spot_img
Home Blog Page 6133

ଆଶ୍ୱସ୍ତି- ଖାଇ ପାରିବେ କୁକୁଡ଼ା ମାଂସ ଓ ଅଣ୍ଡା

ଭୁବନେଶ୍ୱର: ରାଜ୍ୟରେ ଏଯାଏଁ ବାର୍ଡ ଫ୍ଲୁର କୌଣସି ମାମଲା ଚିହ୍ନଟ ହୋଇନାହିଁ । ଏନେଇ ରାଜ୍ୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ସୂଚନା ଦେଇଛି । ବାର୍ଡ ଫ୍ଲୁର ମୁକାବିଲା ଲାଗି ନିୟମତି ଭାବେ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଉଛି । ରାଜ୍ୟରେ ଚିକେନ ମାଂସ, ଅଣ୍ଡା ଏବଂ ଅନ୍ୟ କୁକୁଡ଼ା ଉତ୍ପାଦ ଖାଇବା ସୁରକ୍ଷିତ । ଲୋକେ ଏହାକୁ ନେଇ ଭୟଭୀତ ନହେବାକୁ ଏନେଇ ରାଜ୍ୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ କହିଛି । ମାଂସ, ଅଣ୍ଡାକୁ ଭଲଭାବେ ସିଝାଇ ଖାଇପାରିବେ ।

No Case Of Bird Flu Reported In Odisha

ରାଜ୍ୟରେ ଏଯାବତ୍ ୧୨ ହଜାର ୧୫୮ଟି ନମୁନା ସଂଗ୍ରହ କରାଯାଇ ଟେଷ୍ଟିଂ ପାଇଁ କଲିକତା ପଠା ଯାଇଥିବା ବେଳେ ଗୋଟିଏ ବି ରିପୋର୍ଟ ପଜିଟିଭ୍ ଆସିନାହିଁ । ତେବେ, ଏଥିରେ କେହି ଭୟଭୀତ ହୁଅନ୍ତୁ ନାହିଁ । କୁକୁଡ଼ା କିମ୍ବା ଅନ୍ୟ ପକ୍ଷୀଙ୍କ ଠାରେ ବାର୍ଡ ଫ୍ଲୁ ଜନିତ କୌଣସି ଲକ୍ଷଣ ପ୍ରକାଶ ପାଇଲେ ଜଣାଇବାକୁ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

No Case Of Bird Flu Reported In Odisha
FILE

ଏଥିପାଇଁ ରାଜ୍ୟସ୍ତରୀୟ ନିୟନ୍ତ୍ରଣ କକ୍ଷ ନମ୍ବର ଜାରି କରିଛି ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ । କୁକୁଡ଼ା ଏବଂ ଅନ୍ୟ ପକ୍ଷୀଙ୍କ ଅସାଧାରଣ ମୃତ୍ୟୁ କିମ୍ବା କୌଣସି ଲକ୍ଷଣ ଦେଖାଗଲେ (ଯୁଗ୍ମ ନିର୍ଦ୍ଦେଶକ) ୦୬୭୪-୨୪୧୪୩୧୦, (ଡ. ସାଗରିକା ବେହେରା) ୭୯୭୮୧୦୫୫୩୮ ଏବଂ (ଡ. ମଦନ ମୋହନ ମହାପାତ୍ର) ୯୪୩୭୩୧୩୧୮୩ରେ ଜଣାଇବାକୁ ବିଭାଗ ଜଣାଇଛି ।

