୟୀ, ଗତ ବର୍ଷ ଅଗଷ୍ଟ ମାସରେ ମୁକେଶ ଅମ୍ବାନୀଙ୍କୁ ବିଶ୍ୱର ଚତୁର୍ଥ ଧନୀ ବ୍ୟକ୍ତି ଘୋଷିତ କରାଯାଇଥିଲା ।

ଲକଡାଉନର ପ୍ରାରମ୍ଭିକ ସମୟରେ ଆମେ ଦେଖିବାକୁ ପାଇଥିଲୁ ପ୍ରବାସୀ ଶ୍ରମିକଙ୍କ ହୃଦୟ ବିଦାରକ ଚିତ୍ର । ନିଜ ରୋଜଗାର, ସଞ୍ଚୟ, ଖାଦ୍ୟ ପେୟ ଏବଂ ରହିବାର ଠିକଣା ହରାଇବା ପରେ ପ୍ରବାସୀମାନେ ସ୍ୱରାଜ୍ୟକୁ ଫେରିବାକୁ ବାଧ୍ୟ ହୋଇଥିଲେ। ଏହି ସମୟରେ ଅନେକ ହୃଦୟ ବିଦାରକ ଚିତ୍ର ସାମ୍ନାକୁ ଆସିଥିଲା । ଅନେକ ପ୍ରବାସୀଙ୍କ ମୃତ୍ୟୁ ମଧ୍ୟ ହୋଇଥିଲା ।

ରିପୋର୍ଟ ଅନୁଯାୟୀ, କରୋନା ଭାଇରସ ମହାମାରୀ ହେଉଛି ଗତ ଶହେ ବର୍ଷର ସବୁଠାରୁ ବଡ ସ୍ୱାସ୍ଥ୍ୟ ସଙ୍କଟ ଏବଂ ଏହା ୧୯୩୦ ମସିହାର ଆର୍ଥିକ ମାନ୍ଦାବସ୍ଥା ପରେ ସବୁଠାରୁ ବଡ଼ ଅର୍ଥନୈତିକ ସଙ୍କଟ ସୃଷ୍ଟି କରିଥିଲା। Oxfam ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତାଭ ବେହର କହିଛନ୍ତି ଯେ, ଏହି ରିପୋର୍ଟ ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ଅନ୍ୟାୟପୂର୍ଣ୍ଣ ଅର୍ଥନୈତିକ ବ୍ୟବସ୍ଥାରୁ କିପରି ଭାବରେ ସବୁଠୁ ବଡ଼ ଅର୍ଥନୈତିକ ସଙ୍କଟ ସମୟରେ ଧନୀ ଲୋକମାନେ ବହୁ ଧନ ଅର୍ଜନ କରିଛନ୍ତି, ଯେତେବେଳେ କି ଲକ୍ଷ ଲକ୍ଷ ଲୋକ ବହୁତ କଷ୍ଟଦାୟକ ସମୟ ଦେଇ ଗତି କରିଥିଲେ। ବେହର କହିଛନ୍ତି ଯେ, ପ୍ରାରମ୍ଭରେ ଏକ ଚିନ୍ତାଧାରା ଥିଲା ଯେ ମହାମାରୀ ସମସ୍ତଙ୍କୁ ସମାନ ଭାବରେ ପ୍ରଭାବିତ କରିବ, କିନ୍ତୁ ଲକଡାଉନ ଯୋଗୁଁ ସମାଜରେ ଅସମାନତା ସୃଷ୍ଟି ହୋଇଛି।

ରିପୋର୍ଟ ପାଇଁ Oxfam ଦ୍ୱାରା କରାଯାଇଥିବା ସର୍ଭେରେ ୭୯ ଦେଶର ୨୯୫ ଅର୍ଥନୀତିଜ୍ଞ ନିଜ ନିଜ ମତ ପ୍ରକାଶ କରିଥିଲେ । ଯେଉଁଥିରେ ଜୋଫରୀ ଡେବିଡ, ଜୟତି ଘୋଷ ଏବଂ ଗେବ୍ରିୟଲ ଜୁକମ୍ୟାନ ସହ ୮୭ ପ୍ରତିଶତ ଉତ୍ତରଦାତା ମହାମାରୀ ସମୟରେ ନିଜ ଦେଶରେ ବଢ଼ିଥିବା ଆୟ ଅସମାନତାର ଅନୁମାନ ପ୍ରକାଶ କରିଥିଲେ ।

