spot_img
Home Blog Page 63

ରବିବାର ଉତ୍ତର କୋରିଆ ପୁଣି କଲା ମିସାଇଲ୍ ପରୀକ୍ଷା

ନନ୍ଦିଘୋଷ ବ୍ୟୁରୋ :  ଇରାନ ଆମେରିକା ମଧ୍ୟରେ ଶାନ୍ତି ଚୁକ୍ତିକୁ ନେଇ ଦ୍ଵନ୍ଦ ବଢୁଛି । ପୁରା ଦୁନିଆର ନଜର  ଆମେରିକା ଇରାନ ଓ ଇସ୍ରାଏଲ ଉପରେ ରହିଛି। କିନ୍ତୁ ଏପଟେ ଦକ୍ଷିଣ କୋରିଆକୁ ଚିନ୍ତା ଘାରିଛି କାରଣ  ଉତ୍ତର କୋରିଆ ରବିବାର   କ୍ଲଷ୍ଟର ବମ୍ ଯୁକ୍ତ ବାଲିଷ୍ଟିକ୍ ମିସାଇଲ୍ ପରୀକ୍ଷଣ କରିଛି। ରବିବାର ଏପ୍ରିଲ୍ ୧୯  ଦିନ ଉତ୍ତର କୋରିଆ ପୁଣି ଥରେ କ୍ଲଷ୍ଟର ବମ୍ ଯୁକ୍ତ ବାଲିଷ୍ଟିକ୍ ମିସାଇଲ୍ ପରୀକ୍ଷଣ କରିଛି। ଏହି ମାସରେ ଉତ୍ତର କୋରିଆ  ଦ୍ୱିତୀୟ ଥର ପାଇଁ ଏଭଳି  ପରୀକ୍ଷଣ କରିଛି । କିମ୍ ଜୋଙ୍ଗ୍ ଉନ୍ ଏହି ପରୀକ୍ଷଣର ତତ୍ତ୍ୱାବଧାନ କରିଥିଲେ ଏବଂ ତାଙ୍କ ଝିଅ କିମ୍ ଜୁ-ଏ  ମଧ୍ୟ ଉପସ୍ଥିତ ଥିଲେ। ଏହା  ଅଳ୍ପ  ଦୂରତ୍ୱର  ବିଶିଷ୍ଟ ବାଲିଷ୍ଟିକ୍ ମିସାଇଲ୍ ଥିଲା  ସର୍ଫେସ୍-ଟୁ-ସର୍ଫେସ୍ । ରବିବାର ସକାଳ ପ୍ରାୟ ୬:୧୦ଟା  ଦକ୍ଷିଣ କୋରିଆ ସମୟ ଅନୁସାରେ ଉତ୍ତର କୋରିଆ  କ୍ଲଷ୍ଟର ବମ୍ ଯୁକ୍ତ ବାଲିଷ୍ଟିକ୍ ମିସାଇଲ୍ ପରୀକ୍ଷଣ କରିଛି । ଉତ୍ତର  କୋରିଆର ସିନଫୋ  ଅଞ୍ଚଳରୁ  ଜାପାନ୍ ସାଗର ଆଡ଼କୁ ନିକ୍ଷେପ କରାଯାଇଥିଲା ଏହି  ମିସାଇଲ୍ । ୫ଟି ମିସାଇଲ୍ ପ୍ରକ୍ଷେପଣ କରାଯାଇଥିଲା। ପ୍ରାୟ ୧୩୬ କିଲୋମିଟର ଦୂରକୁ

