spot_img
Home Blog Page 6452

ରାୟପୁର ବସ୍‌ ଦୁର୍ଘଟଣାରେ ମିଳିଲା ମୃତକଙ୍କ ପରିଚୟ

ଗଞ୍ଜାମ: ରାୟପୁର ବସ୍‌ ଦୁର୍ଘଟଣା ଘଟଣା । ବସ୍‌ ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ସେମାନଙ୍କ ମଧ୍ୟରୁ ୪ ଜଣଙ୍କର ପରିଚୟ ମିଳିପାରିଛି । ମୃତକ ମାନେ ହେଉଛନ୍ତି ବେଲଗୁଣ୍ଠ ବ୍ଲକ୍‌ ବାଘୁଆପଲ୍ଲୀ ଗାଁର ସୁଶାନ୍ତ ସ୍ୱାଇଁ, ଗାଙ୍ଗପୁର ଥାନା ବୋରୀ ଗାଁର ନାରାୟଣ ଗୁରୁ, ଆସିକା ଥାନା ଘଟପୁରୀ ଗାଁର ବିଶ୍ୱନାଥ ଗୌଡ଼, ଛତ୍ରପୁର ବ୍ଲକ୍‌ ସୁନ୍ଦରପୁର ଗାଁର ସମୀର ମହାକୁଡ଼ ବୋଲି ଜଣାପଡ଼ିଛି । ତେବେ ଅନ୍ୟ ୪ ଜଣଙ୍କର ପରିଚୟ ମିଳିପାରି ନାହିଁ । ଯଥାଶୀଘ୍ର ଅନ୍ୟ ୪ ଜଣଙ୍କର ପରିଚୟ ହସ୍ତଗତ ହେବ ବୋଲି ସୂଚନା ମିଳିଛି ।

ସେପଟେ ଏହି ବସ୍‌ ଦୁର୍ଘଟଣା ନେଇ ଗଞ୍ଜାମ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଲୋକ ମାନଙ୍କୁ ତାଙ୍କ ଘରକୁ ଆଣିବା ପାଇଁ ବ୍ୟବସ୍ଥ କରାଯାଉଛି । ଜନ୍ମମାଟିରେହିଁ ହେବ ମୃତ ଶ୍ରମିକ ମାନଙ୍କର ଅନ୍ତିମ ସଂସ୍କାର । ଏବେ ପ୍ରତି ମୁହୂର୍ତ୍ତରେ ଛତିଶଗଡ଼ ପୋଲିସ ସହ ଯୋଗାଯୋଗ ରହିଛି । ସେଠାରେ ଆହତଙ୍କୁ ଚିକିତ୍ସା ପାଇଁ କଡ଼ା ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି ଜିଲ୍ଲାପାଳ ।

Sushant Singh Rajput Case: ଧରା ପଡ଼ିଗଲେ ରିୟା ଚକ୍ରବର୍ତ୍ତୀ, ଖୋଲିଲା ଡ୍ରଗ୍ସ କାରବାର ରାଜ୍

ମୁମ୍ବାଇ: ସୁଶାନ୍ତ ସିଂ ରାଜପୂତ ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ରାଜ୍ ଖୋଲିବାରେ ଲାଗିଛି । ଅଡ଼ୁଆ ସୂତାରେ ଛନ୍ଦି ହେବାରେ ଲାଗିଛନ୍ତି ରିୟା । ଗତକାଲି ତାଙ୍କ ଭାଇ ସୌବିକ ଏବଂ ସୁଶାନ୍ତଙ୍କ ମ୍ୟାନେଜର ସାମୁଏଲ ମିରାଣ୍ଡାଙ୍କୁ ଗିରଫ କରିଛି ଏନସିବି । ଅନ ପକ୍ଷରେ ଆଜି ସୁଶାନ୍ତଙ୍କ ମୃତ୍ୟୁ ଦିନର ଦୃଶ୍ୟକୁ ରିକ୍ରିଏଟ କରିବାକୁ ମୁମ୍ବାଇର ବାନ୍ଦ୍ରା ସ୍ଥିତ ସୁଶାନ୍ତଙ୍କ ଘରେ ପହଞ୍ଚିଛି ସିବିଆଇ ।