ରିପୋର୍ଟ ମୁତାବକ, ମୁକେଶ ଅମ୍ବାନୀ, ଗୌତମ ଅଢ଼ାଣୀ, ଶିବ ନାଦର, ଶାୟରସ ପୁନାୱାଲା, ଉଦୟ ଫୋଟକ, ଅଜୀମ ପ୍ରେମଜୀ, ସୁନୀଲ ମିତ୍ତଲ, ରାଧାକୃଷ୍ଣ ଦମାନୀ, କୁମାନ ମଙ୍ଗଲମ ବିରଲା ଏବଂ ଲକ୍ଷ୍ମୀ ମିତ୍ତଲ ଭଳି କୋଟିପତି ମାନଙ୍କ ସମ୍ପତି ମାର୍ଚ୍ଚ ୨୦୨୦ ମସିହା ପରେ ମହାମାରୀ ଏବଂ ଲକଡାଉନ ସମୟରେ ଦୃତ ଗତିରେ ବୃଦ୍ଧି ପାଇଥିଲା । ଅନ୍ୟପଟେ ଅପ୍ରେଲ ୨୦୨୦ ରେ ଘଣ୍ଟା ପ୍ରତି ୧.୭ ଲକ୍ଷ ଲୋକ ନିଜ ଚାକିରି ହରାଉଥିଲେ ।

ରିପୋର୍ଟରେ ଲେଖାଯାଇଥିବା ଭାରତ ଖଣ୍ଡରେ ପ୍ରକାଶ ପାଇଛି ଯେ, ‘ଭାରତୀୟ କୋଟିପତିଙ୍କ ସମ୍ପତି ଲକଡାଉନ ସମୟରେ ୩୫ ପ୍ରତିଶତ ବୃଦ୍ଧି ପାଇଛି । ଆମେରିକା, ଚୀନ୍, ଜର୍ମାନୀ, ଋଷ ଏବଂ ଫ୍ରାନ୍ସ ପରେ କୋଟିପତିଙ୍କ ସମ୍ପତି କ୍ଷେତ୍ରରେ ଭାରତ ଷଷ୍ଠ ସ୍ଥାନରେ ପହଞ୍ଚିଛି। ମହାମାରୀ ସମୟରେ ଭାରତର ୧୧ ପ୍ରମୁଖ କୋଟିପତିଙ୍କର ଯେତିକି ଆୟ ବୃଦ୍ଧି ପାଇଛି, ସେଥିରୁ MNREGA ଏବଂ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବର୍ତ୍ତମାନର ବଜେଟ୍ ଏକ ଦଶନ୍ଧି ପାଇଁ ପ୍ରାପ୍ତ ହୋଇପାରିବ ।

Oxfamର ରିପୋର୍ଟ ମୁତାବକ, ଶ୍ରମିକଙ୍କ ଉପରେ ମହାମାରୀ ଏବଂ ଲକଡାଉନର ପ୍ରଭାବ ଅଧିକ ମାତ୍ରାରେ ପଡ଼ିଛି । ଏହି ସମୟରେ ପ୍ରାୟ ୧୨.୨ କୋଟି ଲୋକ ନିଜ ରୋଜଗାର ହରାଇଛନ୍ତି, ଯେଉଁଥିରେ ୯.୨ କୋଟି ( ୭୪ ପ୍ରତିଶତ) ଅନୌପଚାରିକ କ୍ଷେତ୍ରରୁ ଥିଲେ । ମହିଳାମାନେ ସବୁଠୁ ଅଧିକ କଷ୍ଟ ସହ୍ୟ କରିଛନ୍ତି ଏବଂ ୧.୭ କୋଟି ମହିଳା ନିଜ ଚାକିରି ହରାଇଛନ୍ତି । ମହିଳାଙ୍କ କ୍ଷେତ୍ରରେ ବେକାରୀ ସମସ୍ୟା ପୂର୍ବରୁ ୧୫ ପ୍ରତିଶତ ଥିବାବେଳେ, ଲକଡାଉନରେ ଏହା ବୃଦ୍ଧି ପାଇ ୧୮ ପ୍ରତିଶତ ହୋଇଛି ।

