spot_img
Home Blog Page 6426

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମାଆ ଓ ଝିଅକୁ ହାଣିଦେଲେ ଦୁର୍ବୃତ୍ତ

ଯୋଡ଼ା: ମାଆ ଓ ଝିଅଙ୍କୁ ନିର୍ମମ ହତ୍ୟା । ରାତିରେ ଘରେ ସୋଇଥିବା ବେଳେ ହାଣିଦେଲେ ଦୁର୍ବୃତ୍ତ । ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର ହେଲା ଦୁଇ ମୃତ ଦେହ । କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଶଙ୍କରପୁର ଗାଁ ଧଳାଡ଼ିହି ସାହିରେ ଘଟିଛି ଏଭଳି ଡବଲ ମର୍ଡ଼ର । ଶୋଇଥିବା ଅବସ୍ଥାରେ ମାଆ ଓ ୭ ବର୍ଷର ଝିଅକୁ ନିର୍ମମ ହତ୍ୟା କରାଯାଇଛି । ମୃତ ଝିଅର ନାମ ହେଉଛି ଲଷ୍ମୀ ମୁଣ୍ଡା  ଓ ମୃତ ମାଆ ହେଉଛି ସରସ୍ଵତୀ ମୁଣ୍ଡା ।

ଦୁଇଜଣଙ୍କୁ ଏକ ଧାରୁଆ ଅସ୍ତ୍ରରେ ନୃଶଂସ ଭାବେ ହତ୍ୟା କରିଛନ୍ତି ଦୁର୍ବୁତ୍ତ । ତେବେ ଏଥିରେ ପାଞ୍ଚ ବର୍ଷର ପୁଅ ଅଳ୍ପକେ ବର୍ତ୍ତି ଯାଇଛି । ଗ୍ରାମବାସୀଙ୍କ କହିବା ଅନୁଯାୟୀ, ସରସ୍ୱତୀଙ୍କ ସ୍ୱାମୀ ହତ୍ୟା ଉଦ୍ୟମ ଅଭିଯୋଗରେ ଚମ୍ପୁଆ ଜେଲରେ ରହିଛି । ତେଣୁ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥାଇପାରେ ବୋଲି ଚର୍ଚ୍ଚା ହେଉଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍ ଭିନ୍ ଜାରି ରଖିଛି । ସେପଟେ ଦୁଇ ମୃତଦେହକୁ ଉଦ୍ଧାର କରି ନିକଟସ୍ଥ ଦାକ୍ତରଖାନାକୁ ଶବ ବ୍ୟବଛେଦ ପାଇଁ ପଠାଇଛି ।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ରଘୁବଂଶ ପ୍ରସାଦ ସିଂହଙ୍କ ଦେହାନ୍ତ,ଲାଲୁ କହିଲେ-ମୁଁ ନିଶବ୍ଦ,ଦୁଃଖୀ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ରଘୁବଂଶ ପ୍ରସାଦ ସିଂହଙ୍କ ଦେହାନ୍ତ ହୋଇଯାଇଛି । ଆଜି ଦିଲ୍ଲୀର ଏମସ(AIIMS)ରେ ତାଙ୍କର ଦେହାନ୍ତ ହୋଇଛି । ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦଙ୍କ ନିକଟତମ ରଘୁବଂଶ ମନମୋହନ ସିଂହଙ୍କ ମନ୍ତ୍ରିମଣ୍ଡଳରେ ଗ୍ରାମୀଣ ବିକାଶ ମନ୍ତ୍ରୀ ଥିଲେ । ରଘୁବଂଶ ବାବୁ ନାମରେ ବିହାର ରାଜନୀତିରେ ପରିଚିତ ପୂର୍ବତନ କେନ୍ଦ୍ର ମନ୍ତ୍ରୀଙ୍କୁ କିଛି ଦିନ ତଳେ ଏମସରେ ଭର୍ତ୍ତି କରାଯାଇଥିଲା ।

ନିଶ୍ୱାସ ନେବାରେ ଥିଲା ସମସ୍ୟା
ଗତ କିଛି ଦିନ ଧରି ରଘୁବଂଶଙ୍କ ସ୍ୱାସ୍ଥ୍ୟ ଗମ୍ଭୀର ଥିଲା । କୁହାଯାଉଛି ଯେ, ନିଶ୍ୱାସ ନେବାରେ ସମସ୍ୟା ଥିଲା । ଆଇସିୟୁରେ ଭର୍ତ୍ତି ଥିବା ରଘୁବଂଶଙ୍କ ନୀରିକ୍ଷଣ ୪ ଜଣ ଡାକ୍ତର କରୁଥିଲେ । ଅଗଷ୍ଟ ୪ ତାରିଖରୁ ରଘୁବଂଶ ଏମସରେ ଭର୍ତ୍ତି ହୋଇଥିଲେ । ଗତ ୪ ଦିନ ଧରି ସେ ଭେଣ୍ଟିଲେଟରରେ ଥିଲେ ।

