spot_img
Home Blog Page 6421

କେଜ୍ରିଓ୍ୱାଲଙ୍କ ସହ ଅମିତ ଶାହଙ୍କ ବୈଠକ: ଦିଲ୍ଳୀରେ କୋଭିଡ ସ୍ଥତିର କରିବେ ସମୀକ୍ଷା

ନୂଆଦିଲ୍ଲୀ: ପୁଣି ଦିଲ୍ଲୀରେ ବଢ଼ିଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ୭ ହଜାର ୩୪୦ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ପରେ ଦିଲ୍ଲୀରେ କୋଭିଡ ସ୍ଥିତି ନେଇ ସମୀକ୍ଷା କରିବେ ଗୃହମନ୍ତ୍ରୀ ଅମିତ ଶାହ । ଏ ନେଇ ଏକ ଜରୁରୀକାଳୀନ ବୈଠକ ଡକାଇଛନ୍ତି ଶ୍ରୀ ଶାହ ।

          ଗତ ବୁଧବାର ଦିଲ୍ଲୀରେ ମୋଟ ୮ ହଜାର ୫୯୩ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏହା ସର୍ବାଧିକ ଦିନକିଆ ସଂକ୍ରମଣ ଥିଲା । ସେ ଦିନ ମଧ୍ୟ ୮୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିଲା । ନଭେମ୍ୱର ୧୨ ତାରିଖରେ ମୃତ୍ୟୁ ସଂଖ୍ୟା ଥିଲା ୧୦୪ । ଯାହା ପାଞ୍ଚ ମାସ ମଧ୍ୟରେ ମୃତ୍ୟୁ ସଂଖ୍ୟା ସର୍ବାଧିକ ।

          ଶୀତ ଦିନରେ ପୁଣି କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ଆଶଙ୍କା ରହିଛି । ଏହାରି ମଧ୍ୟରେ ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଚିନ୍ତା ବଢ଼ାଇଛି । ସଂକ୍ରମଣ ମାମଲା ବୃଦ୍ଧି କାରଣରୁ ସନ୍ଧ୍ୟା ୫ଟାରେ ଶାହା ଦିଲ୍ଲୀସ୍ଥିତ ଗୃହ ବ୍ୟାପାର ମନ୍ତ୍ରାଳୟର ନର୍ଥ ବ୍ଲକ୍‌ରେ ଏକ ବୈଠକର ଆୟୋଜନ କରିଛନ୍ତି। ଦିଲ୍ଲୀ ଉପରାଜ୍ୟପାଳ ଅନୀଲ ବୈଜାଲ୍‌, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଏହି ବୈଠକରେ ଯୋଗ ଦେବେ ବୋଲି ଆଶା କରାଯାଉଛି।

ନିର୍ବାଚନ ଫଳାଫଳକୁ ଗ୍ରହଣ କରୁନାହାନ୍ତି ଟ୍ରମ୍ପ ସମର୍ଥକ: ପୁନଃ ଭୋଟ ଗଣତି ପାଇଁ ଦାବି

ଓ୍ୱାସିଂଟନ: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଶୋଚନୀୟ ଭାବେ ପରାସ୍ତ ହେବା ପରେ ଡୋନାଲ୍ଡ ଟ୍ରମ୍ପଙ୍କ ଶକ୍ତି ପ୍ରଦର୍ଶନ । ଟ୍ରମ୍ପଙ୍କ ସମର୍ଥକ ମାନେ ରାଜରାସ୍ତାକୁ ଓହ୍ଲାଇବା ସହ ନିର୍ବାଚନର ଫଳାଫଳକୁ ମାନିବାକୁ ପ୍ରସ୍ତୁତ ନୁହଁନ୍ତି ବୋଲି କହିଛନ୍ତି  । ଟ୍ରମ୍ପଙ୍କ ଲକ୍ଷାଧିକ ସମର୍ଥକ ରାଲି ବାହାର କରିବା ସହ ଓ୍ୱାସିଂଟନ ପହଁଚି ଜୋରଦାର ହଙ୍ଗାମା କରିଛନ୍ତି  । ଏହି ସମୟରେ ଟ୍ରମ୍ପଙ୍କ ବିରୋଧୀ ଓ ସମର୍ଥକଙ୍କ ମଧ୍ୟରେ ମାରପିଟ ମଧ୍ୟ ହୋଇଥିଲା  । ଏହାକୁ ନେଇ ଟ୍ରମ୍ପ ଓ୍ୱାସିଂଟନର ମେୟର ଓ ବାମପନ୍ଥି ସଂଗଠନକୁ ଦାୟୀ କରିଛନ୍ତି  ।

