spot_img
Home Blog Page 6334

ବିପଦ ସଂକେତ ଛୁଇଁଲା ହୀରାକୁଦ ଜଳଭଣ୍ଡାର

ବୁର୍ଲା: ରାଜ୍ୟରେ ଲାଗି ରହିଛି ଲଘୁଚାପ ବର୍ଷା । ଉପର ମୁଣ୍ଡରେ ବର୍ଷା କାରଣରୁ ହୀରାକୁଦ ଫୁଲୁଛି । ସେଥିପାଇଁ ବିପଦ ସଂକେତ ଛୁଇଁଲା ହୀରାକୁଦ ଜଳଭଣ୍ଡାର । ବିପଦ ସଂକେତ ୬୩୦ ଫୁଟ ରହିଥିବା ବେଳେ ବର୍ତମାନ ଜଳସ୍ଥର ମଧ୍ୟ ୬୩୦ ଫୁଟ ରହିଛି । ତେବେ ଧୀରେଧୀରେ ଜଳସ୍ଥର ଆହୁରି ବୃଦ୍ଧିପାଇବାରେ ଲାଗିଛି । ଏପଟେ ଜଳଭଣ୍ଡାରର ୪ ଟି ସ୍ୱିସଗେଟ ଖୋଲାଯାଇ ବନ୍ୟାଜଳ ନିଷ୍କାସନ କରାଯାଉଛି । ବର୍ତ୍ତମାନ ଜଳଭଣ୍ଡାର ମଧ୍ୟକୁ ୮୪୬୨୯ କ୍ୱିସେକ ବନ୍ୟାଜଳ ପ୍ରବେଶ କରୁଥିବା ବେଳେ ୮୪୬୨୯ କ୍ୱିସେକ ବନ୍ୟାଜଳ ନିଷ୍କାସିତ କରାଯାଉଛି ।

ଜଳଭଣ୍ଡାରର ବାମପାର୍ଶ୍ୱରୁ ୩ ଟି ଓ ଦକ୍ଷିଣ ପାର୍ଶ୍ୱରୁ ୧ଟି ସ୍ୱିସଗେଟ ଖୋଲାଯାଇଛି। ପରିସ୍ଥିତିକୁ ଦେଖି ଆହୁରି ଅଧିକ ସ୍ୱିସଗେଟ ଖୋଲାଯିବ ବୋଲି ସୂଚନା ମିଳିଛି । ବର୍ତମାନ ହୀରାକୁଦ ଜଳଭଣ୍ଡାର ବିଭାଗ ପକ୍ଷରୁ ସତର୍କ ସୂଚନା ବା ସାଇରନ ଦ୍ୱାରା ସତର୍କ କରାଯାଉଛି । ଅନ୍ୟ ପଟେ ଉପରମୁଣ୍ଡରୁ ଲଗାତାର ଭାବେ ବନ୍ୟାଜଳ ହୀରାକୁଦ ଜଳଭଣ୍ଡାର ମଧ୍ୟକୁ ପ୍ରବେଶ କରୁଛି । ଯଦି ଅଧିକ ମାତ୍ରାରେ ବନ୍ୟାଜଳ ହୀରାକୁଦ ଜଳଭଣ୍ଡାର ମଧ୍ୟକୁ ପ୍ରବେଶ କରେ ତେବେ ଜଳଭଣ୍ଡାରର ଅଧିକ ସ୍ୱିସଗେଟ ଖୋଲାଯିବା ନେଇ ସୂଚନା ମିଳିଛି ।

ଅଭିଜ୍ଞ କୋହଲିଙ୍କ ବାଙ୍ଗାଲୋରକୁ ହରାଇଲା ଯୁବ ଦିଲ୍ଲୀ କ୍ୟାପିଟାଲ୍ସ

ଦୁବାଇ: ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ) ସୋମବାର ହୋଇଥିବା ଏକ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟୀ ହୋଇଛି । ଦିଲ୍ଲୀ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୫୯ରନରେ ହରାଇଛି । ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ନିର୍ଦ୍ଦାରିତ ୨୦ ଓଭରରେ ୪ ଉଇକେଟ ହରାଇ ୧୯୬ ରନ କରିଥିଲା ।

ଦଳପକ୍ଷରୁ ପୃଥ୍ୱୀ ସ ୪୨, ଧାୱନ ୩୨, ଆୟର ୧୧, ପନ୍ଥ ୩୭, ଷ୍ଟୋନିସ ୫୩ ଏବଂ ହେଟମାର ୧୧ରନ କରିଥିଲେ । ଏହାର ଜବାବରେ ବାଙ୍ଗାଲୋର ମାତ୍ର ୧୩୭ ରନ କରିପାରିଥିଲା । ଦଳପକ୍ଷରୁ ପାଡିକଲ ୪, ଫିଞ୍ଚ ୧୩, କୋହଲି ୩୯, ଡିଭିଲିୟର୍ସ ୯, ଅଲ୍ଲା ୧୧ ଏବଂ ୱାଶିଂଟନ ସୁନ୍ଦର ୧୭ ରନ କରିଥିଲେ । ଏହି ବିଜୟ ପରେ ଦିଲ୍ଲୀ ଟେବୁଲର ଶୀର୍ଷରେ ପହଞ୍ଚିଛି । ଆସନ୍ତା କାଲି ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମୁକାବିଲା ହେବ ।

