spot_img
Home Blog Page 6316

ଅବିବାହିତ ଅଛନ୍ତି କି ? ହୋଇଯାଆନ୍ତୁ ସାବଧାନ ! ହୋଇପାରେ ସ୍ମୃତି ଲୋପ

ଅନେକ ଲୋକ ଅଛନ୍ତି ଯେଉଁମାନେ ସର୍ବଦା ଏକୁଟିଆ ରହିବାକୁ ପସନ୍ଦ କରନ୍ତି । କାରଣ ସେମାନେ କୌଣସି ଝାମଲାରେ ପସିବାକୁ ଚାହାନ୍ତି ନାହିଁ । ଏବଂ ଏହି କାରଣରୁ କେତେକ ବିବାହ କରିବାକୁ ମଧ୍ୟ ପସନ୍ଦ କରିନଥାନ୍ତି । ଯଦି ଆପଣମାନଙ୍କ ମଧ୍ୟରୁ କେହି ଅବିବାହିତା ଅଛନ୍ତି । ତେବେ ସାବଧାନ ହୋଇଯାଆନ୍ତୁ । କାରଣ ଅବିବାହିତଙ୍କର ଅର୍ଦ୍ଧ ବୟସ୍କରେ ସ୍ମରଣଶକ୍ତି ହ୍ରାସ ହୋଇପାରିବ ବୋଲି ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ।

 

ଏହି ଅଧ୍ୟୟନରୁ ଆହୁରି ଏକ କଥା ଜାଣିବାକୁ ମିଳିଛି ଯେ ବିବାହ ବିଚ୍ଛେଦ ପରେ ଏକୁଟିଆ ରହୁଥିବା ବ୍ୟକ୍ତିମାନଙ୍କୁ ଜୀବନର ଅନ୍ତିମ ଚରଣରେ ଅଲ୍ ନାମକ ଏକ ରୋଗକୁ ସାମ୍ନା କରିବାକୁ ପଡିଥାଏ । ସ୍ୱିଡେନର କ୍ୟାରୋଲିଂସ୍କା ଇଂଷ୍ଟୁଚୁଟର ଏକ ଦଳ ଏହି ବିଷୟରେ ଅଧ୍ୟୟନ କରିଥିଲେ ଏବଂ ଜୀବନର ମଧ୍ୟ ଭାଗରେ ଜୀବନ ସାଥୀ ମାନଙ୍କର ମହତ୍ୱ ଜାଣିବାକୁ ଚେଷ୍ଟାକରିଥିଲେ । ଏଥିରୁ ଜଣା ପଡିଥିଲା ଯେ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଛାଡପତ୍ର ପରେ ସେମାନେ ଏକୁଟିଆ ରହିଥାନ୍ତି ଏବଂ ଜୀବନର ଶେଷ ମୂହୂର୍ତ୍ତରେ ସେମାନଙ୍କୁ ଅଲ୍ ହେବାର ତିନିଗୁଣା ଅଧିକ ସମ୍ଭାବନା ଥାଏ ।

ଅବିବାହିତା, ଛାଡପତ୍ର ବ୍ୟକ୍ତିତ୍ୱ ଏବଂ ବିଧବା ମାନେ ସମାଜରେ ଏକୁଟିଆ ରହୁଥିବା ଯୋଗୁଁ ଖୁବ୍ ଶୀଘ୍ର ସ୍ମରଣ ଶକ୍ତି ହ୍ରାସ ହେବାର ସମ୍ଭାବନା ଥାଏ ।ଗବେଷକ ମାନଙ୍କର କହିବାନୁଯାୟୀ ଯୁଗଳ ସମ୍ବନ୍ଧ ସାଧାରଣତଃ ସାମାଜିକ ଏବଂ ବୈଦିକ ରୀତି ଅନୁଯାୟୀ ସବୁଠାରୁ ଭଲ ସ୍ୱରୁପ । ଯଦି ସାମାଜିକ ଏବଂ ବୈଦିକ ସମ୍ବନ୍ଧ ଦ୍ୱାରା ସ୍ମତିଶକ୍ତି ଲୋପ ହେବାରୁ ରକ୍ଷା ମିଳିଥାଏ ତେବେ ଲୋକମାନଙ୍କୁ ନିଜର ଜୀବନସାଥୀଙ୍କ ସହିତ ଏକାଠି ରହିବା ଦରକାର । ଏହି ଗବେଷଣା ବୈବାହିକ ଜୀବନର ଲାଭକୁ ପ୍ରଦର୍ଶିତ କରିଥାଏ ବୋଲି ଜଣେ ଅଗ୍ରଣୀୟ ଗବେଷକ କ୍ରିଷ୍ଟର ହଂକସନ୍ କହିଛନ୍ତି ।

ଲଣ୍ଡନର ଏକ ଖବରକାଗଜ ଡେଲିମେଲ୍ ଅନୁସାରେ ଏହି ଗବେଷଣାରେ ୧ ହଜାର ୪୯୮ ଲୋକଙ୍କୁ ସାମିଲ୍ କରାଯାଇଥିଲା ଏବଂ ସେମାନଙ୍କ ଜୀବନର ମଧ୍ୟଭାଗ ସଂପର୍କରେ ପଚରାଯାଇଥିଲା । ଏହାର ୨୧ ବର୍ଷପରେ ସେହି ଲୋକମାନଙ୍କ ସହ ସଂପର୍କ କରିବାରୁ ଜାଣିବାକୁ ମିଳିଥିଲା ଯେ ସେମାନଙ୍କ ମଧ୍ୟରୁ ୫୦ ପ୍ରତିଶତ ଲୋକ ଅଲ୍ ରୋଗର ଶିକାର ହୋଇଛନ୍ତି ।

ଜାନୁଆରୀରେ ଆସିବ ରଜନୀକାନ୍ତଙ୍କ ଦଳ

ନୂଆଦିଲ୍ଲୀ: ସୁପରଷ୍ଟାର ରଜନୀକାନ୍ତ ଏବେ ନିଜର ରାଜନୖେତିକ ଯାତ୍ରା ଆରମ୍ଭ କରିବାକୁ ଯାଉଛନ୍ତି । ଏନେଇ ସେ ସୋମବାର ଦିନ ଟ୍ୱିଟ୍ କରିଛନ୍ତି ।