ଏଥିସହ ପଢ଼ନ୍ତୁ- ବାର୍ଡ ଫ୍ଲୁ ଭୟ, ଜାରି ହେଲା ରାଜ୍ୟସ୍ତରୀୟ ନିୟନ୍ତ୍ରଣ କକ୍ଷ ନମ୍ବର

ଜାତୀୟ ଚିଲିକା ପକ୍ଷୀ ଉତ୍ସବ କ୍ରମବର୍ଦ୍ଧିଷ୍ଣୁ ସଫଳତା ହାସଲ କରୁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଜାତୀୟ ଚିଲିକା ପକ୍ଷୀ ଉତ୍ସବ କ୍ରମବର୍ଦ୍ଧିଷ୍ଣୁ ସଫଳତା ହାସଲ କରୁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଆଜି ତୃତୀୟ ଜାତୀୟ ଚିଲିକା ପକ୍ଷୀ ଉତ୍ସବକୁ ଏକ ଭିଡିଓ ବାର୍ତ୍ତା ଜରିଆରେ ଉଦ୍‌ଘାଟନ କରି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି- ବିଦେଶାଗତ ପକ୍ଷୀମାନଙ୍କ ସୁରକ୍ଷା ଓ ସଂରକ୍ଷଣ ସମ୍ବନ୍ଧରେ ବ୍ୟାପକ ଜନସଚେତନତାର ପ୍ରସାର ଏହି ଉତ୍ସବ ପାଳନର ମୁଖ୍ୟ ଲକ୍ଷ୍ୟ । ଜୈବ ବିବିଧତାରେ ପରିପୂର୍ଣ୍ଣ ଓ ସମୃଦ୍ଧ ଚିଲିକା ହ୍ରଦକୁ ଶୀତଋତୁରେ ୧୨ ଲକ୍ଷରୁ ଊର୍ଦ୍ଧ୍ୱ ବିଦେଶାଗତ ପକ୍ଷୀ ଆସିଥାନ୍ତି । ସେଥିପାଇଁ ଚିଲିକାର ମଙ୍ଗଳାଯୋଡ଼ି ଓ ନଳବଣ ଦ୍ୱୀପକୁ ଏସିଆର ପକ୍ଷୀ ଭୂସ୍ୱର୍ଗ କୁହାଯାଏ । ରାଜ୍ୟ ତଥା ଦେଶର ବିଭିନ୍ନ ପ୍ରାନ୍ତରୁ ବହୁ ସଂଖ୍ୟାରେ ପକ୍ଷୀ ବିଶେଷଜ୍ଞ, ପକ୍ଷୀପ୍ରେମୀ, ଫଟୋଗ୍ରାଫର ଓ ପର୍ଯ୍ୟଟକମାନେ ଏହି ତ୍ରିଦିବସୀୟ ଜାତୀୟ ଚିଲିକା ପକ୍ଷୀ ଉତ୍ସବରେ ସାମିଲ ହେବା ପାଇଁ ନାମ ପଞ୍ଜୀକରଣ କରି ମଙ୍ଗଳାଯୋଡ଼ି, ନଳବଣ ପ୍ରଭୃତି ପକ୍ଷୀ ଭୂସ୍ୱର୍ଗକୁ ଦେଖିବାର ମଜା ଉଠାଇବା ସହ ଲକ୍ଷ ଲକ୍ଷ ପକ୍ଷୀଙ୍କ ସମାଗମକୁ ମନଭରି ଉପଭୋଗ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ ।

3rd National Chilika Bird Festival

ଲୋକସେବା ଭବନସ୍ଥିତ କନ୍‌ଭେନ୍‌ସନ୍‌ ସେଣ୍ଟରରେ ଆୟୋଜିତ ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜଙ୍ଗଲ ଓ ପରିବେଶ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି- ଚିଲିକା ହ୍ରଦ ୧୯୮୧ ମସିହାରେ ଦେଶର ପ୍ରଥମ ରାମସାରସ୍ଥଳୀ ଭାବେ ସ୍ୱୀକୃତି ପାଇଥିଲା । କେବଳ ଆମ ରାଜ୍ୟ କାହିଁକି, ସାରା ବିଶ୍ୱର ଆର୍ଦ୍ରଭୂମିଗୁଡ଼ିକ ମଧ୍ୟରେ ଚିଲିକାର ସ୍ଥାନ ସ୍ୱତନ୍ତ୍ର । ଚିଲିକା ହ୍ରଦ ଓଡ଼ିଶା ପର୍ଯ୍ୟଟନର ଆତ୍ମା କହିଲେ ଅତ୍ୟୁକ୍ତି ହେବ ନାହିଁ । ବିଦେଶାଗତ ପକ୍ଷୀଙ୍କ ବୃହତମ ଆଶ୍ରୟସ୍ଥଳ ଭାବେ ଏସିଆ ଉପମହାଦେଶରେ ଚିଲିକା ହ୍ରଦ ସୁଖ୍ୟାତି ବହନ କରିଛି । ଶୀତ ଦିନରେ ସୁଦୂର ସାଇବେରିଆଠାରୁ ଆରମ୍ଭ କରି ସାରା ପୃଥିବୀର କୋଣ ଅନୁକୋଣରୁ ହଜାର ହଜାର କିଲୋମିଟର ଅତିକ୍ରମ କରି ପ୍ରାୟ ୧୯୦ ପ୍ରଜାତିର ୧୨ ଲକ୍ଷରୁ ଊର୍ଦ୍ଧ୍ୱରୁ ପକ୍ଷୀ ମଙ୍ଗଳାଯୋଡ଼ିକୁ ଆସିବା ଚିଲିକାର ଅନନ୍ୟ ବିଶେଷତ୍ୱ ପକ୍ଷୀ ପର୍ଯ୍ୟଟନକୁ ଅଗ୍ରାଧିକାର ଦେଉଥିବା ଚିଲିକାର ଏହି ଜାତୀୟ ଚିଲିକା ପକ୍ଷୀ ଉତ୍ସବରେ ପକ୍ଷୀ ବିଶେଷଜ୍ଞମାନେ ଯୋଗଦେଇ ପକ୍ଷୀ ଶିକାର ନିରୋଧ ସମ୍ବନ୍ଧୀୟ ସଚେତନତା, ଚିଲିକାକୁ ଆସୁଥିବା ବିଦେଶାଗତ ପକ୍ଷୀମାନଙ୍କ ବିଷୟରେ ବହୁବିଧ ତଥ୍ୟ ଓ ପକ୍ଷୀ ସଂରକ୍ଷଣ ସଂକ୍ରାନ୍ତୀୟ ବିଭିନ୍ନ ମୂଲ୍ୟବାନ ପରାମର୍ଶ ପ୍ରଦାନ କରିଥାନ୍ତି ବୋଲି ମନ୍ତ୍ରୀ ଆରୁଖ କହିଥିଲେ ।

