ଭୁବନେଶ୍ୱର: କରୋନା ମହାମାରୀକୁ ଚେକ୍ ଦେବାକୁ ପ୍ରସ୍ତୁତ ଭାରତ । ଏଥିପାଇଁ ସାରା ଦେଶରେ ଜୋରଦାର ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ଆଜିଠାରୁ ୪ଟି ରାଜ୍ୟରେ କୋଭିଡ ଭାକ୍ସିନର ଡ୍ରାଏରନ୍ ଆରମ୍ଭ ହେବ । ଆସାମ, ଆନ୍ଧ୍ରପ୍ରଦେଶ, ଗୁଜୁରାଟ, ପଞ୍ଜାବରେ ଭାକ୍ସିନର ଡ୍ରାଏରନ କରାଯିବ ବୋଲି ସୂଚନା ଦେଇଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ରାଜ୍ୟର ଦୁଇଟି ଜିଲ୍ଲାରେ ଏହି ଡ୍ରାଇରନ କରାଯିବ। ଲୁଧିଆନା ଓ ଶହିଦ ଭଗତ ସିଂ ନଗରରେ ଏହି ଡ୍ରାଏରନ କରିବାକୁ ପଞ୍ଜାବ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି । ପ୍ରତି ଜିଲ୍ଲାର ୫ଟି ଲେଖାଏଁ ସ୍ଥାନରେ ଦୁଇଦିନ ଧରି ଡ୍ରାଏରନ୍ କରାଯିବ । ଏଥିରେ କାହାକୁ ଟିକା ଦିଆଯିବ ନାହିଁ । ବରଂ ଲୋକଙ୍କ ଡାଟା ନିଆଯାଇ କୋ-ଓ୍ବିନ୍ ମୋବାଇଲ ଆପରେ ଅପଲୋଡ୍ କରାଯିବ । ଏହାଦ୍ୱାରା ଭାକ୍ସିନ ପ୍ରସ୍ତୁତିରେ ଯଦି କୌଣସି ବିଷୟକୁ ଗୁରୁତ୍ୱ ଦିଆଯାଇ ନଥାଏ ତେବେ ତାର ସୁଧାର କରାଯିବ ବୋଲି କୁହାଯାଇଛି ।
ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ: ୧୨ରୁ ଅଧିକ ପ୍ରସ୍ତାବକୁ ମିଳିପାରେ ମଞ୍ଜୁରୀ
ଭୁବନେଶ୍ୱର: ଆଜି ରାଜ୍ୟ କ୍ୟାବିନେଟ ବୈଠକ । ସନ୍ଧ୍ୟା 5ଟା 30 ମିନିଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବ । 12ରୁ ଅଧିକ ପ୍ରସ୍ତାବ କ୍ୟାବିନେଟ ମଞ୍ଜୁରୀ ପାଇବାର ସମ୍ଭାବନା ଅଛି । ତୃତୀୟ ଥର ପାଇଁ ରାଜ୍ୟ କୃଷି ପ୍ରାଣୀଧନ ବିପଣନ ଅଧ୍ୟାଦେଶକୁ ମିଳିବ କ୍ୟାବିନେଟ ମଞ୍ଜୁରୀ । ଓଏଏସ କ୍ୟାଡର୍ ପୁନର୍ଗଠନ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ମଞ୍ଜୁରୀ ମିଳିବା ସମ୍ଭାବନା ଅଛି ।
ସୂଚନା ଯୋଗ୍ୟ ଯେ, ଏହା ପୂର୍ବ କ୍ୟାବିନେଟକ ବୈଠକରେ ଶ୍ରୀଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ ସହ ରାଜ୍ୟ କ୍ୟାବିନେଟ୍ ଆଉ ୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିଲା । ଯାଜପୁର ଓ ପୁରୀରେ ମେଡିକାଲ କଲେଜ୍ ନିର୍ମାଣ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ ଦେଇଛି । ଯାଜପୁରରେ ଶହେ ଶଯ୍ୟା ବିଶିଷ୍ଟ ନୂଆ ସରକାରୀ ମେଡିକାଲ କଲେଜ ହସ୍ପିଟାଲ ଏବଂ ପୁରୀରେ ୬୫୦ ଶଯ୍ୟାର ମେଡିକାଲ କଲେଜ ହସ୍ପିଟାଲ ନିର୍ମାଣ କରାଯିବା ନେଇ ମଧ୍ୟ ନିଷ୍ପତ୍ତି ହୋଇଥିଲା ।
