spot_img
Home Blog Page 6221

ରାଜ୍ୟ ସ୍ତରୀୟ ଆଇ.ପି.ଏ ମାନଙ୍କ ମଧ୍ୟରେ ଇପିକଲ୍ ଭାରତର ‘ଶ୍ରେଷ୍ଠ ପ୍ରଦର୍ଶନକାରୀ’: ଇନଭେଷ୍ଟ ଇଣ୍ଡିଆ

ଭୁବନେଶ୍ୱର: ବିଶ୍ୱ ବ୍ୟାଙ୍କ ଗ୍ରୁପ୍ ସହଭାଗିତାରେ ଇନଭେଷ୍ଟ ଇଣ୍ଡିଆ ଦ୍ୱାରା ପ୍ରକାଶିତ ସଦ୍ୟ ସମାପ୍ତ ହୋଇଥିବା ରାଜ୍ୟ ବିନିଯୋଗ ପ୍ରୋତ୍ସାହନ ଏଜେନ୍ସି (ଆଇପିଏ) ରେଟିଂ ରିପୋର୍ଟରେ, ଓଡ଼ିଶାର ରାଜ୍ୟ ପୁଞ୍ଜି ବିନିଯୋଗ ପ୍ରୋତ୍ସାହନ ତଥା ସୁବିଧା ପ୍ରଦାନକାରୀ ଏଜେନ୍ସି ଆଇ.ପି.ଆଇ.ସି.ଓ.ଏଲ୍ (ଇପିକଲ) ମୋଟ ୯୮% ଅଙ୍କ ପ୍ରାପ୍ତ କରି ଭାରତର ଅନ୍ୟ ୨୦ ଟି ରାଜ୍ୟ ଆଇପିଏ ମାନଙ୍କୁ ପଛରେ ପକାଇ ‘ଶ୍ରେଷ୍ଠ ପ୍ରଦର୍ଶନକାରୀ’ ଭାବରେ ମାନ୍ୟତା ଲାଭ କରିଛି ।

ଏହି ମୂଲ୍ୟାଙ୍କନ ଦେଶରେ ଥିବା ବିଭିନ୍ନ ରାଜ୍ୟର ଆଇପିଏ ମାନଙ୍କ ପୁଞ୍ଜି ନିବେଶକାରୀଙ୍କୁ ଆକୃଷ୍ଟ କରିବା ଓ ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା ପ୍ରଦାନ କରିବା ପାଇଁ ସେମାନଙ୍କ ପ୍ରାକ୍ ପ୍ରସ୍ତୁତି ଓ ଦକ୍ଷତା ଆଧାରରେ କରାଯାଇଥିଲା । ମୂଲ୍ୟାଙ୍କନ ପାଇଁ ଇନଭେଷ୍ଟ ଇଣ୍ଡିଆ ତରଫରୁ ସର୍ବମୋଟ ୭୪ଟି ପ୍ରଶ୍ନ ଗୁଡିକକୁ ୮ଟି ଭିନ୍ନ ବର୍ଗରେ ବିଭକ୍ତ କରାଯାଇ ଏକ ସର୍ଭେ କରାଯାଇଥିଲା ।
ଏହି ବର୍ଗ ମାନଙ୍କରେ ମାଣ୍ଡେଟ ଏବଂ ସଙ୍ଗଠନ, ରଣନୀତି ଏବଂ ମାର୍କେଟିଂ, ନିବେଶକଙ୍କୁ ଆକୃଷ୍ଟ କରିବା, ବିନିଯୋଗ ପ୍ରକଳ୍ପ ଲାଭ କରିବା, ନିବେଶକୁ ସୁଗମ କରିବା, ନିବେଶ ପରବର୍ତ୍ତୀ ସେବା ଯୋଗାଣ, ବ୍ୟବସ୍ଥା ଏବଂ ଭିତ୍ତିଭୂମି ଓ ୱେବସାଇଟ୍ ଅନ୍ତର୍ଭୁକ୍ତ କରାଯାଇଥିଲା । ଇନଭେଷ୍ଟ ଇଣ୍ଡିଆ ଏବଂ ୱାର୍ଲ୍ଡ ବ୍ୟାଙ୍କ ଗ୍ରୁପର ମିଳିତ ଟିମ ଦ୍ୱାରା ବିଭିନ୍ନ ରାଜ୍ୟ ଆଇପିଏଙ୍କ ମୂଲ୍ୟାଙ୍କନ କରାଯାଇ ସେମାନଙ୍କୁ ୪ ଗୋଟି ଶ୍ରେଣୀରେ ବିଭକ୍ତ କରାଯାଇଥିଲା: ଶ୍ରେଷ୍ଠ ପ୍ରଦର୍ଶନକାରୀ ନେତୃତ୍ୱ ନେବାର ଆକାଂକ୍ଷା ଧାରଣକାରୀ, ବିକାଶ ପାଇଁ ବଦ୍ଧପରିକର ଏବଂ ଉଦୀୟମାନ ସମ୍ଭାବନା ସୃଷ୍ଟିକାରୀ ।
ରିପୋର୍ଟ ଅନୁଯାୟୀ, ଶ୍ରେଷ୍ଠ ପ୍ରଦର୍ଶନକାରୀମାନେ ହେଉଛନ୍ତି ସେଇ ଆଇପିଏ ଯାହା ନିବେଶକଙ୍କୁ ଆକର୍ଷିତ କରିବା ଏବଂ ସେମାନଙ୍କ ବିଶ୍ୱାସ ବଜାୟ ରଖିବା ପାଇଁ ସର୍ବଦା ପ୍ରସ୍ତୁତ ଏବଂ ଅନେକ କିମ୍ବା ସମସ୍ତ ୮ଟି ଵର୍ଗରେ ଭଲ ପ୍ରଦର୍ଶନ କରିଥାନ୍ତି । ସେମାନେ ଆନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତିପ୍ରାପ୍ତ ଭଲ ଅଭ୍ୟାସଗୁଡ଼ିକର ଏକାଧିକ ଦିଗ ପ୍ରଦର୍ଶନ କରନ୍ତି ।