3rd National Chilika Bird Festival

ଉତ୍ସବରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କହିଥିଲେ- ଜାତୀୟ ଚିଲିକା ପକ୍ଷୀ ଉତ୍ସବକୁ ପକ୍ଷୀପ୍ରେମୀ ପର୍ଯ୍ୟଟକମାନେ ଅଧିକରୁ ଅଧିକ ସଂଖ୍ୟାରେ ଆସିଲେ ସେମାନେ ରାଜ୍ୟ ପାଇଁ ପର୍ଯ୍ୟଟନ ରାଷ୍ଟ୍ରଦୂତ ରୂପେ ସାବ୍ୟସ୍ତ ହେବେ । ମୁଖ୍ୟ ଶାସନ ସଚିବ ସୁରେଶ କୁମାର ମହାପାତ୍ର କହିଥିଲେ- କୋଭିଡ୍‌ କଟକଣା ସତ୍ତ୍ୱେ ରାଜ୍ୟ ତଥା ରାଜ୍ୟ ବାହାରୁ ୫୫ ଜଣ ପକ୍ଷୀପ୍ରେମୀ ଏହି ଉତ୍ସବକୁ ଉପଭୋଗ କରିବା ପାଇଁ ନାମ ପଞ୍ଜିକରଣ କରିବା ବେଶ୍‌ ମହତ୍ତ୍ୱପୂର୍ଣ୍ଣ । ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଜଙ୍ଗଲ ଓ ପରିବେଶ ବିଭାଗ ଡ. ମୋନା ଶର୍ମା ପରିବେଶ ପର୍ଯ୍ୟଟନ ଦୃଷ୍ଟିରୁ ଓଡ଼ିଶା ବାସ୍ତବରେ ଭାରତର ସ୍ୱର୍ଗ ବୋଲି ମତବ୍ୟକ୍ତ କରିଥିଲେ । ଚିଲିକା ଉପରେ ଏକ ଭିଡିଓ ଫିଲ୍ମ ପ୍ରଦର୍ଶିତ ହୋଇଥିଲା ।

3rd National Chilika Bird Festival

ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) ହରିଶଙ୍କର ଉପାଧ୍ୟାୟ ଓ ପର୍ଯ୍ୟଟନ ବିଭାଗ ତରଫରୁ ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ୍‌ ରାମଚନ୍ଦ୍ର ଯାଦବ ପ୍ରକୃତି ଓ ପରିବେଶ ପର୍ଯ୍ୟଟନର ଉତ୍କର୍ଷ ସାଧନ ଉଦ୍ଦେଶ୍ୟରେ ଏକ ବୁଝାମଣା ପତ୍ରରେ ସ୍ୱାକ୍ଷର କରିଥିଲେ । ଏହି ଉତ୍ସବରେ ପୂର୍ବତନ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଡ. ଅଜିତ୍‌ ପଟ୍ଟନାୟକ, ବମ୍ବେ ନାଚୁରାଲ ହିଷ୍ଟ୍ରି ସୋସାଇଟିର ଡ. ଏସ୍‌. ବାଲଚନ୍ଦ୍ରନ୍‌ଙ୍କୁ ମନ୍ତ୍ରୀ ଆରୁଖ ଓ ମନ୍ତ୍ରୀ ପାଣିଗ୍ରାହୀ ସମ୍ବର୍ଦ୍ଧିତ କରିଥିଲେ । ପର୍ଯ୍ୟଟନ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଲ କୁମାର ଦେବ ସ୍ୱାଗତ ଭାଷଣ ଦେଇଥିଲେ । ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଓ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) ହରିଶଙ୍କର ଉପାଧ୍ୟାୟ ନିଜର ସୁଚିନ୍ତିତ ମତାମତ ରଖିଥିଲେ । ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ୍‌ ରାମଚନ୍ଦ୍ର ଯାଦବ ଧନ୍ୟବାଦ ଅର୍ପଣ କରିଥିଲେ ।

ନନ୍ଦିଘୋଷ ଟିଭି ଓ ସକାଳ ବ୍ରହ୍ମପୁର ସଂସ୍କରଣର ବନ୍ଧୁମିଳନ, ନୂତନ କାର୍ଯ୍ୟାଳୟ ଉଦ‌ଘାଟିତ

ବ୍ରହ୍ମପୁର: ବ୍ରହ୍ମପୁର ଠାରେ ଓଡ଼ିଆ ଟିଭି ଚ୍ୟାନେଲ ନନ୍ଦିଘୋଷ ଟିଭି ଓ ସକାଳ ବ୍ରହ୍ମପୁର ସଂସ୍କରଣର ପ୍ରତିନିଧି ଓ ଏଜେଣ୍ଟ ମାନଙ୍କୁ ନେଇ ଏକ ବନ୍ଧୁମିଳନ ରେଲୱେ ଷ୍ଟେସନ ସ୍ଥିତ ସର୍କିଟ ହାଉସ ଠାରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ସରକାରଙ୍କ ମୁଖ୍ୟ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟଅତିଥି ମାନଙ୍କ ମଧ୍ୟରେ ସକାଳ ଖବର କାଗଜର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁବ୍ରତ ଦାସ, କାର୍ଯ୍ୟନିର୍ବାହୀ ସମ୍ପାଦକ ସମରେନ୍ଦୁ ଦାସ, ପ୍ରକାଶକ ଅମିତ ମଲ୍ଳିକ, ନନ୍ଦିଘୋଷ ଟିଭିର ସମ୍ପାଦକ ଶିଶିର ଭଟ୍ଟ ମିଶ୍ର, ପ୍ରସାର ବିଭାଗର ପ୍ରିୟବ୍ରତ ଦାସ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଗଜପତି ନଗର ଠାରେ ହୋଇଥିବା ସକାଳ ଓ ନନ୍ଦଘୋଷ ଟିଭିର ନୂତନ କାର୍ଯ୍ୟାଳୟକୁ ଅତିଥି ମାନେ ଉଦ‌ଘାଟନ କରିଛନ୍ତି ।

