spot_img
Home Blog Page 6384

ବିହାର ପରେ ଏବେ ମିଶନ ତାମିଲନାଡ଼ୁ, ଏକାଠି ଲଢ଼ିବେ AIDMK-BJP

ତାମିଲନାଡ଼ୁ: ବିହାର ପରେ ବିଜେପିର ମିଶନ ତାମିଲନାଡୁ । ୨୦୨୧ରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ବିଜେପି ସରକାରକୁ ଆସିବା ପାଇଁ କାର୍ଡ ଖେଳିଛି । ତାମିଲନାଡୁରେ AIADMK ସହ ବିଜେପି ମେଣ୍ଟ କରିସାରିଛି । ଆଗାମୀ ନିର୍ବାଚନରେ ଏଆଇଡିଏମ୍‌କେ ଓ ବିଜେପି ଏକାଠି ଲଢ଼ିବେ ।

ବିହାରରେ ନୀତିଶଙ୍କ ଜେଡିୟୁ ସହ ମିଶି ବିଜେପି ନିର୍ବାଚନ ଲଢ଼ିଥିଲା ଏବଂ ସରକାର ଗଠନ କରିଥିଲା । ସେହି ସମାନ ଫର୍ମୁଲା ଏବେ ତାମିଲନାଡ଼ୁରେ ଆପଣାଇବାକୁ ଯାଉଛି ବିଜେପି ।

ବିଜେପି ଓ ଏଆଇଡିଏମ୍‌କେ ଉଭୟ ଏକ ହୋଇ ନିର୍ବାଚନ ଲଢିବେ ବୋଲି ଘୋଷଣା କରିସାରିଛନ୍ତି । ତାମିଲନାଡୁ ଉପମୁଖ୍ୟମନ୍ତ୍ରୀ ତଥା ଦଳର ସଂଯୋଜକ ଓ.ପନିରିସେଲଭମ ଏନେଇ ଘୋଷଣା କରିଛନ୍ତି । ଏହାକୁ ମୁଖ୍ୟମନ୍ତ୍ରୀ ପାଲାନିଦସ୍ୱମୀ ମଧ୍ୟ ସ୍ୱୀକାର କରିଛନ୍ତି । ଶନିବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ଉଭୟ ଦଳ ମଧ୍ୟରେ ଏକ ବୈଠକ ହୋଇଥିଲା । ଏହି ବୈଠକରେ ମେଣ୍ଟ କରିବା ନେଇ ନିଷ୍ପତି ହେବା ପରେ ଏହି ଘୋଷଣା କରିଛନ୍ତି ପନିରିସେଲଭମ ।

ଆଗାମୀ ଦିନରେ AIADMK ଓ ବିଜେପି ମେଣ୍ଟ ସରକାର ଗଢିବ ବୋଲି କହିଛନ୍ତି ପନିରିସେଲଭମ୍‌ । ଏବେ କ୍ଷମତାରେ ଥିବା ସରକାର ଭଲ କାମ କରୁଛି, ରାଜ୍ୟରେ ବିକାଶର କାର୍ଯ୍ୟ ଆଗେଇ ଚାଲିଛି । 2019 ଲୋକସଭା ନିର୍ବାଚନ ଭଳି ଆସନ୍ତା ନିର୍ବାଚନରେ AIADMK ଓ ବିଜେପି ଭଲ ପ୍ରଦର୍ଶନ କରିବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଶାହା ।

ଆଜି ଏହି ରାଶି ଲୋକଙ୍କର ଦିନଟି ଭଲ ରହିବ ନାହିଁ, ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇପାରେ

ଆଜିର ପଞ୍ଚାଙ୍ଗ:

୨୨ ନଭେମ୍ବର, ୨୦୨୦, ରବିବାର

୧୪୨୮ ସାଲ, ୧୯୪୨ ଶକାବ୍ଦ, ୨୦୭୭ ସମ୍ବତ୍,

କାର୍ତ୍ତିକ ମାସ, ଶୁକ୍ଳପକ୍ଷ, ଅଷ୍ଟମୀ ତିଥି

ଦିନ ୧୨ଟା ୫୭ ମିନିଟ୍ ପର୍ଯ୍ୟନ୍ତ ଧନିଷ୍ଠା ନକ୍ଷତ୍ର

ଏହା ପରେ ଶତଭିଷା ନକ୍ଷତ୍ର

କୁମ୍ଭ ରାଶିରେ ଚନ୍ଦ୍ର ଅବସ୍ଥାନ କରୁଛନ୍ତି

ଘାତଚନ୍ଦ୍ର – ମିଥୁନ ଓ ମୀନ ରାଶିର

ଘାତ ବାର- ମେଷ ରାଶିର

ଯୋଗିନୀ ଐଶାନ୍ୟରେ ରହିବେ ରାତି ୧୦ଟା ୫୪ ମିନିଟ୍ ପର୍ଯ୍ୟନ୍ତ

ଏହା ପରେ ପୂର୍ବେଦିଗକୁ ଯାତ୍ରା ନିଷେଧ

 

ଶୁଭ ସମୟ –

ଦିନ ୧୧ଟା ୫୪ ମିନିଟ୍ ଠାରୁ ଦିନ ୨ଟା ୧୦ ମିନିଟ୍

ଦିନ ୩ଟା ୩୫ ମିନିଟ୍ ଠାରୁ ଦିନ ୪ଟା ୨୦ ମିନିଟ୍

ଅଶୁଭ ସମୟ –

ଦିନ ୪ଟା ୩୦ ମିନିଟ୍ ଠାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ

ଆଜି ନଡିଆ ଖାଇବା ନିଷେଧ ଅଟେ

 