ଟ୍ରମ୍ପ ସମର୍ଥକଙ୍କ ଏହି ରାଲିରେ ବ୍ଲାକ ଲାଇଫ ମେଟର ସଂଗଠନ ମଧ୍ୟ ହଙ୍ଗାମା କରିଥିଲା । ସ୍ଥିତି ଏମିତି ହୋଇଥିଲା ଯେ ପୋଲିସ ପହଁଚି କିଛି ଲୋକଙ୍କୁ ହେପାଜତକୁ ନେଇଥିଲା  । ଗତ ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କୁ ଡେମୋକ୍ରାଟିକ ପ୍ରାର୍ଥୀ ଜୋ ବିଡେନ ପରାସ୍ତ କରିଥିବା ବେଳେ ଏହାକୁ ମାନିବାକୁ ରାଜିନାହାନ୍ତି ଟ୍ରମ୍ପ । ଆଉଥରେ ଭୋଟ ଗଣତି କରିବା ପାଇଁ ଦାବି କରିଛନ୍ତି  । ଭୋଟ ଗଣତିରେ ଡେମୋକ୍ରାଟିକ ପାର୍ଟି ହେରଫେର କରିଥିବା ଟ୍ରମ୍ପ ଅଭିଯୋଗ କରିଛନ୍ତି  । ଏମିତିକି ଟ୍ରମ୍ପ ହ୍ୱାଇଟ ହାଉସ ଛାଡିବେ ନାହିଁ ବୋଲି ମଧ୍ୟ କହିଛନ୍ତି  । ଟ୍ରମ୍ପଙ୍କ ଏହି ନିଷ୍ପତ୍ତିକୁ ନିଜ ଦଳର ବରିଷ୍ଠ ନେତା ମାନେ ମଧ୍ୟ ବିରୋଧ କରିଛନ୍ତି  ।

‘Jay’ ‘grabs’ land : ବିଧାନସଭାରେ ଉଠିବ ଜୟଙ୍କ ଜମି କେଳେଙ୍କାରୀ ପ୍ରସଙ୍ଗ : ପ୍ରଶାନ୍ତ ଜଗଦ୍ଦେବ

ଭୁବନେଶ୍ୱର :  ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ ଓଟିଭି ଏମଡି ଜଗି ମଙ୍ଗତ ପଣ୍ଡା ଚଞ୍ଚକତା କରି ଦଳିତଙ୍କ ଜମି ହଡ଼ପ କରିବା ଘଟଣା ସାରା ଓଡ଼ିଶାରେ ଚହଳ ପକାଇଛି । ଭଦ୍ରମୁଖା ପିନ୍ଧା ପଣ୍ଡା ପରିବାର କିପରି ନିଜର ଅର୍ଥନୈତିକ ସାମ୍ରାଜ୍ୟ ବିସ୍ତାର କରିବା ପାଇଁ ତଳକୁ ଖସିଯାଇଛି । ତାହା ଦିନକୁଦିନ ପ୍ରମାଣିତ ହେବାରେ ଲାଗିଛି । କାଠ ଯେପରି କୁରାଢୀ ସହ ଯୋଡି ଗଛ କାଟିଥାଏ, ଠିକ୍ ସେହି ଫର୍ମୁଲାରେ ଦଳିତ ଲୋକଙ୍କୁ ହାତବାରିସି କରି ସେମାନଙ୍କଠୁ ଜମି କିଣିଥିଲେ ପଣ୍ଡା ପରିବାର । ଏହି ଘଟଣା ସ୍ଥାନୀୟ ସାରୁଅ ଅଞ୍ଚଳରେ ପ୍ରମୁଖ ବିତର୍କର ପ୍ରସଙ୍ଗ ପାଲଟିଛି । ସ୍ଥାନୀୟ ଜନସାଧାରଣ ପଣ୍ଡା ପରିବାରକୁ ଛି ଛାକର କରିବା ଆରମ୍ଭ କରିଛନ୍ତି ।

