spot_img
Home Blog Page 6394

ପଣ୍ଡା ଦମ୍ପତିଙ୍କୁ ଝଟ୍‌କା: ସାରୁଅ ଜମି କେଳେଙ୍କାରୀ ମାମଲା ରଦ୍ଦ କରିବା ନେଇ ଆବେଦନକୁ ଖାରଜ କଲେ ହାଇକୋର୍ଟ

ଭୁବନେଶ୍ୱର: ସାରୁଅ ଜମି କେଳେଙ୍କାରୀ ମାମଲା । ହାଇକୋର୍ଟରୁ ପଣ୍ଡା ଦମ୍ପତ୍ତିଙ୍କୁ ଝଟ୍‌କା । ମାମଲା ରଦ୍ଦ କରିବା ପାଇଁ ହୋଇଥିବା ଆବେଦନକୁ ଖାରଜ କଲେ ହାଇକୋର୍ଟ । ଅନ୍ତରୀଣ ସୁରକ୍ଷା ଆବେଦନକୁ ମଧ୍ୟ ଖାରଜ କରିଛନ୍ତି ହାଇକୋର୍ଟ ।

ଗତ ୫ ତାରିଖରେ ଖୋର୍ଦ୍ଧା ସାରୁଅରେ ଦଳିତଙ୍କ ଜମି ହଡ଼ପ ହୋଇଛି ବୋଲି ତଦନ୍ତ କରି ପ୍ରମାଣ ପାଇବା ପରେ ପ୍ରେସମିଟ କରି ପଣ୍ଡା ଦମ୍ପତ୍ତିଙ୍କ ଗୁମର ଖୋଲିଥିଲା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧିକ ଶାଖା । ନିଜ ଦଳିତ ଡ୍ରାଇଭରଙ୍କୁ ମୋହରା କରି ଶାଗମାଛ ଦରରେ ଜମି ହାତେଇଛନ୍ତି ବୋଲି ଇଓଡବଲ୍ୟୁ ସୂଚନା ଦେଇଥିଲା । ୨୦୧୦ ରୁ ୨୦୧୩ ମଧ୍ୟରେ ରବି ୨୦ ଲକ୍ଷ ଟଙ୍କାରେ ଅନ୍ୟ ଦଳିତଙ୍କଠାରୁ ୭.୨୯ ଏକର ଜମି କିଣିଥିଲେ । ୨୦୧୬ ରୁ ୨୦୧୯ ମଧ୍ୟରେ ସେ ଏହାକୁ ଜଗି ଓ ଜୟଙ୍କୁ ୬୫ ଲକ୍ଷ ଟଙ୍କାରେ ବିକିଥିଲେ । କିନ୍ତୁ ଏ ବାବଦରେ ଦଳିତ ଡ୍ରାଇଭର ରବି ସେଠୀଙ୍କ ଆକାଉଣ୍ଟକୁ ଟଙ୍କାଟିଏ ବି ଆସିନି । ବର୍ତ୍ତମାନ ତଦନ୍ତକାରୀ ସଂସ୍ଥା ଚାହିଁଲେ ଅଭିଯୁକ୍ତ ଗିରଫ ମଧ୍ୟ କରିପାରିବ ।

ଏପରି ଭାବେ ଜମି ଜାଲିଆତି ଓ ହଡପ ଜରିଆରେ ବେଆଇନ କାରବାର ହୋଇଛି ବୋଲି କହିଥିଲା ଇଓଡବଲ୍ୟୁ । ଏ ନେଇ ଅଧିକ ତଦନ୍ତ ଜାରି ରଖିଛି ଇଓଡବଲ୍ୟୁ । କିନ୍ତୁ ବେଆଇନ ଅର୍ଥ କାରବାରର ତଦନ୍ତ ପୋଲିସ ପରିସରଭୁକ୍ତ ନୁହେଁ ବୋଲି କହି ଅଧିକ ତଦନ୍ତ ଲାଗି ଆୟକର ବିଭାଗକୁ ତଦନ୍ତ ଦାୟିତ୍ୱ ହସ୍ତାନ୍ତର କରିବାକୁ ଚିଠି ଲେଖିଥିଲା କ୍ରାଇମବ୍ରାଞ୍ଚ ଇଓଡବଲ୍ୟୁ । ଏହି ମାମଲାରେ ନଭେମ୍ବର ପହିଲାରେ ‘ଓଡ଼ିଶା ଇନ୍‌ଫ୍ରାଟେକ୍‌’ର ନିର୍ଦ୍ଦେଶକ ମନୋରଞ୍ଜନ ଷଡ଼ଙ୍ଗୀ ଏବଂ ତାପର ଦିନ ଏଜେଣ୍ଟ ଶିବପ୍ରସାଦ ଶ୍ରୀଚନ୍ଦନଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧିକ ଶାଖା । ଏହାପରେ ମନୋରଂଜନ ଓଟିଭି ଗ୍ରୁପ ସହ ସମସ୍ତ ସଂପର୍କ ଛିନ୍ନ କରି ଇସ୍ତଫା ଦେଇଥିଲେ ।

