spot_img
Home Blog Page 6378

ମୁଖ୍ୟମନ୍ତ୍ରୀଙ୍କର କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଚିଠି: ଓଡ଼ିଶୀ ସଙ୍ଗୀତ ପାଇଁ ଶାସ୍ତ୍ରୀୟ ମାନ୍ୟତା ଦାବି…

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲଙ୍କୁ ଚିଠି ଲେଖି ଓଡିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବା ପାଇଁ ଦାବି କରିଛନ୍ତି । ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଖ୍ରୀଷ୍ଟପୂର୍ବ ୨୦୦ ଶହ ଶତାଦ୍ଧୀ ପୂରୁଣା ସଙ୍ଗୀତ ‘ଓଡ଼ିଶା’କୁ କେନ୍ଦ୍ର ସରକାର ଏଯାବତ୍ ଶାସ୍ତ୍ରୀୟ ସଙ୍ଗୀତର ମାନ୍ୟତା ଦେଇନାହାନ୍ତି । ନିଜସ୍ୱ ଧୁନ୍ ଓ ରାଗ ଥିବା ଏହି ସଙ୍ଗୂତର ଇତିହାସ ଏବେକୁ ପ୍ରାୟ ୨ହଜାର ବର୍ଷ ପୁରୂଣା ହେଲେ ମଧ୍ୟ ଏହା ଏବେ ମଧ୍ୟ ଜାତୀୟ ସ୍ତରରେ ନିଜର ନାର୍ଯ୍ୟ ଦାବି ପାଇ ପାରିନାହିଁ । ଶାସ୍ତ୍ରୀୟ ଲିପି, ଗୀତି ପଦ୍ଧତି ଓ ବିକଶିତ ବ୍ୟାକରଣର ବ୍ୟବହାର କ୍ଷେତ୍ରରେ ଓଡ଼ିଶୀ ସଙ୍ଗୀତ କୌଣସି ଗୁଣରେ କମ୍ ନୁହେଁ ।

ମୁଖ୍ୟତଃ ଶାସ୍ତ୍ରୀୟ ସଙ୍ଗୀତର ମାନ୍ୟତା ପାଇବା ପାଇଁ ଏହି ସଙ୍ଗୀତ କୌଣସି ଗୁଣରେ ମଧ୍ୟ ଊଣା ନୁହେଁ । କେନ୍ଦ୍ର ସରକାରଙ୍କର ଏହି ସଙ୍ଗୀତ ପ୍ରତି ନିଷ୍କ୍ରିୟ ଆଭିମୁଖ୍ୟ ସତ୍ତ୍ୱେ ମଧ୍ୟ ଆନୁଷ୍ଠାନିକ ଭାବେ ଏହି ସଙ୍ଗୀତର ମର୍ଯ୍ୟାଦାକୁ ବଞ୍ଚାଇ ରଖିବା ପାଇଁ ରାଜ୍ୟ ଓଡ଼ିଶୀକୁ ଆନୁଷ୍ଠାନିକ ମହତ୍ତ୍ୱ ଦେଇଛନ୍ତି । ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଅନୁସନ୍ଧାନ କେନ୍ଦ୍ର, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଭଳି ପ୍ରଖ୍ୟାତ ଅନୁଷ୍ଠାନ ଓଡ଼ିଶୀ ଶିକ୍ଷାକୁ ପ୍ରୋତ୍ସାହିତ କରିବା ସହ ସଙ୍ଗୀତର ମାନ ବଢ଼ାଇଛି ।

ଏହାବ୍ୟତୀତ ୧୯୯୯ ମସିହାରେ ରାଜ୍ୟରେ ପ୍ରତିଷ୍ଠା ହୋଇଥିବା ଉତ୍କଳ ସଂସ୍କୃତି ବିଶ୍ୱ ବିଦ୍ୟାଳୟ ଓଡ଼ିଶୀ ସଙ୍ଗୀତକୁ ଏକ ନୂଆ ଦିଗନ୍ତ ଦେଇଛି ।ଅନ୍ୟପକ୍ଷରେ ଓଡ଼ିଶାର କଳାକାରଙ୍କର ଦେଶର କଳା ସଂସ୍କୃତି ପ୍ରତି ଉଲ୍ଲେଖନୀୟ ଅବଦାନ ରହିଛି । ସଙ୍ଗୀତ, କଳା, ସଂସ୍କୃତି କ୍ଷେତ୍ରରେ ନିଜ ଦକ୍ଷତା ପ୍ରଦର୍ଶନ କରିବା ସହ ଓଡ଼ିଆ କଳାକାରମାନେ ଜାତୀୟ ଓ ଆନ୍ତର୍ଜାତିକ ପୁରସ୍କାର ମଧ୍ୟ ହାତେଇଛନ୍ତି ।

ଏସବୁ ଦେଶ ପାଇଁ ନିହାତି ପକ୍ଷେ ଗର୍ବର ପ୍ରସଙ୍ଗ । ତେଣୁ ଓଡ଼ିଶୀ ନୃତ୍ୟକୁ ଜାତୀୟସ୍ତରରେ ଶାସ୍ତ୍ରୀୟ ନୃତ୍ୟର ମାନ୍ୟତା ମିଳିସାରିଥିଲେ ମଧ୍ୟ ଓଡ଼ିଶୀ ସଙ୍ଗୀତ ପକ୍ଷରେ ଏଭଳି ହେବା ସମ୍ଭବପର ହୋଇନାହିଁ । ରାଜ୍ୟ କ୍ୟାବିନେଟର ନିଷ୍ପତ୍ତି କ୍ରମେ କେନ୍ଦ୍ର ସରକାରଙ୍କ ନିକଟରେ ଏହି ପ୍ରସଙ୍ଗକୁ ଉଠାଇବା ପାଇଁ ଗତ ସେପ୍ଟେମ୍ୱର ୨ ତାରିଖରେ ନିଷ୍ପତ୍ତି ନେଇଥିଲେ । ଏଣୁ ଅନୁରୋଧ ଏହା ଯେ ଉପରୋକ୍ତ ପ୍ରସଙ୍ଗକୁ ଗୁରୁତ୍ୱର ନେଇ ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବା ଉପରେ କେନ୍ଦ୍ର ସରକାର ବିଚାର କରନ୍ତୁ । ରାଜ୍ୟର କଳା ଓ ସଙ୍ଗୀତପ୍ରେମୀଙ୍କର ଏହା ଏକ ଦୀର୍ଘଦିନର ସ୍ୱପ୍ନ ଅଟେ ।

