spot_img
Home Blog Page 62

ଲଘୁଚାପର ରୂପ ନେବ ଘୁର୍ଣ୍ଣିବଳୟ ; ୨୬ ତାରିଖ ବେଳକୁ ବଙ୍ଗୋପସାଗରରେ ବାତ୍ୟା ନେଇ ପୂର୍ବାନୁମାନ କରିଛନ୍ତି ବିଭିନ୍ନ ଆନ୍ତର୍ଜାତୀୟ ମଡେଲ

ନନ୍ଦିଘୋଷ ବ୍ୟୁରୋ : ଆଜି ଲଘୁଚାପର ରୂପ ନେବ ଘୁର୍ଣ୍ଣିବଳୟ। ୨୪ ତାରିଖ ବେଳକୁ ଦକ୍ଷିଣ ବଙ୍ଗୋପସାଗରର କେନ୍ଦ୍ରୀୟ ଅଞ୍ଚଳରେ ଅବପାତର ରୂପ ନେବାର ସମ୍ଭାବନା। ପରବର୍ତ୍ତୀ ୪୮ ଘଣ୍ଟାରେ ଆହୁରି ଘନୀଭୂତ ହୋଇପାରେ। ତେବେ ଆସନ୍ତା ୨୬ ତାରିଖ ବେଳକୁ ବଙ୍ଗୋପସାଗରରେ ବାତ୍ୟା ନେଇ ପୂର୍ବାନୁମାନ କରିଛନ୍ତି ବିଭିନ୍ନ ଆନ୍ତର୍ଜାତୀୟ ମଡେଲ I ତେବେ ମାଲାକ୍କା ସମୁଦ୍ର ସନ୍ଧି ନିକଟବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଥିବା ଘୁର୍ଣ୍ଣିବଳୟ ଟି ଆଜି ସୁଦ୍ଧା ଲଘୁଚାପର ରୂପ ନେଇ ପାରେ ବୋଲି କହିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର I ତାହା ପରବର୍ତ୍ତୀ ସମୟରେ ବାତ୍ୟାରେ ପରିଣତ ହୋଇପାରେ। ଲଘୁଚାପ ସୃଷ୍ଟି ହେବା ପରେ ଅଧିକ ସ୍ପଷ୍ଟତା ଆସିପାରେ ବୋଲି କହିଛି ପାଣିପାଗ କେନ୍ଦ୍ର I ସେପଟେ ରାଜ୍ୟରେ ଆହୁରି ୫ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ I ତାପମାତ୍ରାରେ ଆଉ ୨ ରୁ 3 ଡିଗ୍ରୀ ବୃଦ୍ଧି ହେବାର ସମ୍ଭାବନା ଥିବା ବେଳେ ଆସନ୍ତା ସପ୍ତାହରେ ପାଗ ବଦଳି ପାରେ।  ଉପକୁଳ ଜିଲ୍ଲା ମାନଙ୍କରେ ମେଘୁଆ ପାଗ ସହିତ ବର୍ଷା ସମ୍ଭାବନା ରହିଛି।

 

କାର୍ଯ୍ୟକାରୀ ହେଲା ୪ ଶ୍ରମ ଆଇନ ; ମହିଳା କର୍ମଚାରୀଙ୍କୁ ରାତି ଡ୍ୟୁଟି କରିବାକୁ ହେଲେ ସହମତି ନିଆଯିବା ବାଧ୍ୟତାମୂଳକ

ନନ୍ଦିଘୋଷ ବ୍ୟୁରୋ : ୨୦୨୦ରେ ପାର୍ଲାମେଣ୍ଟରେ ଗୃହୀତ ହୋଇଥିବା ଉକ୍ତ ୪ ଶ୍ରମ ଆଇନକୁ ଶୁକ୍ରବାରଠାରୁ କାର୍ଯ୍ୟକାରୀ କରାଯାଇଛି। ଏହି ବୃହତ୍‌ ସଂସ୍କାର ଅନୁଯାୟୀ, ଅସ୍ଥାୟୀ ଓ ପାର୍ଟଟାଇମ୍‌ ଜବ୍‌ କରୁଥିବା କର୍ମଚାରୀମାନଙ୍କୁ ସାମାଜିକ ସୁରକ୍ଷା ପରିସରଭୁକ୍ତ କରାଯିବ। ସମସ୍ତ କର୍ମଚାରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ, ବୈଧାନିକ ସର୍ବନିମ୍ନ ମଜୁରି ଏବଂ ସବୁ ସେକ୍ଟରରେ ଠିକ୍‌ ସମୟରେ ବେତନ ପ୍ରଦାନକୁ ବାଧ୍ୟତାମୂଳକ କରାଯିବ। ପୂର୍ବରୁ ଥିବା ୨୯ଟି ଖଣ୍ଡିତ ଆଇନ ସ୍ଥାନରେ ୪ ନୂଆ ଶ୍ରମ ଆଇନ ଯଥା କୋଡ୍‌ ଅଫ୍‌ ଓ୍ବେଜସ୍‌ (୨୦୧୯), ଇଣ୍ଡଷ୍ଟ୍ରିଆଲ ରିଲେଶନ୍ସ କୋଡ୍‌ (୨୦୨୦), କୋଡ୍‌ ଅନ୍‌ ସୋସିଆଲ୍‌ ସିକ୍ୟୁରିଟି(୨୦୨୦) ଏବଂ ଅକ୍ୟୁପେଶନାଲ ସେଫ୍ଟି, ହେଲ୍‌ଥ ଆଣ୍ଡ ଓ୍ବର୍କିଂ କଣ୍ଡିଶନ୍ସ କୋଡ୍‌ (୨୦୨୦) ଶୁକ୍ରବାର କାର୍ଯ୍ୟକାରୀ ହୋଇଛି।

