spot_img
Home Blog Page 6393

ଇମ୍‌ରାନ୍‌ ସରକାରକୁ ଫ୍ରାନ୍ସର ବଡ଼ ଝଟ୍‌କା, ଅକାମି ହେଲାଣି ପାକିସ୍ତାନର ସାମରିକ ଅସ୍ତ୍ରଶସ୍ତ୍ର

ନୂଆଦିଲ୍ଲୀ: ଭାରତୀୟ ସାମରିକ ବାହିନୀର ବୃଦ୍ଧି ଦେଖି ଭୟରେ ଥରହର ହେଲାଣି ପାକିସ୍ତାନ । କଳେବଳେ କୌଶଳେ ତାର ସାମରିକ ବାହିନୀକୁ ବଢ଼ାଇବା ପାଇଁ ଚେଷ୍ଟା କରୁଛି ଶତ୍ରୁ ଦେଶ । କିନ୍ତୁ ବାରମ୍ବାର ବିଫଳତାର ସ୍ୱାଦ ଚାଖିବାକୁ ପଡ଼ୁଛି । ଭାରତର ବନ୍ଧୁ ଦେଶ ହେଉଛି ଫ୍ରାନ୍ସ । ଭାରତରେ ଆବଶ୍ୟକ ପଡ଼ୁଥିବ ଅଧିକାଂଶ ଅସ୍ତ୍ରଶସ୍ତ୍ର ଭାରତ ଫ୍ରାନ୍ସ ଠାରୁ କିଣିଥାଏ । ଆଉ ଏବେ ବିଶ୍ୱରୁ ଆତଙ୍କବାଦୀ ସଂଗଠନକୁ ନିପାତ କରିବା ପାଇଁ ଦୁଇ ଦେଶ ମିଳିତ ଭାବରେ କାର୍ଯ୍ୟ କରୁଛନ୍ତି ।

କିନ୍ତୁ ପାକିସ୍ତାନ ତାର ସାମରିକ ବାହିନୀକୁ ବଢ଼ାଇବା ପାଇଁ ଫ୍ରାନ୍ସ ଠାରୁ ସାହାର୍ଯ୍ୟ ଲୋଡ଼ୁଛି । ସେପଟେ କିନ୍ତୁ ପାକିସ୍ତାନକୁ ସାହାଯ୍ୟ କରିବାକୁ ଫ୍ରାନ୍ସ ସମ୍ପୂର୍ଣ୍ଣ ଭାବେ ମନା କରିଦେଇଛି । ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ପାକିସ୍ତାନ ଏହାର ମିରାଜ୍ ଯୁଦ୍ଧ ବିମାନ, ବାୟୁ ପ୍ରତିରକ୍ଷା ପ୍ରଣାଳୀ ଏବଂ ଅଗୋଷ୍ଟା ୯୦ ବି ସମରିନର ନବୀକରଣ କରିବାକୁ ସାହାଯ୍ୟ ମାଗିଥିଲା । ​​କିନ୍ତୁ ଫ୍ରାନ୍ସ ଏହି ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଛି ।

ପାକିସ୍ତାନୀ ଟେକ୍ନିସିଆନମାନଙ୍କୁ ଏହାର ଯୁଦ୍ଧ ବିମାନରେ କାମ କରିବାକୁ ଅନୁମତି ନଦେବାକୁ ଫ୍ରାନ୍ସ ମଧ୍ୟ କତାରକୁ କହିଛି । କାରଣ ସେମାନେ ଯୁଦ୍ଧ ବିମାନ ବିଷୟରେ ପାକିସ୍ତାନକୁ ଆଗାମି ଭବିଶ୍ୟତରେ ଲିକ୍ କରିପାରନ୍ତି । ଏହି ଯୁଦ୍ଧ ବିମାନଗୁଡ଼ିକ ଭାରତର ପ୍ରତିରକ୍ଷା କ୍ଷେତ୍ରରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ । କାରଣ ଯଦି ଦେଖିବା ଅତୀତରେ ପାକିସ୍ତାନ ମଧ୍ୟ ଚୀନ୍ ସହ କିଛି ସମ୍ବେଦନଶୀଳ ସୂଚନା ବାଣ୍ଟି ଚର୍ଚ୍ଚାକୁ ଆସିଛି ।

ପାକିସ୍ତାନୀ ଶରଣାର୍ଥୀଙ୍କ ଅନୁରୋଧ ଉପରେ ଫ୍ରାନ୍ସ ମଧ୍ୟ କଠୋର ସମୀକ୍ଷା କରିବା ଆରମ୍ଭ କରିଛି । ଯେତେବେଳେ ଅକ୍ଟୋବର ୨୯ ରେ ଭାରତର ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶୃଙ୍ଗଲା ଫ୍ରାନ୍ସ ଗସ୍ତ କରିଥିଲେ । ସେତେବେଳେ ଫ୍ରାନ୍ସ ସରକାର ତାଙ୍କୁ ଏହି ନିଷ୍ପତ୍ତି ବିଷୟରେ ସୂଚନା ଦେଇଥିଲେ । ଫ୍ରାନ୍ସ ଶୃଙ୍ଗଲାଙ୍କୁ ଆଶ୍ୱାସନା ଦେଇଛି ଯେ ଏହାର ରଣନୈତିକ ଭାଗିଦାରୀର ସୁରକ୍ଷା ସ୍ୱାର୍ଥ ପ୍ରତି ଅତ୍ୟନ୍ତ ସମ୍ବେଦନଶୀଳ ଏବଂ ଭାରତ ପାଇଁ ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ପାକିସ୍ତାନର ଟେକ୍ନିସିଆନଙ୍କୁ ରାଫେଲ ଯୁଦ୍ଧ ବିମାନଠାରୁ ଦୂରରେ ରହିବାକୁ କହିଛି ।

