spot_img
Home Blog Page 6131

ଏହି ଷ୍ଟାରଙ୍କୁ କେବେ ମିଳିନି ଶ୍ରେଷ୍ଠ ଅଭିନେତାର ଫିଲ୍ମଫେୟାର ପୁରସ୍କାର

ଫିଲ୍ମ ଫେୟାର ଆୱାର୍ଡ। ଫିଲ୍ମ ଇଣ୍ଡଷ୍ଟ୍ରିରେ ଏ ହେଉଛି ସବୁଠୁ ଲୋକପ୍ରିୟ। ହିନ୍ଦୀ ଫିଲ୍ମ ପାଇଁ ବିଭିନ୍ନ ବର୍ଗରେ ଦିଆଯାଉଥିବା ଏହି ପୁରସ୍କାର ୧୯୫୪ ମସିହାରୁ ଆରମ୍ଭ ହୋଇଛି। ଅନେକ ବଡ଼ ବଡ଼ ଷ୍ଟାର ଏହି ପୁରସ୍କାର ପାଇଛନ୍ତି। ସବୁଠୁ ଅଧିକ ଫିଲ୍ମଫେୟାର ଆୱାର୍ଡ଼ ପାଇଛନ୍ତି ବଲିଉଡର କିଙ୍ଗ୍ ଶାହାରୁଖ ଖାନ। ତାଙ୍କ ପରେ ଦିଲ୍ଲୀପ କୁମାର ଶ୍ରେଷ୍ଠ ଅଭିନେତା ଭାବେ ୮ ଥର ଏହି ପୁରସ୍କାର ହାତେଇଛନ୍ତି। ଅମିତାଭ ବଚ୍ଚନ ୫ ଥର ଶ୍ରେଷ୍ଠ ଅଭିନେତା ଭାବେ ଏହି ପୁରସ୍କାର ପାଇଛନ୍ତି। ଏମାନଙ୍କ ବ୍ୟତୀତ ନୂଆ ପୂରୁଣା ବହୁ ଅଭିନେତା ବେଷ୍ଟ ଆକ୍ଟର ଭାବେ ଏହି ପୁରସ୍କାର ହାତେଇଛନ୍ତି। କିନ୍ତୁ ଅନେକ ଷ୍ଟାର ଏପରି ଅଛନ୍ତି ଯେଉଁମାନେ କୋଟି କୋଟି ସିନେପ୍ରେମୀଙ୍କ ହୃଦୟ ତ ଜିତିଛନ୍ତି, ହେଲେ ସେମାନେ କେବେ ବେଷ୍ଟ ଆକ୍ଟର ଭାବେ ଫିଲ୍ମ ଫେୟାର ଆୱାର୍ଡ ପାଇ ନାହାନ୍ତି। ଆସନ୍ତୁ ଜାଣିବା ସେମାନଙ୍କ ବିଷୟରେ ଜାଣିବା।

ଧର୍ମେନ୍ଦ୍ର: ଭାରତୀୟ ସିନେମାର ଜଣେ ପ୍ରଖ୍ୟାତ ତଥା ବରିଷ୍ଠ ଅଭିନେତାମାନଙ୍କ ମଧ୍ୟରୁ ଜଣେ ଧର୍ମେନ୍ଦ୍ର, ଯିଏ ନିଜ ପାଞ୍ଚ ଦଶନ୍ଧିର ଫିଲ୍ମ କ୍ୟାରିୟର୍ରେ ୨୫୦ ରୁ ଅଧିକ ଚଳଚ୍ଚିତ୍ରରେ କାମ କରିଛନ୍ତି। ସେ ଇଣ୍ଡଷ୍ଟ୍ରିକୁ ଶୋଲେ, ୟାଦୋ କି ବାରାତ୍, ଜିବନ ମୃତ୍ୟୁ ପରି ଅଗଣିତ ସୁପର ହିଟ୍ ଫିଲ୍ମ ଦେଇଛନ୍ତି| କିନ୍ତୁ ଖୁବ୍ କମ୍ ଲୋକ ଜାଣିଥିବେ ଯେ ଧମେନ୍ଦ୍ର ଶେଷ୍ଠ ଅଭିନେତା ଭାବରେ ଫିଲ୍ମ ଫେୟାର ପୁରସ୍କାର ଜିତି ନାହାଁନ୍ତି । କିନ୍ତୁ, ଭାରତୀୟ ସିନେମାରେ ଅବଦାନ ପାଇଁ ସେ 1997 ରେ ଫିଲ୍ମ ଫେୟାର ଲାଇ ଟାଇମ ଆଚିଭମେଣ୍ଟ ପୁରସ୍କାର ପାଇଥିଲେ।
ସଲମାନ ଖାନ୍: ବଲିଉଡର ଦବଙ୍ଗ ଖାନ ସଲମାନଙ୍କ ପ୍ରାୟ ସବୁ ଫିଲ୍ମ ବକ୍ସ ଅଫିସ୍‌ରେ ସୁପରହିଟ୍‌ ହୋଇଥାଏ। ସେ ବଲିଉଡରେ ଏକମାତ୍ର ଅଭିନେତା ଯାହାଙ୍କର ସର୍ବାଧିକ ଫିଲ୍ମ ବ୍ଲକବଷ୍ଟର ହୋଇଛି। ସଲ୍ଲୁ ମିଆଁଙ୍କର କୋଟି କୋଟି ଫ୍ୟାନ୍ ଅଛନ୍ତି। କିନ୍ତୁ ସେ ଆଜି ପର୍ଯ୍ୟନ୍ତ ଶ୍ରେଷ୍ଠ ଅଭିନେତା ଭାବେ ଫିଲ୍ମ ଫେୟାର ପୁରସ୍କାର ପାଇନାହାନ୍ତି। ୧୯୯୯ରେ ସେ ‘କୁଛ୍ କୁଛ୍ ହୋତା ହେ’ ପାଇଁ ଶ୍ରେଷ୍ଠ ସହ ଅଭିନେତା ଭାବେ ଫିଲ୍ମ ଫେୟାର ପୁରସ୍କାର ପାଇଥିଲେ। ୧୯୯୦ରେ ‘ମୈନେ ପ୍ୟାର୍‌ କିୟା’ ପାଇଁ ସେ ବେଷ୍ଟ୍ ମେଲ୍ ଡେବ୍ୟୁ ଭାବେ ଏହି ପୁରସ୍କାର ଜିତି ଥିଲେ। ପ୍ରାୟ ୧୦ ଥର ତାଙ୍କ ନାଁ ଶ୍ରେଷ୍ଠ ଅଭିନେତା ଭାବେ ନୋମିନେଟ୍‌ ହୋଇଥିଲା। କିନ୍ତୁ ସେ ଏହି ବର୍ଗରେ କେବେ ପୁରସ୍କାର ପାଇପାରି ନାହାଁନ୍ତି।

