spot_img
Home Blog Page 6450

୪ ଦିନିଆ ରିମାଣ୍ଡରେ ସୌଭିକ ଏବଂ ସାମୁଏଲ, ରିୟାଙ୍କୁ ମଧ୍ୟ ପଠାଯିବ ସମନ

0

ମୁମ୍ବାଇ: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ସୁଶାନ୍ତ ସିଂ ରାଜପୁତ ମାମଲାରେ ଡ୍ରଗ୍ସ ଲିଙ୍କକୁ ନେଇ ଯାଞ୍ଚ କରୁଛି । ଏନସିବି ସୌଭିକ ଚକ୍ରବର୍ତ୍ତୀ, ସାମୁଏଲ ମିରାଣ୍ଡା, ଜୈଦ ବିଲାତ୍ରା ଏବଂ କାଇଜାନଙ୍କୁ ଏନଡିପିଏସ କୋର୍ଟରେ ଉପସ୍ଥାପନ କରିଛି । ଏନସିବି ସୌଭିକ ଏବଂ ସାମୁଏଲଙ୍କୁ କୋର୍ଟରୁ ୭ ଦିନିଆ ରିମାଣ୍ଡରେ ନେବାକୁ ଦାବି କରିଛି । କିନ୍ତୁ କୋର୍ଟ ଉଭୟଙ୍କୁ ଚାରି ଦିନ ପାଇଁ ରିମାଣ୍ଡରେ ପଠାଇଛନ୍ତି । ଅର୍ଥାତ୍ ସୌଭିକ୍ ଚକ୍ରବର୍ତ୍ତୀ ଏବଂ ସାମୁଏଲ୍ ମିରାଣ୍ଡା ୯ ସେପ୍ଟେମ୍ବର ପର୍ଯ୍ୟନ୍ତ ଏନସିବି ରିମାଣ୍ଡରେ ରହିବେ । ଏହା ବ୍ୟତୀତ କାଇଜାନଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏନଡିପିଏସ କୋର୍ଟ ରିୟା ଚକ୍ରବର୍ତ୍ତୀକୁ ସମନ ପଠାଇବା ପାଇଁ ଏନସିବିକୁ ଆଦେଶ ଦେଇଛନ୍ତି । ଏହାପରେ ଏନସିବି ରିୟା ଚକ୍ରବର୍ତ୍ତୀ ସହ ମଧ୍ୟ ପଚରାଉଚରା କରିବ । ମିଳିଥିବା ସୂଚନା ଅନୁଯାୟୀ, ରିୟା ଚକ୍ରବର୍ତ୍ତୀ, ସୌଭିକ ଏବଂ ସାମୁଏଲଙ୍କୁ ସାମ୍ନା ସାମ୍ନି ବସାଇ ପଚରାଉଚରା କରାଯିବ ।

ସୂଚନାଯୋଗ୍ୟ ଯେ, ରିୟାଙ୍କ ଓକିଲ ସତୀଶ ମନସିନ୍ଦେ ସୌଭିକ ଚକ୍ରବର୍ତ୍ତୀଙ୍କ ପକ୍ଷ ଅଦାଲତରେ ରଖି ଏନସିବି ହେପାଜତକୁ ବିରୋଧ କରୁଥିଲେ । ସେ କୋର୍ଟରେ କହିଛନ୍ତି ଯେ, ସୌଭିକଙ୍କ କୌଣସି ପ୍ରତ୍ୟକ୍ଷ ସଂଯୋଗ ମିଳିନାହିଁ । ଏଭଳି ପରିସ୍ଥିତିରେ ଏନସିବି ସେମାନଙ୍କୁ ରିମାଣ୍ଡରେ ନେବାକୁ ଦାବି କରିପାରିବ ନାହିଁ । କୋର୍ଟର ଶୁଣାଣି ସମୟରେ ଅନେକ ପ୍ରସଙ୍ଗ ଉପରେ ବିତର୍କ ହୋଇଥିଲା । ଏହାକୁ ଉପସ୍ଥାପନ କରିବା ପୂର୍ବରୁ ସୌଭିକ, ସାମୁଏଲ, ଜୈଦ ଏବଂ କାଇଜାନ ଡାକ୍ତରୀ ପରୀକ୍ଷା କରିଥିଲେ । ଏହା ସହିତ ତାଙ୍କର କରୋନା ପରୀକ୍ଷା ମଧ୍ୟ କରାଯାଇଥିଲା, ଯାହାର ରିପୋର୍ଟ ନେଗେଟିଭ ଆସିଥିଲା । ଏଥି ସହିତ ଡାକ୍ତରୀ ପରୀକ୍ଷଣର ସମସ୍ତ ରିପୋର୍ଟ ମଧ୍ୟ ଠିକ ଆସିଛି । ରିପୋର୍ଟ ଆସିବା ପରେ ଏନସିବି ଟିମ୍ ଚାରି ଜଣଙ୍କୁ ନେଇ NDPS କୋର୍ଟରେ ଉପସ୍ଥାପନ କରିଥିଲେ ।

