spot_img
Home Blog Page 6353

ମରଣଯନ୍ତା ପାଲଟିଛି ଝାରପଡା ଜେଲ, ମାନୁଆଲରେ ପରିବର୍ତ୍ତନ ସତ୍ତ୍ୱେ ବଦଳୁନି ବ୍ୟବସ୍ଥା

ଭୁବନେଶ୍ୱର: ଜେଲ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ରାଜ୍ୟ ସରକାର ଜେଲ ମାନୁଆଲରେ ଅନେକ ପରିବର୍ତ୍ତନ କରିଛନ୍ତି । କେମିତି ଜେଲ ମଧ୍ୟରେ କଏଦି ସୁରକ୍ଷିତ ରହିବ ସେ ନେଇ ଅନେକ ବ୍ୟବସ୍ଥା ମଧ୍ୟ କରାଯାଉଛି । ତଥାପି ସୁଧୁରୁନି ଜେଲ ଭିତରର ସ୍ଥିତି । ଗତ ୬ ବର୍ଷ ମଧ୍ୟରେ ଜେଲେ ଭିତରେ ୬ ଜଣଙ୍କର ଅକାଳ ମୃତ୍ୟୁ ଘଟିଛି । ତେବେ ଏନେଇ ଜେଲ କର୍ତ୍ତୃପକ୍ଷଙ୍କ ଭୂମିକା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଝାରପଡା ଜେଲରେ ଏହି ରିପୋର୍ଟ ।

୨୦୧୪ ମାର୍ଚ୍ଚ ୨୪ରେ ବିହାରୀ ଜେନା ନାମକ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଥିଲା । ୨୦୧୫ ଏପ୍ରିଲ ୯ ରେ ପ୍ରାଣ ହରାଇଥିଲେ ଟୁଲୁ ସାହୁ । ୨୦୧୫ ଡିସେମ୍ବର ୧ ରେ ଜେଲ ଚାରି କାଂଥ ମଧ୍ୟରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ବିଚାରାଧୀନ କଏଦୀ  ବେଣୁଧର ଜେନା । ସେହିପରି ୨୦୧୮ ଡିସେମ୍ବର ୧୨ ରେ ଜିତେନ୍ଦ୍ର ବିଶ୍ୱାଳ, ସେହିବର୍ଷ ସେପ୍ଟେମ୍ବର ୩୦ ରେ ଗଦାଧର ସାହୁ ମୃତ୍ୟୁ ବରଣ କରିଥିଲେ । ୨୦୧୯ ଜୁଲାଇ ୩୧ ତାରିଖରେ ଅଖିଳ ବେହେରା ଓ ଏହିବର୍ଷ ନଭେମ୍ବର ୮ ତାରିଖରେ ଆଇ କୋର ଚିଟଫଣ୍ଡ ମୁଖ୍ୟଙ୍କ ମୃତ୍ୟୁ ଘଟିଥିଲା ।

ବାରମ୍ବାର ଝାରପଡ଼ା ଜେଲରେ ଏଭଳି ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟୁଛି । ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦିଆଯିବା କାରଣରୁ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକେ ବାରମ୍ବାର ଅଭିଯୋଗ ଆଣୁଛନ୍ତି । ଗତ କିଛିଦିନ ତଳେ ଜେଲ ପରିସରରେ ପ୍ରଦୀପ ସେଠୀଙ୍କୁ ଆକ୍ରମଣ କରାଯିବା ନେଇ ମଧ୍ୟ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ ହୋଇଥିଲା । କିନ୍ତୁ କମିଶନରେଟ ପୋଲିସ ଓ ଜେଲ କର୍ତ୍ତୃପକ୍ଷଙ୍କ ତତ୍ପରତା ଅଭାବରୁ ଏଥିରୁ ଗୁମର ଫିଟୁନଥିବା ଅଭିଯୋଗ କରିଛନ୍ତି ବରିଷ୍ଠ ଆଇନଜୀବୀ ବନ ମହାନ୍ତି ।

ଜେଲ ବିଭାଗରେ ସଂସ୍କାର ଆଣିବା ପାଇଁ କିଛିଦିନ ତଳେ ଜେଲ ମାନୁଆଲରେ ପରିବର୍ତ୍ତନ ଆସିଥିଲା । ଜେଲ ଭିତରକୁ ମାଦକଦ୍ରବ୍ୟ ପ୍ରଵେଶ ରୋକିଲେ ପୁରସ୍କାର ଦିଆଯିବ ବୋଲି ଘୋଷଣା ମଧ୍ୟ ହୋଇଥିଲା । କିନ୍ତୁ ପରିସ୍ଥିତି ଯାହାକୁ ସେୟା । ଜେଲ ପରିସରକୁ ଅବାଧରେ ନିଶାଦ୍ରବ୍ୟ, ମାଦକ ଆଦିର ବେଧଡକ ପ୍ରବେଶ ଚାଲିଥିବା ବେଳେ ଗ୍ୟାଙ୍ଗୱାର କୁ ପ୍ରଶୟ ଦିଆଯାଉଛି । ବିଚାର ବିଭାଗୀୟ ତଦନ୍ତ ଆଳରେ ଘଟଣା ଚପିଯାଉଛି । କେବଳ ଝାରପଡା ନୁହେଁ, ରାଜ୍ୟର ଅଧିକାଂଶ ଜେଲରେ ଏଭଳି ଅବ୍ୟବସ୍ଥା ଥିବା ଅଭିଯୋଗ ହୋଇଛି । କିନ୍ତୁ ଦୋଷୀଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଅଭାବରୁ ବିଚାରାଧୀନ କଏଦୀଙ୍କ ଜୀବନ ପାଣି ଫୋଟକା ଭଳି ଚାଲିଯାଉଛି ।