ସୂଚନା ଅନୁଯାୟୀ ସେ ନିଜ ରାଜନୖେତିକ ଦଳ ସମ୍ପର୍କରେ ଆସନ୍ତା ଡିସେମ୍ବର ୩୧ ତାରିଖରେ ଘୋଷଣା କରିବେ । ଯାହାପରେ ସେ ୨୦୨୧ ମସିହା ଜାନୁଆରୀ ମାସରେ ପାର୍ଟିକୁ ଲଞ୍ଚ କରିବେ ।

୨୦୨୧ ମସିହାରେ ତାମିଲନାଡୁରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏଭଳି ସମୟରେ ରଜନୀକାନ୍ତଙ୍କ ରାଜନୀତିରେ ପାଦ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି ଚର୍ଚ୍ଚା ହେଉଛି ।

ତେବେ ଏହା ପୂର୍ବରୁ ସୁପରଷ୍ଟାର ରଜନୀକାନ୍ତ ରାଜନୈତିକ ଦଳ ଗଢିବା ଓ ବିଧାନସଭା ନିର୍ବାଚନରେ ମଇଦାନକୁ ଓହ୍ଲାଇବା ନେଇ ଗତ ନଭେମ୍ବର ୩୦ ତାରିଖରେ ସଙ୍କେତ ଦେଇଥିଲେ ।

ଇତିହାସର ସବୁଠୁ ଖରାପ ବର୍ଷ ୨୦୨୦ !

ଇତିହାସରେ ଏମିତି ଅନେକ ସମୟ ଆସିଛି ଯେତେବେଳେ ତାକୁ ମାନବ ଇତିହାସର ସବୁଠୁ ଖରାପ ସମୟ ବୋଲି ବିବେଚନା କରାଯାଇଛି । କେତେବେଳେ ପ୍ଲେଗ୍ କାରଣରୁ ବିଶ୍ୱ ଜନସଂଖ୍ୟାର ଏକ ତୃତୀୟାଂଶ ମରିଯାଇଛନ୍ତି ତ କେତେବେଳେ ବିଶ୍ୱ ଯୁଦ୍ଧ କାରଣରୁ କୋଟି କୋଟି ଲୋକ ପ୍ରାଣ ହରାଇଛନ୍ତି । ତେବେ ବିଶ୍ୱ ଇତିହାସର ସବୁଠୁ ଖରାପ ବର୍ଷ କେଉଁଟି ?

ବର୍ଷ ୨୦୨୦କୁ ଗତ କେତେ ଦଶନ୍ଧି ମଧ୍ୟରେ ସବୁଠାରୁ ଖରାପ ବର୍ଷ ଭାବରେ ବର୍ତ୍ତମାନ ବିବେଚନା କରାଯାଉଛି । କରୋନା ମହାମାରୀ ମାନବଜାତିର ସ୍ଥିତିକୁ ଦୋହଲାଇ ଦେଇଛି, ଆଉ ତା ସାଙ୍ଗକୁ ଅଟକାଇ ଦେଇଛି ଅର୍ଥନୈତିକ ଗତିବିଧି। ମଣିଷ ଘରେ ବନ୍ଦ ରହିବାକୁ ବାଧ୍ୟ । ବିଶ୍ୱ ଇତିହାସରେ ଏଭଳି ଅନେକ ମହାମାରୀ ,ଏବଂ ଯୁଦ୍ଧ ଆସିଛି ଯାହା ମାନବକୁ ସଭ୍ୟତାର ଅନ୍ତକାଥା ଭାବିବାକୁ ବାଧ୍ୟ କରିଛି । ତେବେ ୨୦୨୦ କ’ଣ ମାନବ ଇତିହାସର ସବୁଠୁ ଖରାପ ବର୍ଷ ? ଉତ୍ତର ହେଉଛି ନା । ମାନବୀୟ ଇତିହାସ ଏମିତି ଆହୁରି ଅନେକ ତ୍ରାସଦି ଦେଖିଛି ଯାହା କରୋନାଠାରୁ ମଧ୍ୟ ଅଧିକ ଭୟଙ୍କର ଥିଲା ।

ଉଦାହରଣ ଭାବେ ବର୍ଷ ୧୩୪୭କୁ ନିଆଯାଇପାରେ । ଏହା ମାନବ ଇତିହାସରେ ସବୁଠାରୁ ଖରାପ ବର୍ଷ ମଧ୍ୟରୁ ଗୋଟିଏ । ସେହି ସମୟରେ ଚିକିତ୍ସା ବିଜ୍ଞାନରେ ଏତେ ବିକାଶ ଆସିନଥିଲା । ୧୩୪୭ରୁ ୧୩୫୧ ମଧ୍ୟରେ ପ୍ଲେଗ ନାମକ ରୋଗ ମଣିଷ ଜୀବନକୁ ଛାରଖାର କରିଦେଇଥିଲା । ଯାହାକୁ କଳା ମୃତ୍ୟୁ ବା ବ୍ଲାକ ଡେଥ୍ ନାମ ଦିଆଯାଇଥିଲା। ସେହି ସମୟରେ ପ୍ଲେଗ ରୋଗ ମହାମାରୀର ରୂପ ନେଇଥିଲା । କୁହାଯାଉଛି ଏହି ରୋଗ ଦ୍ୱାରା ଇଉରୋପର ଅଧାରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା ।

