spot_img
Home Blog Page 6441

ଚୀନରେ ଅଛନ୍ତି ଅରୁଣାଚଳ ପ୍ରଦେଶରୁ ନିଖୋଜ ୫ ଯୁବକ, ଫେରାଇ ଆଣିବା ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶରୁ ଅପହୃତ ହୋଇଥିବା ୫ ଜଣ ଯୁବକ ଚୀନ୍ ସୀମାରୁ ମିଳିଛନ୍ତି । ଏହାକୁ ସ୍ୱୀକାର କରିଛି ଖୋଦ୍ ଚୀନ୍ ସେନା । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ କିରଣ ରିଜ୍ଜୁ । ଭାରତୀୟ ସେନା ରବିବାର ପଠାଇଥିବା ହଟ୍ ଲାଇନ ମେସେଜର ଜବାବ ଦେଇଛି ଚୀନ ସେନା । ଅରୁଣାଚଳରୁ ନିଖୋଜ ୫ ଜଣ ଯୁବକ ଚୀନ ସୀମାରୁ ମିଳିଥିବା ଚୀନ୍ ସେନା ପକ୍ଷରୁ କୁହାଯାଇଛି । ଯୁବକଙ୍କୁ ଫେରାଇବା ପ୍ରକ୍ରିୟା ଜାରି ରହିଛି ।

ଅରୁଣାଚଳ ପ୍ରଦେଶର କଂଗ୍ରେସ ବିଧାୟକ ନିନାଙ୍ଗ ଇରିଙ୍ଗ ଦାବି କରିଛନ୍ତି ଚୀନର ପିପୁଲ୍ସ ରିପବ୍ଲିକ୍ ଆର୍ମି ଭାରତର ଯୁବକଙ୍କୁ ଅପହରଣ କରି ନେଇଥିଲା । ବିଧାୟକଙ୍କ ଏହି ଦାବି ପରେ ଭାରତୀୟ ସେନା ଏହା ଉପରେ ଚୀନ ସେନାକୁ ଅଭିଯୋଗ କରିଥିଲା ।

କଂଗ୍ରେସ ବିଧାୟକ ଦାବି କରିଥିଲେ- ସ୍ଥାନୀୟ ଲୋକ ପଶୁଙ୍କୁ ଚରାଇବା ଲାଗି କ୍ଷେତକୁ ନେଇଯାଆନ୍ତି । ଚଳିତଥର କେତକ ଯୁବକ ମାଛ ଧରିବାକୁ ଯାଇଥିବା ବେଳେ ସେମାନଙ୍କୁ ଚୀନ ସେନା ଧରି ନେଇଥିଲା । ଏଥିରୁ ସ୍ପଷ୍ଟ ହେଉଛି ଚୀନ ସେନା କେବଳ ଲଦାଖରେ ନୁହେଁ ବରଂ ଅରୁଣାଚଳ ପ୍ରଦେଶରେ ମଧ୍ୟ ବାସ୍ତବିକ ନିୟନ୍ତ୍ରଣ ରେଖା (LAC) ପର୍ଯ୍ୟନ୍ତ ଚାଲି ଆସିଛନ୍ତି ।

ପ୍ରଥମେ କଣ କହିଥିଲା ଚୀନ ?

୫ ଭାରତୀୟ ଯୁବକ ନିଖୋଜ ନେଇ ଭାରତର ଅଭିଯୋଗ ପରେ ଚୀନ୍ ପ୍ରତିକ୍ରିୟା ରଖିଥିଲା । ଚୀନ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ସୋମବାର କହିଥିଲେ- ଚୀନ କେବେ ଅରୁଣାଚଳ ପ୍ରଦେଶକୁ ଭାରତର ଅଂଶ ମାନେ ନାହିଁ । ଅରୁଣାଚଳ ହେଉଛି ଦକ୍ଷିଣ ତିବ୍ବତର ଅଂଶ । ଭାରତୀୟ ସେନା ପିଏଲଏକୁ ଭାରତୀୟଙ୍କ ଛାଡ଼ିବା ନେଇ ଦେଇଥିବା ମେସେଜ ଉପରେ ମୁଖପାତ୍ର କହିଥିଲେ ଏନେଇ କୌଣସି ସୂଚନା ନାହିଁ ।

