spot_img
Home Blog Page 6099

ଘରୋଇ ଓ ସରକାରୀ ମେଡିକାଲ କଲେଜରେ ଟିକାକରଣ କେନ୍ଦ୍ର ସଂଖ୍ୟା ବୃଦ୍ଧି

ଭୁବନେଶ୍ୱର: ଆସନ୍ତାକାଲିଠୁ ପୁଣି ରାଜ୍ୟରେ ଟିକରଣ ଚାଲିବ । ବଢ଼ିବ ଟିକାକରଣ କେନ୍ଦ୍ରର ସଂଖ୍ୟା । ପ୍ରତି ଘରୋଇ ଓ ସରକାରୀ ମେଡିକାଲ କଲେଜରେ ଏଣିକି ୫ଟି ସ୍ଥାନରେ ଟିକାକରଣ ବ୍ୟବସ୍ଥା କରାଯିବ । ସେହିଭଲି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଉପଖଣ୍ଡ ସ୍ତରୀୟ ଚିକିତ୍ସାଳୟରେ ଦୁଇଟି ସେସନରେ ଟିକାକରଣ କରାଯିବ । ଏହି ସବୁ ସ୍ଥାନରେ ୨୦୦ ଜଣଙ୍କୁ ଟିକା ଦିଆଯିବ । ୫ ଜଣ ବଦଳରେ ୬ ଜଣ ଭ୍ୟାକ୍ସିନ୍ ଇନଚାର୍ଜ ରହିବେ ।

Vaccination Centre In Medical Colleges Increased to Five In Odisha

ପିଏଚସି ଓ ସିଏଚସି ଟିକାକରଣ କେନ୍ଦ୍ରରେ ପୂର୍ବ ନିର୍ଦ୍ଧାରିତ ନିୟମ ଅନୁଯାୟୀ ଟିକାକରଣ କରାଯିବ । ଏଥିପାଇଁ ପ୍ରତି ଜିଲ୍ଲାକୁ ନିର୍ଦ୍ଦେଶ ଦିଆଯାଇଥିବା ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଶନିବାର ଆରମ୍ଭ ହୋଇଥିବା କୋଭିଡ୍ ଟିକାକରଣ ରାଜ୍ୟରେ ସୁରୁଖୁରୁରେ ସରିଛି । ରାଜ୍ୟରେ ୮୫ ପ୍ରତିଶତ ଟିକାକରଣ ହୋଇଥିବା ବେଳେ ୧୩ ହଜାର ୯୮୦ ଜଣ ଟିକା ନେଇଛନ୍ତି ।

Vaccination Centre In Medical Colleges Increased to Five In Odisha

୬ଟି ଜିଲ୍ଲାରେ ୧୦୦ ପ୍ରତିଶତ ଆଚିଭମେଣ୍ଟ ହୋଇଛି । ଢେଙ୍କାନାଳ, କଟକ (ସାଲେପୁର) ଓ ଗଜପତି ଜିଲ୍ଲାରେ କିଛି ଲୋକଙ୍କ ଭିତରେ ସାମାନ୍ୟ ପାର୍ଶ୍ଵ ପ୍ରତିକ୍ରିୟା ଦେଖା ଦେଇଥିଲା । ନର୍ଭସନେସ୍ ପାଇଁ ପାର୍ଶ୍ଵ ପ୍ରତିକ୍ରିୟା ଦେଖା ଦେଇଥିଲା । ପରବର୍ତ୍ତୀ ସମୟରେ ସବୁ କିଛି ଠିକ୍ ରହିଛି । ଆମେ ସେମାନଙ୍କ ଉପରେ ନଜର ରଖିଛୁ ବୋଲି ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ କହିଛନ୍ତି ।

ଏଥିସହ ପଢ଼ନ୍ତୁ- ସଫଳ ଟିକାକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିରଞ୍ଜନଙ୍କ ଧନ୍ୟବାଦ

