spot_img
Home Blog Page 6425

ଯାତ୍ରା କଳାକାରଙ୍କ ମଧ୍ୟରେ ଫାଟ ! ରାଣୀ ପଣ୍ଡାଙ୍କ ନାଁରେ ମାମଲା ରୁଜୁ

ବାଲେଶ୍ୱର: ଯାତ୍ରା କଳାକାରଙ୍କ ମଧ୍ୟରେ ଫାଟ । ଅଭିନେତ୍ରୀ ରାଣୀ ପଣ୍ଡାଙ୍କ ବିରୋଧରେ ଅଭିନେତା ବାପି ପଣ୍ଡାଙ୍କ ଅଭିଯୋଗ । ସୋସିଆଲ ମିଡିଆରେ ଅଶ୍ଳୀଳ ଭିଡିଓ ଅପ୍‌ଲୋଡ଼ ନେଇ ମାମଲା ।

ବିବାଦୀୟ ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡାଙ୍କ ବିରୋଧରେ ମାମଲା ରୁଜୁ କଲେ ଯାତ୍ରା କଳାକାର ବାପି ପଣ୍ଡା । ବାପି ପଣ୍ଡାଙ୍କ ବିଷୟରେ ରାନୀ ପଣ୍ଡା ସୋସିଆଲ ମିଡିଆରେ ଅଶ୍ଳୀଳ ମନ୍ତବ୍ୟ ଦେଇ ଭିଡିଓ ଅପ୍‌ଲୋଡ କରିଛନ୍ତି । ଯାହା ଫଳରେ ତାଙ୍କ ସମ୍ମାନ ହାନୀ ହେବା ସହିତ ସାମାଜିକ ପ୍ରତିଷ୍ଠା ମଧ୍ୟ କ୍ଷୁର୍ଣ୍ଣ ହୋଇଥିବା ବାପି ପଣ୍ଡା ଦର୍ଶାଇଛନ୍ତି ।

Bapi Panda

ଏସମ୍ପର୍କରେ ଓକିଲ ବିଜୟ ପାଣିଗ୍ରାହୀଙ୍କ ମାଧ୍ୟମରେ ବାପି ପଣ୍ଡା ବାଲେଶ୍ୱର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ମାମଲା ରୁଜୁ କରିଛନ୍ତି । କୋର୍ଟ ଏହି ମାମଲାକୁ ଗ୍ରହଣ କରି ଟାଉନ୍‌ ଥାନା ପୋଲିସକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲା ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି । ତେବେ ଏନେଇ ରାନୀ ପଣ୍ଡାଙ୍କ ପ୍ରତିକ୍ରିୟା ଏବେ ସୁଦ୍ଧା ମିଳିନାହିଁ ।

୪ ବର୍ଷର ଶିଶୁକୁ ଦୂଷ୍କର୍ମ ପରେ ପଥରରେ ଛେଚି ହତ୍ୟା ମାମଲା, ଘଟଣାସ୍ଥଳରେ ଭାରତପ୍ରାପ୍ତ ଏସ୍‌ପି

କଙ୍କଡ଼ାହାଡ଼: କଙ୍କଡ଼ାହାଡ଼ ଥାନା ଖରଖରି ଗ୍ରାମର ୪ ବର୍ଷର ଶିଶୁକୁ ଦୂଷ୍କର୍ମ ପରେ ପଥରରେ ଛେଚି ହତ୍ୟା ମାମଲା, ଯାଞ୍ଚ ପାଇଁ ଘଟଣାସ୍ଥଳରେ ପହଞ୍ଚିଲେ ଭାରପ୍ରାପ୍ତ SP ଜଗମୋହନ ମୀନା । ସେ ପ୍ରଥମେ ପୀଡ଼ିତାର ପରିବାର ବର୍ଗଙ୍କୁ ଭେଟିଛନ୍ତି ପରେ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ପୂରା ଘଟଣା ଉପରେ ପୂଙ୍ଖାନୁପୁଙ୍ଖ ଭାବେ ତଦନ୍ତ କରିବା ପରେ, କାମାକ୍ଷାନଗର SDPOଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇ ଅନୁସନ୍ଧାନ କରାଯିବ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ।

ଶୁକ୍ରବାର ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନୀ କୁୁକୁର ଆସି ତଦନ୍ତ ପ୍ରକ୍ରିୟାରେ ଯୋଡ଼ି ହୋଇଥିଲେ । ବ୍ୟବଛେଦ ରିପୋର୍ଟ ଆସିବା ପରେ ସମ୍ପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିବ । ପରିବାରବର୍ଗଙ୍କ କହିବା ଅନୁସାରେ ଯେଉଁମାନଙ୍କ ଉପରେ ସନ୍ଦେହ ରହିଛି ପୋଲିସ ସେମାନଙ୍କୁ ଅଟକ ରଖି ପଚରାଉଚରା କରୁଛି ବୋଲି ଶ୍ରୀ ମୀନା କହିଛନ୍ତି ।