ନିଖୋଜ ଭାରତୀୟଙ୍କୁ ନେଇ ପ୍ରଶ୍ନ ପରେ ଚୀନର ଜବାବ, ଅରୁଣାଚଳ ଭାରତର ନୁହଁ ଆମର

Indian Economy: ବଡ଼ ହ୍ରାସ ଆଡ଼କୁ ଭାରତୀୟ ଅର୍ଥନୀତି, ଫିଚର ଅନୁମାନ- ଚଳିତ ବର୍ଷ ୧୦.୫ ଖସିବ GDP

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷ ୨୦୨୦-୨୧ରେ ଭାରତୀୟ ଅର୍ଥନୀତି ବଡ଼ ପରିମାଣରେ ହ୍ରାସ ପାଇବ । GDP ୧୦.୫ ପ୍ରତିଶତ ଖସିବା ନେଇ ରେଟିଂ ଏଜେନ୍ସି ଫିଚ୍ ଆକଳନ କରିଛି । ଅର୍ଥାତ୍ ବିକାଶ ଦର -୧୦.୫ ପ୍ରତିଶତ ହୋଇପାରେ । କରୋନା ସଂକଟ ପାଇଁ ଦେଶର ଜୁନ୍ ତ୍ରୈମାସିକ ଜିଡିପିରେ ୨୩.୯ ପ୍ରତିଶତ ହ୍ରାସ ପାଇଛି ।

ଏହି ହ୍ରାସ ଗତ ୪୦ ବର୍ଷରେ ସର୍ବକାଳୀନ ରେକର୍ଡ । ମାର୍ଚ୍ଚ ଶେଷ ସପ୍ତାହରେ କଠୋର ଲକଡାଉନ୍ ଲାଗୁ ହେବାପରେ ଅର୍ଥବ୍ୟବସ୍ଥା ତଳମୁହାଁ ହୋଇଥିଲା । ରେଟିଂ ଏଜେନ୍ସି ଫିଚ୍ କହିଛି- ‘ଅର୍ଥ ବ୍ୟବସ୍ଥା ପୁଣି ଖୋଲିବା ପରେ ଅକ୍ଟୋବରରୁ ଡିସେମ୍ବର ତ୍ରୈମାସିକରେ ଜିଡିପିରେ ମଜଭୁତ୍ ସୁଧାର ଆସିବା ଦରକାର, ତେବେ ଏବେ ମିଳୁଥିବା ସଂକେତ ଅନୁସାରେ ସୁଧାର ଧୀର ହେବ ।’

ଦେଶର ଜିଡିପି ଜୁନ୍ ତ୍ରୈମାସକରେ ପାଖାପାଖି ୨୪ ପ୍ରତିଶତ ହ୍ରାସ ପାଇଛି । ଏହାକୁ ଦେଖି ବିଶେଷଜ୍ଞ ଦ୍ୱିତୀୟ ସହାୟତା ପ୍ୟାକେଜ ପାଇଁ ଦାବି କରୁଛନ୍ତି । ସରକାର ମଧ୍ୟ ଦ୍ୱିତୀୟ ସହାୟତା ପ୍ୟାକେଜ ଆଣିପାରନ୍ତି । ତେବେ, ବଜାରରେ କରୋନା ଟିକା ଉପଲବ୍ଧ ନହେବା ଯାଏଁ ଏମିତି ହୋଇନପାରେ ।

ଜୁନ୍ ତ୍ରୈମାସିକରେ ବଡ଼ ହ୍ରାସ

ଫିଚ୍ କହିଛି- ‘କରୋନା ସଂକଟ ପାଇଁ ଏପ୍ରିଲରୁ ଜୁନ୍ ଚଳିତ ଆର୍ଥିକ ବର୍ଷର ତ୍ରୈମାସିକ ବିକାଶ ଦର ୨୩.୯ ପ୍ରତିଶତ ହ୍ରାସ ପାଇଥିଲା । ଅର୍ଥାତ୍ ଜିଡିପିର ଏକ ଚତୁର୍ଥାଂଶ କମିଛି ।’ ପ୍ରଥମ ତିନିମାସରେ ରିଅଲ ଜିଡିପି ୨୬.୯୦ ଲକ୍ଷ କୋଟି ଟଙ୍କା ରହିଛି । ଯେତେବେଳେ କି ଗତ ବର୍ଷ ଏହି ସମୟରେ ଏହା ୩୫.୩୫ ଲକ୍ଷ କୋଟି ଟଙ୍କା ଥିଲା । ଏହି ପ୍ରକାରେ ଜିଡିପିରେ ୨୩.୯ ପ୍ରତିଶତ କମି ଆସିଛି । ଗତବର୍ଷ ଏହି ସମୟରେ ଜିଡିପିରେ ୫.୨ ପ୍ରତିଶତ ବୃଦ୍ଧି ହୋଇଥିଲା ।

