spot_img
Home Blog Page 6391

ରାତି ହେଲେ ଘାରୁଛି ହାତୀପଲଙ୍କ ଭୟ, ଘର ଭାଙ୍ଗୁଛନ୍ତି ଫସଲ ନଷ୍ଟ କରୁଛନ୍ତି

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକା ବନାଞ୍ଚଳରେ ଦିନକୁ ଦିନ ହାତୀ ମାନଙ୍କର ଉପଦ୍ରବ ବଢିବାରେ ଲାଗିଛି । ବିଗତ ଏକ ସପ୍ତାହ ହେବ ଏହି ରେଞ୍ଜ ଅଞ୍ଚଳରେ ଏକ ହାତୀପଳ ପଶି ବ୍ୟାପକ ଧାନ ଫସଲ ସହ ପନିପରିବା ନଷ୍ଟ କରୁଥିବା ଦେଖିବାକୁ ମିଳୁଛି । ଗତ ରାତିରେ ବିନିକା ବ୍ଲକ ସିନ୍ଦୁରପୁର, ଗୁଲାପଡ଼ା, ଗଣେଶପୁର ଓ ମଣିଗାଁ ଆଦି ଗାଁର ଧାନଚାଷ ଜମିରେ ହାତୀପଲ ପଶି ଧାନ ଫସଲକୁ ଦଳି ନଷ୍ଟ କରିଦେଇଥିବା ଅଭିଯୋଗ ହୋଉଛି ।

ଏହି ହାତୀପଲକୁ ସ୍ଥାନିୟ ବାସିନ୍ଦାଙ୍କ ସହ ବନବିଭାଗ ଘଉଡାଇବାରେ ଲାଗିଥିଲେ ମଧ୍ୟ ବିଫଳ ହୋଇଛନ୍ତି । ଏହି ଫସଲ ନଷ୍ଟର ସଠିକ ଆକଳନ କରି ବନ ବିଭାଗ ଶିଘ୍ର ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ଦାବୀ ହେଉଛି । ଚାଷୀର ବର୍ଷଜାକର ଫସଲ ନଷ୍ଟ ହେଉଥିବା ଦେଖି ଏବେ ଚିନ୍ତାରେ ଚାଷୀକୂଳ ।

ଏବେ ବି ବଞ୍ଚିଛି ମାନବିକତା, ଟଙ୍କା ଭର୍ତ୍ତି ବ୍ୟାଗ୍‌ ଫେରାଇଲେ ରମାକାନ୍ତ

ପଟ୍ଟାମୁଣ୍ଡାଇ: ହଜି ନାହିଁ ମାନବିକତା । ଏବେ ବି ସମାଜରେ ଅନେକ ଲୋକଙ୍କ ମଧ୍ୟରେ ମାନବିକତା ବଞ୍ଚି ରହିଛି । ଏମିତି ବି ଲୋକ ଅଛନ୍ତି, ଯାହା ପାଖରେ ମାନବିକତା ହିଁ ସବୁଠୁ ଶ୍ରେଷ୍ଠ ଶକ୍ତି । ମାନବିକତା ଆଗରେ ଧନସମ୍ପତିର ଲୋଭ କିମ୍ବା ସ୍ୱାର୍ଥ ଦେଖାଯାଏ ନାହିଁ । ଏହି ଉକ୍ତିକୁ ପୁଣି ଥରେ ପ୍ରମାଣିତ କରି ଦେଖାଇଛନ୍ତି କେନ୍ଦ୍ରାପଡା ସାନ୍ଧ୍ୟ ମହାବିଦ୍ୟାଳୟର ୪ର୍ଥ ଶ୍ରେଣୀ କର୍ମଚାରୀ ରମାକାନ୍ତ କର । କେନ୍ଦ୍ରାପଡ଼ା ସୁନେଇଲୋ ଗ୍ରାମରେ ସେ ବାସ କରନ୍ତି ।

