spot_img
Home Blog Page 6388

ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ ଅଁଳା

ଭୁବନେଶ୍ବର: ଶୀତ ଦିନେ ମନୁଷ୍ୟ ଶରୀର ପାଇଁ ବେଶ ଉପକାରୀ ସାବ୍ୟସ୍ତ ହୋଇଥାଏ ଅଁଳା । ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବା ସହ ବିଭିନ୍ନ ପ୍ରକାରର ରୋଗରୁ ମୁକ୍ତି ମଧ୍ୟ ଦେଇଥାଏ ।

ଏଥିରେ ଥିବା ଉପକାରୀ ତତ୍ବ ଫୁସଫୁସକୁ ବାୟୁ ପ୍ରଦୂଷଣରୁ ସୁରକ୍ଷା ଦେବାରେ ସହାୟକ ହୋଇଥାଏ । ଅଁଳାକୁ କେହିକେହି କଞ୍ଚା ଖାଉଥିବା ବେଳେ ଆଉ କେହିକେହି ଆଚାର କିମ୍ବା ଜୁସ୍ ଆକାରରେ ସେବନ ମଧ୍ୟ କରିଥାନ୍ତି ।
ଆସନ୍ତୁ ଜାଣିବା ଅଁଳାକୁ କେମିତି ଓ କେତେବେଳେ ସେବନ କରିବା ଉଚିତ୍

ଶୀତ ଋତୁରେ ଅଁଳା ଖାଇବାର ଫାଇଦା-
ଶୀତ ଋତୁରେ ଲୋକମାନେ ହୃଦଘାତ, ରକ୍ତଚାପ ଏବଂ ଶ୍ୱାସକ୍ରିୟା ଭଳି ଅନ୍ୟାନ୍ୟ ରୋଗରେ ପିଡିତ ହେବାର ଆଶଙ୍କା ରହିଥାଏ। ହେଲେ ଶୀତଦିନେ ବାୟୁ ପ୍ରଦୂଷଣର ସ୍ତର ଯଦି ବଢେ ତାହେଲେ ଏହି ସମସ୍ୟା ବଢିବାର ଆଶଙ୍କା ରହିଛି। ଶୀତଦିନିଆ ଫଳରେ ଥିବା ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଏବଂ ଆଣ୍ଟିଅକ୍ସିଡାଣ୍ଟ ଉପାଦାନ ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ । ସେହିପରି ଅଁଳାରେ ଥିବା ଭିଟାମିନ୍ ସିର ପରିମାଣ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସହାୟକ ହୋଇଥାଏ ।

କେତେବେଳେ ଓ କିପରି ଖାଇବେ ଅଁଳା-
ପ୍ରତିଦିନ ସକାଳେ ଖାଲି ପେଟରେ ଅଁଳା ଖାଇବା ସ୍ବାସ୍ଥ୍ୟ ପାଇଁ ଭଲ ହୋଇଥାଏ । ଆପଣ ପ୍ରତିଦିନ ସକାଳେ ଗୋଟିଏରୁ ଦୁଇଟି ଲେଖାଏଁ ଅଁଳା ଖାଇପାରିବେ । ତେବେ ଗୋଟିଏ ଦିନରେ ଦୁଇଟିରୁ ଅଧିକ ଅଁଳା ଖାଇବା ଉଚିତ୍ ନୁହେଁ । ଏହାର ସେବନ ଦ୍ବାରା ଶରୀରରେ ଜଳସ୍ତର କମିନଥାଏ ।

ତ୍ବଚାକୁ କୋମଳ କରିଥାଏ-
ଏଥିରେ ପ୍ରଚୁର ପରିମାଣର ଭିଟାମିନ୍ ଏ ଅଛି, ଯାହା ଆମ ଚର୍ମକୁ କୋମଳ ଏବଂ ଉଜ୍ବଳ କରିଥାଏ । ଖାଲି ପେଟରେ ଅଁଳା ଖାଇବା ଦ୍ୱାରା କୋଲେଜନ୍ କମିଥାଏ । ଯାହାକୁ ଆମ ତ୍ବଚାକୁ ସୁନ୍ଦର କରିଥାଏ । ତେବେ ଗର୍ଭବତୀ ଏବଂ ସ୍ତନ୍ୟପାନ କରାଉଥିବା ମହିଳାମାନେ ଅଁଳା ଖାଇବା ଦ୍ବାରା ଡାକ୍ତରଙ୍କ ସହ ପରାମର୍ଶ କରିବା ଜରୁରୀ ।

ଡାଇବେଟିସ୍ ଦୂର କରେ-
ମଧୁମେହ ଦୂର କରିବାରେ ଅଁଳା ସହାୟକ ହୋଇଥାଏ । ଏହା ଉଚ୍ଚ ରକ୍ତଚାପକୁ ମଧ୍ୟ ନିୟନ୍ତ୍ରଣ କରିଥାଏ ।

ବଡିଗାର୍ଡଙ୍କ ସହ ଦୁବାଇ ଶାସକଙ୍କ ରାଜକୁମାରୀ ପତ୍ନୀଙ୍କ ସମ୍ପର୍କ, ଚୁପ୍ ରହିବାକୁ ଦେଲେ ୧୨ କୋଟି