ଏକ ଦ୍ୱୀପ ନିକଟରେ ଥିଲା  ଲକ୍ଷ୍ୟ କେନ୍ଦ୍ର  ,ପ୍ରାୟ ୧୨.୫ ରୁ ୧୩ ହେକ୍ଟର ଜାଗା ଉପରେ ଆକ୍ରମଣ କରାଯାଇଥିଲା। ମିସାଇଲ୍‌ଗୁଡ଼ିକ ଉଚ୍ଚ  କ୍ଷମତା ସହିତ ଲକ୍ଷ୍ୟକୁ ଧ୍ୱଂସ କରିବାର କ୍ଷମତା ପ୍ରଦର୍ଶନ ରଖିଥିଲା ।। ଏହି ଖବର ସୋମବାର ଦିନ ମିଡିଆ ମାଧ୍ୟମରେ ପ୍ରକାଶ ପାଇଛି। ପରୀକ୍ଷଣ ସମୟରେ ଉତ୍ତର କୋରିଆର ନେତା କିମ୍ ଜୋଙ୍ଗ୍ ଉନ୍ ଝିଅ ମଧ୍ୟ ଉପସ୍ଥିତ ଥିଲେ। ତାଙ୍କୁ ତାଙ୍କ ପିତାଙ୍କର ଉତ୍ତରାଧିକାରୀ ଭାବରେ ପ୍ରସ୍ତୁତ କରାଯାଉଛି ବୋଲି ବିଶ୍ୱାସ କରାଯାଉଛି । ଉତ୍ତର କୋରିଆ ତାର ନବୀନତମ ବାଲିଷ୍ଟିକ୍ ମିସାଇଲ୍ ପ୍ରକ୍ଷେପଣରେ କ୍ଲଷ୍ଟର ବମ୍‌ର ପରୀକ୍ଷଣ କରିଛି।  ପ୍ରାୟ ୧୩୬ କିଲୋମିଟର ଦୂରରେ ଥିବା ଏକ ଦ୍ୱୀପ ନିକଟରେ ଥିବା ଲକ୍ଷ୍ୟ କ୍ଷେତ୍ରରେ ୫ଟି ମିସାଇଲ୍ ଆକ୍ରମଣ କରିଥିଲା।  ଆକ୍ରମଣ କରି ମିସାଇଲ୍‌ଗୁଡ଼ିକ ତାଙ୍କ ଯୁଦ୍ଧ କ୍ଷମତା ପ୍ରଦର୍ଶନ କରିଥିଲା। ପରୀକ୍ଷଣ ସମୟରେ ପ୍ରକାଶିତ ଫଟୋଗୁଡ଼ିକରେ କିମ୍ ଜୋଙ୍ଗ୍ ଉନ୍ ଙ୍କ ଝିଅ ଜୁ-ଏଙ୍କୁ ଦେଖାଯାଇଥିଲେ। କିମ୍ ଜୋଙ୍ଗ୍ ଉନ୍ ପରୀକ୍ଷଣରେ ଅତ୍ୟନ୍ତ ସନ୍ତୋଷ ପ୍ରକାଶ କରିଥିବା ସୂଚନା ରହିଛି ।ଦକ୍ଷିଣ କୋରିଆର ଜାତୀୟ ସୁରକ୍ଷା କାର୍ଯ୍ୟାଳୟ ଏହି ନୂତନ ମିସାଇଲ୍ ପ୍ରକ୍ଷେପଣର ନିନ୍ଦା କରିଛି ଏବଂ ଏହାକୁ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦର ପ୍ରସ୍ତାବର ଉଲ୍ଲଙ୍ଘନ ବୋଲି କହିଛି। ସେମାନେ ଉତ୍ତର କୋରିଆକୁ ତୁରନ୍ତ ମିସାଇଲ୍ ପରୀକ୍ଷଣ ବନ୍ଦ କରିବାକୁ ଆହ୍ୱାନ  ଦେଇଛନ୍ତି ।କ୍ଲଷ୍ଟର ବମ୍  ଅର୍ଥାତ   ଡଜନ୍ ରୁ ଶତାଧିକ ଛୋଟ ଛୋଟ ବମ୍ ଫୋପାଡ଼ି  ଏକ ବିସ୍ତୃତ ଅଞ୍ଚଳରେ ଏକାଧିକ ଲକ୍ଷ୍ୟକୁ ଟାର୍ଗେଟ  କରିବା । ଏହି  ବମ ମଧ୍ୟପ୍ରାଚ୍ୟ  ସଂଘର୍ଷରେ ଇରାନ୍ ଦ୍ୱାରା ବ୍ୟବହାର କରାଯାଇଛି, ଯାହା ଇସ୍ରାଏଲୀ ବାୟୁ ରକ୍ଷା ପ୍ରଣାଳୀ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ୧୯୪୨-୧୯୪୩ ଦ୍ୱିତୀୟ ବିଶ୍ୱଯୁଦ୍ଧରେ  ପ୍ରଥମ ଥର ପାଇଁ ବ୍ୟବହାର ହୋଇଥିଲା। ସୋଭିଏତ୍ ସେନା ଜର୍ମାନ୍ ଟ୍ୟାଙ୍କ୍ ଉପରେ କ୍ଲଷ୍ଟର ବମ୍ ଫୋପାଡ଼ିଥିଲା।୧୯୬୦-୧୯୭୦ ଭିଏତନାମ୍ ଯୁଦ୍ଧରେ  ଆମେରିକା ସବୁଠାରୁ ଅଧିକ କ୍ଲଷ୍ଟର ବମ୍  ବ୍ୟବହାର କରିଥିଲା  । ୧୯୯୧ ଗଲ୍ଫ୍ ଯୁଦ୍ଧରେ  ଆମେରିକା ଏବଂ ସହଯୋଗୀ ଦେଶ ଇରାକ୍ ଉପରେ ଲକ୍ଷାଧିକ କ୍ଲଷ୍ଟର ବମ୍ ବ୍ୟବହାର କରିଥିଲେ। ୧୯୯୯ କୋସୋଭୋ ଯୁଦ୍ଧରେ ନାଟୋ (NATO) ଯୁଗୋସ୍ଲାଭିଆ ଉପରେ ପ୍ରାୟ ୧୭୬୫ଟି କ୍ଲଷ୍ଟର ବମ୍ ଫୋପାଡ଼ିଥିଲା । ୨୦୦୩ ଇରାକ୍ ଯୁଦ୍ଧରେ ଆମେରିକା ଏବଂ ବ୍ରିଟେନ୍ ପ୍ରାୟ ୧୩,୦୦୦ କ୍ଲଷ୍ଟର ମ୍ୟୁନିସନ୍ ବ୍ୟବହାର କରିଥିଲେ । ୨୦୨୨ ୟୁକ୍ରେନ୍ ଯୁଦ୍ଧରେ ରୁଷିଆ ଏବଂ ୟୁକ୍ରେନ୍ ଉଭୟ କ୍ଲଷ୍ଟର ବମ୍ ବ୍ୟବହାର  କରିଥିଲେ । ତେବେ ଉତ୍ତର କୋରିଆର କ୍ଲଷ୍ଟର ବମ୍‌ର ପରୀକ୍ଷଣ ଏବେ ପଡୋଶୀ ଦକ୍ଷିଣ କୋରିଆ ପାଇଁ କିନ୍ତୁ ସବୁଠୁ ଚିନ୍ତାର କାରଣ ।