ଏହି ସମୟରେ ଆରମ୍ଭ ହୋଇଥିଲା କ୍ୱାରେଣ୍ଟାଇନ ପଦ୍ଧତି । ବେନିସର ଏକ ବନ୍ଦର ରାଗୁସାକୁ ଆସିଥିବା ଏକ ଜାହଜକୁ ୪୦ ଦିନ କ୍ୱାରେଣ୍ଟାଇନରେ ରଖା ଯାଇଥିଲା । ଯାହା ପରଠାରୁ କ୍ୱାରେଣ୍ଟାଇନ ଶବ୍ଦ ଖୁବ ଜଣାଶୁଣା ହୋଇଗଲା । ଏହି ରୋଗ ମୂଷା ମାନଙ୍କ ଯୋଗୁଁ ପୂରା ଚୀନରେ ବ୍ୟାପି ଯାଇଥିଲା । ତେବେ ଏହା ପ୍ରଥମ ବର୍ଷ ନୁହେଁ ଯେତେବେଳେ ପ୍ଲେଗ ବ୍ୟାପିଥିଲା ବରଂ ୫୪୨ରୁ ୫୪୬ ମଧ୍ୟରେ ଏହିଭଳି ପ୍ଲେଗ ରୋଗ ବ୍ୟାପିଥିଲା । ଯାହା ପରଠାରୁ ସମସ୍ତଙ୍କ ମନରେ ଏକ ଧାରଣା ସୃଷ୍ଟି ହେଲାଯେ ଏହି ପ୍ଲେଗ ରୋଗ ୧୦୦ ବର୍ଷ ପରେ ମହାମାରୀ ନେଇ ଫେରୁଛି ।

୧୪ ଶତାବ୍ଦୀରେ ଆସିଥିବା ପ୍ଲେଗ କିନ୍ତୁ ବ୍ରିଟେନରୁ ଆଉ ଫେରିଲାନି । କୁହାଯାଉଛି ପ୍ରତି ଦୁଇ ଦଶନ୍ଧି ପରେ ଏହା ବ୍ରିଟେନକୁ ଫେରୁଥିଲା । ୩୦୦ ବର୍ଷ ମଧ୍ୟରେ ଏହା ୪୦ ଥର ଫେରିଛି । ୧୬୬୫ରେ ଏହା ଲଣ୍ଡନକୁ ଛାରଖାର କରି ଦେଇଥିଲା । କେବଳ ଲଣ୍ଡନରେ ସାତ ମାସ ମଧ୍ୟରେ ୧୦ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଥିଲା । ପଶୁଠାରୁ ମୂଷା ନିକଟକୁ ଏହି ରୋଗ ଆସୁଥିବା ଅନୁମାନ କରାଯିବା ପରେ ନୃଶଂସ ଭଳି ପଶୁ ମାନଙ୍କ ହତ୍ୟା କରାଗଲା ।

ମେକ୍ସିକୋରେ ବସନ୍ତ ନାମକ ରୋଗ ସ୍ପେନ ସୈନିକଙ୍କ ଠାରୁ ପ୍ରଥମେ ଆସିଥିଲା ବୋଲି କୁହାଯାଏ । ମହାମାରୀ ଏବଂ ଯୁଦ୍ଧ ସେହି ସମୟରେ ଏକ ଘାତକ ସାବ୍ୟସ୍ତ ହୋଇଥିଲା । କୁହାଯାଏ ଏକ ଶହ ବର୍ଷ ପର୍ଯ୍ୟନ୍ତ ବସନ୍ତର ପ୍ରଭାବ ମେକ୍ସିକୋ ଉପରେ ରହିଥିଲା । ଯେଉଁଥିପାଇଁ ସେଠାକାର ଲୋକସଂଖ୍ୟା ୧ କୋଟି ୧୦ ଲକ୍ଷରୁ କେବଳ ୧୦ ଲକ୍ଷ ହୋଇ ଯାଇଥିଲା ।

୧୯୧୮ରୁ ୧୯୨୦ ମଧ୍ୟରେ ସ୍ପାନିଶ ଫ୍ଲୁ ଆମେରିକାର ଏକ ଆର୍ମି କ୍ୟାମ୍ପରୁ ଆରମ୍ଭ ହୋଇ ପୂରା ଦୁନିଆରେ ଚହଳ ସୃଷ୍ଟି କରିଥିଲା । ଏଥିରେ ୫ରୁ ୧୦ କୋଟି ଲୋକଙ୍କର ମୃତ୍ୟୁ ହୋଇଥିଲା । ୧୯୫୭ରେ ଏହା ଏସିଆନ ଫ୍ଲୁ ନାମରେ ବ୍ୟାପିଲା । କିନ୍ତୁ ସେହି ସମୟରେ ଏହାର ଟୀକା ବାହାରି ଯିବାରୁ ବହୁ ପରିମାଣରେ ଲୋକଙ୍କ ଜୀବନ ବଞ୍ଚିଗଲା ।

କୋଭିଡ ୧୯କୁ ସବୁଠାରୁ ଅଧିକ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ମହାମାରୀର ଯଦି ଆଖ୍ୟା ଦିଆଯାଏ, ତେବେ ହୁଏତ ଭୁଲ ହେବ ନାହିଁ । ଏହାଦ୍ୱାରା ଏପର୍ଯ୍ୟନ୍ତ ୬ କୋଟି ଲୋକ ସଂକ୍ରମିତ ହୋଇଛନ୍ତି ଏବଂ ପ୍ରାୟ ୧୪ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇସାରିଛି । ଏହି ମାହାମାରୀ ଫ୍ଲୁ ଭଳି ବ୍ୟାପୁଛି । ତେଣୁ କେବଳ ଏହା ଦ୍ୱାରା ନୁହେଁ ବରଂ ଏହା ସହିତ ଅନ୍ୟ କେତେକ ରୋଗରେ ମଧ୍ୟ ଲୋକଙ୍କ ମୃତ୍ୟୁ ହେଉଛି ।
କରୋନା କାଳରେ କେବଳ ସତର୍କତା ହିଁ ଆତ୍ମରକ୍ଷାର ଏକମାତ୍ର ଉପାୟ ।

୬୭ ପ୍ରତିଶତ ବିଦେଶୀ ଖେଳଣା ଶିଶୁଙ୍କ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ !

ପିଲାଙ୍କ ଜିଦ୍‍ ପୂରଣ ଏବଂ ଖୁସି ପାଇଁ ଆମେମାନେ ବଜାରରୁ ସେମାନଙ୍କ ନିମନ୍ତେ ଖେଳଣା କିଣିଥାଉ । ହେଲେ ଏହି ଖେଳଣା ଯେ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ବଡ଼ ପ୍ରଭାବ ପକାଇଥାଏ  ତାହା ବିଶେଷ କେହି ଜାଣିନଥିବେ । ନିକଟରେ କ୍ୱାଲିଟି କାଉନସିଲ୍‍ ଅଫ୍‍ ଇଣ୍ଡିଆ ପକ୍ଷରୁ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଭାରତୀୟ ବଜାରରେ ଉପଲବ୍ଧ ହେଉଥିବା ବିଦେଶୀ ଖେଳଣା ମଧ୍ୟରୁ ୬୭ପ୍ରତିଶତ ଖେଳଣା ପିଲାଙ୍କ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ । କ୍ୱାଲିଟି କାଉନସିଲ୍‍ ପକ୍ଷରୁ ଦିଲ୍ଲୀ ଏବଂ ଏନ୍‍ସିଆରର ବଜାରରେ ଉପଲବ୍ଧ ହେଉଥିବା ଖେଳଣାକୁ ନେଇ ପରୀକ୍ଷଣ କରାଯାଇଥିଲା । ଭାରତୀୟମାନଙ୍କ ଅନୁସାରେ ବଜାରରେ ବିକ୍ରି ହେଉଥିବା ୧୨୧ ପ୍ରକାରର ଖେଳଣାକୁ ଯାଞ୍ଚ ପାଇଁ ଲ୍ୟାବ୍‍ ପଠାଯାଇଥିଲା । ହେଲେ ଏହି ଖେଳଣାର ଗୁଣବତ୍ତା କମ୍‍ ଥିବା ଜଣାପଡିଥିଲା ।

ରିପୋର୍ଟରେ କୁହାଯାଇଛି ଯେ, ଉପଲବ୍ଧ ହେଉଥିବା ୩୦ ପ୍ରତିଶତ ପ୍ଳାଷ୍ଟିକ୍‍ ଖେଳଣା ପରୀକ୍ଷାରେ ଫେଲ୍‍ ହୋଇଛି । ସପ୍ଟ ଖେଳଣା ମଧ୍ୟରୁ ୪୫ ପ୍ରତିଶତ ଏବଂ ଇଲେକ୍ଟ୍ରିକ୍‍ ଖେଳଣା ମଧ୍ୟରୁ ୭୫ପ୍ରତିଶତ ପରୀକ୍ଷାରେ ବିଫଳ ହୋଇଛି । ଏହି ଖେଳଣା ଦ୍ୱାରା ପିଲାଙ୍କ ସ୍ୱାସ୍ଥ୍ୟ ଉପରେ କି ପ୍ରଭାବ ପଡିଥାଏ ସେ ନେଇ କୁହାଯାଇଛି ଯେ, ଅନେକ ଖେଳଣା ପିଲାଙ୍କ ଚର୍ମ ଉପରେ ପ୍ରଭାବ ପକାଇଥାଏ ।

ସେହିପରି ଆଉ କିଛି ଖେଳଣା ବିଶେଷ କରି ଇଲେକ୍ଟ୍ରିକ୍‍ ଖେଳଣା ଶରୀରକୁ ପ୍ରଭାବିତ କରିଥାଏ । ପ୍ଳାଷ୍ଟିକ୍‍ ଖେଳଣାରେ ବିଭିନ୍ନ ରସାୟନିକ ତତ୍ତ୍ୱର ଉପଯୋଗ ହେଉଥିବାରୁ ଛୋଟ ପିଲା ଏହାକୁ ପାଟିରେ ଲଗାଇବା ଦ୍ୱାରା ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାଏ । ତେଣୁ ବଜାରରେ ଉପଲବ୍ଧ ଖେଳଣା କିଣିବା ପୂର୍ବରୁ ପିଲାର ସ୍ୱାସ୍ଥ୍ୟ ପ୍ରତି ଏହା ପ୍ରଭାବ ପକାଇବ ନା ନାହିଁ ସେଥିପ୍ରତି ଅଭିଭାବକମାନେ ଦୃଷ୍ଟି ଦେବା ଦରକାର ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

ଜେଲ ଭିତରେ ଗ୍ୟାଙ୍ଗୱାରକୁ ରୋକିବାକୁ ଜେଲ୍ କର୍ମଚାରୀଙ୍କ ପାଇଁ ନୂଆ ବ୍ୟବସ୍ଥା

ଭୁବନେଶ୍ୱର: ଜେଲ କର୍ମଚାରୀ ପିନ୍ଧିବେ ବଡି କ୍ୟାମେରା । ରାଜ୍ୟର ସମସ୍ତ ଜେଲ୍‌ରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବ  । ଏହାର ତଦାରଖ କରିବ ସ୍ପେଶାଲ କଣ୍ଟ୍ରୋଲ ରୁମ୍‌ । ନିୟମ ବହିର୍ଭୂତ କାମ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ  । ଜେଲ କର୍ତ୍ତୃପକ୍ଷଙ୍କୁ ଏ ନେଇ ତାଲିମ ଦେବାକୁ ସ୍ଥିର ହୋଇଛି  । ଜେଲ ଡିଜି ସନ୍ତୋଷ ଉପାଧ୍ୟାୟ ଏହି ସୂଚନା ଦେଇଛନ୍ତି  ।  ସିସିଟିଭି ନଥିବା ସ୍ଥାନରେ କାମ କରିବ ବଡି କ୍ୟାମେରା ।

ଗ୍ୟାଙ୍ଗୱାରକୁ ଏହା ଦ୍ୱାରା ରୋକାଯାଇ ପାରିବ । ଖୁବଶୀଘ୍ର ଗୃହ ବିଭାଗ ଏହି ବ୍ୟବସ୍ଥାକୁ ଅନୁମୋଦନ କରାଯିବ । ବ୍ୟୁରୋ ଅଫ୍‌ ପୋଲିସ ରିସର୍ଚ୍ଚ ଆଣ୍ଡ ଡେଭ୍‌ଲପ୍‌ମେଣ୍ଟ ପକ୍ଷରୁ ଏସ୍‌ଓପି ଜାରି କରାଯାଇଛି  । କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ ଓ ନିଶା କାରବାର ମଧ୍ୟ ଏହାଦ୍ୱାରା ରୋକାଯାଇ ପାରିବ ବୋଲି ଜେଲ୍‌ ଡିଜି ସନ୍ତୋଷ ଉପାଧ୍ୟାୟ ସୂଚନା ଦେଇଛନ୍ତି  ।

