spot_img
Home Blog Page 6382

ରାଧାପାଦ ଦର୍ଶନ ମନା, ସାକ୍ଷୀଗୋପାଳ ମନ୍ଦିର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ୧୪୪ ଧାରା

ଆସନ୍ତାକାଲି ପବିତ୍ର ଅଁଳା ନବମୀ । ସାକ୍ଷୀଗୋପାଳ ସ୍ଥିତ ଗୋପାଳ ଜୀଉ ମନ୍ଦିରରେ ପ୍ରସିଦ୍ଧ ରାଧାପାଦ ଦର୍ଶନ। କିନ୍ତୁ ଚଳିତବର୍ଷ କୋଭିଡ୍ କଟକଣା ଯୋଗୁଁ ଭକ୍ତ ମାନେ ଏହି ଦର୍ଶନରୁ ବଞ୍ଚିତ ହେବେ । ପ୍ରଶାସନ ପକ୍ଷରୁ ଜାରି ହୋଇଛି 144 ଧାରା । ଗୋପାଳ ଜୀୟୁ ମନ୍ଦିର ଚତୁର୍ପାଶ୍ୱର ଦୁଇଶହ ମିଟର ପରିଧି ମଧ୍ୟରେ ୧୪୪ଧାରା ଜାରି ହୋଇଛି ।

କଡା ପୁଲିସ ସୁରକ୍ଷା ମଧ୍ୟରେ ମନ୍ଦିରରେ କେବଳ ନିତି ଚାଲିବ । ଦର୍ଶନ ବ୍ୟବସ୍ଥା ଉପରେ ରହିବ କଟକଣା । କୌଣସ ଭକ୍ତଙ୍କୁ ମନ୍ଦିରର ଦୁଇଶହ ମିଟର ପରିଧି ମଧ୍ୟକୁ ଛଡାଯିବ ନାହିଁ । ଆଜି ବିଳମ୍ବିତ ରାତିଠାରୁ ୨୫ତାରିଖ ପର୍ଯ୍ୟନ୍ତ ମନ୍ଦିର ପରିସରରେ ୧୪୪ଧାରା ବଳବତ୍ତର ରହିବ ବୋଲି କହିଛନ୍ତି ଉପଜିଲ୍ଲାପାଳ ।

କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଏବେ ଆର୍ୟୁବେଦିକ ଡାକ୍ତର କରିପାରିବେ ସର୍ଜରୀ

0

ନୂଆଦିଲ୍ଲୀ: ଆୟୁର୍ବେଦ ଡାକ୍ତରଙ୍କ ପାଇଁ ଖୁସି ଖବର ।  ଆୟୁର୍ବେଦ ଡାକ୍ତରମାନେ ସାଧାରଣ ଏବଂ ଅର୍ଥୋପେଡିକ୍ ସର୍ଜରୀ ସହିତ ଆଖି, କାନ ଏବଂ ଗଳା ଅସ୍ତ୍ରୋପଚାର କରିପାରିବେ ବୋଲି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି।

ସେଣ୍ଟ୍ରାଲ୍ କାଉନସିଲ୍ ଅଫ୍ ଇଣ୍ଡିଆନ୍ ମେଡିସିନ୍ ଅନୁଯାୟୀ, ଏବେ ସରକାରଙ୍କ ଠାରୁ ସବୁଜ ସଙ୍କେତ ପାଇବା ପରେ ପିଜି ଛାତ୍ରଛାତ୍ରୀମାନଙ୍କୁ ଅସ୍ତ୍ରୋପଚାର ବିଷୟରେ ସବିଶେଷ ସୂଚନା ଦିଆଯିବ।

ସୂଚନା ଅନୁଯାୟୀ ପୂବର୍ରୁ ଆୟୁର୍ବେଦ ଛାତ୍ରଛାତ୍ରୀମାନଙ୍କୁ ଅସ୍ତ୍ରୋପଚାର ବିଷୟରେ ଶିକ୍ଷା ଦିଆଯାଉଥିଲେ ମଧ୍ୟ ସେମାନେ ଅସ୍ତ୍ରୋପଚାର କରିପାରିବେ କି ନାହିଁ ସେ ବିଷୟରେ କୌଣସି ସ୍ପଷ୍ଟ ଗାଇଡଲାଇନ୍ ନାହିଁ। ସରକାରୀ ବିଜ୍ଞପ୍ତି ଅନୁଯାୟୀ ବର୍ତ୍ତମାନ ଆୟୁର୍ବେଦର ଡାକ୍ତରମାନେ ମଧ୍ୟ ଅସ୍ତ୍ରୋପଚାର କରିପାରିବେ, ଯେଉଁଥିପାଇଁ ସେମାନଙ୍କୁ ସ୍ୱତନ୍ତ୍ର ତାଲିମ ଦିଆଯିବ।