ଏହି ରିପୋର୍ଟରେ ସର୍ବେକ୍ଷଣକାରୀ ଦଳ ଆଇ.ପି.ଆଇ.ସି.ଓ.ଏଲ (ଇପିକଲ)ର ଭୁୟସୀ ପ୍ରଶଂସା କରି ଦର୍ଶାଇଛନ୍ତି ଯେ- ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରିଥିବାରୁ ଆମେ ଇପିକଲକୁ ଅଭିନନ୍ଦନ ଜଣାଉଛୁ । ଯାହା ଫଳସ୍ୱରୂପ ଏହା ଭାରତର ଏକ ପ୍ରମୁଖ ପୁଞ୍ଜି ବିନିଯୋଗ ପ୍ରୋତ୍ସାହନ ଏଜେନ୍ସିରେ ପରିଣତ ହୋଇଛି । ଏହି ପ୍ରତିଯୋଗିତାମୂଳକ ଦୃଶ୍ୟପଟ୍ଟରେ ଏହାର ପ୍ରାସଙ୍ଗିକତା ପ୍ରମାଣ କରିବାକୁ ପଦକ୍ଷେପ ନେଇଥିବାରୁ ଆମେ ରାଜ୍ୟ ଆଇପିଏର ଦୂରଦୃଷ୍ଟି ଏବଂ ଏହାର ନେତୃତ୍ୱକୁ ପ୍ରଶଂସା କରୁଛୁ।

ଗତ କିଛି ବର୍ଷ ମଧ୍ୟରେ ଆଇ.ପି.ଆଇ.ଓ.ସି.ଏଲ୍ ସଂସ୍ଥାଗତ, ବ୍ୟବସ୍ଥାଗତ ଏବଂ ବୈଷୟିକ ଜ୍ଞାନକୌଶଳରେ ସଂସ୍କାର ଆଣି ଓଡ଼ିଶାରେ ବ୍ୟବସାୟ ପାଇଁ ପରିବେଶକୁ ଅନୁକୂଳ ତଥା ଅସୁବିଧା ମୁକ୍ତ କରିବା ପାଇଁ ବହୁ ପଦକ୍ଷେପ ଗ୍ରହଣ କରିଛି । ଏହା ବିଭିନ୍ନ ବର୍ଗର ସ୍କୋରରେ ପ୍ରତିଫଳିତ ହୋଇଥିଲା । ଯେଉଁଥିରେ ଏହା ୭ଟି ଵର୍ଗରେ ୧୦୦% ସ୍କୋର କରିଥିବାବେଳେ ଅବଶିଷ୍ଟ ଗୋଟିଏ ଵର୍ଗରେ ୮୦% ସ୍କୋର କରି ପାରିଥିଲା । ସିଏମ୍ଆଇ ରିପୋର୍ଟ ଅନୁଯାୟୀ, ୨୦୧୯ ମସିହା ଏପ୍ରିଲରୁ ସେପ୍ଟେମ୍ବର ମାସ ମଧ୍ୟରେ ନୂତନ ପୁଞ୍ଜି ବିନିଯୋଗକୁ ଦୃଷ୍ଟିରେ ରଖି ଓଡ଼ିଶାକୁ ଭାରତର ଏକ ପ୍ରମୁଖ ଗନ୍ତବ୍ୟସ୍ଥଳ ଭାବରେ ପରିଣତ କରିବାରେ ଏବଂ ଓଡ଼ିଶାକୁ ଶୀର୍ଷ ମାନ୍ୟତା ହାସଲ କରେଇବାରେ ଇପିକଲ୍ଏ କ ସକ୍ରିୟ ଭୂମିକା ଗ୍ରହଣ କରିଛି । ପୁଞ୍ଜି ବିନିଯୋଗ କାର୍ଯ୍ୟ ହାର ଦୃଷ୍ଟିରୁ ଆସୋଚାମ୍ ଓଡିଶାକୁ ଦେଶର ଏକ ନମ୍ବର ରାଜ୍ୟ ଭାବରେ ମାନ୍ୟତା ପ୍ରଦାନ କରିଛି ।

