spot_img
Home Blog Page 6179

ଟିଆରପି ଟାମ୍ପରିଂରେ ଅର୍ଣ୍ଣବ ଲିଙ୍କ

ନୂଆଦିଲ୍ଲୀ: ଟେଲିଭିଜନ ରେଟିଂ ପଏଣ୍ଟସ୍ (ଟିଆରପି) ଟାମ୍ପରିଂରେ ଅର୍ଣ୍ଣବ ଗୋସ୍ୱାମୀଙ୍କ ଲିଙ୍କ ଥିବା ଜଣାପଡିଛି। ରିପବ୍ଲିକ୍‌ ଟିଭିର ଟିଆର୍‌ପି ବଢ଼ାଇବାକୁ ଲାଞ୍ଚ ଦେଇଥିଲେ ଅର୍ଣ୍ଣବ ।

ସୂଚନା ଅନୁସାରେ ବାର୍କ (ବ୍ରୋଡକାଷ୍ଟ ଅର୍ଡିଏନ୍ସ ରିସର୍ଚ୍ଚ କାଉନସିଲ)ର ପୂର୍ବତନ ସିଇଓ ପାର୍ଥ ଦାଶଗୁପ୍ତାଙ୍କୁ ଲକ୍ଷାଧିକ ଟଙ୍କା ଦେଇଛି ରିପବ୍ଲିକ ନେଟଓ୍ୱର୍କ। ରିପବ୍ଲିକ ଟିଭ୍ ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ ବାର୍କର ପୂର୍ବତନ ସିଇଓଙ୍କୁ ଏହି ଟଙ୍କା ଦେଇଥିଲେ ବୋଲି ପୋଲିସ ଖୁଲ୍ଲାସା କରିଛି ।

କୋର୍ଟରେ ଦାଖଲ କରିଥିବା ରିମାଣ୍ଡ ରିପୋର୍ଟରେ ଏ ନେଇ ଉଲ୍ଲେଖ କରିଛି ମୁମ୍ବାଇ ପୋଲିସ । ବାର୍କକୁ ଟଙ୍କା ଦେଇ ବେଆଇନ ଭାବେ ରିପବ୍ଲିକ ଭାରତ ହିନ୍ଦି ନ୍ୟୁଜ୍ ଚ୍ୟାନେଲ ଓ ରିପବ୍ଲିକ ଟିଭି ଇଂରାଜୀ ନ୍ୟୁଜ୍ ଚ୍ୟାନେଲର ଟିଆର୍‌ପି ବଢ଼ାଯାଇଥିଲା । ଅର୍ଣ୍ଣବ ଅନେକ ସମୟରେ ବାର୍କର ପୂର୍ବତନ ସିଇଓଙ୍କୁ ଲକ୍ଷାଧିକ ଟଙ୍କା ଦେଇଥିଲେ ବୋଲି ତଦନ୍ତ ବେଳେ ସ୍ପଷ୍ଟ ହୋଇଥିବା ପ୍ରକାଶ କରାଯାଇଛି ।

ତେବେ ଏହି ମାମଲାରେ ଗତ ସପ୍ତାହରେ ଗିରଫ ହୋଇଥିବା ଦାସଗୁପ୍ତାଙ୍କୁ ରିମାଣ୍ଡରେ ନେବାକୁ ମୁମ୍ବାଇ ପୋଲିସ କୋର୍ଟକୁ କହିଛି ।

ସୋସିଆଲ୍ ମିଡିଆରେ ଚର୍ଚ୍ଚାରେ ରହିଥିଲା ୨୦୨୦ର ଏସବୁ ଚ୍ୟାଲେଞ୍ଜ

ଆଉ ଦିନ କେଇଟା ପରେ ବିଦାୟ ନେବାକୁ ଯାଉଛି ୨୦୨୦ ମସିହା । ଯାହାକୁ ନେଇ ଏକପ୍ରକାର କାଉଣ୍ଟଡାଉନ୍ ଆରମ୍ଭ ହୋଇଗଲାଣି । ଆଉ ନୂତନ ବର୍ଷକୁ ଆଗମନ କରିବା ଲାଗି ଉତ୍ସାହର ସହ ଅପେକ୍ଷା କରିଛନ୍ତି । ୨୦୨୧କୁ ନେଇ ଲୋକମାନଙ୍କ ମଧ୍ୟରେ ଭରି ରହିଛି ଆଶା ଓ ଉନ୍ମାଦନା । ଯଦିଓ ୨୦୨୦ ମସିହା ବିଦାୟ ନେବାକୁ ଯାଉଛି ହେଲେ ଏହି ବର୍ଷ ଅନେକଙ୍କ ମନରେ ଭୟ ଛାପ ଛାଡିଯିବ । କାହିଁକିନା ଚଳିତ ଥର କୋଭିଡ-୧୯ ମହାମାରୀ ଯୋଗୁଁ ଦେଶବ୍ୟାପୀ କଟକଣା ଲାଗୁ କରାଯାଇଥିଲା ।

ଯାହା ଫଳରେ ଲୋକମାନଙ୍କର ଜୀବନ ଜୀବିକା ଉପରେ ପ୍ରଭାବ ପଡିଥିଲା । ଏପରିକି କରୋନା କଟକଣା ଯୋଗୁଁ ଜନସାଧାରଣଙ୍କୁ ପାଖାପାଖି ୮ ମାସ ଧରି ଘରେ ଲକଡାଉନ୍ ହେବାକୁ ପଡିଥିଲା । ଘରେ ବସିବସି ଲୋକମାନେ ବୋର୍ ହେଉଥିବା ବେଳେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହୋଇଥିଲା ବିଭିନ୍ନ ଚାଲେଞ୍ଜ । ଯେଉଁଥିରେ ୟୁଜର୍ସ ପରସ୍ପରକୁ ବିଭିନ୍ନ ଚ୍ୟାଲେଞ୍ଜ ଦେଉଥିଲେ ।