ଦେଶରେ ଦୂର ହେବ ସର୍ଜନ ଅଭାବ-
କେନ୍ଦ୍ର ସରକାରଙ୍କ ଆୟୁର୍ବେଦର ପୂର୍ବତନ ପରାମର୍ଶଦାତା ଡା. ଏସ. କେ.ଶର୍ମା ଏହି ନିଷ୍ପତ୍ତିକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି । ଏପରିକି ସେ ଏହାକୁ ଏକ ମାଇଲଖୁଣ୍ଟ ବୋଲି ବର୍ଣ୍ଣନା କରିଛନ୍ତି।

ଏଭଳି ନିଷ୍ପତ୍ତି ଦ୍ୱାରା ଦେଶରେ ସର୍ଜନଙ୍କ ଅଭାବ ଦୂର ହେବ । ଏଥିସହିତ ଦୂରଦୂରାନ୍ତର ରୋଗୀମାନଙ୍କୁ ସହରକୁ ଦୌଡିବାକୁ ପଡିବ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି ।

୩ୟ ଦିନରେ ଗୃହ ସ୍ୱାଭାବିକ, ଆଲୋଚନା ଚାଲିଛି

ଭୁବନେଶ୍ୱର: ବିଧାନସଭା ଶୀତ ଅଧିବେଶନର ଆଜି ତୃତୀୟ ଦିନରେ ଗୃହ ସ୍ୱାଭାବିକ ଚାଲିଛି । ପ୍ରାଥମିକ ଶିକ୍ଷାର ଏକତ୍ରୀକରଣ, ସୁବ୍ୟବସ୍ଥିତ ନୀତି ଓ ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଉପରେ ଆଲୋଚନା ଚାଲିଛି । ଏ ସଂପର୍କରେ ସରକାରୀ ଦଳ ମୁଖ୍ୟ ସଚେତକ  ପ୍ରମିଳା ମଲ୍ଲିକ ପ୍ରସ୍ତାବ ଆଗତ କରିଥିଲେ । ରାଜ୍ୟରେ ଗୁଣାତ୍ମକ ଶିକ୍ଷା ନେଇ ଚେଷ୍ଟା ଚାଲିଥିବା ପ୍ରମିଳା ମଲ୍ଲିକ ଗୃହରେ ସୂଚନା ଦେଇଛନ୍ତି । ଆଲୋଚନା ପରେ ବିଭାଗୀୟ ମନ୍ତ୍ରୀ ସମୀର ଦାଶ ଗୃହରେ ଉତ୍ତର ରଖିବେ ।

ଗୁଣାତ୍ମକ ଶିକ୍ଷା ପାଇଁ ଗତ ମାର୍ଚ୍ଚ ୧୧ ତାରିଖରେ ସ୍କୁଲ ଓ ଗଣଣିକ୍ଷା ବିଭାଗର ବିଜ୍ଞପ୍ତି ପ୍ରକାଶ ପାଇଥିଲା  । ବିଜ୍ଞପ୍ତି ଅନୁସାରେ କୌଣସି ପ୍ରାଥମିକ ସ୍କୁଲରେ ୨୦ ବା ତା’ଠାରୁ କମ୍ ପିଲା ନାମ ଲେଖାଇଥିଲେ ସେହି ସ୍କୁଲକୁ ୧କିଲୋମିଟର ଦୂରତା ଭିତରେ ଥିବା ଅନ୍ୟ ସ୍କୁଲ ସହ ମିଶ୍ରଣ କରାଯିବ । ଏନେଇ ବିଭାଗ ଏକ ଗାଇଡ୍‌ଲାଇନ୍‌ ଜାରି କରିବା ସହ ଜିଲ୍ଲା ଓ ବ୍ଲକ୍‌ସ୍ତରରେ କମିଟି ଗଠନ କରିଛି । ଏହାକୁ ଗତକାଲି ବିଧାନସଭାରେ କଂଗ୍ରେସ ଓ ବିଜେପି ବିରୋଧ କରିଥିଲେ   ।