ଆବୁଧାବି: ଦୁବାଇର ଶାସକ ଶେଖ ମୋହମ୍ମଦ ବିନ ରଶିଦ ଅଲ୍ ମକତୁମଙ୍କ ରାଜକୁମାରୀ ପତ୍ନୀଙ୍କ ସମ୍ପର୍କ ତାଙ୍କ ବଡିଗାର୍ଡଙ୍କ ସହ ଥିଲା । ରାଜକୁମାରୀ ହୟା ତାଙ୍କ ବଡିଗାର୍ଡକୁ ଦୁହିଁଙ୍କ ସମ୍ପର୍କ ନେଇ ଚୁପ୍ ରହିବାକୁ ୧୨ କୋଟି ଟଙ୍କା ଦେଇଛନ୍ତି । ବ୍ରିଟେନରେ ଚାଲିଥିବା ଶୁଣାଣି ଆଧାରରେ ଅନ୍ତର୍ଜାତୀୟ ସ୍ତରରେ ଏ ଖବର ପ୍ରକାଶ ପାଇଛି । ଦୁବାଇର ଶାସକ ରାଜକୁମାରୀ ହୟାଙ୍କୁ ନଜଣାଇ ଶରିୟା ଆଇନ୍ ଅନୁଯାୟୀ ୨୦୧୯ ଫେବ୍ରୁଆରୀରେ ତଲାକ୍ ଦେଇଥିଲେ ।

Dubai Ruler Wife Princess Haya Affair Bodyguard Lover Paid Crores Of Rupees To Keep Quiet

ରିପୋର୍ଟ ଅନୁସାରେ, ରାଜକୁମାରୀ ହୟାଙ୍କ ବଡିଗାର୍ଡ ବିବାହିତ । କିନ୍ତୁ, ପରକୀୟା ପ୍ରୀତି ଯୋଗୁଁ ବଡିଗାର୍ଡଙ୍କ ବୈବାହିକ ଜୀବନ ବିଚ୍ଛେଦ ହୋଇଥିଲା । ରାଜକୁମାରୀ ହୟା ଦୁବାଇ ଛାଡ଼ି ବ୍ରିଟେନରେ ରହୁଛନ୍ତି । ଛୁଆଙ୍କ କଷ୍ଟୋଡି ନେଇ ରାଜକୁାମୀର ହୟା ବ୍ରିଟେନର ଅଦାଲତରେ ମକଦ୍ଦମା କରିଥିଲେ ଏବଂ ହୟାଙ୍କ ସପକ୍ଷରେ କୋର୍ଟ ନିଷ୍ପତ୍ତି ଶୁଣାଇଛନ୍ତି ।

Dubai Ruler Wife Princess Haya Affair Bodyguard Lover Paid Crores Of Rupees To Keep Quiet

ରାଜକୁମାରୀ ହୟା ତାଙ୍କ ବଡିଗାର୍ଡଙ୍କୁ ବେଶ୍ ଦାମୀ ଗିଫ୍ଟ ଦେଉଥିଲେ । ଗିଫ୍ଟରେ ୧୨ ଲକ୍ଷର ଘଣ୍ଟା ଓ ୫୦ ଲକ୍ଷ ଟଙ୍କାର ବନ୍ଧୁକ ସାମିଲ୍ ରହିଛି । ରାଜକୁମାରୀ ହୟା ଦୁବାଇର ଶାସକ ଶେଖ୍ ମୋହମ୍ମଦ ବିନ୍ ରଶିଦ୍ ଅଲ ମକତୁମଙ୍କ ଷଷ୍ଠ ଓ ସବୁଠୁ କମ୍ ବୟସର ପତ୍ନୀ ଥିଲେ । କୁହାଯାଉଛି ବଡିଗାର୍ଡ ସହ ହୟାଙ୍କ ସମ୍ପର୍କ ୨୦୧୬ରେ ଆରମ୍ଭ ହୋଇଥିଲେ । ସେବେଠୁ ବଡିଗାର୍ଡ ଜଣଙ୍କ ହୟାଙ୍କ ଲାଗି କାମ କରୁଥିଲେ ।

Dubai Ruler Wife Princess Haya Affair Bodyguard Lover Paid Crores Of Rupees To Keep Quiet

ରିପୋର୍ଟ ଅନୁସାରେ, ୪୬ ବର୍ଷୀୟ ରାଜକୁମାରୀ ହୟା ବ୍ରିଟେନର ୩୭ ବର୍ଷୀୟ ବଡିଗାର୍ଡ ରସେଲ ଫ୍ଲୱରଙ୍କ ସହିତ ୨ ବର୍ଷ ଧରି ସମ୍ପର୍କରେ ଥିଲେ । ଏହା ବି କୁହାଯାଉଛି ରାଜକୁମାରୀ ହୟା ଅନ୍ୟ ୩ ଜଣ ବଡିଗାର୍ଡଙ୍କୁ ରସେଲଙ୍କ ସହିତ ଥିବା ସମ୍ପର୍କ ନେଇ ଚୁପ୍ ରହିବାକୁ କୋଟି କୋଟି ଟଙ୍କା ଦେଇଛନ୍ତି ।

Dubai Ruler Wife Princess Haya Affair Bodyguard Lover Paid Crores Of Rupees To Keep Quiet

ରାଜକୁମାରୀ ହୟା ୨୦୧୮ରେ ଦୁବାଇ ଛାଡ଼ି ଲଣ୍ଡନରେ ରହୁଛନ୍ତି । ହୟା ଦୁଇ ଛୁଆଙ୍କ ମାଆ । ଦୁହିଁଙ୍କ ସମ୍ପର୍କ ନେଇ ରସେଲ କୌଣସି ପ୍ରତିକ୍ରିୟା ଦେଉନଥିବା ବେଳେ ରାଜକୁମାରୀ ହୟା ସମସ୍ତ ଦାବିକୁ ଖଣ୍ଡନ କରିଛନ୍ତି ।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ, ୮ ଜିଲ୍ଲାରେ ବର୍ଷା ଆଶଙ୍କା

ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଜାରି ରହିଛି । ଏତିକି ବେଳେ ସୃଷ୍ଟି ହୋଇଛି ଦୁଇ ଦୁଇଟି ଘୂର୍ଣ୍ଣିବଳୟ । ଗୋଟିଏ ଦକ୍ଷିଣ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏବଂ ଅନ୍ୟଟି ଆଭ୍ୟନ୍ତରିଣ ଓଡ଼ିଶାରେ । ବଙ୍ଗୋପସାଗରରେ ୨୪ ଘଣ୍ଟା ମଧ୍ୟରେ ଲଘୁଚାପ ସୃଷ୍ଟି ହେବା ପରେ ୪୮ ଘଣ୍ଟା ମଧ୍ୟରେ ଘନିଭୂତ ହେବ । ପ୍ରଭାବରେ ୪୮ଘଣ୍ଟା ପର୍ଯ୍ୟନ୍ତ ବର୍ଷା ହେବାର ଅନୁମାନ କରାଯାଉଛି । ବାଙ୍ଗିରିପୋଷିରେ ୫୧.୨ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି ।

ଏଥିସହ ଆଉ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ୪୮ଘଣ୍ଟାରେ ଘନୀଭୂତ ହେବ । ପ୍ରଭାବରେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇପାରେ । ୮ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଅନୁମାନ କରାଯାଉଛି । ୭ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ଆଶଙ୍କା ରହିଛି । କଟକ, କଳାହାଣ୍ଡି, କନ୍ଧମାଳ, ଗଂଜାମ, ଗଜପତି, ରାୟଗଡ଼ା, କୋରାପୁଟକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି ।

ବିଶେଷ କରି ଆଭ୍ୟନ୍ତରିଣ ଓଡ଼ିଶାର କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼ ର କିଛି ଅଞ୍ଚଳରେ ସ୍ୱଳ୍ପରୁ ମଧ୍ୟ ଧରଣର ବର୍ଷା ହେବ । ଏବଂ ଦକ୍ଷିଣ ଓଡ଼ିଶାର ଯେଉଁ ଜିଲ୍ଲାଗୁଡ଼ିକ ରହିଛି ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନାଗିରି, କୋରାପୁଟରରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ । ଉପକୂଳ ଓଡ଼ିଶାର ଯେଉଁ ଜିଲ୍ଲାଗୁଡ଼ିକ ରହିଛି କଟକ, କନ୍ଦ୍ରାପଡ଼ା, ଜଗତସିଂହପୁର, ବାଲେଶ୍ୱର, ଭଦ୍ରକ, ମୟୂରଭଞରେ ଆସନ୍ତା ୫ ଦିନ ମଧ୍ୟରେ ସ୍ଥାନେ ସ୍ଥାନେ ସାମାନ୍ୟଠାରୁ ମଧ୍ୟ ଧରଣର ବର୍ଷା ହେବ ।

ବର୍ଷା ପରେ ବଢ଼ିବ ଶୀତ । ବର୍ଷା କାରଣରୁ ୫ଦିନ ଯାଏ ଘନ କୁହୁଡ଼ି ରହିବ ବୋଲି ପାଣିପାଗ ବିଭାଗ କହିଛି  । ବର୍ଷା ପରେ ସ୍ୱାଭାବିକ ଠାରୁ ୪ରୁ ୫ଡିଗ୍ରୀ ତାପମାତ୍ରା କମିବ ।

ପାକିସ୍ତାନରେ ମିଳିଲା ୧୩ଶହ ବର୍ଷ ପୁରୁଣା ବିଷ୍ଣୁ ମନ୍ଦିର

ସ୍ୱାତ: ପ୍ରାୟ ୧୩ଶହ ବର୍ଷ ପୂର୍ବେ ନିର୍ମିତ ଏକ ହିନ୍ଦୁ ମନ୍ଦିରର ଅବଶିଷ୍ଟାଂଶ ପାକିସ୍ତାନର ଉତ୍ତର-ପଶ୍ଚିମ ପ୍ରଦେଶରେ ମିଳିଛି। ପଶ୍ଚିମ ପାକିସ୍ତାନର ସ୍ୱାତ ଜିଲ୍ଲାର ଏକ ପର୍ବତ ଉପରେ ଖନନ ସମୟରେ ଭଗବାନ ବିଷ୍ଣୁଙ୍କ ମନ୍ଦିରର ଅବଶିଷ୍ଟାଂଶ ମିଳିଛି । ଗୁରୁବାର ଦିନ ଏହି ଖନନ ବିଷୟରେ ଘୋଷଣା କରି ପ୍ରତ୍ନତତ୍ତ୍ୱ ବିଭାଗର ଅଧିକାରୀ କହିଛନ୍ତି ଯେ, ମିଳିଥିବା ମନ୍ଦିର ଭଗବାନ ବିଷ୍ଣୁଙ୍କର । ସେ କହିଛନ୍ତି ଯେ ଏହା ହିନ୍ଦୁରାଜ ସମୟର ବା ୧୩ଶହ ବର୍ଷ ପୂର୍ବେ ନିର୍ମିତ ହୋଇଥିଲା।