ଏହାକୁ ନେଇ ତାଙ୍କ ଶାଳକ ହରିହର ମିଶ୍ର ଉଭୟ ଜଗି ଓ ଜୟଙ୍କ ଉପରେ ଖୁବ ବର୍ଷିଥିଲେ । କହିଥିଲେ, ଜଣେ ସଚ୍ଚୋଟ କର୍ମଚାରୀଙ୍କୁ ଉଭୟ ବକ୍‌ରା ବନେଇ ବିଶାଳ ସାମ୍ରାଜ୍ୟ ଗଢିଛନ୍ତି । ୨୦୦୮ରେ ୧୨ ବର୍ଷ ତଳର ଏହି କେଳେଙ୍କାରୀରେ ପ୍ରଥମେ ଓଡ଼ିଶା ଇନଫ୍ରାଟେକ ପ୍ରା. ଲିମିଟେଡ ଗଢାଯାଇଥିଲା । କମ୍ପାନୀରେ ପ୍ରଥମେ ଜଗି ମଙ୍ଗତ ପଣ୍ଡା ଓ ବିଭୁ ପ୍ରସାଦ ରଥଙ୍କୁ ନେଇ ସାରୁଅରେ ଜମି ହଡ଼ପ ଆରମ୍ଭ ହୋଇଥିଲା । ୨୦୧୦ରେ ଜଗି ଏଥିରୁ ବାହାରି ଗଲା ପରେ ମନୋରଂଜନ ଷଡ଼ଙ୍ଗୀଙ୍କୁ ନିର୍ଦ୍ଦେଶକ କରାଯାଇଥିଲା । କିନ୍ତୁ ମନୋରଂଜନ ନିର୍ଦ୍ଦେଶକ ହେବା ପରେ ତାଙ୍କ ଅମଳରେ ମାତ୍ର ଦୁଇଟି ଜମି କିଣାଯାଇଥିଲା ଯାହା ସାଧାରଣ ବର୍ଗର ବୋଲି ଶାଳକ କହିଥିଲେ । ତେଣୁ ସେ ଏହି ମାମଲାରେ ନିର୍ଦ୍ଦୋଷ ବୋଲି କହିବା ସହ ଓଟିଭି ଗ୍ରୁପ ସହ ସମସ୍ତ ସଂପର୍କ ଛିନ୍ନ କରି ଇସ୍ତଫା ଦେଇଥିଲେ ।

Whatsappରେ ପଠାଉଛନ୍ତି କି ଭିଡିଓ ? ତେବେ ଜାଣନ୍ତୁ ଏଥର ଅପଡେଟ କଲେ କଣ ମିଳିବ ସୁବିଧା

ନୂଆଦିଲ୍ଲୀ: ମେସେଜିଂ ପ୍ଲାଟଫର୍ମ ହ୍ୱାଟସ୍ ଆପରେ ଅନେକ ନୂଆ ଫିଚର ଉପଲବ୍ଧ ହେବାକୁ ଯାଉଛି ଏବଂ ଏଥିମଧ୍ୟରୁ କିଛିର ପରୀକ୍ଷଣ ବିଟା ଭର୍ସନରେ କରାଯାଉଛି । ଫେସବୁକ୍ ମାଲିକାନା ଚାଟିଂ ଆପରେ ବ୍ୟବହାରକାରୀଙ୍କ ଆବଶ୍ୟକତା ଅନୁଯାୟୀ କ୍ରମାଗତ ଭାବରେ ପରିବର୍ତ୍ତନ କରାଯାଇଥାଏ । ଏଥରର ନୂଆ ଅପଡେଟ ଭିଡିଓ ସହିତ ଜଡିତ । ନୂଆ ବିକଳ୍ପର ସାହାଯ୍ୟରେ, ଆପଣ ଭିଡିଓ ପଠାଇବା ସମୟରେ କିମ୍ବା ଷ୍ଟାଟସରେ ରଖିବା ପୂର୍ବରୁ ଭିଡିଓଗୁଡ଼ିକୁ ପରିବର୍ତ୍ତନ କରିପାରିବେ ।