ତୁହାକୁ ତୁହା ଜେରା ପରେ ଗିରଫ ହେଲେ ବାପ-ପୁଅ, ଗିରଫ ପୂର୍ବରୁ ହୋଇଥିଲା କୋଭିଡ ଟେଷ୍ଟ

ଭୁବନେଶ୍ୱର: ଗିରଫ ହେଲେ ଆଇଏଫଏସ୍‌ ଅଭୟ ପାଠକ ଏବଂ ପୁଅ ଆକାଶ ପାଠକ । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଅଭୟଙ୍କୁ ଗିରଫ କରିଛି ଭିଜିଲାନ୍ସ । ତେବେ ଟାଟା ମୋଟର୍ସ ତରଫରୁ ଏତଲା ହେବା ପରେ ଭିଜିଲାନ୍ସ ଆକାଶଙ୍କୁ ମଧ୍ୟ ଗିରଫ କରିଛି । ଧୁର୍ତ ଆଇଏଫଏସ ଅଫିସର ଅଭୟ ପାଠକ ଏବଂ ତାଙ୍କ ପୁଅ ଆକାଶ ପାଠକ ଏକାଥରକେ ଗିରଫ ହୋଇଛନ୍ତି ।

ଦୁଇ ଦିନରେ ୧୫୦ ଅଫିସରଙ୍କ ମାରାଥନ୍ ରେଡ୍ ପରେ ଏବେ ନିଆଯାଇଛି ଆକ୍ସନ୍ । ରେଡ୍ ସମୟରେ ଭିଜିଲାନ୍‌ସ ହାତରେ ଆଇଏଫ୍ଏସ୍ ଅଭୟକାନ୍ତ ପାଠକଙ୍କ ବହୁ ବେନାମୀ ସଂପତ୍ତି ସହ ବେଆଇନ କାର୍ଯ୍ୟର ଦସ୍ତାବିଜ ଲାଗିଛି । ସାମାଜିକ ବନୀକରଣ କାର୍ଯ୍ୟରେ ହୋଇଥିବା ବଡ଼ ସ୍କାମର ହେବ ଖୁଲାସା ।

ସାରା ରାତି ବାପା, ପୁଅଙ୍କୁ ଜେରା କରିଛି ଭିଜିଲାନ୍‌ସ । ଡିଆଇଜି ସଞ୍ଜୟ କୌଶଲ ଅଭୟକାନ୍ତଙ୍କୁ ଜେରା କରିଛନ୍ତି । ଭିଜିଲାନ୍‌ସ ଏସପି ଅନୁପମା ଜେମ୍‌ସ ମଧ୍ୟ ପଚରାଉଚରା ବେଳେ ଉପସ୍ଥିତ ରହି ଜେରା କରିଥିଲେ । ରାତି ତମାମ ବିଭିନ୍ନ ଦିଗକୁ ନେଇ ତୁହାକୁ ତୁହା ହୋଇଥିଲା ପ୍ରଶ୍ନ ।

ଆଜି ଉଭୟଙ୍କୁ କୋଭିଡ ପରୀକ୍ଷା ପାଇଁ କ୍ୟାପିଟାଲ ହସ୍ପିଟାଲ ନେଇଥିଲା ଭିଜିଲାନ୍ସ । ତାଙ୍କ ପୁଅ, ପୁତୁରା ଓ ଡ୍ରାଇଭରଙ୍କୁ ମଧ୍ୟ କ୍ୟାପିଟାଲ ହସ୍ପିଟାଲକୁ ନେଇ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲା । ଏହାପରେ ୪ ଜଣଙ୍କୁ କୋର୍ଟରେ ହାଜର କରିଥିଲା ଭିଜିଲାନ୍ସ । ତେବେ ଗତକାଲା ଆକାଶ ମୁମ୍ବାଇରୁ ଭୁବନେଶ୍ୱରରେ ପହଞ୍ଚିବା ପରେ ଭିଜିଲାନ୍ସ ଆରମ୍ଭ କରିଥିଲା ଜେରା ।  । ସୂଚନା ମୁତାବକ ଭିଜିଲାନ୍ସ ହାତରେ ଅନେକ ତଥ୍ୟ ଲାଗିଥିବା ଜଣାପଡ଼ିଛି ।