ମହିଳା କର୍ମଚାରୀଙ୍କୁ ରାତି ଡ୍ୟୁଟି କରିବାକୁ ହେଲେ ସେମାନଙ୍କ ସହମତି ନିଆଯିବା ବାଧ୍ୟତାମୂଳକ। ରାତିବେଳେ ମହିଳା କର୍ମଚାରୀଙ୍କୁ ନିୟୋଜିତ କରୁଥିବା କମ୍ପାନୀ ସୁରକ୍ଷା, ଓଭରଟାଇମ ପାଇଁ ଦୁଇଗୁଣ ପାରିଶ୍ରମିକ ଦେବେ। ନିୟୋଜିତ କର୍ମଚାରୀଙ୍କୁ ନିଯୁକ୍ତି ପତ୍ର ଦେବାକୁ ପଡ଼ିବ। ସାରା ଦେଶରେ ଲାଗୁ ହୋଇଛି ସଂଶୋଧିତ ଶ୍ରମ ଆଇନ କୋଡ। ସେଗୁଡ଼ିକ ହେଲା ଦ କୋଡ ଅନ ୱେଜେସ ୨୦୧୯, ଦ ଇଣ୍ଡଷ୍ଟ୍ରିଆଲ ରିଲେସନ କୋଡ ୨୦୨୦, ଦ କୋଡ ଅନ ସୋସିଆଲ ସିକ୍ଯୁରିଟି ୨୦୨୦ ଓ ଦ ଅକୁପେସନାଲ ସେଫଟି, ହେଲ୍ଥ ଆଣ୍ଡ ଓ୍ବାର୍କିଂ କଣ୍ଡିସନସ କୋଡ ୨୦୨୦। ପ୍ରଚଳିତ ପୁରୁଣା ୨୯ଟି ଶ୍ରମ ଆଇନରେ ସଂଶୋଧିତ କରି ସରଳୀକରଣ କରାଯାଇଛି। ଯେଉଁଥିରେ ଶ୍ରମଜୀବୀ, କର୍ମଚାରୀଙ୍କ କଲ୍ଯାଣ ଉପରେ ଗୁରୁତ୍ବ ଦିଆଯାଇଛି। ନୂଆ ବ୍ଯବସ୍ଥା ଅନୁଯାୟୀ ପ୍ଲାଟଫର୍ମରେ କାମ କରୁଥିବା ଶ୍ରମିକଙ୍କୁ ବି ସାମାଜିକ ସୁରକ୍ଷା ଅନ୍ତର୍ଗତ ସବୁ ସୁବିଧା ନିଯୁକ୍ତିଦାତା ଯୋଗାଇଦେବେ। ସର୍ବନିମ୍ନ ମଜୁରୀ ଠାରୁ କମରେ କାହାରିକୁ ନିୟୋଜିତ କରାଯିବନି। ୪୦ ବର୍ଷରୁ ଅଧିକ ବୟସ୍କ କର୍ମଚାରୀଙ୍କ ବାର୍ଷିକ ସ୍ବାସ୍ଥ୍ଯ ପରୀକ୍ଷା କରାଇବେ ନିଯୁକ୍ତିଦାତା। ପୁରୁଷ ଓ ମହିଳା କର୍ମଚାରୀଙ୍କ ଭିତରେ ଦରମାରେ ତାରତମ୍ଯ ରହିବ ନାହିଁ। ୧୦ କିମ୍ବା ଅଧିକ କର୍ମଚାରୀ କାମ କରୁଥିବା ସଂସ୍ଥା କର୍ମଚାରୀଙ୍କୁ ଇଏସଆଇସି ଅନ୍ତର୍ଭୁକ୍ତ କରିପାରିବେ। ବିପଦପୂର୍ଣ୍ଣ ଉତ୍ପାଦ ଶିଳ୍ପରେ କାମ କରୁଥିବା ଜଣେ କର୍ମଚାରୀଙ୍କ ବି ଇଏସଆଇସି କରିବା ଅନିବାର୍ଯ୍ଯ। ସେହିପରି ଏଣିକି ୫ ବର୍ଷ ନୁହେଁ, ଜଣେ କର୍ମଚାରୀ ବର୍ଷେ କାମ କରିଥିଲେ ବି କମ୍ପାନୀ କର୍ତ୍ତୃପକ୍ଷ ତାଙ୍କୁ ଗ୍ରାଚ୍ୟୁଇଟି ଦେବାକୁ ବାଧ୍ୟ ବୋଲି ବିଜ୍ଞପ୍ତିରେ କେନ୍ଦ୍ର ସରକାର ଜଣାଇଛନ୍ତି।

