spot_img
Home Blog Page 6385

କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ସୁରେଶ ଅଙ୍ଗଡ଼ିଙ୍କ କରୋନାରେ ମୃତ୍ୟୁ, AIIMSରେ ଚାଲିଥିଲା ଚିକିତ୍ସା

ନୂଆଦିଲ୍ଲୀ: କରୋନା ନେଲା କେନ୍ଦ୍ରମନ୍ତ୍ରୀଙ୍କ ଜୀବନ । ଦେଶରେ ପ୍ରଥମଥର ପାଇଁ ଜଣେ କେନ୍ଦ୍ରମନ୍ତ୍ରୀ କରୋନାରେ ପ୍ରାଣ ହରାଇଛନ୍ତି । କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ସୁରେଶ ଅଙ୍ଗଡ଼ିଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ଦିଲ୍ଲୀ ଏମ୍ସରେ କରୋନାରେ ପ୍ରାଣ ହାରିଛନ୍ତି ସୁରେଶ ଅଙ୍ଗଡ଼ି । ଏହା ପୂର୍ବରୁ କର୍ଣ୍ଣାଟକର ଆଉ ଜଣେ ସାଂସଦଙ୍କ ନିଧନ କରୋନାରେ ହୋଇଥିଲା ।

MoS Railways Suresh Angadi Dies Weeks after Being Hospitalised With Coronavirus Infection

ସୁରେଶ ଅଙ୍ଗଡ଼ି ଦୁଇ ସପ୍ତାହ ତଳେ ସେପ୍ଟେମ୍ବର ୧୧ରେ କରୋନା ସଂକ୍ରମିତ ହୋଇଥିଲେ । ପଜିଟିଭ୍ ଚିହ୍ନଟ ବେଳେ ତାଙ୍କ ଠାରେ କରୋନାରେ କୌଣସି ଲକ୍ଷଣ ନଥିଲା । ସେ ସୁସ୍ଥ ଥିବା ନେଇ କହିଥିଲେ । ୬୫ ବର୍ଷୀୟ ସୁରେଶ ଅଙ୍ଗଡ଼ି କର୍ଣ୍ଣାଟକ ବେଲଗାଭି ସଂସଦୀୟ କ୍ଷେତ୍ରରୁ ନିର୍ବାଚିତ ହୋଇଥିଲେ । ତାଙ୍କୁ ଗତ ସପ୍ତାହରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ପତ୍ନୀ ଓ ୨ ଝିଅ ଅଛନ୍ତି ।

ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି । କର୍ଣ୍ଣାଟକରେ ଦଳୀୟ ସଂଗଠନ ପାଇଁ ଅଙ୍ଗଡ଼ିଙ୍କ ବେଶ୍ ଭୂମିକା ଥିବା କହିଛନ୍ତି ପିଏମ୍ ମୋଦି ।

ସେହିଭଳି ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେ ଗୌଡ଼ା ଶୋକ ପ୍ରକାଶ କରିଛନ୍ତି । ଅଙ୍ଗଡ଼ି ମୋର ସାନ ଭାଇ ଭଳି ଥିଲେ ବୋଲି କହିଛନ୍ତି ଗୌଡ଼ା ।

ତେଜୁଛି କୃଷି ବିଲ୍ ବିରୋଧୀ ଜନମତ, ସାଧାରଣ ଚାଷୀଙ୍କ ଭବିଷ୍ୟତ ନେଇ ସୃଷ୍ଟି ହେଲା ପ୍ରଶ୍ନବାଚୀ…

ଭୁବନେଶ୍ୱର,  କୃଷି ବିଲ ରାଜ୍ୟ ସଭାରେ ଗୃହୀତ ହେବା ପରେ ଏହାକୁ ନେଇ ଚର୍ଚ୍ଚା ଜାରି ରହିଛି । ସଂସଦରେ ବିଭିନ୍ନ ବିରୋଧୀ ଦଳର ନେତାମାନେ ଏହାକୁ ଏବେ ବି ବିରୋଧ ଜାରି ରଖିଛନ୍ତି । ପଞ୍ଜାବ,ହରିୟାଣା, ପଶ୍ଚିମ ୟୁପିରେ କୃଷକମାନେ ସିଧାସଳଖ ଏହି ବିଲ୍ ବିରୋଧରେ ସ୍ୱର ଉତ୍ତୋଳନ କରିବା ଆରମ୍ଭ କରିଦେଲେଣି । କେନ୍ଦ୍ର ସରକାର ଏହାକୁ ଦୃଷ୍ଟିରେ ରଖି ଧାର୍ଯ୍ୟ ସମୟର ଯଥେଷ୍ଟ ପୂର୍ବରୁ ରବି ଫସଲ ପାଇଁ ଏମ୍ ଏସ ପି ଘୋଷଣା ମଧ୍ୟ କରିସାରିଛନ୍ତି । ବିରୋଧୀଙ୍କ ବିରୋଧକୁ ଚେକ୍ ଦେବା ପାଇଁ ଖବରକାଗଜଗୁଡିକରେ ମଧ୍ୟ ଆଜି ପୃଷ୍ଠା ପୃଷ୍ଠା ବିଜ୍ଞାପନ ଦିଆଯାଇଛି ।

ଏହି ସବୁ ମଧ୍ୟରେ ବିଲକୁ ନେଇ କେତୋଟି ଦିଗରେ ସରକାରଙ୍କଠାରୁ ଉତ୍ତର ମଧ୍ୟ ମଗାଯାଉଛି । ବିଭିନ୍ନ ସାମାଜିକ ଗଣମାଧ୍ୟମରେ ମଧ୍ୟ ସରକାର ବିରୋଧୀ ସ୍ୱର ଦେଖିବାକୁ ମିଳିଛି । ଚାଷ ଏବଂ ବିପଣନ ପ୍ରକ୍ରିୟା ସହ ଜଡିତ ଥିବା ବ୍ୟକ୍ତିବିଶେଷ ମାନେ ରଖିଥିବା କେତେକ ସାଧାରଣ ପ୍ରଶ୍ନ ଆମେ ନିମ୍ନରେ ପ୍ରଦାନ କରୁଛୁ ।