 Reunion Of NandighoshaTV And Odia Daily Sakal In Brahmapur

ସ୍ଥାନୀୟ ରେଲୱେ ଷ୍ଟେସନ ସ୍ୱତନ୍ତ୍ର ସର୍କିଟ ହାଉସ ଠାରେ ରିପୋର୍ଟର ଓ ଏଜେଣ୍ଟ ମାନଙ୍କୁ ନେଇ ହୋଇଥିବା ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଯୋଗଦେଇ ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲେ । ସକାଳ ଖବର କାଗଜ ଅଳ୍ପ ଦିନ ମଧ୍ୟରେ ଜନମାନସରେ ଏକ ସ୍ୱତନ୍ତ୍ରତା ଆଦୃତ କରିପାରିଛି । ସବୁ ପ୍ରତିନିଧି ଲୋକଙ୍କ ନିକଟତର ହେବା ସହ ସେମାନଙ୍କ ସମସ୍ୟା ଉପରେ ଗୁରୁତ୍ୱ ଦେବାକୁ ଅତିଥି ମାନେ ପରାମର୍ଶ ଦେଇଥିଲେ । ଏହି ଅବସରରେ ବ୍ରହ୍ମପୁର ସଂସ୍କରଣ ମୁଖ୍ୟ ଜଗନମୋହନ ମହାପାତ୍ର, ବ୍ରହ୍ମପୁର ପ୍ରତିନିଧି ଚିରଞ୍ଜିତ ରାଜଗୁରୁ, କ୍ଷୀରସିନ୍ଧୁ ମହାନ୍ତି, ବିଜ୍ଞାପନ ବିଭାଗର ଦୀପକ କୁମାର ପଣ୍ଡା, ପ୍ରସାର ବିଭାଗର କହ୍ନେଇ ଚରଣ ମହାନ୍ତି, ଫଟୋ ସାମ୍ବାଦିକ ଡ଼ି. ଗୋପାଳ ରେଡ଼ି, ସୁଜିତ ଦାଶ, ବାସୁଦେବ ପଣ୍ଡା, ସକାଳ ଗଜପତି ଜିଲ୍ଳା ପ୍ରତିନିଧି ରଶ୍ମିରଞ୍ଜନ ମିଶ୍ର, କନ୍ଧମାଳ ଜିଲ୍ଳା ପ୍ରତିନିଧି ସଦାଶିବ ପାତ୍ର, ପ୍ରଶାନ୍ତ ମହାରଣା, ସନ୍ତୋଷ ସାହୁ, ଉମାକାନ୍ତ ବେହେରା, ଚିତ୍ତରଞ୍ଜନ ସାହୁ, ବିନ୍ଦୁପ୍ରିୟା ଦାସ ଯୋଗ ଦେଇଥିଲେ ।

 Reunion Of NandighoshaTV And Odia Daily Sakal In Brahmapur

ଅନ୍ୟମାନଙ୍କ ମଧ୍ୟରେ ପ୍ରଭାତ କୁମାର ସାହୁ, ଦେବାଶିଷ ଷଡ଼ଙ୍ଗୀ, ନୃସିଂହନାଥ ସାବତ, ମାନସ ରଞ୍ଜନ ଜେନା, କୃଷ୍ଣଚନ୍ଦ୍ର ପାଣିଗ୍ରାହୀ, କୃପାସିନ୍ଧୁ ସ୍ୱାଇଁ, ଶଙ୍କର ପ୍ରସାଦ ପ୍ରଧାନ, ମନୋଜ କୁମାର କର, ନରେନ୍ଦ୍ର କୁମାର ସାହୁ, ବଦ୍ରି ନାରାୟଣ ରଣା, ସୁଜିତ ପଣ୍ଡା, କେ. ନାଗେଶୁ ରେଡ଼ି, ସୁନୀର କୁମାର ବିଶ୍ୱାସ, ହରପ୍ରସାଦ ମହାପାତ୍ର, ସୂର୍ଯ୍ୟକାନ୍ତ ସ୍ୱାଇଁ, କେ. ରମେଶ, ନାଗେଶ ରେଡି, ପ୍ରଦ୍ୟୁନ୍ନ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ସେହିଭଳି ନନ୍ଦିଘୋଷ ଟିଭିର ଜିଲ୍ଲା ପ୍ରତିନିଧି ଦେବହରି ବେହେରା, ସୁବୋଧ ପରିଚ୍ଛା, କାଳୁଚରଣ ନାହାକ, ସରୋଜ ବୀର, ନରେନ୍ଦ୍ର ସାହୁ, ଲିଙ୍ଗରାଜ ଦାସ, ଜଗନ୍ନାଥ ଦାସ, ବିପ୍ରଚରଣ ସାହୁ, ପ୍ରଶାନ୍ତ କୁମାର ଜେନା, କୁନାଲ ପ୍ରମୁଖଙ୍କ ସହ ଅନ୍ୟାନ୍ୟ ପ୍ରତିନିଧି ମାନେ ଯୋଗ ଦେଇଥିଲେ । ସେହିଭଳି ଗଜପତି ନଗର କଲ୍ୟାଣ ମଣ୍ଡପ ଠାରେ ସକାଳର ବ୍ରହ୍ମପୁର ହକର ମିଟ ଅନୁଷ୍ଠିତ ହୋଇଛି ।