ଫ୍ରାନ୍ସ ସରକାର ମଧ୍ୟ ପାକିସ୍ତାନର ମିରାଜ-୩ ଏବଂ ମିରାଜ- ୫ ଯୁଦ୍ଧ ବିମାନର ନବୀକରଣ ନକରିବାକୁ ନିଷ୍ପତ୍ତି ନେଇଛି । ଏହି ନିଷ୍ପତ୍ତି ପାକିସ୍ତାନ ବାୟୁସେନା ପାଇଁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଠାରୁ କମ୍‌ ନୁହେଁ । କାରଣ ଏଥିରେ ଫ୍ରାନ୍ସର ଫାର୍ମ ଡାସଲ୍ଟ ଆଭିଏସନର ୧୫୦ ଟି ମିରାଜ୍ ଯୁଦ୍ଧ ବିମାନ ରହିଛି । ୧୫୦ ମଧ୍ୟରୁ ଅଧା ଏବେ କାର୍ଯ୍ୟରେ ଲାଗୁଛି  ।

ଦଶନ୍ଧି ଧରି ପାକିସ୍ତାନ ଫ୍ରାନ୍ସଠାରୁ ମିରାଜ ଯୁଦ୍ଧ ବିମାନ କିଣୁଛି । ସେମାନଙ୍କର ମରାମତି କାର୍ଯ୍ୟ ପାକିସ୍ତାନର ରାଜଧାନୀ ଇସଲାମାବାଦରେ କରାଯାଇଛି । ଭାରତ ଏବଂ ଫ୍ରାନ୍ସର କୂଟନୀତିଜ୍ଞମାନେ କହିଛନ୍ତି ଯେ ଯୁଦ୍ଧ ବିମାନର ନବୀକରଣ ପାଇଁ ପାକିସ୍ତାନ ନିକଟରେ ଫ୍ରାନ୍ସକୁ ନିବେଦନ କରିଛି କିନ୍ତୁ ଏହାର ଆବେଦନକୁ ପ୍ରତ୍ୟାଖ୍ୟାନ କରାଯାଇଛି । ପାକିସ୍ତାନର ଫ୍ରାନ୍ସ-ଇଟାଲୀ ବାୟୁ ପ୍ରତିରକ୍ଷା ବ୍ୟବସ୍ଥାର ନବୀକରଣ ପାଇଁ ଅନୁରୋଧ ମଧ୍ୟ ପ୍ରତ୍ୟାଖ୍ୟାନ କରାଯାଇଛି ।

ସୂତ୍ରରୁ ପ୍ରକାଶ ଯେ ତୃତୀୟ ଥର ପାଇଁ ପାକିସ୍ତାନ ଏହାର ଅଗୋଷ୍ଟା ୯୦ ବି ସମରିନକୁ ବାୟୁ ସ୍ୱାଧୀନ ପ୍ରବୃତ୍ତି ପ୍ରଣାଳୀରେ ନବୀକରଣ କରିବାକୁ କହିଛି ଯାହା ଦ୍ୱାରା ଏହି ସମରିନ ଅଧିକ ସମୟ ପାଣି ତଳେ ରହିପାରିବ । କିନ୍ତୁ ଫ୍ରାନ୍ସ ପାକିସ୍ତାନର ଏହି ଅନୁରୋଧ ଗ୍ରହଣ କରି ନାହିଁ । ଗତ କିଛି ସମୟ ଭିତରେ ପାକିସ୍ତାନ ଏବଂ ଫ୍ରାନ୍ସ ମଧ୍ୟରେ ସମ୍ପର୍କ ଖରାପ ହୋଇଯାଇଛି ।

କ୍ୟାନସର ପିଡିତ ସାଉଥ ଅଭିନେତାଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସିଲେ ଏହି କଳାକାର

ହାଇଦ୍ରାବାଦ: ସାଉଥ ଅଭିନେତା ଥାୱାସୀ କ୍ୟାନସରରେ ପିଡିତ। ଏସମ୍ପର୍କିତ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ଯାହାପରେ ତାଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି ବହୁ କଳାକାର ।

ନିକଟରେ ଏକ ସାକ୍ଷାତକାରରେ ଥାୱାସୀ କହିଥିଲେ, ସେ କର୍କଟ ରୋଗରେ ପିଡିତ ଏବଂ ଚିକିତ୍ସା ପାଇଁ ତାଙ୍କ ପାଖରେ ଟଙ୍କା ନାହିଁ। ଯାହା ପରଠାରୁ ଅନେକ ତାରକା ତାଙ୍କୁ ସାହାଯ୍ୟ କରିବାକୁ ପଛାଇ ନାହାଁନ୍ତି ।
ପୂର୍ବରୁ ବିଜୟ ସେଥୁପତୀ ଏବଂ ଅଭିନେତା ତଥା ନିର୍ମାତା ଶିବକାର୍ତ୍ତିକେୟାନ ତାଙ୍କୁ ଆର୍ଥୀକ ସହାୟତା ପ୍ରଦାନ କରିଥିବା ବେଳେ ଏବେ ହାସ୍ୟ ଅଭିନେତା ରୋବୋ ଶଙ୍କର ମଧ୍ୟ ଅଭିନେତାଙ୍କୁ ସାହାଯ୍ୟ କରିଥିବା ଜଣାପଡିଛି ।