ହ୍ୱାଟସ୍ ଆପରେ ହେବାକୁ ଥିବା ପରିବର୍ତ୍ତନ ଏବଂ ବିଟା ଅପଡେଟଗୁଡ଼ିକ ଉପରେ ନଜର ରଖିଥିବା WABetaInfo ପକ୍ଷରୁ କୁହାଯାଇଛି ଯେ, ଖୁବ୍ ଶୀଘ୍ର ବ୍ୟବହାରକାରୀଙ୍କୁ ‘ମ୍ୟୁଟ୍ ଭିଡିଓ’ ଫିଚର ପ୍ରଦାନ କରାଯାଇପାରିବ । ଏହି ଫିଚର ନୂଆ ବିଟା ଅପଡେଟରେ ଦିଆଯାଇଛି  ଏବଂ WABetaInfo ଏହାର ଏକ ସ୍କ୍ରିନସଟ୍ ମଧ୍ୟ ସେୟାର କରିଛି । ସ୍କ୍ରିନସଟରେ ଏହା ଦର୍ଶାଯାଇଛି ଯେ ଭିଡିଓ ଟ୍ରିମିଂ ଅପ୍ସନ୍ ସହିତ ଏହାକୁ ମ୍ୟୁଟ୍ କରିବାର ବିକଳ୍ପ ମଧ୍ୟ ଦିଆଯାଇଛି ।

ପଠାଇବା ପୂର୍ବରୁ ଭିଡିଓକୁ ମ୍ୟୁଟ୍ କରିପାରିବେ

ରିପୋର୍ଟରେ ଦର୍ଶାଯାଇଛି ଯେ, ମେସେଜ୍ ଏବଂ ଆଡଭାନ୍ସ ୱାଲପେପର ଫିଚରକୁ ଆକ୍ଟିଭ କରିବା ପରେ ହ୍ୱାଟସ୍ ଆପ୍ ନୂଆ ଫିଚର ଉପରେ କାମ କରୁଛି । ଆଗକୁ ଆସୁଥିବା ଅପଡେଟରେ ମିଳିବାକୁ ଥିବା ନୂଆ ଫିଚର ମ୍ୟୁଟିଙ୍ଗ୍ ଭିଡିଓ ହୋଇପାରେ । ଏହା ସାହାଯ୍ୟରେ, ଏକ ଭିଡିଓର ପଠାଇବା କିମ୍ବା ଷ୍ଟାଟସରେ ରଖିବା ପୂର୍ବରୁ ମ୍ୟୁଟ୍ କରିପାରିବେ । ଏହି ଫିଚର ପରୀକ୍ଷା ପର୍ଯ୍ୟାୟରେ ଚାଲିଛି ଏବଂ ବିଟା ପରୀକ୍ଷଣ ପରେ ଏହାକୁ ବଜାରକୁ ଛଡ଼ାଯିବ ।

ନୂଆ ଫିଚର

ଅନେକ ଉପଭୋକ୍ତା ହ୍ୱାଟସ୍ ଆପରେ ଉନ୍ନତ ୱାଲପେପର ଫିଚର ମଧ୍ୟ ପାଇବେ ଏବଂ ଏହି ସାହାଯ୍ୟରେ ବିଭିନ୍ନ ଚାଟ୍ ପାଇଁ ବିଭିନ୍ନ ୱାଲପେପର ସେଟ୍ ହୋଇପାରିବ । ଏହା ବ୍ୟତୀତ ଅଫିସିଆଲ୍ ଡିସଆପିୟରିଂ ମେସେଜ’ ଫିଚର ମଧ୍ୟ ଆସୁଛି । ଏହି ଫିଚର ଆକ୍ଟିଭ ହେବା ପରେ, ଆପଣ ପଠାଯାଇଥିବା ମାସେଜ, ମିଡ଼ିଆ ଫାଇଲ, ଅଡିଓ ଫାଇଲଗୁଡ଼ିକ ସାତ ଦିନ ପରେ ସ୍ୱୟଂଚାଳିତ ଭାବରେ ଡିଲେଟ ହୋଇଯିବ । ଏହି ଫିଚର ଉଭୟ ଆଣ୍ଡ୍ରଏଡ୍ ଏବଂ iOS ରେ ଉପଲବ୍ଧ ହେଉଛି ।

ବୀରମିତ୍ରପୁର ଥାନା ହାଜତ ମୃତ୍ୟୁ ଅଭିଯୋଗ ମାମଲା… NHRC ଗାଇଡ୍‌ଲାଇନ ଅନୁସାରେ ତଦନ୍ତ ଆରମ୍ଭ କଲେ ଡିଏସ୍‌ପି

ସୁନ୍ଦରଗଡ଼: ବୀରମିତ୍ରପୁର ପୋଲିସ ହେପାଜତରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ ଘଟଣାର ତଦନ୍ତ ଆରମ୍ଭ । NHRC ଗାଇଡଲାଇନ ଅନୁସାରେ ଜଣେ ଡିଏସପି ରାଙ୍କର ଅଧିକାରୀ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ତଦନ୍ତ ପରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୁନ୍ଦରଗଡ଼ ଏସପି ସାଗରିକା ନାଥ ସୂଚନା ଦେଇଛନ୍ତି ।

