spot_img
Home Blog Page 61

ଖୋଦ କୃଷିମନ୍ତ୍ରୀଙ୍କ ଜିଲ୍ଲାରେ ଚାଷୀ ହନ୍ତସନ୍ତ ; ଧାନ ଅମଳ କରି ଚାତକ ପରି ଜଗିଛି ଚାଷୀ

ନନ୍ଦିଘୋଷ ବ୍ୟୁରୋ : ବଲାଙ୍ଗୀର ଜିଲ୍ଲାରେ ଧାନ ଅମଳ କରି ଚାତକ ପରି ଜଗିଛି ଚାଷୀ । କିନ୍ତୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବୈଠକ ବସିନଥିବା ବେଳେ ଚାଷୀଙ୍କ ଚିନ୍ତା ବଢ଼ିଛି I କରଜ କରି ଧାନ ଅମଳ କରିଥିବା ଚାଷୀ ଋଣ ଶୁଝିବା ପାଇଁ କମ ଦାମରେ ଦଲାଲ ହାତକୁ ଟେକି ଦେଇ ଅଭାବୀ ବିକ୍ରୀର ଶିକାର ହେଉଥିବା ଅଭିଯୋଗ ହୋଇଛି।

ଖୋଦ କୃଷିମନ୍ତ୍ରୀଙ୍କ ଜିଲ୍ଲାରେ ଚାଷୀ ହନ୍ତସନ୍ତ। ଧାନ ଅମଳ କରି ଚାତକ ପରି ଜଗିଛି ଚାଷୀ ।  ଏଯାଏଁ ବସିନି DLPC ବୈଠକ I କେବେ ଧାନ କିଣିବେ ସରକାର? କରଜ କରି ଚାଷ କରିଥିବା ଚାଷୀ ଚିନ୍ତାରେ । ବଲାଙ୍ଗୀର ଜିଲ୍ଲାରେ ୭୦ ପ୍ରତିଶତ ଚାଷୀ ଧାନ ଚାଷ ଉପରେ ନିର୍ଭର କରିଥାନ୍ତି I ଚଳିତ ବର୍ଷ ଜିଲ୍ଲାର ୯୫ ହଜାରରୁ ଅଧିକ ଚାଷୀ ପଞ୍ଜିକରଣ କରିଛନ୍ତି I ୧୭୬ଟି ମଣ୍ଡି ମାଧ୍ୟମରେ ଧାନ ସଂଗ୍ରହ ହୋଇଥାଏ। କିନ୍ତୁ ଚଳିତ ବର୍ଷ ଜିଲ୍ଲାସ୍ତରୀୟ ଧାନ କ୍ରୟ କମିଟି ବୈଠକ ବସି ନଥିବାରୁ ଚିନ୍ତାରେ ପଡ଼ିଛନ୍ତି ଅନ୍ନଦାତା I ବୈଠକ ନକରି ମିଲର୍ସକୁ ସୁହାଇଲା ଭଳି ନୀତି କରାଯାଉଥିବା ଅଭିଯୋଗ ଆଣିଛନ୍ତି ଚାଷୀ ନେତା।

ମଣ୍ଡି ଖୋଲୁ ନଥିବାରୁ ବାହାରେ ଓ ଖଳାରେ ପଡିଛି ହଜାର ହଜାର କୁଇଣ୍ଟାଲ ଧାନ । କାକର ଯୋଗୁ ଧାନର ମାନ କମିଯିବା ଆଶଙ୍କା ରହିଛି । ଯାହାର ଫାଇଦା ନେଇ ମିଲର୍ସ ଓ ପାକ୍ସ ଜରିଆରେ ଚାଷୀଙ୍କୁ ଶୋଷଣ କରାଯିବ। ଚାଷୀ ମାନେ ବାଧ୍ୟ ହୋଇ ୧୫ଶହ, ୧୭ ଶହ ଟଙ୍କାରେ ଧାନ ବିକ୍ରି କରୁଛନ୍ତି । ସରକାରଙ୍କ ୩୧ଶହ ଟଙ୍କା ଚାଷୀଙ୍କ ନାଁରେ ଅସାଧୁ ଲୋକଙ୍କ ପକେଟକୁ ଯିବ ବୋଲି ଅଭିଯୋଗ ହୋଇଛି।