ସୋର ଷ୍ଟେସନରେ ଥିବା ଫୁଟ୍ ଓଭରବ୍ରିଜକୁ ଧକ୍କା ଦେଲା ମାଲବାହୀ ଟ୍ରେନ

ବାଲେଶ୍ୱର: ବାଲେଶ୍ଵର ଜିଲ୍ଲା ସୋରସ୍ଥିତ ରେଲୱେ ଷ୍ଟେସନରେ ଥିବା ଫୁଟ୍ ଓଭର ବ୍ରିଜକୁ ଧକା ଦେଇଛି ଏକ ମାଲ୍ ବାହି ଟ୍ରେନ । ସୂଚନା ଅନୁସାରେ ଧାମରାରୁ ଏନ୍ ଟି ଏସ ଡାଉନ ଟ୍ରେନ କୋଇଲା ଲୋଡ କରି ପଶ୍ଚିମବଙ୍ଗ ହଳଦିଆ ଅଭିମୁଖେ ଯାଉଥିବା ବେଳେ ସୋର ଷ୍ଟେସନରେ ଥିବା ଫୁଟ ଓଭର ବ୍ରିଜକୁ ଧକା ଦେଇ ଡାଉନ ଲାଇନରେ ଥିବା କିଛି ସିଗ୍ନାଲ୍ ଖୁଣ୍ଟକୁ ଭାଙ୍ଗି ଦେଇଥିବା ଜଣାପଡିଛି ।

Goods Train Accident In Soro Railway Station

ଟ୍ରେନଟି ଧକା ଦେଇ ମୁଳିସିଂ ରେଲୱେ ଫାଟବକ ନିକଟରେ ଅଟକି ରହିଥିବା ବେଳେ ଡାଉନ ଲାଇନ ଓ ଅଫ୍ ଲାଇନରେ ଟ୍ରେନ ଚଳା ଚଳରେ ବାଧାପ୍ରାପ୍ତ ହୋଇଛି । ତେବେ କେଉଁ ନିର୍ଦ୍ଦିଷ୍ଟ କାରଣରୁ ଟ୍ରେନଟି ଫୁଟ ଓଭର ବ୍ରିଜକୁ ଧକା ଦେଲା, ସେ ସମ୍ପର୍କିତ କୌଣସି ସୂଚନା ମିଳିନାହିଁ ।

ଏକ ତରଫା ପ୍ରେମର କରୁଣ ପରିଣତି, ମା’-ପୁଅର ତଣ୍ଟି କାଟିବା ପରେ ନିଜ ତଣ୍ଟି କାଟିଲା

ଗଞ୍ଜାମ: ଏକ ତରଫା ପ୍ରେମର କରୁଣ ପରିଣତି । ପ୍ରେମିକାର ତଣ୍ଟି କାଟିବା ସହ ନିଜ ତଣ୍ଟି ମଧ୍ୟ କାଟିଲା ପାଗଳ ପ୍ରେମିକ । ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ବାଲିପଦର ଫାଣ୍ଡି ଅନ୍ତର୍ଗତ ଝୋଲରି ଗ୍ରାମରେ । ପାଗଳ ପ୍ରେମିକର ଏଭଳି କାଣ୍ଡ ଦେଖି ଗାଁ ଲୋକ ଧରି ନିର୍ଧୁମ୍‌ ଛେଚିଲେ । ପରେ ପୋଲିସ ଜିମା ଦେଲେ ।

ସୂଚନାଯୋଗ୍ୟ, ବାଣପୁର ଥାନା ଅନ୍ତର୍ଗତ ପେଣ୍ଡୁରାପଲ୍ଲୀ ଗ୍ରାମର ରୂପ ନାରାୟଣ ଦଳବେହେରା ଜଣେ ମହିଳାଙ୍କୁ ପ୍ରେମ କରୁଥିଲେ । ଉକ୍ତ ମହିଳା ଜଣକ ହେଉଛନ୍ତି ବିବାହିତା ଏବଂ ତାଙ୍କର ଏକ ପୁତ୍ର ସନ୍ତାନ ମଧ୍ୟ ରହିଛି । ତେବେ ମହିଳାଙ୍କ ସ୍ୱାମୀ ଢ଼େଙ୍କାନାଳରେ ଏକ ନିର୍ମାଣ ସଂସ୍ଥାରେ କାମ କରୁଥିବା ବେଳେ ପୁରା ପରିବାର ସେଠାରେ ରହୁଥିଲେ । ଆଉ ସେହି ସମୟରେ ରୂପ ନାମକ ବ୍ୟକ୍ତି ଜଣଙ୍କର ମହିଳାଙ୍କ ପରିବାର ସହ ଘନିଷ୍ଠତା ବଢ଼ିଥିଲା । ପରେ ରୂପ ମହିଳାଙ୍କୁ ଏକ ତରଫା ପ୍ରେମ କରିବା ଆରମ୍ଭ କରିଥିଲା । ତେବେ କିଛି ଦିନ ପରେ ମହିଳାଙ୍କ ସ୍ୱାମୀ ସୁଶାନ୍ତ, ପୁରା ପରିବାରକୁ ନେଇ ଝୋଲରି ଗାଁକୁ ଚାଲି ଆସିଥିଲେ । ହେଲେ ପାଗଳ ପ୍ରେମୀ ରୂପ ମହିଳାଙ୍କ ସହ ଫୋନ୍‌ରେ ବେଳେ ବେଳେ କଥା ହେଉଥିଲା । କିନ୍ତୁ ହଠାତ୍‌ ଦୁଇ ମାସ ହେବ ମହିଳା ଜଣଙ୍କ ରୂପର ଫୋନ୍‌ ଉଠାଇନଥିଲେ ।