ଆରଜେଡିରୁ ଦେଇଥିଲେ ଇସ୍ତଫା
ସୂଚନାଯୋଗ୍ୟ ଯେ, ନିକଟରେ ରଘୁବଂଶ ରାଷ୍ଟ୍ରିୟ ଜନତା ଦଳରୁ ଇସ୍ତଫା ଦେଇଥିଲେ । ଏକ ସାଧାରଣ କାଗଜରେ ହସ୍ପିଟାଲ ବେଡରୁ ନିଜ ଇସ୍ତଫା ପତ୍ର ଲେଖିଥିଲେ ରଘୁବଂଶ । ଲାଲୁଙ୍କୁ ସମ୍ବୋଧିତ କରି ଲେଖିଥିବା ଇସ୍ତଫା ପତ୍ରରେ ସେ ଗତ ୩୨ ବର୍ଷ ଧରି ତାଙ୍କ ଅନୂସରଣ କରୁଥିଲେ କିନ୍ତୁ ଏବେ ସ୍ୱାସ୍ଥ୍ୟ ଖରାପ କାରଣରୁ ଆଉ ସମ୍ଭବ ନୁହେଁ ବୋଲି ଲେଖିଥିଲେ ।

ରଘୁବଂଶଙ୍କ ଦେହାନ୍ତ ପରେ ଆରଜେଡି ସୁପ୍ରିମୋ ଲାଲୁ ଯାଦବ ଟ୍ୱିଟ୍ କରି ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି । ସେ ଲେଖିଛନ୍ତି ଯେ, ପ୍ରିୟ ରଘୁବଂଶ ବାବୁ ଇଏ କ’ଣ କଲେ,ପ’ରଦିନ ହିଁ ତ’ ମୁଁ ଆପଣଙ୍କୁ କହିଥିଲି-ଆପଣ କୁଆଡେ ଯାଉନାହାନ୍ତି,ଏବେ ଆପଣ ଏତେ ଦୂର ଚାଲିଗଲେ । ମୁଁ ନିଶବ୍ଦ,ଦୁଃଖୀ । ବହୁତ ମନେ ପଡିବେ ।

ଖୋର୍ଦ୍ଧାରୁ ପୁଣି ସର୍ବାଧିକ କରୋନା ସଂକ୍ରମିତ ଚିହ୍ନଟ, କରୋନାରେ ଗଲା ୧୦ ଜଣଙ୍କର ଜୀବନ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ପ୍ରତି ଦିନ ୩ ହଜାର ଉପରେ ଚିହ୍ନଟ ହେଉଛନ୍ତି କରୋନା ସଂକ୍ରମିତ । ଗତ ୨୪ ଘଣ୍ଟା ମଧ୍ୟରେ ୩ହଜାର ୯୧୩ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୨ହଜାର ୩୪୮ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୫ ଶହ ୬୫ ରହିଛି ଲୋକାଲ କଣ୍ଟାକ୍ଟ । ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ଏକ ଲକ୍ଷ ୫୦ ହଜାର ୮୦୭ ରେ ପହଞ୍ଚିଛି ମୋଟ ସଂକ୍ରମିତଙ୍କ ସଂଖ୍ୟା । ସେମାନଙ୍କ ମଧ୍ୟରୁ ସୁସ୍ଥ ହୋଇଛନ୍ତି ୧ ଲକ୍ଷ ୧୫ ହଜାର ୨୭୯ ଜଣ । ରାଜ୍ୟରେ ୨୪ ଳକ୍ଷ ୨୩ ହଜାର ୧୨୪ କମୁଲେଟିଭ ଟେଷ୍ଟ ଏପର୍ଯ୍ୟନ୍ତ ହୋଇଛନ୍ତି ।