କେମିତି ମପାଯାଏ GDP

କୌଣସି ଦେଶରେ ସୀମାରେ ଏକ ନିର୍ଦ୍ଧାରିତ ସମୟ ଭିତରେ ସମସ୍ତ ବସ୍ତୁ ଓ ସେବାର ମୋଟ ବଜାର ମୂଲ୍ୟକୁ ସକଳ ଘରୋଇ ଉତ୍ପାଦ (GDP) କୁହାଯାଏ । ଏହା କୌଣସି ଦେଶରେ ଘରୋଇ ଉତ୍ପାଦନର ବିସ୍ତୃତ ମାପ ହୋଇଥାଏ । ଏହା ଦେଶର ଅର୍ଥନୀତି କେମିତି ଚାଲିଛି ସୂଚାଏ । ଜିଡିପି ଆର୍ଥିକ ଅଭିବୃଦ୍ଧି ଓ ବିକାଶର ମାପ । ଯେତେବେଳେ ଅର୍ଥ ବ୍ୟବସ୍ଥା ମଜଭୁତ୍ ହୁଏତ ବେରୋଜଗାରୀ କମେ । ଲୋକଙ୍କ ଆୟ ବଢ଼େ । ଶିଳ୍ପ ଜଗତ କାମ ବୃଦ୍ଧି ଓ ଆବଶ୍ୟକତା ପୂରଣ ପାଇଁ ଅଧିକରୁ ଅଧିକ ଲୋକଙ୍କୁ ନିଯୁକ୍ତି ଦିଏ ।

ଭାରତୀୟ ଅର୍ଥନୀତିକୁ ଶକ୍ତ ଝଟକା, ୪୦ ବର୍ଷ ମଧ୍ୟରେ ଜିଡିପି ସର୍ବକାଳୀନ ହ୍ରାସ

 

WHO: ବିଶ୍ୱର ଶେଷ ମହାମାରୀ ନୁହେଁ କରୋନା

ଗତ କିଛି ମାସ ହେବ ବିଶ୍ୱରେ ତାଣ୍ଡବ ରଚିଛି କରୋନା ଭୂତାଣୁ ମହାମାରୀ । ଜନଜୀବନ ଉପରେ ବେଶ୍ କୁପ୍ରଭାବ ପକାଇବା ସହିତ ମାନସିକ ଏବଂ ଶାରୀରିକ କଷ୍ଟ ଦେଉଛି । ତେବେ ଏହି ମହାମାରୀ ସାମ୍ନାକୁ ଆସିଛି WHOର ବୟାନ୍ ।

WHOର କହିବା ଅନୁଯାୟୀ ବିଶ୍ୱରେ ଶେଷ ମହାମାରୀ ନୁହେଁ କରୋନା । ପୁଣିଥରେ ବିଶ୍ୱରେ ସାଂଘାତିକ ମହାମାରୀ ବ୍ୟାପିପାରେ । ସାରା ବିଶ୍ୱକୁ ଏଭଳି ଚେତାବନୀ ଦେଇଛନ୍ତି WHOର ମୁଖ୍ୟ ଟେଡ୍ରୋସ୍ ଆଡାନୋମ୍ ଗ୍ରାବେସିସ୍ । ସୋମବାରକୁ ଜେନିଭାର ଏକ ପ୍ରେସ୍ ବିଜ୍ଞପ୍ତିରେ ଟେଡ୍ରୋସ୍ କହିଛନ୍ତି କି କରୋନା ଦୁନିଆର ଶେଷ ମହାମାରୀ ନୁହେଁ । ତେଣୁ ଆଗକୁ ଆସୁଥିବା ମହାମାରୀକୁ ସାମ୍ନା କରିବାକୁ ସମସ୍ତ ଦେଶ ପ୍ରସ୍ତୁତ ରୁହନ୍ତୁ ।

