spot_img
Home Blog Page 6390

ପରିଣତ ବୟସରେ କରୋନାକୁ ହରାଇବା ପରେ ମିଳିଲା ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା…

ଭୁବନେଶ୍ୱର: ୯୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ଦୁଇ ଜଣ ବ୍ୟକ୍ତି କରୋନାକୁ ହରାଇ ସୁସ୍ଥ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । କରୋନା କ୍ଷେତ୍ରେ ବୟସ୍କ ମଧ୍ୟରେ ମୃତ୍ୟୁହାର ଅଧିକା ରହୁଛି । ମାତ୍ର ଓଡ଼ିଶାର ଏହି ଦୁଇଜଣ ବରିଷ୍ଠ ବ୍ୟକ୍ତି କରୋନା ସଂକ୍ରମଣରୁ ମୁକ୍ତ ହୋଇଛନ୍ତି । ଉଭୟଙ୍କୁ ବୟସ ୯୧ ବର୍ଷ ହୋଇଥିବା ବେଳେ ଜଣେ ଭୁବନେଶ୍ୱରର ଓ ଅନ୍ୟ ଜଣେ କେନ୍ଦ୍ରପଡ଼ାର ଅଟନ୍ତି । ଉଭୟ ବ୍ୟକ୍ତି ସେପ୍ଟେମ୍ୱର ୫ ତାରିଖରେ କରୋନା ସଂକ୍ରମଣର ଶୀକାର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏବେ ଉଭୟ ସୁସ୍ଥ ହୋଇ ନିଜ ନିଜ ଘରକୁ ଫେରିଛନ୍ତି ।

ତେବେ ଏମାନେ ସୁସ୍ଥ ହୋଇ ଫେରିବା ପରେ ମୁଖ୍ୟମନ୍ତ୍ରୀ ଟ୍ୱିଇଟ କରି ଉଭୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଟ୍ୱିଇଟରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ସଚ୍ଚିଦାନନ୍ଦ ମହାନ୍ତି ଓ ଧିରେନ୍ଦ୍ର ନାଥ ଦାସ, ଉଭୟଙ୍କୁ କରୋନା ଯୁଦ୍ଧରେ ବିଜୟର ଅଭିନନ୍ଦନ । ଆପଣଙ୍କ ବିଜୟ କୋଭିଡ୍ ଯୋଦ୍ଧାଙ୍କର ମନୋବଳ ବୃଦ୍ଧି କରିବାରେ ସହାୟକ ହେବ । ସେହିଭଳି ମାନସିକ ସ୍ତରରେ ପ୍ରସ୍ତୁତ ରହିବା ପାଇଁ କୋଭିଡ୍ ଆକ୍ରାନ୍ତକୁ ଯେଉଁ ନୈତିକ ମନୋବଳ ବଢ଼ାଇବା ପାଇଁ ମଧ୍ୟ ଏହି ବିଜୟ ସହାୟକ ହେବ ।

ଦୀପିକା-ସାରା-ଶ୍ରଦ୍ଧାଙ୍କ ପରେ ଡ୍ରଗ୍ସ ଲିଙ୍କରେ ଆଉ ଜଣେ ବଡ ଅଭିନେତ୍ରୀଙ୍କୁ ଜେରା କରିପାରେ NCB

ମୁମ୍ବାଇ: ସାରା ଅଲି ଖାନ,ଶ୍ରଦ୍ଧା କପୂର,ନମ୍ରତା ଶିରୋଡ଼କର ଏବଂ ଦୀପିକା ପାଦୁକୋନଙ୍କ ପରେ ବଲିଉଡର ଆଉ ଜଣେ ପ୍ରସିଦ୍ଧ ଅଭିନତ୍ରୀ ଏନସିବିର ରଡାରକୁ ଆସିଛନ୍ତି । ପ୍ରାୟ ୪୦ ବର୍ଷୀୟ ଏହି ଅଭିନେତ୍ରୀ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମରେ ନଜର ଆସିଛନ୍ତି । ସେ ମଧ୍ୟ ଖୁବଶୀଘ୍ର ଡ୍ରଗ୍ ଜାଲରେ ପଡିବା ଆଶଙ୍କା ରହିଛି ।

ଏହି ଅଭିନେତ୍ରୀ ୨୦୦୫ରୁ ୨୦୦୬ ମସିହା ବେଳକୁ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ । ଏନସିବି ଅନୁସାରେ ଗିରଫ ହୋଇଥିବା ଡ୍ରଗ୍ସ ପେଡଲର ଅନୁଜ କେଶଓ୍ୱାନି ଏବଂ ଅଙ୍କୁଶଙ୍କୁ ପଚରାଉଚରା ସମୟରେ ଏହି ନାମ ଖୁଲାସା ହୋଇଛି । ଏହି ଅଭିନେତ୍ରୀଙ୍କ ମ୍ୟାନେଜର ଡ୍ରଗ୍ସ ପେଡଲର ଅନୁଜ କେଶଓ୍ୱାନୀଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ।

ବର୍ଷ ୨୦୧୯ରେ ଏହି ଅଭିନେତ୍ରୀଙ୍କ ପାଇଁ କିଣା ଯାଇଥିବା ଡ୍ରଗ୍ସର ପ୍ରମାଣ ଏନସିବି ହାତରେ ଲାଗିଛି । ସୂଚନା ଅନୁସାରେ ଉକ୍ତ ମ୍ୟାନେଜର ଡ୍ରଗ୍ସ ପେଡଲର ସହିତ ଥରେ କିମ୍ବା ଦୁଇଥର ମିଟିଂ କରିଥିଲେ । ତେଣୁ ପ୍ରଥମେ ଅଭିନେତ୍ରୀଙ୍କ ମ୍ୟାନେଜରଙ୍କୁ ପଚରାଉଚରା ପାଇଁ ଡକାଯାଇପାରେ । ସୂଚନାଯୋଗ୍ୟ ଏନସିବିର ଏହି ଇନଭେଷ୍ଟିଗେସନରେ ଜୟା ସାହାଙ୍କ ମ୍ୟାନେଜର କରିସ୍ମାଙ୍କ ସହିତ ଦୀପିକା ପାଦୁକୋନଙ୍କ ମଧ୍ୟରେ ହୋଇଥିବା ଚ୍ୟାଟ୍ ସାମ୍ନାକୁ ଆସିଛି । ଜୟା ସାହା ଏବଂ ଶ୍ରଦ୍ଧା କପୂରଙ୍କ ଚ୍ୟାଟ୍ ମଧ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ଶ୍ରଦ୍ଧା ଜୟାଙ୍କୁ ସିବିଡି ଅଏଲ ମାଗୁଥିବାର ନଜର ଆସିଛି । କିଛି ଇଂରାଜୀ ଅକ୍ଷରକୁ କୋଡ୍ ଭଳି ବ୍ୟବହାର କରାଯାଉଥିବା ତଦନ୍ତରୁ ଜଣାପଡ଼ିଛି । କୋଡ ଅନୁସାରେ D N S K(D ଅର୍ଥାତ୍ ଦୀପିକା ପାଦୁକୋନ, N ଅର୍ଥାତ୍ ନମ୍ରତା ଶିରୋଡ଼କର, S ଅର୍ଥାତ୍ ଶ୍ରଦ୍ଧା କପୂର ଏବଂ K ଅର୍ଥାତ୍ କରିସ୍ମା ପ୍ରକାଶ) ।
ତେବେ ସେହି ବଲିଉଡ ଅଭିନତ୍ରୀ ଜଣକ କିଏ ତାଙ୍କ ନାମ ଏଯାବତ୍ ସାମ୍ନାକୁ ଆସିନାହିଁ ।