ମେଷ ରାଶି

ଅଶ୍ୱିନୀ ନକ୍ଷତ୍ର – ଅନ୍ୟମାନଙ୍କ ପାଇଁ ତ୍ୟାଗ ମନୋବୃତ୍ତି ଆସିବ

ଦ୍ୱିଜା ନକ୍ଷତ୍ର – ସ୍ଥଗିତ ଥିବା କାମ ତ୍ୱରାନ୍ୱିତ ହେବ

କୃତ୍ତିକା ନକ୍ଷତ୍ର – ଅଟକି ରହିଥିବା କାମ ସଂପୂର୍ଣ୍ଣ ହେବ

ବୁଲା କୁକୁରକୁ ମିଠା ଖାଇବାକୁ ଦିଅନ୍ତୁ

ବୃଷ ରାଶି

କୃତ୍ତିକା ନକ୍ଷତ୍ର – ନୂଆ କାମ ପାଇଁ କିଛି ଯୋଜନା କରିପାରନ୍ତି

ରୋହିଣି ନକ୍ଷତ୍ର – ନିଜ କାମକୁ ନେଇ ପ୍ରଶଂସିତ ହେବେ

ମୃଗଶିରା ନକ୍ଷତ୍ର – ଧାର୍ମିକ କାର୍ଯ୍ୟରେ ଯୋଗଦେବା ପାଇଁ ଅବସର ମିଳିବ

ଗରିବ ବ୍ୟକ୍ତିକୁ ନିଜ ସକ୍ଷମ ଅନୁସାରେ କିଛି ସାହାଯ୍ୟ କରନ୍ତୁ

ମିଥୁନ ରାଶି

ମୃଗଶିରା ନକ୍ଷତ୍ର – କର୍ମକ୍ଷେତ୍ରରେ ବାଧା ବିଘ୍ନର ସମ୍ମୁଖୀନ ହେବେ

ଆଦ୍ରା ନକ୍ଷତ୍ର – ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତା ବଢିବ

ପୂନର୍ବସୁ ନକ୍ଷତ୍ର – ଆର୍ଥିକସ୍ଥିତିକୁ ନେଇ ଚିନ୍ତା ବଢିବ

ଗୁରୁଜନମାନଙ୍କୁ ପ୍ରଣାମ କରନ୍ତୁ

କର୍କଟ ରାଶି

ପୁନର୍ବସୁ ନକ୍ଷତ୍ର – ଦିନଟି ଭଲ ରହିବ ନାହିଁ, ସ୍ୱାସ୍ଥ୍ୟ ଖରାପ ହୋଇପାରେ

ପୁଷ୍ୟା ନକ୍ଷତ୍ର – ସନ୍ତାନଙ୍କର କାର୍ଯ୍ୟକଳାପକୁ ନେଇ ଅସନ୍ତୋଷ ପ୍ରକାଶ କରିବେ

ଅଶ୍ଲେଷା ନକ୍ଷତ୍ର – ଶତ୍ରୁଙ୍କ ଦ୍ୱାରା କାର୍ଯ୍ୟରେ ବାଧା ଆସିବ

ସିଂହ ରାଶି

ମଘା ନକ୍ଷତ୍ର – ବାଣିଜ୍ୟବ୍ୟବସାୟ କ୍ଷେତ୍ରରେ ଲାଭବାନ୍ ହେବେ

ପୂର୍ବାଫାଲଗୁନି ନକ୍ଷତ୍ର – ସାମାଜିକ କ୍ଷେତ୍ରରେ ନିଜ କାମକୁ ନେଇ ମାନସମ୍ମାନ,ପ୍ରତିଷ୍ଠା ମିଳିବ

ଉତ୍ତରାଫାଲଗୁନୀ ନକ୍ଷତ୍ର – ଅଧାଅଧୁରା କାର୍ଯ୍ୟୁ ସଂପୂର୍ଣ୍ଣ କରିବାର ସମୟ ରହିଛି

ଗୋମାତାଙ୍କୁ ଆଜି ଗୁଡ,ରୁଟି ଖାଇବାକୁ ଦିଅନ୍ତୁ

କନ୍ୟା ରାଶି

ଉତ୍ତରାଫାଲଗୁନୀ ନକ୍ଷତ୍ର – ପାରିବାରିକ ସ୍ଥିତିକୁ ନେଇ ଖୁସି ଅନୁଭବ କରିବେ

ହସ୍ତା ନକ୍ଷତ୍ର – ପ୍ରେମ ଜୀବନ ଅତି ଖୁସିରେ କଟିବ

ଚିତ୍ରା ନକ୍ଷତ୍ର – କାର୍ଯ୍ୟ କ୍ଷେତ୍ରକୁ ନେଇ ଖୁସି ଖବର ପାଇବେ

ମୟୁର ଚନ୍ଦ୍ରିକା ନିଜ ପାଖରେ ରଖନ୍ତୁ

ତୁଳା ରାଶି

ଚିତ୍ରା ନକ୍ଷତ୍ର – ପରିଶ୍ରମର ଉପଯୁକ୍ତ ଫଳ ପାଇବେ

ସ୍ୱାତୀ ନକ୍ଷତ୍ର – ବାହାର ଖାଦ୍ୟ ଠାରୁ ଦୁରରେ ରୁହନ୍ତୁ

ବିଶାଖା ନକ୍ଷତ୍ର – ଭଲ କାମ କରି ପ୍ରଶଂସିତ ହେବେ

କୁକୁରକୁ ଆଜି ଦହି ଭାତ ଖାଇବାକୁ ଦିଅନ୍ତୁ

ବିଛା ରାଶି

ବିଶାଖା ନକ୍ଷତ୍ର – କାର୍ଯ୍ୟ ନିମନ୍ତେ ଦୁର ଯାତ୍ରା ଯୋଗ ରହିଛି

ଅନୁରାଧା ନକ୍ଷତ୍ର – ବିଦ୍ୟାର୍ଥୀମାନଙ୍କ ପାଇଁ ଦିନ ଭଲ ରହିଛି

ଜ୍ୟେଷ୍ଠା ନକ୍ଷତ୍ର – ନୂତନ କର୍ମ ନିୟୁକ୍ତିର ସୁଯୋଗ ଆସିବ

ମା’ଦୁର୍ଗାଙ୍କୁ ୨୧ ଗୋଟି ତ୍ରିଶାଖା ବେଲ ପତ୍ର ଅର୍ପଣ କରନ୍ତୁ

ଧନୁ ରାଶି

ମୂଳା ନକ୍ଷତ୍ର -ନିଜ କାମ ଓ ବ୍ୟବହାରକୁ ନେଇ ପ୍ରଶଂସିତ ହେବେ

ପୂର୍ବାଷାଢା ନକ୍ଷତ୍ର – କାର୍ଯ୍ୟ ଓ କ୍ୟାରିୟରକୁ ନେଇ ନୂତନ ପଦକ୍ଷେପ ନେଇପାରନ୍ତି

ଉତ୍ତରାଷାଢା ନକ୍ଷତ୍ର – ଅଟକି ରହିଥିବା କାମ ସଂପୂର୍ଣ୍ଣ ହେବ

ଘରର ମୁଖ୍ୟ ଦ୍ୱାରରେ ଗୋଟିଏ ଗୁଆ ରଖି ଦିଅନ୍ତୁ

ମକର ରାଶି

ଉତ୍ତରାଷାଢା ନକ୍ଷତ୍ର – ଦିନଟି ସାମାନ୍ୟ ରହିଛି, କିଛି ନିଷ୍ପତ୍ତି ନେବା ପୂର୍ବରୁ ଭାବିଚିନ୍ତି ନିଅନ୍ତୁ