ସେଫ୍ ହ୍ୟାଣ୍ଡସ୍:
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ସ୍ୱଚ୍ଛତା ନେଇ ସଚେତନତା କରାଯିବା ପରେ ସୋସିଆଲ ମିଡିଆରେ #safehands ନାମକ ଏକ ଚ୍ୟାଲେଞ୍ଜ ଭାଇରାଲ ହେବାରେ ଲାଗିଥିଲା । ଯେଉଁଥିରେ କରୋନାଭାଇରସ୍ ରୋଗର ମୁକାବିଲା ପାଇଁ ହାତକୁ ଭଲଭାବେ କିଭଳି ଧୋଇବେ ସେନେଇ ଲୋକମାନଙ୍କୁ ଆହ୍ୱାନ କରାଯାଉଥିଲା । କେବଳ ଯେ ୟୁଜର୍ସ ତା’ନୁହେଁ । ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରି ସେଲିବ୍ରିଟି ଏବଂ ଲୋକପ୍ରିୟ ବ୍ୟକ୍ତିବିଶେଷ ମାନେ ମଧ୍ୟ 20 ସେକେଣ୍ଡ ହାତ ଧୋଇବାର ଭିଡିଓ ସୋସିଆଲ୍ ମିଡିଆରେ ପୋଷ୍ଟ କରିଥିଲେ |

ଶାଢୀ ଚ୍ୟାଲେଞ୍ଜ: 
ଲକଡାଉନରେ ଘରେ ବସି ବସି ବୋର୍ ହେଉଥିବା ବେଳେ ଖାସ୍ କରି ମହିଳା ଓ ଝିଅ ମାନେ ସୋସିଆଲ୍ ମିଡିଆରେ ନିଜ ନିଜ ସାଙ୍ଗ ମାନଙ୍କୁ ଶାଢୀ ଚ୍ୟାଲେଞ୍ଜ କରିଥିଲେ। ଯାହା ପରେପରେ ଖୁବ୍ ଭାଇରାଲ୍ ହେବା ସହ ୟୁଜର୍ସ ମାନେ ଟ୍ୟାଗ୍ କରିବାକୁ ପଛାଇ ନଥିଲେ । ଯାହା ଫଳରେ ଟ୍ୟାଗ୍ ହୋଇଥିବା ବ୍ୟକ୍ତିମାନେ ମଧ୍ୟ ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରିବା ସହ ସୋସିଆଲ୍ ମିଡିଆରେ ଶାଢୀ ପିନ୍ଧା ଫଟୋ ଅପଲୋଡ୍ କରିଥିଲେ । ସେମାନେ ମଧ୍ୟ ପରବର୍ତ୍ତୀ ସମୟରେ ଅନ୍ୟମାନଙ୍କୁ ଚ୍ୟାଲେଞ୍ଜ କରିଥିଲେ ।

କ୍ୱାରେଣ୍ଟାଇନ୍ ଚ୍ୟାଲେଞ୍ଜ:
ଏହି ଭାଇରାଲ୍ ଚ୍ୟାଲେଞ୍ଜ ସମଗ୍ର ବିଶ୍ୱର ୟୁଜର୍ସ ମାନଙ୍କୁ ଆକୃଷ୍ଟ କରିଥିଲା । ଏହି ଚ୍ୟାଲେଞ୍ଜରେ ସେମାନଙ୍କୁ ଦୁଇଟି ଚିତ୍ର ଶେୟାର କରିବାକୁ କୁହାଯାଇଥିଲା । ଯେଉଁଥିରେ ସେମାନେ ପୂର୍ବରୁ ବୁଲିଥିବା ସ୍ଥାନର ଫଟୋ ଏବଂ ଘରେ ସମାନ ଢଙ୍ଗରେ ଫଟୋ ଉଠାଇ ଶେୟାର କରିଥିଲେ । ଫେସବୁକ୍ ଓ ଇନଷ୍ଟାଗ୍ରାମ ଭଳି ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଏହି ଚ୍ୟାଲେଞ୍ଜ ଖୁବ୍ ଭାଇରାଲ୍ ହେବାରେ ଲାଗିଥିଲା ।

ଡାଲଗୋନା କଫି ଚ୍ୟାଲେଞ୍ଜ:
କରୋନା ମହାମାରୀ ଜନିତ ଲକଡାଉନ୍ ସମୟରେ ଆଉ ଏକ ଚ୍ୟାଲେଞ୍ଜ ଭାଇରାଲ୍ ହେବାରେ ଲାଗିଥିଲା । ଯାହା ଥିଲା ଡାଲଗୋନା କଫି ଚ୍ୟାଲେଞ୍ଜ । ଏହା ଦକ୍ଷିଣ କୋରିଆର ଡାଲଗୋନା କ୍ୟାଣ୍ଡି ଦ୍ୱାରା ଅନୁପ୍ରାଣିତ ହୋଇଥିଲା । ଏହାର ସହଜ ପ୍ରସ୍ତୁତି ପ୍ରଣାଳୀ ଓ ମନଲୋଭା ଲୁକ୍ ପାଇଁ ଖାଦ୍ୟପ୍ରେମୀଙ୍କ ଗହଣରେ ଏହା ଖୁବ୍ ଲୋକପ୍ରିୟ ହୋଇଥିଲା । ଖାଲି ଏତିକି ନୁହେଁ ୟୁଜର୍ସ ମାନେ ଏହି କଫି ପ୍ରସ୍ତୁତ କରି ସାଙ୍ଗମାନଙ୍କୁ ଟ୍ୟାଗ୍ କରିବା ସହ ଡାଲଗୋନା କଫି ବନାଇବା ଲାଗି ଚ୍ୟାଲେଞ୍ଜ ଦେବାକୁ ପଛାଇନଥିଲେ ।

ଅଧିକ ଶିତରେ ମଦ ପିଇଲେ କ’ଣ ହେବ ?