ଯୁକ୍ତ ୨ ଆଡମିଶନ ଅବଧି ବଢିଲା, କୋଭିଡ୍ କଟକଣାକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ସରକାରଙ୍କ ନିର୍ଦ୍ଦେଶ…

ଭୁବନେଶ୍ୱର: କରୋନା ପାଇଁ ଯୁକ୍ତ ଦୁଇ ଆଡ଼ମିଶନ ଅବଧି ୪ ଦିନ ବଢିଲା । ୩୦ତାରିଖ ପର୍ଯ୍ୟନ୍ତ ଚାଲିବ ନାମଲେଖା। ପୂର୍ବରୁ ୨୬ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଆଡମିଶନ ନେଇ ସରକାର ଘୋଷଣା କରିଥିଲେ । ମାତ୍ର ଏବେ ସରକାର ଅନୁଭବ କରୁଛନ୍ତି ଯେ ଧାର୍ଯ୍ୟ ସମୟସୀମା ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଆଡିମଶନ ପ୍ରକ୍ରିୟା ଶେଷ କରିବା ସମ୍ଭବପର ନୁହେଁ । କୋଭିଡ୍ କଟକଣାକୁ ପାଳନ କରି ଆଡମିଶନ ପ୍ରକ୍ରିୟା ଚାଲୁ ରଖିଲେ ଅଧିକ ସମୟ ଲାଗିବ । ଉଲ୍ଲେଖଯୋଗ୍ୟ ଯେ ଗତକାଲିଠାରୁ ପ୍ରଥମ ପର୍ଯ୍ୟାୟ ଯୁକ୍ତ ୨ ଆଡମିଶନ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି ।

ଅନ୍ୟପକ୍ଷରେ ବିଳମ୍ୱ ହେଉ ପଛେ ସରକାର କୋଭିଡ୍ କଟକଣାକୁ ନେଇ କୌଣସି ପ୍ରକ୍ରିୟା ସାଲିସ କରିବାକୁ ଚାହୁଁ ନାହାଁନ୍ତି । କୋଭିଡ୍ କଟକଣା ପାଳନ କରିବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ଦାୟିତ୍ୱ ମିଳିଛି । ଜିଲ୍ଲା ଶିକ୍ଷା ଅଧିକାରୀମାନେ ବିଭିନ୍ନ ସେଣ୍ଟରରେ ପହଞ୍ଚି ଯୁକ୍ତ ୨ ଆଡମିଶନ ପ୍ରକ୍ରିୟା ଯାଞ୍ଚ କରୁଛନ୍ତି । କୋଭିଡ୍ କଟକଣାରେ ଖିଲାପ ହେଲେ ସଂପୃକ୍ତ ଶିକ୍ଷା ଅନୁଷ୍ଠାନର କର୍ତ୍ତୃପକ୍ଷଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ।

ହସଖୁସିରେ ପରିବାର ସହ ବସି ଖାଉଥିଲେ ଗୁପଚୁପ୍, ନିମିଷକେ ଚାଲିଗଲା ପ୍ରାଣ

ସୁନ୍ଦରଗଡ଼: ମୃତ୍ୟୁ କେତେବେଳେ, କେଉଁଠି, କେମିତି ଆସେ କେହି ଜାଣିପାରନ୍ତି ନାହିଁ । ବିଶ୍ୱାସ ନହେବା ଭଳି ଏମିତି ଏକ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲାର ସରଫଗଡ଼ ଗାଁରେ । ଯେଉଁଠି ପରିବାର ସହ ହସଖୁସିରେ ଗୁପଚୁପ୍  ଖାଉଥିବା ଜଣେ ମହିଳାଙ୍କ ଅଚାନକ ମୃତ୍ୟୁ ହୋଇଛି । ସ୍ୱାମୀ କାମରୁ ଫେରିବା ବେଳେ ଗୁପଚୁପ୍ ଆଣି ଘରକୁ ଆସିଥିଲେ ।

Woman Died During Eating Gupchup With Family At Sundergarh

ତାପରେ ସପରିବାର ବସିଥିଲେ ଗୁପଚୁପ୍ ଖାଇବାକୁ । ଫୁଲମତି ପିଲାଙ୍କୁ ଗୁପଚୁପ୍ ଖାଇବାକୁ ଦେବା ସହ ନିଜେ ଖାଉଥିଲେ । ହେଲେ ହଠାତ୍ ତଣ୍ଟିରେ ଲାଗିଗଲା ଗୁପଚୁପ୍ । ଫୁଲମତି ହୋଇଗଲେ ଶ୍ୱାସରୁଦ୍ଧ । ପରିବାର ସଙ୍ଗେ ସଙ୍ଗେ ଫୁଲମତିଙ୍କୁ ମେଡିକାଲ ନେବା ପାଇଁ ଆମ୍ବୁଲାନ୍ସ ଡାକିଥିଲେ । ମେଡିକାଲରେ ଡାକ୍ତର ଫୁଲମତି କିଷାନଙ୍କୁ ମୃତ ଘୋଷଣା କରିଛନ୍ତି ।

