spot_img
Home Blog Page 6184

ଲଣ୍ଡନ ଫେରନ୍ତାଙ୍କ ଠିକଣା ଖୋଜୁଛି ସ୍ବାସ୍ଥ୍ୟ ବିଭାଗ, ଭୁଲ୍ ଫୋନ୍ ନମ୍ବର ପାଇଁ ମିଳୁନି ୬୨ଜଣଙ୍କ ପତ୍ତା

ଭୁବନେଶ୍ବର: ଲଣ୍ଡନ ଫେରନ୍ତାଙ୍କ ଠିକଣା ଖୋଜୁଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ନଭେମ୍ବର ୩୦ରୁ ଡିସେମ୍ବର ୨୧ଯାଏ ଲଣ୍ଡନରୁ ୧୮୧ଜଣ ଓଡ଼ିଶା ଫେରିଛନ୍ତି। ଯେଉଁଥିରୁ ୧୧୯ ଜଣଙ୍କ ପତ୍ତା ମିଳିଛି। ସେମାନଙ୍କ କରୋନା ପରୀକ୍ଷା କରାଯାଇଛି। ସେଥିରୁ ୬ ପଜିଟିଭ ବାହାରିଛନ୍ତି। ହେଲେ ବାକି ୬୨ ଜଣ ଭୁଲ ଫୋନ ନମ୍ବର ଓ ଠିକଣା ଦେଇଥିବାରୁ ଚିନ୍ତା ବଢିଛି।

ଭୁଲ ମୋବାଇଲ ଫୋନ ନମ୍ବର ଦେଇଥିବାରୁ ଲଣ୍ଡନ ଫେରନ୍ତାଙ୍କୁ ଟ୍ରେଶ୍ କରିବା କଷ୍ଟସାଧ୍ୟ ହେଉଥିବା କହିଛନ୍ତି ଜିଏମଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି ।

ଅନ୍ୟପଟେ ନୂଆ ଭୂତାଣୁର ସଂକ୍ରମଣ ଶକ୍ତି ପୁରୁଣାଠାରୁ ୭୦ପ୍ରତିଶତ ଅଧିକ ବୋଲି ଡିଏମଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି କହିଛନ୍ତି । ଏଥିରେ କୋଭିଡ ୧୯ ପରି ଲକ୍ଷଣ ରହିଛି । ସେପଟେ ଟିକାକରଣ ପାଇଁ ଯଥେଷ୍ଟ ଲୋକ ଅଛନ୍ତି । ପ୍ରଥମେ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦେବା ପରେ ଅନ୍ୟମାନଙ୍କୁ ଦିଆଯିବ । ଓଡ଼ିଶାରେ ବି ଡ୍ରାଏ ରନ୍ ହେବ ବୋଲି ଜିଏମ୍‌ଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି କହିଛନ୍ତି ।

ଭାରତରେ ପ୍ରବେଶ କରି ପାରିବେ ନାହିଁ ଚୀନ୍ ନାଗରିକ,ଫ୍ଲାଇଟରୁ ଓହ୍ଲାଇବା ମନା

ନୂଆଦିଲ୍ଲୀ : କରୋନା ଭାଇରସ ନୂଆ ଷ୍ଟ୍ରେନକୁ ନେଇ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ଭାରତ ସତର୍କତା ଅବଲମ୍ବନ କରୁଛି । ସରକାର ଏୟାର ବବଲ୍ ନୀତି କ୍ରମରେ ସମସ୍ତ ଅନ୍ତର୍ଜାତୀୟ ଏୟାରଲାଇନ୍ସଙ୍କୁ ଚୀନ୍ ଯାତ୍ରୀଙ୍କୁ ନିଜ ବିମାନରେ ନଆଣିବାକୁ ଆଦେଶ ଦେଇଛନ୍ତି । ଭାରତରେ ଅଟକୁ ଥିବା କୌଣସି ବିମାନରେ ଚୀନ ଯାତ୍ରୀଙ୍କୁ ନଆଣିବାକୁ କୁହାଯାଇଛି । ଅନୌପଚାରିକ ଭାବେ ଏୟାରଲାଇନ୍ସଙ୍କୁ ଏଭଳି ଭାରତ ପକ୍ଷରୁ କୁହାଯାଇଛି ।

