spot_img
Home Blog Page 6427

ପାକିସ୍ତାନର ୧୧ ସୈନିକ ନିହତରେ ଉତକ୍ଷିପ୍ତ ହେଲା ପାକିସ୍ତାନ, ଭାରତୀୟ କୂଟନୀତିଜ୍ଞଙ୍କୁ କଲା ସମନ

ଜମ୍ମୁ କାଶ୍ମୀର: ପାକିସ୍ତାନର ଅସ୍ତ୍ରବିରତି ଉଲ୍ଳଂଘନ ଯୋଗୁଁ ଗତକାଲି ଉତ୍ତର ଜମ୍ମୁକଶ୍ମୀରର ବିଭିନ୍ନ ଅଞ୍ଚଳରେ ୩ ଜଣ ଯବାନ ସହିଦ ହୋଇଥିଲେ ଏବଂ ୪ ନାଗରିକଙ୍କ ମୃତ୍ୟୁ ଘଟିଥିଲା। ଏହା ପରେ ପରେ ଭାରତୀୟ ସେନା ମଧ୍ୟ ଏହାର କଡ଼ା ଜବାବ ଦେଇଥିଲା। ସେନାର ଜବାବୀ କାର୍ଯ୍ୟାନୁଷ୍ଠାନରେ ପ୍ରଥମେ ୮ ଜଣ ପାକ୍‌ ସୈନିକ ନିହତ ହୋଇଥିବା ଖବର ମିଳିଥିବା ବେଳେ ଏବେ ଏହି ମୃତ୍ୟୁ ସଂଖ୍ୟା ବଢ଼ି ୧୧ରେ ପହଞ୍ଚିଛି ବୋଲି ଜଣାପଡ଼ିଛି । ଏହା ସହ ପାକିସ୍ତାନର ୧୬ଜଣ ସୈନିକ ଆହତ ହୋଇଥିବାର ଖବର ମିଳିଛି।

ସୂଚନା ଅନୁଯାୟୀ ପାକିସ୍ତାନ ଭାରତୀୟ କୂଟନୀତିଜ୍ଞଙ୍କୁ ସମନ ପଠାଇଛି । ଏହା ବ୍ୟତୀତ ଶନିବାର ପାକିସ୍ତାନ ଡିଜି ଏବଂ ବୈଦେଶିକ ମନ୍ତ୍ରୀ ଏମଏମ କୁରୈଶୀ ପ୍ରେସ ସନଫରେନ୍ସ କରିବେ । ନ୍ୟୁଜ ଏଜେନ୍ସି ପିଟିଆଇର ସୂଚନା ଅନୁଯାୟୀଏଲଓସି ଘଟଣାକୁ ନେଇ ଶନିବାର ସକାଳ ୧୦ଟା ୩୦ରେ ପ୍ରେସ କନଫରେନ୍ସ କରିବେ ।

ପ୍ରତିରକ୍ଷା ମନ୍ତ୍ରାଳୟ ମୁଖପାତ୍ର ଗତକାଲି ଏକ  ଟ୍ୱିଟ୍ କରି କହିଥିଲେ ଯେ ଜମ୍ମୁକଶ୍ମୀରର ଦାୱର, କେରନ୍‌, ଉରି, ଏବଂ ନୌଗାମ୍‌ରେ ପାକିସ୍ତାନ ମୋର୍ଟାର ଏବଂ ଅନ୍ୟାନ୍ୟ ଅସ୍ତ୍ର ବ୍ୟବହାର କରି ସାଧାରଣ ଜନବସତି ଅଞ୍ଚଳକୁ ଟାର୍ଗେଟ୍‌ କରିଥିଲା। ତେବେ ଭାରତୀୟ ସେନାର ପାଲଟା ଆକ୍ରମଣରେ ପାକିସ୍ତାନ ପଟେ ପ୍ରବଳ କ୍ଷୟକ୍ଷତି ହୋଇଛି। ଭାରତୀୟ ସେନା ପକ୍ଷରୁ ପାକିସ୍ତାନୀ ସେନା ବଙ୍କର୍‌ ଏବଂ ଆତଙ୍କବାଦୀଙ୍କ ଲଞ୍ଚ୍‌ପ୍ୟାଡ୍‌ ଧ୍ବଂସ କରାଯାଇଛି। ଏ ନେଇ ଭାରତୀୟ ସେନା ପକ୍ଷରୁ ବିଭିନ୍ନ ଭିଡିଓ ମଧ୍ୟ ସେୟାର କରାଯାଇଛି। ଜମ୍ମୁ କାଶ୍ମୀର ବାରମୁଳା, କୁପ୍‌ୱାଡ଼ା ଏବଂ ବାନ୍ଦିପୁରା ଜିଲ୍ଲାର ଉରି, ନୌଗାମ୍‌, ତାଙ୍ଗଧର, କେରନ୍‌ ଅଞ୍ଚଳ ନିକଟସ୍ଥ ବିଭିନ୍ନ ପାକିସ୍ତାନୀ ବଙ୍କର୍‌କୁ ଟ୍ୟାଙ୍କ୍‌ ବିଧ୍ବଂସୀ କ୍ଷେପଣାସ୍ତ୍ର ଏବଂ ରକେଟ୍‌ ମାଡ଼ କରାଯାଉଥିବା ଦୃଶ୍ୟ ଏହି ଭିଡିଓରେ ଦେଖିବାକୁ ମିଳିଛି।