ଗତ ଶୁକ୍ରବାର ପାଟକୁରା ଥାନା ବାରତୁଙ୍ଗା ଗ୍ରାମର ସୁଧାଂଶୁ ଶେଖର ବସନ୍ତିଆ ନମକ ଜଣେ ବ୍ୟକ୍ତି ଗାଡି କିଣିବା ପାଇଁ ହୋଣ୍ଡା ସୋ’ରୁମ ଆସିଥିଲେ । ସେ ଏକ ବ୍ୟାଗ୍‌ରେ ୭୯ ହଜାର ଟଙ୍କା ଧରି ଆସିଥିଲେ । ଆଉ ଅଜାଣତଃରେ ସେହି ଟଙ୍କା ବ୍ୟାଗ୍‌ଟି ତାଙ୍କ ହାତରୁ ଖସିପଡ଼ିଥିଲା । ତେବେ କିଛି ସମୟ ପରେ ସେ ଟଙ୍କା ନଥିବା ଜାଣିବାକୁ ପାଇଥିଲେ । ପରେ ଏଣେତେଣେ ସେ ତାଙ୍କ ଟଙ୍କା ବ୍ୟାଗ୍‌ ଖୋଜିଥିଲେ । ହେଲେ ନିରାଶ ହୋଇଥିଲେ । ଶେଷରେ କେନ୍ଦ୍ରାପଡା ସଦର ଥାନାରେ ଲିଖିତ ଅଭିଯୋଗ ଦାଖଲ କରିଥିଲେ ।

ସେହି ଟଙ୍କା ବ୍ୟାଗ୍‌ଟି ପାଇଥିଲେ ରମାକାନ୍ତ । ହୋଣ୍ଡା ସୋ ରୁମ ପାଖରୁ ଟଙ୍କା ଭର୍ତ୍ତି ବ୍ୟାଗ୍‌ ସହ ଏଟିଏମ୍‌ ଓ କିଛି କାଗଜପତ୍ର ପାଇଥଲେ ରମାକାନ୍ତ । ଘରକୁ ଯାଇ ବ୍ୟାଗ୍‌ ଦେଖିଥିଲେ । ସେଥିରେ ଥିବା କାଗଜପତ୍ରରୁ ସୁଧାଂଶୁଙ୍କ ଫୋନ ନମ୍ବର ପାଇଥିଲେ । ଉକ୍ତ ଫୋନ୍‌ ନମ୍ବରରେ ଯୋଗାଯୋଗ କରିବାରୁ, ସୁଧାଂଶୁ ସଦର ଥାନାରେ ଥିବା ଜାଣିବାକୁ ପାଇଥିଲେ ସେ । ଏହା ଜାଣିବା ପରେ ତୁରନ୍ତ ଥାନାକୁ ଆସି ସବୁ ଟଙ୍କା ସହ ସମସ୍ତ ଜରୁରୀ କାଗଜପତ୍ର ଥାନାବାବୁଙ୍କୁ ହସ୍ତାନ୍ତର କରିଥିଲେ । ଏହାପରେ ସୁଧାଂଶୁ ମଧ୍ୟ ନିଜର ସବୁ ଟଙ୍କା ଫେରିପାଇଥିଲେ । ରମାକାନ୍ତଙ୍କ ଏଭଳି ମହାନ ମାନବିକାତା ପୂର୍ଣ୍ଣ କାର୍ଯ୍ୟକୁ ନେଇ କେନ୍ଦ୍ରାପଡା ସାରା ଚର୍ଚ୍ଚାର ବିଷୟ ପାଲିଟିଛି ।

ଶୀତ ଅଧିବେଶନର ଆଜି ହେଉଛି ଦ୍ୱିତୀୟ ଦିନ, ଆଗତ ହୋଇପାରେ ୪ଟି ବିଲ

ଭୁବନେଶ୍ୱର: ବିଧାନସଭା ଶୀତ ଅଧିବେଶନର ଆଜି ଦ୍ୱିତୀୟ ଦିନ । ବିଜେପି ଆଣିଛି ମୁଲତବୀ ପ୍ରସ୍ତାବ । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ପ୍ରସଙ୍ଗକୁ ନେଇ ମୁଲତବୀ ପ୍ରସ୍ତାବ । ଉତ୍ତର ରଖିବେ ଗୃହ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଦିବ୍ୟଶଙ୍କର  ।

ଆଜି ୪ଟି ବିଲ ଆଗତ ହେବାର କାର୍ଯ୍ୟକ୍ରମ ରହିଛି । ଆଗତ ହେବାକୁ ଥିବା ବିଲ ମଧ୍ୟରେ ରହିଛି ଓଡ଼ିଶା ଅତ୍ୟାବଶ୍ୟକୀୟ ସେବା ସଂଶୋଧନ ବିଲ, ଲୋକାଲ ଫଣ୍ଡ ଅଡିଟ୍ ସଂଶୋଧନ ବିଲ୍, ଲୋକାୟୁକ୍ତ ସଂଶୋଧନ ବିଲ ଓ ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ଇନଫ୍ରାଷ୍ଟକଚର ସଂଶୋଧନ ବିଲ୍ ।