ଭୁବନେଶ୍ୱର: ସାଧରଣ ଧାରଣା ହେଉଛି ମଦ ପିଇଲେ ଦେହ ଗରମ ହୁଏ। ତେଣୁ ମଦ ପିଇବା ପାଇଁ ବାହନା ଖୋଜୁଥିବା ବ୍ୟକ୍ତି ଶୀତ ଦିନେ ଅଧିକ ପିଅନ୍ତି। କିନ୍ତୁ ଏହା କ’ଣ ସତ? ବିଜ୍ଞାନ ଅନୁସାରେ ଅଧିକ ଥଣ୍ଡାରେ ମଦ ପିଇବା ଅର୍ଥ ବିପଦକୁ ଆମନ୍ତ୍ରଣ। ଅଧିକ ଥଣ୍ଡାରେ ମଦ ପିଇଲେ ଶୀତ କମିବନି ବଂର ଆଶଙ୍କା ଅଛି ଯେ,ଆପଣ ପରଲୋକ ଯାତ୍ରାରେ ଯାଇ ପାରନ୍ତି।
କାହିଁକି ଅଧିକ ଥଣ୍ଡାରେ ମଦ ପିଇବା ବିପଜ୍ଜନକ ହୋଇପାରେ ? ଆସନ୍ତୁ ଏହି କାରଣ ସବୁ ଉପରେ ନଜର ପକାଇବା ।
ଥଣ୍ଡାରେ ମଦ ପିଇବା ଭୁଲ ?
ଭୀଷଣ ଥଣ୍ଡାରେ ମଦ ପେଗ୍ ନେବା ପରେ ଆପଣଙ୍କୁ ଗରମ ଲାଗୁଥାଇ ପାରେ। କିନ୍ତୁ ସତ ହେଲା ଏହାଦ୍ୱାରା ଆପଣଙ୍କ ଶରୀରର ଆଭ୍ୟନ୍ତର ତାପମାତ୍ରା କମିଯାଏ ଓ ଆପଣ ଇମ୍ୟୁନିଟି ହରାଇ ବସନ୍ତି। ଚିକିତ୍ସା ବିଜ୍ଞାନରେ ହୋଇଥିବା ଗବେଷଣାରୁ ଜଣା ପଡ଼ିଛି ଯେ, ଅଧିକ ମଦ ପିଇବା ଦ୍ୱାରା ଆପଣଙ୍କ ଶରୀରର କୋର ଟେମ୍ପ୍ରେଚର କମିଯାଇଥାଏ। ଫଳରେ ହାଇପୋଥର୍ମିଆ ହେବାର ଆଶଙ୍କା ସୃଷ୍ଟି ହୁଏ। ତେବେ ହାଇପୋଥର୍ମିୟା କ’ଣ? ଶରୀରର ଆଭ୍ୟନ୍ତରଣ ତାପମାତ୍ରା ହରାଇବାକୁ ହାଇପୋଥାର୍ମିଆ କୁହାଯାଇଥାଏ । ଶରୀରର ସାମାନ୍ୟ ତାପମାତ୍ରା ୩୭ ଡିଗ୍ରୀ ହୋଇଥାଏ । କିନ୍ତୁ ମଦ ପିଇବା ଦ୍ୱାରା ଏହା ୩୫ ଡିଗ୍ରୀକୁ ହ୍ରାସ ପାଇଥାଏ । ଫଳରେ କଥା କହିବା କିମ୍ବା ଚାଲିବାରେ ଅସୁବିଧା ହେବା ସହିତ ତ୍ୱଚା ଥଣ୍ଡା ହୋଇଯାଏ । ଅଧିକ ଥଣ୍ଡାରେ ଅଧିକ ମଦ ପିଇବା ଦ୍ୱାରା ହାଇପୋଥର୍ମିଆର ଆଶଙ୍କା ଅଧିକ ହୋଇଥାଏ । ଏକ ଗବେଷଣା ଅନୁସାରେ ଥଣ୍ଡାରେ ମଦ ପିଇବା ଦ୍ୱାରା ହାଇପୋଥର୍ମିଆ କେସ୍ ୬୮ ପ୍ରତିଶତ ବଢିଥାଏ ।