ଏଥିପାଇଁ ପ୍ରତ୍ୟେକ ଦେଶ ନିଜର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସୁଦୃଢ କରିବାର ଆବଶ୍ୟକତା ରହିଛି । ସମସ୍ତେ ମିଳିମିଶି ମହାମାରୀ ବିରୋଦ୍ଧରେ ଲଢିବାର ଅଛି । ଏହା ସହିତ ଔଷଧ କ୍ଷେତ୍ରରେ ଅଧିକ ନିବେଶ କରିବାକୁ ହେବ । କରୋନା ମହାମାରୀ ଏବେ ପୁରା ଦୁନିଆରେ କାୟା ବିସ୍ତାର କରିସାରିଛି । ବିଶ୍ୱରେ ୨.୭୧କୋଟି ଲୋକ କରୋନା ଆକ୍ରାନ୍ତ ହୋଇସାରିଲେଣି । ପ୍ରତିଦିନ ମଧ୍ୟ ଲକ୍ଷଲକ୍ଷ ନୂଆ ସଂକ୍ରମିତ ହେଉଛନ୍ତି । ଏହାସହ ୮ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ମଧ୍ୟ ନେଇସାରିଲାଣି କରୋନା । ୨୦୧୯ରୁ ଆରମ୍ଭ ହୋଇଥିବା କରୋନା ଭାଇରସର ପ୍ରଭାବ ଏବେ ଯାଏଁ ରହିଛି । କେତେକ ଦେଶରେ ଏହାର ଭୟାବହତା ଏବେ ମଧ୍ୟ ବଢିବାରେ ଲାଗିଛି । ଆଗକୁ କରୋନା ପରି ଆହୁରି ମଧ୍ୟ ଭାଇରସ୍ ଆସିପାରେ । ତେଣୁ ଏହାକୁ ମୁକାବିଲା କରିବାକୁ ସମସ୍ତେ ପ୍ରସ୍ତୁତ ରୁହନ୍ତୁ ବୋଲି ଟେଡ୍ରୋସ୍ କହିଛନ୍ତି ।

ଆନ୍ତଃରାଜ୍ୟ ଚାଲାଣ ବେଳେ ସାଢ଼େ ୫ କ୍ୱିଣ୍ଟାଲ୍ ଗଞ୍ଜେଇ ଜବତ, ପରିବା ଟ୍ରକରେ ଭର୍ତ୍ତି ଥିଲା ଗଞ୍ଜେଇ ବସ୍ତା

ଭୁବନେଶ୍ୱର: ଆଇନ୍ ଆଖିରେ ଅଙ୍ଗୁଠି ଗେଞ୍ଜି ଚାଲାଣ ହେଉଛି ଗଞ୍ଜେଇ । ଉପରେ ପରିବା ବସ୍ତା ଆଉ ଭିତରେ ଗଞ୍ଜେଇ । ଏଭଳି ଏକ ଟ୍ରକକୁ ଧରିଛି ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ । ଟ୍ରକଟି ବାଇଗଣ ଓ ବନ୍ଧାକୋବି ଭଳି ପରିବା ବୋଝେଇ କରି ଆନ୍ଧ୍ରପ୍ରଦେଶରୁ ବିହାର ଯାଉଥିବା ବେଳେ ଜବତ କରାଯାଇଛି ।

ଯାଞ୍ଚ ବେଳେ ଖଣ୍ଡଗିରି ନିକଟରୁ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟକୁ ମିଳିଛି ବଡ଼ ସଫଳତା । ବାଇଗଣ ଓ ବନ୍ଧାକୋବି ଚାଲାଣ ହେଉଥିବା ଟ୍ରକରୁ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ସାଢ଼େ ୫ କ୍ୱିଣ୍ଟାଲ୍ ଗଞ୍ଜେଇ ଜବତ କରିଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୮୦ ଲକ୍ଷ ଟଙ୍କା ହେବ ବୋଲି ଜଣାଡ଼ିଛି ।

