spot_img
Home Blog Page 6132

୩ କୃଷି ଆଇନକୁ ଅଖିଳ ଭାରତ କୃଷକ ସଭାର ବିରୋଧ

ଦିଗପହଣ୍ଡି: କରୋନା ମହାମାରୀ ସମୟରେ ଦେଶବାସୀ ପ୍ରାୟତଃ ଗୃହବନ୍ଦୀ ଅବସ୍ଥାରେ ଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ଵାଧୀନ କେନ୍ଦ୍ର ସରକାର ଗତ ଜୁନ ମାସରେ ଅତି ତରବରିଆ ଭାବେ ନୂଆଁ କୃଷି ଆଇନ ସମ୍ପର୍କିତ ୩ ଟି ଅଧ୍ୟାଦେଶ ଆଣିଥିଲେ। ଏହି ଆଇନ ଦେଶ ଏବଂ ଦେଶ ବାହାରର ଶିଳ୍ପପତିଙ୍କ ସ୍ବାର୍ଥରେ ଅଣାଯାଇଛି । ଏହି ୩ଟି  କୃଷି ଆଇନ ଦ୍ୱାରା ଦେଶର ଚାଷୀ ଓ ଚାଷର ସର୍ବନାଶ ହେବ ବୋଲି କହିଛନ୍ତି ସିପିଆଇ ଜିଲ୍ଲା ସମ୍ପାଦକ ପ୍ରକାଶ ପାତ୍ର  ।

ସିପିଆଇ ସମର୍ଥିତ ଅଖିଳ ଭାରତ କୃଷକ ସଭା ବଡ଼ ଖେମୁଣ୍ଡି ଆଞ୍ଚଳିକ କମିଟି ପକ୍ଷରୁ  ଶୁକ୍ରବାର  ଦିଗପହଣ୍ଡି ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନରେ ଉଦ୍‌ବୋଧନ ଦେଇ ଏହା କହିଥିଲେ ଶ୍ରୀ ପାତ୍ର ।

ଶୁକ୍ରବାର ଅନୁଷ୍ଠିତ ପ୍ରତିବାଦ ସଭାରେ କେନ୍ଦ୍ର ସରକାରଙ୍କ ସାମଗ୍ରିକ ବିଫଳତାକୁ ଉପସ୍ଥିତ ଦଳୀୟ ନେତୃବୃନ୍ଦ ତୀବ୍ର ସମାଲୋଚନା କରିଥିଲେ। ଏହି ଅବସରରେ ସିପିଆଇ ଜିଲା ସହ ସମ୍ପାଦକ ଅଳକନାଥ ମିଶ୍ର , ଅନନ୍ତ ମହାଙ୍କୁଡ, କିଶୋର ଶତପଥୀ, ପ୍ରମୋଦ ସ୍ବାଇଁ , ଦୈତାରୀ ରେଡ୍ଡୀ,  ମୂଷା ବେହେରା, ବାବୁ ବେହେରା,ପର୍ଶୁରାମ ବିଷୋୟୀ, ଲୋକନାଥ ବିଷୋୟୀ,ରାଜେନ୍ଦ୍ର ବିଷୋୟୀ,ଗୋଲାପି ମହାଙ୍କୁଡ, ହେମ ସେଠୀ  ପ୍ରମୁଖ ସିପିଆଇ ର ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ।

ଗୋଦାବରୀ ଇସ୍ପାତ ପ୍ଲାଣ୍ଟରେ ବିସ୍ଫୋରଣ: ୧୫୦ ଫୁଟ୍ ଉପରକୁ ଉଠିଲା ନିଆଁ

ଛତିଶଗଡ଼: ରାଇପୁରରେ ଗୋଦାବରୀ ଇସ୍ପାତ ପ୍ଲାଣ୍ଟରେ ନିଆଁ ଲାଗିବାରୁ ବିସ୍ଫୋରଣ ହୋଇଛି। ରାଇପୁର ସିଲତରା ଅଞ୍ଚଳରେ ଥିବା ଇସ୍ପାତ ପ୍ଲାଣ୍ଟରେ ଅଗ୍ନିକାଣ୍ଡ ଘଟିଛି । ବିସ୍ଫୋରଣରେ ଶିଲତରା ଅଞ୍ଚଳ ଥରି ଉଠିଥିଲା। ଘଟଣାରେ କେହି ମୃତାହତ ହୋଇନଥିବା ଜଣାପଡିଛି । ତେଲ ଟ୍ୟାଙ୍କରେ ନିଆଁ ଲାଗିବାରୁ ବିସ୍ଫୋରଣ ହୋଇଛି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ୧୫୦ ଫୁଟ୍ ଉପରକୁ ନିଆ ଉଠିଥିଲା।

