spot_img
Home Blog Page 6459

ସେପ୍ଟେମ୍ବର ୫ ଅପରାହ୍ନ ୪ଟାରେ ପ୍ରକାଶ ପାଇବ ଯୁକ୍ତ ୨ କଳା ପରୀକ୍ଷା ଫଳ

ଭୁବନେଶ୍ୱର: ସେପ୍ଟେମ୍ବର ୫ରେ ପ୍ରକାଶ ପାଇବ ଯୁକ୍ତ ୨ କଳା ପରୀକ୍ଷା ଫଳ । ଅପରାହ୍ନ ୪ଟାରେ ପ୍ରକାଶ ପାଇବ ରେଜଲ୍ଟ । ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏନେଇ ସୂଚନା ଦେଇଛନ୍ତି । ସେହି ଦିନ ଧନ୍ଦାମୂଳକ ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇବ । ପୂର୍ବରୁ ସାଇନ୍ସ ଏବଂ କମର୍ସ ରେଜଲ୍ଟ ପ୍ରକାଶ ପାଇଛି । କରୋନା ପାଇଁ ରେଜଲ୍ଟ ବାହାରିବା ପାଇଁ ବିଳମ୍ବ ହୋଇଛି । ଯେଉଁଥିପାଇଁ ଛାତ୍ରଛାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ତେବ ପୂର୍ବ ସୂଚନା ମୁତାବକ ସେପ୍ଟେମ୍ବର ମାସର ପ୍ରଥମ ସପ୍ତାହରେ ରେଜଲ୍ଟ ବାହାର କରୁଛୁ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

SMS ଦ୍ୱାରା କେମିତି ରେଜଲ୍ଟ ଜାଣିବେ ?

ଟାଇପ କରନ୍ତୁ RESULT<space>OR12<space>ରୋଲ ନମ୍ବର’ ଓ ଏହାକୁ ୫୬୨୬୩କୁ ପଠାଇ ଦିଅନ୍ତୁ

ୱେବସାଇଟରୁ କେମିତି ଫଳାଫଳ ଜାଣିବେ ?

୧. ଅଫିସିଆଲ ୱେବସାଇଟ୍ orissaresults.nic.in କୁ ଯାଆନ୍ତୁ

: ରେଜଲ୍ଟ ପାଇଁ ଥିବା ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ

 : ଲଗଇନ୍ ପେଜରେ ରୋଲ୍ ନମ୍ବର ଓ ଅନ୍ୟ ବିବରଣୀ ଦିଅନ୍ତୁ

: ସବମିଟ୍ ବଟନ କ୍ଲିକ୍ କରନ୍ତୁ ଓ ରିଜଲ୍ଟର ପ୍ରିଣ୍ଟଆଉଟ୍ ନିଅନ୍ତୁ

 

ଭିଜିଲାନ୍ସ ଜାଲରେ ଫ୍ୟାକ୍ଟ୍ରିଓ ବଏଲର୍ସ ଡେପୁଟି ଡାଇରେକ୍ଟର… ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ଚଢ଼ାଉ

ଭିଜିଲାନ୍ସ ଜାଲରେ ଫ୍ୟାକ୍ଟ୍ରିଓ ବଏଲର୍ସ ଡେପୁଟି ଡାଇରେକ୍ଟର… ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ଚଢ଼ାଉ