China to evacuate its citizens facing 'difficulties' in India | India  News,The Indian Express
ସୂଚନାଯୋଗ୍ୟ ଯେ, ଭାରତ କରୋନାର ପ୍ରଥମ ଫେଜରେ ଚୀନରୁ ଆସୁଥିବା ସମସ୍ତ ଫ୍ଲାଇଟ୍ ଉପରେ ପ୍ରତିବନ୍ଧକ ଲାଗୁ କରିଥିଲା । ତେବେ ଯେଉଁ ଦେଶ ସହ ଏୟାର ବବଲ କ୍ରମରେ ବିମାନ ସେବା ଜାରି ଥିଲା ସେଠାରୁ ଚୀନ୍ ଯାତ୍ରୀ ଭାରତ ଆସି ପାରୁଥିଲେ । କିନ୍ତୁ ନୂଆ ଅନୌପଚାରିକ ଆଦେଶ ଦ୍ୱାରା ଚୀନ୍ ଯାତ୍ରୀଙ୍କ ଭାରତ ପ୍ରବେଶ ଉପରେ ପ୍ରତିବନ୍ଧକ ଲାଗିଛି । ଚୀନ୍ ମଧ୍ୟ କରୋନା ସଂକଟକୁ ଦୃଷ୍ଟିରେ ରଖି ଭାରତୀୟ ନାଗରିକଙ୍କ ଚୀନ୍ ଯାତ୍ରା ଉପରେ ପ୍ରତିବନ୍ଧକ ଲାଗୁ କରିଥିଲା । ଭାରତର ଏହି ନିଷ୍ପତ୍ତି ସେହି ସମୟରେ ଆସିଛି ଯେତେବେଳେ ଚୀନ୍ ସହିତ ସୀମା ବିବାଦରେ କୌଣସି ସମାଧାନ ହୋଇ ପାରିନାହିଁ । ଦୁଇ ଦେଶଙ୍କ ମଧ୍ୟରେ ଲମ୍ବା ସମୟ ଧରି ଦ୍ୱିପାକ୍ଷିକ ସମ୍ବନ୍ଧ ଅସହଜ ରହିଛି ।

ସୂଚନାଯୋଗ୍ୟ ଯେ, କରୋନା ଭାଇରସର ନୂଆ ଷ୍ଟ୍ରେନ୍ ଆସିବା ପରଠାରୁ ପୁଣିଥରେ ଅନ୍ତର୍ଜାତୀୟ ବିମାନ ସେବାକୁ ନେଇ ଅନେକ ଦେଶର ସରକାର କଠୋର ପଦକ୍ଷେପ ନେଉଛନ୍ତି । ବର୍ତ୍ତମାନ ଭାରତରେ ଅନ୍ତର୍ଜାତୀୟ ଉଡାଣ ବନ୍ଦ ରହିଛି କିନ୍ତୁ କିଛି ଦେଶ ସହିତ ଭାରତର ଏୟାର ବବଲ ଚୁକ୍ତି କ୍ରମରେ ବିମାନ ସେବା ଜାରି ରହିଛି । କରୋନାର ନୂଆ ଷ୍ଟ୍ରେନ୍ ଆସିବା ପରେ ଭାରତ ବ୍ରିଟେନରୁ ଆସୁଥିବା ଫ୍ଲାଇଟ୍ ଉପରେ ପ୍ରତିବନ୍ଧକ ଲାଗୁ କରିଛି । ଅନ୍ୟପକ୍ଷରେ ୟୁରୋପର ଅନ୍ୟ ଦେଶରୁ ଆସୁଥିବା ଯାତ୍ରୀଙ୍କ ଚେକିଂକୁ କଡାକଡି କରାଯାଇଛି ।

ଏଥିସହିତ ପଢ଼ନ୍ତୁ: କୋଭିଡ କଟକଣା ମଧ୍ୟରେ ନୂଆ ବର୍ଷକୁ ସ୍ୱାଗତ କରିବେ ରାଜଧାନୀବାସୀ: ବନ୍ଦ ରହିବ ହୋଟେଲ, ରେଷ୍ଟୁରାଣ୍ଟ

କୋଭିଡ କଟକଣା ମଧ୍ୟରେ ନୂଆ ବର୍ଷକୁ ସ୍ୱାଗତ କରିବେ ରାଜଧାନୀବାସୀ: ବନ୍ଦ ରହିବ ହୋଟେଲ, ରେଷ୍ଟୁରାଣ୍ଟ

ଭୁବନେଶ୍ୱର: ଚଳିତ ଥର କରୋନା କଟକଣା ମଧ୍ୟରେ ନୂଆ ବର୍ଷକୁ ସ୍ୱାଗତ କରିବେ ରାଜଧାନୀବାସୀ । ହୋଟେଲେ, ରେଷ୍ଟୁରାଣ୍ଟ, କ୍ଳବ୍ ଓ ପବ୍‌ରେ ଜିରୋ ନାଇଟ୍‌ ସେଲିବ୍ରେସନ୍ ବନ୍ଦ ଥିବା ବେଳେ ରାଜଧାନୀବାସୀ ନିଜ ନିଜ ଘରେ ବନ୍ଧୁ ବାନ୍ଧବ, ପରିବାର ଲୋକଙ୍କ ସହ ଜିରୋ ନାଇଟ ସେଲିବ୍ରେଟ କରିପାରିବେ । ଜରୋ ନାଇଟ୍ ସେଲିବ୍ରେସନ ନେଇ କୌଣସିଠାରେ ବଡ଼ ଧରଣର ଏକତ୍ରୀକରଣକୁ ବାରଣ କରିଛି ବିଏସ୍‌ସି । ଏ ନେଇ ଭୁବନେଶ୍ୱର ମ୍ୟୁନସିପାଲଟି କର୍ପୋରେସନ୍ ପକ୍ଷରୁ ଏକ ପରାମର୍ଶବଳୀ ଜାରି କରାଯାଇଛି । ଯେଉଁଥିରେ କୋଭିଡ କାରଣରୁ ନିଜ ନିଜ ଘରେ ସୀମିତ ଲୋକଙ୍କ ସହ ଜିରୋ ନାଇଟ୍ ସେଲିବ୍ରେସନ ନେଇ ପରାମର୍ଶ ଦିଆଯାଇଛି ।

