spot_img
Home Blog Page 6134

ଅଷ୍ଟମ ଥର ଚାଷୀ-ସରକାର ଆଲୋଚନା ଜାରି

ନୂଆଦିଲ୍ଲୀ: ପ୍ରଥମରୁ ସପ୍ତମଥର ବସି ସାରିଛି ବୈଠକ । ସରକାର-ଚାଷୀଙ୍କ ମଧ୍ୟରେ ହୋଇଛି ଆଲୋଚନା । କିନ୍ତୁ ସବୁ ହୋଇଛି ବିଫଳ । ଆଜି ପୁନର୍ବାର ଅର୍ଥାତ ଅଷ୍ଟମଥର ପାଇଁ ବସିଛି ବୈଠକ । ନୂଆ କୃଷି ଆଇନକୁ ନେଇଜାରି ରହିଛି ଆଲୋଚନା । ଆଜି ପୁଣି ଥରେ କେନ୍ଦ୍ର ସରକାର ଓ ଚାଷୀ ସଙ୍ଗଠନ ମଧ୍ୟରେ ଆରମ୍ଭ ହୋଇଛି ଆଲୋଚନା । ଦିଲ୍ଲୀର ବିଜ୍ଞାନ ଭବନରେ ଚାଲିଛି ଗୁରୁତ୍ବପୂର୍ଣ୍ଣ ବୈଠକ । ଏଥିରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ ସହ ଅନ୍ୟ ମନ୍ତ୍ରୀ ଓ ଅଧିକାରୀମାନେ ସାମିଲ ହୋଇଛନ୍ତି ।

ସେହିଭଳି ଚାଷୀନେତା ମାନେ ବୈଠକରେ ଉପସ୍ଥିତ ରହିଛନ୍ତି । ଦୁଇଟି ପ୍ରସ୍ତାବ ଉପରେ ସରକାର ସହମତି ପ୍ରକାଶ କରିଥିବାବେଳେ ଆଇନ ପ୍ରତ୍ୟାହାର ଓ ଏମଏସପି ନେଇ ଆଲୋଚନା ହେବ । ଯଦି ସରକାର ଦାବି ନ ମାନନ୍ତି ତେବେ କାଲିଠୁ ଜୋରଦାର ହେବ ଆନ୍ଦୋଳନ । ହରିୟାଣାରେ କୃଷି ସଙ୍ଗଠନ ଘର ଘର ବୁଲି ଆଇନ ବିରୋଧରେ ଜନସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିବା ପାଇଁ ଅଣ୍ଟା ଭିଡିଛି ।

ସେହିଭଳି ଗଣତନ୍ତ୍ର ଦିବସରେ ଦିଲ୍ଲୀରେ ଟ୍ରାକ୍ଟର ପରେଡ୍ କରିବା ପାଇଁ ରଣନୀତି ଆପଣେଇଛନ୍ତି ଚାଷୀ । ସେପଟେ ଚାଷୀଙ୍କ ସହ ଆଲୋଚନା ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌ ଶାହାଙ୍କୁ ଭେଟି ରଣନୀତି ପ୍ରସ୍ତୁତ କରିଥିଲେ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଓ ରେଳମନ୍ତ୍ରୀ ପୀୟୂଷ ଗୋଏଲ ।