ଶ୍ରବଣା ନକ୍ଷତ୍ର – ଆକସ୍ମିକ ଧନ ଲାଭର ସୂଚନା ରହିଛି

ଧନିଷ୍ଠା ନକ୍ଷତ୍ର – ପାରିବାରିକ ଅଶାନ୍ତିକୁ ନେଇ ଚିନ୍ତାରେ ରହିବେ

ଗୁରୁଜନ ବ୍ୟକ୍ତିକୁ କିଛି ଉପହାର ଦିଅନ୍ତୁ

କୁମ୍ଭ ରାଶି

ଧନିଷ୍ଠା ନକ୍ଷତ୍ର – ପୁରୁଣା କଥାକୁ ନେଇ ସନ୍ଦେହ ଦୁର ହେବ

ଶତଭିଷା ନକ୍ଷତ୍ର – ନୂଆ କଥା ଶିଖିବାକୁ ସୁଯୋଗ ପାଇବେ

ପୂର୍ବଭାଦ୍ର ନକ୍ଷତ୍ର – କର୍ମକ୍ଷେତ୍ରକୁ ନେଇ ଖୁସି ଅନୁଭବ କରିବେ

ଗରିବ ବ୍ୟକ୍ତିକୁ ଖାଦ୍ୟ ଦାନ କରନ୍ତୁ

ମୀନ ରାଶି

ପୂର୍ବଭାଦ୍ର ନକ୍ଷତ୍ର – ଦିନଟି ମଧ୍ୟମ ରହିଛି

ଉତ୍ତରଭାଦ୍ର ନକ୍ଷତ୍ର – ପଡୋଶୀଙ୍କ ସହ ବ୍ୟକ୍ତିଗତ ସଂପର୍କ ଭଲ ରହିବ

ରେବତୀ ନକ୍ଷତ୍ର – କିଛି ଶୁଭ ଖବର ପାଇବେ

ହନୁମାନଙ୍କୁ ପ୍ରଣାମ କରି ଚାଳିଶା ପାଠ କରନ୍ତୁ

 

ଜ୍ୟୋତିର୍ବିଦ୍ ଡ.ଶ୍ୟାମସୁନ୍ଦର ବାଘ

ଯୋଗାଯୋଗ- ୯୯୩୮୫୭୧୯୩୫

ଏକକ ପିଜି ପରୀକ୍ଷାର ମେଧା ତାଲିକା ପ୍ରକାଶ

ଭୁବନେଶ୍ୱର: ଏକକ ପିଜି ପରୀକ୍ଷା ମେଧା ତାଲିକା ପ୍ରକାଶ । ସାମସ୍-ସିପିଇଟି ୨୦୨୦ ଓ୍ୱେବସାଇଟରେ ଉପଲବ୍ଧ । www.samsodisha.gov.in ରେ ଦେଖିପାରିବେ ମେଧା ତାଲିକା । ଷ୍ଟେଟ୍ ଓ୍ୱାଇଜ୍ ମେରିଟ୍ ଲିଷ୍ଟ୍ ଲିଙ୍କରେ ଦେଖିପାରିବେ । ଛାତ୍ରଛାତ୍ରୀ ୟୁଜର ନେମ୍ ଓ ପାସଓ୍ୱାର୍ଡ ଦେଇ ଲଗଇନ୍ କରିପାରିବେ । ୭୦ଟି ୟୁନିଭର୍ସିଟି ଓ କଲେଜ ପାଇଁ ହୋଇଥିଲା ଏକକ ପିଜି ପରୀକ୍ଷା ।

ପ୍ରଥମଥର ବିଭିନ୍ନ ପାଠ୍ୟକ୍ରମ ପାଇଁ ହୋଇଥିଲା ଏକକ ପିଜି ପରୀକ୍ଷା । ୧୪ ହଜାର ୪୦୧ଟି ସିଟ୍ ପାଇଁ ହୋଇଥିଲା ପିଜି ପରୀକ୍ଷା । ପରୀକ୍ଷା ଦେବା ପାଇଁ ଆବେଦନ କରିଥିଲେ ୬୨,୧୯୦ ଛାତ୍ରଛାତ୍ରୀ । ଏକକ ପିଜି ପରୀକ୍ଷା ଦେଇଥିଲେ ୫୫,୭୪୬ ପରୀକ୍ଷାର୍ଥୀ । ପ୍ରବେଶିକା ପରୀକ୍ଷା ପାଇଁ ୭୧,୭୮୯ ହଲ ଟିକେଟ ଜାରି କରାଯାଇଥିଲା । ମୋଟ ୫୨,୭୮୦ଜଣଙ୍କ ମେଧା ତାଲିକା ପ୍ରକାଶ କରାଯାଇଛି ।

ପର ସମସ୍ୟା ସମାଧାନ କରିବାକୁ ଆସି ଜୀବନ ହାରିଲେ ‘ଭଦ୍ରଲୋକ’

ଆନନ୍ଦପୁର: କୁକୁଡା ପାଇଁ କଳି, ଝଗଡ଼ା ଛିଣ୍ଡାଇବାକୁ ବସିଥିବା ବୁଝାମଣା ବୈଠକରେ ଘଟିଗଲା ଅଘଟଣ । ପରର କଳି ଛିଣ୍ଡାଇବା ବଦଳରେ ଦୁଇ ଭଦ୍ରଲୋକଙ୍କ ମଧ୍ୟରେ ହାତାହାତୀ ହୋଇ ଘଟିଲା ହତ୍ୟାକାଣ୍ଡ । ଏବେ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ମୃତଦେହ ରଖି ରାସ୍ତା ଅବରୋଧ କରିଛନ୍ତି ଗାଁ ଲୋକେ ।