ଏହି ପ୍ରକଳ୍ପ ଲାଗି ୬୫୧ କୋଟି ଟଙ୍କା ଖର୍ଚ୍ଚ ଆକଳନ କରାଯାଇଥିବା ବେଳେ ୩ ବର୍ଷରେ କାର୍ଯ୍ୟ ସରିବ । ଏହି ୨ଟି ମେଡିକାଲ କଲେଜ ନିର୍ମାଣ ହେଲେ ଉଭୟ ଜିଲ୍ଲାର ସ୍ଥାନୀୟ ଲୋକ ଉପକୃତ ହେବା ସହ ସ୍ୱାସ୍ଥ୍ୟସେବା ଉନ୍ନତ ହେବ । ଏବେ ଯାଜପୁର ଓ ପୁରୀ ଜିଲ୍ଲାର ଲୋକ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେବା ଲାଗି କଟକ ଏସସିବିକୁ ଆସୁଛନ୍ତି ।
ଏଥିସହିତ ପଢ଼ନ୍ତୁ: ଓଡ଼ିଶା ପାଇଁ କେମିତି ଥିଲା ବର୍ଷ ୨୦୨୦ ? ଦୁର୍ନୀତି ବିରୋଧରେ ଯୁଦ୍ଧର ବର୍ଷ
୭ ବର୍ଷର ନାବାଳିକାକୁ ଅପହରଣ ବେଳେ ଧରାପଡ଼ିଲା ଅପହରଣକାରୀ
ଯାଜପୁର: ଧରାପଡ଼ିଲା ନାବାଳିକା ଅପହରଣକାରୀ । ନିଜ ଗାଁରୁ ୭ ବର୍ଷର ନାବାଳିକାକୁ ଅପହରଣ କରି ନେବା ବେଳେ ଗ୍ରାମବାସୀଙ୍କ ହାତରେ ଧରାପଡ଼ିଛି ମଦ୍ୟପ ଯୁବକ । ଗାଁ ଲୋକେ ଅପହରଣକାରୀ ଠାରୁ ନାବାଳିକାକୁ ଉଦ୍ଧାର କରିବା ସହ ମଦ୍ୟପ ଯୁବକକୁ ଉତ୍ତମ ମଧ୍ୟମ ଦେଇଛନ୍ତି । ଯାଜପୁର ଜିଲ୍ଲା କୋରାଇ ଥାନା ମୁକୁନ୍ଦପୁର ଗାଁରେ ଘଟିଛି ଏହି ଘଟଣା ।

ନାବାଳିକାକୁ ଉଦ୍ଧାର କରିବା ସହ ଯୁବକ ଜଣଙ୍କୁ ଗ୍ରାମବାସୀ ନିସ୍ତୁକ ମାଡ଼ ମାରି ପୋଲିସ ଜିମା ଦେଇଛନ୍ତି । ଘଟଣାକୁ ନେଇ ଗାଁରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି । ଗ୍ରାମବାସୀ ପୋଲିସ ଗାଡ଼ିକୁ ଅଟକ ରଖିବା ସହ ଏସପି ଆସିବାକୁ ଦାବି କରିଛନ୍ତି । ୭ ବର୍ଷର ନାବାଳିକାକୁ ଅପହରଣ କରିଥିବା ଯୁବକ ସେହି ଗାଁର ଚନ୍ଦ୍ରମଣି ନାୟକ ବୋଲି ଜଣାପଡ଼ିଛି ।
ବ୍ରହ୍ମପୁର ଜୁଏଲାରୀ ଲୁଟ୍ ଘଟଣାରେ ୨ ଗିରଫ, ୧୬୮ କେଜି ସୁନା ଜବତ
ବ୍ରହ୍ମପୁର: ବ୍ରହ୍ମପୁର ପୋଲିସକୁ ମିଳିଛି ବଡ଼ ସଫଳତା । ବ୍ରହ୍ମପୁର ବଡ଼ ବଜାର ଅଞ୍ଚଳର ଦୁଇଟି ସୁନା ଦୋକାନରେ ହୋଇଥିବା ଚୋରି ଘଟଣାରେ ପୋଲିସ ୨ ଜଣ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତ ମାନେ ହେଲେ ଛତିଶଗଡ଼ର କୋବିର୍ଧାମ୍ ଅଞ୍ଚଳର । ଅଭିଯୁକ୍ତଙ୍କ ଠାରୁ ୧୨ ଲକ୍ଷ ୭ ହଜାର ୬୦ ଟଙ୍କା, ୧୬୮ କିଲୋ ୬ ଗ୍ରାମର ସୁନା ସହିତ ୬ ଲକ୍ଷ ଟଙ୍କାର ଏକ କାରକୁ ମଧ୍ୟ ଜବତ କରିଛି ପୋଲିସ ।

ଆଜି ସନ୍ଧ୍ୟାରେ ପୋଲିସ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିବ । ସେପଟେ ସୁନା ଚୋରି ଘଟଣାରେ ଏବେ ବ୍ରହ୍ମପୁର ପୋଲିସର ଦୁଇଟି ଟିମ୍ ବାହାର ରାଜ୍ୟରେ ଛାନ୍ଭିନ୍ ଜାରି ରଖିଛି । ବ୍ରହ୍ମପୁର ଅଞ୍ଚଳରୁ ସୁନା ଦୋକାନରୁ ଚୋରି ହେବା ପରେ ସଜାଗ ହୋଇଛନ୍ତି ସୁନା ଦୋକାନୀ ମାଲିକ ।