Woman Died During Eating Gupchup With Family At Sundergarh

କରୋନା କାୟା ବିସ୍ତାର କରି ଚାଲିଥିବା ବେଳେ ଆପଣ ଯଥାସମ୍ଭବ ବାହାର ଖାଦ୍ୟରୁ ଦୂରେଇ ରୁହନ୍ତୁ । ବିଶେଷ କରି ଗୁପଚୁପ୍ ଭଳି ଫାଷ୍ଟଫୁଡକୁ ନା କୁହନ୍ତି । ଯଦି ଖାଉଛନ୍ତି ତାହେଲେ ଯଥେଷ୍ଟ ସାବଧନତା ଅବଲମ୍ବନ କରନ୍ତୁ । ଗୁପଚୁପକୁ ସିଧା ପାଟି ଭିତରକୁ ନ ଡିଆଁଇ ଚୋବାଇ କରି ଖାଆନ୍ତୁ ।

ନୂଆ ବ୍ୟାଙ୍କିଂ ବିଲକୁ ସଂସଦରେ ମଞ୍ଜୁରୀ, ଜାଣନ୍ତୁ ଗ୍ରାହକଙ୍କ ଉପରେ କଣ ପଡ଼ିବ ପ୍ରଭାବ…

ନୂଆଦିଲ୍ଲୀ: ବ୍ୟାଙ୍କ ଗ୍ରାହକଙ୍କ ସ୍ୱାର୍ଥର ସୁରକ୍ଷା ସୁନିଶ୍ଚିତ କରିବାକୁ ବ୍ୟାଙ୍କିଂ ରେଗୁଲେସନ୍ ବିଲ୍ ଲୋକସଭା ପରେ ରାଜ୍ୟସଭାରେ ପାରିତ ହୋଇଛି । ଏବି ବିଲ୍ ଆଇନରେ ପରିଣତ ହେବେ ସମବାୟ ବ୍ୟାଙ୍କ ଆରବିଆଇ ସୁପରଭିଜନରେ କାର୍ଯ୍ୟ କରିବ । କେନ୍ଦ୍ର ସରକାରଙ୍କ କହିବା ଅନୁଯାୟୀ ନୂଆ ଆଇନରେ ସମବାୟ ବ୍ୟାଙ୍କ ରିଜର୍ଭ ବ୍ୟାଙ୍କ ଅଧିନରେ ରହିବେ । ଏହାଦ୍ୱାରା ଲୋକଙ୍କୁ ବ୍ୟାଙ୍କରେ ଜମା ଟଙ୍କାର ସୁରକ୍ଷା ହୋଇପାରିବ । ଦେଶରେ ସମବାୟ ବ୍ୟାଙ୍କ ଗୁଡ଼ିକର ଆର୍ଥିକ ସ୍ଥିତି ବିଗୁଡ଼ୁଥିବା ବେଳେ ଅନିୟମିତତା ମାମଲା ଆସୁଛି । ଏହାକୁ ଦେଖି କେନ୍ଦ୍ର ସରକାର ବ୍ୟାଙ୍କିଂ ରେଗୁଲେସନ୍ ଆକ୍ଚ, ୧୯୪୯ରେ ସଂଶୋଧନ ପାଇଁ ନିଷ୍ପତ୍ତି ନେଇଥିଲେ ।

Rajya Sabha Passed Banking Regulation Amendment Bill 2020 Co Operative Banks Under Reserve Bank Of India RBI

ଏବେ କଣ ହେବ ?

ଏହା ପୂର୍ବରୁ କେନ୍ଦ୍ର ସରକାର ସମବାୟ ବ୍ୟାଙ୍କକୁ ରିଜର୍ଭ ବ୍ୟାଙ୍କ ଅଧୀନକୁ ଆଣିବାକୁ ଜୁନରେ ଏକ ଅଧ୍ୟାଦେଶ ଜାରି କରିଥିଲେ । ଏବେ ନୂଆ ଆଇନ୍ ଏହି ଅଧ୍ୟାଦେଶର ସ୍ଥାନ ନେବ । ଏବେ ଦେଶରେ ୧, ୪୮୨ଟି ସହରାଞ୍ଚଳ ଓ ୮୫ଟି ମଲ୍ଟିଷ୍ଟେଟ ସମବାୟ ବ୍ୟାଙ୍କ ଆରବିଆଇ ଅଧୀନକୁ ଆସିବ । ଏହି ଆଇନ୍ ପ୍ରକାରେ ଆରବିଆଇ କ୍ଷମତା ଉପଯୋଗ କରି ବ୍ୟାଙ୍କର ପୁନର୍ଗଠନ ଓ ମିଶ୍ରଣ କରିପାରିବ ।

Rajya Sabha Passed Banking Regulation Amendment Bill 2020 Co Operative Banks Under Reserve Bank Of India RBI

ଏଥିପାଇଁ ବ୍ୟାଙ୍କିଂ ଟ୍ରାଞ୍ଜାକ୍ସନକୁ ମୋରେଟୋରିୟମରେ ରଖିବାକୁ ପଡ଼ିବ ନାହିଁ । ଏହା ବାଦ୍ ଯଦି ଆରବିଆଇ ବ୍ୟାଙ୍କ ଉପରେ ମୋରେଟୋରିୟମ୍ ଲାଗୁ କରେ ତାହାଲେ ସମବାୟ ବ୍ୟାଙ୍କ କୌଣସି ଲୋନ୍ ଦେଇପାରିବ ନାହିଁ । ଏପରିକି ଜମା ପୁଞ୍ଜିର ନିବେଶ କରିପାରିବ ନାହିଁ ।

ଜମାକର୍ତ୍ତାଙ୍କ ସ୍ୱାର୍ଥ ରକ୍ଷା ପାଇଁ ବ୍ୟାଙ୍କ କୌଣସି ବି ମଲ୍ଟିଷ୍ଟେଟ୍ କୋଅପରେଟିଭ୍ ବ୍ୟାଙ୍କ ନିର୍ଦ୍ଦେଶକ ବୋର୍ଡକୁ ଭାଙ୍ଗି ପାରିବ ଓ କ୍ଷମତା ନେଇପାରିବ । ଏତିକି ନୁହେଁ ଆରବିଆଇ ଚାହିଁଲେ ଏହି ନିୟମରେ କିଛି ରିହାତି ନୋଟିଫିକେସନ୍ ଜାରି କରିପାରିବ । ଏହା ଚାକିରି, ବୋର୍ଡ ନିର୍ଦ୍ଦେଶକଙ୍କ ଯୋଗ୍ୟତା ନିୟମ ଓ ଅଧ୍ୟକ୍ଷ ନିଯୁକ୍ତି ଭଳି କ୍ଷେତ୍ରରେ କରାଯାଇ ପାରିବ ।