ବିପର୍ଯ୍ୟସ୍ତ ସ୍ଵାସ୍ଥ୍ୟସେବା, ସିକ୍ୟୁରିଟି ଗାର୍ଡ ମାପୁଛନ୍ତି ରୋଗୀଙ୍କ ରକ୍ତଚାପ

ବିଞ୍ଝାରପୁର : ରାଜ୍ୟରେ ବିପର୍ଯ୍ୟସ୍ତ ସ୍ଵାସ୍ଥ୍ୟ ବ୍ୟବସ୍ଥା । ସରକାରୀ ଡାକ୍ତରଖାନାରେ ସିକୁରିଟି ଗାର୍ଡ ମାପୁଛନ୍ତି ରୋଗୀଙ୍କ ବ୍ଲଡ଼ ପ୍ରେସର | ପ୍ରେସର ମାପିବା ପାଇଁ ନିର୍ଦ୍ଦେଶ ଦେଉଛନ୍ତି ଡ୍ୟୁଟିରେ ଥିବା ଡାକ୍ତର | ଏଭଳି ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବିଞ୍ଝାରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ | ଅଭିଯୋଗ ଅନୁଯାୟୀ ଡ୍ୟୁଟିରେ ଥିବା ଡାକ୍ତର ବିନ୍ଦୁସାଗର ସାମଲ ଆଉଟଡୋରରେ ରୋଗୀ ଦେଖୁଥିବା ବେଳେ ଜଣେ ବୃଦ୍ଧ ରୋଗୀଙ୍କ ପ୍ରେସର ମାପିବା ପାଇଁ ବାହାରେ ଥିବା ସିକ୍ୟୁରିଟି ଗାର୍ଡଙ୍କ ନିକଟକୁ ପଠାଇଥିଲେ । ଯାହାକୁ ନେଇ ଡାକ୍ତରଙ୍କୁ ପ୍ରଶ୍ନ କରିବାରୁ ସେ ମଧ୍ୟ ଘଟଣାକୁ ସ୍ଵିକାର କରିବା ସହ ଭିଡ ଥିଲେ ସିକୁରିଟିମାନଙ୍କୁ ରୋଗୀଙ୍କ ବ୍ଲଡ଼ ପ୍ରେସର ମାପିବା ପାଇଁ କହିଥାଉ ବୋଲି କହିଛନ୍ତି । ଅନ୍ୟପଟେ ସିକ୍ୟୁରିଟି ଗାର୍ଡ ରୋଗୀଙ୍କ ପ୍ରେସର ମାପିବା ସମ୍ପୂର୍ଣ ଭୁଲ । କେବଳ ନର୍ସିଙ୍ଗ ଷ୍ଟାଫମାନେ ହିଁ ରୋଗୀଙ୍କ ବ୍ଲଡ଼ ପ୍ରେସର ମାପି ପାରିବେ ବୋଲି କହିଛନ୍ତି ବିଞ୍ଝାରପୁର ଗୋଷ୍ଠି ସ୍ୱାସ୍ଥ୍ୟ ଅଧିକାରୀ | ଏନେଇ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ପ୍ରତିକ୍ରିୟା ମିଲିପାରିନାହିଁ ।

ଟ୍ରକକୁ ଧକ୍କା ଦେଲା ଆମ୍ବୁଲାନ୍ସ , ଜଣେ ମୃତ, ୫ ଗୁରୁତର

ସମ୍ବଲପୁର : ସମ୍ବଲପୁରରେ ଟ୍ରକକୁ ଧକ୍କା ଦେଲା ଆମ୍ବୁଲାନ୍ସ । ଜଣେ ମୃତ, ୫ ଗୁରୁତର । ବୌଦ୍ଧରୁ ୧୦୮ ଆମ୍ବୁଲାନ୍ସଟି ରୋଗୀ ନେଇ ବୁର୍ଲା ଭୀମସାର ଯିବା ସମୟରେ ଅଘଟଣ । ଫୁଲଝରଣ ନିକଟରେ ବାଲି ବୋଝେଇ ହାଇୱା ପଛପଟୁ ଆମ୍ବୁଲାନ୍ସଟି ଧକ୍କା ଦେବାରୁ ଆମ୍ବୁଲାନ୍ସ କର୍ମଚାରୀ ମାନ ଭଞ୍ଜନ ସାହୁଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ଡ୍ରାଇଭର ସମେତ ୫ ଜଣ ଆହତ ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତକ ମାନ ଭଞ୍ଜନଙ୍କ ୬ ମାସ ତଳେ ବିବାହ ହୋଇଥିଲ ।