ଗୃହ ବାରମ୍ବାର ମୁଲତବି ରହିଥିଲା । ସ୍କୁଲ ବନ୍ଦ ନିଷ୍ପତ୍ତି ନ ବଦଳାଇଲେ ବାଚସ୍ପତିଙ୍କ ଆଗରେ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଥିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ସର୍ବଦଳୀୟ ବୈଠକର ନିଷ୍ପତ୍ତି ଅନୁସାରେ ଆଜି ଏହି ପ୍ରସଙ୍ଗରେ ବିଧାନସଭାରେ ଆଲୋଚନା ଚାଲିଛି  ।

୨୪ ଘଣ୍ଟା ପରେ ବି ରାସ୍ତାରେ ପଡ଼ିଛି ଶବ; ପୋଲିସର ଖୋଜ୍-ଖବର ନାହିଁ

ବୁର୍ଲା: ଗତ କିଛି ଦିନ ହେବ ବୁର୍ଲା ଭାରି ଚର୍ଚ୍ଚାରେ । ଡକାୟତି ଓ ହତ୍ୟା ଭଳି ଅପରାଧ ସହରରେ ବଢିବାରେ ଲାଗିଛି । ଗତକାଲି ବୁର୍ଲାରେ ଏକ ହତ୍ୟାକାଣ୍ଡ ହୋଇଥିଲା । ଏନେଇ ପରିବାର ଲୋକେ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ । ତେବେ ଘଟଣାକୁ ୨୪ ଘଣ୍ଟା ପୂରି ଯାଇଥିଲେ ମଧ୍ୟ ପୋଲିସର ଦେଖା-ଦର୍ଶନ ନାହିଁ ।

ସ୍ଥାନୀୟ ଲୋକଙ୍କ କହିବା କଥା ଯେ ବୁର୍ଲା ପୋଲିସ ଘଟଣାକୁ ଗୁରୁତ୍ୱର ସହ ନେଉନି । ତେବେ ସବୁଠାରୁ ବଡ କଥା ଆନ୍ଦୋଳନ, ରାସ୍ତାରୋକ କ୍ରମାଗତ ଭାବେ ତେଜିବାରେ ଲାଗିଛି । ମୃତ ଶରୀର ଏପର୍ଯ୍ୟନ୍ତ ଘଟଣାସ୍ଥଳରେ ପଡ଼ି ରହିଥିବା ବେଳେ ସ୍ଥାନୀୟ ଲୋକେ ଓ ପରିବାରବର୍ଗ ରାସ୍ତା ରୋକ କରିଛନ୍ତି । ଅଭିଯୁକ୍ତକୁ ଗିରଫ ନହେବା ପର୍ଯ୍ୟନ୍ତ ରାସ୍ତାରୋକ୍ ଓ ବିକ୍ଷୋଭ ଜାରି ରହିବ ବୋଲି ଆନ୍ଦୋଳନକାରୀମାନେ କହିଛନ୍ତି ।

ଭାରତୀ ସିଂହଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆଙ୍କୁ ଗିରଫ କଲା ଏନ୍‌ସିବି