ନିକଟରେ ଜାତୀୟ ଗଣମାଧ୍ୟମରେ ସାକ୍ଷାତକାରରେ ରିୟା ଡ୍ରଗ୍ସ କାରବାର ସହିତ ସମ୍ପୃକ୍ତ ନଥିବା ବୟାନ ଦେଇଥିବା ବେଳେ ଏବେ ସାମ୍ନାକୁ ଆସିଛି ଆଶ୍ଚର୍ଯ୍ୟ କରିବା ଭଳି ଖବର । ଏବେ ତାଙ୍କ ହ୍ୱାଟ୍ସାଆପ ଚ୍ୟାଟରୁ ଏହାର ରାଜ୍ ଖୋଲିଛି । Prevention of Money Laundering Act, 2002 ଦ୍ୱାରା ତଦନ୍ତରେ ରିୟାଙ୍କ ସମ୍ପୃକ୍ତି ଡ୍ରଗ୍ସ କିଣାବିକା କରିବା ଏବଂ ନିଜେ ଡ୍ରଗ୍ସ ନେବା ଖବର ସାମ୍ନାକୁ ଆସିଛି । ଜୀବନରେ କେବେ ମଧ୍ୟ ଡ୍ରଗ୍ସ ନେଇ ନଥିବା  ରିୟାଙ୍କ ବୟାନକୁ ମିଛ ପ୍ରମାଣିତ କରିଛି ଏହି ଚ୍ୟାଟ୍ ।

ନିଜ ଜାଲରେ ନିଜେ ଫସିଛନ୍ତି ରିୟା । ତାଙ୍କ ହ୍ୱାଟ୍ସାଆପ ଚ୍ୟାଟରେ ଡ୍ରଗ୍ସ କାରବାରକୁ ନେଇ ହୋଇଥିବା ଆଲୋଚନାର ପର୍ଦ୍ଦାଫାଶ ହୋଇଛି । ଏବେ ରିୟାଙ୍କ ସମସ୍ୟା ଅଧିକ ଜଟିଳ ହୋଇ ଯାଇଛି । ଆରମ୍ଭରୁ ସୁଶାନ୍ତଙ୍କ ମୃତ୍ୟୁରେ ସନ୍ଦେହ ଘେରରେ ଥିବା ରିୟାଙ୍କ ପ୍ରତି ସନ୍ଦେହ ଅଧିକ ଘନୀଭୂତ ହେବାରେ ଲାଗିଛି । ସୂଚନାଯୋଗ୍ୟ ସୁଶାନ୍ତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଖବର ସାମ୍ନାକୁ ଆସିବା ପରେ ତଦନ୍ତ ଅଧିକ ତୀବ୍ର ହେବାରେ ଲାଗିଛି ।