ସୂଚନା ଅନୁଯାୟୀ ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା ଅଁରା ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ଗାଁର ଭିମା ଖଣ୍ଡେଇଙ୍କ ପରିବାର ନିଜ ବାଡିର ସାଗ କିଆରିରେ ବିଷ ପକାଇଥିଲେ । ଗାଁର ଲକ୍ଷ୍ମୀଧର ମଲ୍ଲିକ୍‌ଙ୍କ କୁକୁଡ଼ା ତାଙ୍କ ବାଡିରେ ପଶି ଶାଗଖାଇ ମରିଥିଲା । ଏହି ଘଟଣାରେ ସାହିରେ ଭଦ୍ରଲୋକଙ୍କୁ ନେଇ ଶୁକ୍ରବାର ରାତିରେ ବସିଥିଲା ବୁଝାମଣା ବୈଠକ । ଏହି ବୁଝାମଣା ଚାଲିଥିବା ବେଳେ ଦୁଇ ଭଦ୍ରଲୋକଙ୍କ ପରିବାର ବାବନ ବେହେରା ଓ ଆନନ୍ଦ ନାୟକ ପରିବାର ମଧ୍ୟରେ ଯୁକ୍ତିର୍ତକ ଲାଗିଥିଲା ।

ଉତ୍‌କ୍ଷିପ୍ତ ହୋଇ ବାବନ ବେହେରାଙ୍କ ପୁଅ ଏକ କ୍ରିକେଟ୍ ବ୍ୟାଟ୍‌ରେ ଆନନ୍ଦଙ୍କୁ ଆକ୍ରମଣ କରିଥିଲା । ଗୁରୁତର ଭାବେ ଆନନ୍ଦଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି । ଶନିବାର ଅଭିଯୁକ୍ତଙ୍କ ଗିରଫ ଦାବି କରି ଗାଁ ଲୋକେ ଓରାଳୀ-ଶାଳଣିଆଂ ରାସ୍ତାରେ ମୃତଦେହ ରଖି ଧାରଣା ଦେଇଛନ୍ତି । ସେପଟେ ପୋଲିସର ତଦନ୍ତ ଚାଲିଥିବା ବେଳେ ବାବନ ବେହେରାଙ୍କ ପରିବାର ଫେରାର ଥିବା ସୂଚନା ରହିଛି ।

ଏବେ ଆଉ ଖସିବାର ବାଟ ନାହିଁ, ଜୟ-ଜଗି ଦଣ୍ଡ ପାଇବା ଆବଶ୍ୟକ: ସସ୍ମିତ ପାତ୍ର

ଭୁବନେଶ୍ୱର: ଦଳିତଙ୍କ ଜମି ହାତେଇବା ଘଟଣାରେ ହାଇକୋର୍ଟରେ ଜଗି ମଙ୍ଗତ ପଣ୍ଡା ଓ ବୈଜୟନ୍ତ ପଣ୍ଡାଙ୍କ ଆବେଦନ ଖାରଜ ହୋଇଛି । ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟସଭା ସାଂସଦ ଡକ୍ଟର ଅମର ପଟ୍ଟନାୟକ । ହାଇକୋର୍ଟ ଆବେଦନ ଖାରଜ କରି ଗିରଫଦାରୀ ନିଶ୍ଚିତ କରିଛନ୍ତି, ଆଇନକୁ ଜଗି ଓ ଜୟ ତୁଚ୍ଛ ମଣୁଥିଲେ ବୋଲି କହିଛନ୍ତି ଅମର ।

ସେହିଭଳି ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର କହିଛନ୍ତି, ହାଇକୋର୍ଟ ଜଗି-ଜୟଙ୍କ ଆବେଦନ ଖାରଜ କରି ସେମାନଙ୍କ ଖସି ଯିବାର ସୁଯୋଗକୁ ପଣ୍ଡ କରିଛନ୍ତି । ଏହାସହ ରଦ୍ଦ ହୋଇଛି ଜଗି ଓ ଜୟ ଆନ୍ତରୀଣ ସୁରକ୍ଷା । ଦଳିତଙ୍କୁ ଏବେ ନ୍ୟାୟ ମିଳିବ ବୋଲି ଆଶା ପ୍ରକଟ କରିଛନ୍ତି ଅମର ପଟ୍ଟନାୟକ ଓ ସସ୍ମିତ ପାତ୍ର ।

ସୂଚନାଯୋଗ୍ୟ, ହାଇକୋର୍ଟରେ ୟ-ଜଗିଙ୍କ ଆବେଦନ ଖାରଜ ହେବ ପରେ ତାଙ୍କ ବଡ଼ ଝଟ୍‌କା ଲାଗିଛି । ଆଇନଜୀବୀଙ୍କ କହିବାନୁଯାୟୀ ବର୍ତ୍ତମାନ ପରିସ୍ଥିତିରେ ଯଦି ତଦନ୍ତକାରୀ ସଂସ୍ଥା ଚାହିଁବେ ତେବେ ଜୟ-ଜଗିଙ୍କୁ ଜମି କେଳେଙ୍କାରୀ ଘଟଣାରେ ଗିରଫ କରିପାରିବେ ।

ଜୟ-ଜଗିଙ୍କ ନାଁରେ, ଚଞ୍ଚକତା କରି ଦଳିତଙ୍କ ଜମି ହଡପ ଭଳି ସଙ୍ଗୀନ ଅଭିଯୋଗ ରହିିଛି । ଆଇନର ଆଶ୍ରୟ ନେଇ ସେ ଆଜି ଯାଏ ଗିରଫଦାରୀକୁ ଏଡ଼ାଇ ଆସୁଥିଲେ । ହେଲେ ଏବେ ହାଇକୋର୍ଟ ତାଙ୍କ ଆବେଦନ ଖାରଜ କରିଦେଇଛନ୍ତି । ଆଇନ ବିଶାରଦଙ୍କ ମତରେ ଜଗି ଓ ବୈଜୟନ୍ତ ପଣ୍ଡାଙ୍କ ପାଇଁ ସବୁ ରାସ୍ତା ବନ୍ଦ । ତେବେ ଦୁଇ ଦିନ ହେବ ଜୟ-ଜଗିଙ୍କ ସହ ଯୋଗାଯୋଗ ଫେଲ୍‌ ହୋଇଛି । ସେମାନେ ଏବେ କେଉଁଠି ଅଛନ୍ତି ତାହା କେହି ଜାଣି ନାହାନ୍ତି ।

