spot_img
Home Blog Page 6387

ରାଜଧାନୀରୁ ୧୩ ଲକ୍ଷ ଟଙ୍କାର ‘ହଳଦୀ’ ଜବତ , ୨ ଗିରଫ

ଭୁବନେଶ୍ୱର: ପୁଣି ରାଜଧାନୀରୁ ଜବତ ହେଲା ବ୍ରାଉନସୁଗାର । ସହିଦନଗର ଅଞ୍ଚଳରୁ ୧୩୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି ସ୍ପେଶାଲ୍ ସ୍କ୍ବାଡ । ଘଟଣାରେ ୨ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧୩ ଲକ୍ଷ ଟଙ୍କା ହେବ । ଗିରଫ ଅଭିଯୁକ୍ତମାନଙ୍କୁ ଗିରଫ କରି ପଚରାଉଚରା କରାଯାଉଛି ।

ସୂଚନା ଅନୁସାରେ, ଗିରଫ ଅଭିଯୁକ୍ତ ହେଉଛନ୍ତି ପୁରୁଣା ବେପାରୀ  । ବହୁଦିନ ହେବ ସେ ଏଭଳି କାର୍ଯ୍ୟରେ ଲିପ୍ତ ଥିଲେ । ଅଭିଯୁକ୍ତଙ୍କ ଘର ପୁରୀ ହୋଇଥିବା ବେଳେ ସେ ବାଲେଶ୍ୱରରୁ ବ୍ରାଉନ ସୁଗାର ଆଣି ଖୋର୍ଦ୍ଧାରେ ବିକ୍ରି କରୁଥିଲେ । କିଭଳି ସେମାନେ ପୋଲିସ୍ ଆଖିରେ ଧୁଳି ଦେଇପାରିବେ ସେ ବିଭିନ୍ନ କୌସଳ ଉପଯୋଗ କରି ବ୍ରାଉନ ସୁଗାର ବିକ୍ରି କରୁଥିଲେ ।

ପୂର୍ବରୁ ଜବତ ହେଉଥିବା ବ୍ରାଉନ ସୁଗରର କୋର୍ଡ ୱାର୍ଡ ରସୁଣ ରଖୁଥିବା ବେଳେ ଏଥର ଜବତ ହୋଇଥିବା ବ୍ରାଉନ ସୁଗରର କୋର୍ଡୱାର୍ଡ୍ ହଳଦି ରଖିଥିଲେ । ଏହି ବ୍ରାଉନ ସୁଗରକୁ ହଳଦିଆ ରଙ୍ଗର କାଗଜରେ ପ୍ୟାକ୍ କରି ‘ହଳଦୀ’ କୋର୍ଡୱାର୍ଡ ନାଁରେ ବିକ୍ରି କରୁଥିଲେ ଅଭିଯୁକ୍ତ ।

ମହାକାଶଚାରୀଙ୍କ ଅଢ଼େଇ ମିନିଟ୍‌ର ବଡ଼ ଅପରେସନ୍‌, ବର୍ତ୍ତିଗଲା ଅନ୍ତରାଷ୍ଟ୍ରୀୟ ସ୍ପେସ୍‌ ଷ୍ଟେସନ୍‌