ପାକିସ୍ତାନର ସ୍ୱାତ ଜିଲ୍ଲାରେ ଠାବ ହୋଇଛି ଭଗବାନ ବିଷ୍ଣୁଙ୍କ ମନ୍ଦିର । ପୁରାତନତତ୍ୱ ବିଭାଗ ଅନୁସାରେ ୧୩୦୦ ବର୍ଷ ପୁରୁଣା ବୋଲି ଜଣାପଡିଛି  । ବାରିକୋଟ ଘୁଂଡାଇରେ ଖୋଳାଯାଉଥିବା ବେଳେ ସେଠାରେ ଏକ ପୁରୁଣା ମନ୍ଦିର ଥିବା ଜଣାପଡିଛି  । ୮୫୦ ଶତାବ୍ଦୀରେ ସେଠାରେ ଏକ ହିନ୍ଦୁ ରାଜବଂଶ ଶାସନ କରୁଥିବା ବେଳେ ସେହି ମନ୍ଦିର ସ୍ଥାପନା ହୋଇଥିବା ଜଣାପଡିଛି  ।

ପୂର୍ବରୁ ସେହି ଅଞ୍ଚଳରେ ଭାରତର ଶାସନ ଚାଲିଥିଲା ବୋଲି ଜଣାପଡ଼ିଛି । ବିଷ୍ଣୁ ମନ୍ଦିରରେ ପୂଜା ପାଉଥିବା ବହୁ ମୂର୍ତ୍ତି ଠାବ କରାଯାଇଛି  । ଏଥିସହ ବିରାଟ ପାଣିକୁଣ୍ଡ ମଧ୍ୟ ମିଳିଥିବା ସୂଚନା ମିଳିଛି  । ସରକାରୀ ସୂଚନା ଅନୁସାରେ  ସେଠାରେ ପ୍ରଥମେ ଗାନ୍ଧାର ସଭ୍ୟତାର ପ୍ରଥମ ମନ୍ଦିର ନିର୍ମାଣ କରାଯାଇଥିଲା  । ସ୍ୱାତ ଜିଲ୍ଲାରେ ବହୁ ପର୍ଯ୍ୟଟନ ସ୍ଥଳି ରହିଛି  । ଏହି ଜିଲ୍ଲାରେ ସାଂସ୍କୃତିକ ଓ ଧାର୍ମିକ ପ୍ରର୍ଯ୍ୟଟନସ୍ଥଳୀ ଥିବା ଯୋଗୁଁ ସେଠାକୁ ପ୍ରତ୍ୟେକ ବର୍ଷ ପର୍ଯ୍ୟଟକ ମାନେ ଯିବା ଆସିବା କରିଥାନ୍ତି  ।

LoCରେ ପାକିସ୍ତାନର ହରକତ୍, ରାଜୌରୀରେ ଗୁଳିବିନିମୟ ବେଳେ ଜଣେ ଯବାନ ସହିଦ

ଶ୍ରୀନଗର: ଜମ୍ମୁ-କାଶ୍ମୀର ରାଜୌରୀର ନୌସେରା ସେକ୍ଟରରେ ପାକିସ୍ତାନ ପୁଣି ଥରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି । ପାକିସ୍ତାନ ପଟୁ ଗୁଳିଗୋଳା ବର୍ଷଣରେ ଜଣେ ଭାରତୀୟ ଯବାନ ସହିଦ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ପାକିସ୍ତାନର ଗୁଳିମାଡ଼ରେ ସେନାର ଜଣେ ହାବିଲଦାର ସହିଦ୍ ହୋଇଛନ୍ତି । ପାକିସ୍ତାନ ପଟୁ ହେଉଥିବା ଫାୟାରିଂର ଜବାବ ଦେଉଛି ଭାରତୀୟ ସେନା ।

Jammu Kashmir Nowshera Sector Ceasefire Violation Soldiers Killed

ଗତ ସପ୍ତାହରେ ପାକିସ୍ତାନ ସେନା ଜମ୍ମୁ-କାଶ୍ମୀରର ଉରୀ ସେକ୍ଟରରୁ ନେଇ ଗୁରେଜ ସେକ୍ଟର ମଧ୍ୟରେ ନିୟନ୍ତ୍ରଣ ରେଖା (LoC)ର କେତେକ ସ୍ଥାନରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି । ପାକିସ୍ତାନ ପଟୁ ହୋଇଥିବା ଗୁଳିଗୋଳା ବର୍ଷଣରେ ୪ ଜଣ ସୁରକ୍ଷାକର୍ମୀ ସହିଦ ହୋଇଛନ୍ତି । ଏଥିସହ ୬ ଜଣ ସାଧାରଣ ଲୋକଙ୍କ ଜୀବନ ଯାଇଛି ।

ଉରୀର ବିଭିନ୍ନ ସ୍ଥାନକୁ ବାଦ୍ ଦେଇ ବାନ୍ଦିପୁରା ଜିଲ୍ଲା ଗୁରେଜ ସେକ୍ଟର ଓ କୁପୱାଡ଼ା ଜିଲ୍ଲାର କେରନ ସେକ୍ଟରରେ ବି ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛି । ଯାହାକୁ ନେଇ ଭାରକ ପଡ଼ୋଶୀ ପାକିସ୍ତାନକୁ ଘେରିଛି । ଭାରତୀୟ ବିଦେଶ ମନ୍ତ୍ରାଳୟ ସାମ୍ବାଦିକ ସମ୍ମିଳନୀ କରି ଏହା ପାକିସ୍ତାନର ଭାରତ ବିରୋଧୀ ଷଡ଼ଯନ୍ତ୍ର ବୋଲି କହିଛି ।