କ୍ୟାନସର ସହ ଯୁଝୁଛନ୍ତି ଋଷ ରାଷ୍ଟ୍ରପତି ପୁତିନ ! ଛାଡ଼ିପାରନ୍ତି ପଦ

ନୂଆଦିଲ୍ଲୀ: ବ୍ଲାଦିମୀର ପୁତିନଙ୍କ ଜଣେ ପ୍ରମୁଖ ଆଲୋଚକ ଦାବି କରିଛନ୍ତି ଋଷ ରାଷ୍ଟ୍ରପତି କ୍ୟାନସରରେ ପୀଡ଼ିତ । ରିପୋର୍ଟ ଅନୁସାରେ, ଋଷ ରାଜନେତା ୱଲେରୀ ସୋଲୋୱେଇ ତାଙ୍କ ସୂତ୍ରରୁ କହିଛନ୍ତି- ଫେବ୍ରୁଆରୀରେ ୬୮ ବର୍ଷୀୟ ପୁତିନଙ୍କ ସର୍ଜରୀ ହୋଇଥିଲା । ତେବେ, ଏହି କଥାକୁ ଋଷ ସରକାର ଅଗ୍ରାହ୍ୟ କରିଛନ୍ତି । ପୁତିନ କୌଣସି ସ୍ୱାସ୍ଥ୍ୟ ସମସ୍ୟା କରୁନଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି ।

Critic Claimed Russian President Valdimir Putin Suffering From Cancer

ଅନ୍ୟ ଏକ ସୂତ୍ର ଅନୁସାରେ- ପୁତିନଙ୍କ ପେଟରେ ସର୍ଜରୀ ହୋଇଛି । ପ୍ରାୟ ଦୁଇ ସପ୍ତାହ ତଳେ ୱଲେରୀ ଏହା ବି ଦାବି କରିଥିଲେ- ପୁତିନ ପାର୍କିଂସନ ରୋଗରେ ପୀଡ଼ିତ । ୱଲେରୀଙ୍କ ଅନୁସାରେ- ଖରାପ ସ୍ୱାସ୍ଥ୍ୟ ପାଇଁ ପୁତିନ ଜାନୁଆରୀରେ ପଦ ଛାଡ଼ିବା ଲାଗି ଯୋଜନା କରିଥିଲେ । ଏବଂ ସେ ତାଙ୍କ ଝିଅ କେଟରୀନ ଟିଖୋନୋଭାଙ୍କୁ ତାଙ୍କ ଉତ୍ତରାଧିକାରୀ କରିବାକୁ ଚାହୁଁଛନ୍ତି ।

Critic Claimed Russian President Valdimir Putin Suffering From Cancer

ସେ ଆହୁରି କହିଛନ୍ତି- ମୁଁ ଡାକ୍ତର ନୁହେଁ କି ରୋଗକୁ ନେଇ ମୋ ପାଖରେ ଅଧିକ ସୂଚନା ନାହିଁ । ଋଷ ସରକାରଙ୍କ ଅନୁୟାୟୀ- ପୁତିନ କୌଣସି ସ୍ୱାସ୍ଥ୍ୟ ସମସ୍ୟା ସହ ଯୁଝୁନାହାଁନ୍ତି । ଏହା ପୂର୍ବରୁ ଗୁରୁବାର ଟିଭିରେ କାଶୁଥିବାର ନଜର ଆସୁଥିଲେ । ପରେ ଏହି ଭିଡିଓକୁ ଏଡିଟ୍ କରାଯାଇଥିଲା ।

Critic Claimed Russian President Valdimir Putin Suffering From Cancer

ବ୍ରିଟିଶ୍ ମିଡିଆ ରିପୋର୍ଟ ଅନୁସାରେ, ପୁତିନଙ୍କ ସ୍ୱାସ୍ଥ୍ୟକୁ ନେଇ ମିଛ ପ୍ରଚାର କରାଯାଉଛି । ଏଭଳି ମିଛ ରାଷ୍ଟ୍ରପତିଙ୍କୁ ଆଜୀବନ ମକଦ୍ଦମାରୁ ବଞ୍ଚାଇବା ଲାଗି ନୂଆ ବିଲ୍ ପରେ ଚାଲିଛି । ନୂଆ ବିଲ୍ ଅନୁସାରେ, ପଦ ଛାଡ଼ିବା ପରେ ଋଷ ରାଷ୍ଟ୍ରପତିଙ୍କ ଉପରେ ଅପରାଧିକ ମକଦ୍ଦମା ଚାଲି ପାରିବ ନାହିଁ । ଏପରିକି ପୋଲିସ ବି ପଚରାଉଚରା କରି ପାରିବ ନାହିଁ । ଏହାଦ୍ୱାରା ରାଷ୍ଟ୍ରପତିଙ୍କ ପରିବାର ମଧ୍ୟ ଜେରାରୁ ଆଶ୍ୱସ୍ତି ପାଇବେ ।