IPL 2020: ଚେନ୍ନାଇ Vs ଦିଲ୍ଲୀ, ଟସ୍ ଜିତି ଫିଲଡିଂ ବାଛିଲା ଚେନ୍ନାଇ ସୁପର କିଙ୍ଗସ୍

0

ଦୁବାଇ: (IPL 2020) ଆଇପିଏଲର ସାତ ନଂ ମ୍ୟାଚରେ ଆଜି ମୁହାଁମୁହିଁ ହେଉଛନ୍ତି ଚେନ୍ନାଇ ସୁପର କିଙ୍ଗସ ଓ ଦିଲ୍ଲୀ କ୍ୟାପିଟାଲ୍ସ । ତେବେ ଚେନ୍ନାଇ ସୁପର କିଙ୍ଗସ ଟସ୍ ଜିତି ପ୍ରଥମେ  ଫିଲଡିଂ କରିବା ପାଇଁ ନିଷ୍ପତ୍ତି ନେଇଛି ।

ଗୋଟେପଟେ ତିନି ତିନି ଥର ଟାଇଟଲ ହାସଲ କରିସାରିଥିବା ଅନୁଭବୀ ଚେନ୍ନାଇ ସୁପର କିଙ୍ଗସ ଥିବାବେଳେ , ଅନ୍ୟପଟେ ଏମିତି ଏକ ଟିମ୍ ରହିଛି ଯାହାକୁ ଚଳିତ ବର୍ଷ ଟାଇଟଲ ହାତେଇବାରେ ପ୍ରଥମ ଦାବିଦାର ମନେ କରାଯାଉଛି । ମହେନ୍ଦ୍ର ସିଂହ ଧୋନୀଙ୍କ ଟିମରେ ଅନୁଭବୀ ଖେଳାଳିଙ୍କ କମି ନଥିବାବେଳେ ଅନ୍ୟପଟେ ଦିଲ୍ଲୀ କ୍ୟାପିଟାଲ୍ସର କ୍ୟାପଟେନ ଶ୍ରେୟସ ଐୟର ହେଉଛନ୍ତି ଆଇପିଏଲର ସବୁଠାରୁ କନିଷ୍ଠ କ୍ୟାପଟେନ । ଦିଲ୍ଲୀ କ୍ୟାପିଟାଲ୍ସ ଟିମରେ ପୃଥ୍ୱୀ ସଁ ଭଳି ଯୁବ ଖେଳାଳୀ ସାମିଲ ଅଛନ୍ତି ଏବଂ ଅନୁଭବ କଥା କହିବାକୁ ଗଲେ ଶିଖର ଧୱନ ମଧ୍ୟ ଏହି ଟିମରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି । ପୂର୍ବ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସ କିଙ୍ଗସ ଏଲେଭେନ ପଞ୍ଜାବ ବିପକ୍ଷରେ ରୋମାଞ୍ଚକର ମ୍ୟାଚ ଖେଳିଥିଲା । ଟିମ୍ ହାରୁଥିବା ମ୍ୟାଚକୁ ପ୍ରଥମେ ସୁପର ଓଭର ପର୍ଯ୍ୟନ୍ତ ନେଇଆସିଥିଲେ ଆଉ ତାପରେ ମ୍ୟାଚ ହାତେଇଥିଲା ।

ଏଥି ସହିତ ମହେନ୍ଦ୍ର ସିଂ ଧୋନିଙ୍କ ଦଳ ପ୍ରଥମ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି । ଅବଶ୍ୟ ଏହା ପରେ ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ ତାଙ୍କୁ ପରାଜୟର ସାମ୍ନା ହେବାକୁ ପଡିଥିଲା । ଦ୍ୱିତୀୟ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସର ବ୍ୟାଟିଂ ଅର୍ଡର ନେଇ ପ୍ରଶ୍ନ ଉଠିଥିଲା। ତେବେ ଆଜିର ମ୍ୟାଚରେ ଫଳାଫଳ କଣ ହେଉଛି ତାହା ଦେଖିବା ବାକି ରହିଲା।

ଡିଜିଟାଲ ଶିକ୍ଷାଦାନ ପ୍ରଣାଳୀରେ ପ୍ରଶିକ୍ଷକମାନଙ୍କ ପାଇଁ  ଟିସିଏସ୍ ଆଇଓଏନ୍ ଗ୍ଲାସରୁମ୍ ଏଜୁକେସନ୍

ଭୁବନେଶ୍ୱର : ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ଯ଼ୋଡି ହେବାକୁ ଯ଼ାଉଛି ନୂଆ ଅଧ୍ୟାୟ । ଏ କ୍ଷେତ୍ରରେ ରାଜ୍ୟ ସରକାରଙ୍କୁ ସହଯୋଗ କରିବ ଟାଟା କନ୍ସଲଟାନ୍ସିଂ ସର୍ଭିସ(ଟିସିଏସ୍) । ଟିସିଏସ୍ ସହଭାଗିତାରେ ଆରମ୍ଭ ହେବାକୁ ଯାଉଛି ଟିସିଏସ୍ ଆଇଓଏନ୍ ଗ୍ଲାସରୁମ୍ ଏଜୁକେସନ୍ । ଏହି କାର୍ଯ୍ୟକ୍ରମକୁ କ୍ୟାରିୟର ଏଜ୍ ଫର ଟିଚର୍ସ ବୋଲି କୁହାଯାଇଛି । ଏହା ମାଧ୍ୟମରେ ବିଦ୍ୟାର୍ଥୀଙ୍କୁ ପ୍ରଶିକ୍ଷଣ ଦେଉଥିବା ପ୍ରଶିକ୍ଷକମାନଙ୍କୁ ଦିଆଯିବ ତାଲିମ । ରାଜ୍ୟର ୨୧୪ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓ ୧୦୧ ଉତ୍କର୍ଷ କେନ୍ଦ୍ରରେ ଶିକ୍ଷାଦାନ ଦେଉଥିବା ପ୍ରଶିକ୍ଷକମାନଙ୍କ ଦକ୍ଷତା ବୃଦ୍ଧି କରିବ ଏହି କାର୍ଯ୍ୟକ୍ରମ ।

ବିଶେଷ କରି ସାମ୍ପ୍ରତିକ ସ୍ଥିତିରେ ଆବଶ୍ୟକତା ପାଲଟିଥିବା ଡିଜିଟାଲ ଶିକ୍ଷାଦାନ ପଦ୍ଧତିକୁ ଆହୁରି ସରଳୀକରଣ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ । କ୍ୟାରିୟର ଏଜ୍ ଫର ଟିଚର୍ସ ମାଧ୍ୟମରେ ଶିକ୍ଷକମାନଙ୍କୁ ୧୫ଦିନିଆ ମାଗଣା ପ୍ରଶିକ୍ଷଣ ଦିଆଯିବ । ଡିଜିଟାଲ ପଦ୍ଧତିକୁ ଭଲଭାବରେ ଜାଣିବା ସହ ନୂତନ ପଦ୍ଧତିରେ ଶିକ୍ଷକମାନଙ୍କୁ ଅଭ୍ୟସ୍ତ କରିବା ଏହାର ମୂଳ ଉଦ୍ଦେଶ୍ୟ । ଏହା ଏକ ପ୍ରକାର ମୁକ୍ତ ଶିକ୍ଷା । ଶିକ୍ଷକମାନେ ନିଜ ନିଜ ସୁବିଧା ଅନୁସାରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସମାପ୍ତ କରିପାରିବେ । ଟିସିଏସ୍ ପକ୍ଷରୁ କମ୍ପାନୀର ସାମାଜିକ ଦାୟିତ୍ୱ ସମ୍ପର୍କିତ କାର୍ଯ୍ୟକ୍ରମ ଅଧିନରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବାକୁ ଯାଉଛି ।