OTV Land Scam, Public Demands In Social Media To Arrest Jay And Jagi Panda

ଭଦ୍ରମୁଖା ପିନ୍ଧା କେଳଙ୍କାରୀର କିଙ୍ଗ୍ ପିନ୍ ବୈଜୟନ୍ତ ଏ ପ୍ରସଙ୍ଗରେ ପଦୁଟିଏ ଯୁକ୍ତିଯୁକ୍ତ ତଥ୍ୟ ରଖୁ ପାରୁନାହାନ୍ତି । ନିଜ ବ୍ୟବସାୟର କଳା ସାମ୍ରାଜ୍ୟ ଉପରେ ଆଇନଗତ ପଦକ୍ଷେପ ନିଆଗଲେ, ଗଣମାଧ୍ୟମ ଉପରେ ଆକ୍ରମଣ ବୋଲି ଦର୍ଶାଉଛନ୍ତି । ନଇ ନ ଦେଖି ଲଙ୍ଗଳା ହେବା ନ୍ୟାୟରେ ଆଗୁଆ ଜାମିନ ଆଣି ପଣ୍ଡା ଦମ୍ପତି କାଳାତିପାତ କରିଛନ୍ତି । ଆଉ ଦିନ ୫ଟା ଦିନ ପରେ ବିଧାନସଭାରେ ଶୀତ ଅଧିବେଶନ ଆରମ୍ଭ ହେବ । ସାରୁଆ ସମେତ ବିଭିନ୍ନ ସ୍ଥାନରେ ଥିବା ଜମି କେଳେଙ୍କାରୀ ସମ୍ବେଦନଶୀଳ ଅନୁସୂଚିତ ଜାତି(ଏସସି) ବର୍ଗର ସହ ଜଡିତ । ତେଣୁ ଏହି ପ୍ରସଙ୍ଗ ବିଧାନସଭାରେ ଉଠିବାର ଯଥେଷ୍ଟ ସମ୍ଭାବନା ରହିଛି ।

ବର୍ତ୍ତମାନର ଚିଲିକା ବିଧାୟକ ତଥା ପୂର୍ବତନ ବେଗୁନିଆ-ବୋଲଗଡ଼ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଏ ନେଇ ସୂଚନା ଦେଇଛନ୍ତି । ପ୍ରଶାନ୍ତ କହିଛନ୍ତି ଯେ, ସାରୁଅ ଜମି ହଡ଼ପ ମାମଲାରେ ସରକାର ପଦକ୍ଷେପ ନେଉଛନ୍ତି  । ଆଗକୁ ମଧ୍ୟ ଉଚିତ  ଏବଂ ଆଇନଗତ ପଦକ୍ଷେପ ନେବେ ।

Illegal Boundary Constructed By OTV In Sarua Demolished By Khordha Dist Administration

ଦୋଷୀ ସରକାରୀ ଦଳର ହେଉ କି, ବିରୋଧୀ ଦଳର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେବେ ବି ଅପରାଧ କିମ୍ବା ଅପରାଧିଙ୍କୁ ପ୍ରଶୟ ଦେଇ ନାହାନ୍ତି । ଜମି ହେରଫେର ପ୍ରସଙ୍ଗ ଉଷ୍ମ ରହିଛି ।  ତେଣୁ ଗୃହରେ ଉଠିବ। ତଦନ୍ତ ପରିସରକୁ ଆସିବା ପରେ ଭୁଲ କି ଠିକ ଜଣା ପଡ଼ିଲେ, ପଦକ୍ଷେପ ନିଆଯାଉଛି। ବେଳେବେଳେ ରାଜସ୍ୱ ବିଭାଗ ବ୍ୟବସ୍ଥା ଏମିତି, ଯେତେ ଭିତରକୁ ଯିବେ ବହୁତ କଥା ଜାଣି ପାରିବେ। ଉପରୁ ଲାଗିବ ସବୁ ଠିକ ଅଛି। ହେଲେ ଯେତେବେଳେ ସବୁ ରେକର୍ଡ ଯାଞ୍ଚ ହୁଏ, ସେତେବେଳେ ଜଣା ପଡ଼େ କେଉଁଠି ଭୁଲ ଅଛି। ତେଣୁ ଯେବେ ପରବର୍ତ୍ତୀ ପର୍ଯ୍ୟାୟରେ ସବୁ ଦେଖାଗଲା, ସବୁ ବାହାରୁଥିବା ପ୍ରଶାନ୍ତ ଜଗଦ୍ଦେବ କହିଛନ୍ତି ।