ସୁନ୍ଦରଗଡ଼ ଜିୁଲ୍ଲା ବୀରମିତ୍ରପୁର ଥାନାରେ ପୋଲିସ ହେପାଜତରେ ଯୁବକଙ୍କ ମୃତ୍ୟୁ ନେଇ ଗତକାଲି ଉତ୍ତେଜନା ଦେଖାଦେଇଥିଲା। ମୃତ ଯୁବକ ଵୀରମିତ୍ରପୁର ଅଞ୍ଚଳର ମହମ୍ମଦ ତାରିକ୍‌ । କ୍ରାଇମ ସ୍ପଟ୍‌ ତଦନ୍ତ ବେଳେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ ତାରିକ । ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ କୁଆଁରମୁଣ୍ଡା ଓ ପରେ ରାଉରକେଲା ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା।

ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ସୁନ୍ଦରଗଡ଼ ଏସପି କହିଥିଲେ । ମୃତ୍ୟୁର ନିର୍ଦ୍ଦିଷ୍ଟ କାରଣ ତଦନ୍ତ କରି ବାହର କରିବା, ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା, ପରିବାରର ଜଣଙ୍କୁ ଚାକିରି ଓ ଦୋଷୀ ପୋଲିସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବିରେ ଗତକାଲି ବିରମିତ୍ରପୁର ଥାନା ଘେରାଉ କରିଥିଲେ ସ୍ଥାନୀୟ ଲୋକେ ।

ବୀରମିତ୍ରପୁରରେ ହାଜତ ମୃତ୍ୟୁ ଅଭିଯୋଗ ନେଇ ଉତ୍ତେଜନା… ଥାନା ଘେରିଲେ ଶତାଧିକ ଲୋକ

ନିଜ କାମ ନହେବାରୁ ତହସିଲ ଅଫିସରେ ନିଆଁ ଲଗାଇଲେ ଯୁବକ

ସମ୍ବଲପୁର: ଯୁବକଙ୍କ ଉନ୍ମତ କାଣ୍ଡ । ନିଜର କାମ ନହେବାରୁ ତହସିଲ ଅଫିସରେ ନିଆଁ ଲଗାଇଦେଲେ ଯୁବକ । ଏମିିତି ଏକ ଘଟଣା ସମ୍ବଲପୁର ଜିଲ୍ଲା ରେଙ୍ଗାଲି ତହସିଲ କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି । ତହସିଲଦାର କାର୍ଯ୍ୟାଳୟକୁ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଛନ୍ତି ଯୁବକ ।  ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ତେବେ ଯୁବକ ଜଣଙ୍କ ହେଉଛନ୍ତି ତିଲେଇମାଲ ଗାଁର ରାଜୀବ କିଷନ୍ ।

ସୂଚନା ଅନୁସାରେ, ରେଙ୍ଗାଳି ବ୍ଲକ ତିଲେଇମାଲ ଗାଁର ରାଜୀବ୍ କିଷନ୍ କୌଣସି କାମ ପାଇଁ ତହସିଲ ଅଫିସକୁ ବାରମ୍ବାର ଆସୁଥିଲେ । ତେଵେ ତାଙ୍କର କୌଣସି କାମ ହୋଇପାରୁ ନଥିବାରୁ ରାଗିଯାଇଥିଲେ ରାଜୀବ । ଏବଂ ଏକ ଅଟୋରେ କିଛି ଟାୟାର ଓ ତାଙ୍କ କାଗଜପତ୍ର ଆଣି ପେଟ୍ରୋଲ ପକାଇ ତହସିଲ ଅଫିସରେ ନିଆଁ ଲଗାଇ ଦେଇଥିଲେ । ତେବେ ଖବରପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ରାଜୀବକୁ ଅଟକ ରଖି ପଚରାଉଚରା କରୁଛି ରେଙ୍ଗାଲି ପୋଲିସ ।

ବିଶ୍ବର ତୈଳ ମାନଚିତ୍ରରେ ସ୍ଥାନ ପାଇବ କୋଲକାତା !

0

କୋଲକାତା: ତୈଳ ଓ ପ୍ରାକୃତିକ ଗ୍ୟାସର ଅନୁସନ୍ଧାନ କରୁଥିବା ଏଜେନ୍ସି ମାନଙ୍କ ଦାବି ପରେ ପଶ୍ଚିମବଙ୍ଗ ବିଶ୍ବର ତୈଳ ମାନଚିତ୍ରରେ ସ୍ଥାନ ପାଇବାକୁ ପ୍ରସ୍ତୁତ ହେଉଛି ।