୪ ମାସର ଶିଶୁପୁତ୍ରକୁ ବିକ୍ରି କରିବା ପରେ ଆତ୍ମହତ୍ୟା କଲେ ବାପା

ମାଲାକାନଗିରି: ଦାରିଦ୍ର୍ୟର ଦାରୁଣ ରୂପ  । ୪ ମାସର ଶିଶୁପୁତ୍ରକୁ ବିକ୍ରି କରିବା ପରେ ଦୁଃଖରେ ଭାଙ୍ଗିପଡ଼ି ଆତ୍ମହତ୍ୟା କଲେ ବାପା  । ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ସପ୍ତଧାରାର ଏଭଳି ଅଭାବନୀୟ ଘଟଣା  ଘଟିଛି । ମୃତକ ହେଲେ ସୋମନାଥ ଖିଲ  ।  ସୋମନାଥଙ୍କ ଆତ୍ମହତ୍ୟା ପରେ ଅସହାୟ ହୋଇପଡ଼ିଛି ପରିବାର  । ମୂଲମଜୁରି ଲାଗି ୭ ପ୍ରାଣୀ କୁଟୁମ୍ବ ପୋଷୁଥିଲେ ସୋମନାଥ  । ତେବେ କାମଧନ୍ଦା ନମିଳିବାରୁ ପରିବାର ପୋଷିବା କଷ୍ଟକର ହୋଇପଡିଥିଲା  । ଶେଷରେ ୪ବର୍ଷର ପୁଅ ବିକ୍ରି କରିବାକୁ ନିଷ୍ପତ୍ତି ନେଇଥିଲେ ସୋମନାଥ  । କିନ୍ତୁ ପିଲା ବିକ୍ରି  ପରେ ଦୁଃଖରେ ଭାଙ୍ଗିପଡ଼ିଥିଲେ ସୋମାନାଥ । ଶେଷରେ ଚରମ ନିଷ୍ପତ୍ତି ନେଇଛନ୍ତି ସୋମନାଥ  । ଆତ୍ମହତ୍ୟା କରିଦେଇଛନ୍ତି  ।  ଅସହାୟ ପରିବାରକୁ ପ୍ରଶାସନିକ ସହାୟତା ଯୋଗାଇଦେବାକୁ ଦାବି ହୋଇଛି  ।

ଏଥିସହିତ ପଢ଼ନ୍ତୁ: ପରୀ ହତ୍ୟା ମାମଲା: ଆତ୍ମହୂତି ଥିଲା ଡ୍ରାମା, ଭାଇରାଲ୍ ହେଲା ଭିଡିଓ

ୟୁରୋପ ନୁହେଁ ଏହା ହେଉଛି ଭାରତର ଏକ ଗାଁର ଚିତ୍ର, ଦେଖନ୍ତୁ ଭାଇରାଲ ଫଟୋ

କେରଳ: ନିକଟରେ କେରଳରେ ଏମିତି ଏକ ପାର୍କ ପ୍ରସ୍ତୁତ କରାଯାଇଛି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ଯେ ଏହା ଆମ ଭାରତ ନା କୌଣସି ୟୁରୋପୀୟ ଦେଶ । କେରଳର ପାରମ୍ପରିକ ଘର ମଧ୍ୟର ପ୍ରସ୍ତୁତ ହୋଇଥିବା ଏହି ସୁନ୍ଦର ପାର୍କ ଆଧୁନିକ ନିର୍ମାଣର ଏକ ଜ୍ୱଳନ୍ତ ଉଦାହରଣ ସାଜିଛି । କେରଳର ପର୍ଯ୍ୟଟନ ମନ୍ତ୍ରୀ ଏହି ପାର୍କର ଉଦଘାଟନ କରିବା ମାତ୍ରେ ଏହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଏହି ପାର୍କରେ ଗାଡ଼ି ଚଲାଇବାକୁ ନିଶେଧ କରାଯାଇଛି । ଲୋକମାନେ କେବଳ ଚାଲି ଚାଲି ଏହାକୁ ଉପଭୋଗ କରିପାରିବେ । ଆସନ୍ତୁ ଏହି ପାର୍କର କିଛି ଝଲକ ଦେଖିବା ।

କେରଳର କୋଝିକୋଡ ଜିଲ୍ଲାର ୱଡାକରା ପାଖରେ ସ୍ଥିତ କାରାକଡ ଗାଁରେ ପ୍ରସ୍ତୁତ ଏହି ପାର୍କର ନାଁ ହେଉଛି ୱାଗଭଟାନନ୍ଦ ପାର୍କ । ଏହାର ଉଦଘାଟନ କେରଳର ପର୍ଯ୍ୟଟନ ମନ୍ତ୍ରୀ କଡକମପଲ୍ଲୀ ସୁରେନ୍ଦ୍ରନ କରିଛନ୍ତି । ତେବେ ଏହାକୁ ଉଦଘାଟନ କରିବା ପରେ ଏହାର ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ଏବଂ ଲୋକମାନେ ଏହାକୁ ୟୁରୋପୀୟ ଦେଶର ରାସ୍ତା ସହିତ ତୁଳନା କରୁଛନ୍ତି ।