ଏହି ରିପୋର୍ଟରେ ଅଭିବୃଦ୍ଧି ପାଇଁ ଆଇ.ପି.ଆଇ.ଓ.ସି.ଏଲର ଦୂରଦୃଷ୍ଟିତାକୁ ପ୍ରଶଂସା ମଧ୍ୟ କରାଯାଇ ଉଲ୍ଲେଖ କରାଯାଇଛି- ଏହାର ଲକ୍ଷ୍ୟ କ୍ଷେତ୍ର ଏବଂ ଉପ-କ୍ଷେତ୍ରକୁ ରଣନୀତି ଭିତ୍ତିରେ ସ୍ଥିର କରିବା ଏବଂ ପୁଞ୍ଜି ବିନିଯୋଗ ପ୍ରୋତ୍ସାହନ ତଥା ଲକ୍ଷ୍ୟ ଧାର୍ଯ୍ୟ କରିବା ପାଇଁ ରାଜ୍ୟ ଗ୍ରହଣ କରିଥିବା ଉଲ୍ଲେଖନୀୟ ପଦକ୍ଷେପ ଓଡ଼ିଶାକୁ ଏକ ଆକର୍ଷଣୀୟ ବିନିଯୋଗ ସ୍ଥଳ ଭାବରେ ଗଢ଼ି ତୋଳିବା ପାଇଁ ଏକ ପ୍ରମୂଖ ଭୂମିକା ଗ୍ରହଣ କରିବ ।

‘କଂଗ୍ରେସ ଛାଡି ଟିଏମସି ଗଢିବା, କଣ ଦଳବଦଳ ନୁହେଁ ?’

କୋଲକାତା: ପଶ୍ଚିମବଙ୍ଗ ମେଦିନପୁରରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ବିଶାଳ ସମାବେଶ । ଜନସଭାକୁ ସମ୍ବୋଧିତ କରିବା ଅବସରରେ ମମତା ବାନାର୍ଜୀଙ୍କୁ କଡା କଟାକ୍ଷ କରିଛନ୍ତି ଗୃହମନ୍ତ୍ରୀ । ମମତା ବାନାର୍ଜୀ କହୁଛନ୍ତି, ବିଜେପି ଅନ୍ୟ ଦଳର ନେତାଙ୍କୁ ନିଜ ଦଳରେ ସାମିଲ କରୁଛି । କିନ୍ତୁ ଖୋଦ ଦିଦି କଂଗ୍ରେସ ଛାଡି ତୃଣମୂଳ କଂଗ୍ରେସ ଗଢିଛନ୍ତି, ଏହା କଣ ଦଳ ବଦଳ ନୁହେଁ ବୋଲି ପ୍ରଶ୍ନ କରିଛନ୍ତି ଶାହ ।

ଅମିତ ଶାହ କହିଛନ୍ତି, ଆଜି ଅନେକ ଦଳର ନେତା ବିଜେପିରେ ସାମିଲ ହେଉଛନ୍ତି । ଜଣେ ସାଂସଦ, ୯ ବିଧାୟକ ଏବଂ ତମାମ ଜନପ୍ରତିନିଧି ବିଜେପିରେ ଯୋଗଦାନ କରିଛନ୍ତି । ଯାହା ପଶ୍ଚିମବଙ୍ଗ ପରିବର୍ତ୍ତନର ଏକ ବଡ ଆଭାଷ । ତେଣୁ ଆଗକୁ ଖୁବ ଶୀଘ୍ର ସମୟ ଆସୁଛି, ଟିଏମସିରେ କେବଳ ଦିଦି ଏକା ହୋଇ ରହିଯାଇଥିବେ । ଅସହିଷ୍ଣୁ ଟିଏମସିରେ ଅଣନିଶ୍ୱାସୀ ହୋଇପଡିଥିବା ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱରେ ତୃଣମୂଳ କଂଗ୍ରେସ, କଂଗ୍ରେସ ଏବଂ ସିପିଏମ ପାର୍ଟି ଛାଡି ଦଳରେ ଅନେକ ନେତା ସାମିଲ ହୋଇଛନ୍ତି ବୋଲି କହିଛନ୍ତି ଶାହ ।

ମା-ମାଟି-ମନୁଷର କଥା କହି ରାଜନୀତି କରୁଥିବା ଟିଏମସି ଏବେ ତୃଷ୍ଟିକରଣ, ହିଂସା ଏବଂ ଅରାଜକତା କରୁଛି । ବିଜେପିର ୩୦୦ କାର୍ଯ୍ୟକର୍ତ୍ତାଙ୍କୁ ହିଂସାତ୍ମକ ପ୍ରଥାରେ ମାରି ଦିଆଗଲାଣି । ବଙ୍ଗଲାରେ ନେତା, ମନ୍ତ୍ରୀଙ୍କୁ ଆକ୍ରମଣ କରାଯାଉଛି । ଆଗାମୀ ଦିନରେ ଯେତେ ଟିଏମସି ଯେତେ ଆକ୍ରମଣ କରିବ, ସେତେ ଆକ୍ରମଣାତ୍ମକ ଉପାୟରେ ବିଜେପି କାର୍ଯ୍ୟ କରିବ । ପଛକୁ ହଟିବାର ପ୍ରଶ୍ନ ଉଠୁନାହିଁ । କାର୍ଯ୍ୟକର୍ତ୍ତା ନିଜ ଜୀବନକୁ ବାଜି ଲଗାଇ ଦଳ ପାଇଁ କାର୍ଯ୍ୟ କରୁଛନ୍ତି ବୋଲି ସମ୍ବୋଧନ ସଭାରେ କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ ।