ପାରମ୍ପରିକ ଶିକ୍ଷାଦାନ ପ୍ରଣାଳୀରୁ ଏହା ଅତ୍ୟନ୍ତ ଭିନ୍ନ । ଟିସିଏସ୍ ଆଇଓଏନ୍ ଡିଜିଟାଲ କ୍ଲାସରୁମ ମାଧ୍ୟମରେ ବିଦ୍ୟାଳୟଗୁଡିକରେ ଶିକ୍ଷାଦାନ କରାଯିବ । ମୁଖ୍ୟତଃ ଏହି ବ୍ୟବସ୍ଥାରେ ରିୟଲ ଟାଇମ ପଦ୍ଧତିରେ ଛାତ୍ରଛାତ୍ରୀମାନେ ସେମାନଙ୍କ ସ୍କୁଲ ସମ୍ବଦ୍ଧାୟ ପାଠ୍ୟକ୍ରମ, ଭିଡିଓ, ୱାର୍କସିଟ୍ ଏବଂ କୌଣସି ବିଷୟକୁ ଅନୁଧ୍ୟାନ ମଧ୍ୟ କରିପାରିବେ । ଏହି ପ୍ରଣାଳୀରେ ଛାତ୍ରଛାତ୍ରୀଙ୍କ ସହ ପ୍ରଶିକ୍ଷକମାନେ ଭାବବିନିମୟ ଭିତ୍ତିକ କାର୍ଯ୍ୟକ୍ରମ, କୌଣସି ବିଷୟର ସର୍ବେକ୍ଷଣ ଇତ୍ୟାଦି କରିପାରିବେ ।

 

ଭାରତକୁ ୨ ଅରବ ଡଲାରର ଝଟକା: ଟ୍ୟାକ୍ସ ବିବାଦରେ ଅନ୍ତର୍ଜାତୀୟ ଟ୍ରିବୁନାଲରେ ଭୋଡାଫୋନ୍‌ର ବିଜୟ

0

ନୂଆଦିଲ୍ଲୀ: ଭାରତକୁ ୨ ଅରବ ଡଲାର ଝଟକା । ଟେଲିକମ୍ ସର୍ଭିସ ପ୍ରୋଭାଇଡର ଭୋଡାଫୋନ୍ ଗ୍ରୁପ୍ (ପିଏଲସି) ୨ ଆରବ ଡଲାର ଟ୍ୟାକ୍ସ ବିବାଦ ମାମଲାରେ ଭାରତ ସରକାର ବିରୋଧରେ ଅନ୍ତର୍ଜାତୀୟ ମଧ୍ୟସ୍ଥି ଟ୍ରିବୁନାଲରେ ମାମଲା ଜିତିନେଇଛି । ଦି ହେଗ୍ (THE HAGUE) ସ୍ଥିତ ଅନ୍ତର୍ଜାତୀୟ ମଧ୍ୟସ୍ଥି ଟ୍ରିବୁନାଲ ଭାରତ ସରକାର ପକ୍ଷରୁ ଲାଗୁ କରାଯାଇଥିବା ଟ୍ୟାକ୍ସ, ସୁଧ ଏବଂ ପେନାଲ୍ଟି ଲଗାଇବା ଭାରତ ଏବଂ ନେଦରଲ୍ୟାଣ୍ଡ ମଧ୍ୟରେ ହୋଇଥିବା ଟ୍ରିଟ୍ ଏଗ୍ରିମେର୍ଟର ଉଲ୍ଲଂଘନ ।

                   ଟ୍ରିବୁନାଲ ନିଜ ଫଇସଲାର କହିଛନ୍ତି ଯେ, ଭାରତ ସରକାର ଭୋଡାଫୋନଠାରୁ ବକେୟା ମାଗିବା ବନ୍ଦ କରିବା ଆବଶ୍ୟକ । ଏଥିସହିତ ଆଇନଗତ ଲଢ଼େଇ ଲଢ଼ିବା ନେଇ କମ୍ପାନୀ ପକ୍ଷରୁ ହୋଇଥିବା ଖର୍ଚ୍ଚ ବାବଦକୁ ୫୪.୭ ଲକ୍ଷ ଡଲାର ଦେବାକୁ କୁହାଯାଇଛି । ତେବେ ଏ ସମ୍ପର୍କରେ ଭାରତ ଏବଂ ଅର୍ଥମନ୍ତ୍ରାଳୟ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ ।