ବିଧାନସଭା ଆଗରେ ଦେହରେ କିରୋସିନ ଢ଼ାଳି ୩ ଚାଷୀଙ୍କ ଆତ୍ମାହୁତି ଉଦ୍ୟମ, ପୋଲିସ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ

ଭୁବନେଶ୍ୱର: ପୁଣି ବିଧାନସଭା ସମ୍ମୁଖରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ବିଧାନସଭା ଆଗରେ ୩ଜଣ ଆତ୍ମାହୁତି ଉଦ୍ୟମ କରିଛନ୍ତି । ସମସ୍ତେ ହେଉଛନ୍ତି ଆଠଗଡ଼ ଅଞ୍ଚଳର ଚାଷୀ । ଦେହରେ କିରୋସିନି ଢାଳି ଆତ୍ମହତ୍ୟା ପାଇଁ ଉଦ୍ୟମ କରିଛନ୍ତି । ତେବେ ସେମାନଙ୍କର ଅଧିକ କିଛି ହେବା ପୂର୍ବରୁ ପୋଲିସ ଉଦ୍ଧାର କରିଥିଲା । ସମସ୍ତ ୩ଜଣଙ୍କୁ ପୋଲିସ କାବୁ କରିନେଇଛି ।

କାବୁ କଲା ପରେ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି । ତେବେ ପୋଲିସ ପ୍ରଶାସନର ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାକୁ ବାରମ୍ବାର ବିଫଳତାର ସ୍ୱାଦ ଚାଖିବାକୁ ପଡ଼ୁଛି । ଏଇ କିଛି ଦିନ ମଧ୍ୟରେ ତିନି ତିନିଟି ସମାନ ଘଟଣା ଘଟିଛି । ପୂର୍ବରୁ ପରି ମୃତ୍ୟୁର ତଦନ୍ତରେ ଅବହେଳା ହେଉଥିବାରୁ ପରିର ବାପା ମାଆ ଦେହରେ କିରୋସିନ ଢ଼ାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ ।

ଗୁଟଖା ଦେବା ବାହାନାରେ ଭିନ୍ନକ୍ଷମ ନାବାଳିକାକୁ ଦୁଷ୍କର୍ମର ଅଭିଯୋଗ

ଢେଙ୍କାନାଳ: ମାନସିକ ବିକାରଗ୍ରସ୍ତ ଓ ଭିନ୍ନକ୍ଷମ ନାବାଳିକାକୁ ଦୁଷ୍କର୍ମର ଅଭିଯୋଗ । କରୋନା କାଳରେ ଲମ୍ଭି ଚାଲିଛି କଳଙ୍କିତ ଅଧ୍ୟାୟ । ଯୋଡ଼ି ହେବାରେ ଲାଗିଛି ଗୋଟିଏ ପରେ ଗୋଟିଏ କଳା ଫର୍ଦ୍ଦ । ଅସହାୟତାର ସୁଯୋଗ ଉଠାଉଛନ୍ତି ଦୁର୍ବୃତ୍ତ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅଞ୍ଚଳରେ ।

ସୂଚନା ମୁତାବକ, ଗତ ୨୫.୧୧.୨୦୨୦ ରିଖ ସଂନ୍ଧ୍ୟା ସମୟରେ ନାବାଳିକାଟି ଘର ନିକଟରେ ଥିବାବେଳେ ଗ୍ରାମର ଜଣେ ଯୁବକ ନେହୁରୁ ସାହୁ ତାକୁ ଗୁଟଖା ଦେବା ବାହାନାରେ ଡାକି ନେଇଥିଲା । ଘରଠାରୁ ୧୦୦ ମିଟର ଦୁର ଏକ ନିଛାଟିଆ ସ୍ଥାନକୁ ନେଇ ସେଠାରେ ତା ସହ ଦୁଷ୍କର୍ମ କରିଥିଲା । ତେବେ ଦୁଷ୍କର୍ମ କରୁଥିବା ବେଳେ ନାବାଳିକାଟିର ଚିତ୍କାର ଶୁଣି ପଡୋଶି ଓ ସମ୍ପର୍କିୟ ସେଠାରେ ପହଞ୍ଚିଥିଲେ । ଲୋକେ ଘଟଣା ସ୍ଥଳରେ ପହଞ୍ଚିବା ପରେ ଯୁବକ ଜଣକ ସେଠୁ ଛାଡି ପଳାଇଯାଇଥିଲା ।

ପରିବାର ଲୋକେ ଉଲଗ୍ନ ଅବସ୍ଥାରେ ଉଦ୍ଧାର କରି ନାବାଳିକା କୁ ଘରକୁ ଆଣିଥିଲେ । ଏନେଇ ପରିବାର ଲୋକେ ପରଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୋଲିସ ସଂପୃକ୍ତ ଯୁବକକୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇବା ସହ ଅଧିକ ତଦନ୍ତ ଆରମ୍ଭ କରିଛି ।