ଏହି ପାର୍କରେ ପକ୍କା ସଡ଼କ, ଏହା ନିକଟରେ ଛୋଟ ଛୋଟ ଗଛ ଲଗା ହୋଇଛି, ଖୁବ ସୁନ୍ଦର ୟୁରୋପୀୟ ଡିଜାଇନର ଲାଇଟ୍ସ, ଆଧୁନିକ ଡିଜାଇନର କାନ୍ଥ, ଓପନ ଜିମ୍, ବ୍ୟାଡମିଣ୍ଟନ କୋର୍ଟ ଏବଂ ଚିଲଡ୍ରେନ ପାର୍କ ରହିଛି । ପାର୍କର ଦୁଇ ପାର୍ଶ୍ୱରେ ପ୍ରସ୍ତୁତ ହୋଇଥିବା ଶୌଚାଳୟକୁ ଦିବ୍ୟାଙ୍ଗ ମଧ୍ୟ ଯାଇପାରିବେ । କେବଳ ସେହିକି ନୁହେଁ, ଏହି ପାର୍କର ରାସ୍ତାରେ ଟେକନିକାଲ ଟାଇଲ୍ସ ଲଗାଯାଇଛି , ଯାହାଦ୍ୱାରା ଦୃଷ୍ଟିହୀନ ଲୋକମାନେ ମଧ୍ୟ ଏହି ରାସ୍ତାର ଭରପୂର ମଜା ଉଠାଇପାରିବେ ।

ସ୍ଥାନୀୟ ଲୋକଙ୍କ ସହାୟତା ବିନା ଏହି ପାର୍ଟ ପ୍ରସ୍ତୁତ ହୋଇପାରିନଥାନ୍ତା ବୋଲି ମତ ଦେଇଛନ୍ତି ପର୍ଯ୍ୟଟନ ମନ୍ତ୍ରୀ । ଏହି ପାର୍କ ପ୍ରଥମେ ସ୍ଥାନୀୟ ଲୋକଙ୍କର । ଧିରେ ଧିରେ ଦେଶ ବିଦେଶରୁ ପର୍ଯ୍ୟଟକ ଏଠାରୁ ବୁଲିବା ପାଇଁ ଆସିବେ । ଏହାଦ୍ୱାର ସ୍ଥାନୀୟ ଲୋକଙ୍କ ଆର୍ଥିକ ଏବଂ ସାମାଜିକ ସ୍ଥିତି ମଧ୍ୟ ସୁଧାର ଆସିବ ବୋଲି କହିଛନ୍ତି ମନ୍ତ୍ରୀ ।

ଏଠାରେ ପୂର୍ବରୁ ଏକ ପାର୍କ ଥିଲା । ଯେତେବେଳେ ପ୍ରଶାସନ ଏବଂ ସରକାର ଏହି ପାର୍କରୁ ପୁଣି ଥରେ ପ୍ରସ୍ତୁତ କରିବା ପାଇଁ ଯୋଜନା କଲେ ସେତେବେଳେ ସ୍ଥାନୀୟ ଲୋକମାନେ ଏହାକୁ ଖୁବ ସମର୍ଥନ ଜଣାଇଥିଲେ । ଡିଜାଇନିଂ, ରିନୋଭେସନ ଏବଂ ପାର୍କ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ହେବା ପର୍ଯ୍ୟନ୍ତ ସ୍ଥାନୀୟ ଲୋକମାନେ ନିଜର ବିଚାର ସେୟାର କରୁଥିଲେ ।  ପାର୍କର କାମ ସୁରୁଖୁରୁରେ ସାରିବା ପାଇଁ ସ୍ଥାନୀୟ ଲୋକମାନେ ନିର୍ମାଣ ସମୟରେ ନିଜର ପୂରା ସମୟ ଦେଉଥିଲେ ।