ଯଦି ମଣ୍ଡି ବାହାରେ ଆଉ ଗୋଟିଏ ବଜାର ସୃଷ୍ଟି ହେଲେ ବଜାରରେ ପ୍ରତିଯୋଗିତା ବଢି କୃଷିଜାତ ଦ୍ରବ୍ୟର ମୂଲ୍ୟ ବଢିବ, ତେବେ ଆଜି ପର୍ଯ୍ୟନ୍ତ କାହିଁକି ଅଧିକ ମିଳୁନାହିଁ ? କାରଣ ଆଜି ବି ସିଂହଭାଗ ଚାଷୀ ମଣ୍ଡି ବାହାରେ ବିକୁଛନ୍ତି । ସେମାନଙ୍କୁ କ’ଣ ଏବେ ମଣ୍ଡି ଠାରୁ ଅଧିକ ମୁଲ୍ୟ ମିଳୁଛି ? ସେହିପରି ମଣ୍ଡି ବାହାରେ ବିକ୍ରି ଯଦି ଦେୟମୁକ୍ତ ହେବ, ଚାଷୀ ଆଉ ମଣ୍ଡିରେ ବିକିବେ ନାହିଁ । ତେଣୁ ଧିରେ ଧିରେ ମଣ୍ଡି ବନ୍ଦ ହୋଇଯିବ। ତାପରେ ମଣ୍ଡି ବାହାର ବେପାରିଙ୍କ ଏକଚାଟିଆ ବେପାର ରୁ ଚାଷୀଙ୍କୁ କିଏ ବଞ୍ଚେଇବ ? ଅନରୂପ ଭାବେ କେନ୍ଦ୍ର ସରକାର  ଯଦି ଆଶ୍ଵାସନା ଦେଉଛନ୍ତି ଯେ,  ସହାୟକ ମୂଲ୍ୟ ବନ୍ଦ ହେବନାହିଁ, ସେହି ବିଷୟ ଲିଖିତ ଭାବେ ଆଇନରେ ଉଲ୍ଲେଖ କରୁନାହାନ୍ତି କାହିଁକି ବୋଲି କେତେକ ପ୍ରଶ୍ନ କରିଛନ୍ତି । ପୂର୍ବରୁ ଏମିତି କୌଣସି ସଫଳ ଉଦାହରଣ ମଧ୍ୟ ନାହିଁ, ଯେଉଁଠାରେ କୃଷି ଦ୍ରବ୍ୟକୁ ମୁକ୍ତ ବଜାର ହାତରେ ଛାଡି ଦିଆଯାଇଛି  । ଏଥିସହିତ ଏହି ବ୍ୟବସ୍ଥା ପରେ ଉକ୍ତ ସ୍ଥାନରେ କୃଷକମାନଙ୍କ ଅବସ୍ଥା ପୂର୍ବାପେକ୍ଷା ଉନ୍ନତି ହୋଇଛି କି । ପୂର୍ବରୁ ଅନ୍ୟତମ କୃଷି ପ୍ରଧାନ ରାଜ୍ୟ ବିହାରରେ ୨୦୦୬ ମସିହାରୁ ମଣ୍ଡି ବ୍ୟବସ୍ଥା ଉଚ୍ଛେଦ ହୋଇଛି ଓ ବଜାର ବ୍ୟବସ୍ଥା ଲାଗୁ ହୋଇସାରିଛି । ହେଲେ ସେଠାରେ ଚାଷୀ ଆଖିଦୃଶିଆ ତଥା ଉଚିତ ମୂଲ୍ୟ ପାଉ ନ ଥିବା ଅଭିଯୋଗ ହେଉଛି ।

 

 

ନାବାଳିକା ଗଣଦୁଷ୍କର୍ମ ମାମଲା: କେବେ ଚେତିବ କର୍ତ୍ତୃପକ୍ଷ, ନ୍ୟାୟ ମିଳିବ ତ ?

ଭୁବନେଶ୍ୱର: କେବେ ଚିନ୍ତା କରିଛନ୍ତି, ଟିଭି ପରଦାରେ ଖବର ଦେଖି ଦେଖି ୧୩ବର୍ଷର ପୀଡିତା କଣ ଭାବୁଥିବ? ମାଆ ଏତଲା ଦେବା ପରେ ଡାକ୍ତରୀ ମାଇନା ହେଲା । ଅଭିଯୋଗର ସତ୍ୟତା ଜାଣିବାକୁ ଝିଅର ଷ୍ଟେଟମେଣ୍ଟ ରେକର୍ଡ ହେଲା । ପୀଡ଼ିତା ବି କହିଲେ ତାଙ୍କ ସହ ଘଟିଥିବା ସମ୍ପୂର୍ଣ୍ଣ କାହାଣୀ । ହେଲେ ସବୁ ଦେଖି ସବୁ ଶୁଣି ପୋଲିସ୍ ସାଜିଛି ଧୃତରାଷ୍ଟ୍ର ।

ଏପଟେ ନିଜ ଚ୍ୟାନେଲକୁ ବଦନାମରୁ ବଞ୍ଚାଇବାକୁ, ନିଜ କର୍ମଚାରୀଙ୍କୁ ନିର୍ଦ୍ଦୋଷ ସଜାଇବାକୁ ଏବେ କଂପାନୀ କର୍ତ୍ତୃପକ୍ଷ ଆରମ୍ଭ କରି ଦେଇଛନ୍ତି ଆର୍ ପାର୍ ଲଢ଼େଇ । ଏ ହେଉଛି ନ୍ୟାୟ ନାବାଳିକାକୁ ! ଏଠି ଆଇନ ଆଖିରେ ଆଙ୍ଗୁଠି ଗେଞ୍ଜିବାକୁ ପ୍ରୟାସ କରୁଥିବା କମ୍ପାନୀ କଣ ସର୍ବ ଶକ୍ତିମାନ ? ନିଜ ଚ୍ୟାନେଲରେ ବ୍ୟବସ୍ଥା ଓ ପ୍ରଶାସନକୁ ସମାଲୋଚନା କରି ସାଧାରଣକୁ ଭ୍ରମିତ କରିବ ଓ ତଥ୍ୟକୁ ମୋଡ଼ିମକଚି ନୂଆ ନୂଆ ରଙ୍ଗ ଦେବ ।  ଆଉ ସେପଟେ ଦୁଷ୍କର୍ମର ଶୀକାର ହୋଇ ନିରୁପାୟ ନାବାଳିକା ନ୍ୟାୟର ଅପେକ୍ଷାରେ ଲୁହ ଗଡେଇବ ।

ତେଣୁ ପ୍ରଶ୍ନ ଉଠୁଛି- ୧ ନମ୍ବର ଚ୍ୟାନେଲ୍ ପାଇଁ ନାବାଳିକା ଜୀବନ କଣ ମୂଲ୍ୟହୀନ ? ଦୋଷୀକୁ ଦଣ୍ଡ ମିଳୁ ବୋଲି ଚ୍ୟାନେଲର ଏମ୍ଡି ଚିତ୍କାର କରି କହୁଛନ୍ତି । କିନ୍ତୁ ନିଜ କର୍ମଚାରୀଙ୍କୁ ଜେରା କଲେ ଦେହ ସମ୍ଭାଳୁନି । କାହିଁକି ଘଣ୍ଟା ଘଣ୍ଟା ଧରି ଜେରା କରୁଛି ବୋଲି ପଚରା ଯାଉଛି । ଗଣଦୁର୍ଷ୍କମ ମାମଲାରେ ପୋଲିସ ଉଭୟ ମିଡିଆ କର୍ମଚାରୀ ଓ ପୋଲିସ ବିରୋଧରେ ମାମାଲା ରୁଜୁ କରି ତଦନ୍ତ କରୁଛି । ତଦନ୍ତକୁ ଆଗକୁ ବଢାଇବାକୁ ଏତଲାରେ ନାଁ ନଥିବା କର୍ମଚାରୀ ଓ ସାକ୍ଷୀଙ୍କୁ ମଧ୍ୟ ପଚରାଉଚରା କରୁଛି ପୋଲିସ ।