ଖୁବ୍‌ ଶୀଘ୍ର ସୁଧୁରିବ ଅର୍ଥନୀତି, ଲକ୍‌ଡାଉନ୍‌ ଯୋଗୁଁ ଖସିଥିଲା ଜିଡିପି

ନୂଆଦିଲ୍ଲୀ: ପ୍ରକାଶ ପାଇବ ଚଳିତ ଆର୍ଥିକବର୍ଷର ଦ୍ୱିତୀୟ ତ୍ରୈମାସିକ ଜିଡିପି ରିପୋର୍ଟ । ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଦେଶର ଜିଡିପି ଅଭିବୃଦ୍ଧି ମାଇନସ୍‌ ୨୩.୯ ପ୍ରତିଶତ ଥିଲା । କରୋନା ମହାମାରୀ ପାଇଁ ପ୍ରଥମ ଥର ଏତେ ମାତ୍ରାରେ କମ୍‌ ରହିଥିଲା ଜିଡିପି ।

ଦ୍ୱିତୀୟ ତ୍ରୈମାସିକ ବା ଜୁଲାଇରୁ ସେପ୍ଟେମ୍ବର ଜିଡିପି ରିପୋର୍ଟ ଅପେକ୍ଷାକୃତ କମ୍‌ ସଂକୋଚନ ହେବ ବୋଲି କୁହାଯାଉଛି । ବିଭିନ୍ନ ସଂସ୍ଥା ଓ ବିଶେଷଜ୍ଞଙ୍କ ପକ୍ଷରୁ ଏନେଇ ଭିନ୍ନ ଭିନ୍ନ ଆକଳନ କରାଯାଉଛି । ରିଜର୍ଭ ବ୍ୟାଙ୍କର ଆକଳନ ଅନୁସାରେ ଦ୍ୱିତୀୟ ତ୍ରୈମାସିକରେ ଜିଡିପି ମାଇନସ୍‌ ୮.୬ ପ୍ରତିଶତ ରହିପାରେ ।

HSBC ସିକ୍ୟୁରିଟି ଆଣ୍ଡ କ୍ୟାପିଟାଲ ମାର୍କେଟ୍‌ର ଆକଳନ ଅନୁସାରେ ଏହା ମାଇନସ୍‌ ୭.୯ ପ୍ରତିଶତ ରହିବ । କରୋନାକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୨୪ରେ ଲକ୍‌ଡାଉନ୍‌ କରିଥିଲେ କେନ୍ଦ୍ର ସରକାର । ଏପ୍ରିଲରୁ ଜୁନ୍‌ କ୍ୱାର୍ଟରରେ ଅର୍ଥନୈତିକ କାର୍ଯ୍ୟକଳାପ ସ୍ଥିର ରହିଥାଏ । ଲକ୍‌ଡାଉନ୍‌ ଯୋଗୁ ଏହି ସମୟରେ ଜିଡିପି ଖସିଥିଲା । ଅର୍ଗାନାଇଜେସନ୍‌ ଫର ଇକୋନୋକିମ୍‌ କର୍ପୋରେସନ୍‌ ଆଣ୍ଡ ଡେଭଲପମେଣ୍ଟ ବା ଓଇସିଡି ତଥ୍ୟ ଅନୁସାରେ ସମସ୍ତ ଜି-୨୦ ଦେଶ ମଧ୍ୟରେ ଭାରତର ଜିଡିପି କମ୍‌ ଥିଲା । ଲକ୍‌ଡାଉନ୍‌ ଉଠିବା ପରେ ଇନ୍‌ଭେଷ୍ଟମେଣ୍ଟ ଡିମାଣ୍ଡ ବଢିଛି । ତେଣୁ ଏଥର ଅପେକ୍ଷାକୃତ କମ୍‌ ସଂକୋଚନ ହୋଇପାରେ । ଅର୍ଥନୀତି ଟ୍ରାକ୍‌କୁ ଫେରିବା ନେଇ ଆଶା ରହିଛି ।

ଅସହାୟଙ୍କ ଭରସା ପାଲଟିଛି ମୋ ପରିବାର, ବାହାରିନରୁ ଓଡ଼ିଶା ଆସିଲା ମୃତ ଯୁବକଙ୍କ ପାର୍ଥିବ ଶରୀର

ଭୁବନେଶ୍ୱର: ଓଡ଼ିଶା ମୋ ପରିବାର ସମନ୍ଵୟ ରେ ବାହାରିନରୁ  ଆସିଲା ଓଡ଼ିଆ ଯୁବକଙ୍କ ପାର୍ଥିବ ଶରୀର । ଚାନ୍ଦବାଲି କିସ୍ମତ ଗାଁ ର ଯୁବକ ଦେବାଶିଷ ସାହୁ । ବାହାରିନରେ କ୍ରାଉନ ଇଲେକ୍ଟିକାଲ କମ୍ପାନୀରେ ଦୀର୍ଘ ୫ବର୍ଷ ହେବ କାର୍ଯ୍ୟ କରୁଥିଲେ ଦେବାଶିଷ । ଦୁର୍ଭାଗ୍ୟବଶତଃ ଗତ ନଭେମ୍ବର ୧୬ ତାରିଖରେ କାର୍ଯ୍ୟ କରୁଥିବା ସମୟରେ ଗ୍ୟାସ ଦୁର୍ଘଟଣା ରେ ତାଙ୍କର ମୃତ୍ୟୁ ଘଟିଥିଲା ।