ଏହି ପାର୍କର ନାମ ସ୍ଥାନୀୟ ସାମାଜିକ କାର୍ଯ୍ୟକର୍ତ୍ତା ୱାଗଭଟାନନ୍ଦ ଗୁରୁଙ୍କ ନାମରେ ନାମିତ କରାଯାଇଛି । ଏହି ପାର୍କକୁ ନିର୍ମାଣ କରିବା ପାଇଁ ୨.୮୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଏହାକୁ ନିର୍ମାଣ କରିବାରେ ଉରାଲୁଙ୍ଗନ ଲେବର କଣ୍ଟ୍ରାକ୍ଟର କର୍ପୋରେସନ ସୋସାଇଟି ସାହାଯ୍ୟ କରିଛି । ସୋସିଆଲ ମିଡିଆରେ ଏହି ପାର୍କର ଫଟୋ ଆସିବା ପରେ ଲୋକମାନେ ଏହାକୁ ବୁଲି ଯିବା ପାଇଁ ଉତ୍ସାହ ପ୍ରକାଶ କରୁଛନ୍ତି ।

ପରୀ ହତ୍ୟା ମାମଲା: ଆତ୍ମହୂତି ଥିଲା ଡ୍ରାମା, ଭାଇରାଲ୍ ହେଲା ଭିଡିଓ

ନୟାଗଡ଼: ପାଞ୍ଚବର୍ଷର ମୃତ ଝିଅକୁ ନ୍ୟାୟ ଦେବାକୁ ସତରେ ଚାହୁଁଥିଲେ କି ପରୀର ବାପାମାଆ? ନା ଏହା ପଛରେ ଥିଲା ଏକ ରାଜନୈତିକ ଷଡ଼ଯନ୍ତ୍ର ।  ଏ ପ୍ରଶ୍ନକୁ ନେଇ ଅନେକ ବିତର୍କ ହୋଇଥିବା ବେଳେ ଆଜି ଏକ ଭିଡିଓ ଭାଇରାଲ୍ ହୋଇଛି, ଯାହା ଆପଣଙ୍କୁ ନିଷ୍କର୍ଷରେ ପହଞ୍ଚାଇବ । କାରଣ ଏହି ଭିଡିଓରେ ପରୀର ବାପାମାଆ କହିଛନ୍ତି ନିଜ ଝିଅକୁ ଦୁଷ୍କର୍ମ ପରେ ହତ୍ୟା ଘଟଣାର ସବୁ ସତ ।