ଅକ୍ଷୟ କୁମାର: ବଲିଉଡ୍‌ର ଖିଲାଡି କୁମାର ସବୁ ପ୍ରକାର ଚରିତ୍ରରେ ଅଭିନୟ କରିଛନ୍ତି। ନେଗେଟିଭ୍ ଓ କମେଡି ଚରିତ୍ରରେ ବି ଅଭିନୟକରି ପ୍ରଶଂସିତ ହୋଇଛନ୍ତି ଅକ୍ଷୟ। ଅନେକ ଭଲ ଫିଲ୍ମ କରି ମଧ୍ୟ ଆଜି ପର୍ଯ୍ୟନ୍ତ ଶ୍ରେଷ୍ଠ ଅଭିନେତା ଭାବେ କେବେ ଫିଲ୍ମ ଫେୟାର ପୁରସ୍କାର ଜିତି ନାହାଁନ୍ତି ଅକ୍ଷୟ।  ସେ ବେଷ୍ଟ୍ କମିକ୍‌ ଓ ବେଷ୍ଟ୍ ନେଗେଟିଭ୍ ରୋଲରେ ଥରେ ଲେଖାଏଁ ଏହି ପୁରସ୍କାର ପାଇଛନ୍ତି। ବେଷ୍ଟ ଆକ୍ଟର ଭାବେ ୫ ଥର ନୋମିନେଟ୍ ହୋଇଥିଲେ, କିନ୍ତୁ ଜିତି ପାରି ନଥିଲେ। ତେବେ ସେ ବେଷ୍ଟ୍ ଆକ୍ଟର ଭାବେ ଥରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି।

ସୈଫ ଅଲ୍ଲୀ ଖାନ୍: ରୋମାଣ୍ଟିକ ହିରୋ ହେଉ ଅବା ଖଳନାୟକ ସବୁ ଚରିତ୍ରରେ ଅଭିନୟ କରି ପ୍ରଶଂସା ସାଉଁଟିଛନ୍ତି ବଲିଉଡ୍‌ର ଏହି ଛୋଟେ ନବାବ। ସେ ୬ ଥର ଫିଲ୍ମ ଫେୟାର ଆୱାର୍ଡ ଜିତିଛନ୍ତି। ଏଥିରୁ ଗୋଟିଏ ଥର ନେଗେଟିଭ୍ ରୋଲ୍ ପାଇଁ ଓ ଦୁଇ ଥର କମିକ୍ ରୋଲ୍ ପାଇଁ। ବେଷ୍ଟ ଆକ୍ଟର ଭାବେ ସେ ଦୁଇ ଥର ନୋମିନେଟ୍ ହୋଇଥିଲେ ବି କେବେ ଜିତି ପାରି ନଥିଲେ।

ଅଜୟ ଦେଭଗନ୍: ଆକ୍ସନ ହେଉ ଅବା କମେଡି ସବୁ ଚରିତ୍ରକୁ ନିଖୁଣ ଭାବେ କରନ୍ତି ଅଜୟ। ତାଙ୍କ ଅଭିନୟରେ ରହିଛି ଏକ ଭିନ୍ନ ଷ୍ଟାଇଲ୍‌। ଅଜୟ ଅନେକ ସୁପରହିଟ ସିନେମା ଦେଇଥିଲେ ମଧ୍ୟ କେବେ ଶ୍ରେଷ୍ଠ ଅଭିନେତା ଭାବେ ଫିଲ୍ମ ଫେୟାର ଆୱାର୍ଡ ପାଇ ନାହାଁନ୍ତି। ଅବଶ୍ୟ ସେ ନେଗେଟିଭ୍ ରୋଲ, ବେଷ୍ଟ୍ ମେଲ୍ ଡେବ୍ୟୁ ଓ କ୍ରିଟିକ୍ସ ଆୱାର୍ଡ କାଟେଗୋରିରେ ତିନି ଥର ଫିଲ୍ମ ଫେୟାର ଆୱାର୍ଡ ପାଇଛନ୍ତି। ଏଥିସହ ଶ୍ରେଷ୍ଠ ଅଭିନେତା ଭାବେ ସେ ଦୁଇ ଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି। ୧୯୯୮ରେ ‘ଜଖମ’ ଓ ୨୦୦୨ରେ ‘ଦ ଲିଜେଣ୍ଡ ଅଫ୍ ଭଗତ ସିଂହ’ ପାଇଁ ସେ ଏହି ପୁରସ୍କାର ପାଇଥିଲେ।

ସୁନୀଲ ସେଟ୍ଟୀ: ସମୟ ଥିଲା ସୁନୀଲ ସେଟ୍ଟୀଙ୍କ ସିନେମା ଦେଖିବା ଲାଗି ଦର୍ଶକ ପାଗଳ ଥିଲେ। କେବଳ ଆକ୍ସନ ନୁହେଁ, କମେଡି ଫିଲ୍ମରେ ମଧ୍ୟ କାମ କରିଛନ୍ତି ସୁନୀଲ। କିନ୍ତୁ ସେ କେବେ ଶ୍ରେଷ୍ଠ ଅଭିନେତା ଭାବେ ଫିଲ୍ମ ଫେୟାର ଆୱାର୍ଡ ପାଇନାହାନ୍ତି। ସେ କେବଳ ଥରେ ଫିଲ୍ମ ଫେୟାର ଆୱାର୍ଡ ପାଇଛନ୍ତି। ତାହା ପୁଣି ବେଷ୍ଟ୍ ନେଗେଟିଭ୍ ରୋଲ୍ ପାଇଁ। ୨୦୦୧ରେ ‘ଧଡ଼କନ୍’ ଫିଲ୍ମ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଥିଲା।