ଆଜି ସ୍ଥଳଭାଗ ଛୁଇଁବ ବାତ୍ୟା ବୁରେଭୀ

ତିରୁଅନନ୍ତପୁରମ: ଶୁକ୍ରବାର ଦିନ ବାତ୍ୟା ‘ବୁରେଭୀ’ କେରଳ ଏବଂ ତାମିଲନାଡ଼ୁ ଛୁଇଁପାରେ ବୋଲି ଆଶଙ୍କା କରାଯାଉଛି । ଏହାକୁ ଆଖି ଆଗରେ ରଖି ରାଜ୍ୟରେ ହାଇ ଆଲର୍ଟ ଜାରି କରାଯାଇଛି । ସ୍ଥିତି ସହ ଲଢ଼ିବା ପାଇଁ ରାଜ୍ୟରେ ୨୦୦୦ରୁ ବି ଅଧିକ ଆଶ୍ରୟ ସ୍ଥଳୀ ଖୋଲାଯାଇଛି । ଡିସେମ୍ବର ୫ ତାରିଖ ପର୍ଯ୍ୟନ୍ତ ମତ୍ସଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ।

IMD ର ପୂର୍ବାନୁମାନ ଅନୁଯାୟୀ ତିରୁଅନନ୍ତପୁରମ, କୋଲ୍ଲମ, ପଥନମଥିଟ୍ଟା, କୋଟ୍ଟାୟମ, ଅଲପୁଝା, ଇଡୁକ୍କୀ ଏବଂ ଏର୍ଣ୍ଣାକୁଲମ ଜିଲ୍ଲାରେ ୩ରୁ ୫ ଡିସେମ୍ବର ଯାଏ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ବୁବେରୀ ଯୋଗୁଁ ତାମିଲନାଡୁ ସ୍ଥିତ ରାମେଶ୍ୱରର ତଟ୍ଟ ଅଞ୍ଚଳରେ ପବନ ବହିବା ସହ ସମୁଦ୍ର ଅଶାନ୍ତ ରହିବ । IMD ସୂଚନା ଅନୁଯାୟୀ ବାତ୍ୟା ଗୁରୁବାର ରାତିରେ ବା ଶୁକ୍ରବାର ସକାଳେ ତାମିଲନାଡୁ ତଟ୍ଟ ଦେଶରେ ପମ୍ବନ ଏବଂ କନ୍ୟାକୁମାରୀ ଦେଇ ଗତି କରିବ ।

କେଉଁଠୁ ଆସିଲା ଏତେ ଟଙ୍କା: ଗଲା ବର୍ଷ ଥିଲା ଆୟ ୧୦ ଲକ୍ଷ, ଚଳିତ ବର୍ଷ ଗୋଟିଏ ବ୍ୟାଙ୍କ୍ ଖାତାରେ ୨ କୋଟି ୪୮ ଲକ୍ଷ

ଭୁବନେଶ୍ୱର: ଭାବି ସମୁଦି ଓ ଜୁଆଁଇଙ୍କୁ ସାର୍ଟିଫିକେଟ୍ ଦେଉଥିଲେ ପ୍ରଦୀପ ପାଣିଗ୍ରାହୀ । ପାଠକ ସିନିୟର ଓଡ଼ିଶାର ଜଣେ ସଚ୍ଚୋଟ ଅଫିସର ବୋଲି କହୁଥିଲେ । ଭାବି ଜୁଆଁଇଙ୍କ ଚାକିରିକୁ ନେଇ ମଧ୍ୟ ବଡ ବଡ କଥା କହୁଥିଲେ । ଯେତେବେଳେ ଜନବିରୋଧୀ କାର୍ଯ୍ୟପାଇଁ ବିଜେଡିରୁ ତଡା ଖାଇଲେ ସେତେବେଳେ ପାଲଟା ପ୍ରଶ୍ନ କରିଥିଲେ କ’ଣ ଜନବିରୋଧୀ କାମ କରିଥିଲି ? ଏବେ ଗୋପାଳପୁର ବିଧାୟକଙ୍କ ବ୍ୟାଙ୍କ ଆକାଉଣ୍ଟ ଡିଟେଲ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ କିଛି ପ୍ରଶ୍ନ ଉଠୁଛି । ଯାହାର ଉତ୍ତର ପ୍ରଦୀପଙ୍କୁ ଦେବାକୁ ପଡିବ । କାରଣ ସେ ନିଜେ ହିଁ କହିଥିଲେ ମୋ ଜନବିରୋଧୀ କାମର ପ୍ରମାଣ ଦିଅ । ବ୍ୟାଙ୍କ ଆକାଉଣ୍ଟ ଡିଟେଲରୁ ଯାହା ତଥ୍ୟ ସାମ୍ନାକୁ ଆସୁଛି  ସେଥିରୁ ଜଣା ପଡୁଛି ଯେ,ଗତବର୍ଷ ୧୦ ଲକ୍ଷ ଟଙ୍କା ଉପରେ ଆୟକର ଦେଇଥିବା ପ୍ରଦୀପଙ୍କ ଆକାଉଣ୍ଟରେ ଏବର୍ଷ ୨ କୋଟି ୪୮ ଲକ୍ଷ ଟଙ୍କା ଡିପୋଜିଟ୍ ହୋଇଥିଲା । ଗୋଟିଏ ବର୍ଷ ମଧ୍ୟରେ ଆୟ ୧୦ ଲକ୍ଷ ଟଙ୍କାରୁ ୨ କୋଟି ୪୮ ଲକ୍ଷ ଟଙ୍କା କେମିତି ହେଲା ତାହାକୁ ପ୍ରଦୀପ ଅତିକମରେ ବୁଝାଇ କହିବା ଆବଶ୍ୟକ । କାରଣ ଏହା ଦ୍ୱାରା ଓଡ଼ିଶା ତଥା ବିଶେଷକରି ତାଙ୍କରି ନିର୍ବାଚନ ମଣ୍ଡଳିର ବେକାର ଯୁବକଙ୍କ କିଛି ଶିକ୍ଷା ପାଇ ପାରିବେ । ସେମାନେ ଚାକିରି ପାଇଁ ଦଲାଲଙ୍କୁ ଟଙ୍କା ଦେଇ ପଛରେ ପଶ୍ଚତାପ କରିବେ ନାହିଁ ।