ଆଲୋଚନାରୁ ଓହରିଲା ଇରାନ ; ଆହୁରି ଘନେଇଲା ମଧ୍ୟପ୍ରାଚ୍ୟ ସଂକଟ

ନନ୍ଦିଘୋଷ ବ୍ୟୁରୋ : ମଧ୍ୟପ୍ରାଚ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ଆଲୋଚନା ହେବ ନା ନାହିଁ, ତାକୁ ନେଇ ଦେଖା ଦେଇଛି ଦ୍ଵନ୍ଦ୍ଵ। ଆମେରିକା କହୁଛି, ଆଲୋଚନା ହେବ। ଏଥିପାଇଁ ଇସଲାମାବାଦା ଆସୁଛନ୍ତି ପ୍ରତିନିଧି ଦଳ। ଏହି ଟିମରେ ଉପରାଷ୍ଟ୍ରପତି ଜେଡି ଭାନ୍ସ, ଟ୍ରମ୍ପଙ୍କ ଜ୍ଵାଇଁ କୁଶନର୍ ଅଛନ୍ତି। ବରିଷ୍ଠ ଅଧିକାରୀ ୱିଟକଫ୍ ବି ଅଛନ୍ତି। ଏପରିକି ପରିସ୍ଥିତି ଠିକଠାକ୍ ହେଲେ ନିଜେ ଇରାନର ନେତୃତ୍ଵଙ୍କୁ ଭେଟିବାକୁ ରାଜି ଅଛନ୍ତି ଟ୍ରମ୍ପ। ସେପଟେ କିନ୍ତୁ ଇରାନ କଥାବାର୍ତ୍ତା ପାଇଁ ବର୍ତ୍ତମାନ ରାଜି ନୁହେଁ। କାରଣ ଇରାନର ସବୁ ବନ୍ଦରକୁ ଆମେରିକା ଅବରୋଧ କରିଥିବାର ଖପ୍ପା ତେହେରାନ। ଯେ ପର୍ଯ୍ୟନ୍ତ ସ୍ଥିତି ଅନୁକୂଳ ହେବନି, ସେ ପର୍ଯ୍ୟନ୍ତ ଆଲୋଚନା ହେବନି କହୁଛି। ଦୁଇ ପକ୍ଷ ମଧ୍ୟରେ ଆଲୋଚନାର ରାସ୍ତା ଫିଟାଇବା ପାଇଁ ଲାଗି ପଡ଼ିଛି ପାକିସ୍ତାନ। ନିଜେ ସେନା ମୁଖ୍ୟ ମୁନିର ଏଥିରେ ଲାଗିଛନ୍ତି।

ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ପ୍ରବାହ

ନନ୍ଦିଘୋଷ ବ୍ୟୁରୋ : ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ପ୍ରବାହ । ପଶ୍ଚିମା ଏବଂ ଶୁଷ୍କ ବାୟୁର ପ୍ରବାହ ଯୋଗୁ ପଶ୍ଚିମ ଓଡ଼ିଶାର ଝାରସୁଗୁଡ଼ାରୁ ବଲାଙ୍ଗୀର ପର୍ଯ୍ୟନ୍ତ ସମସ୍ତ ଜିଲ୍ଲାରେ ପ୍ରବଳ ଉତ୍ତାପ ଅନୁଭୂତ ହେବ । ଏହି ଅଞ୍ଚଳରେ ଦିନର ସର୍ବାଧିକ ତାପମାତ୍ରା ୪୪ ରୁ ୪୫.୫ ଡିଗ୍ରୀ ରହିପାରେ ।  ଗରମ ପବନ ପ୍ରବାହିତ ହେବାର ସମ୍ଭାବନା ରହିଛି। ବିଶେଷ କରି ସମ୍ବଲପୁର ଓ ସୁବର୍ଣ୍ଣପୁର ଭଳି ସଂଲଗ୍ନ ଜିଲ୍ଲାରେ ପାଣିପାଗ ସମ୍ପୂର୍ଣ୍ଣ ଶୁଷ୍କ ରହିବ । ଦକ୍ଷିଣ ଓଡ଼ିଶାର କୋରାପୁଟ, ମାଲକାନଗିରି, ଗଜପତି, ରାୟଗଡ଼ା ଏବଂ ଗଞ୍ଜାମ ଜିଲ୍ଲାରେ ପାଗ ସାମାନ୍ୟ ଭିନ୍ନ ରହିବ। ଏହି ଜିଲ୍ଲାଗୁଡ଼ିକରେ ତାପମାତ୍ରା ୩୬ ଡିଗ୍ରୀ ରୁ ୩୯ ଡିଗ୍ରୀ ମଧ୍ୟରେ ରହିଲେ ମଧ୍ୟ କାଳବୈଶାଖୀର ସମ୍ଭାବନା ରହିଛି । ଆଜି ବଜ୍ରପାତ ସହ ହାଲୁକା ବର୍ଷା ଏବଂ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବୋହିପାରେ। ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାରେ ତାପମାତ୍ରା ୪୨ ଡିଗ୍ରୀରୁ ୪୩.୫ ଡିଗ୍ରୀ ମଧ୍ୟରେ ରହିବ। ଆକାଶ ମୁଖ୍ୟତଃ ନିର୍ମଳ ରହିବା ସହ ପ୍ରଖର ସୂର୍ଯ୍ୟକିରଣ ଅନୁଭୂତ ହେବ । ଅନ୍ୟପଟେ ଉପକୂଳ ଓଡ଼ିଶା ଏବଂ ଭୁବନେଶ୍ୱର ଓ କଟକରେ ତାପମାତ୍ରା ୩୮ ରୁ ୩୯ ଡିଗ୍ରୀ ମଧ୍ୟରେ ରହିବ । ଏହି ଅଞ୍ଚଳର କେତେକ ସ୍ଥାନରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି ।  କିନ୍ତୁ ବାୟୁମଣ୍ଡଳରେ ଅତ୍ୟଧିକ ଜଳୀୟବାଷ୍ପ ଯୋଗୁ ଅସହ୍ୟ ଗୁଳୁଗୁଳି ଜାରି ରହିବ । ପ୍ରବଳ ଖରା ଓ ବାଷ୍ପୀଭବନ ହାର ଅଧିକ ଥିବାରୁ ନିଜ ଫସଲରେ ହାଲୁକା ଜଳସେଚନ କରିବାକୁ ପଶ୍ଚିମ ଓଡ଼ିଶାର ଚାଷୀମାନଙ୍କୁ ପରାମର୍ଶ ଦିଆଯାଇଛି ।

ଆଜି ରାଉରକେଲା ଗସ୍ତରେ ଆସିବେ ରାଷ୍ଟ୍ରପତି

ନନ୍ଦିଘୋଷ ବ୍ୟୁରୋ : ଆଜି ରାଉରକେଲା ଗସ୍ତରେ ଆସିବେ ରାଷ୍ଟ୍ରପତି । ରାଉରକେଲା ସହରରେ ନିର୍ମିତ ହୋଇଥିବା ଜନଜାତି ସଂଗ୍ରହାଳୟ ସହିତ ମନୋରଞ୍ଜନ ପାର୍କ, ସମନ୍ଵିତ ନିର୍ଦ୍ଦେଶ ଓ ନିୟନ୍ତ୍ରଣ କେନ୍ଦ୍ର ଓ ବିଜ୍ଞାନ ପାର୍କ ଓ ପ୍ଲାନୋଟାରିୟମ ଉଦଘାଟନ କରିବେ । ଏହାସହ ରାଉରକେଲା ବିମାନ ବନ୍ଦର ପଡିଆରେ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସକାଳ ୧୧ ଟା ୧୦ ମିନିଟ ସମୟରେ ରାଉରକେଲା ବିମାନ ବନ୍ଦରରେ ପହଞ୍ଚିବା ପରେ ବିମାନ ବନ୍ଦର ପଡିଆରେ ସଭାରେ ଯୋଗ ଦେବେ । ଅଢେଇ ହଜାରରୁ ଅଧିକ ଛାତ୍ର ଛାତ୍ରୀ ସାଂସ୍କୃତିକ ନୃତ୍ୟ ପ୍ରଦର୍ଶନ କରି ସ୍ବାଗତ ସମ୍ବର୍ଦ୍ଧନା ଜଣାଇବେ । ଛାତ୍ର ଛାତ୍ରୀ ଓ ୩୪ ଟି କଳାକାର ଗୋଷ୍ଠୀ ପାରମ୍ପରିକ ନୃତ୍ୟ ମାଧ୍ୟମରେ ରାଷ୍ଟ୍ରପତି ଙ୍କୁ ସ୍ଵାଗତ ଜଣାଇବେ । ରାଷ୍ଟ୍ରପତିଙ୍କ ରାଉରକେଲା ଗସ୍ତକୁ ଦୃଷ୍ଟିରେ ରଖି ସମସ୍ତ ଭ୍ରମଣକାରୀ ସ୍ଥାନ ତଥା ଏହାର ଆଖପାଖ ଅଞ୍ଚଳ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ନୋ ଡ୍ରୋନ୍ ଜୋନ୍ ଘୋଷଣା କରାଯାଇଛି । ଗତକାଲି କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ, ରଘୁନାଥପାଲ୍ଲି ବିଧାୟକ ଦୁର୍ଗା ତନ୍ତୀ, ସୁନ୍ଦରଗଡ଼ ଜିଲ୍ଲାପାଳ, ପଶ୍ଚିମାଞ୍ଚଳ ପୋଲିସ ଡ଼ିଆଇଜି, ରାଉରକେଲା ଏସପି ସଭାସ୍ଥଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ପୁରା ସହର ପୋଲିସ ଛାଉଣି ହୋଇଛି ।