Jammu Kashmir Nowshera Sector Ceasefire Violation Soldiers Killed

ବିଦେଶ ମନ୍ତ୍ରାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି- ବିଶ୍ୱ ଆତଙ୍କବାଦର ଚେହେରା ଓସାମା ବିନ୍ ଲାଡେନ ପାକିସ୍ତାନରେ ଠାବ ହୋଇଥିଲା । ଇମ୍ରାନ ଖାନ ମଧ୍ୟ ତାକୁ ସଂସଦରେ ସହିଦ୍ କହିଛନ୍ତି । ପାକିସ୍ତାନରେ ୪୦ ହଜାର ଆତଙ୍କବାଦୀ ଥିବା ସେ ନିଜେ ମାନିଛନ୍ତି । ପାକିସ୍ତାନର ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଗର୍ବର ସହିତ ମାନିଛନ୍ତି ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ଭାରତର ୪୦ ଜଣ ଯବାନ ସହିଦ ପଛରେ ପାକିସ୍ତାନର ହାତ ଅଛି ।

ଅସ୍ତ୍ରବିରତି ଉଲ୍ଲଂଘନକୁ ନେଇ ୨୦୦୩ରେ ହୋଇଥିବା ବୁଝାମଣାକୁ ମାନିବା ପରିବର୍ତ୍ତେ ପାକିସ୍ତାନୀ ସେନା ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରିବା ଲାଗି ଲଗାତାର ସୀମାରେ ଗୁଳିବର୍ଷଣ କରୁଛି । ଆତଙ୍କବାଦୀଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇ ଦେବା ଓ ଏଲଓସି ଅଞ୍ଚଳରେ ଆତଙ୍କବାଦୀ ଗତିବିଧି ପାକିସ୍ତାନ ସେନାର ସମର୍ଥନ ବିନା ସମ୍ଭବ ନୁହେଁ । ଏବଂ ପାକିସ୍ତାନ ଲଗାତାର ଏମିତି କରି ଆସୁଛି ।

ଟିଭି ମେକାନିକର ପରିଚୟ ଦେଇ ଡାକ୍ତରାଣୀଙ୍କୁ ହତ୍ୟା କଲା ଯୁବକ

ଆଗ୍ରା: ଉତ୍ତର ପ୍ରଦେଶର ଆଗ୍ରାରେ ଜଘନ୍ୟ ହତ୍ୟାକାଣ୍ଡ । ଜଣେ ୩୮ବର୍ଷୀୟ ମହିଳା ଡାକ୍ତରଙ୍କ ତଣ୍ଟିକାଟି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ଶୁକ୍ରବାର ଅପରାହ୍ନରେ ଜଣେ ବ୍ୟକ୍ତି ନିଜକୁ କେବୁଲ୍ ଟିଭି ମେକାନିକ୍ କହି ଡକ୍ଟର ନିଶା ସିଂଘଲଙ୍କ ଘରକୁ ଯାଇଥିଲା । ସେଠାରେ ନିଶାଙ୍କୁ ଧାରୁଆ ଛୁରିରେ ପେଟ ଓ ବେକକୁ ଆକ୍ରମଣ କରିଥିଲା ।

ଆକ୍ରମଣ ପରେ ଘରେ ପାଖାପାଖି ଘଣ୍ଟାଏ କାଳ ରହି ଲୁଟ୍‌ କରିଥିଲା ଦୁର୍ବୃତ୍ତ । ଡାକ୍ତର ନିଶାଙ୍କର ୨ ପିଲାଙ୍କୁ ମଧ୍ୟ ଆକ୍ରମଣ କରିଥିଲା ଦୁର୍ବୃତ୍ତ । ନିଶାଙ୍କ ବଡ଼ଝିଅର ବୟସ ୮ ବର୍ଷ ହୋଇଥିବା ବେଳେ ସାନପୁଅର ବୟସ ୪ ବର୍ଷ । ସେମାନେ କୌଣସି ପ୍ରକାରେ ଅନ୍ୟଘରକୁ ଖସି ପଳାଇଥିଲେ । ସେଠାରୁ ବାହାରକୁ ଆସି ସ୍ଥାନୀୟ ଲୋକଙ୍କୁ ଖବର ଦେଇଥିଲେ । ନିଶାଙ୍କ ସ୍ୱାମୀ ଡାକ୍ତର ଅଜୟ ସିଂହଲ ହସ୍ପିଟାଲରେ ଥିବା ବେଳେ ଦୁର୍ବୃତ୍ତ ଏଭଳି କାଣ୍ଡ ଘଟାଇଥିବା ସୂଚନା ଦେଇଛି ପୋଲିସ ।

ତେବେ ୩୮ ବର୍ଷୀୟା ନିଶା ଆଗ୍ରାରେ ଦାନ୍ତ ଡାକ୍ତର ଭାବେ କାର୍ଯ୍ୟ କରୁଥିଲେ । ୟୁପି ପୋଲିସ ତଦନ୍ତ ଆରମ୍ଭ କରିବା ସହ ସିସିଟିଭି ଫୁଟେଜ୍ ଜବତ କରିଛି । ଏ ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଯୋଗୀ ସରକାରଙ୍କୁ ସମାଲୋଚନା କରିଛନ୍ତି । ଆଗ୍ରାର ବ୍ୟସ୍ତବହୁଳ ସହରରେ ଦିନ ଦ୍ୱିପହରରେ ଡାକ୍ତରଙ୍କୁ ହତ୍ୟା ଘଟଣା ରାଜ୍ୟର ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ପଦାରେ ପକାଇଥିଲା ସେ ଟ୍ୱିଟ୍ କରି କହିଛନ୍ତି ।