ହେଲେ ଓଟିଭି ଓ ସଂସ୍ଥାର ଏମ୍ଡି ଏତେ ଅଧୈର୍ଯ୍ୟ କାହିଁକି ? କାହାକୁ ନ୍ୟାୟ ପାଇଁ ଯଦି ଜେରା ହେଉଛି, ତେବେ କଣ ଏସବୁକୁ ସ୍ୱାଗତ କରିବା ଭୂଲ ? କେବଳ ସେତିକି ନୁହେଁ ପୀଡିତାଙ୍କ ମାଆଙ୍କୁ ଓଟିଭି ଏମଡି ଫୋନ୍ ଯୋଗେ ବାରମ୍ବାର ଡାକୁଥିଲେ । କାହିଁକି ଡ଼ାକୁଥିଲେ କାହାକୁ ଜଣେଇଲେ କି? ନା’ ଜଣାଇବା ପାଇଁ ସେ ବାଧ୍ୟ ନୁହେଁ । ବ୍ୟବସ୍ଥାକୁ ପ୍ରଶ୍ନ କରୁଥିବା ଲୋକେ ପ୍ରଥମେ ନିଜେ ସଫେଇ ରଖିଲେ କଣ ଅସୁବିଧା ହୋଇ ଯାଉଛି ? କଲ୍ କରିବାର ଉଦ୍ଦେଶ୍ୟ ମହତ ନଥିଲା, ସେଇଥିପାଇଁ ତ  ଏମଡି ମହାଶୟା ମହିଳା କମିଶନରଙ୍କ ପାଖରେ ଉତ୍ତର ରଖିଲେନି ।

ଅନ୍ୟ ପକ୍ଷରେ ନାବାଳିକାଙ୍କୁ ନ୍ୟାୟ ଦେବାକୁ ମହିଳା କମିଶନ୍ ଆଗେଇ ଆସିଛନ୍ତି । ତଦନ୍ତର ଗତି ନେଇ ପୋଲିସକୁ ରିପୋର୍ଟ ମାଗିଛନ୍ତି । ହେଲେ ଓଟିଭି ଏମ୍ଡି କଣ ଆଇନର ଉର୍ଦ୍ଧ୍ୱରେ କି ? ନୋଟିସ ପାଇ ହାଜର୍ ହେଉଛନ୍ତି, ହେଲେ ଶୁଣାଣି ବେଳେ ଛୁ । ଏଠି ଜଣା ପଡୁଛି , ନିଜ ଆଭିଜାତ୍ୟର ତୋଡ୍ ଦେଖାଇ ମହିଳା କମିଶନଙ୍କୁ ବେଖାତିର କରୁଛନ୍ତି । ଏସବୁକୁ ଉପଭୋଗ କରୁଛନ୍ତି ସମସ୍ତେ । ଦେଖାଯାଉ କେବେ ସତ ସାମ୍ନାକୁ ଆସୁଛି, ଦୋଷୀ ଦଣ୍ଡ ପାଉଛି ।

ଯୁବ ବିଜୁ ଜନତା ଦଳର ନବକଳେବର, ତୃଣମୂଳରେ କାର୍ଯ୍ୟ କରୁଥିବା କର୍ମକର୍ତ୍ତାଙ୍କୁ ମିଳିଲା ପ୍ରାଧାନ୍ୟ

୨୦୧୯ ସାଧାରଣ ନିର୍ବାଚନ ପରେ ବିଜେଡି ନିଜର ପ୍ରମୁଖ ଛାମୁଆ ସଙ୍ଗଠନର ନବକଳେବର କରିଛି । ନୂଆ କରି ବିଜୁ ଯୁବ ଜନତା ଦଳର ରାଜ୍ୟସ୍ତରୀୟ କର୍ମକର୍ତ୍ତା ଏବଂ ଜିଲା ଯୁବ ସଭାପତିମାନଙ୍କ ନାମ ଘୋଷଣା କରାଯାଇଛି । ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ଦଳ ପକ୍ଷରୁ ଏହି ତାଲିକା ଘୋଷିତ ହୋଇଛି । ଦଳର ଯୁବ ବ୍ୟାପାର ଦାୟିତ୍ୱରେ ଥିବା ପ୍ରଣବ ବଳବନ୍ତରାୟଙ୍କ ଜରିଆରେ ଏ ସମ୍ପର୍କରେ ଗଣମାଧ୍ୟମକୁ ଅବଗତ କରାଯାଇଛି । ଆଗକୁ ପଞ୍ଚାୟତ ଏବଂ ପୌର ନିର୍ବାଚନ ଥିବାରୁ ଯୁବ କମିଟିରେ ସବୁ ବର୍ଗ, ସବୁ ଅଞ୍ଚଳର ଉପଯୁକ୍ତ ପ୍ରତିନିଧିତ୍ୱ ହୋଇଛି ।