ପୂରା ମାମଲା କ’ଣ

ଭୋଡାଫୋନ୍ ୨୦୦୭ ମସିହାରେ ହଂକଂ ର ହଚିସନ୍ କମ୍ପାନୀର ମାଲିକ ହଚିସନ୍ ହାମପୋଆଙ୍କ ମୋବାଇଲ୍ ବ୍ୟବସାୟ ହଚିସନ୍ ଏସାର ର ୬୭ ପ୍ରତିଶତର ଅଂଶଦାରୀ ୧୧ ଅରବ ଡଲାରରେ କିଣିଥିଲେ । ଭୋଡାଫୋନ୍‌ର ଏହି ଅଂଶିଧାରୀ ନେଦରଲ୍ୟାଣ୍ଡସ୍ ଏବଂ କେମେନ୍ ଆଇଲ୍ୟାଣ୍ଡ ସ୍ଥିତ ନିଜ କମ୍ପାନୀ ଜରିଆରେ ନେଇଥିଲା । ଏହି ଡିଲ୍ ଉପରେ ଭାରତ ଇନକମ୍ ଟ୍ୟାକ୍ସ ଡିପାର୍ଟମେଣ୍ଟ ଭୋଡାଫୋନ୍ ଠାରୁ କ୍ୟାପିଟାଲ୍ ଗେନ୍ ଟ୍ୟାକ୍ସ ମାଗୁଥିଲା । ତେବେ ଭୋଡାଫୋନ୍ ଯେତେବେଳେ କ୍ୟାପିଟାଲ ଗେନ୍ ଟ୍ୟାକ୍ସ ଦେବା ପାଇଁ ରାଜି ହୋଇଥିଲା ସେତେବଳେ ରେଟ୍ରୋସ୍ପୋକ୍ଟିବ୍ ମଧ୍ୟ ମାଗାଯାଇଥିଲା । ଅର୍ଥାତ ୨୦୦୭ ମସିହାରେ ଏହି ଡିଲ୍ ହୋଇଥିଲା । ଏବଂ ଇନକମ୍ ଟ୍ୟାକ୍ସ ଡିପାର୍ଟମେଣ୍ଟ ଲଗାତାର ବିଦହାେଲ୍ଡିଂ ଟ୍ୟାକ୍ସ ମାଗୁଥିଲା । ଏହା ପରେ କମ୍ପାନୀ ୨୦୧୨ରେ ଏହି ଡିମାଣ୍ଡ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ସୁପ୍ରିମକୋର୍ଟ ୨୦୦୭  ମସିହାରେ ନିଜ ରାୟରେ କହିଥିଲେ ଯେ, ଭୋଡାଫୋନ୍ ଇନ୍‌କମ୍ ଟ୍ୟାକ୍ସ ଆକ୍ଟ ୧୯୬୧କୁ ଠିକ୍ ବୁଝିଛନ୍ତି । ୨୦୦୭ ମସିହାରେ ଏହି ଡିଲ୍ ଟ୍ୟାକ୍ସ ପରିସରରେ ନଥିଲା ଏଣୁ ଏହା ଉପରେ ଟ୍ୟାକ୍ସ ଲଗାଯାଇପାରିବ ନାହିଁ । ତେବେ ଏହା ପରେ ସରକାର ଫାଇନାନ୍ସ ଆକ୍ଟ ୨୦୧୨ ଜରିଆରେ ରେଟ୍ରୋସ୍ପୋକ୍ଟିବ୍ ଟ୍ୟାକ୍ସ ଲାଗୁ କରିଥିଲା । ଅର୍ଥାତ ସରକାର ୨୦୧୨ରେ ଏହି ଆଇନ୍ ପ୍ରଣୟନ କରିଥିଲା । ୨୦୦୭ ରେ ଭୋଡାଫୋନ ଏବଂ ହଚିସନ୍ ମଧ୍ୟରେ ହୋଇଥିବା ଡିଲ୍ ଟ୍ୟାକ୍ସ ପରିସରଭୁକ୍ତ ହେବ । ଭୋଡାଫୋନ୍ ୩ ଜାନୁଆାରୀ ୨୦୧୩ରେ କହିଥିଲେ ଯେ, ଏହା ଦ୍ୱାରା ୧୪ ହଜାର ୨୦୦ କୋଟି ଟଙ୍କା ମଗାଯାଇଥିଲା । ଏହା ପ୍ରିନ୍ସିପାଲ୍ ଏବଂ ସୁଧ ଥିଲା କିନ୍ତୁ କୌଣସି ପେନେଲ୍ଟି ଯୋଡ଼ାଯାଇନଥିଲା ।

କରଣ ଜୋହରଙ୍କ ପାର୍ଟି ଉପରେ ଏବେ NCBର ନଜର, ଭିଡିଓରେ କୋକେନର ବ୍ୟବହାର ନେଇ ସନ୍ଦେହ

ଅନୁଷ୍କାଙ୍କ ପୋଷ୍ଟକୁ ନେଇ ସାମ୍ନାକୁ ଆସିଲା ସୁନିଲ ଗାଭାସ୍କରଙ୍କ ବୟାନ

ମୁମ୍ବାଇ: ଟିମ୍‌ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ‌ସୁନିଲ ଗାଭାସ୍କର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ କିଙ୍ଗସ XI ପଞ୍ଜାବ ମଧ୍ୟରେ ଖେଳା ଯାଇଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ ମ୍ୟାଚ୍ ‌ପରେ ଭାରତୀୟ କ୍ୟାପଟେନ ବିରାଟ କୋହଲି ଏବଂ ତାଙ୍କ ସ୍ତ୍ରୀ ଅନୁଷ୍କା ଶର୍ମାଙ୍କୁ ନେଇ କମେଣ୍ଟ କରି ଅଡ଼ୁଆରେ ପଡ଼ିଛନ୍ତି । ବିରାଟ କୋହଲି ଗୋଟିଏ ରନ୍‌ପରେ ଆଉଟ ହୋଇଯିବା ପରେ ସୁନିଲ କମେଣ୍ଟ୍ରି ସମୟରେ ଅନୁଷ୍କାଙ୍କୁ ଆକ୍ଷେପ କରି ବିବାଦୀୟ ବୟାନ୍  ‌ଦେଇଛନ୍ତି । ତେବେ ବିରାଟ ଭଲ ପ୍ରଦର୍ଶନ କରି ନପାରିବା ପଛର କାରଣ ଅନୁଷ୍କା ବୋଲି ସେ କମେଣ୍ଟ୍ରିରେ କହିଛନ୍ତି ।  ଖେଳରେ ସ୍ୱାମୀଙ୍କ ଖରାପ ପ୍ରଦର୍ଶନରେ ସ୍ତ୍ରୀଙ୍କୁ ଏହା ମଧ୍ୟକୁ ଟାଣିବା ଅନୁଚିତ୍‌ ବୋଲି ଅନୁଷ୍କା କହିଛନ୍ତି । ଯାହାକୁ ନେଇ ସେ ଇଂଷ୍ଟାଗ୍ରାମ ଷ୍ଟୋରୀରେ ଏକ ପୋଷ୍ଟ ଶେୟାର କରିଛନ୍ତି । ଜଣେ ସମ୍ମାନୀୟ ବ୍ୟକ୍ତିଙ୍କୁ ଏଭଳି କଥା ଶୋଭା ପାଉନଥିବା କହିଛନ୍ତି ଅନୁଷ୍କା ।


ଏହା ମଧ୍ୟରେ ସାମ୍ନାକୁ ଆସିଛି ସୁନିଲଙ୍କ ପ୍ରତିକ୍ରିୟା । ଅନୁଷ୍କାଙ୍କ ପୋଷ୍ଟରେ ପ୍ରତିକ୍ରିୟା ଦେଖାଇ ସୁନିଲ କହିଛନ୍ତି କି, ସେ କେବଳ ବିରାଟଙ୍କ ଅଭ୍ୟାସରେ କମି ଥିବା କହିଥିଲେ, ଏବଂ ତାଙ୍କ କଥାର କୌଣସି ଖରାପ ଅର୍ଥ ନଥିଲା  । ତାଙ୍କ ଶବ୍ଦକୁ ଭୁଲ ଭାବରେ ପ୍ରଦର୍ଶନ କରାଯାଇଛି ବୋଲି କହିଛନ୍ତି ସୁନିଲ ଗାଭାସ୍କର । ଏହା ସହିତ ଉକ୍ତ କ୍ଲିପକୁ ଭଲ ଭାବରେ ଶୁଣିବା ପାଇଁ ବିରାଟ ଏବଂ ଅନୁଷ୍କାଙ୍କୁ ସେ ପରାମର୍ଶ ଦେଇଛନ୍ତି ।