ମାସ୍କ ନଥିବାରୁ ଉଠା ଦୋକାନୀଙ୍କୁ ପୋଲିସର ଠେଲାପେଲା, ଦୋକାନୀ ଉପରେ ଢ଼ାଳିଗଲା ଗରମ ତେଲ

ସୋନପୁର: ସୁବର୍ଣ୍ଣପୁରରେ ଠେଲା ଦୋକାନୀ ସହ ପୋଲିସର ଦାଦାଗିରି । ମାସ୍କ ଚେକିଂ ନାଁରେ ଉଠା ଦେକାନୀଙ୍କୁ ଠେଲାପେଲା । ପୋଲିସର ଦାଦାଗିରି ସମୟରେ ଦୋକାନୀ ଉପରେ ଗରମ ତେଲ ପଡ଼ି ଦୋକାନୀ ଗୁରୁତର । ବୀରମହାରାଜପୁର ଥାନା ପୋଲିସ ବିରୋଧରେ ଆସିଛି ଏଭଳି ସାଙ୍ଘାତିକ ଅଭିଯୋଗ । ତେବେ ଗୁରୁତର ବ୍ୟକ୍ତିଙ୍କୁ ବୁର୍ଲା ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ସେପଟେ ଏନେଇ ପୋଲିସର ଜୁଲୁମ ପ୍ରତିବାଦରେ ରାସ୍ତାରୋକ କରିଛନ୍ତି ସ୍ଥାାନୀୟ ଲୋକେ । ରେଢାଖୋଲ ରାସ୍ତାକୁ ଆନ୍ଦୋଳନକାରୀମାନେ ଅବରୋଧ କରିଛନ୍ତି । ଫଳରେ ସୋନପୁରରୁ ରେଢାଖୋଲକୁ ଯାତାୟତ ବାଧାପ୍ରାପ୍ତ ହୋଇଛି ।

ସୂଚନା ଅନୁଯାୟୀ, ଗତକାଲି ଏଏସଆଇ ବିଜୟ ବାରିକ, ଏଏସଆଇ ଶ୍ରୀଯୁକ୍ତ ମାଝୀ ସହରରେ ପାଟ୍ରୋଲିଂ କରୁଥିବା ବେଳେ, ସାମ୍ବାଦିକ ଭବନ ଛକରେ ଟିଫିନ ଦୋକାନ କରିଥିବା ସୁଦାମ ବିଶ୍ୱାଳଙ୍କ ଦୋକାନରେ ପହଞ୍ଚିଥିଲେ । ମାସ୍କ ପିନ୍ଧିବା ନେଇ ସୁଦାମଙ୍କୁ ଗାଳିଗୁଲଜ କରିବା ସହ ଠେଲାପେଲା କରିଥିଲେ । ଫଳରେ ଦୋକାନୀ ଜଣକ ଗରମ ତେଲରେ ପଡିଯାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ବୁର୍ଲା ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ଘଟଣାକୁ ଅସ୍ୱୀକାର କରିଛନ୍ତି ଥାନା ଅଧିକାରୀ । କହିଛନ୍ତି ମାସ୍କ ଚେକିଂ ବେଳେ ସେ ଦୌଡ଼ି ପଳାଇବା ବେଳେ ତେଲକଡେଇରେ ପଡିଯାଇଛନ୍ତି ।

ସୋନପୁର ବୀରମହାରାଜପୁରରେ ପୋଲିସ ଅଧିକାରୀଙ୍କ ଦାଦାଗିରି, ମାସ୍କ ଚେକିଂ ବେଳେ ଉଠା ଦୋକାନୀଙ୍କୁ ଠେଲାପେଲା

ସୋନପୁର ବୀରମହାରାଜପୁରରେ ପୋଲିସ ଅଧିକାରୀଙ୍କ ଦାଦାଗିରି, ମାସ୍କ ଚେକିଂ ବେଳେ ଉଠା ଦୋକାନୀଙ୍କୁ ଠେଲାପେଲା

ରାୟପୁର ବସ୍ ଦୁର୍ଘଟଣା ନେଇ ମୁଖ୍ୟମନ୍ତ୍ରୀଙ୍କ ଶୋକ… ମୃତକଙ୍କ ପରିବାର ଲୋକଙ୍କ ପାଇଁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା

ରାୟପୁର ବସ୍ ଦୁର୍ଘଟଣା ନେଇ ମୁଖ୍ୟମନ୍ତ୍ରୀଙ୍କ ଶୋକ… ମୃତକଙ୍କ ପରିବାର ଲୋକଙ୍କ ପାଇଁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା

ଛତିଶଗଡ ବସ ଦୁର୍ଘଟଣାରେ ମୃତହାତଙ୍କ ସହାୟତା ପାଇଁ ଆଗକୁ ଆସିଲା ‘ଓଡ଼ିଶା ମୋ ପରିବାର‘

ଭୁବନେଶ୍ୱର: ଛତିଶଗଡର ରାୟପୁର ନିକଟସ୍ଥ ଛେରିଖେଡିରେ ହୋଇଥିବା ବସ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୮ରେ ପଂହଚିଛି । ମୃତକ ଶ୍ରମିକମାନେ ହେଉଛି ପ୍ରବାସୀ ଓଡ଼ିଆ । ସେମାନେ ଗଞ୍ଜାମରୁ ଗୁଜୁରାଟକୁ ଯାଉଥିଲେ କାମ କରିବା ପାଇଁ । ଦୁର୍ଘଟଣା ସ୍ଥଳରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଡାକ୍ତରଖାନାରେ ଚିକିତ୍ସା ସମୟରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି । ଗତକାଲି ରାତି ୮ ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା ।  ଏହି ସମସ୍ତ ଶ୍ରମିକ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠ ବ୍ଲକ ଆସ୍କା ଓ ଛତ୍ରପୁର ଅଞ୍ଚଳର ବୋଲି ଜଣାପଡ଼ିଛି । ତେବେ ବସ୍‌ ମଧ୍ୟରେ ୭୦ ଜଣ ଯାତ୍ରୀ ଥିବା ସୂଚନା ମିଳିଛି । ସେପଟେ ମୁଖ୍ୟମନ୍ତ୍ରୀ ସମସ୍ତ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି ।

ଅନ୍ୟପକ୍ଷରେ ବସ୍‌ ଦୁର୍ଘଟଣା ପରେ ସାହାଯ୍ୟ ପାଇଁ ଆଗେଇ ଆସିଛି ବିଜେଡିର ସମାଜସେବା ୱିଙ୍ଗ୍‌ ‘ଓଡ଼ିଶା ମୋ ପରିବାର’ । ‘ଓଡ଼ିଶା ମୋ ପରିବାର’ର ଆବାହକ ଅରୂପ ପଟ୍ଟନାୟକ କହିଛନ୍ତି, ଆହତଙ୍କ ଚିକିତ୍ସା ବ୍ୟବସ୍ଥା କରାଯାଇଛି । ମୃତଦେହ ଗୁଡ଼ିକୁ ଗଞ୍ଜାମ ଫେରାଇ ଅଣାଯିବା ବ୍ୟବସ୍ଥା କରାଯାଉଛି । ପୂର୍ବରୁ କୋଭିଡ୍‌ ସମୟରେ ପ୍ରବାସୀ ଓଡ଼ିଆମାନେ ଓଡ଼ିଶା ଫେରିବା ବେଳେ ଦୁର୍ଘଟଣା ଘଟିଥିଲା। ଏବେ ଗୁଜରାଟ ଯିବା ବେଳେ ପୁଣି ଦୁର୍ଘଟଣା ଘଟିଛି । ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇନାହିଁ। ଡ୍ରାଇଭର ଫେରାର ଅଛି। ଉଦ୍ଧାର କାର୍ଯ୍ୟ ତ୍ଵରାନ୍ୱିତ ହୋଇଛି। ‘ଓଡ଼ିଶା ମୋ ପରିବାର’ ପକ୍ଷରୁ ସବୁ ତ୍ଵରାନ୍ୱିତ ହୋଇଛି। ଆଗକୁ ଯେଭଳି ଏମିତି ଦୁର୍ଘଟଣା ନହୁଏ, ସେନେଇ ସଚେତନତା ଉପରେ ପ୍ରାଥମିକତା ଦିଆଯିବ ବୋଲି ଅରୂପ ପଟ୍ଟନାୟକ କହିଛନ୍ତି ।

Sushant Singh Rajput Case: ସୁଶାନ୍ତଙ୍କ ଭଉଣୀ ଏବଂ ଷ୍ଟାଫଙ୍କ ସାମ୍ନାରେ କ୍ରାଇମ ଦୃଶ୍ୟ ରିକ୍ରିଏଟ କରିବାକୁ ପହଞ୍ଚିଲା CBI