ଅନ୍ୟପଟେ ଜିଲ୍ଲା ମହିଳା କଂଗ୍ରେସର ଏକ ଟିମ୍‌ ପୀଡିତାଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ କିପରି ଦୋଷୀ ଦଣ୍ଡ ପାଇବ ସେ ବିଷୟରେ SPଙ୍କ ନିକଟରେ ଦାବି କରିଛନ୍ତି । କଠୋରରୁ କଠୋର ଦଣ୍ଡ ଦେବାକୁ କଂଗ୍ରେସ ମହିଳା ନେତ୍ରୀମାନେ ଦାବି କରିଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ କୌଣସି ଅଭିଯୁକ୍ତଙ୍କୁ ଗିରଫ କରାଯାଇ ନାହିଁ । ସୂଚନା ଅନୁସାରେ ଖରଖରି ଗ୍ରାମର ୪ବର୍ଷରୁ ଶିଶୁକୁ ଦୂଷ୍କର୍ମ ଓ ପରେ ପଥରରେ ଛେଚି ହତ୍ୟା କରାଯାଇଥିଲା।

କରୋନା ଟିକା ଆସିବା ପୂର୍ବରୁ ଭାରତୀୟଙ୍କ ମଧ୍ୟରେ ଚୀନ୍ ଭାଇରସ ପ୍ରତିରୋଧକ କ୍ଷମତା ତିଆରି ହୋଇ ସାରିଥିବ !

0

ନୂଆଦିଲ୍ଲୀ: ଭାରତରେ ଗତ କେଇ ଦିନ ମଧ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇବାକୁ ନେଇ ଡାକ୍ତରଙ୍କ ମଧ୍ୟରେ ଆଶ୍ୱସ୍ତି ପ୍ରକାଶ ପାଇଛି । ଅଖିଳ ଭାରତ ଆର୍ୟୁବିଜ୍ଞାନ ସଂସ୍ଥାନ (ଏମସ୍) ନିର୍ଦ୍ଦେଶକ ରଣଦିପ ଗୁଲେରିଆଙ୍କ ଅନୁସାରେ ଭାରତକୁ ଭ୍ୟାକ୍ସିନ୍ ଆସିବା ଆଗରୁ ଭାରତୀୟଙ୍କ ମଧ୍ୟ କରୋନା ପ୍ରତିରୋଧକ ଶକ୍ତି ସୃଷ୍ଟି ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

ଗୁଲେରିଆଙ୍କ ଅନୁସାରେ ଯେଉଁଭଳି ଟ୍ରେଣ୍ଡ୍ ଏବେ ଦେଖିବାକୁ ମିଳୁଛି ସେଥିରୁ ଲାଗୁଛି ଯେ, ଟିକା ଆସିବା ଆଗରୁ ଭାରତୀୟଙ୍କ ମଧ୍ୟରେ ରୋଗ ପ୍ରତିରୋଧକ କ୍ଷମତା ସୃଷ୍ଟି ହୋଇସାରିଥିବ । କିନ୍ତୁ ଯଦି ଭାଇରସ ନିଜ ରୂପ ବଦଳାଏ ତେବେ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧିର କୌଣସି ଫାଇଦା ହେବ ନାହିଁ । ତାଙ୍କ ଅନୁସାରେ ଆଗାମୀ ଦିନରେ ଭାରତୀୟଙ୍କ ରୋଗ ପ୍ରତିରୋଧକ ଶକ୍ତି ଏତେ ବଢିଯିବ ଯେ, ଆମକୁ ଆଉ କରୋନା ଟିକାର ଆବଶ୍ୟକତା ପଡିବ ନାହିଁ ।
ତେବେ ସେ ଶୀତ ଦିନେ ଅଧିକ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ଥଣ୍ଡା ଓ ପ୍ରଦୁଷଣ କାରଣରୁ କରୋନା ଭାଇରସ ଅଧିକ ମାରାତ୍ମକ ହେବ ବୋଲି ସେ ସତର୍କ କରାଇ ଦେଇଛନ୍ତି । ଏଥିପାଇଁ ମାସ୍କ ଓ ସୋସିଆଲ ଡିଷ୍ଟାନସିଂ ଜରୁରୀ ବୋଲି ତାଙ୍କ ମତ ।ବୟସ୍କ ଓ ଅନ୍ୟ ଗମ୍ଭୀର ରୋଗରେ ପୀଡିତ ଲୋକଙ୍କୁ ବାହାରକୁ ନଯିବାକୁ ସେ ପରାମର୍ଶ ଦେଇଛନ୍ତି ।