ବନ୍ଦ ହେବ ବାଲି ମାଫିଆଙ୍କ ମନମାନି ; ସାବାଡ ହେବେ ବାଲି ମାଫିଆ

ନନ୍ଦିଘୋଷ ବ୍ୟୁରୋ : ବନ୍ଦ ହେବ ବାଲି ମାଫିଆଙ୍କ ମନମାନି । ସାବାଡ ହେବେ ବାଲି ମାଫିଆ । ବେଆଇନ ଭାବେ ବାଲି ଉତ୍ତୋଳନ କରି କେହି ବିକ୍ରି କରିପାରିବେନି । ବାଲି ପାଇଁ MSP ଲାଗୁ କରିବେ ସରକାର । ଲିଜଧାରୀ ମନଇଚ୍ଛା ଦର ବଢାଇ ପାରିବେନି ବୋଲି କହିଛନ୍ତି ଖଣି ମନ୍ତ୍ରୀ ବିଭୂତି ଜେନା । ସେ କହିଛନ୍ତି- ସରକାର ନିର୍ଦ୍ଧାରିତ କରିଥିବା MSP ଦରରେ ହିଁ ବିକ୍ରି କରିବେ ଲିଜ୍ ଧାରୀ । MSPରୁ ଅଧିକ ଦରରେ କେହି ବାଲି ବିକ୍ରି କରିପାରିବେନି । ସାରା ରାଜ୍ୟରେ ଗୋଟିଏ ଦରରେ ବିକ୍ରି ହେବ ବାଲି । ଦର କମିବା ସହ ଲୋକଙ୍କୁ ସୁଲଭ ମୂଲ୍ୟରେ ମିଳିବ ବାଲି । ବାଲି ଖଣି ପାଇଁ ହେବନି e – auction । E-lottery ମାଧ୍ୟମରେ ଦିଆଯିବ ଖଣି ଲିଜ । ଏହାସହ ଏଣିକି ବାଲି ଗଚ୍ଛିତ କରି ରଖିବା ପାଇଁ ଷ୍ଟୋରେଜ ଲାଇସେନ୍ସ ଦେବେ ସରକାର । ବିନା ଷ୍ଟୋରେଜ ଲାଇସେନ୍ସରେ ବାଲି ଓ ଅନ୍ୟ ଲଘୁ ଖଣିଜ ପଦାର୍ଥ କେହି ବେଆଇନ ଗଚ୍ଛିତ କରି ରଖି କରିବେ ନାହିଁ । ଗତକାଲି କ୍ୟାବିନେଟ ବୈଠକରେ ଓଡ଼ିଶା ଲଘୁ ଖଣିଜ ରିହାତି ନିୟମ, ୨୦୧୬ ରେ ସଂଶୋଧନ କରୁଛନ୍ତି । କ୍ୟାବିନେଟ ନିଷ୍ପତି ପରେ ଏ ନେଇ ବଡ଼ ସୂଚନା ଦେଲେ ଖଣି ମନ୍ତ୍ରୀ ବିଭୂତି ଜେନା ।

ଦିଲ୍ଲୀରେ ଥମୁନି ପ୍ରଦୂଷଣର ମାତ୍ରା ; ଲଗାତାର ପ୍ରଦୂଷଣ ବଢି଼ଚାଲିଥିବାରୁ ଗ୍ରାପ୍ ୩ ନିୟମ କଡାକଡି

ନନ୍ଦିଘୋଷ ବ୍ୟୁରୋ : ଦିଲ୍ଲୀରେ ଥମୁନି ପ୍ରଦୂଷଣର ମାତ୍ରା। ଲଗାତାର ପ୍ରଦୂଷଣ ବଢି଼ଚାଲିଥିବାରୁ ଗ୍ରାପ୍ ୩ ନିୟମ କଡାକଡି କରାଯାଇଛି।  ଦିଲ୍ଲୀ-ଏନସିଆରର ଅନେକ ଅଞ୍ଚଳରେ ଆଜି AQI ସ୍ତର 400 ଅତିକ୍ରମ କରିଥିଲା। ଯାହା ଅତ୍ୟନ୍ତ ଗମ୍ଭୀର ପରିସ୍ଥିତି ଭାବେ ଧରାଯାଉଛି। ଦିଲ୍ଲୀ, ନୋଏଡା ଏବଂ ଗୁରୁଗ୍ରାମରେ ବାୟୁ ପ୍ରଦୂଷଣର ବର୍ଦ୍ଧିତ ସ୍ତରକୁ ଦୃଷ୍ଟିରେ ରଖି  GRAP ପ୍ରତିବନ୍ଧକକୁ ଆହୁରି କଠୋର କରିବାକୁ ନିଷ୍ପତ୍ତି ନିଆଯାଇଛି। GRAP ୩ ସହ GRAP୪ ପ୍ରତିବନ୍ଧକକୁ ସାମିଲ କରିବାକୁ ସୁପାରିଶ କରାଯାଇଛି। ଏଥିରେ କର୍ମଚାରୀ ଘରୁ କାମ କରିବା ଲାଗି ପରାମର୍ଶ ମଧ୍ୟ ଅନ୍ତର୍ଭୁକ୍ତ ରହିଛି। କଠୋର କଟକଣା ପ୍ରଦୂଷଣ ସ୍ତରକୁ ହ୍ରାସ କରିବାରେ ସାହାଯ୍ୟ କରିବ। କେନ୍ଦ୍ର ସରକାରୀ କାର୍ଯ୍ୟାଳୟରେ କର୍ମଚାରୀମାନଙ୍କୁ ଘରୁ କାମ କରିବାକୁ ଅନୁମତି ଦିଆଯିବ କି ନାହିଁ ଏହି ନିଷ୍ପତ୍ତି ହୋଇନାହିଁ। ନୋଏଡା ଏବଂ ଗାଜିଆବାଦରେ ପ୍ରଦୂଷଣ ସ୍ତର ଆହୁରି ବିପଜ୍ଜନକ ସ୍ତରରେ ପହଞ୍ଚିଛି। ଗାଜିଆବାଦର ଲୋନି ଅଞ୍ଚଳ ସମେତ ଅନେକ ସ୍ଥାନରେ AQI 450 ଉପରେ ରେକର୍ଡ କରାଯାଇଛି। ଏହି ପ୍ରଦୂଷଣ ଯୋଗୁଁ ଗୁରୁତର ଶ୍ୱାସକ୍ରିୟା ସମସ୍ୟା ଏବଂ ଆଖି ଜ୍ୱଳନ ଅଭିଯୋଗ ଆସିଛି।