ପରୀକୁ ନେଇ ରାଜ୍ୟରେ ରାଜନୀତିର ଝଡ଼ ଚାଲିଥିବା ବେଳେ ପରୀ ବାପା ଓ ମାଙ୍କ ଏକ ଭାଇରାଲ ଭିଡିଓ ପ୍ରଶ୍ନର ପାହାଡ ଛିଡା କରିଛି । ଏସଆଇଟିର ମୁଖ୍ୟ ଅରୁଣ ବୋଥ୍ରା ପରୀ ହତ୍ୟା ଅଭିଯୁକ୍ତକୁ ଗିରଫ କରିବା ପରେ ବି ବିଜେପିର ରାଜନୀତି ସରୁନି । ହେଲେ ଏ ଭିଡିଓରେ ନିଜେ ପରୀରର ବାପାମାଆ କହିଛନ୍ତି ସେମାନଙ୍କ ସନ୍ଦେହ ବି ସରୋଜ ଉପରେ ରହିଛି । ଭାଇରାଲ ଭିଡିଓରେ ପରୀର ବାପା କହିଛନ୍ତି ଯେ, ଆରମ୍ଭରୁ ତାଙ୍କର ସରୋଜ ଉପରେ ସନ୍ଦେହ ଥିଲା । ଆଶ୍ଚର୍ଯ୍ୟର କଥା, ଯଦି ସନ୍ଦେହ ଥିଲା, ତେବେ ଏସଆଇଟି ତଦନ୍ତକୁ କାହିଁକି ଅସ୍ବୀକାର କରୁଛନ୍ତି ପରୀର ପରିବାର? ବିଜେପି ଶିବିରରେ ବସି କାହିଁକି ତଦନ୍ତକୁ ବାଟବଣା କରିବାକୁ ଚେଷ୍ଟା କରୁଥିଲେ ?  ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିବାକୁ ବିଧାନସଭା ସମ୍ମୁଖରେ ଆତ୍ମାହୁତିର ଡ୍ରାମା ହୋଇଥିଲା । ପରୀ ବାପା ଓ ମାଙ୍କ ଭାଇରାଲ ଭିଡିଓରୁ ଏମିତି କିଛି ସନ୍ଦେହ ସୃଷ୍ଟି ହୋଇଛି । ଭାଇରଲ୍ ଭିଡିଓରେ ପରୀର ବାପା ଅଶୋକ ସାହୁ, ମାଆ ସୌଦାମିନୀ ଏବଂ ନୟାଗଡର ଶ୍ରୀଧର ପ୍ରଧାନଙ୍କ କଥାବାର୍ତ୍ତା ରହିଛି । ଭିଡିଓରେ ବିଭିନ୍ନ ଗଣମାଧ୍ୟମ ସମ୍ପର୍କରେ କଥାବର୍ତ୍ତା ରହିଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହି ଭିଡିଓରେ ବିଧାନସଭା ଆଗରେ ମୃତ ଝିଅକୁ ନ୍ୟାୟ ଦେବା ପାଇଁ ଆତ୍ମାହୁତି ଘଟଣାକୁ ନିଜେ ବାପା ମା ଏକ ଡ୍ରାମା ଥିଲା ବୋଲି ନିଜ ମୁହଁରେ କହିଛନ୍ତି । ଏକଥା କୌଣସି ଚାପରେ ନୁହେଁ, ବରଂ ରେକର୍ଡିଂ ଚାଲିଥିବା ଜାଣି ନପାରି ଷଡ଼ଯନ୍ତ୍ର ପଛର ସବୁ ସତକୁ କହି ଦେଇଛନ୍ତି ।

ଉତ୍ତର ପ୍ରଦେଶରେ ମଦ ମୃତ୍ୟୁ ଅଭିଯୋଗ: ୪ ମୃତ୍ୟୁ, ୧୫ ଗୁରୁତର

ବୁଲନ୍ଦସହର: ଉତ୍ତର ପ୍ରଦେଶରେ ମଦ ମୃତ୍ୟୁ ଅଭିଯୋଗ । ଯୋଗୀ ରାଜ୍ୟରେ ଗାଁ ଗାଁ ରେ ମିଳୁଛି ବିଷ ମଦ । ଏହାକୁ ପିଇବା ପରେ ଜୀବନ ହାରୁଛନ୍ତି ଅନେକ ଲୋକେ । ଏବେ ୟୁପିର ବୁଲନ୍ଦସହରରୁ ଆସିଛି ମଦ ମୃତ୍ୟୁ ଅଭିଯୋଗ । ମଦ ପିଇ ୪ ଜଣକ ମୃତ୍ୟୁ ହୋଇଥିବାବେଳେ ୧୫ ଜଣ ଗୁରୁତର ଅବସ୍ଥାରେ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ଘଟଣାରେ ୩ ଜଣକୁ ପୋଲିସ ଉଠାଇନେଇଥିବାବେଳେ ୩ ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ୩ ଜଣ ପୋଲିସ ଅଫିସରଙ୍କୁ ନିଲମ୍ବିତ କରିଛନ୍ତି ସରକାର । ଗାଁ ଗାଁରେ ଏଭଳି ବିଷ ମଦ ବିକ୍ରି ହେଉଥିବାବେଳେ ସ୍ଥାନୀୟ ପ୍ରଶାସନ ସବୁ ଜାଣିଶୁଣି ଚୁପ ରହୁଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକ । ସରକାର ମଧ୍ୟ ଏହି ଘଟଣାରେ ସେଭଳି କିଛି ଆଖି ଦୃଶିଆ ପଦକ୍ଷେପ ନେଉନଥିବା କୁହାଯାଉଛି ।