ଇଡି ନିର୍ଦ୍ଦେଶକ ସଞ୍ଜୟ ମିଶ୍ରଙ୍କ କାର୍ଯ୍ୟକାଳ ଏକ ବର୍ଷ ପାଇଁ ବୃଦ୍ଧି

ଭୁବନେଶ୍ୱର: ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍‌ (ଇଡି) ନିର୍ଦ୍ଦେଶକ ସଞ୍ଜୟ କୁମାର ମିଶ୍ରଙ୍କ କାର୍ଯ୍ୟକାଳକୁ ଏକ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ୨୦୧୮ ମସିହାରେ ଜାରି କରାଯାଇଥିବା ଏସ.କେ ମିଶ୍ରଙ୍କ ନିଯୁକ୍ତି ଆଦେଶରେ ପରିବର୍ତ୍ତନ ହେବା ପରେ ତାଙ୍କର କାର୍ଯ୍ୟକାଳ ଏକ ବର୍ଷ ପାଇଁ ବୃଦ୍ଧି ପାଇଛି ।

ଏନେଇ କେନ୍ଦ୍ର ସରକାରଙ୍କଠାରୁ ଅନୁମତି ଆସି ସାରିଛି ବୋଲି ରିପୋର୍ଟରୁ ଜଣାପଡ଼ିଛି । ୬୦ ବର୍ଷ ବୟସ୍କ ସଞ୍ଜୟ ୧୯୮୪ ଆଇଆର୍‌ଏସ୍‌ ବ୍ୟଚ୍‌ର ଅଧିକାରୀ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ମୁଖ୍ୟ ଭାବେ ୧୯ ନଭେମ୍ବର ୨୦୧୮ ତାଙ୍କୁ ଦାୟିତ୍ୱ ଦିଆଯାଇଥିଲା । ଏହି ଦାୟିତ୍ୱରେ ଜଣେ ଅଧିକାରୀ କେବଳ ଦୁଇ ବର୍ଷ ପାଇଁ ହିଁ ରହିପାରିବ । ଦୁଇ ବର୍ଷରୁ ଅଧିକ ଏହି ଦାୟିତ୍ୱରେ କେହି ରହିପାରିବେ ନାହିଁ । ଆଗାମୀ ସପ୍ତାହରେ ତାଙ୍କର କାର୍ଯ୍ୟକାଳ ଶେଷ ହେବାର ଥିଲା ।

ଭୁଲ ମାନିଲା ଉତ୍ତର ପ୍ରଦେଶ ପୋଲିସ: ବାଣ ବେପାରୀଙ୍କୁ ଗିରଫ ବେଳେ ମାନବିକତାକୁ ଭୁଲି ଯାଇଥିଲା ପୋଲିସ

ଉତ୍ତରପ୍ରଦେଶ: ଦୀପାବଳୀରେ ବାଣ ଫୁଟାଇବା ବ୍ୟାନ ହେବାପରେ ମଧ୍ୟ ନିୟମକୁ ଉଲଙ୍ଘନ କରି ବାଣ ବିକ୍ରି କରିବାରୁ ଜଣେ ବ୍ୟକ୍ତିଙ୍କୁ ଏହା ମହଙ୍ଗା ପଡ଼ିଛି । ଘଟଣା ବିଷୟରେ ପୋଲିସକୁ ସୂଚନା ମିଳିବା ପରେ ସିଧାସଳଖ ଦୋକାନୀ ଜଣଙ୍କୁ ନେଇ ଯାଇଥିଲେ ପୋଲିସ ଅଧିକାରୀ । କିନ୍ତୁ ଘଟଣା ସ୍ଥଳରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବାଣ ବେପାରୀଙ୍କ କୁନି ଝିଅ ପରିସ୍ଥିତିକୁ ସହ୍ୟ କରିନପାରି ପୋଲିସ ଗାଡ଼ିରେ ବାରମ୍ବାର ମୁଣ୍ଡ ପିଟିବାକୁ ଲାଗିଲା ଏବଂ ବାପାଙ୍କୁ ଛାଡ଼ିଦିଅ ବୋଲି ଅଳି କଲା ।

ଘଟଣା ଉତ୍ତରପ୍ରଦେଶର ବୁଲନ୍ଦ ସହର। ଜଣେ ବାଣ ବେପାରୀଙ୍କୁ ହଠାତ୍‌ଏକ ପୋଲିସ ଗାଡ଼ି ଆସି ଥାନାକୁ ନେଇ ଯାଉଛି । ଲୋକଙ୍କ ଭିଡ଼ ମଧ୍ୟ ଜମିଛି । ତା ସାଙ୍ଗକୁ କୁନି ଝିଅଟିଏ ଚିତ୍କାର କରି କାନ୍ଦି କାନ୍ଦି ବାପାଙ୍କୁ ଛାଡ଼ିଦିଅ ବୋଲି ପୋଲିସକୁ ନିବେଦନ କରୁଛି । କିନ୍ତୁ ପୋଲିସ ବାବୁ କିଛି ଶୁଣୁ ନାହାଁନ୍ତି । ହାତଧରି ଟାଣି ନେଉଛନ୍ତି । ଆଉ ଏହି ଭିଡ଼ିଓ ସୋସିଅଲ ମିଡିଆରେ ଖୁବ ଭାଇରାଲ ହୋଇଛି । କଥା ସେତିକିରେ ଅଟକି ନାହିଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିକଟରେ ମଧ୍ୟ ପହଞ୍ଚିଛି ଏହି ଭିଡ଼ିଓ ।