ତାଙ୍କର ପାର୍ଥିବ ଶରୀରକୁ ଓଡ଼ିଶା ସ୍ଥାନାନ୍ତର କରିବା ପାଇଁ ପରିବାର ଲୋକେ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଏ ସମ୍ପର୍କରେ ଓଡ଼ିଶା – ମୋ ପରିବାରର ଖବର ଦିଆଯାଇଥିଲା ।  ପରେ ଓଡିଶା – ମୋ ପରିବାର ତରଫରୁ ଏହି ସମସ୍ୟା ସମ୍ପର୍କରେ ରାଜ୍ୟସଭା ସାଂସଦ ଡ . ସସ୍ମିତ ପାତ୍ର ଙ୍କୁ ଅଵଗତ କରାଯାଇଥିଲା ।

ଡ. ପାତ୍ର  ସମସ୍ୟା ସମ୍ପର୍କରେ ଜାଣିବା ପରେ ବାହାରିନ୍ ରେ ଥିବା ଓଡ଼ିଆ ସମାଜ ସହଯୋଗରେ ମୃତ ଯୁବକ ଦେବାଶିଷର ପାର୍ଥିବ ଶରୀରକୁ ଭୁବନେଶ୍ଵର ଅଣାଯାଇଛି । ଆଜି ଅପରାହ୍ନ ୨ଟା୧୫ ରେ ଦେବାଶିଷର ମରଶରୀର ଭୁବନେଶ୍ଵର ବିମାନବନ୍ଦର ପହଞ୍ଚିଥିଲା । ଓଡ଼ିଶା ମୋ ପରିବାର ମୃତ ଶରୀରକୁ ଆଣି ପରିବାରବର୍ଗଙ୍କୁ ହସ୍ତାନ୍ତର କରିଥିଲା ।

ଭାରତରେ ଉତ୍ପାଦିତ ହେବ ଋଷ୍ କରୋନା ଟିକା ସ୍ଫୁଟ୍‌ନିକ୍-ଭି

ନୂଆଦିଲ୍ଲୀ: ଋଷ୍‌ ପ୍ରସ୍ତୁତ କରିଥିବା କରୋନା ଟିକା ସ୍ଫୁଟ୍‌ନିକ୍-ଭି ଏବେ ଭାରତରେ ଉତ୍ପାଦିତ ହେବ ।

ଋଷିଆର ସୋଭେରିନ୍ ହେଲ୍‌ଥ ଫଣ୍ଡର ସୂଚନା ଅନୁଯାୟୀ ଋଷର ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ (ଆରଡିଆଇଏଫ୍) ସହ ମିଶି ଭାରତୀୟ ଫାର୍ମା କମ୍ପାନୀ ହେଟେରୋ ’ସ୍ଫୁଟନିକ୍‌- ଭି’ କୋଭିଡ ଟିକା ପ୍ରସ୍ତୁତ କରିବାକୁ ସହମତି ପ୍ରକାଶ କରିଛି । ହେଟେରୋ ଭାରତରେ ୧୦ କୋଟିରୁ ଊର୍ଦ୍ଧ୍ୱ ଡୋଜ୍ ପ୍ରସ୍ତୁତ କରିବ ।

Russia Ship 50 Million Coronavirus Vaccine Sputnik V Doses Brazil

ହାଇଦ୍ରାବାଦ୍‌ ସ୍ଥିତ ଫାର୍ମା କମ୍ପାନୀ ହେଟେରୋ ଆସନ୍ତା ୨୦୨୧ ବର୍ଷ ପ୍ରଥମ ୩ ମାସ ମଧ୍ୟରେ ସ୍ଫୁଟନିକ୍‌-ଭି ଟିକା ପ୍ରସ୍ତୁତ କରିବ। ଏହାବ୍ୟତୀତ ହାଇଦ୍ରାବାଦ ସ୍ଥିତ ଆଉ ଏକ ଫାର୍ମା କମ୍ପାନୀ ଡା. ରେଡ୍ଡୀସ୍ ଲାବୋରେଟୋରୀ ଏହି କରୋନା ଟିକାର ୨ୟ ଓ ୩ୟ ପର୍ଯ୍ୟାୟ ଟ୍ରାଏଲ ସହ ଭାରତରେ ୧୦କୋଟି ଟିକା ବିତରଣର ଦାୟିତ୍ୱ ନେଇଛି ।

