spot_img
Home Blog Page 6395

ରାଷ୍ଟ୍ରପତିଙ୍କୁ ଭେଟିବେ ବିରୋଧୀ, କୃଷି ବିଲରେ ଦସ୍ତଖତ ନକରି ରାଜ୍ୟସଭା ଫେରାଇବାକୁ କରିବେ ଦାବି

ନୂଆଦିଲ୍ଲୀ: କୃଷି ବିଲକୁ ସଂସଦରୁ ସଡ଼କ ସବୁଠି ବିରୋଧ ଜାରି ରହିଛି । ବିପକ୍ଷ ଦଳ ବିଲ୍ ବିରୋଧରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବାକୁ ସମୟ ମାଗିଛନ୍ତି । ରାଷ୍ଟ୍ରପତି ୨ଟି ଯାକ କୃଷି ବିଲରେ ଦସ୍ତଖତ ନକରି ରାଜ୍ୟସଭା ପଠାଇଦେବାକୁ ବିରୋଧୀ ପକ୍ଷରୁ ଅପିଲ୍ କରାଯିବ ।

 Farmer Bill Protest Opposition Meeting With President Ramnath Kovind No Sign On Bill

ରାଷ୍ଟ୍ରପତିଙ୍କୁ ଭେଟିବା ବେଳେ ବିରୋଧୀ ରବିବାର ରାଜ୍ୟସଭାରେ କଣ ହୋଇଥିଲା । ସେ ବିଷୟରେ ପୂରା ତଥ୍ୟ ଦେବେ । ରବିବାର ବିରୋଧୀଙ୍କ ହଙ୍ଗାମା ବେଳେ ରାଜ୍ୟସଭାରେ ଧ୍ୱନିମତରେ ୨ଟି କୃଷି ବିଲକୁ ପାରିତ କରାଯାଇଥିଲା । ବିରୋଧୀ ଦଳ ରାଷ୍ଟ୍ରପତିଙ୍କୁ ଭେଟିବା ବେଳେ ରାଜ୍ୟସଭାରୁ ନିଲମ୍ବିତ ହୋଇଥିବା ୮ ସାଂସଦଙ୍କ ପ୍ରସଙ୍ଗ ମଧ୍ୟ ଉଠାଇବେ । ଏଥିସହ ପ୍ରସଙ୍ଗକୁ ଆସନ୍ତାକାଲି ବିରୋଧୀ ପୁଣି ରାଜ୍ୟସଭାରେ ଉଠାଇବେ ।

 Farmer Bill Protest Opposition Meeting With President Ramnath Kovind No Sign On Bill

କୃଷି ବିଲକୁ ନେଇ ଦେଶରେ ବିରୋଧ ଲାଗି ରହିଛି । ରବିବାର ବିରୋଧୀଙ୍କ ହୋହଲ୍ଲା ଭିତରେ ବିଲ୍ ପାରିତ ହୋଇଥିଲା । ଏହି ସମୟରେ ସଂସଦରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ବିରୋଧୀ ଦଳର କିଛି ସାଂସଦ ଉପସଭାପତିଙ୍କ ଚେୟାରରେ ରଖାଯାଇଥିବା କାଗଜ ଚିରିବା ସହ ମାଇକ୍ ମଧ୍ୟ ଭାଙ୍ଗି ଦେଇଥିଲେ ।

 Farmer Bill Protest Opposition Meeting With President Ramnath Kovind No Sign On Bill

ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସୋମବାର ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କିୟା ନାଇଡୁ ୮ ଜଣ ସାଂସଦଙ୍କୁ ଅଧିବେଶନରୁ ନିଲମ୍ବିତ କରିଥିଲେ । ଏଥିରେ ସଂଜୟ ସିଂହ, ଡେରେକ ଓବ୍ରାୟନଙ୍କ ଅନ୍ୟ ସାଂସଦ ରହିଛନ୍ତି । ନିଲମ୍ବିତ ସାଂସଦମାନେ ସୋମବାର ସକାଳେ ଧାରଣାରେ ବସିଥିଲେ । ପ୍ରଥମେ ଧାରଣା ସଂସଦ ଭିତରେ ଦିଆଯାଇଥିବା ବେଳେ ଏବେ ପରିସରରେ ଦେଇଛନ୍ତି ।

କୃଷକ ବିଲକୁ ନେଇ ସରକାର ଓ ବିରୋଧୀ ମୁହାଁମୁହିଁ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ସମ୍ବୋଧନ କରିବା ବେଳେ ବିରୋଧୀଙ୍କୁ ଜବାବ ଦେଇଛନ୍ତି । କୃଷକଙ୍କୁ ଭ୍ରମିତ କରାଯାଉଥିବା ନେଇ ସେ ଅଭିଯୋଗ କରିଛନ୍ତି । ଆଇନ୍ ଆସିବା ପରେ କୃଷକ ନିଜେ ଅମଲ କରିଥିବା ଫସଲ ବିକ୍ରି କରିବାର ସ୍ୱାଧୀନତା ପାଇବେ, କିନ୍ତୁ ବିପକ୍ଷ କୃଷକଙ୍କ ମିଛ କହୁଛନ୍ତି ।

ରିୟା ଚକ୍ରବର୍ତ୍ତୀ: ସାରାଙ୍କ ସହିତ ପ୍ରଥମ ଥର ସୁଶାନ୍ତ ନେଇଥିଲେ ଡ୍ରଗ୍ସର ହେଭି ଡୋଜ୍!