NDPS ଅଧିନିୟମ ଅନୁଯାୟୀ ମାମଲା ଦାଖଲ

ଏହି ଚାରି ଜଣଙ୍କ ଉପରେ ଏନଡିପିଏସ୍ ଆକ୍ଟରର ବିଭିନ୍ନ ବିଭାଗ ଅଧୀନରେ ଏକ ମକଦ୍ଦମା ଦାୟର କରାଯାଇଛି । ସେମାନଙ୍କ ବିରୋଧରେ NDPS ର ଧାରା ୨୦ (B) ଲାଗୁ କରାଯାଇଛି । ଏହି ଧାରା ଡ୍ରଗସ କିଣିବା, ବିକ୍ରୟ ଏବଂ ପରିବହନ ଏବଂ ପ୍ରସ୍ତୁତି ମାମଲାରେ ଲଗାଯାଇଛି । ଏହା ବ୍ୟତୀତ ଏହି ଚାରି ଜଣଙ୍କ ଉପରେ NDPS ର ୨୭, ୨୮, ୨୯, ୩୦ ଧାରା ଲାଗୁ କରାଯାଇଛି । ସେମାନଙ୍କ ଅଧୀନରେ ଅପରାଧିକ ଷଡଯନ୍ତ୍ର ଏବଂ ଅନଧିକୃତ ଢଙ୍ଗରେ ଟଙ୍କା ରୋଜଗାର ଭଳି ମାମଲା ରହିଛି ।

ଏଯାବତ ୭ ଜଣ  ଗିରଫ

ଏହି ମାମଲାରେ ଏଯାବତ ୭ ଜଣଙ୍କୁ ଗିରଫ କରାଯାଇଛି । ଏଥିମଧ୍ୟରେ ଅବାସ ରମଜାନ, ଅଲୀ ଲଖାନୀ, ଜୈଦ ବିଲାତ୍ରା, ଅବଦୁଲ ୱାସିତ ପରିହାର, କୈଜାନ ଇବ୍ରାହିମ, ସାମୁଏଲ ମିରାଣ୍ଡା ଏବଂ ସୌଭିକ ଚକ୍ରବର୍ତ୍ତୀଙ୍କୁ ଏନସିବି ଗିରଫ କରିଛି ।

ଅଲଗା ହେବା ପାଇଁ ଅଦାଲତରେ ବର୍ଷା, ଦାବି କଲେ ଭରଣପୋଷଣ

0

କଟକ: ଓଲିଉଡର ଚର୍ଚ୍ଚିତ ଯୋଡି ଓ ରିଏଲ ଲାଇଫ ପାର୍ଟନର ବର୍ଷା-ଅନୁଭବ ଅଲଗା ହେବାକୁ ଯାଉଛନ୍ତି । ବିବାହ ବିଛେଦ ପାଇଁ ଅଦାଲତଙ୍କ ଦ୍ୱାରସ୍ଥ ହୋଇଛନ୍ତି ବର୍ଷା ପ୍ରିୟଦର୍ଶିନୀ । ଏହା ସହ ସେ ସାଂସଦ ଅନୁଭବଙ୍କ ବିରୋଧରେ ଘରୋଇ ହିଂସାର ଅଭିଯୋଗ ଆଣିଛି । ଅନୁଭବଙ୍କ ବିରୋଧରେ ସେ କଟକ ଏସଡିଜେଏମ୍ କୋର୍ଟର ଦ୍ୱାରସ୍ଥ ହେବା ସହ ନିଜର ଭରଣପୋଷଣ ଦାବି କରିଛନ୍ତି ।  ଉଭୟ ଆଲବମ୍ ଓ ଓଲିଉଡର  ଆଗଧାଡ଼ିର ଅଭିନେତା ରାଜନୀତିରେ ମଧ୍ୟ ସଫଳତା ପାଇଛନ୍ତି ।