ଏଥିସହିତ ପଢ଼ନ୍ତୁ: ମହାରାଷ୍ଟ୍ରର ମେଡିକାଲରେ ଅଗ୍ନିକାଣ୍ଡ: ୧୦ ଶିଶୁ ଜୀବନ୍ତ ଦଗ୍ଧ

ମହାରାଷ୍ଟ୍ରର ମେଡିକାଲରେ ଅଗ୍ନିକାଣ୍ଡ: ୧୦ ଶିଶୁ ଜୀବନ୍ତ ଦଗ୍ଧ

ମହାରାଷ୍ଟ୍ର: ଭଣ୍ଡାରା ଜିଲ୍ଲା ହସ୍ପିଟାଲରେ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ୧୦ ଶିଶୁ ଜୀବନ୍ତ ଦଗ୍ଧ ହୋଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ହସପିଟାଲର ନ୍ୟୁ ବର୍ଣ୍ଣ ନେଟାଲ ଓ୍ବାର୍ଡରେ ଅଗ୍ନିକାଣ୍ଡ ଘଟିଛି । ଓ୍ବାର୍ଡରୁ ଧୂଆଁ ବାହାରୁଥିବା ଜଣେ ନର୍ସ ଦେଖିବା ପରେ ଘଟଣାସ୍ଥଳରେ ସମସ୍ତେ ପହଞ୍ଚିଥିଲେ । ଓ୍ବାର୍ଡରେ ମୋଟ୍‌ ୧୭ଜଣ ନବଜାତ ଥିଲେ । ୧୦ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ଜଣ ନବଜାତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ସର୍ଟସର୍କିଟ୍‌ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଆଶଙ୍କା କରାଯାଉଛି ।

ଏଥିସହିତ ପଢ଼ନ୍ତୁ: ଆଶ୍ୱସ୍ତି- ଖାଇ ପାରିବେ କୁକୁଡ଼ା ମାଂସ ଓ ଅଣ୍ଡା

ହିଂସାକାଣ୍ଡ ପରେ କାଠଗଡାରେ ଟ୍ରମ୍ପ, କହିଲେ ଯିବି ନାହିଁ ବାଇଡେନଙ୍କ ଶପଥ ସମାରୋହକୁ

ୱାସିଂଟନ: ଶେଷରେ ପରାଜୟ ସ୍ୱୀକାର କରିଛନ୍ତି ଟ୍ରମ୍ପ । କହିଲେ ଜୋ ବିଡେନ୍ ହେବେ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି । ଶାନ୍ତିପୂର୍ଣ୍ଣ ଭାବେ କରିବି କ୍ଷମତା ହସ୍ତାନ୍ତର । କିନ୍ତୁ ଆମେରିକାରେ ଘଟିଥିବା ହିଂସାକାଣ୍ଡକୁ ନିନ୍ଦା କରିବା ସହ ଆଗାମୀ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଶପଥ ସମାରୋହକୁ ଯିବି ନାହିଁ ବୋଲି କହିଛନ୍ତି ଟ୍ରମ୍ପ । ଟ୍ବିଟର ଯୋଗେ ଏନେଇ ସୂଚନା ଦେଇଛନ୍ତି ଟ୍ରମ୍ପ ।