ନୂଆ କମିଟିରେ ବୈକୁଣ୍ଠ ନାୟକଙ୍କୁ କାର୍ଯ୍ୟକାରୀ ବିଜୁ ଯୁବ ଜନତା ଦଳ ସଭାପତି ଭାବେ ମନୋନୀତ କରାଯାଇଛି । ଏଲିନା ଦାସଙ୍କୁ ସଙ୍ଗଠନର ମହାସଚିବ ଭାବେ ନୂତନ ନିଯୁକ୍ତି ମିଳିଛି । ପୂର୍ବତନ ଛାତ୍ର ସଭାପତି ରାଣା ପ୍ରତାପ ପାତ୍ରଙ୍କୁ ୩ ଜଣିଆ ବରିଷ୍ଠ ଉପସଭାପତିଙ୍କ ମଧ୍ୟରେ ରଖାଯାଇଛି । ରାଣାଙ୍କୁ ବାଦ୍ ଦେଇ ଧ୍ରୁତି ରଞ୍ଜନ ମାର୍ଥା, ଜୋତ୍ସାମୟୀ ପରିଡାଙ୍କୁ ମଧ୍ୟ ସମାନ ଦାୟିତ୍ୱ ଦିଆଯାଇଛି । ସେହିପରି ସାରା ଓଡ଼ିଶାକୁ ୬ ଗୋଟି ଜୋନରେ ବିଭକ୍ତ କରାଯାଇଛି । ଏହି ଜୋନରେ ଜଣେ ଜଣେ ଅଭିଜ୍ଞ ଯୁବ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି । ଭୁବନେଶ୍ୱର ଜୋନ ପାଇଁ ବିଜୟ କେତନ ସାହୁ, କଟକ-ଶୁଭ୍ରାଶୁଂ ନାରାୟଣ ମିଶ୍ର, ଗଞ୍ଜାମ-ନଚିକେତ ସ୍ୱାଇଁ, ବଲାଙ୍ଗୀର-ମନ୍ଦିର ମହାନ୍ତି, ସମ୍ବଲପୁର-ଦେବାଶିଷ ପରିଡା ଏବଂ କୋରାପୁଟରେ ତାପସ ତ୍ରିପାଠୀଙ୍କୁ ଦାୟିତ୍ୱ ଦିଆଯାଇଛି । ଏହାକୁ ବାଦ୍ ଦେଇ ୧୦ ଜଣିଆ ଉପସଭାପତି ଦାୟିତ୍ୱ ପ୍ରଦାନ କରାଯାଇଛି । ଏହିମାନେ ହେଉଛନ୍ତି- ଛବି ମାହାଳି, ସୋଫିଆ ଆଲାମ, ମାନଭଞ୍ଜନ ବେହେରା, ସୁନୀଲ କୁମାର ମହାନ୍ତି, ସୌମ୍ୟଶଙ୍କର ଚକ୍ର, ମଣ୍ଟୁ ନାୟକ, ସୁଜିତ ପ୍ରସାଦ ଦ୍ୱିବେଦୀ, ଶୁଭାଶିଷ ଖୁଣ୍ଟିଆ, ସୁନୀଲ ପଣ୍ଡା ଏବଂ ଭବାନୀ ଶଙ୍କର ଦାସ । ଉପରୋକ୍ତ କର୍ମକର୍ତ୍ତାଙ୍କୁ ବାଦ ଦେଇ ୨୮ ସାଧାରଣ ସମ୍ପାଦକ, ୩୫ ସମ୍ପାଦକ, ୨୫ ଯୁଗ୍ମ ସମ୍ପାଦକଙ୍କ ତାଲିକା ପ୍ରକାଶ ପାଇଛି ।


ଏହା ବାଦ ୩୦ ଜିଲା ଏ ସାଙ୍ଗଠନିକ ଜିଲା ପାଇଁ ଯୁବ ବିଜେଡି ସଭାପତିଙ୍କ ନାମ ଘୋଷଣା କରାଯାଇଛି । କଟକ ଜିଲା ପାଇଁ ସିର୍ଦ୍ଧାଥ ରାୟଙ୍କୁ କାର୍ଯ୍ୟକାରୀ ସଭାପତି ଦାୟିତ୍ୱ ଦିଆଯାଇଛି । ନୂଆକରି ଜିଲା ସଭାପତି ହୋଇଥିବା ବ୍ୟକ୍ତିମାନେ ହେଉଛନ୍ତି- ଯାଜପୁର-ପ୍ରତାପ ମହାନ୍ତି, ସୋନପୁର-ଅଶୋକ ନନ୍ଦ, ପୁରୀ-ନାରାୟଣ ସ୍ୱାଇଁ, ରାୟଗଡା-ଦେବାଶିଷ ଖାଡେଙ୍ଗା, କଳାହାଣ୍ଡି-ଆଦିତ୍ୟ ନନ୍ଦ, କୋରାପୁଟ-ଅମିତ ଅଗ୍ରୱାଲ, ସୁନ୍ଦରଗଡ଼-ଦେବେନ୍ଦ୍ର ପ୍ରସାଦ ମାଝୀ, ରାଉରକେଲା-ସୁମନବେଜ୍ , ଝାରସୁଗୁଡା-ପ୍ରଶାନ୍ତ ଜେନା ଏବଂ ଗଜପତି ଜିଲାରେ ଏସ୍ ରଙ୍ଗରାଜୁଙ୍କୁ ଯୁବ ବିଜେଡି ସଭାପତି ଦାୟିତ୍ୱ ଦିଆଯାଇଛି । ମୟୂରଭଞ୍ଜ ଗ୍ରାମୀଣ ଓ ସହର ପାଇଁ ଅରୁଣ ବରାଡ, ଅଭିଶେକ ପଟ୍ଟନାୟକ, ଭଦ୍ରକ ପାଇଁ ମୁକୁନ୍ଦ ଦେବ ସାମଲ , ବ୍ରହ୍ମପୁର-ଅଜିତ ପଣ୍ଡା, ଦେଓଗଡପାଇଁ ପ୍ରତାପ କୁମାର ଦେବ, କଟକ-ସ୍ମୃତି ରଞ୍ଜନ ନାୟକ, କଟକ ସିଟି-ମନଜିତ ଦାସ ପ୍ରମୁଖଙ୍କୁ ଦାୟିତ୍ୱ ମିଳିଛି ।

ଉଦାସୀନତାର ଶିକାର ହେବା ପରେ ନିଶା ନେଉଥିଲେ ଦୀପିକା !

ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ତଦନ୍ତ ଆଗକୁ ବଢ଼ିବା ସହ ନୂଆ ନୂଆ ଖୁଲାସା ହେଉଛି । ମାୟାନଗରୀର କେତକ ବଡ଼ ତାରକା ଡ୍ରଗ୍ସ ମାମଲାରେ ଫସିବାରେ ଲାଗିଛନ୍ତି । ଯେଉଁଥିରେ ବଡ଼ ନାଁ ହେଉଛି ଦୀପିକା ପାଦୁକୋନ । ବଲିଉଡରେ ଚମକୁଥିବା ଏହି ସଫଳ ନାଇକା ଅବସାଦରେ ଥିଲେ । ପ୍ରଶ୍ନ ଉଠୁଛି ଡିପ୍ରେସନ୍ ଓ ଡ୍ରଗ୍ସ ଭିତରେ କଣ ରହିଛି ସମ୍ପର୍କ ? ଦୀପିକା ନିଜେ ମାନିଛନ୍ତି ତାଙ୍କ ଜୀବନରେ ୨୦୧୪ ମସିହା ଥିଲା ଖରାପ ବର୍ଷ ।

Deepika Padukone Depression Jaya Saha Karisma Interrogation NCB

ପରଦାର କାହାଣୀ କେତେବେଳେ ଯେ ବାସ୍ତବିକ ଜୀବନରେ ସତ ହୋଇଗଲା, ଜଣାପଡ଼ିଲା ନାହିଁ । ୨୦୧୧ ମସିହାରେ ଦୀପିକାଙ୍କ ଫିଲ୍ମ ‘ଦମ୍ ମାରୋ ଦମ୍’ ଆସିଥିଲେ ଓ ତାର ଠିକ୍ ତିନିବର୍ଷ ପରେ ତାଙ୍କ ଜୀବନରେ ଝଡ଼ଝଞ୍ଜା ଆସିଥିଲା । ଦୀପିକା ଡିପ୍ରେସନକୁ ଚାଲି ଯାଇଥିଲେ । କାହାକୁ ଜଣା ନଥିଲା ଏତେ ବଡ଼ ଅଭିନେତ୍ରୀଙ୍କୁ କଣ ହୋଇଛି ।