PUBG ପାଇଁ ଜେଜେଙ୍କ ପେନସନ ଖାତାରୁ ନାତି ନେଇଗଲା ୨ ଲକ୍ଷ ୩୪ ହଜାର

ନୂଆଦିଲ୍ଲୀ: ଦିଲ୍ଲୀର ତିମାରପୁରରେ ଜଣେ ୧୫ ବର୍ଷୀୟ ଯୁବକ ତା’ ଜେଜେବାପାଙ୍କ ବ୍ୟାଙ୍କ୍ ଖାତାରୁ ତାଙ୍କ ଅଜାଣତରେ ତାଙ୍କ ଆଖିରେ ଧୂଳି ଦେଇ ୨ ଲକ୍ଷ ୩୪ ହଜାର ଟଙ୍କା ଟ୍ରାନ୍ସଫର କରି ଦେଇଛି । ତେବେ ଏକ ଅନଲାଇନ ଓ୍ୱାଲେଟରେ ଟଙ୍କା ଟ୍ରାନ୍ସଫର ହୋଇଛି । ଗତ ସୋମବାରକୁ ଦିଲ୍ଲୀ ପୋଲିସ ଏହି ମାମଲାର ଖୁଲାସା କରିଛନ୍ତି । ଟଙ୍କା ବାବଦରେ ଜାଣିବା ପରେ ଯୁବକର ଜେଜେବାପା ପୋଲିସରେ ଅଭିଯୋଗ ଦାଖଲ କଲେ । ଯାହାପରେ ତଦନ୍ତ ଆରମ୍ଭ କଲା ପୋଲିସ୍ । ଅବଶ୍ୟ ଉକ୍ତ  PUBG ଖେଳାଳୀ ଉପର ପର୍ଯ୍ୟାୟକୁ ପହଞ୍ଚି ନଥିଲା । ପବଜୀର ଉଚ୍ଚ ସ୍ତରରେ ପହଞ୍ଚିବା ପୂର୍ବରୁ ତା ଆକାଉଣ୍ଟ ହ୍ୟାକ ହୋଇଯାଇଥିଲା ।

ମିଡିଆ ରିପୋର୍ଟ ଅନୁସାରେ ଯୁବକର ଜେଜେବାପା ଉକ୍ତ ମାମଲାରେ ଅଭିଯୋଗ ଉଠାଇ ନେଇଥିବାରୁ ଯୁବକ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ । ସୂଚନାଯୋଗ୍ୟ ୮ ଜୁନକୁ ବୟସ୍କଙ୍କ ମୋବାଇଲକୁ ଏକ ମେସେଜ ଆସିଲା,ଯେଉଁଥିରୁ ୨,୫୦୦ ଟଙ୍କା ଡେବିଟ୍ ହୋଇଥିବାର ଲେଖା ଯାଇଥିଲା । ଏହି ଡେବିଟ ହେବା ପରେ ତାଙ୍କ ଖାତାରେ ରହିଲା ମାତ୍ର ୨୭୫ ଟଙ୍କା । ଯେତେବେଳେ ସେ ଆକାଉଣ୍ଟ ଚେକ୍ କଲେ ତେବେ ଜଣାପଡ଼ିଲା କି ଗତ ଦୁଇ ମାସ ମଧ୍ୟରେ ତାଙ୍କ ଆକାଉଣ୍ଟରୁ ପେଟିଏମକୁ ୨ ଲକ୍ଷ ୩୪ ହଜାର ଟଙ୍କା ଟ୍ରାନ୍ସଫର କରାଯାଇଛି । ୧ ସେପ୍ଟେମ୍ବରକୁ ଦିଲ୍ଲୀ ପୋଲିସ ଜିଲ୍ଲା ସାଇବର ଶାଖାକୁ ସ୍ଥାନାନ୍ତର କରିଛି । ଡିସିପିଙ୍କ କହିବାନୁଯାୟୀ ସେମାନେ ପେଟିଏମ ଆକାଉଣ୍ଟ ହୋଲଡରଙ୍କ ସହିତ ଯୋଗାଯୋଗ କରିଥିଲେ । ଯେଉଁଥିରେ ତାଙ୍କ ନାବାଳକ ବନ୍ଧୁ ତାଙ୍କଠାରୁ ପେଟିଏମ ଆଇଡି ଏବଂ ପାସଓ୍ୱର୍ଡ଼ ଉଧାର ନେବାପାଇଁ କହିଥିଲା । ତଦନ୍ତ କରିବା ପରେ ସମସ୍ତ ଘଟଣା ସାମ୍ନାକୁ ଆସିଲା ।

