spot_img
Home Blog Page 62

ନିଶାଡୀଙ୍କୁ ବାଇଆ କଲାଣି କଫସିରପ୍ !

ଭୁବନେଶ୍ବର: ୭୦ ଟଙ୍କାରେ ସାଙ୍ଘାତିକ ନିଶା । ମଦର ସ୍ଥାନ ନେଉଛି କଫ ସିରପ୍ । ରାଜଧାନୀର ବିଭିନ୍ନ ଔଷଧ ଦୋକାନରେ ଡ୍ରଗ୍ ଇନ୍ସପେକ୍ଟରଙ୍କ ପକ୍ଷରୁ ରେଡ୍ । ବିନା ଡାକ୍ତରଙ୍କ ପରାମର୍ଶରେ ସ୍ଲିପିଂ ଟାବଲେଟ ବିକ୍ରି କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ । ମାଷ୍ଟରମାଇଣ୍ଡକୁ ଧରିବାକୁ ଚାଲିଛି ଛାନବିନ ।  ୨୪ ଜୁନ ୨୦୨୬ ରେ ଝାରପଡା ଜେଲରେ ଖେଳିଯାଇଥିଲା କୋକୁଆ ଭୟ । ଅସୁସ୍ଥ ହୋଇପଡିଥିଲେ ଜଣଙ୍କ ପରେ ଜଣେ ଅନ୍ତେବାସୀ । କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ପରେ ଅନ୍ତେବାସୀ କଫସିରଫ ପିଇ ଆକ୍ରାନ୍ତ ହୋଇଥିବା ଜାଣିବାକୁ ମିଳିଥିଲା । ଠିକ ସେହିପରି ଚଳିତବର୍ଷ ୧୭ ଏପ୍ରିଲରେ ଡ୍ରଗ କଣ୍ଟ୍ରୋଲର ଓ ଏସଟିଏଫ ପକ୍ଷରୁ ଚଢ଼ାଉ ବେଳେ ଫୁଲନଖରାରୁ ଜବତ ହୋଇଥିଲା ବିପୁଳ ପରିମାଣର କଫସିରଫ । କମ ଦାମରେ ନିଶା ପିଇ ଝୁମିବା ନିଶା ଏବେ ଯୁବପିଢ଼ିଙ୍କୁ ପାଗଳ କରିଥିବା ବେଳେ ରାଜଧାନୀରେ ଚାଲିଛି ବ୍ୟାପକ ଇନ୍ଫୋର୍ସମେଣ୍ଟ । ପ୍ରଥମେ ପୋଷ୍ଟର ମାରି ସଚେତନ କରାଯାଉଛି । ଆଉ ପରେ ବିନା ପ୍ରେସ୍କ୍ରିପସନରେ ସ୍ଲିପିଂ ଟାବଲେଟ କିମ୍ୱା କଫସିରଫ ବିକ୍ରି କଲେ ହେବ କାର୍ଯ୍ୟାନୁଷ୍ଠାନ।

ଗୋଟେ ପଟେ ସାରା ଦେଶ ଓ ଓଡ଼ିଶାରେ ଚାଲିଛି ନିଶା ମୁକ୍ତ କ୍ୟାମ୍ପେନ । ହେଲେ ଦିନକ ତଳେ ବରଗଡ଼ ଜିଲ୍ଲାରୁ ମଧ୍ୟ ବିପୁଳ ପରିମାଣର କଫସିରଫ ଜବତ କରାଯାଇଥିଲା । ଗତବର୍ଷ ଅଗଷ୍ଟ ୧ ତାରିଖରେ ଜବତ ହୋଇଥିଲା ପ୍ରାୟ ୫୦ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର କଫସିରଫ । ହିମାଚଳ ପ୍ରଦେଶ ସ୍ଥିତ ଏକ କଫସିରଫ କମ୍ପାନୀ କୋଡ଼ିନ ମିଶାଇ ଏହାକୁ ସପ୍ଲାଏ କରୁଥିଲା । ଠିକ ଏହାର ପୂର୍ବ ଦିନ କଟକ ବାଦାମବାଡ଼ି ନ୍ୟୁ ଏଲଆଇସି କଲୋନୀରେ ଚଢ଼ାଉ କରାଯାଇ ସେଥିରେ ରାସାୟନିକ, ଏନ୍ ଟେନ ଟାବଲେଟ , ସ୍ଲିପିଂ ଟାବଲେଟ ବ୍ୟବହାର କରି ନିଶାଦ୍ରବ୍ୟ ଭାବେ ବ୍ୟବହାର କରାଯାଇଥିବା ଦେଖାଯାଇଥିଲା । ତେବେ ଏସବୁ ସପ୍ଲାଏ କରୁଥିବା ଦୋକାନ ଓ କଷ୍ଟମରଙ୍କୁ ଧରିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ସରିଥିବା ପ୍ରତିକ୍ରିୟା ଦେଇ କହିଛନ୍ତି ବରଗଡ଼ ଏସପି ।

ନିଶା ମାଫିଆଙ୍କୁ ଧରିବା, ସେମାନଙ୍କ ସମ୍ପତ୍ତି ବ୍ୟାଜାପ୍ତ କରିବା ଓ ଦଣ୍ଡବିଧାନକୁ ତ୍ୱରିତ କରିବା ପାଇଁ ସଦା ଚେଷ୍ଟିତ ଓଡିଶା ପୋଲିସ । କିନ୍ତୁ ନୂଆ ନୂଆ ନିଶାକୁ ଯୁବପିଢ଼ି ଗ୍ରହଣ କରିବା ସୃଷ୍ଟି କରିଛି ନୂଆ ଚ୍ୟାଲେଞ୍ଜ ।

ବର୍ଷା ଦିନରେ ବି ଜଳକଷ୍ଟ! ଭରସା ସାଜିଛି ପୋଖରୀର ଦୂଷିତ ପାଣି

କାମାକ୍ଷାନଗର: ବର୍ଷା ଦିନରେ ଜଳ କଷ୍ଟ । ଫେଲ ମାରିଛି ସରକାରଙ୍କ ହରଘର ଜଳ ଯୋଜନା । ୩୦ରୁ ଊର୍ଦ୍ଧ୍ୱ ପରିବାର ପାଇଁ ଭରସା ସାଜିଛି ପୋଖରୀର ଦୂଷିତ ପାଣି । ଢେଙ୍କାନାଳ କାମାକ୍ଷାନଗର ଶବରସାହିରୁ ସାମ୍ନାକୁ ଆସିଛି ଏପରି ଏକ ଅଭାବନୀୟ ଘଟଣା ।