ଦିଲ୍ଲୀ କର୍ଦମପୁରୀ ଅଞ୍ଚଳରେ ରକ୍ତପାତ ; ୧୫ ବର୍ଷ ବାଳକକୁ ଛୁରୀ ଭୁସି ହତ୍ୟା

ନନ୍ଦିଘୋଷ ବ୍ୟୁରୋ : ଦିଲ୍ଲୀ କର୍ଦମପୁରୀ ଅଞ୍ଚଳରେ ରକ୍ତପାତ। କର୍ଦମପୁରୀ ଅନ୍ତର୍ଗତ ଜ୍ୟୋତି ନଗରରେ ଜଣେ ୧୫ ବର୍ଷ ବାଳକକୁ ଛୁରୀ ଭୁସି କରାଯାଇଛି ହତ୍ୟା। ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳକୁ କେନ୍ଦ୍ର କରି ବାଳକର ଯାଇଛି ପ୍ରାଣ। ଏହି ଘଟଣାରେ ପୋଲିସ ୨ ଜଣଙ୍କୁ ଗିରଫ କରିଛି। ଗତରାତିରେ ସେ ଘରେ ଖାଇବସିଥିବାବେଳେ ତାକୁ ଜଣେ ସାଂଗ ବାହାରକୁ ଡାକିଥିଲା। ପରେ ତାକୁ ଘରେ ବାହାରେ ଛୁରୀ ଭୁସାଯାଇଥିଲା। ଗୁରୁତର ଅବସ୍ଥାରେ ତାକୁ ଜିଟିବି ହସ୍ପିଟାଲକୁ ନିଆଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। କର୍ଦମପୁରୀର ଆମ୍ବେଦକର କଲେଜ ପଛପଟେ ଘଟିଛି ଘଟଣା। ଏହି ଘଟଣାରେ ଜଣେ ଅଭିଯୁକ୍ତ ନାବାଳକ ବୋଲି ପୋଲିସ ସୂଚନା ଦେଇଛି।

ଦିଲ୍ଲୀ କାର ବିସ୍ଫୋରଣ ଘଟଣା ; ଗିରଫ ଡାକ୍ତର ଆଦିଲ ଅହମ୍ମଦ ରାଥେରର ଭାଇ ମୁଜାଫର ରାଥେରକୁ ଧରିବା ଲାଗି ରେଡ

ନନ୍ଦିଘୋଷ ବ୍ୟୁରୋ : ଦିଲ୍ଲୀ କାର ବିସ୍ଫୋରଣ ଘଟଣା। ଗିରଫ ଡାକ୍ତର ଆଦିଲ ଅହମ୍ମଦ ରାଥେରର ଭାଇ ମୁଜାଫର ଅହମ୍ମଦ ରାଥେରକୁ ଧରିବା ଲାଗି ରେଡ। ମୁଜାଫର ବି ହ୍ବାଇଟ କୋଲାର ଟେରର ମଡ୍ୟୁଲରେ ସାମିଲ ଥିବା ଜଣାପଡିବା ପରେ ଜାମ୍ମୁ ଓ କାଶ୍ମୀର କାଜିଗଣ୍ଡ କୁଲଗାମରେ ରେଡ କରିଛି ଏସଆଇଏ ଓ ଜେକେପି। ମୁଜାଫର ଅହମ୍ମଦ ଜଣେ ଶିଶୁ ବିଭାଗ ଡାକ୍ତର ବୋଲି ସୂଚନା ମିଳିଛି। ସେ ଜୈସ ସଂଗଠନ ଲାଗି କାମ କରୁଥିଲା।ସେ ଆତଙ୍କ କାର୍ଯ୍ୟକଳାପ ଲାଗି ପାଣ୍ଠି ଯୋଗାଡଠାରୁ ଆରମ୍ଭ କରି ବିଭିନ୍ନ ସହଯୋଗ କରିଆସୁଥିଲା। ସେ ଟେଲିଗ୍ରାମ ଜରିଆରେ ଅନ୍ୟ ଆତଙ୍କୀଙ୍କ ସହ ସମ୍ପର୍କ ରକ୍ଷା କରିଆସୁଥିଲା। ଗତ ଅଗଷ୍ଟରେ ସେ ଦୁବାଇ ଚାଲିଯାଇ ସେଠାରୁ ଆଫଗାନିସ୍ତାନକୁ ଚାଲି ଯାଇଥିବା କୁହାଯାଉଛି। ତା ଘର ଦକ୍ଷିଣ କାଶ୍ମୀରର କାଜିଗଣ୍ଡ ଅଞ୍ଚଳରେ। ଜାମ୍ମୁ ଓ କାଶ୍ମୀର ପୋଲିସର ଷ୍ଟେଟ ଇନଭେଷ୍ଟିଗେସନ ଏଜେନ୍ସି ବା ଏସଆଇଏ ପକ୍ଷରୁ ଏହି ରେଡ ହୋଇଛି। ତା ବିରୋଧରେ ରେଡ କର୍ଣ୍ଣର ନୋଟିସ ଜାରି ହୋଇଥିବାବେଳେ ତାର ନାଁକୁ ନ୍ୟାସନାଲ ମେଡିକାଲ କମିଶନରୁ ବାଦ୍ ଦିଆଯାଇଛି। କିଛି ଦିନ ତଳେ ତାର ଭାଇ ଡାକ୍ତର ଆଦିଲ ଅହମ୍ମଦ ରାଥେରକୁ ଉତ୍ତରପ୍ରଦେଶ ଶାହାରନପୁରରୁ ଗିରଫ କରାଯାଇସାରିଛି।

