spot_img
Home Blog Page 6450

Bihar Election: ବିଜେପି ‘୧୯୯୫ ମହାରାଷ୍ଟ୍ର ଫର୍ମୁଲା’ ଆପଣାଇଲେ ନୀତିଶ ହରାଇପାରନ୍ତି ମୁଖ୍ୟମନ୍ତ୍ରୀ ପଦ

ପାଟଣା: ବିହାର ବିଧାନସଭା ନିର୍ବାଚନରେ ଏବେ ଯାଏଁ ମିଳିଥିବା ସଂଖ୍ୟା ମୁତାବକ ରାଜ୍ୟରେ ବିଜେପି-ଜେଡିୟୁ ମେଣ୍ଟର ସରକାର ଗଠନ ହେବା ଦେଖାଯାଉଛି । ଏକଜିଟ୍ ପୋଲର ଓଲଟା ଫଳ ଆସିବା ପରେ ନିରାଶ ଏନଡିଏ ଶିବିରରେ ଏବେ ଖୁସିର ମାହୋଲ । ଏମିତିରେ ପ୍ରଶ୍ନ ଉଠିଲାଣି ଯେଉଁ କଥା ବିଜେପି ବାରମ୍ବାର କହୁଛି- ସିଟ୍ କମ୍ ଆସୁ କିମ୍ବା ଅଧିକ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ହିଁ ହେବେ । କଣ ଦଳ ଏବେ ଏହି ପ୍ରତିଶ୍ରୁତିରେ ଅଟଳ ରହିବ ? ବିଜେପି ବିହାରରେ ସରକାର ଗଠନ ପାଇଁ ମହାରାଷ୍ଟ୍ର ଫର୍ମୁଲା ଆପଣାଇବ କି ?

Bihar Elections 2020 If BJP Adopts 1995 Maharashtra Formula Than Nitish will Lost CM Post

ମହାରାଷ୍ଟ୍ର ଫର୍ମୁଲା କଣ ?

ଯଦି, ଅତୀତରେ ସରକାର ଗଠନ ଉପରେ ନଜର ପକାଇବା ତ ମହାରାଷ୍ଟ୍ରରେ କମ୍ ସିଟ୍ ମିଳିବା ଯୋଗୁଁ ବିଜେପି, ଶିବସେନାକୁ ବଡ଼ ଭାଇ ମାନି ନେଇଥିଲା । ଏବଂ ପ୍ରଥମଥର ୧୯୯୫ରେ ରାଜ୍ୟରେ ଶିବନସେନାରୁ ପ୍ରଥମ ମୁଖ୍ୟମନ୍ତ୍ରୀ ହୋଇଥିଲେ । ସେତେବେଳେ ମନୋହର ଯୋଶୀଙ୍କୁ ମୁଖ୍ୟମନ୍ତ୍ରୀ ହୋଇଥିଲେ ଏବଂ ବିଜେପିର ଗୋପୀନଥା ମୁଣ୍ଡେଙ୍କୁ ଉପ ମୁଖ୍ୟମନ୍ତ୍ରୀ ପଦ ମିଳିଥିଲା ।

୧୯୯୦ ବିଧାନସଭା ନିର୍ବାଚନରେ ଶିବସେନା ୧୮୩ ସିଟରେ ନିର୍ବାଚନ ଲଢ଼ି ୫୨ଟିରେ ଜତିଥିଲା । ଯେତେବେଳେ କି ବିଜେପି ୧୦୫ଟି ଆସନରେ ଲଢ଼ି ୪୨ଟି ହାତେଇ ଥିଲା । ସମାନ ଫର୍ମୁଲା ୧୯୯୫ ନିର୍ବାଚନରେ ପ୍ରୟୋଗ କରାଯାଇଥିଲା । ଆଉ ସେତେବେଳେ ଶିବସେନା ହାତକୁ ୭୩ଟି ଆସନ ଆସିଥିବା ବେଳେ ବିଜେପି ୬୫ଟି ଆସନରେ ସୀମିତ ରହିଥିଲା ।

୨୦୨୦ରେ କେଉଁ ଦଳ କେତେ ଆସନରେ ଲଢ଼ୁଛନ୍ତି ?

ବିହାର ନିର୍ବାଚନରେ ଏନଡିଏ ସହଯୋଗୀ ଦଳ ଜେଡିୟୁ ୧୧୫ ସିଟ୍, ବିଜେପି ୧୧୦ ସିଟ୍, ବିଆଇପି ୧୧ଟି ଆସନରେ ନିର୍ବାଚନ ଲଢ଼ୁଛନ୍ତି । ମହାମେଣ୍ଟରେ ଆରଜେଡି ୧୪୪ ସିଟରେ ପ୍ରାର୍ଥୀ ଦେଇଥିବା ବେଳେ କଂଗ୍ରେସ ୭୦ଟି ସିଟ୍, ସିପିଆଇ୍ (ଏମଏଲ୍) ୧୯ଟି ସିଟ୍ ଓ ସିପିଏମ୍ ୪ଟି ଆସନରେ ପ୍ରାର୍ଥୀ ଦେଇଛି ।