ଟ୍ରମ୍ପ କହିଛନ୍ତି, ଦେଶରେ ହୋଇଥିବା ଦଙ୍ଗା ଆମେରିକାର ଲୋକତନ୍ତ୍ରକୁ ଅପବିତ୍ର କରିଛି । ଦେଶବାସୀ ଶାନ୍ତି ବଜାୟ ରକ୍ଷା କରିବା ଆବଶ୍ୟକ । ଦେଶ ପାଇଁ ରାଷ୍ଟ୍ରପତି ଭାବେ କାମ କରିବା ପାଇଁ ମୋ ପାଇଁ ସମ୍ମାନର ବିଷୟ ଥିଲା ବୋଲି କହିଛନ୍ତି ଡୋନାଲ୍ଡ ଟ୍ରମ୍ପ । ଇଲେକ୍ଟୋରାଲ କଲେଜର ଡେମୋକ୍ରାଟ ପ୍ରାର୍ଥୀ ଜୋ ବିଡେନଙ୍କୁ ବିଜୟୀ ଘୋଷଣା ପରେ ପ୍ରଥମ ଥର ପାଇଁ ପରାଜୟ ସ୍ବୀକାର କରିଛନ୍ତି ବିଦାୟୀ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ।

ଜାନୁଆରୀ ୨୦ ତାରିଖରେ ୪୬ ତମ ନୂଆ ମାର୍କିନ ରାଷ୍ଟ୍ରପତି ଭାବେ ଶପଥ ନେବେ ଜୋ ବିଡେନ । ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳକୁ ଟ୍ରମ୍ପ ତଥା ତାଙ୍କ ସମର୍ଥକ ଗ୍ରହଣ କରୁନଥିବାରୁ ଉପୁଜିଥିଲା ହିଂସା । ଏଥିରେ ଚାରି ଜଣକ ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଥିଲେ । ପରିସ୍ଥିତିକୁ ନଜରରେ ରଖି ଆମେରିକାରେ ଏମର୍ଜେନ୍ସି ଲାଗୁ ହୋଇଛି । ରାଜଧାନୀ ଓ୍ବାଶିଂଟନ ଡିସିରେ ୧୫ ଦିନ ଯାଏ ଲାଗୁ ହୋଇଛି ଜରୁରିକାଳୀନ ପରିସ୍ଥିତି । ସେପଟେ ଏଭଳି ସ୍ଥିତିରେ ପରବର୍ତ୍ତୀ ରାଷ୍ଚ୍ରପତିଙ୍କ ଶପଥ ଉତ୍ସବକୁ ଯିବେ ନାହିଁ ବୋଲି କହିଛନ୍ତି ଟ୍ରମ୍ପ ।

ଅତିରିକ୍ତ ମୁଖ୍ୟ ସଚିବଙ୍କ ଚିଠି, କୋଲ୍ଡ ଚେନ୍ ପଏଣ୍ଟରେ ରଖାଯାଇଥିବା ଟିକାର ହେବ ଯାଞ୍ଚ

ଭୁବନେଶ୍ୱର: କୋଭିଡ୍ ଟିକାକରଣ ପ୍ରସଙ୍ଗରେ ଅତିରିକ୍ତ ମୁଖ୍ୟ ସଚିବଙ୍କ ଚିଠି । ସମସ୍ତ ଜିଲ୍ଲାପାଳ, କମିଶନର ପୋଲିସ, ଏସପି, ଡିସିପି ଓ ମ୍ୟୁନିସପାଲ କମିଶନରଙ୍କୁ ଚିଠି ଲେଖିଛନ୍ତି ଅତିରିକ୍ତ ମୁଖ୍ୟ ସଚିବ । କୌଣସି ଅନଧିକୃତ ସଂସ୍ଥା ଟିକା କ୍ରୟ ନ କରନ୍ତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ କିଛି ସୂଚନା ପାଇଲେ ତୁରନ୍ତ ଡ୍ରଗ୍ସ ଇନ୍ସପେକ୍ଟରଙ୍କୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

Administration To Look Up Covid Vaccine In Cold Storage

Co-WIN ପୋର୍ଟାଲରେ ଟିକା ଟ୍ରାକିଂ ବ୍ୟବସ୍ଥା ତଦାରଖ ପାଇଁ କୁହାଯାଇଛି । କୋଲ୍ଡ ଚେନ୍ ପଏଣ୍ଟରେ ରଖାଯାଇଥିବା ଟିକାର ମଧ୍ୟ ଯାଞ୍ଚ ହେବ । ପ୍ରଥମେ ଅଳ୍ପସଂଖ୍ୟକ ଟିକା ଆସୁଥିବାରୁ ସୁରକ୍ଷା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଟିକା ସଂରକ୍ଷଣ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ । ଜିଲ୍ଲାସ୍ତରରେ ସୁରକ୍ଷିତ ଟିକାକରଣକୁ ଗୁରୁତ୍ୱ ଦେବାକୁ ଅତିରିକ୍ତ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