 

ସମୁଦ୍ରରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ

ପୁରୀ: ପୁଣି ସମୁଦ୍ରରେ ବୁଡି ଜଣେ ଯୁବକର ମୃତ୍ୟୁ । ସାଙ୍ଗମାନଙ୍କ ସହ ଆସିଥିଲେ ପୁରୀ ବୁଲିବାକୁ । ହେଲେ କିଏ ଜାଣିଥିଲା ସେହି ପୁରୀ ବୁଲିବା ତାଙ୍କର ଶେଷ ଯାତ୍ରା ହେବ । ନିଜ ସାଙ୍ଗମାନଙ୍କ ସହ ପୁରୀ ବୁଲିବାକୁ ଆସିଥିବା ଜଣେ ଯୁବକ ରବିବାର ଭାସିଯାଇ ମୃତ୍ୟୁ ବରଣ କରିଛନ୍ତି ।

ସାଙ୍ଗମାନଙ୍କ ସହ ପୁରୀ ବୁଲିବାକୁ ଆସି ଦିଗବାରେଣୀ ସମୁଦ୍ର କୂଳରେ ଗାଧୋଉଥିଲେ । ସବୁ ସାଙ୍ଗମାନେ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ହେଲେ ଏହି ସମୟରେ ହଠାତ୍‌ ଜଣେ ସାଙ୍ଗ ସମୁଦ୍ରରେ ନିଖୋଜ ହୋଇଯାଇଥିଲେ । ସାଙ୍ଗମାନେ ଅନେକ ଖୋଜାଖୋଜି କରିବା ପରେ ସାଙ୍ଗ ନମିଳିବାରୁ ଚିନ୍ତାରେ ପଡ଼ିଯାଇଥିଲେ । ପ୍ରଥମେ ସେମାନେ କ’ଣ କରିବେ କିଛି ବୁଝିପାରି ନଥିଲେ । ପରେ ଲାଇଫ୍‌ଗାର୍ଡଙ୍କୁ ଏନେଇ ସୂଚନା ଦେଇଥିଲେ । ଲାଇଫ୍‌ଗାର୍ଡ ମଧ୍ୟ ଖୋଜା ଖୋଜି କରିଥିଲେ । ହେଲେ ପାଇନଥିଲେ । ତେବେ ଏହାର କିଛି ସମୟ ପରେ ନିଖୋଜ ବନ୍ଧୁର ମୃତଦେହ ଭାସି ଆସି ପୁରୀ ହୋଟେଲ ସମ୍ମୁଖ ବେଳାଭୂମି ନିକଟରେ ଲାଗିଥିଲା । ଏହି ମୃତକ ଜଣକ ହେଉଛନ୍ତି କଟକ ଜଗତପୁର ଅଂଚଳର ବିଜେନ୍ଦ୍ର ବାରିକ୍ ।

ଆର୍ଥିକ ସ୍ଥିତି ସୁଦୃଢ କରିବା ପାଇଁ ଏସିଆର ୧୫ଟି ଦେଶ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷରିତ

ନୂଆଦିଲ୍ଲୀ: ଏସିଆର ୧୫ଟି ଦେଶ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ରିଜଅନାଲ କମ୍ପ୍ରେହନସିଭ ଇକନୋମିକ୍ ପାର୍ଟନରସିପ୍ ବା ଆର୍ଥିକ ବୁଝାମଣା ପାଇଁ ଏହି ଦେଶ ମାନେ ରାଜି ହୋଇଛନ୍ତି । ଭର୍ଚୁଆଲ ମିଟିଂ ମାଧ୍ୟମରେ ଏହି ବୁଝାମଣା ହୋଇଛି । ଏହାଦ୍ୱାରା ବିଶ୍ୱର ଏକ ତୃତିୟାଂଶ ଆର୍ଥିକ ଗତିବିଧି ଉପରେ ନଜର ରହିବ । ଏଥିସହ ଚୀନ ପାଇଁ ଏହାଏକ ଗେମଚେଞ୍ଜର ହେବ ବୋଲି କୁହାଯାଇଛି ।

କରୋନା ଲକଡାଉନ ବେଳେ ଆର୍ଥିକ କ୍ଷତିକୁ ଭରଣ କରିବା ପାଇଁ ଏହା ସହାୟକ ହେବ ବୋଲି ସମସ୍ତେ ଆଶା ରଖିଛନ୍ତି । ଏହି ଚୁକ୍ତିରେ ଚୀନ, ଜାପାନ, ଦକ୍ଷିଣ କୋରିଆ, ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ ସହ ୧୦ ଦକ୍ଷିଣ ପୂର୍ବ ଏସିଆର ଅର୍ଥବ୍ୟବସ୍ଥା ମଧ୍ୟ ସାମିଲ ରହିଛି । ପ୍ରଥମ ଥର ପାଇଁ ଏନେଇ ୨୦୧୨ରେ ଏହି ପ୍ରସ୍ତାବ ରଖାଯାଇଥିଲା । କିନ୍ତୁ ଅନେକ ଦେଶ ସହମତି ପ୍ରକାଶ କରୁନଥିଲେ । କରୋନା କାଳରେ କ୍ଷତି ଯୋଗୁଁ ଏବେ ବିଭିନ୍ନ ଦେଶ ଏହି ଚୁକ୍ତି ପାଇଁ ରାଜି ହୋଇଛନ୍ତି । ଏହି ଚୁକ୍ତିରେ ଆମେରିକାକୁ ସମ୍ପୃକ୍ତି କରାଯିବନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି ।

୧୮ରେ ସର୍ବଦଳୀୟ ବୈଠକ, ବିଧାନସଭା କେମିତି ଚାଲିବ ସେନେଇ ହେବ ଆଲୋଚନା..

ଭୁବନେଶ୍ୱର: ଆସନ୍ତା ୧୮ ତାରିଖରେ ସର୍ବଦଳୀୟ ବୈଠକ ଡକାଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ସକାଳ ୧୧ଟାରେ ବସିବ ବୈଠକ । ବିଧାନସଭା ଶୀତକାଳୀନ ଅଧିବେଶନ ପରିଚାଳନା କିପରି ହେବ, ସେ ନେଇ ହେବ ଆଲୋଚନା ।

ମୁଖ୍ୟତଃ ଚଳିତ ଅଧିବେଶନରେ ଗୃହ ଭିତରେ ତାରକା ପ୍ରଶ୍ନ ଉପରେ ଆଲୋଚନା ହେବ ନା ନାହିଁ, ସେ ନେଇ ମତାମତ ନିଆଯିବ । ସେହିଦିନ ଦୁଇ ନୂଆ ବିଧାୟକ ବିଜୟ ଶଙ୍କର ଦାସ ଓ ସ୍ୱରୂପ ଦାସ ଶପଥ ନେବେ । ଏଥର ମଧ୍ୟ ବିଧାନସଭାରେ ଗୋଟିଏ ପ୍ରସଙ୍ଗରେ ଦୁଇ ଦିନ ମୁଲତବୀ ପ୍ରସ୍ତାବ ଆଲୋଚନା ଆସି ପାରିବ ନାହିଁ ।  ତେବେ ଗତ ଅଧିବେଶନ ପରି ଚାଲିବ ଅଧିବେଶନ । ଦୈନିକ ୨ଟି ପର୍ଯ୍ୟାୟରେ ଚାଲିବ ଗୃହକାର୍ଯ୍ୟ ।