ଗତକାଲି ପ୍ରଥମ ଦିନରେ ଗୃହରେ ଅତିରିକ୍ତ ବଜେଟ୍‌ ପେସ୍ ହୋଇଥିଲା । ବଜେଟରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ୧୧ ହଜାର ୨୦୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ବଜେଟରେ ଗମ୍ଭୀର କୋଭିଡ ପରିସ୍ଥିତିରେ ଜୀବନ ଓ ଜୀବିକାକୁ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି ।

କୁକୁଡ଼ା ପାଇଁ ଗୋଷ୍ଠୀ ସଂଘର୍ଷ, ବ୍ୟାଟ୍‌ରେ ପିଟି ପିଟି ମାରିଦେଲେ

ଆନନ୍ଦପୁର: କୁକୁଡା ପାଇଁ କଳି । ଗୋଷ୍ଠୀ ସଙ୍ଘର୍ଷରେ ଜଣଙ୍କର ମୃତ୍ୟୁ ହୋଇଛି । ଘଟଣା ଘଟିଛି ଆନନ୍ଦପୁର ନନ୍ଦିପଦା ଥାନା ଅଁରା ଗ୍ରାମରେ । ବାଡ଼ିରେ କୁକୁଡ଼ା ପଶିବାକୁ ନେଇ ଗୋଷ୍ଠୀ ସଂଘର୍ଷ ହୋଇଛି । ଜଣେ ଗୁରୁତର ହୋଇ କଟକ ସ୍ଥାନାନ୍ତର ବେଳେ ତାଙ୍କର ମୃତ୍ୟୁ ହୋଇଛି ଅଧାରାସ୍ତାରେ ମ୍ୟୁତ୍ୟୁ ହୋଇଛି । ମୃତକ ହେଲେ ଆନନ୍ଦ ନାୟକ । ଗାଁରେ ଚାପା ଉତେଜନା ଲାଗିରହିଛି ।

ସୂଚନା ଅନୁଯାୟୀ, ଉକ୍ତ ଗାଁର ଲକ୍ଷ୍ମୀଧର ମଲ୍ଲୀକଙ୍କ କୁକୁଡ଼ା ଲକ୍ଷ୍ମଣ ଖଣ୍ଡେଇଙ୍କ ବାଡ଼ିରେ ପଶିଥିଲା । ଲକ୍ଷ୍ମଣ ଖଣ୍ଡେଇ ତାଙ୍କ ବାଡ଼ିରେ ବିଷ ପକାଇଥିଲେ । ଯେଉଁଥିପାଇଁ କୁକୁଡ଼ାଟି ବାଡ଼ିରେ ପଶିଥିବା କାରଣରୁ କୁକୁଡ଼ାଟି ବାଡ଼ିରୁ କିଛି ଖାଦ୍ୟ ଖାଇଲା ପରେ ମରିଯାଇଥିଲା । ଏନେଇ ଗତକାଲି ଉକ୍ତ ଗାଁରେ କୁକୁଡ଼ାକୁ ନେଇ ଏକ ନ୍ୟାୟ ବୈଠକ ବସିଥିଲା । ତେବେ ନ୍ୟାୟ ନିଶାପ ସମୟରେ ଲକ୍ଷ୍ମୀଧର ମଲ୍ଲୀକ ଏବଂ ଲକ୍ଷ୍ମଣ ଖଣ୍ଡେଇଙ୍କ ପରିବାରକୁ ଛାଡ଼ି ଆନନ୍ଦ ନାୟକ ଏବଂ ବାବନ ବେହେରାଙ୍କ ପରିବାର ମଧ୍ୟରେ କୌଣସି କାରଣରୁ ଝଗଡ଼ା ଲାଗିଥିଲା ।