ଝିମିଟି ଖେଳରୁ ମହାଭାରତ: ନ ଖେଳାଇବାରୁ ଘଟିଲା ଅଘଟଣ

ବୁର୍ଲା: ଝିମିଟି ଖେଳରୁ ମହାଭାରତ । ପିଲାଙ୍କ ଖେଳରୁ ଚାଲିଗଲା ଜଣଙ୍କ ଜୀବନ । ସାଙ୍ଗରେ ଖେଳିବାକୁ ନଦେବାରୁ ଘଟିଲା ଦୁଃଖଦ ଘଟଣା ।  ବୁର୍ଲା ଥାନା ବିଷ୍ଣୁମନ୍ଦିର ପଡ଼ାର ଦୀପକ ପ୍ରଧାନଙ୍କ ୧୦ବର୍ଷର ଝିଅ ତାଙ୍କ ସାନଭାଇ ସହ ଘର ପାଖରେ ଖେଳୁଥିଲା । ଏହି ସମୟରେ ଘରପାଖର ୧୩ ବର୍ଷର ଜଣେ ନାବାଳକ ସେମାନଙ୍କ ସହିତ ଖେଳିବା ପାଇଁ ଆସିଥିଲା । କିନ୍ତୁ ଭାଇ-ଭଉଣୀ ଖେଳିବାକୁ ଚାହୁଁଥିବା ପୁଅଟିକୁ ମନା କରିଦେଲେ । ଭାଇ-ଭଉଣୀଙ୍କ କଥା କିନ୍ତୁ ମାନିବାକୁ ନାରାଜ ଥିଲା ପୁଅ । ସେମାନଙ୍କ ସହ ଖେଳିବାକୁ ନେଇ ଜିଦରେ ଅଟଳ ଥିଲା । ଏଭଳି କି ସେମାନଙ୍କୁ ଖେଳାଇବାକୁ ପାଇଁ ବାଧ୍ୟ କଲା । ସେମାନେ ଯେଭଳି ପୁଅଟିକୁ ଖେଳାଇବେ ଏଥିଲାଗି ବାଉଁଶ ବାଡ଼ି ବୁଲାଇ ଭୟଭୀତ ମଧ୍ୟ କଲା । ଆଉ ଏତିକି ବେଳେ ଘଟିଥିଲା ଅଘଟଣ । ବାଉଁଶ ବାଡ଼ିଟି ଝିଅ ମୁଣ୍ଡରେ ବାଜିଥିଲା ।  ଏବଂ ଘଟଣାସ୍ଥଳରେ ହିଁ ଝିଅର ମୃତ୍ୟୁ ଘଟିଥିଲା । ନାବାଳିକାଙ୍କ ବାପା ଏନେଇ ବୁର୍ଲା ଥାନାରେ ଏକ ହତ୍ୟା ମାମଲା ରୁଜୁ କରିଛନ୍ତି। ତାଙ୍କ ଝିଅକୁ ହତ୍ୟା ହୋଇଥିବା ବାପା ବୁର୍ଲା ଥାନାରେ ଅଭିଯୋଗ କରିଛନ୍ତି। ଘଟଣାରେ ସଂପୃକ୍ତ ନାବାଳକର ପରିବାର ଲୋକ ଘର ଛାଡ଼ି କେଉଁ ଆଡେ ଚାଲିଯାଇଛନ୍ତି । ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି।

 

ଭାରତର ୩ ଖେଳାଳୀ ରନ୍ ଆଉଟ୍,୧୨ ବର୍ଷ ପରେ ପୁଣି ଲଜ୍ଜାଜନକ ରେକର୍ଡ୍

0

ସିଡନି ଟେଷ୍ଟର ତୃତୀୟ ଦିନ ଭାରତୀୟ ବ୍ୟାଟସମ୍ୟାନ୍ ଏକରକମ ଆତ୍ମସମର୍ପଣ କରିଛନ୍ତି । ଅଷ୍ଟ୍ରେଲିଆ ବୋଲର ଭାରତୀୟ ଟିମକୁ ୨୪୪ ରନରେ ଅଲଆଉଟ୍ କରି ୯୪ ରନର ମଜବୁତ ସ୍ଥିତିରେ ଅଛି ।

ଭାରତ ପାଇଁ କେବଳ ଶୁଭମନ ଗିଲ(୫୦) ଓ ଚେତେଶ୍ୱର ପୁଜାରା(୫୦) ଅର୍ଧଶତକ କରିପାରିଛନ୍ତି । ଭାରତୀୟ ବ୍ୟାଟସମ୍ୟାନଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ସହିତ ତିନୋଟି ରନ୍ ଆଉଟ୍ ଭାରତୀୟ ଆଶାକୁ ଧୂଳିସାତ୍ କରିଦେଇଛି ।

ଟିମ୍ ଇଣ୍ଡିଆର ପ୍ରଥମ ଇନିଂସରେ ହନୁମା ବିହାରୀ(୪),ରବିଚନ୍ଦ୍ରନ ଅଶ୍ୱିନ(୧୦) ଓ ଜଶପ୍ରିତ ବୁମରାହ(୦) ରନଆଉଟ୍ ହୋଇଥିଲେ । ଏହାସହିତ ଟିମ୍ ଇଣ୍ଡିଆ ନାମରେ ଏଭଳି ଲଜ୍ଜାଜନକ ରେକର୍ଡ ଲିପିବଦ୍ଧ ହୋଇଛି ଯାହାକୁ ଅନ୍ୟକୌଣସି ଟିମ୍ ଚାହିଁବ ନାହିଁ ।

ଭାରତର ଟେଷ୍ଟ୍ ଇତିହାସରେ ସପ୍ତମ ଥର ପାଇଁ ଗୋଟିଏ ଟେଷ୍ଟ୍ ଇନିଂସରେ ତିନି କିମ୍ବା ତା’ଠାରୁ ଅଧିକ ବ୍ୟାଟସମ୍ୟାନ୍ ରନ ଆଉଟ୍ ହୋଇଛନ୍ତି । ୧୨ ବର୍ଷ ତଳେ ୨୦୦୮ରେ ଇଂଲଣ୍ଡ ବିରୋଧରେ ମୋହାଲି ଟେଷ୍ଟର ଦ୍ୱିତୀୟ ଇନିଂସରେ ବିରେନ୍ଦ୍ର ସହବଗା,ଯୁବରାଜ ସିଂହ ଓ ଭିଭିଏସ୍ ଲକ୍ଷ୍ମଣ ରନ୍ ଆଉଟ୍ ହୋଇଥିଲେ ।

ଭାରତୀୟ ଇନିଂସର ୬୮ ଓଭରରେ ନାଥନ ଲିଓନଙ୍କ ବଲରେ ହନୁମା ବିହାରୀ ମିଡ୍ ଅନରେ ସଟ୍ ଲଗାଇଥିଲେ ଓ ରନ୍ ନେବାକୁ ଦୌଡିଥିଲେ । କିନ୍ତୁ ସେଠାରେ ଥିବା ଜୋଶ ହେଜଲଉଡ୍ ଡାଇଭ୍ ମାରି ବଲକୁ ଧରିନେଇଥିଲେ ଓ ୱିକେଟକୁ ଥ୍ରୋ କରିଥିଲେ । ଫଳରେ ହନୁମା ରନ୍ ଆଉଟ୍ ହୋଇଥିଲେ ।

ହନୁମାଙ୍କ ପରେ ଅଶ୍ୱିନ ୯୩ ଓଭରରେ ରନ ଆଉଟ୍ ହୋଇଥିଲେ । ରବିନ୍ଦ୍ର ଜାଡେଜା କେମରନ୍ ଗ୍ରୀନଙ୍କ ବଲକୁ ମିଡ୍ ଅଫକୁ ପଠାଇଥିଲେ । ସେ ଗୋଟିଏ ରନ୍ ନେବାକୁ ଚାହୁଁଥିଲେ । ମିଡ୍ ଅଫରେ ଥିବା କମିଂସ ବଲକୁ ୱିକେଟ କିପରଙ୍କ ପାଖକୁ ଥ୍ରୋ କରିଥିଲେ । ଅଶ୍ୱିନ କ୍ରିଜରେ ପହଂଚିବା ପୂର୍ବରୁ ଷ୍ଟମ୍ପ ଉଡିସାରିଥିଲା ।

ଏହାପରେ ୯୭ ଓଭରରେ ବୁମରାହା ରନ ଆଉଟ୍ ହୋଇଥିଲେ । ଜାଡେଜା ଦୁଇ ରନ୍ ନେବାକୁ ଅସମ୍ଭବ ଚେଷ୍ଟା କରିଥିଲେ,ଯାହାର ଫଳାଫଳ ଥିଲା ବୁମରାହାଙ୍କ ୱିକେଟ୍ ।