ସୂଚନା ମୁତାବକ,  କେରନ୍‌ ସେକ୍ଟର ସ୍ଥିତ ଏଲ୍‌ଓସି ନିକଟରେ ଭାରତୀୟ ସେନା ପାକିସ୍ତାନ ପଟୁ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିବାରେ ସଫଳ ହୋଇଛି। କର୍ଣ୍ଣେଲ୍‌ ରାଜେଶ କାଲିଆ କହିଛନ୍ତି, ଏଲ୍‌ଓସି ସ୍ଥିତ ଆଗୁଆ ଘାଟି ନିକଟରେ ସନ୍ଦେହଜନକ ଗତିବିଧି ଉପରେ ନଜର ରଖି ଆମ ଯବାନ ପ୍ରସ୍ତୁତ ରହିଥିଲେ। ଏହି ସମୟ‌ରେ ପାକିସ୍ତାନ ପଟୁ ଆଖିବୁଳା ଗୁଳିଗୋଳା ବର୍ଷା ହୋଇଥିଲା। ପାକିସ୍ତାନ ଗୋଳା ମାଡ଼ କରିବା ସହ ଅନ୍ୟାନ୍ୟ ଅସ୍ତ୍ରର ବ୍ୟବହାର କରିଛି ବୋଲି ସେ କହିଛନ୍ତି। ସପ୍ତାହକ ମଧ୍ୟରେ ଏହା ପାକିସ୍ତାନର ଦ୍ବିତୀୟ ଅନୁପ୍ରବେଶ ଉଦ୍ୟମ। ନଭେମ୍ବର ୭-୮ରେ ପାକିସ୍ତାନ ପଟୁ ମଛ୍‌ଲି ସେକ୍ଟରରେ ପ୍ରଥମ ଅନୁପ୍ରବେଶ ଉଦ୍ୟମ ହୋଇଥିଲା। କିନ୍ତୁ ଭାରତୀୟ ସେନା ପାକିସ୍ତାନର ଏହି ଅନୁପ୍ରବେଶ ଉଦ୍ୟମ ପଣ୍ଡ କରିଥିଲା ଏବଂ ୩ ଆତଙ୍କବାଦୀ ନିପାତ ହୋଇଥିଲେ ।

ସିଜ୍ ଫାୟାର ଉଲ୍ଲଘଂନ: ୩ ଭାରତୀୟ ଯବାନ ଶହୀଦ, ୧୨ରୁ ୧୩ ପାକିସ୍ତାନୀ ଯବାନ ନିପାତ ହୋଇଥିବା ସୂଚନା

ମହର୍ଷି ଦୟାନନ୍ଦଙ୍କ ନିର୍ବାଣ ଦିବସରେ ଭଦ୍ରକ ଆର୍ଯ୍ୟସମାଜ ପକ୍ଷରୁ ଅନୁଷ୍ଠିତ ସ୍ମୃତିଚାରଣ କାର୍ଯ୍ୟକ୍ରମ

0

ଭଦ୍ରକ: ମହର୍ଷି ଦୟାନନ୍ଦ ସରସ୍ୱତୀ ନିଜର ଅମୂଲ୍ୟଗ୍ରନ୍ଥର ସତ୍ୟାର୍ଥ ପ୍ରକାଶରେ ପ୍ରଥମେ ସ୍ୱରାଜ୍ୟ ଶଦ୍ଦ ପ୍ରୟୋଗ କରି ବିଦେଶୀ ଶାସକ ମାନଙ୍କୁ ଯଥାର୍ଥ ପ୍ରତ୍ୟୁତ୍ତର ଦେଇଥିଲେ । ଏହା ସହ ୮୦ ଭାଗ ସ୍ୱାଧୀନତା ସଂଗ୍ରାମୀ ଆର୍ଯ୍ୟସମାଜୀ ମାନଙ୍କୁ ପ୍ରେରିତ କରିପାରିଥିଲେ । ତେବେ ମହର୍ଷି ଦୟାନନ୍ଦଙ୍କ ନିର୍ବାଣ ଦିବସରେ ଭଦ୍ରକ ଆର୍ଯ୍ୟସମାଜ ପକ୍ଷରୁ ଆୟୋଜିତ ସ୍ମୃତିଚାରଣ କାର୍ଯ୍ୟକ୍ରମରେ ବେଦବିତ୍ ବୀରେନ୍ଦ୍ର କୁମାର ପଣ୍ଡା ଏହି ସବୁ କଥାକୁ ପ୍ରକାଶ କରିଥିଲେ ।