କେମିତି ତାପମାତ୍ରା କମ କରିଥାଏ ମଦ ?
ମଦ ପିଇବା ଦ୍ୱାରା ଶରୀରରେ ରକ୍ତପ୍ରବାହ ବୃଦ୍ଧି ପାଇଥାଏ । ଫଳରେ କିଛି ସମୟ ପାଇଁ ଗରମ ଲାଗିଥାଏ କିନ୍ତୁ ପରେ ଝାଳ ବୋହିବାକୁ ଲାଗେ । ଫଳରେ ଆପଣଙ୍କ ଶରୀର ଥଣ୍ଡା ଓ ଗରମକୁ ବୁଝିବାରେ ବିଫଳ ହୁଏ । ଯାହା ହାଇପୋଥର୍ମିଆ ସ୍ଥିତି ସୃଷ୍ଟି କରେ । ତେବେ ସାମାନ୍ୟ କିମ୍ବା ସନ୍ତୁଳିତ ଭାବେ ମଦ୍ୟପାନ ଦ୍ୱାରା ଏମିତି ହେବାର ସମ୍ଭାବନା କମ ବୋଲି ବିଶେଷଜ୍ଞ କୁହନ୍ତି । ତେବେ ସବୁଠୁ ଭଲ ହେବ ଯଦି ଆପଣ ଅଧିକ ଥଣ୍ଡା ଅଂଚଳରେ ଅଛନ୍ତି ତେବେ ମଦକୁ ତୋବା ତୋବା କୁହନ୍ତୁ ।

ଜାନୁଆରି ୨୦୨୧ରେ ବଦଳିଯିବ ଆପଣଙ୍କ ଜୀବନ, ଆପଣ ପ୍ରସ୍ତୁତ ?

ନୂଆଦିଲ୍ଲୀ: ଶୁକ୍ରବାର ଦିନ କ୍ୟାଲେଣ୍ଡର ବଦଳିଯିବ । ଆରମ୍ଭ ହେବ ଆଉ ଗୋଟିଏ ବର୍ଷ । ୨୦କୁ ପଛରେ ଛାଡି ଆପଣ ୨୦୨୧କୁ ସ୍ୱାଗତ କରିବେ । କିନ୍ତୁ ଏହା ସହିତ ଆପଣଙ୍କ ଜୀବନ ସହ ଜଡିତ ୧୦  ନିୟମ ବଦଳିବାକୁ ଯାଉଛି । ଏହି ସବୁ ପରିବର୍ତ୍ତନ ଆପଣଙ୍କୁ ଉଣା ଅଧିକେ ପ୍ରଭାବିତ କରିବ ।

ତେବେ ସେହି ୧୦ କଥା କ’ଣ ଆପଣ ଜାଣିଛନ୍ତି କି ? ଆସନ୍ତୁ ଜାଣିବା ସେହି ବିନ୍ଦୁକୁ ଯାହା ବଦଳାଇବାକୁ ଯାଉଛି ଆପଣଙ୍କ ଜୀବନ

ବଦଳିଯିବ ଚେକ୍ ପେମେଣ୍ଟର ତରିକା
ପଜିଟିଭ୍ ପେ ସିଷ୍ଟମ ଏକ ସ୍ୱଚାଳିତ ଟୁଲ,ଯାହା ଚେକ୍ ଜରିଆରେ ହେଉଥିବା ଜାଲିଆତିକୁ ରୋକିବ । ଏହା ଅନ୍ତର୍ଗତରେ ଆପଣ ଯଦି କାହାକୁ ଚେକ୍ ଦେଉଛନ୍ତି ତେବେ ଆପଣଙ୍କୁ ବ୍ୟାଙ୍କକୁ ଏନେଇ ଏସଏମଏସ,ମୋବାଇଲ ଆପ୍ କିମ୍ବା ଇଣ୍ଟରନେଟ୍ ବ୍ୟାଙ୍କିଂ ଜରିଆରେ ପୁଣିଥରେ ସୂଚନା ଦେବାକୁ ହେବ । କେତେ ଟଙ୍କାର ଚେକ୍ ଦେଲେ,କାହାକୁ ଦେଲେ ସବୁକିଛି ଲେଖି ବ୍ୟାଙ୍କକୁ ଏଥର ଆପଣଙ୍କୁ ଦେବାକୁ ପଡିବ । ପେମେଣ୍ଟ କାଳରେ ଆପଣଙ୍କ ଫିଜିକାଲ ଚେକ୍ ସହ ଇଲେକ୍ଟ୍ରୋନିକ୍ ଡାଟାକୁ କ୍ରସ୍ ଚେକ୍ କରାଯିବ ।

ଏଲପିଜି ଦାମ ବଢିବ
ଏକ ଜାନୁଆରୀରେ ପୁଣିଥରେ ରନ୍ଧନ ଗ୍ୟାସ୍ ମୂଲ୍ୟ ବଢିପାରେ । ପ୍ରତି ମାସ ଏକ ତାରିଖରେ ଗ୍ୟାସ ରେଟ୍ ବଢିଥାଏ । ଏଥର ଡିସେମ୍ବର ୩ ତାରିଖରେ ବଢିଥିଲା । ଡିସେମ୍ବର ମାସରେ ଦୁଇଥର ରନ୍ଧନ ଗ୍ୟାସ ମୂଲ୍ୟ ବଢିଛି । ଏଲପିଜି ମୂଲ୍ୟରେ ୧ଶହ ଟଙ୍କା ବୃଦ୍ଧି ଘଟିଛି । ଏବେ ଦେଖିବାକୁ ରହିଲା ଜାନୁଆରୀରେ କେତେ ବଢୁଛି ।