ଏଥିରେ ଆନ୍ଦ ନାୟକଙ୍କ ମୃତ୍ୟୁ ହୋଇଥିଲା । ଏକ ବ୍ୟାଟ୍‌ ସାହାଯ୍ୟରେ ଆନନ୍ଦ ନାୟକଙ୍କୁ ପିଟିଥିଲେ ବାବନ ବେହେରାଙ୍କ ପରିବାର । କଟକ ସ୍ଥାନାନ୍ତର ବେଳେ ଆନନ୍ଦ ନାୟକଙ୍କ ମୃତ୍ୟୁ ହୋଇଥିଲା । ତେବେ ବାବନ ବେହେରାଙ୍କ ପରିବାର ଏବେ ଫେରାର ରହିଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ।

ଆମେରିକା ସପିଂ ମଲରେ ଗୁଳିକାଣ୍ଡ, ୮ ଆହତ

ୱାସିଂଟନ: ଆମେରିକାର ୱିସକନସିନର ମେଫେୟାର ସପିଂ ମଲରେ ଗୁଳିକାଣ୍ଡ । ଆତତାୟୀର ଗୁଳିରେ ଆଠ ଜଣ ଆହତ ହୋଇଛନ୍ତି । ସେ ମଧ୍ୟରେ ସାତ ଜଣ ଯୁବକ ଥିବା ବେଳେ ଜଣେ ପ୍ରାପ୍ତ ବୟସ୍କ ଅଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗୁଳିକାଣ୍ଡ ଘଟାଇଥିବା ସନ୍ଦିଗ୍ଧଙ୍କୁ ଚିହ୍ନଟ କରିବାକୁ ପୋଲିସ ଉଦ୍ୟମ କରୁଛି ।

ସୂଚନା ଅନୁସାରେ, ଶୁକ୍ରବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ମିଲ୍‌ଓ୍ଵାକି ଉପନଗରରେ ଥିବା ଏକ ମଲ୍‌ରେ ଗୁଳିକାଣ୍ଡ ଯୋଗୁଁ ଆଠଜଣ ବ୍ୟକ୍ତି ଆହତ ହୋଇଛନ୍ତି । କେଉଁ କାରଣରୁ ଗୁଳି ଚଳା ଯାଇଛି କିଏ ଏହି କାଣ୍ଡ କରିଛି ସେନେଇ କୌଣସି ସୂଚନା ମିଳିପାରି ନାହିଁ । ତେବେ ସନ୍ଦିଗ୍ଧ ବନ୍ଧୁକଧାରୀ ଫେରାର ହୋଇଯାଇଥିବା କଥା ଓ୍ଵିସ୍‌କନ୍‌ସନ୍‌ ପୁଲିସ କହିଛି।

ମେ’ ଫେୟାର୍‌ ମଲ୍‌ରେ ଘଟିଥିବା ଏହି ଗୁଳିକାଣ୍ଡର ଉଦ୍ଦେଶ୍ୟ ସଂକ୍ରାନ୍ତରେ ଓ୍ଵାଓ୍ଵାଟୋସା ପୁଲିସ ମୁଖ୍ୟ ବେରି ୱେବର୍‌ ଗଣମାଧ୍ୟମକୁ କୌଣସି ସୂଚନା ଦେଇ ନାହାଁନ୍ତି। ଜଣେ ପ୍ରାପ୍ତବୟସ୍କ ଏବଂ ସାତ ଜଣ କିଶୋର ଏଥିରେ ଆହତ ହୋଇଥିଲେ ବି ସମସ୍ତେ ଜୀବିତ ଥିବା କଥା ସେ ଜଣାଇଛନ୍ତି। ଗୁଳି ଚଳାଇଥିବା ବ୍ୟକ୍ତି ଘଟଣାସ୍ଥଳରେ ନ ଥିବା କଥା ସେ କହିଛନ୍ତି। ୱେବର୍‌ କହିଛନ୍ତି ଯେ, ଆହତମାନଙ୍କ ବୟାନ ଆଧାରରେ ସେହି ସନ୍ଦିଗ୍ଧ ଯୁବକ ଜଣଙ୍କ  ୨୦ରୁ ୩୦ ବର୍ଷ ବୟସ୍କ  ଏବଂ ରଙ୍ଗ ଶ୍ୱେତାଙ୍ଗ ବୋଲି ପୋଲିସ ସୂଚନା ଦେଇଛି । ଏହି ବ୍ୟକ୍ତିଙ୍କୁ ଖୋଜିବାକୁ ପୋଲିସ ଉଦ୍ୟମ ଚଳାଇଛି।

ପଠାନ୍ ଫିଲ୍ମ ପାଇଁ ଦୀପିକା ୧୫ କୋଟି , ଜନ୍ ୨୦ କୋଟି ଜାଣନ୍ତୁ ଶାହରୁଖ କେତେ…?