୩୦ ଜିଲ୍ଲାରୁ ୩୯୧୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛି । ଖୋର୍ଦ୍ଧାରୁ ସର୍ବାଧିକ ୫୫୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୧୦୩, ବାଲେଶ୍ୱରରୁ ୧୩୪, ବରଗଡ଼ରୁ ୧୪୬, ଭଦ୍ରକରୁ ୧୨୩, ବଲାଙ୍ଗିରରୁ ୧୪୨, ବୌଦ୍ଧରୁ ୬୧, କଟକରୁ ୩୮୨, ଦେବଗଡ଼ରୁ ୧୫, ଢ଼େଙ୍କାନାଳରୁ ୭୪, ଗଜପତିରୁ ୧୬, ଗଞ୍ଜାମରୁ ୮୬, ଜଗତସିଂହପୁରରୁ ୧୦୮, ଯାଜପୁରରୁ ୧୨୮, ଝାରସୁଗୁଡ଼ାରୁ ୧୬୨, କଳାହାଣ୍ଡିରୁ ୬୦, କନ୍ଧମାଳରୁ ୮୬, କେନ୍ଦ୍ରାପଡ଼ାରୁ ୧୫୬, କେନ୍ଦୁଝରରୁ ୭୬, କୋରାପୁଟରୁ ୧୦୦, ମାଲକାନାଗିରିରୁ ୬୮, ମୟୂରଭଞ୍ଜରରୁ ୧୪୭, ନବରଙ୍ଗପୁରରୁ ୧୧୨, ନୟାଗଡ଼ରୁ ୬୦, ନୂଆପଡ଼ାରୁ ୧୨୮, ପୁରୀରୁ ୨୧୨, ରାୟଗଡ଼ାରୁ ୯୮, ସମ୍ବଲପୁରରୁ ୧୪୧, ସୋନପୁରରୁ ୯୧, ସୁନ୍ଦରଗଡ଼ରୁ ୩୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସବୁଠାରୁ ବଡ଼ କଥା ହେଉଛି ଆଜି ମଧ୍ୟ ୧୦ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ହୋଇଛି । କରୋନା ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ରାଜ୍ୟରେ ଏବେ ମୋଟ ମୃତ୍ୟୁ ସଂଖ୍ୟା ରହିଛି ୬୨୬ । ବାଲେଶ୍ୱରରୁ ଜଣେ ୬୦ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି, ଭୁବନେଶ୍ୱରରୁ ୨ ଜଣଙ୍କର ମୃତ୍ୟୁ ହୋଇଛି ଜଣଙ୍କ ବୟସ ୬୨ ବର୍ଷ ଏବଂ ଅନ୍ୟ ଜଣଙ୍କର ବୟସ ୬୬ ବର୍ଷ ।

ସେହିଭଳି ଗଞ୍ଜାମରୁ ୫୫ ବର୍ଷୀୟ ବ୍ୟକ୍ତି, କଟକରୁ ମଧ୍ୟ ୨ ଜଣଙ୍କର ମୃତ୍ୟୁ ହୋଇଛି ଜଣଙ୍କ ବୟସ ୪୫ ବର୍ଷ ଏବଂ ଅନ୍ୟ ଜଣଙ୍କର ବୟସ ୭୦ ବର୍ଷ । କଳାହାଣ୍ଡିରୁ ଜଣେ ୬୨ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି, ଖୋର୍ଦ୍ଧାରୁ ୬୦ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ମୟୂରଭଞ୍ଜରେ ୬୦ ବର୍ଷୀୟ ବ୍ୟକ୍ତି ମୃତ୍ୟୁ ହୋଇଛି । ସେପଟେ ସୁବର୍ଣ୍ଣପୁରରେ ମଧ୍ୟ ୮୪ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି ।

ଦାୟିତ୍ୱ ତୁଲାଇ ପାରୁନି ଡ଼ାକ ବିଭାଗ, ପୋଲ ତଳେ ପଡ଼ିଛି ଶତାଧିକ ଆଧାର କାର୍ଡ ଓ ପୋଷ୍ଟାଲ କାଗଜପତ୍ର

ଦେବଗଡ଼: ଅଦରକାରୀ ଭାବେ ପୋଲ ତଳେ ପଡିଛି ଶତାଧିକ ଆଧାର କାର୍ଡ ଓ ପୋଷ୍ଟାଲ କାଗଜପତ୍ର । ଦେବଗଡ଼ ଓ ସୁନ୍ଦରଗଡ ଜିଲ୍ଲା ସୀମାନ୍ତ ଅଞ୍ଚଳରେ ଥିବା ଆମ୍ବଗାଁ ପୋଲ ତଳେ ପଡ଼ିଥିବା ଦେଖିବାକୁ ମିଳିଛି । ଆମ୍ବଗାଁ ଲୋକେ ଏହି କାଗଜପତ୍ରକୁ ଉଦ୍ଧାର କରିଥିବା ବେଳେ ଏହା ବଣାଇ ଅନ୍ତର୍ଗତ ବଡଗୋଗୁଆ ଗ୍ରାମବାସୀଙ୍କ ବୋଲି ଜଣାପଡ଼ିଛି । ଏହି ସବୁ କାଗଜପତ୍ର ବଡଗୋଗୁଆ ପୋଷ୍ଟ ଅଫିସ୍ କୁ ଆସିଥିବା ବେଳେ କର୍ମଚାରୀଙ୍କ ବେପରୁଆ ମନୋଭାବ ପାଇଁ ଏହା ଅଦକାରୀ ଭାବେ ପଡିଥିବା ସନ୍ଦେହ କରାଯାଉଛି । ଏହି ଡକ୍ୟୁମେଣ୍ଟରେ ଆଧାର କାର୍ଡ, ପାନ୍ କାର୍ଡ, ଏଲ୍ ଆଇ ସି ପଲିସି, ପ୍ରଭୃତି ରହିଛି । ଅନ୍ୟପଟେ ବାଇକରେ ଯିବା ବେଳେ ଭୁଲବଶତଃ ଏହି କାଗଜପତ୍ର ଖସିପଡ଼ିଛି ବୋଲି ପୋଷ୍ଟାଲ କର୍ମଚାରୀ ରଜତକାନ୍ତ ସାମଲ ସଫେଇ ଦେଇଛନ୍ତି । ସେପଟେ ବଣାଇଁ ଅଞ୍ଚଳର ପୋଷ୍ଟାଲ କାଗଜପତ୍ର ଅନ୍ୟ ଏକ ଜିଲ୍ଲାକୁ ଗଲା କିପରି ତାହାର ତଦନ୍ତ ଦାବି କରିଛନ୍ତି ଅଞ୍ଚଳବାସୀ ।