ବିହାରରେ ସସପେନ୍ସ ଜାରି,ଶେଷ ମୂହୁର୍ତ୍ତରେ କିଛି ବି ହୋଇପାରେ

ପାଟନା: ବିହାରରେ ଚିତ୍ର ସ୍ପଷ୍ଟ ହୋଇ ସାରିଛି ବୋଲି ଯଦି ଭାବୁଛନ୍ତି ତେବେ ଠିକ୍ ନୁହେଁ । ବିହାରରେ ଏବେ ମଧ୍ୟ କିଛି ବି ଘଟିପାରେ ।୧୫ ବର୍ଷ ପରେ ଆରଜେଡି କ୍ଷମତାକୁ ଫେରି ପାରେ କିମ୍ବା ୧୫ ବର୍ଷ କ୍ଷମତାରେ ରହିବା ପରେ ମଧ୍ୟ ପୁଣି ଥରେ ନୀତିଶ କମବ୍ୟାକ୍ କରି ପାରନ୍ତି । ଏମିତି ଭାବିବାର କାରଣ ହେଉଛି ଯେ, ବିହାର ବିଧାନସଭାର ୧୨୩ ଆସନରେ ଏନଡିଏ ଆଗରେ ଅଛି କିନ୍ତୁ ଭୋଟ୍ ବ୍ୟବଧାନ ମାତ୍ର ୩ ହଜାର । ଏହାର ଅର୍ଥ ହେଉଛି ଆଗକୁ ପଲା କେଉଁ ପଟକୁ ଭାରି ହେବ ତାହା କିଛି କହି  ହେବ ନାହିଁ ।

ଦିନ ଗୋଟାଏ ସୁଧା ମିଳିଥିବା ତଥ୍ୟ ଅନୁସାରେ ୧୬୬ ଆସନରେ ଭୋଟ ବ୍ୟବଧାନ ୫ ହଜାରରୁ କମ ଥିଲା । ୧୨୩ରେ ୩ ହଜାରରୁ କମ,୮୦ ଆସନରେ ୨ ହଜାରରୁ କମ । ସେହିଭଳି ୨୦ ଆସନରେ ଭୋଟ ବ୍ୟବଧାନ ମାତ୍ର ୫ଶହ । ଏଭଳି ୭ ଆସନ ଅଛନ୍ତି ଯେଉଁଠାରେ ମତ ବ୍ୟବଧାନ ୨ ଶହରୁ କମ । ତେଣୁ କିଛି ବି ହୋଇପାରେ ।

ବିଳମ୍ବରେ ଆସିବ ପରିଣାମ

ନିର୍ବାଚନ ଆୟୋଗ ଅନୁସାରେ ଏଥର ପରିଣାମ ଆସିବାରେ ବିଳମ୍ବ ହେବ । କାରଣ ହେଉଛି କରୋନା । ସଂକ୍ରମଣକୁ ଧ୍ୟାନରେ ରଖି ମତ ଗଣନା କେନ୍ଦ୍ର ସଂଖ୍ୟା ୭୨ ହଜାରୁ ୧ ଲକ୍ଷ ୬ ହଜାର ୫୧୫ କରାଯାଇଛି । ତେଣୁ ବିଳମ୍ବରେ ଫଳାଫଳ ଆସିବ ।

ଟ୍ରେଣ୍ଡରେ ଏନଡିଏକୁ ବହୁମତ

ବିହାର ବିଧାନସଭାର ୨୪୩ ଆସନର ପ୍ରାରମ୍ଭିକ ସଂକେତରୁ ଏନଡିଏକୁ ମ୍ୟାଜିକ୍ ନମ୍ବର ମିଳୁଥିବା ଦେଖା ଯାଉଛି । ତାଜା ସୂଚନା ଅନୁସାରେ ଏନଡିଏ ୧୨୧ ଆସନରେ ଆଗୁଆ ଥିବା ବେଳେ ୧୪ରେ ବିଜୟ ପାଇଛି । ବିଜେପି ରାଜ୍ୟର ସବୁଠାରୁ ବଡ ଦଳ ଭାବେ ଉଭା ହୋଇଛି । ଅନ୍ୟପକ୍ଷରେ ଆରଜେଡି ଦ୍ୱିତୀୟ ବୃହତମ ଦଳ ହୋଇ ପାରିଛି ।

 

ବାଲେଶ୍ୱରରେ ୧୧ ରାଉଣ୍ଡ ଗଣତି ଶେଷ: ୫,୪୭୩ ଭୋଟରେ ଆଗୁଆ

ତିର୍ତ୍ତୋଲ,ବାଲେଶ୍ୱର : ବାଲେଶ୍ୱରରେ ସରିଲା ୧୧ ରାଉଣ୍ଡ ଭୋଟ ଗଣତି । ମୋଟି ୨୫ ରାଉଣ୍ଡରେ ଭୋଟ ଗଣତି ହେବାକୁ ଥିବା ବେଳେ ବାଲେଶ୍ୱରରେ ୧୧ ରାଉଣ୍ଡ ଭୋଟ ଗଣତି ସରିଛି । ୧୧ ରାଉଣ୍ଡ ଭୋଟ ଗଣତି ଶେଷ ସୁଦ୍ଧା ବାଲେଶ୍ୱର ଆସନରେ ବିଜେଡି ସ୍ୱରୂପ ଦାସ ୪୦ ହଜାର୭୪୯, କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡା ୨ ହଜାର ୩୯୮, ବିଜେପି ପ୍ରାର୍ଥୀ ମାନସ ଦତ୍ତ ୩୫ ହଜାର ୨୭୬ ଭୋଟ ପାଇଛନ୍ତି ।