ମୁମ୍ବାଇ: ବଲିଉଡର ବାଦଶାହ ଶାହାରୁଖ ଖାନ୍ ତାଙ୍କର ଆଗାମୀ ଚଳଚ୍ଚିତ୍ର ପଠାନ ପାଇଁ ସୁଟିଂ ଆରମ୍ଭ କରିଛନ୍ତି। ଏହି ଅଭିନେତାଙ୍କ ଫିଲ୍ମ ବିଷୟରେ ଏବେ ଚର୍ଚ୍ଚା ଜୋର ଧରିଛି । ବଡ ବଜେଟରେ ତିଆରି ହେବାକୁ ଯାଉଥିବା ଏହି ଚଳଚ୍ଚିତ୍ର ବିଷୟରେ ଅନେକ ତଥ୍ୟ ସାମ୍ନାକୁ ଆସୁଛି । ବର୍ତ୍ତମାନ ଶାହାରୁଖ ଖାନଙ୍କ ପାରିଶ୍ରମିକ ବିଷୟରେ ବଡ଼ ଖବର ସାମ୍ନାକୁ ଆସିଛି। କୁହାଯାଉଛି ଯେ ଶାହାରୁଖ ଖାନ ନିର୍ମାତାଙ୍କ ସହ ଡିଲ୍ କରିଛନ୍ତି । ଏହି ଡିଲ୍ ଅନୁଜାୟୀ ଅଭିନେତା ଫିଲ୍ମରୁ ମିଳିବାକୁ ଖିବା ଲାଭ ଉପରେ ନିଜ ଅଂଶ ନେବାକୁ ଚାହୁଁଛନ୍ତି ।

ସୂଚନା ଅନୁସାରେ, ଶାହାରୁଖ ଫିଲ୍ମର ଲାଭରେ ୪୫ ପ୍ରତିଶତ ଅଂଶୀଦାର ହେବାକୁ ଯାଉଛନ୍ତି । ଯଦି ଏହି ଖବର ସତ ହୁଏ ତେବେ ପଠାନରେ ଶାହାରୁଖଙ୍କ ପାରିଶ୍ରମିକ ବହୁତ ଅଧିକ ହେବ । ସରଳ ଶବ୍ଦରେ, ଯଦି ଫିଲ୍ମ ୧୦୦ କୋଟି ରୋଜଗାର କରେ, ତେବେ ଶାହାରୁଖ ଏଥିରୁ ୪୫ କୋଟି ଟଙ୍କା ନେବେ ଯାହା ତାଙ୍କ ପାରିଶ୍ରମିକ ଭାବେ ରଖାଯିବ ।

କୁହାଯାଉଛି ଯେ, ୟସ ରାଜ ଫିଲ୍ମ ବ୍ୟାନର ଏବଂ ଶାହରୁଖ ଖାନଙ୍କ ମଧ୍ୟରେ ସବୁ ବେଳେ ଏଭଳି ଡିଲ୍ ହୋଇଆସୁଛି ଯେଉଁଠାରେ ଅଭିନେତାମାନେ ସିଧାସଳଖ ଲାଭର ଅଂଶଧନ ଦାବି କରନ୍ତି । ଏହି ଧାରାରେ ଫିଲ୍ମ ପଠାନ ମାଧ୍ୟମରେ ମଧ୍ୟ ସମାନ ପରମ୍ପରା ପାଳନ କରାଯାଉଛି । YRF (ୟସ ରାଜ ଫିଲ୍ମ ବ୍ୟାନର) ସହିତ ଶାହାରୁଖଙ୍କର ବହୁତ ଭଲ ସମ୍ପର୍କ ଅଛି, ସେମାନେ ଅନେକ ବଡ ଚଳଚ୍ଚିତ୍ରରେ ଏକାଠି କାମ କରିଛନ୍ତି । ଏହି କାରଣରୁ, ଶାହରୁଖ ସିଧାସଳଖ ପଠାନ ଫିଲ୍ମର ଲାଭରେ ଭାଗ ନେଉଛନ୍ତି ।