ନନ୍ଦିଘୋଷ ଟିଭିର ପ୍ରଭାବ : ନିଲମ୍ବିତ ହେଲେ ଖୋର୍ଦ୍ଧା ଟାଙ୍ଗୀ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମହାରଣା

ଖୋର୍ଦ୍ଧା: ନନ୍ଦିଘୋଷ ଟିଭିର ମହାପ୍ରଭାବ । ପିସି କାରବାର ଅଭିଯୋଗରେ ନିଲମ୍ବିତ ହେଲେ ଖୋର୍ଦ୍ଧା ଟାଙ୍ଗୀ ଗ୍ରାମ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧୀକାରୀ । ନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମହାରଣାଙ୍କୁ ନିଲମ୍ବିତ କରିଛନ୍ତି ଜିଲ୍ଲାପାଳ ସନତ କୁମାର ମହାନ୍ତି । ବିଭାଗୀୟ ଅଧିକାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମହାରଣା  ଠିକାଦାରଙ୍କ ସହ ପିସି କାରବାର ନେଇ ମୁଲଚାଲ କରୁଥିବା ଭିଡିଓ ପ୍ରଥମେ ପ୍ରସାରଣ କରିଥିଲା ନନ୍ଦିଘୋଷ ଟିଭି । ଖବର ପ୍ରସାରଣ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ଦେଶରେ ପ୍ରତିଦିନ କରୋନା ପାଇଁ ମରୁଛନ୍ତି ହଜାରେରୁ ଅଧିକ ଲୋକ, ସୁସ୍ଥ ହେଲେଣି ୩୭ ଲକ୍ଷରୁ ଅଧିକ ରୋଗୀ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ  ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ହୁ ହୁ ହୋଇ କରୋନା ସଂକ୍ରମଣ ଭାରତରେ ବ୍ୟାପୁଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯୪,୩୭୨ ଟି ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାପୂର୍ବରୁ ମଧ୍ୟ ସେପ୍ଟେମ୍ବର ୧୧ ରେ କରୋନା ସଂକ୍ରମଣର ଏକ ନୂଆ ରେକର୍ଡ ୯୭,୫୭୦ ସଂକ୍ରମଣ ମାମଲା ପଞ୍ଜିକୃତ ହୋଇଥିଲା । ଏଥି ସହିତ ୨୪ ଘଣ୍ଟାରେ ୧୧୧୪ ଜଣ ଲୋକ କରୋନାରେ ପ୍ରାଣ ହରାଇଛନ୍ତି । ସେପ୍ଟେମ୍ବର ୨ ଠାରୁ ଦେଶରେ ପ୍ରତିଦିନ ଏକ ହଜାରରୁ ଅଧିକ ଲୋକ କରୋନାରେ ମରୁଛନ୍ତି । ଭଲ ଖବର ହେଉଛିଯେ ୨୪ ଘଣ୍ଟାରେ ୭୮,୩୯୯ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସର୍ବଶେଷ ତଥ୍ୟ ଅନୁଯାୟୀ ଦେଶରେ ସଂକ୍ରମିତ କରୋନା ସଂଖ୍ୟା ବର୍ତ୍ତମାନ ୪୭ ଲକ୍ଷ ୫୪ ହଜାରକୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୭୮,୫୮୬ ଜଣଙ୍କର ମୃତ୍ୟୁ ହୋଇଛି । ସକ୍ରିୟ ସଂଖ୍ୟା ୯ ଲକ୍ଷ ୭୩ ହଜାରକୁ ବୃଦ୍ଧି ପାଇଛି ଏବଂ ୩୭ ଲକ୍ଷ ଲୋକ ଆରୋଗ୍ୟ ହୋଇଛନ୍ତି । ଯଦି ଦେଖିବା ତେବେ ସଂକ୍ରମଣର ସକ୍ରିୟ ମାମଲା ତୁଳନାରେ ସୁସ୍ଥ ଲୋକଙ୍କ ସଂଖ୍ୟା ପ୍ରାୟ ଚାରି ଗୁଣ ଅଧିକ ରହିଛି ।