ସୁନିଲ ଗାଭାସ୍କରଙ୍କ ଉପରେ ବର୍ଷିଲେ ଅନୁଷ୍କା, ସୋସିଆଲ ମିଡିଆରେ ପୋଷ୍ଟ କରି କହିଲେ ଏମିତି କଥା…

ବିଏମସି କମିଶନରଙ୍କ ପ୍ରେସମିଟ୍: ସଂକ୍ରମଣ ନିୟନ୍ତ୍ରଣରେ, ରାଜଧାନୀରେ ୬୦ ପ୍ରତିଶତ କୋଭିଡ୍ ଶଯ୍ୟା ଫାଙ୍କା…

ଭୁବନେଶ୍ୱର: ରାଜଧାନୀର ସଂକ୍ରମଣ ଏବେ ନିୟନ୍ତ୍ରଣରେ ଅଛି । ଏକଥା କହିଛନ୍ତି ବିଏମସି କମିଶନର ।  ବିଏମସି କମିଶନରଙ୍କ ଅନୁସାରେ, ଭୁବନେଶ୍ୱର ରାଜଧାନୀ ବୋଲି ବାହାରୁ  ଅଧିକ ରୋଗୀ ଆସୁଛନ୍ତି । ଟେଷ୍ଟିଂ ସମୟରେ ନିଜ ଠିକଣା ଓ ମୋବାଇଲ ନମ୍ୱର ଭୁଲଭାଲ୍ ଦେଉଛନ୍ତି । ଏଣୁ ରୋଗୀଙ୍କ ପ୍ରକୃତ ଠିକଣା ମିଳିବା ସମ୍ଭବପର ହେଉନି । ସେହିଭଳି କୋଭିଡ୍ ସଂକ୍ରମଣର ମାତ୍ରା ଖାଲି ପଡ଼ିଥିବା ଶଯ୍ୟା ସହ ଯୋଡ଼ି କମିଶନର କହିଛନ୍ତି ଯେ ରାଜଧାନୀରେ ଏବେ ମଧ୍ୟ ୬୦ ପ୍ରତିଶତ କୋଭିଡ୍ ଶଯ୍ୟା ଖାଲି ପଡ଼ିଛି ।

ଏଥିସହିତ ରାଜ୍ୟ ସରକାର ନିର୍ଦ୍ଦେଶ ଅନୁଯାୟୀ ଅଣକୋଭିଡ ହସ୍ପିଟାଲରେ ମଧ୍ୟ ୫୦ ପ୍ରତିଶତ ବେଡ୍ କୋଭିଡ୍ ରୋଗୀଙ୍କ ପାଇଁ ସଂରକ୍ଷିତ ରଖାଯାଇଛି । ସେହିଭଳି ରାଜଧାନୀରେ ଆଉ କନଣ୍ଟେମେଣ୍ଟ ଷ୍ଟ୍ରାଟେଜି ରହିବ ନାହିଁ । ଅର୍ଥାତ୍ ଅଧିକ ରୋଗୀ ଚିହ୍ନଟ ହେଉଥିବା ଏକ ନିର୍ଦ୍ଧିଷ୍ଟ କ୍ଷେତ୍ରକୁ ସରକାର ଆଇସୋଲେଟ କରିବେ ନାହିଁ । ଅନ୍ୟପକ୍ଷରେ ସେରୋ ସର୍ଭେଲାନ୍ସ ଡାଟା ଆଧାରରେ ବାହାବାହା ନେବାକୁ ମଧ୍ୟ ଭୁଲି ନାହାନ୍ତି ବିଏମସି କମିଶନର ।

ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି ଯେ, ଭୁବନେଶ୍ୱର ହୋଇଥିବା ସେରୋ ସର୍ଭେଲାଇନସରୁ ଜଣାପଡିଛି ଯେ, ରାଜଧାନୀରେ ମାତ୍ର ୫ରୁ ୧୦ ପ୍ରତିଶତ ଲୋକଙ୍କ ଠାରେ ଆଣ୍ଟିବଡି ସୃଷ୍ଟି ହୋଇଛି । ଏହା ସୂଚାଉଛି ଯେ, ସଂକ୍ରମଣ ନିୟନ୍ତ୍ରଣରେ ରହିଛି ।  ସେହିଭଳି ଭୁବନେଶ୍ୱରର ବସ୍ତିରେ ମଧ୍ୟ କରୋନା ନିୟନ୍ତ୍ରଣରେ ରହିଛି  ବୋଲି କମିଶନର କହିଛନ୍ତି । ସେହିଭଳି ଭୁବନେଶ୍ୱରକୁ ୬ଟି ଜୋନରେ ବିଭକ୍ତ କରାଯାଇଥିବା ବେଳେ ପ୍ରତି ଜୋନରେ ୩ ଜଣ ଲେଖାଏଁ ଡ଼ାକ୍ତରଙ୍କୁ ଦାୟିତ୍ୱ ମିଳିଛି । ସେହିଭଳି ବିଏମସି ଆସନ୍ତା ବିଧାନସଭା ଅଧିବେଶନ ପାଇଁ ସମସ୍ତ ବିଧାୟକ ଓ ବିଧାନସଭା କର୍ମଚାରୀଙ୍କର ଟେଷ୍ଟିଂ କରିବ । ଉଲ୍ଲେଖଯୋଗ୍ୟ ଯେ ବିଧାନସଭା ପରିସରକୁ ସମ୍ପୂର୍ଣ୍ଣ ଭାବେ ସାନିଟାଇଜ କରିବ ବିଏମସି ।