ବିପଦଶଙ୍କୁଳ ଅବସ୍ଥାରେ ବିଜୁ ସେତୁ, ବିପଦସଙ୍କୁଳ ଅବସ୍ଥାରେ ଯାତାୟାତ କରୁଛନ୍ତି ଲୋକେ

ଚାନ୍ଦବାଲି : ଭୁଶୁଡ଼ିପାରେ ବୈତରଣୀ ସେତୁ ! ବ୍ରିଜର ମୂଳଦୁଆରେ ପଡ଼ିଲାଣି ଫାଟ । ବିପଦସଙ୍କୁଳ ଅବସ୍ଥାରେ ଯାଆସ କରୁଛନ୍ତି ଲୋକେ । କେତେବେଳେ ଯେ ଅଘଟଣ ଘଟିବ କହିବା ମୁସ୍କିଲ । କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲାକୁ ଯୋଗାଯୋଗ ସୁଗମ ପାଇଁ ପୂର୍ବ ସରକାର ବୈତରଣୀ ନଦୀ ଉପରେ ନିର୍ମାଣ କରିଥିଲେ ବିଜୁ ସେତୁ । ପ୍ରାୟ ୧୮ କୋଟି ଟଙ୍କା ବ୍ୟୟରେ ନିର୍ମିତ ସେତୁକୁ ୨୦୦୮ ମେ ୨୭ରେ ଉଦଘାଟନ କରିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ । ଚାନ୍ଦବାଲିବାସୀ ବେଶ ଉପକୃତ ହେଉଥିଲେ । କେନ୍ଦ୍ରାପଡା, ପାରାଦୀପ, କଟକ, ଭୁବନେଶ୍ୱରକୁ ଯାତାୟତ ପାଇଁ କମିଥିଲା ଦୂରତା । ମାତ୍ର ଏବେ ଦୋହଲୁଛି ସେତୁ, ଦୋହଲୁଛି ଭାଗ୍ୟ ।
ବୈଷୟିକ ତ୍ରୁଟିରୁ ୨୦୧୬ ମସିହାରେ ବ୍ରିଜଟି ଦବିବାକୁ ଲାଗିଥିଲା । ପୂର୍ତ୍ତ ବିଭାଗ ପକ୍ଷରୁ ମରାମତି କରାଯାଇଥିଲେ ସୁଦ୍ଧା କୌଣସି ସୁଧାର ଆସିଲା ନାହିଁ । ଏହାକୁ ଦୃଷ୍ଟିରେ ରଖି ତତ୍କାଳୀନ ସରକାର ୨୦୨୨ରେ ଆଉ ଏକ ସେତୁ ନିର୍ମାଣ ପାଇଁ ପ୍ରୟାସ ଆରମ୍ଭ କରିଥିଲେ । ବହୁ ଥର ଟେଣ୍ଡର ସରିଛି । ମାତ୍ର ତାହା ଫାଇଲରେ ସୀମିତ ରହିଛି । ସେତୁ ପ୍ରସଙ୍ଗରେ ଚାନ୍ଦବାଲି ବିଧାୟକ ଗତ ବିଧାନସଭାରେ ଉତଥାପନ କରିଥିଲେ । ପୂର୍ତ୍ତ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ କହିଛନ୍ତି- ଟେଣ୍ଡର ସରିଛି । ମାତ୍ର ଜମି ଅଧିଗ୍ରହଣ ପାଇଁ କାର୍ଯ୍ୟ ଅଟକିଛି । ଜମି ଅଧିଗ୍ରହଣ ପରେ କାର୍ଯ୍ୟ ଆରମ୍ଭ ହେବ । ହେଲେ ଏଯାଏଁ ପ୍ରଶାସନ ସ୍ତରରେ କୌଣସି ତତ୍ପରତା ପ୍ରକାଶ ପାଇ ନାହିଁ । ଯାହାକୁ ନେଇ ଆଶା ଆଶଙ୍କାରେ ଲୋକେ । କେବେ ଆରମ୍ଭ ହେଉଛି ଦ୍ୱିତୀୟ ସେତୁ ନିର୍ମାଣ କାର୍ଯ୍ୟ ? ତାକୁ ହିଁ ଅପେକ୍ଷା ।

ଆସିକା ବାଲାଜୀ ସୂତାକଳରୁ ଖୋଲୁନି ତାଲା, ରକ୍ଷଣାବେକ୍ଷଣ ଅଭାବରୁ ମାଟିରେ ମିଶିଲାଣି ଯନ୍ତ୍ରପାତି