କାମାକ୍ଷାନଗର ବ୍ଲକ ଆମ୍ବଖୋଲ କାଟେଣି ଶବର ସାହିରେ ପାନୀୟ ଜଳ ସମସ୍ୟା । ରାତି ପାହିଲେ ଗରା ବାଲଟି ଧରି ଗାଁ ପାଖ ପୋଖରୀଙ୍କୁ ଧାଉଁଛନ୍ତି ମହିଳା। ଗ୍ରାମବାସୀଙ୍କ ପାଇଁ ପାନୀୟ ଜଳ ଯୋଗାଣ ନିମନ୍ତେ ଥିବା ଜଳ ପ୍ରକଳ୍ପ ଅଚଳ ଅବସ୍ଥାରେ ପଡ଼ି ରହିଛି। ଏକମାତ୍ର ଭରସା ସାଜିଥିବା ନଳକୂପରୁ ମଧ୍ୟ ଆବଶ୍ୟକ ପରିମାଣରେ ପାଣି ବାହାରୁନି। ଯେତିକି ପାଣି ବାହାରୁଛି, ତାହା ତେଲିଆ ଆସୁଛି l ଫଳରେ ଗାଁ ଲୋକେ ବାଧ୍ୟ ହୋଇ ପୋଖରୀର ଦୂଷିତ ପାଣି ବ୍ୟବହାର କରୁଛନ୍ତି।

ଗ୍ରାମବାସୀଙ୍କ ଅଭିଯୋଗ, ଜଳ ପ୍ରକଳ୍ପ ଅଚଳ ହେବାର ବର୍ଷେରୁ ଊର୍ଦ୍ଧ୍ୱ ସମୟ ହେଲାଣି। ହେଲେ ଏହାକୁ ମରାମତି କରିବା କିମ୍ବା ବିକଳ୍ପ ପାନୀୟଜଳ ବ୍ୟବସ୍ଥା କରିବା ଦିଗରେ କୌଣସି ପଦକ୍ଷେପ ନିଆଯାଉନାହିଁ। ଶୀଘ୍ର ଏହାକୁ ମରାମତି କରି ପାଣି ଯୋଗାଇବାକୁ ଦାବି କରିଛନ୍ତି ଗ୍ରାମବାସୀ। ଅନ୍ୟପଟେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ଖୁବଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି  ଅଁଳାବେରେଣି ସରପଞ୍ଚ କହିଛନ୍ତି।

ଏଠି ପ୍ରଶ୍ନ ଉଠୁଛି, ଯଦି ବର୍ଷେ ଧରି ଲୋକେ ପୋଖରୀ ପାଣି ପିଇବେ, ତେବେ ଯୋଜନା କାହା ପାଇଁ ? କେବେ ପ୍ରଶାସନର ନିଦ ଭାଙ୍ଗିବ ? କେବେ ଶବର ସାହିରେ ପାନୀୟ ଜଳ ଯୋଗାଣ ହେବ ? ତାକୁ ଅପେକ୍ଷା…।

 

 

 

 

ଦିଲ୍ଲୀରେ ପୁଣି ଭୁଶୁଡ଼ିଲା କୋଠା, ଉଦ୍ଧାର କାର୍ଯ୍ୟ ଜାରି

ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀରେ ପୁଣି ଭୁଶୁଡ଼ିଲା କୋଠା । ଉତ୍ତର-ପୂର୍ବ ଦିଲ୍ଲୀ ସୀମାପୁରୀରେ ଏକ ୪ ମହଲା କୋଠା ଭୁଶୁଡ଼ିଛି । ବୁଧବାର ଅପରାହ୍ନ ପ୍ରାୟ ୩ଟା ୩୦ରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି । ଅଗ୍ନିଶମ ବିଭାଗକୁ ଏନେଇ ସୂଚନା ମିଳିବା ପରେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ପୋଲିସ ଓ ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, ଅପରାହ୍ନ ସମୟରେ ସୀମାପୁରୀରେ କୋଠାଟି ହଠାତ୍ ଭୁଶୁଡ଼ି ପଡ଼ିଥିଲା । ଫଳରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା । ଭଗ୍ନାବଶେଷ ତଳେ ଫସି ରହିଥିବା ଲୋକଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ନେଇ ଉଦ୍ୟମ ଜାରି ରହିଛି। ଏହି ଘଟଣାରେ ଦୁଇ ଜଣ ଆହତ ହୋଇଥିବା କୁହାଯାଉଛି । ପୋଲିସ ଉଦ୍ଧାର କାର୍ଯ୍ୟ ଜାରି ରଖିଛି।

ଗତ ସେପ୍ଟେମ୍ବର ୬ ତାରିଖରେ ଦିଲ୍ଲୀର ସତ୍ୟ ନିକେତନରେ ମରାମତି କାମ ଚାଲିଥିବା ବେଳେ ବାଳକ ପିଜି କୋଠା ଭୁଶୁଡ଼ି ୭ ଜଣଙ୍କ ମୃତ୍ୟୁ ଘଟଣାର ଠିକ୍ ମାସକ ପରେ ସମାନ ଘଟଣାର ପୁନରାବୃତ୍ତି ହୋଇଛି । ତେବେ ବାରମ୍ବାର ଏପରି କୋଠା ଭୁଶୁଡ଼ିବା ଘଟଣା ଦିଲ୍ଲୀରେ ସୁରକ୍ଷା ଓ ନିର୍ମାଣ ମାନଦଣ୍ଡ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

 

 

 

 

ହସ୍ପିଟାଲରେ ନାହାନ୍ତି ଡାକ୍ତର: ANM କରୁଛନ୍ତି ଚିକିତ୍ସା !