୫ ଲକ୍ଷ ଟଙ୍କା ଯାଏଁ ଜମା ସୁରକ୍ଷିତ

Rajya Sabha Passed Banking Regulation Amendment Bill 2020 Co Operative Banks Under Reserve Bank Of India RBI

୧୯୪୯ ବ୍ୟାଙ୍କ ନିୟମରେ ସଂଶୋଧନ ଗ୍ରାହକଙ୍କ ସ୍ୱାର୍ଥରେ । ଏବେ ଯଦି କୌଣସି ବ୍ୟାଙ୍କ ଡୁବି ଯାଏ ତେବେ ବ୍ୟାଙ୍କରେ ଜମାଥିବା ୫ ଲକ୍ଷ ଯାଏଁ ଟଙ୍କା ଗ୍ରାହକଙ୍କୁ ମିଳିବ । ଅର୍ଥମନ୍ତ୍ରୀ ୨୦୨୦ ଫେବ୍ରୁଆରୀରେ ବଜେଟରେ ହିଁ ଏହାକୁ ୧ ଲକ୍ଷ ଟଙ୍କାରୁ ବଢ଼ାଇ ୫ ଲକ୍ଷ ଟଙ୍କା କରିଥିଲେ ।

ଏମିତିରେ କୌଣସି ବ୍ୟାଙ୍କ ବୁଡ଼ିଗଲେ ଅଥବା ଦେବାଳିଆ ହେଲେ ଗ୍ରାହକଙ୍କୁ ସର୍ବାଧିକ ୫ ଲକ୍ଷ ଟହ୍କା ମିଳିବ । ଆରବିଆଇର ସବସିଡାରୀ ଡିପୋଜିଟ ଇନନ୍ସୁରାନ୍ସ ଆଣ୍ଡ କ୍ରେଡିଟ୍ ଗ୍ୟାରେଣ୍ଟି କର୍ପୋରେସନ୍ ମୁତାବକ, ବୀମାର ଅର୍ଥ ହେଉଛି ଜମା ରାଶି ଯେତେ ହେଉନା କାହିଁକି ଗ୍ରାହକଙ୍କୁ ୫ ଲକ୍ଷ ଟଙ୍କା ହିଁ ମିଳିବ ।

ରବିନାଙ୍କ ବଡ ବୟାନ, ବଲିଉଡକୁ ସଫା କରିବା ସମୟ ଆସିଛି

ନୂଆଦିଲ୍ଲୀ: ଆଳୁ ଖୋଳୁ ଖୋଳୁ ମହାଦେବ ଅବିର୍ଭାବ ହେବା ଭଳି  ସୁଶାନ୍ତ ସିଂ ମୃତ୍ୟୁ ମାମଲାର ତଦନ୍ତରୁ ବଲିଉଡର ଆଉ ଗୋଟିଏ  ସତ ଉପରୁ ପରଦା ହଟିବାରେ ଲାଗିଛି । ବଲିଉଡର ଚିକମିକ୍ ଦୁନିଆ ପଛରେ କେମିତି ଡ୍ରଗ୍ସର ଖେଳ ଚାଲିଛି ଓ କେମିତି ତଥାକଥିତ ୟୁଥ୍ ଆଇକନ୍ ଡ୍ରଗ୍ସ ନେଲେ ହିଁ ସଟ୍ ଦେଇ ପାରୁଛନ୍ତି ତାହା ଏବେ ଜଣା ପଡିବାରେ ଲାଗିଛି । ଗୋଟିଏ ପରେ ଗୋଟିଏ ନାମୀ ଦାମୀ ନାମ ପଦାକୁ ଆସିବା ସହ ବଲିଉଡରେ ଏବେ କୋକୁଆ ଭୟ । ଏହାରି ଭିତରେ ସେଇ ବଲିଉଡରୁ ମୁହଁ ଖୋଲିଛନ୍ତି ରବିନା ଟଣ୍ଡନ । ରବିନା ଗୋଟିଏ ବୟାନରେ କହିଛନ୍ତି ଯେ, ବଲିଉଡକୁ ସଫା କରିବା ସମୟ ଆସି ଯାଇଛି ।

 ଦୀପିକା ପାଦୁକୋନଙ୍କ ଠାରୁ ଆରମ୍ଭ କରି ସାରା ଅଲି ଖାନଙ୍କ ପର୍ଯ୍ୟନ୍ତ ଡ୍ରଗ୍ସ ମାମଲାରେ ନାଁ ଆସି ସାରିଛି । ଏହି ମାମଲାରେ ନୀରବତା ଭାଙ୍ଗି ଏମିତି କିଛି କହିଛନ୍ତି ଅଭିନେତ୍ରୀ ରବିନା ଟଣ୍ଡନ । ସେ କହିଛନ୍ତି ଯେ, ଦୋଷୀକୁ ଦଣ୍ଡ ମିଳୁ । ବଲିଉଡ୍ ସଫା ହେଉ ।

ରବିନା ଟଣ୍ଡନ ଟ୍ୱିଟ କରି ଲେଖିଛନ୍ତି ଯେ, ଏବେ ସଫେଇ କରିବାର ସମୟ ଆସିଛି । ଏହାକୁ ସ୍ୱାଗତ । ଆମର ଆଗାମୀ ପିଢୀକୁ ସାହାଯ୍ୟ କରିବା । ଏହିଠାରୁ ଆରମ୍ଭ କରନ୍ତୁ, ଏହାପରେ ଅନ୍ୟ ଘଟଣା ଉପରେ ନଜର ପକାଇବା, ସଫା କରନ୍ତୁ । ଦୋଷୀ, ୟୁଜର୍ସ,ଡିଲର୍ସ,ସପ୍ଲାୟର୍ସଙ୍କୁ ଦଣ୍ଡ ଦିଅନ୍ତୁ । ଲାଭ ଉଠାଉଥିବା ନାମୀଦାମୀ ବ୍ୟକ୍ତି ଟାର୍ଗେଟରେ, ଯେଉଁମାନେ ଅନ୍ୟକୁ ଦେଖନ୍ତି ନାହିଁ ଏବଂ ସେମାନଙ୍କ ଜୀବନ ଖରାପ କରି ଦିଅନ୍ତି । ତେବେ ରବିନାଙ୍କ ପୋଷ୍ଟ ଦେଖି ଜଣାପଡ଼ୁଛି ସେ କାହାକୁ ସମର୍ଥନ କରୁନାହାଁନ୍ତି । ସେ କେବଳ ନିଜର ମତ ରଖିଛନ୍ତି ।

