ମୋର ବହୁତ ଭଲ ବନ୍ଧୁ : ତାରା ପ୍ରସାଦ ବାହିନୀପତି
ଯଦି ଅଭିନେତ୍ରୀର ଆଖ୍ୟା ପାଇଛି କେବଳ ପ୍ରଦୀପ ମହାରଥୀଙ୍କ ପାଇଁ : ରାଣୀ ପଣ୍ଡା
ଯଦି ଅଭିନେତ୍ରୀର ଆଖ୍ୟା ପାଇଛି କେବଳ ପ୍ରଦୀପ ମହାରଥୀଙ୍କ ପାଇଁ : ରାଣୀ ପଣ୍ଡା
https://youtu.be/8IWFNx8ZL5E
କେଉଁ ରାଶିର ବ୍ୟକ୍ତିଙ୍କର ଆଜି ହେବ ଧନ ଲାଭ? ଜାଣନ୍ତୁ
ଆଜିର ପଞ୍ଚାଙ୍ଗ:
୦୪ ଅକ୍ଟୋବର, ୨୦୨୦, ରବିବାର
୧୪୨୮ ସାଲ, ୧୯୪୨ ଶକାବ୍ଦ, ୨୦୭୭ ସମ୍ବତ୍,
କନ୍ୟା ୧୯ ଦିନ, ଆଶ୍ୱିନ ମଳମାସ କୃଷ୍ଣପକ୍ଷ ,ତୃତୀୟାତିଥି
– ମେଷ ରାଶିରେ ଚନ୍ଦ୍ର ଅବସ୍ଥାନ କରୁଛନ୍ତି
– ଅଶ୍ୱିନୀ ନକ୍ଷତ୍ର
-ଘାତଚନ୍ଦ୍ର- ମେଷ ରାଶି ପାଇଁ
– ଘାତ ବାର- ମେଷ ରାଶିର
ଯୋଗିନୀ ଆଗ୍ନେୟରେ ରହିବେ
ତେଣୁ ଆଗ୍ନେୟ କୋଣକୁ ଯାତ୍ରା ନିଷେଧ
– ଶୁଭ ସମୟ –
ଦିନ ୧୦ଟା ୫୫ ରୁ ଦିନ ୨ଟା ୨୫
ଦିନ ୩ଟା ୫୫ ରୁ ଦିନ ୪ଟା ୧୫ ମିନିଟ୍
– ଅଶୁଭ ସମୟ –
ଦିନ ୪ଟା ୩୦ ମିନିଟ୍ ଠାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ
ଆଜି ବୋଇତାଳୁ ଓ ପୋଟଳ ଖାଇବା ମନା
ମେଷ ରାଶି –
ଅଶ୍ୱିନୀ ନକ୍ଷତ୍ର – ସ୍ୱାସ୍ଥ୍ୟ ଖରାପକୁ ନେଇ ମନ ଭଲ ରହିବ ନାହିଁ, କର୍ମରେ ବାଧା ରହିବ
ଦ୍ୱିଜା ନକ୍ଷତ୍ର – ପାରିବାରିକ ଜୀବନ ସୁଖଶାନ୍ତିରେ କଟିବ, ଗୁପ୍ତଶତ୍ରୁ ପରାସ୍ତ ହେବେ
କୃତ୍ତିକା ନକ୍ଷତ୍ର – ନୂତନ କାମ ପାଇଁ ସୁଯୋଗ ଆସିବ, ଅନେକ ଦିନରୁ ଅପେକ୍ଷାରେ ଥିବା କାମ ସହଜରେ ହୋଇଯିବ
ଲାଲ ରଙ୍ଗ ବସ୍ତ୍ର ଧାରଣ କରନ୍ତୁ ନାହିଁ, ଧଳା ରଙ୍ଗ ବସ୍ତ୍ର ଧାରଣ କରିଲେ ଶୁଭ ରହିବ
ବୃଷ ରାଶି –
କୃତ୍ତିକା ନକ୍ଷତ୍ର – ସହଜରେ ସମସ୍ତ କାମ ହୋଇଯିବା ଦ୍ୱାରା ମନ ଖୁସି ରହିବ, ଅପରାହ୍ନରେ ଶୁଭ ଖବର ପାଇବେ
ରୋହିଣି ନକ୍ଷତ୍ର – ଆପଣଙ୍କର ଆଶା ପୂରଣ ହେବ ନାହିଁ, ଆୟବ୍ୟୟ ସମାନ ରହିବ
ମୃଗଶିରା ନକ୍ଷତ୍ର – ପୁରୁଣା ବନ୍ଧୁଙ୍କ ସହିତ ସମୟ କାଟନ୍ତୁ, ମନ ଖୁସି ରହିବ