ୟୁପି ପୋଲିସ ୩ଟି ସ୍ୱତନ୍ତ୍ର ଟିମ୍ ଗଠନ କରି  ତଦନ୍ତ ଆରମ୍ଭ କରିଛି । ଆଜି ସକାଳେ ସହର ବାହାରେ ଏକ ଏନ୍‌କାଉଣ୍ଟରରେ ମୁଖ୍ୟ ଅଭିଯୁକ୍ତ ଶୁଭମଙ୍କୁ ଧରିଛି ପୋଲିସ । ତା’ ଗୋଡ଼ରେ ଗୁଳି ବାଜିଥିବା ବେଳେ ତା’ ନିକଟରୁ ଗୋଟିଏ ବ୍ୟାଗରେ ଟଙ୍କା ଓ ସୁନା ଜବତ କରିଛି ।

 

ବେଙ୍ଗଲ ଟି -20 ଚ୍ୟାଲେଞ୍ଜ: ଆଉ ୨ ଭାରତୀୟ କ୍ରିକେଟରଙ୍କୁ କରୋନା

0

କୋଲକାତା: ୬ଟି ଦଳ ମଧ୍ୟରେ ନଭେମ୍ବର ୨୪ରୁ ହେବାକୁ ଯାଉଛି ବେଙ୍ଗାଲୁରୁ ଟି-20 ଚ୍ୟାଲେଞ୍ଜ । ଏହା ପୂର୍ବରୁ ଖେଳାଳି ମାନେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ପ୍ରଥମେ ଅଭିମନ୍ୟୁ ଇଶ୍ୱରନ୍ କରୋନା ସଂକ୍ରମିତ ହେବା ପରେ ଏବେ ଦୁଇ ଖେଳାଳିଙ୍କୁ ମିଶାଇ ମୋଟ ଚାରି ଜଣ ବ୍ୟକ୍ତି ପଜିଟିଭ ଚିହ୍ନଟ ହୋଇଛନ୍ତି । ପୂର୍ବ ବଙ୍ଗଳାର ଅଭିଷେକ ରମଣ ଏବଂ ମୋହନ ବାଗାନର ହ୍ରିତିକ ଚାଟାର୍ଜୀଙ୍କ ସମେତ ତିନିଜଣ କ୍ରିକେଟର ଗତ ଶୁକ୍ରବାର ଦିନ ବେଙ୍ଗଲ ଟି -20 ଚ୍ୟାଲେଞ୍ଜ ପୂର୍ବରୁ କୋଭିଡ -19 ସଂକ୍ରମିତ ହୋଇଥିଲେ।

ରମଣ ଏବଂ ହ୍ରିତିକଙ୍କ ବ୍ୟତୀତ କଲିକତା କଷ୍ଟମର ଦୀପ ଚାଟାର୍ଜୀ ଏବଂ ଦୁର୍ନୀତି ନିବାରଣ ଅଧିକାରୀ ପାର୍ଥ ପ୍ରତୀମ ସେନ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

୧୪୨ ଜଣଙ୍କର ହୋଇଥିଲା କୋଭିଡ-୧୯ ଟେଷ୍ଟ-
ବେଙ୍ଗାଲୁରୁ କ୍ରିକେଟ୍ ଆସୋସିଏସନ୍ (କ୍ୟାବ)ର ସୂଚନା କହିଛି ଯେ ହୋଟେଲରେ ପହଞ୍ଚିବାର ଗୋଟିଏ ଦିନ ପୂର୍ବରୁ ୧୪୨ ଜଣଙ୍କର କୋଭିଡ ଟେଷ୍ଟ କରାଯାଇଥିଲା । ଯେଉଁଥିରୁ ଚାରି ଜଣଙ୍କର ରିପୋର୍ଟ ପଜିଟିଭ ବାହାରିଥିଲା । ପରେ ସେମାନଙ୍କୁ ଚିକିତ୍ସା ପାଇଁ କ୍ୟାବର ଡାକ୍ତରୀ ଦଳଙ୍କ ପାଖକୁ ପଠାଯାଇଛି। ଏହି ଚାରି ଜଣଙ୍କ ପୂର୍ବରୁ ବ୍ୟାଟ୍ସମ୍ୟାନ୍ ଅଭିମନ୍ୟୁ ଇଶ୍ୱରନ୍ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ।

ତେବେ ଏହି ଟୁର୍ନାମେଣ୍ଟରେ ମୋଟ 33ଟି ମ୍ୟାଚ୍ ଖେଳାଯିବାକୁ ଥିବା ବେଳେ ୪୮-୪୮ ଖେଳାଳି ଚୟନ କରାଯାଇଛି । ଏହି ଟୁର୍ନାମେଣ୍ଟରେ ମନୋଜ ତିୱାରୀ, ଶ୍ରୀବତ୍ସ ଗୋସ୍ୱାମୀ ଭଳି ବଡବଡ ଖେଳାଳିଙ୍କ ନାମ ରହିଛି ।

ଟାଟା, ବିର୍ଲା ବି ଖୋଲି ପାରିବେ ବ୍ୟାଙ୍କ୍; RBI ସମିତିର ସୁପାରିସ୍

ମୁମ୍ବାଇ: ଯଦି ସବୁକିଛି ଠିକ୍ ରୁହେ ତ ଆଗାମୀ ଦିନରେ ଦେଶରେ ବଡ଼ କାରବାର କରୁଥିବା କମ୍ପାନୀ କୌଣସି ଘରୋଇ ବ୍ୟାଙ୍କର ପ୍ରମୋଟର ହୋଇପାରନ୍ତି । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଏକ ସମିତି କହିଛି- ବଡ଼ କମ୍ପାନୀ ଅଥବା ଶିଳ୍ପାନୁଷ୍ଠାନ ଘରୋଇ ବ୍ୟାଙ୍କର ପ୍ରମୋଟର ହେବା ଲାଗି ଅନୁମତି ଦିଆଯାଇପାରିବ ।