ନେପାଳରେ ସ୍ଥିତି ସ୍ବାଭାବିକ ; ନେପାଳ ବାରା ଜିଲ୍ଲାରେ ଫେରିଛି ସ୍ବାଭାବିକ ସ୍ଥିତି

ନନ୍ଦିଘୋଷ ବ୍ୟୁରୋ : ନେପାଳ ବାରା ଜିଲ୍ଲାରେ ଫେରିଛି ସ୍ବାଭାବିକ ସ୍ଥିତି। ଜେନ ଜେଡ ଆନ୍ଦୋଳନକାରୀ ଓ କମ୍ୟୁନିଷ୍ଟ ପାର୍ଟି ଅଫ ନେପାଳ(ୟୁଏମଏଲ) ମଧ୍ଯରେ ହିଂସା ସୃଷ୍ଟି ହେବା ପରେ ବାରା ଜିଲ୍ଲାରେ ଜାରି ହୋଇଥିବା କର୍ଫ୍ୟୁ ପ୍ରତ୍ୟାହାର କରିନିଆଯାଇଛି। ଫଳରେ ସିମରା ବଜାର ସମେତ ଅନ୍ୟାନ୍ୟ ଅଞ୍ଚଳରେ ସ୍ବାଭାବିକ ଅବସ୍ଥା ଫେରିଛି। ଗତ ଦୁଇ ଦିନ ଧରି ଚାଲିଥିବା ହିଂସା ଯୋଗୁ ବାରା ଜିଲ୍ଲାରେ ଅସ୍ଥିରତା ସୃଷ୍ଟି ହୋଇଥିଲା। ସିମରା ସମେତ ଅନେକ ସ୍ଥାନରେ ପ୍ରଶାସନ ପକ୍ଷରୁ କର୍ଫ୍ୟୁ ଲାଗୁ କରାଯାଇଥିଲା। ସିମରା ଚୌକ ସମେତ ଅନ୍ୟାନ୍ୟ ସ୍ଥାନରେ ପୋଲିସ ମୁତୟନ କରାଯାଇଛି। ଗତ ବୁଧବାର ହୋଇଥିବା ସଂଘର୍ଷରେ ଜଡିତ ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ପୋଲିସ ବିଫଳ ହେବା ଯୋଗୁ ଜେନ ଜେଡ ଆନ୍ଦୋଳନ ଆରମ୍ଭ ହୋଇଥିଲା। ପରେ ୨ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ। ଗତ ବୁଧବାର ହିଂସାରେ ଜେନ ଜେଡର ୬ ଆନ୍ଦୋଳନକାରୀ ଆହତ ହେବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। କମ୍ୟୁନିଷ୍ଟ ପାର୍ଟି ଅଫ ନେପାଳ(ୟୁଏମଏଲ) ପକ୍ଷରୁ ଏକ ଯୁବ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଥିବାବେଳେ ଏହାକୁ ନେଇ ଗତ ବୁଧବାର ହିଂସାକାଣ୍ଡ ସୃଷ୍ଟି ହୋଇଥିଲା। ପରେ ଗତ ୨୦ ତାରିଖରେ ଜେନ ଜେଡ ଆନ୍ଦୋଳକାରୀ ରାସ୍ତାକୁ ଓହ୍ଲାଇବା ଯୋଗୁ ସ୍ଥିତି ବେହାଲ ହୋଇଥିଲା।

 

 

କଟକରେ ଡବଲ ମର୍ଡର ; ଦରଘାବଜାର ଓଲ୍ଡ ଜେଲ୍ କଲୋନୀରେ ହତ୍ୟାକାଣ୍ଡ

ନନ୍ଦିଘୋଷ ବ୍ୟୁରୋ : ପାରିବାରିକ ବିବାଦରୁ ବାପା ଓ ମାଆଙ୍କୁ ହତ୍ୟା। କଟକ ଡବଲ ମର୍ଡର ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି କଟକ ଡିସିପି। କଟକ ଦରଘାବଜାର ଓଲ୍ଡ ଜେଲ୍ କଲୋନୀରେ ବାପା ଓ ସାବତ ମାଆକୁ ଅତି ନିର୍ମମ ଭାବେ ହତ୍ୟା କରିଥିଲା ପୁଅ। ବାପା ମାଆଙ୍କୁ ହତ୍ୟା କରିବା ପରେ ସ୍ତ୍ରୀକୁ କଲ୍ କରି କହିଲା ସବୁକଥା। କଟକ ଓଲ୍ଡ ଜେଲ୍ କଲୋନୀରେ ଦୀପକ କୁମାର ଦାସ ଓ ତାଙ୍କ ପତ୍ନୀ ରିତାରାଣୀ ଦାସ ରହିଆସୁଥିଲେ। ଜମିବାଡିକୁ ନେଇ ପୁଅ ଆଲୋକ କୁମାର ଦାସଙ୍କ ସହ ବିବାଦ ଲାଗି ରହିଥିଲା। ଆଉ ଏହି ବିବାଦ ଗତକାଲି ରାତିରେ ନେଇଥିଲା ଉଗ୍ରରୂପ। ଧାରୁଆ ଛୁରୀରେ ପ୍ରଥମେ ସାବତ ମାଆକୁ ହାଣି ହତ୍ୟା କରିବା ପରେ ବାପା ଯେତେବେଳେ ଆସି ପହଞ୍ଚିଥିଲେ ତାଙ୍କୁ ଅତର୍କିତ ଭାବେ ଆକ୍ରମଣ କରି ନୃଶଂସ ଭାବେ ହତ୍ୟା କରିଥିଲା। ଦୁଇ ମରଶରୀରକୁ ବ୍ୟବଚ୍ଛେଦ ପାଇଁ ଏସସିବି ମେଡିକାଲକୁ ପଠାଇଛି ପୋଲିସ। ହତ୍ୟାକାରୀ ପୁଅକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ। ଏହାଛଡ଼ା ଅଭିଯୁକ୍ତଙ୍କ ଠାରୁ ତାଙ୍କ ବାପା କିଛି ଟଙ୍କା ନେଇଥିଲେ । ଯେଉଁଥିପାଇଁ ଏ ଅମାନବୀୟ ଘଟଣା ଘଟିଛି।  ହତ୍ୟାରେ ବ୍ୟବହୃତ ଧାରୁଆ ଛୁରୀ ଜବତ୍ ହୋଇଛି। ଏହା ସମ୍ପୂର୍ଣ ଏକ ସୁଚିନ୍ତିତ ହତ୍ୟାକାଣ୍ଡ ।ହତ୍ୟାକାଣ୍ଡରେ କେବଳ ପୁଅ ଆଲୋକ ଦାସ ଥିଲା ନା ଆଉ କାହାରି ହାତ ରହିଛି ଏନେଇ ସିସିଟିଭି ଫୁଟେଜ ଯାଞ୍ଚ କରୁଛି ପୋଲିସ।