ମୁମ୍ବାଇ: ସୁଶାନ୍ତଙ୍କ ଡ୍ରଗ୍ସ ଆଙ୍ଗେଲରେ ଗିରଫ ହୋଇଥିବା ରିୟା ଚକ୍ରବର୍ତ୍ତୀଙ୍କ ବୟାନ୍ ସାମ୍ନାକୁ ଆସିଛି । ଗିରଫ ପୂର୍ବରୁ ଏନସିବିର ପଚରାଉଚରା ସମୟରେ ରିୟା ସୁଶାନ୍ତଙ୍କ ଘର ଛାଡ଼ିବାର ପ୍ରକୃତ କାରଣ କହିଥିଲେ । ଏନସିବିକୁ ଦେଇଥିବା ଇଣ୍ଟରଭ୍ୟୁରେ ରିୟା କହିଛନ୍ତି କି ସୁଶାନ୍ତ ନିଶାସକ୍ତ ହୋଇ ଯାଇଥିଲେ । ଯେଉଁଥିରୁ ସେ ବାହାରି ପାରୁ ନଥିଲେ । ଏହା ମଧ୍ୟରେ ସୁଶାନ୍ତଙ୍କ ନାମରେ ଦିଲ ବେଚେରାର ନାୟିକା ମି ଟୁ ଅଭିଯୋଗ ଆଣିଥିବା ଚର୍ଚ୍ଚା ହେବାପରେ ରିୟା ସୁଶାନ୍ତଙ୍କ ସହିତ ରହି କ୍ୟାରିଅର ବରବାଦ କରିବାକୁ ଚାହୁଁନଥିଲେ ଏବଂ ତା ପରେ ସେ ସୁଶାନ୍ତଙ୍କ ଘର ଛାଡ଼ି ଚାଲି ଯାଇଥିଲେ ବୋଲି ବୟାନରେ ଉଲ୍ଲେଖ କରିଥିଲେ ।

ସୂଚନାଯୋଗ୍ୟ ଦିଲ ବେଚାରାର ଅଭିନେତ୍ରୀ ଅଷ୍ଟ୍ରେଲିୟାରୁ ଫେରିବା ପରେ ସେହି ସମସ୍ତ ଅଭିଯୋଗ ଖଣ୍ଡନ କରି ମିଛ ବୋଲି କହିଥିଲେ । ଏହା ସହିତ ସେ ଅଷ୍ଟ୍ରେଲିୟାରେ ତାଙ୍କ ମା’ଙ୍କ ସହିତ ଥିବାରୁ କୌଣସି ପ୍ରକାରର ବୟାନ ଦେଇପାରିନଥିଲେ ବୋଲି ମଧ୍ୟ କହିଥିଲେ । କେବଳ ସେତିକି ନୁହେଁ ବରଂ ସୁଶାନ୍ତ ଖୁବ ଭଲ ବୋଲି ବୟାନ ଦେଇଥିଲେ ଅଭିନେତ୍ରୀ ।

ନିଜ ଷ୍ଟେଟମେଣ୍ଟରେ ରିୟା ସୁଶାନ୍ତ ଏବଂ ସାରାଙ୍କ ଡ୍ରଗ୍ସ ଅଭ୍ୟାସ ବିଷୟରେ ଖୁଲାସା କରିଥିଲେ । ତାଙ୍କ କହିବା ଅନୁସାରେ କେଦାରନାଥ ଫିଲ୍ମ ପରେ ସୁଶାନ୍ତଙ୍କ ଡ୍ରଗ୍ସ ନେବା ଅଭ୍ୟାସ ବଢି ଯାଇଥିଲା । କେଦାରନାଥ ଫିଲ୍ମ ସେଟରେ ଉଭୟ ଡ୍ରଗ୍ସ ନେଉଥିଲେ । ତେବେ କେବଳ ସୁଶାନ୍ତ ଏବଂ ସାରା ନୁହଁନ୍ତି ବରଂ ଫିଲ୍ମ ସୁଟିଂ ସେଟରେ ସମସ୍ତେ ଡ୍ରଗ୍ସ ନେଉଥିଲେ ବୋଲି ରିୟା ତାଙ୍କ ବୟାନରେ ଉଲ୍ଲେଖ କରିଛନ୍ତି । ତେବେ ଏହି କଥାରେ କେତେ ସତ୍ୟାସତ୍ୟ ଅଛି ତାହା ତଦନ୍ତ ପରେ ଜଣାପଡ଼ିବ ।

ତମାଣ୍ଡୋରେ ନବବଧୂର ସନ୍ଦେହଜନକ ମୃତ୍ୟୁ ଘଟଣା: ଗିରଫ ହେଲେ ସ୍ୱାମୀ

ଭୁବନେଶ୍ୱର: ଭୁବନେଶ୍ୱର ତମାଣ୍ଡୋରେ ନବବଧୂକୁ ହତ୍ୟା ଅଭିଯୋଗ ଘଟଣା । ଗିରଫ ହେଲେ ମୃତ ବନ୍ଦନା ଜେନାଙ୍କ ସ୍ୱାମୀ ଯାମିନୀ ଜେନା  । ତମାଣ୍ଡ ପୋଲିସ ତାଙ୍କୁ ଗିରଫ କରିଛି ।  ରାଜଧାନୀ ଉପକଣ୍ଠ ତମାଣ୍ଡୋରେ ବନ୍ଦନା ଜେନାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିଲା। ଏହାପରେ ହତ୍ୟା ଅଭିଯୋଗ ଆଣିଥିଲେ ବାପାଘର ଲୋକ । ତମାଣ୍ଡୋ ଥାନାରେ ଏତଲା ପରେ ସ୍ୱାମୀ ଯାମିନୀ ଜେନାଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରିଥିଲା । ଆଜି ପୋଲିସ ତାଙ୍କୁ ଗିରଫ କରିଛି ।