ବାଣ ବେପାରୀ ଜଣଙ୍କୁ ଖୁର୍ଜା ପୋଲିସ ଉଠାଇନେବା ସମୟର ଭିଡ଼ିଓ ସୋସିଅଲ ମିଡିଆରେ ଖୁବ ଭାଇରାଲ ହେଉଛି। ସବୁଠାରୁ ଅଧିକ ଚର୍ଚ୍ଚାର ବିଷୟ ସାଜିଛି କୁନି ଝିଅଟିର ଚିତ୍କାର କରି କାନ୍ଦିବା ଘଟଣା ଏବଂ ପୋଲିସର ଅମାନୁଷିକ ବ୍ୟବହାର । ଏହି ଭିଡ଼ିଓକୁ ଦେଖିବା ମାତ୍ରେ କୌଣସି ବ୍ୟକ୍ତି ମନରେ ଏକ ଭିନ୍ନ ପ୍ରକାରର ଦୃଶ୍ୟ ଆଙ୍କି ହୋଇଯିବ । ତାହା ମଧ୍ୟ ଘଟିଥିଲା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମନରେ । ପୋଲିସର ଏଭଳି ବ୍ୟବହାରକୁ ନେଇ ପୋଲିସ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ଯୋଗୀ ଆଦିତ୍ୟନାଥ ।

କେବଳ ସେତିକିରେ ଘଟଣାରେ ପୂର୍ଣ୍ଣଛେଦ ପଡ଼ିନଥିଲା ବରଂ ସରକାରଙ୍କ ନିର୍ଦ୍ଦେଶକ୍ରମେ ବେପାରୀ ଜଣଙ୍କୁ ପୋଲିସ ଛାଡ଼ିଦେବା ସହ ଖୁର୍ଜା ଏସଡିଏମ ଏବଂ ସିଓ ଉକ୍ତ ବାଣ ବେପାରୀଙ୍କ ଘରେ ପହଞ୍ଚି କୁନି ଝିଅ ଡିମ୍ପି ସହିତ ଦୀପାବଳି ପାଳନ କରିଛନ୍ତି । କୁନି ଝିଅଟିର ପୋଲିସ ପ୍ରତି ନକରାତ୍ମକ ଚିନ୍ତାଧାରା ସୃଷ୍ଟି ନ ହେଉ ତାହାକୁ ନଜରରେ ରଖି ସେ ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି । ଏହା ସହିତ ଉକ୍ତ ଘଟଣା ପାଇଁ ସେ ଦୁଃଖିତ ଥିବା ମଧ୍ୟ ପ୍ରକାଶ କରିଛନ୍ତି ।

ସ୍ୱାସ୍ଥ୍ୟ ବୀମା ପଲିସିରେ ସାମିଲ ହେବ ଡେଙ୍ଗୁ, ଚିକନଗୁନିୟା ଆଦି ରୋଗ

ନୂଆଦିଲ୍ଲୀ: ନିକଟରେ ବିଶ୍ୱବ୍ୟାପି କରୋନା ମହାମାରୀ ଏକ ବିରାଟ ସଙ୍କଟ ସୃଷ୍ଟି କରିଥିବା ବେଳେ ଏଥିରୁ ରକ୍ଷା ପାଇବାକୁ ନେଇ ସରକାର ବିଭିନ୍ନ ଉପଲବ୍ଧି ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ଏଭଳି ପରିସ୍ଥିତିରେ ସ୍ୱାସ୍ଥ୍ୟବୀମାକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି ସରକାର ।

ସ୍ୱାସ୍ଥ୍ୟ ଏବଂ ସାଧାରଣ ବୀମା କମ୍ପାନୀ ଗୁଡ଼ିକୁ ଖୁବଶୀଘ୍ର ମାଛି ଏବଂ କିଟାଣୁ ଦ୍ୱାରା ବ୍ୟାପୁଥିବା ରୋଗ ଡେଙ୍ଗୁ, ମ୍ୟାଲେରିୟା ଏବଂ ଚିକନଗୁନିୟା ଭଳି ରୋଗର ଚିକିତ୍ସା ପାଇଁ ବୀମା କଭର ଉପଲବ୍ଧ ପାଇଁ ଅନୁମତି ମିଳିବ । ଆଇଆରଡିଏ ଗତ ଶୁକ୍ରବାରକୁ ଏଭଳି ରୋଗକୁ ନେଇ ଗାଇଡଲାଇନ ଜାରି କରିଛନ୍ତି । ଏଥିରେ ସାଧାରଣ ଏବଂ ସ୍ୱାସ୍ଥ୍ୟ ବୀମା କମ୍ପାନୀ ଗୁଡ଼ିକୁ ଏକ ବର୍ଷ ପାଇଁ ଏଭଳି ପଲିସି ପାଇଁ ପ୍ରୋତ୍ସାହିତ କରାଯିବ ।