କଣ୍ଟାବାଞ୍ଜି: ନାଁ ଆରୋଗ୍ୟ ମନ୍ଦିର କିନ୍ତୁ ଭଲ ହାେଇପାରୁ ନାହାଁନ୍ତି ରୋଗୀ । ନା ଅଛନ୍ତି ଡାକ୍ତର । ନା ଅଛନ୍ତି ଫାର୍ମାସିଷ୍ଟ ANMଙ୍କ ଭରସାରେ ଚାଲିଛି ରୋଗୀସେବା। ଫଳରେ ସ୍ବାସ୍ଥ୍ୟସେବା ଗୁରୁତର ପ୍ରଭାବିତ ହେଉଥିବାବେଳେ ହନ୍ତସନ୍ତ ହେଉଛନ୍ତି ରୋଗୀ ।ସ୍ବାସ୍ଥ୍ୟସେବାର ଏଭଳି ବିକଳ ଚିତ୍ର ସାମ୍ନାକୁ ଆସିଛି ବଲାଙ୍ଗୀର ଭାଲୁମୁଣ୍ଡା ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରୁ । ଏଭଳି ଅବ୍ୟବସ୍ଥା ଯେ ନକହିବା ଭଲ । ସ୍ୱାସ୍ଥ୍ୟକେନ୍ଦ୍ର ଅଛି ହେଲେ ଏମବିବିଏସ ଡାକ୍ତର କି ଫାର୍ମାସିଷ୍ଟ ନାହାନ୍ତି। ଫଳରେ ସ୍ବାସ୍ଥ୍ୟସେବା ଗୁରୁତର ପ୍ରଭାବିତ ହେଉଛି। ହନ୍ତସନ୍ତ ହେଉଛନ୍ତି ରୋଗୀ। ଖାଲି ନାଁକୁ ମାତ୍ର ରହିଛି ଡାକ୍ତରଖାନା । ଏମବିବିଏସ୍ ଡାକ୍ତର ନଥିବାରୁ ସାଧାରଣ ରୋଗର ଚିକିତ୍ସାଠାରୁ ଆରମ୍ଭ କରି ଅନ୍ୟାନ୍ୟ ସମସ୍ୟା ପାଇଁ ରୋଗୀଙ୍କୁ ଅନ୍ୟ ଡାକ୍ତରଖାନାକୁ ଯିବାକୁ ପଡୁଛି। ଫାର୍ମାସିଷ୍ଟ ନଥିବାରୁ ଔଷଧ ବଣ୍ଟନ ନେଇ ମଧ୍ୟ ସମସ୍ୟା ଦେଖାଦେଉଛି। ରୋଗୀ ସେବା ଗୁରୁତର ଭାେବ ବ୍ୟାହତ ହାେଇପଡିଛି । ରୋଗୀଙ୍କୁ ସେବା ଯୋଗାଇ ଆସୁଛନ୍ତି ଏଏନଏମ୍ । ଯେତିକି ଜାଣିଛନ୍ତି, ସେତିକିରେ ରୋଗୀଙ୍କ ଚିକିତ୍ସା କରୁଛନ୍ତି । ଡାକ୍ତର ନଥିବାରୁ ବହୁ ଅସୁବିଧାରେ ପଡୁଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ।ଛୋଟ ରୋଗ ପାଇଁ ମଧ୍ୟ ଦୂର ମେଡିକାଲକୁ ଯିବାକୁ ପଡୁଛି । ତେଣୁ ତୁରନ୍ତ ଡାକ୍ତର ଓ ଫାର୍ମାସିଷ୍ଟ ନିଯୁକ୍ତି ପାଇଁ ଦାବି ହୋଇଛି । ପ୍ରଶାସନ ମଧ୍ୟ ଏ ଦିଗରେ ଦୃଷ୍ଟି ଦେବା ନିହାତି ଦରକାର । ତେବେ ଦେଖିବାକୁ ବାକି ରହିଲା ଭାଲୁମୁଣ୍ଡା ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ କେବେ ପୂରଣ ହେଉଛି ଡାକ୍ତର ଓ ଫାର୍ମାସିଷ୍ଟ ପଦ ଏବଂ କେବେ ସ୍ବାଭାବିକ ହେଉଛି ରୋଗୀସେବା ।

 

ପ୍ରେମାନନ୍ଦ ମହାରାଜଙ୍କୁ ଭେଟିବାକୁ ବିରାଟ ୫ କୋଟି ନେଇଥିବା ଦାବି ମିଛ !