କାଦୁଅରେ ଫସି ପ୍ରାଣ ହରାଇଲା ହାତୀ ଛୁଆ

କଣ୍ଟାବାଞ୍ଜି: ହାତୀ ଛୁଆର ମୃତ୍ୟୁ । ଗତ ଏକ ମାସରୁ ଅଧିକ ହେବ ବଲାଙ୍ଗିର ତୁରେକେଲା ବ୍ଲକ ଅଞ୍ଚଳରେ ହାତୀ ଉପଦ୍ରବ ଲାଗି ରହିଛି । ୩୦ ଟିକିଆ ହାତୀପଲ ବିଭିନ୍ନ ଗାଁରେ ରାତି ସମୟରେ ବ୍ୟାପକ ଫସଲ ନଷ୍ଟ କରୁଛନ୍ତି । ଏହି ହାତୀପଲରେ ୬ ଟି ଶାବକ ଥିବା ବେଳେ ଜଣେ ଶାବକର ମୃତଦେହ ଡୁମେରଚୁଆ ଡ୍ୟାମ କାଦୁଅ ପାଣିରୁ ଉଦ୍ଧାର କରାଯାଇଛି ।

Baby Elephant Dead In Kantabanji Bolangir

ଗତକାଲି ରାତିରେ ହାତୀପଲ ଡୁମେରଚୁଆ ଗାଁକୁ ପଶି ଆସିଥିବା ବେଳେ ବନ ବିଭାଗ ଘଉଡ଼ାଇଥିଲା । ହାତୀପଲ ଡୁମେରଚୁଆ ଡ୍ୟାମ ପାଖକୁ ଚାଲି ଆସିଥିଲା । ସବୁଠୁ ସାନ ହାତୀ କାଦୁଅରେ ଫସି ଯାଇଥିବା ବେଳେ ତାକୁ ଅନ୍ୟ ହାତୀ ଉଦ୍ଧାର ସମୟରେ ଶାବକର ମୃତ୍ୟୁ ହୋଇଥିବା ବନ ବିଭାଗ ସନ୍ଦେହ କରୁଛି ।

ହାରିଲାନି ମାନବିକତା : ମୃତ ମିନତୀଙ୍କ ଶବ ସତ୍କାର କଲା ଓଡ଼ିଶା ମୋ-ପରିବାର

ଭୁବନେଶ୍ୱର: ମୃତ୍ୟୁ ଥିଲା ସାଧାରଣ । ଅଥଚ ମୃତ ଶରୀର ସତ୍କାର ପରିବାର ପାଇଁ ଥିଲା ଅସାଧାରଣ । ଶବ ଶ୍ମଶାନକୁ ନେଇ ଦାହ କରିବା ପରିବାରର ସାଧ୍ୟ ବାହାରେ ଥିଲା । ଖୋଦ୍ ରାଜଧାନୀର ମହାବୀର ବସ୍ତିରେ ଶୁକ୍ରବାର ଦିନ ଏହି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଥିଲା । ତେବେ, ଘଟଣା ସମ୍ପର୍କରେ କେହି ସହୃଦୟ ବ୍ୟକ୍ତି ଓଡ଼ିଶା ମୋ-ପରିବାର ନଜରକୁ ଆଣିଲା ପରେ ଦୁଃଖଦ ଘଟଣାରେ ପଡ଼ିଥିଲା ପୂର୍ଣ୍ଣଛେଦ । ଓଡ଼ିଶା ମୋ-ପରିବାର ଟିମ୍ ସେଠାରେ ପହଞ୍ଚି ଶବ ସତ୍କାରର ଆନୁସଙ୍ଗିକ ବ୍ୟବସ୍ଥା କରିବା ସହ ଶ୍ମଶାନରେ ସମ୍ପୂର୍ଣ୍ଣ ମର୍ଯ୍ୟାଦା ସହ ସତ୍କାର କରାଇଥିଲେ ।

Odisha Mo Parivar Done Funeral Of Daily Labourer Minatee

ମୃତକ ହେଲେ ୫୦ ବର୍ଷିଆ ୫୦ ମିନତୀ ବେହେରା । ମହାବୀର ବସ୍ତିରେ ରହୁଥିବା ମିନତୀଙ୍କ ପରିବାରର ରୋଜଗାର ନାହିଁ । ଦିନ ମଜୁରିଆ ଭାବେ କାମ କରୁଥିବା ସ୍ୱାମୀ କାମଧନ୍ଦା ନ ପାଇ ରୋଜଗାରଶୂନ୍ୟ ହୋଇଛନ୍ତି । ତେବେ, ଗତକାଲି ସକାଳୁ ହଠାତ୍ ମିନତୀଙ୍କ ମୃତ୍ୟୁ ହୋଇଥିଲା । ଶବକୁ ଘରୁ ଉଠାଇ ସତ୍କାର କରିବାର ସାମର୍ଥ୍ୟ ନଥିବା ପରିବାରକୁ ସାହାଯ୍ୟ କରିଥିବା ‘ଓଡ଼ିଶା ମୋ-ପରିବାର’ ଟିମକୁ ସେମାନେ କୃତଜ୍ଞତା ଜଣାଇଛନ୍ତି ।

ଓବାମା କହିଲେ ଝିଅର ବୟଫ୍ରେଣ୍ଡ୍‌ ଏତେ ଖାଇଲା ଯେ, ୩୦% ବିଲ୍‌ ଅଧିକ ଆସିଲା..

ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଏକ ବଡ଼ ଖୁଲାସା କରିଛନ୍ତି । ସେ କହିଛନ୍ତି, କରୋନା ମହାମାରୀ ସମୟରେ ତାଙ୍କ ଘରେ, ତାଙ୍କ ଝିଅର ବୟଫ୍ରେଣ୍ଡ କ୍ୱାରାଣ୍ଟାଇନ୍‌ରେ ରହୁଥିଲା । ତେବେ ଏହି କଥା ଯେତିକି ଚର୍ଚ୍ଚାକୁ ଆସିନି, ତାଠାରୁ ଅଧିକ ଚର୍ଚ୍ଚାକୁ ଆସିଛି ଯେ, ଝିଅର ବୟଫ୍ରେଣ୍ଡ ରହୁଥିବାରୁ ତାଙ୍କ ଗ୍ରସରି ବିଲ୍‌ ୩୦ ପ୍ରତିାତ ବଢ଼ିଯାଇଥିଲା । ଆଉ ପୂର୍ବତନ ରାଷ୍ଟ୍ରପତି ଓବାମା ନିଜେ ଏହା କହିଛନ୍ତି । ସେ କହିଛନ୍ତି, ଜଣେ ଯୁବକ ତାଙ୍କ ଘରେ ରହୁଥିବାରୁ ସେ ଅଧିକ ଖାଦ୍ୟ ଖାଉଇଥିଲେ । ତେଣୁ ବିଲ୍‌ ଅଧିକ ଆସିଛି ।

ବିଲ୍ ସାଇମନ୍ସ ପୋଡ୍‌କାଷ୍ଟ ଶୋ’ରେ ଓବାମା କହିଛନ୍ତି ଯେ, କରୋନା ମହାମାରୀ ଆରମ୍ଭରୁ ଝିଅ ମାଲିଆର ବୟଫ୍ରେଣ୍ଡ ଆମ ପରିବାର ସହିତ କ୍ୱାରେଣ୍ଟାଇନ୍‌ରେ ଥିଲେ । ମାଲିଆ (୨୨) ହେଉଛନ୍ତି, ଓବାମାଙ୍କ ବଡ଼ ଝିଅ । ତାଙ୍କ ବୟଫ୍ରେଣ୍ଡର ନାମ ରୋରି ଫରକୁହର୍ସନ ।

ମାଲିଆଙ୍କ ବୟଫ୍ରେଣ୍ଡ ରୋରିଙ୍କ ବିଷୟରେ ଓବାମା କହିଛନ୍ତି ଯେ, ‘ତାଙ୍କର ଭିସାକୁ ନେଇ ସମସ୍ୟା ଥିଲା, ଅନ୍ୟପଟେ ଏକ ଚାକିରି ମଧ୍ୟ ଥିଲା, ତେଣୁ ତାଙ୍କୁ ଆମ ଘରେ ରହିବାକୁ ପଡ଼ିଥିଲା । ମୁଁ ତାଙ୍କୁ ପସନ୍ଦ କରିବାକୁ ଚାହୁଁନଥିଲି ହେଲେ ସେ ବହୁତ ଭଲ ପିଲା । କ୍ୱାରେଣ୍ଟାଇନ୍ ସମୟରେ ଦୁଇ ଝିଅ ଓ ରୋରିଙ୍କ ସହ ଘରେ ଭଲ ସମୟ ବିତାଇଛନ୍ତି ଓବାମା । ଏମିତିକି ସେମାନଙ୍କୁ କାର୍ଡ ଖେଳ ମଧ୍ୟ ଶିଖାଇଥିବା ସେ କହିଛନ୍ତି ।

ଓବାମା ଆହୁରି କହିଛନ୍ତି, ରୋରିଙ୍କ ଡାଏଟ୍ ତାଙ୍କ ଝିଅମାନଙ୍କଠାରୁ ବହୁତ ଭିନ୍ନ ଥିଲା । ତାଙ୍କୁ ଖାଉଥିବା ଦେଖି ଅଜବ ଲାଗୁଥିଲା । ଏହାଦ୍ୱାରା ଗ୍ରୋସରୀ ବିଲ୍ ୩୦ ପ୍ରତିଶତ ବୃଦ୍ଧି ପାଇଥିଲା । ନ୍ୟୁୟର୍କ ପୋଷ୍ଟ ଅନୁଯାୟୀ, ମାଲିଆ ଓବାମା ଏବଂ ରୋରୀ 2017ରେ ହାବାର୍ଡରେ ପଢ଼ୁଥିବା ସମୟରେ ଭେଟ ହୋଇଥିଲେ ।