ଆସିକା : ଧୂଆଁବାଣ ସାଜିଛି ନିର୍ବାଚନୀ ଇସ୍ତାହାର । ବିଜେପି ସରକାରକୁ ପୂରିବାକୁ ବସିଲାଣି ୨ ବର୍ଷ । ହେଲେ ଆସିକା ବାଲାଜୀ ସୂତାକଳରୁ ଖୋଲୁନି ତାଲା । ଜିଲ୍ଲାରେ କୁଶଳୀ ଶ୍ରମିକଙ୍କୁ ମିଳୁନି କାମ । ଯନ୍ତ୍ରଣାରେ ପ୍ରବାସୀ ଶ୍ରମିକ ।… ଗଂଜାମ ଜିଲ୍ଲା ଏକ ଦାଦନ ପ୍ରବଣ ଅଞ୍ଚଳ । ଜିଲ୍ଲାରେ କୌଣସି କର୍ମ ସଂସ୍ଥାନ ନଥିବାରୁ ପେଟପାଟଣା ପାଇଁ ଲୋକଙ୍କୁ ବାହାରକୁ ଯିବାକୁ ପଡ଼େ । ଏବେ ଗ୍ୟାସ ସଙ୍କଟରୁ ପ୍ରତିଦିନ ସୁରଟ, ତାମିଲନାଡୁ, କେରଳ ଅଞ୍ଚଳରୁ ଗଞ୍ଜାମକୁ ଫେରୁଛନ୍ତି ହଜାର ହଜାର ଶ୍ରମିକ । ହେଲେ ବିଡ଼ମ୍ବନାର ବିଷୟ ଜିଲ୍ଲାରେ ଶ୍ରମିକଙ୍କୁ ମିଳୁନି କାମ । ଫଳରେ କିପରି ପରିବାର ଚଳାଇବେ ଚିନ୍ତାରେ ଲୋକେ ।
ଦିନ ଥିଲା ବାଲାଜୀ ସୂତାକଳରେ ଅନେକ କୁଶଳୀ ଶ୍ରମିକ କାମ କରୁଥିଲେ । ମିଲକୁ କପା ଯୋଗାଇ ଦୁଇ ପଇସା ରୋଜଗାର କରୁଥିଲେ ଚାଷୀ । ଗତ ୨୦୧୩ ମସିହାରୁ ସୂତାକଳଟି ସଂପୂର୍ଣ୍ଣ ବନ୍ଦ ହୋଇ ପଡିଛି । ଯନ୍ତ୍ରପାତି ସବୁ ମାଟିରେ ମିଶିଲାଣି । ବନ୍ଦ କଳକୁ ସୁରକ୍ଷା ଦେବାକୁ ନାଁ କୁ ମାତ୍ର କିଛି କର୍ମଚାରୀ ପହରା ଦେଉଛନ୍ତି । କିନ୍ତୁ ସରକାର ସୂତାକଳର ପୁନରୁଦ୍ଧାର କରୁନାହାନ୍ତି । ସରକାର ବାଲାଜୀ ସୂତାକଳର ପୁନରୁଦ୍ଧାର ସହ ଅନ୍ୟ ଶିଳ୍ପ ପ୍ରତିଷ୍ଠା କଲେ ଶ୍ରମିକ ମାନେ ନିଜ ଅଞ୍ଚଳରେ କାମ ପାଇପାରନ୍ତେ ବୋଲି ମତ ପ୍ରକାଶ ପାଇଛି ।

ତହସିଲଦାରଙ୍କ ଉପରେ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ

ଯାଜପୁର ରୋଡ : ତହସିଲଦାରଙ୍କ ଉପରେ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ। ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହେଲେ ତହସିଲଦାର। ଯାଜପୁର ଜିଲ୍ଲା କୋରେଇ ଥାନା ମିନାବଜାର ଛକ ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଲଘୁ ଖଣିଜ ଲୁଟ୍ ହେଉଥିବା ନେଇ ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ସମୟରେ ବ୍ୟାସନଗର ତହସିଲଦାରଙ୍କ ଉପରେ ଟ୍ରାକ୍ଟର ଚଢ଼ାଇ ଦେଲେ ଦୁର୍ବୃତ୍ତ। ଫଳରେ ଗୁରୁତର ଅବସ୍ଥାରେ କୋରେଇ ମେଡ଼ିକାଲରେ ଭର୍ତ୍ତି ହେଲେ ବ୍ୟାସନଗର ତହସିଲଦାର ପ୍ରଶାନ୍ତ କୁମାର ପଣ୍ଡା। ସୂଚନା ମୁତାବକ ବ୍ୟାସନଗର ତହସିଲ ଅଧିନ ମିନାବଜାର ଛକ ନିକଟରେ ଥିବା ଏକ ପୋଖରୀକୁ ଖନଖ କରି ବେଆଇନ ଭାବେ ମାଟି ଲୁଟି ନେଉଥିଲେ କିଛି ଦୁର୍ବୃତ୍ତ। ଏନେଇ ଖବର ପାଇବା ପରେ ବ୍ୟାସନଗର ତହସିଲଦାର ପ୍ରଶାନ୍ତ କୁମାର ପଣ୍ଡା ସଦଳବଳେ ସେଠାରେ ପହଞ୍ଚିଥିଲେ। ହେଲେ ମାଟି ଲୁଟ୍ କରୁଥିବା ମାଫିଆମାନେ ତହସିଲଦାର ଙ୍କ ଉପରେ ଟ୍ରାକ୍ଟର ଚଢ଼ାଇ ଦେଇଥିଲେ। ଗୁରୁତର ଆହତ ଅବସ୍ଥାରେ ତହସିଲଦାର ଙ୍କୁ ଉଦ୍ଧାର କରାଯାଇ କୋରେଇ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