 

ସତ ମାନୁଛି ମୁଜାମିଲ ସକିଲ ; ୧୦/୧୧ ବ୍ଲାଷ୍ଟ ଲାଗି ୨୦୨୩ରୁ ହୋଇଥିଲା ଯୋଜନା

ନନ୍ଦିଘୋଷ ବ୍ୟୁରୋ : ୧୦/୧୧ ବ୍ଲାଷ୍ଟ ଲାଗି ୨୦୨୩ରୁ ହୋଇଥିଲା ଯୋଜନା। କେବଳ ଦିଲ୍ଲୀ ନୁହେଁ ଦେଶର ବିଭିନ୍ନ ଭାଗରେ ବିସ୍ଫୋରଣ ଲାଗି ଜୈସ-ଏ-ମହମ୍ମଦ ସଂଗଠନ ପକ୍ଷରୁ ହୋଇଥିଲା ବ୍ଲୁପ୍ରିଣ୍ଟ। ଜେରା ବେଳେ ଏହା ସ୍ବୀକାର କରିଛନ୍ତି ଜଣେ ଅଭିଯୁକ୍ତ। ଏନଆଇଏ ହେପାଜତରେ ଥିବା ଡାକ୍ତର ମୁଜାମିଲ ସକିଲ ଜେରା ବେଳେ କହିଛି- ବିସ୍ଫୋରଣ ଲାଗି ଗତ ୨ ବର୍ଷ ଧରି ସେ ଯୋଜନା କରିଆସୁଥିଲା। ଏହି ୨ ବର୍ଷରେ ସେ ବିସ୍ଫୋରକ, ରିମୋଟ ଓ ବୋମା ତିଆରି ସାମଗ୍ରୀ ସଂଗ୍ରହ କରୁଥିଲା। ଏପରିକି ୟୁରିଆ ଓ ଆମୋନିୟମ ନାଇଟ୍ରେଟ କିଣିବା ଲାଗି ନିର୍ଦ୍ଦେଶ ଦିଆଯାଇଥିଲା। ନିର୍ଦ୍ଦେଶ ଅନୁସାରେ ମୁଜାମିଲ ୨୬ କୁଇଣ୍ଟାଲ ଏନପିକେ ଫର୍ଟିଲାଇଜର ୩ ଲକ୍ଷ ଟଙ୍କା ଦେଇ ଗୁରୁଗ୍ରାମ ଓ ହରିଆଣା ନୁହରୁ କ୍ରୟ କରିଥିଲା। ଫରିଦାବାଦରୁ ଇଲେକ୍ଟ୍ରୋନିକ ସାମଗ୍ରୀ ସେ କିଣିଥିଲା। ରାସାୟନିକ ପଦାର୍ଥ ସଞ୍ଚିତ କରି ରଖିବା ଲାଗି ସେ ଡିପ ଫ୍ରିଜ ବି କିଣିଥିଲା। ବିଭିନ୍ନ ସାମଗ୍ରୀକୁ ମିଶାଇବା ଲାଗି ସେ ଯେଉଁ ଫ୍ଲୋର ମିଲ ବ୍ୟବହାର କରୁଥିଲା ତାହାକୁ ବି ଜବତ କରାଯାଇଛି। ବିସ୍ଫୋରକ କ୍ରୟ ଲାଗି ୨୬ ଲକ୍ଷ ଟଙ୍କା ଯୋଗାଡ଼ କରାଯାଇଥିଲା। ଏହି ଟଙ୍କାକୁ ପରେ ଉମର ନବିକୁ ଦିଆଯାଇଥିଲା। ବିସ୍ଫୋରଣ ଯୋଜନା ଲାଗି ନିଜେ ଉମର ବି ୨ ଲକ୍ଷ ଟଙ୍କା ଦେଇଥିଲା। ମୁଜାମିଲ ସକିଲ ୫ ଲକ୍ଷ ଟଙ୍କା ଦେଇଥିବାବେଳେ ଆଦିଲ ରାଥେର ୮ ଲକ୍ଷ ଟଙ୍କା ଓ ମୁଜାଫର ରାଥରେ ୬ ଲକ୍ଷ ଟଙ୍କା ଦେଇଥିଲା। ସାହିନ ସକିଲ ଦେଇଥିଲା ୫ ଲକ୍ଷ ଟଙ୍କା। ସାଢ଼େ ୬ ଲକ୍ଷ ଟଙ୍କା ଦେଇ ମୁଜାମିଲ ଏକ AK-47 ରାଇଫଲ କ୍ରୟ କରିଥିଲା ଯାହାକୁ ଆଦିଲ ରାଥେରର ଲକରରୁ ଜବତ କରାଯାଇଛି। ତେହରିକ-ଇ-ତାଲିବାନ ପାକିସ୍ତାନ ସହ ସମ୍ପର୍କିତ ଓକାସାର ନିର୍ଦ୍ଦେଶ କ୍ରମେ ମୁଜାମିଲ, ଆଦିଲ ଓ ମୁଜାଫର ତୁର୍କୀ ଯାଇଥିଲେ। ଟେଲିଗ୍ରାମ ଜରିଆରେ ମୁଜାମିଲକୁ ଯୋଗାଯୋଗ କରିଥିଲା ଓକାସା। ଗତ ୧୦ ତାରିଖ ଲାଲକିଲ୍ଲା ନିକଟ ବିସ୍ଫୋରଣରେ ଆଇ-ଟ୍ବେଣ୍ଟି କାର ବିସ୍ଫୋରଣ ଘଟଣାରେ ଯାଇଥିଲା ୧୩ ଜୀବନ। ଆହତ ହୋଇଥିଲେ ୨୫ରୁ ଅଧିକ ଲୋକ।