ନୂଆ ବର୍ଷରେ ବଦଳିବ ରେଶମ ସହରର ଚିତ୍ର, ବର୍ଷ ଶେଷ ସୁଦ୍ଧା ସରିବ ୫ଟି ପ୍ରକଳ୍ପ କାର୍ଯ୍ୟ

ବ୍ରହ୍ମପୁର: ନୂଆ ବର୍ଷରେ ବଦଳିବ ରେଶମ ସହରର ଚିତ୍ର । କାରଣ ସହରରେ ହେବାକୁ ଯାଉଛି ଅନେକ ଗୁଡ଼ିଏ ପରିବର୍ତ୍ତନ । ସହରର ମଧ୍ୟଭାଗରେ ରହିଥିବା ରାମଲିଙ୍ଗମ୍‌ ପୋଖରୀର ଆଧୁନିକିକରଣ କାର୍ଯ୍ୟ ଶେଷ ହେବ । ଯାହାକି ସହରବାସୀଙ୍କୁ ଅଧିକ ଆକୃଷ୍ଟ କରିବ । ଏହାସହ ସ୍ପୋର୍ଟସ୍‌ ଏରିନା, ରକ୍‌ ଗାର୍ଡ଼େନ୍‌, ବ୍ରହ୍ମପୁର-ଗୋପାଳପୁର ରାସ୍ତାର ଉନ୍ନତିକରଣ ଭଳି ପ୍ରାୟ ୫ଟି ପ୍ରକଳ୍ପର କାର୍ଯ୍ୟ ନୂଆ ବର୍ଷ ସୁଦ୍ଧା ଶେଷ ହେବ ବୋଲି ଲକ୍ଷ୍ୟ ରଖିଛି ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ ।

ବ୍ରହ୍ମପୁରକୁ ଆକୃଷ୍ଟ କରିବା ନିମନ୍ତେ ସହରର ମଧ୍ୟ ଭାଗରେ ରହିଥିବା ରାମଲିଙ୍ଗମ୍‌ ପୋଖରୀର ଆଧୁନିକକରଣ କାର୍ଯ୍ୟ ଜୋର୍‌ସୋର୍‌ରେ ଚାଲିଛି । ଏଥିରେ ଚାଲିବା, ବସିବା ଠାରୁ ଆରମ୍ଭ କରି ମନୋରଞ୍ଜନ ମୂଳକ କାର୍ଯ୍ୟକ୍ରମ ପର୍ଯ୍ୟନ୍ତ ସମସ୍ତ ପ୍ରକାରର ବ୍ୟବସ୍ଥା ରହିବ । ସେହିପରି ବ୍ରହ୍ମପୁର-ଗୋପାଳପୁର ରାସ୍ତାର ମରାମତି ସାଙ୍ଗକୁ ଦୁଇ ପାର୍ଶ୍ୱରେ ବୃକ୍ଷରୋପଣ କରିବା ନିମନ୍ତେ ମଧ୍ୟ ନିଆଯାଇଛି ପଦକ୍ଷେପ । ନୂଆ ବର୍ଷରେ ସହରର ଅନେକ ଗୁଡ଼ିଏ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ସହିତ ସହରବାସୀଙ୍କୁ ସମସ୍ତ ପ୍ରକାରର ସୁବିଧା ସୁଯୋଗ ଦିଆଯିବ ।

ସହରର ବୈକୁଣ୍ଠ ନଗରରେ ଥିବା ସ୍ପୋର୍ଟସ୍‌ ଏରିନାର କାର୍ଯ୍ୟ ମଧ୍ୟ ଚଳିତ ବର୍ଷ ଡ଼ିସେମ୍ବର ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଯାହାଫଳରେ ପ୍ରାକ୍ଟିସ୍ ନିମନ୍ତେ କ୍ରୀଡ଼ାବିତ୍‌ଙ୍କୁ ଆଉ ସହର ବାହାରକୁ ଯିବାକୁ ପଡ଼ିବନାହିଁ । ସେହିପରି ରକ୍‌ ଗାର୍ଡ଼େନର କାର୍ଯ୍ୟ ମଧ୍ୟ ୬୦ ପ୍ରତିଶତରୁ ଅଧିକ ଶେଷ ହୋଇଗଲାଣି । ଅନ୍ୟପଟେ ସହରର କର୍ପୋରେସନ୍ ରୋଡ଼ରେ ରହିଥିବା ଗଞ୍ଜାମ ହାଟର କାର୍ଯ୍ୟ ମଧ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି ।

ରାଷ୍ଟ୍ରବାଦକୁ ନେଇ ପୂର୍ବତନ ଉପରାଷ୍ଟ୍ରପତି ହମିଦ୍ ଅନସାରୀଙ୍କ ବିବାଦୀୟ ବୟାନ, ଶିୟା ଧର୍ମଗୁରୁଙ୍କ ବିରୋଧ

ନୂଆଦିଲ୍ଲୀ: ବୟାନକୁ ନେଇ ପୁଣି ବିବାଦରେ ପୂର୍ବତନ ସାଂସଦ ହମିଦ ଅନସାରୀ । ସେ ରାଷ୍ଟ୍ରବାଦକୁ ଏକ ରୋଗ ବୋଲି କହିଛନ୍ତି । ଶଶୀ ଥରୁରଙ୍କ ନୂଆ ପୁସ୍ତକ ‘ଦ ବ୍ୟାଟେଲ୍ ଅଫ୍ ବିଲୋଙ୍ଗିଙ୍ଗ’ର ଉନ୍ମୋଚନରେ ଏହି କଥା କହିଛନ୍ତି ଅନସାରୀ । ଏବେ ଦେଶ ଏକ ଅନାବଶ୍ୟକ ଉଗ୍ର ଜାତୀୟତାବାଦ ଅଥବା ରାଷ୍ଟ୍ରବାଦ ଆଡ଼କୁ ମୁହାଁଇଛି । ଯାହା ଦେଶ ସ୍ୱାର୍ଥରେ ନୁହେଁ । ରୁଢ଼ିବାଦୀ ବିଚାରଧାରାର ପ୍ରଭାବ ଦେଶରେ ସକ୍ରିୟ ହୋଇଥିବା ବେଳେ କାଳ୍ପନିକ ମନୋଭାବକୁ କ୍ରମାଗତ ଭାବେ ପ୍ରୋତ୍ସାହନ ମିଳୁଛି । ଶ୍ରେଣୀ କିମ୍ବା ପ୍ରଭେଦ କିଛି ବି ହେଉନା କାହିଁକି ମଣିଷ ମଣିଷ ମଧ୍ୟରେ ଦୂରତ୍ୱ ସୃଷ୍ଟି କରିବାର ଯେଉଁ ପ୍ରୟାସ ହେଉଛି ତାହା ଅନୁଚିତ୍ ।

Former Vice President Hamid Ansari Controversial Statement Over Nationalism Issue