ସେ ଉଭୟ ଲୋକସଭା ଓ ରାଜ୍ୟସଭାର ସାଂସଦ ଭାବେ ରାଜ୍ୟକୁ ପ୍ରତିନିଧିତ୍ୱ କରିଛନ୍ତି । ସଂପ୍ରତି ସେ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ନିର୍ବାଚିତ ହୋଇ ସାଂସଦ ଭାବେ କାର୍ଯ୍ୟରତ । ଏହି ଦୁଇ ଚର୍ଚ୍ଚିତ ଦମ୍ପତିଙ୍କ ବିବାହ ୨୦୧୪ରେ ହୋଇଥିଲା । ଅନ୍ୟପକ୍ଷରେ ବର୍ଷାଙ୍କ ଅଭିଯୋଗ ପରେ ଅନୁଭବ ମହାନ୍ତି ପ୍ରତିକ୍ରିୟା ମିଳିବା ସମ୍ଭବ ହୋଇ ପାରିନାହିଁ । ନୋଟିସ ମିଳିଲେ ଉତ୍ତର ରଖିବେ ବୋଲି କହିଛନ୍ତି ।

ଆମାଜନରେ ଜାଲ୍ ରିଭ୍ୟୁ କରି ୧୯ ଲକ୍ଷ ରୋଜଗାର କଲେ ଯୁବକ

ନୂଆଦିଲ୍ଲୀ: ଅନଲାଇନରୁ ଜିନିଷ କିଣିବା ପରେ ତାହାର ଗୁଣବତ୍ତାକୁ ନଜରରେ ରଖି ଗ୍ରାହକ ରିଭ୍ୟୁ ଦିଅନ୍ତି । ଆଉ ସେହି ରିଭ୍ୟୁକୁ ପଢିବା ପରେ ଅନ୍ୟ ଗ୍ରାହକ ମାନେ ଜିନିଷ କିଣିଥାନ୍ତି । ଯଦି ରେଟିଂ ଭଲ ରହିଥାଏ ତେବେ ଉକ୍ତ ଜିନିଷ ଅଧିକ ବିକ୍ରି ହୋଇଥାଏ ଏବଂ ଯଦି ରେଟିଂ ଭଲ ନଥାଏ ତେବେ ଜିନିଷର ଚାହିଦା କମିଯାଏ । ଏଭଳି ପରିସ୍ଥିତିକୁ ନଜରରେ ରଖି କିଛି ଠକ କମ୍ପାନୀ ଭିନ୍ନ ଭିନ୍ନ ଭାବରେ ଗ୍ରାହକଙ୍କୁ ଠକୁ ଥିବାର ଦେଖିବାକୁ ମିଳିଛି ।

ନିକଟରେ ଏହାର ଖୁଲାସା କରିଛି ଗଣମାଧ୍ୟମ । କିଛି ଚୀନ କମ୍ପାନୀ ଟଙ୍କା ଦେଇ Amazonରେ ଭ୍ରମାତ୍ମକ ଓ ଭୂଲ ରିଭ୍ୟୁ କରୁଥିଲେ । ଜଣେ ରିଭ୍ୟୁ କରୁଥିବା ଯୁବକ ପ୍ରାୟ ୩ରୁ ୪ ମାସ ମଧ୍ୟରେ ଫର୍ଜି ରିଭ୍ୟୁ କରି ୧୯ ଲକ୍ଷ ରୋଜଗାର କରିଛନ୍ତି । ରିପୋର୍ଟ ଅନୁସାରେ ଟପ୍ ରିଭ୍ୟୁଅର୍ସ ଟଙ୍କା ନେଇ ପ୍ରଥମେ ଜିନିଷ କିଣୁଥିଲେ ଏବଂ ଆମାଜନରେ ୫ ଷ୍ଟାର ରେଟିଂ ଦେଉଥିଲେ । ଅବଶ୍ୟ ଏହା ତ ସାଧାରଣ କଥା ଜିନିଷ କିଣିବା ପରେ ହିଁ ରିଭ୍ୟୁ ଦିଆଯାଏ,କିନ୍ତୁ ଯୁବକ ଜଣଙ୍କ ପକ୍ଷରେ ଏହା ଥିଲା ଭିନ୍ନ । ବାସ୍ତବରେ ଜିନିଷ କିଣିବା ପରେ କମ୍ପାନୀ ତରଫରୁ ତାହାକୁ ଫେରସ୍ତ କରି ଦିଆଯାଉଥିଲା । କେବେ କେବେ ଯୁବକ ଜଣଙ୍କୁ କିଛି ଉପହାର ମଧ୍ୟ ମିଳୁଥିଲା ।