ଓ୍ୱାସିଂଟନ୍‌: ମହାକାଶଚାରୀମାନେ ଅନ୍ତରୀକ୍ଷରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି । ଅନ୍ତରୀକ୍ଷରେ ଘୁରିବୁଲୁଥିବା ଛୋଟ ଛୋଟ ଆବର୍ଜନା ଖଣ୍ଡଗୁଡ଼ିକ ଯେଭଳି ଅନ୍ତରାଷ୍ଟ୍ରୀୟ ସ୍ପେସ୍ ଷ୍ଟେସନ୍‌ରେ ଧକ୍କା ନହୁଏ, ସେଥିପାଇଁ ବଡ଼ ପଦକ୍ଷେପ ନେଇଛନ୍ତି ମହାକାଶଚାରୀ । ଅନ୍ତରାଷ୍ଟ୍ରୀୟ ସ୍ପେସ୍ ଷ୍ଟେସନ୍କୁ ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ଯୁଦ୍ଧକାଳିନ ଭିତ୍ତିରେ ସ୍ଥାନାନ୍ତର କରିବାର ପ୍ରୟାସ କରି ସଫଳ ହୋଇଛନ୍ତି । ଯଦି ଅନ୍ତରୀକ୍ଷରେ କୌଣସି ଆବର୍ଜନା ଖଣ୍ଡ ମାଡ଼ ହେବାକୁ ଆସୁଥାଏ, ତେବେ ସ୍ପେସ୍ ଷ୍ଟେସନ୍କୁ ତୁରନ୍ତ ସ୍ଥାନାନ୍ତର କରାଯାଇପାରିବ । ଆମେରିକା ସ୍ପେସ୍ ଏଜେନ୍ସି ନାସା ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ନାସା କହିଛି ଯେ, ପୃଥବୀ ଚାରିପଟେ ଅସଂଖ୍ୟ ଆବର୍ଜନା ଖଣ୍ଡ ଘୁରି ବୁଲୁଛନ୍ତି । ସେମାନଙ୍କ ଆଘାତ ଠାରୁ ସ୍ପେସ୍ ଷ୍ଟେସନକୁ ବଞ୍ଚାଇବା ପାଇଁ ଋଷ ଏବଂ ଆମେରିକାର ବୈଜ୍ଞାନିକମାନେ ମଙ୍ଗଳବାର ୨.୫ ମିନିଟ୍ର ଏକ ଅପରେସନ୍ କରିଥିଲେ ।

ଯେଉଁଥିରେ ସେମାନେ ସ୍ପେସ୍ ଷ୍ଟେସନ୍କୁ କିଛି ବାଟ ଆଗକୁ ନେଇ ସୁରକ୍ଷିତ ରଖିବାରେ ସଫଳ ହୋଇଛନ୍ତି । ନାସାର ସୂଚନା ଅନୁଯାୟୀ ଆବର୍ଜନା ଖଣ୍ଡଟି ସ୍ପେସ୍ ଷ୍ଟସନ୍‌ଠାରୁ ମାତ୍ର ୧.୪ କିଲୋମିଟର ଦୂରରେ ଗତି କରିଥିଲା ।

Space Agency

ନାସା ଆହୁରି କହିଛି ଯେ, ଯେତେବେଳେ ଅପରେସନ୍ ଆରମ୍ଭ ହେଲା, ଠିକ୍ ସେହି ସମୟରେ ସ୍ପେସ୍ ଷ୍ଟେସନ୍‌ରେ ଥିବା ସମସ୍ତ ସଦସ୍ୟଙ୍କୁ ଅନ୍ୟ ଏକ ଅନ୍ତରିକ୍ଷ ଯାନ ସୋୟୁଜ୍କୁ ସ୍ଥାନାନ୍ତର କରିଦିଆଗଲା । କେବଳ ଦୁଇ ଜଣ ଋଷର ଓ ଜଣେ ଆମେରିକୀୟ ମହାକାଶଚାରୀ ସ୍ପେସ୍ ଷ୍ଟେସନ୍‌ରେ ରହିଥିଲେ ।

Space Agency

ଏଭଳି କରିବା ଅତ୍ୟନ୍ତ ଜୀରୁରୀ ଥିଲା । କାରଣ କୌଣସି ପ୍ରକାର ଅପ୍ରିତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ଏହା କରିବା ନିତ୍ୟାନ୍ତ ଜରୁରୀ । ତେବେ ଏହି ଅପରେସନ୍ ପରେ ସମସ୍ତ ମହାକାଶଚାରୀ ନିଜ ନିଜ ସାଧାରଣ କାମକୁ ଫେରି ଆସିଛନ୍ତି । ନାସାର ମୁଖ୍ୟ ଜିମ ବ୍ରିଡେନଷ୍ଟାଇନ ଟ୍ୱିଟରରେ ଲେଖିଛନ୍ତି, ଅପରେସନ୍ ବା ଯୁଦ୍ଧାଭ୍ୟାସ ଶେଷ ହୋଇଛି । ସ୍ପେସ୍ ଯାତ୍ରୀମାନେ ସୁରକ୍ଷିତ ଅଛନ୍ତି ।