ଆଇସିଏମଆର ତଥ୍ୟ ଅନୁଯାୟୀ, ୧୨ ସେପ୍ଟେମ୍ବର ପର୍ଯ୍ୟନ୍ତ ସମୁଦାୟ ୫୬.୬୨ ଲକ୍ଷ କରୋନା ପରୀକ୍ଷା କରାଯାଇଛି । ସେଥିମଧ୍ୟରୁ ଗତକାଲି ୧୧ ଲକ୍ଷ ନମୁନା ପରୀକ୍ଷା କରାଯାଇଛି । ଏବେ ଦେଶରେ ପଜିଟିଭ ହାର ୭ ପ୍ରତିଶତରୁ କମ୍ ରହିଛି । କରୋନା  ୫୪% ରୋଗ ୧୮ ବର୍ଷରୁ ୪୪ ବର୍ଷ ବୟସ ଶ୍ରେଣୀରେ ରହିଛି । କିନ୍ତୁ କରୋନା ହେତୁ ୫୧% ମୃତ୍ୟୁ ୬୦ ବର୍ଷରୁ ଅଧିକ ବୟସର ଲୋକଙ୍କଠାରେ ଦେଖାଦେଇଛି।

କୁମ୍ଭୀର ଉଦ୍ଧାର ନେଇ ମିଛ କହିଥିଲା ବନ ବିଭାଗ, ଗାଡ଼ିରେ ଗାଁ ଲୋକ ଡ୍ୟାମରେ ନେଇ ଛାଡ଼ିଥିଲେ କୁମ୍ଭୀର

ଦିଗପହଣ୍ଡି: ଜମିରୁ କୁମ୍ଭୀର ଉଦ୍ଧାର ଘଟଣା । କୁମ୍ଭୀରକୁ ବାଇକରେ ନେଇଥିଲେ ଗ୍ରାମବାସୀ । ବାଇକରେ ଆଣି ଘୋଡ଼ାହାଡ଼ ଡ଼୍ୟାମରେ ଛାଡିଲେ ଗାଁର ଯୁବକ । ଏବେ ଏହାର ଭିଡିଓ ଭାଇରାଲ ହେଉଛି । କୁମ୍ଭୀରକୁ ଉଦ୍ଧାର ପରେ କିଭଳି ଭାବରେ ବେଖାତିର ଢ଼ଙ୍ଗରେ ବାଇକ ରେ ବସାଇ ନେଉଛନ୍ତି ତାହା ଭିଡିଓରେ ସଫା ସଫା ଦିଶୁଛି । କିଭଳି ସୁରକ୍ଷାହୀନ ଭାବରେ କୁମ୍ଭୀରଟିକୁ ଅଣାଯାଉଛି ତାହା ଦେଖିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଏଭଳି ଏକ ଘଟଣା ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ କୈଠଖଣ୍ଡି ପଞ୍ଚାୟତ ତଲାସିଙ୍ଗୀ ଗାଁରେ ଦେଖିବାକୁ ମିଳିଛି ।  ଏହା ଗାଁ ଲୋକଙ୍କ କୁମ୍ଭୀର ପ୍ରତି ଭଲ ମାନବିକତାର ପରିଚୟ ହୋଇଥାଇପାରେ । କିନ୍ତୁ ଏଭଳି ଭାବେ ଭୁଲ ଢ଼ଙ୍ଗରେ ଗାଡ଼ିରେ କୁମ୍ଭୀରକୁ ନେବା ସମ୍ପୂର୍ଣ୍ଣ ଭାବରେ ଭୁଲ । କିନ୍ତୁ ଏଥିରେ ଗାଁ ଲୋକଙ୍କର କୌଣସି ଭୁଲ ନାହିଁ ।

କେବଳ ଦିଗପହଣ୍ଡି ବନବିଭାଗର ଅପାରଗତା ଏବଂ ଖାମଖିଆଲିଆ ମନୋଭାବ ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଛି । ଯଦି ଏଠାରେ ବନ ବିଭାଗ ତାର କାର୍ଯ୍ୟକୁ ଠିକ୍‌ ଭାବରେ କରିଥାନ୍ତା ତେବେ ଗାଁ ଲୋକଙ୍କୁ ଏଭଳି ଭାବରେ କୁମ୍ଭୀରକୁ ନେଇ ଯିବାକୁ ପଡ଼ି ନଥାନ୍ତା । ସବୁଠାରୁ ବଡ଼ କଥା ହେଉଛି କୁମ୍ଭୀରକୁ ଉଦ୍ଧାର ପରେ ଠିକ୍‌ ଭାବରେ ନଦୀରେ ଛଡ଼ା ହୋଇଥିବା କହିଥିଲା ଦିଗପହଣ୍ଡି ବନବିଭାଗ ରେଞ୍ଜର ପ୍ରମୋଦ ଖଡ଼ଗରାୟ । କିନ୍ତୁ ଏବେ ଭିଡିଓ ଭାଇରାଲ ହେବା ପରେ ଭନବିଭାଗର ଅସଲ ମୁଖା ସାମ୍ନାକୁ ଆସିଛି । କୁମ୍ଭୀର ଉଦ୍ଧାର ସମୟରେ ଦିଗପହଣ୍ଡି ବନବିଭାଗ କାର୍ଯ୍ୟାଳୟର ବନରକ୍ଷୀ ସୁଜାତା ରଥ, ମୂରଲୀଧର ନାୟକଙ୍କ ସହ ବନବିଭାଗ ପାରା କର୍ମଚାରୀ ବୃନ୍ଦ ଘଟଣାସ୍ଥଳରେ ପହଞ୍ଚିଥିଲେ କିନ୍ତୁ କୁମ୍ଭୀରର ସୁରକ୍ଷା ପ୍ରତି କାହାରି ଯେମିତି ନିଘା ନଥିଲା ।