କୌଣସି ଗୋଟିଏ ଟେଷ୍ଟରେ ଏପର୍ଯ୍ୟନ୍ତ ସର୍ବାଧିକ ୪ ଜଣ ବ୍ୟାଟସମ୍ୟାନ୍ ପାକିସ୍ତାନ ବିରୋଧରେ ୧୯୫୫ରେ ରନ୍ ଆଉଟ୍ ହୋଇଥିଲେ ।

ନୟାପଲ୍ଲୀରେ ବୃଦ୍ଧାଙ୍କୁ ହତ୍ୟା ମାମଲା: ଆଉ ଜଣେ ଅଭିଯୁକ୍ତ ଗିରଫ

ଭୁବନେଶ୍ବର: ନୟାପଲ୍ଲୀରେ ବୃଦ୍ଧା ତୁଳସୀଦେଈଙ୍କୁ ହତ୍ୟା ମାମଲା । ଆଉ ଜଣେ ଅଭିଯୁକ୍ତ ଗିରଫ । ଅଭିଯୁକ୍ତ ସାଗର ପ୍ରଧାନକୁ ଗିରଫ କଲେ ସ୍ପେଶାଲ ସ୍କ୍ବାଡ୍‌ ଓ ନୟାପଲ୍ଲୀ ଥାନା ପୋଲିସ । ସାଗରକୁ ପଚରାଉଚରା ବେଳେ ନୟାପଲ୍ଲୀ ତୁଳସୀଦେଈଙ୍କୁ ଆକ୍ରମଣ କରି ସୁନା ଚେନ୍ ଚେନ୍ ଲୁଟ୍ କରିଥିବା ପୋଲିସ ଆଗରେ କହିଛି । ଘଟଣାର ମୁଖ୍ୟ ଅଭିଯୁକ୍ତ ହେଉଛି ନାରାୟଣ ମହାନ୍ତି । ପୂର୍ବରୁ ଖଣ୍ଡଗିରି ଅଞ୍ଚଳରେ ଏକ ଛିନ୍‌ତାଇ ମାମଲାରେ ଗିରଫ ହୋଇ ଝାରପଡ଼ା ଜେଲ୍‌ରେ ଅଛି ନାରାୟଣ । ଲୁଟ୍ ପରେ ହତ୍ୟା ମାମଲାରେ ନାରାୟଣ ମହାନ୍ତିକୁ ଅଧିକା ପଚରାଉଚରା ପାଇଁ ୨ଦିନିଆ ରିମାଣ୍ଡରେ ନେଇଛି ନୟାପଲ୍ଲୀ ଥାନା ପୋଲିସ । କିପରି ସାଗର ଓ ନାରାୟଣ ମିଳିତ ଭାବେ ସୁନା ଚେନ୍ ଲୁଟ୍ କରି ଆକ୍ରମଣ କରିଥିଲେ ତା’ର ଖୁଲାସା କରିବ ପୋଲିସ । ଘରଭଡ଼ା ବାହାନାରେ ବୃଦ୍ଧାଙ୍କ ନିକଟକୁ ଆସି ପ୍ରଥମେ ସୁନା ଚେନ୍ ଲୁଟ୍ କରିଥିଲେ  । ପରେ ମରଣାନ୍ତକ ଆକ୍ରମଣ କରିଥିଲେ ଅଭିଯୁକ୍ତ । ଚିକିତ୍ସାଧୀନ ଅବସ୍ଥାରେ ତୁଳସୀଦେଈଙ୍କ ମୃତ୍ୟୁ ହୋଇଥିଲା ।

ଏଥିସହିତ ପଢ଼ନ୍ତୁ: ୟା ୟା … ହନି.. ଆଉ ତା’ପରେ ଉଡିଗଲା ମନି,କେମିତି ? ଜାଣନ୍ତୁ..

ଗତ ୨୬ ଜୁଲାଇ ୨୦୨୦ ସକାଳରେ ଏଭଳି ଜଘନ୍ୟ ଘାଣ୍ଡ ଭିଆଇଥିଲେ ଅଭିଯୁକ୍ତ । ନୟାପଲ୍ଲୀ ସ୍ଥିତ N- 4 /263 ରେ ରହୁଥିବା ତୁଳସୀ ଦେଈଙ୍କୁ (ବୟସ 70) ଘରେ ପଶି ଲୁଟ କରିବା ସହ ମାରନାନ୍ତକ ଆକ୍ରମଣ କରିଥିଲେ ଦୁର୍ବୁତ୍ତ । କଟୁରିରେ ହାଣିବା ସହ ତୁଳସୀ ପିନ୍ଧିଥିବା, ୧୦ ଭରିର ସୁନା ଚେନ ଓ କାନଫୁଲ ଲୁଟି ନେଇଥିଲା ଦୁର୍ବୁତ୍ତ । ଅନ୍ୟଏକ ମାମଲାରେ ଜେଲରେ ଥିବା ନାରାୟଣ ମହାନ୍ତି ଜେଲରେ ଏହି କଥା ଆଉ ଜଣେ କଏଦୀକୁ କହୁଥିବା ବେଳେ, ଏହି କଥା ସାମ୍ନାକୁ ଆସିଥିଲା । ନାରାୟଣ ଲୁଟ କରିଥିବା ସୁନା ତା ପ୍ରେମିକା କୁ ଗିଫ୍ଟ କରୁଥିଲା I ସମସ୍ତ ସୁନା ଦେଇଥିବା ପୁଲିସକୁ ନିଜ ବୟାନରେ କହିଛି ଅଭିଯୁକ୍ତ ନାରାୟଣ । ୦୮.୦୮.୨୦୨୦ ରେ ଖଣ୍ଡଗିରି ଥାନା ଅଞ୍ଚଳରୁ ସୁନା ଚେନ ଲୁଟ କରି ଗିରଫ ହୋଇଥିଲା । ଏହି ମାମଲାରେ ନାରାୟଣଣ ଓ ଓ ତାର ସହଯୋଗୀ ରାହୁଲ ମହାନ୍ତି ଓ ପ୍ରଣବ ମହାନ୍ତି ବି ଗିରଫ ହୋଇଥିଲେ  । ବରମୁଣ୍ଡା ଅଞ୍ଚଳରେ ଜଣକୁ ହାଣି ସୁନା ନେଇଥିବା ନିଜ ବୟାନରେ କହିଛି  । ଏହି ହାର୍ଡକୋର ଅପରାଧୀକୁ ୨ଦିନିଆ ରିମାଣ୍ଡରେ ନେଇଛି ନୟାପଲ୍ଲୀ ଥାନା ପୁଲିସ  ।

ୟା ୟା … ହନି.. ଆଉ ତା’ପରେ ଉଡିଗଲା ମନି,କେମିତି ? ଜାଣନ୍ତୁ..