ଚୀନର କେତେକ କମ୍ପାନୀ ସୋସିଆଲ ମିଡିଆ ଗ୍ରୁପ ଏବଂ ମେସେଜିଂ ଆପରେ ଏଭଳି ରିଭ୍ୟୁଅର୍ସଙ୍କୁ ଯୋଗାଯୋଗ କରନ୍ତି । ସେମାନେ ଟଙ୍କା ନେଇ ରିଭ୍ୟୁ ଦିଅନ୍ତି । ଟେଲିଗ୍ରାମରେ ଏଭଳି କିଛି ଗ୍ରୁପ ନଜର ଆସିଛି, ଯେଉଁଥିରେ ହଜାର ହଜାର ରିଭ୍ୟୁ ଦେଇଥିବା ଦାବି କରାଯାଇଛି ।

ଚୀନ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥଙ୍କ ସିଧା କଥା,ଆମ ପ୍ରତିବଦ୍ଧତାକୁ ନେଇ ଭ୍ରମରେ ନରହୁ ଚୀନ୍

0

ନୂଆ ଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଚୀନକୁ କଡ଼ା ଏବଂ ସ୍ପଷ୍ଟ ଭାବରେ କହିଛନ୍ତି କି ପୂର୍ବ ଲଦାଖରେ ବିବାଦର ଏକମାତ୍ର କାରଣ ଚୀନ ସୈନିକଙ୍କ ଆକ୍ରମଣାତ୍ମକ ସ୍ୱଭାବ । ଏଭଳି ପରିସ୍ଥିତିରେ ଭାରତ ନିଜ ଅଞ୍ଚଳର ରକ୍ଷା ପାଇଁ କିଛି ମଧ୍ୟ କରିପାରେ । ସେ ଋଷର ରାଜଧାନୀ ମସ୍କୋରେ ଚୀନର ପ୍ରତିରକ୍ଷା ମନ୍ତ୍ରୀ ଜେନେରାଲ ଓ୍ୱେଇ ଫେଙ୍ଗଙ୍କ ସହିତ ଆଲୋଚନା ସମୟରେ ଏହା କହିଛନ୍ତି ।

ପ୍ରତିରକ୍ଷା ମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ହୋଇଥିବା ବୟାନରେ କୁହାଯାଇଛି କି, ଚୀନ ସୈନିକଙ୍କ ଗତିବିଧି,ଆକ୍ରମଣାତ୍ମକ ସ୍ୱଭାବ ଏବଂ ଦ୍ୱିପାକ୍ଷିକ ଚୁକ୍ତିର ଉଲଙ୍ଘନ କରି ନିଜ ଦେଶର ପରିଧିକୁ ବୃଦ୍ଧି କରିବା ପାଇଁ ଲାଗି ପଡ଼ିଛି । ଏତଦ୍‌ ବ୍ୟତୀତ ସୀମାରେ ଚୀନ୍‌ ବହୁଳ ମାତ୍ରାରେ ସୈନ୍ୟ ପଠାଉଥିବା ଘଟଣା ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି ରାଜନାଥ ।

Shanghai Cooperation Organisationର ବୈଠକରେ ଉଭୟ ଭାରତ ଓ ଚୀନର ପ୍ରତିରକ୍ଷା ମନ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ଆଲୋଚନାକୁ ନେଇ ଟ୍ୱିଟରରେ ଦିଆଯାଇଥିବା ସୂଚନା ଅନୁଯାୟୀ ଭାରତ ସୀମା ନିକଟରେ ପରିଚାଳନା ଦାୟୀତ୍ୱ ତୁଳାଉଛି ଏବଂ ତୁଲାଇବ ମଧ୍ୟ । କିନ୍ତୁ ନିଜର କ୍ଷେତ୍ର ଏବଂ ଅଖଣ୍ଡତାକୁ ନେଇ କେବେ ମଧ୍ୟ ସାଲିସ କରିବ ନାହିଁ । ଟ୍ୱିଟରରେ ଏହା ମଧ୍ୟ ଉଲ୍ଲେଖ ଅଛି କି ସୀମା ପରିଚାଳନାକୁ ନେଇ ଭାରତୀୟ ସୈନିକ ସର୍ବଦା ଦାୟୀତ୍ୱବାନ୍‌ । ଏହାକୁ ନେଇ କୌଣସି ସନ୍ଦେହ ରହିବା ଅନୁଚିତ୍ ।