ପ୍ରମୋଟର୍ସଙ୍କ ଅଂଶଧନ ବୃଦ୍ଧି ପାଇଁ ବିଚାର

ଭାରତୀୟ ରିଜର୍ଭ ବ୍ୟାଙ୍କର ସମିତି ଏଥିସହ କହିଛି- ଘରୋଇ ବ୍ୟାଙ୍କ ପ୍ରମୋଟର୍ସଙ୍କ ନିବେଶ ଅଂଶଧନ ଏବେ ୧୫ ପ୍ରତିଶତ ଥିବାବେଳେ ଏହାକୁ ବଢ଼ାଇ ୨୬ ପ୍ରତିଶତ କରାଯାଇପାରେ । ସୂଚନାଯୋଗ୍ୟ, ରିଜର୍ଭ ବ୍ୟାଙ୍କ ଏହି ସମିତିର ଗଠନ କରିଥିଲା ।

 RBI Committee Recommends Promoters UP To 26 Percent Exemption In Private Bank

ସମୂହ ବିଚାର ପାଇଁ ଦିଆଯାଇଥିବା ବିଷୟ ମଧ୍ୟରେ- ବ୍ୟାଙ୍କ ଲାଇସେନ୍ସ ଆବେଦନ ପାଇଁ ବ୍ୟକ୍ତିଗତ ଭାବେ ଅଥବା ୟୁନିଟ୍ ଲାଗି ମାନ୍ୟତା ମାପଦଣ୍ଡ ଅନ୍ତର୍ଭୁକ୍ତ ଥିଲା । ଏହା ବାଦ୍ ପ୍ରମୋଟର୍ସ ଓ ଅନ୍ୟ ଅଂଶୀଦାରଙ୍କ ଦ୍ୱାରା ବ୍ୟାଙ୍କରେ ଦୀର୍ଘକାଳୀନ ଅଂଶୀଦାର ଲାଗି ନିୟମ ଉପରେ ମଧ୍ୟ ସମୀକ୍ଷା ସାମିଲ୍ ଥିଲା ।

RBI ମଞ୍ଜୁରୀ ଜରୁରୀ

ସମିତି ବଡ଼ କମ୍ପାନୀ/ଶିଳ୍ପଦ୍ୟୋଗକୁ ଘରୋଇ ବ୍ୟାଙ୍କର ପ୍ରମୋଟର କରିବାକୁ ସୁପାରିସ୍ କରିଛି । ଯଦି ସମିତିର ସୁପାରିସକୁ ଆରବିଆଇ ମଞ୍ଜୁରୀ ପ୍ରଦାନ କରେ ତଲ ଦେଶରେ ବଡ଼ କାରବାର କରୁଥିବା ସଂସ୍ଥା ନିଜର ବ୍ୟାଙ୍କ ଖୋଲିପାରିବେ ।

 RBI Committee Recommends Promoters UP To 26 Percent Exemption In Private Bank

NBFCକୁ ନେଇ ସୁପାରିସ୍

ଏଥିସହ ସମତି କହିଛି- ୫୦ ହଜାର କୋଟି ଟଙ୍କା ଓ ତା’ଠାରୁ ଅଧିକ ସମ୍ପତ୍ତି ଥିବା ଅଣ-ବ୍ୟାଙ୍କିଂ ଆର୍ଥିକ କମ୍ପାନୀ (NBFC)କୁ ବ୍ୟାଙ୍କରେ ପରିବର୍ତ୍ତନ ଲାଗି ବିଚାର କରାଯାଇପାରେ । ଏଥିରେ କର୍ପୋରେଟ୍ ହାଉସ୍ ଥିବା ୟୁନିଟ୍ ଗୁଡ଼ିକ ସାମିଲ । କିନ୍ତୁ ଏଥିପାଇଁ ୧୦ ବର୍ଷର ପରିଚାଳନା ସର୍ତ୍ତ ଜରୁରୀ ଅଟେ ।

 RBI Committee Recommends Promoters UP To 26 Percent Exemption In Private Bank
People make transactions at a bank in Jammu, India, Monday, Sept.1, 2008. Jammu city and adjoining districts Monday returned to normal life as market places opened and traffic plied on roads, two months after being hit by protests over the issue of allowing pilgrims temporary use of land near an important Hindu temple.( AP Photo/Channi Anand)

ସାର୍ବଜନୀନ ବ୍ୟାଙ୍କିଂ ଲାଗି ନିୟମ

ସମିତି ପ୍ରସ୍ତାବ ଦେଇଛି- ସାର୍ବଜନୀନ ବ୍ୟାଙ୍କିଂ ଲାଗ ବ୍ୟାଙ୍କ ଲାଇସେନ୍ସକୁ ନେଇ ସର୍ବନିମ୍ନ ପ୍ରାରମ୍ଭିକ ପୁଞ୍ଜି ୫୦୦ କୋଟି ଟଙ୍କାକୁ ବୃଦ୍ଧଇ କରାଯାଇ ୧ ହଜାର କୋଟି ଟଙ୍କା କରାଯିବା ଉଚିତ୍ । ସେହିଭଳି କ୍ଷୁଦ୍ର ଆର୍ଥିକ ବ୍ୟାଙ୍କ ଲାଗି ସର୍ବନିମ୍ନ ପ୍ରାରମ୍ଭିକ ପୁଞ୍ଜି ୨୦୦ କୋଟିକୁ ବୃଦ୍ଧି କରାଯାଇ ୩୦୦ କୋଟି କରିବା ଲାଗି ପ୍ରସ୍ତାବ ଦେଇଛି ଆରବିଆଇ ସମିତି ।