UNSCରେ ବଢୁଛି ଭାରତର ଦବଦବା, 3ଟି କମିଟିରେ କରିବ ଅଧ୍ୟକ୍ଷତା

ନୂଆଦିଲ୍ଲୀ: ଜାତିସଂଘ ସୁରକ୍ଷା ପରିଷଦ ବା UNSCରେ ବଢୁଛି ଭାରତର ଦବଦବା । UNSCର 3ଟି କମିଟିରେ ଅଧ୍ୟକ୍ଷତା କରିବ ଭାରତ । ଏହି କମିଟି ଗୁଡିକ ହେଉଛି ତାଲିବାନ ପ୍ରତିବନ୍ଧ କମିଟି, ଲିବିଆ ପ୍ରତିବନ୍ଧ କମିଟି ଓ ଆତଙ୍କବାଦ ନିରୋଧ କମିଟି ।

୨୦୨୧-୨୨ ବର୍ଷ ପାଇଁ ଭାରତକୁ ଏହି ତିନି କମିଟିର ଅଧ୍ୟକ୍ଷତା କରିବାକୁ କୁହାଯାଇଛି । ଏ ନେଇ ସୂଚନା ଦେଇଛନ୍ତି ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ଟି ଏସ ତ୍ରିମୂର୍ତ୍ତି । ଜାତିସଂଘର ଏଭଳି ନିଷ୍ପତ୍ତି ପରେ ଖୁସି ଜାହିର କରିଛି ଭାରତ ।

ଆତଙ୍କବାଦ ବିରୋଧରେ ଭାରତ ନେଉଥିବା ପଦକ୍ଷେପ ଆହୁରି ବ୍ୟାପକ ହେବ ଏବଂ ଆତଙ୍କବାଦକୁ ପ୍ରଶ୍ରୟ ଦେଉଥିବା ଦେଶ ବିରୋଧରେ ଏବେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଆଶା କରାଯାଉଛି । ପୂର୍ବରୁ ମଧ୍ୟ ଜାତିସଂଘର ସୁରକ୍ଷା ପରିଷଦରେ ଅନେକ ଗୁରୁ ଦାୟିତ୍ବ ତୁଲାଇଆସିଛି ଭାରତ ।

ଅବହେଳା ଯୋଗୁଁ ବନ୍ଦ ହେଲା ୫ଟି ହାଇସ୍କୁଲର ସମସ୍ତ କର୍ମଚାରୀଙ୍କ ଦରମା

କେନ୍ଦୁଝର: ଦୀର୍ଘ ୯ ମାସ ପରେ ଶୁକ୍ରବାର ଖୋଲିଥିଲା ସ୍କୁଲ୍ । ବିଦ୍ୟାଳୟ ଖୋଲିବା ପୂର୍ବରୁ ପରିସରକୁ ସଫାସୁତୁରା କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା । ଏଥିସହ କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଏସଓପି ଜାରି କରିଥିଲା ବିଭାଗ । ତେବେ, ବିଦ୍ୟାଳୟ ଖୋଲିବାର ପ୍ରଥମ ଦିନରୁ କାର୍ଯ୍ୟରେ ଅବହେଳା ଲାଗ ହୋଇଛି କାର୍ଯ୍ୟାନୁଷ୍ଠାନ । କେନ୍ଦୁଝର ଜିଲ୍ଲାର ୫ଟି ହାଇସ୍କୁଲର ସମସ୍ତ କର୍ମଚାରୀଙ୍କ ଦରମାକୁ ବନ୍ଦ କରିଛନ୍ତି ଜିଲା ଶିକ୍ଷାଧିକାରୀ ସଂଗ୍ରାମ ସାହୁ ।

୧) ଠିକ୍ ଭାବେ ବିଦ୍ୟାଳୟ ପରିସରକୁ ସଫା ନ କରିବା

୨) ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଏସଓପିକୁ ଠିକ୍ ଭାବେ ଲାଗୁ ନ କରିବା