ଏହି ଫୋନ୍‌ ନଉଠାଇବା କାରଣରୁ ରୂପ ଅତ୍ୟନ୍ତ ରାଗିଯାଇ ବାଇକ୍ ଯୋଗେ ଝୋଲରି ଗାଁରେ ମହିଳାଙ୍କ ଘରେ ପହଞ୍ଚିଥିଲା । ଆଉ ସାଙ୍ଗରେ ଆଣିଥିବା ଏକ ଧାରୁଆ ଅସ୍ତ୍ରରେ ଉକ୍ତ ମହିଳା ଓ ତାଙ୍କ ପୁଅର ତଣ୍ଟି କାଟି ଦେଇଥିଲା । ଏହାପରେ ରୂପ ନିଜେ ମଧ୍ୟ ନିଜ ତଣ୍ଟି କାଟି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲା ।

ତେବେ ଚିତ୍କାର ଶୁଣି ସ୍ଥାନୀୟ ଲୋକ ମହିଳାଙ୍କ ଘରେ ରୁଣ୍ଡ ହୋଇଥିଲେ । ଆଉ ପାଗଳ ପ୍ରେମୀ ରୂପକୁ କାବୁ କରି ନିସ୍ତୁକ୍‌ ମାଡ଼ ମାରିଥିଲେ । ପରେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ରୂପକୁ ପ୍ରଥମେ ମେଡିକାଲ ଓ ପରେ ଥାନାରେ ଅଟକ ରଖିଛି । ସେହିଭଳି ଉକ୍ତ ମହିଳା ଓ ତାଙ୍କ ପୁଅକୁ ଉଦ୍ଧାର କରି ପ୍ରଥମେ ସ୍ଥାନୀୟ ବୁଗୁଡ଼ା ମେଡିକାଲ ଓ ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରଯାଇଛି । ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି ।

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ

ଯାଜପୁର: ବଡଚଣା ବିଦ୍ୟୁତ ବିଭାଗ ଜେଇ ସ୍ୱାଧୀନ କୁମାର ସାହୁ ୧୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଗିରଫ ହୋଇଛନ୍ତି । ଏ ନେଇ ଭିଜିଲାନ୍ସ ପକ୍ଷରୁ ସୋମବାର ଗଣମାଧ୍ୟମକୁ ଅବଗତ କରାଯାଇଛି । ସ୍ଥାନୀୟ ସୁଙ୍ଗୁଡ଼ା ଅଞ୍ଚଳର ଚିତ୍ତରଞ୍ଜନ ନାୟକଙ୍କ ଘର ପାଖରେ ଥିବା 11 କେଭି ବିଦ୍ୟୁତ ଲାଇନ ସ୍ଥାନାନ୍ତର ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଠାରେ ଅଭିଯୋଗ କରିଥିଲେ। ଏହି କାର୍ଯ୍ୟ କରିବା ପାଇଁ ସ୍ୱାଧୀନ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । କୌଣସି ମତେ ଏସମ୍ପର୍କରେ ସୂଚନା ପାଇ ଭିଜିଲାନ୍ସ ଟିମ ପକ୍ଷରୁ ଧରପଗଡ଼ କରାଗଲା । ଜେଇ ଲାଞ୍ଚ ମାଗିବା ନେଇ ଚିତ୍ତରଂଜନ ଆଗତୁରା ଭିଜିଲାନ୍ସ ସହ ଯୋଗାଯୋଗ କରିସାରିଥିଲେ । ଯାହା ଦ୍ୱାରା ଲାଞ୍ଚ ନେବା ଅବସ୍ଥାରେ ତାଙ୍କୁ ଗିରଫ କରାଯାଇଥିଲା ।

ସାଧାରଣ ଜନତାଙ୍କୁ ସବୁ ପ୍ରକାର ସେବା ଯୋଗାଇ ଦେବା ଅଧିକାରୀମାନଙ୍କ ପ୍ରାଥମିକ ଦାୟିତ୍ୱ । ଏଥିପାଇଁ ଲାଞ୍ଚ ମାଗିବା ଏକ ଧର୍ତ୍ତବ୍ୟ ଅପରାଧ । ଦୁର୍ନୀତି, ଲାଞ୍ଚକୁ ନେଇ ରାଜ୍ୟ ସରକାର ସବୁ ସମୟରେ କଡ଼ା ଆଭିମୁଖ୍ୟ ପୋଷଣ କରିଆସିଛନ୍ତି । ଗତବର୍ଷ ଆରମ୍ଭ ହୋଇଥିବା ମୋ ସରକାର କାର୍ଯ୍ୟକ୍ରମ ମଧ୍ୟ ଦୁର୍ନୀତିକୁ ହ୍ରାସ କରିବାରେ ବିଶେଷ ସହାୟକ ହୋଇ ପାରିଛି ।