ପରୀ ହତ୍ୟା ଘଟଣାରେ ବିଜେପି ରାଜନୀତି କରୁଥିବା ଯଦୁୁପୁର ଗ୍ରାମବାସୀଙ୍କ ଅଭିଯୋଗ

0

ନୟାଗଡ଼: ପରୀ ହତ୍ୟା ଘଟଣାକୁ ବିଜେପି ରାଜନୀତିକ ରଙ୍ଗ ଦେଉଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଯଦୁପର ଗାଁ ଲୋକ । ରାଉତରାପୁର ସରପଞ୍ଚ ସୌମ୍ୟ ରଞ୍ଜନ ପ୍ରଧାନ ବିଜେପି ସହ ମିଶି ମିଥ୍ୟା ଅଙ୍ଗ ତସ୍କରୀ ଓ ଗଞ୍ଜେଇ ବେପାରର ନାଁ ଦେଉଥିବା ସେମାନେ ଅଭିଯୋଗ କରିଛନ୍ତି ।  SIT ଦ୍ୱାରା ଜେରା ହୋଇଥିବା ବାବୁଲି ନାୟକ ତଦନ୍ତ ପ୍ରକ୍ରିୟାକୁ ସ୍ୱାଗତ କରିଛନ୍ତି । ତାଙ୍କ ସହ ରାଜନୈତିକ ଶତ୍ରୁତା ରଖି ସରପଞ୍ଚ ସୌମ୍ୟ, ବିଜେପିର ଇରାଣୀ ରାୟ, ସନ୍ତୋଷ ପ୍ରଧାନ ଓ ଲେଖାଶ୍ରୀ ସାମନ୍ତସିଂହର ମିଥ୍ୟା ଆରୋପ ଆଣୁଥିବା ବାବୁଲି କହିଛନ୍ତି ।

Jadupur Villagers Alleged BJP Doing Politics On Pari Case

ସୌମ୍ୟ ବିରୋଧରେ ବୋମାମାଡ଼, ପୋଲିସକୁ ମାଡ଼ ମାରିବା ପରି ସଙ୍ଗୀନ ଅଭିଯୋଗ ରହିଛି । ଅଙ୍ଗ ତସ୍କରୀ ନେଇ ବିଜେପି ଥାନାରୁ ପ୍ରମାଣ ଆଣୁ ବୋଲି ଚ୍ୟାଲେଞ୍ଜ ଦେଇଛନ୍ତି ବାବୁଲି । ବାବୁଲିଙ୍କ ପତ୍ନୀ ଜିଲ୍ଲା ପରିଷଦ ସଭ୍ୟ ଥିବାରୁ ଜାଣିଶୁଣି ମନ୍ତ୍ରୀ ଅରୁଣ ସାହୁଙ୍କୁ ଟଣା ଯାଉଥିବା ସେ କହିଛନ୍ତି । ଏହି ଘଟଣାରେ ଅରୁଣ ସାହୁଙ୍କ ଲିଙ୍କକୁ ସେ ଖଣ୍ଡନ କରିଛନ୍ତି । ପରୀର ବାପାଙ୍କୁ ବିଜେପି ଲୋକ ଟଙ୍କା ଦେଇ ମିଛ କୁହାଉଥିବା ବାବୁଲି ଅଭିଯୋଗ କରିଛନ୍ତି ।

ଜାଡ଼ରେ ଥରୁଛି ଜାମ୍ମୁ କଶ୍ମୀର: ବରଫ ପାଲଟିଲା ଡଲ ହ୍ରଦ

0

ଜମ୍ମୁ କଶ୍ମୀରରେ ପ୍ରବଳ ଶୀତ ଲହରୀ । ଜମ୍ମୁ ଠାରୁ କାରଗିଲ୍ ଯାଏଁ ସବୁଠି ଛାତିଥରା ଥଣ୍ଡା । ଘାଟି ଅଞ୍ଚଳରେ ପାରଦ ୪ଡିଗ୍ରୀରୁ ୬ ଡିଗ୍ରୀ ମଧ୍ୟରେ ରହିଛି । ଶୀତର ପ୍ରଭାବ ଏତେ ରହିଛି ଯେ, ଶ୍ରୀନଗରର ଡଲ ହ୍ରଦରେ ବରଫ ଜମିଛି ।

            ଜମ୍ମୁ କଶ୍ମୀର ପାହାଡ଼ିଆ ଅଞ୍ଚଳରେ ଥଣ୍ଡା ଏଭଳି ହେଉଛି ଯେ, ପ୍ରାୟ ସମସ୍ତ ଜଳସ୍ରୋତ ଜମି ବରଫ ପାଲଟିଛି । ଦିନ ଓ ରାତିରେ ତାପମାତ୍ର ସବୁଠାରୁ ନିମ୍ନ ସ୍ତରରେ ରହିଛି । ଡଲ ହ୍ରଦକୁ ଆସିଥିବା ଜଣେ ପର୍ଯ୍ୟଟକଙ୍କ କହିବା ହେଲେ ଯେ, ମୁଁ ବହୁତ ଛୋଟ ଥିଲିବେଳେ ଏଭଳି ଥଣ୍ଡା ଅନୁଭୂତ ହୋଇଥିଲା । ବିଶେଷଜ୍ଞଙ୍କ କହିବା ହେଲା ଯେ, ଏହା ପୂର୍ବରୁ କେବେ ୧୮ ଡିସେମ୍ୱର ବେଳକୁ ନିମ୍ନତମ ତାପମାତ୍ରା ୧.୬ ଡିଗ୍ରୀ ଛୁଇଁନଥିଲା ।