ନନ୍ଦିଘୋଷ ବ୍ୟୁରୋ: ପ୍ରେମାନନ୍ଦ ମହାରାଜଙ୍କର ଶିଷ୍ୟଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ବିବାଦ ଘେରରେ ଛନ୍ଦି ହୋଇ ରହିଛି କେଳିକୁଞ୍ଜ ଆଶ୍ରମ । ଦିନକୁ ଦିନ ଏହାକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଆଉ ଏବେ ଏଥିରେ ଭାରତୀୟ କ୍ରିକେଟ ଟିମର ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କ ନାଁ ମଧ୍ୟ ଜୋଡି ହୋଇଛି । ଅଭିଯୋଗ ହୋଇଛି ଯେ, ବିରାଟ ବାବାଙ୍କ ଆଶ୍ରମକୁ ଆସିବାକୁ ୫ କୋଟି ଟଙ୍କା ନେଇଥିଲେ ।  ସୂଚନା ମୁତାବକ, ବିରାଟ ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ଅନେକ ଥର ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମ ପରିଦର୍ଶନ କରିଛନ୍ତି। ଯାହାକୁ ନେଇ ଏବେ ମୁଣ୍ଡ ଟେକିଛି ବିବାଦ । ଫଳାହାରୀ ବାବା ଦିନେଶ ଶର୍ମା ଅଭିଯୋଗ ଆଣିଛନ୍ତି ଯେ, ବିରାଟ କୋହଲି ୫ କୋଟି ଟଙ୍କା ନେଇ ବାବାଙ୍କୁ ଭେଟିଥିଲେ । ଯାହାର ଯବାବ ରଖିଛି ବିରାଟଙ୍କ ଟିମ୍ । ବିରାଟ କୋହଲିଙ୍କ ମୁଖପାତ୍ରଙ୍କ ଦ୍ବାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ, ଆମେ ସ୍ପଷ୍ଟ ଭାବରେ କହିବାକୁ ଚାହୁଁଛୁ ଯେ, ଫଳାହାରୀ ମହାରାଜ ଦିନେଶ ଶର୍ମା ବିରାଟ କୋହଲିଙ୍କ ସମ୍ପର୍କରେ କରିଥିବା ଦାବି ସମ୍ପୂର୍ଣ୍ଣ ମିଥ୍ୟା, ଭିତ୍ତିହୀନ ଏବଂ ତଥ୍ୟଗତ ଭାବେ ଭୁଲ । ପ୍ରେମାନନ୍ଦ ମହାରାଜ ଜୀଙ୍କ ପ୍ରତି ତାଙ୍କର ଗଭୀର ବିଶ୍ବାସ ଓ ଭକ୍ତି ପାଇଁ ହିଁ ସେ ତାଙ୍କ ପାଖକୁ ଯାଉଥିଲେ । ବିରାଟଙ୍କ ଟିମ୍ ଆହୁରି କହିଛି ଯେ, ଆମେ ଏହି ଦାବିଗୁଡିକୁ ଦୃଢ ଭାବରେ ଖଣ୍ଡନ କରୁଛି  ଏବଂ ଗଣମାଧ୍ୟମରେ ଏଭଳି ବିବୃତ୍ତି ପ୍ରକାଶ କରିବା ପୂର୍ବରୁ ଯତ୍ନବାନ ହେବା ସହ ତଥ୍ୟ ଯାଞ୍ଚ କରିବାକୁ ଅପିଲ୍ କରାଯାଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏକ ଜାତୀୟ ଗଣମାଧ୍ୟମରେ କୋହଲିଙ୍କ ବିଷୟରେ ଏଭଳି ସାଂଘାତିକ ଦାବି କରାଯାଇଛି । ଯେଉଁଥିରେ ପ୍ରୋପର୍ଟି ବିଲ୍ଡର ଲବି ଏବଂ ରାଜସ୍ଥାନର ଏକ ଘରୋଇ କମ୍ପାନୀ ବିରାଟଙ୍କୁ ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମକୁ ଆଣିବାକୁ ୫ କୋଟି ଟଙ୍କା ଦେଇଥିବା ଅଭିଯୋଗ ହୋଇଛି ।

ଯଦି ଦେଖିବା ବିରାଟ କୋହଲି ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ୨୦୨୩ ମସିହାରେ ପ୍ରଥମଥର ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମକୁ ଯାଇଥିଲେ । ଯାହାପରେ ସେ ଅନେକ ଥର ମହାରାଜ ଜୀଙ୍କ ଆଶ୍ରମକୁ ଯାଇ ତାଙ୍କୁ ଭେଟିଥିବା ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ମଧ୍ୟ ଏହାର ଅନେକ ଭିଡିଓ ଭାଇରାଲ ହୋଇଛି । ଆଉ ବିରାଟଙ୍କ ଯିବା ପରେ ପ୍ରେମାନନ୍ଦ ମହାରାଙ୍କ ସୋସିଆଲ ମିଡିଆରେ ଫଲୋର୍ସ ମଧ୍ୟ ଢେର ଅଧିକ ବଢିଯାଇଛନ୍ତି ।

ରସାୟନ ବିଜ୍ଞାନରେ ହେନରୀ ଓ କେନସୋଙ୍କୁ ନୋବେଲ ସମ୍ମାନ

ନନ୍ଦିଘୋଷ ବ୍ୟୁରୋ: ରସାୟନ ବିଜ୍ଞାନ କ୍ଷେତ୍ରରେ ନୋବେଲ ଘୋଷଣା । ଫ୍ରାନ୍ସର ହେନରୀ ବି. କାଗାନ ଓ ଜାପାନର କେନସୋ ସୋଆଇଙ୍କୁ ମିଳିବ ଏହି ସମ୍ମାନ। ଗୋଟିଏ ଅଣୁର ଦୁଇଟି ସମାନ ପ୍ରତିବିମ୍ବ ରୂପ ମଧ୍ୟରୁ ରାସାୟନିକ ପ୍ରତିକ୍ରିୟା କିପର ଗୋଟିଏ ରୂପକୁ ଅଧିକ ପସନ୍ଦ କରିପାରେ ତାହାର ଆବିଷ୍କାର ନେଇ ଉଭୟଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ ନେଇ ଚୟନ କରାଯାଇଛି । ଦି ରୟାଲ ସ୍ୱିଡିସ୍ ଏକାଡେମୀ ଅଫ୍ ସାଇନ୍ସ ପକ୍ଷରୁ ବୁଧବାର ଏନେଇ ଘୋଷଣା କରାଯାଇଛି।

ହେନେରୀ କାଗାନ ଫ୍ରାନ୍ସର ଓରସେସ୍ଥିତ ପ୍ୟାରିସ-ସୁଡ଼ ବିଶ୍ବବିଦ୍ୟାଳୟ ସହ ଜଡ଼ିତ ଥିବା ବେଳେ ୯୫ ବର୍ଷୀୟ କେନସୋ ସୋଆଇ ଜାପାନର ଟୋକିଓ ବିଜ୍ଞାନ ବିଶ୍ବବିଦ୍ୟାଳୟ ସହ ଜଡ଼ିତ ଅଛନ୍ତି । ଅଟୋକାଟାଲିସିସ୍ ଏହି ଗବେଷଣାର ମୁଖ୍ୟ ବିଶେଷତା ଅଟେ । ସାଧାରଣତଃ କୌଣସି ରାସାୟନିକ ପ୍ରତିକ୍ରିୟାର ଗତି ବଢାଇବା ପାଇଁ ବାହାରୁ କାଟାଲିଷ୍ଟ ମିଶାଇବାକୁ ପଡ଼ିଥାଏ । କିନ୍ତୁ ସ୍ୱୟଂ-ଉତ୍ପେରଣରେ ପ୍ରତିକ୍ରିୟାରୁ ସୃଷ୍ଟି ହେଉଥିବା ପଦାର୍ଥ ନିଜେ ସେହି ପ୍ରତିକ୍ରିୟାର ଗତି ବଢ଼ାଇଥାଏ । ଅର୍ଥାତ୍‌ ପ୍ରତିକ୍ରିୟା ଆରମ୍ଭ ହେବା ପରେ ଏହା ନିଜକୁ ନିଜେ ଆହୁରି ଦ୍ରୁତ କରିପାରେ ।