IPL 2020: ଟି-ଟ୍ୱେଣ୍ଟିରେ ପ୍ରଥମ ଭାରତୀୟ ଭାବେ ବିରାଟ କୋହଲି ରଚିଲେ ଇତିହାସ

ଦୁବାଇ: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗଳୁରୁ ଅଧିନାୟକ ବିରାଟ କୋହଲି ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚରେ ୧୦ ରନ୍ କରି ରେକର୍ଡ କରିଛନ୍ତି । ଟି-ଟ୍ୱେଣ୍ଟି କ୍ରିକେଟରେ ୯ ହଜାର ରନ ପୂରଣ କରିଥିବା ପ୍ରଥମ ଭାରତୀୟ ଖେଳାଳି ହେଉଛନ୍ତି ବିରାଟ କୋହଲି । ଏହା ପୂର୍ବରୁ ବିରାଟ ରାଜସ୍ଥାନ ରୟାଲ୍ସ ବିରୋଧରେ ଅପରାଜିତ ୭୨ ରନ୍ କରି ଏହି ଅଙ୍କ ପାଖାପାଖି ପହଞ୍ଚିଥିଲେ । ଆଜି ୧୦ ରନ୍ କରି ୯ ହଜାର ରନ୍ କ୍ଲବରେ ସାମିଲ୍ ହୋଇଛନ୍ତି ।

Rohit Sharma Entered 9000 Runs Club in T20

ଏହି ମ୍ୟାଚ୍ ପୂର୍ବରୁ ବିରାଟ କୋହଲି ଆଇପିଏଲରେ ୧୮୧ ମ୍ୟାଚ ଖେଳି ୫ ହଜାର ୫୦୨ ରନ୍ କରିଥିଲେ । ସବୁକୁ ମିଶାଇ ଦେଖିଲେ କୋହଲି ଟି-ଟ୍ୱେଣ୍ଟି କ୍ରିକେଟରେ ୯ ହଜାର ରରନ୍ କରିଥିବା ସପ୍ତମ ବ୍ୟାଟ୍ସମ୍ୟାନ । ୨୭୧ ତମ ମ୍ୟାଚରେ ମ୍ୟାଚରେ ହର୍ଷଲ ପଟେଲଙ୍କ ବଲରେ ଚୌକା ମାରି କୋହଲି ଏହି ସ୍କୋର କରିଛନ୍ତି । ଏହା ପୂର୍ବରୁ ୨୭୦ଟି ମ୍ୟାଚ୍ ଖେଳିଥିବା କୋହଲି ଟି-ଟ୍ୱେଣ୍ଟ କ୍ରିକେଟରେ ୮ ହଜାର ୯୯୦ ରନ୍ କରିଥିଲେ ।

Rohit Sharma Entered 9000 Runs Club in T20

ଟି-ଟ୍ୱେଣ୍ଟି କ୍ରିକେଟରେ ସବୁଠୁ ଅଧିକ ରନ୍ କରିଛନ୍ତି କ୍ରିସ୍ ଗେଲ । ଗେଲ ୪୦୪ଟି ମ୍ୟାଚ୍ ଖେଳି ସର୍ବାଧିକ ୧୩ ହଜାର ୨୯୬ ରନ୍ କରିଛନ୍ତି । ଗେଲଙ୍କ ପରେ ଦ୍ୱିତୀୟରେ ରହିଛନ୍ତି କାୟରନ ପୋଲାର୍ଡ ଯିଏକି ୫୧୭ଟି ମ୍ୟାଚ୍ ଖେଳ ୧୦ ହଜାର ୩୭୦ ରନ୍ କରିଛନ୍ତି । ସୋଏବ ମଲିକ ୯ ହଜାର ୯୨୬ ରନ୍, ବ୍ୟାଣ୍ଡନ ମ୍ୟାକଲମ ୯ ହଜାର ୯୨୨ ରନ୍, ଡେଭିଡ୍ ୱାର୍ନର ୯ ହଜାର ୪୫୧ ଓ ଆରୋନ ଫିଞ୍ଚ ୯ ହଜାର ୧୪୮ ରନ୍ କରି ତାଲିକାରେ ଅଛନ୍ତି ।