ହଳଦୀ ଟିକା ମଥାରେ ଲଗାନ୍ତୁ
ମିଥୁନ ରାଶି –
ମୃଗଶିରା ନକ୍ଷତ୍ର – ପାରିବାରିକ ଜୀବନରେ ସୁଖ,ଶାନ୍ତି ପାଇବେ, ଦୁର ସ୍ଥାନକୁ ଯାତ୍ରା କରିବାର ସୁଯୋଗ ପାଇବେ
ଆର୍ଦ୍ରା ନକ୍ଷତ୍ର – ପଛ କଥାକୁ ନେଇ ସମାଲୋଚିତ ହୋଇପାରନ୍ତି, ପ୍ରେମରେ ସଂପକର୍ଜ୍ଞ ଖରାପ ହୋଇପାରେ
ପୂନର୍ବସୁ ନକ୍ଷତ୍ର – ମାନ ସମ୍ମାନ ସହିତ ଧନ ଲାଭ ହେବ, ପରିବାରରେ ଶାନ୍ତି ରହିବ
ଜଗନ୍ନାଥ ପ୍ରଭୁଙ୍କୁ ତୁଳସୀ କିଛି ଅର୍ପଣ କରନ୍ତୁ
କର୍କଟ ରାଶି –
ପୁନର୍ବସୁ ନକ୍ଷତ୍ର – ଗୁରୁଜନଙ୍କର ଆଶିର୍ବାଦ ଏବଂ ପରାମର୍ଶ ନିଅନ୍ତୁ କାମରେ ସଫଳତା ମିଳିବ
ପୁଷ୍ୟା ନକ୍ଷତ୍ର – କର୍ମକ୍ଷେତ୍ରରେ ଅନେକ ସମସ୍ୟାର ସମ୍ମୁଖୀନ ହେବେ, ଦାମ୍ପତ୍ୟ ଜୀବନରେ ମତପାର୍ଥକ୍ୟ ରହିବ
ଅଶ୍ଲେଷା ନକ୍ଷତ୍ର – ଭୂମି କିମ୍ବା ବାହନ କିଣିବାର ସୁଯୋଗ ପାଇବେ, ଅନେକ ଦିନର ଆଶା ପୂରଣ ହେବ
ଧଳାଫୁଲ ଘରର ମୁଖ୍ୟ ଦ୍ବାରରେ ରଖନ୍ତୁ
ସିଂହ ରାଶି –
ମଘା ନକ୍ଷତ୍ର – ଅତୀତର ଘଟଣାକୁ ନେଇ ସମସ୍ୟା ସୃଷ୍ଟି ହୋଇପାରେ,ଆଶଙ୍କା ମଧ୍ୟରେ ସମୟ କଟିବ
ପୂର୍ବାଫାଲଗୁନି ନକ୍ଷତ୍ର – କମ ପରିଶ୍ରମରେ ଅଧିକ ଲାଭ ମିଳିବ, ବିବାଦୀୟ କାର୍ଯ୍ୟରେ ବିଜୟୀ ହେବେ
ଉତ୍ତରାଫାଲଗୁନୀ ନକ୍ଷତ୍ର – ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠା, ମାନ,ସମ୍ମାନ ବଢିବ, ବନ୍ଧୁଙ୍କର ସହଯୋଗ ପାଇବେ
ପିତାଙ୍କୁ ଆଜି ମିଠା ଖାଇବାକୁ ଦିଅନ୍ତୁ
କନ୍ୟା ରାଶି –
ଉତ୍ତରାଫାଲଗୁନୀ ନକ୍ଷତ୍ର – ନୂଆ ଯୋଜନା କରନ୍ତୁ, ଲାଭବାନ ହେବେ
ହସ୍ତା ନକ୍ଷତ୍ର – ସହକର୍ମୀ କିମ୍ବା ବନ୍ଧୁଙ୍କ ସହିତ ବିବାଦ ଦେଖାଦେଇପାରେ, କାମ ସବୁ ଅଧାରେ ଅଟକି ଯିବ
ଚିତ୍ରା ନକ୍ଷତ୍ର – ପରିବାରରେ ସୁସ୍ଥ ବାତାବରଣ ରହିବ, ମନ ଖୁସି ରହିବ
ଛୋଟ ପିଲାଙ୍କୁ ଚକଲେଟ୍ ଉପହାର ଦିଅନ୍ତୁ
ତୁଳା ରାଶି –
ଚିତ୍ରା ନକ୍ଷତ୍ର – ଜୀବନସାଥିଙ୍କ ଠାରୁ ପୂର୍ଣ୍ଣ ସହଯୋଗ ପାଇବେ