ଭିଜିଲାନ୍ସ ଜାଲରେ ଜିଲ୍ଲା ଶ୍ରମ ଅଧିକାରୀ, ନେଉଥିଲେ ୪୦ ହଜାର ଟଙ୍କା ଲାଞ୍ଚ

ନୂଆପଡ଼ା: ଫସିଲେ ଲାଞ୍ଚୁଆ ଜିଲ୍ଲା ଶ୍ରମ ଅଧିକାରୀ । ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ନୂଆପଡ଼ା ଜିଲ୍ଲା ଶ୍ରମ ଅଧିକାରୀ ଶରତ ଚନ୍ଦ୍ର ପାଣିଗ୍ରାହୀଙ୍କୁ ଧରିଛି । ଶରତଙ୍କ ଠାରୁ ୪୦ ହଜାର ଟଙ୍କା ଜବତ କରାଯାଇଛି । କାଗଜପତ୍ର ପଞ୍ଜିକରଣ ପାଇଁ ଜିଲ୍ଲା ଶ୍ରମ ଅଧିକାରୀ ଶରତ ବୋଡେନ ବ୍ଲକର ଶ୍ରୀନିବାସ ବେହେରାଙ୍କ ଠାରୁ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଭିଜିଲାନ୍ସ ଟିମ୍ ଶରତଙ୍କୁ ଲାଞ୍ଚ ଟଙ୍କା ସହ ଧରିଛି ।

Nuapada DLO Sarat Chandra Panigrahi In Vigilance Net

ଜିଲ୍ଲା ଶ୍ରମ ଅଧିକାରୀଙ୍କ ସରକାରୀ ବାସ ଭବନରେ ଭିଜିଲାନ୍ସ ଟିମ୍ ମଧ୍ୟ ଚଢ଼ାଉ କରିଛି । ରେଡ୍ ବେଳେ ଭିଜିଲାନ୍ସ ୧ ଲକ୍ଷ ୧୦ ହଜାର ଟଙ୍କା ଜବତ କରିଛି । ଏବେବି ଭିଜିଲାନ୍ସ ରେଡ୍ ଜାରି ରହିଛି । ଶରତଙ୍କ ନାଁରେ ନୂଆପଡ଼ା ବାଦ୍ ଅନ୍ୟ କେଉଁଠି କେଉଁଠି ସମ୍ପତ୍ତି ରହିଛି ଭିଜିଲାନ୍ସ ସେ ସବୁର ଖୋଳତାଡ଼ କରୁଛି ।

ସ୍ୱାଭିମାନ ଅଞ୍ଚଳରେ ଖୋଲିଲା ମାଣ୍ଡିଆ ମଣ୍ଡି

ଚିତ୍ରକୋଣ୍ଡା: ଆରମ୍ଭ ହେଲା ମାଣ୍ଡିଆ ମଣ୍ଡି । ଆରଏମସି ଜରିଆରେ ପରିଚାଳିତ ଏହି ମାଣ୍ଡିଆ ମଣ୍ଡି ଚିତ୍ରକୋଣ୍ଡାର ସ୍ୱାଭିମାନ ଅଞ୍ଚଳରେ ଆରମ୍ଭ କରାଯାଇଛି । ଏହି ଅଞ୍ଚଳରେ ଅଧିକ ପରିମାଣରେ ମାଣ୍ଡିଆ ଚାଷ ହୁଏ । ଚାଷୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଆରଏମସି ପକ୍ଷରୁ ଏହି ମଣ୍ଡି ଆରମ୍ଭ କରାଯାଇଛି । ଚାଷୀଙ୍କୁ କିପରି ମାଣ୍ଡିଆର ଉଚିତ୍ ଦାମ ମିଳିପାରିବ ସେଥିପାଇଁ ଗତବର୍ଷଠାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଅଭିଯାନ ଆରମ୍ଭ କରାଯାଇଛି ।

Milet Mandi Opened In Chitrakond aOf Malkangiri

ଗତବର୍ଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ପରେ କୃଷିମନ୍ତ୍ରୀ ଅରୁଣ ସାହୁ ଏହାର ଶୁଭାରମ୍ଭ କରିଥିଲେ । ମଣ୍ଡିରେ ମାଣ୍ଡିଆ କିଲୋଗ୍ରାମ ପିଛା ୩୩ ଟଙ୍କା ନିର୍ଦ୍ଧାରଣ କରାଯାଇଛି । ଏହି ମାଣ୍ଡିଆକୁ ଓଡ଼ିଶା ମିଲେଟ ମିଶନ ଦ୍ୱାରା ପରିଚାଳିତ କରାଯାଇଛି । ମିଲେଟ ମିଶନ କିଛି ଏନଜିଓଙ୍କୁ ନେଇ ଚାଷୀଙ୍କ ନିକଟରୁ ନିର୍ଦ୍ଧାରିତ ମୂଲ୍ୟରେ ମାଣ୍ଡିଆ କିପରି କ୍ରୟ କରାଯାଇପାରିବ ସେନେଇ କାର୍ଯ୍ୟ କରୁଛି ।