ଖବର ଅନୁଯାୟୀ ନିକଟରେ ଥାୱାସିଙ୍କୁ ଡାକ୍ତରଖାନାରେ ଭେଟିବା ପାଇଁ ହାସ୍ୟ ଅଭିନେତା ରୋବୋ ଶଙ୍କର ଯିବା ସହ ଆର୍ଥୀକ ସହାୟତା ପ୍ରଦାନ କରିଛନ୍ତି । ଏହାପୂର୍ବରୁ ବିଜୟ ସେଥୁପାଠୀ ଥାୱାସୀଙ୍କୁ ଆର୍ଥିକ ସହାୟତା ଭାବରେ ୧୦ ଲକ୍ଷ ଟଙ୍କା ଦେଇଥିଲେ।

୩୦ ବର୍ଷଧରି ଫିଲ୍ମ ଇଣ୍ଡଷ୍ଟ୍ରିରେ ସକ୍ରିୟ ଥିଲେ ଥାୱାସି- “ମୁଁ ୧୯୯୩ ମସିହାରେ ରିଲିଜ ହୋଇଥିବା ଚଳଚ୍ଚିତ୍ର କିଜାକକୁ ଚେମାଇଲରୁ ଆରମ୍ଭ କରି ରଜନୀକାନ୍ତଙ୍କ ଫିଲ୍ମ ଆନ୍ନାଥେରେ କାମ କରିଛି। ହେଲେ କେବେ ଭାବି ନଥିଲି ଯେ ମୁଁ ଏଭଳି ରୋଗରେ ପିଡିତ ହେବି’’ ବୋଲି ।

ଦିନେ ରେଷ୍ଟୁରାଣ୍ଟର ବିଲ୍ ଦେବା ପାଇଁ ଜୋ ବିଡେନଙ୍କ ପାଖରେ ନଥିଲା ପଇସା

ଓ୍ବାଶିଂଟନ: ଆମେରିକାର ନବ-ନିର୍ବାଚିତ ରାଷ୍ଟ୍ରପତି ଜୋ ବିଡେନ ଶୁକ୍ରବାର ଦିନ ୭୮ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ନିକଟ ଅତୀତରେ ସେ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କୁ ପରାଜିତ କରି ଏହି ଆସନ ଅକ୍ତିଆର କରିଛନ୍ତି ।

ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ତାଙ୍କ ଜୀବନର କିଛି ଅଜଣା କଥା…

ବିଡେନ ଡେଲାୱେରର ଆର୍ଚମେର ଏକାଡେମୀ ସ୍କୁଲରେ ପ୍ରାରମ୍ଭିକ ଶିକ୍ଷା ଆରମ୍ଭ କରିଥିବା ବେଳେ ସେ ଏତେଟା ଲୋକପ୍ରିୟ ନଥିଲେ । ସ୍କୁଲରେ ପଢୁଥିବା ବେଳେ ତାଙ୍କୁ କ୍ଲାସ୍ ପ୍ରେସିଡେଣ୍ଟ ଭାବେ ଚୟନ କରାଯାଇଥିଲା । ହେଲେ ପରେ ଛାତ୍ର ସଂଗଠନ ତାଙ୍କୁ ଷ୍ଟୁଡେଣ୍ଟ ୟୁନିଅନର ପ୍ରେସିଡେଣ୍ଟ ହେବାରୁ ଅଟକାଇ ଦେଇଥିଲେ। ବିଡେନଙ୍କର ଅନେକ ଦୋଷତ୍ରୁଟି ରହିଛି, ଯେଉଁଥିପାଇଁ ତାଙ୍କୁ ଏପରି ଗୁରୁତ୍ୱପୂର୍ଣ୍ଣ ପଦବୀରେ ରଖାଯାଇପାରିବ ନାହିଁ ବୋଲି ସେମାନେ ଦାବି କରିଥିଲେ।

ବିଡେନ ଡେଲାୱେରରୁ ବିଶ୍ୱବିଦ୍ୟାଳୟ ପାଠପଢା କରିଥିଲେ। କୁହାଯାଏ ପିଲାବେଳୁ ତାଙ୍କର କଥା କହିବାରେ ସମସ୍ୟା ହେଉଥିଲା । ଏସମ୍ପର୍କରେ ଆସୋସିଏଟେଡ୍ ପ୍ରେସ୍‌କୁ ଦେଇଥିବା ଏକ ସାକ୍ଷାତକାରରେ ବିଡେନଙ୍କ ପିଲାଦିନର ସାଙ୍ଗ ଜିମ କେନେଡି କହିଛନ୍ତି ଯେ ସେ କଥା କହିବାରେ ଏତେ ଥଙ୍ଗଉଥିଲେ ଯେ ତାଙ୍କୁ ସ୍କୁଲର ଜଣେ ଶିକ୍ଷକ ବି  ବ୍ଲାକବର୍ଡ ଡାକିବା ସହ ଥଟ୍ଟା ମଧ୍ୟ କରୁଥିଲେ ।

ଏସବୁ ସତ୍ବେ ବିଡେନ ହାର ମାନିନଥିଲେ ଏବଂ ଅବିରତ ଭାବେ ସେ କହିବା ଅଭ୍ୟାସ କରିଥିଲେ । ଯାହା ଫଳରେ ସେ ପରବର୍ତ୍ତି ସମୟରେ ଜଣେ ଉଜ୍ଜ୍ୱଳ ବକ୍ତା ଭାବରେ ବିବେଚନା ହୋଇପାରିଥିଲେ ।