କରୋନା ଭାଇରସ୍ ସଂକଟ ପୂର୍ବରୁ ଭାରତ ଅନ୍ୟ ୨ଟି ମହାମାରୀ ‘ଧାର୍ମିକ ଉଗ୍ରବାଦୀତା’ ଓ ‘ଆକ୍ରାମକ ରାଷ୍ଟ୍ରବାଦ’ର ଶିକାର ହୋଇ ସାରିଛି । ଧାର୍ମିକ ଉଗ୍ରବାଦୀତା ପାଇଁ ସରକାରଙ୍କ ସହିତ ସମାଜର ଅପବ୍ୟବହାର କରାଯାଉଛି । ଆକ୍ରାମକ ରାଷ୍ଟ୍ରବାଦ ନେଇ ବହୁତ କିଛି ଲେଖାଯାଇଛି । ଏହାକୁ ବିଚାରର ବିଷ କୁହାଯାଉଛି । ଆକ୍ରାମକ ରାଷ୍ଟ୍ରବାଦ ବେଳେ କୌଣସି ବ୍ୟକ୍ତିର ଅଧିକାର କଥା ଚିନ୍ତା କରାଯାଏ ନାହିଁ । ବଂର ସେଥିରେ ବ୍ୟକ୍ତି ଅଧିକାରକୁ କ୍ଷୂର୍ଣ୍ଣ କରାଯାଇଥାଏ ।

ଦୁନିଆବ୍ୟାପୀ ରେକର୍ଡକୁ ଦେଖିଲେ ଏହା ଅନେକ ସମୟରେ ଘୃଣା ଭଳି ଲାଗେ । ବ୍ୟାପକ ବିଚାରଧାରା ରୂପରେ ପ୍ରତିଶୋଧ ପାଇଁ ପ୍ରେରିତ କରେ । ଏହାର କିଛି ଅଂଶ ଆମ ଦେଶରେ ଦେଖାଯାଉଛି । ଅନସାରୀ କହିଛନ୍ତି- ଏହାର କିଛି ଅଂଶ ଆମ ଦେଶରେ ବି ଦେଖାଯାଉଛି । ଦେଶଭକ୍ତିକୁ ନେଇ ଗୋଟିଏରୁ ଅଧିକ ଉଦାହରଣ ରହିଛି । ସୈନ୍ୟ ଓ ସାଂସ୍କୃତିକ ଉଭୟ ରକ୍ଷାତ୍ମକ ଓ ଆଦର୍ଶ ଭାବନାକୁ ପ୍ରେରିତ କରେ ।

Former Vice President Hamid Ansari Controversial Statement Over Nationalism Issue

ସୂଚନାଯୋଗ୍ୟ- ଶଶୀ ଥରୁରଙ୍କ ପୁସ୍ତକ ‘ଦ ବ୍ୟାଟେଲ୍ ଅଫ୍ ବିଲୋଙ୍ଗିଙ୍ଗ’କୁ ନେଇ ‘ହିନ୍ଦୁତ୍ୱ ସିନ୍ଧାନ୍ତ’ ଓ ନାଗରିକତା ସଂଶୋଧନ ଆଇନ୍ ଉପରେ ପ୍ରଶ୍ନ ଉଠାଇଛନ୍ତି । ତାଙ୍କ କହିବା ଅନୁଯାୟୀ- ଦୁଇଟି ଜିନିଷ ଭାରତୀୟ ହେବା ଉପରେ ପ୍ରଥମେ ପ୍ରଶ୍ନ ଚିହ୍ନ ଲଗାଏ । ସେ କହିଛନ୍ତି- ହିନ୍ଦୁତ୍ୱ ସିଦ୍ଧାନ୍ତ ଧାର୍ମିକ ନୁହେଁ ବରଂ ରାଜନୈତିକ ଅଟେ । ସେ କହିଛନ୍ତି- ବିଜେପି ଗତ ୬ ବର୍ଷ ମଧ୍ୟରେ ଭାରତର ଅସ୍ତିତ୍ୱକୁ ନେଇ ଏମିତି ବିଚାର ଜନ୍ମ ଦେଇଛି ଯେଉଁଥିରୁ ଲାଗୁଛି ଭାରତ ଭିତରେ ଆଉ ଏକ ଭାରତ ଜନ୍ମ ନେଇପାରେ । ଯେଉଁ ନୂଆ ଭାରତର ବିଚାରଧାରା ଭାରତୀୟ ମୂଳ ତତ୍ତ୍ୱ ଉପରେ ଆଧାରିତ ନଥିବ, ଯେଉଁଥିରେ ଉଗ୍ରବାଦୀତାପ୍ରତିଫଳିତ ହେଉଥିବ ।

ଅନସାରୀଙ୍କ ମନ୍ତବ୍ୟକୁ ବିରୋଧ

ଅନସାରୀଙ୍କ ଏହି ବୟାନକୁ ଶିୟା ଧର୍ମଗୁରୁ ମୌଲନା ୟାସୁବ ଅବ୍ବାସ ଭିଡିଓ ଜାରି କରି ନିନ୍ଦା କରିଛନ୍ତି । ଶିୟା ଧର୍ମଗୁରୁଙ୍କ ଅନୁଯାୟୀ- ଆମ ଦେଶ ଉଗ୍ରବାଦୀର ନୁହେଁ । ଆମ ଦେଶ ଏକତାର ପ୍ରତୀକଅଟେ । ଏଠାରେ ହିନ୍ଦୁ, ମସୁଲମାନ, ଶିଖ୍, ଇସାଇ, ପାର୍ସୀ ଏକାଠି ରୁହନ୍ତି ।

ଖାଁ ଖାଁ ନନ୍ଦନକାନନ, ଛୁଟି ଦିନରେ ବି ଆସୁନାହାନ୍ତି ପର୍ଯ୍ୟଟକ…

ଭୁବନେଶ୍ୱର: ପର୍ଯ୍ୟଟକଙ୍କ କୋଳାହଳରେ ଫାଟି ପଡୁଥିବା ପରିବେଶ ଏବେ ଲାଗୁଛି ଖାଁ ଖାଁ । ପୂର୍ବଭଳି ଲୋକଙ୍କ ଗହଳି କମିଯାଇଛି । କରୋନା କଟକଣାକୁ ଗୁରୁତ୍ୱ ଦିଆଯାଉଥିଲେ ସୁଦ୍ଧା ବ୍ୟବସ୍ଥା ସବୁ ବନ୍ଦ ଥିବାରୁ ନିରାଶ ହେଉଛନ୍ତି ପର୍ଯ୍ୟଟକ । ପର୍ଯ୍ୟଟନ ଋତୁରେ ବି କମିଛି ପର୍ଯ୍ୟଟକଙ୍କ ସଂଖ୍ୟା ।