କରଣ ଜୋହରଙ୍କ ପାର୍ଟି ଉପରେ ଏବେ NCBର ନଜର, ଭିଡିଓରେ କୋକେନର ବ୍ୟବହାର ନେଇ ସନ୍ଦେହ

ମୁମ୍ବାଇ: ବଲିଉଡ୍‌ର ଡ୍ରଗ୍‌ସ କନେକ୍ସନ୍ ନେଇ ଏନ୍‌ସିବିର ତନାଘନା । ଅଭିନେତ୍ରୀ ରକୁଲ୍ ପ୍ରୀତ୍ ସିଂଙ୍କୁ ଏନସିବିର ଜେରା । ରିୟାଙ୍କୁ ପଚରାଉଚରା ବେଳେ ରକୁଲଙ୍କ ନାଁ ସାମ୍‌ନାକୁ ଆସିଥିଲା । ଗତକାଲି ହାଇଦ୍ରାବାଦରୁ ମୁମ୍ବାଇ ଆସିଥିଲେ ରକୁଲ । ସେପଟେ କ୍ୱାନ୍ କମ୍ପାନୀର ମ୍ୟାନେଜର କରିସ୍ମା ପ୍ରକାଶ ମଧ୍ୟ ଏନସିବି ଗେଷ୍ଟ ହାଉସରେ ପହଞ୍ଚିଛନ୍ତି । ତାଙ୍କୁ  ଏନ୍‌ସିବି ଡ୍ରଗ୍‌ସ ଲିଙ୍କ୍‌ ନେଇ ପଚରାଉଚରା କରିବ । ବଲିଉଡ୍‌ ଅଭିନେତ୍ରୀ ଦୀପିକାଙ୍କ ହ୍ୱାଟ୍ସଆପ ଚାଟରୁ ଡ୍ରଗ୍ସ ସେବନ ନେଇ ଖୁଲାସା ହୋଇଥିଲା । ସେ କରିସ୍ମାଙ୍କୁ ଡ୍ରଗ୍ସ ମାଗୁଥିବା ଜଣାପଡିଥିଲା । କାଲି ଦୀପିକାଙ୍କ ସମେତ ସାରା ଅଲ୍ଲୀ ଖାନ୍‌ ଓ ଶ୍ରଦ୍ଧା କପୁରଙ୍କୁ ଜେରା କରାଯିବ । ଖୋଲୁଛି ମାୟାନଗରୀର ‘ଡି’ ଲିଙ୍କ । ଏନ୍‌ସିବି ସ୍କାନରରେ ପ୍ରାୟ ୫୦ ସେଲିବ୍ରିଟି । ତାଲିକାରେ ଅନେକ ଜଣାଶୁଣା ଅଭିନେତା, ଅଭିନେତ୍ରୀ, ପ୍ରଡ୍ୟୁସର, ଡାଇରେକ୍‌ଟର ଅଛନ୍ତି । ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ରହସ୍ୟ ଉପରୁ ପରଦା ଉଠାଇବା ପାଇଁ ଚାଲିଥିବା ତଦନ୍ତରେ ଡ୍ରଗ୍ସ ଲିଙ୍କ ନେଇ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି ।

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଯେବେଠୁ ଡ୍ରଗ୍ସ ଲିଙ୍କ ସାମ୍ନାକୁ ଆସିଛି ସେବେଠୁ ନାମିଦାମୀ ଲୋକଙ୍କ ନାଆ ସାମ୍ନାକୁ ଆସୁଛି । ତାଜା ଖବର ଅନୁଯାୟୀ ଜୁଲାଇ ୨୭, ୨୦୧୯ ମସିହାରେ କରଣ ଜୋହରଙ୍କ ଘରେ ହୋଇଥିବା ପାର୍ଟି ମଧ୍ୟ NCBର ତଦନ୍ତ ଅନ୍ତର୍ଗତ ଆସିପାରେ । NCB ସନ୍ଦେହ କରୁଛି ଯେ, ସେହି ପାର୍ଟିରେ କୋକେନ୍ ଡ୍ରଗ୍ସର ବ୍ୟବହାର କରାଯାଇଥିଲା । ସେହି ପାର୍ଟିରେ ଉପସ୍ଥିତ ଥିବା ଲୋକମାନେ NCBର ରଡାରରେ ଆସିପାରନ୍ତି ।

କରଣ ଜୋହରଙ୍କ ପାର୍ଟି ଉପରେ NCBର ନଜର

https://www.instagram.com/p/B0bn6fpnRk-/?utm_source=ig_embed&utm_campaign=embed_video_watch_again

କରଣ ଜୋହରଙ୍କ ଏହି ପାର୍ଟିରେ ଅନେକ ବଡ଼ ବଡ଼ ବ୍ୟକ୍ତିତ୍ୱ ସାମିଲ ଥିବା ଦେଖିବାକୁ ମିଳିଥିଲା । ଜୁଲାଇ ୨୭ ତାରିଖରେ ହୋଇଥିବା ଏହି ପାର୍ଟିରେ କୋକେନର ବ୍ୟବହାର ହୋଇଥିବା ସନ୍ଦେହ କରାଯାଉଛି । ଅଭିନେତ୍ରୀ ରାକୁଲ ପ୍ରୀତଙ୍କୁ ପଚରାଉଚରା ପରେ ଏହି ପାର୍ଟିକୁ ନେଇ ତଦନ୍ତ ଆରମ୍ଭ ହୋଇପାରେ । ରାକୁଲ ପ୍ରୀତଙ୍କୁ ପଚରାଉଚରା କରିବା ପରେ ଏନସିବି କାର୍ଯ୍ୟାଳୟରେ ପହଞ୍ଚିଥିବା କେପିଏସ୍ ମଲହୋତ୍ରା, କରଣ ଜୋହରଙ୍କ ଘନିଷ୍ଠ କ୍ଷିତିଜ ପ୍ରସାଦ ଏବଂ ଅନୁଭବଙ୍କ ସହ ହେଉଥିବା ପଚରାଉଚରାରେ ସାମିଲ ଥିଲେ ।

ସୂଚନା ଅନୁଯାୟୀ କରଣ ଜୋହରଙ୍କ ଏହି ପାର୍ଟିରେ ଦୀପିକା ପାଦୁକୋନ, ମଲାଇକା ଅରୋଡା, ଶାହିଦ କପୁର, ବରୁଣ ଧୱନ, ଭିକ୍କି କୌଶଲ, ରଣବୀର କପୁର, ଶାହିଦ କପୁରଙ୍କ ସ୍ତ୍ରୀ ମୀରା କପୁର ଭଳି ଷ୍ଟାର ଉପସ୍ଥିତ ଥିଲେ । ଏହି ପାର୍ଟିର ଭିଡିଓ କରଣ ଜୋହର ଜୁଲାଇ ୨୮ ୨୦୧୯ ମସିହାରେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଥିଲେ ।

ସୂଚନା ଅନୁଯାୟୀ, ଏକ ଡ୍ରଗ ପେଡଲାର ସହ ପଚରାଉଚରା ବେଳେ ଧର୍ମା ପ୍ରଡକ୍ସନ ସହ ଜଡ଼ିତ କ୍ଷିତିଜ ପ୍ରସାଦଙ୍କ ନାଆ ସାମ୍ନାକୁ ଆସିଥିଲା । ଏଥିପାଇଁ ତାଙ୍କୁ ସମନ ପଠାଯାଇଥିଲା । କ୍ଷିତିଜ ପ୍ରସାଦଙ୍କୁ ତାଙ୍କ ଘରେ ଯାଞ୍ଚ ପାଇଁ ସମନ ପଠାଯାଇଥିଲା । ଏହାପରେ ତାଙ୍କ ଘରେ ପ୍ରମାଣ ଖୋଜିବା ପାଇଁ NCB ଯାଞ୍ଚ କରିଥିଲା । ଇତିମଧ୍ୟରେ ଡ୍ରଗ୍ସ କନେକସନରେ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ନାମ ମଧ୍ୟ ସାମ୍ନାକୁ ଆସିଛି । ସେ ଶନିବାର ଏନସିବି କାର୍ଯ୍ୟାଳୟକୁ ଯିବେ । ସେଠାରେ ତାଙ୍କୁ ଡ୍ରଗ୍ସ କନେକସନ ବିଷୟରେ ଅଧିକ ପଚରାଉଚରା କରିବ NCB ।