ଏହି ଟିକାର ମୂଲ୍ୟ ୧୦ ଡଲାର ଅର୍ଥାତ୍ ପାଖାପାଖି ୭୫୦ ଟଙ୍କା ରହିବ। ଯାହାର ସଂରକ୍ଷଣ ପାଇଁ ଅତ୍ୟଧିକ ଶୀତଳୀକରଣ ଭଣ୍ଡାରର ଆବଶ୍ୟକତା ନାହିଁ ବୋଲି ସୂଚନା ମିଳିଛି ।

ତେବେ ଏହି ଟିକା କରୋନାକୁ ମାତ୍ ଦେବାକୁ ୯୫ ପ୍ରତିଶତ ସକ୍ଷମ ବୋଲି ପୂର୍ବରୁ ଋଷ୍‌ ପକ୍ଷରୁ ଦାବି କରାଯାଇଛି ।

ଆକାଶର ହୋଇଥାନ୍ତା ଡେଷ୍ଟିନେସନ ଓ୍ୱେଡିଂ, ରେଟ ଜାଣିଲେ ମୁଣ୍ଡ ବୁଲାଇବ

ଭୁବନେଶ୍ୱର: ବର କନ୍ୟା ବାହାଘର ପାଇଁ ଥିଲେ ତୟାର । ଆଉ କିଛି ଦିନ ପରେ ବାଜିଥାନ୍ତା ସାହନାଇ । ଅଗ୍ନିକୁ ସାକ୍ଷୀ ରଖି ସାତ ଘେରା ପରେ ପଡ଼ିଥାନ୍ତା ହାତଗଣ୍ଠି । ରାଜକୀୟ ଢ଼ଙ୍ଗରେ ହୋଇଥାନ୍ତା ଗ୍ରାଣ୍ଡ୍‌ ମ୍ୟାରେଜ୍‌ । ଆଉ ଏଥି ପାଇଁ ଇନଭିଟେସନ କାର୍ଡ ଠାରୁ ଆରମ୍ଭ କରି ହୋଟେଲ ବୁକ୍‌, ସବୁ କାମ ସରିଥିଲା । ଆସିଥାନ୍ତେ ୧୮୦ ରୁ ଅଧିକ ବଛା ବଛା ବଡ଼ବଡ଼ିଆ । ହୋଇଥାନ୍ତା ଡେଷ୍ଟିନେସନ ୱେଡିଙ୍ଗ୍‌ । ଏଥିପାଇଁ  ପାଇଁ ପ୍ରସ୍ତୁତ ହେଉଥିଲା ମୁମ୍ବାଇ ତାଜ ପ୍ୟାଲେସ ଓ ଉଦୟପୁର ତାଜ ଲେକ ପ୍ୟାଲେସ ର ସେଲିବ୍ରିଟି ୱେଡିଙ୍ଗ କନଭେନସନ । ଠକ ଅଭୟ ପାଠକ କଳା ଧନକୁ ପାଣିଭଳି ଲୁଟାଇଥାନ୍ତେ ତାଙ୍କ ପୁଅ ଆକାଶ ପାଠକଙ୍କ ବାହାଘରରେ । ବାହା ହୋଇଥାନ୍ତେ ସମସ୍ତଙ୍କୁ ଭୂଆଁ ବୁଲାଉଥିବା ଆକାଶ ପାଠକ ।

ତେବେ ଏହି ହୋଟେଲ ର ଦାମ ଜାଣିଲେ ଆପଣଙ୍କ ନିଦ ହଜିଯିବ । ମୁମ୍ବାଇ ତାଜ ପ୍ୟାଲେସ ହୋଟେଲ ସମ୍ପର୍କରେ ଆସନ୍ତୁ ଜାଣିବା । ଏହି ହୋଟେଲ ରେ ବାହାଘର ପାଇଁ ଦିନକୁ ଦେବାକୁ ହେବ ୮ରୁ ୧୧ ଲକ୍ଷ ଟଙ୍କା । କରୋନା ପାଇଁ ଏବେ ୫୦ ରୁ ୭୦ ଜଣଙ୍କ ମଧ୍ୟରେ ବାହାଘର ଅନୁମତି ଥିବା ବେଳେ ଭେଜ ପ୍ଲେଟ ପାଇଁ ପାଖାପାଖି ୭୫୦୦ ଓ ନନଭେଜ ପ୍ଲେଟ ପାଇଁ ମୁଣ୍ଡପିଛା ଖର୍ଚ୍ଚ କରିବାକୁ ପଡିବ ୧୩ ହଜାର ଟଙ୍କା । ୧୧ ଲକ୍ଷ ଟଙ୍କା ବାଦ ଏହି ଟଙ୍କା ଦେବାକୁ ପଡିବ । ସେହିପରି ଗ୍ରୁମ ଓ ବ୍ରାଇଡ଼ ରୁମ ର ଦାମ ୮୦ ହଜାର ଟଙ୍କା ରହିଛି । ଏସବୁ ବାଦ ୧୮ ପ୍ରତିଶତ ଜିଏସ୍ଟି ମଧ୍ୟ ଲାଗୁହେବ ।