୨୬ ତାରିଖ ବେଳକୁ ବାତ୍ୟା ନେଇ ବିଭିନ୍ନ ମଡେଲର ଆକଳନ…

ଭୁବନେଶ୍ବର : ଆଜି ଲଘୁଚାପର ରୂପ ନେବ ଘୁର୍ଣ୍ଣିବଳୟ। ୨୪ ତାରିଖ ବେଳକୁ ଦକ୍ଷିଣ ବଙ୍ଗୋପସାଗରର କେନ୍ଦ୍ରୀୟ ଅଞ୍ଚଳରେ ଅବପାତର ରୂପ ନେବାର ସମ୍ଭାବନା। ପରବର୍ତ୍ତୀ ୪୮ ଘଣ୍ଟାରେ ଆହୁରି ଘନୀଭୂତ ହୋଇପାରେ। ତେବେ ଆସନ୍ତା ୨୬ ତାରିଖ ବେଳକୁ ବଙ୍ଗୋପସାଗରରେ ବାତ୍ୟା ନେଇ ପୂର୍ବାନୁମାନ କରିଛନ୍ତି ବିଭିନ୍ନ ଆନ୍ତର୍ଜାତୀୟ ମଡେଲ । ତେବେ ମାଲାକ୍କା ସମୁଦ୍ର ସନ୍ଧି ନିକଟବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଥିବା ଘୁର୍ଣ୍ଣିବଳୟ ଟି ଆଜି ସୁଦ୍ଧା ଲଘୁଚାପର ରୂପ ନେଇ ପାରେ ବୋଲି କହିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର I ତାହା ପରବର୍ତ୍ତୀ ସମୟରେ ବାତ୍ୟାରେ ପରିଣତ ହୋଇପାରେ। ଲଘୁଚାପ ସୃଷ୍ଟି ହେବା ପରେ ଅଧିକ ସ୍ପଷ୍ଟତା ଆସିପାରେ ବୋଲି କହିଛି ପାଣିପାଗ କେନ୍ଦ୍ର I ସେପଟେ ରାଜ୍ୟରେ ଆହୁରି ୫ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ I ତାପମାତ୍ରାରେ ଆଉ ୨ ରୁ 3 ଡିଗ୍ରୀ ବୃଦ୍ଧି ହେବାର ସମ୍ଭାବନା ଥିବା ବେଳେ ଆସନ୍ତା ସପ୍ତାହରେ ପାଗ ବଦଳି ପାରେ। ଉପକୁଳ ଜିଲ୍ଲା ମାନଙ୍କରେ ମେଘୁଆ ପାଗ ସହିତ ବର୍ଷା ସମ୍ଭାବନା ରହିଛି।

ଆଜିଠାରୁ ଆରମ୍ଭ ହେବ ଭାରତ ବନାମ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟ୍ ମ୍ୟାଚ

ନନ୍ଦିଘୋଷ ବ୍ୟୁରୋ : ଆଜିଠାରୁ ଆରମ୍ଭ ହେବ ଭାରତ ବନାମ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟେଷ୍ଟ୍ ମ୍ୟାଚ। ଭାରତୀୟ ଅଧିନାୟକ ଭାବରେ ରିଷଭ ପନ୍ତଙ୍କର ଏହା ପ୍ରଥମ ଟେଷ୍ଟ୍ ହେବ। ଭାରତ ସିରିଜ୍ ରେ ୦-୧ ପଛରେ ଅଛି।ତେଣୁ ସିରିଜ୍ ଡ୍ରରେ ଶେଷ କରିବାକୁ ହେଲେ ଯେକୌଣସି ଭାବେ ଏହି ଟେଷ୍ଟ୍ ଜିତିବାକୁ ପଡିବ। ଦକ୍ଷିଣ ଆଫ୍ରିକାର ବାଭୁମା ପୁଣି ଥରେ ଟେଷ୍ଟ୍ ଅଧିନାୟକ ଭାବରେ ପଡିଆକୁ ଓହ୍ଲାଇବେ। ଗୌହାଟୀ ବରସାପାରା କ୍ରିକେଟ ଷ୍ଟାଡିୟମରେ ହେବାକୁ ଥିବା ଏହି ଟେଷ୍ଟ୍ ର ସମୟ ପ୍ରଥମ ମ୍ୟାଚ୍ ଠାରୁ ଭିନ୍ନ । ଗୌହାଟି ପ୍ରଥମ ଥର ପାଇଁ ଏହି ଟେଷ୍ଟ ମ୍ୟାଚ୍ ଆୟୋଜନ କରିଛି । ରିଷଭ ପନ୍ତ ପ୍ରଥମ ଥର ପାଇଁ ପୂର୍ଣ୍ଣକାଳୀନ ଟେଷ୍ଟ ଅଧିନାୟକ ଭାବରେ କାର୍ଯ୍ୟ କରିବେ।ଦଳର ଅଧିନାୟକତ୍ୱ କରିବାରେ ୩୮ ତମ ଭାରତୀୟ ହେବେ ରିଷଭ। ଶୁଭମନ ଗିଲ ଦ୍ୱିତୀୟ ଟେଷ୍ଟରୁ ବାଦ ପଡ଼ିଛନ୍ତି। ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର କାଗିସୋ ରାବାଡା ମଧ୍ୟ ଆଘାତ ଯୋଗୁଁ ମ୍ୟାଚ୍ ଖେଳିବେ ନାହିଁ ବୋଲି ସୂଚନା ରହିଛି।