ଅଭିଯୋଗ ଅନୁସାରେ ବିବାହର ଏକ ମାସ ପରେ ବନ୍ଦନାଙ୍କୁ ଶ୍ୱଶୁର ଓ ସ୍ୱାମୀ ନିର୍ଯାତନା ଦେବା ଆରମ୍ଭ କରିଥିଲେ । ବିବାହରେ ଯୌତୁକ ଓ ଅନ୍ୟ ବାବଦରେ ୪୦ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା । ବିବାହ ପରେ ଶାଶୂଘର ଲୋକ ଅଧିକ ଟଙ୍କା ଦାବି କରୁଥିଲେ ବୋଲି ବନ୍ଦନାଙ୍କ ମା’ କହିଛନ୍ତି । ଶ୍ୱଶୁରଙ୍କୁ କରୋନା ହେବାରୁ ମେଡିକାଲରେ ଥିଲେ । ଏହାପରେ ବନ୍ଦନାଙ୍କୁ ବାପଘରେ ରହିବାକୁ ଶାଶୂଘର ଲୋକ କହିଥିଲେ । ଶ୍ୱଶୁର ଭଲ ହେବା ପରେ ଗତ ଶୁକ୍ରବାର ଶାଶୁଘରକୁ ଫେରିଥିଲେ ବନ୍ଦନା । ଶନିବାର ସକାଳେ ବନ୍ଦନା ବାପଘର ଲୋକଙ୍କ ସହ କଥା ହେଉଥିଲେ  । କିନ୍ତୁ ୧୦ଟା ପରେ ମୋବାଇଲ ସୁଇଚ୍‌ଅଫ୍‌ ହୋଇଯାଇଥିଲା । ତା’ପରେ ବନ୍ଦନା ଚେତାଶୂନ୍ୟ ଅଛି, ତାକୁ ମେଡିକାଲ ନେଇଛୁ ବୋଲି ଶାଶୁଘର ଲୋକ କହିଥିଲେ । ଆଉ ତା’ପରେ ବନ୍ଦନାଙ୍କର ମୃତ୍ୟୁ ହୋଇଥିଲା ।

ବନ୍ଦନାଙ୍କ ପରିବାର ତମାଣ୍ଡୋ ଥାନାରେ ଏତଲା ଦେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା  । ସ୍ୱାମୀ ଯାମିନୀ ଜେନାଙ୍କୁ ପଚରାଉଚରା ପରେ ଆଜି ତାଙ୍କୁ ଗିରଫ କରିଛି ପୋଲିସ । ବୋହୂ ମରିବା ପରେ ମାମଲା ରଫା ଦଫା କରିବାକୁ ଶ୍ୱଶୁର କରିଥିଲେ ମେସେଜ୍‌ । ସମୁଦି ଯାହା ହୋଇଛି, ମୁଁ ମେଡିକାଲରୁ ଫେରିବା ପରେ ସବୁ ଜିନିଷ ଫେରଇଦେବି । ଆଉ ଯାହା ପଇସା ଦେଇଦେବି । କେସ୍‌ କଲେ କିଛି ଲାଭ ନାହିଁ, ଓକିଲ ପଇସା ନେବ । ତୁମର ବି ପଇସା ଖର୍ଚ୍ଚ ହେବ । ମୋ କଥା ମାନି ଥାନାରେ କେସ୍‌ କରନି ବୋଲି ଏଭଳି ବନ୍ଦନାଙ୍କ  ପରିବାରକୁ ଶ୍ୱଶୁର ମୋବାଇଲେ ମେସେଜ୍‌ କରିଥିଲେ ବୋଲି ଅଭିଯୋଗ ହୋଇଛି ।

ଓଡ଼ିଶୀ ସଂଗୀତକୁ ମିଳିବ ଶାସ୍ତ୍ରୀୟ ମାନ୍ୟତା, ପ୍ରତିଶ୍ରୁତି ଦେଲେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ

ଭୁବନେଶ୍ୱର, ଓଡ଼ିଶୀ ସଂଗୀତକୁ ମିଳିବ ଶାସ୍ତ୍ରୀୟ ମାନ୍ୟତା । ଏ ନେଇ ସଂସଦର ଉଚ୍ଚ ସଦନ ରାଜ୍ୟ ସଭାରେ ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ ଏହି ପ୍ରତିଶ୍ରୁତି ଦେଇଛନ୍ତି । ରାଜ୍ୟ ପକ୍ଷରୁ ସଦନରେ ପ୍ରତିନିଧିତ୍ୱ କରୁଥିବା ବରିଷ୍ଠ ବିଜେଡି ନେତା ଅମର ପଟ୍ଟନାୟକ ଏହି ଦାବି ଉଠାଇଥିଲେ । ରାଜ୍ୟ ସଭାରେ ଏହି ଦାବି ଉଠାଇବା ପରେ ଟୁଇଟ୍ କରି ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି ।

ଅମର କହିଛନ୍ତି ଯେ, ଓଡ଼ିଶୀ ନୃତ୍ୟ ଓ ଓଡ଼ିଆ ଭାଷା ପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶୀ ସଂଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି । ତାଙ୍କ ଏହି ଦାବିକୁ ରାଜ୍ୟ ସଭାରେ ଆଉ ଥରେ ଉପସ୍ଥାପନ କରାଯାଇଛି । ହିନ୍ଦୁସ୍ଥାନୀ ଓ କର୍ଣ୍ଣାଟକି ସଂଗୀତ ଅପେକ୍ଷା ଓଡ଼ିଶୀ ସଂଗୀତ ଅତି ପ୍ରାଚୀନ ବୋଲି ପଟ୍ଟନାୟକ ଉଲ୍ଲେଖ କରିଛନ୍ତି ।

ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗତ ୨ ତାରିଖରେ ବସିଥିବା ଐତିହ୍ୟ କ୍ୟାବିନେଟ୍ ରେ ଏହି ନିଷ୍ପତ୍ତି ନିଆଯାଇଛି । କ୍ୟାବିନେଟ୍ ରେ ଏ ସଂକ୍ରାନ୍ତ ପ୍ରସ୍ତାବ ଗୃହୀତ ହେବା ପରେ ରାଜ୍ୟ ପକ୍ଷରୁ ଏଥିପାଇଁ ଆବଶ୍ୟକ ପଦକ୍ଷେପକୁ ଜୋରଦାର କରାଯାଇଛି । ଉଲ୍ଲେଖଯୋଗ୍ୟ, ଭରତମୁନିଙ୍କ ରଚିତ ନାଟ୍ୟ ଶାସ୍ତ୍ର ଉଡ୍ର ମଗଧୀ ସଂଗୀତର ଅବତାରଣା କରାଯାଇଛି । ଉଡ୍ର ମଗଧୀ ସଂଗୀତ ହିଁ ପରବର୍ତ୍ତୀ ସମୟରୋ କଳିଙ୍ଗ ସଂଗୀତ ତଥା ଉତ୍କଳ ସଂଗୀତ ଭାବେ ପରିଚିତ ଲାଭ କରିଛି । ତେଣୁ ଓଡ଼ିଶୀ ସଙ୍ଗୀତକୁ ଅନ୍ୟ ମୁଖ୍ୟ ପାରମ୍ପରିକ ସଙ୍ଗୀତ ଭାବେ ଗ୍ରହଣ କରିବା ଉଚିତ । ଏ କ୍ଷେତ୍ରରେ ଉତ୍କର୍ଷତା ପ୍ରଦାନ କରୁଥିବା କଳାକାରଙ୍କୁ ପୁରସ୍କୃତ କରାଯାଉଛି ।

ଓଡ଼ିଆ ଭାଷା ଭାରତର ଷଷ୍ଠ ତମ ଭାଷା ଭାବେ ଶାସ୍ତ୍ରୀୟ ମାନ୍ୟତା ପାଇଛି । ତେଣୁ ସମକାଳୀନ ଓଡ଼ିଶୀ ସଙ୍ଗୀତ ଏଯାଏ ମାନ୍ୟତା ପାଇ ନାହିଁ । ତେଣୁ ଓଡ଼ିଶୀ ସଙ୍ଗୀତର ପୁରାତନ ଓ ମୌଳିକ ରାଗ ରାଗିଣୀ, ବୈଶିଷ୍ଟ୍ୟ, ଗାୟନ ପଦ୍ଧତି, ଐତିହ୍ୟବନ୍ତ ପୃଷ୍ଠଭୂମି ଏବଂ ଜନାଦୃତି ପରିପ୍ରେକ୍ଷୀରେ ଏହାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ପାଇଁ ଅନୁରୋଧ କରାଯାଇଛି ।

 

ପ୍ରଶିକ୍ଷଣ ପାଇଁ ଉଦ୍ଧିଷ୍ଟ ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ: ପାଇଲଟ ମୃତ

0

ଆଜମଗଡ଼: ଉତ୍ତରପ୍ରଦେଶର ଆଜମଗଡ଼ରେ ଅଘଟଣ । ପ୍ରଶିକ୍ଷଣ ପାଇଁ ଉଦ୍ଧିଷ୍ଟ ଏୟାରକ୍ରାଫ୍ଟ ଦୁର୍ଘଟଣା ଗ୍ରସ୍ତରେ ଜଣେ ପାଇଲଟଙ୍କ ମୃତ୍ୟୁ । ଖୁସଓ୍ୱାପୁରାଓ୍ୱା ଗାଁର ସରାଇମୀରା ପୋଲିସ ଷ୍ଟେସନ ଅନ୍ତର୍ଗତ ଆଜମଗଡ଼ ଜିଲ୍ଲାରେ ଘଟିଛି ଦୁର୍ଘଟଣା । ରବିବାର ପ୍ରାୟ ଦିନ ୧୧ ବେଳେ ଦୁର୍ଘଟଣା ଘଟିଥିବା ପୋଲିସ ପକ୍ଷରୁ ପ୍ରକାଶ ।

Pilot killed after trainer aircraft crashes in Uttar Pradesh's Azamgarh -  india news - Hindustan Times

          ଦୁର୍ଘଟଣାଗ୍ରସ୍ତ ବିମାନ ଟି ହଠାତ୍ ନିୟନ୍ତ୍ରଣା ହରାଇ ଜମିରେ ପଡ଼ିଯାଇ ଖଣ୍ଡ ବିଖଣ୍ଡିତ ହୋଇଯାଇଥିଲା । ଏ ନେଇ ଜଣେ ସ୍ଥାନୀୟ ବାସିନ୍ଦାଙ୍କ ଠାରୁ ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଏବଂ ଜଣଙ୍କ ମୃତଦେହ ଉଦ୍ଧାର କରିଥିଲେ । ତେବେ ଦୁର୍ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଚାଲିଥିବା ତଦନ୍ତକାରୀ ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି ।

ଭାଙ୍ଗରୁ ପ୍ରସ୍ତୁତ କରୋନା ଔଷଧକୁ ଭାରତୀୟ ରୋଗୀଙ୍କ ଉପରେ ପରୀକ୍ଷା କରିବାକୁ ଚାହୁଁଛି କାନାଡା କମ୍ପାନୀ

ନୂଆଦିଲ୍ଲୀ:  କାନାଡ଼ାର କମ୍ପାନୀ ଅକସିରା ଫାର୍ମା ଭାଙ୍ଗରୁ କରୋନା ଔଷଧ ପ୍ରସ୍ତୁତ କରିଥିବା ଦାବି କରିଛି । କମ୍ପାନୀର ଦାବି ଅନୁସାରେ ଏହି ଔଷଧରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନଜର ଆସିବ ନାହିଁ । ଏହା ସହିତ କରୋନା ସମ୍ବଦ୍ଧୀୟ ହେଉଥିବା ହୃତପିଣ୍ଡ ଜନିତ ସମସ୍ୟାରୁ ମଧ୍ୟ ଏହି ଔଷଧ ରକ୍ଷା କରିବ । ଔଷଧର ନାମ ହେଉଛି କ୍ୟାନାଭିଡିଓଲ ।


ମିଡିଆ ରିପୋର୍ଟ ଅନୁସାରେ କାନ୍ନାଡ଼ାର ଔଷଧ କମ୍ପାନୀର ଦାବି ଅନୁସାରେ ଶରୀର ମଧ୍ୟରେ ହେଉଥିବା ଯନ୍ତ୍ରଣାରୁ ଏହି ଔଷଧ ରକ୍ଷା କରିଥାଏ । ଗବେଷଣାରେ ଜଣାପଡ଼ିଛି କି କରୋନା ରୋଗୀଙ୍କୁ ହୃତପିଣ୍ଡ ଜନିତ ରୋଗ ଏରିଥମିୟା ମଧ୍ୟ ହେଉଛି । ଏହାଦ୍ୱାରା ହୃତପିଣ୍ଡର ସ୍ପନ୍ଦନ ଠିକ ଭାବରେ ଚାଲି ନଥାଏ । ଯଦି ଠିକ ସମୟରେ ଚିକିତ୍ସା ନ ହୁଏ ତେବେ ହାର୍ଟ ଆଟାକ ଆସିପାରେ । କେବଳ ସେତିକି ନୁହେଁ ଆଣ୍ଟି ଭାଇରାଲ ସମସ୍ୟା ମଧ୍ୟ ଦେଖା ଯାଉଛି । ତେବେ ଉକ୍ତ ଔଷଧ କରୋନା ରୋଗରୁ ସୁସ୍ଥ କରିପାରିବ ବୋଲି କମ୍ପାନୀ ଦାବି କରୁଛି ।

ନାବାଳିକା ଗଣଦୁଷ୍କର୍ମ ମାମଲା: ହାଜର ହେଲେ କିନ୍ତୁ କାମ ଅଛି କହି ଚାଲିଗଲେ ଓଟିଭି ଏମଡି

ଭୁବନେଶ୍ୱର: ନୋଟିସ ପରେ ହାଜର ହେଲେ କିନ୍ତୁ ଶୁଣାଣି ବେଳକୁ କାମ ମନେ ପଡିଲା । ତେଣୁ ଚାଲିଗଲେ । ଆଜି ନାବାଳିକ ଗଣଦୁଷ୍କର୍ମ ମାମଲାରେ ଓଟିଭି ଏମଡି ଜଗୀ ମଙ୍ଗତ ପଣ୍ଡା ମହିଳା କମିଶନରେ ହାଜର ହୋଇଥିଲେ । କିନ୍ତୁ କୌଣସି ପଚରାଉଚରା ହୋଇପାରିନି । ଶୁଣାଣି ବେଳକୁ ସେ ଉପସ୍ଥିତ ନଥିଲେ  । ତାଙ୍କର କିଛି କାମ ଥିବା କହି ଚାଲିଯାଇଥିବା କମିଶନଙ୍କ ସୂତ୍ରରୁ ପ୍ରକାଶ ।

ଯେହେତୁ ଶୁଣାଣି ହୋଇ ପାରିନି ତେଣୁ  ଆଗାମୀ ୧ ସପ୍ତାହ ମଧ୍ୟରେ ପରବର୍ତ୍ତୀ ତାରିଖ ଦିଆଯିବ ବୋଲି କହିଛନ୍ତି ମହିଳା କମିଶନ । ତେବେ ଅଡିଓ ପ୍ରସାରିତ ହେବ ଘଟଣାରେ ମଧ୍ୟ ସେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ମୋ ଦ୍ୱାରା ଅଡିଓ ଲିକ ହୋଇନି। ମାମଲା ବିଚାରାଧୀନ ଥିବା ସମୟରେ ଅଡିଓ ବାଜିବା ଠିକ ନୁହେଁ। ଆମେ କଣ ତଦନ୍ତ କରିବ, ଆମେ ଜାଣିଛୁ। ଆଇନଗତ ମାଧ୍ୟମରେ DCPଙ୍କ ଜରିଆରେ ସମନ ହେବ । ଆମ ନୋଡାଲ ଅଧିକାରୀ ପୋଲିସ। ଯିଏ ଆମ କଥା ନ ଶୁଣିବେ, ଆମେ ପୋଲିସ ଜରିଆରେ ଡକାଉ । ଏହା ପ୍ରଥମ ତାରିଖ, ଆଗକୁ ଆହୁରି ତଦନ୍ତ ହେବ। ଗୋଟେ ଦିନରେ ତଦନ୍ତ ସରେନି ବୋଲି କହିଛନ୍ତି ମହିଳା କମିଶନ ଅଧ୍ୟକ୍ଷା ମିନତି ବେହେରା ।

ଅନ୍ୟପକ୍ଷରେ ଓଟିଭି ପକ୍ଷରୁ ଗଣଦୁଷ୍କର୍ମ ମାମଲାକୁ ନେଇ ଏକ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି । ଯେଉଁଥରେ ପୀଡ଼ିତାଙ୍କୁ ନେଇ ଓଟିଭି ଏମଡି ଚିନ୍ତିତ ଥିବା କୁହାଯାଇଛି  । ତେବେ ପ୍ରେସ ବିଜ୍ଞପ୍ତିରେ ଘଟଣାର ସତ୍ୟାସତ୍ୟକୁ ବୁଲେଇ ବଙ୍କେଇ କୁହାଯାଇଛି । ଏଥିରେ ଉଲ୍ଲେଖ ରହିଛି ଯେ,  ଘଟଣା ଯଦି ସତ ଉପଯୁକ୍ତ ତଦନ୍ତ ହେଉ ଏବଂ  ଅଭିଯୁକ୍ତଙ୍କ ବିରୋଧରେ  କଠୋର କାର୍ଯ୍ୟାନୁଷ୍ଠନ ଗ୍ରହଣ କରାଯାଉ ।

ସୂଚନାଯୋଗ୍ୟ ଯେ, ଅଭିଯୋଗ ଆସିବା ପରେ  ପୀଡ଼ିତାଙ୍କ ମା’ ତଥା ଅଭିଯୋଗୀକରିଣୀଙ୍କୁ ନିଜ ସଂସ୍ଥାରୁ ନିଲମ୍ୱିତ କରିଥିଲା ଓଟିଭି । ଏପିରିକ ମାମଲା ବିଚାରଧିନ ଥିବାବେଳେ ଏମ୍‌ଡି ଓ ଅଭିଯୋଗୀକାରିଣୀଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳପର ଅଡିଓ ସଂପୃକ୍ତ ଚ୍ୟାନେଲରେ ପ୍ରସାରିତ ହୋଇଥିଲା । ଅଭିଯୋଗ ହେଉଛି ଯେ,ଏଡିଟେଡ୍ ଅଡିଓରେ ସମ୍ପୃକ୍ତ ଅଭିଯୋଗକାରିଣୀ ଜଣଙ୍କ କମ୍ପ୍ରମାଇଜ୍ କରିବାକୁ ଚାହୁଁଥିବା ଦର୍ଶାଇବାକୁ ଚେଷ୍ଟା କରାଯାଇଛି । ଅପରପକ୍ଷରେ କିଛି ଅଭିଯୁକ୍ତ ଆଗୁଆ ଜାମିନ ପାଇଁ ମଧ୍ୟ କୋର୍ଟ ଦ୍ୱାରସ୍ଥ ହୋଇଛନ୍ତି ।

https://www.facebook.com/NandighoshaTV/videos/3177267749068220

IPLରେ ନୂଆ ବିବାଦ: ଅମ୍ପାୟାରଙ୍କ ଭୁଲ ନିଷ୍ପତ୍ତିକୁ ନେଇ କ୍ରୋଧ ପ୍ରକାଶ କଲେ ପ୍ରୀତି ଜିଣ୍ଟା, କହିଲେ ‘ପ୍ରତି ବର୍ଷ…’

0

ଦୁବାଇ: IPL- ୧୩ ର ଦ୍ୱିତୀୟ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲସ୍ ଏବଂ କିଙ୍ଗସ୍ ଇଲେଭେନ ପଞ୍ଜାବ ମୁହାଁମୁହିଁ ହୋଇଥିଲେ । ମ୍ୟାଚ ସୁପର ଓଭରରେ ପହଞ୍ଚିଥିଲା ଏବଂ ଦିଲ୍ଲୀ ଖୁବ ସହଜରେ ଏହି ମ୍ୟାଚ ଜିତିଥିଲା । ତେବେ ଆଇପିଏଲର ଦ୍ୱିତୀୟ ମ୍ୟାଚରେ ହିଁ ନୂଆ ବିବାଦ ମୁଣ୍ଡ ଟେକିଛି । ଯାହାକୁ ନେଇ ଫ୍ୟାନ୍ସ କ୍ରୋଧ ପ୍ରକାଶ କରିଛନ୍ତି । ଅମ୍ପାୟାର ସର୍ଟ ରନ୍ ଦେଇ କିଙ୍ଗସ୍ ଇଲେଭେନ ପଞ୍ଜାବର ଗୋଟିଏ ରନ କାଟି ଦେଇଥିଲେ । କିନ୍ତୁ ଯେତେବେଳେ ରି-ପ୍ଲେ ଦେଖାଗଲା ସେତେବେଳେ ବ୍ୟାଟ କ୍ରୀଜ ଭିତରେ ଥିଲା । ଏହି ଭୁଲ ନିଷ୍ପତ୍ତି ପାଇଁ କିଙ୍ଗସ ଇଲେଭେନ ମାଲିକାଣୀ ପ୍ରୀତି ଜିଣ୍ଟା କ୍ରୋଧ ପ୍ରକାଶ କରିଛନ୍ତି । ସେ BCCIକୁ ନୂଆ ରୁଲ୍ କରିବା ପାଇଁ ଦାବି କରିଛନ୍ତି ।

ପ୍ରୀତି ଜିଣ୍ଟା ବିରେନ୍ଦ୍ର ସେହୱାଗଙ୍କୁ ଟ୍ୱିଟ୍ କରି ଲେଖିଛନ୍ତି ଯେ, ‘ମୁଁ ଏକ ମହାମାରୀ ସମୟରେ ଉତ୍ସାହପୂର୍ବକ ଯାତ୍ରା କରିଛି, ୬ ଦିନ କ୍ୱାରେଣ୍ଟିନ ଏବଂ ୫ ଥର କୋରୋନା ଟେଷ୍ଟକୁ ଧର୍ଯ୍ୟର ସହ ସାମନା କରିଛି । କିନ୍ତୁ ଏହି ଗୋଟିଏ ସର୍ଟ ରନ ମତେ ସ୍ତବ୍ଧ କରିଛି । ଯଦି ଟେକନିକର ସଠିକ୍ ଉପଯୋଗ କରାଯିବନି ତେବେ ଏହାର ବ୍ୟବହାରର କୌଣସି ଅର୍ଥ ନାହିଁ । ସମୟ ଆସି ସାରିଛି ଯେ, BCCI ନୂଆ ନିୟମ ପ୍ରସ୍ତୁତ କରୁ । ଏହା ପ୍ରତି ବର୍ଷ ହେବା ଉଚିତ ନୁହେଁ ।’

ସେ ପୁଣି ଏକ ଟ୍ୱିଟ କରି ଲେଖିଛନ୍ତି ଯେ, ‘ ମୁଁ  ଖେଳରେ ବିଜୟ ବା ପରାଜୟ ସକାରାତ୍ମକ ଭାବରେ ଗ୍ରହଣ କରିବାରେ ବିଶ୍ୱାସ କରେ । କିନ୍ତୁ ନୀତିଗତ ପରିବର୍ତ୍ତନ ପାଇଁ ପଚାରିବା ମଧ୍ୟ ମହତ୍ତ୍ୱପୂର୍ଣ୍ଣ ଅଟେ ଯାହା ଭବିଷ୍ୟତରେ ସମସ୍ତଙ୍କ ପାଇଁ ସଠିକ ରହିବ । ଯାହା ହେଲା ତାକୁ ତ ପରିବର୍ତ୍ତନ କରିହେବନି, ଏବେ ଆଗକୁ ବଢ଼ିବର ସମୟ । ସେଥିପାଇଁ ଆଗାମୀ ସମୟକୁ ସକାରାତ୍ମକ ମନୋଭାବ ସହ ଅପେକ୍ଷା କରିଛି ।’

କଟକ କୋଭିଡ ହସପିଟାଲ ICUରେ ଅଗ୍ନିକାଣ୍ଡ,ରୋଗୀ ସୁରକ୍ଷିତ

କଟକ: କୋଭିଡ ହସପିଟାଲ ICUରେ ଅଗ୍ନିକାଣ୍ଡ । ଜଗତପୁର ସଦଗୁରୁ କୋଭିଡ ହସପିଟାଲ ICUରେ ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି । ତେବେ ସମସ୍ତ ରୋଗୀଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି । ନିଆଁଲିଭା କାର୍ଯ୍ୟରେ ଦମକଳ ଗାଡ଼ି ନିୟୋଜିତ ଅଛନ୍ତି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ସର୍ଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି  ।

ପ୍ରାୟ ୪୦ ରୁ ଉର୍ଦ୍ଧ୍ୱ ଆମ୍ବୁଲାନ୍ସରେ ଚାଲିଛି ରୋଗୀଙ୍କ ସ୍ଥାନାନ୍ତରଣ ପ୍ରକ୍ରିୟା ।  କଟକ ଜିଲ୍ଲାପାଳ ଏବଂ ଡିସିପିଙ୍କ ଉପସ୍ଥିତରେ ରୋଗୀଙ୍କର ପଞ୍ଜିକରଣ କରାଯାଇ ସେମାନଙ୍କୁ ସ୍ଥାନାନ୍ତର କରାଯାଉଛି । ୧୩୦ ଜଣ ରୋଗୀଙ୍କ ମଧ୍ୟରୁ ୨୪ ଜଣ ICUରେ ଥିଲେ ଏବଂ ସେ ସମସ୍ତଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଥିବା ସୂଚନା ରହିଛି ।

ଡ୍ରଗ୍ସ ମାମଲାରେ ସାରା ଅଲ୍ଲୀ ଖାନ, ଶ୍ରଦ୍ଧା କପୁର, ରକୁଲ ପ୍ରୀତଙ୍କୁ ସମନ ପଠାଇବ NCB !