ଅସମମିତ ଜୈବ ସଂଶ୍ଲଷଣରେ ହେନେରୀ କାଗାନଙ୍କ ଗବେଷଣା ନୂଆ ଦିଗ ଖୋଲିଥିଲା । ଏହା ମାଧ୍ୟମରେ ରାସାୟନିକ ପ୍ରତିକ୍ରିୟାରେ ଅଣୁର ନିର୍ଦ୍ଦିଷ୍ଟ ମିରର ଇମେଜ ବା ପ୍ରତିରୂପ ତିଆରି କରିବା ସମ୍ଭବ ହୋଇଛି । ଔଷଧ, ସୁଗନ୍ଧ, ସ୍ୱାଦ ଓ ବିଭିନ୍ନ ନୂତନ ସାମଗ୍ରୀ ନିର୍ମାଣରେ ଏହି ଗବେଷଣା ଭବିଷ୍ୟତରେ ଗୁରୁତ୍ୱପୂର୍ଣ୍ଣ ହୋଇପାରେ ।

ଅନ୍ୟପଟେ, ୨୦୨୩ ମସିହାରେ କେନସୋ ସୋଆଇ ଏପରି ଏକ ପ୍ରତିକ୍ରିୟା ପ୍ରଦର୍ଶନ କରିଥିଲେ, ଯେଉଁଥିରେ ଦୁଇଟି ମିରର ପ୍ରତିବିମ୍ବ ରୂପ ମଧ୍ୟରୁ କେବଳ ଗୋଟିଏ ରୂପ ଉତ୍ପାଦିତ ହୋଇଥିଲା। କାରଣ ଜୈବିକ ବ୍ୟବସ୍ଥାକୁ ବାଦ ଦେଲେ, ଏତେ ଅଧିକ ମାତ୍ରାରେ ରସାୟନିକ ପ୍ରତିକ୍ରିୟା ସ୍ବତଃସ୍ଫୂର୍ତ୍ତ ଭାବେ ହାସଲ କରିବାରେ କୌଣସି ବୈଜ୍ଞାନିକ ଏହା ପୂର୍ବରୁ ସଫଳ ହୋଇନଥିଲେ । ଏହି ଘଟଣାକୁ ‘ହୋମୋକାଇରାଲିଟି’ କୁହାଯାଏ । ଅର୍ଥାତ୍ ଯେତେବେଳେ କୌଣସି ବ୍ୟବସ୍ଥାରେ ଗୋଟିଏ ପ୍ରକାରର ରସାୟନିକ ପ୍ରତିକ୍ରିୟା ଥିବା ଅଣୁକୁ ଅନ୍ୟ ରୂପ ତୁଳନାରେ ବହୁ ଅଧିକ ପସନ୍ଦ କରାଯାଏ । ଏହା ଏକ ଐତିହାସିକ ସଫଳତା ଥିଲା। ଏହି କାରଣରୁ ଏହି ଦୁଇ ବୈଜ୍ଞାନିକଙ୍କ ଅବଦାନକୁ ବିଶେଷ ସ୍ୱୀକୃତି ମିଳିଛି ।

 

ଟିମ୍ ଇଣ୍ଡିଆର ନୂଆ ଅଧିନାୟକ ଘୋଷଣା !

ନନ୍ଦିଘୋଷ ବ୍ୟୁରୋ: ହରମନପ୍ରୀତଙ୍କ ଜାଗା ନେଲେ ସ୍ମୃତି ମନ୍ଧାନା । ବଡ ଦାୟିତ୍ବ ଦେଲା ବିସିସିଆଇ । ଏଥର କ୍ୟାପ୍ଟେନ ସାଜି ମୈଦାନକୁ ଓହ୍ଲାଇବେ ସ୍ମୃତି ମନ୍ଧାନା । ଜିମ୍ବାଓ୍ବେରେ ହେବାକୁ ଥିବା ଟି-୨୦ ଏବଂ ଓ୍ବାନ୍ ଡେ ସିରିଜ୍ ପାଇଁ ବିସିସିଆଇ ପକ୍ଷରୁ ମହିଳା କ୍ରିକେଟ ଟିମ୍ ର ଘୋଷଣା କରାଯାଇଛି । ମଙ୍ଗଳବାର ଅପରାହ୍ଣରେ ହରମନପ୍ରୀତ କୌର ତିନୋଟି ଫର୍ମାଟର ଅଧିନାୟକ ପଦ ଛାଡିବା ନିଷ୍ପତ୍ତି ନେଇ ଘୋଷଣା କରିଥିଲେ ଏବଂ ସେହିଦିନ ବିଳମ୍ବିତ ରାତିରେ ଆଗାମୀ ସିରିଜ୍ ପାଇଁ ଟିମ ର ଘୋଷଣା କରାଯାଇଥିଲା । ଯେଉଁଥିରୁ ଅନୁମାନ କରାଯାଉଛି ଯେ, ଏହା ପୂର୍ବ ଦିନ ହୋଇଥିବା ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା, ଯେଉଁଠାରେ ସ୍ମୃତି ମନ୍ଧାନା ମଧ୍ୟ ଉପସ୍ଥିତ ଥିଲେ । ଏବେ ବୋର୍ଡ ଆନୁଷ୍ଠାନିକ ଭାବରେ ମନ୍ଧାନାଙ୍କୁ ମହିଳା କ୍ରିକେଟ ଟିମ୍ ନୂତନ ଅଧିନାୟକ ଭାବେ ଘୋଷଣା କରିଛି । ସେହିପରି ଶେଫାଳୀ ବର୍ମା ଏବଂ ଦିପ୍ତୀ ଶର୍ମାଙ୍କୁ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦିଆଯାଇଛି ।  ଟିମ୍ ଇଣ୍ଡିଆର କ୍ୟାପ୍ଟେନ୍ ହେବା ପରେ ସ୍ମୃତି ମନ୍ଧାନା କହିଛନ୍ତି, ଭାରତୀୟ ଦଳର ଅଧିନାୟକ ଦାୟିତ୍ବ ପାଇବା ମୋ ପାଇଁ ଏକ ବିଶେଷ ସମ୍ମାନର କଥା । ଏଥିପାଇଁ ସେ ବିସିସିଆଇ, ଚୟନକର୍ତ୍ତା ଏବଂ ସାଥୀ ଖେଳାଳୀଙ୍କୁ ତାଙ୍କ ପ୍ରତି ବିଶ୍ବାସ ରଖିଥିବାରୁ କୃତଜ୍ଞତା ଜଣାଇଛନ୍ତି । ଏହାସହ ସେ ହରମନପ୍ରୀତ କୌର ଏବଂ ଅନ୍ୟ ଅଧିନାୟକଙ୍କ ଯୋଗଦାନକୁ ମଧ୍ୟ ପ୍ରଶଂସା କରିଥିଲେ  ଏବଂ ଇଣ୍ଡିଆନ୍ କ୍ରିକେଟ୍ ଟିମକୁ ଆଗକୁ ନେଇଯିବାକୁ ସେ ତାଙ୍କ ବେଷ୍ଟ୍ ଦେବାକୁ ଅପେକ୍ଷା କରିଛନ୍ତି ବୋଲି କହିଥିଲେ ।