ସେପଟେ ବିଧାନସଭାରେ ପ୍ରଶ୍ନଉତ୍ତର କାଳ ରହିବା ଦରକାର । ନିଜ ଅଞ୍ଚଳର ସମସ୍ୟା ଉପସ୍ଥାପନ କରିବେ ବିଧାୟକ । ସଂସଦୀୟ ଢାଞ୍ଚାକୁ ଦେଖି ଗତ ଥର ବାଚସ୍ପତି ଏହା କରିନଥିଲେ । କରୋନା କମିଥିବାରୁ ଅଧିବେଶନ ୫ ଘଣ୍ଟାକୁ ବୃଦ୍ଧି ହେଉ ଏବଂ ସମସ୍ତଙ୍କୁ କହିବାର ସୁଯୋଗ ମିଳୁ ବୋଲି କହିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ।

ମାଟି ତଳୁ ବାହାରିଲା ଶିବ ଲିଙ୍ଗ, ଗାଁରେ ଆରମ୍ଭ ହୋଇଗଲା ପୂଜାର୍ଚ୍ଚନା..

ଭଦ୍ରକ: କୁହାଯାଏ ମାଟି ତଳୁ ଶିବ ଲିଙ୍ଗ ଫୁଟିକି ବାହାରିଥାଏ । ହେଲେ କେବେ ବୋଧ ହୁଏ କେହି ଦେଖିଥିବେ ମାଟି ତଳୁ ଶିବ ଲିଙ୍ଗ ବାହାରିବା । କିନ୍ତୁ ସେମିତି ଏକ ଅବିକଳ ଘଟଣା ଏବେ ଲୋକଙ୍କ ସାମ୍ନାକ ଆସିଛି । ଯାହାକି ସମସ୍ତଙ୍କୁ ଚିକିତ କରିଛି । ଅମାଵାସ୍ୟା ରାତିରେ ମାଟିତଳୁ ବାହାରିଛି ଶିବ ଲିଙ୍ଗ । ଖାଲି ଶିବ ଲିଙ୍ଗ ନୁହେଁ ତାଙ୍କ ପାର୍ଶ୍ୱରେ ରହୁଥିବା ଅନକେ ମୂର୍ତ୍ତି ମଧ୍ୟ ସେହି ମାଟି ତଳୁ ବାହାରିଛି । ମାଟି ତଳୁ ଭଗବାନଙ୍କ ମୂର୍ତ୍ତି ବାହାରିବା ପରେ ଏବେ ପୁରା ଗାଁରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଗୋରାମାଟି ପଞ୍ଚାୟତ ଚକପୁର ଗାଁରେ ।

ମିଳିଥିବା ସୂଚନାନୁସାରେ ବଲଦିଆପଦା ପଡିଆରେ ଶନିବାର ଗାଁରେ ଏକ ପାର୍କ ନିର୍ମାଣ ପାଇଁ ମାଟି ସମତୁଲ କରାଯାଉଥିଲା । ଏହି ସମୟରେ ରାତିରେ ଟ୍ରାକ୍ଟର ମୁନରେ ଏକ ପଥରେ ବାଜି ଥିଲ। । ଫଳରେ ଟ୍ରାକ୍ଟରର କିଛି ଅଂଶ ଭାଙ୍ଗି ଯାଇଥିଲା । ଏହାପରେ ଟ୍ରାକ୍ଟର ଡ୍ରାଇଭର ଓ ମାଲିକ ଦେଖିଥିଲେ ମାଟି ତଳେ ପଥର ମୂର୍ତ୍ତି ପୋତି ହୋଇ ରହିଛି । ତେଣୁ ସେମାନେ ଗାଁର ସରପଞ୍ଚ ଓ ସାଧାରଣ ଲୋକଙ୍କୁ ଏନେଇ ଖବର ଦେଇଥିଲେ । ଖବରପାଇ ସମସ୍ତେ ସେଠାରେ ରୁଣ୍ଡ ହୋଇଥିଲେ ।