କୋଲକାତା ଠାରୁ ୪୭ କିଲୋମିଟର ଦୂରରେ ଥିବା ନର୍ଥ ୨୪ ପରଗାନାସର ଅଶୋକନଗରରେ ଓଏନଜିସି ଦ୍ୱାରା ୨୦୧୮ରେ ସନ୍ଧାନ କରାଯାଇଥିବା ଏକ ତୈଳ ଓ ଗ୍ୟାସ ରିଜର୍ଭ ବ୍ୟବସାୟିକ କାର୍ଯ୍ୟକ୍ଷମତା ଲାଗି ପ୍ରସ୍ତୁତ ବୋଲି ସ୍ପଷ୍ଟ କରିଛନ୍ତି କେନ୍ଦ୍ର ଇସ୍ପାତ, ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ବଙ୍ଗୋପସାଗର ନିକଟ ସୁନ୍ଦରବନ ଠାରେ ଗତ ଦୁଇ ବର୍ଷ ଧରି ଷ୍ଟକହୋଲଡର ମାନେ ତୈଳ ଥିବାର ଦାବି କରି ଆସୁଥିଲେ । ଏସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ଗୁରୁବାର ଦିନ କହିଛନ୍ତି, ବିଶେଷଜ୍ଞଙ୍କ ଅନୁଯାୟୀ ଏହାର ବ୍ୟବସାୟୀକରଣ ହୋଇପାରିବ ବୋଲି ଓଏନଜିସି ସନ୍ଧାନ କରି ପାଇଛି । ଉକ୍ତ ସ୍ଥାନରୁ କିଛି ତେଲ ନମୁନାକୁ ଆମେ ହଳଦିଆ ରିଫାଇନାରିକୁ ପଠାଇଛୁ । ଯେଉଁଠାରେ ତା’ର ସମୀକ୍ଷା କରାଯିବ । ଯାହା ବେଙ୍ଗଲ ପାଇଁ ଏକ ଭଲ ଖବର ସାବ୍ୟସ୍ତ ହେବ ।

ଏମସିସିଆାଇର ବାଷିର୍କ ଜେନେରାଲ ବୈଠକରେ ଭିଡିଓ ଲିଙ୍କ୍ ଜରିଆରେ ସେ ଆହୁରି କହିଛନ୍ତି ଯେ ଆସନ୍ତା ସପ୍ତାହରେ ମୁଁ ପଶ୍ଚିମବଙ୍ଗ ଯିବି ଏବଂ ସେହି ସ୍ଥାନକୁ ପରିଦର୍ଶନରେ ମଧ୍ୟ ଯାଇପାରେ ।

ଏହି ବ୍ଲକରୁ ପ୍ରତ୍ୟେକ ଦିନ ଏକ ଲକ୍ଷ କ୍ୟୁବିକ୍ ମିଟର ଗ୍ୟାସ୍ ଏବଂ ସମପରିମାଣର ତୈଳ ଲିଟର ବାହାରିବ ବୋଲି ସୂଚନା ମିଳିଛି ।

ଆନ୍ଧ୍ର ସହ ସୀମା ବିବାଦ ପ୍ରସଙ୍ଗ: ରାଜସ୍ୱ ମନ୍ତ୍ରୀଙ୍କ ପ୍ରତିକ୍ରିୟା, ଉଭୟ ପକ୍ଷରୁ ପ୍ରଶାସନିକ ସ୍ତରରେ ଚାଲିଛି ଆଲୋଚନା

ଭୁବନେଶ୍ୱର: ଆନ୍ଧ୍ର ପ୍ରଦେଶ ସହିତ ସୀମା ବିବାଦ ପ୍ରସଙ୍ଗରେ ରାଜସ୍ୱ ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି । ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି କହିଛନ୍ତି, କୋରାପୁଟ ଜିଲ୍ଲା ପଟାଙ୍ଗୀ ଅଞ୍ଚଳରେ ସୀମା ବିବାଦ ସମ୍ପର୍କରେ ଆନ୍ଧ୍ର ସହ ପ୍ରଶାସନିକ ସ୍ତରରେ ଆଲୋଚନା ଚାଲିଛି । ବିଶାଖାପାଟଣା ଓ କୋରାପୁଟ ଜିଲ୍ଲା ପ୍ରଶାସନ ମଧ୍ୟରେ ହେଉଛି ଆଲୋଚନା ।

ଆନ୍ଧ୍ରର କିଛି ଲୋକ ସୀମାରେ ପୋତିଥିବା ଖୁଣ୍ଟ ଓ ପଥର ଉଠାଇ ଦିଆଯାଇଛି । ଶାନ୍ତିପୂର୍ଣ୍ଣ ଆଲୋଚନା ମାଧ୍ୟମରେ ସୀମା ବିବାଦର ସମାଧାନ ହେବ ବୋଲି ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି କହିଛନ୍ତି । ସେପଟେ ଏହାକୁ ନେଇ ପ୍ରତିକ୍ରିୟା ରଖିଛି କଂଗ୍ରେସ ।

କହିଛି, ସୀମାରେ ଯେତେ ରାଜ୍ୟ ଅଛନ୍ତି, ଓଡ଼ିଶାର ଜମିକୁ ମାଡ଼ି ବସିଛନ୍ତି । ତେଣୁ ସମସ୍ୟାର ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ।