ବୀମା ପଲିସିରେ ଡେଙ୍ଗୁ ଜ୍ୱର, ମ୍ୟାଲେରିୟା,ଫାଇଲେରିୟା,କଳାଜ୍ୱର,ଚିକନଗୁନିୟା,ଜାପାନୀ ଜ୍ୱର ଆଦିକୁ ସାମିଲ କରାଯିବ । ତେବେ ଉକ୍ତ ଘୋଷଣାରେ ୨୭ ନଭେମ୍ବର ମଧ୍ୟରେ କମ୍ପାନୀ ଗୁଡ଼ିକୁ ନିଜ ରାୟ ଦେବାପାଇଁ ସମୟ ଦେଇଛନ୍ତି । ପଲିସି ପାଇଁ ସିଙ୍ଗଲ ପ୍ରିମିୟମ ନିଆଯାଇପାରିବ । ତେବେ ଏହି ପଲିସିର ସମୟସୀମା ୧୮ରୁ ୬୫ ବର୍ଷ ରହିବ । ହସ୍ପିଟାଲରେ ଭର୍ତ୍ତି ହେବାଠାରୁ ଆରମ୍ଭ କରି ପରବର୍ତ୍ତୀ ମୁହୂର୍ତ୍ତର ଉପଚାର ସାମିଲ ହେବ ।

ନକଲି ସାମଗ୍ରୀର ପେଣ୍ଠସ୍ଥଳ ଜଗତପୁର, ପୋକରା ଚାଉଳ ଗୁଣ୍ଡରେ ହେଉଥିଲା ହଳଦୀ, ଲଙ୍କାଗୁଣ୍ଡ..

କଟକ: ନକଲି ସାମଗ୍ରୀର ପେଣ୍ଠସ୍ଥଳ ପାଲଟିଛି କଟକ ଜଗତପୁର । ନକଲି ହଳଦୀ ଓ ଲଙ୍କାଗୁଣ୍ଡ କାରଖାନା ଉପରେ କମିଶନରେଟ୍ ପୋଲିସର ଚଢାଉ । ବିନା ଲାଇସେନ୍ସରେ ଚାଲୁଥିବା ନକଲି ମସଲା କାରଖାନା ଉପରେ ଚଢାଉ କରି ବିପୁଳ ପରିମାଣର ନକଲି ହଳଦୀ ଓ ଲଙ୍କାଗୁଣ୍ଡ ଜବତ କରିଛି ପୋଲିସ ।

କଟକ ଜଗତପୁରରେ ଜଗନ୍ନାଥ ଇଣ୍ଡଷ୍ଟ୍ରି ମନ୍ଦିର ଲେବେଲ ନାମରେ ଅପମିଶ୍ରିତ ମସଲା ବିକ୍ରି କରାଯାଉଥିଲା । ଏହି ମସଲା କଟକ ମାଲ ଗୋଦାମ ସହତି ରାଜ୍ୟର ବିଭିନ୍ନ ଅଞ୍ଚଳକୁ ସପ୍ଲାଏ କରାଯାଉଥିଲା । ଖବର ପାଇ କମିଶନରେଟ୍ ପୋଲିସ ଉକ୍ତ ମସଲା ଇଣ୍ଡଷ୍ଟ୍ରିରେ ଚଢାଉ କରିଛି । ଚଢାଉ ବେଳେ ପୋଲିସ ବିପୁଳ ପରିମାଣର ଅପମିଶ୍ରିତ ମସଲା ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ । ତେବେ ପୋଲିସ କହିବା ଅନୁଯାୟୀ, ଏହି ମସଲା କରାଖାନାରେ ଏକାଧିକ ବ୍ୟକ୍ତଙ୍କ ସମ୍ପୃକ୍ତି ରହିଥିବା ଜଣାପଡିଛି ।

ହଳଦୀ ଓ ଲଙ୍କା ଗୁଣ୍ଡରେ ଅପମିଶ୍ରଣ କରାଯାଉଥିବା ବହୁ ରଙ୍ଗ ଓ କେମିକାଲ ଜବତ ହୋଇଛି । କାରଖାନାରେ ନିମ୍ନମାନର ଖଣ୍ଡ ହଳଦୀ ସହ ପୋକରା ଅରୁଆ ଚାଉଳ ଖୁଦର ଗୁଣ୍ଡ ଓ ଅଟା ମିଶାଇ ହଳଦୀ ପ୍ରସ୍ତୁତ କରାଯାଇଥିଲା । ନିମ୍ନମାନର ଚାଉଳ ଗୁଣ୍ଡ ସହ ଅଳ୍ପ କିଛି ଶୁଖିଲା ଲଙ୍କା ସହ ଲାଲ୍ ରଙ୍ଗ ଏବଂ କେମିକାଲ ମିଶାଇ ଲଙ୍କାଗୁଣ୍ଡ ପ୍ରସ୍ତୁତ ହେଉଥିଲା ।