ଆର୍ଯ୍ୟସମାଜର ସଂପାଦକ ଲକ୍ଷ୍ମୀଧର ପଣ୍ଡା ପ୍ରାରମ୍ଭିକ ସୂଚନା ଓ ସୁଶ୍ରୀ ସୁଶୀଳାରାଣୀ ଗୁପ୍ତା ପୌରାହିତ୍ୟ କରି ମହର୍ଷିଙ୍କ ରାଷ୍ଟ୍ରନୀତି ସଂପର୍କରେ ଆଲୋଚନା କରିଥିଲେ । ଶ୍ରୀବତ୍ସ ପଣ୍ଡାଙ୍କ ଜୟନ୍ତୀରେ କରାଯାଇଥିବା ବୌଦ୍ଧିକ ପ୍ରତିଯୋଗିତାରେ ପ୍ରତିଭାଧର ମାନଙ୍କର ପ୍ରମାଣ ପତ୍ର ସହ ସଂପାଦକ  ରବିନାରାୟଣ ଲେଙ୍କାଙ୍କ ତତ୍ତ୍ୱାବଧାନରେ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ କରୋନା ନିୟମ ପାଳନ କରାଯାଇ ବୈଦିକ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ଆର୍ଯ୍ୟସମାଜର ସଦସ୍ୟ ଓ ସଦସ୍ୟା ମାନେ ଯଜ୍ଞରେ ଉପସ୍ଥିତ ରହିଥିଲେ ।

୧କୋଟି ୭୦ଲକ୍ଷ ଟଙ୍କାର ବେଆଇନ୍ ଗଞ୍ଜେଇ ଗଛକୁ ଜାଳି ନଷ୍ଟ କଲା ପ୍ରଶାସନ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା କ.ନୂଆଗାଁ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ । ଚଢ଼ାଉରେ ୧କୋଟି ୭୦ଲକ୍ଷ ଟଙ୍କାର ବେଆଇନ୍ ଗଞ୍ଜେଇ ଗଛକୁ ନଷ୍ଟ କରାଯାଇଛି । କ.ନୂଆଗାଁ ଥାନା କଡ଼ୁତୁଲି,ଜମାପଦର ଓ ଜନାଗୁଲ୍ ଅଞ୍ଚଳରେ ୧୭୦ ଏକର ସରକାରୀ ଜମିରେ ହୋଇଥିଲା ବେଆଇନ୍ ଗଞ୍ଜେଇ ଚାଷ ହୋଇଥିଲା । କନ୍ଧମାଳ ଏସପି ଓ ଅବକାରୀ ଏସପିଙ୍କ ନିର୍ଦ୍ଦେଶରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଲଗାତାର ଭାବେ ଚାଲିଛି ବେଆଇନ୍ ଗଞ୍ଜେଇ ଚାଷ ନଷ୍ଟ ଅଭିଯାନ ।

ସେପଟେ କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଆଡ଼ିବଙ୍ଗାରେ ବିଷାକ୍ତ ମଦର ଆତଙ୍କ । ସଲପ ମଦ ପିଇ ୪ ଜଣ ବ୍ୟକ୍ତି ଗୁରୁତର ହୋଇଛନ୍ତି । ଗୁରୁତର ମାନେ ହେଲେ ଆଡ଼ିବଙ୍ଗାର ଅଶୋକ ବଳିଆରସିଂ, ପ୍ରକାଶ ପଡ୍ରା, ସନ୍ତୋଷ ମଲ୍ଲିକ ଓ ବ୍ରାହ୍ମଣୀ ଗାଁର ଦେବେନ୍ଦ୍ର ନାୟକ । ଗତକାଲି ସମସ୍ତେ ସଲପ ମଦ ପିଇ ହଠାତ ଅସୁସ୍ଥ ହୋଇପଡିଥିଲେ । ସମସ୍ତ ଗୁରୁତରଙ୍କୁ ପ୍ରଥମେ ବ୍ରାହ୍ମଣୀଗାଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ଗୁରୁତର ହେବାରୁ ସମସ୍ତଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ପାଟଣାଗଡ଼ର ୬ ଜଣଙ୍କୁ ହତ୍ୟା ଘଟଣା: ୪ ଜଣଙ୍କୁ ଅଟକ ରଖିବା ସହ ତଦନ୍ତ ପାଇଁ ଦୁଇଟି ସ୍ୱତନ୍ତ୍ର ଟିମ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ର ୬ ଜଣଙ୍କୁ ହତ୍ୟା ଘଟଣାରେ ପୋଲିସ ମୋଟ ଚାରି ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ଗତ ୧୧ ତାରିଖରେ ପାଟଣାଗଡ଼ କୁସୁମପଡ଼ାରେ ରହୁଥିବା ବୁଲୁ ଯାନୀଙ୍କ ପରିବାରର ଛଅ ଜଣଙ୍କୁ ହତ୍ୟା କରାଯାଇଥିଲା । ଘଟଣାରେ ସଂପୃକ୍ତି ସନ୍ଦେହରେ ପୋଲିସ ପ୍ରଥମେ ପଡ଼ୋଶୀ ବାବୁଲା ଯାନୀର ଦୁଇପୁଅ ଭୋଳା ଯାନୀ ଏବଂ ଶିଵା ଯାନୀଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଥିଲା । ଗତକାଲି ରାତିରେ ଭୋଳା ଏବଂ ଶିଵାର ବାପା ବାବୁଲା ଯାନୀ ଏବଂ ଭିଣୋଇ ସୁରେଶ ମାଝୀକୁ ପୋଲିସ କୌଣସି ସ୍ଥାନରୁ ଆଣି ଅଟକ ରଖି ତଦନ୍ତ କରୁଛି ।