ସଦରଥାନା ଗୁଳିମାଡ଼ ଘଟଣା: ୭ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ବାଲେଶ୍ବର: ସଦର ଥାନା ଅଞ୍ଚଳରେ ଗୁଳିକାଣ୍ଡ ମାମଲାରେ ପୋଲିସକୁ ବଡ଼ ସଫଳତା । ବିଭିନ୍ନ ସ୍ଥାନରେ ଚଢ଼ାଉ କରି 7ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କଠାରୁ ଗୋଟିଏ ବନ୍ଧୁକ, 3ଟି ଗୁଳି ଓ ଗୋଟିଏ ମୂର୍ତ୍ତି ଜବତ କରାଯାଇଛି । ଗତ ୪ ତାରିଖରେ ୧୬ ନମ୍ୱର ଜାତୀୟ ରାଜପଥର ଖାନ୍‌ନଗର ନିକଟରେ ଗୁଳିମାଡ଼ କରି ଦୂର୍ବୃତ୍ତ ଫେରାର୍‌ ହୋଇଯାଇଥିଲେ । ଗୁଳିମାଡ଼ରେ ରାଜକନିକା ଅଞ୍ଚଳର ରାଜକିଶୋର ଧଳ ଗୁରୁତର ଆହତ ହୋଇଥିଲେ ।

ଏଥିସହିତ ପଢ଼ନ୍ତୁ: ଜମି ବିବାଦକୁ ନେଇ ବୀଭତ୍ସ ହତ୍ୟାକାଣ୍ଡ: ଭାଇର ଜୀବନ ନେଲା ଭାଇ

ତୈମୁରଙ୍କୁ ବିବାହ କରିବାକୁ ଚାହୁଛନ୍ତି ବଲିଉଡର ଆଇଟମ ଗର୍ଲ ନୋରା ଫତେହି

ମୁମ୍ବାଇ: ସୈଫ୍ ଅଲ୍ଲୀ ଖାନ୍ ଓ କରିନା କପୁରଙ୍କ ପୁଅ ତୈମୁର୍‌ଙ୍କୁ ବାହା ହେବାକୁ ଚାହାନ୍ତି ବଲିଉଡ୍‌ର ଆଇଟମ୍ ଗର୍ଲ ନୋରା ଫତେହି । ‘ହ୍ଵାଟ୍ ଓମେନ୍ ଵାଣ୍ଟ’ ନାମକ ଏକ ଟିଭି ସୋ’ରେ ଯୋଗ ଦେଇ କଥାବାର୍ତ୍ତା କରିବା ସମୟରେ ନୋରା ତାଙ୍କ ବିବାହକୁ ନେଇ ଏହି କଥା କହିଥିଲେ । ତେବେ ଏହାର ଉତ୍ତରରେ କରିନା ହସିବା ସହିତ ତୈମୁର୍ ଏବେ ମାତ୍ର ୪ ବର୍ଷର ବୋଲି କହିଥିଲେ ।

ହେଲ ଉତ୍ତରରେ ନୋରା ତୈମୁର୍‌ଙ୍କ ବଡ଼ ହେବା ଯାଏ ସେ ଅପେକ୍ଷା କରିବେ, ଏପରିକି ତୈମୁରଙ୍କୁ ଦେଖିବା ପରଠୁ ତାଙ୍କୁ ସେ ଭଲ ଲାଗନ୍ତି ବୋଲି କହିଥିଲେ। ସୈଫ୍ ଓ କରିନାଙ୍କ ଷ୍ଟାର୍ କିଡ୍ ତୈମୁର ଜନ୍ମ ହେବା ପରଠୁ ତାଙ୍କ ଫଟୋକୁ ନେଇ ବହୁ ସର୍ବଦା ଚର୍ଚ୍ଚା ହେଉଛି । ଏପରିକି ତୈମୁର୍ ଫଟୋ ଉଠାଇବାକୁ ନେଇ ଅନେକ ସମୟରେ ସ୍ମାଇଲ୍ ପୋଜ୍ ଦେଇଥିବା ଦେଖାଯାଏ ।