ଦୁର୍ଦ୍ଦାନ୍ତ ଅପରାଧୀ ହାଡିଆ ହତ୍ୟା ମାମଲା… ଘଟଣାସ୍ଥଳରେ ଫରେନ୍‌ସିକ୍ ଟିମ୍‌ର ଖୋଳତାଡ

ଦୁର୍ଦ୍ଦାନ୍ତ ଅପରାଧୀ ହାଡିଆ ହତ୍ୟା ମାମଲା… ଘଟଣାସ୍ଥଳରେ ଫରେନ୍‌ସିକ୍ ଟିମ୍‌ର ଖୋଳତାଡ

ରାଜ୍ୟରେ ୨୪ ଘଣ୍ଟାରେ ୩୬୩୧ ଆକ୍ରାନ୍ତ ଚିହ୍ନଟ, ୮ ମୃତ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ଘଣ୍ଟାରେ ୫୯ହଜାର ୪୯୨ ଟେଷ୍ଟିଂ ହୋଇଛି । RTPCR, ଆଣ୍ଟିଜେନ୍ ଓ ଟ୍ରୁନାଟ ମାଧ୍ୟମରେ ଟେଷ୍ଟିଂ କରାଯାଇଛି । TPCRରେ ୭ହଜାର ୧୭୨, ଆଣ୍ଟିଜେନ୍ରେ ୫ହଜାର ୨୧ଶହ ୯୫, ଟ୍ରୁନାଟ ମାଧ୍ୟମରେ ୧୨୫ ନମୁନା ପରୀକ୍ଷା ହୋଇଛି । କେନ୍ଦୁଝରରେ ସର୍ବାଧିକ ୧୨ହଜାର ୯୨୮ ନମୁନା ପରୀକ୍ଷା ହୋଇଥିବା ବେଳେ ଗଞ୍ଜାମରେ ୧୧ହଜାର ୩୫୯ଟେଷ୍ଟିଂ ହୋଇଛି ।

ଗତ ୨୪ ଘଣ୍ଟାରେ ୩୦ ଜିଲ୍ଲାରୁ ୩ ହଜାର ୬୩୧ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।  କ୍ୱାରେଣ୍ଟାଇନରୁ ୨୨୧୪ ଚିହ୍ନଟ ହୋଇଥିବାବେଳେ ଲୋକାଲ୍ କେସ୍ ୧୪୧୭ ରହିଛି । ଖୋର୍ଦ୍ଧାରୁ ସର୍ବାଧିକ ୭୨୨, କଟକରୁ ୩୭୦ ପଜିଟିଭ୍ ଚିହ୍ନଟ  ହୋଇଛନ୍ତି । ମୟୂରଭଞ୍ଜରୁ ୩୬୫, ବରଗଡ଼ରୁ ୨୩୮, ଭଦ୍ରକୁ ୧୮୬, ପୁରୀରୁ ୧୫୭, ଯାଜପୁରରୁ ୧୨୭, ବାଲେଶ୍ୱରରୁ ୧୧୪, ରାୟଗଡ଼ାରୁ ୧୧୧, ଗଞ୍ଜାମରୁ ୧୦୭, ନୟାଗଡ଼ରୁ ୧୦୦, ସୁନ୍ଦରଗଡ଼ରୁ ୯୫, କୋରାପୁଟରୁ ୯୩, କେନ୍ଦ୍ରାପଡାରୁ ୮୫, ଝାରସୁଗୁଡା ଓ କେନ୍ଦୁଝରରୁ ୮୦ ଜଣ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଏହା ବ୍ୟତୀତ ଜଗତସିଂହପୁରରୁ ୭୯, ସମ୍ବଲପୁରରୁ ୬୮, ଢେଙ୍କାନାଳରୁ ୫୬, ମାଲକାନିଗିରିରୁ ୫୫, ସୋନପୁରରୁ ୫୦, ନୂଆପଡାରୁ ୪୯, ନବରଙ୍ଗପୁରରୁ ୪୬, କନ୍ଧମାଳରୁ ୪୪, ଅନୁଗୁଳରୁ ୪୧, ବଲାଙ୍ଗୀରରୁ ୩୯, ବୌଦ୍ଧ ଓ କଳାହାଣ୍ଡିରୁ ୨୭ ଜଣ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଦେବଗଡ଼ରୁ ୧୧, ଗଜପତିରୁ ୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଆଜି କରୋନାରେ ଆଉ ୮ଜଣଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମରୁ ୩, କଟକରୁ ୨, କନ୍ଧମାଳ, ଭୁବନେଶ୍ୱର ଓ ବାଲେଶ୍ୱରରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୫୨୨କୁ ବୃଦ୍ଧି ହୋଇଛି । ରାଜ୍ୟରେ ମୋଟ୍ କରୋନା ପଜିଟିଭ୍ ସଂଖ୍ୟା ଲକ୍ଷେ ୧୩ହଜାର ୪୧୧କୁ ବୃଦ୍ଧି  ପାଇଛି ।