ଭୁବନେଶ୍ୱର: ହନିଟ୍ରାପ୍ ଦ୍ୱାରା ଗୋଟିଏ ଦେଶର ଗୁପ୍ତତଥ୍ୟକୁ ଆଉ ଗୋଟିଏ ଦେଶ ଚୋରାଇ ନିଏ । ଆଗରୁ ଫିଜିକାଲ ହନିଟ୍ରାପ୍ ହେଉଥିଲା । ସୋସିଆଲ ମିଡିଆ ଯୁଗରେ ଗୁପ୍ତଚର ଓ ଠକଙ୍କ ପାଇଁ ଏବେ ଫେସବୁକ ସହଜ ଅସ୍ତ୍ର ପାଲଟିଛି । ଆଖି ଝଲସିଆ କିଛି ଫଟୋ ଅପଲୋଡ୍ କରିବା ସହ ଜାଲରେ ପଡିବାକୁ ଶିକାର ପ୍ରସ୍ତୁତ ହୋଇଯାଏ । ଖାଲି ଗୁଇନ୍ଦା ଦସ୍ତାବିଜ୍ ନୁହେଁ ଟଙ୍କା ପାଇଁ ମଧ୍ୟ ଏଭଳି ହନିଟ୍ରାପ୍ ହେଉଛି । ଅନଲାଇନ୍ ଠକେଇ ପାଇଁ ନାଇଜେରିଆ ବିଶେଷ ଭାବେ କୁଖ୍ୟାତ । ଏବେ ସେଇଭଳି ଗୋଟିଏ ଘଟଣା ସାମ୍ନାକୁ ଆସିଛି,ଯେଉଁଥିରେ ଜଣେ ସୁନ୍ଦରୀଙ୍କ ଚକ୍କରରେ ପଡି ଜଣେ ପୌଢ ହରାଇଛନ୍ତି ୫୦ ହଜାର ଟଙ୍କା । ତାହା ପୁଣି ଆଉ କାହାରିଠାରୁ ଧାର କରି ଆଣିଥିବା ଟଙ୍କା । ଏହି ଠକେଇର ଶିକାର ହୋଇଥିବା ବ୍ୟକ୍ତି ଭୁବନେଶ୍ୱରର ବୋଲି କୁହାଯାଉଛି ।

ରୁସ୍ତମ ଅଲ୍ଲୀ ନାମକ ଜଣେ ବ୍ୟକ୍ତିଙ୍କର ଫେସବୁକରେ ଜେନିଫର ୱିଲିୟମ୍ସ ନାମକ ଝିଅ ସହ ବନ୍ଧୁତା ହୁଏ । ବନ୍ଧୁତାରୁ ଫୋନ ନମ୍ବର ଆଦାନପ୍ରଦାନ ହୋଇଯାଏ । ଏହାପରେ ଉଭୟଙ୍କ ମଧ୍ୟରେ ହ୍ୱାଟସଆପରେ ଚାଟିଂ ମଧ୍ୟ ହୁଏ । ଜେନିଫରଙ୍କ ଫେସବୁକ୍ ପେଜ୍ ଅନୁସାରେ ସେ ମ୍ୟୁନିକ୍,ଜର୍ମାନୀରେ ରୁହନ୍ତି । ସେ ରୁସ୍ତମଙ୍କୁ ଦେଖା କରିବା ପାଇଁ ଭାରତ ଆସୁଛନ୍ତି ବୋଲି କହିଥିଲେ । ଜେନିଫର ଜାନୁଆରୀ ୭ ତାରିଖ ଦିନ ଲଣ୍ଡନର ହ୍ୟାଥ୍ରୁ ଏୟାରପୋର୍ଟରୁ ବ୍ରିଟିସ୍ ଏୟାରୱେଜର ଫ୍ଲାଇଟ ଦ୍ୱାରା ଭାରତ ଆସୁଥିବା ହ୍ୱାଟସଆପ୍ କରି ରୁସ୍ତମଙ୍କୁ ଜଣାଇଥିଲେ । କେବଳ ଜଣାଇ ନଥିଲେ ବିମାନ ଟିକେଟର ଫଟୋ ମଧ୍ୟ ପଠାଇଥିଲେ । ଚାଟରେ ଲେଖିଥିଲେ ଯେ, ମୁଁ ମୁମ୍ବାଇରୁ ସିଧାସଳଖ ଭୁବନେଶ୍ୱର ଯିବି । ସେଠାରେ ଆମରେ ସାକ୍ଷାତ ହେବ ।

jenifer

କିନ୍ତୁ ଏହାପରେ ଆରମ୍ଭ ହୋଇଥିଲା ଅସଲ ଖେଳ । ରୁସ୍ତମଙ୍କୁ ଜାନୁଆରୀ ୮ ତାରିଖ ଦିନ ଫୋନ୍ ଆସିଥିଲା । ଫୋନ୍ କରିଥିଲେ ଜେନିଫର । ଜେନିଫର ରୁସ୍ତମଙ୍କୁ ଫୋନ୍ କରି କହିଥିଲେ ଯେ, ମୁମ୍ବାଇ ବିମାନ ବନ୍ଦରରେ ଫସିଯାଇଛନ୍ତି । ନିଜ ସହ ଆଣିଥିବା ୫୦ ହଜାର ପାଉଣ୍ଡର ଡିମାଣ୍ଡ୍ ଡ୍ରାଫ୍ଟ ଭଙ୍ଗାଇବାକୁ ତାଙ୍କୁ ୫୦ ହଜାର ଟଙ୍କା ଆବଶ୍ୟକ ବୋଲି କହିଥିଲେ । ପ୍ରଥମ ଫୋନ କଲ ଆସିବା ବେଳେ ରୁସ୍ତମ ଟ୍ରାଫିକରେ ଥିବା କହି ପରେ କଲବ୍ୟାକ୍ କରିବାକୁ କହିଥିଲେ । ଦ୍ୱିତୀୟ କଲ ମଧ୍ୟ ଆସିଥିଲା । ଏଥର ଜେନିଫର କଥା ହେବା ପରେ ଅନ୍ୟଜଣେ ଅଜଣା ବ୍ୟକ୍ତିଙ୍କୁ ଫୋନ୍ ଧରାନ୍ତି ।

ଏହି ବ୍ୟକ୍ତି ଜଣକ ନିଜକୁ କଷ୍ଟମ ଅଧିକାରୀ ବୋଲି ପରିଚୟ ଦେଇ ଜେନିଫରଙ୍କ ଅସୁବିଧା କଥା କୁହନ୍ତି । ସେ ରୁସ୍ତମଙ୍କୁ ୪୫ ହଜାର ଟଙ୍କା ଟ୍ରାନସଫର କରିବାକୁ କିମ୍ବା ନିଜ ଆକାଉଣ୍ଟ ଡିଟେଲ ଦେବାକୁ କୁହନ୍ତି । ଆକାଉଣ୍ଟ ଡିଟେଲ ଦେଲେ ଭାରତୀୟ ମୁଦ୍ରାରେ ୫୭ ଲକ୍ଷ ଟଙ୍କା  ତାଙ୍କ ଆକାଉଣ୍ଟରେ ଡିପୋଜିଟ୍ ହେବ ବୋଲି ଏହି ବ୍ୟକ୍ତି ଜଣକ ରୁସ୍ତମଙ୍କୁ କୁହନ୍ତି । ରୁସ୍ତମ ନିଜ ପାଖରେ ଟଙ୍କା ନାହିଁ ବୋଲି କହିବା ସହ କାହାରିଠାରୁ ୪୫ ହଜାର ଟଙ୍କା ଯୋଗାଡ କରିବାକୁ ପଡିବ ଓ ଏଥିପାଇଁ ସମୟ ଆବଶ୍ୟକ ବୋଲି ସଂପୃକ୍ତ ବ୍ୟକ୍ତିଙ୍କୁ କୁହନ୍ତି ।