ସେହିଭଳି କିଛି ଦିନ ତଳେ କରିନାଙ୍କ ଦ୍ୱିତୀୟ ପିଲାକୁ ନେଇ ତୈମୁର ତାଙ୍କ ଘରକୁ ଆଉ ଜଣେ ନୂଆ ଅତିଥି ଆସିବେ ବୋଲି ସାମାଜିକ ଗଣମାଧ୍ୟମରେ କହୁଥିବା ଦେଖାଦେଇଥିଲା।

‘ମୋ ଖତ’ ବିକ୍ରୟର ଶୁଭାରମ୍ଭ କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ଏଣିକି ରାଜଧାନୀ ଭୁବନେଶ୍ୱରରେ ମିଳିବ`ମୋ ଖତ’ । ଜୈବିକ ସାର ‘ମୋ ଖତ’ ବିକ୍ରୟର ଶୁଭାରମ୍ଭ ହୋଇଛି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏହାର ଶୁଭରମ୍ଭ କରିଛନ୍ତି । ଭୁବନେଶ୍ବର ମହାମଗର ନିଗମ ଅଞ୍ଚଳର ପରିମଳରୁ ‘ମୋ ଖତ’ ପ୍ରସ୍ତୁତ ହେଉଛି । ଓଦା ବର୍ଜ୍ୟବସ୍ତୁରୁ ପ୍ରସ୍ତୁତ ହେଉଛି ‘ମୋ ଖତ’ । ଭୁବନେଶ୍ବରର ୮ଟି ଏମସିସିରୁ ବାହାରୁଛି ଜୈବିକ ସାର । ୫କିଲୋଗ୍ରାମ ପାଇଁ ୧୨୫ ଟଙ୍କା ଦର ଧାର୍ଯ୍ୟ କରିଛି ବିଏମ୍‌ସି । ଅନ୍‌ଲାଇନ୍‌ରେ ବି ଖତ ମିଳିବ ବୋଲି ସୂଚନା ଦିଆଯାଇଛି ।

ଏଥିସହିତ ପଢ଼ନ୍ତୁ: ଆଜିଠୁ ସ୍କୁଲରେ ପାଠପଢା: କରୋନା କଟକଣା ଭିତ୍ତିରେ SOP ପାଳନକୁ ଗୁରୁତ୍ୱ, ଉତ୍ସାହିତ ଛାତ୍ରଛାତ୍ରୀ ଓ ଅଭିଭାବକ

 

ଜମି ବିବାଦକୁ ନେଇ ବୀଭତ୍ସ ହତ୍ୟାକାଣ୍ଡ: ଭାଇର ଜୀବନ ନେଲା ଭାଇ

ଜୟପୁର: ଜମି ବିବାଦକୁ ନେଇ ବୀଭତ୍ସ ହତ୍ୟାକାଣ୍ଡ । ଜମି ପାଇଁ ଜୀବନ ନେଲା ଭାଇ । ବିଚ୍‌ ରାସ୍ତାରେ ଭାଇକୁ ହତ୍ୟା କଲା ଭାଇ । ଏପରି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ ଶଶାହାଣ୍ଡି ଗାଁରେ । ଦଶରଥ ହରିଜନଙ୍କୁ ହତ୍ୟା କରିଛି ଭାଇ ଲକ୍ଷ୍ମଣ ହରିଜନ । ଅଭିଯୁକ୍ତ ଲକ୍ଷ୍ମଣ ହରିଜନ ଫେରାର ହୋଇଯାଇଛି । ତଦନ୍ତ ଜାରି ରଖିଛି ପୋଲିସ ।