କୋଭିଡ କଟକଣା ମଧ୍ୟରେ ଭୋଟ ଗଣତି ଚାଲିଛି । ବାଲେଶ୍ଵର ପାଇଁ ୩ ଅତିରିକ୍ତ ରିଟର୍ଣ୍ଣିଂ ଅଫିସର ଓ ତିର୍ତ୍ତୋଲ ପାଇଁ ୨ ଅତିରିକ୍ତ ରିଟର୍ଣ୍ଣିଂ ଅଫିସର ନିଯୁକ୍ତ ହୋଇଛନ୍ତି । ଫଳାଫଳ ଜାଣିବା ପାଇଁ ବଡ଼ ବଡ଼ TVର ବ୍ୟବସ୍ଥା କରାଯାଇଛି । ECI ୱେବସାଇଟରେ ପ୍ରତି ରାଉଣ୍ଡରେ ଫଳାଫଳ ଉପଲବ୍ଧ ରହିଛି । ସେପଟେ ତ୍ତିର୍ତ୍ତୋଲ ଭୋଟ ଗଣତି ପାଇଁ ବି ବ୍ୟାପକ ପ୍ରସ୍ତୁତି କରିଛି ପ୍ରଶାସନ । SVM କଲେଜରେ ଦୁଇଟି ହଲରେ ଚାଲିଛି ତିର୍ତ୍ତୋଲ ପାଇଁ ଗଣନା  । ହଲରେ ୭ଟି ଲେଖାଏଁ ଟେବୁଲ ପଡ଼ିଛି । ଏହା ସହ ପୋଷ୍ଟାଲ ବାଲଟ୍ ପେପର ଗଣତି ପାଇଁ  ଆଉ ଗୋଟିଏ ହଲରେ ଦୁଇଟି ଟେବୁଲର ବ୍ୟବସ୍ଥା ହୋଇଛି  । ଗଣତି ସମୟରେ  ମାଇକ୍ରୋ ଅବଜରଭର, କାଉଣ୍ଟିଂ ଆସିଣ୍ଟାଣ୍ଡ ଓ କାଉଣ୍ଟି ସୁପର ଭାଇଜର ମୁତୟନ ହୋଇଛନ୍ତି । ସୁରକ୍ଷା ଦୃଷ୍ଟିରୁ ୪ ପ୍ଲାଟୁନ୍ ପୋଲିସ ଫୋର୍ସ, ୩୭ ଜଣ ଅଫିସର,   ଜଣେ ଆଡିସନାଲ ଏସପି ଓ ତିନି ଜଣ ଡିଏସପି ମୁତୟନ ରହିବେ  । CRPFର ଗୋଟିଏ ପ୍ଲାଟୁନ୍ ମଧ୍ୟ ମୁତୟନ ।

ହଜାରେ ତଳେ ଦୈନିକ ସଂକ୍ରମଣ, କୋଭିଡ଼ ଯୋଦ୍ଧାଙ୍କ ଉଦ୍ୟମକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର: ରାଜ୍ୟରେ ଖସୁଛି ସଂକ୍ରମିତଙ୍କ ସଂଖ୍ୟା । ଦୀର୍ଘଦିନ ପରେ ସଂକ୍ରମିତଙ୍କ ସଂଖ୍ୟା ହଜାର ତଳକୁ ଖସିଛି । ଏହାକୁ ନେଇ ମୁଖ୍ୟମନ୍ତ୍ରୀ କରୋନା ଯୋଦ୍ଧାଙ୍କୁ ପ୍ରଶଂସା କରିଛନ୍ତି । କରୋନା ଯୋଦ୍ଧାଙ୍କ କଠିନ ପରିଶ୍ରମ ଏବଂ ନିଷ୍ଠାପର ସେବା ପାଇଁ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଦୀର୍ଘ ୩ ମାସ ପରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହଜାର ତଳକୁ ଖସିଛି ।

ମୁଖ୍ୟମନ୍ତ୍ରୀ ଟ୍ୱିଟରେ ସେୟାର କରି କହିଛନ୍ତି ଯେ, ଜୁଲାଇ ୨୧ରୁ ପ୍ରଥମ ଥର ପାଇଁ ଆଜି ଓଡ଼ିଶାରେ ହଜାରରୁ କମ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆମ କରୋନା ଯୋଦ୍ଧାଙ୍କ କଠିନ ପରିଶ୍ରମ ଓ ନିସ୍ୱାର୍ଥ ସେବା ଏବଂ  ସ୍ୱାସ୍ଥ୍ୟକର୍ମୀଙ୍କ କରୋନା ବିରୋଧରେ କଠିନ ଲଢେଇ ପାଇଁ ଆମେ ଗର୍ବିତ ।

ବଢ଼ୁଛି ବ୍ୟବଧାନ: ନବମ ରାଉଣ୍ଡ ଶେଷ ସୁଦ୍ଧା ୧୪,୫୬୧ ଭୋଟରେ ଆଗୁଆ

ତିର୍ତ୍ତୋଲ,ବାଲେଶ୍ୱର : ତିର୍ତ୍ତୋଲରେ ସରିଲା ନବମ ପର୍ଯ୍ୟାୟ ଭୋଟ ଗଣତି । ମୋଟି ୨୫ ରାଉଣ୍ଡରେ ଭୋଟ ଗଣତି ହେବାକୁ ଥିବା ବେଳେ ତିର୍ତ୍ତୋଲରେ ନବମ ପର୍ଯ୍ୟାୟ ଭୋଟ ଗଣତି ସରିଛି । ୯ମ ରାଉଣ୍ଡ ଭୋଟ ଗଣତି ଶେଷ ସୁଦ୍ଧା ତିର୍ତ୍ତୋଲ ଆସନରେ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ୩୨ ହଜାର୭୫, କଂଗ୍ରେସ ପ୍ରାର୍ଥୀ ହିମାଂଶୁ ମଲ୍ଲିକ ୬ ହଜାର ୮୩୫, ବିଜେପି ପ୍ରାର୍ଥୀ ରାଜକିଶୋର ବେହେରା ୧୭ ହଜାର ୫୧୪ ଭୋଟ ପାଇଛନ୍ତି ।