ଦେଶରେ ଦିନକରେ ସର୍ବାଧିକ ୮୩ ହଜାରରୁ ଅଧିକ ସଂକ୍ରମିତ, ହଜାରେ ୪୩ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ବେକାବୁ ହେବାରେ ଲାଗିଛି କରୋନା । ୨୪ଘଣ୍ଟାର ଦେଶରେ ସର୍ବକାଳୀନ ରେକର୍ଡ ସଂଖ୍ୟକ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ୮୩ହଜାର ୮୮୩ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ହଜାରେ ୪୩ଜଣ ପ୍ରାଣ ହରାଇଛନ୍ତି । ଦେଶରେ ମୋଟ୍ ପଜିଟିଭ୍ ସଂଖ୍ୟା ୩୮ଲକ୍ଷ ୫୩ହଜାର ୪୦୭କୁ ବୃଦ୍ଧି ପାଇଥିବା ବେଳେ ଆକ୍ଟିଭ୍ କେସ୍ ରହିଛି ୮ଲକ୍ଷ ୧୫ହଜାର ୫୩୮ । ସୁସ୍ଥ ହେଲେଣି ୨୯ଲକ୍ଷ ୭୦ହଜାର ୪୯୩ଜଣ । ଦେଶରେ କରୋନାରେ ମୃତ୍ୟୁସଂଖ୍ୟା ୬୭ହଜାର ୩୭୬କୁ ବୃଦ୍ଧି ପାଇଛି  । ମହାରାଷ୍ଟ୍ରରୁ ୮ଲକ୍ଷ ୨୫ହଜାର ୭୩୯ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୨୫ହଜାର ୧୯୫ଜଣ ପ୍ରାଣ ହରାଇଛନ୍ତି  ।

ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁରୁ ୪ଲକ୍ଷରୁ ଅଧିକ ଲେଖାଏଁ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ଯଥାକ୍ରମେ ୪ହଜାର ୧୨୫ ଓ ୭ହଜାର ୫୧୬ । କର୍ଣ୍ଣାଟକରୁ ୩ ଲକ୍ଷ ୬୧ହଜାର ୩୪୧ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ୫ ହଜାର ୯୫୦ରେ ପହଞ୍ଚିଛି ।  ଉତ୍ତରପ୍ରଦେଶରେ ସଂକ୍ରମିତଙ୍କ ସଂଖ୍ୟା ୨ଲକ୍ଷ  ଟପିଥିବା ବେଳେ ମୃତ୍ୟୁସଂଖ୍ୟା ୩ହଜାର ୬୧୬ରେ ପହଞ୍ଚିଛି । ଦିଲ୍ଲୀ, ପଶ୍ଚିମବଙ୍ଗ, ବିହାର, ତେଲେଙ୍ଗାନା ଏବଂ  ଆସାମରେ ଲକ୍ଷେ ଲେଖାଏଁ ଟପିଲାଣି ସଂକ୍ରମିତଙ୍କ ସଂଖ୍ୟା ।

ଗୁଜରାଟରେ କେରାନା ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ପାଖାପାଖି ହେଲାଣି । କରୋନା ଭାଇରସ ପାଇଁ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଭିନ୍ନ ପ୍ରଭାବଶାଳୀ ରଣନୀତି ଆପଣାଇ, ଅନେକ ପଦକ୍ଷେପ ଗ୍ରହଣ କରିବାକୁ ଅଧିକାରୀମାନଙ୍କୁ କୁହାଯାଇଛି। କରୋନା ସଂକ୍ରମଣ ରୋକିବା ପାଇଁ ସରକାର ଏକ ସର୍କୁଲାର ଜାରି କରିଛନ୍ତି ଏବଂ ବିସ୍ତୃତ ନିର୍ଦ୍ଦେଶନାମା ମଧ୍ୟ ଜାରି କରିଛନ୍ତି।

ଚାଇନାର ୱୁହାନରେ ସ୍କୁଲ ଖୋଲି ସାରିଛି । ପ୍ରଥମ ଦିନରେ ସ୍କୁଲରେ ପିଲାମାନଙ୍କର ଖୁବ ଭଲ ଭାବେ ସ୍ୱାଗତ କରାଯାଇଥିଲା । ଛାତ୍ରମାନେ ସାମାଜିକ ଦୂରତା ପାଳନ କରୁଥିବା ଦେଖାଯାଇଥିଲା । ହଂକଂରେ ବ୍ୟାପକ ପରିମାଣରେ ନାଗରିକଙ୍କ ମାଗଣା କରୋନା ପରୀକ୍ଷାକୁ ନେଇ ଚୀନ୍ ସରକାରଙ୍କ ଉଦ୍ଦେଶ୍ୟ ଉପରେ ବର୍ତ୍ତମାନ ପ୍ରଶ୍ନ ଉଠିଛି।