ଡେଟିଂରେ ଯାଇଥିବା ବେଳେ ରେଷ୍ଟୁରାଣ୍ଟ ବିଲ୍ ଦେବାକୁ ବିଡେନଙ୍କ ପାଖରେ ପଇସା ନଥିଲା –

ଜୋ ବିଡେନ ଯେତେବେଳେ ପ୍ରଥମେ ନିଲିଆ ହଣ୍ଟର୍ଙ୍କୁ ଭେଟିଥିଲେ ସେତେବେଳକୁ ତାଙ୍କର ସେପରି କିଛି ଆୟ ନଥିଲା । ଏକଦା ଡେଟିଂରେ ଯାଇଥିବା ବିଡେନଙ୍କ ପାଖରେ ରେଷ୍ଟୁରାଣ୍ଟର ବିଲ୍ ଦେବାକୁ ମଧ୍ୟ ପଇସା ନଥିଲା ଯେଉଁଥିପାଇଁ ନିଲିଆ ବିଲ୍ ଭରିଥିଲେ ।

ପରେ ଗର୍ଲଫ୍ରେଣ୍ଡ ନିଲିଆଙ୍କୁ ପତ୍ନୀ ଭାବେ ସ୍ୱୀକାର କରିଥିଲେ ବିଡେନ । ହେଲେ ଦୁର୍ଭାଗ୍ୟବଶତଃ ୧୯୭୨ ମସିହାରେ ନିଲିଆ ଏବଂ ତାଙ୍କର ଏକ ବର୍ଷର ଝିଅ ନାଓମିଙ୍କର ଏକ କାର ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା । ଯାହାକୁ ନେଇ ବିଡେନ୍ ଏକପ୍ରକାର ଭାଙ୍ଗି ପଡିଥିଲା ବେଳେ ଆତ୍ମହତ୍ୟା କରିବା ପାଇଁ ମଧ୍ୟ ଚିନ୍ତା କରୁଥିଲେ ବୋଲି ସେ ପ୍ରକାଶ କରିଛନ୍ତି ।

୨୬/୧୧ ଆକ୍ରମଣ ବାର୍ଷିକିରେ ଥିଲା ଆଉ ଏକ ବଡ଼ ଆକ୍ରମଣ ଷଡ଼ଯନ୍ତ୍ର, ଭଣ୍ଡୁର କଲା ଭାରତୀୟ ସେନା

ନୂଆଦିଲ୍ଲୀ: ୨୦୦୮ ମସିହା ନଭେମ୍ବର ୨୬ ତାରିଖ । ଏହି ଦିନ ମନେପଡ଼ିଲେ ରୁମ ଟାଙ୍କୁରି ଉଠେ । କାରଣ ମୁମ୍ବାଇରେ ଆତଙ୍କବାଦୀ ଆଙ୍କିଥିଲେ ଆତଙ୍କର ଚିତ୍ର । ସହିଦ ହୋଇଥିଲେ ଦେଶର ବୀର ଯବାନ । ସେହିଭଳି ଭାରତରେ ଆଉ ଏକ  ଆକ୍ରମଣ ପାଇଁ ଆତଙ୍କବାଦୀ ମାନେ କରୁଥିଲେ ଷଡ଼ଯନ୍ତ୍ର, କିନ୍ତୁ ସବୁ ଏବେ ବିଫଳ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଗରୋଟା ଏନକାଉଣ୍ଟର ଉପରେ ଗୃହମନ୍ତ୍ରୀ ଅମିତ ଶାହା, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ବୈଦେଶିକ ସଚିବ ତଥା ବରିଷ୍ଠ ଗୁପ୍ତଚର ଅଧିକାରୀଙ୍କ ସହ ଏକ ସମୀକ୍ଷା ବୈଠକ କରିଛନ୍ତି । ବୈଠକ ପରେ ପ୍ରଧାନମନ୍ତ୍ରୀ ନଗରୋଟା ଆତଙ୍କବାଦୀଙ୍କର ପାକ୍ ଲିଙ୍କକୁ ନେଇ ଖୋଲାଖୋଲି ଟ୍ୱିଟ୍ କରିଛନ୍ତି । ନିଜ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭାରତୀୟ ସୁରକ୍ଷା ବଳ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ୪ ଜଣ ଆତଙ୍କବାଦୀଙ୍କୁ ନିଷ୍କ୍ରିୟ କରିବାରେ ସଫଳ ହୋଇଛନ୍ତି ।

ସରକାରୀ ସୂତ୍ର ଅନୁଯାୟୀ, ଏହି ଆତଙ୍କବାଦୀମାନେ ୨୬/୧୧ ଆକ୍ରମଣର ବାର୍ଷିକିରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଥିଲେ। ।  ଗୁରୁବାରର ଦିନ ଆତଙ୍କବାଦୀ ମାନଙ୍କ ସହ ମୁକାବିଲା ସମୟରେ ୪ ଜଣ ଆତଙ୍କବାଦୀ ନିହତ ହୋଇଥିଲେ ।  ଜାମ୍ମୁର ନଗରୋଟା ସ୍ଥିତ ଟୋଲ ପ୍ଲାଜାରେ ଯାଞ୍ଚ ବେଳେ ସୁରକ୍ଷା ବାହିନୀ ଏକ ଟ୍ରକ୍‌ରେ ଆତଙ୍କବାଦୀଙ୍କ ଥିବା ସୂଚନା ପାଇଥିଲେ ।