ସେହିପରି ଉଦୟପୁର ତାଜ ପ୍ୟାଲେସ ର ଦାମ ଶୁଣିଲେ ମଧ୍ୟ ହୋସ ଉଡିଯିବ । ଏଠାରେ ଦିନକ ପାଇଁ ଇଭେଣ୍ଟର ଦାମ ରହିଛି ସର୍ବନିମ୍ନ ୭ ଲକ୍ଷ ଟଙ୍କା । କରୋନା ପାଇଁ ଏଠାରେ ମଧ୍ୟ ଏବେ ୧୦୦ ଲୋକଙ୍କ ଯୋଗଦାନ ପାଇଁ ବ୍ୟବସ୍ଥା ରହିଛି । ଲଞ୍ଚ କିମ୍ବା ଡିନର ପ୍ଲେଟ ର ଦାମ ରହିଛି ୮ ରୁ ୧୦ ହଜାର ଟଙ୍କା । ଜିଏସ୍ଟି ବାଦ ହୋଟେଲ ମେଣ୍ଟେନାନ୍ସ ଚାର୍ଜ ପାଇଁ ୧ ଲକ୍ଷ ୫୦ ହଜାର ଟଙ୍କା ଦେବାକୁ ପଡିବ ।

କିନ୍ତୁ ଅନ୍ୟର ଖୁସିକୁ ଲୁଟିଥିବା ଠକ ଅଭୟ ପାଠକଙ୍କ ଉପରେ ଲାଗିଲାଥିଲା କଳା ନଜର । ବାହାଘରକୁ ନେଇ ସବୁ ଖୁସିର ପସର ଫାଟିଲା । ଭିଜିଲାନ୍ସର ଚଢ଼ାଉ ପରେ ବାହାରିଥିଲା ଅଭୟଙ୍କ କଳା କାରନାମା ସାମ୍ରାଜ୍ୟର ଚିଠା । ଲମ୍ଭିଥିଳା ଅମାପ କଳା ଧନର ତାଲିକା । ହିସାବ କରି କରି ହାଲିଆ ହୋଇଥିଲା ଭିଜିଲାନ୍ସ ।

୨୭ ଦିନର ଆନ୍ଦୋଳନ ପରେ ଓଟିଭି କର୍ତ୍ତୃପକ୍ଷଙ୍କ ନିଦ ଭାଙ୍ଗିଲା, କର୍ମଚାରୀଙ୍କୁ ଦେଲେ ନ୍ୟାୟ ପ୍ରତିଶ୍ରୁତି

ଭୁବନେଶ୍ୱର: ମୁଣ୍ଡ ନୁଆଁଇଲେ ଓଟିଭି କର୍ତ୍ତୃପକ୍ଷ । ଆଲୋଚନା ପରେ ଆନ୍ଦୋଳନକାରୀଙ୍କ ସମସ୍ତ ଦାବି ମାନିବାକୁ ବାଧ୍ୟ ହୋଇଛନ୍ତି OTV କର୍ତ୍ତୃପକ୍ଷ । ଦାବି ପୂରଣ ନେଇ ଓଟିଭି କର୍ତ୍ତୃପକ୍ଷଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିବା ପାଇଁ ସହମତି ପ୍ରକାଶ କରିଛନ୍ତି ଅସ୍ଥାୟୀ କର୍ମଚାରୀମାନେ । ତେବେ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ଯୋଗୁଁ ସେମାନଙ୍କୁ ନ୍ୟାୟ ମିଳିଥିବା ନେଇ କହିଛନ୍ତି ଅସ୍ଥାୟୀ କର୍ମଚାରୀମାନେ ।

ପରବର୍ତ୍ତୀ ମୂହୁର୍ତ୍ତରେ ଆଲୋଚନା ସମ୍ପର୍କରେ ରାଜ୍ୟ ସରକାରଙ୍କୁ, ଭୁବନେଶ୍ୱର ଡିଭିଜନାଲ ଲେବର କମିଶନର ରିପୋର୍ଟ ଦେବେ ବୋଲି ସୂଚନା ମିଳିଛି । ଦୀର୍ଘ ୨୭ ଦିନ ଧରି ସାରୁଅ ଷ୍ଟୁଡିଓ ସମ୍ମୁଖରେ ଆନ୍ଦୋଳନ କରିବା ପରେ ଶେଷରେ ଅସ୍ଥାୟୀ କର୍ମଚାରୀଙ୍କ ବିଜୟ ହୋଇଛି ।