Rohit Sharma Entered 9000 Runs Club in T20

ଏହା ବାଦ୍ ଆଇପିଏଲରେ ୨୦୦ ଛକ୍କା ପୂରା ପାଖାପାଖି ପହଞ୍ଚିଛନ୍ତି କୋହଲି । କୋହଲି ଏବେ ଆଇପିଏଲରେ ସର୍ବାଧିକ ଛକ୍କା ମାରୁଥିବା ଖେଳାଳିଙ୍କ ମଧ୍ୟରେ ଷଷ୍ଠ ସ୍ଥାନରେ ଅଛନ୍ତି । କୋହଲି ୧୯୨ଟି ଛକ୍କା ମାରିଥିବା ବେଳେ ୮ଟି ଛକ୍କା ମାରିଲେ ୨୦୦ ଛକ୍କା ମାରିଥିବା ଚତୁର୍ଥ ଭାରତୀୟ ବ୍ୟାଟ୍ସମ୍ୟାନ ହେବେ । ଏହା ପୂର୍ବରୁ ମହେନ୍ଦ୍ର ସିଂହ ଧୋନି, ସୁରେଶ ରାଇନା ଓ ରୋହିତ ଶର୍ମା ୨୦୦ରୁ ଅଧିକ ଛକ୍କା ମାରି ସାରିଛନ୍ତି ।

VISUT କୁଳପତିଙ୍କ ବିରୋଧରେ ଅଧ୍ୟାପିକା ଆଣିଲେ ଅସଦାଚରଣ ଅଭିଯୋଗ

ସମ୍ବଲପୁର: ବୁର୍ଲା ବୀରସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ । ଅଧ୍ୟାପିକା ଓ ଅନ୍ୟ ଜଣେ ଅଧ୍ୟାପକଙ୍କ ସ୍ତ୍ରୀଙ୍କୁ କୁଳପତି ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଏନେଇ ବୁର୍ଲା ଥାନାରେ ଅଭିଯୋଗ କରିଛନ୍ତି ପୀଡ଼ିତା ଅଧ୍ୟାପିକା । ଏପରିକି ପୀଡ଼ିତା ଅଧ୍ୟାପିକାଙ୍କ ନାବାଳିକା ଝିଅକୁ ଅପହରଣ କରିନେଇ ଅସଦାଚରଣ କରିଥିବା ମଧ୍ୟ ଅଭିଯୋଗ ହୋଇଛି ।

VISUT

ସୂଚନା ଅନୁସାରେ ଭିସୁଟରେ କାର୍ଯ୍ୟରତ ଅଧ୍ୟାପକ ସଂଘ କିଛି ଦାବି ନେଇ ଆନ୍ଦୋଳନ କରିଥିଲେ । ମାତ୍ର ଦାବିପୂରଣ ପରିବର୍ତ୍ତେ ପର୍ଯ୍ୟାୟକ୍ରମେ ୬ ଅଧ୍ୟାପିକା ଓ ଅଧ୍ୟାପକଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇଥିଲା । ଏନେଇ ହାଇକୋର୍ଟ ମଧ୍ୟ ଯାଇଥିଲା ସଂଘ । ବହିଷ୍କାର ସଂପର୍କରେ କଥାବାର୍ତ୍ତା ପାଇଁ ପୀଡିତା ଅଧ୍ୟାପିକା କୁଳପତିଙ୍କୁ ଭେଟିବାକୁ ଯାଇଥିବା ବେଳେ, ଅସଦାଚରଣର ଶିକାର ହୋଇଥିବା ଅଭିଯୋଗ ହୋଇଛି ।

VISUT

ସେହିପରି ଭିସୁଟ ପରିସରରେ ଥିବା ଅନ୍ୟଜଣେ ଅଧ୍ୟାପକଙ୍କ ଘରକୁ ଯାଇ ତାଙ୍କ ସ୍ତ୍ରୀଙ୍କୁ ଅସଦାଚରଣ କରିଥିବା ମଧ୍ୟ ଅଭିଯୋଗ ହୋଇଛି । ଅଭିଯୋଗ କଲେ ବହିଷ୍କାର ପାଇଁ ଧମକ ଚମକ ଦେଉଥିବା ସେ ଅଭିଯୋଗ ଆଣିଛନ୍ତି । ତେବେ ଏତେ ସବୁ ସତ୍ତ୍ୱେ ବି ପୋଲିସ ପକ୍ଷରୁ ସୁରକ୍ଷା ଦିଆଯାଉନଥିବା ଅଭିଯୋଗ କରିଛନ୍ତି ପୀଡ଼ିତା ।