ଆତଙ୍କବାଦୀମାନେ ଏକ ଟ୍ରକରେ ଲୁଚି ରହିଥିଲେ ଏବଂ ଯାଞ୍ଚ ପାଇଁ ଅଟକିବା ପରେ ଗୁଳି ଚଳାଇବା ଆରମ୍ଭ କରିଥିଲେ । ପାଲଟା କାର୍ଯ୍ୟାନୁଷ୍ଠାନରେ ସୈନିକମାନେ ଟ୍ରକକୁ ଉଡ଼ାଇ ଦେଇଥିଲେ । ପରେ ଆତଙ୍କବାଦୀମାନେ ନିକଟ ଜଙ୍ଗଲ ଆଡ଼କୁ ଦୌଡ଼ିବା ଆରମ୍ଭ କରିଥିଲେ । ୩ ଘଣ୍ଟାର ଅପରେସନରେ ସମସ୍ତ ଆତଙ୍କବାଦୀ ନିହତ ହୋଇଥିଲେ ।

ସେପଟେ ବୈଠକରେ ପ୍ରଧାମନ୍ତ୍ରୀ ମୋଦି ପାକିସ୍ତାନକୁ ଟାର୍ଗେଟ କରିଛନ୍ତି । ଟାର୍ଗେଟ କରି କହିଛନ୍ତି, ଭାରତୀୟ ଯବାନ ମାନଙ୍କ ଦ୍ୱାରା ପାକିସ୍ତାନରେ ଥିବା ଜୈଶ-ଏ-ମହମ୍ମଦ ସଂଗଠନର ୪ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଏମାନଙ୍କ ପାଖରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ଯାହା ଡହଡହ ପ୍ରମାଣ କରୁଛି ଏମାନେ ସମ୍ପୂର୍ଣ୍ଣ ପ୍ତସ୍ତୁତ ହୋଇ ଆସିଥିଲେ ୨୬/୧୧ ଭଳି ଆଉ ଏକ ବଡ଼ ଧରଣର ବିସ୍ଫୋରଣ ପାଇଁ । ଯାହାକୁ ଭାରତୀୟ ଯବାନ ପୁଣିଥରେ ବିଫଳ କରିଛି ବୋଲି ମୋଦି କହିଛନ୍ତି ।

ହାଇକୋର୍ଟରେ ପୁରୀ ହାଜତ ମୃତ୍ୟୁ ମାମଲା

କଟକ:  ପୁରୀ ହାଜତ ମୃତ୍ୟୁ ମାମଲାକୁ ଗ୍ରହଣ କରିଛନ୍ତି ହାଇକୋର୍ଟ । ଆଇନଜୀବୀ ଶରତ କୁମାର ରାୟଗୁରୁଙ୍କ ପକ୍ଷରୁ ଏ ନେଇ ଏକ ଜନସ୍ୱାର୍ଥ ମାମଲା ଆବେଦନ କରାଯାଇଥିଲା । ଘଟଣାରେ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିବେଦନ କରାଯାଇଛି । ଏହି ଘଟଣା ସମ୍ପର୍କରେ ରାଜ୍ୟ ସରକାରଙ୍କ ଠାରୁ ହାଇକୋର୍ଟ ମଧ୍ୟ ରିପୋର୍ଟ ତଲବ କରିଛନ୍ତି । ସପ୍ତାହକ ମଧ୍ୟରେ ଏହି ରିପୋର୍ଟ ପ୍ରଦାନ କରିବାକୁ କୁହାଯାଇଛି । ଅପରପକ୍ଷରେ ବିଧାନସଭାରେ ମଧ୍ୟ ହାଜତ ମୃତ୍ୟୁ ତାତି ଦେଖିବାକୁ ମିଳିଛି । ହାଜତ ମୃତ୍ୟୁକୁ ନେଇ ଗୃହରେ ହୋହଲ୍ଲା ହୋଇଥିଲା। ଅପରାହ୍ନରେ ଅଧିବେଶନ ଆରମ୍ଭରୁ ଗୃହରେ ହଟ୍ଟଗୋଳ। ଏହି ପ୍ରସଙ୍ଗରେ  କଂଗ୍ରେସ ଓ ବିଜେପିର ସଦସ୍ୟମାନଙ୍କ ନାରାବାଜି ଦେବା ସହ ଗୃହର ମଧ୍ୟଭାଗକୁ ଚାଲି ଆସିଥିଲେ ।

 

ସୀମା ବିବାଦ ସମାଧାନ ପାଇଁ ପ୍ରଶାସନିକ ତତ୍ପରତା

ଭୁବନେଶ୍ୱର: ଓଡ଼ିଶାର ସୀମାକୁ ଲାଗି ଥିବା ରାଜ୍ୟଗୁଡିକ ସହ ଦୀର୍ଘଦିନ ଧରି ସୀମା ବିବାଦ ଲାଗି ରହିଛି  । ବିଭିନ୍ନ ଗ୍ରାମ ଓ ପଡାକୁ ନେଇ ଥିବା ବିବାଦର ସମାଧାନ ପାଇଁ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ରାଜସ୍ୱ ବିଭାଗ ସମ୍ପର୍କିତ ଏହି ମାମଲା ହୋଇଥିବାରୁ ଏନେଇ ପ୍ରଶାସନିକ ସ୍ତରରେ ଆଲୋଚନା ଆରମ୍ଭ ହୋଇଥିବା ବିଭାଗୀୟ ମନ୍ତ୍ରୀ ସୂଚନା ଦେଇଛନ୍ତି । ମନ୍ତ୍ରୀ ସୁଦାମ ମାର୍ଣ୍ଡି କହିଛନ୍ତି ଯେ, କେତେକ ସୀମାବିବାଦର ସମାଧାନ ଆପୋସ ବୁଝାମଣା ମାଧ୍ୟମରେ ହୋଇପାରିବ । ସେଥିପାଇଁ ଚେଷ୍ଟା ଚାଲିଛି । ଅପରପକ୍ଷରେ ବିରୋଧୀ ଦଳ  ବିଜେପି ସର୍ବଦଳୀୟ ବୈଠକ ଡାକିବା ନେଇ ମତ ରଖିଛି । ହେଲେ କଂଗ୍ରେସ ଏହିସବୁ ବିବାଦ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛି ।