ଅପରପକ୍ଷରେ  ଜିରୋ ନାଇଟକୁ ଦୃଷ୍ଟିରେ ରଖି କଡ଼ାକଡ଼ି ହେବ ସିକ୍ୟୁରିଟି । ରାଜଧାନୀରେ ନିୟୋଜିତ ହେବେ କମିଶନରେଟ ପୋଲିସର ୧୨ଟି ସ୍ପେଶାଲ ଟିମ୍ । ହୋଟେଲ କିମ୍ବା ପବରେ ଭିଡ଼ ଜମାଇଲେ ଗଣିବାକୁ ପଡ଼ିବ ମୋଟା ଅଙ୍କର ତଣ୍ଡ । ଏହା ବ୍ୟତୀତ ବ୍ଲକିଂ ଓ ଚେକିଂକୁ ମଧ୍ୟ ବ୍ୟାପକ କରାଯିବ ।

ଜିରୋ ନାଇଟରେ ଜିରୋ ଟଲେରାନ୍ସ । ଅମାନିଆ ହେଲେ ସାବାଡ଼ କରିବ ପୋଲିସ୍ । ଛକ ଛକରେ ଚେକିଂ ସାଙ୍ଗକୁ ହେବ ବ୍ଲକିଂ । ମଦୁଆଙ୍କୁ ଧରିବ ବ୍ରେଥ୍ ଆନାଲାଇଜର । ନୂଆବର୍ଷ ପାଇଁ ଆରମ୍ଭ ହୋଇଛି କାଉଣ୍ଟଡାଉନ୍ । ବ୍ରିଟେନରେ କୋଭିଡ୍‌ର ଦ୍ୱିତୀୟ ସଂକ୍ରମଣ ଦେଖାଯିବା ପରେ ଓଡ଼ିଶାରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି । ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ରାଜଧାନୀର ବିଭିନ୍ନ ପର୍ଯ୍ୟଟନସ୍ଥଳ, ପାର୍କ, ମାର୍କେଟ, ମଲ୍‌, ହୋଟେଲରେ ଜନଗହଳି ବଢ଼ିଛି । ଯାହାକୁ ନେଇ କମିଶନରେଟ୍ ପୋଲିସର ଚିନ୍ତା ବଢ଼ିଛି । ନୂଆବର୍ଷ ପାଳନ ପାଇଁ ଜିରୋ ନାଇଟକୁ ସରକାର ଅନୁମତି ଦେଇନାହାଁନ୍ତି ।

ଭାରତରେ ଆରମ୍ଭ ହେବ ଟିକାକରଣ: ଖୁବଶୀଘ୍ର ଅକ୍ସଫୋର୍ଡ ଟିକାକୁ ମିଳିବ ମଞ୍ଜୁରୀ

ନୂଆଦିଲ୍ଲୀ: ଆଗାମୀ କିଛି ଦିନରେ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକାର କୋଭିଡ ଟିକାର ଜରୁରୀକାଳୀନ ବ୍ୟବହାରକୁ ମଞ୍ଜୁରୀ ମିଳିପାରେ । ମିଳିଥିବା ସୂଚନା ମୁତାବକ ସେରମ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ପକ୍ଷରୁ ସରକାରଙ୍କ ନିକଟରେ ଦାଖଲ କରାଯାଇଥିବା ଅପଡେଟ୍ ରିପୋର୍ଟ ସନ୍ତୋଷଜନକ ରହିଛି । ଏଣୁ ଏହାକୁ ଖୁବ୍ ଶୀଘ୍ର ମଞ୍ଜୁରୀ ମିଳିପାରେ । ଏଥିଲାଗି ୟୁନାଇଟେଡ୍ କିଙ୍ଗଡମ୍ ମୋଡିସିନ୍ସ ଆଣ୍ଡ ହେଲ୍ଥ କେୟାର ପ୍ରଡକ୍ଟସ୍ ରେଗୁଲେଟରୀ ଏଜେନ୍ସି ର ଟିକାକୁ ମଞ୍ଜୁରୀ ପାଇଁ ଆଉ ଅଧିକ ଅପେକ୍ଷା କରିବାକୁ ପଡ଼ିବ ନାହିଁ । ଏଭଳି କି ଏମ୍‌ଏଚ୍ଆରଡିର ରିପୋର୍ଟ ସମୀକ୍ଷା କରିବା ପୂର୍ବରୁ ଭ୍ୟାକ୍ସିନର ଜରୁରୀକାଳୀନ ବ୍ୟବହାର ଅନୁମତି ଦିଆଯାଇପାରେ ।