ଗୁଳିମାଡ଼ରେ ଚାଷୀ ମୃତ, ଦୁର୍ବୃତ୍ତ ଲୁଟିନେଲେ ୩୦ ହଜାର ଟଙ୍କା

ଢେଙ୍କାନାଳ: ଭୁବନ କୁନିନ୍ଦାରୁ ପଣ୍ଡା କିଣିବାକୁ ଯାଇଥିବା ତିନିଜଣ ଚାଷୀଙ୍କ ଉପରକୁ ଗୁଳିମାଡ଼ ହୋଇଛି । ଗୁଳିମାଡ଼ରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଦୁର୍ବୃତ୍ତ ଚାଷୀଙ୍କ ଠାରୁ ୩୦ ହଜାର ଟଙ୍କା ଲୁଟି ନେଇଛନ୍ତି । ମୃତକ ଭୁବନ କୁନିନ୍ଦାର ଗୋବିନ୍ଦ ବେହେରା ବୋଲି ଜଣାପଡ଼ିଛି । ପ୍ରଥମେ ଗୋବିନ୍ଦଙ୍କୁ ଗୁରୁତର ଅବସ୍ଥାରେ ଭୁବନ ପରେ ଢେଙ୍କାନାଳ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଛି ।

One Farmer Dead In Firing In Bhuban

ଭୁବନ ପୋଲିସ୍ ତଦନ୍ତ ହତ୍ୟାକାଣ୍ଡର ତଦନ୍ତ କରୁଛି । ଢେଙ୍କାନାଳ ଭୁବନ ଥାନା କୁନିନ୍ଦାର ତିନିଜଣ ଚାଷୀ ପଣ୍ଡା ଆଣିବାକୁ ଯାଜପୁର ଗୁହିଆଶାଳ ଦେଓଗାଁ ଯାଇଥିଲେ । ଗୁରୁବାର ରାତି ୯ଟା ସମୟରେ ଭୁବନ ଫେରୁଥିବା ବେଳେ ୪ ଜଣ ଦୁର୍ବୃତ୍ତ ସେମାନଙ୍କୁ ଅଟକାଇ ଲୁଟ୍ କରିବାକୁ ଉଦ୍ୟମ କରିଥିଲେ । ଏଥିରେ ହାତାହାତି ହେବା ପରେ ଲୁଟେରା ଚାଷୀଙ୍କ ଉପରକୁ ଗୁଳି ଚଳାଇଥିଲେ ।

ଦାବି ଶୁଣିଲେନି ସରକାର,ପୁଣି ବିଫଳ ଅଷ୍ଟମ ବୈଠକ

ନୂଆଦିଲ୍ଲୀ: ଅଷ୍ଟମ ଥର ପାଇଁ ମଧ୍ୟ ବିଫଳ ହେଲା ବୈଠକ । ବାହାରିପାରିଲା ନାହିଁ କୌଣସି ନିଷ୍କର୍ସ । ସରକାର ଏବଂ ଚାଷୀଙ୍କ ମଧ୍ୟରେ ବିଜ୍ଞାନ ଭବନରେ ଜାରି ରହିଥିବା ଆଲୋଚନା ପୁନର୍ବାର ଫେଲ ମାରିଛି । ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ଚାଷୀ ସଂଗଠନ ଅଟଳ ରହିଥିବା ବେଳେ, ଆଇନ ହଟିବାର ପ୍ରଶ୍ନ ଉଠୁନାହିଁ ବୋଲି ସିଧା ସିଧା କହିଛନ୍ତି କେନ୍ଦ୍ର ସରକାର ।

ଏମଏସପି ବଳବତ୍ତର ଏବଂ ନୂତନ କୃଷି ଆଇନକୁ ପ୍ରତ୍ୟାହାର ନେଇ ଦାବି ରଖିଥିଲେ ଆନ୍ଦୋଳନରତ ଚାଷୀ ସଂଗଠନ । କିନ୍ତୁ ପୂର୍ବ ବୈଠକରେ ଏମଏସପି ଉପରେ ସରକାର ଆଲୋଚନା କରିଥିଲାବେଳେ, ଆଜିର ବୈଠକରେ କୃଷି ଆଇନ ପ୍ରତ୍ୟାହାର ନେଇ ସ୍ପଷ୍ଟ ମନା କରିଦେଇଛନ୍ତି । ସେପଟେ ଆସନ୍ତା ୧୫ ତାରିଖରେ ପୁନର୍ବାର ଆଲୋଚନା ହେବା ନେଇ  ଧାର୍ଯ୍ୟ ହୋଇଛି ତାରିଖ ।