ତେବେ ଏହି ଜିମ୍ବାଓ୍ବେ ଗସ୍ତ ସହିତ ସ୍ମୃତି ମନ୍ଧାନା ଫୁଲ୍ ଟାଇମ୍ ଅଧିନାୟକ ଭାବେ ତାଙ୍କର ଯାତ୍ରା ଆରମ୍ଭ କରିବେ । ସେହିପରି ଶେଫାଳୀଙ୍କୁ ଟି-୨୦ ର ଏବଂ ଦିପ୍ତୀଙ୍କୁ ଓ୍ବାନ୍ ଡେ ର ଉପ-ଅଧିନାୟକ ଭାବେ ଗୁରୁଦାୟିତ୍ବ ମିଳିଛି । ଘୋଷଣା ହାେଇଥିବା ଭାରତୀୟ ମହିଳା ଟି-୨୦ ସ୍କ୍ବାର୍ଡରେ ସ୍ମୃତି ମନ୍ଧାନା(ଅଧିନାୟକ), ଶେଫାଳୀ ବର୍ମା(ଉପଅଧିନାୟକ), ନିକୀ ପ୍ରସାଦ, ହରମନପ୍ରୀତ କୌର, ଅନୁଷ୍କା ଶର୍ମା, ରିଚା ଘୋଷ, କମଳିନୀ, ଦିପ୍ତୀ ଶର୍ମା, ପ୍ରେମା ରାଓ୍ବତ, ଶ୍ରୀ ଚରଣୀ, ନନ୍ଦାନୀ ଶର୍ମା, କ୍ରାନ୍ତି ଗୌଡ, ଅରୁନ୍ଧତୀ ରେଡ୍ଡି, ଜିନ୍ତିମଣି କଲିତା ଏବଂ ମିନ୍ନୁ ମଣି ପ୍ରମୁଖ ଅଛନ୍ତି ।

“ଏବେ ମୁଁ ନିଜେ ଡ୍ରାମା ପାଲଟିଯାଇଛି”- ରାଜପାଲ ୟାଦବ

ନନ୍ଦିଘୋଷ ବ୍ୟୁରୋ: ଚେକ୍ ବାଉନ୍ସ ମାମଲାରେ ରାଜପାଲ ୟାଦବଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି । ବୁଧବାର ସୁପ୍ରିମକୋର୍ଟରେ ହାଜର ହୋଇ ଅଭିନେତା ରାଜପାଲ ୟାଦବ ଋଣର କିଛି ଅଂଶ ଅର୍ଥାତ୍ ୧ କୋଟି ୧୫ ଲକ୍ଷର ଟଙ୍କାର ଡ଼ିମାଣ୍ତ ଡ୍ରାଫ୍ଟ ଦାଖଲ କରିଛନ୍ତି । ତେବେ ବାକି ୮୫ ଲକ୍ଷ ଟଙ୍କା ଜମା କରିବା ପାଇଁ ସେ ଅକ୍ଚୋବର ୧୩ ପର୍ଯ୍ୟନ୍ତ ସମୟ ମାଗିଥିବା ସୂଚନା ମିଳିଛି । ୨୦୧୨ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର “ଆତା ପତା ଲାପତା” ପାଇଁ ଋଣ ଓ ଦୀର୍ଘ ଦିନ ଧରି ପଡ଼ି ରହିଥିବା ଚେକ ବାଉନ୍ସ ସହ ଜଡ଼ିତ ଆବେଦନର ଶୁଣାଣି ଆଜି ଏହି ରାୟ ଦେଇଛନ୍ତି ସୁପ୍ରିମକୋର୍ଟ ।

କୋର୍ଟରେ ନିଜ ପକ୍ଷ ରଖିବା ବେଳେ ଅଭିନେତା ଦୁଃଖ ପ୍ରକାଶ କରିବା ସହ କହିଥିଲେ, “ମୁଁ ବର୍ଷ ବର୍ଷ ଧରି ଲୋକଙ୍କୁ ମନୋରଞ୍ଜନ କରିଆସୁଛି, ହେଲେ ଏବେ ନିଜେ ଏକ ଡ୍ରାମା ପାଲଟିଯାଇଛି”। ତାଙ୍କର ବହୁ ଟଙ୍କା ବୁଡ଼ିଯାଇଥିବା କଥା ମଧ୍ୟ ସେ କୋର୍ଟଙ୍କୁ କହିଥିଲେ। ରାଜପାଳଙ୍କ କହିବା ଅନୁଯାୟୀ, ଏକ ଫିଲ୍ମରେ ତାଙ୍କର ପ୍ରାୟ ୧୭ କୋଟି ଟଙ୍କା କ୍ଷତି ହୋଇଛି। ଗତ ୧୩ ବର୍ଷ ଧରି ତାଙ୍କ ଫିଲ୍ମ ନିର୍ମାଣ ହୋଇପାରିନଥିବା ଓ ମାମଲା କାରଣରୁ ତାଙ୍କର ପ୍ରାୟ ୨୨ କୋଟି ଟଙ୍କାର କ୍ଷତି ହୋଇଥିବା ସେ ଦାବି କରିଛନ୍ତି। ଏବେ ପୁଣି ତାଙ୍କୁ କାମ ମିଳିବା ଆରମ୍ଭ ହୋଇଛି ଓ ସେ ସମସ୍ତ ଋଣ ପରିଶୋଧ କରିଦେବେ ବୋଲି କହିଛନ୍ତି।