ଜାତୀୟ ଖବର ସରବରାହ ସଂସ୍ଥା, ସୂଚନା ମୁତାବକ ଆଷ୍ଟ୍ରାଜେନେକାର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ପାସ୍କଲ ସିରିୟଟ କହିଛନ୍ତି, ରେଜଲ୍ଟ ମୁତାବକ ଫାଇଜର ଓ ମଡେର୍ଣ୍ଣା ଭଳି ଆଷ୍ଟ୍ରାଜେନିକା ମଧ୍ୟ ସମାନ ପ୍ରଭାବଶାଳୀ । ଟିକା ରୋଗୀଙ୍କୁ ଅତି ଗୁରୁତର ସ୍ଥିତିରେ ବଞ୍ଚାଇବା ପାଇଁ ଶତପ୍ରତିଶତ କାର୍ଯ୍ୟକରୁଥିବା ଜଣାପଡ଼ିଛି ।

ସରକାର ପ୍ରଥମ ପର୍ଯ୍ୟାୟ ଟିକାକରଣ କାର୍ଯ୍ୟକ୍ରମରେ ୩୦ କୋଟି ଲୋକଙ୍କୁ ପ୍ରାଥମିକତା ଭିତ୍ତିରେ ଟିକା ଲଗାଇବାର ଯୋଜନା କରୁଛନ୍ତି । ଟିକାକରଣ ଅଭିଯାନ ୨୦୨୧ ପୂର୍ବ ସପ୍ତାହ ଆରମ୍ଭ ହୋଇ ଜୁଲାଇ ଶେଷ ଯାଏଁ ଜାରି କରାଯାଇପାରେ । ଏଥିରେ ହେଲ୍ଥକେୟାର , ଫ୍ରଣ୍ଟଲାଇନ ଓ୍ୱାର୍କରଙ୍କ ବ୍ୟତୀତ ୫୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ଲୋକ(ଅନ୍ୟ ରୋଗରେ ପୀଡ଼ିତ ଥିବେ)ଙ୍କୁ ସାମିଲ କରାଯିବ ।

ଭାଷଣ ଦେବା ସମୟରେ ଅସୁସ୍ଥ ହୋଇପଡ଼ିଲେ ନରସିଂହ: ମେଡିକାଲରେ ଭର୍ତ୍ତି

ଭୁବନେଶ୍ୱର: କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଅସୁସ୍ଥ । ସିବିଆଇ ଅଫିସ ନିକଟରେ ଭାଷଣ ଦେବା ବେଳେ ଅସୁସ୍ଥ ହୋଇପଡ଼ିଲେ । ଭାଷଣ ଦେବା ପରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ନରସିଂହ । ଏହା ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିବା ବେଳେ ସେ ଏବେ ସୁସ୍ଥ ଅଛନ୍ତି । ମିଳିଥିବା ସୂଚନା ମୁତାବକ ସେ ମଧୁମେହ ଏବଂ ହୃଦରୋଗରେ ପୀଡ଼ିତ ଅଛନ୍ତି । ଚିକିତ୍ସା ପରେ ଏବେ ସୁସ୍ଥ ଅନୁଭବ କରୁଥିବା ମେଡିକାଲ ପକ୍ଷରୁ ସୂଚନା ରହିଥିବା ବେଳେ ଆଗକୁ ମେଡିକାଲରେ ଅଧିକ ଚିକିତ୍ସା ହେବାକୁ ପଡ଼ିବ କି ନାହିଁ ସେ ନେଇ ସ୍ପଷ୍ଟ ହୋଇନାହିଁ ।

ଘଟଣାନୁଯାୟୀ, କଂଗ୍ରେସର ୧୩୬ ତମ ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟ କଂଗ୍ରେସ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ତଦ୍‌ନୁଯାୟୀ ୟୁନିଟ-୮ ରୁ ଏକ ରାଲି ବାହାରିଥିଲା । ଏହି ରାଲିରେ ସାମିଲ ଏକ ଖାେଲା ଜିପ୍‌ରେ ସିବିଆଇ ଅଫିସ୍ ନିକଟରେ ଭାଷଣ ଦେବା ବେଳେ ଶ୍ରୀ ମିଶ୍ର ଅସୁସ୍ଥ ହୋଇପଡ଼ିଥିଲେ । ଦୀର୍ଘ ସମୟ ଧରି ଭାଷଣ ଦେବାରୁ ସେ ଅସୁସ୍ଥ ହୋଇପଡ଼ିଥିବା କୁହାଯାଉଛି । ଭାଷଣ ଦେବା ପ୍ରାୟ ଶେଷ ହେଲା ବେଳକୁ ସେ ଛାତିରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିଥିଲେ । ଏଣୁ ସେ ନିଜ ପକେଟରେ ଥିବା ମେଡିସିନ୍ ଖାଇଥିଲେ । ଏହା ପରେ ସେ ନିଜ ଚେତା ହରାଇଥିଲେ । ତାଙ୍କୁ ତତ୍‌କ୍ଷଣାତ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ପ୍ରାଥମିକ ଚିିକିତ୍ସା ପରେ ଏବେ ସୁସ୍ଥ ଥିବା ସୂଚନା ।