ରୁସ୍ତମ ଟଙ୍କା ଦେବା ପରଠାରୁ ଜେନିଫର ଗାଏବ ହୋଇଯାଇଛନ୍ତି । ତଳେ ଥିବା ଫେସବୁକ ପେଜର ପ୍ରୋଫାଇଲକୁ ଦେଖନ୍ତୁ । ଏହା ହେଉଛି ଜେନିଫରଙ୍କ ପ୍ରୋଫାଇଲ । ଜେନିଫରଙ୍କ ଏହି ପ୍ରୋଫାଇଲ ନକଲି ହୋଇଥିବ ଏଥିରେ କୌଣସି ସନ୍ଦେହ ନାହିଁ ।

ସାଇବର ଏକ୍ସପର୍ଟଙ୍କ ଅନୁସାରେ ଏଭଳି ଠକେଇର ଶିକାର ହେବାରୁ ଆପଣ ସହଜରେ ରକ୍ଷା ପାଇପାରିବେ । ଏଥିପାଇଁ କୌଣସି ଟେକ୍ନୋଲୋଜିର ଆବଶ୍ୟକତା ନାହିଁ । କେବଳ ସାଧାରଣ ଜ୍ଞାନ ଜରୁରୀ । ଆଉ ତା’ ହେଉଛି ଅଜଣା ଅଚିହ୍ନା ଲୋକଙ୍କ ଫ୍ରେଣ୍ଡ୍ ରିକ୍ୱେଷ୍ଟକୁ ଗ୍ରହଣ କରନ୍ତୁ ନାହିଁ  କି ସେମାନଙ୍କ ସହ ବେଶି ଭାବ ବଢାନ୍ତୁ ନାହିଁ ।

ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ: ‘ବିନ୍ଦୁ ସାଗର ଜଳକୁ ସ୍ୱଚ୍ଛ ରଖିବା ଆମର ନୈତିକ ଦାୟିତ୍ୱ’

ଭୁବନେଶ୍ୱର: ‘ସ୍ବଚ୍ଛ ବିନ୍ଦୁସାଗର ପ୍ରକଳ୍ପ’ର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶନିବାର ଭିଡିଓ କନ୍‌ଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଏହାର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗ ଦେଇଥିବାବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ୱରର ଲୋକସଭା ସାଂସଦ ଅପରାଜିତା ଷଡ଼ଙ୍ଗୀ, ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଅଶୋକ ପଣ୍ଡା ପ୍ରମୁଖ  ବିନ୍ଦୁସାଗର କୂଳରେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ସହଯୋଗ ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଏବଂ IOCLକୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।  ।

ମହାପ୍ରଭୁଙ୍କ ନୀତି ସହ ବିନ୍ଦୁସାଗରର ସମ୍ପର୍କ ରହିଛି  । ଭୁବନେଶ୍ବରବାସୀଙ୍କ ସଂସ୍କୃତି, ପରମ୍ପରା ସହ ଜଡ଼ିତ ବିନ୍ଦୁସାଗର । ବିନ୍ଦୁସାଗର ଜଳକୁ ସ୍ବଚ୍ଛ ରଖିବା ଆମର ନୈତିକ ଦାୟିତ୍ବ ବୋଲି କହିଛନ୍ତି ନବୀନ । ଏଣୁ ଏ ଦିଗରେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରଭୁ ଲିଙ୍ଗରାଜଙ୍କ ପବିତ୍ର ପୁଷ୍କରିଣୀ ବିନ୍ଦୁସାଗରର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପାଇଁ ଆଇଓସିଏଲ ପାରିପାର୍ଶ୍ବିକ ଉନ୍ନୟନ ପାଣ୍ଠିରୁ ୭୦ଲକ୍ଷ ଟଙ୍କା ପ୍ରଦାନ କରିଛି । ଏହି ପ୍ରକଳ୍ପ କାର୍ଯ୍ୟ ଇନଷ୍ଟିଚ୍ୟୁଟ୍ ଅଫ୍ କେମିକାଲ ଟେକ୍ନୋଲୋଜି -ଆଇସିଟି ଏବଂ ଓଡ଼ିଶା ବ୍ରିଜ୍ କର୍ପୋରେସନର ମିଳିତ ତଦାରଖରେ ସମ୍ପନ୍ନ ହେବ । ଏନେଇ ପୁଷ୍କରିଣୀର ଚତୁଃପାର୍ଶ୍ବରେ ୪ଟି ପମ୍ପିଂ ସିଷ୍ଟମ ସ୍ଥାପନ କରାଯାଇଛି  ।

ଏଥିସହିତ ପଢ଼ନ୍ତୁ: ଟିକାକରଣ ପୂର୍ବରୁ ହେବ ବୈଠକ, ପିଏମ-ସିଏମ ଆଲୋଚନା

ରାଜନୀତିରେ KHAM ଥିଓରୀ ପ୍ରବର୍ତ୍ତକ ମାଧବ ସିଂହ ସୋଲାଙ୍କିଙ୍କ ନିଧନ,୪ ଥର ଥିଲେ ଗୁଜୁରାଟ ମୁଖ୍ୟମନ୍ତ୍ରୀ

ଅହମ୍ମଦାବାଦ: ଗୁଜୁରାଟ ରାଜନୀତିରେ ଖାମ୍ ଥିଓରୀ ପ୍ରଣେତା ମାଧବ ସିଂହ ସୋଲାଙ୍କିଙ୍କ ୯୩ ବର୍ଷ ବୟସରେ ନିଧନ ହୋଇଛି । ସେ ଚାରି ଥର ଗୁଜୁରାଟ ମୁଖ୍ୟମନ୍ତ୍ରୀ ଥିଲେ । ପିଭି ନରସିଂହ ରାଓଙ୍କ ସରକାରରେ ସେ ବୈଦେଶିକ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ଗୁଜୁରାଟ ରାଜନୀତିରେ ତାଙ୍କୁ କ୍ଷତ୍ରୀୟ,ହରିଜନ ଆଦିବାସୀ ଓ ମୁସଲିମ ଭୋଟ ବ୍ୟାଙ୍କ ତିଆରି କରିବାର ଶ୍ରେୟ ଦିଆଯାଇଥାଏ । କ୍ଷତ୍ରୀୟ,ହରିଜନ ଆଦିବାସୀ ଓ ମୁସଲିମ(ଖାମ୍) ଭୋଟକୁ ନେଇ ସୋଲାଙ୍କି ଯେଉଁ ସମୀକରଣ ତିଆରି କରିଥିଲେ ତାହା କଂଗ୍ରେସକୁ ଏକଦା ଗୁଜୁରାଟରେ ନମ୍ବର ଏକ ଶକ୍ତି କରିଥିଲା । ୧୯୮୦ ଦଶକରେ ସୋଲାଙ୍କି ଏହି ୪ ବର୍ଗର ସମର୍ଥନରେ ବହୁମତ ପାଇ କ୍ଷମତାକୁ ଆସିଥିଲେ ।