ସୂଚନା ଯୋଗ୍ୟ ଯେ, ପଠାନରେ ଜନ୍ ଆବ୍ରାହମ୍ ଏବଂ ଦୀପିକା ପାଦୁକୋନ୍ ମଧ୍ୟ ଅଧିକ ପାରିଶ୍ରମିକ ନେଉଛନ୍ତି । ଗୋଟିଏ ପଟେ ଜନ୍ ୨୦ କୋଟି ଟଙ୍କା ନେଉଥିବାବେଳେ ଦୀପିକା ଫିଲ୍ମ ପାଇଁ ୧୫ କୋଟି ନେଉଛନ୍ତି ।

ଆଶ୍ଚର୍ଯ୍ୟର କଥା, ୟଶ ରାଜ ଫିଲ୍ମସ ଏପର୍ଯ୍ୟନ୍ତ ପଠାନଙ୍କ ବିଷୟରେ କୌଣସି ଅଫିସିଆଲ୍ ଘୋଷଣା କରିନାହାଁନ୍ତି । କିନ୍ତୁ ସୋସିଆଲ ମିଡିଆରେ ଫିଲ୍ମକୁ ନେଇ ଶାହାରୁଖାଙ୍କ ପ୍ରତ୍ୟକ କାର୍ଯ୍ୟକଳାପ ଚିର୍ଚ୍ଚାରେ ରହିଛି । କୁହାଯାଉଛି ଯେ ସଲମାନ ଖାନ ମଧ୍ୟ ପଠାନରେ ଏକ କ୍ୟାମିଓ କରିବେ । ଏହି ଚଳଚ୍ଚିତ୍ରରେ ତାଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରଖାଯାଇଛି।

କରୋନା ଟିକାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ବୈଠକ

ନୂଆଦିଲ୍ଲୀ :ସରୁନି କରୋନା ସଙ୍କଟ । ଯଦିଓ କିଛି ମାତ୍ରାରେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିଛି ତଥାପି କରୋନାକୁ ସମସ୍ତଙ୍କ ଠାରେ ଭୟ ଦେଖିବାକୁ ମିଳିଛି । ତେଣୁ ସମସ୍ତଙ୍କ ଅପେକ୍ଷା ଏବେ କରୋନା ଟିକାକୁ । କେବେ ଆସିବ କରୋନା ଟିକା ? ଏହାକୁ ଦେଶବାସୀ ଚାହିଁ ବସିଥିବାବେଳେ କରୋନା ଟିକାକୁ ନେଇ ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କରୋନା ଟିକାର ଅଗ୍ରଗତି ନେଇ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ।

ଆଗାମି ଦିନରେ କିଭଳି ଦେଶବାସୀଙ୍କୁ ଟିକା ମିଳିବ ଏବଂ ବିଦେଶରୁ କିଭଳି ଟିକା ଭାରତକୁ ଆସବ ସେ ନେଇ ଚର୍ଚ୍ଚା କରିଛନ୍ତି ପ୍ରଧାନମନ୍ତ୍ରୀ । ଏ ନେଇ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି ମୋଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶରେ ଏବେ ବିଭିନ୍ନ ପର୍ଯ୍ୟାୟରେ ଆଗେଇ ଚାଲିଛି ଟିକା ପ୍ରସ୍ତୁତି କାର୍ଯ୍ୟ । ଶୁକ୍ରବାର ଭାରତ ବାୟୋଟେକର କରୋନା ଟିକା କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ ହୋଇଛି  । ଟିକା ପରୀକ୍ଷଣ ୯୦ ପ୍ରତିଶତ ସଫଳ ହେବ ବୋଲି ଭାରତ ବାୟୋଟେକ ଆଶା ରଖିଛି  ।

ସେପଟେ ଆଶା ବଢାଇଛନ୍ତି ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଅଦର ପୁନେୱାଲା । ଆସନ୍ତାବର୍ଷ ଫେବ୍ରୁଆରୀ ସୁଦ୍ଧା ବୟସ୍କ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଅକ୍ସଫୋର୍ଡ କୋଭିଡ୍ ଭ୍ୟାକ୍‌ସିନ୍ ମିଳିବା ନେଇ ପୁନେୱାଲା ସୂଚନା ଦେଇଛନ୍ତି । ସାଧାରଣ ଲୋକଙ୍କ ପାଇଁ ଅକ୍ସଫୋର୍ଡ ଟିକା ଏପ୍ରିଲ ସୁଦ୍ଧା ଉପଲବ୍ଧ ହେବ ।