ମୁମ୍ବାଇ: ବଲିଉଡ ଆକ୍ଟର ସୁଶାନ୍ତ ସିଂ ରାଜପୂତଙ୍କ ମୃତ୍ୟୁ ମାମଲାରେ ଏବେ ମଧ୍ୟ କେତେକ ରାଜ୍ ଖୋଲିବା ବାକି ରହିଛି । ଏହି ମାମଲାରେ ଡ୍ରଗ୍ସ କାରବାରକୁ ନେଇ ରିୟାଙ୍କ ଭାଇ ସୌବିକ ଚକ୍ରବର୍ତ୍ତୀଙ୍କୁ ଗିରଫ କରିଛି ଏନସିବି । ଅନ୍ୟ ପକ୍ଷରେ ଉକ୍ତ ମାମଲାକୁ ତଦନ୍ତ କରୁଥିବା ସିବିଆଇ ଶନିବାରକୁ ମୁମ୍ବାଇ ବାନ୍ଦ୍ରା ସ୍ଥିତ ସୁଶାନ୍ତଙ୍କ ଘରେ ପହଞ୍ଚିଛି । ସିବିଆଇ ଅଧିକାରୀଙ୍କ ସମେତ ସୁଶାନ୍ତଙ୍କ ଭଉଣୀ ନୀତୁ ସିଂ ମଧ୍ୟ ଉପସ୍ଥିତ ଅଛନ୍ତି । ଏହା ସହିତ ଦିଲ୍ଲୀ ସ୍ଥିତ ଏମ୍ସ ଡାକ୍ତର ମଧ୍ୟ ଉପସ୍ଥିତ ଅଛନ୍ତି । ଏହା ସହିତ ସିଦ୍ଧାର୍ଥ ପିଠାନୀ ଏବଂ ନୀରଜ ମଧ୍ୟ ସେଠାରେ ଉପସ୍ଥିତ ଅଛନ୍ତି । ବାସ୍ତବରେ ସୁଶାନ୍ତଙ୍କ ମୃତ୍ୟୁ ଦିନ କ’ଣ ଘଟିଥିଲା ଏବଂ କିଭଳି ସୁଶାନ୍ତଙ୍କ ମୃତ୍ୟୁ ଘଟିଛି ତାହାର ପର୍ଦ୍ଦାଫାଶ କରିବା ପାଇଁ ସିବିଆଇ ସେହି ସମୟର ଦୃଶ୍ୟକୁ ରିକ୍ରିଏଟ କରିବ ।

ସୂଚନାଯୋଗ୍ୟ ଏହା ପୂର୍ବରୁ ମଧ୍ୟ ସିବିଆଇ ଦୁଇ ଥର ମୃତ୍ୟୁ ଦୃଶ୍ୟକୁ ରିକ୍ରିଏଟ କରି ସାରିଛି । ସେହି ସମୟରେ ସିବିଆଇର ଫରେନସିକ ଏକ୍ସପର୍ଟ ଉପସ୍ଥିତ ଥିଲେ । ଏହିଥର କିନ୍ତୁ ଏମ୍ସ ଡାକ୍ତର ଉପସ୍ଥିତ ଅଛନ୍ତି । ଏଥରର ଦୃଶ୍ୟକୁ ଭିନ୍ନ ଉପାୟରେ ରିକ୍ରିଏଟ କରାଯିବ ।