ଢାକା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଓଡ଼ିଆ ନିର୍ଦ୍ଦେଶକ ଓ ଅଭିନେତ୍ରୀ ପୁରସ୍କୃତ

ଭୁବନେଶ୍ୱର: 24 ଡିସେମ୍ବରରୁ 26 ଡିସେମ୍ବର ଯାଏ ଢାକା ଠାରେ ଆୟୋଜିତ ସିନେମେକିଙ୍ଗ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ‘ଅନ୍ତର୍ଧ୍ୱନି’କୁ 2ଟି ପୁରସ୍କାର ମିଳିଛି | ଚଳଚ୍ଚିତ୍ରର ନାୟିକା ତଥା ଓଡ଼ିଆ ଝିଅ ସ୍ୱପ୍ନା ପତି ଶ୍ରେଷ୍ଠ ଅନ୍ତର୍ଜାତୀୟ ଅଭିନେତ୍ରୀ ଭାବେ ସମ୍ମାନିତା ହୋଇଥିବା ବେଳେ ନିର୍ଦ୍ଦେଶକ ଏ.କେ ବୀରଙ୍କୁ ମିଳିଛି ଶ୍ରେଷ୍ଠ ଏସୀୟ ନିର୍ଦ୍ଦେଶକର ପୁରସ୍କାର |

ଦୁଇଟି ଅନ୍ତର୍ଜାତୀୟ ପୁରସ୍କାର ହାସଲ କରି ଓଡ଼ିଆ ନିର୍ମାତା ନିର୍ଦ୍ଦେଶକଙ୍କ ଦ୍ୱାରା ପ୍ରସ୍ତୁତ ‘ଅନ୍ତର୍ଧ୍ୱନି’ ଦେଶ ପାଇଁ ଗୌରବ ଆଣିଦେଇଛି | କେଵଳ ସେତିକି ନୁହେଁ,  ୨୪ ଏଫପିଏସ ନିବେଦିତ ତଥା ରାଜେଶ କୁମାର ମହାନ୍ତିଙ୍କ ପ୍ରଯୋଜିତ ଏହି ଚଳଚ୍ଚିତ୍ରଟି ସିନେମେକିଙ୍ଗ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ଉଦଘାଟନୀ ଚଳଚ୍ଚିତ୍ର ଭାବେ ପ୍ରଦର୍ଶିତ ହେବାର ସୁଯୋଗ ଓ ସୌଭାଗ୍ୟ ଲାଭ କରିଥିଲା |

ଏହି ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ୭୦ଟି ଦେଶରୁ ପାଖାପାଖି 400ଟି ଚଳଚ୍ଚିତ୍ର ଅଂଶଗ୍ରହଣ କରିଥିଲା | ଏବଂ ସେଥି ମଧ୍ୟରୁ ବାଂଲାଦେଶର 28ଟି ଚଳଚ୍ଚିତ୍ର ସମେତ 54ଟି ରାଷ୍ଟ୍ରର ମୋଟ 150ଟି ଚଳଚ୍ଚିତ୍ର  ପ୍ରତିଯୋଗିତା ପର୍ଯ୍ୟାୟକୁ ମନୋନୀତ ହୋଇଥିଲା | ସିନେମେକିଙ୍ଗ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ 2020ର ଆୟୋଜକ ଥିଲେ ଢାକା ଫେଷ୍ଟିଭାଲ ଏବଂ ସିନେମେକିଙ୍ଗ  ଅନୁଷ୍ଠାନ | ସହଯୋଗୀ ଥିଲେ ମାସୁଦ ମାଂଚ ଓ ରସୁଦା ଫିଲ୍ମସ | ଫେଷ୍ଟିଭାଲ ଡିରେକ୍ଟର ଥିଲେ ମଞ୍ଜୁରୁଲ ଇସଲାମ ମେଘ |

ଜାତୀୟ ତଥା ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଓଡ଼ିଆ ନିର୍ଦ୍ଦେଶକ ଏ. କେ ବୀର ‘ଅନ୍ତର୍ଧ୍ୱନି’ର ନିର୍ଦ୍ଦେଶନା ଦେଇଥିବା ବେଳେ ପ୍ରଯୋଜନା କରିଛନ୍ତି ରାଜେଶ ମହାନ୍ତି | 24 ଏଫପିଏସ ଏଣ୍ଟରଟେନମେଣ୍ଟ ନିବେଦିତ ଏହି ଚଳଚ୍ଚିତ୍ରର 95 ପ୍ରତିଶତ ଜଙ୍ଗଲରେ ସୁଟିଂ ହୋଇଛି ଏବଂ ଜଙ୍ଗଲକୁ ଏଥିରେ ଏକ ଚରିତ୍ର ଭାବେ ଚିତ୍ରଣ କରାଯାଇଛି | ସିନେମାର ପ୍ରମୁଖ ଭୂମିକାରେ ଅଛନ୍ତି ଗୌରବ ପାସୱାଲ,  ସ୍ୱପ୍ନା ପତି ଓ ତଳବିନ୍ଦର ସିଂ | ସାଉଣ୍ଡରେ ନିହାର ରଞ୍ଜନ ସାମଲ ଥିବାବେଳେ ଅସୀମ ସିହ୍ନା ଏହାର ସମ୍ପାଦନା କରିଛନ୍ତି | ସମ୍ପୂର୍ଣ୍ଣ ପ୍ରାକୃତିକ ଆଲୁଅରେ ନିର୍ମିତ ହୋଇଛି ଏହି ସିନେମା |