ରୁଷିଆରୁ ଆହୁରି ମାସେ ତେଲ କିଣିପାରିବ ଭାରତ

ଆହୁରି ମାସେ ରୁଷିଆରୁ ତେଲ କିଣି ପାରିବ ଭାରତ। ଆମେରିକା ତାର କଟକଣା କୋହଳ କରିଛି। ଇରାନ ଯୁଦ୍ଧ ପରିସ୍ଥିତିକୁ ଦେଖି ଏହି ନିଷ୍ପତ୍ତି ନେଇଛି ଆମେରିକା। ଏହା ଦ୍ଵାରା ଭାରତ ଲାଭ ପାଇବ। ଆସନ୍ତା ମେ ୧୬ ତାରିଖ ଯାଏ ଏହି ସୁବିଧା ମିଳିବ। ଆଗରୁ ବି ମାସେ କଟକଣା କୋହଳ ହୋଇପାରିବ। ୟୁକ୍ରେନ ଯୁଦ୍ଧ ପାଇଁ ରୁଷିଆର ତେଲ ଉପରେ କଟକଣା ଲଗାଇଥିଲା ଆମେରିକା। କିନ୍ତୁ ଇରାନ ଯୁଦ୍ଧ ଯୋଗୁଁ ସାରା ବିଶ୍ଵରେ ତେଲ ସଂକଟ ହେବାର ଆଶଙ୍କା ଦେଖା ଦେଇଥିଲା। ତେଣୁ ରୁଷ ଉପରେ କଟକଣା କୋହଳ କରିଥିଲା ଆମେରିକା। ଏହାର ଫାଇଦା ଭାରତ ସମେତ ଅନେକ ଦେଶ ପାଉଛନ୍ତି।

ରେଳ ଷ୍ଟେସନରେ ବୁଲିଲା ଖଣ୍ଡା, ଜଣେ ଗୁରୁତର

ବଲାଙ୍ଗୀର ରେଳ ଷ୍ଟେସନରେ ବୁଲିଲା ଖଣ୍ଡା । ଗାଡି ଓଭରଟେକକୁ ନେଇ ରେଳ ଷ୍ଟେସନରେ ବୁଲିଲା ଖଣ୍ଡା। ଦୃବର୍ତ୍ତଙ୍କ ଖଣ୍ଡା ଓ କାତି ଚୋଟରେ ଯୁବକ ଗୁରୁତର । ଗୁରୁତର ଯୁବକ ସାଲେପାଲିର ସିପୁନ୍ ପରିଡା ବୋଲି ଜଣାପଡିଛି । ଗୁରୁତର ସିପୁନଙ୍କ ସ୍କୁଟିକୁ ଭାଙ୍ଗି ଚୁରମାର କରିଛନ୍ତି ଦୃବୁର୍ତ୍ତ । ଦୀର୍ଘ ସମୟ ଧରି ରେଳ ଷ୍ଟେସନର ଅଟୋଷ୍ଟାଣ୍ଡରେ ମାରଣାସ୍ତ୍ର ଧରି ଆତଙ୍କ ଖେଳାଇଛନ୍ତି ୪ ଜଣ ଦୃବୁର୍ତ୍ତ । ରେଳୱେ ଥାନା ପଛପଟେ ଦୃବୁର୍ତ୍ତ ମାନେ ଆତଙ୍କ ସୃଷ୍ଟି କରିଛନ୍ତି । ଜିଆରପି ଥାନା ଠାରୁ ମାତ୍ର ୧୦ ମିଟର ଦୁରରେ ୪ଜଣ ଦୃବୁର୍ତ୍ତ ହାତରେ ମାରଣାସ୍ତ୍ର ଧରି ଯୁବକଙ୍କୁ ହାଣିବା ସହ ସ୍କୁଟିକୁ ଭାଙ୍ଗିଥିଲେ କିନ୍ତୁ ରେଳୱେ ପୋଲିସ ଖବର ପାଇନଥିଲା । ବିଳମ୍ବରେ ରେଳୱେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ଆକ୍ରମଣ ପରେ ଛାଡି ଯାଇଥିବା ମାରଣାସ୍ତ୍ର ପୋଲିସ ଜବତ କରି ତଦନ୍ତ ଆରମ୍ଭ କରିଛି । ଗତକାଲି ସନ୍ଧ୍ୟାରେ ଗାଡି ଓଭରଟେକକୁ ନେଇ ସିପୁନଙ୍କ ବଡ ଭାଇଙ୍କ ସହ ଦୃବୁର୍ତ୍ତ ମାନଙ୍କ ଯୁକ୍ତିତର୍କ ହୋଇଥିଲା ।ଘଟଣାର କିଛି ସମୟ ପରେ ୪ଜଣ ଦୃବୁର୍ତ୍ତ ମାରଣାସ୍ତ୍ର ଧରି ଫେରିଥିଲେ । ଘଟଣା ସ୍ଥଳରେ ଥିବା ସିପୁନକୁ ବଡ ଭାଇ କୁଆଡେ ଗଲା ବୋଲି ପଚାରିବା ସହ ଆତଙ୍କିତ ଭାବେ ଆକ୍ରମଣ କରିଥିଲେ । ଖଣ୍ଡା ଓ କାତି ଚୋଟରେ ସିପୁନ୍ ଗୁରୁତର ହୋଇଛନ୍ତି । ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଛି  । ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି  । ଅବସ୍ଥା ଗୁରୁତର ଥିବା ପରିବାର ଲୋକେ କହିଛନ୍ତି  । ଜିଆରର୍ପି ପୋଲିସ ଖଣ୍ଡା ଜବତ କରି ତଦନ୍ତ ଆରମ୍ଭ କରିଛି  ।