ଗୋଡ଼ାଇ ଗୋଡ଼ାଇ ଦୁର୍ଦ୍ଦାନ୍ତ ଅପରାଧୀ ହାଡ଼ିଆକୁ ହାଣିଦେଲେ,ଅପରାଧୀଙ୍କୁ ଖୋଜୁଛି ପୋଲିସ

କଟକ: ଦୁର୍ଦ୍ଦାନ୍ତ ଅପରାଧୀ ହାଡିଆ ହତ୍ୟାକାଣ୍ଡ ଘଟଣାରେ ଜୋର ଧରିଛି ତଦନ୍ତ ପ୍ରକ୍ରିୟା । ଘଟଣାସ୍ଥଳରେ ଫରେନ୍ସିକ୍ ଟିମ୍ ପହଞ୍ଚି ଖୋଲତାଡ ଆରମ୍ଭ କରିଛି । ଗତକାଲି ରାତିରେ ଦୁର୍ବୁତ୍ତଙ୍କ ଆକ୍ରମଣରେ ଦୁର୍ଦ୍ଦାନ୍ତ ଅପରାଧୀ ହାଡିଆ ଓରଫ ପ୍ରକାଶ ବେହେରାର ମୃତ୍ୟୁ ହୋଇଥିଲା । ହାଡିଆର ଜଣେ ସହଯୋଗୀ ମଧ୍ୟ ଗୁରୁତର ହୋଇଛନ୍ତି । କୃଷକ ବଜାର ନିକଟରେ ହାଡିଆ ଉପରେ ସଙ୍ଗବଦ୍ଧ ଭାବେ ଆକ୍ରମଣ ହୋଇଥିଲା ।

ଗୁରୁତର ଅବସ୍ଥାରେ ହାଡିଆକୁ SCBରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ହାଡ଼ିଆ ନାମରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି । କିଛି ଦିନ ତଳେ ଏକ ବୋମାମାଡ଼ ଘଟଣାରେ ଜେଲ ଯାଇଥିଲା ହାଡିଆ । ସେହିପରି ଚୌଦ୍ୱାର ଜେଲ ଯାଇ ଫେରିଥିଲା ହାଡ଼ିଆ । ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି ।

ଭିଜିଲାନ୍ସ ଜାଲରେ ଫ୍ୟାକ୍ଟ୍ରିଓ ବଏଲର୍ସ ଡେପୁଟି ଡାଇରେକ୍ଟର, ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ଚଢ଼ାଉ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଫ୍ୟାକ୍ଟ୍ରିଓ ବଏଲର୍ସ ଡେପୁଟି ଡାଇରେକ୍ଟର ରମେଶ ଚନ୍ଦ୍ର ବେହେରା । ଆୟବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଭିଜିଲାନ୍‌ସ ରେଡ୍ କରିଛି । ଭୁବନେଶ୍ୱର, କଟକ, କୋରେଇ ଓ ପୁଡୁଚେରୀ ସମେତ ୬ଟି ଜାଗାରେ ଚଢାଉ କରୁଛି ଭିଜିଲାନ୍ସର ୬ଟି ଟିମ୍‌ । ଭୁବନେଶ୍ୱର ଘାଟିକିଆ, କଟକରେ ଥିବେ ଶଶୁର ଘର, କୋରେଇରେ ପୈତୃକ ବାସଭବନ, କଟକ ସିଡିଏରେ ଥିବା ଫ୍ଲାଟ, କଟକ ଓ ଭୁବନେଶ୍ୱର ଅଫିସ କାର୍ଯ୍ୟାଳୟ ଓ ପୁଡୁଚେରୀରେ ଥିବା ଘରେ ରେଡ୍ ଚାଲିଛି । ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ ପକ୍ଷରୁ ଆଜି ଭୋର ୬ଟାରୁ ରେଡ ଆରମ୍ଭ ହୋଇଛି ରେଡ୍‌ ।