 

ଜଙ୍ଗଲ ଓ ଏହାର ପ୍ରାକୃତିକ ବାତାବରଣ କାହାଣୀର ମୁଖ୍ୟ ଆଧାର | କାହାଣୀ ଶାନ୍ତନୁ ଓ ଶାଲିନୀ ନାମକ ଦୁଇ ବନ୍ଧୁଙ୍କ ଚାରିପାଖେ କେନ୍ଦ୍ରିତ ହୋଇଛି | ଶାଲିନୀ ହଠାତ ଅନ୍ତର୍ଦ୍ଧାନ ହୋଇଯାଏ, ଆଉ ଏଇଠୁ ଆରମ୍ଭ ହୁଏ ଅନ୍ୱେଷଣର କାହାଣୀ | କାନ୍ସ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହୋଇ ‘ଅନ୍ତର୍ଧ୍ୱନି’ ଉଚ୍ଚ ପ୍ରସଂଶିତ ହୋଇଥିଲା | ଏହା ବ୍ୟତୀତ ୱଣ୍ଡ ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲ,  ଅପ ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲ, ଗୌହାଟୀ ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହେବା ସହ ବିଭିନ୍ନ ବିଭାଗରେ ଏକାଧିକ ପୁରସ୍କାର ଲାଭ କରିଛି | ଖୁବ ଶିଘ୍ର ଏହା ସର୍ବଭାରତୀୟ ସ୍ତରରେ ମୁକ୍ତିଲାଭ କରିବା ସହ ବର୍ଲିନ ଓ ଲୋକାର୍ଣ୍ଣ ଚଳଚ୍ଚିତ୍ର ମହୋତ୍ସବରେ ମଧ୍ୟ ପ୍ରଦର୍ଶିତ ହେବାର ଯୋଜନା ରହିଛି |

ଦେଶର ପ୍ରଥମ ଚାଳକ ବିହୀନ ଟ୍ରେନକୁ ଉଦଘାଟନ୍ କରିବେ ପ୍ରଧାନମନ୍ତ୍ରୀ

0

ନୂଆଦିଲ୍ଲୀ: ଆଜିଠୁ ଦିଲ୍ଲୀରେ ଗଡ଼ିବ ଚାଳକ ବିହୀନ ମେଟ୍ରୋ ଟ୍ରେନ୍ । ଦେଶର ପ୍ରଥମ ଚାଳକ ବିହୀନ ଟ୍ରେନ୍‌କୁ ଆଜି ପତାକା ଦେଖାଇ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୂର୍ବାହ୍ନ ୧୧ଟା ବେଳେ ପ୍ରଧାନମନ୍ତ୍ରୀ ଏହି ଟ୍ରେନ୍‌କୁ ସବୁଜ ପତାକା ଦେଖାଇବେ । ଦିଲ୍ଲୀ-ଏନ୍‌ସିଆର୍‌ରେ ଏହି ମେଟ୍ରୋ ଗଡ଼ିବ । ଏହି ଟ୍ରେନ୍ ସମ୍ପୂର୍ଣ୍ଣ ଭାବେ ସ୍ବୟଂଚାଳିତ ହେବ ବୋଲି ପିଏମ୍‌ଓ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ପ୍ରଥମ ପର୍ଯ୍ୟାୟରେ ମାଜେଣ୍ଟା ଲାଇନ୍‌ରେ ପଶ୍ଚିମ ଜନକପୁରୀରୁ ନୋଏଡ଼ା ବଟାନିକାଲ ଗାର୍ଡେନ ପର୍ଯ୍ୟନ୍ତ ୩୭ କି.ମି. ଯାଏ ଏହି ଟ୍ରେନ୍ ଚଳାଚଳ କରିବ । ପରବର୍ତ୍ତି ସମୟରେ 2021 ମଧ୍ୟ ସୁଦ୍ଧା ଏହା ଆଉ ୫୬ କି.ମି. ଗଡ଼ିବ ବୋଲି ସୂଚନା ଦେଇଛି ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ । ୨୦୧୭ ସେପ୍ଟେମ୍ବରରୁ ପ୍ରଥମେ ଏହାର ଟ୍ରାଏଲ୍‌ ରନ୍ କରାଯାଇଥିଲା । ଏହି ଟ୍ରେନ୍ ୯୫ କି.ମି. ପ୍ରତି ଘଣ୍ଟା ହିସାବରେ ଗତି କରିବ । ଏହି ଟ୍ରେନରେ ବହୁ ଆଧୁନିକ ଜ୍ଞାନକୌଶଳର ବ୍ୟବହାର କରାଯାଇଛି ।