ପ୍ରଦୀପଙ୍କ ବ୍ୟାଙ୍କ ଆକାଉଣ୍ଟ ଡିଟେଲ ଅନେକ ପ୍ରଶ୍ନ ଉଠାଉଛି । ସେହି ମଧ୍ୟରୁ କିଛି ପ୍ରଶ୍ନ ଉପରେ ଆସନ୍ତୁ ନଜର ପକାଇବା ଓ ଆଶା କରିବ ପ୍ରଦୀପ ଏହି ସବୁ ପ୍ରଶ୍ନର ଉତ୍ତର ଦେବେ । କାରଣ ସେ ଲୋକାୟୁକ୍ତ ଆଇନ୍ ଅନୁସାରେ ଜଣେ ପବ୍ଲିକ୍ ସର୍ଭାଣ୍ଟ୍

ବହିଷ୍କୃତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଏହି ପ୍ରଶ୍ନ ସବୁର ଉତ୍ତର ଦେବେ କି ?

  • ଗତ ଚାରି ମାସ ମଧ୍ୟରେ ବ୍ରହ୍ମପୁର କୋର୍ଟପେଟାର ICICI ବ୍ୟାଙ୍କରେ ଥିବା ପ୍ରଦୀପଙ୍କ ଖାତା(୨୦୩୬୦୧୫୦୧୯୪୮)ରେ ୨ କୋଟି ୮ ଲକ୍ଷ ଟଙ୍କା ଜମା ହୋଇଛି । କେଉଁ ସ୍ରୋତରୁ ଏତେ ଟଙ୍କା ଆସିଛି ?
  • ଗଂଜାମ ଜିଲ୍ଲାର ମଦ ବ୍ୟବସାୟୀ ସୂର୍ଯ୍ୟ ସାହୁଙ୍କ ସଂପର୍କୀୟ ରବିନ୍ଦ୍ର ସାହୁଙ୍କ ସହ ନିଜ ସଂପର୍କ ବାବଦରେ ପ୍ରଦୀପ ପାଣିଗ୍ରାହୀ  ସ୍ପଷ୍ଟ କରିବେ କି ?
  • ରବିନ୍ଦ୍ର ସାହୁ ପ୍ରଦୀପଙ୍କ ବ୍ୟାଙ୍କ ଖାତାରେ ମୋଟ ୭୫ ଲକ୍ଷ ଟଙ୍କା ଜମା କରିଛନ୍ତି । ଏବେ ପ୍ରଦୀପ ସ୍ପଷ୍ଟ କରିବେ କି ରବିନ୍ଦ୍ର କ’ଣ ପାଇଁ ଏତେ ଟଙ୍କା ତାଙ୍କ ଖାତାରେ ଜମା କରିଥିଲେ ?
  • ସୁର୍ଯ୍ୟ ଫିଲିଂ ଷ୍ଟେଶନ ଯାହାର ମାଲିକ ହେଉଛନ୍ତି ମଦ ବ୍ୟବସାୟୀ ସୁର୍ଯ୍ୟ ସାହୁ ସେ ଅଗଷ୍ଟ ୨୭ ତାରିଖରେ ପ୍ରଦୀପଙ୍କ ଆକାଉଣ୍ଟରେ ୪୦ ଲକ୍ଷ ଟଙ୍କା ଜମା କରିଥିଲେ । ଏତେ ଟଙ୍କା ଜମା କରିବାର କାରଣ ବାବଦରେ ପ୍ରଦୀପ ଏବେ ଉତ୍ତର ରଖିବେ କି ?
  • ସେହିଭଳି ଦିଲ୍ଲୀପ ପାଣିଗ୍ରାହି (ପ୍ରଦୀପଙ୍କ ଭାଇ) ମଧ୍ୟ ତାଙ୍କ ଆକାଉଣ୍ଟରେ ଟଙ୍କା ଜମା କରିଥିଲେ । ଚାକିରି ଦେବା ନାମରେ ବେକାର ଯୁବକଙ୍କଠାରୁ ସଂଗ୍ରହ କରାଯାଇଥିବା ଟଙ୍କା କ’ଣ ପ୍ରଦୀପଙ୍କ ଆକାଉଣ୍ଟକୁ ଯାଇଥିଲା ?
  • ଏସ.କେ ମହାରଣା କିଏ ? ଯିଏ କି ପ୍ରଦୀପଙ୍କ ବ୍ୟାଙ୍କ ଖାତାରେ ୨୫ ଲକ୍ଷ ଟଙ୍କା ଜମା କରିଥିଲା । ଟାଟା କଲୋନିରେ ରହୁଥିବା ଦଲାଲ ବୁଲୁ ଗୌଡ ଜରିଆରେ ବାଲି ମାଫିଆ ଠାରୁ ସଂଗ୍ରହ କରାଯାଇଥିବା ଟଙ୍କାର ଏହି ୨୫ ଲକ୍ଷ ସହ କୌଣସି ସଂପର୍କ ରହିଛି କି ?  ମଦ ଓ ବାଲି ମାଫିଆ ସହ ଆପଣଙ୍କ ସଂପର୍କ ସେତୁ କ’ଣ ବୁଲୁ ଗୌଡ ?
  • ସେହିଭଳି ପ୍ରଦୀପଙ୍କ ଖାତାରେ ୧୫ ଲକ୍ଷ ଟଙ୍କା ଡିପୋଜିଟ୍ କରିଥିବା ଝୁନୁ ପାଣିଗ୍ରାହୀ କିଏ ? ଲାଂଜିଆପଲ୍ଲୀର ବେକାର ଯୁବକଙ୍କୁ ଚାକିରି ଦେବା ନାମରେ ଯେଉଁ ଅର୍ଥ ଆଦାୟ ହୋଇଥିଲା ଏହି ଟଙ୍କା ସହିତ ତାର ସଂପର୍କ ରହିଛି କି ?
  • ଏହା କେବଳ ଗୋଟିଏ ଆକାଉଣ୍ଟରେ ଡିପୋଜିଟ୍ ହୋଇଥିବା ଟଙ୍କା ସଂପର୍କିତ ସୂଚନା । ପ୍ରଶ୍ନ ଉଠୁଛି ଯେ, ନିଜକୁ ଲୋକଙ୍କ ସାଥୀ ବୋଲି ଦାବି କରୁଥିବା ପ୍ରଦୀପଙ୍କର ଆଉ କେତୋଟି ଆକାଉଣ୍ଟ୍ ରହିଛି ?
  • ଗତ ବର୍ଷ ପ୍ରଦୀପ ଆଇଟିଆର ଫାଇଲରେ ନିଜ ଆୟ ୧୦ ଲକ୍ଷ ବୋଲି ଦର୍ଶାଇ ଥିଲେ । ଚଳିତ ବର୍ଷ କେମିତି ତାଙ୍କ ଆକାଉଣ୍ଟକୁ ଅଚାନକ ୨ କୋଟି ୪୮ ଲକ୍ଷ ଟଙ୍କା ଆସିଗଲା ?
  • ଏସବୁ ଲେଣଦେଣ କେବଳ ଗୋଟିଏ ଆକାଉଣ୍ଟରେ ହୋଇଛି । ଅନ୍ୟ ବ୍ୟାଙ୍କରେ ପ୍ରଦୀପ କେତେ ଲେଣଦେଣ କରିଛନ୍ତି ? ପ୍ରଦୀପଙ୍କ ପକ୍ଷରେ ଏବେ ନିଜ ଆର୍ଥିକ ଲେଣଦେଣ ବାବଦରେ ସୂଚନା ଦେବାର ସମୟ ଆସିନାହିଁ କି ? ତାଙ୍କ ପରିବାରର ଅନ୍ୟ ସଦସ୍ୟଙ୍କ ବ୍ୟାଙ୍କ ଖାତା ବାବଦରେ ସେ କ’ଣ କହିବେ ?
  • ମଦ ଓ ବାଲି ମାଫିଆ ପାଇଁ ପ୍ରଦୀପ କ’ଣ ସବୁ ଗୁରୁତ୍ୱପୂର୍ଣ୍ଣ କାମ କରୁଥିଲେ ଯେ, ତାଙ୍କ ଆକାଉଣ୍ଟକୁ ଏତେ ବଡ ରକମ ଆସୁଥିଲା ?