ବିବାହ ପୂର୍ବରୁ ଅକ୍ଷୟ କୁମାରଙ୍କ ଡାକ୍ତରୀ ପରୀକ୍ଷା କରାଇଥିଲେ ଟ୍ୱିଙ୍କଲ୍ ଖାନ୍ନା

ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାର ଏବଂ ଟ୍ୱିଙ୍କଲ ଖାନ୍ନା ବଲିଉଡ଼ର ଚର୍ଚ୍ଚିତ ଦମ୍ପତ୍ତି । ଜାନୁଆରୀ ୨୦୦୧ରେ ଦୁହେଁ ପରସ୍ପରର ହାତ ଧରିଥିଲେ  । ସେବେଠାରୁ ଆଜି ଯାଏଁ ଦୁହେଁ ନିଜ ସମ୍ପର୍କକୁ ଚଳାଇଛନ୍ତି । ଆଜି ଉଭୟଙ୍କ ବିବାହକୁ ୧୯ ବର୍ଷ ପୂରିଛି । ଅର୍ଥାତ୍ ଏହି ଦମ୍ପତି ଆଜି ସେମାନେ ତାଙ୍କର ବିବାହ ବାର୍ଷିକୀ ପାଳନ କରୁଛନ୍ତି । ଅକ୍ଷୟ କୁମାର ଏବଂ ଟ୍ୱିଙ୍କଲ ଖାନ୍ନାଙ୍କ ପ୍ରେମ କାହାଣୀ (ଅକ୍ଷୟ କୁମାର ଟ୍ୱିଙ୍କଲ ଖାନ୍ନା ପ୍ରେମ କାହାଣୀ) ଠାରୁ ଆରମ୍ଭ କରି ସେମାନଙ୍କ ବିବାହ କାହାଣୀ ପର୍ଯ୍ୟନ୍ତ ସେମାନଙ୍କ କାହାଣୀ ବହୁତ ଆକର୍ଷଣୀୟ । ଅକ୍ଷୟ କୁମାର ଏବଂ ଟ୍ୱିଙ୍କଲ ଖାନ୍ନାଙ୍କର ଦୁଇଟି ସନ୍ତାନ ଅରବ ଏବଂ ନିତାରା ଅଛନ୍ତି ।

ଅକ୍ଷୟ କୁମାର ଏବଂ ଟ୍ୱିଙ୍କଲ ଖାନ୍ନା ପ୍ରଥମେ ଏକ ମାଗାଜିନର ଫଟୋସୁଟ ସମୟରେ ଦେଖା ହୋଇଥିଲେ ଏବଂ ପ୍ରଥମ ଦେଖାରେ ଅକ୍ଷୟ କୁମାର ଟ୍ୱିଙ୍କଲଙ୍କ ଦିୱାନା ହୋଇଯାଇଥିଲେ । ଅକ୍ଷୟ ଟ୍ୱିଙ୍କଲଙ୍କୁ ନିଜର ପ୍ରେମ ବ୍ୟକ୍ତ କରିବାପରେ ଦୁହେଁ ପରସ୍ପରକୁ ଡେଟିଂ ଆରମ୍ଭ କରିଥିଲେ, କିନ୍ତୁ ସେତେବେଳକୁ ଉଭୟ ପରସ୍ପର ପ୍ରତି ଏତେ ଗମ୍ଭୀର ନଥିଲେ ।

ଫିଲ୍ମର ସୁଟିଂ ସମୟରେ ଦୁହେଁ ନିଜ ପ୍ରେମକୁ ଅନୁଭବ କରିଥିଲେ ଏହାପରେ ଉଭୟ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ଟ୍ୱିଙ୍କଲ୍ ଖାନ୍ନା ତାଙ୍କ ମା ଡିମ୍ପଲ୍ କାପାଡିଆଙ୍କ ସହ ଏ ବିଷୟରେ କଥା ହୋଇଥିଲେ। କିନ୍ତୁ, ଡିମ୍ପଲ୍ କାପାଡିଆ ପ୍ରଥମେ ଭାବିଥିଲେ ଅକ୍ଷୟ କୁମାର ସମଲିଙ୍ଗୀ । ଏଥିପାଇଁ ସେ ଅରାଜି ହୋଇଥିଲେ । ତେଣୁ  ଅକ୍ଷୟ କୁମାରଙ୍କୁ ବିବାହ କରିବା ପୂର୍ବରୁ ଟ୍ୱିଙ୍କଲ ଖାନ୍ନା ତାଙ୍କର ଡାକ୍ତରୀ ପରୀକ୍ଷା କରାଇଥିଲେ । ଏହି ସମସ୍ୟା ସମାଧାନ ହେବା ପରେ ଉଭୟ ବିବାହ କରିଥିଲେ । ଉଭୟଙ୍କ ବିବାହରେ ଆଉ ଏକ ବିଶେଷ କଥା ଅଛି ଏବଂ ତାହା ହେଉଛି ବିବାହ ପୂର୍ବରୁ ଉଭୟଙ୍କ ଜାତକ ମେଳ ଖାଇ ନଥିଲା ।