ଏଥିସହିତ ପଢ଼ନ୍ତୁ: Ind vs Aus: ୩୬ ରନ୍‌ରେ ସୀମିତ ଭାରତ, ୮ ଓ୍ୱିକେଟରେ ମ୍ୟାଚ୍‌ ଜିତିଲା ଅଷ୍ଟ୍ରେଲିଆ

 

କୋଭିଡ ଜନ୍ମସ୍ଥାନକୁ ଯିବ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବିଶେଷଜ୍ଞ ଟିମ

ନୂଆଦିଲ୍ଲୀ: ଏହା ଭିତରେ ଜନ୍ମବାର୍ଷିକୀ ପାଳନ କରିସାରିଲାଣି କୋଭିଡ । କିନ୍ତୁ ଜନ୍ମସ୍ଥାନ ଏବେ ବି ଅଜଣା । ବିଶ୍ୱବାସୀ ଏବେ  ମଧ୍ୟ ସନ୍ଦେହ ଘେରରେ । କୋଭିଡର ଉତ୍ପତି ସ୍ଥଳ କେଉଁଠି ଏବଂ କେଉଁ ଦେଶରେ ତାହା ସଭିଙ୍କୁ ଅଛପା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଗବେଷକମାନେ ଗବେଷଣାର ସଫଳ ସୋପାନରେ ପହଁଚି ପାରିନାହାଁନ୍ତି । ଏନେଇ ଏକ ଆନ୍ତର୍ଜାତୀୟ  ବିଶେଷଜ୍ଞ ଦଳ ଆସନ୍ତା ଜାନୁୟାରୀ ମାସରେ ଚୀନ ଗସ୍ତ କରିବା ନେଇ ସୂଚନା ଦେଇଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତିରିକ୍ତ ଅଧ୍ୟକ୍ଷ ।

କୋଭିଡ-୧୯ ଭାଇରସର ଉତ୍ପତି ସ୍ଥଳ ଯଦି ଚୀନ ହୋଇଥାଏ, ତେବେ କେଉଁ ସ୍ଥାନରେ ଏବଂ କେଉଁ ପରିସ୍ଥିତିରେ ଏହାର ଉତ୍ପତି ହୋଇଛି । ତାହାକୁ ଅନୁସନ୍ଧାନ କରିବ ଏହି ବିଶେଷଜ୍ଞ ଟିମ । ଅତିରିକ୍ତ ମୁଖ୍ୟ ଡକ୍ଟର ମାଇକେଲ୍‌ ରୟାନ କହିଛନ୍ତି, ଉହାନକୁ ପରିଦର୍ଶନରେ ଏକ ଟିମ ଗସ୍ତ କରିବ । ଯିବାକୁ ଥିବା ଏହି ଟିମ ପାଇଁ ପାଇଁ ସେଠାରେ କ୍ବାରେଣ୍ଟାଇନ୍‌ ବ୍ୟବସ୍ଥା ମଧ୍ୟ କରାଯିବ ବୋଲି କହିଛନ୍ତି ମାଇକେଲ୍‌ ରୟାନ ।

ସେହିପରି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ କହିଛନ୍ତି, ବିଶେଷଜ୍ଞ ଦଳର ଲକ୍ଷ୍ୟ ହେଉଛି ଉହାନ ଅଞ୍ଚଳକୁ ଯିବ । ଯେଉଁସ୍ଥାନରେ ପ୍ରଥମେ ମାନବ ସଂକ୍ରମଣ ଚିହ୍ନଟ କରାଯାଇଥିଲା, ସେଠାରେ ଦଳ ତମାମ ଅନୁଧ୍ୟାନ କରିବ ବୋଲି ସୂଚନା ଦିଆଯାଇଛି । ସେହିପରି ଚୀନର କିଛି ଗବେଷକଙ୍କ ମିଶି ଏହି ଟିମ ସେଠାରେ ତଦନ୍ତ କରିବ । କିନ୍ତୁ ଗବେଷକ ଏବଂ ଗବେଷଣାର କୌଣସି କାର୍ଯ୍ୟରେ ଚୀନର ଅଧିକାରୀ ମାନେ ହସ୍ତକ୍ଷେପ କରିବେ ନାହିଁ ବୋଲି କହିଛନ୍ତି WHOର ଅତଚିରିକ୍ତ ମୁଖ୍ୟ ।

କାହିଁକି ବାପା ବିରୋଧରେ ଥାନାକୁ ଗଲେ ୮ ବର୍ଷର ଭାଇ ଓ ୫ ବର୍ଷର ଭଉଣୀ ?