ବ୍ରିଜରୁ ବଢ଼ି ପାଣିକୁ ଖସିଲା ଚଳନ୍ତା ଟ୍ରକ୍, ୨ ନିଖୋଜ

ଝାରସୁଗୁଡ଼ା: ଲକ୍ଷନପୁର ବ୍ଲକ ରମ୍ପେଲା ବ୍ରିଜରେ ଅଘଟଣ । ରମ୍ପେଲା ବ୍ରିଜରୁ ଏକ ଚଳନ୍ତା ହାଇୱା ତଳକୁ ଖସିପଡ଼ିଛି । ଇବ୍ ନଦୀରେ ପ୍ରଖର ସ୍ରୋତ ଥିବାବେଳେ ବ୍ରିଜରୁ ୨୦ ଫୁଟ୍ ତଳକୁ ଟ୍ରକଟି ଖସିପଡ଼ିଛି । ବ୍ରିଜରେ ପାଚେରି ଭାଙ୍ଗିବା ଯାଇଥିବା ଜଣାପଡ଼ିଛି ।

ଟ୍ରକରେ ଥିବା ଡ୍ରାଇଭର ଓ ହେଲପର ପାଣିରେ ଫସିଥିବା ସନ୍ଦେହ କରାଯାଉଛି । ତେବେ, ପ୍ରକୃତରେ ଟ୍ରକରେ କେତେ ଜଣ ଥିଲେ ତାହା ଜଣାପଡ଼ିନାହିଁ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଉପର ମୁଣ୍ଡ ଛତିଶଗଡ଼ରୁ ବନ୍ୟା ଜଳ ଆସିବା ପରେ ନଦୀରେ ଭରପୂର ପାଣି ରହିଛି ।

 

ଭୁବନେଶ୍ୱର: ଖଣ୍ଡଗିରି ନିକଟରୁ ସାଢ଼େ ୫ କ୍ୱିଣ୍ଟାଲ ଗଞ୍ଜେଇ ଜବତ । ବାଇଗଣ ଓ ବନ୍ଧାକୋବି ବୋଝେଇ ଟ୍ରକରେ ଆନ୍ଧ୍ରରୁ ବିହାର ଗଞ୍ଜେଇ ଚାଲାଣ ବେଳେ ଧରିଲା ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୮୦ ଲକ୍ଷ ଟଙ୍କା । 

ଭୁବନେଶ୍ୱର: ଖଣ୍ଡଗିରି ନିକଟରୁ ସାଢ଼େ ୫ କ୍ୱିଣ୍ଟାଲ ଗଞ୍ଜେଇ ଜବତ । ବାଇଗଣ ଓ ବନ୍ଧାକୋବି ବୋଝେଇ ଟ୍ରକରେ ଆନ୍ଧ୍ରରୁ ବିହାର ଗଞ୍ଜେଇ ଚାଲାଣ ବେଳେ ଧରିଲା ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୮୦ ଲକ୍ଷ ଟଙ୍କା ।

ଡ୍ରଗ୍ସ କନେକ୍ସନ୍ ନେଇ NCB ପ୍ରସ୍ତୁତ କଲା ବଲିଉଡ୍ ତାରକାଙ୍କ ଲିଷ୍ଟ

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମାମଲାରେ ଡ୍ରଗ୍ସ ଆଙ୍ଗଲର ଯାଞ୍ଚ କରୁଥିବା ନାର୍କୋଟିକ୍ସ ବ୍ୟୁରୋ (NCB) ଏକ ତାଲିକା ପ୍ରସ୍ତୁତ କରିଛି । ଏହି ତାଲିକାର ବଲିଉଡର ପ୍ରାୟ ୨୫ ଜଣଙ୍କ ନାଁ ରହିଛି । ଯେଉଁସବୁ ନାଁର ଖୁଲାସା ହୋଇଛି ରିୟା ଚକ୍ରବର୍ତ୍ତୀଙ୍କ ନିକଟରୁ ମିଳିଥିବା ଇଲେକ୍ଟ୍ରୋନିକ୍ ଡିଭାଇସରୁ ।

ଏନସିବି ତିଆରି କରିଥିବା ତାଲିକାକୁ ତିନି ଭାଗରେ ବିଭକ୍ତ କରାଯାଇଛି । କ୍ୟାଟେଗୋରୀ ଏ, କ୍ୟୋଟେଗୋରୀ ବି, କ୍ୟୋଟେଗୋରୀ ସିରେ ରହିଛି ବିଭିନ୍ନ ବଲିଉଡ୍ ସେଲିବ୍ରିଟିଙ୍କ ନାମ । ତାଲିକାରେ ଥିବା କିଛି ନାମରୁ NCB ଆଗରେ ସୌଭିକ ଓ ରିୟା ଚକ୍ରବର୍ତ୍ତୀ ପ୍ରକାଶ କରିଛନ୍ତି ।