Deepika Padukone Depression Jaya Saha Karisma Interrogation NCB

ଏ କଥାକୁ ବାଦ୍ ଦେଲେ ଚଳିତବର୍ଷ ଦାବୋସରେ ଦୀପିକାଙ୍କୁ ମେଣ୍ଟାଲ ହେଲଥ ଉପରେ ସଚେତନତା ପାଇଁ କ୍ରିଷ୍ଟାଲ ଆୱାର୍ଡ ମିଳିଥିଲା । ଜୁନରେ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ଦୀପିକା ଏକ ଟ୍ୱିଟ୍ କରିଥିଲେ । ଲେଖିଥିଲେ- ମୋ ସହିତ କୁହନ୍ତୁ, ଆପଣ ଡ୍ରିପେସନକୁ ମୁହଁ ମୋଡ଼ି ପାରିବେ ନାହିଁ ।

Deepika Padukone Depression Jaya Saha Karisma Interrogation NCB

ତେବେ, ଦୀପିକାଙ୍କ ଡ୍ରଗ୍ସ ଚାଟ୍ ସାମନାକୁ ଆସିବା ପରେ ଡିପ୍ରେସନ୍ ଓ ଡ୍ରଗ୍ସ କନେକ୍ସନର ତଦନ୍ତ ଆରମ୍ଭ ହୋଇଛି । ଏହାକୁ ନେଇ କଙ୍ଗନା ତୀର ମାରିଛନ୍ତି । ଡିପ୍ରେସନ୍ ଉପରେ କହୁଥିବା ଦୀପିକା କାହିଁକି ଡ୍ରଗ୍ସକୁ ନେଇ ଚୁପ୍ ବୋଲି ପଚାରିଛନ୍ତି କଙ୍ଗନା । ଏବେ ତାଙ୍କୁ ଯାଞ୍ଚ ଏଜେନ୍ସି ସମ୍ମୁଖରେ ମୁହଁ ଖୋଲିବାକୁ ପଡ଼ିବ । ଦୀପିକାଙ୍କୁ ବତାଇବାକୁ ପଡ଼ିବା ଏହା କଣ, କେମିତ ? ଏହି ମାଲ୍ କଣ ଅଟେ ?

Deepika Padukone Depression Jaya Saha Karisma Interrogation NCB

ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ ଡ୍ରଗ୍ସ ଚାଟକୁ ନେଇ ଦୀପିକାଙ୍କ ବିରୋଧରେ ଏହି ସବୁ ଧାରା ଲଗାଇପାରେ

ଧାରା ୮ (ସି)- ନିଷେଧ ଦ୍ରବ୍ୟ କିଣିବା ଓ ବ୍ୟବହାର କରିବା

ଧାରା ୨୦ (ବି) (ii)- ଡ୍ରଗ୍ସ ତିଆରି, ରଖିବା, ବିକ୍ରି କରିବା, କିଣିବା ଅଥବା ବ୍ୟବହାର କରୁଥିବା ଜଣାପଡ଼ିବା

ଧାରା ୨୭ (ଏ)- ଅଙ୍କୁଶ ଥିବା ଡ୍ରଗ୍ସ ସମ୍ବନ୍ଧିତ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଦେବା

Deepika Padukone Depression Jaya Saha Karisma Interrogation NCB

ତେବେ, ଏଥିପାଇଁ ଏନସିବିକୁ ଦୀପିକା ଅଙ୍କୁଶ ଲାଗିଥିବା ଡ୍ରଗ୍ସ କିଣିବା, ଦେଣନେଣ ସହ ପରିବହନକୁ ସାବ୍ୟସ୍ତ କରିବାକୁ ପଡ଼ିବ । ଏଥିପାଇଁ ଏନସିବି ପ୍ରଥମରୁ କ୍ୱାନ କମ୍ପାନୀ ମାଲିକ, ସିଇଓ ଧ୍ରୁବ ଓ ମ୍ୟାନେଜର ଜୟା ଶାହା ଓ କରିଶ୍ମାଙ୍କୁ ପଚରାଉଚରା କରିଛି ।

୨୦ ପଇସା ବଢିଲା ବିଦ୍ୟୁତ୍ ଦର, ଚାଷୀ ଓ ବିପିଏଲ ଗୋଷ୍ଠୀଙ୍କ ଉପରେ ଲାଗୁ ହେବନି ବର୍ଦ୍ଧିତ ଦର…

ଭୁବନେଶ୍ୱର: ବିଜୁଳି ଦର ବଢିଲା । ଦୁଇବର୍ଷ ପରେ ବିଦ୍ୟୁତ ଦର ୟୁନିଟ ପିଛା ୨୦ ପଇସା ବଢାଇଛି ଓଡିଶା ବିଦ୍ୟୁତ ନିୟାମକ ଆୟୋଗ । ଅକ୍ଟୋବର ପହିଲାରୁ ଏହି ବର୍ଦ୍ଧିତ ଦର ଲାଗୁ ହେବ । ନୂଆ ବିଦ୍ୟୁତ ଦର ଅନୁଯାୟୀ ଘରୋଇ ଉପଭୋକ୍ତା ପାଇଁ ପ୍ରଥମ ୫୦ ୟୁନିଟ ପୂର୍ବରୁ ୨.୫୦ ପଇସା ଥିବାବେଳେ ଏବେ ୨ଟଙ୍କା ୭୦ ପଇସା ହୋଇଛି ।

ସେହିପରି ୫୦ ରୁ ୨୦୦ ୟୁନିଟ ପର୍ଯ୍ୟନ୍ତ ଦର ୪ଟଙ୍କା ୩୦ ପଇସା ଥିବାବେଳେ ଏବେ ତାହା ୪.୫୦ ପଇସା ହୋଇଛି । ସେହିପରି ୨୦୦ରୁ ୪୦୦ ୟୁନିଟ ପର୍ଯ୍ୟନ୍ତ ଦର ୫ଟଙ୍କା ୩୦ ପଇସା ଥିବାବେଳେ ୫ଟଙ୍କା ୫୦ ପଇସାକୁ ବଢିଛି ବିଦ୍ୟୁତ ଦର । ସେହିପରି ୪୦୦ ୟୁନିଟରୁ ଅଧିକ ବିଦ୍ୟୁତ ବିନିଯୋଗ ପାଇଁ ପୂର୍ବରୁ ଦର ୫ଟଙ୍କା ୫୦ ପଇସା ଥିବା ବେଳେ ଏବେ ୫ ଟଙ୍କା ୭୦ ପଇସା ହୋଇଛି ।  ନୂଆଦର କୃଷି ଓ ଦରିଦ୍ର ସୀମାରେଖା ତଳେ ଥିବା ପରିବାର ମାନଙ୍କ ପାଇଁ ଲାଗୁ ହେବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଓଇଆରସି ସଚିବ ପ୍ରିୟବ୍ରତ ପଟ୍ଟନାୟକ । ୨୦୧୭-୧୮ରେ ଶେଷ ଥର ପାଇଁ ବିଦ୍ୟୁତ ଦର ବୃଦ୍ଧି ହୋଇଥିଲା ।