ସୀମାରେ କିଛି ଏମିତି ଅନ୍ଦାଜରେ ସୈନିକଙ୍କ ସହ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ

0

ଲଙ୍ଗେୱାଲ ଚୌକି: ସବୁ ବର୍ଷ ଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ବର୍ଷ ମଧ୍ୟ ସୀମାନ୍ତରେ ମୁତୟନ ଥିବା ସୈନିକଙ୍କ ସହ ଦୀପାବଳି ପାଳନ କରିଛନ୍ତି । ଆଉ ୧୩୦କୋଟି ଦେଶବାସୀଙ୍କ ପକ୍ଷରୁ ସୈନିକଙ୍କ ଦୀପାବଳିର ଶୁଭେଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ସୈନିକଙ୍କ ଉଦବୋଧନ ଦେଇ ସେମାନଙ୍କ ପାଇଁ ଦେଶ ସୁରକ୍ଷିତ ବୋଲି କହିଥିଲେ । ଏହା ସହ ଚୀନ୍ ଓ ପାକିସ୍ତାନକୁ ନାମ ନନେଇ ଚେତାବନୀ ଦେଇଥିଲେ ଯେ,ଭାରତକୁ ଉସକାଇଲେ ପ୍ରଚଣ୍ଡ ଜବାବ ଦିଆଯିବ ।

pm in longwal

ସୈନିକଙ୍କୁ ମିଠା ବାଣ୍ଟିବା ସହ ସେ ସେମାନଙ୍କ ସହ ଫଟୋ ମଧ୍ୟ ଉଠାଇଥିଲେ । ଟ୍ୟାଙ୍କରେ ବସି ପ୍ରଧାନମନ୍ତ୍ରୀ ଲୋଙ୍ଗୱାଲ ଚୌକି ବୁଲିଥିଲେ । ଇଏ ସେହି ଲଙ୍ଗୱାଲ ଚୌକି ଯେଉଁଠାରେ ୧୯୭୧ ମସିହା ଭାରତ ପାକ୍ ଯୁଦ୍ଧରେ ଐତିହାସିକ ଟ୍ୟାଙ୍କ ଲଢେଇ ହୋଇଥିଲା । ଯାହାକୁ ମଧ୍ୟ ପାକିସ୍ତାନୀ ସେନାର ଟ୍ୟାଙ୍କ କବର ବୋଲି କୁହାଯାଇଥାଏ ।

ପ୍ରଧାନମନ୍ତ୍ରୀ ସୈନିକଙ୍କୁ ସମ୍ବୋଧିତ କରି କହିଥିଲେ ଯେ, ବିସ୍ତାରବାଦୀ ଚିନ୍ତାଧାରା ଆଜିର ସମୟରେ ଗ୍ରହଣୀୟ ନୁହେଁ । ବିସ୍ତାରବାଦ ଗୋଟିଏ ପ୍ରକାର ମାନସିକ ବିକୃତି,ଯାହା ଉନବିଂଶ ଶତାବ୍ଦୀର ବିଚାରଧାରା । ଏହି ବିଚାରଧାରା ବିରୋଧରେ ଭାରତର ସ୍ୱର ପ୍ରଖର ।  ନିକଟରେ ଆମ ସେନା ୧୦୦ରୁ ଅଧିକ ଅସ୍ତ୍ର ଓ ସରାଞ୍ଜମ ବିଦେଶରୁ ଆମଦାନୀ ନକରିବା ପାଇଁ ନିଷ୍ପତି ନେଇଛି ।

 

ପିଏମ୍ କହିଥିଲେ ଯେ, ଆଜି ଦୁନିଆ ଜାଣି ସାରିଛି ଯେ, ଭାରତ ନିଜ ସ୍ୱାର୍ଥ ସହ ସାଲିସ କରିବ ନାହିଁ । ଭାରତର ଏହି ପ୍ରତିଷ୍ଠା ଆପଣଙ୍କ ପରାକ୍ରମ କାରଣରୁ ହିଁ ସମ୍ଭବ ହୋଇଛି । ଆପଣ ମାନେ ଦେଶକୁ ସୁରକ୍ଷିତ କରିଛନ୍ତି,ତେଣୁ ଆଜି ଭାରତ ବିଶ୍ୱ ମଂଚରେ ନିଜ କଥା ରଖି ପାରୁଛି ।ପିଏମ ଆହୁରି ମଧ୍ୟ କହିଥିଲେ ଯେ, ଅନ୍ତର୍ଜାତୀୟ ସହଯୋଗ ଯେତେ ବଢିଲେ ମଧ୍ୟ ସତର୍କତା ହିଁ ସୁରକ୍ଷା । ସାମର୍ଥ୍ୟ ହିଁ ବିଜୟର ବିଶ୍ୱାସ । ସକ୍ଷମତା ହିଁ ଶାନ୍ତି ପୁରସ୍କାର ।