ବଲାଙ୍ଗୀର ଏସ୍‌ପିଙ୍କ ନିର୍ଦେଶକ୍ରମେ ଦୁଇଟି ସ୍ୱତନ୍ତ୍ର ପୋଲିସ ଟିମ୍‌ ଜ଼ିଲ୍ଲା ବାହାରକୁ ଯାଇଛି  । କିଛି ଅଭିଯୁକ୍ତ ଛତିଶଗଡ଼ ଯାଇ ଲୁଚିଥିବା ଅନୁମାନ କରାଯାଉଛି । ହତ୍ୟାକାଣ୍ଡ ଗତ ମଙ୍ଗଳବାର ଦିନ ବିଳମ୍ବିତ ରାତି ପ୍ରାୟ ୧୨ଟାରୁ ୨ଟା ମଧ୍ୟରେ ଘଟିଥିଲା । ପାଟଣାଗଡ଼ କୁସୁମପଡ଼ାରେ ରହୁଥିବା ବୁଲୁ ଜାନୀ, ସ୍ତ୍ରୀ ଜ୍ୟୋତି, ୩ ଶିଶୁ ସମେତ ନାତୁଣୀ ଶ୍ରୀୟାକୁ ଦୁର୍ବୃତ୍ତ ହତ୍ୟା କରି ଫେରାର ହୋଇଯାଇଥିଲେ । ପୋଲିସ ଘଟଣାର ପର୍ଦାଫାସ କରିପାରିନଥିବା ବେଳେ ୬ଟି ଦିଗକୁ ନେଇ ଚଳାଇଛି ତନାଘନା ।

ପ୍ରଥମ ନାମ କରଣକୁ ନେଇ ବିବାଦ, ଦ୍ଵିତୀୟ- ଚୋରା ବନ୍ଧୁକ ଲୁଚାଇ ରଖିବା, ତୃତୀୟ- ଚୋରି ସୁନା ଅଳଙ୍କାର ବା ସାମଗ୍ରୀ ଘରେ ଗାତ ଖୋଳି ଲୁଚାଇ ରଖିବା, ଚତୁର୍ଥ- ଖୁଡ଼ୀ ପୁତୁରା ପ୍ରେମ ସମ୍ପର୍କ, ପଞ୍ଚମ- ବୁଲୁ ଜାନୀର ବଡ଼ ପୁଅ ସଂଗ୍ରାମର ହତ୍ୟା ଘଟଣା ଓ ଷଷ୍ଠ – ପୂର୍ବରୁ ରହିଥିବା ଜମିବାଡ଼ି ବିବାଦ । ପୂର୍ବରୁ ବୁଲୁ ଜାନୀ ଅନେକ ବିବାଦରେ ସାମିଲ ଥିବା ବେଳେ ହତ୍ୟାପରେ ସେହି ଘର ଭିତରେ ଖୋଲା ଯାଇଥିବା ଦୁଇ ଫୁଟର ଗାତ ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସେହି ଗାତରେ ଚୋରା ବନ୍ଧୁକ ଲୁଚା ଯାଇଥିଲା ନା ଚୋରି ସୁନା ଅଳଙ୍କାର ଲୁଚା ଯାଇଥିଲା, ତାକୁ ନେଇ ପୋଲିସ ତଦନ୍ତ କରୁଛି । କ’ଣ ପାଇଁ ଘରେଗାତ ଖୋଳା ଯାଇଥିଲା ତାହା ସନ୍ଦେହ ଘେରରେ ଅଛି ।

ଦିପାବଳୀ ପାଳନ କରିବା ପାଇଁ ଜୈସଲମେର ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ଦୀପାବଳି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ୱିଟ କରି ଶୁଭେଚ୍ଛା ଜଣାଇବା ସହ ପ୍ରଦୂଷଣମୁକ୍ତ ଓ ସ୍ୱଚ୍ଛ ଦୀପାବଳି ପାଳନ କରି ପ୍ରକୃତିକୁ ସମ୍ମାନ ଦେବାକୁ ରାଷ୍ଟ୍ରପତି କହିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ସୀମାରେ ସଜାଗ ଥିବା ଯବାନ ମାନଙ୍କ ସହ ଦିପାବଳୀ ପାଳନ କରୁଛନ୍ତି । ପ୍ରଧାନମନ୍ତ୍ରୀ ଜୈସଲମେର ସୀମାରେ ପହଞ୍ଚି ସାରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ସିଡିଏମ ବିପିନ ରାୱତ, ସେନା ମୁଖ୍ୟ ଏମଏମ ନରବଣେ, ଏୟାର ଚୀଫ ମାର୍ଶଲ ଆରକେଏସ ଭଦୈରିୟା ଏବଂ ବିଏସଏଫର ଡିଜି ରାକେଶ ଅସ୍ଥାନା ମଧ୍ୟ ସାମିଲ ଅଛନ୍ତି ।