କମ ପ୍ରିମିୟମରେ ଟର୍ମ ଇନସ୍ୟୁରାନ୍ସ
ନୂଆ ବର୍ଷରୁ କମ ପ୍ରିମିୟମରେ ଟର୍ମ ଇନସ୍ୟୁରାନ୍ସ ଆପଣ କିଣି ପାରିବେ । ଇରେଡା ଏଥିପାଇଁ ବୀମା କଂପାନୀଙ୍କୁ ଆଦେଶ ଦେଇଛି । ଆଦେଶକୁ ଦୃଷ୍ଟିରେ ରଖି ବୀମା କଂପାନୀ ସରଳ ଜୀବନ ବୀମା ପଲିସି ଲଂଚ କରିବେ । ସବୁ ବୀମା କଂପାନୀଙ୍କ ପଲିସିରେ ସର୍ତ୍ତ ଓ କଭର ରାଶି ସମାନ ରହିବ ।

ବଦଳିବ ଜିଏସଟି ରିଟର୍ଣ୍ଣ ଜମା କରିବା ତରିକା
ନୂଆ ବର୍ଷରୁ ଛୋଟ କରଦାତା ତିନି ମାସରେ ଥରେ ଜିଏସଟି ରିଟର୍ଣ୍ଣ ଦାଖଲ କରିପାରିବେ । ଏହା ସହ ସେମାନଙ୍କ ପାଇଁ କରର ମାସିକ ପେମେଣ୍ଟ କରିପାରିବେ । ଆପଣଙ୍କ ବାର୍ଷିକ କାରବାର ଯଦି ୫ କୋଟି ଟଙ୍କା ଓ ଆପଣ ଅକ୍ଟୋବର ମାସର ଜିଏସଟିଆର-ଥ୍ରି ବି ୩୦ ନଭେମ୍ବର ୨୦୨୦ ସୁଧା ଡିପୋଜିଟ୍ କରି ଦେଇଛନ୍ତି ତେବେ ଏହି ସୁବିଧା ନେଇ ପାରିବେ ।

ଫାଷ୍ଟଟ୍ୟାଗ୍ ବାଧ୍ୟତାମୂଳକ
ଏଥର ଟୋଲଗେଟରେ କେବଳ ଫାଷ୍ଟଟ୍ୟାଗ୍ ଦ୍ୱାରା ହିଁ ଟୋଲ୍ ଫି ଦେଇ ହେବ । ଟୋଲଗେଟରେ ନଗଦ ଟଙ୍କା ବ୍ୟବସ୍ଥା ଆଉ ରହିବନି । ତେଣୁ ତୁରନ୍ତ ଫାଷ୍ଟଟ୍ୟାଗ୍ ପାଇଁ ଆପ୍ଲାଏ କରନ୍ତୁ ।

କଣ୍ଟାକ୍ଟଲେସ୍ ପେମେଣ୍ଟ୍ ଲିମିଟ୍ ବଢିବ
ଜାନୁଆରି ଏକ ତାରିଖରୁ ୟୁପିଆଇ ଦ୍ୱାର କଣ୍ଟାକ୍ଟଲେସ୍ ପେମେଣ୍ଟ୍ ସୀମା ୨ ହଜାର ଟଙ୍କାରୁ ୫ ହଜାର ଟଙ୍କା ହୋଇଯିବ ।

ଲ୍ୟାଣ୍ଡଲାଇନରୁ ମୋବାଇଲକୁ କଲ କରିବା ଆଗରୁ ଲଗାଇବାକୁ ହେବ ‘୦’
ଜାନୁଆରି ଏକ ତାରିଖରୁ ଯଦି ଆପଣ ଲ୍ୟାଣ୍ଡଲାଇନରୁ ମୋବାଇଲକୁ କଲ କରିବେ ତେବେ ମୋବାଇଲ ନମ୍ବର ଆଗରୁ ଶୂନ ଲଗାଇ ଡାଏଲ କରିବାକୁ ପଡିବ ।

ଏହି ମୋବାଇଲରେ କାମ କରିବ ନାହିଁ ହ୍ୱାଟସଆପ୍
ଆଣ୍ଡ୍ରଏଡ୍ 4.3 ଓ ଆଇଓଏସ୍-9 (iOS 9) ଭଳି ପୁରୁଣା ଅପରେଟିଂ ସିଷ୍ଟମ ଥିବା ଫୋନରେ ଆଉ ହ୍ୱାଟସଆପ୍ ଚାଲିବ ନାହିଁ । ଯେଉଁ ୟୁଜର ଏହି ଅପରେଟିଂ ସିଷ୍ଟମରେ ହ୍ୱାଟସଆପ୍ ଚଳାଉଛନ୍ତି ସେମାନଙ୍କ ଭାଗ୍ୟରେ ନୂଆ ଫୋନ୍ ଲେଖା ହୋଇଛି । ତେଣୁ ତୁରନ୍ତ ନୂଆ ଫୋନ୍ କିଣି ନିଅନ୍ତୁ ।

ମହଙ୍ଗା ହେବ କାର
ଜାନୁଆରୀ ମାସରୁ ଅନେକ କାର କଂପାନ ନିଜ ଗାଡି ଦାମ ବଢାଇବାକୁ ଯାଉଛନ୍ତି । ଷ୍ଟିଲ୍,ଆଲମୁନିୟମ ଓ ପ୍ଲାଷ୍ଟିକ ଦାମ ବଢିବା କାରଣରୁ ମୂଲ୍ୟବୃଦ୍ଧି ହେଉଛି । ତେଣୁ ଯଦି ଜାନୁଆରୀରେ କାର କିଣିବା ପ୍ଲାନ୍ କରିଛନ୍ତି ତେବେ ଡିସେମ୍ବର ୩୧ ଭିତରେ କିଣି ନିଅନ୍ତୁ ।