ମୁମ୍ବାଇ: ଗିରଫ ହେଲେ କମେଡି କ୍ୱିନ୍‌ ଭାରତୀ ସିଂଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆ । ଶନିବାର ଭାରତୀ ସିଂହଙ୍କୁ ଏନ୍‌ସିବି ଗିରଫ କରିଥିବା ବେଳେ ରବିବାର ତାଙ୍କ ସ୍ୱାମୀଙ୍କୁ ଗିରଫ କରାଯାଇଛି । ବଲିଉଡ୍‌ ଡ୍ରଗ୍ସ ଲିଙ୍କ୍‌ ନେଇ ପୂର୍ବରୁ ଭାରତୀ ସିଂହଙ୍କ ନାଁ ସାମ୍ନାକୁ ଆସିଥିଲା । ତେବେ ଏନ୍‌ସିବିର ତଦନ୍ତ ବେଳେ ଏବେ ଭାରତୀ ସିଂହ ନାଁ ପୁଣି ଆସିବାରୁ ତାଙ୍କ ଘରେ ରେଡ୍‌ କରାଯାଇଥିଲା । ଶନିବାର ଭାରତୀ ସିଂହଙ୍କ ଘରେ ଓ ତାଙ୍କ ପ୍ରଡକ୍ସନ ହାଉସ୍‌ ଅଫିସ୍‌ରେ ରେଡ୍‌ ବେଳେ ଏନ୍‌ସିବି ତାଙ୍କ ଘରୁ ଗଞ୍ଜେଇ ଜବତ କରିଥିଲା । ଏହି ଆଧାରରେ ଶନିବାର ଉଭୟ ସ୍ୱାମୀ-ସ୍ତ୍ରୀଙ୍କୁ ଏନ୍‌ସିବି ଅଟକ ରଖିଥିଲା । ୪ ଘଣ୍ଟା କାଳ ମାରାଥନ ଜେରା କରିବା ପରେ ଭାରତୀଙ୍କୁ ଗିରଫ କରାଯାଇଥିଲା । ହେଲେ ତାଙ୍କ ସ୍ୱାମୀଙ୍କୁ ରବିବାର ସକାଳେ ଗିରଫ କରିଥିଲା ଏନ୍‌ସିବି ।

bharti-singh-husband

ପ୍ରାୟ ୮୬.୫ ଗ୍ରାମ୍ ଗଞ୍ଜେଇ ଜବତ କରିଥିଲା ଏନ୍‌ସିବି । ଜେରା ବେଳେ ଭାରତୀ ଓ ହର୍ଷ ଗଞ୍ଜେଇ ସେବନ କରୁଥିବା କଥା ସ୍ୱୀକାର କରିଛନ୍ତି । ରବିବାର କମେଡି କୁଇନ୍ ଭାରତୀ ସିଂହଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି । ଗଞ୍ଜେଇ କାରବାରରେ କମେଡିଆନ୍‌ ଭାରତୀ ସିଂହ ଗିରଫ ହେବା ପରେ ଏନସିବିରେ ତାଙ୍କର ରାତି କଟିଛି ।

bharti singjh

ସୂଚନାଯୋଗ୍ୟ, ସୁଶାନ୍ତ ସିଂହ ମୃତ୍ୟୁ ମାମଲାର ଖୋଳତାଡ଼ ବେଳେ ବଲିଉଡ୍‌ରେ ଡ୍ରଗ୍ସ ଲିଙ୍କ୍‌ କଥା ସାମ୍ନାକୁ ଆସିଥିଲା । ଅନେକ ଅଭିନେତା ଅଭିନେତ୍ରୀ ଡ୍ରଗ୍ସ କାରବାରରେ ଲିପ୍ତ ଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ପୂର୍ବରୁ ଅନେକ ବଡ଼ ବଡ଼ ଅଭିନେତ୍ରୀ ଓ ଅଭିନେତାଙ୍କୁ ଏନ୍‌ସିବି ସମନ କରିଥିଲା । ଏମିତିକି କିିଛି ଅଭିନେତ୍ରୀଙ୍କୁ ଜେରା ମଧ୍ୟ କରିଥିଲା ଏନ୍‌ସିବି । ତେବେ ବଲିଉଡ୍‌ରେ ଅଭିନେତା ଅଭିନେତ୍ରୀମାନେ ଡ୍ରଗ୍ସ କାରବାରରେ ଲିପ୍ତ ଥିବା କଥା ନେଇ ଏନ୍‌ସିବି ପ୍ରମାଣ ପାଇସାରିଛି । ଆଗକୁ ଆହୁରି ଅନେକ ବଡ଼ ବଡ଼ କଳା ଜେରାର ସମ୍ମୁଖୀନ ହେବାର ସମ୍ଭାବନା ରହିଛି ।

ପରିତ୍ୟକ୍ତ ଘରୁ ମିଳିଲା ନରକଙ୍କାଳ

ଜଗତସିଂହପୁର: ଜଗତସିଂହପୁର ଏରସମା ଥାନା କିଆଡିଙ୍ଗିରି ଗାଁରେ ଚାଞ୍ଚଲ୍ୟ  । ଏକ ପରିତ୍ୟକ୍ତ ଘରୁ ନରକଙ୍କାଳ ମିଳିଛି । ମୃତ ବ୍ୟକ୍ତିଙ୍କ ବୟସ ପାଖାପାଖି ୫୫ ହେବ ବୋଲି ଅନୁମାନ କରାଯାଉଛି  ।