ବିଶେଷକରି ଓଡ଼ିଶା ସହ ପଡୋଶୀ ଆନ୍ଧ୍ର ପ୍ରଦେଶ , ଛତିଶଗଡ଼, ଝାଡ଼ଖଣ୍ଡ ସହ ଦୀର୍ଘ ଦିନ ଧରି ଲାଗିରହିଥିବା ସୀମା ବିବାଦର ସମାଧାନ ହେବ । ଯେଉଁଠାରେ  ସୀମା ବିବାଦ ଅଛି ସେଠାରେ ପ୍ରଶାସନିକ ସ୍ତରରେ ଆଲୋଚନା ଜାରି ରହିଥିବା ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି କହିଛନ୍ତି । ଆନ୍ଧ୍ର ପ୍ରଦେଶ  ପ୍ରଶାସନ ଏକପାଖିଆ ଭାବେ ଓଡ଼ିଶାର ସାମ୍ବାଥଇ ପଂଚାୟତ ଅନ୍ତର୍ଗତ ସୁନାବେଡ଼ା ମୋଜୁର କିଛି ଅଂଶ ନିଜର ବୋଲି ଦାବି କରିଛି । ଯାହାକୁ ନେଇ ଏବେ ପ୍ରତିବାଦର ସ୍ୱର ଉଠିବା ପରେ ଉଭୟ ରାଜ୍ୟର  ସ୍ଥାନୀୟ ପ୍ରଶାସନ ଏନେଇ ଆପୋଷ ସମାଧାନ ପାଇଁ ଆଲୋଚନା କରିଥିବା ରାଜସ୍ୱ ମନ୍ତ୍ରୀ କହିଛନ୍ତି । ତେଣୁ ଖୁବଶୀଘ୍ର ଏ ସମସ୍ୟାର ସମାଧାନ ହେବ ବୋଲି ମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି । ଏହାସହ କେତେକ ଅଂଚଳରେ ଉଭୟ ପକ୍ଷ ଆଲୋଚନା ହେବା ପରେ ପୋତାଯାଇଥିବା ଖୁଣ୍ଟି  ଉଠାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।

କରୋନା ପାଇଁ ବନ୍ଦ ହୋଇପାରେ ଆନ୍ତଃରାଜ୍ୟ ଜାହାଜ-ଟ୍ରେନ୍‌ ଚଳାଚଳ…

ନୂଆଦିଲ୍ଲୀ: କରୋନାରୁ ଅଳ୍ପ କିଛି ଦିନ ଆଶ୍ୱସ୍ତି ପରେ ଏବେ ପୁଣି ଥରେ ଉଗ୍ର ରୂପ ନେଉଛି କରୋନା । କମିବା ପରେ ଧିରେ ଧିରେ ବଢ଼ୁଛି କରୋନା ସଂକ୍ରମଣ । ଶୀତ ଦିନ ଥିବାରୁ କରୋନାର ଦ୍ୱିତୀୟ ଲହରି ଦେଶର କିଛି ଅଞ୍ଚଳରେ ଆରମ୍ଭ ହୋଇଛି । ଦିଲ୍ଲୀରେ ଶୀତଦିନେ ପାରଦ ବହୁ ମାତ୍ରାରେ ତଳକୁ ଖସେ । ସେଥିପାଇଁ ଏବେ ଦିଲ୍ଲୀରେ ମଧ୍ୟ କରୋନାର ଉଗ୍ରରୂପ ପୁଣି ଥରେ ଆରମ୍ଭ ହୋଇଛି । ତେବେ ଦିଲ୍ଲୀରେ ବଢ଼ୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ଘର ଘର ବୁଲି ସର୍ଭେ କରାଯାଉଛି ।

ଏଥିସହିତ ମହାରାଷ୍ଟ୍ର ସରକାର ଦିଲ୍ଲୀ ଏବଂ ମୁମ୍ବାଇ ମଧ୍ୟରେ ବିମାନ ଚଳାଚଳ ବନ୍ଦ କରିବାକୁ ଚିନ୍ତା କରୁଛନ୍ତି । କେବଳ ବିମାନ ସେବା ନୁହେଁ, ଦୁଇ ରାଜ୍ୟ ମଧ୍ୟରେ ଚାଲିଥିବା ରେଳ ସେବା ମଧ୍ୟ ବନ୍ଦ ହୋଇପାରେ ବୋଲି ସୂଚନା ରହିଛି । ମହାରାଷ୍ଟ୍ର ସରକାର ଖୁବ ଶୀଘ୍ର ଏହି ପ୍ରସଙ୍ଗରେ ଏକ ବଡ଼ ନିଷ୍ପତ୍ତି ନେଇପାରନ୍ତି ।