୩) ଶ୍ରେଣୀ ପରିଚାଳନା ପାଇଁ ଉପଯୁକ୍ତ ଯୋଜନା ନ କରିବା

ଏସବୁ କାରଣ ଦର୍ଶାଇ ଜିଲ୍ଲା ଶିକ୍ଷାଧିକାରୀ ୫ଟି ହାଇସ୍କୁଲର ସମସ୍ତ କର୍ମଚାରୀଙ୍କ ଜାନୁଆରୀ ମାସର ଦରମା ପରବର୍ତ୍ତୀ ନିର୍ଦ୍ଦେଶନାମା ଯାଏ ସ୍ଥଗିତ ରଖିଛନ୍ତି । ଏହି ସବୁ ସ୍କୁଲ୍ ହେଉଛି-

୧) ଏସ୍ଏମ୍ଆର୍, ହାଇସ୍କୁଲ, ଝାରବେଲଡା

୨) ସରକାରୀ ହାଇସ୍କୁଲ, ଖିରେଇଟାଙ୍ଗିରୀ

୩) ବିଶୋଇପାଟ ସରକାରୀ ହାଇସ୍କୁଲ, ଯାମୁନପୋଷି

୪) ପିଏମବି ହାଇସ୍କୁଲ, ବୋଲାଣିପୋଷି

୫) ଝାଳମଣି ହାଇସ୍କୁଲ, ଦେନୁଆଣ

ଦାରିଙ୍ଗବାଡ଼ି ଓ ବାଲିଗୁଡ଼ାରେ ଭୂମିକମ୍ପ ଅନୁଭୂତ

ଫୁଲବାଣୀ: ଶୁକ୍ରବାର ରାତିରେ କନ୍ଧମାଳ ଜିଲ୍ଲାର କେତେକ ସ୍ଥାନର ଭୂମିକମ୍ପ ଅନୁଭୂତ ହୋଇଛି । କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି, ରାଇକିଆ ସହ ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିବା ଜଣାପଡ଼ିଛି । ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଓ ସୋରଡ଼ା ସହରରେ ଭୂମିକମ୍ପ ଅନୁଭୁତ ହୋଇଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୩.୨ ଥିବା ଜଣାପଡ଼ିଛି ।

Earthquake In Baliguda And Daringbadi

ଭୂମିକମ୍ପ ଅନୁଭୂତ ପରେ ଭୟରେ ଲୋକେ ଛାନିଆ ହୋଇ ପଦାକୁ ପଳାଇ ଆସିଥିଲେ । ମୃଦୁ ଭୂମିକମ୍ପ ଝଟକା ପ୍ରାୟ ୫ରୁ ୬ ସେକେଣ୍ଡ ପାଇଁ ହୋଇଥିବା ସୂଚନା ମିଳିଛି । କନ୍ଧମାଳ ଜିଲ୍ଲାରେ ରାତି ୯ଟା ୫୦ ସମୟରେ ଭୂମିକମ୍ପ ଅନୁଭୂତ ହୋଇଥିବା ବେଳେ କୌଣସି କ୍ଷୟକ୍ଷତି ଘଟିନଥିବା ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସୂଚନା ଦେଇଛନ୍ତି ।

ବିକେ ଶର୍ମାଙ୍କୁ ମୁଦ୍ରଣ ଓ ପ୍ରକାଶନର ନିର୍ଦ୍ଦେଶକ ଭାବେ ବଦଳି

ଭୁବନେଶ୍ୱର: ୨ ବରିଷ୍ଠ IPSଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଛନ୍ତି ସରକାର । ଗୃହ ବିଭାଗର ଓଏସଡି ଥିବା ବିଜୟ କୁମାର ଶର୍ମାଙ୍କ ବଦଳି ହୋଇଛି । ୧୯୮୬ ମସିହାର ବରିଷ୍ଠ ଆଇପିଏସ୍ ଅଫିସରଙ୍କୁ ମୁଦ୍ରଣ ଓ ପ୍ରକାଶନର ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି । ୨୦୦୩ ବ୍ୟାଚର ଆଇପିଏସ୍ ହିଂମାଶୁ ଲାଲଙ୍କୁ ଆଇଜି ପାହ୍ୟାକୁ ପଦୋନ୍ନତି ମିଳିଛି । ହିଂମାଶୁ ଲାଲଙ୍କୁ ଜେଲ୍ ଆଇଜି ଭାବେ ବଦଳି କରାଯାଇଛି ।