ଭିଜିଲାନ୍ସ ଏସ୍‌ପି ସାର୍ଥକ ଷଡ଼ଙ୍ଗୀଙ୍କ ନେତୃତ୍ୱ ଚାଲିଛି ରେଡ୍‌ । ତେବେ ଚଢ଼ାଉ ବେଳେ ବିପୁଲ ଗାଡେନ ସ୍ଥିତ ଫ୍ଲାଟରୁ ନଗଦ ୨ ଲକ୍ଷ ଟଙ୍କା ଏବଂ ୫ଶହ ଗ୍ରାମରୁ ଅଧିକ ପରିମାଣର ସୁନା ଅଳଙ୍କାର ମିଳିଛି । ବିଭିନ୍ନ ବ୍ୟାଙ୍କରେ ସ୍ତାବର ଅସ୍ତାବର ସମ୍ପତି ଜମା ରହିଥିବା ସୂଚନା ପାଇଛି ଭିଜିଲାନ୍ସ ଟିମ । ଖାଲି ତାଙ୍କ ନାମରେ ନୁହେଁ ତାଙ୍କ ସମ୍ପର୍କିୟଙ୍କ ନାମରେ ମଧ୍ୟ ରହିଛି ସମ୍ପତ୍ତି । ଏହା ପରେ ପର୍ଯ୍ୟାୟ କ୍ରମରେ ୬ଟି ଟିମ ତାଙ୍କର ବିଭିନ୍ନ ସ୍ଥାନରେ ଥିବା କାର୍ଯ୍ୟାଳୟକୁ ଯିବେ ।

ରାଜ୍ୟରେ ଖୋଲିବ ରେଷ୍ଟୁରାଣ୍ଟ ଓ ବାର, କୋଭିଡ ଗାଇଡଲାଇନ ମାନି ଖୋଲିବାକୁ ପରାମର୍ଶ

ଭୁବନେଶ୍ୱର: ରାଜ୍ୟରେ ଧିରେ ଧିରେ କରୋନା କଟକଣା ମୁକ୍ତ ହେଉଛି ରାଜ୍ୟ । ଅନ୍‌ଲକ୍‌ ୪ ରେ କିଛି କରୋନା ନିୟମରେ ପରିବର୍ତ୍ତନ ହୋଇଛି । ତେବେ ରାଜ୍ୟରେ ଖୋଲିବ ସମସ୍ତ ରେଷ୍ଟୁରାଣ୍ଟ ଓ ବାର । ଲୋକେ ରେଷ୍ଟୁରାଣ୍ଟରେ ବସି ଖାଇବା ଖାଇପାରିବେ । ଏହା ପୂର୍ବରୁ କେବଳ ହୋମ ଡେଲିଭରୀ ପାଇଁ ହୋଟେଲ ଏବଂ ରେଷ୍ଟୁରାଣ୍ଟ ଖୋଲାଥିଲା । ରାଜ୍ୟ ପର୍ଯ୍ୟଟକ ନିର୍ଦ୍ଦେଶକ ତଥା ଅତିରିକ୍ତ ସଚିବ ସଚିନ୍ ରାମଚନ୍ଦ୍ର ଯାଦବ ଓଡ଼ିଶା ହୋଟେଲ୍ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏସନ୍, ପଶ୍ଚିମ ଓଡିଶା ହୋଟେଲ୍ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏସନ୍, ସମ୍ବଲପୁର, ଝାରସୁଗୁଡ଼ା ଓ ରାଉରକେଲା ହୋଟେଲ୍ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏସନ୍‌କୁ ଚିଠି ଲେଖିଛନ୍ତି ।

ଅଗଷ୍ଟ ୩୧ ତାରିଖରେ ସ୍ୱତନ୍ତ୍ର ରିଲିପ କମିଶନରଙ୍କ ଦ୍ୱାରା ଜାରି କୋଭିଡ୍-୧୯ ସଂକ୍ରମଣ ରୋକିବା ସଂପର୍କିତ ନିର୍ଦ୍ଦେଶନାମା ଆଧାରରେ ଏସଓପି ପାଳନ କରି ରେଷ୍ଟୁରାଣ୍ଟ ଖୋଲିବାକୁ ପରାମର୍ଶ ଦେଇଛନ୍ତି । କୋଭିଟ କଟକଣାକୁ ନଜରରେ ରଖି ରେଷ୍ଟୁରାଣ୍ଟ ଏବଂ ବାର ଖୋଲାଯାଇପାରି । ଯଦି ରେଷ୍ଟୁରାଣ୍ଟ ଏବଂ ବାର ମାଲିକ ମାନେ ଏହାକୁ ଅବହେଳା କରନ୍ତି ତେବେ ସେମାନଙ୍କୁ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ।  ତେବେ ଯେଉଁଠି କଣ୍ଟେନ୍‌ମେଣ୍ଟ ଜୋନ୍ ଘୋଷଣା ହୋଇଥିବ ସେଠାରେ ରେଷ୍ଟୁରାଣ୍ଟ ଓ ବାର ଖୋଲିବା ନେଇ ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେବେ ।