ତେବେ ସ୍ପେସ୍ ଷ୍ଟେସନକୁ ଯେଉଁ ଆବର୍ଜନା ଖଣ୍ଡଠାରୁ ବିପଦ ଥିଲା, ତାହା ହେଉଛି ଜପାନୀ ରକେଟ୍‌ର ଏକ ଅଂଶବିଶେଷ । ୨୦୧୮ ମସିହାରେ ଜାପାନ ଏହି ରକେଟ୍ ଅନ୍ତରୀକ୍ଷକୁ ପଠାଇଥିଲା । ଜଣେ ବୈଜ୍ଞାନିକଙ୍କ କହିବାନୁଯାୟୀ ଗତ ବର୍ଷ ଏହି ରକେଟ୍ ୭୭ଟି ଭାଗରେ ଖଣ୍ଡବିଖଣ୍ଡିତ ହୋଇଥିଲା ।

ରାଜ୍ୟରେ ଦିନକରେ ଚିହ୍ନଟ ହେଲେ ୪୨୩୭ ଆକ୍ରାନ୍ତ, ମୃତ୍ୟୁ ସଂଖ୍ୟା ୭୩୬କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟର ୩୦ ଜିଲ୍ଲାରୁ ଆଉ ୪ହଜାର ୨ ଶହ ୩୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୨ ହଜାର ୪ ଶହ ୮୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧ ହଜାରା ୭ ଶହ ୫୨ ଲୋକାଲ କେସ ରହିଛି । ସେହିପରି ଆଉ ୧୫ ଜଣଙ୍କ ଜୀବନ ନେଇଛି ମହାମାରୀ । ଖୋର୍ଦ୍ଧାରୁ ସର୍ବାଧିକ ୬ ଶହ ୪୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକରୁ ୫୭୭, ଝାରସୁଗୁଡ଼ା ୨୦୫, ଜଗତସିଂହପୁରରୁ ୨୦୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ମୋଟ ଆକ୍ରାନ୍ତ ସଂଖ୍ୟା ୧ଲକ୍ଷ ୯୨ ହଜାର ୫ ଶହ ୪୮କୁ ବୃଦ୍ଧି ପାଇଛି ।

ବୁଧବାର ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଓ କଟକ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ଖୋର୍ଦ୍ଧାରୁ ୬୪୭ ଓ କଟକରୁ ୫୭୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି ଅନୁଗୁଳରୁ ୧୧୦ , ବାଲେଶ୍ୱରରୁ  ୧୬୧ , ବରଗଡ଼ରୁ ୧୨୧, ଭଦ୍ରକରୁ ୧୩୬, ବଲାଙ୍ଗୀରରୁ ୬୭, ବୌଦ୍ଧରୁ ୪୩, ଦେଓଗଡ଼ରୁ ୨୨, ଢେଙ୍କାନାଳରୁ ୭୦, ଗଜପତିରୁ ୪୨, ଗଞ୍ଜାମରୁ ୭୧, ଜଗତସିଂହପୁରରୁ ୧୭୩ , ଯାଜପୁରରୁ ୨୦୧, ଝାରସୁଗୁଡ଼ାରୁ ୨୦୫, କଳାହାଣ୍ଡିରୁ ୧୫୭ , କନ୍ଧମାଳରୁ ୫୫, କେନ୍ଦ୍ରାପଡ଼ାରୁ ୧୪୮ , କେନ୍ଦୁଝରରୁ ୪୨, କୋରାପୁଟରୁ ୮୯, ମାଲକାନଗିରିରୁ ୪୪, ମୟୁରଭଞ୍ଜରୁ ୧୩୯, ନବରଙ୍ଗପୁରରୁ ୭୦, ନୟାଗଡ଼ରୁ ୬୦, ନୂଆପଡ଼ାରୁ ୧୧୫, ପୁରୀରୁ ୨୧୯ , ରାୟଗଡ଼ାରୁ ୫୧, ସମ୍ବଲପୁରରୁ ୧୧୧, ସୁନ୍ଦରଗଡ଼ରୁ ୨୦୧, ସୋନପୁରରୁ ୧୩୧,ଷ୍ଟେଟ ପୁଲ୍ ୧୬୯ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଏଥିସହ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ୯୨ହଜାର ୫୪୮ରେ ପହଞ୍ଚିଛି । ବୁଧବାରେ ରାଜ୍ୟରେ ଆଉ ୧୫ମୁଣ୍ଡ ନେଇଛି କରୋନା । ରାଜ୍ୟରେ ମୃତ୍ୟୁ ସଂଖ୍ୟା ୭୩୬ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ଲକ୍ଷେ ୫୩ ହଜାର ୨୧୩ସୁସ୍ଥ ହୋଇଥିବା ବେଳେ ୩୮ ହଜାର ୫୪୬ଟି ସକ୍ରିୟ ମାମଲା ରହିଛି ।