ସୂଚନାଯୋଗ୍ୟ ଏବେ ବଲିଉଡରେ ଡ୍ରଗ୍ସକୁ ନେଇ ଚର୍ଚ୍ଚା ଜାରି ରହିଛି । ଫିଲ୍ମ ଇଣ୍ଡଷ୍ଟ୍ରିର କେତେକ ଜଣାଶୁଣା ନାମ ସାମ୍ନାକୁ ଆସିଛି । ଅବଶ୍ୟ ଜୟା ବଚ୍ଚନ,ତାପସୀ ପନ୍ନୁ,ଅନୁରାଗ କଶ୍ୟପ,ଅନୁଭବ ସିହ୍ନା,ମନୋଜ ବାଜପେୟୀ ସମେତ କେତେକ ଉକ୍ତ ଡ୍ରଗ୍ସ ମାମଲାର ବିରୋଧ କରି କହିଛନ୍ତି କି ସମସ୍ତେ ଡ୍ରଗ୍ସ ନେଉନାହାଁନ୍ତି । ଅନ୍ୟ ପକ୍ଷରେ କିଛି ସେଲିବ୍ରିଟିଙ୍କ କହିବା ଅନୁସାରେ ବଲିଉଡରେ ଅଧାରୁ ଅଧିକ ଲୋକ ଡ୍ରଗ୍ସ ନେଉଛନ୍ତି ।

ଆଜି ମେନ୍‌ ଇନ୍‌ ୟେଲୋକୁ ଭେଟିବ ରାଜସ୍ଥାନ ରୟାଲ୍ସ, ଏହି ଖେଳାଳିମାନଙ୍କୁ ମିଳିପାରେ ସୁଯୋଗ

ନନ୍ଦିଘୋଷ ବ୍ୟୁରୋ: କରୋନା କଟକଣାରେ ଆଇପିଏଲ ଆରମ୍ଭ ହେବା ପରେ ଏବେ ଚାଲିଛି ଦଳ ଦଳ ମଧ୍ୟ ଘମାଶାନ ଯୁଦ୍ଧ । ଜମୁଛି ଛକା ଚଉକାର ଆସର । ଫିଲ୍ଡରେ ଦର୍ଶକ ନଥିଲେ ମଧ୍ୟ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଭରପୁର ଉପଭୋଗ କରୁଛନ୍ତି । ତେବେ ଆଇପିଏଲ୍‌ର ୧୩ ତମ ସିଜିନରେ ଆଜି ମୈଦାନକୁ ଓହ୍ଲାଇବେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରାଜସ୍ଥାନ ରୟାଲ୍ସ । ଏହି ଦୁଇଟି ଦଳ ଆଜି ହେବେ ମୁହାଁମୁହିଁ । ତେବେ ରୟାଲ୍ସ ଦଳର ଏହା ହେବ ପ୍ରଥମ ମ୍ୟାଚ୍‌ । କିନ୍ତୁ ପ୍ରଥମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିବା ସହଜ ହେବ ନାହିଁ । ଭାରତୀୟ ସମୟ ସନ୍ଧ୍ୟା ୭.୩୦ ରୁ ଆରମ୍ଭ ହେବାକୁ ଥିବା ଶାରଜା କ୍ରିକେଟ୍ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ ।

ରାଜସ୍ଥାନ ରୟାଲ୍ସର ପ୍ରଥମ ମ୍ୟାଚରେ ଷ୍ଟାର ଅଲରାଉଣ୍ଡର ବେନ ଷ୍ଟୋକ୍ସ ପ୍ଲେଇଂ ୧୧ରେ ରହିବେ ନାହିଁ । କିନ୍ତୁ ପ୍ଲେଇଂ ୧୧ରେ ସ୍ମିଥଙ୍କ ଉପସ୍ଥିତିର ଅର୍ଥ ହେଉଛି ଦଳ ସହଜରେ ପରାଜୟ ସ୍ୱୀକାର କରିବା ନାହିଁ । ସ୍ମିଥ ଇଂଲଣ୍ଡ ଗସ୍ତରେ ଥିବା ବେଳେ ନେଟ୍ ଖେଳୁଥିବା ସମୟରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । ଯେଉଁଥିପାଇଁ ସେ ODI ସିରିଜରେ ଖେଳିନଥିଲେ । ବର୍ତ୍ତମାନ ନିୟମ ଅନୁଯାୟୀ ସେ ‘କନେକସନ’ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ଖେଳିବାକୁ ପ୍ରସ୍ତୁତ ଅଛନ୍ତି ।

ଆଇପିଏଲ୍ ରେକର୍ଡଗୁଡିକ ବିଷୟରେ କହିବାକୁ ଗଲେ, ରାଜସ୍ଥାନ ରୟାଲ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ  ମଧ୍ୟରେ ୨୧ ଟି ମ୍ୟାଚ୍ ହୋଇଛି । ସେଥିମଧ୍ୟରୁ ଚେନ୍ନାଇ ୧୪ ଟି ଜିତିଥିବାବେଳେ ରାଜସ୍ଥାନ ରୟାଲ୍ସ ୭ ଟି ମ୍ୟାଚ୍‌ ଜିତିଛି । ସେପଟେ ଫ୍ରାଞ୍ଚାଇଜ୍ ଦ୍ୱାରା ଜାରି ଏକ ବିବୃତ୍ତିରେ ସ୍ମିଥ୍ କହିଛନ୍ତି ଯେ ମୁଁ କିଛି ଦିନ ହେବ ଦୁବାଇରେ ଅଛି । ମୁଁ ବିଶ୍ରାମ କଲି ଏବଂ ଏଠାରେ ଦୌଡିଲି  । ଦ୍ରୁତ ଡାହାଣ-ବାମକୁ ଦୌଡ଼ିଲି ଯାହା ମୈଦାନକୁ ଫେରିବାର ନିୟମର ଏକ ଅଂଶ ଥିଲା । ସେ ଆହୁରି ମଧ୍ୟ କହିଛନ୍ତି କି ସେ ନେଟରେ ଅଭ୍ୟାସ କରିଛନ୍ତି । ଏବଂ ଆଶା କରିଛନ୍ତି ମ୍ୟାଚରେ ଭଲ ପ୍ରଦର୍ଶନ କରିବା ପାଇଁ ।