ଗତ ବର୍ଷ ସରକାର ୨୧ ଲକ୍ଷ କୋଟି ଟଙ୍କା ରିଲିଫ ପ୍ୟାକେଜ ଘୋଷଣା କରିଥିଲେ ଯାହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ବୋଲି ବର୍ଣ୍ଣନା କରିଛନ୍ତି । କିନ୍ତୁ Oxfam ଏହାର ରିପୋର୍ଟରେ କହିଛି ଯେ, ଏହି ପ୍ୟାକେଜର ପ୍ରତ୍ୟକ୍ଷ ଆର୍ଥିକ ପ୍ରଭାବ ୨ ଲକ୍ଷ କୋଟିରୁ ଅଧିକ ଅର୍ଥାତ୍ ଜିଡିପିର ଏକ ପ୍ରତିଶତରୁ ଅଧିକ ଥିଲା।

୨୦୧୬ ମସିହା କିମ୍ବା ପରେ ପଞ୍ଜିକୃତ କରିଥିବା ପରୀକ୍ଷାର୍ଥୀମାନେ ଏମିତି ଦେବେ ପରୀକ୍ଷା

ଭୁବନେଶ୍ୱର: ଚଳିତ ବର୍ଷ ବଦଳିବ ଯୁକ୍ତ ଦୁଇ ପରୀକ୍ଷା ଢାଞ୍ଚା । କୋଭିଡ଼ ସମସ୍ୟା ପାଇଁ ଯୁକ୍ତ ୨ ପରୀକ୍ଷା ଢାଞ୍ଚା ବଦଳିଥିବା ସୂଚନା । ନୂଆ ସିଲାବସ ଅଧୀନରେ ଆସୁଥିବା ରେଗୁଲାର ଓ ଏକ୍ସ ରେଗୁଲାର ପରୀକ୍ଷାର୍ଥୀମାନେ, ଅର୍ଥାତ୍ ଯେଉଁମାନେ ୨୦୧୬ ମସିହା କିମ୍ବା ପରେ ପଞ୍ଜିକୃତ ହୋଇଛନ୍ତି, ସେମାନଙ୍କ ପାଇଁ କମିଥିବା ସିଲାବସରୁ ପ୍ରଶ୍ନ ଆସିବା ନେଇ କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।

ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ, ୨୦୧୬ ମସିହା କିମ୍ବା ପରେ ପଞ୍ଜିକୃତ କରିଥିବା ପରୀକ୍ଷାର୍ଥୀମାନଙ୍କ ପ୍ରଶ୍ନ ପତ୍ରରେ ପ୍ରାୟ ୫୦% ମଲ୍‌ଟିପୁଲ ଚଏସ ପ୍ରଶ୍ନ ରହିବ । ପ୍ରତ୍ୟେକ ପ୍ରଶ୍ନ ପାଇଁ ୧ ନମ୍ବର ରହିବ । ହାରାହାରି ୩୦ % ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ ରହିବ । ପିଲାମାନଙ୍କ ପାଇଁ ଅଧିକ ବିକଳ୍ପ ରହିବ । ପ୍ରତ୍ୟେକ ପ୍ରଶ୍ନର ମୂଲ୍ୟ ୨ କିମ୍ବା ୩ ମାର୍କ ରହିବ । ହାରାହାରି ୨୦ % ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ରହିବ । ପ୍ରତ୍ୟେକ ପ୍ରଶ୍ନର ମୂଲ୍ୟ ୫ ମାର୍କ ମଧ୍ୟରେ ସୀମିତ ରହିବ ।

ଏବଂ ପୁରୁଣା ସିଲାବସ ଅଧୀନରେ ଆସୁଥିବା ପରୀକ୍ଷାର୍ଥୀମାନେ ଅର୍ଥାତ୍ ଯେଉଁମାନେ ୨୦୧୫ ମସିହା କିମ୍ବା ପୂର୍ବରୁ ପଞ୍ଜିକୃତ କରିଛନ୍ତି, ସେହି ପିଲାମାନଙ୍କର ସିଲାବସ ଓ ପ୍ରଶ୍ନପତ୍ର ଢାଞ୍ଚା ପୂର୍ବ ବର୍ଷ ପରି ଅପରିବର୍ତ୍ତିତ ରହିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।