ଅପରପକ୍ଷରେ ବାଲେଶ୍ୱର ସଦର ଆସନରେ ମଧ୍ୟ ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସ ଆଗୁଆ ଅଛନ୍ତି । ବାଲେଶ୍ୱରରେ ଅଷ୍ଟମ ପର୍ଯ୍ୟାୟ ଗଣତି ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସ ୨୯ ହଜାର୩୯୨, ବିଜେପି ପ୍ରାର୍ଥୀ ମାନସ ଦତ୍ତ ୨୫ ହଜାର ୬୨୨ ଓ କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁ ୨୧୧୭ ଭୋଟ ପାଇଛନ୍ତି । ଏବଂ ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକ ଆଶାନୁରୂପ ପ୍ରଦର୍ଶନ କରିପାରିନାହାଁନ୍ତି । ଏବଂ ସେ ମାତ୍ର ୨୫୦ ଖଣ୍ଡ ଭୋଟ ପାଇଛନ୍ତି ।

କୋଭିଡ କଟକଣା ମଧ୍ୟରେ ଭୋଟ ଗଣତି ଚାଲିଛି । ବାଲେଶ୍ଵର ପାଇଁ ୩ ଅତିରିକ୍ତ ରିଟର୍ଣ୍ଣିଂ ଅଫିସର ଓ ତିର୍ତ୍ତୋଲ ପାଇଁ ୨ ଅତିରିକ୍ତ ରିଟର୍ଣ୍ଣିଂ ଅଫିସର ନିଯୁକ୍ତ ହୋଇଛନ୍ତି । ଫଳାଫଳ ଜାଣିବା ପାଇଁ ବଡ଼ ବଡ଼ TVର ବ୍ୟବସ୍ଥା କରାଯାଇଛି । ECI ୱେବସାଇଟରେ ପ୍ରତି ରାଉଣ୍ଡରେ ଫଳାଫଳ ଉପଲବ୍ଧ ରହିଛି । ସେପଟେ ତ୍ତିର୍ତ୍ତୋଲ ଭୋଟ ଗଣତି ପାଇଁ ବି ବ୍ୟାପକ ପ୍ରସ୍ତୁତି କରିଛି ପ୍ରଶାସନ । SVM କଲେଜରେ ଦୁଇଟି ହଲରେ ଚାଲିଛି ତିର୍ତ୍ତୋଲ ପାଇଁ ଗଣନା  । ହଲରେ ୭ଟି ଲେଖାଏଁ ଟେବୁଲ ପଡ଼ିଛି । ଏହା ସହ ପୋଷ୍ଟାଲ ବାଲଟ୍ ପେପର ଗଣତି ପାଇଁ  ଆଉ ଗୋଟିଏ ହଲରେ ଦୁଇଟି ଟେବୁଲର ବ୍ୟବସ୍ଥା ହୋଇଛି  । ଗଣତି ସମୟରେ  ମାଇକ୍ରୋ ଅବଜରଭର, କାଉଣ୍ଟିଂ ଆସିଣ୍ଟାଣ୍ଡ ଓ କାଉଣ୍ଟି ସୁପର ଭାଇଜର ମୁତୟନ ହୋଇଛନ୍ତି । ସୁରକ୍ଷା ଦୃଷ୍ଟିରୁ ୪ ପ୍ଲାଟୁନ୍ ପୋଲିସ ଫୋର୍ସ, ୩୭ ଜଣ ଅଫିସର,   ଜଣେ ଆଡିସନାଲ ଏସପି ଓ ତିନି ଜଣ ଡିଏସପି ମୁତୟନ ରହିବେ  । CRPFର ଗୋଟିଏ ପ୍ଲାଟୁନ୍ ମଧ୍ୟ ମୁତୟନ ।

ଅଷ୍ଟମ ପର୍ଯ୍ୟାୟ ଭୋଟ ଗଣତି: ୧୩ ହଜାର ୨୧ ଭୋଟରେ ବିଜେଡି ଆଗୁଆ

ତିର୍ତ୍ତୋଲ,ବାଲେଶ୍ୱର : ତିର୍ତ୍ତୋଲରେ ସରିଲା ଅଷ୍ଟମ ପର୍ଯ୍ୟାୟ ଭୋଟ ଗଣତି । ମୋଟି ୨୫ ରାଉଣ୍ଡରେ ଭୋଟ ଗଣତି ହେବାକୁ ଥିବା ବେଳେ ତିର୍ତ୍ତୋଲରେ ଅଷ୍ଟମ ରାଉଣ୍ଡ ଭୋଟ ଗଣତି ସରିଛି । ୮ମ ରାଉଣ୍ଡ ଭୋଟ ଗଣତି ସରିଲା ବେଳକୁ ତିର୍ତ୍ତୋଲ ଆସନରେ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ୨୮ ହଜାର୭୯୭, କଂଗ୍ରେସ ପ୍ରାର୍ଥୀ ହିମାଂଶୁ ମଲ୍ଲିକ ୫ ହଜାର ୫୪୭, ବିଜେପି ପ୍ରାର୍ଥୀ ରାଜକିଶୋର ବେହେରା ୧୫ ହଜାର ୭୭୬ ଭୋଟ ପାଇଛନ୍ତି ।

ଅପରପକ୍ଷରେ ବାଲେଶ୍ୱର ସଦର ଆସନରେ ମଧ୍ୟ ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସ ଆଗୁଆ ଅଛନ୍ତି । ବାଲେଶ୍ୱରରେ ଅଷ୍ଟମ ପର୍ଯ୍ୟାୟ ଗଣତି ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସ ୨୯ ହଜାର୩୯୨, ବିଜେପି ପ୍ରାର୍ଥୀ ମାନସ ଦତ୍ତ ୨୫ ହଜାର ୬୨୨ ଓ କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁ ୨୧୧୭ ଭୋଟ ପାଇଛନ୍ତି । ଏବଂ ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକ ଆଶାନୁରୂପ ପ୍ରଦର୍ଶନ କରିପାରିନାହାଁନ୍ତି । ଏବଂ ସେ ମାତ୍ର ୨୫୦ ଖଣ୍ଡ ଭୋଟ ପାଇଛନ୍ତି ।