ମହଙ୍ଗା ହେବ ଟିଭି,ଫ୍ରିଜ୍
ଖାଲି କାର ନୁହେଁ ୨୦୨୧ ଜାନୁଆରୀରୁ ଟିଭି ଓ ଫ୍ରିଜ୍ ମୂଲ୍ୟ ମଧ୍ୟ ବଢିବାକୁ ଯାଉଛି । ଟିଭି,ଫ୍ରିଜ୍ ଓ ଅନ୍ୟ ହୋମ ଆପ୍ଲିଆନ୍ସ ଉପରେ ୧୦ ପ୍ରତିଶତ ମୂଲ୍ୟ ବୃଦ୍ଧି ହୋଇପାରେ ।
ତେବେ ଏବେ କୁହନ୍ତୁ ଆପଣ ଏହି ୧୦ ପରିବର୍ତ୍ତନ ପାଇଁ ପ୍ରସ୍ତୁତ କି ?

ସରକାରୀ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ଲାଗି ସ୍ଥାନ ସଂରକ୍ଷଣ ବ୍ୟବସ୍ଥା, ମୁଖ୍ୟମନ୍ତ୍ରୀଙ୍କୁ ବିଭିନ୍ନ ମହଲରୁ ଧନ୍ୟବାଦ

ଭୁବନେଶ୍ୱର: ରାଜ୍ୟ ସରକାରୀ ହାଇସ୍କୁଲର ମେଧାବୀ ଛାତ୍ରଛାତ୍ରୀ ମାନଙ୍କ ପାଇଁ ମେଡିକାଲ ଓ ଇଂଜିନିୟରିଂ ପ୍ରବେଶିକା ପରୀକ୍ଷାରେ ସ୍ଥାନ ସଂରକ୍ଷଣ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟର ମଞ୍ଜୁରୀ ପ୍ରଦାନ ଏକ ଐତିହାସିକ ପଦକ୍ଷେପ। ଯାହାକୁ ବିଭିନ୍ନ ମହଲରୁ ସ୍ୱାଗତ ମଧ୍ୟ କରାଯାଇଛି ।

ଏଭଳି ପ୍ରସ୍ତାବକୁ ନେଇ ଉତ୍କଳ ବିଶ୍ଵବିଦ୍ୟାଳୟ ବିଜୁ ଛାତ୍ର ଜନତା ଦଳ ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଯାଇଛି । ଏଥି ସହିତ ଏକ ଧନ୍ୟବାଦ ସଭା ଉତ୍କଳ ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ କରାଯାଇଛି।

ସେହିପରି ଏହି ସଂରକ୍ଷଣ ପ୍ରସ୍ତାବକୁ ନେଇ ବିଜୁ ଯୁବ ଜନତା ଦଳ ପକ୍ଷରୁ ମଧ୍ୟ ଏକ ଶୋଭା ଯାତ୍ରା କରାଯାଇ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଯାଇଛି ।

ଉଲ୍ଲେଖଯୋଗ୍ୟ, ଗତକାଲି ରାଜ୍ୟ କ୍ୟାବିନେଟ୍ ବୖେଠକରେ ସରକାରୀ ହାଇସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଲାଗି ଡାକ୍ତର ଓ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ପାଇଁ ସଂରକ୍ଷଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିଲା। ବିଜେଡି ରାଜ୍ୟ ପରିଷଦ ବୈଠକରେ ଏନେଇ ପ୍ରସ୍ତାବ ଆସିଥିଲା । ପ୍ରସ୍ତାବକୁ ସପ୍ତାହକ ମଧ୍ୟରେ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି । ଏହାକୁ ଆସନ୍ତା ଶିକ୍ଷା ବର୍ଷ ଠାରୁ ରାଜ୍ୟରେ ଲାଗୁ କରିବା ପାଇଁ କ୍ୟାବିନେଟରେ ସଂକଳ୍ପ ଆଗତ ହୋଇଛି।

ଦେଶର ସର୍ବବୃହତ୍‌ ହକି ଷ୍ଟାଡିୟମ ନିର୍ମାଣ, ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ରାଉରକେଲାବାସୀ

ରାଉରକେଲା: ରାଉରକେଲାରେ ଦେଶର ସର୍ବବୃହତ୍‌ ହକି ଷ୍ଟାଡିୟମ ନିର୍ମାଣ ନେଇ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ପରେ ଉତ୍ସାହିତ ହୋଇପଡିଛନ୍ତି ସୁନ୍ଦରଗଡବାସୀ।

ହକିର ଏନ୍ତୁଡିଶାଳ ବୋଲାଉଥିବା ରାଉରକେଲାରେ ସର୍ବବୃହତ୍‌ ହକି ଷ୍ଟାଡିୟମ ନିର୍ମାଣ ନେଇ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତିରେ ହକି ଖେଳାଳି ମଧ୍ୟ ବେଶ ଉତ୍ସାହିତ ହୋଇଛନ୍ତି। ଏଭଳି ଐତିହାସିକ ନିଷ୍ପତ୍ତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ସୁନ୍ଦରଗଡର ହକି ଖେଳାଳିଙ୍କ ସମେତ ହକିପ୍ରେମୀ।

ଏପରିକି ଏୟାରପୋର୍ଟ ଛକରୁ ଏକ ବିରାଟ ପଟୁଆରରେ ପାରମ୍ପରିକ ବାଦ୍ୟ ସହ ସେମାନେ ନବୀନ ନିବାସରେ ପହଞ୍ଚି ଧନ୍ୟବାଦ ଜଣାଇଛନ୍ତି। ପରେ ନବୀନ ନିବାସରେ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି କୃତଜ୍ଞତା ଜଣାଇଥିଲେ।

ରାଜନୀତିକୁ ଏବେ ଆସିବିନି, କାହିଁକି ଏମିତି କହିଲେ ରଜନୀକାନ୍ତ ?