୨୦୧୯-୨୦ ତୁଳନାରେ ୨୦୨୦-୨୧ରେ ବିଦ୍ୟୁତ ଦରରେ ୩.୯୦ ପ୍ରତିଶତ ବୃଦ୍ଧି ହୋଇଛି । ୨୦୦୧-୦୨ରୁ ୨୦୦୯-୧୯, ୨୦୧୪-୧୫, ୨୦୧୬-୧୭, ୨୦୧୮-୧୯ ଓ ୨୦୧୯-୨୦୨୦ରେ ବିଦ୍ୟୁତ ଦର ଅପରିବର୍ତ୍ତିତ ରହିଥିଲା । ୨୦୧୧୭-୧୮ରେ ଶେଷ ଥର ପାଇଁ ବିଦ୍ୟୁତ ଦର ୧.୪୪ ପ୍ରତିଶତ ବୃଦ୍ଧି ହୋଇଥିଲା ।

ଚାକିରି ଚାଲିଯିବା ପରେ ୨ ସାଙ୍ଗ ଆରମ୍ଭ କରିଥିଲେ ଟିଫିନ୍ ବ୍ୟବସାୟ, ଏବେ ୩ଟି ରେସ୍ତୋରାଁର ମାଲିକ

ଲକ୍ଷ୍ନୌ: ଉଦ୍ୟମ ହିଁ ସଫଳତାର ବାଟ କଢ଼ାଏ । ଇଏ ହେଉଛି ସେହିଭଳି ଏକ କାହାଣୀ ଯାହା ଆପଣଙ୍କୁ ଦେବ ପ୍ରେରଣା । ଉତ୍ତରପ୍ରଦେଶ ଅଯୋଧ୍ୟାର ଏହି ଘଟଣା । ଦୁଇ ସାଙ୍ଗ ସୁଲତାନ ଓ ରୋହିତ । ଜଣେ ହିନ୍ଦୁ ଆଉ ଜଣେ ମୁସଲମାନ । ତା’ପୂର୍ବରୁ ଦୁହେଁ ଭଲ ସାଙ୍ଗ । ପୂର୍ବରୁ ଉଭୟ ଏକ ଟେଲିକମ୍ କମ୍ପାନୀରେ ଚାକିରି କରିଥିଲେ । ମ୍ୟାନେଜର ପୋଷ୍ଟରେ ଥିବାବେଳେ ଦୁହିଁଙ୍କ ଚାକିରି ଚାଲି ଯାଇଥିଲା । ତା’ପରେ ଉଭୟ ମିଶି ଆରମ୍ଭ କରିଥିଲେ ଟିଫିନ୍ ବ୍ୟବସାୟ । ଆଜି ଉଭୟ ତିନୋଟି ରେଷ୍ଟୁରାଣ୍ଟର ମାଲିକ ।

After Losing Job Two Friends Successfully Start Tiffin Service Now They Have Three Restaurants

୨୦୧୮ରେ ଆରମ୍ଭ କରିଥିଲେ ଟିଫିନ୍ ବ୍ୟବସାୟ

ଚାକିରି ଚାଲିଯିବା ପରେ ଦୁଇ ସାଙ୍ଗ କିଛି କରିବେ ବୋଲି ଚିନ୍ତା କରିଥିଲେ । ତାପରେ ଅଗଷ୍ଟ ୨୦୧୮ ମସିହାରେ ଦୁହେଁ ନିଜର ଟିଫିନ୍ ସେବା ଆରମ୍ଭ କରିଥିଲେ । ଏହି ଟିଫିନ୍ ସେବାର ନାମ ଥିଲା ‘ଘର ଜୈସା’ । ପ୍ରଥମେ ପ୍ରଥମେ ଏହି କାମ ବେଶ୍ କଷ୍ଟସାଧ୍ୟ ଥିଲା । ଲୋକଙ୍କ ସହ ମିଶି ବହୁତ ବୁଝାଇବାକୁ ପଡ଼ୁଥିଲା । ପରେ କିଛି ଅର୍ଡର ମିଳୁଥିଲା । ଯାହା କିଛି ସଞ୍ଚୟ ଥିଲା ଉଭୟ ବ୍ୟବସାୟରେ ଲଗାଇଥିଲେ । ବ୍ୟବସାୟ ସେତେ ଭଲ ନହେବାରୁ ସାଙ୍ଗଙ୍କ ଠାରୁ ଉଧାର ଏପରିକି ଋଣ ମଧ୍ୟ ନେଇଥିଲେ ।

After Losing Job Two Friends Successfully Start Tiffin Service Now They Have Three Restaurants

ପରେ ଟିଫିନ୍ ବ୍ୟବସାୟ ଆସ୍ତେ ଆସ୍ତେ ବଢ଼ିବାକୁ ଲାଗିଥିଲା । ଲୋକଙ୍କୁ ଖାଦ୍ୟ ପସନ୍ଦ ଆସିବା ସହ ଅର୍ଡର ବଢ଼ିଥିଲା । ଏହା ପରେ ‘ଘର ଜୈସା’ ନାମରେ ପ୍ରଥମ ରେଷ୍ଟୁରାଣ୍ଟ ଖୋଲିଥିଲେ ଦୁଇ ସାଙ୍ଗ । ଟ୍ରାନ୍ସପୋର୍ଟ ପାଇଁ ପ୍ରସିଦ୍ଧ ଥିବା ଫୈଜାବାଦରେ ୮୦ ବର୍ଗଫୁଟ୍ ପରମିତ ଅଞ୍ଚଳରେ ରେଷ୍ଟୁରାଣ୍ଟ ଆରମ୍ଭ କରିଥିଲେ । ପରେ ରେଷ୍ଟୁରାଣ୍ଟକୁ ଲୋକପ୍ରିୟ କରିବାକୁ ଆରମ୍ଭ କରିଥିଲେ ଉଦ୍ୟମ । ସୋସିଆଲ୍ ମିଡିଆର ଉପଯୋଗ କରିଥିଲେ ।

After Losing Job Two Friends Successfully Start Tiffin Service Now They Have Three Restaurants

ୟୁଟ୍ୟୁବର ବିଭିନ୍ନ ରାଜ୍ୟର ଖାଦ୍ୟ ପ୍ରସ୍ତୁତ ଶୈଳୀ ଶିଖିଥିଲେ । ଏହି ସବୁ ଖାଦ୍ୟର ସ୍ୱାଦ ଲୋକଙ୍କୁ ପସନ୍ଦ ଆସିବା ସହ ରେଷ୍ଟୁରାଣ୍ଟରେ ଭିଡ଼ ଜମିବାକୁ ଲାଗିଥିଲା । ଏବେ ରେଷ୍ଟୁରାଣ୍ଟରେ ୩୫ ଜଣ କାମ କରୁଛନ୍ତି । ଏପରିକି ପୁରୁଣା କମ୍ପାନୀରେ କାମ କରୁଥିବା ଲୋକଙ୍କ ଚାକିରି ପଳାଇବା ପରେ ସେମାନେ ଏବେ ଏଠାରେ କାମ କରୁଛନ୍ତି ।