ଭାଉଜଙ୍କୁ ଦୋଷୀ କହି ଫେସବୁକ୍ LIVEରେ ସୁଇସାଇଡ୍ କଲେ ଯୁବକ, ଭାଇରାଲ ହେଲା ଭିଡିଓ

ଢେଙ୍କାନାଳ: ପୁଣି ଫେସ୍‌ବୁକ୍‌ରେ ଲାଇଭ୍ ‌ସୁଇସାଇଡ୍‌ । ଆଉ ମୃତ୍ୟୁର ନିକଟତର ହୋଇ କହିଲେ ଆତ୍ମହତ୍ୟାର କାରଣ । ଲାଇଭ ଭିଡ଼ିଓରେ ତାଙ୍କ ମୃତ୍ୟୁ ପାଇଁ ଦୟୀ ଥିବା ଭାଉଜଙ୍କ ନାଁ ନେବା ସହ ଭାଇର କିଛି ଦୋଷ ନଥିବା କହିଲେ ଯୁବକ । ତାପରେ ଫେସ୍‌ବୁକ୍‌ ଲାଇଭ୍‌ରେ ବିଷ ପିଇଦେଇଥିଲେ ଯୁବକ । ଢେଙ୍କାନାଳ ସଦର ଥାନା ତରଭା ଗାଁରେ ଏଭଳି ଘଟଣା ଘଟିଛି । ଏହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଜୋରସୋରରେ ଭାଇରାଲ ହେବାରେ ଲାଗିଛି ।

ସୂଚନା ଅନୁସାରେ, କୁନାଳ ସ୍ୱାଇଁ ନାମକ ଯୁବକ ଗତକାଲି ରାତିରେ ବିଷ ପିଇ ଫେସ୍‌ବୁକ୍‌ ଲାଇଭ୍‌ କରିଥିବା ଭାଇରାଲ ହେବାରେ ଲାଗିଛି । କୁନାଳ ବିଷ ପିଇଦେବା ପରେ ପରିବାର ଲୋକ ତାଙ୍କୁ କଟକ ନେଇଥିଲେ । କିନ୍ତୁ କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଫେସ୍‌ବୁକ୍‌ ଲାଇଭରେ ତାଙ୍କୁ ତାଙ୍କ ଭାଉଜ ଓ କିଛି ଗ୍ରାମବାସୀ ହଇରାଣ କରିଥିବା ସେ ଅଭିଯୋଗ କରିଛନ୍ତି  । ତାଙ୍କ ମୃତ୍ୟୁ ପାଇଁ ଯେଉଁମାନେ ଦାୟୀ ତାଙ୍କ ନାଁ କହିଛନ୍ତି କୁନାଳ ।

ତେବେ ମୃତ ଯୁବକ କୁନାଳ ମୋବାଇଲ ଟାୱାରରେ କାମ କରୁଥିଲେ । ଲାଇଭ ସୁଇସାଇଡରେ ତାଙ୍କୁ ହଇରାଣ ହରକତ କରିଥିବା ଲୋକଙ୍କ ନାଁ ନେଇଥିବାବେଳେ ନିଜ ଭାଇଙ୍କର କିଛି ଦୋଷ ନାହିଁ ବୋଲି କହିଛନ୍ତି କୁନାଲ । କେବଳ ସେତିକି ନୁହେଁ ତିନିଦିନ ପୂର୍ବରୁ ମଧ୍ୟ କୁନାଳ ଫେସ୍‌ବୁକ୍‌ରେ ଏହା ତାଙ୍କର ଶେଷ ପୋଷ୍ଟ ବୋଲି ଉଲ୍ଲେଖ କରିଥିଲେ  । ତେବେ ପୋଲିସ ଘଟଣାର ତଦନ୍ତ କରୁଛି  ।

ବିଶ୍ୱ ରେକର୍ଡ କଲା ସ୍ପେସ୍‌ ଏକ୍ସ: ଗୋଟିଏ ରକେଟରୁ ଲଞ୍ଚ୍ କଲା୧୪୩ଟି ସାଟେଲାଇଟ୍

ନୂଆଦିଲ୍ଲୀ: ବିଶ୍ୱ ରେକର୍ଡ କଲା ସ୍ପେସ୍‌ ଏକ୍ସ । ଗୋଟିଏ ରକେଟରୁ ୧୪୩ଟି ସାଟେଲାଇଟ୍ ମହାକାଶକୁ ପଠାଇ ବିଶ୍ୱ ରେକର୍ଡ଼ କରିଛି ସ୍ପେସ୍ ଏକ୍ସ। ସ୍ପେସ୍ ଏକ୍ସ ଏହି ସାଟେଲାଇଟ୍ ଲଞ୍ଚ କରି ଭାରତର ପୂର୍ବ ରେର୍କଡ ଭାଙ୍ଗିଛି।