କଟକରେ ଡବଲ ମର୍ଡର : ବାପା ଓ ସାବତ ମାଆକୁ ହତ୍ୟା କଲା ପୁଅ

କଟକ : କଟକରେ ଡବଲ ମର୍ଡର। କଟକ ଦରଘାବଜାର ଓଲ୍ଡ ଜେଲ୍ କଲୋନୀରେ ବାପା ଓ ସାବତ ମାଆକୁ ଅତି ନିର୍ମମ ଭାବେ ହତ୍ୟା କଲା ପୁଅ। ବାପା ମାଆଙ୍କୁ ହତ୍ୟା କରିବା ପରେ ସ୍ତ୍ରୀକୁ କଲ୍ କରି କହିଲା ସବୁକଥା। କଟକ ଓଲ୍ଡ ଜେଲ୍ କଲୋନୀରେ ଦୀପକ କୁମାର ଦାସ ଓ ତାଙ୍କ ପତ୍ନୀ ରିତାରାଣୀ ଦାସ ରହିଆସୁଥିଲେ। ଜମିବାଡିକୁ ନେଇ ପୁଅ ଆଲୋକ କୁମାର ଦାସଙ୍କ ସହ ବିବାଦ ଲାଗି ରହିଥିଲା। ଆଉ ଏହି ବିବାଦ ଗତକାଲି ରାତିରେ ନେଇଥିଲା ଉଗ୍ରରୂପ। ଧାରୁଆ ଛୁରୀରେ ପ୍ରଥମେ ସାବତ ମାଆକୁ ହାଣି ହତ୍ୟା କରିବା ପରେ ବାପା ଯେତେବେଳେ ଆସି ପହଞ୍ଚିଥିଲେ ତାଙ୍କୁ ଅତର୍କିତ ଭାବେ ଆକ୍ରମଣ କରି ନୃଶଂସ ଭାବେ ହତ୍ୟା କରିଥିଲା। ଘଟଣାସ୍ଥଳରେ ଦରଘାବଜାର ପୋଲିସ ଓ ସାଇଣ୍ଟିଫିକ୍ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ଦୁଇ ମରଶରୀରକୁ ବ୍ୟବଚ୍ଛେଦ ପାଇଁ ଏସସିବି ମେଡିକାଲକୁ ପଠାଇଛି ପୋଲିସ। ହତ୍ୟାକାରୀ ପୁଅକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ।

ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ୟୁନିଫର୍ମ କର୍ମଚାରୀ ଚୟନ ପାଇଁ ନୂଆ ଆୟୋଗ

ରାଜ୍ୟରେ ଗଠନ ହେଲା ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗ। ପୋଲିସ, ଜଙ୍ଗଲ, ଅବକାରୀ, ଅଗ୍ନିଶମ ଓ ବାଣିଜ୍ୟ ପରିବହନ ବିଭାଗରେ ୟୁନିଫର୍ମ କର୍ମଚାରୀ ଚୟନ ପାଇଁ ଏହି ଆୟୋଗ କାମ କରିବ। ନିଯୁକ୍ତିରେ ଅନିୟମିତତା ଓ ଅହେତୁକ ବିଳମ୍ବ ଯୋଗୁଁ ସରକାର ସମାଲୋଚିତ ହେବା ପରେ ନୂଆ ଆୟୋଗ ଗଠନ କରିଛନ୍ତି। ଏଥିରେ ଜଣେ ଅଧ୍ୟକ୍ଷ ଓ ଦୁଇ ଜଣ ସଦସ୍ୟ ରହିବେ। ରାଜ୍ୟ କ୍ୟାବିନେଟରେ ଏହି ପ୍ରସ୍ତାବ ଅନୁମୋଦନ ହୋଇଛି। ଏହା ସହ ଓଡ଼ିଶାରେ ଶାଖା ଖୋଲିବାକୁ ବିଶ୍ବର ବଡ଼ ବଡ଼ ଆଇଟି କମ୍ପାନୀଙ୍କୁ ପ୍ରୋତ୍ସାହନ ଦେଇଛନ୍ତି ସରକାର। ଗ୍ଲୋବାଲ କାପାବିଲିଟି ସେଣ୍ଟର ନୀତି ୨୦୨୫ ଜରିଆରେ ଅନ୍ୟ ୭ ରାଜ୍ୟ ଭଳି ଓଡ଼ିଶା ସରକାର ପ୍ରୋତ୍ସାହନ ବ୍ୟବସ୍ଥା କରିଛନ୍ତି। ଏହାଦ୍ବାରା ହଜାରେ କୋଟି ଟଙ୍କାର ପୁଞ୍ଜିନିବେଶ ସହ ୫୦ ହଜାର ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତିର ସମ୍ଭାବନା ରହିଛି। କଟକ-ପୁରୀ-ଭୁବନେଶ୍ବର ସହ ବରଗଡ଼-ଝାରୁସୁଗୁଡ଼ା-ସମ୍ବଲପୁର ଭଳି ଅଞ୍ଚଳର ଅର୍ଥନୈତିକ ଅଭିବୃଦ୍ଧି ଦିଗରେ ଏହି ନୀତି ସହାୟକ ହେବ।