ଆଇପିଏସ ସ୍ତରରେ ଛୋଟ ଧରଣର ଅଦଳବଦଳ…

ଭୁବନେଶ୍ୱର:ରାଜ୍ୟରେ ଆଇପିଏସ ସ୍ତରରେ ଛୋଟ ଧରଣର ଅଦଳବଦଳ ହୋଇଛି । କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ୩ IPSଙ୍କୁ ଦାୟିତ୍ୱ  ମିଳିଛି । ଅରୁଣ ରାୟଙ୍କୁ ଏଡିଜିପି(କମ୍ୟୁନିକେସନ) ଦାୟିତ୍ୱ  ମିଳିଥିବା ବେଳେ ଯଶଓ୍ୱନ୍ତ ଜେଠଓ୍ୱା ଆଇନ ଶୃଙ୍ଖଳା ଏଡିଜିପି ଦାୟିତ୍ୱ ପାଇଛନ୍ତି । ସେହିଭଳି ଋତୁ ଆରୋରା ଗୃହ ବିଭାଗ OSD ଭାବେ ନିଯୁକ୍ତ ହୋଇଛନ୍ତି ।

ଲଳିତ ଦାସ, ଏଡିଜିପି ପୋଲିସ ହେଡକ୍ୱାର୍ଟର ଓ ବିନୟତୋଷ ମିଶ୍ର ଏସସିଆରବି ନିର୍ଦ୍ଦେଶକ ଦାୟିତ୍ୱ ପାଇଛନ୍ତି । ରେଖା ଲୋହାନୀ ଅତିରିକ୍ତ ପୋଲିସ କମିଶନର ଓ ସଂଜୟ ସିଂ  ଆଧୁନୀକରଣର ଆଇଜିପି ଦାୟିତ୍ୱ ପାଇଛନ୍ତି । ଭିଜିଲାନ୍ସ ଏସପି ଦାୟିତ୍ୱ ଅନୁପମ ଜେମ୍ସଙ୍କୁ ମିଳିଥିବା ବେଳେ ରାଜେଶ କୁମାର ଏଫଏସଏଲ୍ ଆଇଜିପି ଦାୟିତ୍ୱ ପାଇଛନ୍ତି ।

ଜଳ-ସ୍ଥଳ ନୁହେଁ ଅନ୍ତରୀକ୍ଷରେ ବି ଭାରତକୁ ଆଟାକ୍‌ କରୁଛି ଚୀନ୍‌…!

ନୂଆଦିଲ୍ଲୀ: ସ୍ଥଳଭାଗ ଏବଂ ଜଳ ଭାଗ ବ୍ୟତୀତ ଅନ୍ତରୀକ୍ଷରେ ମଧ୍ୟ ଭାରତକୁ ଆକ୍ରମଣ କରିବାକୁ ଚେଷ୍ଟ କରୁଛି ଚୀନ୍‌ । ଏନେଇ ଏକ ରିପୋର୍ଟରେ କୁହାଯାଇଛି ଯେ, ଗତ ୨୦୧୨ ରୁ ୨୦୧୮ ପର୍ଯ୍ୟନ୍ତ ଭାରତୀୟ ସାଟେଲାଇଟ୍‌ କମ୍ୟୁନିକେସନ୍‌ ଉପରେ ଚୀନ୍‌ ସାଇବର୍‌ ଆଟାକ୍‌ କରିଛି । କିନ୍ତୁ ଇସ୍ରୋର କହିବାନୁଯାୟୀ ଏଭଳି କୌଣସି ଘଟଣା ଘଟିନାହିଁ ।

ଆମେରିକାସ୍ଥିତ ଚାଇନା ଏରୋସ୍ପେସ୍‌ ଷ୍ଟଡିଜ୍‌ ଇନ୍‌ସ୍ଟିଚ୍ୟୁଟ୍‌ର ୧୪୨ ନମ୍ବର ପୃଷ୍ଠାରେ ଲେଖାଥିବା ତଥ୍ୟକୁ ଆଧାର କରି ଏକ ଜାତୀୟ ଗଣମାଧ୍ୟମ ୨୦୧୨ରେ ଭାରତ ପ୍ରତି ସାଇବର ଆଟାକ୍‌ ହୋଇଥିବା କହିଛି ।

Space Agency

ରିପୋର୍ଟରେ କୁହାଯାଇଛି ଯେ, ଜେଟ୍‌ ପ୍ରୋପସ୍ନାଲ୍‌ ଲେବ୍ରୋଟୋରୀ ଉପରେ ଚୀନ୍‌ ନେଟ୍ଓ୍ୱାର୍କ ଆଧାରିତ ଏକ କମ୍ପ୍ୟୁଟର ଦ୍ୱାରା ଆଟାକ୍‌ କରାଯାଇଥିଲା । ଏହି ସାଇବର ଆଟାକ୍‌ରେ ଜେପିଏଲ୍‌ ନେଟ୍ଓ୍ୱାର୍କକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧିନ କରିବାକୁ ଚେଷ୍ଟା କରାଯାଉଥିଲା ।

ଏହି ରିପୋର୍ଟରେ ଆହୁରି କୁହାଯାଇଛି ଯେ ଭାରତ ଏହାର କାଉଣ୍ଟର ସ୍ପେସ୍ କ୍ଷମତାର ବ୍ୟବହାର କରି ମାର୍ଚ୍ଚ ୨୭, ୨୦୧୯ ରେ ଆଣ୍ଟି ସାଟେଲାଇଟ୍ ମିସାଇଲ୍‌ ଟେକ୍ନୋଲୋଜି ପ୍ରଦର୍ଶନ କରିଥିଲା । ଯାହା ଭାରତକୁ ଶତ୍ରୁ ଉପଗ୍ରହ ନଷ୍ଟ କରିବାକୁ ସହଯୋଗ କରିବ ।

Space Agency

କିନ୍ତୁ CASI ରିପୋର୍ଟରେ ଦର୍ଶାଯାଇଛି ଯେ, ଚାଇନା ପାଖରେ ଏଭଳି ଅନେକ କାଉଣ୍ଟର-ସ୍ପେସ୍ ଟେକ୍ନୋଲୋଜି ଅଛି ଯାହା ଭାରତର ଶକ୍ତିକୁ ଦୁର୍ବଳ କରିପାରେ ।

ଦିଲ୍ଲୀରେ ଚେନ୍ନାଇ ପ୍ଲାନ, ତାମିଲନାଡ଼ୁ ନିର୍ବାଚନ ପାଇଁ AIADMK ଓ ଶଶିକଳା ମିଶ୍ରଣ ନେଇ କଥାବାର୍ତ୍ତା ଆରମ୍ଭ