ସୂଚନା ଅନୁଯାୟୀ ଜାସରମେରରେ ଭାରତ ପାକିସ୍ତାନର ସୀମା ମିଶିଥାଏ । ସେଠାରେ ସୀମାରେ ବିଏସ୍ଏଫ୍ ନିୟୋଜିତ ହୋଇଛନ୍ତି ।  ପ୍ରସିଦ୍ଧ ତାନୋଟ ମାତା ମନ୍ଦିର ମଧ୍ୟ ସେଠାରେ ରହିଛି । ପ୍ରଧାନମନ୍ତ୍ରୀ ଜୈସଲମେରର ଲୋଙ୍ଗେୱାଲା ସୀମାରେ ବିଏସଏଫ ଯବାନଙ୍କ ସହ ଦୀପାବଳି ପାଳନ କରିବେ । ଲୋଙ୍ଗେୱାଲା ମୂଳ ରୂପରେ ବିଏସଏଫର ଏକ ପୋଷ୍ଟ ଅଟେ ।

ଲୋଙ୍ଗେୱାଲା ନାଆ ଶୁଣି ଭୟରେ କମ୍ପନ କଲେ ପାକିସ୍ତାନ

ଦେଶର ସୈନ୍ୟ ଇତିହାସରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ରୁହନ୍ତି ଲୋଙ୍ଗେୱାଲାର ଯବାନ ମାନେ । ଲୋଙ୍ଗେୱାଲା ହେଉଛି ସେହି ସ୍ଥାନ ଯେଉଁଠି ୧୯୭୧ ମସିହାରେ ଭାରତ ପାକିସ୍ତାନ ମଧ୍ୟରେ ଭୀଷଣ ଯୁଦ୍ଧ ହୋଇଥିଲା । ଏହି ଯୁଦ୍ଧରେ ଭାରତୀୟ ସେନା କଡ଼ା ଯବାବ ଆଜି ଯାଏ ଭୁଲିନାହିଁ ପାକିସ୍ତାନ । ଡିସେମ୍ବର ୪ ତାରିଖ ୧୯୭୧ ମସିହାରେ ଏହି ଯୁଦ୍ଧରେ ୧୨୦ ଜଣ ଭାରତୀୟ ସେନା ସୀମାରେ ନିୟୋଜିତ ଥିଲେ । ଭାରତୀୟ ସେନାର ୪୦ରୁ ୫୦ ଟ୍ୟାଙ୍କକୁ କବଜା କରିବାକୁ ଆସିଥିଲେ ପାକିସ୍ତାନର ୩୦୦୦ ଯବାନ । ଏହି ଯୁଦ୍ଧ ପାକିସ୍ତାନ ଯବାନଙ୍କୁ କଡ଼ା ଯବାବ ଦେଇଛିଲା ଭାରତୀୟ ସେନା, ଏବଂ ତାହା ଇତିହାସର ସ୍ୱର୍ଣ୍ଣିମ ପୃଷ୍ଠାରେ ସବୁଦିନ ପାଇଁ ଲେଖାହୋଇ ରହିଛି ।

ଲୋଙ୍ଗେୱାଲା ପୋଷ୍ଟକୁ କବଜା କରିବା ପାଇଁ ଆସିଥିବା ପାକିସ୍ତାନୀ ନିଜର ୩୪ଟି ଟ୍ୟାଙ୍କ, ପାଞ୍ଚ ଶହ ବାହନ ଏବଂ ଦୁଇଶହରୁ ଅଧିକ ଯବାନଙ୍କୁ ହରାଇଥିଲା । କିନ୍ତୁ ଏହି ଚେକପଏଣ୍ଟ ଅପରାଜିତ ଥିଲା

୨୦୧୯ରେ ରାଜୈରୀରେ ଥିଲେ ପ୍ରଧାନମନ୍ତ୍ରୀ ମୋଦି

ପୂର୍ବ ବର୍ଷ ୨୭ ଅକ୍ଟୋବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜମ୍ମୁ-କାଶ୍ମୀରର ରାଜୈରୀରେ ଯବାନ ମାନଙ୍କ ସହ ଦିପାବଳା ପାଳନ କରିଥିଲେ । ଆର୍ମି ଡ୍ରେସରେ ପିଏମ ମୋଦି ଯବାନ ମାନଙ୍କ ପାଖରେ ପହଞ୍ଚିଥିଲେ ଏବଂ ତାଙ୍କୁ ଦିପାବଳୀ ଅବସରରେ ମିଠା ବାଣ୍ଟିଥିଲେ । ତା ପୂର୍ବରୁ ପ୍ରଧାନମନ୍ତ୍ରୀ ଉତ୍ତରାଖଣ୍ଡରର ଉତ୍ତରକାଶୀରେ ସେନା ଏବଂ ଆଇଟିବିପିର ଯବାନ ମାନଙ୍କ ସହ ଦିପାବଳୀ ପାଳନ କରିଥିଲେ ।