ସୁଶାନ୍ତଙ୍କ ମୃତ୍ୟୁ ଦିନ ଘରେ ସିଦ୍ଧାର୍ଥ,କେଶବ ଏବଂ ନୀରଜ ଉପସ୍ଥିତ ଥିଲେ । ଏହା ସହିତ ସୁଶାନ୍ତଙ୍କ ମୃତ୍ୟୁ ଖବର ମିଳିବା ପରେ ତାଙ୍କ ଭଉଣୀ ନୀତୁ ସିଂ ତୁରନ୍ତ ପହଞ୍ଚିଥିଲେ । ଯେଉଁ କାରଣରୁ ସେ ମଧ୍ୟ ଏହି ତଦନ୍ତ ସମୟରେ ଉପସ୍ଥିତ ଅଛନ୍ତି । ତେବେ ଉକ୍ତ ଦୃଶ୍ୟ ରିକ୍ରିଏଟ ପରେ ତଦନ୍ତରେ କେଉଁ ନୂଆ ମୋଡ଼ ଆସୁଛି ତାହା ଜାଣିବା ବାକି ରହିଲା ।

ରାଜ୍ୟରେ ୨୪ ଘଣ୍ଟାରେ ୩୫୪୩ ନୂଆ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ପୁଣି ୩୫୪୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିନକୁ ଦିନ ହୁହୁ ହୋଇ ବଢ଼ୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ୨୧୬୧ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୩୮୨ ଚିହ୍ନଟ ହୋଇଛନ୍ତି । ଶନିବାର ୩୦ ଜିଲ୍ଲାରୁ ୩୫୪୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଗତ ୨୪ଘଣ୍ଟାରେ ୫୦ ହଜାର ୬୬୩ ଟେଷ୍ଟିଂ ହୋଇଛି । କେନ୍ଦୁଝରରେ ସର୍ବାଧିକ ୪ ହଜାର ୧୩୧ ନମୁନା ପରୀକ୍ଷା କରାଯାଇଛି ।

ଗତ ୨୪ ଘଣ୍ଟାରେ ନୂଆ ସଂକ୍ରମିତଙ୍କୁ ମିଶାଇ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧,୨୦, ୨୨୧କୁ ବୃଦ୍ଧି ହୋଇଛି । ଆଜି ତଥା ଶନିବାର ଖୋର୍ଦ୍ଧାରୁ ସର୍ବାଧିକ  ୮୭୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏହା ବ୍ୟତୀତ ଅନଗୁଳରୁ ୬୮, ବାଲେଶ୍ୱରରୁ ୧୫୩, ବରଗଡ଼ ୨୭୪, ଭଦ୍ରକ ୫୦, ବଲାଙ୍ଗିରରୁ ୩୭, ବୌଦ୍ଧ ୬୭, କଟକ ୨୯୫, ଦେବଗଡ଼ରୁ ୪, ଢେଙ୍କାନାଳରୁ ୬୯, ଗଜପତିରୁ ୨୯, ଗ଼୍ଜାମରୁ ୧୦୨, ଜଗତସିଂହପୁରରୁ ୮୫, ଯାଜପୁରରୁ ୨୦୬, ଝାରସୁଗୁଡ଼ାରୁ ୮୭, କଳାହାଣ୍ଡିରୁ ୩୭, କନ୍ଧମାଳରୁ ୩୮, କେନ୍ଦ୍ରାପଡ଼ାରୁ ୪୮, କେନ୍ଦୁଝରରୁ ୪୪, ଖୋର୍ଦ୍ଧାରୁ ୮୭୮, କୋରାପୁଟରୁ ୯୦, ମାଲକାନଗିରିରୁ ୨୫, ମୟୁରଭଞ୍ଜରୁ ୩୨୬, ନବରଙ୍ଗପୁରରୁ ୩୩, ନୟାଗଡ଼ରୁ ୩୪, ନୂଆପଡ଼ାରୁ ୯୮, ପୁରୀରୁ ୬୧, ରାୟଗଡ଼ାରୁ ୬୭, ସମ୍ୱଲପୁରରୁ ୮୩, ସୋନପୁରରୁ ୯୯ ଓ ସନ୍ଦରଗଡ଼ରୁ ୫୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହ ରାଜ୍ୟରେ ୨୯୮୦ ଜଣ ଆରୋଗ୍ୟ ଲାଭ କରିଛନ୍ତି । ୯୦୩୩୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏଥିସହ ରାଜ୍ୟରେ  ୨୯୨୯୯  ସକ୍ରିୟ ମାମଲା ରହିଛି ।