ସ୍ୱାତୀ ନକ୍ଷତ୍ର – ମାନସିକ ବିଶାଦ ଦୁର ହେବ, ଦାମ୍ପତ୍ୟ ଜୀବନରେ ଥିବା କଳହ ଦୁର ହେବ
ବିଶାଖା ନକ୍ଷତ୍ର – ପରିବାରର ସହଯୋଗ ପାଇବେ, କର୍ମକ୍ଷେତ୍ରରେ ସଫଳତା ମିଳିବ
ଭାଇଭଉଣୀଙ୍କୁ ମିଠା ଖାଇବାକୁ ଦିଅନ୍ତୁ
ବିଛା ରାଶି –
ବିଶାଖା ନକ୍ଷତ୍ର – ଗୁରୁଜନଙ୍କର ପରାମର୍ଶ ନିଅନ୍ତୁ, ସଫଳତା ପାଇବେ
ଅନୁରାଧା ନକ୍ଷତ୍ର – କୌଣସି ଅର୍ଥ କାରବାର କରନ୍ତୁ ନାହିଁ, ବ୍ୟବସାୟରେ ସଫଳତା ମିଳିବ ନାହିଁ
ଜ୍ୟେଷ୍ଠା ନକ୍ଷତ୍ର – ବୃତ୍ତିଗତ ଦୃଷ୍ଟିରୁ ଅତ୍ୟନ୍ତ ଶୁଭଫଳ ମିଳିବ
ମୟୁର ଚନ୍ଦ୍ରିକା ନିଜ ପାଖରେ ରଖନ୍ତୁ
ଧନୁ ରାଶି –
ମୂଳା ନକ୍ଷତ୍ର – ନିଜ କାମକୁ ନେଇ ଅବିଶ୍ବାସର ଶିକାର ହେବେ,ସତର୍କ ରୁହନ୍ତୁ
ପୂର୍ବାଷାଢା ନକ୍ଷତ୍ର – ପୁରାତନ ରୋଗରୁ କିଛି ଉପଶମ ପାଇପାରନ୍ତି, କର୍ମକ୍ଷେତ୍ରରେ ସହଯୋଗ ମିଳିବ
ଉତ୍ତରାଷାଢା ନକ୍ଷତ୍ର – ପରିବାର ମଧ୍ୟରେ ବୁଝାମଣା ରହିବ, ନ ହେବା କାମ ସହଜରେ ହୋଇଯିବ
ଶ୍ରୀଗଣେଶଙ୍କୁ ୧୧ କେରା ଦୁର୍ବା ଅର୍ପଣ କରନ୍ତୁ
ମକର ରାଶି –
ଉତ୍ତରାଷାଢା ନକ୍ଷତ୍ର – ସ୍ୱାସ୍ଥ୍ୟରେ ଉନ୍ନତି ହେବ, କାମ ପ୍ରତି ଆଗ୍ରହ ବଢିବ
ଶ୍ରବଣା ନକ୍ଷତ୍ର – ନିଜ ଲୋକମାନେ ଶତ୍ରୁପରି ବ୍ୟବହାର କରିପାରନ୍ତି, ଧନହାନୀ,ପ୍ରାଣପୀଡା ରହିଛି
ଧନିଷ୍ଠା ନକ୍ଷତ୍ର – ବିବାଦୀୟ କାର୍ଯ୍ୟରେ ବିଜୟୀ ହେବେ, ନିଜ କାମ ପାଇଁ ପ୍ରଶଂସା ପାଇବେ
ଓଁ ନମଃ ଶିବାୟ ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ
କୁମ୍ଭ ରାଶି –
ଧନିଷ୍ଠା ନକ୍ଷତ୍ର – ଦୁଃସାହାସିକ ପଦକ୍ଷେପ ନେଇ ସଫଳ ହେବେ, କର୍ମକ୍ଷେତ୍ରରେ ମାନସମ୍ମାନ ବଢିବ
ଶତଭିଷା ନକ୍ଷତ୍ର – ନିଜର ଭୁଲ୍ ପାଇଁ ଅନୁତପ୍ତ ହେବେ, ସଂଯମତା ରଖି କଥା କୁହନ୍ତୁ
ପୂର୍ବଭାଦ୍ର ନକ୍ଷତ୍ର – ନିଜ ଲକ୍ଷରେ ସଫଳତା ପାଇଁ ସାହାଯ୍ୟ,ସହଯୋଗ ମିଳିବ
ପଶୁ,ପକ୍ଷୀଙ୍କୁ ଡାଲି ଖାଇବାକୁ ଦିଅନ୍ତୁ