ଜିଦରେ ଅଡିବସିଥିବା ଚାଷୀ ସରକାରଙ୍କ ପ୍ରସ୍ତାବରେ ନାଖୁସ ରହିଛନ୍ତି । ଆଲୋଚନା ଶେଷ ହୋଇଛି । କିନ୍ତୁ ପୂର୍ବପରି ଆଜିର ଆଲୋଚନା କୌଣସି ବିଶେଷ ଫଳପ୍ରଦ ହୋଇନାହିଁ । ଫଳରେ ଆଜିର ଆଲୋଚନାରେ କୌଣସି ନିଷ୍ପତ୍ତି ଏବଂ ନିଷ୍କର୍ସ ବାହାରି ପାରିନାହିଁ । ତେଣୁ ଅଷ୍ଟମଥରର ଏହି ବୈଠକ ଏକପ୍ରକାର ବିଫଳ ହୋଇଥିବା ଜଣାପଡିଛି ।

ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ଭୋଗିବ ୧୫ ବର୍ଷ ସଜା

ଇସଲମାବାଦ: କିଛି ଦିନ ତଳେ ଗିରଫ ହୋଇଥିଲା ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ମାଷ୍ଟରମାଇଣ୍ଡ । ଏବେ ସଜା ଭୋଗିବା ନେଇ ସ୍ପଷ୍ଟ ହୋଇଛି । ବର୍ଷେ କି ଦୁଇ ବର୍ଷ ନୁହେଁ, ୧୫ ବର୍ଷ କାଳ କୋଠରୀ ଭିତରେ ରହିବ ସୈତାନ ଜାକିଉର ରେହମାନ ଲଖବି । ଆତଙ୍କବାଦୀ ସଂଗଠନକୁ ଅର୍ଥ ଯୋଗାଣ କରୁଥିବା ଅଭିଯୋଗରେ ଜାକିଉରକୁ ଗିରଫ କରିଥିଲା ପାକ ପୋଲିସ ।

ଶୁକ୍ରବାର ପାକିସ୍ତାନର ଆଣ୍ଟି ଟେରୋରିଜିମ କୋର୍ଟ ଏହି ମାମଲାର ଶୁଣାଣି କରିଛନ୍ତି । ଏଥି ସହିତ ଆତଙ୍କବାଦୀ ସଂଗଠନକୁ ଫଣ୍ଡି କରୁଥିବା ଜାକିଉରକୁ ୧୫ ବର୍ଷ ସଜା କାଟିବା ନେଇ ଶୁଣାଣି କରିଛନ୍ତି । ଡିସ୍ପେସଂରୀ ଅର୍ଥାତ ଚିକିତ୍ସା କେନ୍ଦ୍ର ନାମରେ ଦେଶର ଅନେକ ଯୁବକଙ୍କୁ ଆତଙ୍କୀ ଟ୍ରେନିଂ ଦେଉଥିଲା ଜାକିଉର । ସେହିପରି ଏହି ଯୁବକ ମାନଙ୍କୁ ବିଭିନ୍ନ ପ୍ରାନ୍ତକୁ ପଠାଇ ଆତଙ୍କବାଦୀ କାର୍ଯ୍ୟକଳାପ କରିବାରେ ଲିପ୍ତ ରଖୁଥିଲା ଏହି ମାଷ୍ଟରମାଇଣ୍ଡ ଜାକିଉର ।

ନିଲମ୍ବିତ ହେଲେ କମର୍ଦ୍ଦା ଥାନାର ଏଏସ୍‌ଆଇ ଭକ୍ତହରି ପଟ୍ଟନାୟକ

ବାଲେଶ୍ୱର: ମହଙ୍ଗା ପଡ଼ିଲା ପୋଲିସ ପାୱାରର ଅପବ୍ୟବହାର । ନିଲମ୍ବିତ ହେଲେ ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ଥାନାର ଏଏସ୍‌ଆଇ ଭକ୍ତହରି ପଟ୍ଟନାୟକ । ଅଭିଯୋଗକାରୀଙ୍କଠାରୁ ଲାଞ୍ଚ ନେବା ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ଏସ୍‌ପି ସୁଧାଂଶୁ ଶେଖର ମିଶ୍ର ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଗତ ୫ ତାରିଖରେ ଦୁଇଟି ପୃଥକ ମାମଲାରେ ୨ ଜଣ ଅଭିଯୋଗକାରୀଙ୍କୁ ଲାଞ୍ଚ ମାଗିଥିଲେ ଥାନା ବାବୁ ଭକ୍ତହରି ।

Kamardha ASI Bhaktahari Patnaik Suspends

ଦୁଇ ଅଭିଯୋଗକାରୀ ଲାଞ୍ଚ ନେଇ ପ୍ରଶ୍ନ କରିବାରୁ ଏଏସ୍ଆଇ ସେମାନଙ୍କ ସହ ଯୁକ୍ତିତର୍କ କରିଥିଲେ । ଏହାସହ ଘଟଣାର ଖବର ସଂଗ୍ରହ ବେଳେ ସମ୍ବାଦିକଙ୍କୁ ମଧ୍ୟ ଦୁର୍ବ୍ୟବହାର କରିଥିଲେ ଏଏସଆଇ ଭକ୍ତହରି ପଟ୍ଟନାୟକ । ଏନେଇ ଅଭିଯୋଗ ପରେ ଏସ୍‌ପି ଅତିରିକ୍ତ ଏସ୍‌ପି ମନୋରଞ୍ଜନ ସାମଲଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଘଟଣାର ତଦନ୍ତ କରି ଏଏସ୍‌ଆଇ ଭକ୍ତହରି ପଟ୍ଟନାୟକଙ୍କୁ ସସ୍‌ପେଣ୍ଡ କରାଯାଇଥିବା ବାଲେଶ୍ୱର ଏସ୍‌ପି ସୂଚନା ଦେଇଛନ୍ତି ।