ଅର୍ଥାତ୍ ଟ୍ୱିଙ୍କଲ୍ ଖାନ୍ନା ଜାତକ ନୁହେଁ ବରଂ ଡାକ୍ତରୀ ପରୀକ୍ଷା ଆଧାରରେ ଅକ୍ଷୟ କୁମାରଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । କେବଳ ଏତିକି ନୁହେଁ ଟ୍ୱିଙ୍କଲ ଅକ୍ଷୟ କୁମାରଙ୍କୁ ତାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ତ ପ୍ରଶ୍ନ ମଧ୍ୟ ପଚାରିଥିଲେ । ପ୍ରଥମେ ଅକ୍ଷୟ କୁମାର ଟ୍ୱିଙ୍କଲଙ୍କ ଏହି ସବୁ ଜିନିଷ ଦ୍ୱାରା ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପରେ ସେ ଅନୁଭବ କଲେ ଯେ ଟ୍ୱିଙ୍କଲ ଠିକ୍ କରିଛନ୍ତି ।

୨୧ରୁ ହଟିବ ଭୂତାଣୁ ବାଡ଼, ବିନା କୋଭିଡ୍ ରିପୋର୍ଟରେ ଶ୍ରୀମନ୍ଦିର ଯାଇପାରିବେ ଶ୍ରଦ୍ଧାଳୁ

ପୁରୀ: ଶ୍ରୀମନ୍ଦିରରେ ମିଳିବ ଶ୍ରୀଜିଉଙ୍କ ଦର୍ଶନ । ଆଉ ଲୋଡ଼ା ନାହିଁ କୋଭିଡ୍ ନେଗେଟିଭ୍ ରିପୋର୍ଟ । ଆସନ୍ତା ୨୧ ତାରିଖରୁ କୋଭିଡ୍ ରିପୋର୍ଟ ନଦେଲେ ମଧ୍ୟ ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ । ଏନେଇ ଆଜି ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ପୂର୍ବ ନିଷ୍ପତ୍ତି ଅନୁସାରେ ଏସଓପିକୁ କୋହଳ କରାଯାଇଛି । ସକାଳ ୭ଟା ରୁ ସର୍ବସାଧାରଣ ଦର୍ଶନ ଜାରି ରହିବ ।

Devotee Can Visit Puri Jagannath Temple With Out Covid Negative Report

ତେବେ ସକାଳ ୬ଟାରୁ ୭ଟା ଯାଏ ପୁରୀବାସୀଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନର ବ୍ୟବସ୍ଥା କରାଯାଇଛି । ପୁରୀ ବାସୀ ନିଜ ନିଜର ପରିଚୟ ପତ୍ର ଦେଖାଇ ସିଂହଦ୍ୱାର ଦେଇ ପ୍ରବେଶ କରିବେ । ଏଥିସହ ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମ ମାନଙ୍କ ପାଇଁ ସ୍ୱତନ୍ତ୍ର ଧାଡ଼ିରେ ଦର୍ଶନ ବ୍ୟବସ୍ଥା କରାଯିବ । ୨୧ ତାରିଖ ଠାରୁ ଦର୍ଶନ ପାଇଁ କୋଭିଡ୍ ନେଗେଟିଭ୍ ରିପୋର୍ଟ ବାଧ୍ୟତା ମୂଳକ ନୁହେଁ । ସେହିପରି ପ୍ରତି ରବିବାର ସାଧାରଣ ଦର୍ଶନ ବନ୍ଦ ରହିବ । ଶ୍ରୀମନ୍ଦିର ପରିସର ସାନିଟାଇଜ୍ କରାଯିବ ।

Devotee Can Visit Puri Jagannath Temple With Out Covid Negative Report

ଡିସେମ୍ବର ୨୬ରୁ ଜାନୁଆରୀ ୧୬ ତାରିଖ ସୁଦ୍ଧା ୧ ଲକ୍ଷ ୨୫ ହଜାର ୪୧୧ ଜଣ ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଆସନ୍ତା ୨୧ ତାରିଖରୁ ଦୈନିକ ପାଖାପାଖି ୩୦ ହଜାର ଭକ୍ତ ଦର୍ଶନ କରିବା ନେଇ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଶ୍ରଦ୍ଧାଳୁଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଆବଶ୍ୟକ ପଡ଼ିଲେ ବ୍ୟାପକ ବନ୍ଦୋବସ୍ତ ଗ୍ରହଣ କରାଯିବ ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି ।