ସୂଚନାଥାଉ କି, ଚେକ ବାଉନ୍ସ ସହ ଜଡ଼ିତ ୭ଟି ମାମଲାରେ ରାଜପାଲ ଯାଦବଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି।ପୂର୍ବରୁ, ସୁପ୍ରିମକୋର୍ଟ ତାଙ୍କୁ ୫ କୋଟି ଜମା କରିବାରେ ବିଫଳ ହୋଇଥିବାରୁ ଭର୍ତ୍ସନା କରିଥିଲେ। ତେବେ କୋର୍ଟ ଏବେ ତାଙ୍କୁ ବାକି ଟଙ୍କା ଜମା କରିବା ନେଇ ଶେଷ ସୁଯୋଗ ଦେଇଛନ୍ତି ।

ଭାରତରେ କଠୋର ଚେକ୍ ବାଉନ୍ସ ଆଇନ ରହିଛି । ଏହି ଆଇନ ଅନୁଯାୟୀ, ଯେତେବେଳେ ଚେକ୍ ବାଉନ୍ସ ହୁଏ, ସେ ସମୟରେ ପ୍ରଦାନକାରୀଙ୍କୁ ଏକ ନୋଟିସ୍ ପଠାଯାଇଥାଏ । ଯେଉଁଥିରେ ପେମେଣ୍ଟ କରିବା ନେଇ ଦାବି କରାଯାଇଥାଏ। ଚେକ୍ ଜାରି କରିବା ପୂର୍ବରୁ ପ୍ରଦାନକାରୀଙ୍କୁ ସେମାନଙ୍କ ଆକାଉଣ୍ଟରେ ପର୍ଯ୍ୟାପ୍ତ ପରିମାଣର ପାଣ୍ଠି ରଖିବା ଆବଶ୍ୟକ।

 

 

ମହଙ୍ଗା ହେଲା ହୋମ୍ ଲୋନ୍ ଏବଂ ଅଟୋ ଲୋନ୍ !

ନନ୍ଦିଘୋଷ ବ୍ୟୁରୋ: ଗ୍ରାହଙ୍କ ଉପରେ ମହଙ୍ଗା ମାଡ । ଖାଦ୍ୟ ତେଲ ଲୁଣ ସବୁ ଦର ବଢୁଥିବା ବେଳେ ଏବେ ଇଏମଆଇ ବି ବଢିବାକୁ ଯାଉଛି ।  ଭାରତୀୟ ରିର୍ଜଭ ବ୍ୟାଙ୍କ ଶେଷରେ ୪୩ ମାସ ପରେ ରେପୋ ରେଟ୍ ହାର ବୃଦ୍ଧି କରିଛି । ମୁଦ୍ରାସ୍ପୀତି ଏବଂ ବିଶ୍ବ ବଜାର ଚାପ ସତ୍ତ୍ବେ ଆରବିଆାଇ ଏପର୍ଯ୍ୟନ୍ତ ଏହାକୁ ନିୟନ୍ତ୍ରଣରେ ରଖିଥିଲା । ହେଲେ ୭ ଅକ୍ଟୋବର ବୁଧବାର ଦିନ ଶେଷରେ ଏଥିରେ ୦.୨୫ ପ୍ରତିଶତ ହାର ବୃଦ୍ଧି କରିଛି । ଫଳରେ ବର୍ତ୍ତମାନ ରେପୋ ହାର ୫.୫୦ ପ୍ରତିଶତକୁ ବୃଦ୍ଧି ପାଇଛି । ଯାହା ପୂର୍ବରୁ ୫.୨୫ ପ୍ରତିଶତ ରହିଥିଲା । ଆଉ ରେପୋ ରେଟ୍ ବଢିବା ସହ ହୋମ୍ ଲୋନ୍, ଅଟୋ ଲୋନ୍ ସହିତ  ଅନ୍ୟ ସମସ୍ତ ପ୍ରକାରର ଖୁଚୁରା ଋଣ ଉପରେ ମଧ୍ୟ ସୁଧ ହାର ବୃଦ୍ଧି କରିପାରେ । ବିଶେଷକରି ଗୃହ କ୍ରେତାଙ୍କ ଉପରେ ଏହା ସିଧାସଳଖ ପ୍ରଭାବ ପକାଇପାରେ । ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା ଗତ ତିନି ଦିନ ଧରି ଚାଲିଥିବା ବୈଠକ ପରେ ୭ ଅକ୍ଟୋବରରେ ମୁଦ୍ରା ନୀତି କମିଟିର ନିଷ୍ପତ୍ତି ଘୋଷଣା କରିଥିଲେ । ସେ କହିଥିଲେ ଯେ,ମୁଦାସ୍ପୀତିର ଚାପ ସତ୍ତ୍ବେ ଶେଷରେ ରେପୋ ରେଟ୍ ହାର ବଢାଇବାକୁ ପଡୁଛି । ଆଉ ଆରବିଆଇ ଗଭର୍ଣ୍ଣରଙ୍କର ୦.୨୫ ପ୍ରତିଶତ ହାର ବୃଦ୍ଧି ଘୋଷଣା ପରେ  ରେପୋ ରେଟ୍ ହାର ବୃଦ୍ଧି ପାଇ ୫.୫୦ ପ୍ରତିଶତ ହୋଇଯାଇଛି । ଫଳରେ ଏହା ହୋମ୍ ଲୋନ୍, ଅଟୋ ଲୋନ୍ କୁ ଗଭୀର ଭାବେ ପ୍ରଭାବିତ କରିବ । କାରଣ ଅଧିକାଂଶ ବ୍ୟାଙ୍କର ସୁଧହାର ବର୍ତ୍ତମାନ ରେପୋ ରେଟ୍ ସହ ଜଡିତ । କିନ୍ତୁ ଯେହେତୁ ଏମସିଏଲଆର୍ ରେଟ୍ ଡିପୋଜିଟ୍ ସହ ଲିଙ୍କ୍ ରହିଥାଏ, ସେଥିପାଇଁ ଲଙ୍ଗ୍ ଟର୍ମ ଲୋନ୍ ଉପରେ ବିଶେଷ ପ୍ରଭାବ ପଡିବ ନାହିଁ ।  ତେବେ ୨୦୨୩ ପରେ ପ୍ରଥମ ଥର ପାଇଁ ରେପୋ ରେଟ୍ ରେ ଏହି ବୃଦ୍ଧି କରାଯାଇଛି ।