ଥୁଆପଦର, ତାଲପାଲି ପଞ୍ଚାୟତ ପିଇଓଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

କଳାହାଣ୍ଡି: ଭିଜିଲାନ୍ସ ଜାଲରେ ଭବାନୀପାଟଣା ସଦର ବ୍ଲକ ଥୁଆପଦର ପଞ୍ଚାୟତର ପିଇଓ । ଆର୍ୟବହିଭୁତ ସମ୍ପତି ଠୁଳ ଅଭିଯୋଗରେ ବାଲେଶ୍ବର ନାଏକଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଭବାନୀପାଟଣା ଗୋଦାମପଡା ସ୍ଥିତ ତିନି ମହଲା କୋଠା ଓ ତାଙ୍କ ନିଜ ଗାଁ କଲମପୁର ବ୍ଲକ ଭେଲା ଗାଁ ରେ ଏକକାଳୀନ ଚଢ଼ାଉ ଚାଲିଛି । ନବରଙ୍ଗପୁର ଡିଏସପିଙ୍କ ନେତୃତ୍ବରେ ଭିଜିଲାନ୍ସର ଦୁଇଟି ଟିମ ଚଢାଉ ଜାରି ରଖିଛି । ଚଢାଉ ବେଳେ ସୁନା ଗହଣା , ଜମି କାଗଜପତ୍ର, ବିମା କାଗଜପତ୍ର ,ଏଟିଏମ ବର୍ତ୍ତମାନ ସୁଦ୍ଧା ଜବତ କରାଯିବା ସହ ଅଧିକ ଚଢ଼ାଉ ଜାରି ରହିଛି । ଏହି ଚଢାଉ ରେ ଭିଜିଲାନ୍ସ ବିଭାଗର ମାଲକାନଗିରି ଡିଏସପି ସୁଶାନ୍ତ କୁମାର ବିଶ୍ବାଳ ଓ ନବରଙ୍ଗପୁର ଡିଏସପି କଲାବତି ବାଗଙ୍କ ନେତୃତ୍ବରେ ଚଢାଉ ଜାରି ରହିଛି ।

ଅନ୍ୟପଟେ ବରଗଡ଼ ଗାଇସିଲେଟ ତାଲପାଲି ପଞ୍ଚାୟତ ପିଇଓ ଫସିଛନ୍ତି ଭିଜିଲାନ୍ସ ଜାଲରେ । ପଞ୍ଚାୟତ ନିର୍ବାହୀ ଅଧିକାରୀ ପାଣ୍ଡବ ନନ୍ଦ ଙ୍କ ଗାଇସିଲେଟ ସ୍ଥିତ ବାସଭବନରେ ଚଢାଉ ଚାଲିଛି । ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ପକ୍ଷରୁ ରେଡ୍ ଜାରି ରହିଛି ।