କୋଭିଡ ସଂକଟରେ ମହଙ୍ଗା ପଡିଲା ଜମାଣିଆ ବାହାଘର ଆୟୋଜନ

କୋଭିଡ ସଂକଟରେ ମହଙ୍ଗା ପଡିଲା ଜମାଣିଆ ବାହାଘର ଆୟୋଜନ

ରାଜ୍ୟରେ ଦିନକରେ ୪୨୩୭ ପଜିଟିଭ, ୧୫ ମୃତ

ରାଜ୍ୟରେ ଦିନକରେ ୪୨୩୭ ପଜିଟିଭ, ୧୫ ମୃତ

କରୋନାରୁ ଆରୋଗ୍ୟରେ ଓଡ଼ିଶାର ଆଉ ଏକ ମାଇଲଖୁଣ୍ଟ । ଟ୍ୱିଟ୍ କରି ଜଣାଇଲେ ମୁଖ୍ୟମନ୍ତ୍ରୀ ।

କରୋନାରୁ ଆରୋଗ୍ୟରେ ଓଡ଼ିଶାର ଆଉ ଏକ ମାଇଲଖୁଣ୍ଟ

ଟ୍ୱିଟ୍ କରି ଜଣାଇଲେ ମୁଖ୍ୟମନ୍ତ୍ରୀ

ଖଣି ଅଞ୍ଚଳରେ ଥିବା ସରକାରୀ ITIରେ ହେବ ଉତ୍କର୍ଷ କେନ୍ଦ୍ର

ଖଣି ଅଞ୍ଚଳରେ ଥିବା ସରକାରୀ ITIରେ ହେବ ଉତ୍କର୍ଷ କେନ୍ଦ୍ର

କରୋନା ମହାମାରୀ ମୁକାବିଲାରେ ଆଉ ଏକ ମାଇଲଖୁଣ୍ଟ, ସୁସ୍ଥ ହେଲେଣି ଦେଢ ଲକ୍ଷ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ କରୋନା ପରୀକ୍ଷଣ ବଢିବା ସହ କରୋନା ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଏହି ସଂକ୍ରମଣକୁ ନିୟନ୍ତ୍ରଣକୁ ଆଣିବାକୁ ବିଭିନ୍ନ ପ୍ରକାର ପ୍ରୟାସ କରୁଛନ୍ତି ରାଜ୍ୟ ସରକାର । କିଭଳି ଆକ୍ରାନ୍ତଙ୍କ ଚିକିତ୍ସା ଶୁରୁଖୁରୁରେ ହୋଇପାରିବ ଏବଂ ସୁସ୍ଥତା ହାର ବୃଦ୍ଧି ପାଇବ ସେନେଇ ନୂଆ ନୂଆ ପଦକ୍ଷେପ ମଧ୍ୟ ନିଆଯାଉଛି । ଯଦିଓ ସଂକ୍ରମଣ ହାର ବଢୁଛି ସୁସ୍ଥ ହାର ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏବଂ ସୁସ୍ଥତା ହାର ନୂଆ ନୂଆ ରେକର୍ଡ ମଧ୍ୟ ସୃଷ୍ଟି କରୁଛି ।

ଏମଧ୍ୟରେ କରୋନା ମହାମାରୀ ମୁକାବିଲାରେ ଆଉ ଏକ ମାଇଲଖୁଣ୍ଟ । ଏବଂ ଆଶ୍ୱସ୍ତି ଆଣିଛି ଆରୋଗ୍ୟ ହାର । ରାଜ୍ୟରେ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି ଦେଢ ଲକ୍ଷ ସଂକ୍ରମିତ । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ୱାସ୍ଥ୍ୟକର୍ମୀ ଓ କୋଭିଡ୍ ଯୋଦ୍ଧାଙ୍କ ଯୋଗୁଁ ଏହା ସଫଳ ହୋଇଛି । ପ୍ରତିଟି ମୂଲ୍ୟବାନ ଜୀବନ ବଞ୍ଚାଇବାକୁ ସେମାନଙ୍କ ବଳୀଦାନକୁ ସାଲ୍ୟୁଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ।

କେନ୍ଦ୍ର ସରକାରଙ୍କ ଏହି ଆଇନ ଓଡ଼ିଶାର ଚାଷୀ ଓ ଗ୍ରାହକଙ୍କ ପାଇଁ ହେବନି ଲାଭପ୍ରଦ !