ରାଜସ୍ଥାନ ରୟାଲ୍ସର ସଫଳତା ବହୁ ପରିମାଣରେ ଯୁବ ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନ ଉପରେ ନିର୍ଭର କରିବ । ଅଣ୍ଡର -୧୯ ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ କରିଥିବା ଯସଭି ଜୟସୱାଲଙ୍କୁ ଭେଟେରାନ ରବିନ୍ ଉଥାପାଙ୍କ ସହ ଖେଳିବାର ଦାୟିତ୍ୱ ଦିଆଯାଇପାରେ । ଦଳର ସବୁଠାରୁ ବିଶ୍ୱସ୍ତ ବ୍ୟାଟ୍ସମ୍ୟାନ୍ ସଞ୍ଜୁ ସାମସନ୍ ତିନି ନମ୍ବର ସ୍ଥାନରେ ଆଗୁଆ ପରିଚାଳନା କରିପାରିବେ । ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ରିୟାନ୍ ପରାଗଙ୍କୁ ରାଜସ୍ଥାନ ରୟାଲ୍ସ ସୁଯୋଗ ଦେଇପାରେ । ଏହା ବ୍ୟତୀତ ଶ୍ରେୟାସ ଗୋପାଲ, ଜୟଦେବ ଉନାଦକତ ଏବଂ ଆକାଶ ସିଂଙ୍କ ଭଳି ଭାରତୀୟ ଖେଳାଳି ପ୍ଲେଇଂ ୧୧ରେ ରହିପାରନ୍ତି ।

ଅନ୍ୟପକ୍ଷରେ ଚେନ୍ନାଇ ପ୍ରଥମ ମ୍ୟାଚ୍‌ରେ ଭଲ ପ୍ରଦର୍ଶନ ପାଇଁ ଦ୍ୱୀତିୟ ମ୍ୟାଚ ଜିତିବା ପାଇଁ ବହୁତ ଆଶାବାଦୀ ରହିଛି । ଆଶା ଅନୁଯାୟୀ ଅମ୍ବାତି ରାୟୁଡୁ ଏବଂ ଫାଫ୍ ଡୁ ପ୍ଲେସି ପ୍ରଦର୍ଶନ କରିଥିଲେ ।  ସଫଳ ଆଇପିଏଲ୍ ବୋଲର ପୀୟୁଷ ଚାୱଲା ତାଙ୍କୁ କିଣିବା ପାଇଁ ଦଳ ପରିଚାଳନା ନିଷ୍ପତ୍ତିକୁ ଠିକ ପ୍ରମାଣ କରିଛନ୍ତି । ଯଦି ଦୀପକ ଚହର ପରବର୍ତ୍ତୀ ମ୍ୟାଚ୍‌ରେ ଖେଳନ୍ତି ନାହିଁ, ତା’ହେଲେ ତାଙ୍କର ବିକଳ୍ପ ଶାର୍ଦ୍ଦୁଲ ଠାକୁର ହେବ ।

ରାଜସ୍ଥାନ ରୟାଲ୍ସ: ଷ୍ଟିଭ୍ ସ୍ମିଥ୍ (କ୍ୟାପଟେନ୍), ଜୋସ୍ ବଟଲର୍, ରବିନ୍ ଉଥାପ୍ପା, ସଞ୍ଜୁ ସାମସନ, ଜୋଫ୍ରା ଆର୍ଚର, ଯଶସ୍ୱୀ ଜୟସୱାଲ, ମନନ ବୋହରା, କାର୍ତ୍ତିକ ତ୍ୟାଗି, ଆକାଶ ସିଂ, ଓଶେନ ଥୋମାସ, ଆଣ୍ଡ୍ରିୟୁ ଟାଇ, ଡେଭିଡ ମିଲର, ଟମ କୁରେନ, ଅନିରୁଦ ଯୋଶୀ, ଶ୍ରେୟାସ ଗୋପାଳ , ରିଆନ୍ ପାରାଗ, ବରୁଣ ଆରୋନ, ଶଶାଙ୍କ ସିଂ, ଅନୁଜ ରାୱତ, ମହିପାଲ ଲୋମର, ମୟଙ୍କ ମାର୍କଣ୍ଡେୟ ।

ଚେନ୍ନାଇ ସୁପର କିଙ୍ଗ୍ସ: ମହେନ୍ଦ୍ର ସିଂ ଧୋନି (ଅଧିନାୟକ), ମୁରଲୀ ବିଜୟ, ଅମ୍ବାତି ରାୟୁଡୁ, ଫାଫ ଡୁ ପ୍ଲେସି, ସେନ ୱାଟସନ, କେଦାର ଯାଦବ, ଡୱେନ ବ୍ରାଭୋ, ରବିନ୍ଦ୍ର ଜାଡେଜା, ଲୁଙ୍ଗି ନାଗିଡି, ଦୀପକ ଚହର, ପୀୟୁଷ ଚାୱଲା, ଇମ୍ରାନ ତାହିର, ମିଚେଲ ସେଣ୍ଟନର୍, ଜୋଶ ହାଜଲେଉଡ୍ , ଶାର୍ଦ୍ଦୁଲ ଠାକୁର, ସାମ୍ କୁରେନ୍, ଏନ ଜଗଦୀଶନ୍, କେଏମ୍ ଆସିଫ୍, ମୋନୁ କୁମାର, ଆର ସାଇ କିଶୋର, ରିତୁରାଜ ଗାଇକୱାଡ, କର୍ଣ୍ଣ ଶର୍ମା ।