ମୀନ ରାଶି –
ପୂର୍ବଭାଦ୍ର ନକ୍ଷତ୍ର – ଭଲ କାମ କରି ସମାଜରେ ପ୍ରଶଂସିତ ହେବେ, ଆଗକୁ ବଢିବା ପାଇଁ ମନୋବଳ ରହିବ
ଉତ୍ତରଭାଦ୍ର ନକ୍ଷତ୍ର – ଅଚିହ୍ନା ଅଯଣା ବ୍ୟକ୍ତିଙ୍କ ଠାରୁ ଦୁରେଇ ରହିଲେ ନିଜ ପାଇଁ ଭଲ ରହିବ
ରେବତୀ ନକ୍ଷତ୍ର – ସ୍ଥଗିତ ଥିବା କାମ ତ୍ବାରାନ୍ବିତ ହେବ, ଆର୍ଥିକ ଲାଭର ସୁଯୋଗ ମିଳିବ
ଶ୍ରୀବିଷ୍ଣୁଙ୍କୁ ଲାଲ ଗୋଲାପ ଫୁଲ ଅର୍ପଣ କରନ୍ତୁ
ଜ୍ୟୋତିର୍ବିଦ୍ ଡ.ଶ୍ୟାମସୁନ୍ଦର ବାଗ୍
ଯୋଗାଯୋଗ- 9938571935
ଡୋନାଲ୍ଡ ଟ୍ରମ୍ପଙ୍କ ଆଶୁ ଆରୋଗ୍ୟ କାମନା କଲେ ଜିନ୍ପିଙ୍ଗ୍
ବେଜିଂ: କରୋନା ସଂକ୍ରମିତ ଥିବା ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ପତ୍ନୀ ତଥା ଫାଷ୍ଟ ଲେଡି ମାଲେନିଆ ଟ୍ରମ୍ପଙ୍କୁ ସମେବଦନା ବାର୍ତ୍ତା ପଠାଇଛନ୍ତି ଚୀନ ରାଷ୍ଟ୍ରପତି ଜିନପିଙ୍ଗ୍ । ଏଥିସହିତ ଟ୍ରମ୍ପ ଦମ୍ପତ୍ତିଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ଜିନପିଙ୍ଗ୍ । ବାଣିଜ୍ୟ, ବୈଷୟିକ ଓ ନିରାପତ୍ତା ବିବାଦ, ହଂକଂ ଉପରେ ବେଜିଙ୍ଗ୍ର ନିୟନ୍ତ୍ରଣ କଠୋର ହେବା ଏବଂ ସିନ୍ଜିଆଙ୍ଗ୍ର ଉତ୍ତରପଶ୍ଚିମ ଅଞ୍ଚଳରେ ଚୀନା ମୁସଲମାନଙ୍କ ପ୍ରତି ଅତ୍ୟାଚାର ଅଭିଯୋଗ ପ୍ରସଙ୍ଗରେ ଚୀନ୍-ଯୁକ୍ତରାଷ୍ଟ୍ର ଆମେରିକା ସମ୍ପର୍କ ମୁହାଁମୁହିଁ ହୋଇଛନ୍ତି । ଏହା ସହିତ ଗତ ଡିସେମ୍ୱରରେ ଉହାନରୁ କରୋନା ଭାଇରସର ଠିକଠାକ୍ ମୁକାବିଲା ନକରି ଏହାକୁ ବିସ୍ତାର କରାଇଥିବା ଅଭିଯୋଗ କରିଥିଲା ଆମେରିକା । ଦୁଇ ରାଷ୍ଟ୍ର ମଧ୍ୟରେ ଏଭଳି ତିକ୍ତତା ଲାଗିରହିଥିବା ବେଳେ ଆମେରିକା ରାଷ୍ଟ୍ରପତିଙ୍କୁ ସମେବଦନା ଜଣାଇବା ସହ ଆଶୁ ଆରୋଗ୍ୟ କାମନା କରିଛନ୍ତି ଚୀନ ରାଷ୍ଟ୍ରପତି ।
କରୋନା ସଂକ୍ରମିତ ଟ୍ରମ୍ପଙ୍କ ସ୍ୱତନ୍ତ୍ର ଚିକିତ୍ସା: ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ ନଥିବା ଔଷଧ ଖାଉଛନ୍ତି