ତେବେ ଭଗବାନଙ୍କୁ ଦେଖିବା ପରେ ସମସ୍ତେ ମିଶି ସେହି ସ୍ଥାନକୁ ଖୋଳାଖୋଳି ଆରମ୍ଭ କରିଥିଲେ । ଏଥିରେ ଶିବଙ୍କ ଲିଙ୍ଗ ସହ ପାର୍ଶ୍ୱ ଦେବାଦେବୀଙ୍କ ମୂର୍ତ୍ତି ମଧ୍ୟ ଗାଁଲୋକଙ୍କ ସାମ୍ନାକୁ ଆସିଛି । ତେଣୁ ଗାଁରେ ଏବେ ଫୁଟା ଶିବ ଲିଙ୍ଗର ପୂଜା ପାଠ କରାଯାଉଛି । ଭଗବାନଙ୍କୁ ଦର୍ଶନ କରିବା ପାଇଁ ଭକ୍ତ ଶ୍ରଦ୍ଧାଳୁ ତଥା ଆଖପାଖ ଅଞ୍ଚଳର ଲୋକଙ୍କ ଭିଡ଼ ଏଠାରେ ଜବିବାରେ ଲାଗିଛି । ସମସ୍ତଙ୍କ ପାଟିରେ ଓମ୍‌ ନମଃ ଶିବାୟ ଜପ ଚାଲିଥିବା ଶୁଣିବାକୁ ମିଳିଛି ।

ବେଙ୍ଗଲୀ ସିନେମାର ଲୋକପ୍ରିୟ ଅଭିନେତା ସୌମିତ୍ର ଚାଟାର୍ଜୀଙ୍କ ପରଲୋକ

କୋଲକାତା: ବେଙ୍ଗଲୀ ସିନେମା ଜଗତର ସବୁଠୁ ଲୋକପ୍ରୀୟ ଅଭିନେତା ସୌମିତ୍ର ଚାଟାର୍ଜିଙ୍କର ଦେହାନ୍ତ । ସେ ଦିର୍ଘ ଦିନ ଧରି ଅସୁସ୍ଥ ଥିବା ବେଳେ କୋଲକାତାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । କିଛି ଦିନ ତଳେ ସେ କରୋନାରେ ମଧ୍ୟ ସଂକ୍ରମିତ ହୋଇଥିଲେ । ତାଙ୍କୁ ଭେଣ୍ଟିଲେଟରେ ରଖାଯାଇଥିଲା । ଆଜି ଅପରାହ୍ନ ୧୨ଟା ୧୫ରେ ସେ ଶେଷନିଶ୍ୱାସ ତ୍ୟାଗ କଲେ ।

ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା । ସୌମିତ୍ରଙ୍କ ମୃତ୍ୟୁ ପରେ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ସେ ୬ ଅକ୍ଟୋବରରେ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କୁ ସୁସ୍ଥ କରିବା ପାଇଁ ଅନରବରତ ପ୍ରୟାସ କରୁଥିଲେ । ୧୯୫୯ ମସିହାରେ ସୌମିତ୍ର ଅପୁର ସଂସାର ଫିଲ୍ମରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ ।

ଓସ୍କାର ବିଜେତା ନିର୍ଦ୍ଦେଶକ ସତ୍ୟଜିତ ରାୟଙ୍କ ସହ ମଧ୍ୟ ସେ ୧୪ଟି ଫିଲ୍ମରେ କାମ କରିଛନ୍ତି । ସୌମିତ୍ର ଦାଦା ସାହେବ ଫାଲକେ ପୁରସ୍କାରରେ ମଧ୍ୟ ସମ୍ମାନିତ ହୋଇଥିଲେ । ଏଥିସହ ୩ଥର ଜାତୀୟ ଚଳଚିତ୍ର ପୁରସ୍କାର ମଧ୍ୟ ପାଇଛନ୍ତି ।