ବିଧାନସଭା ମୌସୁମୀ ଅଧିବେଶନ , ଏହି ସବୁ ବିଧେୟକ ଉପରେ ରହିବ ନଜର,ଜାଣନ୍ତୁ ………

ଭୁବନେଶ୍ୱର,  କୋଭିଡ କଟକଣାରେ ଅନୁଷ୍ଠିତ ହେବାକୁ ଯାଉଛି ବିଧାନସଭାର ମୌସୁମୀ ଅଧିବେଶନ । ଅନେକ ଦୃଷ୍ଟିରେ ଏହି ବିଧାନସଭା ଗୁରୁତ୍ୱ ବହନ କରୁଛି । ଚଳିତ ଆର୍ଥିକ ବର୍ଷ ଆରମ୍ଭରୁ ତଥା ଏପ୍ରିଲ ମାସରୁ ରାଜ୍ୟ ସରକାର ଆଣିଥିବା  ବିଭିନ୍ନ ଅଧ୍ୟାଦେଶକୁ ଗୃହୀତ କରାଇବେ । ଏହା ମଧ୍ୟରେ ରହିଛି ସମବାୟ ଚୁକ୍ତିଭିତ୍ତିକ କୃଷି ବିଲ୍ , ଓଡ଼ିଶା କୃଷି ଉତ୍ପାଦନ ଓ ବିପଣନ ବିଲ୍-୨୦୨୦ ଆସିବାର ଯଥେଷ୍ଟ ସମ୍ଭାବନା ରହିଛି ।

ଅନୁରୂପଭାବେ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଓଡ଼ିଶା ମହାନଗର ନିଗମ ଆଇନ-୨୦୦୩ରେ ଆବଶ୍ୟକ ସଂଶୋଧନ କରାଯାଇ ନୂତନ ବିଲ୍ ଅଣାଯିବ  । ସେହିପରି ବିଧି ବିଭାଗର କୋର୍ଟ ଫି ଆଇନ ସଂଶୋଧନ, ଆଇନଜୀବୀଙ୍କ କଲ୍ୟାଣପାଣ୍ଠି ଆଇନ-୧୯୮୭ରେ ସଂଶୋଧନ କରାଯିବ ବୋଲି ଜଣାପଡିଛି । ଅର୍ଥ ବିଭାଗ ପକ୍ଷରୁ ଓଡ଼ିଶା ଦ୍ରବ୍ୟ ଓ ସେବା କର ଆଇନ ସଂଶୋଧନ ବିଧେୟକ, ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମହାମାରୀ ଆଇନ ୧୮୯୭ରେ ସଂଶୋଧନ ସମ୍ପର୍କିତ ବିଧେୟକ ଆସିବାକୁ ଯାଉଛି । ନିକଟରେ କ୍ୟାବିନେଟ ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନ ୧୯୮୯ର ସଂଶୋଧନ, ରେଭେନ୍ସା ବିଶ୍ୱବିଦ୍ୟାଳୟ ଆଇନ ଉଚ୍ଛେଦ ସମ୍ପର୍କିତ ବିଧେୟକ ଆସିବା ଏକ ପ୍ରକାର ନିଶ୍ଟିତ ବୋଲି ଜଣାପଡିଛି । ଶ୍ରମ ବିଭାଗ ପକ୍ଷରୁ ରାଜ୍ୟରେ ଲାଗୁ କରିବା ପାଇଁ ଶିଳ୍ପ ବିବାଦ ଅଧିନିୟମ-୧୯୪୭ରେ ଆବଶ୍ୟକ ସଂଶୋଧନ କରାଯିବ ।

 

ଉଲ୍ଲେଖଯୋଗ୍ୟ, ଆସନ୍ତା ୨୯ରୁ ଆରମ୍ଭ ହେବାକୁ ଏହି ମୌସୁମୀ ଅଧିବେଶନରେ ୧୪୫ ଜଣ ବିଧାୟକ ବସିବା ପାଇଁ ବ୍ୟବସ୍ଥା କରାଯାଇଛି । ପୂର୍ବରୁ ଗୃହର ସଦସ୍ୟ ଥିବା ମଦନ ମୋହନ ଦତ୍ତ(ବାଲେଶ୍ୱର ସଦର) ଏବଂ ବିଷ୍ଣୁ ଚରଣ ଦାସ(ତିର୍ତ୍ତୋଲ)ଙ୍କ ପରଲୋକ ହୋଇଛି । ତେଣୁ ସେମାନେ ପ୍ରତିନିଧିତ୍ୱ କରୁଥିବା ଆସନ ଖାଲି ରହିଛି ।

 

ଭାରତ ଚାପରେ ମୁଣ୍ଡ ନୁଆଁଇଲା ନେପାଳ, ବିବାଦୀୟ ନକ୍ସା ବିିଶିଷ୍ଟ ସ୍କୁଲ ପୁସ୍ତକ ଉପରେ ଲଗାଇଲା ପ୍ରତିବନ୍ଧକ

 କାଠମାଣ୍ଡୁ:  ଚୀନ ଇସାରାରେ ଚାଲୁଥିବା ନେପାଳର କେପି ଓଲି ସରକାର ଦେଶର ବିବାଦୀୟ ନକ୍ସା ଥିବା ପୁସ୍ତକ ବିତରଣ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ନେପାଳର ବିଦେଶ ମନ୍ତ୍ରଣାଳୟ ଏବଂ ଭୂରାଜସ୍ୱ ବିଭାଗ ପକ୍ଷରୁ  ଶିକ୍ଷା ମନ୍ତ୍ରଣାଳୟ ତରଫରୁ ଜାରି ହୋଇଥିବା ଉକ୍ତ ପୁସ୍ତକକୁ ବିରୋଧ କରାଯାଇଥିଲା । ପୁସ୍ତକର ବିଷୟବସ୍ତୁକୁ ନେଇ ଦୁଇ ବିଭାଗ ଆପତ୍ତି କରିଥିଲେ ।  ଏହାପରେ ନେପାଳ କ୍ୟାବିନେଟ୍ ଶିକ୍ଷା ମନ୍ତ୍ରଣାଳୟକୁ  ପୁସ୍ତକ ବିତରଣ ଓ ପ୍ରକାଶନ ଉପରେ ପ୍ରତିବନ୍ଧକ ଲଗାଇବାକୁ କହିଥିଲା । ନେପାଳ କ୍ୟାବିନେଟର ଏହି ନିଷ୍ପତ୍ତି ଶିକ୍ଷାମନ୍ତ୍ରୀ ଗିରିରାଜ୍ ମଣି ପୋଖରଲଙ୍କୁ ଶକ୍ତ ଝଟକା ଦେଇଛି ।