ପ୍ରଧାନମନ୍ତ୍ରୀ ଅବାସ ଯୋଜନାରେ ଅଧା ଘର କରି ସମ୍ପୂର୍ଣ୍ଣ ଟଙ୍କା ଉଠାଉଛନ୍ତି କଣ୍ଟ୍ରାକ୍ଟର
ମୟୂରଭଞ୍ଜ: ପ୍ରଧାନମନ୍ତ୍ରୀ ଅବାସ ଯୋଜନାରେ ଚଞ୍ଚକତା । ଆବାସ ଯୋଜନାରେ ବାସହରାଙ୍କୁ ସରକାର ପକ୍କା ଘର ଯୋଗାଇ ଦେଉଛନ୍ତି । ହେଲେ ସେମାନଙ୍କୁ ନିର୍ମାଣ କରି ଦିଆଯାଉଥିବା ଘର ବାସୋପଯୋଗୀ ହୋଇପାରୁନାହିଁ । ଏନେଇ ଅର୍ଥ ବାଟମାରଣା ହେଉଥିବା ଅଭିଯୋଗ ହୋଇଛି । ଅଧା ଘର କରି ସମ୍ପୂର୍ଣ୍ଣ ଟଙ୍କା ଉଠାଉଛନ୍ତି କଣ୍ଟ୍ରାକ୍ଟର । ବାସୋପଯୋଗୀ ହୋଇପାରୁନାହିଁ ଘର । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏଭଳି ଚିତ୍ର ମୟୂରଭଞ୍ଜ ଜିଲ୍ଲାରୁ ଆସିଛି । କୁଳିଆଣି ବ୍ଲକ ବଡଜୁଣବଣି ଗାଁରେ ଅନେକ ହିତାଧିକାରୀ ଏହି ଚଞ୍ଚକତାର ଶିକାର ହୋଇଛନ୍ତି । ହିତାଧିକାରୀଙ୍କୁ ଆବାସ ଯୋଜନାରେ ଘର ମିଳିଛି, ହେଲେ ତାହା ବାସଅନୁପୋଯୋଗୀ । କାହାର ଝରକା କବାଟ ଲାଗି ନାହିଁ ତ କାହାର ଅଧା ଗଢା ହୋଇପଡିଛି । ହେଲେ ଘରର ସମସ୍ତ ଟଙ୍କା କଣ୍ଟ୍ରାକ୍ଟର ଉଠାଇ ନେଇଥିବା ଅଭିଯୋଗ କରିଛନ୍ତି ହିତାଧିକାରୀ ।

ଚଳିତ ଆର୍ଥିକ ବର୍ଷରେ ଆବାସ ଯୋଜନାରେ ବ୍ଲକରେ ୮୯୨ଟି ଘର ତିଆରି ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ହେଲେ ବର୍ତ୍ତମାନ ସୁଦ୍ଧା ୧୨ଟି ଘର ସମ୍ପୂର୍ଣ୍ଣ ହୋଇଥିବା ବେଳେ ବାକି ଘର ଅସମ୍ପୂର୍ଣ୍ଣ ଅବସ୍ଥାରେ ଛାଡି ଦେଇଛି କଣ୍ଟ୍ରାକ୍ଟର । ବ୍ଲକରେ ଏପରି ଅନୀୟମିତତା ହେଉଥିଲେ ମଧ୍ୟ ବିଭାଗୀୟ କରୋନା ଆଳ ଦେଖାଇ ଚୁପ ରହୁଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଏହାକୁ ନେଇ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ବାରିପଦା ବିଧାୟକ । ତେବେ ଆବାସ ଯୋଜନାରେ ଘର ଅସମ୍ପୂର୍ଣ୍ଣ ରହିଥିବା ବେଳେ କିପରି ସମ୍ପୂର୍ଣ୍ଣ ଟଙ୍କା ଉଠୁଛି ତାହା ଏବେ ପ୍ରଶ୍ନବାତୀ ।