 

ଓଡିଶା ସୀମାରେ ପତାକା ଲଗାଇଲେ ଆନ୍ଧ୍ର ସରକାର, ଚୂନ ମାରି ଚିହ୍ନଟ କଲା ପଥର ପକାଇଲା

କୋରାପୁଟ: ପୁଣି ଆନ୍ଧ୍ରର ଦାଦାଗିରି । ଓଡିଶା ସୀମାରେ ପତାକା ଲଗାଇଲେ ଆନ୍ଧ୍ର ସରକାର । ଚୂନ ମାରି ଚିହ୍ନଟ କରିବା ସହ ପଥର ପକାଇଲା ଆନ୍ଧ୍ର ସରକାରଙ୍କ ସ୍ଥାନୀୟ ପ୍ରଶାସନ । ସେପେଟେ ସୀମା ବିବାଦର ସମାଧାନ ପାଇଁ ପ୍ରଶାସନିକ ସ୍ତରରେ ଆଲୋଚନା ଚାଲିଛି । କୋରାପୁଟ ଜିଲ୍ଲା ପଟାଙ୍ଗୀ ସମ୍ବାଇ ପଞ୍ଚାୟତ ଅନ୍ତର୍ଗତ ସୁନାବେଡ଼ା ମୌଜାର କିଛି ଅଂଶକୁ ଆନ୍ଧ୍ର ନିଜର ବୋଲି କହୁଛି । ଏହାର ପ୍ରତିବାଦ ପରେ ଉଭୟ ରାଜ୍ୟର ସ୍ଥାନୀୟ ପ୍ରଶାସନ ଆଲୋଚନା ହୋଇଛି ।

ଆଲୋଚନା ପରେ କେତେକ ଅଞ୍ଚଳରେ ଆନ୍ଧ୍ର ପୋତିଥିବା ସୀମାଖୁଣ୍ଟି ଉଠା ଯାଇଛି । ଏବେ ପୁଣି ସୀମାରେ ପତାକା ପୋତିବାକୁ ନେଇ ଆରମ୍ଭ ହେଲାଣି ବିବାଦ । ଅନ୍ୟପଟେ ସୀମା ବିବାଦ ନେଇ ଜୋର୍‌ ଧରିଛି ରାଜନୀତି । କେବଳ ସେତିକି ନୁହେଁ ଗୁଗୁଲ ମ୍ୟାପ୍‌ରେ ଓଡ଼ିଶାର କିଛି ଅଞ୍ଚଳ ଆନ୍ଧ୍ରର ବୋଲି ଦର୍ଶାଯିବା ନେଇ ମଧ୍ୟ ବିବାଦ ଅଧି‌କ ତେଜିଛି  । ଗତବର୍ଷ କୋଟିଆରେ ଜନସେବା ନାଁରେ ଜମି ଅକ୍ତିଆର ପ୍ରୟାସ କରିଥିଲା ଆନ୍ଧ୍ର ।

ନଭେମ୍ବର ଦ୍ୱିତୀୟ ସପ୍ତାହରୁ କରୋନା ସଂକ୍ରମଣ ବଢିବା ପରେ ରାଜସ୍ଥାନ ସରକାର ନେଲେ ବଡ଼ ନିଷ୍ପତ୍ତି

ଜୟପୁର: କରୋନାକୁ ନେଇ ଏବେ ବି ଭୟ ସରିନି । କେତେକ ସ୍ଥାନରେ କରୋନା ନିୟନ୍ତ୍ରଣକୁ ଆସିଥିବା ବେଳେ କେତେକ ସ୍ଥାନରେ ହା ହା କାର ସୃଷ୍ଟି କରୁଛି କରୋନା  । ଦେଶରେ କରୋନାର ସଂକ୍ରମଣ କମିଛି କିଛି ରାଜ୍ୟରେ ମଧ୍ୟ କରୋନା ନିୟନ୍ତ୍ରଣକୁ ଆସିଛି । କିନ୍ତୁ କିଛି ଏମିତି ରାଜ୍ୟ ଅଛି ଯେଉଁଠି କରୋନା ସଂକ୍ରମଣ ପୁଣି ଫେରିଛି । ଆଉ ଏହି ଲିଷ୍ଟରେ ଆଗରେ ଅଛି ଦିଲ୍ଲୀ ଏହାପରେ ଗୁଜୁରାଟ ଏବଂ ରାଜସ୍ଥାନ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏକ ବଡ ପଦକ୍ଷେପ ନେବାକୁ ଯାଉଛନ୍ତି ରାଜସ୍ଥାନ ସରକାର ।