ବିଶ୍ୱ ଇତିହାସ ଆମକୁ ଏହା କହିଥାଏ ଯେ ସେହି ରାଷ୍ଟ୍ର ସୁରକ୍ଷିତ ଓ ଆଗକୁ ବଢିଥାଏ ଯାହା ଭିତରେ ଆକ୍ରମଣକାରୀଙ୍କ ମୁକାବିଲା କରିବା ପାଇଁ କ୍ଷମତା ଥାଏ ।

 

 

 

IND vs AUS: ନିଜ ଦୁର୍ବଳତା ଲୁଚାଇବାକୁ ସ୍ମିଥ୍‌ଙ୍କ ପ୍ରୟାସ, ଭାରତୀୟ ଦ୍ରୁତ ବୋଲରଙ୍କୁ କଲେ ଚ୍ୟାଲେଞ୍ଜ

0

ମେଲବର୍ଣ୍ଣ: ୩ଟି ଏକଦିବସୀୟ, ୩ଟି ଟି-୨୦ ଏବଂ ୪ଟି ଟେଷ୍ଟ ମ୍ୟାଚ୍ ବିଶିଷ୍ଟ ସିରିଜ୍ ଖେଳିବା ଲାଗି ଅଷ୍ଟ୍ରେଲିଆ ଗସ୍ତରେ ଯାଇଛି ଟିମ୍ ଇଣ୍ଡିଆ । ବିରାଟ କୋହଲୀଙ୍କ ନେତୃତ୍ୱାଧିନ ଟିମ୍ ଇଣ୍ଡିଆ ୨୭ ନଭେମ୍ୱରରେ ଏକଦିବସୀୟ ସିରିଜ୍ ଖେଳିବା ସହ ଅଷ୍ଟ୍ରେଲିଆ ବିରୋଧରେ ନିଜ ଅଭିଯାନ ଆରମ୍ଭ କରିବ । ଏହା ପରେ ଦଳ ଟି-୨୦ ସିରିଜ୍ ଖେଳିବ ଏବଂ ଶେଷରେ ଟେଷ୍ଟ ସିରିଜ୍ ଖେଳିବ । ତେବେ ଟେଷ୍ଟ ସିରିଜ୍ ପୂର୍ବରୁ ଅଷ୍ଟ୍ରେଲିଆର ରନ୍ ମେସିନ୍ ଷ୍ଟିଭ୍ ସ୍ମିଥ୍ ଭାରତୀୟ ଦ୍ରୁତ ବୋଲରଙ୍କୁ ଚେତେଇ ଦେଇଛନ୍ତି । ସେ କହିଛନ୍ତି ନିଜ କ୍ରୀଡ଼ା ଜୀବନ ମଧ୍ୟରେ ସେ ଏତେ ସର୍ଟବଲ୍‌ର ସାମ୍ନା କରିଛନ୍ତି ଯେ, ତାଙ୍କୁ ଏବେ ଆଉ ଡର ଲାଗୁନି । ପୂର୍ବ କ୍ୟାପଟେନଙ୍କ କହିବାନୁଯାୟୀ, ଅଷ୍ଟ୍ରେଲିଆ ଖେଳାଳିଙ୍କୁ ସର୍ଟବଲ୍ ପକାଇଲେ ସେମାନଙ୍କ ହିଁ ଫାଇଦା ହେବ ।

Neil Wagner freshened up for Black Caps' looming test series with Sri Lanka  | Stuff.co.nz

ନିଲ୍ ଓ୍ୱାଗେନରଙ୍କ ସର୍ଟପିଚ୍ ବଲରେ ୪ ଥର ଆଉଟ ହୋଇଛନ୍ତି ସ୍ଟିଭ୍ ସ୍ମିଥ୍

ନ୍ୟୁଜିଲାଣ୍ଡ ବିପକ୍ଷ ଗତ ସିରିଜ୍‌ରେ ବାମହାତୀ ଫାଷ୍ଟ ବୋଲର ନିଲ୍ ଓ୍ୱାଗେନରଙ୍କ ୪ ଥର ସ୍ଟିଭ୍ ସ୍ମିଥଙ୍କୁ ଆଉଟ୍ କରିଛନ୍ତି । ସବୁ ସ୍ମିଥ୍ ସର୍ଟ ପିଚ୍ ବଲ୍ ଯୋଗୁଁ ହିଁ ଆଉଟ୍ ହୋଇଛନ୍ତି । ତେବେ ପରେ ସ୍ମିଥ୍‌ କହିଛନ୍ତି ଯେ, ଓ୍ୱାଗେନରଙ୍କ ଶାଣିତ ବୋଲିଂ କରିଥିଲେ, କିନ୍ତୁ ସେ ପୁଣି ଥରେ ତାହାକୁ ଦୋହରାଇ ପାରିବେ ନାହିଁ । ସେ ଆହୁରୀ କହିଛନ୍ତି ଅନ୍ୟ କୌଣସି ବିପକ୍ଷ ଟିମ୍ ଚେଷ୍ଟା କରିଥିଲେ କିନ୍ତୁ ସେମାନେ ସେହିଭଳି ସଫଳତା ହାସଲ କରିପାରିନଥିଲେ । ଯେଉଭଳି ଭାବେ ଓ୍ୱାଗେନର ହାସଲ କରିଥିଲେ ।