ଅଣ୍ଡା ନଦେଇ ଫେରିଗଲେ ଅଲିଭି ରିଡ଼ଲେ କଇଁଛ

ସାମୁଦ୍ରିକ ଅଭୟାରଣ୍ୟ ଗହିରମଥା ଏବେ ଖାଁ ଖାଁ । ଅଣ୍ଡା ନଦେଇ ଫେରିଗଲେ ଅଲିଭି ରିଡ଼ଲେ କଇଁଛ। କୂଳରେ ଅଣ୍ଡା ଦେବା ପାଇଁ ଏକାଠି ହୋଇଥିବା ଲକ୍ଷାଧିକ କଇଁଛ ଏବେ ଗହୀରମଥା ସୀମା ବାହାରକୁ ଚାଲିଗଲେଣି । ଏଭଳି ପରିସ୍ଥିତିରେ ଗହୀରମଥାରେ ଚଳିତବର୍ଷ କଇଁଛ ଙ୍କ ସମୂହ ଅଣ୍ଡାଦାନ ହେବ ନାହିଁ ବୋଲି ବନବିଭାଗ ଆକଳନ କରିଛି । ଯାହା ପରିବେଶବିତଙ୍କୁ ବ୍ୟଥିତ କରିଛି । ଓଡିଶାର ଏକ ମାତ୍ର ସାମୁଦ୍ରିକ ଅଭୟାରଣ୍ୟ ଗହିରମାଥା ଯେଉଁଠିକୁ ପ୍ରାୟ ୫୦ ପ୍ରତିଶତ ରୁ ଉର୍ଦ୍ଧ ଅଲିଭି ରିଡ଼ିଲେ କଇଁଛ ଆସିଥାନ୍ତି । ସମୁଦ୍ରର ନୀଳ ଜଳରାଶିରେ ସେମାନଙ୍କର ମିଳନ ପରେ ବେଳାଭୂମିର ବାଲୁକା ଶଯ୍ୟାରେ ଲକ୍ଷାଧିକ କଇଁଛ ସମୂହ ଅଣ୍ଡାଦାନ କରିଥାନ୍ତି । ମାତ୍ର 2025 ମସିହାରେ ମାର୍ଚ୍ଚ ମାସ 6 ତାରିଖ ରୁ 10 ତାରିଖ ପର୍ଯ୍ୟନ୍ତ 6 ଲକ୍ଷରୁ ଉର୍ଦ୍ଧ କଇଁଛ ସମୁହ ଅଣ୍ଡାଦାନ କରିଥିଲେ । ପ୍ରତି ବର୍ଷ ମାର୍ଚ୍ଚ ଶେଷ ସପ୍ତାହ ବେଳକୁ ଅଲିଭି ରିଡ଼ିଲେ କଇଁଛ ସମୁହ ଅଣ୍ଡାଦାନ କରିଥାନ୍ତି । ବେଳେ ବେଳେ ଏପ୍ରିଲ ମାସ ପ୍ରଥମ ସପ୍ତାହରେ ମଧ୍ୟ ସମୁହ ଅଣ୍ଡାଦାନ ହୋଇଥାଏ । ମାତ୍ର ଚଳିତ ବର୍ଷ ଏପ୍ରିଲ ତୃତୀୟ ସପ୍ତାହ ଆରମ୍ଭ ହୋଇଥିବା ବେଳେ କଇଁଛ ମାନେ ଅଣ୍ଡା ନଦେଇ ଗହୀରମଥା ସୀମା ବାହାରକୁ ଚାଲି ଯିବା ଘଟଣା ଗହୀରମଥା ପାଇଁ ଶୁଭଙ୍କର ନୁହେଁ ବୋଲି ପରିବେଶବିତ୍ ମାନେ ମତ ଦେଇଛନ୍ତି । ଅନ୍ୟପଟେ ୨୦୦୨, ୨୦୦୯ ଓ ୨୦୧୪ରେ ମଧ୍ୟ କଇଁଛ ମାନେ ସମୁହ ଅଣ୍ଡାଦାନ କରିନଥିଲେ ବୋଲି ରାଜନଗର ବନଖଣ୍ଡ ଅଧିକାରୀ ଭରଦରାଜ ଗାଓଁକର କହିଛନ୍ତି।