ତେବେ ଏହା ହତ୍ୟା କି ଆତ୍ମହତ୍ୟା ଜଣାପଡ଼ିନଥିବା ବେଳେ ଏରସମା ଓ ତିର୍ତ୍ତୋଲ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଗ୍ରାମବାସୀମାନଙ୍କ ମଧ୍ୟରେ ଘଟଣାକୁ ନେଇ ଆତଙ୍କିତ ରହିଥିବା ବେଳେ ନରକଙ୍କାଳ କେବେର ସେ ନେଇ ମଧ୍ୟ ସ୍ପଷ୍ଟ ଚିତ୍ର ମିଳିପାରୁ ନାହିଁ ।

ମାଓ କ୍ୟାମ୍ପ ଧ୍ୱଂସ କଲେ ଯବାନ

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ମାଓବାଦୀ କ୍ୟାମ୍ପ ଠାବ ହେବା ସହ ବିପୁଳ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ନୂଆପଡା ଜିଲ୍ଲାର ପାଟଧରା ସଂରକ୍ଷିତ ଜଙ୍ଗଲ ଭଇସା ମୁଣ୍ଡି ଗାଁ ଜଙ୍ଗଲରେ ଯବାନଙ୍କ କୁମ୍ବିଂ ଅପରେସନରେ ଏହି ମାଓ କ୍ୟାମ୍ପ ଠାବ ହୋଇଛି । ସିଆରପିଏଫ ଚଢାଉ ବେଳେ ମାଓବାଦୀ ଛତ୍ରଭଙ୍ଗ ଦେଇଛନ୍ତି ।

ମାଓ କ୍ୟାମ୍ପରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ପୋରକ ସାମଗ୍ରୀ ଜବତ ହୋଇଛି । ୫ ଗୋଟି ବନ୍ଧୁକ ଶହ ଗୁଳି ଓ ବହୁ ମାତ୍ରାରେ ମାଓ ସାମଗ୍ରୀ ଜବତ କରିଛନ୍ତି ଯବାନ । ତେବେ ମାଓ ପ୍ରଭାବକୁ ସଂପୃକ୍ତ ଅଞ୍ଚଳରେ କମାଇବା ପାଇଁ ଯବାନମାନେ କ୍ରମାଗତ ଭାବେ ମାଓକ୍ୟାମ୍ପ ଧ୍ୱଂସ କରିବାରେ ଲାଗିଛନ୍ତି ।

୨୨ ଦିନରେ ୫ ଦଫାର ସାରୁଅ ଦାବି; ୨୬ରେ ବିଚାର ପାଇଁ ଶେଷ ସୁଯୋଗ

ଭୁବନେଶ୍ୱର: ୨୨ ଦିନରେ ପହଞ୍ଚିଛି ଖୋର୍ଦ୍ଧା ସାରୁଅ ଷ୍ଟୁଡିଓ ସମ୍ମୁଖରେ ଠିକା କର୍ମଚାରୀଙ୍କ ଆନ୍ଦୋଳନ । ୫ ଦଫା ଦାବିରେ ଠିକା କର୍ମଚାରୀମାନେ ଆନ୍ଦୋଳନ ଜାରି ରଖିଛନ୍ତି । ସ୍ଥାୟୀ ନିଯୁକ୍ତି, ୧୫ ହଜାର ଟଙ୍କା ଦରମା ଭଳି ପାଞ୍ଚଟି ଦାବି ନେଇ ଆନ୍ଦୋଳନ ଚାଲିଛି । ମାମଲାକୁ ନେଇ ଆସନ୍ତା ୨୬ ତାରିଖରେ ଡିଭିଜନାଲ ଲେବର କମିଶନର ଶୁଣାଣି ଶେଷ ହେବ ।