ପୂର୍ବରୁ ଭାରତ ଗୋଟିଏ ରକେଟରୁ ସର୍ବାଧିକ ୧୦୪ଟି ସାଟେଲାଇଟ୍ ମହାକାଶକୁ ପଠାଇଥିଲା। ତେବେ ସ୍ପେସ୍ ଏକ୍ସ ୧୪୩ଟି ସାଟେଲାଇଟ ପଠାଇ ସବୁ ରେକର୍ଡ଼ ଭାଙ୍ଗିଦେଇଛି। ସବୁ ସାଟେଲାଇଟକୁ ଫାଲକନ୍-୯ ଯୋଗେ ଲଞ୍ଚ୍ କରାଯାଇଛି । ଫ୍ଲୋରିଡ଼ାର କେପ୍ କେନୱଲ ସହରରୁ ଉତ୍‌କ୍ଷେପଣ କରାଯାଇଥିବା ସାଟେଲାଇଟ୍ ଭାରତ ଉପର ଦେଇ ଯାଇଥିଲା । ବେଙ୍ଗାଲୁରୁସ୍ଥିତ ଇସ୍ରୋ ମୁଖ୍ୟାଳୟରେ ବୈଜ୍ଞାନିକମାନେ ସାଟେଲାଇଟର ସିଗ୍‌ନାଲ୍‌କୁ ଟ୍ରାକ୍ କରିଥିଲେ।

ସୂଚନାଯୋଗ୍ୟ, ସ୍ପେସ୍ ଏକ୍ସ ହେଉଛି ଏଲନ ମସ୍କଙ୍କ କମ୍ପାନୀ । ଏହି କମ୍ପାନୀ ସାଟେଲାଇଟ୍ ଲଞ୍ଚ କରିବାକୁ ୧୯ ଲକ୍ଷ ଡଲାର ନେଇଥାଏ। ଗତ ଡିସେମ୍ବରରେ ଏହି ସାଟେଲାଇଟ୍ ଲଞ୍ଚ ହେବାର ଥିଲା । ହେଲେ କିଛି ବୈଷୟିକ ତ୍ରୁଟି ଯୋଗୁ ଏହାକୁ ସ୍ଥଗିତ ରଖାଯାଇଥିଲା।

ମାର୍ଚ୍ଚ ମାସରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧି

ଭୁବନେଶ୍ୱର: ମାର୍ଚ୍ଚ ମାସରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧି । ମାର୍ଚ୍ଚରେ କଂଗ୍ରେସ କରିବ ବିଶାଳ ସମାବେଶ । ଏଥିରେ ସାମିଲ ହେବେ ରାହୁଲ । ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ହେବ ସମାବେଶ । କଂଗ୍ରେସର ୨ଟି ସାଙ୍ଗଠନିକ ଜିଲ୍ଲା ବୃଦ୍ଧି ପାଇଛି । ୩୩ ବଦଳରେ ୩୫ ହୋଇଛି ସାଙ୍ଗଠନିକ ଜିଲ୍ଲା ସଂଖ୍ୟା । ମୟୂରଭଞ୍ଜ ଓ ଗଞ୍ଜାମ ହେବ ନୂଆ ସାଙ୍ଗଠନିକ ଜିଲ୍ଲା । ଏନେଇ ସୂଚନା ଦେଲେ କଂଗ୍ରେସ ବିଧାୟକ ସୁର ରାଉତରାୟ ।