Congress leader Madhav Singh Solanki passes away, PM Modi condoles death -  INDIA - GENERAL | Kerala Kaumudi Online

ତେବେ ସୋଲାଙ୍କିଙ୍କ ଏହି ନୀତି କାରଣରୁ ଗୁଜୁରାଟ ରାଜନୀତିରେ ପ୍ରଭାବ ରଖୁଥିବା ପଟେଲ ଭୋଟ ବ୍ୟାଙ୍କ କଂଗ୍ରେସଠାରୁ ଅଲଗା ହୋଇଯାଇଥିଲେ ।ଯାହା ପରେ ବିଜେପିକୁ ଫାଇଦା ପହଂଚାଇଥିଲା । ପେଶାରେ ଓକିଲ ସୋଲାଙ୍କି କୋଲି ସମ୍ପ୍ରଦାୟରୁ ଆସିଥିଲେ । ପ୍ରଥମ ଥର ପାଇଁ ସେ ୧୯୭୭ ମସିହାରେ ଗୁଜୁରାଟ ବିଧାନସଭାକୁ ପ୍ରବେଶ କରିଥିଲେ । ୧୯୮୦ ମସିହାରେ ସୋଲାଙ୍କିଙ୍କ ଖାମ୍ ଚାଲ ଦ୍ୱାରା କଂଗ୍ରେସ ବିଧାନସଭାର ୧୮୨ ଆସନରୁ ୧୪୧ ସିଟ୍ ଜିତି ପାରିଥିଲା । ସେତେବେଳେ ବିଜେପିକୁ ମାତ୍ର ୯ ଆସନ ମିଳିଥିଲା ।

Former Gujarat Chief Minister Madhav Singh Solanki dies at 94 | ગુજરાતના  સૌથી લોકપ્રિય મુખ્યમંત્રી રહી ચુકેલા માધવસિંહ સોલકીનું 94 વર્ષની વય નિધન -

୧୯୨୭ ଜୁଲାଇ ୩୦ତାରିଖରେ ସୋଲାଙ୍କିଙ୍କ ଜନ୍ମ ତତ୍କାଳୀନ ବରୋଦା ଷ୍ଟେଟର ପିଲୁଦରାରେ ହୋଇଥିଲା । ତାଙ୍କର ତିନି ପୁଅ ଅଛନ୍ତି । ପୁଅଙ୍କ ମଧ୍ୟରୁ ଭରତ ସୋଲାଙ୍କି ଗୁଜୁରାଟ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ୟୁପିଏ ୨ରେ କେନ୍ଦ୍ର ମନ୍ତ୍ରୀ ଥିଲେ ।

ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋଲାଙ୍କି ଦେହାନ୍ତରେ ଶୋକବ୍ୟକ୍ତ କରିଛନ୍ତି । ସୋସିଆଲ ମିଡିଆ ପୋଷ୍ଟରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଯେ,ମାଧବ ସିଂହ ସୋଲାଙ୍କି ଅଜେୟ ନେତା ଥିଲେ । ଅନେକ ଦଶକ ପର୍ଯ୍ୟନ୍ତ ସେ ଗୁଜୁରାଟ ରାଜନୀତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ସମାଜକୁ ମଜବୁତ କରିବା ଦିଗରେ ତାଙ୍କ ଯୋଗଦାନକୁ ସବୁବେଳେ ମନେ ରଖାଯିବ । ତାଙ୍କ ପୁଅ ଭରତ ସିଂହ ସୋଲାଙ୍କି ସହ କଥା ହୋଇଥିଲେ । ପୁରା ପରିବାର ପ୍ରତି ମୋ ସମବେଦନା ବ୍ୟକ୍ତ କରୁଛି ।
ସେହିଭଳି କଂଗ୍ରେସ ନେତା ରାହୁଲ ଗାନ୍ଧି ମଧ୍ୟ ସୋଲାଙ୍କିଙ୍କୁ ଦେହାନ୍ତରେ ଶୋକବ୍ୟକ୍ତ କରିଛନ୍ତି ।

ସିଡନୀ ଟେଷ୍ଟ: ୨୪୪ରନ୍‌ରେ ଅଲ୍‌ଆଉଟ୍ ଭାରତ: ୯୪ ରନ୍‌ରେ ଆଗୁଆ ଅଷ୍ଟ୍ରେଲିଆ

ସିଡନୀ: ସ୍ଥାନୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଥିବା ତୃତୀୟ ଟେଷ୍ଟ ମ୍ୟାଚ୍‌ର ତୃତୀୟ ଦିବସରେ ୨୪୪ରେ ଅଲ୍‌ଆଉଟ ହୋଇଯାଇଛି ଟିମ୍ ଇଣ୍ଡିଆ । ଚଳିତ ଟେଷ୍ଟ ସିରିଜରେ ପ୍ରଥମ ଥର ପାଇଁ ଖେଳୁଥିବା ରୋହିତ ଶର୍ମା ମାତ୍ର ୨୬ ରନ୍ କରି ଆଉଟ୍ ହୋଇଯାଇଥିବା ବେଳେ ତାଙ୍କ ସହିତ  ଓପନିଂ କରିବାକୁ ଆସିଥିବା ଶୁଭମନ୍ ଗିଲ୍ ୫୦ ରନ୍ କରିଛନ୍ତି ।

India vs Australia 3rd Test Highlights: Shubman Gill, Ravindra Jadeja Give India Day 2 Honours | Cricket News

ଏଥିସହିତ ତୃତୀୟ ନମ୍ୱରରେ ବ୍ୟାଟିଂ କରିବାକୁ ଆସିଥିବା ଚେତେଶ୍ୱର ପୂଜାରା ମଧ୍ୟ ୫୦ ରନ୍ କରିଛନ୍ତି । ତେବେ ରିଷଭ ପନ୍ଥ, ଅଜଙ୍କ୍ୟା ରାହାଣେ, ରବୀନ୍ଦ୍ର ଜାଡେଜା ଭଲ ଆରମ୍ଭ କରିଥିଲେ ମଧ୍ୟ ବଡ଼ ସ୍କୋର କରିପାରିନଥିଲେ । ଅଶ୍ୱିନ୍ ୧୦,  ନବଦୀପ ସାଇନି ୪, ଯଶପ୍ରୀତ ବୁମ୍‌ରା ୦, ମହମ୍ମଦ ସିରାଜ୍ ୬ ରନ୍ କରିଥିଲେ ।