ଚୋରା ବାଲି କାରବାର ରୋକିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ ପରେ କ୍ୟାବିନେଟରେ ଲଘୁ ଖଣିଜ କାରବାରକୁ ନିଲାମୀ ବଦଳରେ ଲଟେରୀ ଜରିଆରେ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାଦ୍ବାରା ଲଘୁ ଖଣିଜ ଆବଣ୍ଟନରେ ସ୍ବଚ୍ଛତା ସହ ଉପଯୁକ୍ତ ଭାବେ ମନିଟରିଂ କରାଯାଇପାରିବ ବୋଲି ସରକାର ଆଶା ରଖିଛନ୍ତି। ଏଥିପାଇଁ ଲଘୁ ଖଣିଜ ରିହାତି ନିୟମ, ୨୦୧୬ରେ ସଂଶୋଧନ କରାଯାଇଛି। ସେହିପରି ୨୦୦୭ରୁ ଥିବା ବେଆଇନ ଖଣି ଖନନ ନିବାରଣ, ପରିବହନ ଓ ସଂରକ୍ଷଣ ନିୟମ ପରିବର୍ତ୍ତନ କରି ନୂଆ ନିୟମ ଆଣିବା ପ୍ରସ୍ତାବ କ୍ୟାବିନେଟରେ ଅନୁମୋଦିତ ହୋଇଛି। ଏହାଦ୍ବାରା ବାଲି, ଗୋଡ଼ି ଭଳି ଦ୍ରବ୍ୟର ଚୋରା କାରବାରକୁ ରୋକାଯିବ। ଏହାସହ ହଷ୍ଟେଲରେ ରହି ପଢୁଥିବା ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନାରେ ମେସ୍ ବାବଦକୁ ଛାତ୍ର ବୃତ୍ତିରେ ବୃଦ୍ଧି କରାଯାଇଛି। ଛାତ୍ରଙ୍କ ପାଇଁ ବର୍ଷକୁ ୧୦ ହଜାର ବଦଳରେ ୧୬ ହଜାର ଏବଂ ଛାତ୍ରୀଙ୍କ ପାଇଁ ୧୭ ହଜାର ଟଙ୍କାର ବ୍ୟବସ୍ଥା ହୋଇଛି।

ଜଳ ଜନିତ ପରିବେଶ ପ୍ରଦୂଷଣ ଆଇନରେ ସଂଶୋଧନ କରିଛନ୍ତି ସରକାର। ୧୯୮୦ ମସିହାରେ ଶ୍ରମ ଓ ନିଯୁକ୍ତି ବିଭାଗରେ କାର୍ଯ୍ୟରତ କର୍ମଚାରୀଙ୍କୁ ମିଳିଥିବା ଏଲଆଇଜି ଘର, ବିଭାଗ ପରିବର୍ତ୍ତନ ପରେ ନିଜ ନାମରେ କରିବା ସମ୍ଭବପର ହେଉନଥିଲା। ଏବେ ଏସବୁ ବିବାଦର ସମାଧାନ ପାଇଁ ସାଧାରଣ ପ୍ରଶାସନ ବିଭାଗ ଦାୟିତ୍ବ ନେବ। ରାଜ୍ୟ କ୍ୟାବିନେଟରେ ୯ଟି ବିଭାଗର ୧୨ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି।

ବିହାର ବିଧାନସଭା ନିର୍ବାଚନର ବିନ୍ଧାଣି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିମାନବନ୍ଦରରେ ଭବ୍ୟ ସ୍ବାଗତ