ଘୋଷଣା ହେଲା ରାଷ୍ଟ୍ରପତି ପୋଲିସ ପଦକ, ରାଜ୍ୟରୁ ୨ ଜଣଙ୍କୁ ମିଳିବ ରାଷ୍ଟ୍ରପତି ପୋଲିସ ପଦକ

ଘୋଷଣା ହେଲା ରାଷ୍ଟ୍ରପତି ପୋଲିସ ପଦକ। ପୋଲିସ ଅଧିକାରୀ ମାନଙ୍କର ଉତ୍ତମ କାର୍ଯ୍ୟ ପାଇଁ ଏହି ପଦକ ଘେଷଣା କରାଯାଇଛି। ସାଧାରଣତନ୍ତ୍ର ଦିବସ ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ପୁଲିସ ଏହି ପଦକ ଘୋଷଣା ହୋଇଛି।  ଓଡ଼ିଶା ରାଜ୍ୟ ପାଇଁ ଏହା ଗର୍ବର କଥା। ସେପଟେ ରାଷ୍ଟ୍ରପତି ପୋଲିସ ପଦକ ବିଜେତାଙ୍କୁ ଅଭିନନ୍ଦନ ଜଣାଇଲେ ପୋଲିସ ଡିଜି ଅଭୟେ। ଗୁଇନ୍ଦା ନିର୍ଦ୍ଦେଶକ ଆରକେ ଶର୍ମା ଏବଂ ବିଏସ୍‌ଏପି ଡେପୁଟୀ ସୁବେଦାର ବୁଦ୍ଧି ବାହାଦୁର ଥାପାଙ୍କୁ ରାଷ୍ଟ୍ରପତି ପୁଲିସ ପଦକରେ ସମ୍ମାନିତ କରାଯିବ। ଏହା ସହ ୧୧ଜଣଙ୍କୁ ଉଲ୍ଲେଖନୀୟ ସେବା ପଦକ ପ୍ରଦାନ ପାଇଁ ଘୋଷଣା କରାଯାଇଛି।

ସେହିପରି ଆଇନ ଶୃଙ୍ଖଳା ପାଇଁ ଆଇଜି ପ୍ରବୀଣ କୁମାର, ASP ରବୀନ୍ଦ୍ର ଦାସ, ASP ଭବାନୀ ଶଙ୍କର ମିଶ୍ର, ଡେପୁଟୀ କମାଣ୍ଡାଣ୍ଟ ଅଶୋକ ଦେହୁରୀ, ଏସିପି ପ୍ରକାଶ ପାଲ, ASI ମନୋରଂଜନ ଶତପଥୀ, ହାବିଲଦାର ସରୋଜ ଭୋଇ, ହାବିଲଦାର ସେକ୍ ନାଶିରୁଦ୍ଦିନ, କନଷ୍ଟେବଲ ଗୌତମ ପାତ୍ର ପ୍ରମୁଖ ପୁଲିସ ପଦକ ପାଇବେ।

ଆଜିଠୁ ଆରମ୍ଭ ବିଶ୍ୱ ଅର୍ଥନୈତିକ ମଞ୍ଚର ବୈଠକ: କୋଭିଡ ସ୍ଥିତିରେ ଆର୍ଥିକ ସୁଧାର ନେଇ ହେବ ଆଲୋଚନା

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେଉଛି ବିଶ୍ୱ ଅର୍ଥନୈତିକ ମଞ୍ଚର ବୈଠକ। ପ୍ରତ୍ୟେକ ବର୍ଷ ସୁଇଜରଲ୍ୟାଣ୍ଡର ଡାଭୋସରେ ବୈଠକ ବସୁଥିବା ବେଳେ ପ୍ରଥମ ଥର ପାଇଁ ଏଥର ବୈଠକ ଭିଡିଓ କନଫରେନ୍ସିଂରେ ହେବ। ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଏହି ବୈଠକ ଚାଲିବ। ଆସନ୍ତା ୨୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୈଠକରେ ଅଭିଭାଷଣ ଦେବେ।

ସୂଚନା ଅନୁଯାୟୀ ଆମେରିକା ରାଷ୍ଟ୍ରପତି ଜୋ ବିଡେନ ଓ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିଶ ଜନସନ ଏହି ବୈଠକରେ ଯୋଗ ଦେବେ ନାହିଁ । ଚୀନ ରାଷ୍ଟ୍ରପତି ମଧ୍ୟ ବୈଠକରେ ଅଭିଭାଷଣ ରଖିବେ। ବୈଠକରେ ବିଶ୍ୱର ଆର୍ଥିକ ଅବସ୍ଥା ନେଇ ଆଲୋଚନା ହେବ। ଏଥିସହ କୋଭିଡ ସ୍ଥିତିରେ କିପରି ଆର୍ଥିକ ସ୍ଥିତିର ସୁଧାର କରିହେବ ସେନେଇ ବିଭିନ୍ନ ଦେଶର ନେତା ମତ ରଖିବେ।