କେବଳ ସେତିକି ନୁହେଁ ରାଜନାଥ ସିଂ ଚୀନକୁ ପରାମର୍ଶ ଦେଇଛନ୍ତି । ଯଦି ଚୀନ ସୀମାରେ ଶାନ୍ତି ଏବଂ ସ୍ଥିରତା ଚାହୁଁଛି ତେବେ ନିଜ ସ୍ୱଭାବରେ ପରିବର୍ତ୍ତନ କରିବା ଉଚିତ୍‌ । ଏହାଦ୍ୱାରା କେବେ ମଧ୍ୟ ବିବାଦ ହେବ ନାହିଁ । ଏହା ସହିତ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି କି ଦୁଇ ପକ୍ଷର ନେତା ମଧ୍ୟରେ ସହମତି ଅନୁସାରେ ପଦକ୍ଷେପ ନେବା ଉଚିତ୍‌ । କାରଣ ଉଭୟ ପକ୍ଷର ସମ୍ପର୍କରେ ଶାନ୍ତି ଏବଂ ସ୍ଥିରତାର ଆବଶ୍ୟକତା ରହିଛି । ଖାଲି ସେତିକି ନୁହେଁ ବରଂ ପେଙ୍ଗୋଙ୍ଗ ହ୍ରଦ ସମେତ ସମସ୍ତ ବିବାଦୀୟ ଅଞ୍ଚଳରୁ ସୈନିକ ହଟାଇବା ଦିଗରେ ଭାରତ ସହିତ ମିଶି ପଦକ୍ଷେପ ନେବା ଉଚିତ୍‌ ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ।

କରୋନା ମୁକାବିଲା: ବୁର୍ଲା ଭିମସାରରେ ୧୦୦ ଶଯ୍ୟାର କୋଭିଡ୍ ହସ୍ପିଟାଲ୍, ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ବୈଠକ

ସମ୍ୱଲପୁର: ବୁର୍ଲା ଭିମସାରରେ ନବ ନିର୍ମିତ ୯ ମହଲା ବିଶିଷ୍ଟ କୋଠାକୁ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲରେ ପରିବର୍ତ୍ତିତ କରାଯିବ । ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ସମ୍ୱଲପୁର ଗସ୍ତ ବେଳେ ଏଭଳି ନିଷ୍ପତ୍ତି ଆସିଛି । ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀଙ୍କ ସମ୍ୱଲପୁର ଗସ୍ତ ବେଳେ ତାଙ୍କ ସହ ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଓ ଡିଏମଟି ନିର୍ଦ୍ଦେଶକ ମଧ୍ୟ ଗସ୍ତ କରିଥିଲେ । ଭିମସାରରେ ଏକ ଓଟି ଏବଂ ୨୦ଟି ଆଇସିୟୁ ର ମଧ୍ୟ ବ୍ୟବସ୍ଥା କରାଯିବା ପାଇଁ ଘୋଷଣା ହୋଇଛି । ଏହାସହ ସମଲପୁର କୋଭିଡ ହସ୍ପିଟାଲରେ ଡାକ୍ତର ଅଭାବ ଦୂର କରିବା ପାଇଁ ୧୦ ଜଣ ସିନିଅର ଡାକ୍ତର ଙ୍କୁ ପଠାଯିବା ସହ ୨୦ ଜଣ ଏଟେଣ୍ଡାଣ୍ଟ ଏବଂ ୩୦ ଜଣ ଏ ଏନ ଏମଙ୍କୁ ମଧ୍ୟ ନିଯୁକ୍ତି ଦିଆଯିବାକୁ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି । ସମ୍ବଲପୁରରେ କୋଭିଡରୁ ସୁସ୍ଥ ହେଉଥିବା ହାର ରାଜ୍ୟ ହାର ଠାରୁ ଅଧିକ ରହିଥିବା ସୂଚନା ଦେଇଛନ୍ତି । ସୁସ୍ଥ ହାର ୭୭ % ରହିଥିବା ବେଳେ ହୋମ ଆଇସୋଲେସନ ରେ ୭୪% ରୋଗୀ ରହୁଥିବା ସୂଚନା ଦେଇଛନ୍ତି ।