ବିହାର ବିଧାନସଭା ନିର୍ବାଚନର ବିନ୍ଧାଣି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ଵରରେ ପହଞ୍ଚିଛନ୍ତି । ବିହାରରେ NDAର ଚମତ୍କାର ପ୍ରଦର୍ଶନ ପରେ ସେ ଓଡ଼ିଶା ଆସିଥିବାରୁ ତାଙ୍କୁ ଭୁବନେଶ୍ଵର ବିମାନବନ୍ଦରରେ ଭବ୍ୟ ସ୍ଵାଗତ କରାଯାଇଛି । ହଜାର ହଜାର ବିଜେପି କର୍ମୀ ଓ ନେତା ତାଙ୍କୁ ଭବ୍ୟ ସ୍ଵାଗତ କରିଛନ୍ତି । ପାରମ୍ପରିକ ନୃତ୍ୟବାଦ୍ୟରେ ତାଙ୍କୁ ସ୍ଵାଗତ କରିଛନ୍ତି ଦଳୀୟ ନେତା । ବିମାନବନ୍ଦରରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ସାଂସଦ ବିଭୁ ପ୍ରସାଦ ତରାଇ, ବିଧାୟକ ଟଙ୍କଧର ତ୍ରିପାଠୀ, ଗୋଲକ ମହାପାତ୍ର, ପିଙ୍କି ପ୍ରଧାନ, ତେଜେଶ୍ଵର ପରିଡ଼ା, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ପ୍ରମୁଖଙ୍କୁ ଦେଖିବାକୁ ମିଳିଥିଲା । ଭୁବନେଶ୍ବରରେ ପହଞ୍ଚିବା ପରେ ଧର୍ମେନ୍ଦ୍ର କହିଛନ୍ତି, ବିହାରରେ NDAର ବିପୁଳ ବିଜୟ ପାଇଁ ଅଗଣିତ ଜନତାଙ୍କୁ ଧନ୍ୟବାଦ ।

ପ୍ରଧାନମନ୍ତ୍ରୀଙ୍କ ଦିଗ୍‌ଦର୍ଶନରେ ବିହାରରେ NDA ସଫଳତା ପାଇଛି । ବିହାର ବିଜୟ ପ୍ରଧାନମନ୍ତ୍ରୀଙ୍କ ଦୃଢ଼ ନେତୃତ୍ଵକୁ ବଡ଼ ସ୍ଵୀକୃତି ଦେଇଛି । ନୀତୀଶ କୁମାରଙ୍କ ନେତୃତ୍ଵକୁ ପୁଣି ସ୍ଵୀକୃତି ଦେଇଥିବାରୁ ଲୋକଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି । ଉତ୍ତମ ଶାସନକୁ ବିହାରବାସୀ ପୁଣି ପସନ୍ଦ କରିଛନ୍ତି ବୋଲି ସେ କହିଛନ୍ତି । ଖାଲି ସେତିକି ନୁହେଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଭୂମିକାକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି । ଦେଶ ବିଭାଜନ ମାନସିକତା ରଖୁଥିବା କଂଗ୍ରେସକୁ ଜନତା ପ୍ରତ୍ୟାଖ୍ୟାନ କରିଛନ୍ତି । କଂଗ୍ରେସର ନକାରାତ୍ମକ ରାଜନୀତିକୁ ଜନତା ପ୍ରତ୍ୟାଖ୍ୟାନ କରିଛନ୍ତି । ନୂଆପଡ଼ାରେ BJP ବିପୁଳ ଭୋଟ୍‌ରେ ଜିତିଛି । ସେଥିପାଇଁ ସେ ନୂଆପଡ଼ାବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି । ବିହାର ନିର୍ବାଚନ ପ୍ରଭାରୀ ଦାୟିତ୍ଵରେ ଥିଲେ ଧର୍ମେନ୍ଦ୍ର ପ୍ରଧାନ ।