 

ଏବେ ଟ୍ରଫ୍‌ ଲାଇନ୍‌ ଦକ୍ଷିଣ ମୁହାଁ ହୋଇଛି, ସେଥିପାଇଁ ଆଜିଠୁ ରାଜ୍ୟକୁ ଫେରିବ ଶୀତ

ଭୁବନେଶ୍ୱର: କିଛି ଦିନର ବ୍ୟବଧାନ ପରେ ପୁଣି ଆଜିଠୁ କମିବ ପାରା । ବଢିବ ଶୀତ, ଥରିବ ଓଡ଼ିଶା  । ବଙ୍ଗୋପସାଗର ଓ ଆନ୍ଧ୍ରପ୍ରଦେଶ ଉପକୂଳ ଉପରେ ରହିଥିବା ପୂର୍ବ ଟ୍ରଫ୍‌ ଲାଇନ୍ ଯୋଗୁ ୧୧ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ତାପମାତ୍ର ସ୍ୱାଭାବିକ ଠାରୁ ଅଧିକ ରହିଥିଲା । କିଛି ସ୍ଥାନରେ ସମାନ୍ୟ ବର୍ଷା ମଧ୍ୟ ହୋଇଥିଲା । ହେଲେ ଏବେ ଟ୍ରଫ୍‌ ଲାଇନ୍‌ ଦକ୍ଷିଣ ମୁହାଁ ହୋଇଛି ।

ଫଳରେ ଆଜି ଅପରାହ୍ନ ଠାରୁ ପୁଣି ତାପମାତ୍ରା କମିବ । ୧୫ ତାରିଖରୁ ପୁଣି ଅଧିକ ଥଣ୍ଡା ଅନୁଭୁତ ହେବ । ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରର ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରି ପର୍ଯ୍ୟନ୍ତ ଖସି ୧୯ ଡିଗ୍ରି ପାଖାପାଖି ପହଞ୍ଚିଯିବ। ଏହାପରେ ଆହୁରି ୧ ଡିଗ୍ରି ପର୍ଯ୍ୟନ୍ତ ପାରଦ ଖସିବାର ସମ୍ଭାବନା ଥିବା ସୂଚନା ଦେଇଛି ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଆସନ୍ତା ୨/୩ ଦିନରେ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ତାପମାତ୍ରା ୩/୪ ଡିଗ୍ରି ପର୍ଯ୍ୟନ୍ତ ଏବଂ ଉପକୂଳ ଜିଲ୍ଲାଗୁଡ଼ିକରେ ୨ରୁ ୩ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ । ଗତ ୨୪ ଘଣ୍ଟା‌ରେ ସୋନ୍‌ପୁରଠାରେ ସର୍ବନିମ୍ନ ତାପମାତ୍ରା ୧୪.୨ ଡିଗ୍ରି ରେକର୍ଡ ହୋଇଛି । ସେହିପରି ଦାରିଙ୍ଗବାଡ଼ିଠାରେ ୧୪ ଡିଗ୍ରି ଓ କୋରାପୁଟଠାରେ ୧୪.୬ ଡିଗ୍ରି ‌ରାତ୍ରି ରେକର୍ଡ ହୋଇଛି । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ ।

କାଳୀପୂଜା ଓ ଦୀପାବଳିର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ କାଳୀପୂଜା ଓ ଦୀପାବଳିର ଶୁଭକାମନା ଜଣାଇଛନ୍ତି । କୋଭିଡ୍ ମହାମାରୀକୁ ଦୃଷ୍ଟିରେ ରଖି ସାବଧାନତା ଓ ସତର୍କତା ସହ ଦୀପାବଳି ପାଳିବାକୁ ମୁଖ୍ୟମନ୍ତ୍ରୀ ଟୁଇଟ୍ କରି କହିଛନ୍ତି ।

ଆଜି ଶିଶୁ ଦିବସ ଅବସରରେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ପ୍ରଧାନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କୁ ମନେ ପକାଇଛନ୍ତି ।

ସେହିଭଳି ଦୀପାବଳି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ୱିଟ କରି ଶୁଭେଚ୍ଛା ଜଣାଇବା ସହ ପ୍ରଦୂଷଣମୁକ୍ତ ଓ ସ୍ୱଚ୍ଛ ଦୀପାବଳି ପାଳନ କରି ପ୍ରକୃତିକୁ ସମ୍ମାନ ଦେବାକୁ ରାଷ୍ଟ୍ରପତି କହିଛନ୍ତି ।

ସେହିପରି ପ୍ରଧାନମନ୍ତ୍ରୀ ମୋଦି ସମସ୍ତେ ସମୃଦ୍ଧ ଓ ସୁସ୍ଥ ରୁହିବାକୁ କାମନା କରିଛନ୍ତି ।

 

ଶୂନ୍ୟ ହୋଇଗଲା ମାଆର କୋଳ, ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଦୁଇ ପୁଅଙ୍କ ଜୀବନ