ପୁରୀ ହାଜତ ମୃତ୍ୟୁ ମାମଲା…ମୃତକଙ୍କ ଘରେ ଏନ୍‌ଏଚ୍‌ଆର୍‌ସିର ତିନି ଜଣିଆ ଟିମ୍‌ର ତଦନ୍ତ

ପୁରୀ: ପୁରୀ ପୋଲିସ ହାଜତରେ ଅଭିଯୁକ୍ତର ମୃତ୍ୟୁ ଘଟଣା | ମୃତକ କେ. ରମେଶଙ୍କ ଘରେ ଜାତୀୟ ମାନବାଧିକାର କମିଶନ ପୁରୀ ଜିଲ୍ଲାଙ୍କ ତଦନ୍ତ ଆରମ୍ଭ | କଣ ପାଇଁ ଏଭଳି ଘଟଣା ଘଟିଲା, ଘଟଣା ପଛର ପ୍ରକୃତ କାରଣ କଣ ସେନେଇ କମିଶନ ତଦନ୍ତ ଆରମ୍ଭ କିରଛି । ପୁରୀ ହାଜତ ମୃତ୍ୟୁ ନେଇ NHRCରେ କେସ ଫାଇଲ ହୋଇଛି । ତିନିଜଣିଆ ଦଳ ଆଜି ମୃତକଙ୍କ ସମ୍ପର୍କୀୟଙ୍କୁ ପଚରା ଉଚରା କରୁଛନ୍ତି । ଖୁବ ଶୀଘ୍ର ନ୍ୟାୟ ମିଳିବ ବୋଲି କହିଛନ୍ତି ପୁରୀ ଜିଲ୍ଲା ମାନବାଧିକାର ଅବାହାକ ପ୍ରାନ୍ତସିନୀ ଜେନା ।

 

ଗତକାଲି ମଧ୍ୟ ଆଇଜି ଇନଚାର୍ଜ ପ୍ରବୀଣ କୁମାର ଆସି ତଦନ୍ତ କରିଥିଲେ | ତେବେ କେ. ରମେଶଙ୍କ ବାପା, ବୋଉ ଓ ଦାଦାଙ୍କୁ ୧୮ତାରିଖ ବିଳମ୍ବିତ ରାତିରୁ ପୋଲିସ ଉଠାଇ ନେଇଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ପରିବାର ଲୋକଙ୍କ ସହ ଦାଦାଙ୍କୁ ଭେଟ କରାଇଥିଲା । ଏକ ନିଛାଟିଆ ଜାଗାରେ ସମ୍ପର୍କୀୟଙ୍କ ସହ ଦାଦାଙ୍କୁ ଭେଟ କରାଇଥିଲା ପୋଲିସ ।

କିଛି ସମୟ ଭେଟ ପରେ ତାଙ୍କୁ ପୁନର୍ବାର ଘରେ ଆଣି ପୋଲିସ ଛାଡିଦେଇଥିବା ପରିବାର ଲୋକ କହିଛନ୍ତି । ତେବେ ଏପର୍ଯ୍ୟନ୍ତ ପୋଲିସ ହେପାଜତରେ ଥିବା କେ. ରମେଶଙ୍କର ଦାଦା କିମ୍ବା ବାପା, ବୋଉଙ୍କୁ ଛାଡ଼ିନଥିବା ବେଳେ ଶୁଦ୍ଧିକ୍ରିୟା କିଭଳି ହେବ ସେ ନେଇ ଅଭିଯୋଗ ହୋଇଛି ।

ପୁରୀରେ ହାଜତ ମୃତ୍ୟୁ ଅଭିଯୋଗ : ଥାନାରେ ଅଟକ ଥିବା ବେଳେ ଅଭିଯୁକ୍ତର ସନ୍ଦେହ ଜନକ ମୃତ୍ୟୁ

ନଭେମ୍ବର ୨୬ ଭାରତ ବନ୍ଦକୁ କଂଗ୍ରେସର ସମର୍ଥନ…କେନ୍ଦ୍ରର ଚାଷୀ ଓ ଶ୍ରମିକ ମାରଣ ନୀତିକୁ ବିରୋଧ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଚାଷୀ ଓ ଶ୍ରମିକ ମାରଣ ନୀତି ବିରୋଧରେ ଆସନ୍ତା ୨୬ ତାରିଖରେ ବିଭିନ୍ନ ଶ୍ରମିକ ସଂଗଠନ ଭାରତ ବନ୍ଦ ଡ଼ାକରା ଦେଇଛନ୍ତି । ନୂତନ ଚାଷୀ ଆଇନ ପ୍ରତ୍ୟାହାର ପାଇଁ ଦାବି କରାଯାଇଛି । ଏଥିସହ ୪୪ ଶ୍ରମ ଆଇନକୁ ସଂଶୋଧନ କରି ଲେବର କୋଡ଼ କରିଛନ୍ତି, ତାକୁ ମଧ୍ୟ ପ୍ରତ୍ୟାହାର ଦାବି ହୋଇଛି । ସେହିପରି ରାଷ୍ଟ୍ରୟତ୍ତ ଉଦ୍ୟୋଗ ଗୁଡ଼ିକୁ ଘରୋଇକରଣ କରିବାର ଚକ୍ରାନ୍ତକୁ ମଧ୍ୟ ବିରୋଧ କରାଯାଇଛି । ଏହାକୁ ସବୁ ସ୍ୱାଧୀନ ମହାସଂଘ ସମର୍ଥନ କରୁଛନ୍ତି ।

ତେବେ ନଭେମ୍ବର ୨୬ ଭାରତ ବନ୍ଦ ଡାକରାକୁ କଂଗ୍ରେସ ସମର୍ଥନ କରିଛି । ବିଭିନ୍ନ ଶ୍ରମିକ ସଂଗଠନ ପିସିସି ସଭାପତିଙ୍କୁ ଭେଟି ସହଯୋଗ ମାଗିବା ପରେ ଆନ୍ଦୋଳନକୁ ଓହ୍ଲାଇବାକୁ ସବୁଜ ସଂକେତ ଦେଇଛନ୍ତି ନିରଂଜନ ପଟ୍ଟନାୟକ । ଏଥିପାଇଁ ଦଳର ବିଭିନ୍ନ ଛାମୁଆ ସଂଗଠନ ଜିଲ୍ଲାରୁ ଆରମ୍ଭ କରି ବ୍ଲକ ଯାଏ ଭାରତ ବନ୍ଦକୁ ସମର୍ଥନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପିସିସି ସଭାପତି ।

ରାଜଧାନୀରେ ଛୁରାମାଡ: ଶ୍ୱଶୂର-ଜ୍ୱାଇଁ ପରସ୍ପରକୁ ଛୁରୀ ଭୁଷାଭୂସି

ଭୁବନେଶ୍ୱର: ରାଜଧାନୀରେ ଛୁରାମାଡ଼ । ଶ୍ୱଶୂର-ଜ୍ୱାଇଁ ପରସ୍ପରକୁ ଛୁରୀ ଭୁଷାଭୂସି ହୋଇଥିବା ଖବର ସାମ୍ନାକୁ ଆସିଛି । ଭୁବନେଶ୍ୱର ଷ୍ଟେସନବଜାର ଅଞ୍ଚଳର  ଘଟିଛି ଏଭଳି ଅଭାବନୀୟ ଘଟଣା । ତେବେ ଛୁରାମାଡର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ପହଞ୍ଜି ତଦନ୍ତ ଆରମ୍ଭ କରିଛି ଲକ୍ଷ୍ମୀସାଗର ଥାନା ପୋଲିସ । କ୍ଷତାକ୍ତ ଅବସ୍ଥାରେ ଉଭୟଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ କେଉଁ କାରଣରୁ ଏଭଳି ଘଟଣା ଘଟିଛି ସେନେଇ ପରିବାର ଲୋକଙ୍କୁ ପଚରାଉଚରା କରୁଛି ପୋଲିସ ।

କ୍ୟାପିଟାଲ ହସ୍ପିଟାଲରେ ଉଭୟ ଶ୍ୱଶୂର- ଜ୍ୱାଇଁଙ୍କର ଚିକିତ୍ସା ଚାଲିଛି । ପେଟ, ବେକ ଏବଂ ହାତରେ ଗଭୀର ଆଘାତ ଲାଗିଥିବା ସୂଚନା ରହିଛି । ତେବେ ଏଭଳି କାଣ୍ଡ ପଛର କାରଣ ସ୍ପଷ୍ଟ ହୋଇନଥିବାବେଳେ ଅର୍ଥ କାରବାରକୁ ନେଇ ଶ୍ୱଶୂର-ଜ୍ୱାଇଁ ମଧ୍ୟରେ ଛୁରା ମାଡ଼ ହୋଇଥିବା ପ୍ରାଥମିକ ତଦନ୍ତରେ ପୋଲିସ ସୂଚନା ଦେଇଛି ।