ପରିବାର ସହିତ ଗୋଆ ଯାଇଥିଲେ କରଣ ଜୋହର

ସୂଚନା ଅନୁଯାୟୀ, କିଛି ସମୟ ପୂର୍ବରୁ କରଣ ଜୋହର ତାଙ୍କ ପରିବାର ସହିତ ଗୋଆ ଯାଇଥିଲେ। କରଣଙ୍କ ମାଆ ହିରୋ ଜୋହର ଏବଂ ତାଙ୍କ ପିଲାମାନେ ( ରୁହି ଏବଂ ୟଶ ଜୋହର) ମଧ୍ୟ ତାଙ୍କ ସହ ଥିଲେ। ତାଙ୍କୁ ମୁମ୍ବାଇ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା ।

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗୋଟିଏ ପରିବାରର ୩ ମୃତ, ସ୍ୱାମୀ, ସ୍ୱୀ ଓ ଶିଶୁ

ଚଣ୍ଡିଖୋଲ: ଯାଜପୁର ଜିଲ୍ଲା ଧର୍ମଶାଳା ଅନ୍ତର୍ଗତ ୧୬ ନମ୍ୱର ଜାତୀୟ ରାଜପଥର ନେଉଳପୁର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଅକାଳରେ ଚାଲିଗଲା ୩ ଜୀବନ ।  ଗୋଟିଏ ଆମ୍ୱୁଲାନ୍ସ ଏକ ବାଇକ୍‌କୁ ଧକ୍କା ଦେବା ଫଳରେ ଶୁକ୍ରବାର ଅପରାହ୍ନଣେ ୩ ଜଣଙ୍କ ଜୀବନ ଯାଇଛି । ମୃତକଙ୍କ ମଧ୍ୟରେ ସ୍ୱାମୀ, ସ୍ତ୍ରୀ ଓ ତାଙ୍କର ଜଣେ ଶିଶୁ ଅଛନ୍ତି । ମିଳିଥିବା ସୂଚନା ମୁତାବକ ରାସ୍ତାକାମ ଯୋଗୁଁ ସବୁ ଯାନବାହନ ଗୋଟିଏ ପାଖ ଦେଇ ଯାଉଥିଲେ । ଅପରାହ୍ଣ ସମୟରେ ସମାନ ରାସ୍ତାରେ ଯାଉଥିବା ଆମ୍ୱୁଲାନ୍ସ ଓ ବାଇକ୍ ମଧ୍ୟରେ ଧକ୍କା ହୋଇଥିଲା । ଫଳରେ ବାଇକରେ ଥିବା ୩ ଜଣ ଧକ୍କା ଖାଇବା ପରେ ତଳେ ପଡ଼ିଯାଇଥିଲେ । ଏବଂ ଘଟଣାସ୍ଥଳରେ ହିଁ ୩ ଜଣଙ୍କ ମୃତ୍ୟୁ ହୋଇଯାଇଥିବା ସୂଚନା ରହିଛି । ତେବେ ଏଯାବତ୍ ମୃତକଙ୍କ ପରିଚୟ ମିଳିପାରିନାହିଁ । ଏଥିସହିତ ଆମ୍ବୁଲାନ୍ସ ରେ ଥିବା ରୋଗୀଙ୍କୁ ଚଣ୍ଡିଖୋଲ ଅଗ୍ନିଶମ ଅଧିକାରୀ ବଡ଼ଚଣା ମେଡିକାଲ ରେ ଭର୍ତି କରିଛନ୍ତି । ତେବେ ଦୁର୍ଘଟଣା ପରେ ଆମ୍ୱୁଲାନ୍ସ ଡ୍ରାଇଭର ସେଠାରୁ ଚମ୍ପଟ ମାରିଛନ୍ତି । ଅପରପକ୍ଷରେ ଘଟଣା ସମ୍ପର୍କରେ ସୂଚନା ପାଇଁ ୩ ମୃତଦେହକୁ ଉଦ୍ଧାର କରିବା ସହ ପୋଷ୍ଟମର୍ଟମ ପାଇଁ ପଠାଇଦେଇଛି ପୋଲିସ ।

 

ରାଜ୍ୟର ଜିଏସଟି ଦାବି ଉଠାଇଲେ ଅମର ପଟ୍ଟନାୟକ, ନିର୍ମଳାଙ୍କୁ ଦେଖା ହୋଇ ଜଣାଇଲେ ପ୍ରବାସୀ ଶ୍ରମିକଙ୍କ ଦୁଃଖ…

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ବିଜେଡି ସାଂସଦ ଅମର ପଟ୍ଟନାୟକ ଭେଟିଛନ୍ତି । GSTକୁ ନେଇ ବାକିଥିବା ଅର୍ଥ ମିଳିବା ଉପରେ ଆଲୋଚନା ହୋଇଛି । ସେହିଭଳି କରୋନା ପ୍ରଭାବରେ ରାଜ୍ୟରେ ହୋଟେଲ ଶିଳ୍ପ ବ୍ୟାପକ ଭାବେ ପ୍ରଭାବିତ ହୋଇଛି । ଏସମ୍ପର୍କରେ ମଧ୍ୟ ଅର୍ଥମନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି । ତେବେ ସାକ୍ଷାତ ସମ୍ପର୍କରେ ସାଂସଦ ଅମର ପଟ୍ଟନାୟକ କହିଛନ୍ତି ଯେ ସଂସଦରେ ସମୟ ଅଭାବ ହେତୁ ଏହି ପ୍ରସଙ୍ଗ ଉଠିପାରିନଥିଲା ।

ତେଣୁ ବାଧ୍ୟ ଅର୍ଥମନ୍ତ୍ରୀଙ୍କ ସହ ବ୍ୟକ୍ତିଗତ ସାକ୍ଷାତକାର କରିବାକୁ ନିଷ୍ପତ୍ତି ନେଇଥିଲି । ସାକ୍ଷାତକାରରେ ପ୍ରମୁଖ ଭାବେ ଦୁଇଟି ପ୍ରସଙ୍ଗ ଉପରେ ଆଲୋଚନା କରିଛି । ପ୍ରଥମଟି ହେଉଛି ଜିଏସଟି । ଜିଏସଟି ବାବଦକୁ ରାଜ୍ୟ ୨୦୧୮-୧୯ ବର୍ଷର ୪୫୬ କୋଟି ଟଙ୍କାର ରାଶି ବକେୟା ଫେରିପାଇବାକୁ ଥିବା ବେଳେ ଏପ୍ରିଲରୁ ଜୁନ ମଧ୍ୟରେ ୩୭୦୦ କୋଟି ଟଙ୍କା କେନ୍ଦ୍ର ପାଖରେ ବକେୟା ରହିଛି । ଏଣୁ ଏରାଶି ରାଜ୍ୟ କେବେ ଫେରିପାଇବ ସେ ନେଇ ଅଲୋଚନା ହୋଇଥିଲା । ଉତ୍ତରରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ ଯେ ରାଜ୍ୟ ଲେଖିଥିବା ସମସ୍ୟା ମଧ୍ୟରୁ ଅନେକ କଥା ଧାର୍ଯ୍ୟ ଓ ଆଲୋଚନାଯୋଗ୍ୟ ।