ନନ୍ଦନକାନନରେ ମାର୍‌ମୋସେଟ୍ ମାଙ୍କଡ଼ ସଂଖ୍ୟା ୭କୁ ବୃଦ୍ଧି

ଭୁବନେଶ୍ୱର: ନନ୍ଦନକାନନରେ ବଢିଲା ବିରଳ ପ୍ରଜାତି ମାର୍‌ମୋସେଟ୍ ମାଙ୍କଡ଼ ସଂଖ୍ୟା । ନୂଆ ଶାବକ ଜନ୍ମ ପରେ ନନ୍ଦନକାନନରେ ମାର୍‌ମୋସେଟ୍ ମାଙ୍କଡ଼ ସଂଖ୍ୟା ୭କୁ ବୃଦ୍ଧି ପାଇଛି । ୨ଟି ଶାବକ ଜନ୍ମ ହୋଇଥିବା ବେଳେ ଗୋଟିକର ମୃତ୍ୟୁ ହୋଇଛି ।

Marmoste Monkey Figure Rises To Seven In Nadankanan Zoo

ଅନ୍ୟ ଶାବକଟି ସୁସ୍ଥ ଥିବା ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । କ୍ଷୁଦ୍ର ପ୍ରଜାତିର ଏହି ବିରଳ ମାଙ୍କଡ଼ ଆମାଜନ ଅବବାହିକାରେ ଦେଖାଯାଇଥାନ୍ତି ।

ଏଥିସହ ପଢ଼ନ୍ତୁ- ସଫଳ ଟିକାକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିରଞ୍ଜନଙ୍କ ଧନ୍ୟବାଦ

ରାଜ୍ୟରେ ଲଗାତାର ତୃତୀୟ ଦିନରେ ୨୦୦ରୁ କମ୍ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଖସିଛି କରୋନା ସଂକ୍ରମଣ । ଲଗାତାର ତିନିଦିନ ଧରି ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦୦ ତଳେ ରହିଛି । ଗୋଟିଏ ପଟେ ରାଜ୍ୟରେ କୋଭିଡ୍ ଟିକାକରଣ ଆରମ୍ଭ ହୋଇଥିବା ବେଳେ ସଂକ୍ରମଣ ହ୍ରାସ ଆଶ୍ୱସ୍ତି ଆଣିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୭୮ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି ।

ଚିହ୍ନଟ ହୋଇଥିବା ୧୭୮ଙ୍କ ମଧ୍ୟରୁ ୧୦୩ଟି ମାମଲା କ୍ୱାରେଣ୍ଟାଇନ୍ ହୋଇଥିବା ବେଳେ ୭୫ଟି ମାମଲା ସ୍ଥାନୀୟ ସଂକ୍ରମଣ । ସର୍ବାଧିକ ୩୦ ଜଣ ସଂକ୍ରମିତ ସୁନ୍ଦରଗଡ଼ ଜିଲ୍ଲାରୁ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳରୁ ୪, ବାଲେଶ୍ୱରରୁ ୭, ବରଗଡ଼ରୁ ୧୦, ଭଦ୍ରକରୁ ୪, ବଲାଙ୍ଗିରରୁ ୫, କଟକରୁ ୪, ଦେବଗଡ଼ରୁ ୨, ଗଜପତିରୁ ୩, ଗଞ୍ଜାମରୁ ୩, ଯାଜପୁରରୁ ୭, ଝାରସୁଗୁଡ଼ାରୁ ୨୩, କଳାହାଣ୍ଡିରୁ ୧, ଖୋର୍ଦ୍ଧାରୁ ୫, କୋରାପୁଟରୁ ୩, ମାଲକାନଗିରିରୁ ୧, ମୟୂରଭଞ୍ଜରୁ ୨, ନୂଆପଡ଼ାରୁ ୧୬, ପୁରୀ ୧୯, ରାୟଗଡ଼ା ୨, ସମ୍ବଲପୁର ୨୪, ସୋନପୁର ୨, ସୁନ୍ଦରଗଡ଼ରୁ ୩୦ ଏବଂ ଷ୍ଟେଟ ପୁଲରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଏଯାବତ୍ ୩ ଲକ୍ଷ ୩୩ ହଜାର ୧୨୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୩ ଲକ୍ଷ ୨୯ ହଜାରର ୮୮ ଜଣ ସୁସ୍ଥ ହୋଇ ସାରିଥିବା ବେଳେ ୨୦୮୭ ସକ୍ରିୟ ସଂକ୍ରମିତ ରହିଛନ୍ତି । ଗତ ୨୪ ଘଣ୍ଟାରେ ଭୁବନେଶ୍ୱରରେ ଜଣେ ମାତ୍ର କୋଭିଡ୍ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ୫୨ ବର୍ଷୀୟ ପୁରୁଷ କରୋନା ସଂକ୍ରମିତ ଜଣଙ୍କ ଡାଏବେଟିସ୍ ସହ ଅନ୍ୟ ରୋଗରେ ଆକ୍ରାନ୍ତ ଥିଲେ ।

ଏଥିସହ ପଢ଼ନ୍ତୁ- କେଉଁ ଦେଶରେ କେମିତି ମିଳୁଛି କରୋନା ଟିକା ?