NCB ଡ୍ରଗ୍ସ ପେଡଲର ଠାରୁ ଇଲେକ୍ଟ୍ରୋନିକ୍ ଡିଭାଇସ୍ ଜବତ କରିଥିଲା । ଯେଁଉଥିରୁ ବଲିଉଡ୍ ସହ ସମ୍ପର୍କ ସାମ୍ନାକୁ ଆସିଥିଲା । ଯାହାପରେ NCBର ଏସଆଇଟି ଟିମ୍ ତାଲିକା ତିଆରି କରିଥିଲା । ଖୁବଶୀଘ୍ର NCB ସମସ୍ତଙ୍କୁ ନୋଟିସ୍ କରିବା ସହ ଜେରା ପାଇଁ ଡାକିପାରେ । ଏହି ତାଲିକାକୁ NCBର ବରିଷ୍ଠ ଅଧିକାରୀଙ୍କୁ ପଠାଯାଇଛି ।

ରିୟା ଚକ୍ରବର୍ତ୍ତୀ NCB ଆଗରେ ଦେଇଥିବା ବୟାନରେ କହିଛନ୍ତି ସେ ଗଞ୍ଜେଇ ସହିତ କିଛି କେମିକାଲ ନେଉଥିଲେ । ଏଥିସହ ସୁଶାନ୍ତଙ୍କ ଫିଲ୍ମ ସେଟରେ ଡ୍ରଗ୍ସର ବ୍ୟବହାର କରାଯାଉଥିଲା । ରିୟା NCB ଆଗରେ ଖୁଲାସା କରିଛନ୍ତି- ସୁଶାନ୍ତଙ୍କ କୋ-ଷ୍ଟାର ଓ ଅନ୍ୟ କିଛି ତାରକାଙ୍କୁ ସମନ କରାଯାଇଛି । ଏତିକି ରିୟା ଚକ୍ରବର୍ତ୍ତୀ NCB ଆଗରେ କେଉଁସ୍ଥାନରେ ଡ୍ରଗ୍ସ ସେବନ କରୁଥିଲେ ସେ କଥା କହିଛନ୍ତି ।

ସୁଶାନ୍ତ ସିଂ ରାଜପୂତଙ୍କ ପ୍ରେମିକା ରିୟା ଚକ୍ରବର୍ତ୍ତୀ ଗିରଫ

ମୁମ୍ବାଇ: ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ଖୋଲୁଛି ଗୋଟିଏ ପରେ ଗୋଟିଏ ଗୁମର । ମାମଲା କେତେବେଳେ କେଉଁ ମୋଡ଼ ନେଉଛି ତାହା ଉପରେ ସମସ୍ତଙ୍କର ନଜର ରହିଛି । ମଙ୍ଗଳବାରକୁ ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରିଛି ଏନସିବି । ଗତ ସୋମବାରକୁ ରିୟାଙ୍କୁ ୮ ଘଣ୍ଟା ପଚରାଉଚରା କରିଥିଲା ଏନସିବି । ଯାହାପରେ ରିୟା ଖୁବଶୀଘ୍ର ଗିରଫ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା ।

ଦିନେ ନୁହେଁ କି ଦୁଇ ଦିନ ନୁହେଁ ବରଂ ସୁଶାନ୍ତଙ୍କ ମୃତ୍ୟୁ ମାମଲା ସିବିଆଇକୁ ହସ୍ତାନ୍ତର ହେବା ପରଠାରୁ ରିୟାଙ୍କୁ ଖୁବ ପଚରାଉଚରା କରୁଥିଲା ସିବିଆଇର ତିନୋଟି ସ୍ୱତନ୍ତ୍ର ଟିମ୍ । କେବଳ ରିୟା ନୁହଁନ୍ତି ବରଂ ତାଙ୍କ ପୂରା ପରିବାରକୁ ସିବିଆଇ ପଚରାଉଚରା କରିଛି । ପ୍ରଥମେ ରିୟାଙ୍କ ଭାଇ ସୌବିକକୁ ଡ୍ରଗ୍ସ ପ୍ୟାଡଲରଙ୍କ ସହିତ ଯୋଗାଯୋଗ ଥିବା ଘଟଣା ସାମ୍ନାକୁ ଆସିବା ପରେ ଗିରଫ କରାଯାଇଥିଲା ।