ମୁଖ୍ୟତଃ ସମ୍ୱଲପୁର ଓ ବୁର୍ଲା କୋଭିଡ୍ ହସ୍ପିଟାଲ୍ , ସ୍ୱାବ ଟେଷ୍ଟିଂ ସେଣ୍ଟର, ଆଇସିୟୁ ସେଣ୍ଟର ଆଦିର ସାଂପ୍ରତିକ ସ୍ଥିତିର ଅନୁଶୀଳନ କରିବା ପାଇଁ ଏହି ଗସ୍ତ ଯୋଜନା ହୋଇଥିଲା । ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ସଚିବମାନେ ସମସ୍ତ କାର୍ଯ୍ୟ ଶେଷ କଲେ । ତେବେ ସମ୍ୱଲପୁରର ପ୍ରମୁଖ ସମସ୍ୟା ହେଉଛି ବର୍ଦ୍ଧିତ କରୋନାଜନିତ ମୃତ୍ୟୁହାର । ଏହି ପରିପ୍ରେକ୍ଷୀ ମୁଖ୍ୟ ଶାସନ ସଚିବଙ୍କ ତତ୍ତ୍ୱାବଧାନରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ତେବେ ସମ୍ୱଲପୁରର ସ୍ଥିତି ସମ୍ପର୍କିତ ସୂଚନା ଦେବା ପାଇଁ ଭିମସାର୍ ନିର୍ଦ୍ଦେଶକ, ସମ୍ୱଲପୁର ସିଡିଏମୋ, ଆରଡିସି ଓ ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ ।

ଏମାନଙ୍କ ସହ ସ୍ଥିତି ସମ୍ପର୍କରେ ବିସ୍ତୃତ ଆଲୋଚନା କରିବା ପରେ ଜିଲ୍ଲାର କୋଭିଡ୍ ପରିସ୍ଥିତି ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ମୁଖ୍ୟ ଶାସନ ସଚିବ ଆସନ୍ତା ପଦକ୍ଷେପ ନେଇ ଘୋଷଣା କରିଥିଲେ । ତେବେ ଏହି ବୈଠକ ଭୀମସାର ନିର୍ଦ୍ଦେଶକଙ୍କ ପ୍ରକୋଷ୍ଠରେ ଆୟୋଜିତ ହୋଇଥିବା ବେଳେ ଭିମସାରର ଅଧିକ୍ଷକ,ଅଧ୍ୟକ୍ଷ, ଡିନ୍ ଓ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ କରୋନା ସଂକ୍ରମଣ କ୍ରମାଗତ ବଢ଼ୁଥିବା ହେତୁ ସରକାର କୋଭିଡ୍ ବେଡ୍ ସଂଖ୍ୟା ସାରା ରାଜ୍ୟରେ ବଢାଇବା ଉପରେ ଧ୍ୟାନ ଦେଉଛନ୍ତି  । କୋଭିଡ୍ ବେଡ୍ ସଂଖ୍ୟା ବୃଦ୍ଧି ପାଇଁ ସରକାର ଗତକାଲି ବିଜ୍ଞପ୍ତି ପ୍ରକାଶ କରିଥିଲେ । ଏହି କ୍ରମରେ ଆଜି ଭିମସାରରେ ବେଡ୍ ସଂଖ୍ୟା ବଢିବା ନେଇ ନିଷ୍ପତ୍ତି ହୋଇଛି ।

 

ରାଜ୍ୟ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜଙ୍କ ଆରୋଗ୍ୟ କାମନା କରି ପୂଜାର୍ଚ୍ଚନା…..

ଚିଲିକା:ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜଙ୍କ ଆଶୁ ଆରୋଗ୍ୟ କାମନା କରି ପୂଜାର୍ଚ୍ଚନା ହୋଇଛି । ଚିଲିକା ନିର୍ବାଚନମଣ୍ଡଳୀର ଶତାଧିକ ଶୁଭେଚ୍ଛୁ ବାଣପୁର ବ୍ଲକ୍‌ ସଲପଡ଼ିହ ଗାଁର ମା’ ପାଣ୍ଡବାଶୁଣୀ ପୀଠରେ ପୂଜାର୍ଚ୍ଚନା କରିଛନ୍ତି । ମାନସ ମଙ୍ଗରାଜଙ୍କ ଆଶୁ ଆରୋଗ୍ୟ କାମନା କରି ଦେବୀଙ୍କ ପାଖରେ ୧୦୮ ଦୀପଦାନ କରାଯାଇଛି ।

ରାମଚନ୍ଦ୍ର ପ୍ରଧାନ, ବ୍ରଜ ମହାରଣା, ଜୟ ବେହେରା, ଶିବାରାମ ବେହେରା, ଜୟଦେବ ନାୟକ ପ୍ରମୁଖ ଶତାଧିକ ଲୋକ ମାନସ ମଙ୍ଗରାଜଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ କରୋନା ଆକ୍ରାନ୍ତ ହୋଇ ଏବେ ଚିକିତ୍ସାଧୀନ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏବେ ସନ୍ତୋଷଜନକ ରହିଛି ଓ ସେ ଖୁବ୍ ଶୀଘ୍ର ସୁସ୍ଥ ହୋଇ ଫେରିପାରିବା ନେଇ ସୂଚନା ରହିଛି ।

ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ପରୀକ୍ଷାଫଳ, ପୁଣି ବାଜି ମାରିଲେ ଛାତ୍ରୀ

ଭୁବନେଶ୍ୱର: ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ପରୀକ୍ଷାଫଳ । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ସିଏଚଏସଇ କାର୍ଯ୍ୟାଳୟରେ ପରୀକ୍ଷାଫଳ ଘୋଷଣା କରାଯାଇଛି । ଚଳିତବର୍ଷ କଳାରେ ୨ ଲକ୍ଷ ୨୫ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୧ ଲକ୍ଷ ୪୮ ହଜାର ୪୫୨ ଜଣ ଛାତ୍ରଛାତ୍ରୀ ପାସ ହୋଇଛନ୍ତି । ପାସ୍‌ ହାର ୬୭.୮୬ ପ୍ରତିଶତ ରହିଛି । ପାସ ହାରରେ ବରଗଡ଼ ଆହରେ ରହିଛି । ନବରଙ୍ଗପୁରରେ ସବୁଠୁ କମ ସଂଖ୍ୟାରେ ଛାତ୍ରଛାତ୍ରୀ ପାସ ହୋଇଛନ୍ତି । ନବରଙ୍ଗପୁରରେ ପାସ ହାର ରହିଛି ୪୪ ପ୍ରତିଶତ । ବରଗଡ଼ରେ ୭୬.୬୩ ପ୍ରତିଶତ ଛାତ୍ରଛାତ୍ରୀ ପାସ ହୋଇଛନ୍ତି । ୧୦ଟି ସ୍କୁଲରେ ଶତ ପ୍ରତିଶତ ବିଦ୍ୟାର୍ଥୀ ପାସ ହୋଇଛନ୍ତି । କୌଣସି ସ୍କୁଲରେ ଶୂନ ପ୍ରତିଶତ ରେଜଲ୍ଟ ହୋଇନାହିଁ । ଅର୍ଥାତ ଏଭଳି କୌଣସି ସ୍କୁଲ ନାହିଁ ଯେଉଁଠି କେହି ମଧ୍ୟ ପାସ କରିନାହାନ୍ତି ।

ଫଳାଫଳ ଉପରେ ନଜର ପକାଇଲେ ଜଣାପଡ଼େ ଯେ ଛାତ୍ରୀ ଛାତ୍ରଙ୍କ ଅପେକ୍ଷା ଆଗରେ ଅଛନ୍ତି । ଛାତ୍ରୀଙ୍କ ପାସ ହାର ୭୫.୪୮ ପ୍ରତିଶତ ରହିଥିବା ବେଳେ ଛାତ୍ର ପାସ ହାର ୫୭.୫୩ ରହିଛି । ପୂର୍ବରୁ ଅଗଷ୍ଟ ୧୨ ତାରିଖରେ ଯୁକ୍ତଦୁଇ ବିଜ୍ଞାନ ଓ ୧୯ ତାରିଖରେ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇଥିଲା ।

ପ୍ରଥମ ଶ୍ରେଣୀରେ ପାସ କରିଛନ୍ତି ୨୨ ହଜାର ୧୯୬ ଜଣ ଛାତ୍ରଛାତ୍ରୀ । ଜ୍ୱିତୀୟ ଶ୍ରେଣୀରେ ପାସ କରିଛନ୍ତି ୨୬ ହଜାର ୨୭ ଜଣ ଛାତ୍ରଛାତ୍ରୀ ଏବଂ ତୃତୀୟ ଶ୍ରେଣୀରେ ପାସ କରିଛନ୍ତି ୧ ଲକ୍ଷ ୧୦୨ ଜଣ ଛାତ୍ରଛାତ୍ରୀ । ଜଣେ ବିଦ୍ୟାର୍ଥୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି ।

SMS ଦ୍ୱାରା କେମିତି ରେଜଲ୍ଟ ଜାଣିବେ?

ଟାଇପ କରନ୍ତୁ RESULT<space>OR12<space>ରୋଲ ନମ୍ବର’ ଓ ଏହାକୁ ୫୬୨୬୩କୁ ପଠାଇ ଦିଅନ୍ତୁ

ୱେବସାଇଟରୁ କେମିତି ଫଳାଫଳ ଜାଣିବେ ?