ବିରାଟଙ୍କ ପରେ ଏହି ୩ ଖେଳାଳି ହୋଇପାରନ୍ତି ଭାରତୀୟ ଦଳର ଅଧିନାୟକ

0

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳରେ ବହୁ ଦକ୍ଷ ଖେଳାଳି ରହିଛନ୍ତି । ଟିମ୍ ଇଣ୍ଡିଆରେ ସ୍ଥାନ ପାଇବା ପାଇଁ  ଯୁବ ଖେଳାଳି ଦିନରାତି ଏକ କରିଦେଉଛନ୍ତି । ଆଉ ଏହି ଯୁବ ଖେଳାଳିମାନଙ୍କୁ ଦକ୍ଷ କରିବାରେ ଉଭୟ କୋଚ୍ ଏବଂ ଅଧିନାୟକଙ୍କ ବଡ଼ ଯୋଗଦାନ ରହିଛି । ଟିମ୍ ଇଣ୍ଡିଆରେ ଅନେକ ଯୁବ ଖେଳାଳି ଅଛନ୍ତି, ଯେଉଁମାନେ ଭଲ ପ୍ରଦର୍ଶନ କରୁଛନ୍ତି । ସେମାନଙ୍କ ମଧ୍ୟରେ ଏପରି ତିନିଜଣ ଯୁବ ଖେଳାଳି ଅଛନ୍ତି ଯେଉଁମାନେ ପରେ ଭାରତୀୟ ଦଳର ନେତୃତ୍ୱ ନେଇବାକୁ ପୂରା ସକ୍ଷମ ଅଛନ୍ତି । ଚାଲନ୍ତୁ ଏହି ତିନୋଟି ଖେଳାଳିଙ୍କ ବିଷୟରେ ଜାଣିବା…

ଶ୍ରେୟସ୍ ଆୟର

୧୦ ଡିସେମ୍ବର ୧୦୧୭ରେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିବା ୨୬ ବର୍ଷୀୟ ଶ୍ରେୟସ୍ ଆୟର ଭାରତୀୟ ଦଳର ଦାୟିତ୍ୱ ଗ୍ରହଣ କରିପାରିନ୍ତି । ତାଙ୍କ ଅଧିନାୟକ ହେବାର ପୂର୍ଣ୍ଣ ସାମର୍ଥ୍ୟ ରହିଛି । ଗତ କିଛି ବର୍ଷ ଧରି ସେ ଆଇପିଏଲରେ ଦିଲ୍ଲୀ ଦଳର ଅଧିନାୟକ ଭାବେ ଖେଳି ଆସୁଛନ୍ତି । ଗତ ସିଜନରେ ଆଇୟରଙ୍କ ଅଧିନାୟକତ୍ୱରେ ଦିଲ୍ଲୀ ଆଇପିଏଲର ଫାଇନାଲରେ ପହଞ୍ଚିବାରେ ସକ୍ଷମ ହୋଇଥିଲା । ତେବେ ଟାଇଟଲ୍ ମ୍ୟାଚରେ ମୁମ୍ବାଇ ବିପକ୍ଷରେ ଦିଲ୍ଲୀ ପରାଜୟର ସମ୍ମୁଖୀନ ହୋଇଥିଲା । ଆୟର ବର୍ତ୍ତମାନ ପର୍ଯ୍ୟନ୍ତ ଭାରତ ପାଇଁ ୨୧ଟି ଦିନିକିଆ, ୨୪ ଟି-20 ଅନ୍ତର୍ଜାତୀୟ ଖେଳିଛନ୍ତି । ଏହାସହ ସେ ଆଇପିଏଲରେ ୭୯ଟି ମ୍ୟାଚରେ ଯୋଗଦାନ ଦେଇଛନ୍ତି ।