ସୂଚନାଯୋଗ୍ୟ, ବିଶ୍ୱ ଅର୍ଥନୀତି ମଞ୍ଚର ବୈଠକ ପ୍ରତ୍ୟେକ ବର୍ଷ ଏହି ସମୟରେ ଡାଭୋସରେ ଆୟୋଜିତ ହୋଇଥାଏ। ଏଥିପାଇଁ ସେଠାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥାଏ। ହଜାର ହଜାର ସଂଖ୍ୟାରେ ଲୋକ ସେମାନଙ୍କ ଦାବି ନେଇ ପ୍ରତିବାଦ କରିଥାନ୍ତି। ହେଲେ ଏଥର ଭିଡିଓ କନଫରେନ୍ସିଂରେ ହେଉଥିବାରୁ ଡାଭୋସର ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ ରହିଛି । ଯାହାକୁ ନେଇ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ମଧ୍ୟ ହେଉଛି।

ମୁମ୍ବାଇରେ ଚାଷୀଙ୍କ ମେଗାରାଲି, ଏନସିପି ସୁପ୍ରିମୋ ଶରଦ ପାୱାର୍ ହେବେ ସାମିଲ୍

0

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସରେ କାଲି ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଟ୍ରାକ୍ଟର ରାଲି କରିବେ ଚାଷୀ। ତେବେ ଟ୍ରାକ୍‌ଟର ପରେଡ୍, ସମର୍ଥନରେ ଆଜି ମୁମ୍ବାଇରେ ଚାଷୀଙ୍କ ମହାରାଲି। କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ହଜାର ହଜାର ଚାଷୀ ଆଜି ମୁମ୍ବାଇରେ ମେଗା ରାଲି କରିବେ। ଆଜି ଏହି ରାଲିରେ ଏନସିପି ସୁପ୍ରିମୋ ଶରଦ ପାୱାର୍ ବି ଯୋଗଦେବେ।

ଗତକାଲି ନାସିକରୁ ପ୍ରାୟ ୨୧ ଜିଲ୍ଲାର ଚାଷୀ ୧୮୦ କିଲୋମିଟର ଯାତ୍ରା କରି ମୁମ୍ବାଇରେ ପହଞ୍ଚିଛନ୍ତି। ସେହିପରି ଅଲ ଇଣ୍ଡିଆ କିଶାନ ସଭାର ମହାରାଷ୍ଟ୍ର ୟୁନିଟ ପକ୍ଷରୁ ୧୫ ହଜାର ଚାଷୀ ମୁମ୍ବାଇରେ ପହଞ୍ଚିଛନ୍ତି। ରାଲିକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଆଜାଦ ମଇଦାନରେ ପୋଲିସର ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।

ଗତକାଲି ଚାଷୀ ଆନ୍ଦୋଳନ ନେଇ କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇଛନ୍ତି ଶରଦ ପାଓ୍ବାର। ଶରଦ କହିଛନ୍ତି, କୃଷି ଆଇନ ନେଇ ସରକାର ତୁରନ୍ତ କିଛି ପଦକ୍ଷେପ ନିଅନ୍ତୁ ନେହେଲେ ସ୍ଥିତ ଜଟିଳ ହେବ । ଆଉ ଏଥିପାଇଁ ସରକାର ଦାୟୀ ରହିବେ।

ଜିଲ୍ଲାପାଳଙ୍କ ଅଫିସ ଆଗରେ ମହିଳାଙ୍କ ଆତ୍ମହୁତି ଉଦ୍ୟମ

ଅନୁଗୁଳ: ଅନୁଗୁଳ ଜିଲ୍ଲାପାଳଙ୍କ ଅଫିସ ଆଗରେ ମହିଳାଙ୍କ ଆତ୍ମହୁତି ଉଦ୍ୟମ । ତାଳଚେର ଗୋବରା ଗାଁର ଦମୟନ୍ତୀ ବେହେରା ଦେହରେ କିରୋସିନ ଢାଳି ଆତ୍ମାହୁତି ଉଦ୍ୟମ କରୁଥିଲେ । ପୋଲିସ ପହଞ୍ଚି ତାଙ୍କୁ ଅଟକ ରଖିଛି । ପୈତୃକ ସମ୍ପତ୍ତିକୁ ନେଇ ଗଣ୍ଡଗୋଳରୁ ଦମୟନ୍ତୀ ଆତ୍ମହୁତି ଉଦ୍ୟମ କରିଥିବା ସୂଚନା ମିଳିଛି । ଜାରି ରହିଛି ଅଧିକ ଦଦନ୍ତ ।