କୋଭିଡ କଟକଣା ମଧ୍ୟରେ ଭୋଟ ଗଣତି ଚାଲିଛି । ବାଲେଶ୍ଵର ପାଇଁ ୩ ଅତିରିକ୍ତ ରିଟର୍ଣ୍ଣିଂ ଅଫିସର ଓ ତିର୍ତ୍ତୋଲ ପାଇଁ ୨ ଅତିରିକ୍ତ ରିଟର୍ଣ୍ଣିଂ ଅଫିସର ନିଯୁକ୍ତ ହୋଇଛନ୍ତି । ଫଳାଫଳ ଜାଣିବା ପାଇଁ ବଡ଼ ବଡ଼ TVର ବ୍ୟବସ୍ଥା କରାଯାଇଛି । ECI ୱେବସାଇଟରେ ପ୍ରତି ରାଉଣ୍ଡରେ ଫଳାଫଳ ଉପଲବ୍ଧ ରହିଛି । ସେପଟେ ତ୍ତିର୍ତ୍ତୋଲ ଭୋଟ ଗଣତି ପାଇଁ ବି ବ୍ୟାପକ ପ୍ରସ୍ତୁତି କରିଛି ପ୍ରଶାସନ । SVM କଲେଜରେ ଦୁଇଟି ହଲରେ ଚାଲିଛି ତିର୍ତ୍ତୋଲ ପାଇଁ ଗଣନା  । ହଲରେ ୭ଟି ଲେଖାଏଁ ଟେବୁଲ ପଡ଼ିଛି । ଏହା ସହ ପୋଷ୍ଟାଲ ବାଲଟ୍ ପେପର ଗଣତି ପାଇଁ  ଆଉ ଗୋଟିଏ ହଲରେ ଦୁଇଟି ଟେବୁଲର ବ୍ୟବସ୍ଥା ହୋଇଛି  । ଗଣତି ସମୟରେ  ମାଇକ୍ରୋ ଅବଜରଭର, କାଉଣ୍ଟିଂ ଆସିଣ୍ଟାଣ୍ଡ ଓ କାଉଣ୍ଟି ସୁପର ଭାଇଜର ମୁତୟନ ହୋଇଛନ୍ତି । ସୁରକ୍ଷା ଦୃଷ୍ଟିରୁ ୪ ପ୍ଲାଟୁନ୍ ପୋଲିସ ଫୋର୍ସ, ୩୭ ଜଣ ଅଫିସର,   ଜଣେ ଆଡିସନାଲ ଏସପି ଓ ତିନି ଜଣ ଡିଏସପି ମୁତୟନ ରହିବେ  । CRPFର ଗୋଟିଏ ପ୍ଲାଟୁନ୍ ମଧ୍ୟ ମୁତୟନ ।

ନିଜକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିଥିଲେ ପୁଷ୍ପମ ପ୍ରିୟା ଏବେ ଦୁଇଟିଯାକ ଆସନରେ ପଛୁଆ

ବାଙ୍କିପୁର:  ବିହାର ବିଧାନସଭା ନିର୍ବାଚନର ମତଗଣନା ଆରମ୍ଭ ହୋଇଯାଇଛି । ଅଧିକାଂଶ ଲୋକ ନଜର ଏବେ ଦି ପ୍ଲୁରାଲ୍ସ ପାର୍ଟି ପୁଷ୍ପମ ପ୍ରିୟା ଚୌଧୁରୀଙ୍କ ଉପରେ ରହିଛି । ସେ ବିହାରର ଦୁଇଟି ବିଧାନସଭା ଆସନରେ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି। ପାଟନାରେ ବାଙ୍କିପୁର ଏବଂ ମଧୁବାଣୀର ବିସ୍ଫି ଆସନରୁ ପୁଷ୍ପମ୍ ପ୍ରିୟା ନିର୍ବାଚନ ଲଢୁଛନ୍ତି । ସ୍ଥାନୀୟ ଖବରକାଗଜରେ ବିଜ୍ଞାପନ ଦେଇ ପୁଷ୍ପମ ନିଜକୁ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଥିଲେ । ଏଭଳି ପରିସ୍ଥିତିରେ ଦେଖିବାର କଥା ଯେ ଦୁଇଟି ଆସନ ମଧ୍ୟରୁ ପୁଷ୍ପମ ପ୍ରିୟା କେଉଁ ଆସନରୁ ବିଜୟୀ ହେଉଛନ୍ତି ।