IPL 2020 KL Rahul Mayank Agarwal Orange Cap Purple Cap

କେ.ଏଲ୍ ରାହୁଲ

ଆଇପିଏଲରେ କିଙ୍ଗସ ଇଲେଭେନ ପଞ୍ଜାବର ଅଧିନାୟକ କେ.ଏଲ୍ ରାହୁଲ, ବହୁତ ଭଲ ପ୍ରଦର୍ଶନ କରିଛନ୍ତି । ସେ ପଞ୍ଜାବର ଶ୍ରେଷ୍ଠ ଅଧିନାୟକ ହୋଇଛନ୍ତି । ଭବିଷ୍ୟତରେ ଯଦି ଟିମ୍ ଇଣ୍ଡିଆ ପାଇଁ ଜଣେ ଅଧିନାୟକ ରହିବେ, ତେବେ କେ.ଏଲ୍ ରାହୁଲଙ୍କ ନାମ ମଧ୍ୟ ଆସିପାରେ । ରାହୁଲ ଏପର୍ଯ୍ୟନ୍ତ ଭାରତ ପାଇଁ ୩୬ ଟି ଟେଷ୍ଟ, ୩୫ ଦିନିକିଆ, ୪୫ଟି ଟି-20 ଅନ୍ତର୍ଜାତୀୟ ଖେଳିଛନ୍ତି। ଏହାସହ ଆଇପିଏଲରେ ୮୧ଟି ମ୍ୟାଚ୍ ଖେଳାଯାଇଛି। 

ହାର୍ଦ୍ଦିକ ପାଣ୍ଡ୍ୟା

ଟିମ୍ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଯଦିଓ ଏପର୍ଯ୍ୟନ୍ତ ସୁଦ୍ଧା ଆଇପିଏଲ୍ କିମ୍ବା ଅନ୍ୟ କୌଣସି ଫର୍ମାଟରେ ଅଧିନାୟକ ହୋଇ ନାହାଁନ୍ତି, ତାଥାପି ତାଙ୍କ ଦକ୍ଷତା ଉପରେ କୌଣସି ସନ୍ଦେହ ନାହିଁ । ଯେକୌଣସି ସମୟରେ ମ୍ୟାଚକୁ ପଲଟାଇଦେବାର ସାମର୍ଥ୍ୟ ରଖନ୍ତି ପାଣ୍ଡ୍ୟା । ହାର୍ଦ୍ଦିକଙ୍କୁ ଜଣେ ଅଧିନାୟକ ହେବାରେ ସାମର୍ଥ୍ୟ ବହନ କରନ୍ତି । ତାଙ୍କୁ ମଧ୍ୟ ଅଧିନାୟକ ଭାବେ ଦେଖାଯାଇପାରେ । ଟିମ୍ ଇଣ୍ଡିଆ ପାଇଁ ହାର୍ଦ୍ଦିକ ଏପର୍ଯ୍ୟନ୍ତ ୧୧ଟି ଟେଷ୍ଟ, ୫୭ ଦିନିକିଆ, ୪୩ ଟି -20 ଅନ୍ତର୍ଜାତୀୟ ଖେଳିଛନ୍ତି । ଏଥି ସହିତ ସେ ଆଇପିଏଲରେ ୮୦ଟି ମ୍ୟାଚ୍ ଖେଳିଛନ୍ତି।

ସଫଳ ଟିକାକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିରଞ୍ଜନଙ୍କ ଧନ୍ୟବାଦ

ଭୁବନେଶ୍ୱର: କୋଭିଡ୍ ଟିକାକରଣ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ରାଜ୍ୟରେ ଶନିବାର ଠାରୁ ଆରମ୍ଭ ହୋଇଥିବା ଟିକାକରଣ ସଫଳ ହୋଇଛି । ଏଥିପାଇଁ ନିରଞ୍ଜନ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି ।

Niranjan Thanked Naveen For Successful Covid-19 Vaccination

ନିରଞ୍ଜନ, ନବୀନଙ୍କ ଉତ୍ତମ ସ୍ୱାସ୍ଥ୍ୟ କାମନା କରିଛନ୍ତି । ରାଜ୍ୟର ସମସ୍ତ ବିପିଏଲ ବର୍ଗର ଲୋକ, ବରିଷ୍ଠ ନାଗରିକଙ୍କୁ ମାଗଣାରେ କୋଭିଡ୍ ଟିକା ଯୋଗାଇ ଦେବାକୁ ନିରଞ୍ଜନ ନିବେଦନ କରିଛନ୍ତି । ମାଗଣା ଟିକା ଦେଲେ ରାଜ୍ୟବାସୀ ଉପକୃତ ହେବେ ବୋଲି ନିରଞ୍ଜନ ଚିଠିରେ ଉଲ୍ଲେଖ କରିଛନ୍ତି ।