ଗଣମାଧ୍ୟମର ସାକ୍ଷାତକାରରେ ରିୟା ଡ୍ରଗ୍ସ କାରବାରକୁ ନେଇ ସମ୍ପୃକ୍ତ ନଥିବା କହିଥିବା ବେଳେ ଯଦି ଆବଶ୍ୟକ ପଡ଼େ ତେବେ ତାଙ୍କର ପରୀକ୍ଷା କରାଯାଉ ବୋଲି ବୟାନ୍ ଦେଇଥିଲେ ରିୟାଙ୍କ ଓକିଲ । କିନ୍ତୁ ଏବେ ରିୟା ଡ୍ରଗ୍ସ ନେଉଥିବା କଥାକୁ ସ୍ୱୀକାର କରିବା ପରେ ଘଟଣା ଭିନ୍ନ ଦିଗକୁ ଗତି କରିଛି । ତେବେ ରିୟା ଗିରଫ ହେବା ପରେ ଉକ୍ତ ମାମଲାରେ କେଉଁ ସବୁ ଖୁଲାସା ହେବାକୁ ଯାଉଛି ତାହା ଦେଖିବା ବାକି ରହିଲା ।

କରୋନାରୁ ସୁସ୍ଥ ହେଲେ ଲକ୍ଷେ, ଟ୍ୱିଇଟ୍ କରି କୋଭିଡ୍ ଯୋଦ୍ଧାଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ….

ଭୁବନେଶ୍ୱର : ସଂକ୍ରମଣ ଏବେ ନିୟନ୍ତ୍ରଣାଧୀନ ନୁହେଁ । ୭.୭ ପ୍ରତିଶତ ସଂକ୍ରମଣ ହାରରେ କେବଳ ଦେଶ ନୁହେଁ ପ୍ରାୟ ଅଧିକାଂଶ ରାଜ୍ୟ ଗତି କରୁଛି । ଏହି କ୍ରମରେ ଓଡିଶା ମଧ୍ୟ ସମସ୍ୟା ସହ ଜୁଝୁଛି । ତେବେ ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ରାଜ୍ୟର ସନ୍ତୋଷଜନକ ସୁସ୍ଥତା ହାରକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସିବ୍ୟକ୍ତ କରିଛନ୍ତି ।

କୋଭିଡ ମୁକାବିଲାରେ ଓଡ଼ିଶାର ସଫଳତାକୁ ବଖାଣିଛନ୍ତି ମୁଖ୍ୟମନ୍ତ୍ରୀ । କରୋନା ସୁସ୍ଥଙ୍କ ସଂଖ୍ୟା ୧ ଲକ୍ଷ ଟପିଛି । ତେବେ କରୋନା ସଂକ୍ରମଣରେ ଥିବା ବ୍ୟକ୍ତିଙ୍କ ସେବାରେ ଲାଗିଥିବା ସ୍ୱାସ୍ଥ୍ୟକର୍ମୀ ଓ କରୋନା ଯୋଦ୍ଧାଙ୍କୁ ମୁଖ୍ୟମନ୍ତ୍ରୀ ସମ୍ମାନ ଜଣାଇଛନ୍ତି ।

ସେମାନଙ୍କ ଉଦ୍ୟମକୁ ପ୍ରଶଂସନୀୟ ବୋଲି ଉଲ୍ଲେଖ କରିବା ସହ ସାଲ୍ୟୁଟ୍ କରିଛନ୍ତି ।   ରାଜ୍ୟ ସରକାରଙ୍କ ଏହି କରୋନା ମୁକାବିଲା ଯାତ୍ରାରେ ନବୀନ ଏକ ପ୍ରମୁଖ ଶ୍ରେୟ କୋଭିଡ୍ ଯୋଦ୍ଧାମାନଙ୍କୁ ତେବା ସହ ରାଜ୍ୟ ପ୍ରତି ଏହି ସେବା ସବୁଠାରୁ ବଡ଼ ତ୍ୟାଗ ବୋଲି ଉଲ୍ଲେଖ କରିଛନ୍ତି ।