ବାଙ୍କିପୁର ଆସରୁ ପୁଷ୍ପମ ପ୍ରିୟା ପଛରେ ଅଛନ୍ତି

ପାଟଣାର ବ୍ୟାଙ୍କିପୁର ବିଧାନସଭା ଆସନରୁ ଦି ପ୍ଲୁରାଲ୍ସ ପାର୍ଟିର ପୁଷ୍ପାଲ ପ୍ରିୟାଙ୍କ ବିପକ୍ଷରେ କଂଗ୍ରେସରୁ ଶତ୍ରୁଘ୍ନ ସିହ୍ନାଙ୍କ ପୁଅ ଲଭ ସିହ୍ନା ଲଢୁଛନ୍ତି ଏବଂ ବିଜେପିର ତିନି ଥର ବିଧାୟକ ରହିଥିବା ନୀତିନ ନବୀନ ଲଢୁଛନ୍ତି । ନୀତିନ ନବୀନଙ୍କ ପିତା ନବୀନ କିଶୋର ସିହ୍ନା ମଧ୍ୟ ଏଠାରୁ ବହୁଥର ବିଧାୟକ ହୋଇଛନ୍ତି । ସେହିଭଳି ପୁଷ୍ପମ ପ୍ରିୟା ମଧ୍ୟ ପୂର୍ବତନ ଜେଡ଼ିୟୁର ପୂର୍ବ ଏମଏଲସି ବିନୋଦ ଚୌଧୁରୀଙ୍କ ଝିଅ । ସେହିପରି ବାଙ୍କିପୁର ଆସନରେ ଥିବା ତିନିଜଣ ନେତାଙ୍କ ଉତ୍ତରାଧିକାରୀମାନେ ନିଜ ନିଜ ସ୍ଥରରେ ବିଜୟ ପାଇଁ ଅଣ୍ଟା ଭିଡ଼ିଛନ୍ତି । ବିଜେପି ପ୍ରାର୍ଥୀ ନିତିନ ନବୀନ ଅଗ୍ରଣୀ ଏବଂ ଲଭ ସିହ୍ନା ଦ୍ୱିତୀୟ ସ୍ଥାନରେ ଅଛନ୍ତି ।

ବିସ୍ଫି ଆସନରୁ RJD ଆଗରେ

ପ୍ଲୁରାଲ୍ସ ପାର୍ଟିର ପୁଷ୍ପୁରମ୍ ପ୍ରିୟା ମଧ୍ୟ ମଧୁବାଣୀ ଜିଲ୍ଲାର ବିସ୍ଫି ଆସନରେ ଅଛନ୍ତି, ଯେଉଁଠାରେ ଆରଜେଡିର ଫାୟାଜ ଅହମ୍ମଦ ଏବଂ ବିଜେପିର ହରିଭୂଷଣ ଠାକୁର ତାଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ୨୦୧୫ ବିଧାନସଭା ନିର୍ବାଚନରେ ​​ଏଠାରୁ ଆରଜେଡିର ଫାୟାଜ ଅହମ୍ମଦ କ୍ରମାଗତ ଦ୍ୱିତୀୟ ଥର ପାଇଁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ । ଏଥର ପୁଷ୍ପମ ପ୍ରିୟା ମୈଦାନରେ ଥିବା କାରଣରୁ ଏହି ଆସନଟି ଖୁବ୍ ଚର୍ଚ୍ଚାରେ ରହିଛି । ତେବେ ଏହି ଆସନରୁ ପୁଷ୍ପମ ପ୍ରିୟା ତୃତୀୟ ନମ୍ବରରେ ଚାଲିଥିବା ବେଳେ ଆରଜେଡି ପ୍ରାର୍ଥୀମାନେ ଏଠାରେ ଆଗୁଆ ଅଛନ୍ତି ।

ପୁଷ୍ପମ ପ୍ରିୟାଙ୍କ ରାଜନୈତିକ ଯାତ୍ରା

ବିହାର ବିଧାନସଭା ନିର୍ବାଚନରେ ​​ପୁଷ୍ପମ ପ୍ରିୟ ଚୌଧୁରୀଙ୍କ ଉପରେ କେବଳ ରାଜ୍ୟ ନୁହେଁ ପୂରା ଦେଶ ନଜର ରହିଛି । ଦରବଙ୍ଗା ନିବାସୀ ପୁଷ୍ପମ ଲଣ୍ଡନର ପ୍ରସିଦ୍ଧ ଲଣ୍ଡନ ସ୍କୁଲ ଅଫ୍ ଇକୋନୋମିକ୍ସରୁ ଆଡମିଷ୍ଟ୍ରେସନରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ​​ଲଣ୍ଡନ ଫେରିଥିବା ପୁଷ୍ପମକୁ ଏକାକୀ ବିହାର ରାଜନୀତିରେ ନିର୍ବାଚନ ମୈଦାନରେ ଓହ୍ଲାଇବାକୁ ପଡ଼ିଥିଲା । ଯଦିଓ, ଗୋଟିଏ ସମୟରେ ତାଙ୍କ ପିତା ଜେଡିୟୁରେ ଥିଲେ, କିନ୍ତୁ ଏହି ନିର୍ବାଚନରେ ​​ପୁଷ୍ପମ ଏକ ପୃଥକ ଦଳ ଗଠନ କରି ବିବାଦ ଭିତରକୁ ଆସିଥିଲେ ।

ପୁଷ୍ପମ ପ୍ରିୟା ତାଙ୍କ ପ୍ରଥମ ନିର୍ବାଚନରେ ​​ସ୍ୱଚ୍ଛ ଛବି ଥିବା ସାମାଜସେବୀ, ଶିକ୍ଷକ, ଡାକ୍ତର ଏବଂ ଅନ୍ୟ ବୃତ୍ତିଗତମାନଙ୍କୁ ଟିକେଟ୍ ଦେବାକୁ ଚେଷ୍ଟା କରିଥିଲେ। ମାର୍ଚ୍ଚ ପରେ ପୁଷ୍ପମ୍ ବାଙ୍କିପୁରର ଗାଁକୁ ଗସ୍ତ କରି ସ୍ଥାନୀୟ ଲୋକଙ୍କୁ ଭେଟିଥିଲେ । ବହୁମୁଖୀ ଦଳର ସଭାପତି ପୁଷ୍ପମ ପ୍ରିୟ ଚୌଧୁରୀ ନିଜକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବରେ ଘୋଷଣା କରିଥିଲେ । ଏହା ଦେଖିବାକୁ ହେବ ଯେ ବିହାରର ଲୋକମାନେ ତାଙ୍କ ରାଜନୀତିକୁ କେତେ ପସନ୍ଦ କରିଛନ୍ତି ଏବଂ ସେ ବିଧାନସଭାରେ ପହଞ୍ଚିବାରେ ସକ୍ଷମ ହେବେ କି ନାହିଁ ।