ଚେନ୍ନାଇ : ଆଗାମୀ ତାମିଲନାଡୁ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୀତିକୁ ରଜନୀକାନ୍ତଙ୍କ ପ୍ରବେଶ ନେଇ ଯେଉଁ କଳ୍ପନା ଜଳ୍ପନା ସୃଷ୍ଟି ହୋଇଥିଲା, ତା’ ଉପରେ ବର୍ତ୍ତମାନ ପାଇଁ ପୁର୍ଣ୍ଣଛେଦ ଟାଣିଛନ୍ତି ନିଜେ ସୁପରଷ୍ଟାର ରଜନୀକାନ୍ତ । ରଜନୀକାନ୍ତ କହିଛନ୍ତି ଯେ, ସେ ବର୍ତ୍ତମାନ ପାଇଁ ରାଜନୀତିକୁ ଆସିବେ ନାହିଁ । ସେ ଏହା ମଧ୍ୟ କହିଛନ୍ତି ଯେ, ମୁଁ କୌଣସି ରାଜନୈତିକ ଦଳ ତିଆରି କରିବାକୁ ଯାଉନାହିଁ ।

ରଜନୀକାନ୍ତଙ୍କ ତରଫରୁ ଜାରି ବୟାନରେ କୁହାଯାଇଛି ଯେ, ଗତ କିଛି ଦିନ ଧରି ମୋର ସ୍ୱାସ୍ଥ୍ୟ ଠିକ୍ ରହୁନାହିଁ । ଏହାକୁ ମୁଁ ଭଗବାନଙ୍କ ଇଛା ବୋଲି ମନେ କରି ରାଜନୈତିକ ଦଳ ଆରମ୍ଭ ନକରିବାକୁ ନିଷ୍ପତ୍ତି ନେଉଛି । ସେ କହିଛନ୍ତି ଯେ, ମୁଁ ଏହା ଚାହୁଁନାହିଁ ଯେ, ଲୋକ ମୋତେ ବଳି ବୋଦା ବନା ଯାଇଥିବା ଭାବନ୍ତୁ ।

ସୂଚନାଯୋଗ୍ୟ ଯେ, ଡିସେମ୍ବର ୩୧ ତାରିଖ ଦିନ ସେ ନିଜ ରାଜନୈତିକ ଦଳ ପ୍ରତିଷ୍ଠା ବାବଦରେ ଘୋଷଣା କରିବେ ବୋଲି ଆଗରୁ କହିଥିଲେ । ଏହି ଘୋଷଣା ପରେ ତାମିଲନାଡୁରେ ହେବାକୁ ଥିବା ଆସନ୍ତା ବିଧାନସଭା ନିର୍ବାଚନରେ ତାଙ୍କ ଦଳ ପ୍ରତିଦ୍ୱନ୍ଦ୍ୱିତା କରିବା ସ୍ପଷ୍ଟ ହୋଇଥିଲା । ରଜନୀକାନ୍ତ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ବୋଲି ମଧ୍ୟ କୁହାଯାଉଥିଲା ।

ତେବେ ହାଇଦ୍ରାବାଦରେ ଫିଲ୍ମ ସୁଟିଂ କାଳରେ ଅଚାନକ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା । ଏହାପରେ ରଜନୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ୨୦୨୧ରେ ହେବାକୁ ଥିବା ନିର୍ବାଚନରେ ରଜନୀକାନ୍ତ ବିଜେପି ଓ ଏଆଇଏଡିଏମକେ ସହିତ ମେଣ୍ଟ କରିବା ସମ୍ଭାବନା ଥିଲା । ରଜନୀଙ୍କ ରାଜ୍ୟବ୍ୟାପି ଥିବା ଫ୍ୟାନ୍ କ୍ଲବ ଗୁଡିକ ମଧ୍ୟ ତାଙ୍କ ରାଜନୀତି ପ୍ରବେଶକୁ ନେଇ ସକ୍ରୀୟ ହୋଇଯାଇଥିଲେ ।

ନିୟମ ନମାନି କରିଥିଲେ ଜଗା ଦର୍ଶନ, ଏବେ ଚାକିରିରୁ ବହିଷ୍କୃତ ହେଲେ ANM କର୍ମୀ

ପୁରୀ: ଦର୍ଶନ ନେଇ ଜାରି ହୋଇଥିବା ନିୟମକୁ ନମାନି ଶ୍ରୀମନ୍ଦିରରେ ପ୍ରବେଶ କରିଥିବା ୪ଜଣ ଏଏନ୍‌ଏମ୍ କର୍ମଚାରୀ‌ଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି ।

ନିକଟରେ ମନ୍ଦିରରେ ପ୍ରବେଶ ନେଇ ଥିବା କଟକଣାକୁ ନମାନି ଏହି ୪ ଜଣ ଏଏନଏମ୍ କର୍ମୀଙ୍କ ମହାପ୍ରଭୁଙ୍କୁ ଦର୍ଶନ ଲାଗି ଶ୍ରୀମନ୍ଦିରରେ ପ୍ରବେଶ କରିଥିଲେ । ଯାହା ପରେ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ପ୍ରଶାସନ ପକ୍ଷରୁ ଏବେ କେବଳ ସେବାୟତ ଓ ପୁରୀ ସହରବାସୀଙ୍କୁ ଶ୍ରୀମନ୍ଦିରକୁ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବାର ଅନୁମତି ଦିଆଯାଇଛି ।