ଏଥିସହିତ ପଢ଼ନ୍ତୁ: ପରୀ ହତ୍ୟା ମାମଲା: ନାର୍କୋ ଟେଷ୍ଟ ଆବେଦନର ହେବ ଶୁଣାଣି

ବିଜ୍ଞାପନରେ ଦେବାଦେବୀଙ୍କ ନାଁ ବ୍ୟବହାର କରିବା ଦଣ୍ଡନୀୟ ଅପରାଧ: ବମ୍ବେ ହାଇକୋର୍ଟ

ମୁମ୍ବାଇ: କୌଣସି ସାମଗ୍ରୀ ବିକ୍ରି କରିବା ପାଇଁ ଦେବଦେବୀଙ୍କ ନାଁ ବ୍ୟବହାର କରି ବିଜ୍ଞାପନ ଦେବା ଉପରେ ରୋକ୍‌ ଲଗାଇଛନ୍ତି ବମ୍ବେ ହାଇକୋର୍ଟ। ମହାରାଷ୍ଟ୍ର ‘ପ୍ରିଭେନ୍‌ସନ୍‌ ଆଣ୍ଡ୍‌ ଇରାଡିକ୍‌ସନ୍‌ ଅଫ୍‌ ହ୍ୟୁମ୍ୟାନ୍‌, ଏଭିଲ୍‌ ଆଣ୍ଡ ଅଘୋରୀ ପ୍ରାକ୍ଟିସେସ୍‌ ଆଣ୍ଡ ବ୍ଲାକ୍‌ ମ୍ୟାଜିକ୍‌’ ଆକ୍ଟ ଅନୁଯାୟୀ ବିଜ୍ଞାପନ ମାଧ୍ୟମରେ ସାମଗ୍ରୀର ଅତିଭୌତିକ ଗୁଣ ଦାବି କରିବା ବେଆଇନ ବୋଲି ବମ୍ବେ ହାଇକୋର୍ଟର ଔରଙ୍ଗାବାଦ ବେଞ୍ଚ ରାୟ ଦେଇଛନ୍ତି। ଟିଭିରେ ଏଭଳି ବିଜ୍ଞାପନ ବନ୍ଦ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ବିଚାରପତି ଟି ଭି ନାଲା‌ୱାଡେ ଏବଂ ଏମ୍‌ ଜି ସ୍ବିଲ୍‌କରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକ ଆବେଦନର ଶୁଣାଣି କରି ଏହି ରାୟ ପ୍ରକାଶ କରିଛନ୍ତି। ରାଜେନ୍ଦ୍ର ଆମ୍ଭୋରେ ନାମକ ଜଣେ ଶିକ୍ଷକ ହନୁମାନ ଚାଳିସା ଯନ୍ତ୍ର ବିକ୍ରି ବୃଦ୍ଧି ପାଇଁ ଟେଲିଭିଜନରେ ଦିଆଯାଉଥିବା ବିଜ୍ଞାପନକୁ ବନ୍ଦ କରିବାକୁ ହାଇକୋର୍ଟରେ ପିଟିସନ୍‌ ଦାଖଲ କରିଥିଲେ ।

ଏ ବାବଦରେ ଶୁଣାଣି କରି କୋର୍ଟ କହିଛନ୍ତି, ଉଚ୍ଚ ଶିକ୍ଷିତ ଲୋକେ ମନ୍ତ୍ରତନ୍ତ୍ର ଏବଂ ବ୍ଲାକ୍‌ ମ୍ୟାଜିକ୍‌ ପ୍ରତି ଆକୃଷ୍ଟ ହେଉଥିବା ପରିତାପର ବିଷୟ। ବ୍ୟବସାୟ ବଢ଼ାଇବା ପାଇଁ କୌଣସି ସାମଗ୍ରୀ ବିକ୍ରି ଉଦ୍ଦେଶ୍ୟରେ ଦେବଦେବୀଙ୍କ ନାଁରେ ବିଜ୍ଞାପନ ଦଣ୍ଡନୀୟ ଅପରାଧ ବୋଲି ଅଦାଲତ କହିଛନ୍ତି।