ସ୍ନେହ ମମତାର ବନ୍ଧନରେ ପଡ଼ିଲା ରକ୍ତର ଛିଟା, ମାଆକୁ ହତ୍ୟା କଲା ପୁଅ

ଜଗତସିଂହପୁର: ରକ୍ତରେ ଭିଜିଲା ମାଆର ପଣତ । ସ୍ନେହ ମମତାର ବନ୍ଧନରେ ପଡ଼ିଲା ରକ୍ତର ଛିଟା । ଯେଉଁ ଗର୍ଭରେ ଧରି ପୁଅକୁ ଜନ୍ମ ଦେଇଥିଲା ସେଇ ପୁଅ ଆଜି ଛୁରିରେ ମାଆର ଗର୍ଭକୁ ଚିରିଦେଇଛି । ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଥାନା ନିକଟ ଚାନ୍ଦପୁର ଗାଁରେ । କୌଣସି କାରଣରୁ ମାଆକୁ ହତ୍ୟା କରିଛି ନିଜ କୋଳରେ ବଢ଼େଇ ମଣିଷ କରିଥିବା ମାଆ । ଯେଉଁ ପୁଅ ବଡ଼ ହୋଇ ବୁଢ଼ି ମାଆର ସାହାର ପାଲଟି ଥାନ୍ତା ସେ ଆଜି ବଇରି ପାଲଟିଲା ।

ଜିବନର ଅପରାହ୍ନରେ ପୁଅ ପାଇଁ ବୋଝ ପାଲଟିଥିବା ମାଆକୁ ପୁଅ ପହଞ୍ଚାଇଛି ଆରପାରିରେ । ହତ୍ୟାକରୀ ପୁଅ ନାମ ହେଇଛି ନିତ୍ୟାନନ୍ଦ ଦାସ । ନିତ୍ୟାନନ୍ଦ ତାଙ୍କ ମାଆ କଲ୍ୟାଣି ଦାସ ଙ୍କୁ ଛୁରୀ ଭୂଷି ହତ୍ୟା କରିଛି । ଏହି ଘଟଣା ପାଇଁ ରଘୁନାଥପୁର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଘଟଣାନା ସ୍ଥଳରେ ପୋଲିସ ପହଁଚି ବାରୁ ହତ୍ୟାକାରୀ ନିତ୍ୟାନନ୍ଦ ହାତରେ ଧରିଥିବା ଛୁରୀକୁ ଧରି ଘରର ଛାତ ଉପରକୁ ଚାଲିଯାଇଥିଲା । ଦୀର୍ଘ ସମୟପରେ ଅଗ୍ନିସେବା ବିଭାଗ ପହଞ୍ଚି ପୋଲିସକୁ ସହଯୋଗ କରିବାରୁ ପୋଲିସ ତାକୁ କାବୁ କରିନେଇଥିଲେ । ଛୁରୀ ସହ ଅଭିଯୁକ୍ତ ନିତ୍ୟାନନ୍ଦକୁ ଗିରଫ କରିଛି ପୋଲିସ ।

ସୂଚନା ଅନୁଯାୟୀ, ମାଆ ଏବଂ ପୁଅଙ୍କ ମଧ୍ୟରେ କିଛି ସମୟରେ କଳହ ଲାଗିଥାଏ । ତେବେ ଗତକାଲି ରାତିରେ ମଧ୍ୟ ମାଆ ଏବଂ ପୁଅଙ୍କ ମଧ୍ୟରେ ଏମିକିଛି କଳହ ଲାଗିଥଇପାରେ ବୋଲି ସନ୍ଦେହ କରାଯାଉଛି । ଯାହାପରେ ମାଆକୁ ଛୁରୀରେ ଆକ୍ରମଣ କରି ହତ୍ୟା କରିଛି ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଟ୍ୱିଟର ଆକାଉଣ୍ଟ ହେଲା ହ୍ୟାକ୍‌, ଟ୍ୱିଟରର ଏନେଇ ତଦନ୍ତ ଜାରି