ସୁନ୍ଦରଗଡ଼: ପବିତ୍ର ଦୀପାବଳିରେ ଅଘଟଣ । ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଦୁଇ ଭାଇଙ୍କର ଜୀବନ । ଦୀପାବଳିରେ ଲିଭିଗଲା ଦୁଇଭାଇଙ୍କ ଜୀବନ ଦୀପ । ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ଉପଖଣ୍ଡର କୋଇଡ଼ା ଥାନା ଅନ୍ତର୍ଗତ ବାଲିଯୋଡି ନିକଟରେ ଘଟିଛି ଏଭଳି ଘଟଣା । ଗତକାଲି ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ବାଇକ୍ ଆରୋହି ଦୁଇ ଭାଇ ଙ୍କର ମୃତ୍ୟୁ ଘଟିଥିବା ଜଣା ପଡ଼ିଛି । କାଦଡ଼ିହା ଗ୍ରାମର ଅରୁଣ ମାଝୀ ଓ ଅଜୟ ମାଝୀ ଦୁଇ ଭାଇ ଏକ ବାଇକ୍‌ରେ ଡେଙ୍ଗୁଳା ଗ୍ରାମକୁ ଯାଉଥିବା ବେଳେ ବାଲିଯୋଡ଼ି ନିକଟରେ କୌଣସି ଗାଡି ଧକ୍କା ଦେଇଥିଲା ।

ଘଟଣାସ୍ଥଳରେ ଅରୁଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁରୁତର ଅଜୟଙ୍କ ମୃତ୍ୟୁ କୋଇଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ହୋଇଛି  । କୋଇଡ଼ା ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଧକ୍କା ଦେଇଥିବା ଗାଡ଼ି ସମ୍ପର୍କରେ କୌଣସି ସୂଚନା ମିଳିନଥିବା ବେଳେ ଏକ ମାସ ମଧ୍ୟରେ ଏଭଳି ସଡ଼କ ଦୁର୍ଘଟଣାରେ କୋଇଡ଼ା ଅଞ୍ଚଳରେ ଆଠ ଜଣଙ୍କ ଜୀବନ ଯିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି ।

ରେଲୱେ ଷ୍ଟେସନରୁ ଉଦ୍ଧାର ହେଲେ ୪୮ଜଣ ଦାଦନ ଶ୍ରମିକ, ଅନ୍ୟ ରାଜ୍ୟକୁ ହେଉଥିଲା ଚାଲାଣ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ରେଲୱେ ଷ୍ଟେସନରୁ ୪୮ଜଣ ଦାଦନ ଶ୍ରମିକ ଉଦ୍ଧାର  । ବେଆଇନଭାବେ ରାଜ୍ୟବାହାରକୁ ଚାଲାଣ ହେଉଥିବାବେଳେ ଉଦ୍ଧାର କଲା କଣ୍ଟାବାଞ୍ଜି ପୋଲିସ୍  । ଉଦ୍ଧାର ଶ୍ରମିକଙ୍କ ମଧ୍ୟରେ ୨୫ ପୁରୁଷ, ୨୩ ମହିଳା ଥିବା ବେଳେ ୮ ଶିଶୁ ଥିବା ଜଣା ପଡିଛି । ଶ୍ରମିକମାନେ ବରଗଡ, ନୂଆପଡ଼ା, ସିନାପାଳି, ବଲାଙ୍ଗିର ଅଞ୍ଚଳର ।

ଉଦ୍ଧାର  ଦଲାଲଠାରୁ ଆଗୁଆ ମୁଣ୍ଡାପିଛା ୩୫ ରୁ ୪୦ ହଜାର ଲେଖାଏ ନେଇ ରେଳ ଷ୍ଟେସନକୁ ଯାଉଥିବା ବେଲେ ପୋଲିସ ଚଢାଉ କରିଥିଲା । ସେମାନେ ବିନା ରିଜିଷ୍ଟ୍ରେସନରେ ହାଇଦ୍ରାବାଦର ଏକ ଇଟା ଭାଟିକୁ କାମ କରିବାକୁ ଯାଉଥିବା ଜଣାପଡିଛି  । ଚଢାଉ ବେଳେ ଦଲାଲ୍ ଫେରାର ହୋଇଯାଇଥିବା ପୋଲିସ ସୂଚନା ଦେଇଛି ।