ଗଭର୍ଣ୍ଣରଙ୍କ କହିବାନୁସାରେ, ଷ୍ଟାଣ୍ଡିଙ୍ଗ୍ ଡିପୋଜିଟ୍ ଫାସିଲିଟି ଅର୍ଥାତ ଏସଡିଏଫ୍ ର ହାର ୫.୨୫ % ରଖାଯାଇଥିବା ବେଳେ ମାର୍ଜିନାଲ୍ ଷ୍ଟାଣ୍ଡିଙ୍ଗ୍ ଫାସିଲିଟିର ହାର ୫.୭୫% ବଜାୟ ରଖାଯାଇଛି । ତେଣୁ ଆରବିଆଇର ମନୋଭାବ ବଦଳୁଥିବାରୁ ଭବିଷ୍ୟତରେ ଯଦି ମୁଦ୍ରାସ୍ପୀତି ସମ୍ବନ୍ଧୀୟ ସୁଧ ହାରରେ ଉନ୍ନତି ନହୁଏ, ତାହାହେଲେ ଆଗକୁ ରେପୋ ରେଟ୍ ଆହୁରି ବଢିପାରେ । ବିଶ୍ବ ବଜାରରେ ଚାଲିଥିବା ଅସ୍ଥିରତା, ଘରୋଇ ବଜାରରେ ଇନ୍ଧନ ମୂଲ୍ୟ ବୃଦ୍ଧି ସହିତ ଖାଦ୍ୟ ପାନୀୟ ସାମଗ୍ରୀର ଦର ମଧ୍ୟ ବଢୁଛି । ଆଉ ଏହି ଚାପ ସାଢେ ୩ ବର୍ଷ ପରେ ପ୍ରଥମ ଥର ପାଇଁ ରେପୋ ରେଟ୍ ହାରକୁ ବୃଦ୍ଧି କରିଛି ।

ବନ୍ତଳା ଗୁଳିକାଣ୍ଡରେ ଯୁବକ ମୃତ ଘଟଣା

ଅନୁଗୁଳ : ବନ୍ତଳାରେ ଗୁଳିକାଣ୍ଡ, ଯୁବକ ମୃତ ଘଟଣା । ଗୁଳି କରିଥିବା ଯୁବକକୁ ଗିରଫ କରିଛି ପୋଲିସ । ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି । ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ଅଧୀନ ବନ୍ତଳା ଗାଁର ନିମ ଛକରେ ଗତକାଲି ଗୁଳିକାଣ୍ଡ ଘଟି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା । ମୃତକ ହେଲେ ବନ୍ତଳା ଗାଁର ସୁଶାନ୍ତ ପ୍ରଧାନ ଓରଫ କାଳିଆ । ସୁଶାନ୍ତ ମଙ୍ଗଳବାର ସକାଳଠାରୁ ମଦ୍ୟପାନ କରି ବିଭିନ୍ନ ଲୋକଙ୍କ ସହ ଗାଳିଗୁଲଜ କରୁଥିବା ଅଭିଯୋଗ ହୋଇଛି । ସନ୍ଧ୍ୟାରେ ନିମ ଛକ ନିକଟରେ ମଧ୍ୟ ଏଭଳି ଘଟଣାକୁ ନେଇ ପ୍ରକାଶ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ସହ ତାଙ୍କର ବଚସା ହୋଇଥିଲା । ବଚସା ବେଳେ ପ୍ରକାଶ ଘରୁ ଏକ ବନ୍ଧୁକ ଆଣି ସୁଶାନ୍ତଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ବନ୍ଧୁକରୁ ଗୁଳି ଫୁଟି ସୁଶାନ୍ତଙ୍କ ଛାତିରେ ଗୋଟିଏ ଗୁଳି ବାଜିଥିବାବେଳେ ଅନ୍ୟ ଗୁଳିଟି ପେଟ ଦେଇ ଘଷି ହୋଇ ଯାଇଥିବା ଜଣାପଡ଼ିଛି । ଗୁରୁତର ଅବସ୍ଥାରେ ପୋଲିସ ତାଙ୍କୁ ବନ୍ତଳା ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ସୁଶାନ୍ତଙ୍କ ମୃତ୍ୟୁ ଘଟିଥିଲା । ଘଟଣା ପରେ ଅଭିଯୁକ୍ତ ଘଟଣା ସ୍ଥଳରେ ବନ୍ଧୁକ ଛାଡ଼ି ଫେରାର ହୋଇଯାଇଥିଲେ । ତେବେ ଘର ବାଡ଼ି ପଟେ ଲୁଚିଥିବା ପ୍ରକାଶକୁ ଗିରଫ କରିଛି ପୋଲିସ । ଜବତ ବନ୍ଧୁକଟି ଭାଙ୍ଗିଯାଇଥିବା ଯୋଗୁଁ ଗୁଳି ଜାଣିଶୁଣି ଚଳାଯାଇଥିଲା ନା ଅସାବଧାନତାବଶତଃ ଫୁଟିଥିଲା, ସେନେଇ ତଦନ୍ତ କରାଯାଉଛି ।..