ଇଣ୍ଡିଆ –ଏ ବନାମ ବାଂଲାଦେଶ -ଏ ସେମି-ଫାଇନାଲ ; ବିନା ରନ୍ କରି ସେମିଫାଇନାଲ ଜିତିଲା ବାଂଲାଦେଶ

ନନ୍ଦିଘୋଷ ବ୍ୟୁରୋ :ଏସିଆ କପ ରାଇଜିଂ ଷ୍ଟାର୍ସ ୨୦୨୫ରେ ଭାରତ ଏର ଯାତ୍ରା ଶେଷ ହୋଇଛି। ବାଂଲାଦେଶ ଏ ବିପକ୍ଷରେ ଏକ ରୋମାଞ୍ଚକର ସେମିଫାଇନାଲ ମ୍ୟାଚରେ ଭାରତ ଏ ସୁପର ଓଭରରେ ପରାସ୍ତ ହୋଇ ଟୁର୍ନାମେଣ୍ଟରୁ ବାଦ ପଡିଛି। ପ୍ରଥମେ ବ୍ୟାଟିଂ କରି, ବାଂଲାଦେଶ ଏ ୧୯୪ ରନ କରିଥିଲା। ଜବାବରେ ଟିମ ଇଣ୍ଡିଆ ୨୦ ଓଭରରେ ସମାନ ସଂଖ୍ୟକ ରନ କରିଥିଲା। ଭାରତ ଏ ଶେଷ ବଲରେ ମ୍ୟାଚ ଟାଇ କରିଥିଲା କିନ୍ତୁ ସୁପର ଓଭରରେ ଜିତିବାର ସୁଯୋଗ ହରାଇଥିଲା। ଭାରତୀୟ ଦଳ ସୁପର ଓଭରରେ ଗୋଟିଏ ବି ରନ କରିପାରି ନ ଥିଲା, ଏବଂ ତା’ପରେ ଏକ ୱାଇଡ ବଲ ବାଂଲାଦେଶକୁ ବିଜୟ ପାଇଁ ଆବଶ୍ୟକ ଗୋଟିଏ ରନ ସୁରକ୍ଷିତ କରିବାକୁ ଅନୁମତି ଦେଇଥିଲା, ଯାହା ଫାଇନାଲରେ ସ୍ଥାନ ପକ୍କା କରିଥିଲା।

ଦୋହାର ୱେଷ୍ଟ ଏଣ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ବାଂଲାଦେଶ ଏ ପ୍ରଥମେ ବ୍ୟାଟିଂ କରି ଦମଦାର ଆରମ୍ଭ କରିଥିଲେ। ଓପନର ହବିବୁର ରହମାନ ମାତ୍ର ୪୬ ବଲରେ ୬୫ ରନ କରିଥିଲେ, ଯେତେବେଳେ ତାଙ୍କ ସାଥୀ ଜିଶାନ ଆଲାମ ମଧ୍ୟ ଏକ ଦୃଢ଼ ଆରମ୍ଭ ପ୍ରଦାନ କରିଥିଲେ, ୧୪ ବଲରେ ୨୬ ରନ କରିଥିଲେ। ତଥାପି, ଭାରତ ଏ ମଧ୍ୟ ଓଭରରେ ଏକ ଦୃଢ଼ ପ୍ରତ୍ୟାବର୍ତ୍ତନ କରିଥିଲା, ୧୬.୨ ଓଭରରେ ୬ ଉଇକେଟ ହରାଇ କେବଳ ୧୩୦ ରନ କରିଥିଲା।

କିନ୍ତୁ ତା’ପରେ ଏସଏମ ମେହରୋବ ହାସନଙ୍କ ବ୍ୟାଟର ଝଡ଼ ଆସିଥିଲା। ଏହି ବ୍ୟାଟସମ୍ୟାନ ମାତ୍ର ୧୮ ବଲ୍‌ରେ ଛଅଟି ଛକା ଏବଂ ଗୋଟିଏ ଚୌକା ମାରି ଦ୍ରୁତ ୪୮ ରନ କରିଥିଲେ। ଏହା ବାଂଲାଦେଶ ଏ’କୁ ୧୯୪ ରନ୍‌ରେ ପହଞ୍ଚିବାରେ ସାହାଯ୍ୟ କରିଥିଲା। ଭାରତ ଏ’ ପକ୍ଷରୁ ଗୁରଜାପନ ସିଂହ ଦୁଇଟି ଉଇକେଟ ନେଇଥିଲେ, କିନ୍ତୁ ସ୍ପିନର ସୁୟାଶ ଶର୍ମା ସବୁଠାରୁ ମଜଭୁତ ପ୍ରମାଣିତ ହୋଇଥିଲେ, ଚାରି ଓଭରରେ ୧୭ ରନ ଦେଇ ଗୋଟିଏ ଉଇକେଟ ନେଇଥିଲେ।