ଅକ୍ଟୋବର ୪ରୁ ଖୋଲିଛି ନନ୍ଦନକାନନ ପ୍ରାଣୀଉଦ୍ୟାନ । କଟକଣାରେ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦିଆଯାଇଛି ପ୍ରାଥମିକତା । ଏଣ୍ଟ୍ରି ସମୟରେ ଥର୍ମାଲ ସ୍କ୍ରିନିଂ, ସାନିଟାଇଜ୍‌କୁ ଗୁରୁତ୍ୱ ଦିଆଯାଇଛି । ହେଲେ ଆଗଭଳି ଆସୁନାହାନ୍ତି ପର୍ଯ୍ୟଟକ । ଦୈନିକ ସଂଖ୍ୟା କମିଥିବା ବେଳେ ରବିବାର ଛୁଟି ଦିନରେ ସଂଖ୍ୟା ୩ ହଜାର ରହୁଛି ।

ସେପଟେ ପର୍ଯ୍ୟଟକଙ୍କ ପାଇଁ ହୋଇଥିବା ସମସ୍ତ ବ୍ୟବସ୍ଥା ବନ୍ଦ ରହିଛି । ବୋଟିଂ, ୪ଟି ସଫାରୀ ସହ ବୁଲିବା ପାଇଁ ଥିବା ବ୍ୟାଟେରୀ ଚାଳିତ ଗାଡ଼ି ଓ ଶିଶୁଙ୍କ ଟଏ ଟ୍ରେନ୍ ବି ବନ୍ଦ ରହିଛି । କେବଳ ସେତିକି ନୁହେଁ ଅନେକ ଖୁଆଡ଼ ବି ଫାଙ୍କା ଫାଙ୍କା ଦିଶୁଛି । ଯାହା ଫଳରେ ବୁଲିବାକୁ ଆସୁଥିବା ପର୍ଯ୍ୟଟକ ସବୁ ନିରାଶ ହୋଇ ଫେରୁଛନ୍ତି । ସାଧାରଣତଃ ବର୍ଷତମାମ ଏଠାରେ ଲାଗିଥାଏ ଭିଡ । ହେଲେ ଭୂତାଣୁ ଭୟରେ ଏଥିରେ ସାମାନ୍ୟ ଭିନ୍ନତା ପରିଲକ୍ଷିତ ହୋଇଛି ।

ଥାନାରେ ଥାର୍ଡ ଡିଗ୍ରୀ ମାମଲା, ତଦନ୍ତ ନିର୍ଦ୍ଦେଶ ଦେଲେ କେନ୍ଦ୍ରାଞ୍ଚଳ ଆଇଜି

ପିପିଲି: ଥାନାରେ ଅଭିଯୁକ୍ତଙ୍କୁ ପୋଲିସର ଥାର୍ଡ ଡିଗ୍ରୀ ଘଟଣା, ତଦନ୍ତ ନିର୍ଦ୍ଦେଶ ଦେଲେ କେନ୍ଦ୍ରାଞ୍ଚଳ ଆଇଜି । ଯଦି ଘଟଣା ସତ ହୋଇଥାଏ ତେବେ ପରିସ୍ଥିତି ସାଂଘାତିକ ହେବ ବୋଲି ଆଶଙ୍କା କରାଯାଉଛି । ମିଳିଥିବା ସୂଚନା ଅନୁଯାୟୀ ଯଦି ଅଭିଯୋଗ ସତ ହୁଏ ତେବେ ପୋଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ ।

ପୋଲିସର ଉତ୍ପାତ ଦିନକୁ ଦିନ ବଢ଼ିବାରେ ଲାଗିଛି । ମଣିଷ ପଣିଆ ଭୁଲିଯାଉଛନ୍ତି ଖୋଦ୍‌ ପୋଲିସ ବାବୁମାନେ । ଥାନାରେ ଅଭିଯୁକ୍ତଙ୍କ ପ୍ରତି ଏମିତି ବ୍ୟବହାର କରୁଛନ୍ତି ଯେମିତି ସେ ମଣିଷ ନୁହେଁ କୋଉ ପଶୁ । ବିନା ଉପରିସ୍ଥ ଅଧିକାରୀଙ୍କ ଅନୁମତିରେ ପିପିଲି ଥାନାରେ ଅଭିଯୁକ୍ତଙ୍କୁ ଥାର୍ଡ ଡିଗ୍ରୀ ଦିଆଯାଇଥିବା ଅଭିଯୋଗ ହୋଇଛି । ଆଉ ପୋଲିସର ଏଭଳି କାର୍ଯ୍ୟାନୁଷ୍ଠାନ ପରେ ସେମାନଙ୍କ ଅବସ୍ଥା ଗୁରୁତର ହୋଇଛି । ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଅଭିଯୁକ୍ତଙ୍କ ପରିବାର ପକ୍ଷରୁ, ଥାନାରେ ଥାର୍ଡ ଡିଗ୍ରୀ ଦିଆଯାଇଥିବା ନେଇ ଅଭିଯୋଗ ହେବା ପରେ ଏନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କେନ୍ଦ୍ରାଞ୍ଚଳ ଆଇଜି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଗଣମାଧ୍ୟମ ଖବରକୁ ଆଧାର କରି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ରାଞ୍ଚଳ ଡିଆଇଜି । ୧୯ ତାରିଖରେ ପିପିଲି ଥାନାରେ ଅଭିଯୁକ୍ତଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଥିଲା । ୫ ଅଭିଯୁକ୍ତଙ୍କୁ ଥାର୍ଡ ଡିଗ୍ରୀ ଦିଆଯାଇଥିବା ଅଭିଯୋଗ ହୋଇଥିଲା । ସେମାନଙ୍କୁ ଏବେ କଟକ ଏସସିବିରେ ଚିକିତ୍ସା କରାଯାଉଛି ।