ଭିଜିଲାନ୍ସ ପଞ୍ଝାରେ ସମବାୟ ବ୍ୟାଙ୍କର ଆକାଉଣ୍ଟସ୍ ମ୍ୟାନେଜର୍

ବଲାଙ୍ଗୀର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗୀର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କର ଆକାଉଣ୍ଟସ୍ ମ୍ୟାନେଜର୍ ସୁଧୀର କୁମାର ନନ୍ଦଙ୍କ ବାସଭବନରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । ବଲାଙ୍ଗିର ପ୍ୟାଲେସ ଲାଇନରେ ଥିବା ଦୁଇ ମହଲା ଘର ସମେତ ରୁଗୁଡିପଡା ପୈତୃକ ବାସଭବନ ଓ ବଲାଙ୍ଗିର ବ୍ୟାଙ୍କ ଆଦି ତିନିଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢାଉ କରାଯାଇଛି ।

ପ୍ୟାଲେସ ଲାଇନ ବାସଭବନରୁ ତିନିଟି ଜମିପଟ୍ଟା, ବ୍ୟାଙ୍କ ବୀମା ଜମା କାଗଜ ସହ ନଗଦ ଟଙ୍କା ଓ ସୁନା ଗହଣା ଠାବ କରାଯାଇଛି । ସମ୍ବଲପୁର ଭିଜିଲାନ୍ସ ଏସ୍‌ପିଙ୍କ ନିର୍ଦ୍ଦେଶ ପରେ ବଲାଙ୍ଗିର ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍ କୋର୍ଟଙ୍କ ଦ୍ୱାରା ସର୍ଚ୍ଚ ୱାରେଣ୍ଟ ଜାରି କରାଯାଇଥିଲା । ୱାରେଣ୍ଟ ବଳରେ ଭିଜିଲାନ୍ସ ଡିଏସ୍‌ପି ଦାଶରଥି ସେଠୀଙ୍କ ନେତୃତ୍ୱରେ ଆଜି ଭୋରରୁ ଚଢାଉ କରାଯାଇଛି ।

ସମ୍ପତ୍ତିର ସଠିକ୍ ଆକଳନ ହେବା ପରେ ଯାଇ ତାଙ୍କ ପାଖରେ କେତେ ପରିମାଣର ଆୟ ବହିର୍ଭୂତ ସମ୍ପତ୍ତି ରହିଛି ତାହା ଜଣାପଡିବ । ଅନ୍ୟପଟେ ତାଙ୍କ ବିରୋଧରେ ଏହା ଏକ ଷଡଯନ୍ତ୍ର ବୋଲି ବଲାଙ୍ଗୀର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କର ଆକାଉଣ୍ଟସ୍ ମ୍ୟାନେଜର୍ ସୁଧୀର କୁମାର ମିଶ୍ର ଅଭିଯୋଗ କରିଛନ୍ତି।

ମହିଳା କମିଶନରେ ବର୍ଷା, ସାଂସଦ ଅନୁଭବ ମହାନ୍ତିଙ୍କୁ ହାଜର ନୋଟିସ୍

ଭୁବନେଶ୍ୱର: ଓଲିଉଡ୍ ଷ୍ଟାର ଦମ୍ପତ୍ତି ଅନୁଭବ ଓ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ କଳହ ମାମଲାରେ ମହିଳା କମିଶନରେ ହାଜର ହୋଇଛନ୍ତି ବର୍ଷା। ଆଜି ରାଜ୍ୟ ମହିଳା କମିଶନରେ ମାମଲାର ଶୁଣାଣି ହେବ । ଏଥିପାଇଁ ସାଂସଦ ଅନୁଭବ ମହାନ୍ତିଙ୍କୁ ହାଜର ପାଇଁ ନୋଟିସ୍ ଜାରି କରିଛନ୍ତି କମିଶନର ।

ଏହା ସହିତ ଅନୁଭବଙ୍କ ବାପା, ମାଆଙ୍କୁ ମଧ୍ୟ ବ୍ୟକ୍ତିଗତ ଭାବେ ହାଜର ପାଇଁ ନୋଟିସ ଜାରି କରିଛନ୍ତି କମିଶନ । ଆଜି କମିଶନଙ୍କ ନିକଟରେ ହାଜର ହେବାକୁ ସମୟ ଧାର୍ଯ୍ୟ କରାଯାଇଥିଲା। ନ୍ୟାୟ ପାଇଁ ବର୍ଷା ଗତ ୧୫ତାରିଖରେ ରାଜ୍ୟ ମହିଳା କମିଶନଙ୍କ ଦ୍ୱାରସ୍ଥ ହେବା ପରେ କମିଶନଙ୍କ ପକ୍ଷରୁ ମାମଲାକୁ ଗ୍ରହଣ କରି ନୋଟିସ ଜାରି କରାଯାଇଥିଲା । ଆଜି ଏହି ମାମଲାର ପ୍ରଥମ ଶୁଣାଣି ରହିଛି ।

ତେବେ ସାଂସଦ ଅନୁଭବ ଓ ଅଭିନେତ୍ରୀ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଲାଗି ରହିଥିବା ପାରିବାରିକ ବିବାଦ ସମ୍ପର୍କିତ ମାମଲା ହାଇକୋର୍ଟରେ ମଧ୍ୟ ବିଚରାଧିନ ରହିଛି ।