ମିଛ କହି ଲୋକଙ୍କ ଠାରୁ ପ୍ରସଂଶା ହାତେଇବାକୁ ଚାହୁଁଥିଲେ କି ବନବିଭାଗ ବୋଲି ଏଠାରେ ମନେ ହେଉଛି । ଯଦି ଦେଖିବା ତେବେ ରାଜ୍ୟ ସରକାର ବନବିଭାଗକୁ ସବୁକିଛି ସହାୟତା ଯୋଗାଇଛନ୍ତି କିନ୍ତୁ ଏହାକୁ ସଠିକଭାବରେ ବ୍ୟବହାର କରାଯାଉନାହିଁ । ଯଦି ଏତେ ସବୁ ସୁବିଧା ରହିଛି ତେବେ କହିଁକି କୁମ୍ଭୀରଟିକୁ ସ୍ୱତନ୍ତ୍ର ଗାଡ଼ିରେ ନିଆଗଲା ନାହିଁ ? କାହିଁ କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା କରାଗଲା ନାହିଁ ? ଯଦି ଅଧା ବାଟରେ ଲୋକଙ୍କର କି କୁମ୍ଭୀରର କୌଣସି ଅସୁବିଧା ହୋଇଥନ୍ତା ତେବେ ସେଥିପାଇଁ ଦାୟୀ କିଏ ହୋଇଥାନ୍ତା ? ଏମିତି ଅନେକ ପ୍ରଶ୍ନ ଏବେ ଦିଗପହଣ୍ଡି ବନବିଭାଗ ଉପରେ ଉଠିଛି ।

ସୁଚନା ଅନୁଯାୟୀ, ଗତକାଲି ଏହି କୁମ୍ଭୀରଟିକୁ ଉକ୍ତ ଗାଁର ସିମାଞ୍ଚଳ ପାଣିଗ୍ରାହୀଙ୍କ ଧାନ ଜମିରୁ ଉଦ୍ଧାର କରାଯାଇଥିଲା । ଯାହାକୁ  ଦିଗପହଣ୍ଡି ବନବିଭାଗ ଓ ପୋଲିସ କର୍ମଚାରୀଙ୍କ ମିଳିତ ଉଦ୍ୟମରେ କୁମ୍ଭୀରଟିକୁ ଉଦ୍ଧାର କରାଯାଇଛି ବୋଲି କହିଥିଲେ ଦିଗପହଣ୍ଡି ରେଞ୍ଜର ପ୍ରମୋଦ ଖଡ଼ଗରାୟ । କିନ୍ତୁ ଆଜି ଭିଡିଓ ଭାଇରାଲ ପରେ ସବୁ ମିଛ ସାମ୍ନାକୁ ଆସିଥିଲା ।

ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ନିଶ୍ୱାସ ନେବାରେ ଅସୁବିଧା, ବିଳମ୍ବିତ ରାତିରେ AIIMS ରେ ହେଲେ ଭର୍ତ୍ତି

ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି ଗୃହମନ୍ତ୍ରୀ ଅମିତ ଶାହା ସ୍ୱାସ୍ଥ୍ୟଗତ ସମସ୍ୟା ସହ ଲଢ଼ୁଛନ୍ତି । ଏଭଳି ପରିସ୍ଥିତିରେ ଅମିତ ଶାହା ପୁଣି ଥରେ ଦିଲ୍ଲୀର AIIMS ରେ ଭର୍ତ୍ତି ହୋଇଛନ୍ତି । ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ପୁଣି ଥରେ AIIMS ରେ ରାତି ୧୧ ଟାରେ ଭର୍ତ୍ତି କରାଯାଇଛି । ନିକଟରେ ଗୃହମନ୍ତ୍ରୀ ଅମିତ ଶାହା କରୋନା ଦ୍ୱାରା ସଂକ୍ରମିତ ହୋଇଥିଲେ । ତେବେ ଚିକିତ୍ସା ପରେ ତାଙ୍କର ଦେହ ସୁସ୍ଥ ହୋଇଥିଲା । ସୁସ୍ଥ ପରେ ତାଙ୍କୁ ଡାକ୍ତରଖାନାରୁ  ଡିସଚାର୍ଜ କରାଯାଇଥିଲା । କିନ୍ତୁ ଅମିତ ଶାହାଙ୍କୁ ପୁଣି ନିଶ୍ୱାସ ନେବାରେ ଅସୁବିଧା ହେତୁ ବିଳମ୍ବିତ ରାତିରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଶନିବାର ରାତି ୧୧ ଟାରେ ଅମିତ ଶାହାଙ୍କୁ AIIMS ରେ ଭର୍ତ୍ତି କରାଯାଇଛି । ତେବେ କିଛି ଦିନ ଏବେ ସେ ହସ୍ପିଟାଲରେ ରହିବେ ।