ଗତ ବୁଧବାର ମାମଲାର ବିଚାର ପାଇଁ କମିଶନରଙ୍କ ନିକଟରେ ଓଟିଭି କର୍ତ୍ତୃପକ୍ଷଙ୍କ ସହ ଆନ୍ଦୋଳନରତ ଠିକା କର୍ମଚାରୀ ହାଜର ହୋଇଥିଲେ । ହେଲେ ଏହି ବୈଠକରେ କୌଣସି ନିସ୍କର୍ଷ ବାହାରି ପାରି ନଥିଲା  । ଫଳରେ ଆସନ୍ତା ୨୬ ତାରିଖରେ ମାମାଲାର ବିଚାର ପାଇଁ ଅନ୍ତିମ ତଥା ଶେଷ ସୁଯୋଗ ଦେଇଛନ୍ତି ଡିଭିଜିନାଲ ଲେବର କମିଶନର । ନ୍ୟାୟ ପାଇଁ ପୂର୍ବରୁ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କର ହସ୍ତକ୍ଷେପ ଲୋଡି ସ୍ମାରକପତ୍ର ପ୍ରଦାନ କରି ସାରିଛନ୍ତି ଠିକା କର୍ମଚାରୀ ।

ସେପଟେ ଏହି ଜମି କେଳେଙ୍କାରୀ ମାମଲାରେ କେତେବେଳେ ବି ଜୟ ଜଗିଙ୍କୁ ବାନ୍ଧିପାରେ କ୍ରାଇମବ୍ରାଞ୍ଚ । ମୂଳ ମାମଲା ରଦ୍ଦ କରିବାକୁ ହାଇକୋର୍ଟରେ ପଣ୍ଡା ଦମ୍ପତି ଅପିଲ ମଧ୍ୟ ଖାରଜ ହୋଇଯାଇଛି   । ଫଳରେ ଯେକୌଣସି ମୁହୂର୍ତ୍ତରେ ଗିରଫ ହୋଇପାରନ୍ତି ପଣ୍ଡା ଦମ୍ପତ୍ତି । ଏହାକୁ ଏଡାଇବାକୁ ଯାଇ ଉଭୟ ସୁପ୍ରିମକୋର୍ଟରେ ଦ୍ବାରସ୍ଥ ହୋଇପାରନ୍ତି ।

ସେପଟେ କିନ୍ତୁ ଏଭଳି ମାମଲାରେ ସୁପ୍ରିମକୋର୍ଟ ଆଗୁଆ ଜାମିନ ଆବେଦନକୁ ଗ୍ରହଣ କରିବେ ନାହିଁ ବୋଲି ମତ ରଖିଛନ୍ତି ବରିଷ୍ଠ ଆଇନଜୀବୀ । ଦଳିତଙ୍କ ଜମି ହଡପ ଭଳି ସଙ୍ଗୀନ ମାମଲାରେ ଦୋଷୀଙ୍କ ପାଇଁ ରହିଛି ୧୦ବର୍ଷ ଜେଲ ଦଣ୍ଡ ବିଧାନ । ଫଳରେ ୭ବର୍ଷରୁ ଅଧିକ କୌଣସି ମାମଲାରେ ସୁପ୍ରିମକୋର୍ଟଙ୍କର ମଧ୍ୟ ଜାମିନ ପ୍ରଦାନ କରିବାର କ୍ଷମତା ନାହିଁ । ଫଳରେ ପଣ୍ଡା ଦମ୍ପତି ଗିରଫ ହୋଇ ପାରନ୍ତି ବୋଲି ଅନୁମାନ କରାଯାଉଛି  ।

ନାବାଳକଙ୍କ ମୃତ ଦେହ ଉଦ୍ଧାର; ହତ୍ୟା କରି ଟାଙ୍ଗି ଦେଇଥିବା ଅଭିଯୋଗ

ଚିଲିକା: ଟାଙ୍ଗୀ ଚିଲିକା ବ୍ଲକ ରଘୁନାଥପୁରରେ ଚାଞ୍ଚଲ୍ୟକର ଘଟଣା ଘଟିଛି । ଜଣେ ନାବାଳକଙ୍କ ମୃତ୍ୟୁ ଶରୀର ଉଦ୍ଧାର କରାଯାଇଛି । ତେବେ ଅଞ୍ଚଳବାସୀଙ୍କ ଅଭିଯୋଗ ଅନୁଯାୟୀ, ନାବାଳକଙ୍କୁ ହତ୍ୟା କରି ଗଛରେ ଟାଙ୍ଗି ଦିଆଯାଇଛି । ମୃତ ନାବାଳାକ ଜଣକ ହେଲେ ପିନୁ ପ୍ରଧାନ । ଘଟଣା ଅନୁଯାୟୀ, ଗତକାଲି ଅପରାହ୍ନରେ ଗାଁ ପାଖ ମଶାଣି ପୋଖରୀକୁ ଗାଧୋଇବାକୁ ଯାଇ ଆଉ ଫେରିନଥିଲେ ପିନୁ  ।