ଟିମ ଇଣ୍ଡିଆ ପାଇଁ, ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ପୁଣି ଥରେ ଏକ ଚମତ୍କାର ଆରମ୍ଭ କରିଥିଲେ, ପ୍ରଥମ ଓଭରରେ ୧୯ ରନ କରିଥିଲେ। ପ୍ରଥମ ଓଭରରେ ଦୁଇଟି ଛକା ମାରିଥିବା ବୈଭବ ଦ୍ୱିତୀୟ ଓଭରରେ ଦୁଇଟି ଛକା ମାରିଥିଲେ ଏବଂ ଖୁବ ଶୀଘ୍ର ଟିମ ଇଣ୍ଡିଆ ୩.୧ ଓଭରରେ ୫୦ ରନ୍‌ରେ ପହଞ୍ଚି ଯାଇଥିଲା। ଯଦିଓ ବୈଭବ (୩୮ ରନ, ୧୫ ବଲ) ସେହି ଓଭରରେ ଆଉଟ ହୋଇଥିଲେ। ପ୍ରିୟାଂଶ ଆର୍ଯ୍ୟ (୪୪ ରନ, ୨୩ ବଲ) ଆକ୍ରମଣ ଆରମ୍ଭ କରିଥିଲେ ଏବଂ ଛକା ଏବଂ ଚୌକା ବର୍ଷା କରିଥିଲେ। ପ୍ରିୟାଂଶ ୧୦ମ ଓଭରରେ ଆଉଟ ହେବା ପୂର୍ବରୁ ଦଳକୁ ୯୮ ରନରେ ପହଞ୍ଚାଇଥିଲେ।

ଏହି ସମୟ ସୁଦ୍ଧା ଟିମ ଇଣ୍ଡିଆ ତିନୋଟି ଉଇକେଟ ହରାଇ ସାରିଥିଲା, କିନ୍ତୁ ଅଧିନାୟକ ଜିତେଶ ଶର୍ମା ଦାୟିତ୍ୱ ନେଇଥିଲେ ଏବଂ ନେହାଲ ୱାଧେରାଙ୍କ ସହ ମିଶି ଦଳକୁ ୧୫୦ ରନରେ ପହଞ୍ଚାଇଥିଲେ। ତଥାପି, ୧୫ତମ ଓଭରର ଶେଷ ବଲ୍ରେ ଜିତେଶ ଆଉଟ ହୋଇଥିଲେ ଏବଂ ବାଂଲାଦେଶ ପ୍ରତ୍ୟାବର୍ତ୍ତନ କରିଥିଲା, ଯାହା ଭାରତ ଏ’କୁ ସମସ୍ୟାରେ ପକାଇ ଦେଇଥିଲା। ଶେଷ ଓଭରରେ ବିଜୟ ପାଇଁ ୧୬ ରନ ଆବଶ୍ୟକ କରୁଥିବା ବେଳେ, ଆଶୁତୋଷ ଶର୍ମା ତୃତୀୟ ବଲ୍‌ରେ ଛକା ମାରିଥିଲେ। ଆଶୁତୋଷ ପରବର୍ତ୍ତୀ ବଲ୍‌ରେ ଚୌକା ମାରିଥିଲେ। ବର୍ତ୍ତମାନ, ଦୁଇଟି ବଲ୍‌ରୁ ଚାରି ରନ ଆବଶ୍ୟକ ଥିଲା, କିନ୍ତୁ ପଞ୍ଚମ ବଲ୍‌ରେ ଆଶୁତୋଷ ବୋଲ୍ଡ ହୋଇଥିଲେ।

ଶେଷ ବଲ୍‌ରେ ଆସି ହର୍ଷ ଦୁବେ ଫିଲ୍ଡରଙ୍କ ଆଡ଼କୁ ସିଧାସଳଖ ସଟ ଖେଳିଥିଲେ, କିନ୍ତୁ ଭାରତୀୟ ବ୍ୟାଟସମ୍ୟାନମାନେ ଦୁଇ ରନ ପାଇଁ ଦୌଡ଼ିଥିଲେ। ବାଂଲାଦେଶ କିପର ରନ-ଆଉଟ ଚେଷ୍ଟା କରିବାର ଭୁଲ କରିଥିଲେ ଏବଂ ବିଫଳ ହୋଇଥିଲେ, ଯାହା ଭାରତୀୟ ବ୍ୟାଟସମ୍ୟାନମାନଙ୍କୁ ତୃତୀୟ ରନ ପୂରଣ କରିବାକୁ ଅନୁମତି ଦେଇଥିଲା। ଫଳରେ ମ୍ୟାଚ୍‌ ଟାଇ ହୋଇଥିଲା। ସୁପର ଓଭର ଦ୍ୱାରା ମ୍ୟାଚ୍‌ର ଫଳାଫଳ ବାହାରିଥିଲା।

ସୁପର ଓଭରରେ, ଭାରତ ଏ ପ୍ରଥମେ ବ୍ୟାଟିଂ କରିଥିଲା, ଅଧିନାୟକ ଜିତେଶ ଶର୍ମା ପ୍ରଥମେ ଆସିଥିଲେ। ତଥାପି, ସେ ପ୍ରଥମ ବଲ ରେ ବୋଲ୍ଡ ହୋଇଥିଲେ। ଆଶୁତୋଷ ନୂତନ ବ୍ୟାଟସମ୍ୟାନ ଭାବରେ ଆସିଥିଲେ ଏବଂ ସେ ମଧ୍ୟ ଦ୍ୱିତୀୟ ବଲରେ କ୍ୟାଚ ଆଉଟ୍‌ ହୋଇଥିଲେ। ଫଳସ୍ବରୂପ, ଭାରତ ଏ ସେମାନଙ୍କର ସୁପର ଓଭରରେ ଗୋଟିଏ ବି ରନ କରିପାରି ନ ଥିଲା। ବାଂଲାଦେଶକୁ କେବଳ ଗୋଟିଏ ରନ ଆବଶ୍ୟକ ଥିଲା, କିନ୍ତୁ ସେମାନେ ପ୍ରଥମ ବଲରେ ଏକ ଉଇକେଟ ମଧ୍ୟ ହରାଇଥିଲେ। ସୁୟାଶ ଶର୍ମା ଉଇକେଟ ନେଇଥିଲେ। ତାଙ୍କର ପରବର୍ତ୍ତୀ ବଲ ୱାଇଡ ଥିଲା, ଯାହା ଫଳରେ ବାଂଲାଦେଶ କେବଳ ଗୋଟିଏ ରନ କରି ମ୍ୟାଚ ଶେଷ କରିଥିଲା।