ଦେଶରେ ୪୦ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା… ୨୪ ଘଣ୍ଟାରେ ଆଉ ୮୬ ହଜାର ୪୩୨ ନୂଆ ମାମଲା

ନୂଆଦିଲ୍ଲୀ: ଦେଶରେ ବେକାବୁ କରୋନା ସଂକ୍ରମଣ । ଦେଶରେ ୨୪ଘଣ୍ଟାରେ ୮୬ହଜାର ୪୩୨ଜଣ ସଂକ୍ରମିତ ହୋଇଥିବା ବେଳେ ହଜାରେ ୮୯ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୦ଲକ୍ଷ ୨୩ ୧୭୯କୁ ବୃଦ୍ଧି ହୋଇଥିବା ବେଳେ ଆକ୍ଟିଭ୍ କେସ୍ ରହିଛି ୮ଲକ୍ଷ ୪୬ହଜାର ୩୯୫ । କରୋନାରୁ ସୁସ୍ଥ ହୋଇଛନ୍ତି ୩୧ଲକ୍ଷ ୭ହଜାର ୨୨୩ଜଣ । କରୋନା ଏୟାଏଁ ୬୯ହଜାର ୫୬୧ଜଣଙ୍କ ମୃତ୍ୟୁ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଲିଛି । ମହାରାଷ୍ଟ୍ରରେ ସର୍ବାଧିକ ୮ଲକ୍ଷ ୬୩ହଜାର ୬୨ଜଣ ସଂକ୍ରମିତ ହୋଇଥିବା ବେଳେ ୨୫ହଜାର ୯୬୪ଜମଙ୍କ ମୃତ୍ୟୁ ହୋଇଛି ।

ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁରେ ୪ଲକ୍ଷରୁ ଅଧିକ ଲେଖାଏଁ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ଯାଥାକ୍ରମେ ୪ହଜାର ୨୭୬ ଓ ୭ହଜାର ୬୮୭ ହୋଇଛି । କର୍ଣ୍ଣାଟନକେ ୩ଲକ୍ଷ ଟପିଛି କରୋନା ସଂକ୍ରମିତଙ୍କ ସଂଖ୍ୟା ମୃତ୍ୟୁସଂଖ୍ୟା ୬ହଜାର ୧୭୦ରେ ପହଞ୍ଚିଛି । ୟୁପିରେ ସଂକ୍ରମିତଙ୍କ ସଂଖ୍ୟା ୨ଲକ୍ଷ ଟପିଥିବା ବେଳେ ମୃତ୍ୟୁସଂଖ୍ୟା ୩ହଜାର ୭୬୨ରେ ପହଞ୍ଚିଛି । ଦିଲ୍ଲୀ, ପଶ୍ଚିମବଙ୍ଗ, ବିହାର , ତେଲେଙ୍ଗାନା, ଆସାମ, ଓଡିଶା ଓ ଗୁଜରାଟରେ ଲକ୍ଷେରୁ ଉର୍ଦ୍ଧ ଲେଖାଏଁ କରୋନା ସଂକ୍ରମିତ ଚିହ୍ନଟ ହେଲେଣି ।

ତେବେ ଆଶ୍ୱସ୍ତିର ବିଷୟ ଏହା ଯେ, ମୃତ୍ୟୁହାର ଏବଂ ସକ୍ରିୟ ମାମଲାରେ କ୍ରମାଗତ ହ୍ରାସ ଦେଖିବାକୁ ମିଳୁଛି । ମୃତ୍ୟୁ ହାର ୧.୭୩ ପ୍ରତିଶତକୁ କମିଛି। ଏହା ବ୍ୟତୀତ ଚିକିତ୍ସିତ ହେଉଥିବା ସକ୍ରିୟ ମାମଲା ହାର ମଧ୍ୟ ୨୧ ପ୍ରତିଶତ କମିଛି। ଏହା ସହିତ ସୁସ୍ଥତା ହାର ୭୭ ପ୍ରତିଶତ ରେକର୍ଡ କରାଯାଇଛି । ଭାରତରେ ରିକଭରି ରେଟ୍ ତଥା ସୁସ୍ଥତା ହେର କ୍ରମାଗତ ଭାବେ ବୃଦ୍ଧି ପାଉଛି ।