ବିଳମ୍ବ ହେବାରୁ ପରିବାର ଲୋକେ ଖୋଜା ଖୋଜି କରିଥିଲେ । ପରେ ଏକ ଗଛରେ ଉଲଗ୍ନ ଅବସ୍ଥାରେ ତାଙ୍କ ମୃତ ଦେହ ଝୁଲୁଥିବାର ଦେଖିବାକୁ ମିଲିଥିଲା  । ଏହାପରେ ପରିବାର ଲୋକେ ପୋଲିସ ସହ ସମ୍ପର୍କ କରିଥିଲେ । ଖବର ପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚିଛି ଓ  ତଦନ୍ତ ଆରମ୍ଭ ।

୩୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ

କନ୍ଧମାଳ: ପୋଲିସ୍ ପକ୍ଷରୁ ଜାରି ରହିଛି ମିସନ୍ କ୍ଲିନ୍ ଗଞ୍ଜେଇ । କେ.ନୂଆଗାଁ ପୋଲିସ୍ ଓ ଅବକାରୀ ବିଭାଗ ପକ୍ଷରୁ ସାଇନପଡ଼ା ଅଞ୍ଚଳରେ ପୁଣି ମିଳିତ ଚଢ଼ାଉ କରାଯାଇଛି । ୩୭ କୋଟି ୫୦ଲକ୍ଷ ଟଙ୍କାର ବେଆଇନ୍ ଗଞ୍ଜେଇ ଗଛ ନଷ୍ଟ କରାଯାଇଛି । କେ.ନୂଆଗାଁ ଥାନା ସାଇନପଡ଼ା ପଞ୍ଚାୟତର ମାଙ୍କଡ଼ସୁଗା, ଗୋଛାପଡ଼ା, ମୁଣ୍ଡାରଗାଁ ଓ ଜାରେଙ୍ଗା ଅଞ୍ଚଳରେ ୩୭୫ ଏକର ଜଙ୍ଗଲ ଜମିରେ ହୋଇଥିଲା ବେଆଇନ୍ ଗଞ୍ଜେଇ ଚାଷ । ପୂର୍ବ ପ୍ରସ୍ତୁତି ଅନୁଯାୟୀ ଏହିସବୁ ଅଞ୍ଚଳରେ ଦୁଇଦିନିଆ ମିଳିତ ଅପରେସନ୍ କରି ବିପୁଳ ପରିମାଣର ବେଆଇନ୍ ଗଞ୍ଜେଇ ଗଛ କାଟିବା ସହ ସେଥିରେ ନିଆଁ ଲଗାଇ ନଷ୍ଟ କରାଯାଇଛି ।

ଲଗାତର କିଛି ଦିନ ଧରି ଏବେ କନ୍ଧମାଳ ବାଲିଗୁଡା ଅଞ୍ଚଳରେ ଚାଲିଛି ଗଞ୍ଜେଇ ନଷ୍ଟ ଅଭିଯାନ । ଏହା ପୂର୍ବରୁ ସିନ୍ଦ୍ରିଗାଁ ପଞ୍ଚାୟତ ଅଞ୍ଚଳରେ ୧୭୫ ଏକର ଜଙ୍ଗଲ ଜମିରେ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି । ପ୍ରାୟ ୧କୋଟି ୭୫ଲକ୍ଷ ଟଙ୍କାର ବେଆଇନ୍ ଗଞ୍ଜେଇ ଗଛ ନଷ୍ଟ କରାଯାଇଥିଲା । ଖାଲି ସେତିକି ନୁହେଁ ଗତ ୧୫ଦିନ ମଧ୍ୟରେ ବାଲିଗୁଡ଼ା ଅଞ୍ଚଳରେ ୫୯୫ ଏକର ଜଙ୍ଗଲ ଜମିରେ ହୋଇଥିବା ବେଆଇନ୍ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ପାଖାପାଖି ୬ କୋଟି ଟଙ୍କା ହେବ ବୋଲି ପୋଲିସ କହିଛି ।