ସାରୁଅରେ ପେଟପାଟଣାର ଲଢେଇ ଜାରି,୧୪ ଦିନରେ ପହଞ୍ଚିଲା ଠିକା କର୍ମଚାରୀଙ୍କ ଆନ୍ଦୋଳନ

ଖୋର୍ଦ୍ଧା: ତୁଟୁନି ସାରୁଅ ବିବାଦ । ଲଗାତର ୧୪ଦିନ ଧରି ସାରୁଅ ଷ୍ଟୁଡିଓ ଆଗରେ ଠିକା କର୍ମଚାରୀଙ୍କ ଧାରଣା ଜାରି ରହିଛି । ହେଲେ ଓଡ଼ିଶା ଇନଫ୍ରାଟେକ୍ ଲିମିଟେଡର ଏଥିପ୍ରତି ନିଘା ନାହିଁ । ଧାରଣାରେ ବସିଥିବା ୩୩ଜଣଙ୍କ ମଧ୍ୟରୁ ୨ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ବିଗିଡ଼ିଗଲାଣି । ତଥାପି ଆନ୍ଦୋଳନକାରୀଙ୍କ ଦାବି ପୂରଣ କରୁନି ସଂସ୍ଥା । ବାଧ୍ୟହୋଇ ଗତକାଲି ସାରୁଅ ଷ୍ଟୁଡିଓ ଛାଡ଼ି ରାଜଭବନ ଆଗରେ ଧାରଣା  ଦେଇଥିଲେ ଠିକା କର୍ମଚାରୀ । ଏହାସହ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଥିଲେ ।

୫ ଦଫା ଦାବି ନେଇ ରାଜଭବନ ଆଗରେ ୩୧ ଠିକା କମର୍ଚାରୀ ଧାରଣାରେ ବସିଥିଲେ । ସାରୁଅରେ ଚାଲିଥିବା ଆନ୍ଦୋଳନରେ ହସ୍ତକ୍ଷେପ ଲୋଡିଛନ୍ତି ଠିକା କର୍ମଚାରୀ । ତୁରନ୍ତ ସେମାନଙ୍କୁ ଉପଯୁକ୍ତ ଦରମାରେ ସ୍ଥାୟୀ ନିଯୁକ୍ତି ଦିଆଯାଉ ବୋଲି ଦାବି ହୋଇଛି । ଏମାନଙ୍କୁ ନିଯୁକ୍ତି ଦିଆୟାଇଥିବା ବେଳେ ପ୍ରତିଶ୍ରୁତି ପରେ ବି ଠିକା କର୍ମଚାରୀ ହୋଇନଥିଲେ ସ୍ଥାୟୀ ।  କମ୍ପାନୀ ପ୍ରତିଶ୍ରୁତିରେ ଖିଲାପ କରିବା ସହ ଲକଡାଉନ ପିରିୟଡରେ ଟଙ୍କାଟିଏ ବି ଦରମା ଦେଇନଥିଲା ।

ଅନୁସୂଚିତ ଜାତିଙ୍କ ଠାରୁ ଚଞ୍ଚକତା କରି ଜମି କିଣା ଯାଇଥିବା ଗ୍ରାମବାସୀ ଜିଲ୍ଲାପାଳଙ୍କ ଆଗରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗକୁ ପ୍ରତ୍ୟାହାର କରିବାକୁ କମ୍ପାନୀ ନିର୍ଦ୍ଦେଶ ଦେଇଥିଲା । ଏହା ନକରିବାରୁ ସେମାନଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି ବୋଲି ଅଭିଯୋଗ ହୋଇଛି । ପ୍ରାୟ ୬ବର୍ଷ କାମ କଲା ପରେ ବି କାର୍ଯ୍ୟଦକ୍ଷତାରେ ପ୍ରଶ୍ନ ଉଠାଇ ଚାକିରିରୁ ବହିଷ୍କୃତ ପରେ ସାରୁଅର ଷ୍ଟୁଡିଓ ଆଗରେ ଧାରଣା ଦେଇଛନ୍ତି ଠିକା କର୍ମଚାରୀ । ଏଥିରେ ବୈଜୟନ୍ତ ପଣ୍ଡାଙ୍କ ଶ୍ୱଶୂର ଏବଂ ଶଳା ହସ୍ତକ୍ଷେପ କରିବା ସହ ଆମକୁ ଧମକ ଚମକ ଦେଇଆସୁଛନ୍ତି ।

ବୈଜୟନ୍ତଙ୍କ ଶ୍ୱଶୂର ରଣଧୀର ସିଂ ସେମାନଙ୍କୁ ମିଛ ଆରୋପରେ ଫସାଇବାକୁ ଚେଷ୍ଟା କରୁଛନ୍ତି । ପୂର୍ବରୁ ଠିକା କର୍ମଚାରୀଙ୍କୁ ଧମକାଇ ସଂସ୍ଥାର ୨କର୍ମଚାରୀ ଗିରଫ ହୋଇଛନ୍ତି । ସେପଟେ ନଭେମ୍ବର ୧୧ରେ ଭୁବେନେଶ୍ୱର ଡିଭିଜନ ଉପ ଶ୍ରମ ଆୟୁକ୍ତ ଉଭୟ ପକ୍ଷକୁ ନୋଟିସ ଦେଇ ସମାଧାନ ପାଇଁ ଡକାଇଥିଲେ । ହେଲେ ଓଡିଶା ଇନଫ୍ରାଟେକ କର୍ତ୍ତୃପକ୍ଷ ଆସିନଥିଲେ । ଆଗାମୀ ୧୦ ଦିନ ଭିତରେ ସମସ୍ୟାର ସମାଧାନ ପାଇଁ ଉପ ଶ୍ରମ ଆୟୁକ୍ତ ପ୍ରତିଶ୍ରୁତି ଦେଇଛନ୍ତି ।