ସୂଚନା ଅନୁସାରେ, ଦମୟନ୍ତୀଙ୍କ ସ୍ୱାମୀ ୧୪ ବର୍ଷ ପୂର୍ବରୁ ମୃତ୍ୟୁବରଣ କରିଛନ୍ତି । କିନ୍ତୁ ୨୯ବର୍ଷ ପୂର୍ବରୁ ତାଙ୍କର ଯେଉଁ ସମ୍ପତ୍ତି ଥିଲା ତାହର ଭାଗ ବଣ୍ଟା ସରିଥିଲା । କିନ୍ତୁ ତାଙ୍କ ଦେଢସୁର ସ୍ୱାମୀଙ୍କ ମୃତ୍ୟୁ ପରେ ସେ ଜମିକୁ ଜବର ଦଖଲ କରିଛନ୍ତି । ଫଳରେ ସେ ଏକ ସରକାରୀ ଜମିରେ ଆଶ୍ରୟ ସ୍ଥଳି କର ରହୁଛନ୍ତି । ତାଙ୍କର ସମ୍ପତ୍ତି ଥାଇ ବି ସେ ଏମିତି ରହୁଥିବାରୁ ଅନେକ ଥର ଥାନାରେ , ତହସିଲଦାରଙ୍କ ପାଖରେ ଜିଲ୍ଲାପାଳ ପାଖରେ ଅଭିଯୋଗ ମଧ୍ୟ କରିଛନ୍ତି । କିନ୍ତୁ କୌଣସି ସୁଫଳ ମିଳି ନଥିବାରୁ ସେ ଏମିତି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।

LACରେ ପୁଣି ଭାରତ-ଚୀନ ଯବାନ ମୁହାଁମୁହିଁ: ୨୦ ଚୀନ ସୈନ୍ୟ ଆହତ

0

ନୂଆଦିଲ୍ଲୀ: ଏପଟେ ବୈଠକ ସେପଟେ ପୁଣି ମୁହାଁମୁହିଁ । ସିକିମର ନାକୁଲାରେ ଭାରତ-ଚୀନ ଯବାନ ମୁହାଁମୁହିଁ ହୋଇଛନ୍ତି। ଚୀନ ଯବାନ ଅନୁପ୍ରବେଶ ବେଳେ ଉତ୍ତର ସିକିମର ନାକୁଲାରେ ଉତ୍ତେଜନା ପ୍ରକାଶ ପାଇଛି । ମୁହାଁମୁହିଁ ବେଳେ ଚୀନର ୨୦ ସୈନିକ ଆହତ ହୋଇଥିବା ବେଳେଳ, ଭାରତର ୪ ଜଣ ଯବାନ ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ, ଭାରତ ସୀମାକୁ ଚୀନର କିଛି ଯବାନ ଅନୁପ୍ରବେଶ ବେଳେ, ଭାରତୀୟ ଯବାନ ଏହାକୁ ବିରୋଧ କରିଥିଲେ। ଫଳରେ ଉଭୟ ପକ୍ଷ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଯବାନଙ୍କ ମଧ୍ୟରେ ହୋଇଥିବା ହାତାହାତି ବେଳେ ଚୀନର ୨୦ରୁ ଅଧିକ ଯବାନ ଆହତ ହୋଇଛନ୍ତି। ପରେ ଚୀନ ସେନାକୁ ସିକିମ ନାକୁଲା ସୀମାରୁ ହଟାଇ ଦେଇଛନ୍ତି ଭାରତୀୟ ସୈନିକ।

ଗୋଟେପଟେ ଏଲଏସିରେ ଉତ୍ତେଜନା ହ୍ରାସ ନେଇ ଭାରତ-ଚୀନ୍ ମଧ୍ୟରେ ବାରମ୍ବାର କୋର କମାଣ୍ଡରସ୍ତରୀୟ ଆଲୋଚନା ହେଉଥିବାବେଳେ ଅନ୍ୟପଟେ ସିକିମରେ ମୁହାଁମୁହିଁ ହୋଇଛନ୍ତି ଉଭୟ ପକ୍ଷ ସେନା। ପାଖାପାଖି ୯ ମାସ ହେଲାଣି ଚୀନ ଓ ଭାରତ ମଧ୍ୟରେ ପୂର୍ବରୁ ଲଦାଖରେ ବିବାଦ ଜାରି ରହିଛି। ଏବେ ପୁଣି ଚୀନ ସେନା ସିକିମରେ ଅନୁପ୍ରେବଶ କରିବାକୁ ଉଦ୍ୟମ କରିଛି।