ରାଜସ୍ଥାନର ସବୁ ଜିଲ୍ଲାରେ ୧୪୪ ଧାରା ଜାରି କରିବାକୁ ନିଷ୍ପତ୍ତି ନେଉଛନ୍ତି ଗେହେଲଟ ସରକାର । ଏଥିପାଇଁ ଜିଲ୍ଲାଅଧିକାରୀଙ୍କୁ ସୂଚନା ଦିଆଯାଇଛି । ୨୧ ନଭେମ୍ବର ଠାରୁ ବା ଶନିବାର ଠାରୁ ସବୁ ଜିଲ୍ଲାରେ ୧୪୪ ଧାରା ଲାଗୁ ପାଇଁ ଗୃହ ବିଭାଗର ଗ୍ରୁପ-୯ର ସବୁ ଜିଲ୍ଲା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ରାଜସ୍ଥାନରେ ଶୀତ ବଢିବା ସହ ନଭେମ୍ବର ଦ୍ୱିତୀୟ ସପ୍ତାହରୁ କରୋନା ସଂକ୍ରମଣ ମଧ୍ୟ ବଢିବାରେ ଲାଗିଛି ।୧୯ ନଭେମ୍ବରରେ ଅଢେଇ ହଜାର ନୂଆ ସଂକ୍ରମଣ ସାମ୍ନାକୁ ଆସିଛି । ଏହାସହ ୧୫ ଜିଲ୍ଲାରେ କୋରନାରେ ୧୫ ଜଣଙ୍କ ମୃତ୍ୟୁ ହୋଇଛି । ଏଥିପାଇଁ ଏପରି ବଡ ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି ।

ରାଜ୍ୟରେ ଶୀତର ପ୍ରବାହ ଜାରି, ଘନକୁହୁଡ଼ି ସହ ଶୀତରେ ଥରୁଛି ଅନେକ ଅଞ୍ଚଳ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଶୀତର ପ୍ରବାହ । ସାରା ରାଜ୍ୟରେ ଘନକୁହୁଡ଼ି ମଧ୍ୟ ଦେଖିବାକୁ ମିଳିଛି । ଆଜିଠୁ ୪ ଦିନ ମଧ୍ୟରେ ଓଡିଶାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ରାତିର ତାପମାତ୍ରା ଆଗାମୀ ୨ରୁ ୩ ଦିନ ଅପରିବର୍ତ୍ତିତ ରହିବ । ୩/୪ ଦିନରେ ପାରଦ ୪ରୁ ୫ ଡିଗ୍ରି ଖସିବା ସହ ରାଜ୍ୟ‌‌‌‌‌‌‌‌‌ରେ ଶୀତର ପ୍ରକୋପ ବଢ଼ିବ। ପଞ୍ଚୁକ ଓ କାର୍ତ୍ତିକ ପୂର୍ଣ୍ଣିମା ବେଳକୁ ପ୍ରବଳ ଶୀତ ଅନୁଭୂତ ହେବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର ।

ଗତ ୨୪ ଘଣ୍ଟାରେ ଓଡ଼ିଶାର କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ହାଲ୍‌କା ବ‌ର୍ଷା ହୋଇଯାଇଛି। ସମତଳ ଅଞ୍ଚଳରେ ସର୍ବନିମ୍ନ ରାତ୍ରି ତାପମାତ୍ରା ସୋନପୁର ଜିଲ୍ଲାରେ ୧୫.୨ ଡିଗ୍ରି ରେକର୍ଡ ହୋଇଛି। ପାହାଡ଼ିଆ ଅଞ୍ଚଳମାନଙ୍କ ମଧ୍ୟରେ କୋରାପୁଟରେ ୧୫ ଡିଗ୍ରି ଓ ଦାରିଙ୍ଗବାଡ଼ିଠାରେ ୧୫ଡିଗ୍ରି ଲେଖାଏଁ ରାତ୍ରି ତାପମାତ୍ରା ରେକର୍ଡ ହୋଇଛି ।