Niranjan Thanked Naveen For Successful Covid-19 Vaccination

ଶନିବାର ରାଜ୍ୟର ୧୬୧ଟି ଟିକାକରଣ କେନ୍ଦ୍ରରେ ଭ୍ୟାକ୍ସିନ୍ ଦିଆଯାଇଥିଲା । ପ୍ରଥମ ଦିନରେ ୧୬ ହଜାର ୪୦୫ ଜଣଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖା ଯାଇଥିବା ବେଳେ ୧୩ ହଜାର ୯୮୦ ଜଣଙ୍କୁ ଦିଆଯାଇଥିଲା । ଏହିଭଳି ଭାବେ ରାଜ୍ୟରେ ପ୍ରଥମ ଦିନରେ ଲକ୍ଷ୍ୟର ୮୫ ପ୍ରତିଶତ ଟିକାକରଣ ହୋଇଥିଲା ।

Niranjan Thanked Naveen For Successful Covid-19 Vaccination

ଟିକାକରଣ ବେଳେ ରାଜ୍ୟର ୩ ଜଣଙ୍କ ଠାରେ ସାମାନ୍ୟ ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଦେଇଛି । କଟକ, ଢେଙ୍କାନାଳ ଓ ଗଜପତି ଜିଲ୍ଲାର ଜଣଙ୍କ ଲେଖାଏଁ ଠାରେ ଭ୍ୟାକ୍ସିନର ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଦେଇଥିବା ବେଳେ ଏବେ ସେମାନଙ୍କ ଅବସ୍ଥା ଭଲ ଅଛି ।

Niranjan Thanked Naveen For Successful Covid-19 Vaccination

ରାଜ୍ୟରେ ୩ ଲକ୍ଷ ୩୮ ହଜାର ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ କୋଭିଡ୍ ଟିକା ଦିଆଯିବ । ସେଥି ମଧ୍ୟରୁ ପ୍ରଥମ ଦଫାରେ ରାଜ୍ୟରେ ୧ ଲକ୍ଷ ୯୨ ହଜାର ଲୋକଙ୍କୁ ଟିକା ଦିଆଯିବ । ସକାଳ ୯ଟାରୁ ଅପରାହ୍ଣ ୫ଟା ଯାଏ ଟିକାକରଣ ହେବ । ପ୍ରଥମ ଡୋଜ୍ ନେବାପରେ କରୋନା ସଂକ୍ରମଣ ହେଲେ ଦ୍ୱିତୀୟ ଡୋଜ୍ ଦିଆଯିବ ନାହିଁ ।

କାର୍ଯ୍ୟରେ ଅବହେଳା ପାଇଁ ୨ ପୋଲିସ ଅଧିକାରୀ ନିଲମ୍ବିତ

ପୁରୀ: କାର୍ଯ୍ୟରେ ଅବହେଳାରୁ ସସପେଣ୍ଡ ହେଲେ ପୋଲିସ ଅଧିକାରୀ । ପୁରୀର ୨ ପୋଲିସ ବାବୁଙ୍କ ବିରୋଧରେ ହେଲା ଦୃଢ଼ କାର୍ଯ୍ୟାନୁଷ୍ଠାନ । କୃଷ୍ଣପ୍ରସାଦ ଥାନା ASI ଈଶ୍ୱରଚନ୍ଦ୍ର ଗୁମାନସିଂହ ସସପେଣ୍ଡ ପରେ ଗିରଫ ହୋଇଛନ୍ତି । ଫୁଡ୍ ଭେଣ୍ଡରଠାରୁ ୭ହଜାର ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ପରେ ତଦନ୍ତ ହୋଇଥିଲା । ଦୋଷୀ ପ୍ରମାଣିତ ହେବା ପରେ ତାଙ୍କୁ ପ୍ରଥମେ ସସପେଣ୍ଡ ପରେ ଗିରଫ କରାଯାଇଛି ।

Two Cops Of Puri Suspends For Negligence In Work

ସେହିପରି ପୁରୀ ସଦର ଥାନା ଏସଆଇ ଅତସୀ ଜେନା ବି ସସପେଣ୍ଡ ହୋଇଛନ୍ତି । କିଛି ଦିନ ତଳେ ଏକ ଜୁଆ ଆଡ୍ଡାରେ ଚଢାଉ କରିଥିଲେ ଅତସୀ । ହେଲେ ଚଢାଉ ପରେ କୌଣସି ମାମଲା ହୋଇନି, ଉପରିସ୍ଥ ଅଧିକାରୀଙ୍କୁ ରେଡ୍ ସମ୍ପର୍କରେ କୌଣସି ତଥ୍ୟ ଦିଆଯାଇନଥିବା ଅଭିଯୋଗ ପରେ ତଦନ୍ତ ହୋଇଥିଲା ।