ଗୋଟିଏ ପଟେ ସମଗ୍ର ଦେଶରେ ଲକ୍‌ଡାଉନକୁ ବନ୍ଦ କରି ଶିଳ୍ପ ବ୍ୟବସ୍ଥାକୁ ପୁନଃ ସ୍ଥାପିତ କରିବା ପାଇଁ କାର୍ଯ୍ୟ କରାଯାଉଛି । କିନ୍ତୁ ଦିଲ୍ଲୀରେ ଗତ କିଛି ଦିନ ହେବ କରୋନା କାରଣରୁ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ସେଥିପାଇଁ ମହାରାଷ୍ଟ୍ର ସରକାର ମୁମ୍ବାଇରେ କରୋନା ଅଧିକ ସଂମ୍ପ୍ରସାରିତ ନହେବା ପାଇଁ ଆଗୁଆ ପଦକ୍ଷେପ ନେଇଛନ୍ତି । ଆଜି ମୁମ୍ବାଇରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏହି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ବର୍ତ୍ତମାନ ସମସ୍ତ ଏଜେନ୍ସି ଏହା ଉପରେ ଆଲୋଚନା ପରେ ନିର୍ଦ୍ଦେଶ ଜାରି କରାଯିବେ ।

ଦିଲ୍ଲୀରେ କରୋନା ପାଇଁ ମୃତ୍ୟୁ ସଂଖ୍ୟା ୮ ହଜାର ପାର ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଅନ୍ୟ ୯୮ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ପର୍ବପର୍ବାଣି ପାଇଁ ଦିଲ୍ଲୀରେ ପୁଣିଥରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଥିବା ଦେଖାଦେଇଛ । ୯୮ ଜଣଙ୍କ ମୃତ୍ୟୁ ସହିତ ମୃତ୍ୟୁ ସଂଖ୍ୟା ୮,୦୪୧ କୁ ବୃଦ୍ଧି ପାଇଛି । ଏହାପୂର୍ବରୁ ବୁଧବାର ଦିନ ଦିଲ୍ଲୀରେ ୧୩୧ ଜଣଙ୍କର ମୃତ୍ୟୁ ହୋଇଛି ।

ଭାରତର ପ୍ରଥମ କରୋନା ଭ୍ୟାକସିନ୍ ଲଞ୍ଚ; ଜାଣନ୍ତୁ କେତେ ସତ, କେତେ ମିଛ

0

ନୂଆଦିଲ୍ଲୀ: ଭାରତର ପ୍ରଥମ କରୋନା ଟିକା ଲଞ୍ଚ ହୋଇଥିବା ନେଇ ଚର୍ଚ୍ଚା ହେଉଛି । ଏନେଇ ସୋସିଆଲ୍ ମିଡିଆରେ ଏକ ମେସେଜ୍ ମଧ୍ୟ ଭାଇରାଲ୍ ହେବାରେ ଲାଗିଛି ।

ହେଲେ ଏଭଳି ମେସେଜରେ କିଛି ସତ୍ୟତା ନଥିବା ନେଇ ଭାରତ ସରକାରଙ୍କର ପ୍ରେସ୍ ଇନଫର୍ମେସନ୍ ବ୍ୟୁରୋ (ପିଆଇବି) ଫାଷ୍ଟଚେକର ଅଫିସିଆଲ୍ ଟ୍ବିଟର ହ୍ୟାଣ୍ଡେଲରେ ସୂଚନା ଦିଆଯାଇଛି।

ଜାଣନ୍ତୁ, କ’ଣ ରହିଛି ସତ୍ୟତା?

ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ଦେଶରେ ବର୍ତ୍ତମାନ ସମୟରେ ଭାରତ ବାୟୋଟିକର କୋଭାକ୍ସିନ୍ ଓ ଅକ୍ସଫୋର୍ଡ/ଏଷ୍ଟ୍ରୋଜେନିକର କୋଭିସିଲ୍ଡ ଟିକାର ୩ ପର୍ଯ୍ୟାୟ ଟ୍ରାଏଲ୍ ଜାରି ରହିଛି । ଯାହାର ପରିଣାମ ଆସନ୍ତା ଡିସେମ୍ବର କିମ୍ବା ଜାନୁୟାରୀରେ ଆସିପାରେ ।

ବର୍ତ୍ତମାନ ସମୟରେ କୋଭିଡ ଟିକା ମଧ୍ୟରେ ସବୁଠୁ ଚର୍ଚ୍ଚାରେ ରହିଛି ଫାଇଜର୍ । ଆମେରିକା ଫାର୍ମା କମ୍ପାନୀ ଫାଇଜର ଓ ଜର୍ମାନ କମ୍ପାନୀ ବାୟୋଏନଟେକର ମିଳିତ ଉଦ୍ୟମରେ ପ୍ରସ୍ତୁତ ଏହି ଟିକା ୩ ପର୍ଯ୍ୟାୟରେ ୯୫% ଫଳପ୍ରଦ ସାବ୍ୟସ୍ତ ହୋଇଛି ।

ଏହାବ୍ୟତୀତ ଯଦି ସବୁ କିଛି ସୁଚାରୁରୂପେ ଚାଲେ ତାହେଲେ ଆସନ୍ତା ବର୍ଷ ପ୍ରାରମ୍ଭ ଆଡକୁ କୋଭାକ୍ସିନ୍ ଓ କୋଭିସିଲ୍ଡ ଟିକାକୁ ଅନୁମୋଦନ ମିଳିପାରେ । ତେବେ ଏଯାବତ୍ ଜାଏଡସ୍ କେଡିଲା ଦ୍ବାରା ପ୍ରସ୍ତୁତ ହେଉଥିବା ଟିକାକୁ ନେଇ କିଛି ଫଳାଫଳ ଆସିପାରିନାହିଁ ।