ମୁମ୍ବାଇ: ଭାରତୀୟ ଜନତା ପାର୍ଟି ଦକ୍ଷିଣ ଭାରତରେ କ୍ଷମତାକୁ ଆସିବା ପାଇଁ ପ୍ଲାନିଂ ଆରମ୍ଭ କରିଛି । ପ୍ରଥମ ନଜର ରହିଛି ତାମିଲନାଡ଼ୁ ଉପରେ । ତାମିଲନାଡ଼ୁରେ ୨୦୨୧ ମସିହାରେ ହେବ ବିଧାନସଭା ନିର୍ବାଚନ । ଆଉ ସଶିକଳାନ ୨୦୨୧ ଜାନୁଆରୀରେ ଆୟରୁ ଅଧିକ ସମ୍ପତ୍ତି ମାମଲାରେ ଜେଲରୁ ବାହାରିବେ । ଆଶା କରାଯାଉଛି ଶଶିକଳାଙ୍କ ଗୋଷ୍ଠୀର AMMK, AIADMKରେ ମିଶିଯିବ । ଏବେ ବିଜେପି ଏହା ଉପରେ କାମ ଆରମ୍ଭ କରିଛି ।

BJP Mediator AIADMK Sasikala Merger May 2021 Assembly Elections Tamilnadu

ଶଶିକଳାଙ୍କ ଅନୁପସ୍ଥିତିରେ AMMKର ଭାର ସମ୍ଭାଳିଥିବା ଟିଟିଭି ଦିନାକରଣ ଦୁଇ ଦିନ ତଳେ ଦିଲ୍ଲୀ ଯାଇଥିଲେ । କୁହାଯାଉଛି ଦିଲ୍ଲୀ ଗସ୍ତ ବେଳେ ସେ ବିଜେପିର ବରିଷ୍ଠ ନେତାଙ୍କ ସହ ଆଲୋଚନା କରିଛନ୍ତି । ଏବେ କ୍ଷମତାରେ ଥିବା AIADMKକୁ ନିର୍ବାଚନରେ DMK ସହ କଡ଼ା ପ୍ରତିଯୋଗିତାର ସାମନା କରିବାକୁ ପଡ଼ିପାରେ । ଆଉ ଏଆଇଏଡିଏମକେ ମୁଖ୍ୟ ଜୟଲଳିତାଙ୍କ ମୃତ୍ୟୁ ପରେ ପ୍ରଥମ ଥର ଦଳ ପ୍ରତିଯୋଗିତାର ସାମନା କରୁଛି ।

BJP Mediator AIADMK Sasikala Merger May 2021 Assembly Elections Tamilnadu

ଜୟଲଳିତାଙ୍କ ମୃତ୍ୟୁ ପରେ AIADMKରେ ପନିରସେଲଭମ୍ ଓ ପଲାନିସ୍ୱାମୀ ଗୋଷ୍ଠୀ କ୍ଷମତା ଦଖଳ କରିଥିଲେ । ଶଶିକଳା ସହଯୋଗୀଙ୍କ ସହ ଅଲଗା ହୋଇ ଯାଇଥିଲେ । କୁହାଯାଉଛି ଏହା ପଛରେ ବି ବିଜେପିର ହାତ ଥିଲା । ଖବର ମୁତାବକ ୨୦୨୧ରେ ଶଶିକଳା ବେଙ୍ଗଳୁରୁ ଜେଲରୁ ମୁକୁଳିବେ । ଏହା ପୂର୍ବରୁ କଥାବାର୍ତ୍ତା ଆରମ୍ଭ ହୋଇଯାଇଛି ।

ସୂତ୍ରରୁ ମିଳିଥିବା ସୂଚନା ମୁତାବକ କଥାବାର୍ତ୍ତା ସଫଳ ହେଲେ ଦିନାକରଣ ଓ ଶଶିକଳାଙ୍କୁ ଖୁବଶୀଘ୍ର ଆଶ୍ୱସ୍ତି ମିଳିବ । ତେବେ, ଦିନାକରଣଙ୍କ କହିବା କଥା ତାଙ୍କ ମାଉସୀ ଶଶିକଳାଙ୍କୁ ଦଳର ମହାସଚିବ କରିବା ସହ ଗୁରୁତ୍ୱପୂର୍ଣ୍ଣ ପଦ ଦିଆଯାଉ । ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀ ପଦରେ ପଲାନିସ୍ୱାମୀ ଓ ପନିରସେଲଭମ୍ ରହିଲେ ମଧ୍ୟ ଦଳର କ୍ଷମତା ଶଶିକଳାଙ୍କ ପାଖରେ ରହିବ ।

BJP Mediator AIADMK Sasikala Merger May 2021 Assembly Elections Tamilnadu

ଶଶିକଳାଙ୍କ ଦଳ ସହ କଥାବାର୍ତ୍ତା ନେଇ ବିଜେପିର ଜଣେ ବରିଷ୍ଠ ନେତା ନିଜ ପ୍ରତିକ୍ରିୟା ରଖଛନ୍ତି । AIADMK ଏକଜୁଟ୍ ହୋଇ DMK ସହ ଲଢିବା ଦରକାର । ଶଶିକଳା ସଜ୍ଜା କାଟି ସାରିଥିବାରୁ ସେ ଏବେ ଅଛୁଆଁ ନୁହନ୍ତି । ଆୟରୁ ଅଧିକ ସମ୍ପତ୍ତି ମାମଲାରେ ଶଶିକଳାଙ୍କୁ ୪ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଥିଲା । ୨୦୧୭ ଫେବ୍ରୁଆରୀରେ ଜୟଲଳିତା ମୃତ୍ୟୁର ମୁଖ୍ୟ ଅଭିଯୁକ୍ତ ଥିଲେ ।

BJP Mediator AIADMK Sasikala Merger May 2021 Assembly Elections Tamilnadu

ଦଳର ନେତୃତ୍ୱ ପୁଣି ସୁରକ୍ଷିତ ହାତକୁ ଫେରି ଆସିଲେ ମିଶ୍ରଣ ସମ୍ଭବ ବୋଲି କହିଛନ୍ତି ଏଏମଏମକେ କୋଷାଧ୍ୟକ୍ଷ ଓ ଶଶିକଳାଙ୍କ ବିଶ୍ୱସ୍ତ ପି. ବିଟ୍ରେବଲ । ସେ ଆହୁରି କହିଛନ୍ତି- AIADMK ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଯାଇଛି । କେବଳ ଶଶିକଳା ଓ ଦିନାକରଣଙ୍କ ଭଳି ନେତା ଦଳକୁ ପୁନର୍ଜୀବିତ କରିପାରିବେ । ସର୍ତ୍ତକୁ ପୂରଣ କରିବା ପାଇଁ ବିନା ଆଲୋଚନାର କୌଣସି ପ୍ରଶ୍ନ ଉଠୁନାହିଁ ।