 ଓଟିଭିର ମନମୁଖୀ କାର୍ଯ୍ୟ ଯୋଗୁଁ ଦୀର୍ଘ ଦିନ ଧରି ଅସ୍ଥାୟୀ କର୍ମଚାରୀମାନେ ସମସ୍ୟାରେ ଥିଲେ । କମ୍ପାନୀ ଦ୍ୱାରା ଶୋଷଣର ଶିକାର ହୋଇ ମଧ୍ୟ ଚୁପ୍‌‌ ରହୁଥିଲେ । ହେଲେ ଯେତେବେଳେ କମ୍ପାନୀ ଅମାନବିକତାର ସୀମା ଟପିବାରେ ଲାଗିଲା ସେତେବେଳେ କର୍ମଚାରୀମାନେ ସ୍ୱର ଉତ୍ତୋଳନ କଲେ । ଆଉ ନିଜ ହକ୍‌ ଓ ନ୍ୟାୟ ପାଇଁ ଆନ୍ଦୋଳନର ପନ୍ଥା ଆପଣାଇଲେ ।

ଓଟିଭି ମାଲିକାନାରେ ଥିବା ସାରୁଅ ଷ୍ଟୁଡିଓ ଗେଟ୍‌ ସମ୍ମୁଖରେ ଦୀର୍ଘ ୨୭ ଦିନ ପର୍ଯ୍ୟନ୍ତ ଆନ୍ଦୋଳନ କରିବା ପରେ ଆଜି କର୍ତ୍ତୃପକ୍ଷଙ୍କଠାରୁ ନ୍ୟାୟର ପ୍ରତିଶ୍ରୁତି ମିଳିଛି । କର୍ମଚାରୀଙ୍କ ସବୁ ଦାବି ପୁରଣ କରାଯିବ ବୋଲି ଓଟିଭି କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଛନ୍ତି ।

କଙ୍ଗନାଙ୍କ ସପକ୍ଷରେ ବମ୍ବେ ହାଇକୋର୍ଟଙ୍କ ରାୟ; ବିଏମସି ଦେବ କ୍ଷତିପୂରଣ

0

ମୁମ୍ବାଇ: ବମ୍ବେ ହାଇକୋର୍ଟରେ ବିଏମସି ବିରୋଧରେ ଲଢେଇ ଜିତିଲେ କଙ୍ଗନା ରାଣାଓ୍ୱତ । ଖୁବଶିଘ୍ର କ୍ଷୟକ୍ଷତିର ଆକଳନ କରାଯିବା ପରେ ତାଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ ।

ସୂଚନା ଅନୁଯାୟୀ ମୁମ୍ବାଇର ପାଲିହିଲ ସ୍ଥିତ କାର୍ଯ୍ୟାଳୟକୁ ବିଏମସି ଭାଙ୍ଗି ଦେଇଥିବା ବେଳେ କୋର୍ଟ ଏହାକୁ ବେଆଇନ ବୋଲି କହିଛନ୍ତି। କଙ୍ଗନାଙ୍କ କାର୍ଯ୍ୟାଳୟକୁ ଭାଙ୍ଗିବା ପୂର୍ବରୁ ବିଏମସି ଦେଇଥିବା ନୋଟିସକୁ ବେଆଇନ ବୋଲି କୋର୍ଟ କହିଛନ୍ତି । ପ୍ରତିଶୋଧ ନେବା ଆଳରେ ଏପରି କରାଯାଇଥିବା ସେ ପ୍ରକାଶ କରିଛନ୍ତି । ଏଥିସହ ପୁଣି ଥରେ କଙ୍ଗନା ଚାହିଁଲେ ସେଠାରେ ନିଜ କାର୍ଯ୍ୟାଳୟ ନିର୍ମାଣ କରିପାରିବେ ଏବଂ ଏଥିପାଇଁ ତାଙ୍କୁ ଆଉଥରେ ବିଏମସିରେ ଆବେଦନ କରିବାକୁ ପଡିବ ।

 

କଙ୍ଗନାଙ୍କ କାର୍ଯ୍ୟାଳୟ ଭଙ୍ଗାଯିବାର ପ୍ରାୟ ଦୁଇ ମାସ ପରେ କୋର୍ଟ ଏହି ରାୟ ଶୁଣାଇଥିବା ବେଳେ ଏଥିପାଇଁ ବିଏମସି ତାଙ୍କୁ ସହଯୋଗ କରିବା ପାଇଁ ମଧ୍ୟ କୁହାଯାଇଛି ।

ଅପରପକ୍ଷରେ କଙ୍ଗନାଙ୍କ ବିବାଦୀୟ ବୟାନଙ୍କୁ ନେଇ ମଧ୍ୟ କୋର୍ଟରେ ଶୁଣାଣି ହୋଇଛି । ଉକ୍ତ ମାମଲାକୁ କୋର୍ଟ ହେୟଜ୍ଞାନ କରିବା ସହ ଭାବିଚିନ୍ତି କଥା ହେବା ଆବଶ୍ୟକ ବୋଲି କହିଛନ୍ତି ।