ନୀତୀଶ କୁମାର ହେବେ ବିହାର ମୁଖ୍ୟମନ୍ତ୍ରୀ…ଏନ୍‌ଡିଏ ବୈଠକରେ ନୀତୀଶ ନେତା ନିର୍ବାଚିତ

ପାଟଣା: ନୀତିଶ କୁମାର ହେବେ ବିହାର ମୁଖ୍ୟମନ୍ତ୍ରୀ । ବିହାରରେ ହୋଇଥିବା ଏନଡିଏ ବୈଠକରେ ନୀତିଶଙ୍କ ନାଁରେ ମୋହର ମରାଯାଇଛି । ପ୍ରଥମେ ଜେଡିୟୁ ଓ ବିଜେପି ପୃଥକ ପୃଥକ ବୈଠକ କରିଥିବା ବେଳେ ନୀତିଶଙ୍କ ନାଁରେ ସହମତି ପ୍ରକାଶ ପାଇଥିଲା । ଜେଡିୟୁ ବୈଠକରେ ନୀତିଶଙ୍କୁ ବିଧାୟକ ଦଳର ନେତା ଭାବେ ଚୟନ କରାଯାଇଛି । ସମସ୍ତଙ୍କ ସହମତିରେ ନୀତିଶଙ୍କୁ ଆଗାମୀ ମୁଖ୍ୟମନ୍ତ୍ରୀ ପାଇଁ ପ୍ରୋଜେକ୍ଟ କରାଯାଇଥିଲା । ପରେ ଏନଡିଏ ବୈଠକରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ନୀତିଶଙ୍କ ନାଁ ଔପଚାରିକ ଭାବେ ଘୋଷଣା କରାଯାଇଛି ।

ଏଥିସହ ଆଗାମୀ କ୍ୟାବିନେଟରେ କିଏ କିଏ ମନ୍ତ୍ରୀ ରହିବେ, ସେନେଇ ମଧ୍ୟ ଆଲୋଚନା ହେଉଛି । ପୂର୍ବ ଭଳି ଉପମୁଖ୍ୟମନ୍ତ୍ରୀ ହେବେ ସୁଶିଲ ମୋଦି । ଏନଡିଏ ବିଧାୟକ ଦଳର ବୈଠକରେ ଜେଡିୟୁ, ବିଜେପି, ଜେଡିୟୁ, ହାମ୍ ଓ ଭିଆଇପି ଦଳର ବିଧାୟକମାନେ ଉପସ୍ଥିତ ଅଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଉପସ୍ଥିତ ଅଛନ୍ତି ।

ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ଥିବା ସୁଶିଲ ମୋଦି ଦିଲ୍ଲୀରେ ଦଳର ବରିଷ୍ଠ ନେତାଙ୍କ ସହ ସାକ୍ଷାତ କରି ଆଗାମୀ ରଣନୀତି ନେଇ ଆଲୋଚନା କରିଛନ୍ତି । ଆସନ୍ତାକାଲି ସକାଳ ୧୧ଟା ୩୦ରେ ଶପଥ ଗ୍ରହଣ ଉତ୍ସବ ଆୟୋଜନ ହେବ । ଏଥିରେ ନୀତୀଶଙ୍କ ସମେତ ଅନ୍ୟ ବିଧାୟକ ମାନେ ଶପଥ ନେବେ । ପରେ ସେମାନଙ୍କୁ ମନ୍ତ୍ରୀପଦ ବଣ୍ଟନ କରାଯିବ ।

ରାଜ୍ୟରେ ୨୪ ଘଣ୍ଟାରେ ୭୫୩ ଆକ୍ରାନ୍ତ, ପୁଣି ୧୭ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର: ଲଗାତର ଭାବରେ ରାଜ୍ୟରେ ଖସିଲା କରୋନା ଗ୍ରାଫ୍ । ୨୪ ଘଣ୍ଟାରେ ୩୦ ଜିଲ୍ଲା ଓ ଷ୍ଟେଟପୁଲରୁ ୭୫୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୪୩୪ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୩୧୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ରାଜ୍ୟରେ ଆଉ ୧୭ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ମୋଟ୍ କରୋନା ମୃତ୍ୟୁସଂଖ୍ୟା ୧୫୨୭ରେ ପହଞ୍ଚିଛି । ଦେଶରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୮ହଜାର ୬୫୯ରେ ପହଞ୍ଚିଥିବା ବେଳେ ସୁସ୍ଥ ହେଲେଣି ୨ଲକ୍ଷ ୯୬ହଜାର ୫୧୬ । ଆକ୍ଟିଭ କେସ୍ ରହିଛି ୧୦ହଜାର ୫୬୩ ।

ତେବେ ନୂଆ ୭୫୩ ଆକ୍ରାନ୍ତଙ୍କ ମଧ୍ୟରେ ରହିଛନ୍ତି :