ଅର୍ଜୁନ ରାମପାଲଙ୍କ ପରେ ଭାରତୀ ସିଂଙ୍କ ଘରେ NCBର ଚଢାଉ

ମୁମ୍ବାଇ: ଏନସିବି ଟାର୍ଗେଟରେ ବଲିଉଡର କଳାକାର  । କମେଡିଆନ ଭାରତୀ ସିଂହଙ୍କ ଘରେ ଏନସିବିର ଚଢାଉ  । ଭାରତୀ ଓ ତାଙ୍କ ସ୍ବାମୀ ଡ୍ରଗ୍ସ ସେବନ କରୁଥିବା ଅଭିଯୋଗ ହୋଇଛି  । ଏନେଇ ପ୍ରମାଣ ପାଇବା ପରେ ଏନସିବି ପକ୍ଷରୁ ଚଢାଉ ଜାରି ରହିଛି  । ଭାରତୀ ସିଂହ ବଲିଉଡର ଜଣେ ଆଗଧାଡିର କଳାକାର  । ସେ ବହୁ ରିଆଲିଟି ଶୋରେ ମଧ୍ୟ କାମ କରିଛନ୍ତି  । ଘରୋଇ ଟିଭିରେ ପ୍ରସାରିତ କପିଲ ଶର୍ମା ଶୋରେ ସେ ଅଭିନୟ କରି ଚର୍ଚ୍ଚାରେ ଆସିଥିଲେ  ।

ବଲିଉଡ଼ ଡ୍ରଗ୍ସ ମାମଲା ରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)  ହାସ୍ୟ ଅଭିନେତା ଭାରତ ସିଂଙ୍କ ଘରେ ଚଢାଉ କରିଛି । ଏବଂ ଭାରତୀଙ୍କ ଘରୁ ଗଞ୍ଜେଇ ମିଳିଥିବାର ସୂଚନା ମିଳିଛି । ଏନସିବିର ମୁମ୍ବାଇ ଜୋନାଲ ୟୁନିଟ୍ ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ଏବଂ ତାଙ୍କ ସ୍ୱାମୀ ହର୍ଷଙ୍କ ଘରେ ଚଢାଉ କରିଥିଲେ। ଏନସିବି ଆନ୍ଧେରି, ଲୋଖଣ୍ଡୱାଲା ଏବଂ ବର୍ସୋଭା ଅଞ୍ଚଳରେ ଚଢାଉ ଜାରି ରଖିଛି । ନିକଟରେ ଅଭିନେତା ଅର୍ଜୁନ ରାମପାଲଙ୍କୁ ମଧ୍ୟ ଏନସିବି ପଚରାଉଚରା କରି ତାଙ୍କ ଘରେ ଚଢାଉ କରିଥିଲା।

ଭାରତ ସିଂ ହେଉଛନ୍ତି କମେଡି ଦୁନିଆର ରାଣୀ । ଏହି ସମୟରେ ସେ ଦି କପିଲ ଶର୍ମା ଶୋ’ର ଏକ ଗୁରୁତ୍ୱପୂର୍ଣ୍ଣ ଭୁମିକାରେ ନଜର ଆସୁଛନ୍ତି । ଭାରତୀଙ୍କ ଘରେ ଚଢାଉ ଖବର ନିଶ୍ଚିତ ଭାବରେ ତାଙ୍କ ପ୍ରଶଂସକଙ୍କୁ ନିରାଶ ହୋଇଛନ୍ତି । ତେବେ ଏପର୍ଯ୍ୟନ୍ତ ଏହି ବିଷୟରେ ଅଧିକ ବିବରଣୀ ଦିଆଯାଇନାହିଁ ।

ରାଜ୍ୟରେ କମୁଛି କରୋନା ସଂକ୍ରମଣ, ୭୭୮ ନୂଆ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦିନକରେ ଆଉ ୭୭୮ ପଜିଟିଭ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୪୪୬ ପଜିଟିଭ ଚିହ୍ନଟ ହୋଇଥିବା ବେଳେ, ୩୩୨ ଲୋକାଲ କେସ ରହିଛି । ଆଉ ୧୭ ଜୀବନ ନେଇଛି ମହାମାରୀ । ଅନୁଗୁଳରୁ ସର୍ବାଧିକ ୬୮ ଆକ୍ରାନ୍ତ ଚିହନ୍ଟ ହୋଇଛନ୍ତି । ସେହିପରି ସୁନ୍ଦରଗଡ଼ରୁ ୬୪, ଖୋର୍ଦ୍ଧାରୁ ୬୧, ବାଲେଶ୍ୱରରୁ ୬୧, ମୟୂରଭଞ୍ଜରୁ ୫୮, କଟକରୁ ୫୪,

କେନ୍ଦୁଝରରୁ ୫୩, ସମ୍ବଲପୁର ଓ ଜଗତସିଂହପୁରରୁ ୪୦ଜଣ ଲେଖାଏଁ ସଂକ୍ରମିତ ଚିହନ୍ଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୧୩ ହଜାର ୩୨୩ରେ ପହଞ୍ଚିଛି । ସେମଧ୍ୟରୁ ୩ ଲକ୍ଷ ୩ ହଜାର ୮୯୭ଜଣ ସଂକ୍ରମିତ ସୁସ୍ଥ ହୋଇଥିବା ବେଳେ, ଏବେବି ୭ ହଜାର ୭୪୮ ସକ୍ରିୟ ମାମଲା ରହିଛି ।