ପାଣ୍ଡୋରା ବକ୍ସ ଏବେ ମାତ୍ର ଖୋଲିଛି । ଆଗକୁ ଆହୁରି ଅନେକ ତଥ୍ୟ ସାମ୍ନାକୁ ଆସିବ । ପ୍ରଦୀପ ପାଣିଗ୍ରାହୀ କହି ଆସୁଛନ୍ତି ଯେ, ସେ କୌଣସି ପ୍ରକାରର ଜନବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ନଥିଲେ । ତେବେ ପ୍ରଶ୍ନ ହେଉଛି ଏଭଳି ବେନାମୀ ଟଙ୍କା ଲେଣଦେଣ ଯଦି ଅପରାଧ ଓ ଜନବିରୋଧୀ କାମ ନୁହେଁ ତେବେ ଆଉ କ’ଣ ? ଏହି ବ୍ୟାଙ୍କ ଟ୍ରାଂଜାକସନ ପ୍ରଦୀପଙ୍କ ଅପରାଧର ପ୍ରମାଣ ।ସେ କେଉଁଭଳି ଭାବେ ଗଂଜାମ ବାସିନ୍ଦାଙ୍କ ସହ ପ୍ରତାରଣ କରି ବେଆଇନ୍ ଭାବେ କୋଟିକୋଟି ଟଙ୍କା ଆୟ କରିଛନ୍ତି ତାହାର ଏହା ହେଉଛି ପ୍ରମାଣ  । ସବୁଠୁ ବଡ ପ୍ରଶ୍ନ ହେଉଛି ମୁହଁଟାଣ ଦେଖାଇ ପ୍ରମାଣ ମିଳିଲେ ଇସ୍ତଫା ଦେବି ବୋଲି କହୁଥିବା ପ୍ରଦୀପ ଏବେ ଇସ୍ତଫା ଦେବେ କି ?

ମାଙ୍ଗଳିକ କାର୍ଯ୍ୟରେ କାହିଁକି ହାତରେ ବାନ୍ଧନ୍ତି ଡୋର, କେଉଁ ରାଶି ବ୍ୟକ୍ତିଙ୍କୁ ଏହା ଦେଇଥାଏ ଶୁଭଫଳ

ବିବାହ ବ୍ରତ ଭଳି କୌଣସି ମାଙ୍ଗଳିକ କାର୍ଯ୍ୟ କଲେ ଆମେ ପ୍ରଥମେ ହାତରେ ରକ୍ଷା ସୂତ୍ର ବାନ୍ଧିଥାଉ। ବିପଦ ସମୟରେ ଏହା ଆମକୁ ରକ୍ଷା କରିଥାଏ ବୋଲି ହିନ୍ଦୁ ଧର୍ମରେ ଆସ୍ଥା ରହିଛି। ଏହା ହାତରେ ବାନ୍ଧିଲେ ଶରୀର ପାଇଁ ହିତକର ହୋଇଥାଏ ବୋଲି ବିଜ୍ଞାନ ମଧ୍ୟ ଗ୍ରହଣ କରିଛି । ହିନ୍ଦୁ ଧର୍ମ ପରମ୍ପରାରେ ହାତରେ ଧାର୍ମିକ ସୂତ୍ରକୁ ବହୁତ ମହତ୍ୱ ଦିଆଯାଏ, କାରଣ ଜୀବନରେ ସକାରାତ୍ମକ ଭାବନା ଆଣିବା ପାଇଁ ସବୁ ପୂଜା ସମୟରେ ଆମେ ହାତରେ ନାଲିସୂତ୍ର ପିନ୍ଧିଥାଉ। ବାସ୍ତୁଶାସ୍ତ୍ର ଅନୁସାରେ ନାଲି ରଙ୍ଗର ସୂତ୍ର ପିନ୍ଧିବା ଦ୍ୱାରା ଭଗବାନ ହନୁମାନଙ୍କ କୃପା ଦୃଷ୍ଟି ମିଳିଥାଏ।