ସୂଚନା ଅନୁଯାୟୀ, ଅମିତ ଶାହା କରୋନାରୁ ସୁସ୍ଥ ହେବା ପରେ ନିଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । AIIMS ସୂତ୍ରରୁ ପ୍ରକାଶ ଯେ ଅମିତ ଶାହା କିଛି ସମୟ ହସ୍ପିଟାଲରେ ରହିଲେ ଭଲ ହେବ, ଯେଉଁଠାରେ ତାଙ୍କୁ ନଜରରେ ରଖାଯାଇପାରିବ । ବର୍ତ୍ତମାନ ଅମିତ ଶାହାଙ୍କୁ AIIMS ରେ କାର୍ଡିଓ ନ୍ୟୁରୋ ୱାର୍ଡରେ ଭର୍ତ୍ତି କରାଯାଇଛି । ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହାଙ୍କ କରୋନା ଦ୍ୱାରା ସଂକ୍ରମିତ ହୋଇଥିଲେ । ଏହା ପରେ ତାଙ୍କୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ତାଙ୍କୁ ଏକ ଡାକ୍ତର ଦଳ ଚିକିତ୍ସା କରିଥିଲେ । ପ୍ରାୟ ଦୁଇ ସପ୍ତାହ ମଧ୍ୟରେ, ଅମିତ ଶାହା କରୋନାକୁ ପରାସ୍ତ କରିଥିଲେ ଏବଂ ତାଙ୍କ କରୋନା ରିପୋର୍ଟ ୧୪ ଅଗଷ୍ଟରେ ନେଗେଟିଭ ଆସିଥିଲା । ଏହା ପରେ ତାଙ୍କୁ ମେଦାନ୍ତ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା ଏବଂ ତାଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଥିଲା।

ଆଜି ସର୍ବଭାରତୀୟ ନିଟ୍ ପରୀକ୍ଷା, ସୁଫଳ ପରୀକ୍ଷା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା

ଭୁବନେଶ୍ୱର: ଆଜି ସର୍ବଭାରତୀୟ ନିଟ୍ । ଆଜି ରାଜ୍ୟର ୮୩ କେନ୍ଦ୍ରରେ ୩୭ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ତେବେ ପଜିଟିଭ ଥିବା ଛାତ୍ରଛାତ୍ରୀ ଆଜି ପରୀକ୍ଷା ଦେଇ ପାରିବେ ନାହିଁ । ଏନେଇ ଏସଓପି ଜାରି କରିଛି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି । କରୋନା ପଜିଟିଭ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଅନ୍ୟ ଦିନରେ ପରୀକ୍ଷା ହେବ । ଆଜି ପରୀକ୍ଷା ପରେ ତାଙ୍କ ପାଇଁ ତାରିଖ ଧାର୍ଯ୍ୟ କରାଯିବ ବୋଲି କୁହାଯାଇଛି । ଅନ୍ୟ ପରୀକ୍ଷାର୍ଥୀଙ୍କ ନିରାପତ୍ତା ପାଇଁ ନିଷ୍ପତ୍ତି ବଦଳାଯାଇଥିବା କୁହାଯାଇଛି । କରୋନା ଆକ୍ରାନ୍ତ ପରୀକ୍ଷାର୍ଥୀ ଏନଟିଏକୁ ଜଣାଇବାକୁ ନିର୍ଦ୍ଦେଶ ।

NEET Student File Photo
FILE Photo

ଆଡମିଟ କାର୍ଡ ସହ କରୋନା ପଜିଟିଭ ରିପୋର୍ଟ ପଠାଇବେ । ଏନଟିଏକୁ [email protected] ରେ ଇ-ମେଲ କରିପାରିବେ । ସେପଟେ ଜେଇଇ ପରି ନିଟର ପରିଚାଳନା ଭାର ନେଇଛନ୍ତି ରାଜ୍ୟ ସରକାର । ପ୍ରଶାସନ ପକ୍ଷରୁ ଯାତାୟତ ଓ ରହଣୀ ପାଇଁ ବ୍ୟବସ୍ଥା କରାଯାଇଛି । ଛାତ୍ରଛାତ୍ରୀଙ୍କ ଥର୍ମାଲ ସ୍କାନିଂ ସହ ରହଣୀ ସ୍ଥାନରେ ମେଡିକାଲ ଟିମ୍ ନିୟୋଜିତ ହୋଇଛନ୍ତି । ସେହିପରି ପ୍ରତି ରୁମରେ ୧୨ ଜଣ ପରୀକ୍ଷାର୍ଥୀ ଓ ଦୁଇ ଜଣ ପରୀକ୍ଷକ ରହିବେ । ଏଥିସହ ପ୍ରତି ପରୀକ୍ଷାର୍ଥୀଙ୍କ ଥର୍ମାଲ ସ୍କାନିଂ କରାଯିବା ସହ ସାନିଟାଇଜର୍ ଓ ମାସ୍କ ଦିଆଯିବ ।