ମୋବାଇଲ ଡାଟା ପାଇଁ ସାନ ଭାଇକୁ ଛୁରି ଭୁସିଲା ବଡ ଭାଇ

ଯୋଧପୁର: ରାଜସ୍ଥାନର ଯୋଧପୁରରେ ଏକ ଚାଞ୍ଚଲ୍ୟକର ଘଟଣା ନଜରକୁ ଆସିଛି। ଜଣେ ୧୨ ବର୍ଷୀୟ ନାବାଳକ ଜଣକ ବଡ଼ ଭାଇର ମୋବାଇଲରୁ ସବୁ ଇଣ୍ଟରନେଟ୍ ଡାଟା ସାରିଦେବାରୁ ଏଥିରେ କ୍ରୋଧାନ୍ବିତ ବଡ ଭାଇ ତାକୁ ଛୁରୀ ଭୁସି ହତ୍ୟା କରିଛି।

ଯାହାପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାକୁ ଛାଡି ଦେଇ ଘରୁ ବାହାରିକି ପଳାଇଯାଇଥିଲା ।

ସୂଚନା ଅନୁଯାୟୀ ଗତ ବୁଧବାର ସନ୍ଧ୍ୟାରେ ଏହି ଅଘଟଣ ଘଟିଛି। ସାନ ଭାଇ ରୟଙ୍କୁ ତାଙ୍କ ବଡ଼ ଭାଇ ରମଣ (23)ଘରର ଛାତକୁ ନେଇ ଯାଇ ତାକୁ ପାଖାପାଖି ୪ଥର ଛୁରୀ ଭୁସି ଥିଲା। ରୟଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦେଖି ତାଙ୍କ ମା ଓ ଭଉଣୀ ଚକିତ ହୋଇପଡିଥିଲେ । ପରେ ରୟଙ୍କୁ ଡାକ୍ତରଖାନା ନିଆଯାଇଥିଲା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ତେବେ କୋଚିଂ କରି ରମଣ ପରିବାରର ପ୍ରତିପୋଷଣ କରୁଥିଲା ବୋଲି ଜଣାପଡିଛି । ପୋଲିସର କହିବାନୁଯାୟୀ, ଅଭିଯୁକ୍ତ ରମଣର ମାନସିକ ସନ୍ତୁଳନ ଠିକ୍ ନୁହେଁ। ତାଙ୍କ ପିତା କୈଳାଶଦାନ ଚରଣ ପାଓ୍ବଟା ବି ରୋଡ ସ୍ଥିତ ବୀର ଦୁର୍ଗାଦାସ କଲୋନୀରେ ପତ୍ନୀ ଓ ୫ ପୁଅଝିଅଙ୍କ ସହ ବସବାସ କରୁଥିଲେ ।

ଆମେରିକା ଓ ଭାରତ ସମ୍ପର୍କ ଭାଙ୍ଗିବାକୁ ଚେଷ୍ଟା କରୁଛି ଚୀନ

ନୂଆଦିଲ୍ଲୀ: ପୂର୍ବ ଲଦାଖରେ ଭାରତ ସହ ବିବାଦ ଜାରି ରହିଥିବା ବେଳେ ଚୀନର ଆଉ ଏକ ଚାଲ । ଭାରତକୁ ନିଜର ପ୍ରତିଦ୍ୱନ୍ଦି ଭାବି ଅଡୁଆ ସୃଷ୍ଟି କରିବାରେ କୌଣସି ବି ସୁଯୋଗ ହାତଛଡା କରୁ ନାହିଁ ଚୀନ । ଏଥିପାଇଁ ଭାରତ ସହ ଅନ୍ୟ ଗଣତାନ୍ତ୍ରିକ ଦେଶ ମଧ୍ୟରେ ବିବାଦ ସୃଷ୍ଟି କରିବାକୁ ଚାହୁଁଛି ସେ । ବିଶେଷକରି ଆମେରିକା ଓ ଭାରତ ମଧ୍ୟରେ ଯେମିତି ଫାଟ ସୃଷ୍ଟି ହେବ ସେଥିପାଇଁ ଚୀନ ଷଡ଼ଯନ୍ତ୍ର କରୁଛି  ।

କାରଣ ବିବାଦ ହେଲେ ସୁପରପାୱାର ଆମେରିକାର ସ୍ଥାନ ନେଇପାରିବ ଚୀନ ।  ଆମେରିକାର ବୈଦେଶିକ ବିଭାଗ ଏଭଳି ଆଶଙ୍କା ପ୍ରକାଶ କରିଛି । ନିକଟରେ ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିଆ ଦକ୍ଷିଣ ଏସିଆର ବିଭିନ୍ନ ଦେଶ ଗସ୍ତ କରିଥିବା ବେଳେ ଚୀନ ଏହାକୁ ନେଇ ଚିନ୍ତାରେ ରହିଛି  ।

ଚୀନ ସରକାର ଗଣତନ୍ତ୍ର ସମର୍ଥନରେ ନଥିବା ବେଳେ ଗଣତାନ୍ତ୍ରିକ ଦେଶର ମାହୋଲକୁ ବିଗାଡିବାକୁ ଚେଷ୍ଟା କରୁଛି ବୋଲି ଆମେରିକା କହିଛି । ଆମେରିକାର ଏହି ଆଶଙ୍କା ଯଦି ସତ ହୁଏ  ତାହେଲେ ପୂର୍ବ ଲଦାଖରେ ସୀମା ବିବାଦ ଏତେ ଶିଘ୍ର ସମାଧାନ ହେବ ନାହିଁ ବୋଲି ଅନୁମାନ କରାଯାଉଛି  ।