ଛତିଶଗଡ଼ ରାୟପୁରରେ ପ୍ରବାସୀ ବସ୍‌ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ସହାୟତା

ଭୁବନେଶ୍ୱର: ରାୟପୁର ବସ୍ ଦୁର୍ଘଟଣା ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୮ ମୃତକ ପରିବାରଙ୍କୁ ୨ ଲକ୍ଷ ଲେଖାଏଁ ଅନୁକମ୍ପା ମୂଳକ ରାଶି ପ୍ରଦାନ ପାଇଁ ଘୋଷଣା କରିଛନ୍ତି । ସେପଟେ ଆହତ ମାନଙ୍କୁ ମଧ୍ୟ ମାଗଣା ଚିକିତ୍ସା ଯୋଗାଇବାକୁ ମିଳିଛି ପ୍ରତିଶ୍ରୁତି । ଏହା ସହ ମନ୍ତ୍ରୀ ସୁଶାନ୍ତ ସିଂହଙ୍କୁ ଘଟଣାସ୍ଥଳକୁ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଦୁର୍ଘଟଣା ଗ୍ରସ୍ତ ଶ୍ରମିକ ମାନଙ୍କର ସମସ୍ତ ପ୍ରକାରର ସୁବିଧା ପାଇଁ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସହ ଯୋଗାଯୋଗରେ ଅଛନ୍ତି ନବୀନ ପଟ୍ଟନାୟକ ।

ସୂଚନା ଅନୁଯାୟୀ, ଆଜି ଛେରିଖେଡିରେ ବସ୍ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛି । ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ୭ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ଓଡିଶା ଗଞ୍ଜାମରୁ ଶ୍ରମିକଙ୍କୁ ନେଇ ଗୁଜରାଟ ଯାଉଥିବା ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ ମୃତକଙ୍କ ପରିଚୟ ମିଲିନଥିବା ବେଳେ ସେମାନେ ସମସ୍ତେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠ ବ୍ଲକ କାଙ୍ଗପୁର ଥାନା ଅଞ୍ଚଳର ଲୋକ ବୋଲି ଜଣାପଡ଼ିଛି ।

ମନ୍ତ୍ରୀ ସୁଶାନ୍ତ ସିଂହଙ୍କୁ ଘଟଣାସ୍ଥଳକୁ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ପୋଲିସ ଡିଜି ଅଭୟଙ୍କୁ ଛତିଶଗଡ଼ ଡିଜିଙ୍କ ସହ ଯୋଗାଯୋଗରେ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ପରିବାହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି, ଦୁର୍ଘଟଣାର କାରଣ ଓ ଆହତଙ୍କ ଚିକିତ୍ସା ସମ୍ପର୍କିତ ରିପୋର୍ଟ ମଗାଯାଇଛି । ବରଗଡ଼ ଆର୍‌ଟିଓଙ୍କୁ ଘଟଣାସ୍ଥଳକୁ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ପୋଲିସ ଡିଜି ଅଭୟ ଛତିଶଗଡ଼ ଡିଜିଙ୍କ ସହ କଥା ହୋଇଛନ୍ତି । ଏହାସହ ପଦ୍ମପୁର ଏସ୍‌ଡିପିଓଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍ ଘଟଣାସ୍ଥଳକୁ ଯାଇଥିବା ଡିଜି ସୂଚନା ଦେଇଛନ୍ତି ।