ପରୀ ମାମଲା, ଅଭିଯୁକ୍ତ ଠାରୁ ଜବତ ମୋବାଇଲର ଯାଞ୍ଚ ପାଇଁ SITର ଆବେଦନ

ନୟାଗଡ଼: ନାର୍କୋ ଟେଷ୍ଟକୁ ନା କହିଲା ଅଭିଯୁକ୍ତ ନାବାଳକ । ରାଜି ନହେବାରୁ ନାର୍କୋ ଟେଷ୍ଟ ପାଇଁ ଅନୁମତି ଦେଲେନି ଜୁଭେନାଇଲ ଜଷ୍ଟିସ୍ ବୋର୍ଡ । ନୟାଗଡ଼ ଯଦୁପୁର ପରୀ ହତ୍ୟା ମାମଲାରେ ଅଭିଯୁକ୍ତ ନାବାଳକର ହେବନି ନାର୍କୋ ଟେଷ୍ଟ । ଅଭିଯୁକ୍ତ ରାଜି ନହେବାରୁ ନାର୍କୋ ଟେଷ୍ଟ ହେବନି ବୋଲି କହିଛନ୍ତି ଜୁଭେନାଇଲ ଜଷ୍ଟିସ୍ ବୋର୍ଡ । ନାର୍କୋ ଟେଷ୍ଟ ପାଇଁ ପକସୋ କୋର୍ଟରେ ଆବେଦନ କରିଥିଲା ଏସ୍‌ଆଇଟି । କୋର୍ଟରେ ଅଭିଯୁକ୍ତ ନାବାଳକ ସାବ୍ୟସ୍ତ ହେବା ପରେ ଜୁଭେନାଇଲ ବୋର୍ଡ ଏହା କହିଛନ୍ତି ।

Nayagarh Pari Murder Accused Not Agreed For Narco Test

ଅନ୍ୟପଟେ ନାବାଳକ ଅଭିଯୁକ୍ତ ଠାରୁ ଜବତ ମୋବାଇଲ ପରୀକ୍ଷା ପାଇଁ ଗୁଜରାଟ ସିଏଫଏଲ୍କୁ ପଠାଇଯାଇପାରେ । ମୋବାଇଲ୍ ଭିତରେ କ’ଣ ରହିଛି ଜାଣିବାକୁ ଚାଁହୁଛି SIT । ସେଥିପାଇଁ ମୋବାଇଲକୁ ଲାବ୍ରୋଟୋରିକୁ ପଠାଇବା ପାଇଁ ଜୁଭେନାଇଲ ଜଷ୍ଟିସ୍ ବୋର୍ଡରେ ଆବେଦନ କରିଛି । ଏନେଇ କୋର୍ଟ ଶୁଣାଣି କରି ରାୟ ସଂରକ୍ଷିତ କରି ରଖିଛନ୍ତି ।

Nayagarh Pari Murder Accused Not Agreed For Narco Test

ଅଭିଯୁକ୍ତକୁ ଅନୁଗୁଳ ବାଳ ସୁଧାର ଗୃହରୁ ନୟାଗଡ଼ ଅଣାଯାଇଥିଲା । ଆଜି ନାର୍କୋ ଟେଷ୍ଟ ଶୁଣାଣି ପାଇଁ ଅଭିଯୁକ୍ତକୁ ଜୁଭେନାଇଲ ଜଷ୍ଟିସ୍ ବୋର୍ଡରେ ହାଜର କାରାଯାଇଥିଲା । ପୂର୍ବରୁ ଏସ୍‌ଆଇଟି ଓସିଫିକେସନ ଟେଷ୍ଟ ଦ୍ୱାରା ଅଭିଯୁକ୍ତକୁ ସାବାଳକ ଦର୍ଶାଇ ପକସୋ କୋର୍ଟରେ ପ୍ରଡ୍ୟୁସ୍ କରିଥିଲା । ଡିସେମ୍ବର ୨୦ରେ ଅଭିଯୁକ୍ତ ଗିରଫ ହୋଇଥିଲା । ପରେ ତାକୁ ରିମାଣ୍ଡରେ ଆଣି କ୍ରାଇମ ସିନ୍ ରିକ୍ରିଏଟ କରିଥିଲା ଏସ୍‌ଆଇଟି । କେମିତି ମାରିଲା ? କେମିତି ମୃତଦେହ ଫିଙ୍ଗିଲା ପୋଲିସ ଆଗରେ ଟିକିନିକି ବଖାଣିଥିଲା ଅଭିଯୁକ୍ତ । ଗତବର୍ଷ ଜୁଲାଇ ୧୪ରେ ପରୀକୁ ହତ୍ୟା କରାଯାଇଥିଲା । ଦୁଇ ସପ୍ତାହ ପରେ ଅର୍ଥାତ ଜୁଲାଇ ୨୩ ତାରିଖରେ ବସ୍ତାରେ ବନ୍ଧା ହୋଇଥିବା ହାଡ଼ ଘର ବାଡ଼ିପଟୁ ମିଳିଥିଲା ।