୨ଟି ବ୍ୟାଙ୍କରୁ ୨ ଦିନରେ ଲୁଟ୍‌ କରିଥିଲା, ପୋଲିସ ଆଗରେ ଡେମୋ ଦେଖାଇଲା ଲୁଟେରା…

ଭୁବନେଶ୍ୱର: ଯେଉଁ ବ୍ୟାଙ୍କରୁ ଲୋନ୍ ନେଇଥିଲା ସେହି ବ୍ୟାଙ୍କରେ ବୁଲାଇଲା କଳାକନାରାଜଧାନୀ ଉପକଣ୍ଠରେ ଘଟିଥିବା ଦୁଇଟି ବ୍ୟାଙ୍କ ଲୁଟ ପର୍ଦ୍ଦାଫାସ ପରେ ଏମିତି କିଛି ଚାଞ୍ଚଲ୍ୟକର କଥା ସାମ୍ନାକୁ ଆସିଛି । ଲୁଟ୍‌ର ମାଷ୍ଟରମାଇଣ୍ଡ ଥିଲା ଟାଙ୍ଗୀ ବନ୍ତ ଗାଁର ସୌମ୍ୟ ରଞ୍ଜନ ଜେନାତା’ ଠାରୁ ୧୦ ଲକ୍ଷ ୭୬ଟଙ୍କା, ସ୍କୁଟି, ପିସ୍ତଲ ଓ ଏୟାର ଗନ ଜବତ କରିଛି ପୋଲିସଶୁଣିଲେ ଆଶ୍ଚର୍ଯ୍ୟ, ହେଲେ ନିଜ ଦୋକାନ ପାଇଁ ଆଣିଥିବା ଋଣ ଟଙ୍କା ସୁଝିବାକୁ ସେ କରିଥିଲା ଡକାୟତି ଯୋଜନା । ଟିପ୍ସ ନେଇଥିଲା ୟୁଟ୍ୟୁବରୁ । ପୋଲିସ୍ ଅଭିଯୁକ୍ତକୁ ଗିରଫ କରିବା ପରେ ସ୍ପଟକୁ ନେଇ ଡେମୋ ଦେଖାଇଥିଲା ।

ସୌମ୍ୟ ବ୍ୟବସାୟ ପାଇଁ ନନ୍ଦନବିହାର ଓ ବରିମୁଣ୍ଡ ଶାଖାରୁ ୧୯ ଲକ୍ଷ ଟଙ୍କା ଲୋନ୍ ନେଇଥିଲା ସୌମ୍ୟ । ହେଲେ ଲକଡାଉନ୍ ସୌମ୍ୟଙ୍କ ସ୍ୱପ୍ନରେ ପକାଇଥିଲା ତାଲା । ଆଉ ତା’ ପରେ ସୌମ୍ୟ କରିଥିଲା ଖତରନାକ୍ ପ୍ଳାନ୍ । ଲୋନ୍ ନେଇଥିବା ବ୍ୟାଙ୍କରୁ ଲୁଟ୍‌ ପାଇଁ କରିଥିଲା ପ୍ଳାନ୍ ।

ପ୍ରଥମେ ସେପ୍ଟମ୍ବର, ନନ୍ଦନବିହାରଏୟାର ଗନ ଧରି ବ୍ୟାଙ୍କ ଭିତରକୁ ପଶିଥିଲା ସୌମ୍ୟ । ଯାହାକି ସିସିଟଭିରେ ରକର୍ଡ ହୋଇଛି । ବ୍ୟାଙ୍କ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ୨ ଲକ୍ଷ ୮୦ ହଜାର ଟଙ୍କା ଲୁଟ୍‌ କରିଥିଲାଲୁଟ୍ ଟଙ୍କାରେ ୬୦ ହଜାର ଟଙ୍କା ଇଏମ୍‌ଆଇ ବାବଦକୁ ପୈଠ କରିଥିଲା । ଆଉ ୭୦ ହଜାର ଟଙ୍କା ଦେଇ କିଣିଥିଲା ପିସ୍ତଲ୍ । ଏହା ପରେ ସୌମ୍ୟଙ୍କ ଟାର୍ଗେଟକୁ ଆସିଥିଲା ବରିମୁଣ୍ଡ ବ୍ରାଞ୍ଚ ।

ପୁଣି ସେପ୍ଟମ୍ବର ୨୮ରେ ଫିଲ୍ମି ଷ୍ଟାଇଲରେ ସୌମ୍ୟ ଦୁଇ ହାତରେ ଧରିଲା ଦୁଇଟି ବନ୍ଧୁକ । ଆଉ ପଶିଲା ବ୍ୟାଙ୍କ ଭିତରକୁ ମୃତ୍ୟୁର ଭୟ ଦେଖାଇ ଆତଙ୍କ ଖେଳାଇ ଦେଲା । ଆଉ ତା ପରେ ଲୁଟ୍ ।

ଗୋଟିଏ ମାସରେ ଦୁଇ ଦୁଇଟ୍ ଲୁଟ୍‌ ପରେ ବ୍ୟାକଫୁଟ୍‌କୁ ଆସିଥିଲା କମିଶନରେଟ ପୋଲିସନାଘନା କରିଥିଲା ସ୍ପେଶାଲ୍ ସ୍କ୍ୱାର୍ଡ । ଶେଷରେ ସିସିଟିଭି ଦେଇଥିଲା ସୌମ୍ୟର ସୁରାକ୍‌ । କାରଣ ଦୁଇଟି ଯାକ ଲୁଟ୍ ବେଳେ ସୌମ୍ୟ ପିନ୍ଧିଥିଲା, କଳାରଙ୍ଗର ଡ୍ରେସ୍, ହେଲମେଣ୍ଟ ଓ ସେ ବ୍ୟବହାର କରିଥିବା ବାଇକ୍ । ଆଉ ସୌମ୍ୟଙ୍କ ଦୋକାନରେ ଚଢାଉ ପରେ ପୋଲିସ୍ ପାଇଥିଲା ପ୍ରମାଣ । ଆଉ ସୋମବାର ବରିମୁଣ୍ଡ ଓ ନନ୍ଦନବିହାର ଶାଖାରେ ସୌମ୍ୟ ପୋଲିସ ଆଗରେ ଦେଖାଇଥିଲା ଲୁଟ୍‌ର ଡେମୋ