ପରୀକ୍ଷାର୍ଥୀଙ୍କ ରହଣୀ ସ୍ଥାନରେ ମେଡିକାଲ ଟିମ୍ ବି ନିୟୋଜିତ ହୋଇଛନ୍ତି । ସେପଟେ ପ୍ରତି ଜିଲ୍ଲାରୁ ପରୀକ୍ଷା କେନ୍ଦ୍ର ଯିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କ ଯାତ୍ରା ସୁଗମ କରିବାକୁ ବ୍ୟବସ୍ଥା କରାଯାଇଛି । ଯେଉଁ ସହରରେ ସେମାନେ ପରୀକ୍ଷା ଦେବେ, ସେଠାରେ ସେମାନଙ୍କ ରହଣୀ ବ୍ୟବସ୍ଥା କରାଯାଇଛି । ରହଣୀ କେନ୍ଦ୍ର ଗୁଡ଼ିକୁ ବାରମ୍ବାର ସାନିଟାଇଜ୍ କରାଯାଉଛି । ରୁମ୍ ଗୁଡ଼ିକରେ ସାମାଜିକ ଦୂରତା ରକ୍ଷା କରି ସଫା ବେଡ଼ ପକାଯାଇଛି । କୋଭିଡ ନିୟମ ପାଳନ କରି କମନ୍ କ୍ୟାଣ୍ଟିନରେ ଛାତ୍ରଛାତ୍ରୀଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରାଯାଇଛି । ଆଜି ଅପରାହ୍ନ ୨ଟାରୁ ୫ଟା ଯାଏ ହେବ ପରୀକ୍ଷା । ୧୨.୩୦ରୁ ଏଣ୍ଟ୍ରି ଗେଟ୍ ଖୋଲିବ ।

ଛାତ ଉପରେ ବସିଥିଲେ ମହିଳା, ପଛପଟୁ ଆସି ହତ୍ୟାକଲେ ଦୁର୍ବୃତ୍ତ

ଭଞ୍ଜନଗର: ଛାତ ଉପରେ ବସିଥିବା ବେଳେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ । ଧାରୁଆ ଅସ୍ତ୍ରରେ ମହିଳାଙ୍କୁ ହାଣିଲେ ଦୁର୍ବୃତ୍ତ । ଘର ପଛଆଡ଼ୁ ଛାତ ଉପରେ ଚଢ଼ି ଏଭଳି ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ । ମରଣାନ୍ତକ ଆକ୍ରମଣ ଫଳରେ ମହିଳାଙ୍କର ଘଟଣା ସ୍ଥଳରେହିଁ ମୃତ୍ୟୁ ହୋଇଛି । ମୃତ ମହିଳା ଜଣକ ହେଉଛନ୍ତି ସେହି ଗାଁର ପ୍ରଶାନ୍ତ କୁମାର ସାହୁ ଙ୍କ ପତ୍ନୀ ଜାେସ୍ନା ରାଣୀ ସାହୁ ଏଭଳି ଏକ ଘଟଣା ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ମଳାସପଦର ଛକ ନିକଟରେ ଦେଖିବାକୁ ମିଳିଛି । ତେବେ ପୋଲିସ ସୂଚନା ପାଇବା ପରେ ଘଟଣା ସ୍ଥଳରେ ପହଞ୍ଚି ତାର ତଦନ୍ତ ଆରମ୍ବ କରିଛି । ମୃତ ଦେହକୁ ଉଦ୍ଧାର କରି ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ଶବ ବ୍ୟବଛେଦ ପାଇଁ ପଠାଇଛି  ।

ସୂଚନା ଅନୁଯାୟୀ, ମୃତ ଜୋସ୍ନା ନିଜ ଘରର ଛାତ ଉପରେ ବସିଥିଲେ । ସେହି ସମୟରେ କିଛି ଦୁର୍ବୃତ୍ତ ଘର ବାଡ଼ିପଟୁ ଛାତ ଉପରକୁ ଚଢି ଆସି ତାଙ୍କ ଉପରକୁ ଧାରୁଆ ଅସ୍ତ୍ର ରେ ଆକ୍ରମଣ କରିଥିଲେ । ଜୋସ୍ନାଙ୍କ ଚିତ୍କାର ଶୁଣି ପରିବାର ଲୋକେ ଛାତ ଉପରକୁ ଆସିବା ଦେଖି ଦୁର୍ବୃତ୍ତ ମାନେ ଛାତ ଡେଇଁ ପଳାଇଛନ୍ତି । ହତ୍ୟାକାଣ୍ଡ ର ପ୍ରକୃତ କାରଣ ଜଣା ପଡ଼ିନାହିଁ । ଖବର ପାଇ ଭଞ୍ଜନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ଶବ କୁ ଜବତ କରି ବ୍ୟବଛେଦ ପାଇଁ ଭଞ୍ଜନଗର ମେଡିକାଲ କୁ ପଠାଇଛି ।