କଂଗ୍ରେସରେ ବିଦ୍ରୋହର ନିଆଁ: ଭକ୍ତଙ୍କ ବିଭୀଷଣ ବୟାନ ପରେ ନିରଂଜନଙ୍କ ରାବଣ ବାଣ

କଂଗ୍ରେସରେ ବିଦ୍ରୋହର ନିଆଁ । ଭକ୍ତଙ୍କ ବିଭୀଷଣ ବୟାନ ପରେ ନିରଂଜନଙ୍କ ରାବଣ ବାଣ । ମୋକିମଙ୍କ ସପକ୍ଷରେ ବାହାରିଲେ ଜୟଦେବ ଜେନା । ୨୩ରେ ବସିବ ପରାଜୟ ସମୀକ୍ଷା ବୈଠକ । କଂଗ୍ରେସରେ ରାବଣ କିଏ ? କିଏ ଚାହୁଁଛି କଂଗ୍ରେସ ଭଳି ସୁନାର ଲଙ୍କାକୁ ଜାଳିପୋଡି ଛାରଖାର କରିବାକୁ ? ନୂଆପଡା ନିର୍ବାଚନରେ କଂଗ୍ରେସର ପରାଜୟ ପରେ ପିସିସି ସଭାପତିଙ୍କ ବିଭୀଷଣ ମନ୍ତବ୍ୟ ଏବେ ଦଳରେ ହଇଚଇ ସୃଷ୍ଟି କରିଥିବାବେଳେ ପୂର୍ବତନ ପିସିସି ସଭାପତି ନିରଂଜନ ପଟ୍ଟନାୟକ ରାବଣ ଉପାଖ୍ୟାନ ଏବେ ରାଜ୍ୟ କଂଗ୍ରେସ ରାଜନୀତିକୁ ହଲଚଲ କରିଛି । ନିରଂଜନଙ୍କ ଯୁକ୍ତି ହେଉଛି କଂଗ୍ରେସରେ ଯଦି ବିଭୀଷଣ ଅଛନ୍ତି, ତାହାଲେ ରାବଣ କିଏ ? ବିଭୀଷଣ ଯଦି ଚିହ୍ନଟ ହେବେ ତେବେ ରାବଣ କିଏ ତାହା ବି ଚିହ୍ନଟ ହେବା ଦରକାର। ବିଭୀଷଣ ଯଦି ଅଛନ୍ତି ତାହାଲେ ରାବଣ ବି ଦଳରେ ଅଛନ୍ତି । ସିଧାସଳଖ ନହେଲେ ବି ପରୋକ୍ଷରେ ସେ ପିସିସି ସଭାପତିଙ୍କୁ ତେରେଛା ବାଣ ମାରିଛନ୍ତି ନିରଂଜନ । ନିଜ ଘର ନସଜାଡି ବାହାର ଲୋକଙ୍କୁ ଦାୟୀ କରିବା ଠିକ୍ ନୁହେଁ । ଆମର ନେତାଙ୍କ କଣ ଭୁଲ ଅଛି ତାହା ଆଗେ ଜାଣିବା କଥା। ବଡ ଠାରୁ ଛୋଟ ନେତା ସମସ୍ତେ ଜାଣିବା ଦରକାର । ସଭାପତି କଂଗ୍ରେସକୁ ମଜଭୁତ କରିବା ପାଇଁ ଉଦ୍ୟମ କରି ସଫଳ ହୋଇନାହାଁନ୍ତି । କଂଗ୍ରେସ ସଂଗଠନ ତୃଣମୂଳ ସ୍ତରରୁ ଦୁର୍ବଳ ଅଛି ବୋଲି ତାହାର ପରିଣାମ ଦଳ ଭୋଗିଲା ବୋଲି ନିରଂଜନ କହିଛନ୍ତି ।

ପିସିସି ସଭାପତି ଭକ୍ତ ଦାସ ଓ ମହମ୍ମଦ ମୋକିମଙ୍କ କଳି ନେଇ ନିଆଁରେ ଘିଅ ଢାଳିଛନ୍ତି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା। ତାଙ୍କ ଯୁକ୍ତି ହେଉଛି ମହମ୍ମଦ ମୋକିମ ଭାଇଚାରରେ ବିଶ୍ବାସ ରଖି ରାଜନୀତି କରୁଛନ୍ତି । ହିଂସା ପାଇଁ ମୋକିମ ନୂଆପଡ଼ା ନଯିବା କଥା ଠିକ୍ ନୁହେଁ । ମୋକିମ ସବୁବେଳେ କଂଗ୍ରେସକୁ ଏକଜୁଟ କରିବା ଓ ଆଗକୁ ନେବା ପାଇଁ ଚେଷ୍ଠା କରନ୍ତି । ଭକ୍ତ ମୋକିମ ବିବାଦ ନେଇ ବରିଷ୍ଠ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ କହିଛନ୍ତି ପିସିସି ସଭାପତି ତାଙ୍କ ହୃଦୟର କଥା କହିଛନ୍ତି । କିଏ ଆମ ଭିତରେ ବିଭୀଷଣ ? ମୋକିମ ହେଉଛନ୍ତି କଂଗ୍ରେସ ପିଲର । ତାଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ ବି ଦଳର ଶକ୍ତି । ପିସିସି ସଭାପତି କହିଛନ୍ତି ସମସ୍ତଙ୍କୁ ସାଙ୍ଗରେ ନେଇ କଂଗ୍ରେସକୁ ମଜଭୁତ କରାଯିବ। ଖୁବଶୀଘ୍ର କଂଗ୍ରେସର ବରିଷ୍ଠ ନେତାମାନେ ଏକାଠି ହୋଇ ବୈଠକ କରିବେ । ସବୁ ସମସ୍ୟାର ସମାଧାନ କରାଯିବ ।

ନୂଆପଡା ପରାଜୟ ପରେ କଂଗ୍ରେସ କଳି ବଢୁଥିବାରୁ ଆସନ୍ତା ୨୩ ତାରିଖରେ ପରାଜୟର ସମୀକ୍ଷା କରିବ ଦଳ । ଦୁଇଟି ପର୍ଯ୍ୟାୟରେ ଦଳର ମଙ୍ଗୁଆଳମାନେ ମାନସମନ୍ଥନ କରିବେ । ୧୪୦ ବର୍ଷର ପୁରୁଣା ଦଳରେ ପୌରାଣିକ ଚରିତ୍ରକୁ ନେଇ ନେତାଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ବାକଯୁଦ୍ଧ ଆଗକୁ ଥମିବ ନା ବଢିବ ତାହା ଉପରେ ରହିଛି ନଜର ।