 

 

ଭାରତ ବନାମ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟେଷ୍ଟ୍ ମ୍ୟାଚ ; ଭାରତର ଟସ୍‌ ହାରିବା ଧାରା ଜାରି

ନନ୍ଦିଘୋଷ ବ୍ୟୁରୋ : ଆଜିଠାରୁ ଆରମ୍ଭ ହେବ ଭାରତ ବନାମ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟେଷ୍ଟ୍ ମ୍ୟାଚ। ଭାରତୀୟ ଅଧିନାୟକ ଭାବରେ ରିଷଭ ପନ୍ତଙ୍କର ଏହା ପ୍ରଥମ ଟେଷ୍ଟ୍ ହେବ। ଭାରତ ସିରିଜ୍ ରେ ୦-୧ ପଛରେ ଅଛି। ତେଣୁ ସିରିଜ୍ ଡ୍ରରେ ଶେଷ କରିବାକୁ ହେଲେ ଯେକୌଣସି ଭାବେ ଏହି ଟେଷ୍ଟ୍ ଜିତିବାକୁ ପଡିବ। ଦକ୍ଷିଣ ଆଫ୍ରିକାର ବାଭୁମା ପୁଣି ଥରେ ଟେଷ୍ଟ୍ ଅଧିନାୟକ ଭାବରେ ପଡିଆକୁ ଓହ୍ଲାଇବେ। ଗୌହାଟୀ ବରସାପାରା କ୍ରିକେଟ ଷ୍ଟାଡିୟମରେ ହେବାକୁ ଥିବା ଏହି ଟେଷ୍ଟ୍ ର ସମୟ ପ୍ରଥମ ମ୍ୟାଚ୍ ଠାରୁ ଭିନ୍ନ । ଗୌହାଟି ପ୍ରଥମ ଥର ପାଇଁ ଏହି ଟେଷ୍ଟ ମ୍ୟାଚ୍ ଆୟୋଜନ କରିଛି । ରିଷଭ ପନ୍ତ ପ୍ରଥମ ଥର ପାଇଁ ପୂର୍ଣ୍ଣକାଳୀନ ଟେଷ୍ଟ ଅଧିନାୟକ ଭାବରେ କାର୍ଯ୍ୟ କରିବେ। ଦଳର ଅଧିନାୟକତ୍ୱ କରିବାରେ ୩୮ ତମ ଭାରତୀୟ ହେବେ ରିଷଭ। ଶୁଭମନ ଗିଲ ଦ୍ୱିତୀୟ ଟେଷ୍ଟରୁ ବାଦ ପଡ଼ିଛନ୍ତି। ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର କାଗିସୋ ରାବାଡା ମଧ୍ୟ ଆଘାତ ଯୋଗୁଁ ମ୍ୟାଚ୍ ଖେଳିବେ ନାହିଁ ବୋଲି ସୂଚନା ରହିଛି।

ଏହି ଟେଷ୍ଟରେ ମଧ୍ୟ ଭାରତର ଟସ୍‌ ହାରିବା ଧାରା ଜାରି ରହିଛି। ଦକ୍ଷିଣ ଆଫ୍ରିକା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ତେବେ ଅଧିନାୟକ ଭାବରେ ତାଙ୍କର ପ୍ରଥମ ଟେଷ୍ଟ ଖେଳୁଥିବା ରିଷଭ ପନ୍ତ କହିଛନ୍ତି ଯେ ପ୍ରଥମେ ବୋଲିଂ କରିବା ଏଠାରେ ଏକ ଖରାପ ବିକଳ୍ପ ନୁହେଁ।

ଭାରତର ପ୍ଲେଇଂ୧୧

ଯଶସ୍ବୀ ଜୟସ୍ବାଲ, କେଏଲ ରାହୁଲ, ସାଇ ସୁଦର୍ଶନ, ଧ୍ରୁବ ଜୁରେଲ, ରିଷଭ ପନ୍ତ (ଅଧିନାୟକ ଏବଂ ଉଇକେଟ୍‌କିପର), ନୀତିଶ କୁମାର ରେଡ୍ଡୀ, ରବିନ୍ଦ୍ର ଜାଡେଜା, ୱାଶିଂଟନ ସୁନ୍ଦର, କୁଲଦୀପ ଯାଦବ, ଜସପ୍ରିତ ବୁମରା, ମହମ୍ମଦ ସିରାଜ।

ଦକ୍ଷିଣ ଆଫ୍ରିକାର ପ୍ଲେଇଂ୧୧

ଏଡେନ ମାର୍କ୍ରମ, ରିଆନ ରିକେଲଟନ, ୱାଇଆନ ମୁଲଡର, ଟୋନି ଡି ଜୋରଜି, ଟେମ୍ବା ବାବମା (ଅଧିନାୟକ), ଟ୍ରିଷ୍ଟାନ ଷ୍ଟବ୍ସ, କାଇଲ ଭେରେନ ( ଉଇକେଟ୍‌ କିପର), ମାର୍କୋ ଜାନସେନ, ସେନୁରାନ ମୁଥୁସାମି, ସାଇମନ ହାର୍ମର, କେଶବ ମହାରାଜ।