IPS Bijay Kumar Sharma

ପୂର୍ବରୁ ବିକେ ଶର୍ମା ପୋଲିସ ଡିଜି ଭାବେ ୩ ମାସ ୧୩ ଦିନ କାର୍ଯ୍ୟ କରିଥିଲେ । ସେହି ସମୟରେ ବିକେ ଶର୍ମା ଅଗ୍ନିଶମ ଡିଜି ଦାୟିତ୍ୱରେ ଥିଲେ । ସେତେବେଳେ ବହୁ ସଂଖ୍ୟାରେ ଅଗ୍ନିଶମ ସୁରକ୍ଷା ସାର୍ଟିଫିକେଟ୍ ଆବେଦନ ପଡ଼ି ରହିଥିଲା । ଏପରିକି ବହୁ ବ୍ୟବସାୟିକ ପ୍ରତିଷ୍ଠାନ, ଶିଳ୍ପ ସଂସ୍ଥା, ଶିକ୍ଷାନୁଷ୍ଠାନ ଓ ମେଡିକାଲ ସବୁ ଆନୁଷଙ୍ଗିକ ବ୍ୟବସ୍ଥା ଥାଇ ଫାୟାର ସେଫଟି ସାର୍ଟିଫିକେଟ୍ ପାଇନଥିବା ଅଭିଯୋଗ ହୋଇଥିଲା । ରାଜ୍ୟ ସରକାର ବିକେ ଶର୍ମାଙ୍କୁ ଡିଜିପି ପଦ ସହ ଅଗ୍ନିଶମ ସେବା ନିର୍ଦ୍ଦେଶକ ପଦରୁ ଅପସାରଣ କରି ଗୃହ ବିଭାଗର ଓଏସଡି ଭାବେ ନିଯୁକ୍ତି ଦେଇଥିଲେ ।

ଏଥିସହ ପଢ଼ନ୍ତୁ- ଥିଲେ ଡିଜିପି, ହେଲେ ଓଏସଡି

ଏଥିସହ ପଢ଼ନ୍ତୁ- ୩ ମାସ ୧୩ ଦିନରେ ଡିଜି ପଦରୁ ହଟିଲେ ବିଜୟ କୁମାର ଶର୍ମା, ଅଭୟଙ୍କୁ ନୂଆ ଦାୟିତ୍ୱ

ଟିକାକରଣ ପୂର୍ବରୁ ହେବ ବୈଠକ, ପିଏମ-ସିଏମ ଆଲୋଚନା

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ । ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଗାମୀ ସୋମବାର ଅପରାହ୍ନ ୪ଟାରେ ଭିଡିଓ କନଫରେସିଂ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ।

କରୋନା ଟିକା ସମ୍ପର୍କରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଏହି ଆଲୋଚନା ହେବ । ଖୁବ ଶୀଘ୍ର ଦେଶରେ ଟିକାକରଣ ହେବାକୁ ଯାଉଛି । ଏହା ପୂର୍ବରୁ ଏହି ବୈଠକ ବେଶ ଗୁରୁତ୍ୱ ବହନ କରୁଛି । କିଭଳି ରାଜ୍ୟର ମୁଖ୍ୟ ସହରଠାରୁ ଆରମ୍ଭ କରି ଉପାନ୍ତ ଅଞ୍ଚଳରେ ଟିକା ପହଞ୍ଚିପାରିବ ସେ ନେଇ ବୈଠକରେ ଆଲୋଚନା ହୋଇପାରେ ।

ଏଥି ସହ ରାଜ୍ୟ ମାନେ ମଧ୍ୟ ବୈଠକରେ ନିଜ ନିଜର ଦାବି ଉପସ୍ଥାପନା କରିପାରନ୍ତି । ପ୍ରଥମ ପର୍ଯ୍ୟାୟରେ କରୋନା ଯୋଦ୍ଧାଙ୍କୁ ଟିକା ମିଳିବା ନେଇ ଘୋଷଣା କରିଛନ୍ତି ସରକାର । ତେଣୁ ଦେଶରେ ଟିକାକରଣ ଆରମ୍ଭ ହେବାକୁ ଯାଉଥିବାବେଳେ ତାହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ।