ବେଜିଂ: ସୀମାରେ ସୁଧୁରୁନି ଡ୍ରାଗନ । ବିବାଦୀୟ ଡୋକାଲାମର ୯ କିଲୋମିଟର ଦୂରରେ ଏକ ଗାଁ ତିଆରି କରିଛି ବିସ୍ତାରବାଦୀ ଚୀନ୍ । ଭୁଟାନ ସୀମାର ୨କିଲୋମିଟର ଭିତରକୁ ପଶି ପ୍ରତିଷ୍ଠା କରିଛି ଗାଁ । ଚାଇନାର ଜଣେ ସାମ୍ବାଦିକ ଏହି ନୂଆ ଗାଁର ଫୋଟୋ ନିଜ ଟ୍ୱିଟରରେ ପୋଷ୍ଟ କରିଥିଲେ । ତେବେ କିଛି ସମୟପରେ ସେ ଟୁଇଟକୁ ଡିଲିଟ୍ କରିଦେଇଥିଲେ । ଚାଇନା ପକ୍ଷରୁ ଉକ୍ତ ଗାଁର ନାଁ ପାଙ୍ଗଡା ରଖାଯାଇଛି।
ମ୍ୟାପ୍ରୁ ସ୍ପଷ୍ଟ ହୋଇଛି ଯେ ଏହି ଗାଁଟି ଭୁଟାନ ସୀମାର ୨ କିମି ପରିଧି ମଧ୍ୟରେ ରହିଛି । ଚାଇନା ବଳପୂର୍ବକ ଭୁଟାନ ସୀମାରେ ପ୍ରବେଶ କରି ଏହିଁ ଗାଁ ପ୍ରତିଷ୍ଠା କରିଛି । ଚୀନ୍ର ଏଭଳି ପଦକ୍ଷେପ ଭୁଟାନ୍ର ସୁରକ୍ଷା ଓ ସାର୍ବଭୌମତ୍ୱ ପ୍ରତି ବଡ଼ ବିପଦ । ଭୁଟାନର ଅଖଣ୍ଡତାକୁ ସୁରକ୍ଷା ଦେବା ପାଇଁ ଭାରତ ସର୍ବଦା ପ୍ରତିଶ୍ରୁତିବଦ୍ଧ ।
ଏବେ ଭୁଟାନ ମଧ୍ୟରେ ପ୍ରବେଶ କରି ଭାରତକୁ ପୁଣି ଉସକାଇଛି ଚୀନ୍ । ଯାହାକି ପୁଣି ଶାନ୍ତିକୁ ବ୍ୟାହତ କରିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ଗୋଟିଏ ପଟେ ଭାରତ ଓ ଚୀନ୍ ଲଦାଖ ସୀମାରେ ମୁହାଁମୁହିଁ ହେଉଛନ୍ତି । ସୀମାରେ ସବୁକିଛି ଠିକ୍ ନାହିଁ । ସେପଟେ ଭୁଟାନ ସୀମାରେ ଚୀନର ଅନୁପ୍ରବେଶ ନୂଆ ବିବାଦ ସୃଷ୍ଟି କରିଛି ।





ଏକ ବିବାହ ସମାରୋହରେ ଯୋଗଦେବା ପରେ ସମସ୍ତ ବରଯାତ୍ରୀ ଘରକୁ ଫେରୁଥିଲେ। ଏହି ଦୁର୍ଘଟଣାର ଶିକାର ହୋଇଥିବା ୧୪ ଜଣଙ୍କ ମଧ୍ୟରୁ ୬ ଜଣ ନାବାଳକ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୋଲେରୋ କାରକୁ ଗ୍ୟାସ କଟର ସାହାଯ୍ୟରେ କାଟି ସମସ୍ତ ୧୪ ଜଣଙ୍କ ମୃତଦେହ ବାହାର କରିଥିଲା। ପୋଲିସ ଉଦ୍ଧାର କରିବାକୁ ପ୍ରାୟ ଦୁଇ ଘଣ୍ଟା ସମୟ ଲାଗିଥିଲା । ସମସ୍ତଙ୍କ ମୃତଦେହକୁ ପୋଲିସ ପୋଷ୍ଟମର୍ଟମ ପାଇଁ ପଠାଇଛି।