୧. ଅଫିସିଆଲ ୱେବସାଇଟ୍ orissaresults.nic.in କୁ ଯାଆନ୍ତୁ

: ରେଜଲ୍ଟ ପାଇଁ ଥିବା ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ

 : ଲଗଇନ୍ ପେଜରେ ରୋଲ୍ ନମ୍ବର ଓ ଅନ୍ୟ ବିବରଣୀ ଦିଅନ୍ତୁ

: ସବମିଟ୍ ବଟନ କ୍ଲିକ୍ କରନ୍ତୁ ଓ ରିଜଲ୍ଟର ପ୍ରିଣ୍ଟଆଉଟ୍ ନିଅନ୍ତୁ

ସ୍ୱାସ୍ଥ୍ୟ ବିମା ପଲିସି କିଣୁଥିବା ଲୋକଙ୍କ ପାଇଁ ବଡ଼ ଖବର, IRDAI ଜାରି କଲା ପଲିସି ସମ୍ବନ୍ଧୀୟ ନୂଆ ନିୟମ

ନୂଆଦିଲ୍ଲୀ: ବୀମା ନିୟାମକ IRDAI ( Insurance Regulatory and Development Authority of India )  ଏବଂ ବିକାଶ ପ୍ରାଧିକରଣ ଭାରତ ସୁସ୍ଥତା ଏବଂ ପ୍ରତିଷେଧକ ବୈଶିଷ୍ଟ୍ୟ ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି, ଯାହା ଅଧୀନରେ ବୀମାକାରୀମାନେ ସ୍ୱାସ୍ଥ୍ୟ ସପ୍ଲିମେଣ୍ଟ ଏବଂ ଯୋଗ କେନ୍ଦ୍ର ପାଇଁ ରିହାତି କୁପନ ଏବଂ ଭାଉଚର ଦେଇପାରିବେ ଏବଂ ପଲିସିଧାରୀମାନେ ନିର୍ଦ୍ଦିଷ୍ଟ ମାନଦଣ୍ଡ ଅନୁସରଣ କରିବେ । ବିଶେଷଜ୍ଞମାନେ କହିଛନ୍ତି ଯେ, ‘ଉତ୍ତମ ସ୍ୱାସ୍ଥ୍ୟ ବଜାୟ ରଖିବା ପାଇଁ ସୁସ୍ଥତା ଗୁରୁତ୍ୱପୂର୍ଣ୍ଣ ଏବଂ ଏହି ନିର୍ଦ୍ଦେଶାବଳୀ ଗୁଡିକ ସଠିକ୍ ଦିଗରେ ଏକ ପ୍ରୟାସ ମାତ୍ର । ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେବା ଏବଂ ଜଣଙ୍କର ଦୈନନ୍ଦିନ ଜୀବନରେ ପ୍ରତିଷେଧକ ସ୍ୱଚ୍ଛତା ବ୍ୟବସ୍ଥାକୁ ଅନ୍ତର୍ଭୁକ୍ତ କରିବା ଗୁରୁତ୍ୱପୂର୍ଣ୍ଣ ହୋଇପାରିଛି । ଏହି ପଦକ୍ଷେପ ସହିତ, ଆମେ ବିଶ୍ୱାସ କରୁ ଯେ ସ୍ୱାସ୍ଥ୍ୟ ବୀମା ଆଉ ଅପ୍ରତ୍ୟାଶିତ ରୋଗରୁ ନିଜକୁ ରକ୍ଷା କରିବାର ଉପାୟ ଭାବରେ ବିବେଚନା କରାଯିବ ନାହିଁ, ବରଂ ଏହା ଗ୍ରାହକଙ୍କ ଦୈନନ୍ଦିନ ସ୍ୱାସ୍ଥ୍ୟ ଆବଶ୍ୟକତାର ଏକ ଅଂଶ ହୋଇଯିବ ।’

ନିର୍ଦ୍ଦେଶାବଳୀ ଅନୁଯାୟୀ, ବୀମା କମ୍ପାନୀଗୁଡ଼ିକ ନିଜର ବିଜ୍ଞାପନରେ ତୃତୀୟ ପକ୍ଷର ନାମ ବା ଲୋକଙ୍କୁ ପ୍ରଦର୍ଶିତ କରିବାପାଇଁ ମନା କରାଯାଇଛି କିନ୍ତୁ ସେମାନେ ସାମାନ୍ୟ ରୂପରେ ସେବାର ଉଲ୍ଲେଖ କରିପାରିବେ ।  ଅବଶ୍ୟ କମ୍ପାନୀ ନିଜ ୱେବସାଇଟରେ ବିଶିଷ୍ଟ ସେବା ଗୁଡ଼ିକର ଉଲ୍ଲେଖ କରିବାର ମଞ୍ଜୁରୀ ଦିଆଯାଇଛି ।