ରାଜ୍ୟ ସରକାରଙ୍କ ଜିରୋ ଟଲେରାନ୍ସ ନୀତି ଆଧାରରେ ତାଙ୍କ ବିରୋଧରେ ହୋଇଛି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ । ପୁରୀ ଏସପି କନୱର ବିଶାଲ ସିଂ ଏହି କାର୍ଯ୍ୟାନୁଷ୍ଠାନ ନେଇଥିବା ସୂଚନା ମିଳିଛି ।

କାଠର ଗଡ଼ା ଜଙ୍ଗଲରୁ ବିରଳ ବଜ୍ରକାପ୍ତା ଉଦ୍ଧାର, ଜଣେ ଗିରଫ

ଜୟପୁର: କୋରାପୁଟ ଜିଲ୍ଲା ବୋରିଗୁମ୍ମା ବନାଞ୍ଚଳ କାଠର ଗଡ଼ା ଜଙ୍ଗଲରୁ ବିରଳ ବଜ୍ରକାପ୍ତା ଉଦ୍ଧାର । ବେଆଇନ ଭାବେ ଚାଲାଣ ହେଉଥିବା ବେଳେ ବଜ୍ରକପ୍ତା ଉଦ୍ଧାର କରିବା ସହ ଜଣଙ୍କୁ ଗିରଫ କରିଛି ବନ ବିଭାଗ । ଉଦ୍ଧାର ବଜ୍ରକାପ୍ତାକୁ ବୋରିଗୁମ୍ମା ବନାଞ୍ଚଳ କାର୍ଯ୍ୟାଳୟରେ ରଖାଯାଇଛି । ଉଦ୍ଧାର ବଜ୍ରକାପ୍ତାର ଓଜନ ଦୁଇ କିଲୋରୁ ଊର୍ଦ୍ଧ୍ୱ ହେବ ବୋଲି କହିଛନ୍ତି ବୋରିଗୁମ୍ମା ବନାଞ୍ଚଳ ଅଧିକାରୀ ଦିଲୀପ ପଟ୍ଟନାୟକ ।

Pangolin Rescued In Jeypore, One Arrested

ଆଗକୁ ମଧ୍ୟ ଜଙ୍ଗଲରେ ଥିବା ବିରଳ ପ୍ରଜାତିର ଜୀବଜନ୍ତୁକୁ ସୁରକ୍ଷା ଦେବା ସହ ଶିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପୂର୍ବରୁ ଢେଙ୍କାନାଳ କପିଳାସ ରେଞ୍ଜରୁ ୨ ବଜ୍ରକାପ୍ତା ଉଦ୍ଧାର ହୋଇଥିବା ବେଳେ ୨ ବଜ୍ରକାପ୍ତା ତସ୍କର ଗିରଫ ହୋଇଥିଲେ ।

ସାମାନ୍ୟ କଥାକୁ ନେଇ ଭାଇକୁ ତୀର ମାଡ଼

କରଞ୍ଜିଆ: ଭାଇ ହେଲା ବଇରୀ । ସାମାନ୍ୟ କଥାକୁ ନେଇ ଭାଇ ଭାଇ ମଧ୍ୟରେ ଝଗଡ଼ା, ତା’ପରେ ଭାଇକୁ ମାରିଲା ଭାଇ । ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା କେନ୍ଦୁମୁଣ୍ଡି ଗାଁରେ । ଭାଇର ତୀର ମାଡ଼ରେ ଭାଇ ଆହତ ହୋଇଛି । ସୂଚନା ଅନୁସାରେ ଗତକାଲି ରାତିରେ କୌଣସି କାରଣକୁ ନେଇ ଦୁଇ ଭାଇ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ।

Man Attacked Brother With An Arrow In Karanjia

ମଝିଆ ଭାଇ ତିବରୁ ପିଙ୍ଗୁଆ ସଙ୍ଗେ ସଙ୍ଗେ ଘରୁ ଧନୁ ତୀର ଆଣି ବଡ଼ ଭାଇକୁ ମାରିଥିବା ଅଭିଯୋଗ ହୋଇଛି । ଗୁରୁତର ଆହତ ବୁଧୁରାମ ପିଙ୍ଗୁଆଙ୍କୁ ପ୍ରଥମେ କରଞ୍ଜିଆ ହସ୍ପିଟାଲ ପରେ କଟକ ସ୍ଥାନାନ୍ତର କାରଯାଇଛି । ସେପଟେ ଖବର ପାଇ କରଞ୍ଜିଆ ପୋଲିସ ମଝିଆ ଭାଇ ତିବରୁ ପିଙ୍ଗୁଆକୁ ଅଟକ ରଖି ପଚରାଉଚରା କରୁଛି ।