ମାଛ ଧରୁ ଧରୁ ହଠାତ୍‌ ଜାଲରେ ପଡ଼ିଲା କୁମ୍ଭୀର, ଆଉ ତା’ ପରେ..

ନୂଆଦିଲ୍ଲୀ:   କେବେ କେବେ ମାଛ ଧରିବା ସମୟରେ ଜାଲରେ ଅନ୍ୟ କିଛି ଜୀବ ପଡ଼ିଯାଏ । ଯଦି ଜାଲରେ ମାଛ ପଡ଼ିବା ପରିବର୍ତ୍ତେ କଣ୍ଟାରେ କୁମ୍ଭୀର ଲାଗିଯାଏ, ତେବେ କ’ଣ ହେବ? ନିକଟରେ ଏହିଭଳି ଏକ ଘଟଣା ସାମ୍ନାକୁ ଆସିଛି ।

ଘଟଣା ଉତ୍ତରପ୍ରଦେଶର ଫିରୋଜବାଦର । ଏଠାରେ ଜଣେ ଯୁବକ ମାଛ ଧରିବା ପାଇଁ ନିକଟସ୍ଥ ନଦୀକୁ ଯାଇଥିଲେ । କିନ୍ତୁ ତାଙ୍କ ସହିତ ଘଟିଛି ଅଜବ ଘଟଣା । ଜାଲରେ ମାଛ ପଡ଼ିବା ପରିବର୍ତ୍ତେ ଏକ କୁମ୍ଭୀର ପଡ଼ିଗଲା । ଯାହାପରେ ଜାଲର ଓଜନ ବଢିଗଲା । ଯେତେବେଳେ ସେ ଜାଲକୁ ଟାଣିଲେ ଜଣାପଡ଼ିଲାଯେ, ଜାଲରେ ମାଛ ନୁହେଁ ବରଂ ଥିଲା କୁମ୍ଭୀର ।

ଗଣମାଧ୍ୟମର ଖବର ଅନୁସାରେ ଘଟଣା ସାମ୍ନାକୁ ଆସିବା ପରେ ଆଖପାଖ ଅଞ୍ଚଳରେ ଚହଳ ସୃଷ୍ଟି ହୋଇଗଲା । ପ୍ରଥମେ କୁମ୍ଭୀରକୁ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି ହେଲା, କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ଭୟ । ଯାହାଫଳରେ ରେସ୍କ୍ୟୁ ଦଳ ସହିତ ଯୋଗାଯୋଗ କଲେ ସ୍ଥାନୀୟ ଅଞ୍ଚଳର ଅଧିବାସୀ । ସୂଚନା ମିଳିବାମାତ୍ରେ ବଣ୍ୟଜୀବ ଏବଂ ଉତ୍ତରପ୍ରଦେଶର ବଣ୍ୟ ବିଭାଗ ଅଧିକାରୀ ସେଠାରେ ପହଞ୍ଚି କୁମ୍ଭୀରକୁ ଉଦ୍ଧାର କରି ଆଗ୍ରାର ଓ୍ୱାଇଲଡ ଲାଇଫ ଏସଓଏସ ହସ୍ପିଟାଲରେ ଭର୍ତ୍ତି କରାଗଲା । ଏକ୍ସରେ କରିବା ପରେ ଜଣାପଡ଼ିଲା କୁମ୍ଭୀର ଶରୀରରେ ୩ ସେଣ୍ଟିମିଟରର ହୁକ ଲାଗି ରହିଥିଲା । ଓ୍ୱାଇଲଡ ଲାଇଫ ଏସଓଏସର ନିର୍ଦ୍ଦେଶକଙ୍କ କହିବା ଅନୁସାରେ ଏହି କାରଣରୁ କୁମ୍ଭୀରର ମୃତ୍ୟୁ ହେବାର ସମ୍ଭାବନା ଥିଲା । ତେବେ ସର୍ଜରୀ ଏବଂ ଲେଜର ଥେରାପି ଦ୍ୱାରା ଉକ୍ତ ହୁକକୁ ବାହାର କରାଗଲା । ପରେ କୁମ୍ଭୀରକୁ ନିକଟସ୍ଥ ଚମ୍ବଲ ନଦୀରେ ଛାଡ଼ି ଦିଆଗଲା ।