ଏଥିସହିତ ପଢ଼ନ୍ତୁ: ବ୍ରହ୍ମପୁର ଜୁଏଲାରୀ ଲୁଟ୍ ଘଟଣାରେ ୨ ଗିରଫ, ୧୬୮ କେଜି ସୁନା ଜବତ

ଦୀର୍ଘ ୯ ମାସ ପରେ ଖୋଲିଲା ବାବାଙ୍କ ମନ୍ଦିର: ସେବାୟତଙ୍କ ପରିବାର କରୁଛନ୍ତି ଦର୍ଶନ

ଭଦ୍ରକ: ଭକ୍ତଙ୍କ ପାଇଁ ଖୋଲିଲା ବାବା ଆଖଣ୍ଡଳମଣିଙ୍କ ମନ୍ଦିର । ଦୀର୍ଘ ୯ ମାସ ପରେ ବାବାଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ପ୍ରଥମ ୨ଦିନ ସେବାୟତ ପରିବାର ବାବାଙ୍କୁ ଦର୍ଶନ କରୁଛନ୍ତି। ଏଥିପାଇଁ ପୂର୍ବରୁ ସ୍ବତନ୍ତ୍ର ଏସଓପି ପ୍ରସ୍ତୁତ ହୋଇଛି । ସମସ୍ତଙ୍କ ପାଇଁ ମାସ୍କ ଓ ସାମାଜିକ ଦୂରତା ବାଧ୍ୟତାମୂଳକ ରହିଛି। ଭକ୍ତଙ୍କ ପାଇଁ ସାନିଟାଇଜ ବ୍ୟବସ୍ଥା କରାଯାଇଥିବା ବେଳେ ସ୍ବତନ୍ତ୍ର ବ୍ୟାରିକେଡରେ ଭକ୍ତମାନେ ମନ୍ଦିର ମଧ୍ୟକୁ ପ୍ରବେଶ କରୁଛନ୍ତି। ଏହା ସହିତ ସମସ୍ତଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇ ମନ୍ଦିର ମଧ୍ୟକୁ ଛଡାଯାଉଛି। ସକାଳ ୭ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ମନ୍ଦିରରେ ଦର୍ଶନ କରିବେ ଭକ୍ତ । ତେବେ  ମନ୍ଦିର ମଧ୍ୟକୁ ପୂଜାସାମଗ୍ରୀ ନେବାରେ କଟକଣା ଲଗାଯାଇଛି। ଆସନ୍ତା ୩୦ ଓ ୩୧ ତାରିଖରେ ସ୍ଥାନୀୟ ୪ଟି ପଞ୍ଚାୟତର ଲୋକ ଦର୍ଶନ କରିବା ପାଇଁ ନିଷ୍ପତ୍ତି ହୋଇଛି । ସ୍ଥାନୀୟ ଲୋକ କୋଭିଡ ନିୟମ ଅନୁଯାୟୀ ପରିଚୟପତ୍ର ଦେଖାଇ ଦର୍ଶନ କରିପାରିବେ। ଏହା ପରେ ଜାନୁଆରୀ ୧ ଓ ୨ ତାରିଖରେ ମନ୍ଦିର ବନ୍ଦ ରହିବ। ତେବେ ୩ରୁ ସମସ୍ତ ଭକ୍ତଙ୍କ ଦର୍ଶନ ନିମନ୍ତେ ଖୋଲିବ ମନ୍ଦିର।

Image may contain: text

ବକ୍ସିଂ ଡେ’ ଟେଷ୍ଟ: ୧୩୧ରନ୍ ଲିଡ୍ ହାସଲ କଲା ଟିମ୍ ଇଣ୍ଡିଆ

ମେଲବର୍ଣ୍ଣ: ବକ୍ସିଂ ଡେ’ ଟେଷ୍ଟର ତୃତୀୟ ଦିନରେ ଭାରତୀୟ ଦଳ ନିଜ ସମସ୍ତ ଓ୍ୱିକେଟ ହରାଇ ୩୨୬ ରନ୍ ହାସଲ କରିଛି । ଏଥିସହିତ ୧୩୧ ରନ୍ ଲିଡ୍ ହାସଲ କରିଛି ଟମ୍ ଇଣ୍ଡିଆ । ତୃତୀୟ ଦିନ ଖେଳ ଆରମ୍ଭ ବେଳକୁ ୨୭୭/ ୫ରୁ ଖେଳ ଆରମ୍ଭ କରିଥିଲା ଭାରତୀୟ ଦଳ । କିନ୍ତୁ ୧୧୨ ରନ୍‌ର ବ୍ୟକ୍ତିଗତ ସ୍କୋରରେ ଅଜିଙ୍କ୍ୟା ରାହାଣେଙ୍କ ରନ୍ଆଉଟ ହୋଇ ପେଭିଲିୟନ୍ ଫେରିଥିଲେ । ଏହା ପରେ ଆଉ କୌଣସି ବଡ଼ ପାର୍ଟନରସିପ୍ ଦେଖିବାକୁ ମିଳିନଥିଲା ଗୋଟିଏ ପରେ ଗୋଟିଏ ଓ୍ୱିକେଟ ପତନ ହେବାରେ ଲାଗିଥିଲା । ଏବଂ ମାତ୍ର ୪୯ରନରେ ୫ଟି ଓ୍ୱିକେଟ ହରାଇଥିଲା ଟିମ୍ ଇଣ୍ଡିଆ । ଏହା ପରେ ବ୍ୟାଟିଂକୁ ଓହ୍ଲାଇଥିବା ଅଷ୍ଟ୍ରେଲିଆ ଦଳକୁ ପ୍ରାରମ୍ଭିକ ଝଟକା ଲାଗିଛି । ଜୋ ବୋର୍ନ୍ସ ମାତ୍ର ୪ ରନ୍‌ରେ ଉମେଶ ଯାଦବଙ୍କ ବଲରେ ଆଉଟ ହୋଇଥିଲେ । ତେବେ ଖବର ଲେଖା ହେବା ଯାଏଁ ଅଷ୍ଟ୍ରେଲିଆ ଦଳ ଗୋଟିଏ ଓ୍ୱିକେଟ ହରାଇ ବ୍ୟାଟିଂ ଜାରି ରଖିଛି । ଭାରତୀୟ ଦଳ ପକ୍ଷରୁ ପ୍ରଥମ ଇଂନିସରେ ଅଜିଙ୍କ୍ୟା ରାହାଣେ ସର୍ବାଧିକ ୧୧୨ ରନ୍ କରିଥିବା ବେଳେ ଅଲରାଉଣ୍ଡର ରବୀନ୍ଦ ଜାଡେଜା ଅର୍ଦ୍ଧଶତକ ହାସଲ କରିଥିଲା ।

Image