Image

          ପୂର୍ବରୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଅଷ୍ଟ୍ରେଲିଆ । ସମସ୍ତ ଓ୍ୱିକେଟ୍ ହରାଇ ୩୩୮ ରନ୍ କରିବାକୁ ସକ୍ଷମ ହୋଇଥିଲା ଅଷ୍ଟ୍ରେଲିଆ । ଓପନିଂ ବ୍ୟାଟିଂ କରିବାକୁ ଆସିଥିବା ପୁକଭସ୍କି ୬୨ ରନ୍ କରିଥିବା ବେଳେ ଲବୁସାଙ୍ଗେ ୯୧ ରନ୍ କରିଥିଲେ । ତେବେ ଅଷ୍ଟ୍ରେଲିଆ ପକ୍ଷରୁ ସ୍ଟିଭେନ ସ୍ମିଥ୍ ସର୍ବାଧିକ ୧୩୧ ରନ୍ କରିଥିଲେ ।

କ୍ୟାପିଟୋଲ ହିଂସା: ଟ୍ରମ୍ପଙ୍କ ଆକାଉଣ୍ଟକୁ ସ୍ଥାୟୀ ଭାବେ ବନ୍ଦ କଲା ଟ୍ୱିଟର

ଓ୍ୱାଶିଂଟନ: ଆମେରିକା ସଂସଦରେ ଟ୍ରମ୍ପ ସମର୍ଥକଙ୍କ ହିଂସା ପରେ ଟ୍ରମ୍ପଙ୍କ ଆକାଉଣ୍ଟକୁ ସଂପୂର୍ଣ୍ଣ ଭାବେ ବନ୍ଦ କରିଛି ଟ୍ୱିଟର । ଜାତୀୟ ସଂହତି ଏବଂ ସାମାଜିକ ଶାନ୍ତିରେ ବ୍ୟାଘାତ ସୃଷ୍ଟି କରିବା କାରଣରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଟ୍ରମ୍ପଙ୍କ ଆକାଉଣ୍ଟକୁ ସସପେଣ୍ଡ କରିବା ପାଇଁ ଆମେରିକାର ୨କୋଟିରୁ ଅଧିକ ଲୋକ ଅନଲାଇନ୍‌ ଦସ୍ତଖତ ଅଭିଯାନ କରିଥିଲେ । ଟ୍ୱିଟର ସିଇଓ ଜ୍ୟାକ‌ଙ୍କୁ ଟ୍ରମ୍ପଙ୍କ ଆକାଉଣ୍ଟ ଅଚଳ କରିବା ପାଇଁ ସାରା ବିଶ୍ବରୁ ଟ୍ବିଟ୍ ହୋଇଥିଲା । ୨୦୧୯ ଆମେରିକା ରାଷ୍ଟ୍ରପତି ନିର୍ବାଚନ ସଂପର୍କିତ ଅନେକ ବିଭ୍ରାନ୍ତିକର ତଥ୍ୟ ଟ୍ରମ୍ପଙ୍କ ଆକାଉଣ୍ଟରୁ ଟ୍ବିଟ୍ ହୋଇଥିଲା ।

ତେବେ ଯୁକ୍ତରାଷ୍ଟ୍ର ଆମେରିକାର ‘କ୍ୟାପିଟଲ୍‌’ରେ ଅଭୂତପୂର୍ବ ହିଂସାକାଣ୍ଡ ପରେ ରାଷ୍ଟ୍ରପତି-ନିର୍ବାଚିତ ଜୋ ବାଇଡେନ୍‌ଙ୍କୁ ଅବାଧରେ କ୍ଷମତା ହସ୍ତାନ୍ତର କରିବାକୁ ପ୍ରତିଶ୍ରୁତି ଦେବା ସହ ଏକ ଭିଡିଓ ବାର୍ତ୍ତାରେ ରାଷ୍ଟ୍ରପତି ଟ୍ରମ୍ପ୍‌ ସହଯୋଗ ଓ ସହମତି ପାଇଁ ନିବେଦନ କରିଛନ୍ତି। ବୁଧବାର ଦିନ ସାଂସଦମାନେ ବାଇଡେନ୍‌ଙ୍କ ନିର୍ବାଚନ ବିଜୟକୁ ଔପଚାରିକ ସ୍ୱୀକୃତି ଦେବାକୁ ଯାଉଥିବା ବେଳେ ଟ୍ରମ୍ପ୍‌ଙ୍କ ସମର୍ଥକମାନେ ଜବରଦସ୍ତି ‘କ୍ୟାପିଟଲ୍‌’ରେ ପ୍ରବେଶ କରି ହିଂସାକାଣ୍ଡ ଭିଆଇବା ଏବଂ ପୁଲିସ ଗୁଳିରେ ଜଣେ ମହିଳାଙ୍କ ମୃତ୍ୟୁ ଘଟଣା ଯୋଗୁଁ ସୃଷ୍ଟି ହୋଇଥିବା ଉତ୍ତେଜକ ପରିସ୍ଥିତିକୁ ଶାନ୍ତ କରିବା ଏହି ଭିଡିଓ ବାର୍ତ୍ତାର ଉଦ୍ଦେଶ୍ୟ।

https://twitter.com/TwitterSafety/status/1347684877634838528

ପୁଣି ବଢ଼ିବ ଶୀତ: ୪ରୁ ୫ ଡିଗ୍ରୀ ତଳକୁ ଖସିପାରେ ପାରଦ

ଭୁବନେଶ୍ୱର:  ଆସନ୍ତା ୧୩ ତାରିଖ ପରେ ପୁଣି ବଢିବ ଶୀତ । ତେବେ ଆଗାମୀ ୪ ଦିନ ଧରି ପାଗ ମୁଖ୍ୟତଃ ଶୁଖିଲା ରହିବ । ରାତିର ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାର ଆଶଙ୍କା ନାହିଁ । ତେବେ ରାଜ୍ୟରେ ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ୧୩ ତାରିଖ ପରେ ତାପମାତ୍ରା ୪ରୁ ୫ ଡିଗ୍ରୀ ହ୍ରାସ ପାଇବାର ସମ୍ଭାବନା ରହିଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୪. ୮ ଡିଗ୍ରୀ ରେକର୍ଡ କରାଯାଇଛି । ରାଜଧାନୀ ଭୁବନେଶ୍ବରରେ ୧୮ ଡିଗ୍ରୀ ରେକର୍ଡ କରାଯାଇଛି । ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ ଆଦି ଜିଲ୍ଲାରେ କୁହୁଡିର ଆଶଙ୍କା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଏଥିସହିତ ପଢ଼ନ୍ତୁ: ଅତିରିକ୍ତ ମୁଖ୍ୟ ସଚିବଙ୍କ ଚିଠି, କୋଲ୍ଡ ଚେନ୍ ପଏଣ୍ଟରେ ରଖାଯାଇଥିବା ଟିକାର ହେବ ଯାଞ୍ଚ