ନୂଆଦିଲ୍ଲୀ: ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ହଟିଲା ଆଳୁ, ପିଆଜ, ଡାଲି ଓ ଖାଇବା ତେଲ । ଲୋକସଭା ପରେ ରାଜ୍ୟସଭାରେ ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ ଆଇନ ପାରିତ ହୋଇଛି । ଦୀର୍ଘ ୬୫ ବର୍ଷ ପରେ ଆଇନରେ ସଂଶୋଧନ କରାଯାଇଥିବା ବେଳେ, ଏସବୁ ସାମାଗ୍ରୀ ଉପରେ ଦର ନିୟନ୍ତ୍ରଣ କ୍ଷମତା ହରାଇଛନ୍ତି ସରକାର ।

ସଂଶୋଧିତ ଆଇନ ଅନୁଯାୟୀ କେବଳ ଯୁଦ୍ଧ, ଦୁର୍ଭିକ୍ଷ, ଅସାଧାରଣ ମୂଲ୍ୟ ବୃଦ୍ଧି ଓ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ହିଁ କୃଷି ଖାଦ୍ୟ ସାମଗ୍ରୀ ନିୟନ୍ତ୍ରିତ ହୋଇପାରିବ ।

କୃଷି କ୍ଷେତ୍ରରେ ଘରୋଇ ଓ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ବିନିଯୋଗକୁ ଆକର୍ଷିତ କରିବା ସହ ଏହି ଆଇନ ଉଭୟ କୃଷକ ଓ ଗ୍ରାହକଙ୍କ ସପକ୍ଷରେ ରହିବ ବୋଲି କେନ୍ଦ୍ର ସରକାର ଯୁକ୍ତି କରିଛନ୍ତି । ତେବେ କେନ୍ଦ୍ର ସରକାରଙ୍କ ଏହି ଆଇନ ଓଡ଼ିଶାର ଚାଷୀ ଓ ଗ୍ରାହକଙ୍କ ପାଇଁ ଲାଭପ୍ରଦ ହେବନି ବୋଲି  ବିଶେଷଜ୍ଞ କହିଛନ୍ତି ।

ପୁଣି ଛେଚିବ ବର୍ଷା: ୨୬ରୁ ବର୍ଷାର ପରିମାଣ ବଢିବା ନେଇ ସୂଚନା ଦେଲା ଆଞ୍ଚଳିକ ପାଣିପାଗ ବିଭାଗ

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଜାରିରହିଛି ବର୍ଷା । ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।  ଏଥି ପାଇଁ ଏହି ଦୁଇ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତାକାଲି ଓ ୨୫ ତାରିଖରେ ପାଗ ଶୁଖିଲା ରହିପାରେ । ତେବେ ୨୬ ତାରିଖରେ ପୁଣି ଥରେ ବର୍ଷା ବଢିବ ବୋଲି ଆଶଙ୍କା କରିଛି ପାଣିପାଗ କେନ୍ଦ୍ର । ସେହିପରି  ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ବାରଣ କରାଯାଇଛି ।

ଅନ୍ୟପଟେ ଆସନ୍ତା ଦୁଇ ଦିନ ପାଇଁ ବର୍ଷାର ପରିମାଣ କମିବା ସହ ଆଗାମୀ ଦୁଇଦିନରେ ବର୍ଷାର ପରିମାଣ ବଢିପାରେ । ତେବେ ଆସନ୍ତା ୧୨ଘଣ୍ଟା ପାଇଁ ମତ୍ସ୍ୟଜୀବିଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ସେହିଭଳି ଆସନ୍ତା ୨୪ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶାର ଅଳ୍ପ କିଛି ଅଞ୍ଚଳରେ ଏବଂ ଦକ୍ଷିଣ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଆପଣଙ୍କୁ କହିରଖୁଛୁ ଯେ, ଚଳିତ ବର୍ଷ ମାଲକାନଗିରିରେ ସର୍ବାଧିକ ବର୍ଷାର ପରିମାଣ ରେକର୍ଡ଼ କରାଯାଇଛି ଏବଂ ଖୋର୍ଦ୍ଧା ସବୁଠାରୁ କମ୍ ବର୍ଷାର ପରିମାଣ ରେକର୍ଡ କରାଯାଇଥିବା ପାଣିପାଗ ବିଭାଗ ସୂଚନା ଦେଇଛି ।