ରଣବୀର ସିଂଙ୍କ ନୂଆ ବିଜ୍ଞାପନ ଦେଖି କ୍ରୋଧିତ ହେଲେ ସୁଶାନ୍ତଙ୍କ ପ୍ରଶଂସକ ଆଉ କହିଲେ…

ମୁମ୍ବାଇ: ବଲିଉଡର ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଏପର୍ଯ୍ୟନ୍ତ ଭୁଲି ପାରି ନାହାଁନ୍ତି ତାଙ୍କ ପ୍ରଶଂସକ । ଅଭିନେତାଙ୍କ ମୃତ୍ୟୁ ହେବାର ୫ ମାସରୁ ଅଧିକ ସମୟ ବିତିଯାଇଥିଲେ ବି ତାଙ୍କ ମୃତ୍ୟୁର କାରଣ ରହସ୍ୟ ଭିତରେ ରହିଛି । ଏହି ସମୟରେ ରଣବୀର ସିଂଙ୍କ ନୂଆ ବିଜ୍ଞାପନକୁ ନେଇ ସୁଶାନ୍ତଙ୍କ ପ୍ରଶଂସକ ଖୁବ୍ କ୍ରୋଧିତ ହୋଇଛନ୍ତି । ରଣବୀର ସିଂଙ୍କ ଏହି ନୂଆ ବିଜ୍ଞାପନ ଦେଖିବା ପରେ ସୁଶାନ୍ତଙ୍କ ପ୍ରଶଂସକମାନେ ରଣବୀର ସିଂଙ୍କୁ ଟ୍ୱିଟରରେ ଟ୍ରୋଲ କରିବା ଆରମ୍ଭ କରିଦେଇଛନ୍ତି।

https://twitter.com/Deepika9813/status/1329142892007358465

ରଣବୀରଙ୍କ ବିଜ୍ଞାପନ ବିଙ୍ଗୋ ମ୍ୟାଡ୍ ଆଙ୍ଗଲେସ୍ ପାଇଁ ଥିଲା, ଯେଉଁଥି ପାଇଁ ସୁଶାନ୍ତଙ୍କ ପ୍ରଶଂସକମାନେ ଅଭିଯୋଗ କରିଛନ୍ତି ଯେ ଏହି ବିଜ୍ଞାପନ ଦ୍ୱାରା ସୁଶାନ୍ତଙ୍କୁ ପରିହାସ କରାଯାଇଛି । ବିଜ୍ଞାପନରେ ରଣବୀର ସିଂ ତାଙ୍କ ସମ୍ପର୍କୀୟମାନଙ୍କ ସହ ନଜର ଆସିଛନ୍ତି। ଏବଂ ସେମାନେ ରଣବୀରଙ୍କୁ ତାଙ୍କ ଭବିଷ୍ୟତର କଣ ଯୋଜନା ରହିଛି ସେ ବିଷୟରେ ବାରମ୍ବାର ପ୍ରଶ୍ନ କରୁଛନ୍ତି ।

ଏଭଳି ପରିସ୍ଥିତିରେ ରଣବୀର ପ୍ରଥମେ ବିରକ୍ତ ହୋଇ ସେ ବିଙ୍ଗୋ ମ୍ୟାଡ ଆଙ୍ଗଲେସ୍ ଖାଉଛନ୍ତି ଏବଂ ଏହାପରେ ରଣବୀର ଅନେକ ବୈଜ୍ଞାନିକ ଶବ୍ଦ କହି ନିଜ ସମ୍ପର୍କୀୟଙ୍କୁ ଚୁପ୍ କରିଦେଉଛନ୍ତି । ଏହା ଉପରେ ସୁଶାନ୍ତଙ୍କ ପ୍ରଶଂସକମାନେ ଅଭିଯୋଗ କରୁଛନ୍ତି ଯେ, ସୁଶାନ୍ତ ହେଉଛନ୍ତି ଏକମାତ୍ର ଅଭିନେତା ଯିଏ କି ବିଜ୍ଞାନ ପ୍ରତି ବହୁତ ଆଗ୍ରହ ଦେଖାଉଥିଲେ । ସେ ଅତ୍ୟନ୍ତ ପ୍ରତିଭାବାନ ଥିଲେ, ଯାହା ତାଙ୍କୁ ଏହି ବିଜ୍ଞାପନରେ ପରିହାସ କରିବାକୁ ଚେଷ୍ଟା କରାଯାଇଛି ।

ରଣବୀର ସିଂଙ୍କ ବିଜ୍ଞାପନ ଉପରେ ପ୍ରଶ୍ନ କରି ଜଣେ ବ୍ୟକ୍ତି ଲେଖିଛନ୍ତି – ଏହି ଶବ୍ଦଗୁଡିକ ବ୍ୟବହାର କରି ତୁମେ କ’ଣ କହିବାକୁ ଚାହୁଁଛ? ଆମ ସୁଶାନ୍ତଙ୍କୁ ପରିହାସ କରୁଛ କି ? ଏହାକୁ ଗ୍ରହଣ କରାଯିବ ନାହିଁ ବୋଲି କହିଛନ୍ତି। ଏହା ସହିତ ରଣବୀର ସିଂଙ୍କୁ ବିଭିନ୍ନ ମିମ୍ସ ମାଧ୍ୟମରେ ଟ୍ରୋଲ କରାଯାଉଛି ଏବଂ ସୁଶାନ୍ତଙ୍କ ପ୍ରଶଂସକମାନେ ଏହି ନୂଆ ବିଜ୍ଞାପନ ଉପରେ କ୍ରୋଧ ପ୍ରକାଶ କରୁଛନ୍ତି।