ଯୁକ୍ତ ୨ରୁ ପାଠ ଛାଡ଼ି ସୌମ୍ୟ ଭାବିଥିଲେ ବ୍ୟବସାୟୀ ହେବେ । ହେଲେ ଅଧାବାଟରୁ ବାଟବଣା ହୋଇଗଲେ । ଗୋଟିଏ ଝଟ୍‌କାରେ ଯୁବ ବ୍ୟବସାୟୀ ପାଲଟିଗଲେ ଡକାୟତ । ଆଶା କରିବା ଜେଲରୁ ଫେରିବା ପରେ ସୌମ୍ୟ ପୁଣିଥରେ ଟ୍ରାକ୍‌କୁ ଫେରିବେ ।

ହୁସିଆର ବୁଲୁଛି 5T ଖଣ୍ଡା ! ଦୁର୍ନୀତି ଖୋରଙ୍କୁ ଦଣ୍ଡ ଦେବାରେ ଓଡ଼ିଶା ଆଗରେ…

ଭୁବନେଶ୍ୱର: ହୁସିଆର ବୁଲୁଛି 5T ଖଣ୍ଡା ! ସରକାରୀ କର୍ମଚାରୀଙ୍କ ସଚ୍ଚୋଟତା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ । ଲାଞ୍ଚୁଆଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ବିରୋଧରେ ମାମଲା ରୁଜୁ କ୍ଷେତ୍ରରେ ଓଡ଼ିଶା ଆଗରେ ।

5T ଓ ମୋ ସରକାର ବ୍ୟବସ୍ଥା ଲାଗୁ ପରେ ଦୁର୍ନୀତିଗ୍ରସ୍ତଙ୍କ ପିଠିରେ ସରକାରଙ୍କ ଛାଟ ବାଜିଛି । କାହାକୁ ବାଧ୍ୟତାମୂଳକ ଅବସର ତ ଆଉ କାହାକୁ ସରକାର ସସ୍‌ପେଣ୍ଡ କରିଛନ୍ତି । ଅନ୍ୟ ରାଜ୍ୟ ତୁଳନାରେ ଦୁର୍ନୀତି ବିରୋଧରେ ଓଡ଼ିଶା ସରକାରଙ୍କ ଆଭିମୁଖ୍ୟ ଆଗରେ ରହିଛି । ଏହି ରିପୋର୍ଟ ଦେଇଛି ନ୍ୟାସନ୍ୟାଲ କ୍ରାଇମ୍‌ ରେକର୍ଡ ବ୍ୟୁରୋ । ୨୦୧୮ରେ ଓଡ଼ିଶା ଦୁର୍ନୀତି ତାଲିକାର ଦ୍ୱିତୀୟ ସ୍ଥାନରେ ଥିଲା । ୨୦୧୯ରେ ପଞ୍ଚମ ସ୍ଥାନକୁ ଖସିଛି । ୨୦୧୯ରେ ୮୮ଟି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା ଓ ୧୫୧ଟି ଲାଞ୍ଚ ମାମଲା ରୁଜୁ ହୋଇଛି । ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନରେ ଦେଶରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି ଓଡ଼ିଶା ।

ରାଜ୍ୟରେ ବର୍ଷକ ମଧ୍ୟରେ ୯୯ଜଣ ବାବୁ 5T ଜାଲରେ ପଡ଼ିଛନ୍ତି । ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ବା ଜିରୋ ଟଲରାନ୍‌ସ ନୀତି ଗ୍ରହଣ କରିଛନ୍ତି ରାଜ୍ୟ ସରକାର। ୨୦୦୦ ମସିହାରେ ଓଡ଼ିଶାର ଶାସନ ଭାର ଗ୍ରହଣ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନୀତି ଗ୍ରହଣ କରିଛନ୍ତି ।

ନୈତିକତା ଓ ସଚ୍ଚୋଟତାର ନିକିତିରେ ଯିଏ ଏପଟ ସେପଟ କରିଛି, ତା’ ବିରୋଧରେ ହୋଇଛି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ । ୨୦୧୯ ଅଗଷ୍ଟରୁ ଚଳିତବର୍ଷ ଅଗଷ୍ଟ ମାସ ମଧ୍ୟରେ ୬୦ଜଣ ଅଫିସରଙ୍କୁ ବହିଷ୍କାର କରାଯାଇଛି । ୧୭ ଜଣଙ୍କୁ ଦିଆଯାଇଛି ବାଧ୍ୟତାମୂଳକ ଅବସର । ୨୨ଜଣ ଅଫିସରଙ୍କ ଅବସରକାଳୀନ ପେନସନ ବନ୍ଦ କରାଯାଇଛି । ଆଇଏଏସ ଅଫିସର ବିଜୟ କେତନ ଉପାଧ୍ୟାୟଙ୍କୁ ଗିରଫ କରାଯାଇଥିଲା । ସେହିପରି ଚିଲିକା ଡିଏଫ୍‌ଓ ଏବଂ ରାଜସ୍ୱ ବିଭାଗ ଅତିରିକ୍ତ ସଚିବଙ୍କୁ ଭିଜିଲାନ୍‌ସ ଗିରଫ କରିଛି । ବହିଷ୍କୃତଙ୍କ ମଧ୍ୟରେ ୫ରୁ ଅଧିକ ଇଞ୍ଜିନିୟର, ପ୍ରଧାନଶିକ୍ଷକ, ରାଜସ୍ୱ ନିରୀକ୍ଷକ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଅଛନ୍ତି । କୋମନା ବିଡିଓ ଏବଂ ଲୋଇସିଂହା ତହସିଲଦାରଙ୍କୁ ମଧ୍ୟ ଗିରଫ କରାଯାଇଥିଲା ।