 ନେପାଳୀ ଖବରକାଗଜ କାଠମାଣ୍ଡୁ ପୋଷ୍ଟ  ଅନୁସାରେ ବିଦେଶ ମନ୍ତ୍ରଣାଳୟ ଏବଂ ଭୂରାଜସ୍ୱ ମନ୍ତ୍ରଣାଳୟ ପୁସ୍ତକରେ  ତଥ୍ୟାତ୍ମକ ଭୁଲ ଏବଂ ଅନୁଚିତ୍ ତଥ୍ୟ ଥିବା କହିଥିଲେ । ତେଣୁ ଏହାର ପ୍ରକାଶନ ଉପରେ ପ୍ରତିବନ୍ଧକ ଲାଗୁ କରାଯାଇଛି । ନେପାଳ ଆଇନ ମନ୍ତ୍ରୀ ଶିବ ମାୟାଙ୍କ ଅନୁସାରେ  ସମ୍ବେଦନଶୀଳ ପ୍ରସଙ୍ଗ ଓ ତଥ୍ୟାତ୍ମକ ଭୁଲ ଥିବା  ପୁସ୍ତକ ପ୍ରକାଶନ ଠିକ୍  ପଦକ୍ଷେପ  ନଥିଲା ।  ତେଣୁ ଏହା ଉପରେ ରୋକ ଲଗାଯାଇଛି ।

ସୂଚନାଯୋଗ୍ୟ ଭାରତ ଏବଂ ନେପାଳ ମଧ୍ୟରେ ଗତ ମଇ ମାସରେ ସୀମା ବିବାଦ ସୃଷ୍ଟି ହୋଇଥିଲା । ଆଲୋଚନା ମଧ୍ୟରେ ଯଦିଓ ଏହାର ସମାଧାନ କରାଯିବ ବୋଲି କୁହାଯାଉଥିଲା, କିନ୍ତୁ ପୁସ୍ତକ ପ୍ରକାଶନ ପରେ ନୂଆ ବିବାଦ ଆରମ୍ଭ ହୋଇଥିଲା । ନେପାଳ ସରକାର ପିଲାଙ୍କ ଅଧ୍ୟୟନ ପୁସ୍ତକରେ ଏହି ବିବାଦୀୟ ନକ୍ସାକୁ ସ୍ଥାନ ଦେଇଥିଲେ । କେବଳ ଏତିକି ନୁହେଁ  ପୁସ୍ତକରେ ମଧ୍ୟ ଭାରତ ସହିତ ସୀମା ବିବାଦ ବିଷୟରେ ମଧ୍ୟ ଉଲ୍ଲେଖ ଥିଲା ।  ନେପାଳର ଏହି ପଦକ୍ଷେପରେ ଦୁଇ ଦେଶ ମଧ୍ୟରେ  ଆଲୋଚନାକୁ ଝଟକା ଲାଗିପାରେ ବୋଲି ଆଶଙ୍କା କରାଯାଉଥିଲା ।

Sushant Singh Rajput Death Case: ସାରା, ରକୁଲପ୍ରୀତ ଓ ଶ୍ରଦ୍ଧାଙ୍କ ପରେ ଡ୍ରଗ୍ସ କନେକ୍ସନରେ ଯୋଡ଼ି ହେଲା ଦୀପିକାଙ୍କ ନାଁ

ମୁମ୍ବାଇ : ସୁଶାନ୍ତ ସିଂ ମୃତ୍ୟୁ ମାମଲା ଡ୍ରଗ୍ସ କନେକ୍ସନ ଆଡ଼କୁ ମୁହାଁଇଥିବା ବେଳେ ସାମ୍ନାକୁ ଆସିଛି ଜଣକ ପରେ ଜଣେ ବଲିଉଡ ସେଲିବ୍ରିଟିଙ୍କ ନାମ । ଗିରଫ ହୋଇଛନ୍ତି ଏକାଧିକ ଡ୍ରଗ ପେଡଲର । ରକୁଲପ୍ରୀତ, ସାରା ଅଲି ଖାନ୍‌, ସିମୋନ ଖମ୍ବାଟାଙ୍କ ନାମ ସାମ୍ନାକୁ ଆସିବା ପରେ ଏବେ ଦୀପିକା ପାଦୁକୋନଙ୍କ ନାମ ଏହି କନେକ୍ସନରେ ଯୋଡ଼ି ହୋଇ ଯାଇଛି ।

ଡ୍ରଗ୍‌ସ ଲିଙ୍କରେ ଆସିଛି ଦୀପିକା ପାଦୁକୋନଙ୍କ ନାମ । ଦୀପିକାଙ୍କ ମ୍ୟାନେଜର କରିସ୍ମା ପ୍ରକାଶଙ୍କୁ ସମନ୍ କରିଛି ଏନସିବି । ଏଥିସହ ସୁଶାନ୍ତ ସିଂ ରାଜପୁତଙ୍କ ମ୍ୟାନେଜର ଶ୍ରୁତି ମୋଦି ଓ ପୂର୍ବତନ ଟ୍ୟାଲେଣ୍ଟ ମ୍ୟାନେଜର ଜୟା ଶାହାଙ୍କୁ ମଧ୍ୟ ଡ୍ରଗ୍‌ସ ଲିଙ୍କ ନେଇ ସମନ୍ କରାଯାଇଛି । ଗତକାଲି ଜୟା ଶାହାଙ୍କୁ ୪ ଘଣ୍ଟା ଜେରା ବେଳେ ଅନେକ ଖୁଲାସା ହୋଇଛି । ଦୀପିକା ଓ କରିସ୍ମାଙ୍କ ଡ୍ରଗ୍‌ସ ଚାଟ୍ ସାମନାକୁ ଆସିଛି ।

ସେପଟେ ଏନସିବି ସ୍କାନରରେ ଥିବା ବଲିଉଡ୍ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍, ଶ୍ରଦ୍ଧା କପୁର, ସିମୋନ ଖମ୍ବାଟା ଓ ରକୁଲ ପ୍ରୀତ ସିଂଙ୍କୁ ନୋଟିସ୍ ପଠାଇବ ଏନସିବି । ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କୁ ପଚରାଉଚରା ବେଳେ ଏମାନଙ୍କ ନାମ ନେଇଥିଲେ ରିୟା । ସେହିପରି ଶ୍ରଦ୍ଧାଙ୍କୁ ମଧ୍ୟ ସମନ କରାଯିବ । ସାରା ଡ୍ରଗ୍ସ ନେବା ସହ ଜଣେ ମାଫିଆଙ୍କ ସହ ସମ୍ପର୍କରେ ଥିବା ଜାଣିବାକୁ ପାଇଛି ଏନ୍‌ସିବି।