ମନ୍ଦିର ଏବଂ ବିଭିନ୍ନ ଧାର୍ମିକ ସ୍ଥାନରେ ହାତରେ ବନ୍ଧା ଯାଇଥିବା ସୂତ୍ର ମୁଖ୍ୟତଃ ପାଞ୍ଚଟି ରଙ୍ଗର ରହିଥାଏ। ଏଥିରେ ଥିବା ସମସ୍ତ ରଙ୍ଗର ମହତ୍ତ୍ୱ ଭିନ୍ନ ଭିନ୍ନ ରହିଛି । ଏହି ସୂତ୍ରକୁ ରକ୍ଷା ସୂତ୍ର ମଧ୍ୟ କୁହାଯାଇଥାଏ। ଏହାକୁ ହାତରେ ବାନ୍ଧିଥିବା ବ୍ୟକ୍ତିଙ୍କ ଉପରେ ତ୍ରିଦେବ ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ୱରଙ୍କର ପ୍ରଭାବ ପଡ଼ିଥାଏ। ଏଥିସହ ସମସ୍ତ କାମରେ ସଫଳତା ମଧ୍ୟ ମିଳିଥାଏ।

ଶାସ୍ତ୍ର ଅନୁସାରେ ମେଷ, ବୃଷ, ମିଥୁନ, କର୍କଟ ଏବଂ ସିଂହ ରାଶିର ବ୍ୟକ୍ତି ନାଲି ବ୍ରତ ପିନ୍ଧିବା ଦ୍ୱାରା ଭାଗ୍ୟଶାଳୀ ସାବ୍ୟସ୍ତ ହୋଇଥାନ୍ତି। ଏହା ସହିତ ରାଶିର ବ୍ୟକ୍ତିଙ୍କ ଉପରେ କୌଣସି ପ୍ରକାର ଦୁର୍ଦ୍ଦଶା ତଥା ଅସୁବିଧା ଆସି ନ ଥାଏ। ଏହିସବୁ ରାଶିର ବ୍ୟକ୍ତି ନିୟମିତ ନାଲି ରଙ୍ଗର ବ୍ରତ ପିନ୍ଧିବା ଦ୍ୱାରା ଶୀଘ୍ର ଚାକିରି ହେବା ସହ ଭବିଷ୍ୟତ ଉଜ୍ଜ୍ୱଳ ହୋଇଥାଏ।

ଜାଣିରଖନ୍ତୁ,ଏହି ସୂତ୍ରକୁ ଅବିବାହିତା ମହିଳା ଏବଂ ପୁରୁଷ ଡ଼ାହାଣ ହାତରେ ବାନ୍ଧିଥିବା ବେଳେ ବିବାହିତ ବ୍ୟକ୍ତି ବାମ ହାତରେ ବାନ୍ଧିବା ନିୟମ ଅଟେ । ଏହି ସୂତ୍ରକୁ ବାନ୍ଧିବା ସମୟରେ ସର୍ବଦା ହାତକୁ ମୁଠି କରି ବନ୍ଦ ରଖନ୍ତୁ।

ସାମ୍ନାକୁ ଆସିଲା ପ୍ରଭାସଙ୍କ ଫିଲ୍ମ ‘ସଲାର’ର ଫାଷ୍ଟ ଲୁକ୍

ନୂଆଦିଲ୍ଲୀ: ବାହୁବଳୀ ଫେମ୍‌ ତଥା ଦକ୍ଷିଣ ଭାରତୀୟ ସୁପରଷ୍ଟାର ପ୍ରଭାସ ପୁଣି ବଡ଼ ପରଦାରେ ଧମାକା କରିବାକୁ ଆସୁଛନ୍ତି। ଏଥର ସେ କେଜିଏଫ୍‌ ଫିଲ୍ମର ନିର୍ଦେଶକ ପ୍ରଶାନ୍ତ ନୀଲ୍‌ଙ୍କ ଫିଲ୍ମ ‘ସାଲାର’ରେ ଦେଖିବାକୁ ମିଳିବେ। ଫିଲ୍ମର ସୁଟିଂ ୨୦୨୧ରେ ଆରମ୍ଭ ହେବ। ଟ୍ରେଣ୍ଡ୍‌ ଆନାଲିଷ୍ଟି ତରୁଣ ଆଦର୍ଶ ଟ୍ବିଟ୍‌ରେ ଫିଲ୍ମ ସାଲାର ବାବଦରେ ସୂଚନା ଦେବା ସହ ପୋଷ୍ଟର ଛାଡ଼ିଛନ୍ତି ।

ଫିଲ୍ମରେ ପ୍ରଭାସଙ୍କର ପ୍ରଥମ ଲୁକ୍‌ ଦେଖିବା ପରେ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଛି । କିଛିଦିନ ତଳେ ପ୍ରଶାନ୍ତ ନୀଲ୍‌ ହାଇଦ୍ରାବାଦରେ ପ୍ରଭାସଙ୍କୁ ଭେଟି ଫିଲ୍ମର କାହାଣୀ ଶୁଣାଇଥିଲେ। ଏହା ପ୍ରଭାସଙ୍କୁ ବହୁତ ପସନ୍ଦ ହୋଇଥିଲା। ଏବେ ପ୍ରଶାନ୍ତ ‘କେଜିଏଫ୍‌-ଚାପ୍ଟର ୨’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ପ୍ରଭାସ ଓ ପୂଜା ହେଗ୍‌ଡେ ଫିଲ୍ମ ‘ରାଧେ ଶ୍ୟାମ’ର ସୁଟିଂ ସାରି ଇଟାଲିରୁ ଫେରିଛନ୍ତି ।