ତେବେ ଜିଏସଟି କାଉନସିଲ ବୈଠକରେ ଆଲୋଚନା ହେବା ପରେ ହିଁ ଏନେଇ କିଛି ଚୁଡ଼ାନ୍ତ ନିଷ୍ପତ୍ତି ନେଇହେବ । ଏଣୁ ଏହି ଘଟଣାକୁ ଡିଏସଟି କାଉନସିଲରେ ଉପସ୍ଥାପିତ କରାଯିବ । ଏହାପରେ ସାଂସଦ ଅମର ପଟ୍ଟନାୟକ ଅନ୍ୟ ଏକ ପ୍ରମୁଖ ପ୍ରସଙ୍ଗ ଉପରେ ଅର୍ଥମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତାହା ଥିଲା ହୋଟେଲ ଶିଳ୍ପ ଓ ଶ୍ରମିକଙ୍କୁ ନେଇ ଥିବା ସମସ୍ୟା । ସାଂସଦଙ୍କ କହିବା ଅନୁଯାୟୀ, ସେ ରାଜ୍ୟର ହୋଟେଲ ଶିଳ୍ପ ସମ୍ୱନ୍ଧୀତ ଅନେକ ସଙ୍ଗଠନ ଓ ଶ୍ରମିକ ସଙ୍ଗଠନ ସହ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ମୋରାଟୋରିୟମ ସମୟ ସୀମାକୁ ନେଇ ସଙ୍ଗଠନଗୁଡ଼ିକର ସମସ୍ୟା ରହିଛି ।

ମୋରାଟୋରିୟମ ପରିୟଡକୁ ଆହୁରି ୨ ବର୍ଷ ବଢାଇପାରିଲେ ହୋଟେଲ ଶିଳ୍ପ ଓ ରିଏଲଷ୍ଟେଟ ଶିଳ୍ପ ସ୍ୱାଭାବିକ ଭାବେ ପରିଚାଳିତ ହୋଇପାରିବ । ଏସମ୍ୱନ୍ଧରେ ଅର୍ଥମନ୍ତ୍ରୀ ବିଚାର କରି ନିଷ୍ପତ୍ତି ନେବେ ବୋଲି କହିଛନ୍ତି ।  ଏହାବ୍ୟତୀତ ସେ ଅନ୍ୟ ଏଖ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି । ଅର୍ଥମନ୍ତ୍ରୀଙ୍କୁ ସେ ଏକ ସ୍ୱତନ୍ତ୍ର ପ୍ରବାସୀ ଶ୍ରମିକ ମନ୍ତ୍ରାଳୟ ଗଠନ ସମୟରେ ପ୍ରସ୍ତାବ ରଖିବା ପାଇଁ ଅନୁରୋଧ କରିଛନ୍ତି ।

ତାଇବାନକୁ ଡରାଇବା ପାଇଁ ଚୀନର ଯୁଦ୍ଧାଭ୍ୟାସ, ଏକା ସାଙ୍ଗରେ ଛାଡ଼ିଲା ଏକାଧିକ କ୍ଷେପଣାସ୍ତ୍ର

ବେଜିଂ: ଭାରତ ଏବଂ ଆମେରିକା ସହିତ ଚୀନର ତାଇବାନ ସହିତ ସମ୍ପର୍କ ମଧ୍ୟ ଭଲ ନୁହେଁ । ଚୀନ ଆରମ୍ଭରୁ ଏହାକୁ ନିଜର ଅଂଶ ବୋଲି ଦାବି କରି ଆସୁଛି । ଏବେ ତାଇବାନ ଏବଂ ଆମେରିକା ମଧ୍ୟରେ ସମ୍ପର୍କ ସୁଦୃଢ ହେବାର ପ୍ରଭାବ ଚୀନ ଉପରେ ପଡ଼ିଛି । ଚୀନ ନିଜ ସେନାକୁ ଲଗାତାର ଯୁଦ୍ଧ ଅଭ୍ୟାସ ବାହାନାରେ ଦ୍ୱୀପ ଦେଶକୁ ବାର୍ତ୍ତା  ଦେବାକୁ ମୃତୟନ କରିଛି । ନିକଟରେ ଚୀନର ପିଏଲଏ ଏକା ସାଙ୍ଗରେ କେତେକ ମିସାଇଲ ଛାଡ଼ି ଶକ୍ତି ପ୍ରଦର୍ଶନ କରିଛି ।


ଚୀନ ମିଡିଆ ଏହି ଯୁଦ୍ଧାଭ୍ୟାସର ଭିଡ଼ିଓ ଶେୟାର କରିଛି । ରକେଟ ଫୋର୍ସ ଇଷ୍ଟର୍ଣ୍ଣ ଥିଏଟର କମାଣ୍ଡ ଟ୍ରେନିଂ ଫିଲ୍ଡରେ କମ୍ବାଟ ଟ୍ରେନିଂ ଡ୍ରିଲ କଲେ । ଏହି ସମୟରେ ଏକାଧିକ ମିସାଇଲ ଛଡ଼ାଗଲା । ଏହା ପୂର୍ବରୁ ଶୁକ୍ର-ଶନିବାରକୁ ଚୀନ ୪୦ ଥର ତାଇବାନ ସୀମା ନିକଟକୁ ଯୁଦ୍ଧ ଜାହଜ ପଠାଇଥିଲା । ଏହା ଜବାବରେ ତାଇବାନ ଉକ୍ତ ଆକ୍ରମଣର ଜବାବ ଦେବା ପାଇଁ ନିଜ ପ୍ରସ୍ତୁତି ଆରମ୍ଭ କରିଦେଲା ।

ଚୀନ ଜାଣିଶୁଣି ପୂର୍ବ ଏସିଆରେ ବିବାଦ ବଢାଇବା ପାଇଁ ଉଦ୍ୟମ କରୁଛି ବୋଲି ବୟାନ ଦେଇଛନ୍ତି ତାଇବାନ ରାଷ୍ଟ୍ରପତି । ସାଇ ଇଙ୍ଗ୍‌ବେନ୍ ‌କହିଛନ୍ତି କି ସେ ଉକ୍ତ ଅଞ୍ଚଳ ଉପରେ ନଜର ରଖିଛନ୍ତି ।