ନୂଆଦିଲ୍ଲୀ: ହ୍ୟାକ୍‌ ହେଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ଟ୍ୱିଟର ଆକାଉଣ୍ଟ । ହ୍ୟାକର ମାନଙ୍କ ଟାର୍ଗେଟରେ ମୋଦିଙ୍କ ପର୍ସନାଲ ଟ୍ୱିଟର ଆକାଉଣ୍ଟ @narendramodi_in । ତେବେ ବୁଧବାର ବିଳମ୍ବିତ ରାତିରେ ଟ୍ୱିଟର ଆକାଉଣ୍ଟକୁ ହ୍ୟାକରମାନେ ହ୍ୟାକ୍ କରିଛନ୍ତି । ହ୍ୟାକର ମାନେ ମୋଦିଙ୍କ ଆକାଉଣ୍ଟକୁ ହ୍ୟାକ କରି ତାଙ୍କର ମତ ଦେଇଥିଲେ । କିନ୍ତୁ ଏହା ଜାଣିବା ପରେ କିଛି ସମୟ ଭିରେ ଆକାଉଣ୍ଟକୁ ଠିକ୍‌ କରାଯାଇଥିଲା । ସେପଟେ ଏନେଇ ଟ୍ୱିଟ୍‌ ଏକ ବିବୃତି ଦେଇଛି ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆକାଉଣ୍ଟ ହ୍ୟାକ୍‌ ହୋଇଥିବା ସ୍ୱୀକାର କରିଛି ଟ୍ୱିଟର । ଏହି ହ୍ୟାକିଂର ଠିକ୍ କିଛି ଦିନ ପୂର୍ବରୁ ବାରାକ ଓବାମା, ଏଲୋନ୍ ମସ୍କଙ୍କ ପରି ସେଲିବ୍ରିଟିଙ୍କ ଆକାଉଣ୍ଟକୁ ହ୍ୟାକିଂ ହୋଇ ଥିଲା । ଯେଉଁଥିରେ ହ୍ୟାକର ମାନେ ବିଟକଏନ ମାଧ୍ୟମରେ ଟଙ୍କା ମାଗିଥିଲେ । ଟ୍ୱିଟର ମୁଖପାତ୍ରଙ୍କ ସୂଚନା ଅନୁଯାୟୀ, ଏହାର ତଦନ୍ତ ଏବେ ଚାଲୁଛି ।

ସୂଚନା ଅନୁଯାୟୀ, ବୁଧବାର ରାତି ପ୍ରାୟ ୩ଟା ସମୟରେ @narendramodi_in ଆକାଉଣ୍ଟରୁ ଏକ ଟ୍ୱିଟ୍ କରାଯାଇଥିଲା । ଯେଉଁଥିରେ ଲେଖାଥିଲା, ‘ଏହି ଆକାଉଣ୍ଟ ଜନ୍ ୱିକ୍ ([email protected]) ଦ୍ୱାରା ହ୍ୟାକ୍ ହୋଇଛି । କିନ୍ତୁ ଆମେ ପେଟିଏମ୍ ମଲ୍ ହ୍ୟାକ୍ କରିନାହୁଁ । ଏହା ବ୍ୟତୀତ ଏକ ଟ୍ୱିଟ୍‌ରେ କ୍ରିପ୍ଟୋକରେନ୍ସିକୁ ଜାତୀୟ ରିଲିଫ ପାଣ୍ଠିରେ ଟଙ୍କା ରଖିବାକୁ କୁହାଯାଇଥିଲା । ତେବେ ଏହି ଟ୍ୱିଟକୁ କିଛି ମିନିଟ୍ ପରେ ଡିଲିଟ କରି ଅଧ ଘଣ୍ଟା ମଧ୍ୟରେ ଟ୍ୱିଟର ଦ୍ୱାରା ଆକାଉଣ୍ଟକୁ ଟିକ କରାଯାଇଥିଲା ।