ସପ୍ତମ ପର୍ଯ୍ୟାୟ ଭୋଟ ଗଣତି: ୧୦ ହଜାର ୭୩୬ ଭୋଟରେ ବିଜେଡି ଆଗୁଆ

ତିର୍ତ୍ତୋଲ,ବାଲେଶ୍ୱର : ତିର୍ତ୍ତୋଲରେ ସରିଲା ସପ୍ତମ ପର୍ଯ୍ୟାୟ ଭୋଟ ଗଣତି । ମୋଟି ୨୫ ରାଉଣ୍ଡରେ ଭୋଟ ଗଣତି ହେବାକୁ ଥିବା ବେଳେ ତିର୍ତ୍ତୋଲରେ ସପ୍ତମ ରାଉଣ୍ଡ ଭୋଟ ଗଣତି ସରିଛି । ସପ୍ତମ ରାଉଣ୍ଡ ଭୋଟ ଗଣତି ସରିଲା ବେଳକୁ ତିର୍ତ୍ତୋଲ ଆସନରେ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ୨୫୨୮୭, କଂଗ୍ରେସ ପ୍ରାର୍ଥୀ ହିମାଂଶୁ ମଲ୍ଲିକ ହଜାର ୯୯୯, ବିଜେପି ପ୍ରାର୍ଥୀ ରାଜକିଶୋର ବେହେରା ୧୪ ହଜାର ୫୫୧ ଭୋଟ ପାଇଛନ୍ତି ।

ଅପରପକ୍ଷରେ ବାଲେଶ୍ୱର ସଦର ଆସନରେ ମଧ୍ୟ ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସ ଆଗୁଆ ଅଛନ୍ତି । ବାଲେଶ୍ୱରରେ ସପ୍ତମ ପର୍ଯ୍ୟାୟ ଗଣତି ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସ ୨୫ ହଜାର୧୧୨, ବିଜେପି ପ୍ରାର୍ଥୀ ମାନସ ଦତ୍ତ ୨୨ ହଜାର ୬୯୩ ଓ କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁ ୨୦୧୧ ଭୋଟ ପାଇଛନ୍ତି । ଏବଂ ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକ ମାତ୍ର ୧୫୮ ଭୋଟ ପାଇଛନ୍ତି ।

କୋଭିଡ କଟକଣା ମଧ୍ୟରେ ଭୋଟ ଗଣତି ଚାଲିଛି । ବାଲେଶ୍ଵର ପାଇଁ ୩ ଅତିରିକ୍ତ ରିଟର୍ଣ୍ଣିଂ ଅଫିସର ଓ ତିର୍ତ୍ତୋଲ ପାଇଁ ୨ ଅତିରିକ୍ତ ରିଟର୍ଣ୍ଣିଂ ଅଫିସର ନିଯୁକ୍ତ ହୋଇଛନ୍ତି । ଫଳାଫଳ ଜାଣିବା ପାଇଁ ବଡ଼ ବଡ଼ TVର ବ୍ୟବସ୍ଥା କରାଯାଇଛି । ECI ୱେବସାଇଟରେ ପ୍ରତି ରାଉଣ୍ଡରେ ଫଳାଫଳ ଉପଲବ୍ଧ ରହିଛି । ସେପଟେ ତ୍ତିର୍ତ୍ତୋଲ ଭୋଟ ଗଣତି ପାଇଁ ବି ବ୍ୟାପକ ପ୍ରସ୍ତୁତି କରିଛି ପ୍ରଶାସନ । SVM କଲେଜରେ ଦୁଇଟି ହଲରେ ଚାଲିଛି ତିର୍ତ୍ତୋଲ ପାଇଁ ଗଣନା  । ହଲରେ ୭ଟି ଲେଖାଏଁ ଟେବୁଲ ପଡ଼ିଛି । ଏହା ସହ ପୋଷ୍ଟାଲ ବାଲଟ୍ ପେପର ଗଣତି ପାଇଁ  ଆଉ ଗୋଟିଏ ହଲରେ ଦୁଇଟି ଟେବୁଲର ବ୍ୟବସ୍ଥା ହୋଇଛି  । ଗଣତି ସମୟରେ  ମାଇକ୍ରୋ ଅବଜରଭର, କାଉଣ୍ଟିଂ ଆସିଣ୍ଟାଣ୍ଡ ଓ କାଉଣ୍ଟି ସୁପର ଭାଇଜର ମୁତୟନ ହୋଇଛନ୍ତି । ସୁରକ୍ଷା ଦୃଷ୍ଟିରୁ ୪ ପ୍ଲାଟୁନ୍ ପୋଲିସ ଫୋର୍ସ, ୩୭ ଜଣ ଅଫିସର,   ଜଣେ ଆଡିସନାଲ ଏସପି ଓ ତିନି ଜଣ ଡିଏସପି ମୁତୟନ ରହିବେ  । CRPFର ଗୋଟିଏ ପ୍ଲାଟୁନ୍ ମଧ୍ୟ ମୁତୟନ ।

ନାବାଳିକା ଗଣ ଦୁଷ୍କର୍ମ ମାମଲା: ଓଟିଭି ଏମଡିଙ୍କ ସହ କ୍ରାଇମବ୍ରାଞ୍ଚ ତଦନ୍ତକାରୀ ଅଫିସର ଓ ଭୁବନେଶ୍ୱର ଡିସିପିଙ୍କୁ ନୋଟିସ୍