ନୂଆଦିଲ୍ଲୀ: ଡ୍ରଗ୍ସ ମାମଲାରେ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (NCB) ନିଜ ତଦନ୍ତକୁ ଆହୁରୀ ତୀବ୍ର କରିଛି । ଡ୍ରଗ୍ସ ସପ୍ଲାୟର୍ସଙ୍କ ସହ ପଚରାଉଚରା ପରେ NCB ବର୍ତ୍ତମାନ ଆଉ କିଛି ଲୋକଙ୍କ ସହ ପଚରାଉଚରା କରିବା ଆରମ୍ଭ କରିବ ।  ସୂଚନା ଅନୁଯାୟୀ, ଯାଞ୍ଚକୁ ଆଗକୁ ବଢ଼ାଇବା ପାଇଁ ସାରା ଅଲ୍ଲୀ ଖାନ, ରକୁଲ ପ୍ରୀତ, ଶ୍ରଦ୍ଧା କପୁର ଏବଂ ସିମୋନଙ୍କୁ ଏଇ ସପ୍ତାହରେ ନୋଟିସ ପଠାଯିବ ।  ଡ୍ରଗ୍ସ ପେଡେଲାର ମାନଙ୍କ ସହ ପଚରାଉଚରା ବେଳେ ଏମାନଙ୍କ ନାମ ସାମ୍ନାକୁ ଆସିଥିଲା ।

ସୂଚନା ଅନୁଯାୟୀ , ରିୟା ଚକ୍ରବର୍ତ୍ତୀ ସିମୋନ ଖମ୍ବାଟା, ରକୁଲ ପ୍ରୀତ ଏବଂ ସାରା ଅଲ୍ଲୀ ଖାନଙ୍କ ନାଆ ଉଲ୍ଲେଖ କରିଥିଲେ । କୁହାଯାଉଛି ଯେ, ମୁମ୍ବାଇର ଏକ ଜିମକୁ ରକୁଲ, ସାରା ଏବଂ ରିୟା ଯାଉଥିଲେ ଏବଂ ସେଠାରେ ତାଙ୍କ ବନ୍ଧୁତ୍ୱ ଆଗକୁ ବଢ଼ିଥିଲା । ଏଠାରୁ NCBକୁ ଯାଞ୍ଚରେ ବଡ଼ ଲିଙ୍କ ମିଳିଥିଲା ଏବଂ ଏହାକୁ ନେଇ ଠୋସ୍ ପ୍ରମାଣ ମଧ୍ୟ ରହିଥିବା ସୂଚନା ମିଳିଛି । ଏହା ସହିତ ରିୟା ଶ୍ରଦ୍ଧା କପୁରଙ୍କ ନାମ ମଧ୍ୟ ନେଇଛନ୍ତି । ଏମିତିରେ କୁହାଯାଉଛି ଯେ NCB ଶ୍ରଦ୍ଧା କପୁରଙ୍କୁ ମଧ୍ୟ ସମନ ପଠାଇପାରେ ।

ନାର୍କୋଟିକସ କଣ୍ଟ୍ରୋଲ ବ୍ୟୁରୋ ସ୍ମୃତି ମୋଦି ଏବଂ ଜୟା ସାହାଙ୍କୁ ଆଜି ନୋଟିସ ପଠାଇ ପଚରାଉଚରା ପାଇଁ ଡକାଇଛି । ସୂଚନା ଅନୁଯାୟୀ, ତଦନ୍ତ ପରେ ସନ୍ଧ୍ୟାରେ ନୂଆ ସମନ ଜାରି କରାଯିବ ।

ନିକଟରେ ରାହୁଲ ବିଶ୍ରାମ ନାମକ ମୁମ୍ବାଇର ଜଣେ ଡ୍ରଗ୍ସ ମାଫିଆ ଧରାପଡିଥିଲେ ଏବଂ ବର୍ତ୍ତମାନ ତାଙ୍କ ପୁରା ଗ୍ୟାଙ୍ଗର ପର୍ଦାଫାସ କରିବାକୁ NCB ଅଣ୍ଟା ଭିଡିଛି । ସୂଚନା ଅନୁଯାୟୀ, ରିୟା କହିଥିଲେ ଯେ ସୁଶାନ୍ତଙ୍କ ସହ ସେ ପରିଚିତ ହେବା ପୂର୍ବରୁ ସେ ଗଞ୍ଜେଇ ସେବନ କରୁଥିଲେ ।  ସେ କହିଥିଲେ ଯେ, କେଦାରନାଥ ଫିଲ୍ମର ସୁଟିଂରେ ସେ ଅଧିକ ଡ୍ରଗ୍ସ ନେବା ଆରମ୍ଭ କରିଥିଲେ । ଏହା ମଧ୍ୟ କୁହାଯାଉଛି ଯେ ଗଞ୍ଜେଇ ସେବନ କଲେ ଅଧିକ ଭୋକ ଲାଗିଥାଏ ଏବଂ କେଦାରନାଥର ସୁଟିଂ ପରେ ସୁଶାନ୍ତ ଏବଂ ସାରାଙ୍କ ଓଜନ ବଢ଼ିଯାଇଥିଲା ।

ବର୍ତ୍ତମାନ ଏନସିବି ନାମୀ ଲୋକମାନଙ୍କୁ ସମନ ପଠାଇ ତାଙ୍କ ସହ ପଚରାଉଚରା କରୁଛି ଏବଂ ବଲିଉଡ ସହ ଡ୍ରଗ୍ସର କନେକସନର ପର୍ଦାଫାସ କରୁଛି । ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ କନେକସନ ସାମ୍ନାକୁ ଆସିଥିଲା । ଏନସିବି ଏହି ଘଟଣାର ଅନୁସନ୍ଧାନ କରୁଛି। ଏବେ ଅପେକ୍ଷା ରହିଲା ପରବର୍ତ୍ତୀ ସମୟରେ NCBର ତଦନ୍ତ କେଉଁ ମୋଡ଼ ନେଉଛି ।