ଉତ୍ତମ ଓ ସ୍ଵଚ୍ଛ ଶାସନକୁ ପ୍ରଶାସନିକ ବ୍ୟବସ୍ଥାର ମୁଖ୍ୟ ଆଧାର କରିବା ସହ 5T କୁ ଅକ୍ଷରେ ଅକ୍ଷରେ ପାଳନ କରିବାର ନିଷ୍ପତ୍ତି ସଫଳ ହେଉଛି ।

GST Council: ଆଜି ରାତି ସୁଦ୍ଧା ରାଜ୍ୟମାନଙ୍କୁ ଦିଆଯିବ ୨୦ ହଜାର କୋଟି

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଆଜି ଜିଏସଟି ପରିଷଦ ବୈଠକ ବସିଥିଲା । ବୈଠକ ପରେ କେନ୍ଦ୍ରମନ୍ତ୍ରୀ ସୀତାରମଣ କହିଛନ୍ତି- ସେସ୍ କ୍ଷତିପୂରଣରୁ ମିଳିଥିବା ୨୦ ହଜାର କୋଟି ଟଙ୍କା ରାଜ୍ୟଗୁଡ଼ିକୁ ଦିଆଯିବ । ଏଥିସହ ଜିଏସଟି ପରିଷଦ ୨୦୨୨ ଜୁନ୍ ପରେ ସେସ୍ କ୍ଷତିପୂରଣ ଦେବ ବୋଲି ନିଷ୍ପତ୍ତି ନେଇଛି । ୧୨ ଅକ୍ଟୋବରକୁ ପୁଣି ଥରେ ଜିଏସଟି କାଉନସିଲ ବୈଠକରେ ରାଜ୍ୟକୁ କ୍ଷତିପୂରଣ ଦେବା ମାମଲାରେ ଆଲୋଚନା କରାଯିବ ।

GST Council Meet 20000 Crores Disbursed To States Late Night

ବୈଠକରେ ରାଜ୍ୟମାନଙ୍କକୁ କ୍ଷତିପୂରଣ ଦେବା ଉପରେ କୌଣସି ସହମତି ହୋଇପାରି ନାହିଁ । ସୀତାରମଣ କହିଛନ୍ତି ୨୧ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଦିଆଯାଇଥିବା ବିକଳ୍ପକୁ ବାଛିଛନ୍ତି । କିନ୍ତୁ ଏବେ ବି କିଛି ରାଜ୍ୟ କୌଣସି ବିକଳ୍ପକୁ ବାଛି ନାହାଁନ୍ତି । ଏଥିପାଇଁ ଏହି ପ୍ରସଙ୍ଗରେ ଆହୁରି ଚର୍ଚ୍ଚା ଆବଶ୍ୟକ ରହିଛି । ଜିଏସଟି ପରିଷଦର ଆଗାମୀ ବୈଠକ ୧୨ ଅକ୍ଟୋବରକୁ ବସିବ । ସୀତାରମଣ କହିଛନ୍ତି ୨୪ ହଜାର କୋଟି ଟଙ୍କାର ଆଇଜିଏସଟି ସେହି ରାଜ୍ୟକୁ ଦିଆଯିବ ଯାହାକୁ ପୂର୍ବରୁ କମ୍ ମିଳିଥିଲା । ଏହାକୁ ଆଗାମୀ ସପ୍ତାହରେ ଦିଆଯିବ ।

GST Council Meet 20000 Crores Disbursed To States Late Night

ଅର୍ଥ ସଚିବ ଅଜୟ ଭୂଷଣ ପାଣ୍ଡେ କହିଥିଲେ- ଯେଉଁ ଟିକସଦାତାଙ୍କ ବାର୍ଷିକ ଆୟ ୫ କୋଟିରୁ କମ୍ ଅଛି । ସେମାନେ ଜାନୁଆରୀରୁ ମାସିକ ରିଟର୍ଣ୍ଣ ଅର୍ଥାତ୍ ଜିଏସଟିଆର୍ ତୃତୀୟଥର ଓ ଜିଏସଟିଆର୍ ୱାନ୍ ଦେବାର ଆବଶ୍ୟକ ନାହିଁ । ସେମାନଙ୍କୁ କେବଳ ତ୍ରୈମାସିକ ରିଟର୍ଣ୍ଣ ଭରିବାକୁ ପଡ଼ିବ ।