ଭୁବନେଶ୍ୱର: ରାଜଧାନୀ ନାବାଳିକା ଗଣ ଦୁଷ୍କର୍ମ ମାମଲା । ୧୮ ତାରିଖରେ ହେବା ମାମଲାର ଶୁଣାଣି । ରାଜ୍ୟ ଶିଶୁ ଅଧିକାର ଆୟୋଗରେ ଏହି ମାମଲାର ଶୁଣାଣି ହେବା ନେଇ ସୂଚନା । ପିଡିତାଙ୍କ ମାଆଙ୍କ ଅଭିଯୋଗ ଆଧାରରେ ଶୁଣାଣି ହେବ । ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ପକ୍ଷରୁ ଏନେଇ ନୋଟିସ ଜାରି କରାଯାଇଛି ।

 

ସେହିପରି ୧୮ ତାରିଖରେ ହାଜର ହେବାକୁ ଓଟିଭି ଏମଡିଙ୍କୁ ନୋଟିସ ହୋଇଛି । ଏହାସହ କ୍ରାଇମବ୍ରାଞ୍ଚ ତଦନ୍ତକାରୀ ଅଫିସର , ଅଭିଯୋଗକାରିଣୀ ଓ ଭୁବନେଶ୍ୱର ଡିସିପିଙ୍କୁ ମଧ୍ୟ ନୋଟିସ ଜାରି କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ରାଜଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ।

ଚୁପଚାପ୍ ତୀରରେ ମୋହର ! ନୀତିଶଙ୍କୁ ବଂଚାଇଲେ ମହିଳା ଭୋଟର ?

0

ପାଟନା: ପ୍ରାରମ୍ଭିକ ଟ୍ରେଣ୍ଡ୍ କହୁଛି ବିହାରରେ ଏନଡିଏ କ୍ଷମତାକୁ ପୁଣି ଫେରିବ । ତେବେ ଏଗଜିଟ୍ ପୋଲ କେମିତି ଫେଲ୍ ମାରିଲା ? ତେଜସ୍ୱୀଙ୍କ ରାଲିରେ ଯେଉଁ ଭିଡ ଏକାଠି ହେଉଥିଲା ସେମାନେ କ’ଣ ହେଲିକପ୍ଟର ଦେଖିବାକୁ ଆସିଥିଲେ ? ଭୋଟ୍ ଦେବାକୁ ନୁହେଁ ? ବିହାର ରାଜନୀତିକୁ ବୁଝୁଥିବା ବିଶେଷଜ୍ଞଙ୍କ ଅନୁସାରେ ପ୍ରଚାରର ପ୍ରଥମ ପର୍ଯ୍ୟାୟରେ ତେଜସ୍ୱୀ ଆଗରେ ଥିଲେ । କିନ୍ତୁ ଶେଷ ବେଳକୁ ପଛରେ ପଡିଗଲେ । ଏଥିପାଇଁ ଦୁଇଟି କାରଣକୁ ବେଶି ଗୁରୁତ୍ୱ ଦିଆଯାଉଛି । ଗୋଟିଏ ହେଲା ଜଙ୍ଗଲ ରାଜର ଡର ଓ ଅନ୍ୟଟି ହେଉଛି ଏନଡିଏର ସାଇଲେଣ୍ଟ୍ ଭୋଟର ।

ଜଙ୍ଗଲ ରାଜର ଡର

ଏନଡିଏ ନେତା ଭୋଟରଙ୍କୁ ଜଙ୍ଗଲ ରାଜ କଥା ମନେ ପକାଇବାରେ ସଫଳ ହୋଇଥିବା କୁହାଯାଉଛି । ଏନଡିଏର ସବୁ ବଡ ନେତା ଏମିତିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଜଙ୍ଗଲରାଜ୍ କଥା ନିଜ ଭାଷଣରେ କହୁଥିଲେ । ୨୦୦୦ ମସିହା ପରେ ଜନ୍ମ ହୋଇଥିବା ଭୋଟରଙ୍କ ପାଇଁ ଆଇନଶୃଙ୍ଖଳା ପରିସ୍ଥିତି ପ୍ରସଙ୍ଗ ନଥିଲା କିନ୍ତୁ ୩୬ ବର୍ଷରୁ ଅଧିକ ଭୋଟରଙ୍କ ପାଇଁ ଏହା ବଡ ପ୍ରସଙ୍ଗ ଥିଲା । କାରଣ ସେମାନେ ୨୦୦୫ ପୂର୍ବ ବିହାରକୁ ଦେଖିଥିଲେ ।

bihar women voter

ଚୁପଚାପ ତୀରରେ ମୋହର

ସବୁଠୁ ବଡ ଫ୍ୟାକ୍ଟର ଭାବେ ଯାହାକୁ ଗଣାଯାଉଛି ତାହା ହେଲା ଏନଡିଏର ସାଇଲେଣ୍ଟ ଭୋଟର । ପ୍ରଚାର ଶେଷ ବେଳକୁ ବିହାରରେ ଚୁପଚାପ୍ ତୀରରେ ମୋହର ବୋଲି ପ୍ରଚାର ହେଉଥିଲା । ମଦ ବ୍ୟାନ୍ ପାଇଁ ନୀତିଶଙ୍କ ନିଷ୍ପତି ମଧ୍ୟ ତାଙ୍କ ପାଇଁ ସହାୟକ ହୋଇଥିବା କୁହାଯାଉଛି । ମହିଳା ମାନେ ବିନା ହୋହଲ୍ଲାରେ ତାଙ୍କୁ ଭୋଟ୍ ଦେଇଥିବା କୁହା ଯାଉଛି । ସେହିଭଳି ପଛୁଆ ବର୍ଗର ଅତି ପଛୁଆ ଭୋଟର (ଇବିସି) ମଧ୍ୟ ନିରବତାର ସହ ତୀରରେ ମୋହର ମାରିଥିବା ଅନୁମାନ କରାଯାଉଛି ।