ରାଉରକେଲା: ଥାନାରେ କୁନି କୁନି ୨ ଛୁଆ । କଣ ହୋଇଛି ଛୋଟ ଭାଇଭଉଣୀଙ୍କର । କାହିଁକି ନାବାଳକ ଭାଇଭଉଣୀ ଥାନାକୁ ଆସିଛନ୍ତି ? କିଏ ସେମାନଙ୍କୁ ମାଡ଼ ମାରିଲା ନା ସେମାନଙ୍କଠାରୁ କିଏ କିଛି ଚୋରି କରିନେଲା ? ଆପଣ ଭାବୁଥିବେ ଦୁହେଁ ବୋଧେ ଖେଳୁ ଖେଳୁ ଥାନାକୁ ପଳାଇ ଆସିଛନ୍ତି । ଜମା ନୁହେଁ… ବାପାଙ୍କ ବିରୋଧରେ ଅଭିଯୋଗ କରିବାକୁ ଥାନାକୁ ଆସିଛନ୍ତି ଭାଇଭଉଣୀ ।

Minor Brother And Sister Seeks Police Help Against Drunk Father

ଅଭିଯୋଗ ମଦ ପାଇଁ ବାପା କରୁଛନ୍ତି ମାରଧର । ଘରେ ପ୍ରତିଦିନ ମଦ ପିଇବାକୁ ଟଙ୍କା ମାଗୁଛନ୍ତି । ଟଙ୍କା ନଦେଲେ ମାଆଙ୍କ ସହ ଝଗଡ଼ା କରୁଛନ୍ତି । ବାପାଙ୍କ ବିରୋଧରେ ରାଉରକେଲା ପ୍ଲାଣ୍ଟସାଇଟ୍ ଥାନାରେ ୫ ବର୍ଷର ଭଉଣୀକୁ ଧରି ଅଭିଯୋଗ କରିବାକୁ ଆସିଛି ୮ ବର୍ଷର ଅଭିଜିତ୍ । ଭାଇଭଉଣୀ, ବାପାମାଆଙ୍କ ସହ ସ୍ଥାନୀୟ ପରିବା ମାର୍କେଟ୍ ପାଖରେ ରୁହନ୍ତି । ଅଭିଜିତଙ୍କ ବାପା ପେଶାରେ ଅଟୋ ଡ୍ରାଇଭର୍ ହୋଇଥିବା ବେଳେ ନିଶା ମଦ ପିଇବା ।

Minor Brother And Sister Seeks Police Help Against Drunk Father

ନିଶାରେ ଚୁର୍ ହୋଇ ପଡ଼ୁଥିବା ଅଭିଜିତଙ୍କ ବାପା ମଦ ପାଇଁ ଘରେ କରନ୍ତି ମାରଧର । ମଦ ପିଇବାକୁ ଟଙ୍କା ମାଗନ୍ତି, ମାଆ ଟଙ୍କା ନଦେଲେ ଘରେ ମାଡ଼ ମାରନ୍ତି । ଭାଇଉଭଣୀ ଏନେଇ ବାପାଙ୍କ ବିରୋଧରେ ପ୍ଲାଣ୍ଟସାଇଟ୍ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ସେମାନଙ୍କୁ ସାହାଯ୍ୟ କରିବା ବୋଲି ପ୍ରତିଶ୍ରୁତି ଦେଇଛି ।

Minor Brother And Sister Seeks Police Help Against Drunk Father

ମଦ ପାଇଁ କାହାର ସଂସାର ଉଜୁଡ଼ି ଯାଉଛି ତ ଆଉ କିଏ ହରାଉଛି ମଥାର ସିନ୍ଦୂର । ଆଉ କେଉଁଠି ଗୋଟିଏ ମାତ୍ର ପୁଅକୁ ହରାଇ ବୃଦ୍ଧ ବୟସରେ ଏକୁଟିଆ ହୋଇ ପଡ଼ୁଛନ୍ତି ବାପା, ମାଆ । ଏ କୁନି ଛୁଆଁ ଦୁହେଁ ମଦର ମାରାତ୍ମକତାକୁ ଭଲ ଭାବେ ବୁଝିଛନ୍ତି । ମଦ ନପିଇବା ଲାଗି ବାରମ୍ବାର ବାରଣ କରୁଥିଲେ ବି ଶୁଣୁନାହାଁନ୍ତି ବାପା । ଫଳରେ ବାପାଙ୍କ ବିରୋଧରେ ପୋଲିସରେ ଫେରାଦ ହୋଇଛନ୍ତି ୨ ଛୁଆ ।

ଜାନୁଆରୀ ୩ରେ ଖୋଲିବ ସମଲେଶ୍ୱରୀ ମନ୍ଦିର

ସମ୍ବଲପୁର: ଜାନୁଆରୀ ୩ରେ ଖୋଲିବାକୁ ଯାଉଛି ସମ୍ବଲପୁରର ଇଷ୍ଟଦେବୀ ମା’ ସମଲେଇଙ୍କ ମନ୍ଦିର । ଏନେଇ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ସୂଚନା ମିଳିଛି ।

ସୂଚନା ମୁତାବକ ମନ୍ଦିର ଖୋଲିବା ନେଇ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହେଉଛି । ମନ୍ଦିର ଖୋଲିବା ପରେ ପ୍ରଥମ ୫ଦିନ ସମ୍ବଲପୁର ସହରବାସୀଙ୍କୁ ଦର୍ଶନ ସୁଯୋଗ ଦିଆଯିବ । ପରବର୍ତ୍ତୀ ସମୟରେ ଅନ୍ୟାନ୍ୟ ଭକ୍ତ ମା’ଙ୍କ ଦର୍ଶନ ସୁଯୋଗ ପାଇବେ ବୋଲି ଜଣାପଡିଛି ।

Samaleswari